ଜରୁରୀକାଳୀନ ପରିସ୍ଥିତିର ଅନ୍ଧକାର ଦିନରେ ନରେନ୍ଦ୍ର ମୋଦୀ କଂଗ୍ରେସ ସରକାରଙ୍କ ଦ୍ୱାରା କରାଯାଇଥିବା ଅତ୍ୟାଚାର ବିରୋଧରେ ଭୂମିଗତ ଆନ୍ଦୋଳନରେ ସକ୍ରିୟ ଭାବରେ ଜଡିତ ଥିଲେ। 1975 ରୁ ଏକ ଆକର୍ଷଣୀୟ କାହାଣୀ ବର୍ଣ୍ଣନା କରି ଗୁଜୁରାଟର ବାସିନ୍ଦା ରୋହିତ ଅଗ୍ରୱାଲ କହିଛନ୍ତି, "ନରେନ୍ଦ୍ର କାକା, ସର୍ଦ୍ଦାରଜୀଙ୍କ ଛଦ୍ମବେଶରେ ଏବଂ ପୋଲିସକୁ ଚକମା ଦେଇ ଏଡାଇ ଯାଉଥିଲେ। "
ଶ୍ରୀ ଅଗ୍ରଓ୍ବାଲ ଏହି ଘଟଣାକୁ ସ୍ମରଣ କରି କହିଥିଲେ ଯେ ଯେତେବେଳେ ନରେନ୍ଦ୍ର ମୋଦୀ ସର୍ଦ୍ଦାରଙ୍କ ପୋଷାକ ପିନ୍ଧି ଘରୁ ବାହାରୁଥିଲେ, ଠିକ୍ ସେହି ସମୟରେ ପୁଲିସ କର୍ମଚାରୀମାନେ ତାଙ୍କୁ ଖୋଜିବାକୁ ଆସିଥିଲେ। କେବଳ ପୋଲିସ ନୁହେଁ ତାଙ୍କ ଘରେ ମଧ୍ୟ କେହି ତାଙ୍କୁ ନରେନ୍ଦ୍ର ମୋଦୀ ବୋଲି ଚିହ୍ନି ପାରିନଥିଲେ ବୋଲି ଶ୍ରୀ ଅଗ୍ରବାଲ କହିଛନ୍ତି।
ରୋହିତ ଅଗ୍ରଓ୍ୱାଲ କହିଛନ୍ତି, "1975ରେ ଯେତେବେଳେ ଇନ୍ଦିରା ଗାନ୍ଧୀ ଜରୁରୀକାଳୀନ ପରିସ୍ଥିତି ଜାରି କରିଥିଲେ, ସେତେବେଳେ ନରେନ୍ଦ୍ର କାକା ଆମ ସହିତ ମଧୁକୁଞ୍ଜରେ ସର୍ଦ୍ଦାରଜୀଙ୍କ ଛଦ୍ମବେଶରେ ରହିଥିଲେ। ଥରେ ସେ ସର୍ଦ୍ଦାରଜୀଙ୍କ ପୋଷାକ ପିନ୍ଧି ବାହାରକୁ ବାହାରୁଥିଲେ ଏବଂ ପୋଲିସ୍ ତାଙ୍କ ନିକଟକୁ ଆସି ପଚାରିଲେ - ନରେନ୍ଦ୍ର ମୋଦୀ କେଉଁଠି ରୁହନ୍ତି? ଏହାର ଉତ୍ତରରେ ମୋଦୀ କହିଥିଲେ, ମୁଁ ଜାଣିନାହିଁ। ଆପଣ ଭିତରକୁ ଯାଇ ପଚରାଉଚରା କରିପାରନ୍ତି। ନରେନ୍ଦ୍ରଭାଇ ପୁଲିସକୁ ଭିତରକୁ ଛାଡ଼ି ମୋ ଭାଇଙ୍କ ସହ ସ୍କୁଟିରେ ବାହାରିଥିଲେ। କେବଳ ପୋଲିସ ନୁହେଁ ଆମେ ମଧ୍ୟ ନରେନ୍ଦ୍ର ମୋଦୀଙ୍କ ରୂପ ଦେଖି ଜାଣିପାରୁନଥିଲୁ ।
#ModiStory
— Modi Story (@themodistory) March 29, 2022
Do you know how Narendra Modi evaded police during emergency?
Rohit Agrawal from Gujarat narrates an interesting encounter.
For more: https://t.co/9iulCar3rR
Follow: @themodistory pic.twitter.com/mYPbzRMTDu
ଡିସକ୍ଲେମର:
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଉପାଖ୍ୟାନ/ମତାମତ/ବିଶ୍ଳେଷଣ ଏବଂ ଲୋକଙ୍କ ଜୀବନ ଉପରେ ତାଙ୍କର ପ୍ରଭାବକୁ ବର୍ଣ୍ଣନା କରୁଥିବା କାହାଣୀ ସଂଗ୍ରହ କରିବାର ଏହା ଏକ ପ୍ରୟାସର ଏକ ଅଂଶ ।