ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଆମେ ସ୍ୱାଧୀନତାର ୭୫ତମ ବର୍ଷରେ ପ୍ରଦାର୍ପଣ କରୁଥିବା ସମୟରେ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଥିବା ଇତିହାସର ବୀର ଏବଂ ବୀରାଙ୍ଗନାମାନଙ୍କୁ ମନେ ପକାଇବା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ।

ଉତ୍ତର ପ୍ରଦେଶର ଭରାଉଚ୍‌ଠାରେ ଥିବା ମହାରାଜା ସୁହେଲଦେବ ସ୍ମାରକୀ ଏବଂ ଚିତୌଉର ହ୍ରଦ ଉନ୍ନୟନ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିବା ଅବସରରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଜି କହିଛନ୍ତି ଯେ, ଭାରତ ଏବଂ ଭାରତୀୟତା ପାଇଁ ନିଜର ସର୍ବସ୍ୱ ହରାଇଥିବା ଲୋକମାନଙ୍କୁ ଇତିହାସ ବହିରେ ଉପଯୁକ୍ତ ସମ୍ମାନ ଦିଆଯାଇନାହିଁ । ଆମେ ସ୍ୱାଧୀନତାର ୭୫ତମ ବର୍ଷରେ ପଦାର୍ପଣ କରୁଥିବା ସମୟରେ ଭାରତ ଇତିହାସ ଲେଖକମାନଙ୍କର ତ୍ରୁଟିକୁ ବର୍ତ୍ତମାନ ସଂଶୋଧନ କରାଯାଉଛି । ଏଭଳି ଏକ ସନ୍ଦିକ୍ଷଣରେ ସେହି ବୀର ଓ ବୀରାଙ୍ଗନାମାନଙ୍କ ଅବଦାନକୁ ପ୍ରଧାନମନ୍ତ୍ରୀ ମନେପକାଇଛନ୍ତି । ସେ କହିଛନ୍ତି ଯେ, ଔପନିବେଶିକ ଶକ୍ତି କିମ୍ବା ସେହିଭଳି ମନୋବୃତ୍ତି ରଖିଥିବା ଲୋକଙ୍କ ଦ୍ୱାରା ରଚିତ ଭାରତ ଇତିହାସ ଏକମାତ୍ର ଇତିହାସ ନୁହେଁ । ପିଢି ପିଢି ଧରି କିମ୍ବଦନ୍ତୀ ଏବଂ ଲୋକକଥାରେ ଗଡି ଆସିଥିବା ଇତିହାସର କାହାଣୀ ହିଁ ପ୍ରକୃତ ଇତିହାସ । ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଛନ୍ତି ଯେ ଆଜାଦ୍ ହିନ୍ଦ୍ ସରକାରର ପ୍ରଥମ ପ୍ରଧାନମନ୍ତ୍ରୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ସେ ହକ୍‌ଦାର ଥିବା ସମ୍ମାନ ଦିଆଯାଇଛି କି? ଲାଲକିଲ୍ଲାଠାରୁ ଆଣ୍ଡାମାନ ନିକୋବାର ପର୍ଯ୍ୟନ୍ତ ସୁଦୃଢ କରିବା ଉଦ୍ୟମ ଯୋଗୁଁ ପରିଚିତ ନେତାଜୀଙ୍କୁ ଆମେ ସ୍ୱୀକୃତି ଦେଇଛୁ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ୫୦୦ରୁ ଉର୍ଦ୍ଧ୍ୱ ଦେଶୀୟ ରାଜ୍ୟର ମିଶ୍ରଣ କରାଇଥିବା ଯୋଗୁଁ ସର୍ଦ୍ଦାର ପଟେଲ ମଧ୍ୟ ବେଶ୍ ଜଣାଶୁଣା । ଆଜି ସର୍ଦ୍ଦାର ପଟେଲଙ୍କର ବିଶ୍ୱର ସର୍ବୋଚ୍ଚ ପ୍ରତିମୂତ୍ତି ‘ଷ୍ଟାଚ୍ୟୁ ଅଫ ୟୁନିଟ୍‌’ ଭାବରେ ଖ୍ୟାତ । ସମ୍ବିଧାନର ମୁଖ୍ୟ ସ୍ଥପତି ବାବା ସାହେବ ଆମ୍ବେଦକର ଶୋଷିତ, ବଞ୍ଚିତ ଏବଂ ସମାଜର ନିମ୍ନବର୍ଗର ଲୋକଙ୍କ ପାଇଁ ସ୍ୱର ଉଠାଇଥିଲେ, କିନ୍ତୁ ତାଙ୍କ ବ୍ୟକ୍ତିତ୍ୱକୁ ସବୁବେଳେ ରାଜନୀତିକ ଦୃଷ୍ଟି କୋଣରୁ ମୂଲ୍ୟାୟନ କରାଯାଇଛି । ଆଜି ଇଂଲଣ୍ଡରୁ ଭାରତ ପର୍ଯ୍ୟନ୍ତ ଡକ୍ଟର ଆମ୍ବେଦକରଙ୍କ ସହିତ ସମ୍ପର୍କୀତ ଥିବା ସମସ୍ତ ସ୍ଥାନକୁ ‘ପଞ୍ଚତୀର୍ଥ’ଭାବରେ ଉନ୍ନତିକରଣ କରାଯାଉଛି । ଏହିଭଳି ଅଗଣିତ ଲୋକଙ୍କୁ ବିଭିନ୍ନ କାରଣ ପାଇଁ ଉପଯୁକ୍ତ ସ୍ୱୀକୃତି ମିଳିନାହିଁ । ଚୌରୀ ଚୌରା ଘଟଣା ସହିତ ସମ୍ପର୍କୀତ ସାହସୀ ବ୍ୟକ୍ତିମାନଙ୍କୁ ଆମେ ଭୁଲି ଯାଇପାରିବା କି ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଛନ୍ତି।

ଠିକ୍ ସେହିପରି ମହାରାଜା ସୁହେଲ ଦେବଙ୍କର ଭାରତୀୟତାର ସୁରକ୍ଷା କ୍ଷେତ୍ରରେ ଥିବା ଅବଦାନକୁ ଅଣଦେଖା କରାଯାଇଛି । ପାଠ୍ୟପୁସ୍ତକଗୁଡିକରେ ଲିଖିତ ନ ଥିଲେ ମଧ୍ୟ ଅବୋଧ, ତରାଇ ଏବଂ ପୂର୍ବାଂଚଳ କ୍ଷେତ୍ରରେ ଥିବା ଲୋକକଥାରେ ମହାରାଜା ସୁହେଲ ଦେବ ଏବେ ବି ବଞ୍ଚିତ ରହିଛନ୍ତି । ଜଣେ ସମ୍ବେଦନଶୀଳ ଏବଂ ପ୍ରଗତିଶୀଳ ଶାସକ ଭାବରେ ତାଙ୍କ ଅବଦାନକୁ ପ୍ରଧାନମନ୍ତ୍ରୀ ସ୍ମରଣ କରିଛନ୍ତି ।

 

  • krishangopal sharma Bjp January 17, 2025

    नमो नमो 🙏 जय भाजपा 🙏🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹
  • krishangopal sharma Bjp January 17, 2025

    नमो नमो 🙏 जय भाजपा 🙏🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷
  • krishangopal sharma Bjp January 17, 2025

    नमो नमो 🙏 जय भाजपा 🙏🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌷
  • Laxman singh Rana June 24, 2022

    नमो नमो 🇮🇳🌷
  • Laxman singh Rana June 24, 2022

    नमो नमो 🇮🇳
  • शिवकुमार गुप्ता February 18, 2022

    जय माँ भारती
  • शिवकुमार गुप्ता February 18, 2022

    जय भारत
  • शिवकुमार गुप्ता February 18, 2022

    जय हिंद
  • शिवकुमार गुप्ता February 18, 2022

    जय श्री सीताराम
  • शिवकुमार गुप्ता February 18, 2022

    जय श्री राम
Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
India's services sector 'epochal opportunity' for investors: Report

Media Coverage

India's services sector 'epochal opportunity' for investors: Report
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 9, 2025
July 09, 2025

Appreciation by Citizens on India’s Journey to Glory - PM Modi’s Unstoppable Legacy