ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରପତି ଜୋସେଫ ଆର ବାଇଡେନ ଆଜି ଏକ ଭର୍ଚୁଆଲ ବୈଠକ କରିଛନ୍ତି । ରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଏବଂ ଭାରତ-ଆମେରିକା ୨+୨ ମନ୍ତ୍ରୀସ୍ତରୀୟ ଆଲୋଚନା ପାଇଁ ୱାଶିଂଟନ ଡିସିରେ ଥିବା ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍.ଜୟଶଙ୍କର ମଧ୍ୟ ଆମେରିକୀୟ ପ୍ରତିପକ୍ଷ, ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନ ଏବଂ ରାଜ୍ୟ ସଚିବ ଆଣ୍ଟୋନି ବ୍ଲିଙ୍କେନଙ୍କ ସହ ଆଲୋଚନା ସମୟରେ ହ୍ୱ।।ଇଟ ହାଉସରେ ଉପସ୍ଥିତ ଥିଲେ ।
ଦୁଇ ନେତାଙ୍କ ମଧ୍ୟରେ ଅନେକ ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ପ୍ରସଙ୍ଗ ଯଥା କୋଭିଡ-୧୯ ମହାମାରୀ, ବିଶ୍ୱ ଅର୍ଥନୀତିର ପୁନରୁଦ୍ଧାର, ଜଳବାୟୁ ପଦକ୍ଷେପ, ଦକ୍ଷିଣ ଏସିଆ ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ନିକଟରେ ଘଟିଥିବା ପରିସ୍ଥିତି ଏବଂ ୟୁକ୍ରେନର ପରିସ୍ଥିତି ଭଳି ପ୍ରସଙ୍ଗରେ ବ୍ୟାପକ ମତ ବିନିମୟ ହୋଇଥିଲା ।
ନିକଟ ଅତୀତରେ ଦ୍ୱିପାକ୍ଷିକ ସଂପର୍କରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତିର ମଧ୍ୟ ସେମାନେ ସ୍ଥିତି ପରଖିଥିଲେ ।
ଉଭୟ ନେତା ସହମତ ହୋଇଥିଲେ ଯେ ଭାରତ-ଆମେରିକାର ବିସ୍ତୃତ ଆର୍ନ୍ତଜାତୀୟ ରଣନୈତିକ ଭାଗିଦାରୀକୁ ଆହୁରି ମଜବୁତ କରିବା ଦୁଇ ଦେଶ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ ଏବଂ ବିଶ୍ୱ ଶାନ୍ତି, ସମୃଦ୍ଧତା ଏବଂ ସ୍ଥିରତା ପାଇଁ ମଧ୍ୟ ସହାୟକ ହେବ ।