୧. ଉଜବେକିସ୍ତାନର ସମରକନ୍ଦ ଠାରେ ସେପ୍ଟେମ୍ବର ୧୬, ୨୦୨୨ରେ ଆୟୋଜିତ ହୋଇଥିବା ସାଙ୍ଘାଇ ସହଯୋଗ ସଂଗଠନ (ଏସସିଓ) ରାଷ୍ଟ୍ରମୁଖ୍ୟ ପରିଷଦର ୨୨ତମ ବୈଠକରେ ୨୦୨୨-୨୦୨୩ ବର୍ଷ ପାଇଁ ବାରଣାସୀ ସହର ପ୍ରଥମ ଏସସିଓ ପର୍ଯ୍ୟଟନ ଓ ସାଂସ୍କୃତିକ ରାଜଧାନୀ ଭାବେ ନିର୍ବାଚିତ ହୋଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି ଶିଖର ସମ୍ମିଳନୀରେ ଭାଗ ନେଇଥିଲେ ।        

୨. ବାରଣାସୀ ପ୍ରଥମ ଥର ପାଇଁ ଏସସିଓ ପର୍ଯ୍ୟଟନ ଓ ସାଂସ୍କୃତିକ ରାଜଧାନୀ ନିର୍ବାଚିତ ହେବା ଦ୍ୱାରା ଭାରତ ଓ ଏସସିଓ ସଦସ୍ୟ ଦେଶମାନଙ୍କ ମଧ୍ୟରେ ପର୍ଯ୍ୟଟନ, ସାଂସ୍କୃତିକ ଓ ମାନବିକ ଆଦାନ ପ୍ରଦାନକୁ ପ୍ରୋତ୍ସାହନ ମିଳିବ । ଏହା ଏସସିଓ ସଦସ୍ୟ ଦେଶଗୁଡିକ ବିଶେଷ କରି ମଧ୍ୟ ଏସୀୟ ଦେଶଗୁଡିକ ସହ ଭାରତର ପ୍ରାଚୀନ ସଭ୍ୟତାଗତ ସମ୍ପର୍କକୁ ରେଖାଙ୍କିତ କରୁଛି ।


୩. ଏହି ପ୍ରମୁଖ ସାଂସ୍କୃତିକ ଆଉଚରିଚ କାର୍ଯ୍ୟକ୍ରମର ରୂପରେଖ ଅନ୍ତର୍ଗତ ୨୦୨୨-୨୩ ବର୍ଷରେ ବାରାଣାସୀରେ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହେବ । ଏଥିରେ ଭାଗ ନେବା ପାଇଁ ଏସସିଓ ସଦସ୍ୟ ଦେଶଗୁଡିକରୁ ଅତିଥିମାନେ ଆମନ୍ତ୍ରିତ ହେବେ । ଏହି କାର୍ଯ୍ୟକ୍ରମଗୁଡିକରେ ଭାରତବିଦ୍, ବୁଦ୍ଧିଜୀବି, ଲେଖକ, ସଂଗୀତକାର ଓ କଳାକାର, ଫଟୋ ସାମ୍ବାଦିକ, ଟ୍ରାଭେଲ ବ୍ଲଗର ଓ ଅନ୍ୟ ଆମନ୍ତ୍ରିତ ଅତିଥିମାନେ ଯୋଗ ଦେବେ ବୋଲି ଆଶା କରାଯାଉଛି ।


୪. ଏସସିଓ ସଦସ୍ୟ ଦେଶଗୁଡିକ ମଧ୍ୟରେ ସାଂସ୍କୃତିକ ଓ ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗ ବୃଦ୍ଧି ଉଦ୍ଦେଶ୍ୟରେ ଏସସିଓ ପର୍ଯ୍ୟଟନ ଓ ସାଂସ୍କୃତିକ ରାଜଧାନୀ ନିର୍ବାଚନ ନୀତି ୨୦୨୧ ଦୁସାଂବେ ଏସସିଓ ଶିଖର ସମ୍ମିଳନୀରେ ଅଙ୍ଗୀକୃତ ହୋଇଥିଲା ।   

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
'India Delivers': UN Climate Chief Simon Stiell Hails India As A 'Solar Superpower'

Media Coverage

'India Delivers': UN Climate Chief Simon Stiell Hails India As A 'Solar Superpower'
NM on the go

Nm on the go

Always be the first to hear from the PM. Get the App Now!
...
PM Modi condoles loss of lives due to stampede at New Delhi Railway Station
February 16, 2025

The Prime Minister, Shri Narendra Modi has condoled the loss of lives due to stampede at New Delhi Railway Station. Shri Modi also wished a speedy recovery for the injured.

In a X post, the Prime Minister said;

“Distressed by the stampede at New Delhi Railway Station. My thoughts are with all those who have lost their loved ones. I pray that the injured have a speedy recovery. The authorities are assisting all those who have been affected by this stampede.”