ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଜେମ୍ସ ମାଟ୍ଟିସ ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।
ଆଲୋଚନା କାଳରେ ପ୍ରଧାନମନ୍ତ୍ରୀ ଚଳିତ ବର୍ଷ ଜୁନ ମାସରେ ତାଙ୍କର ଆମେରିକା ଗସ୍ତ କାଳରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହିତ ହୋଇଥିବା ବହୁମୂଖୀ, ସୌହାର୍ଦ୍ଦ୍ୟପୂର୍ଣ୍ଣ ଓ ଫଳପ୍ରଦ ଦ୍ଵୀପାକ୍ଷିକ ଆଲୋଚନା ସମ୍ପର୍କରେ ସ୍ମରଣ କରିଥିଲେ । ଦୁଇ ପକ୍ଷ ସାମ୍ପ୍ରତିକ ସୁଦୃଢ ସାମରିକ ଭାଗୀଦାରିତାକୁ ଆହୁରି ମଜବୁତ କରିବା ଲାଗି ସେମାନଙ୍କର ସଂକଳ୍ପକୁ ଦୋହରାଇଥିଲେ ।ଜୁନ ଗସ୍ତ କାଳରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତିଗୁଡିକର କାର୍ଯ୍ୟ।ନ୍ୱୟନ ଏବଂ ଦ୍ଵିପାକ୍ଷୀକ ଏଜେଣ୍ଡାକୁ ଆଗକୁ ବଢାଇନେବା ଦିଗରେ ହୋଇଥିବା ଅଗ୍ରଗତି ସମ୍ପର୍କରେ ମାର୍କିନ ପ୍ରତିରକ୍ଷା ମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।
ସମାନ ଅଗ୍ରାଧିକାର ଭିତ୍ତିରେ ଶାନ୍ତି, ସ୍ଥିରତା ରକ୍ଷା ସହିତ ଆତଙ୍କବାଦର ମୁକାବିଲା, ଆଞ୍ଚଳିକ ଓ ବୈଶ୍ଵିକ ପ୍ରସଙ୍ଗରେ ମିଳିତ ସହଯୋଗ ଆଦି ନେଇ ଦୁହେଁ ଆଲୋଚନା କରିଥିଲେ ।
ଉଭୟ ପକ୍ଷର ସ୍ଵାର୍ଥ ସମ୍ବନ୍ଧିତ ଆଞ୍ଚଳିକ ଓ ବୈଶ୍ଵିକ ପ୍ରସଙ୍ଗରେ ଦୁଇ ଦେଶର ନିବିଡ ସହଯୋଗିତାକୁ ପ୍ରଧାନମନ୍ତ୍ରୀ ବେଶ ପସନ୍ଦ ଓ ପ୍ରଶଂସା କରିଥିଲେ ।