ଜାତୀୟ ରାଜଧାନୀ ଅଞ୍ଚଳରେ ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ରବିବାରଠାରୁ ଗ୍ରହଣ କରାଯାଇଥିବା ବ୍ୟବସ୍ଥାରେ କି ଉନ୍ନତି ହୋଇଛି ସେ ନେଇ କେନ୍ଦ୍ର କ୍ୟାବିନେଟ ସଚିବ ଆଜି ସମୀକ୍ଷା କରିଛନ୍ତି ।
ଲକ୍ଷ୍ୟ କରାଯାଉଛି ଯେ ପଞ୍ଜାବ ଓ ହରିୟାଣାରେ ଅମଳ ଶସ୍ୟର ଅବଶିଷ୍ଟାଂଶକୁ ଏବେ ମଧ୍ୟ ପୋଡାଯାଉଛି ଏବଂ ଏହା ବନ୍ଦ କରିବା ପାଇଁ ଅଧିକ ଗୁରୁତ୍ୱ ପ୍ରଦାନ କରାଯିବା ଆବଶ୍ୟକ ।
ଏହି ପୋଡା କାର୍ଯ୍ୟ ବନ୍ଦ କରିବା ନିଷ୍ପତ୍ତି ସହ ଅଧିକ ପର୍ଯ୍ୟବେକ୍ଷକ ଦଳ ନିଯୁକ୍ତ କରି ଉଲ୍ଲଙ୍ଘନକାରୀମାନଙ୍କୁ ଆବଶ୍ୟକୀୟ ଦଣ୍ଡ ବିଧାନ କରିବା ପାଇଁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି । ବିଭିନ୍ନ ଏଜେନ୍ସି ମାନଙ୍କ ଦ୍ୱାରା ପରିଚାଳନା କରାଯାଉଥିବା ରାଜଧାନୀର ପରିସ୍ଥିତିକୁ ମଧ୍ୟ ଆଲୋଚନା କରାଯାଇଥିଲା ଏବଂ ଅନୁଭବ କରାଯାଇଥିଲା ଯେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଅଧିକ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି ।
ଭବିଷ୍ୟତରେ ଯେକୌଣସି ଜରୁରୀକାଳିନ ପରିସ୍ଥିତିର ମୁକାବିଲାକୁ ନିଶ୍ଚିତ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ରାଜ୍ୟମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।