ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଶାବ୍ୟକ୍ତ କରିଛନ୍ତି ଯେ ୨୦୨୨ ଜୁଲାଇ ୧୫ରୁ ଆଗାମୀ ୭୫ ଦିନ ପାଇଁ ସରକାରୀ ଟିକାକରଣ କେନ୍ଦ୍ରଗୁଡ଼ିକରେ ୧୮ ବର୍ଷରୁ ଊଦ୍ଧ୍ୱର୍ ବୟସର ସମସ୍ତ ନାଗରିକଙ୍କୁ ମାଗଣାରେ କୋଭିଡ-୧୯ ପ୍ରିକସନ ଡୋଜ୍ ପ୍ରଦାନ ନିଷ୍ପତ୍ତି ଭାରତର ଟିକାକରଣ କଭରେଜକୁ ଆହୁରି ବଢ଼ାଇବ ଏବଂ ଏକ ସୁସ୍ଥ ରାଷ୍ଟ୍ର ସୃଷ୍ଟି କରିବ ।
‘ଆଜାଦୀ କା ଅମୃତ ମହୋତ୍ସବ’ ଉତ୍ସବର ଅଂଶସ୍ୱରୂପ ଆଜିର କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମନସୁଖ ମାଣ୍ଡଭୀୟଙ୍କ ପକ୍ଷରୁ ହୋଇଥିବା ଏକ ଟ୍ୱିଟରେ ନିଜ ମତ ରଖି ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି:
‘‘କୋଭିଡ-୧୯ ବିରୋଧରେ ଲଢ଼ିବା ପାଇଁ ଟିକାକରଣ ଏକ ଫଳପ୍ରଦ ସାଧନ । ଆଜିର କ୍ୟାବିନେଟ୍ ନିଷ୍ପତ୍ତି ଭାରତର ଟିକାକରଣ କଭରେଜକୁ ଆହୁରି ବଢ଼ାଇବ ଏବଂ ଏକ ସୁସ୍ଥ ରାଷ୍ଟ୍ର ସୃଷ୍ଟି କରିବ ।’’
Vaccination is an effective means to fight COVID-19. Today’s Cabinet decision will further India’s vaccination coverage and create a healthier nation. https://t.co/LolQyWjK90
— Narendra Modi (@narendramodi) July 13, 2022