ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ବିଶ୍ୱର ସର୍ବ ବୃହତ ମାଗଣା ଟୀକାକରଣ ହେଉ କିମ୍ବା ଚିକିତ୍ସା ଭିତ୍ତିଭୂମି ବିକାଶ ହେଉ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଭାରତ ନୂଆ କିର୍ତ୍ତୀମାନ ସ୍ଥାପନ କରିଛି । କୋରୋନା ବିରୋଧି ଲଢେଇରେ ୧୩୦ କୋଟି ଦେଶବାସୀ ଦେଖାଇଥିବା ପ୍ରତିବଦ୍ଧତା ହେଉଛି ନୂଆ ଭାରତର ଶକ୍ତିର ସୂଚକ ବୋଲି ଶ୍ରୀ ମୋଦୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“କରୋନା ବିରୋଧି ଲଢେଇରେ ୧୩୦ କୋଟି ଦେଶବାସୀ ଦର୍ଶାଇଥିବା ସଂକଳ୍ପ ହେଉଛି ନୂତନ ଭାରତର ସାମର୍ଥ୍ୟର ପରିଚୟ । ସ୍ୱଦେଶୀ ଟିକା ସହିତ ବିଶ୍ୱର ସର୍ବ ବୃହତ ମାଗଣା ଟୀକାକରଣ ଅଭିଯାନ ହେଉ କିମ୍ବା ଚିକିତ୍ସା ଭିତ୍ତିଭୂମିର ବିକାଶ ହେଉ, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଦେଶ ନୂତନ ମାନଦଣ୍ଡ ପ୍ରତିଷ୍ଠା କରିପାରିଛି ।”
कोरोना से लड़ाई में 130 करोड़ देशवासियों ने जिस संकल्प शक्ति का परिचय दिया है, वो नए भारत के सामर्थ्य की पहचान है। स्वदेशी टीकों के साथ विश्व का सबसे बड़ा मुफ्त वैक्सीनेशन अभियान हो या मेडिकल इंफ्रास्ट्रक्चर का विकास, स्वास्थ्य के क्षेत्र में देश नित नए मानदंड स्थापित कर रहा है। pic.twitter.com/E92ZC9UxcA
— Narendra Modi (@narendramodi) April 12, 2022