ଭାରତର ବିକାଶ ଯାତ୍ରାରେ ଆଜି ଆରମ୍ଭ ହୋଇଥିବା ବାହାନ ସ୍କ୍ରାପିଂ ନୀତି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।
ଏକ ଟ୍ୱିଟ ଶୃଙ୍ଖଳରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଆଜି ବାହାନ ସ୍କ୍ରାପିଂ ନୀତିର ଶୁଭାରମ୍ଭ ଭାରତ ବିକାଶ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ । ବାହାନ ସ୍କ୍ରାପିଂ ଭିତ୍ତିଭୂମି ସ୍ଥାପନ ପାଇଁ ଗୁଜୁରାଟରେ ଆୟୋଜିତ ନିବେଶକ ସମ୍ମିଳନୀ ସମ୍ଭାବନାର ନୂଆ ଦିଗ ଖୋଲି ଦେଇଛି । ଯୁବପୀଢି ଓ ଷ୍ଟାର୍ଟଅପମାନଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଅନୁରୋଧ କରୁଛି ।
ବାହାନ ସ୍କ୍ରାପିଂ ପରିବେଶ ଅନୁକୂଳ ପଦ୍ଧତିରେ ଅନୁପଯୁକ୍ତ ଓ ପ୍ରଦୂଷଣ ବଢାଉଥିବା ବାହାନଗୁଡିକୁ ପର୍ଯ୍ୟାୟ କ୍ରମେ ହଟାଇବାରେ ସାହାଯ୍ୟ କରିବ । ପରିବେଶ ପ୍ରତି ଉତ୍ତରଦାୟିତ୍ୱ ନିର୍ବାହ କରି ସମସ୍ତ ହିତଧାରକଙ୍କ ପାଇଁ ଏକ ବ୍ୟବହାର୍ଯ୍ୟ #circulareconomy ସୃଷ୍ଟି କରିବା ଆମର ଲକ୍ଷ୍ୟ ।”
Vehicle scrapping will help phase out unfit & polluting vehicles in an environment friendly manner. Our aim is to create a viable #circulareconomy & bring value for all stakeholders while being environmentally responsible.
— Narendra Modi (@narendramodi) August 13, 2021
The launch of Vehicle Scrappage Policy today is a significant milestone in India’s development journey. The Investor Summit in Gujarat for setting up vehicle scrapping infrastructure opens a new range of possibilities. I would request our youth & start-ups to join this programme.
— Narendra Modi (@narendramodi) August 13, 2021