“ବ୍ୟାଙ୍କଗୁଡିକର ଆର୍ଥିକ ସ୍ଥିତି ବର୍ତ୍ତମାନ ଏକ ଉନ୍ନତ ସ୍ଥିତିରେ ଅଛି କାରଣ ୨୦୧୪ ରୁ ଆମେ ଗୋଟିଏ ପରେ ଗୋଟିଏ ସମସ୍ୟା ଏବଂ ଆହ୍ୱାନର ସମାଧାନ ପାଇଁ ଉପାୟ ପାଇଲୁ”
“ଦେଶର ଅର୍ଥନୀତିରେ ନୂତନ ଶକ୍ତି ଯୋଗାଇବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବା ଏବଂ ଭାରତକୁ ଆତ୍ମର୍ନିଭରଶୀଳ କରିବା ପାଇଁ ଭାରତୀୟ ବ୍ୟାଙ୍କଗୁଡ଼ିକ ଯଥେଷ୍ଟ ଶକ୍ତିଶାଳୀ ବୋଲି ସେ କହିଛନ୍ତି”
“ସମ୍ପଦ ସୃଷ୍ଟିକାରୀ ଏବଂ ନିଯୁକ୍ତି ସୃଷ୍ଟିକାରୀଙ୍କୁ ସମର୍ଥନ କରିବା ପାଇଁ ଏହା ଆପଣଙ୍କ ପାଇଁ ଏକ ସମୟ। ବର୍ତ୍ତମାନ ଭାରତର ବ୍ୟାଙ୍କଗୁଡ଼ିକ ସେମାନଙ୍କ ବାଲାନ୍ସ ସିଟ୍ ସହିତ ଦେଶର ସମ୍ପଦ ବଢାଇବା ପାଇଁ ସକ୍ରିୟ ଭାବରେ କାର୍ଯ୍ୟ କରିବା ଆବଶ୍ୟକ”
“ବ୍ୟାଙ୍କଗୁଡିକ ଏଭଳି ଅନୁଭବକୁ ଛାଡିବା ଜରୁରୀ ଯେ ସେମାନେ ଅନୁମୋଦନକାରୀ ଏବଂ ଗ୍ରାହକ ଆବେଦନକାରୀ କିମ୍ବା ସେମାନେ ଦାତା ଏବଂ ଗ୍ରାହକ ଗ୍ରହୀତା ଅଟନ୍ତି ଏବଂ ସହଭାଗୀତାର ମଡେଲ୍କୁ ଗ୍ରହଣ କରିବା ଆବଶ୍ୟକ”
“ଯେତେବେଳେ ଦେଶ ଆର୍ଥିକ ଅର୍ନ୍ତଭୁକ୍ତିକୁ ନେଇ ଏତେ ପରିଶ୍ରମ କରୁଛି, ସେତେବେଳେ ନାଗରିକମାନଙ୍କ ଉତ୍ପାଦନ କ୍ଷମତା ପାଇଁ ବାଟ ଖୋଲିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ”
“ସ୍ୱାଧୀନତାର "ଅମୃତ କାଳରେ ଭାରତୀୟ ବ୍ୟାଙ୍କିଙ୍ଗ କ୍ଷେତ୍ର ବଡ଼ ଚିନ୍ତାଧାରା ଏବଂ ଅଭିନବ ଉପାୟ ଅବଲମ୍ବନ କରିବେ”

ନମସ୍କାର!

ଦେଶର ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ ଜୀ, ଅର୍ଥ ରାଜ୍ୟ ମନ୍ତ୍ରୀ ଶ୍ରୀ ପଙ୍କଜ ଚୌଧୁରୀ ଜୀ, ଡକ୍ଟର ଭାଗବତ କରାଡ ଜୀ, ଆରବିଆଇ ଗଭର୍ଣ୍ଣର ଶ୍ରୀ ଶକ୍ତିକାନ୍ତା ଦାସ ଜୀ, ବ୍ୟାଙ୍କିଙ୍ଗ୍ କ୍ଷେତ୍ରର ସମସ୍ତ ବିଶିଷ୍ଟ ବ୍ୟକ୍ତି, ଭାରତୀୟ ଉଦ୍ୟୋଗ ଜଗତର ସମସ୍ତ ସମ୍ମାନିତ ସାଥୀ, କାର୍ଯ୍ୟକ୍ରମ ସହିତ ଯୋଡ଼ି ହୋଇଥିବା ଅନ୍ୟ ସମସ୍ତ ମହାନୁଭବ, ଭାଇ ଓ ଭଉଣୀମାନେ ।

ମୁଁ ଯେତେବେଳେ ଏଠାକୁ ଆସିଛି ଯାହାକିଛି ଶୁଣିଲି ସେଥିରେ ବିଶ୍ୱାସ ହିଁ ବିଶ୍ୱାସ ସାମ୍ନାକୁ ଆସୁଛି । ଅର୍ଥାତ ଆମର ଆତ୍ମବିଶ୍ୱାସର ସ୍ତର ଏତେ ଜୀବନ୍ତ ଯେ ନିଜେ ନିଜେ ବହୁତ ବଡ଼ ସମ୍ଭାବନାକୁ ସଂକଳ୍ପରେ ପରିବର୍ତ୍ତିତ କରିଥାଏ ଏବଂ ସମସ୍ତେ ମିଳିମିଶି ଚାଲିଲେ ସଂକଳ୍ପରୁ ସିଦ୍ଧି ପ୍ରାପ୍ତ କରିବାରେ ଆଉ ବେଶୀ ସମୟ ଲାଗିବ ନାହିଁ । କୌଣସି ଦେଶର ବିକାଶର ଯାତ୍ରାରେ ଏକ ଏମିତି ସମୟ ଆସିଥାଏ, ଯେତେବେଳେ ନୂଆ ଲମ୍ଫ ପ୍ରଦାନ କରିବା ପାଇଁ ନୂଆ ସଂକଳ୍ପ ନେଇଥାଏ ଏବଂ ପୂରା ରାଷ୍ଟ୍ରର ଶକ୍ତି ସେହି ସଂକଳ୍ପକୁ ପ୍ରାପ୍ତ କରିବାରେ ଲାଗି ପଡ଼ିଥାନ୍ତି । ସ୍ୱାଧୀନତାର ଆନେ୍ଦାଳନ ମଧ୍ୟ ବହୁଦିନ ଧରି ଚାଲିଥିଲା । ୧୮୫୭ ମସିହାର ଘଟଣାକୁ ଐତିହାସିକମାନେ ପ୍ରେରଣାର ଏକ ଉତ୍ସ ଭାବେ ଦେଖନ୍ତି । କିନ୍ତୁ ୧୯୪୨ ଏବଂ ୧୯୩ଠ ଦାଣ୍ଡି ଯାତ୍ରା ଏବଂ ଭାରତଛାଡ଼ ଆଂଦୋଳନ ଦୁଇଟିଯାକ ଏମିତି ଦୁଇଟି ମୋଡ଼ ଥିଲା ଯେ ଯାହା ଆମେ କହିପାରିବା ଯେ ସେତେବେଳେ ଦେଶ ସ୍ଥିର କରିଥିôଲା ଏକ ବଡ଼ ଲକ୍ଷ୍ୟ ପ୍ରଦାନ କରିବା ପାଇଁ । ୧୯୩ଠ ଦଶକରେ ଯେତେବେଳେ ସେହି ଲମ୍ଫ ପ୍ରଦାନ ତାହା ଦେଶରେ ଏକ ମାହୋଲ ସୃଷ୍ଟି କରିଥିଲା ଏବଂ ୧୯୪୨ରେ ଯେଉଁ ଦ୍ୱିତୀୟ ଲମ୍ଫ ଦେଇଥିଲା ତାହାର ପରିଣାମ ୧୯୪୭ରେ ଆସିଲା । ଅର୍ଥାତ୍ ମୁଁ ଯେଉଁ ଲମ୍ଫର କଥା କହୁଛି, ସ୍ୱାଧୀନତାର ୭୫ ବର୍ଷ ଏବଂ ଆମେ ଏମିତି ସମୟରେ ପହଂଚିଛନ୍ତି କି ଏହି ଲମ୍ଫ ପ୍ରଦାନ ପାଇଁ ଏ ଭୂମି ମଜବୁତ୍ ଅଛି, ଲକ୍ଷ୍ୟ ସ୍ଥିର ରହିଛି, କେବଳ ଚାଲିବାକୁ ହେବ । ଆଉ ମୁଁ ଲାଲକିଲ୍ଲାରୁ କହିଥିଲି ୧୫ ଅଗଷ୍ଟରେ ଏହି ସମୟ ହେଉଛି ପ୍ରକୃତ ସମୟ । ଆପଣମାନେ ସମସ୍ତେ ରାଷ୍ଟ୍ର ନିର୍ମାଣର ଏହି ମହାଯଜ୍ଞରେ ମୁଖ୍ୟ ଅଂଶୀଦାର ଏବଂ ସେଥିପାଇଁ ଆପଣମାନେ ଯେଉଁ ରୋଡମ୍ୟାପ କଥା ଚିନ୍ତା କରିଛନ୍ତି ବୋଲି ମୁଁ ଭାବୁଛି ଏବଂ ଏହି ଦୁଇଦିନିଆ ବିଚାରବିମର୍ଶ ପରେ ଭବିଷ୍ୟତର ପ୍ରସ୍ତୁତିକୁ ନେଇ ଯେଉଁ ନିଷ୍ପତ୍ତିରେ ପହଞ୍ଚôଛନ୍ତି ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ବନ୍ଧୁଗଣ,

ସରକାର ଗତ ୬-୭ ବର୍ଷରେ ବ୍ୟାକିଂ କ୍ଷେତ୍ରରେ ଯେଉଁ ସଂସ୍କାର ଆଣିଲେ ବ୍ୟାଙ୍କିଙ୍ଗ୍ କ୍ଷେତ୍ରକୁ ପ୍ରତ୍ୟେକ ଦିଗରୁ ସହଯୋଗ କଲେ, ଏଥିପାଇଁ ଆଜି ଦେଶରେ ବ୍ୟାଙ୍କିଙ୍ଗ୍ କ୍ଷେତ୍ର ବହୁତ ମଜବୁତ ସ୍ଥିତିରେ ଅଛି । ଆପଣ ମଧ୍ୟ ଏହାକୁ ଅନୁଭବ କରିପାରୁଛନ୍ତି । ବ୍ୟାଙ୍କିଙ୍ଗର ଆର୍ଥିକ ସ୍ୱାସ୍ଥ୍ୟବସ୍ଥା ଏବେ ବହୁତ ସୁଧୁରିଯିବା ସ୍ଥିତିରେ ରହିଛି । ୨ଠ୧୪ ପୂର୍ବରୁ ଯେତେଗୁଡ଼ିଏ ସମସ୍ୟା ଥିଲା, ଯେତିକି ଆହ୍ୱାନ ଥିଲା, ଆମେ ଗୋଟି ଗୋଟି କରି ଅନେକ ସମାଧାନର ରାସ୍ତା ଅନ୍ୱେଷଣ କରିଛୁ । ଆମେ ଅନାଦେୟ ଋଣର ସମସ୍ୟାକୁ ସମାଧାନ ଦିଗରେ କାର୍ଯ୍ୟ କରିଛୁ ଏବଂ ବ୍ୟାଙ୍କଗୁଡ଼ିକୁ ଅତିରିକ୍ତ ପାଣ୍ଠି ଯୋଗାଣ କରି ସେଗୁଡ଼ିକର ଶକ୍ତିକୁ ବୃଦ୍ଧି କରିଛୁ । ଆମେ ଆଇବିସି କୋଡ୍ ଭଳି ସଂସ୍କାର ଆଣିଲୁ, ଅନେକ ସୁଧାର ଆଇନରେ ଆଣିଲୁ ଏବଂ ଋଣ ପରିଶୋଧ ଟ୍ରିବୁନାଲକୁ ସଶକ୍ତ କଲୁ । କରୋନା କାଳରେ ଚାପଗ୍ରସ୍ତ ଋଣ ପରିଚାଳନା ପାଇଁ ଏକ ସମର୍ପିତ ବ୍ୟବସ୍ଥା କଲୁ । ଏହାଫଳରେ ବ୍ୟାଙ୍କଗୁଡ଼ିକର ପରିଶୋଧ ସମସ୍ୟା ଆଦିରେ ପୁନର୍ଲାଭ ନିରାକରଣରେ ଉନ୍ନତି ପରିଲକ୍ଷିତ ହୋଇଛି । ବ୍ୟାଙ୍କଗୁଡ଼ିକ ସଶକ୍ତ ହେଉଛନ୍ତି । ସରକାର ଯେଉଁ ପାରଦର୍ଶିତା ଏବଂ ପ୍ରତିବଦ୍ଧତା ସହ କାମ କଲେ ତାହାର ପ୍ରତିଫଳନ ବ୍ୟାଙ୍କଗୁଡ଼ିକ ଦ୍ୱାରା କରାଯାଇ ଋଣ ଆଦାୟରେ ପରିଲକ୍ଷିତ ହୋଇଛି । ଯେତେବେଳେ କେହି ବ୍ୟାଙ୍କରୁ ଋଣ ନେଇ ପଳାୟନ କରେ ସେତେବେଳେ ତାକୁ ନେଇ ଅନେକ ଚର୍ଚ୍ଚା ହୁଏ । କିନ୍ତୁ ଯେତେବେଳେ କୌଣସି ସଶକ୍ତ ସରକାର ସେଭଳି ଅର୍ଥ ଫେରାଇ ଆଣନ୍ତି ସେତେବେଳେ କୌଣସି ଚର୍ଚ୍ଚା ହୁଏନାହିଁ । ବିଗତ ସରକାରଙ୍କ ଅମଳରେ ଇଛାକୃତ ଭାବେ ପରିଶୋଧ କରାଯାଇ ନ ଥିବା ପ୍ରାୟ ୫ ଲକ୍ଷ କୋଟି ଟଙ୍କା ଫେରାଇ ଅଣାଯାଇଛି । ଆପଣମାନଙ୍କ ଭଳି ବ୍ୟକ୍ତିବିଶେଷଙ୍କ ପାଇଁ ଏହି ସଂଖ୍ୟା ଏତେ ବଡ଼ ହୋଇ ନ ପାରେ । ସେତେବେଳେ ଏଭଳି ଏକ ଧାରଣା ଥିଲା । କିନ୍ତୁ ଆପଣମାନେ ସେଭଳି ଭାବନାର ବଶବର୍ତ୍ତୀ ନୁହନ୍ତି ବୋଲି ମୁଁ ଜାଣିଛି । ଏହା ସତ ଯେ ସେତେବେଳେ ବ୍ୟାଙ୍କଗୁଡ଼ିକୁ କିଛି ଲୋକ ନିଜର ସମ୍ପତ୍ତି ବୋଲି ଭାବୁଥିଲେ । ସେମାନେ ଭାବୁଥିଲେ ଯେ ଟଙ୍କା ବ୍ୟାଙ୍କରେ ରହୁ କିମ୍ବା ସେମାନଙ୍କ ପାଖରେ ରହୁ । ଉଭୟ କଥା ସମାନ । ଯିଏ ଯାହା ଚାହୁଁଥିଲା ତାକୁ ତାହା ଦିଆଯାଉଥିଲା । ସେତେବେଳେ ସେମାନେ ଜାଣି ନ ଥିଲେ ଯେ ୨ଠ୧୪ ମସିହାରେ ଦେଶ ଏକ ସମ୍ପୂର୍ଣ୍ଣ ରୂପେ ଭିନ୍ନ ମୋଡ଼ ନେଇଯିବ ।

ବନ୍ଧୁଗଣ,

ଏହି ଟଙ୍କା ଫେରାଇ ଆଣିବା ପାଇଁ ଆମେ ନୀତି ଏବଂ ଆଇନର ଆଶ୍ରୟ ନେଇଛୁ । ଏଥିପାଇଁ କୂଟନୈତିକ ମାର୍ଗ ମଧ୍ୟ ବ୍ୟବହାର କରିଛୁ । ଏହି ସଂଦେଶ ଅତ୍ୟନ୍ତ ସ୍ପଷ୍ଟ ଥିଲା ଯେ ଦେଶକୁ ଟଙ୍କା ଫେରିବ ହିଁ ଫେରିବ । ଜାତୀୟ ଋଣ ପୁନର୍ଗଠନ, କମ୍ପାନୀର ପ୍ରତିଷ୍ଠା ଏବଂ ସରକାରଙ୍କ ଦ୍ୱାରା ଦିଆଯାଇଥିବା ୩ଠ ହଜାର କୋଟି ଟଙ୍କାର ଗ୍ୟାରେଣ୍ଟି ଫଳରେ ଚାପଗ୍ରସ୍ତ ଥିବା ପ୍ରାୟ ୩ ଲକ୍ଷ କୋଟି ଟଙ୍କାରୁ ଅଧିକ ପରିମାଣ ସମ୍ପର୍କିତ ଋଣ ଖୁବଶୀଘ୍ର ଫେରାଇ ଅଣାଯିବ ।

ବନ୍ଧୁଗଣ,

ଏପରି ଯେତେଗୁଡ଼ିଏ ପଦକ୍ଷେପ ନିଆଯାଇଛି, ଯେତେଗୁଡ଼ିଏ ସଂସ୍କାର କରାଯାଇଛି ଏଥିପାଇଁ ଆଜି ବ୍ୟାଙ୍କଗୁଡ଼ିକ ପାଖରେ ପାଣ୍ଠିର ଏକ ବିଶାଳ ଏବଂ ମଜବୁତ ଆଧାର ରହିଛି । ଆଜି ବ୍ୟାଙ୍କ ପାଖରେ ଭଲ ଭଲ ଯଥେଷ୍ଟ ଅର୍ଥ ଅଛି ଏବଂ ପୁରୁଣା ଚାପଗ୍ରସ୍ତ ଋଣ ସମ୍ପର୍କିତ କୌଣସି ବ୍ୟବସ୍ଥା ନାହିଁ । ସରକାରୀ ବ୍ୟାଙ୍କଗୁଡ଼ିକର ଚାପଗ୍ରସ୍ତ ଋଣ ଗତ ୫ ବର୍ଷରେ ସବୁଠାରୁ କମ ରହିଛି । କରୋନା କାଳ ଥିବା ସତ୍ତ୍ୱେ ଚଳିତ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ଆମ ବ୍ୟାଙ୍କଗୁଡ଼ିକର ସଶକ୍ତ ନୀତି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛି । ଫଳସ୍ୱରୂପ ଅନ୍ତରାଷ୍ଟ୍ରୀୟ ସଂସ୍ଥାଗୁଡ଼ିକ ମଧ୍ୟ ଭାରତୀୟ ବ୍ୟାଙ୍କିଙ୍ଗ୍ କ୍ଷେତ୍ରର ଭବିଷ୍ୟତକୁ ଉନ୍ନତ କରୁଛନ୍ତି ନେଇ ଉତ୍ତୋରତ୍ତୋର ଆକଳନ କରିଛନ୍ତି ।

ବନ୍ଧୁମାନେ,

ଆଜି ଭାରତର ବ୍ୟାଙ୍କଗୁଡ଼ିକ ଏତେ ସଶକ୍ତ ହୋଇଛନ୍ତି ଯେ ସେମାନେ ଦେଶର ଅର୍ଥନୀତିରେ ନୂତନ ଶକ୍ତି ସଂଚାର କରି ଦେଶକୁ ଆତ୍ମନିର୍ଭରଶୀଳ କରିବାରେ ଏକ ବଡ଼ ଭୂମିକା ନିର୍ବାହ କରିପାରିବେ । ଆଉ ମଧ୍ୟ ଆମ ଭବିଷ୍ୟତ ଯାତ୍ରାର ଏକ ସୂଚକ । ମୁଁ ଏହି ପର୍ଯ୍ୟାୟକୁ ଭାରତୀୟ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ନୂତନ ଆରମ୍ଭ ଭାବେ ଦେଖୁଛି । ବର୍ତ୍ତମାନ ସମୟ ଆସିଛି ଦେଶର ଧନ ସୃଷ୍ଟିକାରୀ ଏବଂ ନିଯୁକ୍ତିଦାତାଙ୍କୁ ଆପଣମାନେ ସହଯୋଗ କରିବାର । ଏହି ଅଳ୍ପ ସମୟ ପୂର୍ବରୁ ଆରବିଆଇ ଗଭର୍ଣ୍ଣର ନିଯୁକ୍ତିଦାତାର ଚର୍ଚ୍ଚା କରିଥିଲେ । ବର୍ତ୍ତମାନ ହେଉଛି ପ୍ରକୃଷ୍ଟ ସମୟ । ବର୍ତ୍ତମାନର ସମୟ ହେଉଛି ବ୍ୟାଙ୍କଗୁଡ଼ିକ ଆଗଭର ହୋଇ କାର୍ଯ୍ୟ କଲେ ନିଜ ସହ ଦେଶର ମଧ୍ୟ ବାଲାନ୍ସ ସିଟରେ ଉନ୍ନତି ଆସିବା, ଗ୍ରାହକମାନେ ଆପଣଙ୍କ ପାଖକୁ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ନାହିଁ । ଏମଏସଏମଇ କମ୍ପାନୀ ଏବଂ ଗ୍ରାହକଙ୍କ ଆବଶ୍ୟକତାକୁ ଅନୁଧ୍ୟାନ କରି ସେମାନଙ୍କ ପାଇଁ ସୁବିଧାନଜନ ପନ୍ଥା ବାହାର କରିବାକୁ ହେବ । ଉଦାହରଣସ୍ୱରୂପ ଉତ୍ତର ପ୍ରଦେଶର ବୁନେ୍ଦଲଖଣ୍ଡ ଏବଂ ତାମିଲନାଡୁରେ ଦୁଇ ପ୍ରତିରକ୍ଷା କରିଡ଼ର ନିର୍ମାଣ ଚାଲିଛି । ସରକାର ସେଗୁଡ଼ିକୁ ତ୍ୱରାନ୍ୱିତ କରୁଛନ୍ତି । ଆପଣମାନେ କେବେ ଏହି କରିଡର ପାଶ୍ୱର୍ବର୍ତ୍ତୀ ଅଂଚଳରେ ଥିବା ବ୍ୟାଙ୍କ ଶାଖାଗୁଡ଼ିକ ସହିତ କତାବାର୍ତ୍ତା କରିଛନ୍ତି କି ଯେ ପ୍ରତିରକ୍ଷା କ୍ଷେତ୍ରର ଏହି ନୂତନ କରିଡର ସୃଷ୍ଟି ପାଇଁ ସେମାନେ କିଭଳି ଭାବେ ଯୋଗଦାନ ଦେଇପାରିବେ? ପ୍ରତିରକ୍ଷା କରିଡର ସମ୍ପର୍କିତ କ’ଣ କ’ଣ ସମ୍ଭାବନା ସବୁ ରହଛି? କେଉଁ କେଉଁ ଉଦ୍ୟୋଗପତି ଏଥିରେ ପୁଞ୍ଜିନିବେଶ କରିବେ । ଏଥିରେ କେଉଁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସହଭାଗୀ ହେବେ, ବ୍ୟାଙ୍କଗୁଡ଼ିକର ଦୃଷ୍ଟିଭଙ୍ଗୀ କ’ଣ ରହିବ? ବ୍ୟାଙ୍କଗୁଡ଼ିକ ନିଜ ନିଜ ମଧ୍ୟରେ କିଭଳି ପ୍ରତିଯୋଗିତା କରିବେ? କିଏ ସର୍ବୋକ୍ରୃଷ୍ଟ ସେବା ଯୋଗାଇଦେବ? ସେତେବେଳେ ଯାଇ ଭାରତ ସରକାର ପରିକଳ୍ପନା କରିଥିବା ଏହି ପ୍ରତିରକ୍ଷା କରିଡର କାର୍ଯ୍ୟକ୍ରମ ହେବାରେ ଆଉ ବିଳମ୍ବ ହେବ ନାହିଁ ।

ବନ୍ଧୁଗଣ,

ଆପଣଙ୍କ ସମ୍ମୁଖରେ ଥିବା ବ୍ୟକ୍ତିଟି ଜଣେ ଆବେଦନକର୍ତ୍ତା ଏବଂ ଆପଣ ଜଣେ ଅନୁମୋଦନ କର୍ତ୍ତା ବୋଲି ଭାବନାକୁ ପରିତ୍ୟାଗ କରନ୍ତୁ । ବ୍ୟାଙ୍କଗୁଡ଼ିକ ସହଯୋଗାତ୍ମକ ମନୋଭାବ ରଖିବା ଆବଶ୍ୟକ । ଉଦାହରଣସ୍ୱରୂପ ପ୍ରତ୍ୟେକ ବ୍ୟାଙ୍କ ଶାଖା ତାଙ୍କ ଆଖ-ପାଖାରେ ଥିବା ଅନ୍ତତଃ ୧ଠଟି ଯୁବ କିମ୍ବା କ୍ଷୁଦ୍ର ଉଦ୍ୟୋଗ ପାଖକୁ ଯିବା ଉଚିତ । ମୋର ସ୍କୁଲ ଦିନର କଥା ମନେ ପଡୁଛି । ଯେତେବେଳେ ବ୍ୟାଙ୍କଗୁଡ଼ିକର ଜାତୀୟକରଣ ହୋଇନଥିଲା, ସେତେବେଳେ ବ୍ୟାଙ୍କ ପ୍ରତିନିଧିମାନେ ବର୍ଷକୁ ଦୁଇଥର ଆସି ବ୍ୟାଙ୍କ ଖାତା ଖୋଲିବାର ଉପାଦେୟତା ସମ୍ପର୍କରେ ଆମକୁ ବୁଝାଉଥିଲେ । ସାଧାରଣ ଲୋକମାନଙ୍କୁ ବ୍ୟାଙ୍କିଙ୍ଗ୍ କ୍ଷେତ୍ର ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ନିଜ ନିଜ ଭିତରେ ପ୍ରତିଯୋଗିତା କରୁଥିଲେ । ସମସ୍ତ ବ୍ୟାଙ୍କ ଏଭଳି କରିଛନ୍ତି । ବ୍ୟାଙ୍କ ଜାତୀୟକରଣ ପରେ ଅବଶ୍ୟ ଏଭଳି ମନୋବୃତ୍ତିରେ ପରିବର୍ତ୍ତନ ଆସିଛି । ବ୍ୟାଙ୍କଗୁଡ଼ିକର ଶକ୍ତି ସମ୍ପର୍କରେ ମୁଁ ଅବଗତ ଥାଇ ୨ଠ୧୪ ମସିହାରେ ଜନଧନ ଖାତା ମାଧ୍ୟମରେ ଗରିବମାନଙ୍କ ସହିତ ଯୋଡ଼ି ହେବାର ପ୍ରୟାସ କଲି । ସେତେବେଳେ ମୋର ଅଧିକାରୀମାନେ ମୋ କଥା ଉପରେ ଭରସା କରୁ ନ ଥିଲେ । ସେମାନଙ୍କ ମନରେ ଆଶଙ୍କା ରହିଥିଲା, ମୁଁ କହିଥିଲି ଯେ ଦିନ ଥିଲା ଯେତେବେଳେ ବ୍ୟାଙ୍କଗୁଡ଼ିକ ସ୍କୁଲଗୁଡ଼ିକୁ ଆସୁଥିଲେ । ଏହା କିପରି ସମ୍ଭବ ଯେ ଦେଶର କେବଳ ୪ଠ ପ୍ରତିଶତ ଜନସାଧାରଣ ବ୍ୟାଙ୍କିଙ୍ଗ୍  କ୍ଷେତ୍ର ସହ ଯୋଡ଼ି ହୋଇଛନ୍ତି ଏବଂ ୬ଠ ପ୍ରତିଶତ ବ୍ୟାଙ୍କ ପରିସର ବାହାରେ ରହିଛନ୍ତି? ବଡ଼ ବଡ଼ ଉଦ୍ୟୋଗୀଙ୍କ ସହ କାରବାର କରୁଥିବା ସେହି ଜାତୀୟକୃତ ବ୍ୟାଙ୍କଗୁଡ଼ିକ ଶେଷରେ ସ୍ଥିର କଲେ ଜନଧନ ଖାତା ଖୋଲିବା ପାଇଁ । ଆଜି ମୁଁ ସେହିସବୁ ବ୍ୟାଙ୍କ ଓ ସେଗୁଡ଼ିକର କର୍ମଚାରୀଗୁଡ଼ିକୁ ଆର୍ଥିକ ଅନ୍ତର୍ଭୁକ୍ତୀକରଣର ଏକ ଗୁରୁତ୍ୱପୂର୍ଣ୍ଣ ଉଦାହରଣ ଭାବେ ଜନଧନ ଯୋଜନାର ସ୍ୱପ୍ନକୁ ସାକାର କରିଥିବା ଯୋଗୁ ଗର୍ବ ଅନୁଭବ କରୁଛି । ଏହା ଆପଣମାନଙ୍କ ପ୍ରଚେଷ୍ଟା ଯୋଗୁ ସମ୍ଭବ ହୋଇପାରିଛି । ମୋର ପୂର୍ଣ୍ଣ ବିଶ୍ୱାସ ଯେ ୨ଠ୧୪ ମସିହାରେ ଆରମ୍ଭ ହୋଇଥିବା ଏହି ପ୍ରଧାନମନ୍ତ୍ରୀ ଜନଧନ ଅଭିଯାନ ଯୋଗୁ କଷ୍ଟକର ସମୟରେ ମଧ୍ୟ ଭାରତର ଗରିବ ଲୋକମାନେ ତିଷ୍ଠି ରହିବାରେ ସମର୍ଥ ହୋଇଛନ୍ତି । ଯେତେବେଳେ ସମଗ୍ର ବିଶ୍ୱ ଦୋଦୁଲ୍ୟମାନ ସ୍ଥିତିକୁ ଆସିଯାଇଥିଲା ଏହା ଥିଲା ଜନଧନ ଖାତାଗୁଡ଼ିକର ଶକ୍ତି । ଗରିବ ଲୋକମାନଙ୍କ ପାଖକୁ ଯାଇ ସେମାନେ ଯେପରି ଭୋକରେ ନ ଶୁଅନ୍ତୁ ସେଥିପାଇଁ ପବିତ୍ର କାର୍ଯ୍ୟ କରିଥିବା ସମସ୍ତ ବ୍ୟକ୍ତିଙ୍କୁ ପୁଣ୍ୟ ଅବଶ୍ୟ ମିଳିିବ । କୌଣସି ଶ୍ରମ ବୃଥା ଯାଏ ନାହିଁ । ଆନ୍ତରିକତାର ସହ କରାଯାଇଥିବା ପ୍ରତ୍ୟେକ କାର୍ଯ୍ୟ ସମୟ ଅନୁଯାୟୀ ଫଳ ପ୍ରଦାନ କରିଥାଏ । ବର୍ତ୍ତମାନ ଆମେ ଜନଧନ ଖାତାର ସୁଫଳ ଦେଖୁଛୁ । ଆମେ ଏଭଳି ଏକ ଅର୍ଥନୀତି ଚାହୁଁନାହୁଁ ଯାହା କେବଳ ଶୀର୍ଷ ଦେଶରେ ସଶକ୍ତ ଥିବ ଏବଂ ନିମ୍ନାଂଶକୁ ନିଜ ଓଜନ ଦ୍ୱାରା ପୋତି ପକେଇଥିବ । ଆମକୁ ଆମ ବ୍ୟାଙ୍କିଙ୍ଗ୍ କ୍ଷେତ୍ରକୁ ସଶକ୍ତ କରିବାକୁ ପଡ଼ିବ । ଯଦ୍ୱାରା ଅର୍ଥନୀତିର ଅଭିବୃଦ୍ଧି ସହିତ ଗରିବ ଲୋକଙ୍କର ମଧ୍ୟ ଉତଥାନ ହେବ । ଆମକୁ ସେହିଭଳି ଢଙ୍ଗରେ କାର୍ଯ୍ୟ କରିବାକୁ ପଡ଼ିବ । ଯେତେବେଳେ ସ୍ଥାନୀୟ ବ୍ୟବସାୟୀ ଅନୁଭବ କରିବେ ଯେ ଆପଣ ସେମାନଙ୍କ ସହିତ ଅଛନ୍ତି, ସେମାନଙ୍କ ଆତ୍ମ ବଳ ଯଥେଷ୍ଟ ବୃଦ୍ଧି ପାଇବ । ଆପଣଙ୍କ ବ୍ୟାଙ୍କିଙ୍ଗ୍ ଅନୁଭୂତିରୁ ମଧ୍ୟ ସେମାନେ ଯଥେଷ୍ଟ ଲାଭ ପାଇବେ ।

ବନ୍ଧୁଗଣ,

ମୁଁ ଜାଣିଛି ଯେ ନିଜର ସ୍ୱାସ୍ଥ୍ୟ ଦୃଷ୍ଟିରୁ ବ୍ୟାଙ୍କଗୁଡ଼ିକ କେବଳ ଧାରଣକ୍ଷମ ପ୍ରକଳ୍ପଗୁଡ଼ିକରେ ଅର୍ଥନିବେଶ କରିଥାନ୍ତି । କିନ୍ତୁ ପ୍ରକଳ୍ପଗୁଡ଼ିକୁ ଧାରଣକ୍ଷମ କରିବାରେ ମଧ୍ୟ ଆମର ଏକ ବଡ଼ ଭୂମିକା ରହିଛି । ଧାରଣକ୍ଷମ ପ୍ରକଳ୍ପ ପାଇଁ କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳ ନାହିଁ, ଆମ ବ୍ୟାଙ୍କ ସାଥୀମାନେ ଆଉ ଏକ କାର୍ଯ୍ୟ କରିପାରିବେ । ନିଜ ନିଜ ଅଂଚଳରେ ଥିବା ଆର୍ଥିକ ସମ୍ଭାବନାକୁ ନେଇ ଆପଣମାନେ ଭଲ ଭାବେ ଅବଗତ । ଯଦି ୫ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ନେଇ କେହି ତା’ର ପରିଶୋଧ କରୁଛି ତେବେ ତାଙ୍କୁ ଆପଣମାନେ ଅଧିକ ଋଣ ଦେଇପାରିବେ । ଆପଣମାନେ ସହଯୋଗ କଲେ ସେମାନେ ଅଧିକ ଋଣ ନେଇ ମଧ୍ୟ ପରିଶୋଧ କରିପାରିବେ । ଆପଣମାନେ ପିଏଲଆଇ ଯୋଜନା ସମ୍ପର୍କରେ ଜାଣିଛନ୍ତି । ସରକାର ନିର୍ମାଣକାରୀଙ୍କୁ ଉତ୍ପାଦନ ପ୍ରୋତ୍ସାହନ ଦେଉଛନ୍ତି । ଯଦ୍ୱାରା ସେମାନେ ନିଜର କ୍ଷମତା ଅନେକାଂଶରେ ବୃଦ୍ଧି କରି ବୈଶ୍ୱିକ କମ୍ପାନୀ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିବେ । ଆଜି ଭାରତର ଭିତ୍ତିଭୂମିରେ ରେକର୍ଡ ପରିମାଣର ପୁଞ୍ଜିନିବେଶ ହେଉଛି । କିନ୍ତୁ ଭାରତରେ କେତୋଟି ବଡ଼ ଭିତ୍ତିଭୂମି କମ୍ପାନୀ ଅଛି? ଗତ ଶତାବ୍ଦୀର ଭିତ୍ତିଭୂମି, କୌଶଳ ଏବଂ ପ୍ରୁକ୍ତିକୁ ନେଇ ଆମେ କ’ଣ ଏକବିଂଶ ଶତାବ୍ଦୀର ସ୍ୱପ୍ନ ଚରିତାର୍ଥ କରିପାରିବା? ଅସମ୍ଭବ । ବଡ଼ ବଡ଼ ଭବନ, ବୃହତ ପ୍ରକଳ୍ପ, ବୁଲେଟ୍ ଟ୍ରେନ ଏବଂ ଏକ୍ସପ୍ରେସ-ୱେ ନିର୍ମାଣ ପାଇଁ ମହଙ୍ଗା ଉପକରଣ ଆବଶ୍ୟକ । ଏଥିପାଇଁ ଅର୍ଥ ଆବଶ୍ୟକ । ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଏଭଳି ଆଭିମୁଖ୍ୟ ଏବଂ ଉତ୍ସାହ ଏଭଳି ଜଣେ ଗ୍ରାହକ ଅଛନ୍ତି ଯିଏକି ବିଶ୍ୱର ସର୍ବଶ୍ରେଷ୍ଠ ୫ ଜଣଙ୍କ ମଧ୍ୟରୁ ଜଣେ । ଯଦି ସେହିଭଳି ଏକ ଭିତ୍ତିଭୂମି କମ୍ପାନୀର ଶାଖା ଆପଣଙ୍କ ବ୍ୟାଙ୍କରେ ଅଛି ତା’ହେଲେ କ’ଣ ଆପଣଙ୍କ ସମ୍ମାନ ବୃଦ୍ଧି ପାଇବ ନାହିଁ । ଏହା କ’ଣ ଦେଶକୁ ସଶକ୍ତ କରିବ ନାହିଁ । ଆମକୁ ଦେଖିବାକୁ ହେବ ଭିନ୍ନ ଭିନ୍ନ କ୍ଷେତ୍ରରେ ଆମେ ଏଭଳି କେତେ ବୈଶ୍ୱିକ କମ୍ପାନୀ ସୃଷ୍ଟି କରିପାରିବା । ଯେତେବେଳେ ଜଣେ କ୍ରୀଡ଼ାବିତ୍ ସ୍ୱର୍ଣ୍ଣପଦକ ଜିତିଥାନ୍ତି, ସେତେବେଳେ ସମଗ୍ର ଦେଶ ଏକ ସୁବର୍ଣ୍ଣଯୁଗକୁ ଚାଲିଯାଇଥାଏ । ଏହି ଅନ୍ତିର୍ନିହିତ ଶକ୍ତି ସବୁ କ୍ଷେତ୍ରରେ ରହିଛି । ଯେତେବେଳେ ଭାରତର କୌଣସି ମେଧାବୀ ବ୍ୟକ୍ତି ବା ବୈଜ୍ଞାନିକ ନୋବେଲ ପୁରସ୍କାର ଜିତନ୍ତି ସମଗ୍ର ଦେଶ ସେହି ପୁରସ୍କାରର ବିଜେତା ନିଜେ ବୋଲି ଭାବିଥାଏ । ଏହା ହେଉଛି ଆପଣା ପଣ । ବ୍ୟାଙ୍କିଙ୍ଗ୍ କ୍ଷେତ୍ରକୁ କ’ଣ ଆମେ ସେହି ଶିଖରକୁ ନେଇଯାଇ ପାରିବା ନାହିଁ, ଏହା କେବଳ ବ୍ୟାଙ୍କିଙ୍ଗ୍ କ୍ଷେତ୍ରକୁ ଲାଭ ଦେବ ସିନା କ୍ଷତି ନୁହେଁ ।

ସାଥୀମାନେ,

ଗତ କିଛିବର୍ଷ ମଧ୍ୟରେ ହୋଇଥିବା ବୃହତ ସଂସ୍କାର ଏବଂ ଯୋଜନାଗୁଡ଼ିକ ଫଳରେ ସୃଷ୍ଟି ହୋଇଥିବା ତଥ୍ୟ ଭଣ୍ଡାରର ସଦୁପଯୋଗ ଭାରତର ବ୍ୟାଙ୍କିଙ୍ଗ୍ କ୍ଷେତ୍ର କରିବା ଉଚିତ । ଉଦାହାରଣସ୍ୱରୂପ ଯଦି ମୁଁ ଜିଏସଟି କଥା କହିବି ତେବେ ଆଜି ପ୍ରତ୍ୟେକ ବ୍ୟବସାୟୀଙ୍କ ନେଣ-ଦେଣ କାରବାରରେ ସ୍ୱଚ୍ଛତା ଆସିଛି । ବ୍ୟବସାୟୀଙ୍କ ସାମର୍ଥ୍ୟ ସେମାନଙ୍କ ଇତିହାସ, ସେମାନଙ୍କ କାରବାରର ବ୍ୟାପକତା ଆଦି ସମ୍ପର୍କରେ ଆବଶ୍ୟକ ଅନେକ ତଥ୍ୟ ରହିଛି । ଏହି ଡାଟା ବା ତଥ୍ୟ ଆଧାରରେ ଆମ ବ୍ୟାଙ୍କଗୁଡ଼ିକ କ’ଣ ସେହି ବ୍ୟବସାୟୀଙ୍କ ପାଖକୁ ନିଜେ ଯାଇ ସହଯୋଗ କରିପାରିବେ ନାହିଁ? ବ୍ୟବସାୟ ବୃଦ୍ଧି ପାଇଁ ସେମାନଙ୍କୁ ସହଯୋଗ କରିବା ଦରକାର । ୪ଟି କ୍ଷେତ୍ରକୁ ବ୍ୟବସାୟ ସମ୍ପ୍ରସାରିତ ହେଲେ ୧ଠ ଜଣ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ । ମୁଁ ପ୍ରତିରକ୍ଷା କରିଡର ବାବଦରେ କହୁଥିଲି । ଏବେ ମୁଁ ସ୍ୱାମୀତ୍ୱ ଯୋଜନା ସମ୍ପର୍କରେ କହିବି । ମୁଁ ଜାଣିଛି ଯେ ବ୍ୟାଙ୍କିଙ୍ଗ୍ କ୍ଷେତ୍ରର ମୋର ବନ୍ଧୁମାନେ ଏ ସମ୍ପର୍କରେ ପୂର୍ବରୁ ଶୁଣିଥିବେ ନିଶ୍ଚୟ । ଯେଉଁମାନେ ଆନ୍ତର୍ଜାତୀୟ ଖବର ପଢିଥାନ୍ତି, ସେମାନେ ଜାଣିଥିବେ ଯେ ସମଗ୍ର ବିଶ୍ୱ ସ୍ୱାମୀତ୍ୱ ବା ମାଲିକାନା ନେଇ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଭାରତକୁ ଏକ ସମାଧାନ ମିଳିଛି । ହୁଏତ ଖୁବଶୀଘ୍ର ଆମକୁ ଫଳ ମଧ୍ୟ ମିଳିପାରିବ । କିନ୍ତୁ ତାହା କ’ଣ? ଆଜି ପ୍ରଯୁକ୍ତି ଏବଂ ଡ୍ରୋନ ସାହାଯ୍ୟରେ ସରକାର ସମ୍ପତ୍ତିର ନକ୍ସା ତିଆରି କରୁଛନ୍ତି ଏବଂ ଗାଁଗୁଡ଼ିକର ଲୋକଙ୍କୁ ସେ ସମ୍ପତ୍ତିର ମାଲିକାନା ହସ୍ତାନ୍ତର କରୁଛନ୍ତି । ସେମାନେ ସେଠାରେ ଯୁଗ ଯୁଗ ଧରି ରହି ଆସିବା ସତ୍ତ୍ୱେ ନିଜ ନିଜ ସମ୍ପତ୍ତିର ସରକାରୀ ଦଲିଲ ସେମାନଙ୍କ ପାଖରେ ନାହିଁ । ସେମାନେ ଯଦି ଚାହିଁବେ ଘରଟିକୁ କେବଳ ଭଡ଼ା ସୂତ୍ରରେ ଦେଇପାରିବେ ସିନା ଅନ୍ୟଥା ଏହାର କୌଣସି ମୂଲ୍ୟ ନାହିଁ । ବର୍ତ୍ତମାନ କିନ୍ତୁ ମାଲିକାନା ସମ୍ପର୍କିତ ଦଲିଲ ଥିବା ଯୋଗୁ ବ୍ୟାଙ୍କମାନେ ମଧ୍ୟ ଆଶ୍ୱସ୍ତ ହୋଇଛନ୍ତି । ବର୍ତ୍ତମାନ କୃଷକ, କମାର ଏବଂ ହସ୍ତତନ୍ତ କାରିଗରମାନଙ୍କୁ ଏହି ସ୍ୱାମୀତ୍ୱ ଦଲିଲ ବଳରେ ବ୍ୟାଙ୍କମାନେ ସେମାନଙ୍କୁ ଋଣ ଦେଇପାରିବେ। ଗ୍ରାମାଞ୍ଚଳର ଲୋକ ଏବଂ ଯୁବପିଢ଼ିଙ୍କୁ ମଧ୍ୟ ଋଣ ଦେଇପାରିବେ । ତେଣୁ ମୁଁ କହିବାକୁ ଚାହେଁ ଯେ ଯେହେତୁ ବ୍ୟାଙ୍କଗୁଡ଼ିକର ଆର୍ଥିକ ସୁରକ୍ଷା ସୁନିଶ୍ଚିତ ହୋଇପାରିଛି ତେଣୁ ସେମାନେ ଗ୍ରାମାଞ୍ଚଳର ଲୋକଙ୍କୁ ସହଯୋଗ କରିବା ପାଇଁ ଆଗେଇ ଆସିବା ଉଚିତ । ଆମ ଦେଶରେ କୃଷି କ୍ଷେତ୍ରରେ ପୁଞ୍ଜି ବିନିଯୋଗ ଅତ୍ୟନ୍ତ ଅଳ୍ପ । ଏ କ୍ଷେତ୍ରରେ କର୍ପୋରେଟଗୁଡ଼ିକ ମଧ୍ୟ ନଗଣ୍ୟ ପୁଞ୍ଜିନିବେଶ କରୁଛନ୍ତି । ଅପରପକ୍ଷରେ ଏ କ୍ଷେତ୍ରରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ଯଥେଷ୍ଟ ସାମର୍ଥ୍ୟ ରହିଛି ଏବଂ ଏକ ବୈଶ୍ୱିକ ବଜାର ମଧ୍ୟ ରହିଛି । ଗ୍ରାମାଞ୍ଚଳର ପରିଦୃଶ୍ୟ ପରିବର୍ତ୍ତନ ପାଇଁ ଆପଣଙ୍କୁ ସହାୟତା ଆବଶ୍ୟକ । ସୌର ଶକ୍ତି, କୃଷି ଉପଯୋଗୀ ଯନ୍ତ୍ରପାତି ଉତ୍ପାଦନ ଏବଂ ଖାଦ୍ୟ ପ୍ରକ୍ରିୟାକରଣକୁ ନେଇ ଅନେକ ପଦକ୍ଷେପ ନିଆଯାଇଛି । ଆଉ ଏକ ଉଦାହରଣ ହେଉଛି ସ୍ୱନିଧି ଯୋଜନା । ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ଅଧିନରେ ବୁଲାବିକାଳି/ଉଠା ଦୋକାନୀମାନଙ୍କୁ ପ୍ରଥମଥର ପାଇଁ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ସହ ଯୋଡ଼ାଯାଇଛି । ସେମାନଙ୍କ ଡିଜିଟାଲ ନେଣ-ଦେଣ ତଥ୍ୟର ଇତିହାସ ପ୍ରସ୍ତୁତ କରାଯାଉଛି । ଏହାର ସଦୁପଯୋଗ କରି ଏଭଳି ସାଥୀମାନଙ୍କୁ ସାହାଯ୍ୟ କରିବା ପାଇଁ ବ୍ୟାଙ୍କଗୁଡ଼ିକ ଆଗେଇ ଆସିବା ଉଚିତ । ମୋବାଇଲ ଫୋନ ମାଧ୍ୟମରେ ଡିଜିଟାଲ ନେଣ-ଦେଣ ସମ୍ପର୍କରେ ବୁଲାବିକାଳି/ଉଠା ଦୋକାନୀଙ୍କୁ ସଚେତନ କରିବା ପାଇଁ ମୁଁ ବ୍ୟାଙ୍କ, ସହରୀ ମନ୍ତ୍ରଣାଳୟ ଏବଂ ମେୟରଙ୍କୁ ଅନୁରୋଧ କରିଛି । ଏହାଦ୍ୱାରା ସେମାନେ ଡିଜିଟାଲ ମାଧ୍ୟମରେ ଜିନିଷ କିଣା-ବିକା କରିପାରିବେ । ଏହା କୌଣସି କାଠିକର ପାଠ ନୁହେଁ । ଭାରତ ଏହା କରି ଦେଖାଇଛି। ଡିଜିଟାଲ ନେଣ-ଦେଣ ଇତିହାସ ଆଧାରରେ ଆପଣ ସେମାନଙ୍କୁ ୫ଠ ହଜାର କିମ୍ବା ୮ଠ ହଜାର କିମ୍ବା ୧.୫ ଲକ୍ଷ ଟଙ୍କା ଋଣ ଦେଇପାରିବେ ଏବଂ ସେମାନଙ୍କ ବ୍ୟବସାୟ ବିସ୍ତାରିତ ହେବ । ସେମାନେ ଅଧିକ କ୍ରୟ-ବିକ୍ରୟ କରିପାରିବେ । ଜଣେ ଯଦି ଗୋଟିଏ ଗାଁରେ ବେପାର କରୁଛି ତେବେ ସେ ନିକଟ ଭବିଷ୍ୟତରେ ଅନ୍ୟ ତିନୋଟି ଗାଁରେ ମଧ୍ୟ ବେପାର କରିପାରିବ ।

ବନ୍ଧୁଗଣ,

ଆର୍ଥିକ ଅନ୍ତର୍ଭୁକ୍ତୀକରଣ ପାଇଁ ଦେଶ ଯେତେବେଳେ ଯେତେ ଅଧିକ ପରିଶ୍ରମ କରୁଛି ସେତେବେଳେ ନାଗରିକମାନଙ୍କର ଉତ୍ପାଦନ କ୍ଷମତାର ଉନ୍ମୋଚନ ଅତ୍ୟନ୍ତ ଆବଶ୍ୟକ । ମୁଁ ଏଠାରେ ଏହି ଅନଲକିଂ ବା ଉନ୍ମୋଚନ ଶବ୍ଦଟିକୁ ୩-୪ଥର ଶୁଣିଲିଣି । ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ହୋଇଥିବା ଗବେଷଣାରୁ ଜଣାପଡୁଛି ଯେ ଅଧିକ ଜନଧନ ଶାଖା ଖୋଲାଯାଇଥିବା ଅଞ୍ଚଳରେ ଅପରାଧ ହାର ହ୍ରାସ ପାଇଛି । ମୋତେ ଭାରି ଖୁସି ଲାଗିଲା ବ୍ୟାଙ୍କମାନେ ପୂର୍ବରୁ କେବେ ମଧ୍ୟ ଭାବି ନଥିବେ ଯେ ସେମାନେ ଏଭଳି ପୁଲିସର ଦାୟିତ୍ୱ ମଧ୍ୟ ତୁଲାଉଛନ୍ତି । ଏକ ସୁସ୍ଥ ସମାଜ ଗଠନ ହେଉଛି । ଯଦି ଜନଧନ ଖାତା ବଳରେ ଜଣେ ଅପରାଧର ଦୁନିଆକୁ ଛାଡ଼ିପାରୁଛି ତେବେ ସେ ଜୀବନରେ ଏହାଠାରୁ ଅଧିକ ଭଲ କଥା କ’ଣ ଅଛି । ଏହାଠାରୁ ଅଧିକ ସମାଜସେବା କ’ଣ ଅଛି । ଯେତେବେଳେ ଲୋକଙ୍କ ପାଇଁ ବ୍ୟାଙ୍କର କବାଟ ଖୋଲିଲା ଏହା ସେମାନଙ୍କର ବଂଚିବାର ଶୈଳୀକୁ ମଧ୍ୟ ପ୍ରଭାବିତ କଲା । ବ୍ୟାଙ୍କିଙ୍ଗ୍ କ୍ଷେତ୍ରର ଏହି ଶକ୍ତିକୁ ବୁଝିପାରି ଆମ ବ୍ୟାଙ୍କିଙ୍ଗ୍ କ୍ଷେତ୍ରର ସାଥୀମାନେ ଆଗେଇବା ଉଚିତ ବୋଲି ମୁଁ ଭାବୁଛି । ମୁଁ ଏଠାରେ ଉପସ୍ଥିତ ପ୍ରତିନିଧିମାନଙ୍କ ସମ୍ପର୍କରେ କିଛି କହୁନାହିଁ । ସେମାନେ ନିଜ ନିଜ ମତ ରଖି ସାରିଛନ୍ତି । ମୁଁ ଅନ୍ୟମାନଙ୍କ ପ୍ରତିନିଧିତ୍ୱ କରୁଛି । ମୋ ବକ୍ତବ୍ୟର କେନ୍ଦ୍ରବିନ୍ଦୁ ହେଉଛି ବ୍ୟାଙ୍କିଙ୍ଗ୍ କ୍ଷେତ୍ର । ସରକାରୀ କିମ୍ବା ବେସରକାରୀ ବ୍ୟାଙ୍କଗୁଡ଼ିକ ମାଧ୍ୟମରେ ଆମେ ନାଗରିକଙ୍କ ସକାଶେ ଯେତେ ଅଧିକ ପୁଞ୍ଜିନିବେଶ କରିବା ସେତେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ଏ ଦେଶର ଯୁବପିଢ଼ି, ମହିଳା ଏବଂ ମଧ୍ୟବିତ୍ତ ବର୍ଗ ସେତେ ଅଧିକ ଲାଭ ପାଇବେ ।

ବନ୍ଧୁଗଣ,

ଆତ୍ମନିର୍ଭର ଭାରତ ଅଭିଯାନ ସମୟରେ ଆମେ କରିଥିବା ଐତିହାସିକ ସଂସ୍କାର ଫଳରେ ଦେଶରେ ଅନେକ ନୂତନ ସମ୍ଭାବନା ସୃଷ୍ଟି ହୋଇଛି ଯେଉଁ ଦିଗରୁ ଉଦ୍ୟୋଗ ଏବଂ ଷ୍ଟାର୍ଟଅପଗୁଡ଼ିକ ଆବିର୍ଭାବ ହେଉଛନ୍ତି ତାହା ଅଭୂତପୂର୍ବ । ବନ୍ଧୁମାନେ ଭାରତର ଆଶା ଓ ଆକାଂକ୍ଷାରେ ନିବେଶ କରିବା, ସେଥିପାଇଁ ପାଣ୍ଠି ଯୋଗାଡ଼ କରିବା ଏବଂ ସଶକ୍ତ କରିବା ପାଇଁ ଏହାଠାରୁ ଆଉ ଭଲ ସମୟ କ’ଣ ଅଛି? ଆମ ବ୍ୟାଙ୍କିଙ୍ଗ୍ କ୍ଷେତ୍ର ବୁଝିବା ଉଚିତ ଯେ, ଏ ସମୟ ହେଉଛି ନୂତନ ଚିନ୍ତାଧାରା ଏବଂ ଷ୍ଟାର୍ଟଅପଗୁଡ଼ିକୁ ସହାୟତା କରିବାର । କୌଣସି ଷ୍ଟାର୍ଟଅପର ମୁଖ୍ୟ ଆଧାର ହେଉଛି ଚିନ୍ତାଧାରା ।

ବନ୍ଧୁଗଣ,

ଆପଣଙ୍କ ପାଖରେ ସମ୍ବଳର ଅଭାବ ନାହିଁ । ଆପଣଙ୍କ ପାଖରେ ତଥ୍ୟର ଅଭାବ ନାହିଁ । ଆପଣମାନେ ଯେଉଁଭଳି ସଂସ୍କାର ଚାହୁଁଥିଲେ ସରକାର ତାହା କରିଛନ୍ତି ଏବଂ ଭବିଷ୍ୟତରେ ମଧ୍ୟ କରିବେ । ବର୍ତ୍ତମାନ ଆପଣଙ୍କୁ ଜାତୀୟ ଲକ୍ଷ୍ୟ ଏବଂ ଜାତୀୟ ସଂକଳ୍ପ ସହିତ ମଧ୍ୟ ତାଳ ଦେଇ ଆଗେଇବାକୁ ପଡ଼ିବ । ଏହି କିଛି ସମୟ ପୂର୍ବରୁ ଆମର ସଚିବ ମହୋଦୟ ଯେମିତି କହିଥିଲେ ଯେ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବ୍ୟାଙ୍କିଙ୍ଗ୍ କ୍ଷେତ୍ରକୁ ଯୋଡ଼ିବା ପାଇଁ ଏକ ୱେବ ଆଧାରିତ ଫଣ୍ଡ ଟ୍ରାକର ପ୍ରକଳ୍ପ ତିଆରି ପାଇଁ ନିଷ୍ପତ୍ତି ନିଆଯାଇଛି । ଏହା ଏକ ଭଲ ପଦକ୍ଷେପ । କିନ୍ତୁ ମୋର ଗୋଟିଏ ପ୍ରସ୍ତାବ ରହିଛି । ଏହା କ’ଣ ଭଲ ହେବନାହିଁ ଯେ ଏହାକୁ ଗତିଶକ୍ତି ପୋର୍ଟାଲର ଏକ ଅଂଶବିଶେଷ ଭାବେ ରଖାଯାଉ? ସ୍ୱାଧୀନତାର ଏହି ଅମୃତ ବେଳାରେ ଭାରତର ବ୍ୟାଙ୍କିଙ୍ଗ୍ କ୍ଷେତ୍ର ବିଶାଳ ଚିନ୍ତାଧାରା ଏବଂ ନବନ୍ମେଷୀ ଦୃଷ୍ଟିକୋଣ ସହିତ ଅଗ୍ରସର ହେବେ ।

ବନ୍ଧୁଗଣ,

ଫିନଟେକ ହେଉଛି ଏଭଳି ଆଉ ଏକ ବିଷୟ । ବିଳମ୍ବ କଲେ ଆମେ ପଛରେ ରହିଯିବା । ନୂତନତାକୁ ସ୍ୱୀକାର କରିବାରେ ଭାରତୀୟମାନଙ୍କର ଦକ୍ଷତା ଆଶ୍ଚର୍ଯ୍ୟଜନକ । ଆପଣମାନେ ଲକ୍ଷ୍ୟ କରିଥିବେ, ଆଜିକାଲି ଫଳ ଓ ପନିପରିବା ବିକ୍ରେତମାନେ ମଧ୍ୟ କିଉଆର କୋଡ ସ୍କାନ କରି ପୈଠକ କରିବାକୁ ଆପଣମାନଙ୍କୁ କହୁଛନ୍ତି । ଅନ୍ୟ ଅର୍ଥରେ ସମଗ୍ର ଦେଶରେ ଫିନଟେକର ଏକ ବାତାବରଣ ସୃଷ୍ଟି ହୋଇଛି । ମୁଁ ଚାହେଁ ବ୍ୟାଙ୍କମାନଙ୍କ ମଧ୍ୟରେ ପ୍ରତିଯୋଗିତା ହେଉ । ପ୍ରତ୍ୟେକ ବ୍ୟାଙ୍କ ଶାଖାରେ ଏମିତି ଗ୍ରାହକ ରୁହନ୍ତୁ ଯେଉଁମାନେ ଶତ ପ୍ରତିଶତ ଡିଜିଟାଲ ନେଣ-ଦେଣ କରୁଥିବେ । ଅନ୍ୟ ଅର୍ଥରେ ସମଗ୍ର ବ୍ୟବସାହ ଡିଜିଟାଲ ମାଧ୍ୟମରେ ହେଉ । ୟୁପିଆଇ ଭଳି ଏକ ତଥ୍ୟ ପ୍ଲାଟଫର୍ମ ଆମ ପାଖରେ ରହିଛି । ଆମେ କାହିଁକି ଏହା କରିପାରିବା ନାହିଁ? ପୂର୍ବରୁ ଆମ ବ୍ୟାଙ୍କଗୁଡ଼ିକର ସ୍ଥିତି କେମିତି ଥିଲା? ଗ୍ରାହକମାନେ ଆସୁଥିଲେ, ଟୋକନ ନେଉଥିଲେ ଏବଂ ଟଙ୍କା ଧରି ଯାଉଥିଲେ । ସେହି ଟଙ୍କାକୁ ଗଣା ଯାଉଥିଲା ଏବଂ ତଦାରଖ କରାଯାଉଥିଲା । ସେଗୁଡ଼ିକ ଅସଲି ବା ନକଲି ପରୀକ୍ଷା କରିବାରେ ଅନେକ ସମୟ ଅପଚୟ ହେଉଥିଲା । ଜଣେ ଗ୍ରାହକଙ୍କୁ ବ୍ୟାଙ୍କରେ ୨ଠରୁ ୩ଠ ମିନିଟ ସମୟ ଦେବାକୁ ପଡୁଥିଲା । ବର୍ତ୍ତମାନ ଟଙ୍କା ଗଣା ମେସିନ ସେହି କାମ କରୁଛି ଏବଂ ଆପଣମାନେ ପ୍ରଯୁକ୍ତିବିଦ୍ୟାର ସୁଫଳ ଭୋଗ କରୁଛନ୍ତି । କିନ୍ତୁ ମୁଁ ବୁଝିପାରୁନାହିଁ ଯେ ଡିଜିଟାଲ ନେଣ-ଦେଣ ପ୍ରତି ତଥାପି କାହିଁକି ବିମୁଖତା ରହିଛି? ବର୍ତ୍ତମାନ ସମୟ ହେଉଛି ଫିନଟେକ ସାହାଯ୍ୟରେ ଏକ ବଡ଼ ଲମ୍ଫ ପ୍ରଦାନ କରିବା ପାଇଁ । ସ୍ୱାଧୀନତାର ଏହି ଅମୃତ ମହୋତ୍ସବରେ ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ୨ଠ୨୨ ମସିହା ଅଗଷ୍ଟ ୧୫ ତାରିଖ ସୁଦ୍ଧା ପ୍ରତ୍ୟେକ ବ୍ୟାଙ୍କ ଶାଖାରେ ଅନ୍ତତଃ ଏଭଳି ୧ଠଠ ଜଣ ଗ୍ରାହକ ଥିବେ, ଯେଉଁମାନେ ଶତ ପ୍ରତିଶତ ଡିଜିଟାଲ ନେଣ-ଦେଣ କାମ କରୁଥିବେ । ସେତେବେଳେ ଆପଣମାନେ ଏହି ପରିବର୍ତ୍ତନକୁ ହୃଦୟଙ୍ଗମ କରିବେ । ଆପଣମାନେ ଜନଧନ ଖାତାର ଗୁରୁତ୍ୱକୁ ଅନୁଭବ କରିଛନ୍ତି । ଏଭଳି ଛୋଟ ଛୋଟ ଶକ୍ତିର ବର୍ଦ୍ଧିତ ସ୍ୱରୂପ ଆପଣମାନେ ଦେଖିବାକୁ ପାଇବେ । ମୁଁ ଏକ ରାଜ୍ୟରେ ଦୀର୍ଘ ସମୟ ଧରି ସେବା କରିବାର ସୁଯୋଗ ପାଇଥିଲି । ପ୍ରତ୍ୟେକ ବର୍ଷ ଆମେ ବ୍ୟାଙ୍କଗୁଡ଼ିକ ସହ ବୈଠକ କରି ଭବିଷ୍ୟତ ଯୋଜନା ଏବଂ ସମସ୍ୟା ସମାଧାନ ପାଇଁ ଆଲୋଚନା କରୁଥିଲୁ । ବ୍ୟାଙ୍କଗୁଡ଼ିକ ନିଜ ଅନୁଭୂତି ବର୍ଣ୍ଣନା କରିବାକୁ ଯାଇ କହୁଥିଲେ କିଭଳି ମହିଳା ସ୍ୱଂୟସହାୟକ ଗୋଷ୍ଠୀମାନେ ନିର୍ଦ୍ଧାରିତ ସମୟ ପୂର୍ବରୁ ଋଣ ପରିଶୋଧ କରି ଦେଉଥିଲେ । ଏଭଳି ସକାରାତ୍ମକ ଅଭିଜ୍ଞତା ଥିଲେ ଆଉ କେଉଁ ଯୋଜନାକୁ ପ୍ରୋତ୍ସାହନ ଦରକାର? ଆମ ମହିଳା ସ୍ୱଂୟସହାୟକ ଗୋଷ୍ଠୀଗୁଡ଼ିକର ଶକ୍ତି ଏତେ ଅଧିକ ଯେ ତୃଣମୂଳ ସ୍ତରରେ ସେମାନେ ଆମ ଅର୍ଥନୀତିର ଏକ ବିଶାଳ ଡ୍ରାଇଭିଂ ଫୋର୍ସ ହୋଇପାରିବେ । ମୁଁ ଅନେକଙ୍କ ସହିତ କଥା ହୋଇଛି ଏବଂ ଜାଣିବାକୁ ପାଇଛି ଯେ ବଜାରରେ ବର୍ତ୍ତମାନ ଅନେକ ଆଧୁନିକ ଆର୍ଥିକ ବ୍ୟବସ୍ଥା ଉପଲବ୍ଧ ରହିଛି । ଏହା ସାଧାରଣ ନାଗରିକର ଆର୍ଥିକ ଶକ୍ତିର ଏକ ବଡ଼ ଆଧାର ହୋଇପାରିବ । ଏହି ନୂତନ ଦୃଷ୍ଟିଭଙ୍ଗୀ ସହିତ ଏକ ବଡ଼ ଲମ୍ଫ ପ୍ରଦାନ କରିବା ପାଇଁ ଏକ ସୁଯୋଗ ଆସୁଛି । ପ୍ରସ୍ତୁତି ସରିଛି ଏବଂ ମୁଁ ବ୍ୟାଙ୍କଗୁଡ଼ିକ ସହିତ ଅଛି ବୋଲି ଅନ୍ତତଃ ୫ଠ ଥର ମୁଁ ସେମାନଙ୍କୁ ଆଶ୍ୱସ୍ତ କରିଛି । ମୋ କଥା ଲେଖି ରଖନ୍ତୁ ଏବଂ ଏହାର ଏକ ଭିଡିଓ କ୍ଲିପ୍ ମଧ୍ୟ ରଖନ୍ତୁ । ଯଦ୍ୱାରା ଆପଣ ପ୍ରମାଣିତ କରିପାରିବେ ଯେ ମୁଁ ଆପଣଙ୍କ ସହିତ ଅଛି ଏବଂ ଆପଣଙ୍କ ପାଇଁ ଅଛି । ଆପଣଙ୍କର ସେହିସବୁ କାର୍ଯ୍ୟରେ ଯାହା ଦେଶ ହିତରେ ହୋଇଥିବ ଆନ୍ତରିକତା ଏବଂ ସଚ୍ଚୋଟତାର ସହ ଦେଶ ହିତରେ କରାଯାଇଥିବା କୌଣସି କାର୍ଯ୍ୟ ସମ୍ପାଦନା ବେଳେ କେତେବେଳେ କେମିତି ଭୁଲ ହୋଇଯାଏ । ଯଦି ଏଭଳି ପରିସ୍ଥିତି ଆସେ ମୁଁ କାନ୍ଥ ଭଳି ଆପଣଙ୍କ ସହ ଠିଆ ହେବି । କିନ୍ତୁ ବର୍ତ୍ତମାନ ଦେଶକୁ ଆଗେଇନେବା ପାଇଁ ଆମକୁ ଆମ ଦାୟିତ୍ୱ ନିର୍ବାହ କରିବାକୁ ପଡ଼ିବ । ଆଜି ଯେତେବେଳେ ସୁନ୍ଦର ପ୍ରସ୍ତୁତି ସରିଛି ଏବଂ ସୀମାହୀନ ସୁଯୋଗ ଏବଂ ସମ୍ଭାବନା ଆକାଶ ଛୁଉଁଛି ସେତେବେଳେ ଯଦି ଆମେ କେବଳ ଭାବନାରେ ହିଁ ରହିଯିବା ତେବେ ଭବିଷ୍ୟତ ପିଢ଼ି ଆମକୁ କେବେ କ୍ଷମା କରିବ ନାହିଁ । ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା । ଧନ୍ୟବାଦ ।

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
PLI, Make in India schemes attracting foreign investors to India: CII

Media Coverage

PLI, Make in India schemes attracting foreign investors to India: CII
NM on the go

Nm on the go

Always be the first to hear from the PM. Get the App Now!
...

Prime Minister Shri Narendra Modi paid homage today to Mahatma Gandhi at his statue in the historic Promenade Gardens in Georgetown, Guyana. He recalled Bapu’s eternal values of peace and non-violence which continue to guide humanity. The statue was installed in commemoration of Gandhiji’s 100th birth anniversary in 1969.

Prime Minister also paid floral tribute at the Arya Samaj monument located close by. This monument was unveiled in 2011 in commemoration of 100 years of the Arya Samaj movement in Guyana.