ମାନ୍ୟଗଣ୍ୟ ମହିଳା ଓ ଭଦ୍ରବ୍ୟକ୍ତିଗଣ, ନମସ୍କାର!
ମୁଁ ଆପଣ ସମସ୍ତଙ୍କୁ ଭାରତକୁ ସ୍ୱାଗତ କରୁଛି । କୃଷି ମାନବ ସଭ୍ୟତାର କେନ୍ଦ୍ରରେ ରହିଛି । ତେଣୁ, କୃଷି ମନ୍ତ୍ରୀ ଭାବରେ, ଆପଣମାନଙ୍କର କାର୍ଯ୍ୟ କେବଳ ଅର୍ଥନୀତିର ଗୋଟିଏ କ୍ଷେତ୍ର ପରିଚାଳନା କରିବା ନୁହେଁ, ବରଂ ଭବିଷ୍ୟତ ବଂଶଧରଙ୍କ ପାଇଁ ଆପଣମାନଙ୍କ କାନ୍ଧରେ ଗୁରୁଦାୟିତ୍ୱ ରହିଛି । ଅର୍ନ୍ତଜାତୀୟ ସ୍ତରରେ କୃଷି ସାଢେ ପାଞ୍ଚ ବିଲିୟନ ଲୋକଙ୍କ ପାଇଁ ଜୀବିକା ଯୋଗାଇଥାଏ । ଗ୍ଲୋବାଲ୍ ସାଉଥରେ କୃଷି କ୍ଷେତ୍ରର ଜିଡିପିରେ ପ୍ରାୟ ୩୦ ପ୍ରତିଶତ ଏବଂ ନିଯୁକ୍ତିରେ ୬୦ ପ୍ରତିଶତରୁ ଅଧିକ ଯୋଗଦାନ ରହିଛି । ଆଜି ଏହି କ୍ଷେତ୍ର ଅନେକ ଆହ୍ୱାନର ସମ୍ମୁଖୀନ ହୋଇଛି । ମହାମାରୀ ଦ୍ୱାରା ପ୍ରଭାବିତ ହୋଇଥିବା ଯୋଗାଣ ଶୃଙ୍ଖଳା ଭୌଗୋଳିକ ଓ ରାଜନୈତିକ ତିକ୍ତତାର ପ୍ରଭାବରେ ବିଗିଡି ଯାଇଛି । ଜଳବାୟୁ ପରିବର୍ତ୍ତନ ଦ୍ୱାରା ବାରମ୍ବାର ପ୍ରତିକୂଳ ପାଣିପାଗ ଦେଖାଦେଉଛି । ଏହି ଆହ୍ୱାନଗୁଡିକ ଗ୍ଲୋବାଲ୍ ସାଉଥ୍ ଅଧିକ ଅନୁଭବ କରିଥାଏ ।
ବନ୍ଧୁଗଣ,
ଏହି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଭାରତ କ'ଣ କରୁଛି ତାହା ମୁଁ ଆପଣଙ୍କ ସହିତ ବାଣ୍ଟିବାକୁ ଚାହେଁ । ଆମର ନୀତି ହେଉଛି ‘ବ୍ୟାକ୍ ଟୁ ବେସିକ’ ଏବଂ ‘ମାର୍ଚ୍ଚ ଟୁ ଫ୍ୟୁଚର’ ର ଏକ ମିଶ୍ରଣ। ଆମେ ପ୍ରାକୃତିକ ଚାଷ ସହିତ ଆଧୁନିକ ଜ୍ଞାନକୌଶଳ ଆଧାରିତ ଚାଷକୁ ମଧ୍ୟ ପ୍ରୋତ୍ସାହିତ କରୁଛୁ । ସମଗ୍ର ଭାରତର କୃଷକମାନେ ବର୍ତ୍ତମାନ ପ୍ରାକୃତିକ ଚାଷ କାର୍ଯ୍ୟ କରୁଛନ୍ତି । ସେମାନେ ସିନ୍ଥେଟିକ୍ ସାର କିମ୍ବା କୀଟନାଶକ ବ୍ୟବହାର କରୁନାହାଁନ୍ତି । ପୃଥିବୀ ମା’କୁ ସଜୀବ କରିବା, ମୃତ୍ତିକାର ସ୍ୱାସ୍ଥ୍ୟ ରକ୍ଷା କରିବା, ‘ପ୍ରତି ବୁନ୍ଦାରେ ଅଧିକ ଫସଲ’ ଉତ୍ପାଦନ କରିବା ଏବଂ ଜୈବିକ ସାର ଓ କୀଟନାଶକ ପରିଚାଳନାକୁ ପ୍ରୋତ୍ସାହିତ କରିବା ଉପରେ ଧ୍ୟାନ ଦିଆଯାଇଛି । ସେହି ସମାନ ସମୟରେ, ଆମର କୃଷକମାନେ ଉତ୍ପାଦନ ବୃଦ୍ଧି ପାଇଁ ସକ୍ରିୟ ଭାବରେ ଜ୍ଞାନକୌଶଳ ବ୍ୟବହାର କରୁଛନ୍ତି । ସେମାନେ ନିଜ ଚାଷ ଜମିରେ ସୌର ଶକ୍ତି ଉତ୍ପାଦନ ଏବଂ ବ୍ୟବହାର କରୁଛନ୍ତି । ଫସଲ ଚୟନ କରିବା ପାଇଁ ସେମାନେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଏବଂ ପୋଷକ ତତ୍ୱ ସିଞ୍ଚନ କରିବା ଏବଂ ସେମାନଙ୍କ ଫସଲ ଉପରେ ନଜର ରଖିବା ପାଇଁ ଡ୍ରୋନ୍ ବ୍ୟବହାର କରୁଛନ୍ତି । ମୁଁ ବିଶ୍ୱାସ କରେ କୃଷି କ୍ଷେତ୍ରରେ ଅନେକ ସମସ୍ୟାର ସମାଧାନ ପାଇଁ ଏହି “ଫ୍ୟୁଜନ୍ ଆପ୍ରୋଚ” ହେଉଛି ସର୍ବୋତ୍ତମ ଉପାୟ ।
ବନ୍ଧୁଗଣ,
ଆପଣ ଜାଣନ୍ତି, ୨୦୨୩ ବର୍ଷକୁ ଆନ୍ତର୍ଜାତୀୟ ମିଲେଟ ବର୍ଷ ଭାବରେ ପାଳନ କରାଯାଏ । ହାଇଦ୍ରାବାଦରେ ଥିବା ଆପଣଙ୍କର ଖାଦ୍ୟ ଥାଳିରେ ଆପଣ ଏହାର ପ୍ରତିଫଳନ ଦେଖିବାକୁ ପାଇବେ, ମିଲେଟ ରୁ ପ୍ରସ୍ତୁତ ଅନେକ ଖାଦ୍ୟ, କିମ୍ବା ଶ୍ରୀ ଅନ୍ନ ପାଇବେ, ଏହାକୁ ଆମେ ଭାରତରେ ଏଭଳି କହିଥାଉ । ଏହି ସୁପରଫୁଡ୍ ଖାଇବା କେବଳ ସ୍ୱାସ୍ଥ୍ୟକର ନୁହେଁ, ବରଂ କମ୍ ଜଳ ବ୍ୟବହାର କରି, କମ୍ ସାରର ଆବଶ୍ୟକତା ଏବଂ ଅଧିକ କୀଟନାଶକକୁ ପ୍ରତିରୋଧ କରି ଆମ କୃଷକଙ୍କ ଆୟ ବୃଦ୍ଧିରେ ଏହା ସହାୟକ ହୋଇଥାଏ । ଅବଶ୍ୟ, ମିଲେଟସ୍ ନୂଆ ନୁହେଁ । ହଜାରେ ବର୍ଷ ଧରି ସେଗୁଡିକ ଚାଷ କରାଯାଇଆସୁଛି । କିନ୍ତୁ ବଜାର ଏବଂ ବିପ୍ପଣନ ଆମର ପସନ୍ଦକୁ ଏତେ ପ୍ରଭାବିତ କରିଥିଲା ଯେ ଆମେ ପାରମ୍ପାରିକ ଭାବରେ ବୃଦ୍ଧି ହୋଇଥିବା ଖାଦ୍ୟର ମହତ୍ୱକୁ ଭୁଲିଗଲୁ । ଆସନ୍ତୁ ଶ୍ରୀ ଅନ୍ନ ମିଲେଟସକୁ ଆମ ପସନ୍ଦର ଖାଦ୍ୟ ଭାବରେ ଗ୍ରହଣ କରିବା । ଆମର ନିଜର ପ୍ରତିବଦ୍ଧତାର ଏକ ଅଂଶ ଭାବରେ, ମିଲେଟରେ ସର୍ବୋତ୍ତମ ଅଭ୍ୟାସ, ଅନୁସନ୍ଧାନ ଏବଂ ପ୍ରଯୁକ୍ତିବିଦ୍ୟା ସେୟାର କରିବାପାଇଁ ପାଇଁ ଭାରତ ଏକ ଇନଷ୍ଟିଚ୍ୟୁଟ୍ ଅଫ୍ ମିଲେଟ୍ସ ରିସର୍ଚ୍ଚକୁ ଏକ ସେଣ୍ଟର ଅଫ୍ ଏକ୍ସଲେନ୍ସ ଭାବରେ ବିକାଶ କରୁଛି ।
ବନ୍ଧୁଗଣ,
ବିଶ୍ୱର ଖାଦ୍ୟ ନିରାପତ୍ତା ହାସଲ କରିବା ପାଇଁ କିପରି ମିଳିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେ ବିଷୟରେ ବିଚାର କରିବାକୁ ମୁଁ ଆପଣଙ୍କୁ ଅନୁରୋଧ କରୁଛି । କ୍ଷୁଦ୍ର ଚାଷୀମାନଙ୍କ ଉପରେ ଧ୍ୟାନ ଦେଇ ନିରନ୍ତର ଏବଂ ଅନ୍ତର୍ଭୂକ୍ତ ଖାଦ୍ୟ ପ୍ରଣାଳୀ ଗଠନ ପାଇଁ ଆମକୁ ଉପାୟ ଖୋଜିବାକୁ ପଡିବ । ବିଶ୍ୱର ସାର ଯୋଗାଣ ଶୃଙ୍ଖଳାକୁ ମଜବୁତ କରିବାକୁ ଆମକୁ ଉପାୟ ଖୋଜିବାକୁ ପଡିବ । ସମାନ ସମୟରେ ମୃତ୍ତିକାର ଉନ୍ନତ ସ୍ୱାସ୍ଥ୍ୟ, ଫସଲ ସ୍ୱାସ୍ଥ୍ୟ ଏବଂ ଅମଳ ପାଇଁ କୃଷି ଅଭ୍ୟାସ ଗ୍ରହଣ କରନ୍ତୁ । ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ପାରମ୍ପାରିକ ଅଭ୍ୟାସ ଆମକୁ ପୁନଃବିକଶିତ କୃଷି ପାଇଁ ବିକଳ୍ପ ବିକାଶ ସକାଶେ ପ୍ରେରଣା ଦେଇପାରେ । ଆମ କୃଷକମାନଙ୍କୁ ନବସୃଜନ ଏବଂ ଡିଜିଟାଲ ଜ୍ଞାନକୌଶଳ ସହିତ ସଶକ୍ତ କରିବାକୁ ପଡିବ । ଗ୍ଲୋବାଲ୍ ସାଉଥରେ କ୍ଷୁଦ୍ର ଏବଂ ନାମମାତ୍ର କୃଷକମାନଙ୍କ ପାଇଁ ମଧ୍ୟ ସୁଲଭତାର ସମାଧାନ କରିବା ଆବଶ୍ୟକ । କୃଷି ଏବଂ ଖାଦ୍ୟ ବର୍ଜ୍ୟକୁ ହ୍ରାସ କରିବା ଏବଂ ଏହାବାଦ୍ ଏହି ବର୍ଜ୍ୟକୁ ସମ୍ପଦ ସୃଷ୍ଟି କରିବାରେ ବିନିଯୋଗ କରିବା ମଧ୍ୟ ଏକ ଜରୁରୀ ଆବଶ୍ୟକତା ।
ବନ୍ଧୁଗଣ,
କୃଷି କ୍ଷେତ୍ରରେ ଭାରତର ଜି୨୦ ପ୍ରାଥମିକତା ଆମର ‘ଗୋଟିଏ ପୃଥିବୀ' କୁ ସମାଧାନ କରିବା, ଆମର ‘ଗୋଟିଏ ପରିବାର' ମଧ୍ୟରେ ଐକବଦ୍ଧତା ସୃଷ୍ଟି କରିବା ଏବଂ ଏକ ଉଜ୍ୱଳ ‘ଗୋଟିଏ ଭବିଷ୍ୟତ' ପାଇଁ ଆଶା ଦେବା ଉପରେ ଅଗ୍ରାଧିାକର ଦେଇଥାଏ । ମୁଁ ଜାଣି ଖୁସି ଯେ ଆପଣମାନେ ଦୁଇଟି ନିର୍ଦ୍ଦଷ୍ଟ ଫଳାଫଳ ଉପରେ କାମ କରୁଛନ୍ତି । “ଖାଦ୍ୟ ସୁରକ୍ଷା ଏବଂ ପୁଷ୍ଟିକର ଉପରେ ଡେକାନ୍ ଉଚ୍ଚ ସ୍ତରୀୟ ନୀତି”; ଏବଂ, ମିଲେଟସ୍ ଏବଂ ଅନ୍ୟାନ୍ୟ ଶସ୍ୟ ପାଇଁ “ମହାରିଷି” ପଦକ୍ଷେପ । ଏହି ଦୁଇଟି ପଦକ୍ଷେପକୁ ସମର୍ଥନ, ଅନ୍ତର୍ଭୂକ୍ତ, ସ୍ଥାୟୀ ଏବଂ ସହନଶୀଳ କୃଷି ପାଇଁ ଏକ ବିବୃତ୍ତି । ମୁଁ ଆପଣମାନଙ୍କର ସମସ୍ତ ବିଚାରରେ ସଫଳତା କାମନା କରୁଛି ।
ଧନ୍ୟବାଦ ।