Quoteପ୍ରାୟ ୨୮,୯୮୦ କୋଟି ଟଙ୍କାର ଏକାଧିକ ବିଦ୍ୟୁତ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ଏବଂ ଶିଳାନ୍ୟାସ କଲେ
Quoteପ୍ରାୟ ୨୧୧୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଜାତୀୟ ରାଜପଥର ତିନୋଟି ସଡ଼କ କ୍ଷେତ୍ର ପ୍ରକଳ୍ପ ଉଦଘାଟିତ
Quoteପ୍ରାୟ ୨୧୪୬ କୋଟି ଟଙ୍କାର ରେଳ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ଏବଂ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
Quoteସମ୍ବଲପୁର ରେଳ ଷ୍ଟେସନର ପୁନର୍ବିକାଶ ପାଇଁ ଶିଳାନ୍ୟାସ
Quoteପୁରୀ-ସୋନପୁର-ପୁରୀ ସାପ୍ତାହିକ ଏକ୍ସପ୍ରେସକୁ ପତାକା ଦେଖାଇ କଲେ ଶୁଭାରମ୍ଭ
Quoteସମ୍ବଲପୁର ଆଇଆଇଏମର ସ୍ଥାୟୀ କ୍ୟାମ୍ପସ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ
Quote‘‘ଆଜି ଦେଶ ନିଜର ଜଣେ ମହାନ ପୁତ୍ର ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି’’
Quote‘‘ଓଡ଼ିଶାକୁ ଶିକ୍ଷା ଓ ଦକ୍ଷତା ବିକାଶର କେନ୍ଦ୍ରରେ ପରିଣତ କରିବା ପାଇଁ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି’’
Quote‘‘ସବୁ ରାଜ୍ୟର ବିକାଶ ହେଲେ ହିଁ ବିକଶିତ ଭାରତର ଲକ୍ଷ୍ୟ ହାସଲ ହୋଇପାରିବ’’
Quote‘‘ବିଗତ ୧୦ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଯେଉଁ ନୀତି ପ୍ରଣୟନ କରିଛନ୍ତି, ସେଥିରୁ ଓଡ଼ିଶା ବେଶ୍ ଉପକୃତ ହୋଇଛି’’

ଓଡିଶାର ରାଜ୍ୟପାଳ ରଘୁବର ଦାସ ଜୀ, ମୁଖ୍ୟମନ୍ତ୍ରୀ ତଥା ମୋର ବନ୍ଧୁ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଜୀ, କେନ୍ଦ୍ରିୟ ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ଧର୍ମେନ୍ଦ୍ର ପ୍ରଧାନ ଜୀ, ଅଶ୍ୱୀନି ବୈଷ୍ଣବ ଜୀ, ବିଶ୍ୱେଶର ଟୁଡୁ ଜୀ, ସସଂଦରେ ମୋର ସାଥୀ ନିତେଶ ଗଙ୍ଗଦେବ ଜୀ, ଆଇଆଇଏମ୍ ସମ୍ବଲପୁରର ନିର୍ଦେଶକ ପ୍ରଫେସର୍ ମହାଦେବ ଜୟସ୍ୱାଲ୍‌, ଅନ୍ୟ ମହାନୁଭବ, ଭାଇ ଓ ଭଉଣୀମାନେ ।

 

ଆଜି ଓଡିଶାର ବିକାଶ ଯାତ୍ରା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦିବସ । ମୁଁ ଓଡିଶାର ଲୋକମାନଙ୍କୁ ପ୍ରାୟ ୭୦ ହଜାର କୋଟି ଟଙ୍କାର ଏହି ବିକାଶ ପ୍ରକଳ୍ପ ଗୁଡିକ ନିମନ୍ତେ ଅନେକ ଅନେକ ଅଭିନନ୍ଦନ ଜଣାଉଛି । ଏଥିରେ ଶିକ୍ଷା, ରେଳ, ସଡକ, ବିଜୁଳି, ପେଟ୍ରୋଲିୟମ୍ ସହ ଜଡିତ ଅନେକ ପ୍ରକଳ୍ପ ସାମିଲ ରହିଛି । ଏହି ପ୍ରକଳ୍ପ ଗୁଡିକର ଲାଭ, ଓଡିଶାର ଗରିବ, ଶ୍ରମିକ, କର୍ମଚାରୀ, ଦୋକାନି, ବ୍ୟବସାୟୀ, କୃଷକ, ଅର୍ଥାତ୍ ସମାଜର ସବୁ ବର୍ଗକୁ ଏହାର ଲାଭ ମିଳିବ । ଏହି ପ୍ରକଳ୍ପ ଗୁଡିକ, ଓଡିଶାର ସୁବିଧା ସହିତ ଏଠାକାର ଯୁବକମାନଙ୍କ ପାଇଁ ରୋଜଗାରର ହଜାର ହଜାର ନୂଆ ସୁଯୋଗ ମଧ୍ୟ ଆଣିବାକୁ ଯାଉଛି ।

 

|

ବନ୍ଧୁଗଣ,

ଆଜି ଦେଶ ନିଜର ଏକ ମହାନ ସୁପୁତ୍ର, ପୂର୍ବ ଉପ-ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନି ଜୀଙ୍କୁ ଭାରତ ରତ୍ନ ପ୍ରଦାନ ପାଇଁ ମଧ୍ୟ ନିର୍ଣ୍ଣୟ ନେଇଛି । ଭାରତର ଉପ-ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ରମନ୍ତ୍ରୀ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ରୂପରେ, ଏବଂ ବହୁ ଦଶନ୍ଧି ଧରି ଏକ ନିଷ୍ଠାପର, ସଚେତନ ସାଂସଦ ରୂପରେ, ଆଦରଣୀୟ ଆଡଭାନି ଜୀ ଦେଶର ଯେଉଁ ସେବା କରିଛନ୍ତି, ତାହା ଅପ୍ରତିମ ଅଟେ । ଆଡଭାନି ଜୀଙ୍କୁ ଏହି ସମ୍ମାନ ଏହି କଥାର ପ୍ରତୀକ ଯେ ରାଷ୍ଟ୍ରର ସେବାରେ ନିଜର ଜୀବନ ଉତ୍ସର୍ଗ କରିଥିବା ବ୍ୟକ୍ତିଙ୍କୁ ରାଷ୍ଟ୍ର କେବେ ବି ପାଶୋରି ଦିଏନାହିଁ । ମୋର ସୌଭାଗ୍ୟ ଯେ ଲାଲ୍‌କୃଷ୍ଣ ଆଡଭାନି ଜୀଙ୍କ ସ୍ନେହ, ତାଙ୍କର ମାର୍ଗଦର୍ଶନ ମୋତେ ନିରନ୍ତର ଭାବେ ମିଳିଆସିଛି । ମୁଁ ଆଦରଣୀୟ ଆଡଭାନି ଜୀଙ୍କ ଦୀର୍ଘ ଜୀବନ କାମନା କରୁଛି, ଏବଂ ତାଙ୍କୁ ଓଡିଶାର ଏହି ମହାନ୍ ମାଟିରୁ ସମସ୍ତ ଦେଶବାସୀଙ୍କ ତରଫରୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି ।

 

|

ବନ୍ଧୁଗଣ,

ଆମେ ଓଡିଶାକୁ ଶିକ୍ଷାର, କୌଶଳ ବିକାଶର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବେ ପ୍ରସ୍ତୁତ କରିବା ନିମନ୍ତେ ନିରନ୍ତର ପ୍ରୟାସ କରିଛୁ । ଗତ ଦଶକରେ ଓଡିଶାକୁ ଯେଉଁ ଆଧୁନିକ ପ୍ରତିଷ୍ଠାନ ମିଳିଛି, ଶିକ୍ଷା ପ୍ରତିଷ୍ଠାନ ମିଳିଛି, ସେସବୁ ଏଠାକାର ଯୁବବର୍ଗର ଭାଗ୍ୟ ବଦଳାଉଛି । ଆଇଜର୍ ବ୍ରହ୍ମପୁର ହେଉ କିମ୍ବା ଭୁବନେଶ୍ୱରର ଇନ୍‌ଷ୍ଟିଚ୍ୟୁଟ୍ ଅଫ କେମିକାଲ୍ ଟେକ୍ନୋଲୋଜି, ଏଭଳି ଅନେକ ପ୍ରତିଷ୍ଠାନ ଏଠାରେ ସ୍ଥାପିତ କରାଯାଇଛି । ଏବେ ଆଇଆଇଏମ୍ ସମ୍ବଲପୁର ମଧ୍ୟ ମ୍ୟାନେଜ୍‌ମେନ୍ଟର ଆଧୁନିକ ପ୍ରତିଷ୍ଠାନ ରୂପରେ ଓଡିଶାର ଭୂମିକାକୁ ଆହୁରି ସଶକ୍ତ କରୁଛି । ମୋର ମନେଅଛି ତିନି ବର୍ଷ ପୂର୍ବେ କରୋନା କାଳରେ ହିଁ ମୋତେ ଆଇଆଇଏମ୍‌ର ଏହି କ୍ୟାମ୍ପସର ଶିଳାନ୍ୟାସର ସୁଯୋଗ ମିଳିଥିଲା । ଅନେକ ପ୍ରତିବନ୍ଧକ ସତ୍ୱେ ଏବେ ଏହି ସୁନ୍ଦର କ୍ୟାମ୍ପସ୍ ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି ଏବଂ ଆପଣମାନଙ୍କର ଯେଉଁ ଉତ୍ସାହ ମୁଁ ଦେଖୁଛି ସେଥିରୁ ମୋତେ ଲାଗୁଛି ଯେ କ୍ୟାମ୍ପସ୍ ଆପଣମାନଙ୍କୁ କେତେ ସୁନ୍ଦର ଲାଗୁଛି । ମୁଁ ଏହାର ନିର୍ମାଣ ସହ ଜଡିତ ସମସ୍ତ ସାଥୀମାନଙ୍କୁ ପ୍ରଶଂସା କରୁଛି ।

 

|

ବନ୍ଧୁଗଣ,

ବିକଶିତ ଭାରତର ଲକ୍ଷ୍ୟକୁ ଆମେ ତେବେ ଯାଇ ହାସଲ କରିପାରିବା, ଯେତେବେଳେ ଭାରତର ପ୍ରତ୍ୟେକ ରାଜ୍ୟ ବିକଶିତ ହୋଇଯିବ । ଏଥିପାଇଁ ବିଗତ ବର୍ଷ ମାନଙ୍କରେ ଆମେ ଓଡିଶାକୁ ପ୍ରତ୍ୟେକ କ୍ଷେତ୍ରରେ ଅଧିକରୁ ଅଧିକ ସହଯୋଗ କରିଛୁ । କେନ୍ଦ୍ର ସରକାରଙ୍କ ପ୍ରୟାସ ଦ୍ୱାରା ଓଡିଶା ଆଜି ପେଟ୍ରୋଲିୟମ୍ ଏବଂ ପେଟ୍ରୋ-କେମିକାଲ୍ କ୍ଷେତ୍ରରେ ମଧ୍ୟ ନୂତନ ଶିଖର ପ୍ରାପ୍ତ କରିଚାଲିଛି । ଗତ ୧୦ ବର୍ଷରେ ଓଡିଶାରେ ପେଟ୍ରୋଲିୟମ୍ ଏବଂ ପୋଟ୍ରୋ-କେମିକାଲ୍ କ୍ଷେତ୍ରରେ ୧ ଲକ୍ଷ ୨୫ କୋଟିରୁ ଅଧିକ ପୁଂଜିନିବେଶ କରାଯାଇଛି । ବିଗତ ୧୦ ବର୍ଷରେ ପୂର୍ବ ତୁଳନାରେ ରେଳବାଇର ବିକାଶ ନିମନ୍ତେ ଓଡିଶାକୁ ୧୨ ଗୁଣାରୁ ଅଧିକ ବଜେଟ୍ ବ୍ୟବସ୍ଥା କରାଯାଇଛି । ଗତ ୧୦ ବର୍ଷରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡକ ଯୋଜନା ଅଧିନରେ ଓଡିଶାର ଗାଁ ଗହଳିରେ ପ୍ରାୟ ୫୦ ହଜାର କିଲୋମିଟର ସଡକ ନିର୍ମାଣ କରାଯାଇଛି । ରାଜ୍ୟରେ ୪ ହଜାର କିଲୋମିଟରରୁ ଅଧିକ ନୂଆ ଜାତୀୟ ରାଜପଥର ନିର୍ମାଣ ମଧ୍ୟ ହୋଇଛି । ଆଜି ମଧ୍ୟ ଏଠି ଜାତୀୟ ରାଜପଥ ସହ ସଂଶ୍ଳିଷ୍ଟ ତିନିଟି ବୃହତ ପ୍ରକଳ୍ପର ଲୋକାର୍ପଣ କରାଯାଇଛି । ଏହି ପ୍ରକଳ୍ପ ଦ୍ୱାରା ଝାଡଖଣ୍ଡ ଏବଂ ଓଡିଶା ମଧ୍ୟରେ ଆନ୍ତଃ-ରାଜ୍ୟ ସଂଯୋଗ ବୃଦ୍ଧି ପାଇବ ଏବଂ ଯାତ୍ରାର ଦୂରତା ମଧ୍ୟ ହ୍ରାସ ପାଇବ । ଏହି କ୍ଷେତ୍ର ଖଣି, ବିଜୁଳି ଏବଂ ଇସ୍ପାତ ଉଦ୍ୟୋଗର ସମ୍ଭାବନାର ଅଂଚଳ ରୂପେ ପରିଚିତ । ଏହି ନୂତନ ସଂଯୋଗ ଦ୍ୱାରା ସମଗ୍ର କ୍ଷେତ୍ରରେ ନୂଆ ନୂଆ ଉଦ୍ୟୋଗ ନିମନ୍ତେ ସମ୍ଭାବନା ସୃଷ୍ଟି ହେବ, ରୋଜଗାରର ହଜାର ହଜାର ନୂଆ ସୁଯୋଗ ପ୍ରସ୍ତୁତ ହେବ । ଆଜି ସମ୍ବଲପୁର-ତାଳଚେର ରେଳ ଖଣ୍ଡର ଦୋହରିକରଣ, ଝାର-ତରଭାରୁ ସୋନପୁର ସେକ୍ସନ୍ ପର୍ଯ୍ୟନ୍ତ ନୂଆ ରେଳ ଲାଇନ୍‌ର ମଧ୍ୟ ଶୁଭାରମ୍ଭ ହେଉଛି । ପୁରୀ-ସୋନପୁର ଏକ୍ସପ୍ରେସ୍ ଯୋଗୁଁ ସୁବର୍ଣ୍ଣପୁର ଜିଲ୍ଲା ଅର୍ଥାତ୍ ଆମର ସୋନପରୁ ଆଜି ରେଳ ସଂଯୋଗ ସହ ଯୋଡି ହେଉଛି । ଏହାଦ୍ୱାରା ଶ୍ରଦ୍ଧାଳୁମାନଙ୍କ ନିମନ୍ତେ ଜଗନ୍ନାଥଙ୍କୁ ଦର୍ଶନ କରିବା ଆହୁରି ସହଜ ହୋଇଯିବ । ଓଡିଶାର ପ୍ରତ୍ୟେକ ପରିବାରକୁ ପର୍ଯ୍ୟାପ୍ତ ଏବଂ ଶସ୍ତା ବିଦ୍ୟୁତ୍ ଉପଲବ୍ଧ ହେଉ, ଏଥିପାଇଁ ଆମେ ନିରନ୍ତର ପ୍ରୟାସ କରିଚାଲିଛୁ । ଆଜି ଯେଉଁ ସୁପର୍ କ୍ରିଟିକାଲ୍ ତଥା ଆଲଟ୍ରା ସୁପର୍ କ୍ରିିଟିକାଲ୍ ଥର୍ମାଲ୍ ପ୍ଲାଂଟ୍ ଉଦ୍‌ଘାଟନ ଏଠାରେ ହୋଇଛି, ସେସବୁର ଲକ୍ଷ୍ୟ ଏହା ହିଁ ଅଟେ ।

 

|

ଭାଇ ଓ ଭଉଣୀମାନେ,

ଗତ ୧୦ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଯେଉଁ ସବୁ ନୀତି ପ୍ରସ୍ତୁତ କରିଛନ୍ତି, ସେସବୁରୁ ଓଡିଶାକୁ ବହୁତ ବେଶି ଲାଭ ମିଳିଛି । ଆମେ ଖଣି କ୍ଷେତ୍ରରେ ଯେଉଁ ନୂଆ ସଂସ୍କାର ଆଣିଛୁ, ଓଡିଶା ତାହାର ବହୁତ ବଡ ଲାଭାର୍ଥି ହୋଇପାରିଛି । ଖଣି ନୀତି ଏବେ ପରିବର୍ତନ ପରେ ଓଡିଶାର ଆୟରେ ୧୦ ଗୁଣା ବୃଦ୍ଧି ଘଟିଛି । ପୂର୍ବରୁ ଖଣିଜ ଉତ୍ପାଦନର ଲାଭ ସେଇ କ୍ଷେତ୍ର ଓ ରାଜ୍ୟକୁ ଏତେ ପରିମାଣରେ ମିଳି ପାରୁନଥିଲା । ଯେଉଁଠାରେ ଖଣିଜ ଉତୋଳନ ହେଉଥିଲା । ଆମେ ଏହି ନୀତିକୁ ମଧ୍ୟ ବଦଳାଇଲୁ । କେନ୍ଦ୍ରର ବିଜେପି ସରକାର ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଗଠନ କଲେ । ଏହାଦ୍ୱାରା ଖଣିଜରୁ ହେଉଥିବା ଆୟର ଏକ ବଡ ଅଂଶ, ସେହି କ୍ଷେତ୍ରର ବିକାଶ ନିମନ୍ତେ ନିବେଶ ସୁନିଶ୍ଚିତ କରାଗଲା । ଏହାଦ୍ୱାରା ମଧ୍ୟ ଓଡିଶାକୁ ଏପର୍ଯ୍ୟନ୍ତ ପ୍ରାୟ ୨୫ ହଜାର କୋଟି ଟଙ୍କାରୁ ଅଧିକ ମିଳିସାରିଛି । ଏହି ଅର୍ଥ, ଯେଉଁ କ୍ଷେତ୍ରରେ ଖଣିଜ ଉତୋଳନ ହେଉଛି, ସେଠାକାର ଲୋକମାନଙ୍କ କଲ୍ୟାଣ କାର୍ଯ୍ୟରେ ଲାଗୁଛି । ମୁଁ ଓଡିଶାର ଜନତାଙ୍କୁ ଆଶ୍ୱସ୍ତ କରୁଛି ଯେ କେନ୍ଦ୍ର ସରକାର ଏହି ସମର୍ପିତ ଭାବନା ସହ ଓଡିଶାର ବିକାଶ ନିମନ୍ତେ କାର୍ଯ୍ୟ କରି ଚାଲିବେ ।

 

|

ବନ୍ଧୁଗଣ,

ମୋତେ ଏଠାରେ ଗୋଟିଏ ବହୁତ ବଡ କାର୍ଯ୍ୟକ୍ରମକୁ ଯିବାର ଅଛି, ଖୋଲା ପଡିଆକୁ ଯିବାର ଅଛି, ସେଠାରେ ବାତବରଣ ମଧ୍ୟ କିଛି ଅଲଗା ହୋଇଥାଏ । ତେଣୁ ମୁଁ ଏଠାରେ ଅଧିକ ସମୟ ଆପଣମାନଙ୍କର ନେଉନାହିଁ । କିନ୍ତୁ ସେଠାରେ ମୁଁ ଟିକେ ଅଧିକ ସମୟ ନେଇ ଅବଶିଷ୍ଟ କଥା ହେବି, ୧୫ ମିନିଟ୍ ପରେ ସେହି କାର୍ଯ୍ୟକ୍ରମରେ ପହଁଚିବି । ପୁଣିଥରେ ଆପଣ ସମସ୍ତଙ୍କୁ ବିକାଶ କାର୍ଯ୍ୟ ପାଇଁ ଅନେକ ଅନେକ ଅଭିନନ୍ଦନ ଜଣାଉଛି ଏବଂ ମୋର ଯୁବା ବନ୍ଧୁମାନଙ୍କୁ ବିଶେଷ ଅଭିନନ୍ଦନ । ବହୁତ ବହୁତ ଧନ୍ୟବାଦ !

 

  • Jitendra Kumar May 13, 2025

    ❤️🇮🇳🙏
  • कृष्ण सिंह राजपुरोहित भाजपा विधान सभा गुड़ामा लानी November 21, 2024

    जय श्री राम 🚩 वन्दे मातरम् जय भाजपा विजय भाजपा
  • Devendra Kunwar October 08, 2024

    BJP
  • दिग्विजय सिंह राना September 20, 2024

    हर हर महादेव
  • krishangopal sharma Bjp July 19, 2024

    नमो नमो 🙏 जय भाजपा 🙏
  • krishangopal sharma Bjp July 19, 2024

    नमो नमो 🙏 जय भाजपा 🙏
  • krishangopal sharma Bjp July 19, 2024

    नमो नमो 🙏 जय भाजपा 🙏
  • JBL SRIVASTAVA May 27, 2024

    मोदी जी 400 पार
  • Raju Saha April 08, 2024

    joy Shree ram
  • ROYALINSTAGREEN April 05, 2024

    i request you can all bjp supporter following my Instagram I'd _Royalinstagreen 🙏🙏
Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
Train to Kashmir: How railways beat Himalayan odds to build a marvel

Media Coverage

Train to Kashmir: How railways beat Himalayan odds to build a marvel
NM on the go

Nm on the go

Always be the first to hear from the PM. Get the App Now!
...
PM Modi highlights the far-reaching impact of the government’s pro-farmer initiatives
June 07, 2025

The Prime Minister, Shri Narendra Modi has underlined the far-reaching impact of the government’s pro-farmer initiatives over the past 11 years, marking a significant phase of dignity and prosperity for the agricultural community.

He highlighted key initiatives such as the PM Kisan Samman Nidhi and Kisan Fasal Bima, describing them as important steps taken by the government for the welfare of farmers.

The Prime Minister also noted that due to the continuous increase in Minimum Support Price (MSP), the country’s food producers are not only receiving fair prices for their crops but are also experiencing a rise in their income.

Shri Modi emphasized that it has been a privilege for his government to serve the hardworking farmers of the country. Reflecting on the last 11 years, he said that the government’s various initiatives have not only enhanced prosperity among farmers but have also contributed to an overall transformation of the agriculture sector.

The Prime Minister highlighted that the government has paid close attention to key aspects such as soil health and irrigation, which have been greatly beneficial.

Our efforts towards farmer welfare will continue with greater vigour in the times to come, Shri Modi further stated. He said that we have worked on dignity and prosperity for our farmers.

The Prime Minister posted on X;

"हमारे किसान भाई-बहनों को पहले जहां छोटी-छोटी जरूरतों के लिए भी उधार लेने को मजबूर होना पड़ता था, वहीं बीते 11 साल में हमारी सरकार के निर्णयों से उनका जीवन बहुत आसान हुआ है। पीएम किसान सम्मान निधि हो या फिर किसान फसल बीमा, हमने उनके कल्याण के लिए कई अहम कदम उठाए हैं। अब एमएसपी में निरंतर बढ़ोतरी से देश के अन्नदाताओं को ना सिर्फ फसलों की उचित कीमत मिल रही है, बल्कि उनकी आय भी बढ़ रही है।

#11YearsOfKisanSamman"

"It’s our privilege to serve our hardworking farmers. For the past 11 years, our various initiatives have boosted prosperity for farmers and also ensured an overall transformation of the agriculture sector. We have focussed on issues like soil health and irrigation, which have been greatly beneficial. Our efforts towards farmer welfare will continue with greater vigour in the times to come.

#11YearsOfKisanSamman"

"Do read this thread to get a glimpse of how we have worked on dignity and prosperity for our farmers.

#11YearsOfKisanSamman"