Quote“ଗୁଜରାଟରେ ସ୍ୱାଗତ ପଦକ୍ଷେପ ଏହା ଦର୍ଶାଏ ଯେ ଲୋକ ମାନଙ୍କ ଅଭିଯୋଗ ଗୁଡିକର ସମାଧାନ ପାଇଁ କିପରି ଟେକ୍ନୋଲୋଜିକୁ ଦକ୍ଷତାର ସହିତ ବ୍ୟବହାର କରା ଯାଇପାରିବ”
Quote“ମୁଁ ସ୍ପଷ୍ଟ କରିଥିଲି ଯେ ମୁଁ ଆସନର ପ୍ରତିବନ୍ଧକର ଦାସ ହେବି ନାହିଁ । ମୁଁ ଲୋକମାନଙ୍କ ମଧ୍ୟରେ ରହିବି ଏବଂ ସେମାନଙ୍କ ପାଇଁ ସେଠାରେ ରହିବି ”
Quote“ସ୍ୱାଗତ ସହଜ ଜୀବନଯାପନ ଏବଂ ଶାସନକୁ ସମସ୍ତଙ୍କ ପାଖରେ ପହଂଚାଇବା ଧାରଣାକୁ ସମର୍ଥନ କରିଥାଏ”
Quote“ମୋ ପାଇଁ , ସବୁଠାରୁ ବଡ ପୁରସ୍କାର ହେଉଛି ଯେ ଆମେ ସ୍ୱାଗତ ମାଧ୍ୟମରେ ଗୁଜରାଟର ଲୋକ ମାନଙ୍କର ସେବା କରି ପାରିବା”
Quote“ଆମେ ପ୍ରମାଣ କରିଛୁ ଯେ ଶାସନ କେବଳ ପୁରୁଣା ନିୟମ ଏବଂ ନିୟମ ମଧ୍ୟରେ ସୀମିତ ନୁହେଁ , କିନ୍ତୁ ନୂତନତ୍ୱ ଏବଂ ନୂତନ ଚିନ୍ତାଧାରାକୁ ନେଇ ଶାସନ ହୋଇଥାଏ” “ସ୍ୱାଗତ ଶାସନର ଅନେକ ସମାଧାନ ପାଇଁ ପ୍ରେରଣା ପାଲଟିଛି । ଅନେକ ରାଜ୍ୟ ଏହି ପ୍ରକାର ବ୍ୟବସ୍ଥା ଉପରେ କାର୍ଯ୍ୟ କରୁଛନ୍ତି ”
Quote“ଗତ ୯ ବର୍ଷ ମଧ୍ୟରେ ଦେଶର ଦ୍ରୁତ ବିକାଶରେ ପ୍ରଗତି ଏକ ପ୍ରମୁଖ ଭୂମିକା ନିର୍ବାହ କରିଛି । ଏହି ଧାରଣା ସ୍ୱାଗତର ବିଚାର ଉପରେ ଆଧାରିତ ”
Quoteପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଗୁଜରାଟ ଠାରେ ପ୍ରଯୁକ୍ତିର ଅନୁପ୍ରୟୋଗ ଦ୍ୱାରା ଅଭିଯୋଗ ଉପରେ ରାଜ୍ୟବ୍ୟାପୀ ଧ୍ୟାନ ଦେବା ସମ୍ପର୍କିତ ପଦକ୍ଷେପ - ସ୍ୱାଗତର ୨୦ ବର୍ଷ ପୂରଣ ହେବା ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ଗୁଜରାଟ ସରକାର ପ୍ରଥମ ୨୦ ବର୍ଷ ସଫଳତାର ସହ ସମାପ୍ତ କରିବା ଉପରେ ସ୍ୱାଗତ ସପ୍ତାହ ପାଳନ କରୁଛନ୍ତି ।

ମୋ ସହିତ ସିଧାସଳଖ କଥାବାର୍ତ୍ତା କରିବେ । ଏହା ମୋ ପାଇଁ ସୌଭାଗ୍ୟର କଥା ଯେ ମୁଁ ପୁରୁଣା ସମୟର ସାଥୀମାନଙ୍କୁ ଆଜି ଏଠାରେ ଭେଟିପାରୁଛି । ଆସନ୍ତୁ ଦେଖିବା ସର୍ବପ୍ରଥମେ କାହା ସହିତ କଥାବାର୍ତ୍ତା ହେବାର ସୁଯୋଗ ମିଳୁଛି ।

ପ୍ରଧାନମନ୍ତ୍ରୀ ଜୀ - ଆପଣଙ୍କର ନାମ କ’ଣ?

ହିତାଧିକାରୀ - ସୋଲାଙ୍କି ବାଗତସଂଗ ବଚୁଜୀ

ପ୍ରଧାନମନ୍ତ୍ରୀ ଜୀ - ତେବେ ଯେତେବେଳେ ଆପଣଙ୍କୁ ଆମେ ‘ସ୍ୱାଗତ’ ଆରମ୍ଭ କଲୁ ସେତେବେଳେ ସର୍ବପ୍ରଥମେ ଆପଣ ଆସିଥିଲେ କି ।

ହିତାଧିକାରୀ ବଚୁଜୀ - ଆଜ୍ଞା ସାର, ସର୍ବପ୍ରଥମେ ମୁଁ ଆସିଥିଲି ।

ପ୍ରଧାନମନ୍ତ୍ରୀ ଜୀ - ତେବେ ଆପଣ ଏତେ ସଚେତନ କିପରି ହୋଇପାରିଛନ୍ତି, ଆପଣଙ୍କୁ କେମିତି ଜଣାପଡ଼ିଲା ଯେ ‘ସ୍ୱାଗତ’ରେ ଯିବି ତେବେ ସରକାରୀ ଅଧିକାରୀଙ୍କ ପାଖରେ କିଛି କହିବାର ଅଛି ତେବେ...

ହିତାଧିକାରୀ ବଚୁଜୀ - ଆଜ୍ଞା ସାର, ସେଥିରେ ଏମିତି ଥିଲା ଯେ ଦହେଗ୍ରାମ ତହସିଲରୁ ସରକାରୀ ଆବାସ ଯୋଜନାର ସପ୍ତାହ ପାଇଁ କାର୍ଯ୍ୟ ନିଦେର୍ଶ ମୋତେ ୨୦-୧୧-୨୦୦୦ରେ ମିଳିଥିଲା । କିନ୍ତୁ ମୁଁ ଘରର ନିର୍ମାଣ କାର୍ଯ୍ୟ ପ୍ଲିନ୍ଥ ପର୍ଯ୍ୟନ୍ତ କରିଲି ଏବଂ ତା’ ପରେ ମୋତେ କୌଣସି ଅନୁଭବ ନ ଥିଲା ଯେ ୯ଟି କାନ୍ଥ କରିବି କି ୧୪ଟି କାନ୍ଥ କରିବି, ତା’ପରେ ମୁଁ ଭୂମିକମ୍ପ ଆସିଲା, ସେତେବେଳେ ମୁଁ ଡରି ଯାଇଥିଲି ଯେ ମୁଁ ଘର ତିଆରି କରିବି, ତାହା ପୁଣି ୯ଟି କାନ୍ଥ ତାହା ଠିକରେ ରହିବ କି ନାହିଁ । ପୁଣି ମୁଁ ନିଜେ ପରିଶ୍ରମ କରି ୯ଟି ସ୍ଥାନରେ ୧୪ଟି କାନ୍ଥ କଲି, ଯେତେବେଳେ ମୁଁ ଦ୍ୱିତୀୟ ସପ୍ତାହରେ ଦ୍ୱିତୀୟ କିସ୍ତି ପାଇବାକୁ କହିଲି ସେତେବେଳେ ମୋତେ ବ୍ଲକ ବ୍ଲକ ବିକାଶ ଅଧିକାରୀ କହିଲେ ଯେ ଆପଣ ୯ ସ୍ଥାନରେ ୧୪ଟି କାନ୍ଥ କରିଛନ୍ତି । ସେଥିପାଇଁ ଆପଣଙ୍କୁ ଦ୍ୱିତୀୟ କିସ୍ତି ମିଳିବ ନାହିଁ, ଯାହା ଆପଣଙ୍କୁ ପ୍ରଥମ କିସ୍ତି ୮୨୫୩ ଟଙ୍କା ଦିଆଯାଇଛି ସେହି କିସ୍ତି ଆପଣ ବ୍ଲକ ଅଫିସରେ ସୁଧ ସହିତ ଫେରସ୍ତ କରନ୍ତୁ । ମୁଁ ବହୁତ ଥର ଜିଲ୍ଲାରେ ଏବଂ ବ୍ଲକରେ ମଧ୍ୟ ଗୁହାରୀ କରିଛି । ପୁଣି ମଧ୍ୟ ମଧ୍ୟ ମୋତେ କୌଣସି ଜବାବ ମିଳିଲା ନାହିଁ । ଏଥିପାଇଁ ମୁଁ ଗାନ୍ଧୀ ନଗର ଜିଲ୍ଲାରେ ଯାଞ୍ଚ କଲି । ସେତେବେଳେ ମୋତେ ଜଣେ ଭାଇ କହିଲେ ଆପଣ ପ୍ରତିଦିନ ଏଠାକୁ କାହିଁକି ଆସୁଛନ୍ତି । ସେତେବେଳେ ମୁଁ ତାଙ୍କୁ କହିଲି ମୁଁ ୯ ସ୍ଥାନରେ ୧୪ଟି କାନ୍ଥ ନିର୍ମାଣ କରିଛି । ସେହି କାରଣରୁ ସେମାନେ ମୋତେ ସରକାରୀ ଆବାସର କିସ୍ତି ମିଳୁନାହିଁ, ଏବଂ ପରିବାର ସହିତ ରହୁଛି । ମୋର ଘର ନାହିଁ । ତେବେ ମୁଁ କ’ଣ କରିବି, ମୋତେ ବହୁତ ଅସୁବିଧା ହେଉଛି । ସେଥିପାଇଁ ମୁଁ ଏଠାକୁ ସେଠାକୁ ଦୌଡୁଛି । ତେବେ ମୋତେ ସେହି ଭାଇ କହିଲେ ଯେ କି କାକା, ଆପଣ ଗୋଟିଏ କାମ କରନ୍ତୁ । ମାନନୀୟ ଶ୍ରୀ ନରେନ୍ଦ୍ର ଭାଇ ମୋଦୀ ସାହାବଙ୍କୁ ସଚିବାଳୟରେ ‘ସ୍ୱାଗତ’ ପ୍ରତ୍ୟେକ ମାସର ଗୁରୁବାରକୁ ହୋଇଥାଏ, ତେବେ ଆପଣ ସେଠାକୁ ଯାଆନ୍ତୁ, ଏଥିପାଇଁ ତାହା ମୁଁ ସିଧା, ସଚିବାଳୟ ପର୍ଯ୍ୟନ୍ତ ପହଂଚିଗଲି, ଏବଂ  ମୁଁ ମୋର ଗୁହାରୀ ସିଧାସଳଖ ଭାବରେ ଆପଣଙ୍କ ସମ୍ମୁଖରେ କହୁଛି । ଆପଣ ମୋର କଥା ସମ୍ପୂର୍ଣ୍ଣ ଶାନ୍ତିର ସହିତ ଶୁଣିଲେ ଏବଂ ଆପଣ ମଧ୍ୟ ମୋର କଥାର ସମ୍ପୂର୍ଣ୍ଣ ଶାନ୍ତିରେ ଉତ୍ତର ଦେଲେ ଏବଂ ଆପଣ ଯାହା ମଧ୍ୟ ଅଧିକାରୀଙ୍କୁ ହୁକୁମ କରିଥିଲେ ଏବଂ ସେମାନେ ଯେଉଁ ମୋତେ ୯ଟି ସ୍ଥାନରେ ୧୪ଟି କାନ୍ଥ ବନାଇଥିଲି ତାହାର ବଳକା କିସ୍ତି ମୋତେ ମିଳିବା ଆରମ୍ଭ ହୋଇଗଲା ଏବଂ ମୁଁ ଆଜି ମୋର ନିଜର ଘରେ ମୋର ପରିବାର ୬ଟି ଛୁଆଙ୍କ ସହିତ ଆନନ୍ଦରେ ରହୁଛି । ସେଥିପାଇଁ ସାହବ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ।

|

ପ୍ରଧାନମନ୍ତ୍ରୀ ଜୀ - ଭରତଭାଇ ଏହା ଆପଣଙ୍କର ପ୍ରଥମ ଅନୁଭବ ଶୁଣି ମୋତେ ପୁରୁଣା ଦିନଗୁଡ଼ିକ ମନେ ପଡ଼ିଲା ଏବଂ ୨୦ ବର୍ଷ ପରେ ଆପଣଙ୍କୁ ଭେଟିବାର ସୁଯୋଗ ମିଳିଲା, ପରିବାରରେ ସମସ୍ତ ପିଲା ପଢ଼ିଥାନ୍ତି କିମ୍ବା କ’ଣ କରୁଛନ୍ତି?

ଭରତଭାଇ - ସାହବ, ମୋର ୪ଟି ଝିଅଙ୍କର ବାହାଘର ହୋଇଯାଇଛି ଏବଂ ଦୁଇ ଝିଅଙ୍କର ବାହାଘର ବର୍ତ୍ତମାନ ହୋଇନାହିଁ । ସେମାନେ ବର୍ତ୍ତମାନ ୧୮ ବର୍ଷରୁ କମ ବୟସର ଅଛନ୍ତି ।

ପ୍ରଧାନମନ୍ତ୍ରୀ ଜୀ - କିନ୍ତୁ ଆପଣଙ୍କ ଘର ସେଠାରେ ବର୍ତ୍ତମାନ ଠିକଠାକ ଅଛି କି ସବୁ ବର୍ତ୍ତମାନ ପୁରୁଣା ହୋଇଯାଇଛି ଏହି ୨୦ ବର୍ଷ ମଧ୍ୟରେ?

ଭରତଭାଇ - ସାହବ, ପ୍ରଥମେ ଛାତରୁ ପାଣି ଗଳୁଥିଲା, ପାଣିର ମଧ୍ୟ ଅସୁବିଧା ଥିଲା, ଛାତରୁ ବର୍ତ୍ତମାନ ମଧ୍ୟ ମାଟି ଗଳୁଛି, ଛାତ ଭଲ ଭାବରେ ହୋଇପାରିନାହିଁ ।

ପ୍ରଧାନମନ୍ତ୍ରୀ ଜୀ - ଆପଣଙ୍କୁ ସମସ୍ତ ଜ୍ୱାଇଁମାନେ ଭଲ ମିଳିଛନ୍ତି ତ?

ଭରତଭାଇ - ସାହବ, ସମସ୍ତେ ଭଲ ମିଳିଛନ୍ତି ।

ପ୍ରଧାନମନ୍ତ୍ରୀ ଜୀ - ଠିକ ଅଛି, ଖୁସିରେ ରୁହ । କିନ୍ତୁ ଆପଣମାନଙ୍କୁ ‘ସ୍ୱାଗତ’ କାର୍ଯ୍ୟକ୍ରମ ବିଷୟରେ କହୁଥିଲେ ନା କହୁ ନ ଥିଲେ । ଅନ୍ୟ ଲୋକଙ୍କ ପଠାଉଥିଲେ କି ନାହିଁ?

ଭରତଭାଇ - ଆଜ୍ଞା ସାର ପଠାଉଥିଲି, ଏବଂ କହୁଥିଲି ଯେ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀ ମୋତେ ସନ୍ତୋଷଜନକ ଉତ୍ତର ଦେଇଥିଲେ ଏବଂ ମୋ କଥା ଶାନ୍ତିରେ ଶୁଣିଲେ ଏବଂ ମୋର ସନ୍ତୋଷଜନକ ଭାବେ କାର୍ଯ୍ୟ କଲେ, ତେବେ ଆପଣଙ୍କର କୌଣସି ମଧ୍ୟ ପ୍ରଶ୍ନ ଅଛି ତେବେ  ଆପଣ ‘ସ୍ୱାଗତ’ କାର୍ଯ୍ୟକ୍ରମକୁ ଯାଇପାରିବେ, ଆପଣ ଯଦି ଯାଇ ନପାରିବେ ତେବେ ମୁଁ ଆପଣଙ୍କ ସହିତ ଯିବି ଏବଂ ଆପଣଙ୍କୁ ଅଫିସ ଦେଖାଇଦେବି ।

ପ୍ରଧାନମନ୍ତ୍ରୀ ଜୀ - ଠିକ ଅଛି, ଭରତ ଭାଇ ଖୁସି ଲାଗିଲା ।

ବର୍ତ୍ତମାନ କିଏ ଆପଣଙ୍କ ପାଖରେ ଅନ୍ୟଜଣେ ଭଦ୍ରବ୍ୟକ୍ତି ଅଛନ୍ତି ।

ବିନୟ କୁମାର - ନମସ୍କାର ସାର, ମୁଁ ଚୌଧୁରୀ ବିନୟକୁମାର ବାଲୁଭାଇ । ମୁଁ ତାପୀ ଜିଲ୍ଲାର ବାଘମେରା ଗାଁରୁ ଅଟେ।

ପ୍ରଧାନମନ୍ତ୍ରୀ ଜୀ - ବିନୟ ଭାଇ ନମସ୍କାର ।

ବିନୟ ଭାଇ - ନମସ୍କାର ସାହେବ ।

ପ୍ରଧାନମନ୍ତ୍ରୀ ଜୀ - କେମିତି ଅଛନ୍ତି ଆପଣ ।

ବିନୟ ଭାଇ - ଥାଉ ସାହବ, ଆପଣଙ୍କ ଆଶୀର୍ବାଦରୁ ମୁଁ ଭଲରେ ଅଛି ।

ପ୍ରଧାନମନ୍ତ୍ରୀ ଜୀ - ଆପଣଙ୍କୁ ଜଣାଅଛି ବର୍ତ୍ତମାନ ଆମେ ସମସ୍ତଙ୍କୁ ଅକ୍ଷମ ବୋଲି କହୁଛୁ ।

ଆପଣଙ୍କୁ ମଧ୍ୟ ଲୋକମାନେ ଗାଁର ସମ୍ମାନର ସହିତ କହିବେ ।

ବିନୟ ଭାଇ - ହଁ କହୁଛନ୍ତି ।

ପ୍ରଧାନମନ୍ତ୍ରୀ ଜୀ - ମୋର ସମ୍ପୂର୍ଣ୍ଣ ମନେ ଅଛି ଯେ ଆପଣ ନିଜ ଅଧିକାର ପାଇଁ ଏତେ ସଂଘର୍ଷ କରିଥିଲେ ସେହି ସମୟରେ, ଟିକିଏ ସମସ୍ତଙ୍କୁ କୁହ ଯେ ଆପଣଙ୍କ ସଂଘର୍ଷ ସେହି ସମୟରେ କ’ଣ ଥିଲା ଏବଂ ଆପଣ ଶେଷରେ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଯାଇ ନିଜର ଅଧିକାର ନେଇଥିଲେ । ସେଇ ବିଷୟ ସମସ୍ତଙ୍କୁ ଟିକିଏ ବ୍ୟାଖ୍ୟା କର ।

ବିନୟ ଭାଇ - ସାର, ମୋର ପ୍ରଶ୍ନ ଥିଲା ସେହି ସମୟରେ ମୋ ପୋଦରେ ଛିଡ଼ା ହେବାର ଥିଲା । ସେହି ସମୟରେ ମୁଁ ଅଳ୍ପ ସଂଖ୍ୟକ ଅର୍ଥ ଆୟୋଗରେ ଆବେଦନ କରିଥିଲି । ସେହି ଆବେଦନକୁ ଅନୁମୋଦନ କରାଯାଇଥିଲା କିନ୍ତୁ ସମୟାନୁସାରେ ମୋତେ ଠିକ ସମୟରେ ଚେକ୍ ଦିଆଯାଇ ନ ଥିଲା । ମୁଁ ବହୁତ ବିବ୍ରତ ହୋଇଥିଲି, ଏହାପରେ ମୁଁ ଜଣେ ବନ୍ଧୁଙ୍କ ଠାରୁ ଜାଣିଥିଲି ଯେ ମୋର ପ୍ରଶ୍ନର ସମଧାନ ‘ସ୍ୱାଗତ’ କାର୍ଯ୍ୟକ୍ରମରେ ମିଳିବ ଯାହା ଗାନ୍ଧୀ ନଗରରେ ଚାଲିଥାଏ । ଗାନ୍ଧୀ ନଗରରେ ସେଥିରେ ତୁମର ପ୍ରଶ୍ନ ଉପସ୍ଥାପନ କରିବାକୁ ପଡ଼ିବ । ତେବେ ସାର, ମୁଁ ତାପି ଜିଲ୍ଲାର ବାଘମେରା ଗାଁରୁ ମୁଁ ବସରେ ବସି ଗାନ୍ଧୀ ନଗର ଆସିଛଇ ଏବଂ ଆପଣଙ୍କ କାର୍ଯ୍ୟକ୍ରମରେ ଭାଗନେଲି । ଆପଣ ମୋର ପ୍ରଶ୍ନ ଶୁଣିଛନ୍ତି ଏବଂ ଆପଣ ତୁରନ୍ତ ମୋତେ ୩୯୨୪୫ ଟଙ୍କାର ଚେକ ଦେଇଛନ୍ତି । ସେହି ଚେକରେ ମୁଁ ୨୦୦୮ରେ ମୋ ଘରେ ଏକ ଜେନେରାଲ ଷ୍ଟୋର ମଧ୍ୟ ଖୋଲିଛି, ଆଜି ସେହି ଷ୍ଟୋର କାମ କରୁଛି, ମୁଁ ତାହାଦ୍ୱାରା ମୋ ଘର ଚଳାଉଛି । ସାର, ମୁଁ ଷ୍ଟୋର ଆରମ୍ଭ କରିବାର ଦୁଇବର୍ଷ ମଧ୍ୟରେ ବିବାହ କଲି, ଆଜି ମୋର ଦୁଇଟି ଝିଅ ଅଛନ୍ତି ଏବଂ ସେହି ଷ୍ଟୋରରୁ ଯାହା ଆସୁଛି ସେମାନଙ୍କୁ ସେଥିରେ ପାଠ ପଢ଼ାଉଛି । ବଡ଼ ଝିଅ ଅଷ୍ଟମ ଶ୍ରେଣୀରେ ପଢୁଛି ଏବଂ ଛୋଟ ଝିଅ ଷଷ୍ଠ କ୍ଲାସରେ ଅଛି । ଏବଂ ଘର ପରିବାର ବହୁତ ଭଲ ଭାବରେ ଆତ୍ମନିର୍ଭରଶୀଳ ହୋଇପାରିଛି । ଏବଂ ଦୁଇବର୍ଷ ହେବ ମୁଁ ମୋର ପତ୍ନୀଙ୍କ ସହିତ ଦୋକାନ ଏବଂ କୃଷି କାର୍ଯ୍ୟ କରୁଛି ଏବଂ ଭଲ ରୋଜଗାର କରୁଛି ।

ପ୍ରଧାନମନ୍ତ୍ରୀ ଜୀ - ବିନୟ ଭାଇ, ଆପଣ ଦୋକାନରେ କ’ଣ କ’ଣ ବିକ୍ରି କରନ୍ତି?

ବିନୟ ଭାଇ - ଆମେ ସମସ୍ତ ଖାଦ୍ୟ ଶସ୍ୟ ଏବଂ ଖାଦ୍ୟ ସାମଗ୍ରୀ ବିକ୍ରି କରୁଛୁ ।

ପ୍ରଧାନମନ୍ତ୍ରୀ ଜୀ - ଆମେ ଯେତେବେଳେ ଭୋକାଲ ଫର ଲୋକାଲ କରିଥାଉ, ତେବେ କ’ଣ ଆପଣଙ୍କ ସ୍ଥାନକୁ ସମସ୍ତେ ଭୋକାଲ ଫର ଲୋକାଲ କିଣିବାକୁ ଆପଣଙ୍କ ସ୍ଥାନକୁ ଆସନ୍ତି କି?

ବିନୟ ଭାଇ - ଆଜ୍ଞା ସାର, ଆସନ୍ତି । ଶସ୍ୟ, ଡାଲି, ଚାଉଳ, ଚିନି ସବୁ ନେବାକୁ ଆସିଥାନ୍ତି ।

ପ୍ରଧାନମନ୍ତ୍ରୀ ଜୀ - ବର୍ତ୍ତମାନ ଆମେ ‘ଶ୍ରୀଅନ୍ନ’ର ଆଂଦୋଳନ ଚଳାଇଛୁ । ବାଜରା, ଯଅ ସମସ୍ତେ ଖାଇବା ଉଚିତ । ଆପଣଙ୍କର ସେଠାରେ ଶ୍ରୀଅନ୍ନର ବିକ୍ରି ହେଉଛି କି ନାହିଁ?

ବିନୟ ଭାଇ - ଆଜ୍ଞା ସାର, ହେଉଛି ।

ପ୍ରଧାନମନ୍ତ୍ରୀ ଜୀ - ଆପଣ ଅନ୍ୟମାନଙ୍କୁ ଚାକିରି ଦେଉଛନ୍ତି ନା ନାହିଁ, ନା କେବେ ଆପଣ ନିଜେ ନିଜ ପତ୍ନୀଙ୍କ ସହ କାର୍ଯ୍ୟ କରୁଛନ୍ତି ।

ବିନୟ ଭାଇ - ଶ୍ରମିକମାନଙ୍କୁ ନେବାକୁ ପଡୁଛି ।

ପ୍ରଧାନମନ୍ତ୍ରୀ ଜୀ - ଶ୍ରମିକମାନଙ୍କୁ ନେବାକୁ ପଡିଥାଏ ଆଚ୍ଛା, କେତେ ଲୋକଙ୍କୁ ଆପଣଙ୍କ କାରଣରୁ ରୋଜଗାର ମିଳିଛି?

ବିନୟ ଭାଇ - ମୋ ଯୋଗୁ ୪-୫ ଜଣ ଲୋକଙ୍କୁ କ୍ଷେତରେ କାମ କରିବାକୁ ରୋଜଗାର ମିଳିଛି ।

ପ୍ରଧାନମନ୍ତ୍ରୀ ଜୀ - ବର୍ତ୍ତମାନ ଆନେ ସମସ୍ତଙ୍କୁ କହୁଛୁ ଯେ ଡିଜିଟାଲ ପେମେଣ୍ଟ କର, ତେବେ ସେଠାରେ ଆପଣ ଡିଜିଟାଲ ପେମେଣ୍ଟ କରୁଛନ୍ତି? ମୋବାଇଲ ଫୋନରୁ ଟଙ୍କା ନେଣ-ଦେଣ, କୁ୍ୟଆର କୋଡ ମାଗିଥାଏ, ଏମିତି କିଛି କରୁଛ?

ବିନୟ ଭାଇ - ଆଜ୍ଞା ସାର, ଅନେକ ଲୋକ ଆସନ୍ତି, ସେମାନେ ମୋର କୁ୍ୟଆର କୋଡ୍ ମାଗନ୍ତି ଏବଂ ମୋ ଆକାଉଣ୍ଟରେ ଟଙ୍କା ଦେଇଥାନ୍ତି ।

ପ୍ରଧାନମନ୍ତ୍ରୀ ଜୀ - ଏହା ଭଲ ଅଟେ, ଅର୍ଥାତ ସବୁକିଛି ଆପଣଙ୍କ ଗାଁରେ ପହଂଚିଛି ।

ବିନୟ ଭାଇ - ଆଜ୍ଞା ହଁ, ସବୁକିଛି ପହଂଚିଛି ।

ପ୍ରଧାନମନ୍ତ୍ରୀ ଜୀ - ବିନୟ ଭାଇ, ଆପଣଙ୍କର ବିଶେଷତା ଏହିକି ଯେ ଆପଣ ‘ସ୍ୱାଗତ’ କାର୍ଯ୍ୟକ୍ରମକୁ ସଫଳ କରିଛନ୍ତି ଏବଂ ‘ସ୍ୱାଗତ’ କାର୍ଯ୍ୟକ୍ରମରେ ଯେଉଁ ଲାଭ ପାଇଛନ୍ତି ଅନ୍ୟ ଲୋକମାନେ ମଧ୍ୟ ଆପଣଙ୍କୁ ପଚାରୁଥିବେ । ଆପଣ ଏତେ ସାହସ ଦେଖାଇଲେ ଯେ ଆପଣ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଂଚିଗଲେ । ବର୍ତ୍ତମାନ ସମସ୍ତ ଅଧିକାରୀ ଜାଣିବାକୁ ପାଇଛନ୍ତି ଯେ ଯଦି ତୁମେ ଅଭିଯୋଗ ଆଣିଛ, ତେବେ ସେମାନେ ସମସ୍ତେ ତୁମକୁ ହଇରାଣ କରିବେ, ପରେ ଏମିତି ନିଶ୍ଚୟ ହୋଇଥିବ ।

ବିନୟ ଭାଇ - ଆଜ୍ଞା ସାର ।

ପ୍ରଧାନମନ୍ତ୍ରୀ ଜୀ - ପରେ ରାସ୍ତା ଖୋଲି ଯାଇଥିଲା ।

ବିନୟ ଭାଇ - ଖୋଲିଗଲା ସାର ।

ପ୍ରଧାନମନ୍ତ୍ରୀ ଜୀ - ବର୍ତ୍ତମାନ ବିନୟ ଭାଇ ନିଶ୍ଚିତ ଭାବରେ ଗାଁରେ ଦାଦାଗିରି କରୁଥିବେ ଯେ ମୋର ମୁଖ୍ୟମନ୍ତ୍ରୀଙ୍କ ସହ ସିଧାସଳଖ ସମ୍ପର୍କ ଅଛି । ଏମିତି କରୁନାହାନ୍ତି ନା?

ବିନୟ ଭାଇ - ନା ସାର ।

ପ୍ରଧାନମନ୍ତ୍ରୀ ଜୀ - ଠିକ ଅଛି ବିନୟ ଭାଇ ଆପଣଙ୍କୁ ବହୁତ ବହୁତ ଶୁଭକାମନା, ଆପଣ ଭଲ କରିଛନ୍ତି ଯେ ଝିଅମାନଙ୍କୁ ଶିକ୍ଷା ଦେଉଛନ୍ତି, ବହୁତ ପଢ଼େଇବେ, ଠିକ ଅଛି ।

ପ୍ରଧାନମନ୍ତ୍ରୀ ଜୀ - ଆପଣଙ୍କର ନାମ କ’ଣ?

ରାକେଶ ଭାଇ ପାରେଖ - ରାକେଶ ଭାଇ ପାରେଖ ।

ପ୍ରଧାନମନ୍ତ୍ରୀ ଜୀ - ରାକେଶ ଭାଇ ପାରେଖ, କ’ଣ ସୁରଟ ଜିଲ୍ଲାରୁ ଆସିଛନ୍ତି?

ରାକେଶ ଭାଇ ପାରେଖ - ହଁ, ମୁଁ ସୁରଟରୁ ଆସିଛି ।

ପ୍ରଧାନମନ୍ତ୍ରୀ ଜୀ - ଅର୍ଥାତ ଆପଣ ସୁରଟରେ ନା’ ସୁରଟର ଆଖପାଖରେ କେଉଁଠି ରହୁଛନ୍ତି ।

ରାକେଶ ଭାଇ ପାରେଖ - ମୁଁ ସୁରଟର ଏକ ଆପାର୍ଟମେଣ୍ଟରେ ରହୁଛି ।

ପ୍ରଧାନମନ୍ତ୍ରୀ ଜୀ - ହଁ, ମୋତେ କୁହ ତୁମର ପ୍ରଶ୍ନ କ’ଣ?

ରାକେଶ ଭାଇ ପାରେଖ - ପ୍ରଶ୍ନ ହେଉଛି ୨୦୦୬ରେ ଯେତେବେଳେ ଟ୍ରେନ ଆସିଲା ସେଥିରେ କୋଠାଟି ଭାଙ୍ଗିଗଲା, ସେଥିରେ ୮ ମହଲାର କୋଠା ଥିଲା, ଯେଉଁଥିରେ ୩୨ଟି ଫ୍ଲାଟ ଏବଂ ୮ଟି ଦୋକାନ ଥିଲା । ଏହା ଜରାଜୀର୍ଣ୍ଣ ହୋଇ ଯାଇଥିଲା, ଏହି କାରଣରୁ କୋଠାଟି ଭାଙ୍ଗି ଯାଇଥିଲା, ଆମେ ଏଥିପାଇଁ ଅନୁମତି ମିଳିପାରୁ ନ ଥିଲା । ଆମେ ନିଗମକୁ ଯାଇଥିଲୁ, ସେଥିରେ ଅନୁମତି ମିଳି ପାରୁ ନ ଥିଲା । ଆମେ ସମସ୍ତେ ଏକାଠି ହେଲୁ, ସେହି ସମୟରେ ଆମେ ଜାଣିବାକୁ ପାଇଲି ଯେ ନରେନ୍ଦ୍ର ମୋଦୀ ସାର ସେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ, ମୁଁ ଅଭିଯୋଗ ନେଇଥିଲି, ସେତେବେଳେ ମୁଁ ଗାମିତ ସାହବଙ୍କୁ ଭେଟିଥିଲି । ସେ ମୋତେ କହିଥିଲେ ଯେ ଆପଣଙ୍କର ଅଭିଯୋଗ ଗ୍ରହଣ କରାଯାଇଛି ଏବଂ ଆମେ ଆପଣଙ୍କୁ ଡାକିବୁ । ସେ କହିଥିଲେ ଯେ ତୁମର ଘର ନ ଥିବାରୁ ମୁଁ ଦୁଃଖିତ । ପରେ ମୋତେ ତା’ ପରଦିନ ଡାକିଲେ ଏବଂ ମୋତେ ‘ସ୍ୱାଗତ’ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆପଣଙ୍କ ସହିତ ମୋତେ ସୁଯୋଗ ମିଳିଲା । ସେତେବେଳେ ଆପଣ ମୋତେ ଅନୁମୋଦନ ଦେଇଥିଲେ । ମୁଁ ଭଡ଼ା ଘରେ ରହୁଥିଲି । ୧୦ ବର୍ଷ ଭଡ଼ା ଘରେ ରହୁଥିଲି ଏବଂ ଅନୁମୋଦନ ମିଳିଗଲା, ତା’ ପରେ ଆମେ ସମ୍ପୂର୍ଣ୍ଣ କୋଠାର ନିର୍ମାଣ ଆରମ୍ଭ କଲୁ । ଯେଉଁଥିରେ ଆପଣଙ୍କ ଏକ ସ୍ୱତନ୍ତ୍ର ମାମଲାରେ ଅନୁମୋଦନ ଦେଇଛନ୍ତି, ଆମର ଏକ ବୈଠକ ହୋଇଥିଲା ଏବଂ ସମସ୍ତେ ପୁଣିଥରେ ରହିଲେ । ୩୨ ପରିବାର, ୮ ଦୋକାନୀ ଆପଣଙ୍କୁ ବହୁତ ବହୁତ କୃତଜ୍ଞତା ଜଣାଉଛନ୍ତି ।

|

ପ୍ରଧାନମନ୍ତ୍ରୀ ଜୀ - ପାରେଖ ଜୀ, ଆପଣଙ୍କ ସହିତ ଆପଣ ୩୨ଟି ପରିବାରର ମଧ୍ୟ ଭଲ କରିଛନ୍ତି, ଏବଂ ଆଜି ୩୨ ଜଣଙ୍କ ପରିବାରକୁ ଖୁସିରେ ଶାନ୍ତିରେ ବଂଚିବାର ସୁଯୋଗ ଦେଇଛନ୍ତି । ଏହି ୩୨ଟି ପରିବାରର ଲୋକ କିପରି ଭାବରେ ବାସ କରନ୍ତି, ସେମାନେ ସମସ୍ତେ ଖୁସିରେ ଅଛନ୍ତ?

ରାକେଶ ଭାଇ ପାରେଖ - ସମସ୍ତେ ଖୁସିରେ ଅଛନ୍ତି ଏବଂ ମୁଁ ଟିକିଏ ଅସୁବିଧାରେ ଅଛି, ସାର ।

ପ୍ରଧାନମନ୍ତ୍ରୀ ଜୀ - ସମସ୍ତେ ଏକାଠି ରୁହନ୍ତି?

ରାକେଶ ଭାଇ ପାରେଖ - ହଁ ସମସ୍ତେ ଏକାଠି ରୁହନ୍ତି ।

ପ୍ରଧାନମନ୍ତ୍ରୀ ଜୀ - ଏବଂ ଆପଣ ପୁଣି ଅସୁବିଧାରେ ଅଛନ୍ତି?

ରାକେଶ ଭାଇ ପାରେଖ - ଆଜ୍ଞା ସାର, ଆପଣ କହିଥିଲେ ସେ ଯଦି କେବେ କୌଣସି ସମସ୍ୟା ଆସିବ ତେବେ ମୋ ବଙ୍ଗଳାକୁ ଆସି ରହିବ । ସେତେବେଳେ ଆପଣ କହିଥିଲେ ଯେ କୋଠାଟି ସମ୍ପୂର୍ଣ୍ଣ ନ’ ହେବା ପର୍ଯ୍ୟନ୍ତ ଆପଣଙ୍କ ବଙ୍ଗଳାରେ ରହିବାକୁ, କୋଠାଟି ସମ୍ପୂର୍ଣ୍ଣ ନ’ ହେବା ପର୍ଯ୍ୟନ୍ତ, ମୁଁ ଏକ ଭଡ଼ା ଘରେ ରହୁଥିଲି । ବର୍ତ୍ତମାନ କୋଠା ନିର୍ମାଣ ହେବା ପରେ ମୁଁ ମୋ ପରିବାର ସହିତ ଘରେ ଶାନ୍ତିରେ ରହୁଛି, ମୋର ଦୁଇଟି ପୁଅ ଅଛନ୍ତି, ସେମାନେ ଏବଂ ମୁଁ ମୋ ପତ୍ନୀଙ୍କ ସହିତ ଶାନ୍ତିର ରହୁଛି ।

ପ୍ରଧାନମନ୍ତ୍ରୀ ଜୀ - ପୁଅମାନେ କ’ଣ ପଢୁଛନ୍ତି?

ରାକେଶ ଭାଇ ପାରେଖ - ଗୋଟିଏ ପୁଅ ସେ ଚାକିରି କରୁଛି ଏବଂ ଅନ୍ୟ ପୁଅଟି ରୋଷେୟା କାମ କରୁଛି । ହୋଟେଲ ମ୍ୟାନେଜମେଣ୍ଟର କାମ କହିଥାନ୍ତି ନା, ବର୍ତ୍ତମାନ ସେ ଘର ଚଳାଉଛି । ବର୍ତ୍ତମାନ ମୋର ଏକ ସ୍ନାୟୁ ଦବିଯିବାରୁ ମୁଁ ଯନ୍ତ୍ରଣା ଅନୁଭବ କରୁଛି ଏବଂ ଚାଲିପାରୁ ନାହିଁ । ଦେଢ଼ ବର୍ଷ ହେବ ଏହି ରୋଗରେ ପୀଡ଼ିତ ।

ପ୍ରଧାନମନ୍ତ୍ରୀ ଜୀ - ଆପଣ କିନ୍ତୁ ଯୋଗ ଇତ୍ୟାଦି କରୁଛନ୍ତି କି ନାହିଁ?

ରାକେଶ ଭାଇ ପାରେଖ - ଆଜ୍ଞା ସାର, ବ୍ୟାୟାମ ଇତ୍ୟାଦି ଚାଲିଛି ।

ପ୍ରଧାନମନ୍ତ୍ରୀ ଜୀ - ହଁ ଏଥିରେ ଅପରେସନ ପାଇଁ ଶୀଘ୍ର ନ’ ହୋଇ ପ୍ରଥମେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ। ବର୍ତ୍ତମାନ ଆମର ଆୟୁଷ୍ମାନ କାର୍ଡ ମଧ୍ୟ ହୋଇଛି, ଆୟୁଷ୍ମାନ କାର୍ଡ ଆପଣ କରିଛନ୍ତି କି? ଆପଣଙ୍କର ପାଞ୍ଚ ଲକ୍ଷ ପର୍ଯ୍ୟନ୍ତ ଖର୍ଚ୍ଚ ମଧ୍ୟ ଏଥିରୁ ବାହାରିଥାଏ । ଏବଂ ଗୁଜରାଟ ସରକାରରେ ମଧ୍ୟ ସୁନ୍ଦର ଯୋଜନାମାନ ଅଛି । ମା’ କାର୍ଡର ଯୋଜନା ଅଛି, ଏହାର ଲାଭ ଉଠାନ୍ତୁ ଏବଂ ସମସ୍ୟା ଏକାଥରେ ଦୂର କରନ୍ତୁ ।

ରାକେଶ ଭାଇ ପାରେଖ - ହଁ ସାର, ଠିକ ଅଛି ।

ପ୍ରଧାନମନ୍ତ୍ରୀ ଜୀ - ଆପଣଙ୍କର ବୟସ ଏତେ ଅଧିକ ହୋଇଯାଇ ନାହିଁ ଯେ ଆପଣ ଥକିଯିବେ ।

ପ୍ରଧାନମନ୍ତ୍ରୀ ଜୀ - ଆଚ୍ଛା ରାକେଶ ଭାଇ ପାରେଖ ଆପଣ ‘ସ୍ୱାଗତ’ ଦ୍ୱାରା ଅନେକ ଲୋକମାନଙ୍କର ସାହାଯ୍ୟ କଲେ । ଜଣେ ସଚେତନ ନାଗରିକ କିଭଳି ସାହସୀ କରିପାରିବ । ତାହାର ଉଦାହରଣ ହୋଇପାରିଛନ୍ତି, ମୋ ପାଇଁ ମଧ୍ୟ ସନ୍ତୋଷ ଅଟେ ଯେ ଆପଣଙ୍କୁ ଏବଂ ଆପଣଙ୍କ କଥାକୁ ସରକାର ଗମ୍ଭୀରତାର ସହ ନେଲେ । ବହୁବର୍ଷ ପୂର୍ବରୁ ଯେଉଁ ପ୍ରଶ୍ନର ନିରାକରଣ ହେଲା, ବର୍ତ୍ତମାନ ଆପଣଙ୍କର ପିଲାମାନେ ମଧ୍ୟ ସ୍ଥାପିତ ହୋଇଗଲେଣି । ତେବେ ଚାଲନ୍ତୁ ମୋ ତରଫରୁ ସମସ୍ତଙ୍କୁ ଶୁଭକାମନା ଜଣାଇଦେବେ ଭାଇ ।

ସାଥୀମାନେ,

ଏହି ଆଳାପ ପରେ ମୋତେ ଏହି କଥାର ସନ୍ତୋଷ ମିଳୁଛି ଯେ ଆମେ ଯେଉଁ ଉଦେଶ୍ୟ ନେଇ ‘ସ୍ୱାଗତ’ର ଆରମ୍ଭ କରିଥିଲୁ ତାହା ସମ୍ପୂର୍ଣ୍ଣ ଭାବରେ ସଫଳ ହେଉଛି । ଏହା ମାଧ୍ୟମରେ ଲୋକମାନେ କେବଳ ସେମାନଙ୍କର ସମସ୍ୟାର ସମାଧାନ ପାଉନାହାନ୍ତି, କିନ୍ତୁ ରାକେଶ ଜୀଙ୍କ ଭଳି ଲୋକମାନେ ନିଜ ସହ ଶହ ଶହ ପରିବାରର ପ୍ରସଙ୍ଗ ଉଠାଉଛନ୍ତି । ମୋର ବିଶ୍ୱାସ ଯେ ସରକାରଙ୍କ ଏପରି ଆଚରଣ ହେବା ଉଚିତ ଯେ ସାଧାରଣ ଲୋକ ସେମାନଙ୍କର ମତାମତ ବାଣ୍ଟି ପାରୁଛନ୍ତି, ତାଙ୍କୁ ଜଣେ ବନ୍ଧୁ ଭାବରେ ବିବେଚନା କରି ଏବଂ ତାଙ୍କ ମାଧ୍ୟମରେ ଆମେ ଗୁଜରାଟରେ ଆଗକୁ ବଢୁଛୁ ଏବଂ ମୁଁ ଖୁସି ଯେ ଆଜି ଭୂପେନ୍ଦ୍ର ଭାଇ ମଧ୍ୟ ଆମ ସହିତ ଅଛନ୍ତି । ମୁଁ ଦେଖୁଛି ଯେ ଜିଲ୍ଲାରେ କିଛି ମନ୍ତ୍ରିଗଣ ମଧ୍ୟ ଅଛନ୍ତି, ଅଧିକାରୀଗଣ ମଧ୍ୟ ଦେଖୁଛନ୍ତି, ବର୍ତ୍ତମାନ ଅନେକ ନୂଆ ଚେହେରା ଅଛି, ମୁଁ ବହୁତ କମ ଲୋକମାନଙ୍କୁ ଜାଣିଛି।

ଗୁଜରାଟର କୋଟି କୋଟି ନାଗରିକଙ୍କ ସେବା ପାଇଁ ଉତ୍ସର୍ଗୀକୃତ ‘ସ୍ୱାଗତ’ ୨୦ ବର୍ଷ ପୂରର କରୁଛି । ଏବଂ ମୁଁ କେବଳ କିଛି ହିତାଧିକାରୀଙ୍କ ଠାରୁ ପୁରୁଣା ଅନୁଭୂତି ଶୁଣିବା, ପୁରୁଣା ସ୍ମୃତିକୁ ସତେଜ କରିବା ଏବଂ ମୋ ଆଖି ସାମ୍ନାରେ କେତେ ପୁରୁଣା ଜିନିଷ ବୁଲୁଥିବାର ଦେଖିବାକୁ ସୁଯୋଗ ପାଇଲି । ‘ସ୍ୱାଗତ’ର ସଫଳତାରେ ଅନେକ ଲୋକଙ୍କର ନିରନ୍ତର ପରିଶ୍ରମ ରହିଛି, ଅନେକ ଲୋକଙ୍କର ନିଷ୍ଠା ରହିଛି । ଏହି ଅବସରରେ ମୁଁ ସେହି ସମସ୍ତ ଲୋକମାନଙ୍କୁ ଧନ୍ୟବାଦ ଜଣାଉଛି, ସେମାନଙ୍କୁ ଅଭିନନ୍ଦନ ଜଣାଉଛି ।

|

ସାଥୀମାନେ,

କୌଣସି ମଧ୍ୟ ବ୍ୟବସ୍ଥା ଯେତେବେଳେ ଜନ୍ମ ନେଇଥାଏ, ପ୍ରସ୍ତୁତ ହୋଇଥାଏ, ସେତେବେଳେ ତାହା ପଛରେ ଏକ ଦୃଷ୍ଟି ଏବଂ ଉଦେଶ୍ୟ ରହିଥାଏ । ଭବିଷ୍ୟତରେ ସେହି ବ୍ୟବସ୍ଥା କେତେଦୂର ପର୍ଯ୍ୟନ୍ତ ପହଂଚିବ, ତାହାର ଉଦେଶ୍ୟ, ଶେଷ ଫଳାଫଳ, ସେହି ଉଦେଶ୍ୟ ସହିତ ସ୍ଥିର ହୋଇଥାଏ । ୨୦୦୩ରେ ମୁଁ ଯେତେବେଳେ ‘ସ୍ୱାଗତ’ର ଶୁଭାରମ୍ଭ କରିଥିଲି, ସେତେବେଳେ ମୋତେ ଗୁଜରାଟରେ ମୁଖ୍ୟମନ୍ତ୍ରୀ ଭାବରେ ବହୁତ ଅଧିକ ଦିନ ହୋଇ ନ ଥିଲା । ତା’ ପୂର୍ବରୁ ମୋର ଜୀବନ ବର୍ଷ ବର୍ଷ ଧରି ଜଣେ କାର୍ଯ୍ୟକର୍ତ୍ତା ଭାବରେ ଅତିବାହିତ ହୋଇଥିଲା, ସାଧାରଣ ମଣିଷଙ୍କ ମଧ୍ୟରେ ଲୁଚିଥିଲା । ମୁଖ୍ୟମନ୍ତ୍ରୀ ହେବା ପରେ ଲୋକମାନେ ସାଧାରଣ ଭାବରେ ମୋତେ କହୁଥିଲେ, ଏବଂ ସାଧାରଣ ଭାବରେ ମୋତେ କୁହାଯାଉଥିଲା ଯେ ଆମ ଦେଶରେ ଅଭିଜ୍ଞତା ଆଧାରରେ ଲୋକମାନେ କହୁଥିଲେ ଯେ ଭାଇ ଥରେ ତୁମକୁ ଚଉକି ମିଳିଯାଉଛି ନା’, ତା’ପରେ ପୁଣି ସବୁଜିନିଷ ବଦଳି ଯାଇଥାଏ, ଲୋକ ମଧ୍ୟ ବଦଳି ଯାଇଥାନ୍ତି, ଏମିତି ଶୁଣୁଥିଲି । କିନ୍ତୁ ମୁଁ ମନେ ମନେ ସ୍ଥିର କରି ବସିଥିଲି ଯେ ମୁଁ ସେମିତି ହିଁ ରହିବି, ଯେମିତି ମୋତେ ଲୋକମାନେ କରିଛନ୍ତି । ସେମାନଙ୍କ ମଧ୍ୟରେ ରହି ଯାହା କିଛି ଶିଖିଛି, ସେମାନଙ୍କ ମଧ୍ୟରେ ଯାହା କିଛି ମୁଁ ଅନୁଭବ ପ୍ରାପ୍ତ କରିଛି, ମୁଁ କୌଣସି ମଧ୍ୟ ପରିସ୍ଥିତିରେ ମୋ ଚଉକିର ବାଧ୍ୟତାମୂଳକ ଦାସ ହେବି ନାହିଁ । ମୁଁ ଜନତା ଜନାର୍ଦ୍ଦନଙ୍କ ମଧ୍ୟରେ ରହିବି, ଜନତା ଜନାର୍ଦ୍ଦନଙ୍କ ପାଇଁ ରହିବି । ଏହି ନିଷ୍ଠା ସହିତ ଟେକ୍ନୋଲୋଜିର ପ୍ରୟୋଗ ଦ୍ୱାରା ଅଭିଯୋଗ ଉପରେ ରାଜ୍ୟସ୍ତରୀୟ ଧ୍ୟାନ ଅର୍ଥାତ୍ ‘ସ୍ୱାଗତ’ର ଜନ୍ମ ହେଲା । ‘ସ୍ୱାଗତ’ ପଛରେ ଭାବନା ଥିଲା- ସାଧାରଣ ମଣିଷର ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକରେ ସ୍ୱାଗତ! ‘ସ୍ୱାଗତ’ର ଭାବନା ଥିଲା- ବିଧାନର ସ୍ୱାଗତ, ସମାଧାନର ସ୍ୱାଗତ! ଏବଂ, ଆଜି ୨୦ ବର୍ଷ ପରେ ମଧ୍ୟ ‘ସ୍ୱାଗତ’ର ଅର୍ଥ ହେଉଛି- ଜୀବନର ସହଜତା, ଶାସନରେ ପହଂଚିବା! ଆନ୍ତରିକତାର ସହ କରାଯାଇଥିବା ପ୍ରୟାସର ଫଳାଫଳ ସ୍ୱରୂପ ଗୁଜରାଟ ଶାସନର ଏହି ମଡେଲ ସମଗ୍ର ବିଶ୍ୱରେ ନିଜର ଏକ ପରିଚୟ ପାଲଟି ଯାଇଛି । ସର୍ବପ୍ରଥମେ ଆନ୍ତର୍ଜାତିକ ଟେଲିକମ ସଂଗଠନ ଏହାକୁ ଇ-ସ୍ୱଚ୍ଛତା ଏବଂ ଇ-ଉତ୍ତରଦାୟିତ୍ୱର ଏକ ଉଦାହରଣ ବୋଲି କହିଛି । ଏହା ପରେ ମିଳିତ ଜାତିସଂଘ ମଧ୍ୟ ଏହି ‘ସ୍ୱାଗତ’କୁ ପ୍ରଶଂସା କରିଥିଲା । ଏହା ଜାତିସଂଘର ସମ୍ମାନଜନକ ଜନସେବା, ପୁରସ୍କାର ମଧ୍ୟ ପାଇଛି । ୨୦୧୧ରେ ଯେତେବେଳେ କଂଗ୍ରେସ ସରକାର କ୍ଷମତାରେ ଥିଲେ, ଗୁଜରାଟ ମଧ୍ୟ ‘ସ୍ୱାଗତ’କୁ ଧନ୍ୟବାଦ ଦେଇ ଇ-ଶାସନରେ ଭାରତ ସରକାର ସ୍ୱର୍ଣ୍ଣ ପୁରସ୍କାର ଲାଭ କରିଥିଲେ ଏବଂ ଏହି ପ୍ରକ୍ରିୟା କ୍ରମାଗତ ଭାବରେ ଚାଲିଛି ।

ଭାଇ ଏବଂ ଭଉଣୀମାନେ,

ମୋ ପାଇଁ ‘ସ୍ୱାଗତ’ର ସଫଳତା ସବୁଠାରୁ ବଡ଼ ପୁରସ୍କାର ହେଉଛି ଏହା ମାଧ୍ୟମରେ ଆମେ ଗୁଜରାଟର ଲୋକମାନଙ୍କର ସେବା କରିବାରେ ସକ୍ଷମ ହେଲୁ । ଏକ ‘ସ୍ୱାଗତ’ ଭାବରେ ଆମେ ଏକ ବ୍ୟାବହାରିକ ବ୍ୟବସ୍ଥା ପ୍ରସ୍ତୁତ କଲୁ । ବ୍ଲକ ଏବଂ ତହସିଲ ସ୍ତରରେ ଜନଶୁଣାଣି ପାଇଁ ‘ସ୍ୱାଗତ’ର ପ୍ରଥମ ବ୍ୟବସ୍ଥା କଲୁ । ଏହାପରେ ଜିଲ୍ଲା ସ୍ତରରେ ଜିଲ୍ଲା ଅଧିକାରୀଙ୍କୁ ଦାୟିତ୍ୱ ଦିଆଗଲା ଏବଂ, ରାଜ୍ୟ ସ୍ତରରେ ଏହି ଦାୟିତ୍ୱ ମୁଁ ନିଜେ ନିଜ କାନ୍ଧରେ ନେଇଥିଲି ଏବଂ ମୁଁ ମଧ୍ୟ ଏଥିରୁ ବହୁତ ଲାଭ ପାଇଲି । ଯେତେବେଳେ ମୁଁ ପ୍ରତ୍ୟକ୍ଷ ଜନଶୁଣାଣି କରୁଥିଲି, ସେତେବେଳେ ଶେଷରେ ବସିଥିବା ଲୋକମାନେ, ସେମାନେ ସରକାରଙ୍କ ଦ୍ୱାରା ଉପକୃତ ହେଉଛନ୍ତି କି ନାହିଁ, ଲାଭ ସେମାନଙ୍କ ପାଖରେ ପହଂଚୁଛି କି ନାହିଁ, ସରକାରଙ୍କ ନୀତି ଯୋଗୁ ସେମାନଙ୍କର କୌଣସି ଅସୁବିଧା ନାହିଁ, କିଛି ସ୍ଥାନୀୟ ସରକାରୀ ଅଧିକାରୀଙ୍କ ଉଦେଶ୍ୟ ହେତୁ ସେମାନେ ବିବ୍ରତ ହେଉନାହାନ୍ତି, ସେମାନଙ୍କର ଅଧିକାର ଅନ୍ୟ କେହି ଛଡ଼େଇ ନେଉଛନ୍ତି, ସେମାନଙ୍କର ଅଧିକାରକୁ କେହି ପାଇପାରୁ ନାହାନ୍ତି । ଏହି ସମସ୍ତ ମତାମତକୁ ମୋତେ ବହୁତ ସହଜରେ ତଳସ୍ତରରୁ ମିଳିବା ଆରମ୍ଭ ହେଲା । ଏବଂ ‘ସ୍ୱାଗତ’ର ଶକ୍ତି ଏତେ ବଢ଼ିଗଲା, ତାହାର ପ୍ରତିଷ୍ଠା ଏତେ ବଢ଼ିଗଲା ଯେ ଗୁଜରାଟର ସାଧାରଣ ନାଗରିକ ମଧ୍ୟ ସର୍ବୋଚ୍ଚ ଅଧିକାରୀଙ୍କ ନିକଟକୁ ଯାଉଥିଲେ, ଏବଂ ଯଦି କେହି ତାଙ୍କ କଥା ଶୁଣନ୍ତି ନାହିଁ, ଯଦି କୌଣସି କାମ ନ ହୁଏ, ତେବେ ସେ କହୁଥିଲେ- ଠିକ ଅଛି, ଆପଣଙ୍କୁ ଶୁଣିବାକୁ ଅଛି ତେବେ ଶୁଣନ୍ତୁ, ନ ହେଲେ ମୁଁ ‘ସ୍ୱାଗତ’କୁ ଯିବି । ଯେମିତି ସେ ଏହିକଥା ଆରମ୍ଭ କରିବା ମାତ୍ରେ ସେମାନେ ତାଙ୍କୁ ବସିବାକୁ କହୁଥିଲେ ଏବଂ ଅଭିଯୋଗ ଗ୍ରହଣ କରୁଥିଲେ ।

ସ୍ୱାଗତ ଏଭଳି ପ୍ରତିଷ୍ଠା ଅର୍ଜନ କରିଥିଲା । ଏବଂ ମୁଁ ସାଧାରଣ ଲୋକଙ୍କ ଅଭିଯୋଗ, ସମସ୍ୟା, ଅସୁବିଧା ବିଷୟରେ ପ୍ରତ୍ୟକ୍ଷ ସୂଚନା ପାଉଥିଲି । ଏବଂ ସବୁଠାରୁ ବଡ଼ କଥା, ମୁଁ ମଧ୍ୟ ସେମାନଙ୍କର ସମସ୍ୟାର ସମାଧାନ କରି ମୋର କର୍ତ୍ତବ୍ୟ ପାଳନ କରିବାରେ ସନ୍ତୁଷ୍ଟ ହେଲି । ଏବଂ ମାମଲା ଏହିଠାରେ ବନ୍ଦ ହୋଇନାହିଁ । ସ୍ୱାଗତ କାର୍ଯ୍ୟକ୍ରମ ମାସରେ ଗୋଟିଏ ଦିନ ହେଉଥିଲା । କିନ୍ତୁ ମାସ ସାରା ଏହା ଉପରେ କାମ କରିବାକୁ ପଡୁଥିଲା । କାରଣ ଶହ ଶହ ଅଭିଯୋଗ ଆସୁଥିଲା ଏବଂ ଏହାକୁ ମୁଁ ବିଶ୍ଳେଷଣ କରୁଥିଲି । କ’ଣ କୌଣସି ଏମିତି ବିଭାଗ ଅଛି ଯାହାର ବାରମ୍ବାର ଅଭିଯୋଗ ଆସୁଛି, ସେଠାରେ ଏମିତି ଅଧିକାରୀ ଅଛନ୍ତି ଯାହାର ବାରମ୍ବାର ଅଭିଯୋଗ ଆସୁଛି, କୌଣସି ଏମିତି କ୍ଷେତ୍ର ଅଛି ଯେଉଁଠାରେ କେବଳ ଅଭିଯୋଗ-ଅଭିଯୋଗ ପରିପୂର୍ଣ୍ଣ ହୋଇ ରହିଛି । ନୀତିଗୁଡ଼ିକର ବିଶୃଙ୍ଖଳା ହେତୁ ଏହା ଘଟୁଛି କି, କୌଣସି ବ୍ୟକ୍ତି ନିଜର ଉଦେଶ୍ୟ କାରଣରୁ ଅସୁବିଧା ହେଉଛି କି? ଏହି ସମସ୍ତ ଜିନିଷକୁ ଆମେ ବିଶ୍ଳେଷଣ କରୁଥିଲୁ । ଯଦି ଆବଶ୍ୟକ ହୁଏ ସେଠାରେ ନିୟମ ପରିବର୍ତ୍ତନ କରୁଥିଲୁ । ନୀତି ପରିବର୍ତ୍ତନ କରୁଥିଲୁ, ଯାହାଦ୍ୱାରା ସାଧାରଣ ଲୋକମାନଙ୍କର ଯେପରି କ୍ଷତି ନ ହେବ । ଏବଂ ଯଦି ଜଣେ ବ୍ୟକ୍ତିଙ୍କ କାରଣରୁ କୌଣସି ଅସୁବିଧା ହୁଏ ତେବେ ସେହି ବ୍ୟକ୍ତିଙ୍କ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଥିଲା ଏବଂ ସେହି କାରଣରୁ ‘ସ୍ୱାଗତ’ ସାଧାରଣ ଜନତାଙ୍କ ମଧ୍ୟରେ ଏକ ଚମକ୍ରାର ବିଶ୍ୱାସ ସୃଷ୍ଟି କରିଥିଲା ଏବଂ ମୋର ବିଶ୍ୱାସ ଯେ ଗଣତନ୍ତ୍ରର ସବୁଠାରୁ ବଡ଼ ମାପକାଠି ଯାହା ଅଛି, ଲୋକତନ୍ତ୍ରର ସଫଳତାକୁ ମାପିବା ପାଇଁ । ଏକ ମହତ୍ୱପୂର୍ଣ୍ଣ ମାପ ହେଉଛି ଯେ ସେହି ବ୍ୟବସ୍ଥାରେ ଜନସାଧାରଣଙ୍କ ଅଭିଯୋଗ କିପରି ସମାଧାନ ହେବ, ଜନଶୁଣାଣି ପ୍ରଣାଳୀ କ’ଣ, ପ୍ରତିକାର ବ୍ୟବସ୍ଥା କ’ଣ? ଏହା ହେଉଛି ଗଣତନ୍ତ୍ରର ପରୀକ୍ଷଣ । ଆଜି ଯେତେବେଳେ ମୁଁ ଦେଖୁଛି ଯେ ‘ସ୍ୱାଗତ’ ନାମର ଏହି ବୀଜ ଆଜି କେତେ ବିଶାଳ ବଟବୃକ୍ଷ ହୋଇଯାଇଛି, ସେତେବେଳେ ମୋତେ ମଧ୍ୟ ଗର୍ବ ଅନୁଭବ ହେଉଛି, ସନ୍ତୋଷ ଅନୁଭବ କରୁଛି । ଏବଂ ମୋତେ ଖୁସି ଲାଗୁଛି ଯେ ମୋର ପୁରୁଣା ବନ୍ଧୁ ଯେଉଁମାନେ ସେହି ସମୟରେ ‘ସ୍ୱାଗତ’ କାର୍ଯ୍ୟକ୍ରମର ଦାୟିତ୍ୱରେ ଥିଲେ, ମୋର ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ଏ କେ ଶର୍ମା, ଯିଏ ଆଜି ଇକୋନମିକ ଟାଇମ୍ସରେ ଏହି ‘ସ୍ୱାଗତ’ କାର୍ଯ୍ୟକ୍ରମ ଉପରେ ଏକ ଭଲ ନିବନ୍ଧ ଲେଖିଛନ୍ତି, ସେହି ସମୟର ଅନୁଭବକୁ ଲେଖିଛନ୍ତି । ଆଜିକାଲି ସେ ମଧ୍ୟ ମୋ ଦୁନିଆକୁ ଆସି ଯାଇଛନ୍ତି, ସେ ରାଜନୀତିରେ ମଧ୍ୟ ପ୍ରବେଶ କରିଛନ୍ତି, ଉତ୍ତର ପ୍ରଦେଶରେ ମନ୍ତ୍ରୀ ହୋଇଥିଲେ । କିନ୍ତୁ ସେତେବେଳେ ସେ ଜଣେ ସରକାରୀ ଅଧିକାରୀ ଭାବରେ ମୋର ‘ସ୍ୱାଗତ’ କାର୍ଯ୍ୟକ୍ରମକୁ ପରିଚାଳନା କରୁଥିଲେ ।

ସାଥୀମାନେ,

ଆମ ଦେଶରେ ଦଶନ୍ଧି ଧରି ଏହି ମାନ୍ୟତା ଚାଲି ଆସୁଥିଲା ଯେ କୌଣସି ମଧ୍ୟ ସରକାର ଆସନ୍ତୁ, ତାଙ୍କୁ କେବଳ ନିର୍ମିତ ହୋଇଥିବା ଲାଇନ ଉପରେ ଚାଲିବାକୁ ପଡ଼ିବ । ସେମାନେ ସେହି ସମୟ ମଧ୍ୟରେ ସେମାନଙ୍କର କାର୍ଯ୍ୟ ପୂରା କରିବେ, ଅଧିକରୁ ଅଧିକ ଅନେକ ସ୍ଥାନରେ ରିବନ କାଟିବେ, ପ୍ରଦୀପ ପ୍ରଜ୍ୱଳନ କରିବେ, ତାହା ହିଁ ଥିଲା । କିନ୍ତୁ, ‘ସ୍ୱାଗତ’ ମାଧ୍ୟମରେ ଗୁଜରାଟ ମଧ୍ୟ ଏହି ଚିନ୍ତାଧାରାକୁ ପରିବର୍ତ୍ତନ କରିବା ପାଇଁ କାର୍ଯ୍ୟ କରିଛି । ଆମେ ଏହା ମଧ୍ୟ କହିଛୁ ଯେ ଶାସନ କେବଳ ନିୟମକାନୁନ ଏବଂ ପୁରୁଣା ରେଖା ମଧ୍ୟରେ ସୀମିତ ନୁହେଁ । ଶାସନ ହୋଇଥାଏ- ଉଦ୍ଭାବନ ମାଧ୍ୟମରେ! ଶାସନ ହୋଇଥାଏ- ନୂତନ ଚିନ୍ତାଧାରା ମାଧ୍ୟମରେ! ଶାସନ ଏକ ଜୀବନ୍ତ ବ୍ୟବସ୍ଥା ନୁହେଁ, ଶାସନ ଏକ ଜୀବନ୍ତ ପ୍ରଣାଳୀ, ଶାସନ ଏକ ସମ୍ବେଦନଶୀଳ ପ୍ରଣାଳୀ, ଶାସନ ହେଉଛି ଲୋକଙ୍କ ଜୀବନ, ଲୋକଙ୍କ ସ୍ୱପ୍ନ, ଲୋକଙ୍କ ସଂକଳ୍ପ ସହିତ ଜଡ଼ିତ ଏକ ପ୍ରଗତିଶୀଳ ବ୍ୟବସ୍ଥା । ୨୦୦୩ରେ ଯେତେବେଳେ ‘ସ୍ୱାଗତ’ ଆରମ୍ଭ ହୋଇଥିଲା, ସେତେବେଳେ ସରକାର ଏବଂ ପ୍ରଯୁକ୍ତିବିଦ୍ୟା ଏବଂ ଇ-ଶାସନକୁ ଅଧିକ ଗୁରୁତ୍ୱ ଦିଆଯାଇଥିଲା । ପ୍ରତ୍ୟେକ କାର୍ଯ୍ୟ ପାଇଁ କାଗଜପତ୍ର ତିଆରି କରାଯାଇଥିଲା, ଫାଇଲଗୁଡ଼ିକ ଚାଲୁଥିଲା । ଫାଇଲଗୁଡ଼ିକ କେଉଁଠାରେ ପହଂଚୁଥିଲା, କେଉଁଠି ହଜି ଯାଉଥିଲା, କେଉଁଠି ଜଣା ମଧ୍ୟ ପଡୁନଥିଲା । ପ୍ରାୟତଃ ଥରେ ଆବେଦନ କରାଯିବା ପରେ ଅଭିଯୋଗକାରୀଙ୍କ ଅବଶିଷ୍ଟ ଜୀବନ ସେହି କାଗଜ ଖୋଜିବାରେ ଅତିବାହିତ ହେଉଥିଲା । ଭିଡିଓ କନଫରେନ୍ସି ଭଳି ବ୍ୟବସ୍ଥା ସହିତ ଲୋକମାନେ ମଧ୍ୟ କମ ପରିଚିତ ଥିଲେ । ଏହି ପରିସ୍ଥିତିରେ, ଗୁଜରାଟ ଭବିଷ୍ୟତବାଦୀ ଚିନ୍ତାଧାରା ଉପରେ କାର୍ଯ୍ୟ କଲା । ଏବଂ ଆଜି, ‘ସ୍ୱାଗତ’ ଭଳି ବ୍ୟବସ୍ଥା ଶାସନ ସମାଧାନ ପାଇଁ ପ୍ରେରଣା ପାଲଟିଛି । ଅନେକ ରାଜ୍ୟ ନିଜ ସ୍ଥାନରେ ଏହି ପ୍ରକାର ବ୍ୟବସ୍ଥା ଉପରେ କାର୍ଯ୍ୟ କରୁଛନ୍ତି । ମୋର ମନେ ଅଛି ଅନେକ ରାଜ୍ୟର ପ୍ରତିନିଧି ଆସୁଥିଲେ, ଏହାକୁ ମଧ୍ୟ ଅଧ୍ୟୟନ କରୁଥିଲେ ଏବଂ ପ୍ରକଳ୍ପ ଆରମ୍ଭ କରିଥିଲେ । ଯେତେବେଳେ ଆପଣ ମୋତେ ଏଠାରୁ ଦିଲ୍ଲୀ ପଠାଇଲେ ସେତେବେଳେ କେନ୍ଦ୍ରରେ ମଧ୍ୟ ଆମେ ସରକାରଙ୍କ କାର୍ଯ୍ୟର ସମୀକ୍ଷା କରିବା ପାଇଁ ‘ପ୍ରଗତି’ ନାମକ ଏକ ବ୍ୟବସ୍ଥା ପ୍ରସ୍ତୁତ କରିଛୁ । ଗତ ୯ ବର୍ଷରେ ଦେଶର ଦ୍ରୁତ ବିକାଶ ପଛରେ ପ୍ରଗତିର ଏକ ପ୍ରମୁଖ ଭୂମିକା ରହିଛି । ଏହି ଧାରଣା ମଧ୍ୟ ସ୍ୱାଗତ ଧାରଣା ଉପରେ ଆଧାରିତ । ପ୍ରଧାନମନ୍ତ୍ରୀ ଭାବରେ ପ୍ରଗତି ବୈଠକରେ ମୁଁ ପ୍ରାୟ ୧୬ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପର ସମୀକ୍ଷା କରିଛି । ଦେଶରେ ଶହ ଶହ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ପାଇଁ କାର୍ଯ୍ୟ କରିଛି । ବର୍ତ୍ତମାନ ପ୍ରଗତିର ପ୍ରଭାବ ହେଉଛି ଯେ ଏକ ପ୍ରକଳ୍ପ ଏହାର ସମୀକ୍ଷା ପାଇଁ ତାଲିକାରେ ଆସିବା ମାତ୍ରେ ସମସ୍ତ ରାଜ୍ୟ  ଏହା ସହିତ ଜଡ଼ିତ ବାଧାବିଘ୍ନକୁ ଶେଷ କରୁଛନ୍ତି । ଯାହାଦ୍ୱାରା ଯେତେବେଳେ ଏହା ମୋ ସମ୍ମୁଖକୁ ଆସୁଛି, ସେତେବେଳେ କୁହାଯାଉଛି ଯେ ସାର ୨ ଦିନ ପୂର୍ବରୁ ସେହି କାର୍ଯ୍ୟ ହୋଇସାରିଛି ।

ସାଥୀମାନେ,

ଯେପରି ଏକ ମଞ୍ଜି ଏକ ବୃକ୍ଷକୁ ଜନ୍ମ ଦିଏ, ସେହି ଗଛରୁ ଶହ ଶହ ଶାଖା ବାହାରିଥାଏ, ହଜାର ହଜାର ମଞ୍ଜି ହଜାର ହଜାର ନୂତନ ଗଛକୁ ଜନ୍ମ ଦେଇଥାଏ । ସେହିପରି, ମୋତେ ବିଶ୍ୱାସ ଅଛି, ‘ସ୍ୱାଗତ’ର ଏହି ବିଚାରର ବୀଜ ଶାସନରେ ହଜାର ହଜାର ନୂତନ ଉଦ୍ଭାବନ ସୃଷ୍ଟି କରିବ । ଏହା ସାର୍ବଜନୀନ ଶାସନର ଏକ ମଡେଲ ହୋଇ ଏହିପରି ଭାବରେ ଜନସାଧାରଣଙ୍କ ସେବା ଜାରି ରଖିବ । ଏହି ବିଶ୍ୱାସ ସହିତ, ୨୦ ବର୍ଷ ଏହି ତାରିଖକୁ ମନେ ପକାଇ ପୁଣି ଥରେ ଆପଣ ସମସ୍ତଙ୍କ ମଧ୍ୟକୁ ଆସିବାର ସୁଯୋଗ ମିଳିଛି । କାରଣ ମୁଁ କାର୍ଯ୍ୟ କରି ଆଗକୁ ବଢ଼ି ଚାଲିଲି, ବର୍ତ୍ତମାନ ଏହାକୁ ୨୦ ବର୍ଷ ହୋଇଯାଇଛି, ଏହି କାର୍ଯ୍ୟକ୍ରମ ପାଇଁ ଯେତେବେଳେ ଆପଣଙ୍କର ଏହି କାର୍ଯ୍ୟକ୍ରମକର ନିମନ୍ତ୍ରଣ ଆସିଲା ସେତେବେଳେ ମୋତେ ଜଣାପଡ଼ିଲା । କିନ୍ତୁ ମୋତେ ଖୁସି ଲାଗୁଛି ଯେ ଶାସନର ପଦକ୍ଷେପ ମଧ୍ୟ ଏପରି ଭାବରେ ପାଳନ କରାଯାଉଛି ଯେ ଏହା ଏକ ନୂତନ ଜୀବନ, ଏକ ନୂତନ ଚେତନା ପାଇବ । ବର୍ତ୍ତମାନ ‘ସ୍ୱାଗତ’ କାର୍ଯ୍ୟକ୍ରମ ଆହୁରି ଅଧିକ ଉତ୍ସାହରେ ଏବଂ ଉଦ୍ଦୀପନାରେ ଆହୁରି ଅଧିଖ ବିଶ୍ୱସନୀୟତା ସହିତ ଆଗକୁ ବଢ଼ିବ ଏହା ମୋର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି । ମୁଁ ସମସ୍ତଙ୍କୁ ମୋର ଗୁଜରାଟର ପି୍ରୟ ଭାଇ ଭଉଣୀମାନଙ୍କୁ ଅନେକ ଅନେକ ଶୁଭକାମନା ଜଣାଉଛି । ଆଉ ଗୋଟିଏ ସପ୍ତାହ ପରେ ୧ ମଇ ଗୁଜରାଟର ସ୍ଥାପନ ଦିବସ ମଧ୍ୟ ହେବ ଏବଂ ଗୁଜରାଟ ନିଜେ ହିଁ ନିଜର ସ୍ଥାପନା ଦିବସକୁ ମଧ୍ୟ ବିକାଶର ଅବସର କରିଦେଉଛି, ବିକାଶର ଉତ୍ସବ ପାଳନ କରୁଛି । ତେବେ ବଡ଼ ପ୍ରସ୍ତୁତି ଚାଲିଥିବ । ମୋର ଆପଣ ସମସ୍ତଙ୍କୁ ବହୁତ ବହୁତ ଶୁଭକାମନା । ବହୁତ ବହୁତ ଶୁଭେଚ୍ଛା ।

  • Jitendra Kumar January 26, 2025

    🇮🇳🇮🇳🇮🇳❤️❤️🙏❤️❤️💪🌈🌄🌈
  • कृष्ण सिंह राजपुरोहित भाजपा विधान सभा गुड़ामा लानी November 21, 2024

    जय श्री राम 🚩 वन्दे मातरम् जय भाजपा विजय भाजपा
  • Devendra Kunwar October 08, 2024

    BJP
  • दिग्विजय सिंह राना September 20, 2024

    हर हर महादेव
  • Seema lalwani August 29, 2024

    Jay shree ram
  • Rohit pawar August 29, 2024

    jai ho
  • Kishore Sahoo August 28, 2024

    JAI SHREE RAM JAI SHREE KRISHNA JAI. 🙏😭🇪🇬!!
  • Kishore Sahoo August 28, 2024

    In Order to meet the Clear and Safe Society, No Women should be there in Any Advertisement, Promulgated for Sale and other Aspects of Production. Let's Hope Industry Products in Bazar shouldn't be Advertised By any Women in General. It will Hamper the Sale's of Product, But they're Also Helpful for Avoiding Female Orientation of mind 🙏 Also Helpful gradually for Abnoxious, feeling for Women in General. Nation Building is Important than Sales of Industrial Products. Hopefully this may indirectly Distract Younger mind's and Sales May Hamper. 🙏😭🎯🇪🇬.
  • JBL SRIVASTAVA May 27, 2024

    मोदी जी 400 पार
  • Vaishali Tangsale February 12, 2024

    🙏🏻🙏🏻👏🏻
Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
After Operation Sindoor, a diminished terror landscape

Media Coverage

After Operation Sindoor, a diminished terror landscape
NM on the go

Nm on the go

Always be the first to hear from the PM. Get the App Now!
...
PM Modi's address to the nation
May 12, 2025
QuoteToday, every terrorist knows the consequences of wiping Sindoor from the foreheads of our sisters and daughters: PM
QuoteOperation Sindoor is an unwavering pledge for justice: PM
QuoteTerrorists dared to wipe the Sindoor from the foreheads of our sisters; that's why India destroyed the very headquarters of terror: PM
QuotePakistan had prepared to strike at our borders,but India hit them right at their core: PM
QuoteOperation Sindoor has redefined the fight against terror, setting a new benchmark, a new normal: PM
QuoteThis is not an era of war, but it is not an era of terrorism either: PM
QuoteZero tolerance against terrorism is the guarantee of a better world: PM
QuoteAny talks with Pakistan will focus on terrorism and PoK: PM

ପ୍ରିୟ ଦେଶବାସୀ,

ନମସ୍କାର

ଆମେ ସମସ୍ତେ ଗତ କିଛିଦିନ ହେବ ଦେଶର ଶକ୍ତି ଏବଂ ସଂଯମ ଉଭୟକୁ ଦେଖିଛୁ। ସର୍ବପ୍ରଥମେ, ମୁଁ ପ୍ରତ୍ୟେକ ଭାରତୀୟଙ୍କ ତରଫରୁ ଭାରତର ପରାକ୍ରମୀ ସେନାବାହିନୀ, ସଶସ୍ତ୍ର ବଳ, ଆମର ଗୁଇନ୍ଦା ସଂସ୍ଥା, ଆମର ବୈଜ୍ଞାନିକମାନଙ୍କୁ ପ୍ରଣାମ କରୁଛି। ‘ଅପରେସନ୍ ସିନ୍ଦୁର’ର ଲକ୍ଷ୍ୟ ହାସଲ କରିବା ପାଇଁ ଆମର ସାହସୀ ସୈନିକମାନେ ଅପାର ବୀରତ୍ୱ ପ୍ରଦର୍ଶନ କରିଥିଲେ। ମୁଁ ସେମାନଙ୍କର ବୀରତ୍ୱ, ସାହସ ଏବଂ ପରାକ୍ରମକୁ ଆଜି ଆମ ଦେଶର ପ୍ରତ୍ୟେକ ମା’, ଦେଶର ପ୍ରତ୍ୟେକ ଭଉଣୀ ଏବଂ ଦେଶର ପ୍ରତ୍ୟେକ ଝିଅଙ୍କୁ ସମର୍ପିତ କରୁଛି । ମୁଁ ଏହି ପରାକ୍ରମକୁ ସମର୍ପଣ କରୁଛି ।

ସାଥୀଗଣ,

ଏପ୍ରିଲ ୨୨ ତାରିଖରେ ପହଲଗାମରେ ଆତଙ୍କବାଦୀମାନେ ଯେଉଁ ବର୍ବରତା ପ୍ରଦର୍ଶନ କରିଥିଲେ, ତାହା ଦେଶ ତଥା ବିଶ୍ୱକୁ ବ୍ୟଥିତ କରିଦେଇଥିଲା। ଛୁଟି ପାଳନ କରୁଥିବା ନିର୍ଦ୍ଦୋଷ ନାଗରିକମାନଙ୍କୁ, ସେମାନଙ୍କ ପରିବାର ସମ୍ମୁଖରେ, ସେମାନଙ୍କ ପିଲାମାନଙ୍କ ସମ୍ମୁଖରେ, ସେମାନଙ୍କ ଧର୍ମ ପଚାରି ନିର୍ମମ ହତ୍ୟା, ଆତଙ୍କବାଦର ଏକ ଅତ୍ୟନ୍ତ ବିଭତ୍ସ ଚେହେରା ଥିଲା, କ୍ରୁରତା ଥଲା। ଏହା ମଧ୍ୟ ଦେଶର ସୌହାର୍ଦ୍ଦ୍ୟକୁ ଭାଙ୍ଗିବାର ଏକ ନିନ୍ଦନୀୟ ପ୍ରୟାସ ଥିଲା। ବ୍ୟକ୍ତିଗତ ଭାବେ ମୋ ପାଇଁ ଏହି ଯନ୍ତ୍ରଣା ଅତ୍ୟନ୍ତ ଅସହ୍ୟ ଥିଲା। ଏହି ଆତଙ୍କବାଦୀ ଆକ୍ରମଣ ପରେ ସମଗ୍ର ଦେଶ, ପ୍ରତ୍ୟେକ ନାଗରିକ, ପ୍ରତ୍ୟେକ ସମାଜ, ପ୍ରତ୍ୟେକ ବର୍ଗ, ପ୍ରତ୍ୟେକ ରାଜନୈତିକ ଦଳ, ଏକ ସ୍ୱରରେ ଆତଙ୍କବାଦ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଛିଡ଼ା ହୋଇଥିଲେ। ଆତଙ୍କବାଦୀମାନଙ୍କୁ ଦମନ କରିବା ପାଇଁ ଆମେ ଭାରତୀୟ ସେନାକୁ ସ୍ୱାଧୀନତା ଦେଇଥିଲୁ। ଆଉ ଆଜି ପ୍ରତ୍ୟେକ ଆତଙ୍କବାଦୀ, ପ୍ରତ୍ୟେକ ଆତଙ୍କୀ ସଙ୍ଗଠନ ଭଲ ଭାବେ ଜାଣିପାରିଛନ୍ତି ଯେ ଆମ ଭଉଣୀ ଓ ଝିଅମାନଙ୍କ ମଥାରୁ ସିନ୍ଦୁର ପୋଛିବାର ପରିଣାମ କ’ଣ ହୋଇପାରେ।

ସାଥୀଗଣ,

‘ଅପରେସନ୍‌ ସିନ୍ଦୁର’ କେବଳ ଗୋଟିଏ ନାମ ନୁହେଁ, ଏହା ଦେଶର କୋଟି କୋଟି ଲୋକଙ୍କ ଭାବନାର ପ୍ରତିଫଳନ। ‘ଅପରେସନ୍‌ ସିନ୍ଦୁର’ ନ୍ୟାୟର ଅଖଣ୍ଡ ପ୍ରତିଜ୍ଞା ଅଟେ। ୬ ମଇ ବିଳମ୍ବିତ ରାତ୍ରୀରେ, ୭ ମଇ ସକାଳେ ସାରା ଦୁନିଆ ଏହି ପ୍ରତିଜ୍ଞାକୁ ପରିଣାମରେ ବଦଳୁଥିବା ଦେଖିଛି । ଭାରତର ସେନାବାହିନୀ ପାକିସ୍ତାନରେ ଥିବା ଆତଙ୍କୀ ଆଡ୍ଡା ଉପରେ, ସେମାନଙ୍କ ଟ୍ରେନିଂ ସେଣ୍ଟର୍‌ ଉପରେ ସଠିକ୍‌ ପ୍ରହାର କରିଥିଲା। ଆତଙ୍କବାଦୀମାନେ ସ୍ୱପ୍ନରେ ସୁଦ୍ଧା ଭାବିପାରିନଥିଲେ ଯେ ଭାରତ ଏତେ ବଡ଼ ନିଷ୍ପତ୍ତି ନେଇପାରିବ। କିନ୍ତୁ ଯେତେବେଳେ ଦେଶ ଏକଜୁଟ ହୋଇଥାଏ, ରାଷ୍ଟ୍ର ପ୍ରଥମ ଭାବନାରେ ପରିପୂର୍ଣ୍ଣ ହୋଇଥାଏ, ରାଷ୍ଟ୍ର ସର୍ବୋପରି ହୋଇଥାଏ, ସେତେବେଳେ ଦୁଃସାହିକ ନିଷ୍ପତ୍ତି ଗ୍ରହଣ କରାଯାଏ, ପରିଣାମ ସମସ୍ତଙ୍କୁ ପ୍ରଦର୍ଶିତ କରାଯାଏ।

ଯେତେବେଳେ ପାକିସ୍ତାନରେ ଥିବା ଆତଙ୍କବାଦୀଙ୍କ ଆଡ୍ଡା ଉପରେ ଭାରତ କ୍ଷେପଣାସ୍ତ୍ର ମାଡ଼ କଲା, ଭାରତର ଡ୍ରୋନ ମାଡ଼ ହେଲା, ସେତେବେଳେ କେବଳ ଆତଙ୍କବାଦୀ ସଙ୍ଗଠନଗୁଡ଼ିକର ଅଟ୍ଟାଳିକା ନୁହେଁ, ବରଂ ସେମାନଙ୍କର ମନୋବଳ ମଧ୍ୟ ଭାଙ୍ଗି ଚୁରମାର୍‌ ହୋଇଥିଲା। ବାହାବଲପୁର ଏବଂ ମୁରୀଦକେ ଭଳି ଆତଙ୍କବାଦୀ କେନ୍ଦ୍ରଗୁଡ଼ିକ ଏକ ପ୍ରକାରରେ ବିଶ୍ୱ ଆତଙ୍କବାଦର ବିଶ୍ୱବିଦ୍ୟାଳୟ ହୋଇ ରହିଆସିଥିଲା। ବିଶ୍ୱର ଯେକୌଣସି ସ୍ଥାନରେ ବଡ଼ ଆତଙ୍କବାଦୀ ଆକ୍ରମଣ ହେଉ, ତାହା ୯/୧୧ ହେଉ, ଲଣ୍ଡନ ଟ୍ୟୁବ୍ ବୋମା ବିସ୍ଫୋରଣ ହେଉ, କିମ୍ବା ଦଶନ୍ଧି ଦଶନ୍ଧି ଧରି ଭାରତରେ ହୋଇଥିବା ବଡ଼ ଆତଙ୍କବାଦୀ ଆକ୍ରମଣ ହେଉ, କେଉଁଠି ନା କେଉଁଠି ଏହି ଆତଙ୍କବାଦର ଆଡ୍ଡା ସହିତ ଜଡିତ ହୋଇଛି। ଆତଙ୍କବାଦୀମାନେ ଆମ ଭଉଣୀମାନଙ୍କ ସିନ୍ଦୁରକୁ ଉଜାଡ଼ି ଦେଇଥିଲେ, ତେଣୁ ଭାରତ ଆତଙ୍କବାଦର ଏହି ମୁଖ୍ୟାଳୟଗୁଡ଼ିକୁ ଧ୍ୱଂସ କରିଦେଇଥିଲା। ଭାରତ ଦ୍ୱାରା ହୋଇଥିବା ଏହି ଆକ୍ରମଣରେ ୧୦୦ରୁ ଅଧିକ କୁଖ୍ୟାତ ଆତଙ୍କବାଦୀ ନିହତ ହୋଇଛନ୍ତି। ଗତ ଅଢେଇରୁ ତିନି ଦଶନ୍ଧି ଧରି ପାକିସ୍ତାନରେ ଖୋଲାଖୋଲି ଭାବେ ବୁଲୁଥିବା, ଭାରତ ବିରୋଧରେ ଷଡ଼ଯନ୍ତ୍ର କରୁଥିବା, ଅନେକ ପ୍ରମୁଖ ଆତଙ୍କବାଦୀଙ୍କୁ ଭାରତ ଗୋଟିଏ ଆଘାତରେ ନିପାତ କରିଦେଇଛି ।

ବନ୍ଧୁଗଣ,

ଭାରତର ଏହି କାର୍ଯ୍ୟ ଦ୍ୱାରା ପାକିସ୍ତାନ ଗଭୀର ଭାବେ ନିରାଶ, ହତାଶ ଏବଂ କ୍ରୋଧିତ ହୋଇଥିଲା, ଏବଂ ଏହି ହତାଶାରେ ସେ ଆଉ ଏକ ଦୁଃସାହସ କରିଥିଲା। ଆତଙ୍କବାଦ ଉପରେ ଭାରତର କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରିବା ପରିବର୍ତ୍ତେ ପାକିସ୍ତାନ ଭାରତ ଉପରେ ହିଁ ଆକ୍ରମଣ କରିବା ଆରମ୍ଭ କରିଥିଲା। ପାକିସ୍ତାନ ଆମର ବିଦ୍ୟାଳୟ, କଲେଜ, ଗୁରୁଦ୍ୱାର, ମନ୍ଦିର, ସାଧାରଣ ନାଗରିକଙ୍କ ଘରକୁ ଟାର୍ଗେଟ କରିଛି, ପାକିସ୍ତାନ ଆମର ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରିଛି, କିନ୍ତୁ ଏଥିରେ ମଧ୍ୟ ପାକିସ୍ତାନର ମୁଖା ଖୋଲି ଯାଇଛି।

ପାକିସ୍ତାନର ଡ୍ରୋନ୍ ଏବଂ ପାକିସ୍ତାନର କ୍ଷେପଣାସ୍ତ୍ର ଭାରତ ସାମ୍ନାରେ ଧୂଳିସାତ ହୋଇଥିଲା ତାହା ସାରା ଦୁନିଆ ଦେଖିଛି । ଭାରତର ଶକ୍ତିଶାଳୀ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ସେଗୁଡ଼ିକୁ ଆକାଶରେ ଧ୍ୱଂସ କରିଦେଇଥିଲା। ପାକିସ୍ତାନର ପ୍ରସ୍ତୁତି ଥିଲା ସୀମାରେ ଆକ୍ରମଣ କରିବା, କିନ୍ତୁ ଭାରତ ପାକିସ୍ତାନକୁ ଛାତିରେ ଆଘାତ କରିଥିଲା। ଭାରତର ଡ୍ରୋନ୍, ଭାରତର କ୍ଷେପଣାସ୍ତ୍ରଗୁଡ଼ିକ ପୂର୍ଣ୍ଣ ସଠିକତାର ସହ ଆଘାତ କରିଥିଲା। ପାକିସ୍ତାନ ବାୟୁସେନାର ସେହି ବିମାନ ଘାଟି କ୍ଷତିଗ୍ରସ୍ତ ହୋଇଥିଲା, ଯାହାକୁ ନେଇ ପାକିସ୍ତାନ ଗର୍ବ କରୁଥିଲା। ଭାରତ ପ୍ରଥମ ତିନି ଦିନ ମଧ୍ୟରେ ପାକିସ୍ତାନରେ ଏପରି ଧ୍ୱଂସଲୀଳ କରିଥିଲା, ଯାହା ପାକିସ୍ତାନ କେବେ କଳ୍ପନା ମଧ୍ୟ କରିପାରିନଥିଲା।

ସେଥିପାଇଁ ଭାରତର ଆକ୍ରମଣାତ୍ମକ କାର୍ଯ୍ୟାନୁଷ୍ଠାନ ପରେ, ପାକିସ୍ତାନ ପଳାୟନ ମାର୍ଗ ଖୋଜିବା ଆରମ୍ଭ କରିଥିଲା। ପାକିସ୍ତାନ ସାରା ବିଶ୍ୱରେ ଉତ୍ତେଜନା ହ୍ରାସ ପାଇଁ ନିବେଦନ କରିଥିଲା। ଆଉ ଏତେ ମାତ୍ରାରେ ଆଘାତ ସହିବା ପରେ ପାକିସ୍ତାନ ସେନା ବାଧ୍ୟ ହୋଇ ମଇ ୧୦ ତାରିଖ ଅପରାହ୍ଣରେ, ଆମର ଡିଜିଏମଓଙ୍କୁ ଯୋଗାଯୋଗ କରିଥିଲା। ସେତେବେଳକୁ, ଆମେ ଆତଙ୍କବାଦର ଭିତ୍ତିଭୂମିକୁ ବ୍ୟାପକ ଭାବେ ଧ୍ୱଂସ କରିଦେଇଥିଲୁ, ଆତଙ୍କବାଦୀମାନଙ୍କୁ ନିପାତ କରାଯାଇଥିଲା, ପାକିସ୍ତାନର ଛାତିରେ ଥିବା ଆତଙ୍କବାଦୀ ଘାଟିଗୁଡ଼ିକ ଧ୍ୱଂସ ହୋଇଯାଇଥିଲା, ତେଣୁ ଯେତେବେଳେ ପାକିସ୍ତାନ ନିବେଦନ କଲା, ସେତେବେଳେ ପାକିସ୍ତାନ କହିଲା ଯେ ତା’ ତରଫରୁ ଆଉ କୌଣସି ଆତଙ୍କବାଦୀ କାର୍ଯ୍ୟକଳାପ ଏବଂ ସାମରିକ ଦୁଃସାହସ ହେବ ନାହିଁ। ତେଣୁ ଭାରତ ମଧ୍ୟ ଏହା ଉପରେ ବିଚାର କରିଥିଲା। ଆହୁରି, ମୁଁ ଦୋହରାଇବାକୁ ଚାହେଁ, ଆମେ ପାକିସ୍ତାନର ଆତଙ୍କବାଦୀ ଏବଂ ସାମରିକ ଘାଟିଗୁଡ଼ିକ ବିରୋଧରେ ଆମର ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନକୁ ସ୍ଥଗିତ ରଖିଛୁ। ଆଗାମୀ ଦିନରେ, ଆମେ ପାକିସ୍ତାନର ପ୍ରତ୍ୟେକ ପଦକ୍ଷେପକୁ ତା’ର ଆଭିମୁଖ୍ୟ ଦ୍ୱାରା ବିଚାର କରିବୁ।

ବନ୍ଧୁଗଣ,

ଭାରତର ତିନି ସେନା, ଆମର ବାୟୁସେନା, ଆମର ସେନା, ଆମର ନୌସେନା, ଆମର ସୀମା ସୁରକ୍ଷା ବଳ-ବିଏସଏଫ, ଭାରତର ଅର୍ଦ୍ଧସାମରିକ ବାହିନୀ, ସବୁବେଳେ ସତର୍କ ରହିଛନ୍ତି। ସର୍ଜିକାଲ୍ ଷ୍ଟ୍ରାଇକ୍ ଏବଂ ଏୟାର ଷ୍ଟ୍ରାଇକ୍ ପରେ ଏବେ ‘ଅପରେସନ ସିନ୍ଦୁର’ ହେଉଛି ଆତଙ୍କବାଦ ବିରୋଧରେ ଭାରତର ନୀତି। ଆତଙ୍କବାଦ ବିରୋଧରେ ଲଢ଼େଇରେ ଅପରେସନ୍ ସିନ୍ଦୁର ଏକ ନୂତନ ଲକ୍ଷ୍ମଣରେଖା ଟାଣିଛି, ଏକ ନୂତନ ମାନଦଣ୍ଡ, ଏକ ନୂତନ ବାସ୍ତବିକତା ପ୍ରତିଷ୍ଠା କରିଛି।

ପ୍ରଥମତଃ, ଯଦି ଭାରତ ଉପରେ କୌଣସି ଆତଙ୍କବାଦୀ ଆକ୍ରମଣ ହୁଏ, ତା’ହେଲେ ଉପଯୁକ୍ତ ଜବାବ ଦିଆଯିବ। ଆମେ ନିଜ ଶୈଳୀରେ, ନିଜ ସର୍ତ୍ତରେ ଜବାବ ଦେବା ଜାରି ରଖିବୁ। ଯେଉଁଠାରୁ ଆତଙ୍କବାଦର ଉତ୍ପତ୍ତି ହୋଇଛି, ସେହି ପ୍ରତ୍ୟେକ ସ୍ଥାନକୁ ଯାଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦ୍ୱିତୀୟତଃ, ଭାରତ କୌଣସି ପରମାଣୁ ଯୁଦ୍ଧ ବ୍ଲାକମେଲକୁ ବରଦାସ୍ତ କରିବ ନାହିଁ। ପରମାଣୁ ବ୍ଲାକମେଲର ଛଦ୍ମବେଶରେ ବିକଶିତ ହେଉଥିବା ଆତଙ୍କବାଦୀ ଘାଟିଗୁଡ଼ିକ ଉପରେ ଭାରତ ସଠିକ୍ ଏବଂ ନିର୍ଣ୍ଣାୟକ ଭାବରେ ଆକ୍ରମଣ କରିବ।

ତୃତୀୟତଃ, ଆମେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ସରକାର ଏବଂ ଆତଙ୍କବାଦୀ ସଂଗଠନର ମୁଖିଆମାନଙ୍କୁ ଅଲଗା କରି ଦେଖିବୁ ନାହିଁ। ଅପରେସନ ସିନ୍ଦୁର ସମୟରେ, ବିଶ୍ୱ ପୁଣିଥରେ ପାକିସ୍ତାନର କୁତ୍ସିତ ବାସ୍ତବତା ଦେଖିଲା ଯେତେବେଳେ ପାକିସ୍ତାନ ସେନାର ବରିଷ୍ଠ ଅଧିକାରୀମାନେ ନିହତ ଆତଙ୍କବାଦୀମାନଙ୍କୁ ଅନ୍ତିମ ବିଦାୟ ଦେବାକୁ ବାହାରିଥିଲେ। ଏହା ରାଷ୍ଟ୍ର-ପ୍ରାୟୋଜିତ ଆତଙ୍କବାଦର ଏକ ବଡ଼ ପ୍ରମାଣ। ଭାରତ ଏବଂ ଆମର ନାଗରିକମାନଙ୍କୁ ଯେକୌଣସି ବିପଦରୁ ରକ୍ଷା କରିବା ପାଇଁ ଆମେ ନିର୍ଣ୍ଣାୟକ ପଦକ୍ଷେପ ନେବା ଜାରି ରଖିବୁ।

ବନ୍ଧୁଗଣ,

ଆମେ ପ୍ରତ୍ୟେକ ଥର ଯୁଦ୍ଧକ୍ଷେତ୍ରରେ ପାକିସ୍ତାନକୁ ଧୂଳି ଚଟେଇଛୁ। ଆଉ ଏଥର ଅପରେସନ୍ ସିନ୍ଦୁର ଏକ ନୂଆ ଦିଗ ଯୋଡ଼ିଛି। ଆମେ ମରୁଭୂମି ଏବଂ ପର୍ବତଗୁଡ଼ିକରେ ନିଜର ସାମର୍ଥ୍ୟର ଚମତ୍କାର ପ୍ରଦର୍ଶନ କରିଛୁ, ଏବଂ ଠିକ୍‌ ଏହି ସମୟରେ, ନୂତନ ଯୁଗର ଯୁଦ୍ଧରେ ନିଜର ଶ୍ରେଷ୍ଠତାକୁ ପ୍ରମାଣିତ କରିଛୁ। ଏହି ଅପରେସନ୍ ସମୟରେ, ଆମର ମେଡ ଇନ୍ ଇଣ୍ଡିଆ ଅସ୍ତ୍ରଶସ୍ତ୍ରର କ୍ଷମତା ପ୍ରମାଣିତ ହୋଇଥିଲା। ଆଜି ବିଶ୍ୱ ଦେଖୁଛି, ଏକବିଂଶ ଶତାବ୍ଦୀର ଯୁଦ୍ଧରେ ଭାରତରେ ନିର୍ମିତ ପ୍ରତିରକ୍ଷା ଉପକରଣର ସମୟ ଆସିଛି।

ବନ୍ଧୁଗଣ, ପ୍ରତ୍ୟେକ ପ୍ରକାରର ଆତଙ୍କବାଦ ବିରୋଧରେ ଏକଜୁଟ ରହିବା ହେଉଛି ଆମର ସବୁଠାରୁ ବଡ଼ ଶକ୍ତି। ନିଶ୍ଚିତ ଭାବେ ଏହା ଯୁଦ୍ଧର ଯୁଗ ନୁହେଁ, କିନ୍ତୁ ଏହା ମଧ୍ୟ ଆତଙ୍କବାଦର ଯୁଗ ନୁହେଁ। ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ହେଉଛି ଏକ ଉନ୍ନତ ବିଶ୍ୱର ଗ୍ୟାରେଣ୍ଟି।

ବନ୍ଧୁଗଣ,

ଯେଭଳି ଭାବେ ପାକିସ୍ତାନ ସେନା ଏବଂ ପାକିସ୍ତାନ ସରକାର ଆତଙ୍କବାଦକୁ ପୋଷଣ ଦେଉଛନ୍ତି, ଦିନେ ନା ଦିନେ ଏହା ପାକିସ୍ତାନକୁ ଶେଷ କରିଦେବ। ଯଦି ପାକିସ୍ତାନ ବଞ୍ଚିବାକୁ ଚାହେଁ, ତା’ହେଲେ ତାର ଆତଙ୍କବାଦୀ ଭିତ୍ତିଭୂମିକୁ ଧ୍ୱଂସ କରିବାକୁ ପଡ଼ିବ। ଶାନ୍ତି ପାଇଁ ଅନ୍ୟ କୌଣସି ରାସ୍ତା ନାହିଁ। ଭାରତର ସ୍ଥିତି ଅତ୍ୟନ୍ତ ସ୍ପଷ୍ଟ: ଆତଙ୍କବାଦ ଏବଂ ଆଲୋଚନା, ଏକାଠି କରାଯାଇପାରିବ ନାହିଁ, ଆତଙ୍କବାଦ ଏବଂ ବ୍ୟବସାୟ ଏକାଠି ଯାଇପାରିବ ନାହିଁ। ଏହା ବ୍ୟତୀତ, ପାଣି ଏବଂ ରକ୍ତ ଏକାଠି ପ୍ରବାହିତ ହୋଇପାରିବ ନାହିଁ। ମୁଁ ଆଜି ବିଶ୍ୱ ସମୁଦାୟକୁ ମଧ୍ୟ କହିବି, ଆମର ଘୋଷିତ ନୀତି ହେଉଛି, ଯଦି ପାକିସ୍ତାନ ସହିତ ଆଲୋଚନା ହୁଏ, ତେବେ ତାହା ଆତଙ୍କବାଦ ଉପରେ ହେବ, ଯଦି ପାକିସ୍ତାନ ସହିତ ଆଲୋଚନା ହୁଏ, ତେବେ ପାକିସ୍ତାନ ଅଧିକୃତ କାଶ୍ମୀର, ପିଓକେ ଉପରେ ଆଧାରିତ ହେବ।

ପ୍ରିୟ ଦେଶବାସୀ,

ଆଜି ବୁଦ୍ଦ ପୂର୍ଣ୍ଣିମା। ଭଗବାନ ବୁଦ୍ଧ ଆମକୁ ଶାନ୍ତିର ମାର୍ଗ ଦେଖାଇଛନ୍ତି। ଶାନ୍ତିର ମାର୍ଗ ମଧ୍ୟ ଶକ୍ତିର ମାର୍ଗ ହୋଇଯାଇଥାଏ। ମାନବତା, ଶାନ୍ତି ଏବଂ ସମୃଦ୍ଧି ଦିଗରେ ଆଗକୁ ବଢ଼ୁ, ପ୍ରତ୍ୟେକ ଭାରତୀୟ ଶାନ୍ତିରେ ରୁହନ୍ତୁ, ବିକଶିତ ଭାରତର ସ୍ୱପ୍ନକୁ ପୂରଣ କରନ୍ତୁ, ସେଥିପାଇଁ ଭାରତ ଶକ୍ତିଶାଳୀ ହେବ ଅତ୍ୟନ୍ତ ଜରୁରୀ। ଆବଶ୍ୟକତା ପଡ଼ିଲେ ଏହି ଶକ୍ତିର ଉପଯୋଗ କରିବା ମଧ୍ୟ ଜରୁରୀ। ଆଉ ବିଗତ କିଛି ଦିନ ମଧ୍ୟରେ ଭାରତ ଏହା କରି ଦେଖାଇଛି ।

ମୁଁ ପୁଣିଥରେ ଭାରତୀୟ ସେନା ଏବଂ ସଶସ୍ତ୍ର ବଳକୁ ଅଭିବାଦନ ଜଣାଉଛି। ଆମେ ଭାରତବାସୀଙ୍କ ସାହସକୁ ପ୍ରଣାମ କରୁଛି। ଭାରତବାସୀଙ୍କ ଏକତାର ଶପଥ, ସଂକଳ୍ପକୁ ମୁଁ ପ୍ରଣାମ କରୁଛି।

ବହୁତ - ବହୁତ ଧନ୍ୟବାଦ।

ଭାରତ ମାତା କୀ ଜୟ!!!

ଭାରତ ମାତା କୀ ଜୟ!!!

ଭାରତ ମାତା କୀ ଜୟ!!!