Quoteବିହାରର ବେଟିଆରେ ପ୍ରାୟ ୧୨,୮୦୦ କୋଟି ଟଙ୍କାର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ
Quote୧୦୯ କିଲୋମିଟର ଦୀର୍ଘ ଇଣ୍ଡିଆନ ଅଏଲର ମୁଜାଫରପୁର - ମୋତିହାରୀ ଏଲପିଜି ପାଇପଲାଇନ ଉଦଘାଟିତ
Quoteମୋତିହାରୀରେ ଇଣ୍ଡିଆନ୍ ଅଏଲର ଏଲପିଜି ବଟଲିଂ ପ୍ଲାଣ୍ଟ ଏବଂ ଷ୍ଟୋରେଜ୍ ଟର୍ମିନାଲକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ
Quoteସିଟି ଗ୍ୟାସ ବିତରଣ ପ୍ରକଳ୍ପ ଏବଂ ଶସ୍ୟ ଭିତ୍ତିକ ଇଥାନଲ ପ୍ରକଳ୍ପର ଶିଳାନ୍ୟାସ
Quoteଏକାଧିକ ରେଳ ଓ ସଡ଼କ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ
Quoteବେଟିଆ ରେଳ ଷ୍ଟେସନର ପୁନଃବିକାଶ ପାଇଁ ଶିଳାନ୍ୟାସ
Quoteନରକଟିଆଗଞ୍ଜ-ଗୌନାହା ଏବଂ ରକ୍ସୌଲ-ଯୋଗବାଣୀ ମଧ୍ୟରେ ଦୁଇଟି ନୂଆ ଟ୍ରେନ୍ ଚଳାଚଳକୁ ପତାକା ଦେଖାଇ ଶୁଭାରମ୍ଭ
Quoteଡବଲ ଇଞ୍ଜିନ ସରକାର ଅଧୀନରେ ବିହାର ନିଜର ପୁରୁଣା ଗୌରବ ଫେରାଇ ଆଣିବା ପଥରେ ଦ୍ରୁତ ଗତିରେ ଆଗକୁ ବଢୁଛି
Quoteବିକଶିତ ବିହାର ଓ ବିକଶିତ ଭାରତର ସଂକଳ୍ପ ନେବା ପାଇଁ ବେଟିଆ, ଚମ୍ପାରଣଠାରୁ ଭଲ ସ୍ଥାନ ଆଉ କିଛି ହୋଇପାରିବ ନାହିଁ
Quoteବିହାର ଯେତେବେଳେ ବି ସମୃଦ୍ଧ ହୋଇଛି, ଭାରତ ସମୃଦ୍ଧ ହୋଇଛି ତେଣୁ ବିକଶିତ ଭାରତ ପାଇଁ ବିକଶିତ ବିହାର ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ
Quoteଏନଡିଏର ଡବଲ ଇଞ୍ଜିନ ସରକାର ବିହାରର ଯୁବକମାନଙ୍କୁ ବିହାରରେ ଚାକିରି ଦେବା ପାଇଁ ଚେଷ୍ଟା କରୁଛନ୍ତି
Quoteମୋ ପାଇଁ ସମଗ୍ର ଭାରତ ମୋର ଘର, ପ୍ରତ୍ୟେକ ଭାରତୀୟ ମୋ ପରିବାର
Quoteପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରର ପଶ୍ଚିମ ଚମ୍ପାରଣ ଜିଲ୍ଲାର ବେଟିୟାଠାରେ ପ୍ରାୟ ୧୨,୮୦୦ କୋଟି ଟଙ୍କାର ରେଳ, ସଡ଼କ ଏବଂ ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ ସମ୍ବନ୍ଧୀୟ ଏକାଧିକ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ।

ମହର୍ଷି ବାଲ୍ମିକୀଙ୍କ କର୍ମଭୂମି, ମାତା ସୀତାଙ୍କ ଶରଣଭୂମି ଏବଂ ଲବ-କୁଶଙ୍କ ଏହି ଭୂମିରେ ମୁଁ ସମସ୍ତଙ୍କୁ ପ୍ରଣାମ କରୁଛି! ରାଜ୍ୟପାଳ ଶ୍ରୀ ରାଜେନ୍ଦ୍ର ଆର୍ଲେକର ଜୀ, ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ନିତ୍ୟାନନ୍ଦ ରାୟ ଜୀ, ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନା ଜୀ, ସମ୍ରାଟ ଚୌଧୁରୀ ଜୀ, ରାଜ୍ୟ ସରକାରଙ୍କ ମନ୍ତ୍ରୀଗଣ, ବରିଷ୍ଠ ନେତା ବିଜୟ କୁମାର ଚୌଧୁରୀ ଜୀ ଏବଂ ସନ୍ତୋଷ କୁମାର ସୁମନ ଜୀ, ସାଂସଦ ସଞ୍ଜୟ ଜୟସ୍ୱାଲ ଜୀ, ରାଧା ମୋହନ ଜୀ, ସୁନୀଲ କୁମାର ଜୀ, ରମା ଦେବୀ ଜୀ ଏବଂ ସତୀଶ ଚନ୍ଦ୍ର ଦୁବେ ଜୀ। ଅନ୍ୟ ସମସ୍ତ ସମ୍ମାନିତ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ବିହାରର ମୋର ପ୍ରିୟ ଭାଇ ଭଉଣୀମାନେ!

ଏହି ମାଟି ହିଁ ଭାରତର ସ୍ୱାଧୀନତା ସଂଗ୍ରାମରେ ନୂଆ ପ୍ରାଣ ଦେଇଥିଲା, ଏକ ନୂତନ ଚେତନା ବିସ୍ତାର କରିଥିଲା । ଏହି ମାଟି ହିଁ ମୋହନଦାସଜୀଙ୍କୁ ମହାତ୍ମା ଗାନ୍ଧୀରେ ପରିଣତ କରିଥିଲା । 'ବିକଶିତ ବିହାରରୁ ବିକଶଇତ ଭାରତ'- ଏହି ସଂକଳ୍ପ ନେବା ପାଇଁ ବେତିଆଠାରୁ ଭଲ ସ୍ଥାନ, ଚମ୍ପାରଣଠାରୁ ଭଲ ସ୍ଥାନ ଆଉ କେଉଁଠି ହୋଇପାରିବ କି? ଏବଂ ଆଜି ଆପଣମାନେ ଏତେ ସଂଖ୍ୟାରେ ଏଠାକୁ ଆସି ଏନଡିଏରେ ଥିବା ଆମର ସମସ୍ତ ସହଯୋଗୀଙ୍କୁ ଆଶୀର୍ବାଦ ଦେଇଛନ୍ତି । ଆଜି ବିହାରର ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀ ତଥା ଲୋକସଭା ନିର୍ବାଚନ ମଣ୍ଡଳୀରୁ ହଜାର ହଜାର ଲୋକ 'ବିକଶିତ ଭାରତ' ସଂକଳ୍ପ ପାଇଁ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ମୁଁ ବିହାରବାସୀଙ୍କୁ ଅଭିନନ୍ଦନ ଜଣାଉଛି । ବିଳମ୍ବରେ ପହଞ୍ଚିବା ପାଇଁ ମୁଁ ଆପଣଙ୍କୁ କ୍ଷମା ମଧ୍ୟ ମାଗୁଛି । ମୁଁ ବଙ୍ଗଳାରେ ଥିଲି ଏବଂ ଆଜିକାଲି ବଙ୍ଗଳାରେ ଉତ୍ସାହ ମଧ୍ୟ ସମ୍ପୂର୍ଣ୍ଣ ଭିନ୍ନ ରହିଛି। ସେଠାରେ ୧୨ କିଲୋମିଟର ଲମ୍ବା ରୋଡ୍ ସୋ ହୋଇଥିଲା। ମୁଁ ସମୟ ବଞ୍ଚାଇବାକୁ ବହୁତ ଚେଷ୍ଟା କରୁଥିଲି, କିନ୍ତୁ ସେଥିପାଇଁ ବିଳମ୍ବରେ ପହଞ୍ଚିଲି। ଆପଣଙ୍କୁ ହୋଇଥିବା ଅସୁବିଧା ପାଇଁ ମୁଁ ଆପଣ ମାନଙ୍କୁ କ୍ଷମା ପ୍ରାର୍ଥନା କରୁଛି ।

 

|

ସାଥୀମାନେ,

ବିହାର ହେଉଛି ସେହି ଭୂମି, ଯିଏ ଶତାବ୍ଦୀ ଧରି ଦେଶର ନେତୃତ୍ୱ ନେଇଛି। ବିହାର ସେହି ମାଟି, ଯିଏ ଅନେକ ପ୍ରତିଭାସମ୍ପନ୍ନ ବ୍ୟକ୍ତିତ୍ୱ ମା’ ଭାରତୀଙ୍କୁ ଦେଇଛି । ଏବଂ ଏହା ଏକ ସତ୍ୟ, ଯେତେବେଳେ ବି ବିହାର ସମୃଦ୍ଧ ହୋଇଛି ସେତେବେଳେ ଭାରତ ସମୃଦ୍ଧ ହୋଇଛି । ତେଣୁ 'ବିକ୍ଷିତ ଭାରତ' ପାଇଁ ବିହାରର ବିକାଶ ମଧ୍ୟ ସେତିକି ଜରୁରୀ। ଡବଲ ଇଞ୍ଜିନ ସରକାର ଫେରିବା ପରେ ବିହାରରେ ବିକାଶ ସମ୍ବନ୍ଧୀୟ କାର୍ଯ୍ୟକଳାପକୁ ଆହୁରି ତ୍ୱରାନ୍ୱିତ କରାଯାଇଛି ବୋଲି ମୁଁ ଆନନ୍ଦିତ । ଆଜି ବିହାରକୁ ପାଖାପାଖି ୧୩ ହଜାର କୋଟି ଟଙ୍କାର ଯୋଜନାର ଉପହାର ମିଳିଛି। ଏଥିରେ ରେଳ, ସଡ଼କ, ଇଥାନଲ୍ ପ୍ଲାଣ୍ଟ, ସିଟି ଗ୍ୟାସ୍ ଯୋଗାଣ, ଏଲପିଜି ଗ୍ୟାସ୍ ସହ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଅନ୍ତର୍ଭୁକ୍ତ। ଆମକୁ ଏହି ବେଗକୁ ବଜାୟ ରଖିବାକୁ ହେବ ଏବଂ 'ବିକଶିତ ଭାରତ' ପାଇଁ ଏହି ବେଗରେ ଆମ କାର୍ଯ୍ୟକୁ ଜାରି ରଖିବାକୁ ପଡ଼ିବ। ଏହି ସବୁ ପ୍ରକଳ୍ପ ପାଇଁ ଆପଣ ସମସ୍ତଙ୍କୁ ବହୁତ ବହୁତ ଅଭିନନ୍ଦନ ।

ସାଥୀମାନେ,

ସ୍ୱାଧୀନତା ପରବର୍ତ୍ତୀ ଦଶନ୍ଧିଗୁଡ଼ିକରେ ବିହାର ଏକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନର ସମ୍ମୁଖୀନ ହୋଇଥିଲା। ଏଠାରୁ ଯୁବଗୋଷ୍ଠୀଙ୍କର ପଳାୟନ। ବିହାରରେ ଯେତେବେଳେ ଜଙ୍ଗଲ ରାଜର ଆସିଲା, ସେତେବେଳେ ଏହି ପଳାୟନ ଆହୁରି ଅଧିକ ହୋଇଗଲା। ଯେଉଁମାନେ ଜଙ୍ଗଲ ରାଜ ଆଣିଥିଲେ ସେମାନେ କେବଳ ନିଜ ପରିବାର ପାଇଁ ଚିନ୍ତିତ ଥିଲେ, ଯାହା ବିହାରର ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତକୁ ବିପଦରେ ପକାଇଥିଲା । ବିହାରର ମୋର ଯୁବ ସାଙ୍ଗମାନେ ଜୀବିକା ସନ୍ଧାନରେ ଅନ୍ୟ ରାଜ୍ୟର ଅନ୍ୟ ସହରକୁ ଯାଉଥିଲେ, କିନ୍ତୁ ଏଠାରେ କେବଳ ଗୋଟିଏ ପରିବାର ବେଶ ଭଲ ଭାବରେ ରହୁଥିଲା । କେବଳ ଚାକିରି ବଦଳରେ ଜମି ହଡ଼ପ କରାଯାଉଥିଲା। ଯେଉଁମାନେ ସାଧାରଣ ଲୋକଙ୍କୁ ଏଭଳି ଭାବେ ଲୁଟିଛନ୍ତି ସେମାନଙ୍କୁ କେହି କ୍ଷମା କରିପାରିବେ କି? ସେମାନଙ୍କୁ କ୍ଷମା କରାଯାଇପାରିବ କି? ଏଭଳି ଲୋକଙ୍କୁ କ୍ଷମା କରାଯାଇପାରିବ କି? ବିହାରରେ ଜଙ୍ଗଲରାଜକୁ ଆଣିଥବା ପରିବାର, ବିହାରର ଯୁବକଙ୍କର ସବୁଠାରୁ ବଡ ଦୋଷୀ । ଜଙ୍ଗଲରାଜ ପାଇଁ ଦାୟୀ ଥିବା ଏହି ପରିବାର ବିହାରର ଲକ୍ଷ ଲକ୍ଷ ଯୁବକଙ୍କ ଭାଗ୍ୟ ଛଡ଼ାଇ ନେଇଛନ୍ତି। ଏନଡିଏ ସରକାର ହିଁ ବିହାରକୁ ଏହି ଜଙ୍ଗଲରାଜରୁ ଉଦ୍ଧାର କରି ଏପର୍ଯ୍ୟନ୍ତ ଆଣିଛନ୍ତି ।

ସାଥୀମାନେ,

ଏନଡିଏର ଡବଲ ଇଞ୍ଜିନ ସରକାର ବିହାରର ଯୁବକମାନଙ୍କୁ ବିହାରରେ ରୋଜଗାର ଦେବା ପାଇଁ ପ୍ରୟାସ କରୁଛନ୍ତି । ଆଜି ବିଛାଯାଇଥିବା ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ପଛରେ ଏହା ଅନ୍ତର୍ନିହିତ ଭାବନା ରହିଛି। ତେବେ ଏହି ସବୁ ପ୍ରକଳ୍ପର ସବୁଠାରୁ ବଡ଼ ହିତାଧିକାରୀ କିଏ? ସବୁଠାରୁ ଅଧିକ ଲାଭବାନ ହେବେ ସେହି ଯୁବକଯୁବତୀ, ଯେଉଁମାନେ ରୋଜଗାର ଖୋଜୁଛନ୍ତି ଏବଂ ସ୍କୁଲ ଓ କଲେଜରେ ପାଠ ପଢୁଛନ୍ତି । ଆଜି ଗଙ୍ଗା ନଦୀ ଉପରେ ୬ ଲେନ୍ ବିଶିଷ୍ଟ କେବୁଲ୍ ଆଧାରିତ ବ୍ରିଜର ଶିଳାନ୍ୟାସ କରାଯାଇଛି। ବିହାରରେ ୨୨ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକ ଡର୍ଜନରୁ ଅଧିକ ପୋଲ ଉପରେ କାମ ଚାଲିଛି ଏବଂ ସେଥିମଧ୍ୟରୁ ୫ଟି ଗଙ୍ଗା ଉପରେ ନିର୍ମିତ ହୋଇଛି । ଏହି ପୋଲ ଓ ପ୍ରଶସ୍ତ ରାସ୍ତା ଶିଳ୍ପର ବିକାଶ ଓ ପ୍ରତିଷ୍ଠା ପାଇଁ ପଥ ପ୍ରଶସ୍ତ କରିଥାଏ । ବନ୍ଦେ ଭାରତ ଭଳି ବିଜୁଳି କିମ୍ବା ଆଧୁନିକ ଟ୍ରେନରେ ଚାଲୁଥିବା ଏହି ଟ୍ରେନ୍ କାହା ପାଇଁ? ଏହା ସେହି ଯୁବକମାନଙ୍କ ପାଇଁ ଯେଉଁମାନଙ୍କ ପିତାମାତା ଏଭଳି ସୁବିଧାର ସ୍ୱପ୍ନ ଦେଖିଥିଲେ । ନିର୍ମାଣ କରାଯାଉଥିବା ଏହି ଭିତ୍ତିଭୂମି ନିଯୁକ୍ତିର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ । ଏହା ଶ୍ରମିକ, ଡ୍ରାଇଭର, ସେବା ସମ୍ବନ୍ଧୀୟ କର୍ମଚାରୀ, ଇଞ୍ଜିନିୟର ଏବଂ ଅନ୍ୟାନ୍ୟ କ୍ଷେତ୍ରପାଇଁ ନିଯୁକ୍ତି ସୃଷ୍ଟି କରିବେ । ଅର୍ଥାତ୍ ସରକାର ଯେଉଁ ହଜାର ହଜାର କୋଟି ଟଙ୍କା ବିନିଯୋଗ କରୁଛନ୍ତି ତାହା ଶେଷରେ ବିହାରର ସାଧାରଣ ପରିବାର ପାଖରେ ପହଞ୍ଚିବ। ଏହାଦ୍ୱାରା ବାଲି, ପଥର, ଇଟା, ସିମେଣ୍ଟ ଓ ଇସ୍ପାତ ଭଳି ଶିଳ୍ପକୁ ପ୍ରୋତ୍ସାହନ ମିଳିବା ସହ କାରଖାନା ଓ କ୍ଷୁଦ୍ର ଦୋକାନ ଗୁଡ଼ିକ ମଧ୍ୟ ଉପକୃତ ହେବେ।

 

|

ସାଥୀମାନେ,

ଚାଲୁଥିବା ସମସ୍ତ ନୂଆ ଟ୍ରେନ୍ କିମ୍ବା ବିଛାଯାଉଥିବା ଟ୍ରାକ୍ ହେଉଛି 'ମେଡ୍ ଇନ୍ ଇଣ୍ଡିଆ'। ଅର୍ଥାତ୍ ଏହି ପଦକ୍ଷେପ ମାଧ୍ୟମରେ ଭାରତର ଲୋକମାନେ ମଧ୍ୟ ରୋଜଗାର ପାଉଛନ୍ତି। ବିହାରରେ ଏନଡିଏ ସରକାର ରେଳ ଇଞ୍ଜିନ ଉତ୍ପାଦନ କରୁଥିବା ଆଧୁନିକ କାରଖାନା ମଧ୍ୟ ପ୍ରତିଷ୍ଠା କରିଛନ୍ତି । ଆଜି ସାରା ବିଶ୍ୱରେ ଡିଜିଟାଲ ଇଣ୍ଡିଆକୁ ନେଇ ଅନେକ ଚର୍ଚ୍ଚା ହେଉଛି । ଏବଂ ମୁଁ ଆପଣଙ୍କୁ ଆଉ ଗୋଟିଏ କଥା କହିପାରିବି କି? ବର୍ତ୍ତମାନ ଅନେକ ବିକଶିତ ଦେଶ ଅଛି ଯେଉଁଠି ଏଭଳି ଡିଜିଟାଲ ବ୍ୟବସ୍ଥା ନାହିଁ ଯାହା ବେତିଆ ଓ ଚମ୍ପାରଣ ଭଳି ସ୍ଥାନରେ ଉପଲବ୍ଧ । ଯେତେବେଳେ ବିଦେଶୀ ନେତାମାନେ ମୋତେ ଭେଟିଥାନ୍ତି, ସେମାନେ ମୋତେ ପଚାରନ୍ତି, 'ମୋଦୀଜୀ, ଆପଣ ଏତେ ଶୀଘ୍ର ଏସବୁ କିପରି କରିପାରିଲେ?' ମୁଁ ସେମାନଙ୍କୁ କହିଥାଏ ଯେ ଏହା ମୋଦୀ ନୁହଁନ୍ତି, ବରଂ ଭାରତର ଯୁବପିଢ଼ି କରିଛନ୍ତି। ମୋଦି କେବଳ ପ୍ରତି ପଦକ୍ଷେପରେ ଭାରତର ପ୍ରତ୍ୟେକ ଯୁବକଙ୍କ ସହ ଠିଆ ହେବାର ଗ୍ୟାରେଣ୍ଟି ଦେଇଛନ୍ତି । ଆଉ ଆଜି ମୁଁ ବିହାରର ଯୁବକମାନଙ୍କୁ 'ବିକଶିତ ଭାରତ'ର ଏହି ଗ୍ୟାରେଣ୍ଟି ମଧ୍ୟ ଦେଉଛି । ଏବଂ ଆପଣସମସ୍ତେ ଜାଣନ୍ତି ଯେ ଯେତେବେଳେ ମୋଦି ଗ୍ୟାରେଣ୍ଟି ଦିଅନ୍ତି, ଏହାର ଅର୍ଥ ଗ୍ୟାରେଣ୍ଟି ପୂରଣ ହୋଇଥାଏ ।

ସାଥୀମାନେ,

ଗୋଟିଏ ପଟେ ନୂଆ ଭାରତ ନିର୍ମାଣ ହେଉଥିବା ବେଳେ ଅନ୍ୟପଟେ ଆରଜେଡି, କଂଗ୍ରେସ ଓ ସେମାନଙ୍କ ର ଇଣ୍ଡି ମେଣ୍ଟ ଏବେ ବି ବିଂଶ ଶତାବ୍ଦୀରେ ରହିଛନ୍ତି। ଏନଡିଏ ସରକାର କହୁଛନ୍ତି ଯେ ପ୍ରତ୍ୟେକ ଘରର ଛାତ ଉପରେ ସୋଲାର ପ୍ଲାଣ୍ଟ ହେଉ । ଏହି ଉପାୟରେ ସେହି ଘରେ ମଧ୍ୟ ରୋଜଗାର ହୋଇପାରିବ ଏବଂ ମାଗଣାରେ ବିଜୁଳି ମିଳିପାରିବ । କିନ୍ତୁ ଇଣ୍ଡି ମେଣ୍ଟ ଏବେ ବି ଲଣ୍ଠନର ଆଲୋକ ଉପରେ ନିର୍ଭର କରୁଛି। ବିହାରରେ ଯେପର୍ଯ୍ୟନ୍ତ ଲଣ୍ଠନ ଶାସନ ଚାଲିଥିଲା, କେବଳ ଗୋଟିଏ ପରିବାରର ଦାରିଦ୍ର୍ୟ ଦୂର ହୋଇଥିଲା, କେବଳ ଗୋଟିଏ ପରିବାର ସମୃଦ୍ଧ ହୋଇଥିଲା।

ସାଥୀମାନେ,

ଆଜି ଯେତେବେଳେ ମୋଦି ସତ କହୁଛନ୍ତି, ସେମାନେ ତାଙ୍କୁ ଗାଳିଗୁଲଜ କରୁଛନ୍ତି। ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କୁ ନେଇ ଗଠିତ ଇଣ୍ଡି ମେଣ୍ଟରେ ସବୁଠାରୁ ବଡ଼ ସମସ୍ୟା ହେଉଛି ମୋଦିଙ୍କ ପରିବାର ନାହିଁ। ସେମାନେ କହୁଛନ୍ତି ଯେ, ଆଇଏନଡିଆଇ ମେଣ୍ଟର ପରିବାରବାଦୀ ନେତାମାନଙ୍କୁ ଲୁଟ୍ ପାଇଁ ଲାଇସେନ୍ସ ଦିଆଯିବା ଉଚିତ। ସେମାନଙ୍କୁ ଲୁଟ୍ କରିବା ପାଇଁ ଲାଇସେନ୍ସ ଦିଆଯିବା ଉଚିତକି? ସେମାନେ କରିବା ଉଚିତକି? ଆଜି ଯଦି ଭାରତ ରତ୍ନ କରପୁରୀ ଠାକୁର ଜୀବିତ ଥାଆନ୍ତେ, ତେବେ ସେମାନେ ମଧ୍ୟ ତାଙ୍କୁ ସେହି ପ୍ରଶ୍ନ ପଚାରିଥାନ୍ତେ ଯାହା ସେମାନେ ମୋଦୀଙ୍କୁ ପଚାରୁଛନ୍ତି। ପରିବାରବାଦ ଏବଂ ଦୁର୍ନୀତିର ସମର୍ଥକମାନେ ପୂଜ୍ୟ ବାପୁ, ଜେପି, ଲୋହିଆ, ବାବା ସାହେବ ଆମ୍ବେଦକରଙ୍କୁ ମଧ୍ୟ କାଠଗଡ଼ାରେ ଠିଆ କରିଦେଇଥାନ୍ତେ। ଏହି ନେତାମାନେ ନିଜ ପରିବାରକୁ ପ୍ରୋତ୍ସାହିତ କରିନଥିଲେ ବରଂ ଦେଶର ପ୍ରତ୍ୟେକ ପରିବାର ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ।

 

|

ସାଥୀମାନେ,

ଆଜି କାଲି ଆପଣଙ୍କ ସାମ୍ନାରେ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏ ବହୁତ କମ୍ ବୟସରେ ଘରୁ ବାହାରିଯାଇଛନ୍ତି । ବିହାରର ଯେ କୌଣସି ବ୍ୟକ୍ତି ଯେ କୌଣସି ରାଜ୍ୟରେ ରହୁଛନ୍ତି, କିନ୍ତୁ ସେମାନେ ସବୁବେଳେ ଛଟ୍ ପୂଜା ଏବଂ ଦୀପାବଳି ପାଇଁ ଘରକୁ ଫେରୁଛନ୍ତି। କିନ୍ତୁ ପିଲାଦିନେ ଘର ଛାଡି ଥିବା ମୋଦି... ମୁଁ କେଉଁ ଘରକୁ ଫେରିବି...? ମୋ ପାଇଁ ସମଗ୍ର ଭାରତ ମୋର ଘର, ପ୍ରତ୍ୟେକ ଭାରତୀୟ ମୋ ପରିବାର। ସେଥିପାଇଁ ଆଜି ପ୍ରତ୍ୟେକ ଭାରତୀୟଙ୍କୁ କହୁଛି, ପ୍ରତ୍ୟେକ ଗରିବ ବ୍ୟକ୍ତି, ପ୍ରତ୍ୟେକ ଯୁବକ କହୁଛନ୍ତି- 'ମୁଁ ମୋଦିଙ୍କ ପରିବାର! ମୁଁ ମୋଦିଙ୍କ ପରିବାର ! ଆମେ ମୋଦିଙ୍କ ପରିବାର!

ସାଥୀମାନେ,

ମୁଁ ଗରିବଙ୍କ ପ୍ରତ୍ୟେକ ଚିନ୍ତାଦୂର କରିବାକୁ ଚାହୁଁଛି । ସେଥିପାଇଁ ମୋଦି ଗରିବ ପରିବାରକୁ ମାଗଣାରେ ରାସନ ଓ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛନ୍ତି । ମୁଁ ମହିଳାମାନଙ୍କ ଜୀବନରେ ଥିବା ଅସୁବିଧାକୁ ହ୍ରାସ କରିବାକୁ ଚାହୁଁଛି । ସେଥିପାଇଁ ମୋଦି ମହିଳାଙ୍କ ନାଁରେ ପକ୍କା ଘର ଦେଉଛନ୍ତି, ଶୌଚାଳୟ ଦେଉଛନ୍ତି, ବିଜୁଳି ପହଞ୍ଚାଉଛନ୍ତି, ଗ୍ୟାସ ସଂଯୋଗ କରୁଛନ୍ତି ଓ ପାଇପ୍ ଯୋଗେ ଜଳ ଯୋଗାଣ କରୁଛନ୍ତି। ମୁଁ ଚାହୁଁଛି ଯେ ମୋ ଦେଶର ଯୁବକମାନଙ୍କ ଭବିଷ୍ୟତ ଉନ୍ନତ ହେଉ। ସେଥିପାଇଁ ମୋଦି ମୋ ଯୁବବର୍ଗଙ୍କ ଭବିଷ୍ୟତ ପାଇଁ ରେକର୍ଡ ସଂଖ୍ୟକ ମେଡିକାଲ କଲେଜ ନିର୍ମାଣ କରୁଛନ୍ତି, ଏମ୍ସ ତିଆରି କରୁଛନ୍ତି, ଆଇଆଇଟି ତିଆରି କରୁଛନ୍ତି, ଆଇଆଇଏମ୍ ଏବଂ ଏମିତି ଆଧୁନିକ ଶିକ୍ଷାନୁଷ୍ଠାନ ମୋର ଯୁବକମାନଙ୍କ ଭବିଷ୍ୟତ ପାଇଁ ତିଆରି କରୁଛି। ମୁଁ ଚାହୁଁଛି ଆମର କୃଷକମାନଙ୍କ ଆୟ ବୃଦ୍ଧି ହେଉ ଏବଂ ସେମାନେ ସଶକ୍ତ ହୁଅନ୍ତୁ। ସେଥିପାଇଁ, ମୋଦି ଆମର ଅନ୍ନଦାତା ପରିବାରକୁ ଶକ୍ତିଦାତା ଏବଂ ସାର ପ୍ରଦାନକାରୀରେ ପରିଣତ କରୁଛନ୍ତି । ଏବେ ବିହାର ସମେତ ସମଗ୍ର ଦେଶରେ ଇଥାନଲର ପ୍ଲାଣ୍ଟ ସ୍ଥାପନ କରାଯାଉଛି। କେବଳ ଆଖୁ ଓ ଧାନ ଚାଷୀଙ୍କ ଉତ୍ପାଦିତ ସାମଗ୍ରୀ ଦ୍ବାରା ଦେଶରେ ଗାଡି ଚଳାଚଳ ହେଉ ଏବଂ ସେମାନଙ୍କ ମଧ୍ୟ ବୃଦ୍ଧି କରିବା ପାଇଁ ଏହି ପ୍ରୟାସ କରାଯାଉଛି । କିଛିଦିନ ପୂର୍ବରୁ ଏନଡିଏ ସରକାର ଆଖୁର ମୂଲ୍ୟ ପ୍ରତି କୁଇଣ୍ଟାଲ ପିଛା ୩୪୦ ଟଙ୍କାକୁ ବୃଦ୍ଧି କରିଛନ୍ତି । କିଛି ଦିନ ତଳେ ଏନଡିଏ ସରକାର ବିଶ୍ୱର ସର୍ବବୃହତ ଶସ୍ୟ ଗୋଦାମ ଯୋଜନା ଆରମ୍ଭ କରିଥିଲେ । ଏହା ଅଧୀନରେ ବିହାର ସମେତ ସମଗ୍ର ଦେଶରେ ହଜାର ହଜାର ଗୋଦାମ ନିର୍ମାଣ କରାଯିବ। ବିହାରର କ୍ଷୁଦ୍ର ଚାଷୀ ପରିବାରର ଜୀବନକୁ ସହଜ କରିବା ପାଇଁ ସେମାନଙ୍କୁ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ ହଜାର ହଜାର କୋଟି ଟଙ୍କାର ସହାୟତା ମଧ୍ୟ ପ୍ରଦାନ କରାଯାଇଛି। ଏଠାରେ କେବଳ ବେତିଆରେ କୃଷକମାନେ ପିଏମ୍ କିଷାନ ସମ୍ମାନ ନିଧି ଅଧୀନରେ ପାଖାପାଖି ୮୦୦ କୋଟିରୁ ଅଧିକ ଟଙ୍କା ପାଇଛନ୍ତି। ଏବଂ ଏହି 'ପରିବାରବାଦୀ’ମାନେ ଆପଣଙ୍କ ସହିତ କ'ଣ କରିଛନ୍ତି ତାହାର ଏକ ଉଦାହରଣ ଦେଉଛି। ଏଠାରେ ବରୋନୀର ସାର କାରଖାନା ଦୀର୍ଘ ଦିନ ଧରି ବନ୍ଦ ରହିଥିଲା। ଏହି ପରିବାରବାଦୀ କେବେ ବି ଏଥିପ୍ରତି ଧ୍ୟାନ ଦେଇନଥିଲେ। ଏହାକୁ ପୁନଃ ଆରମ୍ଭ କରାଯିବ ବୋଲି ମୋଦି କୃଷକ ଓ ଶ୍ରମିକଙ୍କୁ ଗ୍ୟାରେଣ୍ଟି ଦେଇଥିଲେ। ଆଜି ଏହି ସାର କାରଖାନା ପୁଣି ଥରେ ସେବା ଯୋଗାଉଛି ଏବଂ ଯୁବକମାନଙ୍କୁ ରୋଜଗାର ଯୋଗାଉଛି । ସେଥିପାଇଁ ଲୋକମାନେ କହୁଛନ୍ତି- ମୋଦିଙ୍କ ଗ୍ୟାରେଣ୍ଟି ଅର୍ଥାତ ଗ୍ୟାରେଣ୍ଟି ପୂରଣ ହେବାର ଗ୍ୟାରେଣ୍ଟି।

 

|

ସାଥୀମାନେ,

ନିର୍ବାଚନର ଯେଉଁ ଗଠବନ୍ଧନ ଇଣ୍ଡି ମେଣ୍ଟ ସହ ଜଡ଼ିତ ଲୋକମାନେ ଅଛନ୍ତି, ସେମାନେ ଜାଣିଛନ୍ତି ଯେ ସେମାନଙ୍କର ଆଉ ସ୍ଥାନ ନାହିଁ। ସେମାନେ ପରାଜୟକୁ ଅନୁଭବ କରି ଇଣ୍ଡି ଗଠବନ୍ଧନକୁ ଦୃଷ୍ଟିରେ ରଖ ନିଜେ ଭଗବାନ ରାମ ମଧ୍ୟ ଆସିଛନ୍ତି। ଏଠି ବେତିଆରେ ମା' ସୀତାଙ୍କ ଅନୁଭୂତି ରହିଛି। ଲବ-କୁଶଙ୍କ ଉପସ୍ଥିତି ଅନୁଭବ ହେଉଛି। ଭଗବାନ ଶ୍ରୀରାମ ଓ ରାମ ମନ୍ଦିର ବିରୋଧରେ ଇଣ୍ଡି ଗଠବନ୍ଧନ ଲୋକମାନେ ଯେପରି ବିରୋଧ କରି କହୁଛନ୍ତି ତାହା ବିହାରବାସୀ ଦେଖୁଛନ୍ତି। ଆଉ ଭଗବାନ ଶ୍ରୀରାମଙ୍କୁ ଅପମାନିତ କରୁଥିବା ଲୋକମାନଙ୍କୁ କିଏ ସମର୍ଥନ କରୁଛି। ଏହି ପରିବାରବାଦୀ ଯିଏ ଦଶନ୍ଧି ଧରି ରାମଲଲାଙ୍କୁ ତମ୍ବୁରେ ରଖିଥିଲେ । ଏମାନେ ହେଉଛନ୍ତି ସେହି ପରିବାରବାଦୀ ଯେଉଁମାନେ ରାମ ମନ୍ଦିର ନିର୍ମାଣ କୁ ବିରୋଧ କରି ମରଣାନ୍ତକ ପ୍ରୟାସ କରିଥିଲେ । ଆଜି ଭାରତ ଏହାର ଐତିହ୍ୟ ଓ ସଂସ୍କୃତିକୁ ସମ୍ମାନ ଦେଉଥିବା ବେଳେ, ସେତେବେଳେ ଏହି ଲୋକମାନଙ୍କୁ ଏଥିରେ ମଧ୍ୟ ଅସୁବିଧା ହେଉଛି।

 

|

ସାଥୀମାନେ,

ଏହି ଅଞ୍ଚଳ ପ୍ରକୃତିପ୍ରେମୀ, ଥାରୁ ସମ୍ପ୍ରଦାୟର ଥାରୁ ଅଞ୍ଚଳ ଅଟେ। ସମାଜରେ ପ୍ରକୃତି ସହିତ ପ୍ରଗତିର ଯେଉଁ ଜୀବନଶୈଳୀ ଆମେ ଦେଖୁଛୁ, ତାହା ଆମ ସମସ୍ତଙ୍କ ପାଇଁ ଏକ ଶିକ୍ଷା । ପ୍ରକୃତିକୁ ସଂରକ୍ଷଣ କରି ଭାରତ ଯଦି ଆଜି ପ୍ରଗତି କରୁଛି, ତା' ପଛରେ ଥାରୁ ଭଳି ଜନଜାତି ସମ୍ପ୍ରଦାୟର ମଧ୍ୟ ପ୍ରେରଣା ରହିଛି। ସେଥିପାଇଁ ମୁଁ କହୁଛି ' ବିକଶିତ ଭାରତ'ର ବିକାଶ ପାଇଁ ସମସ୍ତଙ୍କ ପ୍ରୟାସ, ସମସ୍ତଙ୍କ ପ୍ରେରଣା ଏବଂ ସମସ୍ତଙ୍କ ଶିଖିବା ଦରକାର। କିନ୍ତୁ ଏଥିପାଇଁ ଏନଡିଏ ସରକାର ୪୦୦ (ଆସନ) ଅତିକ୍ରମ କରିବା ଜରୁରୀ। ଏହା ଅଛି କି ନାହିଁ? କେତେ? 400... କେତେ? ୪୦୦... ଦେଶକୁ ତୃତୀୟ ବୃହତ୍ତମ ଅର୍ଥନୀତି ରେ ପରିଣତ କରିବା ପାଇଁ - ଏନଡିଏ ୪୦୦ (ଆସନ)ରୁ ଅଧିକ! ଲୋକଙ୍କୁ ଦାରିଦ୍ର୍ୟରୁ ହଟାଇବା ପାଇଁ - ଏନଡିଏ ୪୦୦ (ଆସନ)ରୁ ଅଧିକ! ଯୁବବର୍ଗଙ୍କ ପାଇଁ ନୂଆ ନିଯୁକ୍ତିର ସୁଯୋଗ - ଏନଡିଏ ୪୦୦ (ଆସନ)ରୁ ଅଧିକ! ଗରିବଙ୍କୁ ପକ୍କା ଘର ଯୋଗାଇଦେବା ପାଇଁ - ଏନଡିଏ... ୪୦୦ରୁ ଅଧିକ (ସିଟ୍)! ୧ କୋଟି ଘରେ ସୋଲାର ପ୍ୟାନେଲ ଲଗାଇବା ପାଇଁ - ଏନଡିଏ ୪୦୦ରୁ ଅଧିକ (ସିଟ୍)! ୩ କୋଟି 'ଲଖପତି ଦିଦି' ସୃଷ୍ଟି କରିବାକୁ- ଏନଡିଏ ୪୦୦ (ଆସନ)ରୁ ଅଧିକ! ଦେଶର କୋଣ ଅନୁକୋଣରେ ବନ୍ଦେ ଭାରତ ଟ୍ରେନ୍ ଚଳାଚଳ କରିବା ପାଇଁ- ଏନଡିଏ ୪୦୦ (ସିଟ୍)ରୁ ଅଧିକ! 'ବିକଶିତ ଭାରତ-ବିକଶିତ ବିହାର' ପାଇଁ - ଏନଡିଏ... ୪୦୦ରୁ ଅଧିକ (ସିଟ୍)!

ପୁଣି ଥରେ ମୁଁ ଆପଣସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି । ଏହା ମୋ ସହିତ କୁହ -

ଭାରତ ମାତା କି-ଜୟ!

ଆପଣଙ୍କ ଦୁଇ ହାତ ଉଠାଇ ଏବଂ ପୂରା ଶକ୍ତିର ସହିତ କୁହନ୍ତୁ-

ଭାରତ ମାତା କି-ଜୟ!

ଭାରତ ମାତା କି-ଜୟ!

ଭାରତ ମାତା କି-ଜୟ!

ବହୁତ ବହୁତ ଧନ୍ୟବାଦ!

 

  • कृष्ण सिंह राजपुरोहित भाजपा विधान सभा गुड़ामा लानी November 21, 2024

    जय श्री राम 🚩 वन्दे मातरम् जय भाजपा विजय भाजपा
  • Devendra Kunwar October 08, 2024

    BJP
  • दिग्विजय सिंह राना September 20, 2024

    हर हर महादेव
  • रीना चौरसिया September 10, 2024

    बीजेपी
  • krishangopal sharma Bjp July 10, 2024

    नमो नमो 🙏 जय भाजपा 🙏
  • krishangopal sharma Bjp July 10, 2024

    नमो नमो 🙏 जय भाजपा 🙏
  • krishangopal sharma Bjp July 10, 2024

    नमो नमो 🙏 जय भाजपा 🙏
  • JBL SRIVASTAVA May 27, 2024

    मोदी जी 400 पार
  • Randhir Ojha May 13, 2024

    BJP NDA Jay Ho Jay Mata di Jay shree Ram Jay bholenath Radhe Krishna ki Jay Ho 🙏🔱🔱➕🔱🙏🇮🇳🏹🚩🌹...400+ Jay ma sharde for give me misk Jay Hind Jay Bihar Jay muzaffarpur Har har modi ghar ghar modi ➕🔱🙏
  • Shabbir meman April 10, 2024

    🙏🙏
Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
Bharat Tex showcases India's cultural diversity through traditional garments: PM Modi

Media Coverage

Bharat Tex showcases India's cultural diversity through traditional garments: PM Modi
NM on the go

Nm on the go

Always be the first to hear from the PM. Get the App Now!
...
PM Modi urges everyone to stay calm and follow safety precautions after tremors felt in Delhi
February 17, 2025

The Prime Minister, Shri Narendra Modi has urged everyone to stay calm and follow safety precautions after tremors felt in Delhi. Shri Modi said that authorities are keeping a close watch on the situation.

The Prime Minister said in a X post;

“Tremors were felt in Delhi and nearby areas. Urging everyone to stay calm and follow safety precautions, staying alert for possible aftershocks. Authorities are keeping a close watch on the situation.”