Quoteପୁରୁଲିଆର ରଘୁନାଥପୁର ଠାରେ ଥିବା ରଘୁନାଥପୁର ଥର୍ମାଲ ପାୱାର ଷ୍ଟେସନ ଫେଜ୍ -୨ (୨ x ୬୬୦ ମେଗାୱାଟ୍‌)ର ଶିଳାନ୍ୟାସ
Quoteମେଜିଆ ଥର୍ମାଲ ପାୱାର ଷ୍ଟେସନର ୟୁନିଟ ୭ ଓ ୮ର ଫ୍ଲୁ ଗ୍ୟାସ ଡିସଲ୍ଫରାଇଜେସନ୍ (ଏଫ୍‌ଜିଡି) ବ୍ୟବସ୍ଥାର ଉଦଘାଟନ
Quote୧୨ ନମ୍ବର ଜାତୀୟ ରାଜପଥର ଫରାକ୍କା - ରାୟଗଞ୍ଜ ସେକ୍ସନର ୪ ଲେନ୍ ନିର୍ମାଣ ପାଇଁ ରାସ୍ତା ପ୍ରକଳ୍ପ ଉଦ୍‌ଘାଟିତ
Quoteପଶ୍ଚିମବଙ୍ଗରେ ୯୪୦ କୋଟିରୁ ଅଧିକ ମୂଲ୍ୟର ୪ଟି ରେଳ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ
Quoteପଶ୍ଚିମବଙ୍ଗ ଯେପରି ତା'ର ବର୍ତ୍ତମାନ ଏବଂ ଭବିଷ୍ୟତର ବିଦ୍ୟୁତ୍ ଆବଶ୍ୟକତା ପାଇଁ ଆତ୍ମନିର୍ଭରଶୀଳ ହେବ, ତାହା ହେଉଛି ଆମର ପ୍ରୟାସ
Quote"ପଶ୍ଚିମବଙ୍ଗ ଦେଶ ଏବଂ ଅନେକ ପୂର୍ବ ରାଜ୍ୟ ପାଇଁ ପୂର୍ବ ଦ୍ୱାର ଭାବରେ କାର୍ଯ୍ୟ କରେ’
Quoteସଡ଼କ ପଥ, ରେଳବାଇ, ବିମାନ ଚଳାଚଳ ଏବଂ ଜଳପଥର ଆଧୁନିକ ଭିତ୍ତିଭୂମି ପାଇଁ ସରକାର କାର୍ଯ୍ୟ କରୁଛନ୍ତି

ପଶ୍ଚିମବଙ୍ଗର ରାଜ୍ୟପାଳ ସିଭି ଆନନ୍ଦବୋଷ ଜୀ, ମୋକ୍ୟାବିନେଟ ସହଯୋଗୀ ଶାନ୍ତନୁ ଠାକୁର ଜୀ, ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଜୀ, ସଂସଦରେ ମୋର ସହଯୋଗୀ ଶୁଭେନ୍ଦୁ ଅଧିକାରୀଜୀ, ଜଗନ୍ନାଥ ସରକାରଜୀ, ରାଜ୍ୟ ସରକାରଙ୍କ ମନ୍ତ୍ରୀଗଣ, ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ଓ ଭଦ୍ରବ୍ୟକ୍ତିମାନେ!

 

|

ଆଜି ଆମେ ପଶ୍ଚିମବଙ୍ଗକୁ ଏକ ବିକଶିତ ରାଜ୍ୟ ରେ ପରିଣତ କରିବା ଦିଗରେ ଆଉ ଏକ ପଦକ୍ଷେପ ନେଉଛୁ । ଗତକାଲି ମୁଁ ବଙ୍ଗଳାର ସେବା କରିବା ପାଇଁ ଆରାମବାଗରେ ଉପସ୍ଥିତ ଥିଲି । ସେଠାରୁ ପ୍ରାୟ ୭ ହଜାର କୋଟି ଟଙ୍କାର ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଥିଲି। ସେଥିମଧ୍ୟରୁ ରେଳବାଇ, ବନ୍ଦର, ପେଟ୍ରୋଲିୟମ ସମ୍ବନ୍ଧୀୟ ଅନେକ ବଡ଼ ଯୋଜନା ଥିଲା। ଆଉ ଆଜି ପୁଣି ଥରେ ମୋତେ ପ୍ରାୟ ୧୫ ହଜାର କୋଟି ଟଙ୍କାର ଏହାର ଉନ୍ନୟନ ମୂଳକ କାର୍ଯ୍ୟର ଉଦଘାଟନ ଓ ଶିଳାନ୍ୟାସ କରିବାର ସୌଭାଗ୍ୟ ମିଳିଛି । ବିଜୁଳି, ସଡ଼କ ଓ ରେଳର ଉନ୍ନତ ସୁବିଧା ମୋର ଭାଇ ଭଉଣୀଙ୍କ ଜୀବନକୁ ସହଜ କରିବ । ଏହି ଉନ୍ନୟନମୂଳକ କାର୍ଯ୍ୟ ପଶ୍ଚିମବଙ୍ଗର ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିବ । ଏହାଦ୍ୱାରା ଯୁବପିଢ଼ିଙ୍କ ପାଇଁ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଏହି ଅବସରରେ ମୁଁ ଆପଣ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ଶୁଭେଚ୍ଛା ଜଣାଉଛି ।

 

|

ସାଥୀମାନେ

ଆଧୁନିକ ଯୁଗରେ ବିକାଶର ଗାଡ଼ିକୁ ତ୍ୱରାନ୍ୱିତ କରିବା ପାଇଁ ବିଜୁଳିର ଅତ୍ୟନ୍ତ ଆବଶ୍ୟକତା ରହିଛି। କୌଣସି ରାଜ୍ୟର ଶିଳ୍ପ ହେଉ, ଆଧୁନିକ ରେଳ ସୁବିଧା ହେଉ କିମ୍ବା ଆଧୁନିକ ଜ୍ଞାନକୌଶଳ ସହ ଜଡ଼ିତ ଆମର ଦୈନନ୍ଦିନ ଜୀବନ ହେଉ, ବିଜୁଳି ଅଭାବରେ କୌଣସି ରାଜ୍ୟ କିମ୍ବା କୌଣସି ଦେଶର ବିକାଶ ହୋଇପାରିବ ନାହିଁ। ତେଣୁ ପଶ୍ଚିମବଙ୍ଗକୁ ବର୍ତ୍ତମାନ ଓ ଭବିଷ୍ୟତର ଶକ୍ତି ଆବଶ୍ୟକତା ରେ ଆତ୍ମନିର୍ଭରଶୀଳ କରିବାକୁ ଆମର ପ୍ରୟାସ। ଆଜି ଦାମୋଦର ଉପତ୍ୟକା ନିଗମ ଅଧୀନ ରଘୁନାଥପୁର ଥର୍ମାଲ ପାୱାର ଷ୍ଟେସନ-ଫେଜ୍-୨ ପ୍ରକଳ୍ପର ଶିଳାନ୍ୟାସ ଏ ଦିଗରେ ଏକ ବଡ଼ ପଦକ୍ଷେପ। ଏହି ପ୍ରକଳ୍ପ ଦ୍ୱାରା ରାଜ୍ୟରେ ୧୧ ହଜାର କୋଟିରୁ ଅଧିକ ଟଙ୍କାର ପୁଞ୍ଜିନିବେଶ ହେବ। ଏହା କେବଳ ରାଜ୍ୟର ଶକ୍ତି ଆବଶ୍ୟକତାକୁ ପୂରଣ କରିବ ନାହିଁ ବରଂ ଆଖପାଖ ଅଞ୍ଚଳର ଅର୍ଥନୈତିକ ବିକାଶକୁ ମଧ୍ୟ ତ୍ୱରାନ୍ୱିତ କରିବ । ଆଜି ଏହି ଥର୍ମାଲ ପାୱାର ପ୍ଲାଣ୍ଟର ଶିଳାନ୍ୟାସ ସହ ମୁଁ ମେଜିଆ ଥର୍ମାଲ ପାୱାର ଷ୍ଟେସନର ଏଫଜିଡି ବ୍ୟବସ୍ଥାର ଉଦଘାଟନ କରିଛି। ଏହି ଏଫ୍ ଜିଡି ବ୍ୟବସ୍ଥା ପରିବେଶ ଠାରୁ ନେଇ ଭାରତର ଗମ୍ଭୀରତାର ପ୍ରତୀକ ଅଟେ। ଏହା ଦ୍ୱାରା ଏହି ଅଞ୍ଚଳରେ ପ୍ରଦୂଷଣ ହ୍ରାସ କରିବାରେ ବହୁତ ବଡ଼ ସାହାଯ୍ୟ ମିଳିବ।

 

|

ସାଥୀମାନେ

ପଶ୍ଚିମବଙ୍ଗ ହେଉଛି ଆମ ଦେଶର, ଦେଶର ଅନେକ ରାଜ୍ୟ ପାଇଁ ପୂର୍ବ ପ୍ରବେଶ ପଥର କାର୍ଯ୍ୟ କରିଥାଏ। ପୂର୍ବ ଦିଗରେ ପ୍ରଗତିର ପ୍ରଚୁର ସମ୍ଭାବନା ଏହି ଦ୍ୱାର ଦେଇ ପ୍ରବେଶ କରିପାରିବ । ସେଥିପାଇଁ ଆମ ସରକାର ପଶ୍ଚିମବଙ୍ଗରେ ସଡ଼କ ପଥ, ରେଳପଥ, ବିମାନ ଚଳାଚଳ ଏବଂ ଜଳପଥର ଆଧୁନିକ ସଂଯୋଗ ପାଇଁ କାର୍ଯ୍ୟ କରୁଛନ୍ତି। ଆଜି ମଧ୍ୟ ମୁଁ ଫରାକ୍କାରୁ ରାୟଗଞ୍ଜ ମଧ୍ୟରେ ଜାତୀୟ ରାଜପଥ ୧୨ର ଉଦଘାଟନ କରିଛି, ଜାତୀୟ ରାଜପଥ ୧୨ର ଉଦଘାଟନ କରିଛି। ଏଥିରେ ପାଖାପାଖି ୨ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ରାଜପଥ ପଶ୍ଚିମବଙ୍ଗବାସୀଙ୍କ ଯାତାୟତରେ ଗତି ବଢ଼ାଇବ। ଫରାକ୍କାରୁ ରାୟଗଞ୍ଜ ପର୍ଯ୍ୟନ୍ତ ସମଗ୍ର ଯାତ୍ରା ୪ ଘଣ୍ଟାରୁ ଅଧାକୁ ହ୍ରାସ ପାଇବ। ଏହାଦ୍ୱାରା କାଳିଆଛକ, ସୁଜାପୁର, ମାଲଦା ଟାଉନ ଆଦି ସହରାଞ୍ଚଳରେ ଟ୍ରାଫିକ ସ୍ଥିତିରେ ସୁଧାର ଆସିବ। ପରିବହନର ବେଗ ବଢ଼ିଲେ ଶିଳ୍ପ ଗତିବିଧି ମଧ୍ୟ ବୃଦ୍ଧି ପାଇବ। ଏହାଦ୍ୱାରା ଅଞ୍ଚଳର ଚାଷୀ ମାନେ ମଧ୍ୟ ଉପକୃତ ହେବେ ।

 

|

ସାଥୀମାନେ,

ଭିତ୍ତିଭୂମି ଦୃଷ୍ଟିକୋଣରୁ ରେଳବାଇ ହେଉଛି ପଶ୍ଚିମବଙ୍ଗର ଗୌରବମୟ ଇତିହାସର ଏକ ଅଂଶ। କିନ୍ତୁ ସ୍ୱାଧୀନତା ପରେ ବଙ୍ଗଳା ଇତିହାସରେ ଯେଉଁ ଅଗ୍ରଣୀ ସ୍ଥାନ ହାସଲ କରିଥିଲା, ତାହା ଠିକ୍ ଭାବେ ଆଗେଇ ପାରିନଥିଲା। ଏହି କାରଣରୁ ସବୁ ସମ୍ଭାବନା ସତ୍ତ୍ୱେ ବେଙ୍ଗଲ ପଛରେ ପଡ଼ିଚାଲିଛି। ଗତ ୧୦ ବର୍ଷ ମଧ୍ୟରେ ଆମେ ସେହି ବ୍ୟବଧାନକୁ ପୂରଣ କରିବା ପାଇଁ ରେଳ ଭିତ୍ତିଭୂମି ଉପରେ ଅଧିକ ଗୁରୁତ୍ୱ ଦେଇଛୁ । ଆଜି ଆମ ସରକାର ବଙ୍ଗଳାର ରେଳ ଭିତ୍ତିଭୂମି ପାଇଁ ଦୁଇଗୁଣାରୁ ଅଧିକ ଅର୍ଥ ଖର୍ଚ୍ଚ କରୁଛନ୍ତି। ଆଜି ବି ମୁଁ ଭାରତ ସରକାରଙ୍କ ୪-୪ଟି ରେଳ ପ୍ରକଳ୍ପକୁ ବଙ୍ଗଳାକୁ ସମର୍ପିତ କରିବାକୁ ଆସିଛି। ଏହି ସବୁ ଉନ୍ନୟନମୂଳକ କାର୍ଯ୍ୟ ଆମର ଆଧୁନିକ ଓ ବିକଶିତ ବଙ୍ଗଳାର ସ୍ୱପ୍ନକୁ ସାକାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ମୁଁ ଏହି ସମାରୋହରେ ଆପଣଙ୍କର ଅଧିକ ସମୟ ନେବାକୁ ଚାହୁଁନାହିଁ, କାରଣ ବଙ୍ଗଳାର ବହୁ ସଂଖ୍ୟକ ଲୋକ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ବାହାରେ ବସିଛନ୍ତି, ସେମାନେ ମୋପାଇଁ ଅପେକ୍ଷା କରିଛନ୍ତି, ଏବଂ ମୁଁ ସେଠାରେ ଖୋଲା ମନରେ ବହୁତ କିଛି କହିବାକୁ ଚାହୁଁଛି । ତେଣୁ ମୁଁ ଯଦି ସେଠାକୁ ଯାଇ ସମସ୍ତ କଥା ବୁଝାଇ ପାରିବି ତେବେ ଭଲ ହେବ। ଏଠିକାର ପାଇଁ ଏତିକି ଯଥେଷ୍ଟ। ପୁଣି ଥରେ ମୁଁ ଆପଣ ସମସ୍ତଙ୍କୁ ଏହି ସବୁ ପ୍ରକଳ୍ପ ପାଇଁ ବହୁତ ବହୁତ ଅଭିନନ୍ଦନ ଜଣାଉଛି ।

ଧନ୍ୟବାଦ!

 

  • Jitendra Kumar May 13, 2025

    ❤️🙏🇮🇳
  • Dheeraj Thakur March 04, 2025

    जय श्री राम जय श्री राम
  • Dheeraj Thakur March 04, 2025

    जय श्री राम
  • कृष्ण सिंह राजपुरोहित भाजपा विधान सभा गुड़ामा लानी November 21, 2024

    जय श्री राम
  • कृष्ण सिंह राजपुरोहित भाजपा विधान सभा गुड़ामा लानी November 21, 2024

    जय श्री राम 🚩 वन्दे मातरम् जय भाजपा विजय भाजपा
  • Devendra Kunwar October 08, 2024

    BJP
  • दिग्विजय सिंह राना September 20, 2024

    हर हर महादेव
  • ओम प्रकाश सैनी September 17, 2024

    Om
  • ओम प्रकाश सैनी September 17, 2024

    Hindustan
  • ओम प्रकाश सैनी September 17, 2024

    Ram ji
Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
'Operation Sindoor exceeded aims, India achieved a massive victory'

Media Coverage

'Operation Sindoor exceeded aims, India achieved a massive victory'
NM on the go

Nm on the go

Always be the first to hear from the PM. Get the App Now!
...
ନକ୍ସଲ ପ୍ରଭାବିତ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରତିବଦ୍ଧ: ପ୍ରଧାନମନ୍ତ୍ରୀ
May 14, 2025

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି କି, ସୁରକ୍ଷା ବାହିନୀଙ୍କ ସଫଳତାରୁ ଏହା ଜଣାପଡ଼ୁଛି ଯେ ନକ୍ସଲଙ୍କୁ ନିପାତ କରିବା ଦିଗରେ ଆମର ଅଭିଯାନ ଠିକ୍ ଦିଗରେ ଚାଲିଛି । “ଆମେ ନକ୍ସଲ ପ୍ରଭାବିତ ଅଞ୍ଚଳରେ ଶାନ୍ତିି ପ୍ରତିଷ୍ଠା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରତିବଦ୍ଧ ଏବଂ ସେମାନଙ୍କୁ ବିକାଶର ମୁଖ୍ୟଧାରାରେ ଆମେ ଯୋଡ଼ିବୁ” ଶ୍ରୀ ମୋଦୀ କହିଛନ୍ତି ।

ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ଏକ ବିବୃତିର ପ୍ରତିକ୍ରିୟାରେ ଏକ୍ସ ରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

“ସୁରକ୍ଷା ବଳଙ୍କ ଏହି ସଫଳତା ଏହା ଦର୍ଶାଉଛି କି ନକ୍ସଲବାଦର ମୂଳକୁ ନିପାତ କରିବା ଦିଗରେ ଆମର ଅଭିଯାନ ଠିକ୍ ଦିଗରେ ଅଗ୍ରସର ହେଉଛି । ନକ୍ସଲବାଦ ପ୍ରଭାବିତ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ସହ ସେମାନଙ୍କୁ ବିକାଶର ମୁଖ୍ୟଧାରାରେ ଯୋଡ଼ିବା ଦିଗରେ ଆମେ ସମ୍ପୂର୍ଣ୍ଣ ରୂପେ ପ୍ରତିବଦ୍ଧ ।”