Quote“କାଶୀ ଜ୍ଞାନ, କର୍ତ୍ତବ୍ୟ ଏବଂ ସତ୍ୟର ଭଣ୍ଡାର ଭାବରେ ଜଣାଶୁଣା ଏବଂ ଏହା ପ୍ରକୃତରେ ଭାରତର ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ରାଜଧାନୀ”
Quote“ଭାରତରେ ଆମେ ଆମର ଚିରସ୍ଥାୟୀ ଏବଂ ବିବିଧ ସଂସ୍କୃତି ପାଇଁ ଗର୍ବିତ । ଆମେ ଆମର ଦୃଶ୍ୟମାନ ସାଂସ୍କୃତିକ ଐତିହ୍ୟକୁ ମଧ୍ୟ ବହୁତ ଗୁରୁତ୍ୱ ପ୍ରଦାନ କରିଥାଉ”
Quote‘ଯୁଗେ ଯୁଗେ ଭାରତ' ଜାତୀୟ ସଂଗ୍ରହାଳୟ ସମ୍ପୂର୍ଣ୍ଣ ହେଲେ ଭାରତର ୫,୦୦୦ ବର୍ଷର ଇତିହାସ ଓ ସଂସ୍କୃତିକୁ ଦର୍ଶାଉଥିବା ବିଶ୍ୱର ସର୍ବବୃହତ ସଂଗ୍ରହାଳୟ ଭାବେ ଉଭା ହେବ
Quote" ଦୃଶ୍ୟମାନ ଐତିହ୍ୟର କେବଳ ଭୌତିକ ମୂଲ୍ୟ ନଥାଏ ବରଂ ଏହା ଏକ ରାଷ୍ଟ୍ରର ଇତିହାସ ଏବଂ ପରିଚୟ ମଧ୍ୟ ଅଟେ”
Quoteଅର୍ଥନୈତିକ ଅଭିବୃଦ୍ଧି ଓ ବିବିଧତା ପାଇଁ ଐତିହ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତି ଏବଂ ଏହା ଭାରତର ‘ବିକାଶ ଭି ବିରାସତ ଭି' (ବିକାଶ ସହିତ ଐତିହ୍ୟ ମଧ୍ୟ) ମନ୍ତ୍ରରେ ପ୍ରତିଫଳିତ ହୋଇଛି ।
Quote"ସଂସ୍କୃତି ଗୋଷ୍ଠୀ ସୃଜନଶୀଳତା, ବାଣିଜ୍ୟ ଏବଂ ସହଯୋଗ ଭଳି ଚାରୋଟି ସି (C) ର ଗୁରୁତ୍ୱକୁ ପ୍ରତିଫଳିତ କରିଥାଏ”
Quoteପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ବାରଣାସୀ ଠାରେ ଆୟୋଜିତ ଜି - ୨୦ ସଂସ୍କୃତି ମନ୍ତ୍ରୀ ବୈଠକକୁ ଭିଡିଓ ଲିଙ୍କ୍ ମାଧ୍ୟମରେ ସମ୍ବୋଧିତ କରିଛନ୍ତି ।

ନମସ୍କାର!

ବାରାଣାସୀକୁ ସ୍ୱାଗତ, ଯାହା କାଶୀ ନାମରେ ମଧ୍ୟ ବେଶ କରିଚିତ । ମୁଁ ଆନନ୍ଦିତ ଯେ, ଆପଣମାନେ ବାରାଣାସୀରେ ବୈଠକ କରୁଛନ୍ତି, ଯାହା ହେଉଛି ମୋର ସଂସଦୀୟ ନିର୍ବାଚନ ମଣ୍ଡଳୀ । କାଶୀ କେବଳ ଦୁନିଆର ସର୍ବ ପୁରାତନ ଜୀବନ୍ତ ସହର ନୁହେଁ । ଏଠାରୁ କିଛି ଦୂରରେ ଅଛି ସାରନାଥ, ଯେଉଁଠାରେ ଭଗବାନ ବୁଦ୍ଧ ତାଙ୍କର ପ୍ରଥମ ଉପଦେଶ ଦେଇଥିଲେ। 

କାଶୀକୁ ‘ସୁଜ୍ଞାନ, ଧର୍ମ, ଏବଂ ସପ୍ତରାଶି’ର ସହର କୁହାଯାଏ - ଜ୍ଞାନ, କର୍ତ୍ତବ୍ୟ ଏବଂ ସତ୍ୟର ଏକ ଭଣ୍ଡାର । ଏହା ବାସ୍ତବରେ ଭାରତର ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ରାଜଧାନୀ । ମୁଁ ଆଶା କରୁଛି ଆପଣମାନେ ନିଜର କାର୍ଯ୍ୟକ୍ରମରେ ଗଙ୍ଗା ଆରତୀ ଦେଖିବା, ସାରନାଥ ପରିଦର୍ଶନ କରିବା ଏବଂ କାଶୀଙ୍କ ସୁସ୍ବାଦୁ ଖାଦ୍ୟ ନମୁନା ଖାଇବା ପାଇଁ କିଛି ସମୟ ରଖିଥିବେ । 

ମହାମହିମ,  

ସଂସ୍କୃତିର ଏକ ଅନ୍ତର୍ନିହିତ ସାମର୍ଥ୍ୟ ହେଉଛି ଏକାଠି କରିବା । ଏହା ଆମକୁ ବିଭିନ୍ନ ପୃଷ୍ଠଭୂମି ଏବଂ ଦୃଷ୍ଟିକୋଣ ବୁଝିବାରେ ସକ୍ଷମ କରେ । ଆଉ ସେଥିପାଇଁ, ଆପଣଙ୍କର କାର୍ଯ୍ୟ ସମଗ୍ର ମାନବିକତା ପାଇଁ ଅପାର ଗୁରୁତ୍ୱ ବହନ କରେ । ଆମେ ଭାରତରେ ଆମର ଅନନ୍ତ ଏବଂ ବିବିଧ ସଂସ୍କୃତି ପାଇଁ ବହୁତ ଗର୍ବିତ । ଆମର ଅପରିଚିତ ସାଂସ୍କୃତିକ ଐତିହ୍ୟ ସହିତ ମଧ୍ୟ ଆମେ ଗୁରୁତ୍ୱର ସହ ଯୋଡି ହୋଇ ରହିଥାଉ । ଆମେ ଆମର ଐତିହ୍ୟ ସ୍ଥଳଗୁଡିକର ସଂରକ୍ଷଣ ଏବଂ ପୁନର୍ଜୀବିତ କରିବା ପାଇଁ କଠିନ ପରିଶ୍ରମ କରୁଛୁ । ଆମେ କେବଳ ଜାତୀୟ ସ୍ତରରେ ନୁହେଁ, ଭାରତର ସମସ୍ତ ଗ୍ରାମ ସ୍ତରରେ ମଧ୍ୟ ଆମର ସାଂସ୍କୃତିକ ସମ୍ପତ୍ତି ଏବଂ କଳାକାରମାନଙ୍କୁ ଚିହ୍ନଟ ବା ରେଖାଙ୍କିତ କରିଛୁ । ଆମ ସଂସ୍କୃତିକୁ ପାଳନ କରିବା ପାଇଁ ଆମେ ଅନେକ କେନ୍ଦ୍ର ମଧ୍ୟ ନିର୍ମାଣ କରୁଛୁ । ସେମାନଙ୍କ ମଧ୍ୟରେ ପ୍ରମୁଖ ହେଉଛି ଦେଶର ବିଭିନ୍ନ ସ୍ଥାନରେ ଆଦିବାସୀ ସଂଗ୍ରହାଳୟ ମଧ୍ୟ ରହିଛି । ଏହି ସଂଗ୍ରହାଳୟ ଗୁଡ଼ିକ ଭାରତର ଆଦିବାସୀ ସମ୍ପ୍ରଦାୟର ଜୀବନ୍ତ ସଂସ୍କୃତିକୁ ପ୍ରଦର୍ଶନ କରିବ । ନୂଆଦିଲ୍ଲୀରେ ଆମର ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟ ରହିଛି । ଏହା ହେଉଛି ଏଧରଣର ଏକ ପ୍ରକାର ପ୍ରୟାସ ଯାହାକି ଭାରତର ଗଣତାନ୍ତ୍ରିକ ଐତିହ୍ୟକୁ ପ୍ରଦର୍ଶନ କରୁଛି । ଆମେ ମଧ୍ୟ ‘ଯୁଗେ ଯୁଗେ ଭାରତ’ଜାତୀୟ ସଂଗ୍ରହାଳୟ ନିର୍ମାଣ କରୁଛୁ । ଏହାର ନିର୍ମାଣ ଶେଷ ହେବା ପରେ ଏହା ବିଶ୍ୱର ବୃହତ୍ତ ସଂଗ୍ରହାଳୟ ହେବ । ଏହା 5000 ବର୍ଷରୁ ଅଧିକ ସମୟ ଧରି ଭାରତର ଇତିହାସ ଏବଂ ସଂସ୍କୃତିକୁ ପ୍ରଦର୍ଶନ କରିବ ।

ମହାମହିମ,  

ସାଂସ୍କୃତିକ ସମ୍ପତ୍ତିର ପୁନରୁଦ୍ଧାର ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ଆଉ ଏହି ପରିପ୍ରେକ୍ଷୀରେ ମୁଁ ଆପଣମାନଙ୍କର ଉଦ୍ୟମକୁ ସ୍ୱାଗତ କରୁଛି । ବାସ୍ତବରେ, ଦୃଷ୍ଟାନ୍ତମୂଳକ ଐତିହ୍ୟ କେବଳ ବସ୍ତୁ ମୂଲ୍ୟର ନୁହେଁ । ଏହା ମଧ୍ୟ ଏକ ଜାତିର ଇତିହାସ ଏବଂ ପରିଚୟ । ସମସ୍ତଙ୍କର ସାଂସ୍କୃତିକ ଐତିହ୍ୟକୁ ପ୍ରବେଶ ଏବଂ ଉପଭୋଗ କରିବାର ଅଧିକାର ଅଛି । 2024 ପରଠାରୁ, ଭାରତ ଏପରି ଶହ ଶହ କଳାକୃତି ଫେରାଇ ଆଣିଛି ଯାହା ଆମର ପ୍ରାଚୀନ ସଭ୍ୟତାର ଗୌରବ ପ୍ରଦର୍ଶନ କରେ । ‘ଜୀବନ୍ତ ଐତିହ୍ୟ’ପ୍ରତି ଆପଣମାନଙ୍କର ପ୍ରୟାସ ସହିତ ‘ଜୀବନ ପାଇଁ ସଂସ୍କୃତି’ଲାଗି ଆପଣମାନଙ୍କର ଅବଦାନକୁ ମଧ୍ୟ ମୁଁ ପ୍ରଶଂସା କରୁଛି । ବାସ୍ତବରେ, ସାଂସ୍କୃତିକ ଐତିହ୍ୟ କେବଳ ପଥରରେ ଅଙ୍କିତ ହୋଇ ନ ଥାଏ । ଏହା ମଧ୍ୟ ପରମ୍ପରା, ରୀତିନୀତି ଏବଂ ପର୍ବ ପର୍ବାଣୀ ଯାହା ପିଢୀ ପରେ ପିଢୀକୁ ପ୍ରଦାନ କରାଯାଇ ଥାଏ । ମୁଁ ନିଶ୍ଚିତ ଯେ ଆପଣମାନଙ୍କର ପ୍ରୟାସ ସ୍ଥାୟୀ ଅଭ୍ୟାସ ଏବଂ ଜୀବନ ଶୈଳୀକୁ ଅଭିବୃଦ୍ଧି କରିବ ।

ମହାମହିମ,

  

ଆମେ ବିଶ୍ୱାସ କରୁ ଯେ, ଐତିହ୍ୟ ଅର୍ଥନୈତିକ ଅଭିବୃଦ୍ଧି ଏବଂ ବିବିଧକରଣ ପାଇଁ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତି । ଏହା ଆମ ମନ୍ତ୍ରରେ ପ୍ରତିଫଳିତ ହୋଇଛି, ‘ବିକାଶ ଭି ବିରାସତ ଭି’, ‘ବିକାଶ ମଧ୍ୟ ଐତିହ୍ୟ ମଧ୍ୟ’- ବିକାଶ ସହିତ ଐତିହ୍ୟ ମଧ୍ୟ । ପ୍ରାୟ 3000 ଅନନ୍ୟ କଳା ଏବଂ ହସ୍ତଶିଳ୍ପ ସହିତ ଭାରତ, ଏହାର 2000 ବର୍ଷର ପୁରୁଣା ହସ୍ତ କଳା ଐତିହ୍ୟ ପାଇଁ ଗର୍ବିତ । ଆମର ‘ଏକ ଜିଲ୍ଲା, ଏକ ଉତ୍ପାଦ’ ପଦକ୍ଷେପ ଆତ୍ମନିର୍ଭରଶୀଳ ହେବା ସହିତ ଭାରତୀୟ ହସ୍ତଶିଳ୍ପ ଗୁଡ଼ିକର ଅନନ୍ୟ ସ୍ୱତନ୍ତ୍ରତା ପ୍ରଦର୍ଶନ କରେ । ସାଂସ୍କୃତିକ ଏବଂ ସୃଜନଶୀଳ ଶିଳ୍ପକୁ ପ୍ରୋତ୍ସାହିତ କରିବା ଦିଗରେ ଆପଣଙ୍କର ପ୍ରୟାସ ବେଶ ଗୁରୁତ୍ୱ ରଖେ । ଏଗୁଡିକ ଅନ୍ତର୍ଭୂକ୍ତ ଅର୍ଥନୈତିକ ବିକାଶକୁ ସୁଗମ କରିବ ଏବଂ ସୃଜନଶୀଳତା ଏବଂ ନବସୃଜନକୁ ସମର୍ଥନ କରିବ । ଆସନ୍ତା ମାସରେ ଭାରତ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଆରମ୍ଭ କରିବାକୁ ଯାଉଛି । 1.8 ବିଲିୟନ ଡଲାରର ପ୍ରାରମ୍ଭିକ ଅଟକଳ ସହିତ ଏହା ପାରମ୍ପରିକ କାରିଗରମାନଙ୍କ ପାଇଁ ଏକ ଇକୋ- ସିଷ୍ଟମ ସୃଷ୍ଟି କରିବ । ଏହା ସେମାନଙ୍କୁ ସେମାନଙ୍କ ହସ୍ତଶିଳ୍ପରେ କଳା ନୈପୁଣ୍ୟ ବୃଦ୍ଧି କରିବା ଏବଂ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣରେ ସହାୟକ ହେବ ।

ବନ୍ଧୁଗଣ,

ସଂସ୍କୃତିକୁ ବଜାୟ ରଖିବାରେ ଟେକ୍ନୋଲୋଜି ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ । ଭାରତରେ ଆମର ଏକ ଜାତୀୟ ଡିଜିଟାଲ୍ ଜିଲ୍ଲା ସଂଗ୍ରହାଳୟ ଅଛି । ଏହା ଆମର ସ୍ୱାଧୀନତା ସଂଗ୍ରାମର କାହାଣୀ ଗୁଡିକ ପୁନଃଆବିଷ୍କାର କରିବାରେ ସାହାଯ୍ୟ କରୁଛି । ଆମର ସାଂସ୍କୃତିକ ପ୍ରତୀକ ଓ ସଂକେତ ଗୁଡିକର ଉନ୍ନତ ସଂରକ୍ଷଣ ନିଶ୍ଚିତ କରିବାକୁ ଆମେ ଟେକ୍ନୋଲୋଜି ବ୍ୟବହାର କରୁଛୁ । ଆମର ସାଂସ୍କୃତିକ ସ୍ଥାନଗୁଡିକୁ ଅଧିକ ପର୍ଯ୍ୟଟକ ଅନୁକୂଳ କରିବା ପାଇଁ ଆମେ ଟେକ୍ନୋଲୋଜି ବ୍ୟବହାର କରୁଛୁ । 

ମହାମହିମ,

 ମୁଁ ଖୁସି ଯେ ଆପଣଙ୍କ ଗୋଷ୍ଠୀ ‘ସମସ୍ତଙ୍କ ପାଇଁ ସଂସ୍କୃତି ଏକତା’ ଅଭିଯାନ ଆରମ୍ଭ କରିଛି । ଏହା ବସୁଧୈବ କୁଟୁମ୍ବକମ୍ - ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତକୁ ଏତ୍ସାହକୁ ଅନ୍ତର୍ଭୁକ୍ତ କରେ। ଦୃଷ୍ଟାନ୍ତମୂଳକ ଫଳାଫଳ ସହିତ ଏକ G-20 ଆକ୍ସନ ପ୍ଲାନ୍ ପାଇଁ ଆପଣମାନେ ଯେଉଁ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି, ମୁଁ ମଧ୍ୟ ତାହାକୁ ପ୍ରଶଂସା କରୁଛି । ଆପଣମାନଙ୍କର କାର୍ଯ୍ୟ ଚାରୋଟି ‘ସି’ Cs - ସଂସ୍କୃତି, ସୃଜନଶୀଳତା, ବାଣିଜ୍ୟ ଏବଂ ସହଯୋଗର ଗୁରୁତ୍ୱକୁ ପ୍ରତିଫଳିତ କରୁଛି । ଏକ ଦୟାଳୁ, ଅନ୍ତର୍ଭୂକ୍ତ ଏବଂ ଶାନ୍ତିପୂର୍ଣ୍ଣ ଭବିଷ୍ୟତ ଗଠନ ପାଇଁ ଏହା ଆମକୁ ସଂସ୍କୃତିର ଶକ୍ତି ବ୍ୟବହାର କରିବାକୁ ସକ୍ଷମ କରିବ । ମୁଁ ଆପଣ ସମସ୍ତଙ୍କୁ ଏକ ବହୁତ ଫଳପ୍ରଦ ଏବଂ ସଫଳ ବୈଠକ ପାଇଁ କାମନା କରୁଛି । 

ଧନ୍ୟବାଦ !

 

  • Jitendra Kumar May 27, 2025

    🙏🙏🙏
  • कृष्ण सिंह राजपुरोहित भाजपा विधान सभा गुड़ामा लानी November 21, 2024

    जय श्री राम 🚩 वन्दे मातरम् जय भाजपा विजय भाजपा
  • Devendra Kunwar October 08, 2024

    BJP
  • दिग्विजय सिंह राना September 20, 2024

    हर हर महादेव
  • JBL SRIVASTAVA May 27, 2024

    मोदी जी 400 पार
  • Vaishali Tangsale February 12, 2024

    🙏🏻🙏🏻🙏🏻
  • ज्योती चंद्रकांत मारकडे February 11, 2024

    जय हो
  • Uma tyagi bjp January 28, 2024

    जय श्री राम
  • CHANDRA KUMAR September 04, 2023

    G 20 सम्मेलन भारत के नेतृत्वकर्ता को, वैश्विक राजनीति को प्रभावित करने के लिए, विश्व से आए हुए नेताओं के बीच निम्न प्रस्ताव रखना चाहिए : 1. तिब्बत और ताइवान को एक स्वतंत्र देश का मान्यता दिया जाए। 2. तिब्बत रिजर्व बैंक की स्थापना न्यूयॉर्क में किया जाए। 3. चीन ने तिब्बत की सभ्यता संस्कृति को नष्ट करके वहां से प्राकृतिक और मानव संसाधन का दोहन और शोषण किया है। 4. अतः चीन को दंडित करते हुए, चीन के द्वारा अमेरिका में किए गए तीन ट्रिलियन डॉलर के निवेश को, तिब्बत रिजर्व बैंक में स्थानांतरित कर दिया जाए। 5. तिब्बत का नया संविधान और नया प्रतिनिधि लोकतांत्रिक तरीके से चुना जाए, जिसका मुख्यालय भारत में होगा, लेकिन उसका कार्य विश्व के सभी तिब्बतियों को राजनीतिक सुरक्षा, शिक्षा और स्वास्थ्य पहुंचाना होगा। 6. विश्व के सभी देश तिब्बत और ताइवान को राजनीतिक संरक्षण प्रदान करके, स्वतंत्र देश का मान्यता देगा। 7. इससे चीन के आक्रामकता को नियंत्रित करना संभव हो सकेगा। क्योंकि चीन का बड़ा भूभाग उससे अलग राजनीतिक ईकाई बनने की ओर अग्रसर हो जायेगा। तथा चीन का तीन ट्रिलियन डॉलर, निर्वासित तिब्बतियों के हित में इस्तेमाल होने लगेगा। इससे चीन का आर्थिक नुकसान होगा और चीन के आक्रामक सैन्यीकरण को गहरा धक्का लगेगा। 8. विश्व में चीन द्वारा फैलाई जा रही अशांति तथा अस्थिरता को टाला जा सकेगा। 9. भारत एशिया का महाशक्ति बन जायेगा जो चीन को नियंत्रित करने का सोच और सामर्थ्य रखता है। 10. देश के नागरिकों में यह संदेश जायेगा की मोदीजी चीन को नियंत्रित कर सकता है और विश्व के सभी देश मोदीजी को अपना नेतृत्व कर्ता मानता है। चीन और रूस G20 सम्मेलन में नहीं आ रहा है, इसका राजनीतिक फायदा भारतीय राजनेताओं को अवश्य उठाना चाहिए और अपना राजनीतिक कद बढ़ाना चाहिए।
  • Mintu Kumar September 01, 2023

    नमस्कार सर, मैं कुलदीप पिता का नाम स्वर्गीय श्री शेरसिंह हरियाणा जिला महेंद्रगढ़ का रहने वाला हूं। मैं जून 2023 में मुम्बई बांद्रा टर्मिनस रेलवे स्टेशन पर लिनेन (LILEN) में काम करने के लिए गया था। मेरी ज्वाइनिंग 19 को बांद्रा टर्मिनस रेलवे स्टेशन पर हुई थी, मेरा काम ट्रेन में चदर और कंबल देने का था। वहां पर हमारे ग्रुप 10 लोग थे। वहां पर हमारे लिए रहने की भी कोई व्यवस्था नहीं थी, हम बांद्रा टर्मिनस रेलवे स्टेशन पर ही प्लेटफार्म पर ही सोते थे। वहां पर मैं 8 हजार रूपए लेकर गया था। परंतु दोनों समय का खुद के पैसों से खाना पड़ता था इसलिए सभी पैसै खत्म हो गऍ और फिर मैं 19 जुलाई को बांद्रा टर्मिनस से घर पर आ गया। लेकिन मेरी सैलरी उन्होंने अभी तक नहीं दी है। जब मैं मेरी सैलरी के लिए उनको फोन करता हूं तो बोलते हैं 2 दिन बाद आयेगी 5 दिन बाद आयेगी। ऐसा बोलते हुए उनको दो महीने हो गए हैं। लेकिन मेरी सैलरी अभी तक नहीं दी गई है। मैंने वहां पर 19 जून से 19 जुलाई तक काम किया है। मेरे साथ में जो लोग थे मेरे ग्रुप के उन सभी की सैलरी आ गई है। जो मेरे से पहले छोड़ कर चले गए थे उनकी भी सैलरी आ गई है लेकिन मेरी सैलरी अभी तक नहीं आई है। सर घर में कमाने वाला सिर्फ मैं ही हूं मेरे मम्मी बीमार रहती है जैसे तैसे घर का खर्च चला रहा हूं। सर मैंने मेरे UAN नम्बर से EPFO की साइट पर अपनी डिटेल्स भी चैक की थी। वहां पर मेरी ज्वाइनिंग 1 जून से दिखा रखी है। सर आपसे निवेदन है कि मुझे मेरी सैलरी दिलवा दीजिए। सर मैं बहुत गरीब हूं। मेरे पास घर का खर्च चलाने के लिए भी पैसे नहीं हैं। वहां के accountant का नम्बर (8291027127) भी है मेरे पास लेकिन वह मेरी सैलरी नहीं भेज रहे हैं। वहां पर LILEN में कंपनी का नाम THARU AND SONS है। मैंने अपने सारे कागज - आधार कार्ड, पैन कार्ड, बैंक की कॉपी भी दी हुई है। सर 2 महीने हो गए हैं मेरी सैलरी अभी तक नहीं आई है। सर आपसे हाथ जोड़कर विनती है कि मुझे मेरी सैलरी दिलवा दीजिए आपकी बहुत मेहरबानी होगी नाम - कुलदीप पिता - स्वर्गीय श्री शेरसिंह तहसील - कनीना जिला - महेंद्रगढ़ राज्य - हरियाणा पिनकोड - 123027
Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
India achieves 100 GW solar PV module capacity under ALMM: MNRE

Media Coverage

India achieves 100 GW solar PV module capacity under ALMM: MNRE
NM on the go

Nm on the go

Always be the first to hear from the PM. Get the App Now!
...
PM pays tribute to the resilience of Partition survivors on Partition Horrors Remembrance Day
August 14, 2025

Prime Minister Shri Narendra Modi today observed Partition Horrors Remembrance Day, solemnly recalling the immense upheaval and pain endured by countless individuals during one of the most tragic chapters in India’s history.

The Prime Minister paid heartfelt tribute to the grit and resilience of those affected by the Partition, acknowledging their ability to face unimaginable loss and still find the strength to rebuild their lives.

In a post on X, he said:

“India observes #PartitionHorrorsRemembranceDay, remembering the upheaval and pain endured by countless people during that tragic chapter of our history. It is also a day to honour their grit...their ability to face unimaginable loss and still find the strength to start afresh. Many of those affected went on to rebuild their lives and achieve remarkable milestones. This day is also a reminder of our enduring responsibility to strengthen the bonds of harmony that hold our country together.”