“During Corona time, India saved many lives by supplying essential medicines and vaccines while following its vision of ‘One Earth, One Health’”
“India is committed to become world’s reliable partner in global supply-chains”
“This is the best time to invest in India”
“Not only India is focussing on easing the processes in its quest for self-reliance, it is also incentivizing investment and production”
“India is making policies keeping in mind the goals of next 25 years. In this time period, the country has kept the goals of high growth and saturation of welfare and wellness. This period of growth will be green, clean, sustainable as well as reliable”
“‘Throw away’ culture and consumerism has deepened the climate challenge. It is imperative to rapidly move from today’s ‘take-make-use-dispose’ economy to a circular economy”
“Turning L.I.F.E. into a mass movement can be a strong foundation for P-3 i.e ‘Pro Planet People”
“It is imperative that every democratic nation should push for reforms of the multilateral bodies so that they can come up to the task dealing with the challenges of the present and the future”

ନମସ୍କାର

୧୩ଠ କୋଟି ଭାରତୀୟଙ୍କ ତରଫରୁ ମୁଁ ବିଶ୍ୱ ଅର୍ଥନୈତିକ ଫୋରମରେ ଏକତ୍ରିତ ହୋଇଥିବା ବିଶ୍ୱର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଅଭିନନ୍ଦନ ଜଣାଉଛି । ଆଜି ଯେତେବେଳେ ମୁଁ ଆପଣମାନଙ୍କ ସହ କଥାବାର୍ତ୍ତା କରୁଛି, ଭାରତ ସତର୍କତାର ସହିତ କରୋନାର ଆଉ ଏକ ତରଙ୍ଗର ସମ୍ମୁଖୀନ ହେଉଛି । ଏଥିସହିତ ଭାରତ ମଧ୍ୟ ଅନେକ ଆଶାବାଦୀ ଫଳାଫଳ ସହିତ ଅର୍ଥନୈତିକ କ୍ଷେତ୍ରରେ ଆଗକୁ ବଢୁଛି । ଆଜି ସ୍ୱାଧୀନତାର ୭୫ ବର୍ଷରେ ଭାରତ ମଧ୍ୟ ଉତ୍ସାହିତ ଏବଂ କେବଳ ଗୋଟିଏ ବର୍ଷରେ ୧୬ଠ କୋଟି କରୋନା ଟିକା ନେଇ ଭାରତ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ।

ସାଥୀମାନେ,

ଭାରତ ପରି ଏକ ଶକ୍ତିଶାଳୀ ଗଣତନ୍ତ୍ର ସମଗ୍ର ବିଶ୍ୱକୁ ଏକ ସୁନ୍ଦର ଉପହାର, ଆଶାର ଏକ ପୁଷ୍ପଗୁଚ୍ଛ ଦେଇଛି । ଏହି ପୁଷ୍ପଗୁଚ୍ଛରେ ରହିଛି ଭାରତୀୟମାନଙ୍କ ଗଣତନ୍ତ୍ର ଉପରେ ଏକ ଅଦମ୍ୟ ବିଶ୍ୱାସ, ଏକବିଂଶ ଶତାବ୍ଦୀର ସଶକ୍ତିକରଣ କରୁଥିବା ଟେକ୍ନୋଲୋଜୀ, ଆମ ଭାରତୀୟଙ୍କ ଚିନ୍ତାଧାରା ଓ ଆମ ଭାରତୀୟଙ୍କ ପ୍ରତିଭା । ଭାରତର ବହୁଭାଷୀ, ବହୁ-ସାଂସ୍କୃତିକ ପରିବେଶ ଯେଉଁଠାରେ ଆମେ ଭାରତୀୟମାନେ ବାସ କରୁଛୁ ତାହା କେବଳ ଭାରତର ନୁହେଁ, ସମଗ୍ର ବିଶ୍ୱର ଏକ ମହାନ ଶକ୍ତି । ଏହି ଶକ୍ତି କେବଳ ସଂକଟ ସମୟରେ ନିଜ ପାଇଁ ଚିନ୍ତା କରିବା ନୁହେଁ, ମାନବିକତାର ସ୍ୱାର୍ଥରେ କାର୍ଯ୍ୟ କରିବାକୁ ମଧ୍ୟ ଶିକ୍ଷା ଦିଏ । କରୋନାର ଏହି ସମୟରେ, ଆମେ ଦେଖିଛୁ ଯେ ‘ଏକ ପୃଥିବୀ, ଗୋଟିଏ ସ୍ୱାସ୍ଥ୍ୟ’ର ଦର୍ଶନକୁ ଅନୁସରଣ କରି ଭାରତ ଅନେକ ଦେଶକୁ ଆବଶ୍ୟକୀୟ ଔଷଧ, ଟିକା ଦେଇ କୋଟି କୋଟି ଜୀବନ ରକ୍ଷା କରୁଛି । ଆଜି ଭାରତ ହେଉଛି ବିଶ୍ୱର ତୃତୀୟ ବୃହତ୍ତମ ଫାର୍ମା ଉତ୍ପାଦକ, ଫାର୍ମାସୀ । ଆଜି ଭାରତର ହେଉଛି ବିଶ୍ୱର ସେହି ଦେଶମାନଙ୍କ ମଧ୍ୟରୁ ଅନ୍ୟତମ, ଯେଉଁଠାରେ ସ୍ୱାସ୍ଥ୍ୟ ବିଶେଷଜ୍ଞ, ଯେଉଁଠାରେ ଡାକ୍ତରମାନେ ସେମାନଙ୍କର ସମ୍ବେଦନଶୀଳତା ଏବଂ ଅଭିଜ୍ଞତା ସହିତ ସମସ୍ତଙ୍କ ବିଶ୍ୱାସ ଜିତୁଛନ୍ତି ।

ସାଥୀମାନେ,

ସଂକଟ ସମୟରେ ସମ୍ବେଦନଶୀଳତା ପରୀକ୍ଷା କରାଯାଏ । କିନ୍ତୁ ଏହି ସମୟରେ ସମଗ୍ର ବିଶ୍ୱ ପାଇଁ ଭାରତର ସାମର୍ଥ୍ୟ ଏକ ଉଦାହରଣ । ଏହି ସଂକଟ ସମୟରେ, ଭାରତର ଆଇଟି କ୍ଷେତ୍ର ଦିନକୁ ୨୪ ଘଣ୍ଟା କାମ କରି ବିଶ୍ୱର ସମସ୍ତ ଦେଶକୁ ବହୁ ଅସୁବିଧାରୁ ରକ୍ଷା କରିଛି । ଆଜି ଭାରତ ରେକର୍ଡ ସଂଖ୍ୟକ ସଫ୍ଟୱେର ଇଞ୍ଜିନିୟରମାନଙ୍କୁ ବିଶ୍ୱକୁ ପଠାଉଛି । ଭାରତରେ ୫ଠ ଲକ୍ଷରୁ ଅଧିକ ସଫ୍ଟୱେର ଡେଭଲପର କାର୍ଯ୍ୟ କରୁଛନ୍ତି । ଆଜି ଭାରତରେ ୟୁନିକର୍ଣ୍ଣର ତୃତୀୟ ବୃହତ୍ତମ ସଂଖ୍ୟା ରହିଛି । ଗତ ୬ ମାସ ମଧ୍ୟରେ ୧ଠ ହଜାରରୁ ଅଧିକ ଷ୍ଟାର୍ଟଅପ ପଞ୍ଜୀକୃତ ହୋଇଛନ୍ତି । ଆଜି ଭାରତରେ ବିଶ୍ୱର ସର୍ବବୃହତ, ସୁରକ୍ଷିତ ଏବଂ ସଫଳ ଡିଜିଟାଲ ପେମେଣ୍ଟ ପ୍ଲାଟଫର୍ମ ଅଛି । ଗତ ମାସରେ କେବଳ ଭାରତରେ ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ ବିଷୟରେ କହିବାକୁ ଗଲେ ୪.୪ ବିଲିଅନ କାରବାର ଏହି ମାଧ୍ୟମରେ କରାଯାଇଛି ।

ସାଥୀମାନେ,

ବର୍ଷ ବର୍ଷ ଧରି ଭାରତ ଯେଉଁ ଡିଜିଟାଲ ଭିତ୍ତିଭୂମି ବିକଶିତ କରିଛି ଓ ଆପଣାଇଛି ତାହା ଆଜି ଭାରତର ଏକ ବିରାଟ ଶକ୍ତି ପାଲଟିଛି । କରୋନା ସଂକ୍ରମଣର ଟ୍ରାକିଂ ପାଇଁ ଆରୋଗ୍ୟ-ସେତୁ ଆପ୍ ଏବଂ ଟିକାକରଣ ପାଇଁ କୋ-ୱିନ ପୋଟାର୍ଲ ପରି ବୈଷୟିକ ସମାଧାନ ବାହାର କରିବା ଭାରତ ପାଇଁ ଗର୍ବର ବିଷୟ । ସ୍ଲଟ ବୁକିଂ ଠାରୁ ଆରମ୍ଭ କରି ଭାରତର କୋ-ୱିନ ପୋଟାର୍ଲରେ ସାର୍ଟିଫିକେଟ ପ୍ରଦାନ ପର୍ଯ୍ୟନ୍ତ, ଅନଲାଇନ ସିଷ୍ଟମ ମଧ୍ୟ ବଡ଼ ବଡ଼ ଦେଶର ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି ।

ସାଥୀମାନେ,

ଏକ ସମୟ ଥିଲା ଯେତେବେଳେ ଲାଇସେନ୍ସରାଜ ଭାରତର ପରିଚୟ ଥିଲା, ଅଧିକାଂଶ ଜିନିଷ ସରକାର ନିୟନ୍ତ୍ରଣ କରୁଥିଲେ । ମୁଁ ବୁଝିପାରୁଛି ଭାରତରେ ବ୍ୟବସାୟ କ୍ଷେତ୍ରରେ ଯେଉଁସବୁ ଆହ୍ୱାନ ରହିଛି । ଆମେ ପ୍ରତ୍ୟେକ ଆହ୍ୱାନକୁ ଦୂର କରିବାକୁ କ୍ରମାଗତ ଭାବରେ ଚେଷ୍ଟା କରୁଛୁ । ସରକାରୀ ହସ୍ତକ୍ଷେପ ହ୍ରାସ କରି ଆଜି ଭାରତ ସହଜଗମ୍ୟ ବ୍ୟବସାୟକୁ ପ୍ରୋତ୍ସାହିତ କରୁଛି । କର୍ପୋରେଟ ଟିକସ ହାରକୁ ସରଳୀକରଣ କରି ଭାରତ ଏହାକୁ ବିଶ୍ୱର ସବୁଠାରୁ ଅଧିକ ପ୍ରତିଯୋଗୀକ୍ଷମ କରିପାରିଛି । ଗତବର୍ଷ କେବଳ, ଆମେ ୨୫ ହଜାରରୁ ଅଧିକ ନିୟମ ହ୍ରାସ କରିଛୁ । ରିଟ୍ରୋସ୍ପେକ୍ଟିଭ ଟାକ୍ସ ପରି ପଦକ୍ଷେପ ଗ୍ରହଣ କରି ବ୍ୟବସାୟ ସମ୍ପ୍ରଦାୟର ଆତ୍ମବିଶ୍ୱାସକୁ ଭାରତ ଫେରାଇ ଦେଇଛି । ଡ୍ରୋନସ, ସ୍ପେଟ, ଜିଓ-ସ୍ପାଟିଆଲ ମ୍ୟାପିଂ ଭଳି ଭାରତ ମଧ୍ୟ ଅନେକ କ୍ଷେତ୍ରକୁ ନିୟନ୍ତ୍ରଣମୁକ୍ତ କରିଛି । ଆଇଟି କ୍ଷେତ୍ର ଏବଂ ବିପିଓ ସହ ଜଡ଼ିତ ପୁରୁଣା ଟେଲିକମ ନିୟମରେ ଭାରତ ପ୍ରମୁଖ ସଂସ୍କାର ଆଣିଛି ।

ସାଥୀମାନେ,

ବିଶ୍ୱ ଯୋଗାଣ ଶୃଙ୍ଖଳାରେ ବିଶ୍ୱର ବିଶ୍ୱସ୍ତ ଅଂଶୀଦାର ହେବାକୁ ଭାରତ ପ୍ରତିବଦ୍ଧ । ଆମେ ଅନେକ ଦେଶ ସହିତ ମୁକ୍ତ-ବାଣିଜ୍ୟ ଚୁକ୍ତି ପାଇଁ ରାସ୍ତା ପ୍ରସ୍ତୁତ କରୁଛୁ । ଭାରତୀୟମାନଙ୍କର ଅଭିନବତା ଓ ନୂତନ ପ୍ରଯୁକ୍ତିବିଦ୍ୟା ଗ୍ରହଣ କରିବାର ଯେଉଁ କ୍ଷମତା ଅଛି, ଉଦ୍ୟମିତାର ଯେଉଁ ଉତ୍ସାହ ଅଛି, ତାହା ଆମର ପ୍ରତ୍ୟେକ ବିଶ୍ୱ ଭାଗୀଦାରଙ୍କୁ ନୂତନ ଶକ୍ତି ଦେଇପାରିବ । ତେଣୁ ଭାରତରେ ବିନିଯୋଗ କରିବା ପାଇଁ ଏହା ହେଉଛି ସର୍ବୋତ୍ତମ ସମୟ । ଭାରତୀୟ ଯୁବଗୋଷ୍ଠୀ ମଧ୍ୟରେ ଉଦ୍ୟମିତ ଆଜି ଏକ ନୂତନ ଶିଖରରେ ଅଛି । ୨ଠ୧୪ରେ ଭାରତରେ ପ୍ରାୟ କେତେ ଶହ ପଞ୍ଜୀକୃତ ଷ୍ଟାର୍ଟଅପ ଥିଲା । ଆଜି ସେଗୁଡ଼ିକର ସଂଖ୍ୟା ୬ଠ ହଜାର ଅତିକ୍ରମ କରିଛି । ଏଥିରେ ୮ଠରୁ ଅଧିକ ୟୁନିକର୍ଣ୍ଣ ମଧ୍ୟ ଅଛି, ଯେଉଁଥିରୁ ୨ଠ୨୧ରେ ହିଁ ୪ଠରୁ ଅଧିକ ୟୁନିକର୍ଣ୍ଣ ବାହାରିଛନ୍ତି ।  ପ୍ରବାସୀ ଭାରତୀୟମାନେ ଯେପରି ବିଶ୍ୱ ସ୍ତରରେ ନିଜର କୌଶଳ ପ୍ରଦର୍ଶନ କରୁଛନ୍ତି, ସେହିଭଳି ଭାରତୀୟ ଯୁବପିଢ଼ି ମଧ୍ୟ ଭାରତରେ ଆପଣମାନଙ୍କର ବ୍ୟବସାୟକୁ ନୂତନ ଶିଖରକୁ ପହଂଚାଇବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଓ ତତ୍ପର ଅଛନ୍ତି ।

ବନ୍ଧୁମାନେ,

ସଘନ ଆର୍ଥିକ ସଂସ୍କାର ପାଇଁ ଭାରତର ପ୍ରତିବଦ୍ଧତା ହେଉଛି ଅନ୍ୟ ଏକ ପ୍ରମୁଖ କାରଣ, ଯାହା ଆଜି ଭାରତକୁ ପୁଞ୍ଜି ବିନିଯୋଗ କ୍ଷେତ୍ରରେ ସବୁଠାରୁ ଆକର୍ଷଣୀୟ ଗନ୍ତବ୍ୟସ୍ଥଳରେ ପରିଣତ କରିଛି । କରୋନା ଅବଧି ସମୟରେ, ଯେତେବେଳେ ବିଶ୍ୱ କ୍ୱାଣ୍ଟିଟେଟିଭ ଏଜିଂ କାର୍ଯ୍ୟକ୍ରମ ଭଳି ପଦକ୍ଷେପ ଉପରେ ଧ୍ୟାନ ଦେଉଥିଲା, ସେତେବେଳେ ଭାରତ ସଂସ୍କାରର ପଥକୁ ସଶକ୍ତ କରୁଥିଲା । ଡିଜିଟାଲ ଏବଂ ଭୌତିକ ଭିତ୍ତିଭୂମିର ଆଧୁନିକୀକରଣର ବଡ଼ ପ୍ରକଳ୍ପଗୁଡ଼ିକୁ କରୋନା କାଳରେ ଅଦ୍ଭୁତପୂର୍ବ ପ୍ରୋତ୍ସାହନ ପ୍ରଦାନ କରାଯାଇଥିଲା । ଦେଶର ୬ ଲକ୍ଷରୁ ଅଧିକ ଗାଁକୁ ଅପ୍ଟିକାଲ ଫାଇବର ସହିତ ସଂଯୋଗ କରାଯାଉଛି । ବିଶେଷ ଭାବରେ, ସଂଯୋଗ ସହ ଜଡ଼ିତ ଭିତ୍ତିଭୂମି ଉପରେ ୧.୩ ଟି୍ରଲିଅନ ଡଲାରର ବିନିଯୋଗ କରାଯାଉଛି । ସମ୍ପତ୍ତି ମୁଦ୍ରୀକରଣ ପରି ଅଭିନବ ଆର୍ଥିକ ସାଧନରୁ ୮ଠ ବିଲିଅନ ଡଲାର ଆୟ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ବିକାଶ ପାଇଁ ଷ୍ଟେକ ହୋଲ୍ଡର ପ୍ରତ୍ୟେକଙ୍କୁ ଗୋଟିଏ ପ୍ଲାଟଫର୍ମକୁ ଆଣିବା ପାଇଁ ଭାରତ ମଧ୍ୟ ଗତିଶକ୍ତି ନ୍ୟାସନାଲ ମାଷ୍ଟର ପ୍ଲାନ ଆରମ୍ଭ କରିଛି । ଏହି ଜାତୀୟ ମାଷ୍ଟର ପ୍ଲାନ ଅଧିନରେ ଭିତ୍ତିଭୂମିର ଯୋଜନା ବିକାଶ ଏବଂ କାର୍ଯ୍ୟାନ୍ୱୟନ ଉପରେ ସମନ୍ୱିତ ଢଙ୍ଗରେ କାର୍ଯ୍ୟ କରାଯିବ । ଏହା ସାମଗ୍ରୀ, ଲୋକ ଏବଂ ସେବାଗୁଡ଼ିକର ନିରନ୍ତର ସଂଯୋଗୀକରଣ ଏବଂ ଗତିବିଧି ପାଇଁ ଏକ ନୂତନ ପ୍ରେରଣା ଆଣିବ ।

ସାଥୀମାନେ,

ଆତ୍ମନିର୍ଭରଶୀଳତାର ପଥ ଅନୁସରଣ କରୁଥିବା ବେଳେ ଭାରତର ଧ୍ୟାନ କେବଳ ପ୍ରକ୍ରିୟାକୁ ସହଜ କରିବା ଉପରେ ନୁହେଁ, ବରଂ ପୁଞ୍ଜି ବିନିଯୋଗ ଏବଂ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ଉପରେ ମଧ୍ୟ ରହିଛି । ଏହି ଦୃଷ୍ଟିଭଙ୍ଗୀ ସହିତ ଆଜି ୧୪ଟି ସେକ୍ଟରରେ ୨୬ ବିଲିଅନ ଡଲାର ମୂଲ୍ୟର ପ୍ରଡକ୍ସନ ଲିଙ୍କଡ୍ ଇନସେନଟିଭ୍ ସ୍କିମ୍ କାର୍ଯ୍ୟକାରୀ କରାଯାଇଛି । ଫ୍ୟାବ, ଚିପ ଏବଂ ପ୍ରଦର୍ଶନ ଶିଳ୍ପ ନିର୍ମାଣ ପାଇଁ ୧ଠ ବିଲିଅନ ଡଲାର ମୂଲ୍ୟର ପ୍ରୋତ୍ସାହନ ଯୋଜନା ହେଉଛି ବିଶ୍ୱର ଯୋଗାଣ ଶୃଙ୍ଖଳକୁ ସୁଗମ କରିବା ପାଇଁ ଆମ ପ୍ରତିବଦ୍ଧତାର ପ୍ରମାଣ । ମେକ ଇନ ଇଣ୍ଡିଆ, ମେକ ଫର ଦ ୱାର୍ଲ୍ଡର ଚିନ୍ତାଧାରା ସହିତ ଆମେ ଆଗକୁ ବଢୁଛୁ । ଟେଲିକମ, ବୀମା, ପ୍ରତିରକ୍ଷା, ଏରୋସ୍ପେଶ ସହିତ ବର୍ତ୍ତମାନ ସେମି-କଣ୍ଡକ୍ଟର କ୍ଷେତ୍ରରେ ଭାରତରେ ଅସୀମ ସମ୍ଭାବନା ଅଛି ।

ସାଥୀମାନେ,

ଆଜି ଭାରତ ବର୍ତ୍ତମାନ ସମେତ ଆଗାମୀ ୨୫ ବର୍ଷର ଲକ୍ଷ୍ୟକୁ ନେଇ ନୀତି ପ୍ରଣୟନ କରୁଛି, ନିଷ୍ପତ୍ତି ନେଉଛି । ଏହି ଅବଧିରେ, ଭାରତ ଉଚ୍ଚ ଅଭିବୃଦ୍ଧି, କଲ୍ୟାଣ ଏବଂ ସୁସ୍ଥତାର ଲକ୍ଷ୍ୟ ସ୍ଥିର କରିଛି । ଅଭିବୃଦ୍ଧିର ଏହି ଅବଧି ମଧ୍ୟ ସବୁଜ ହେବ, ଏହା ମଧ୍ୟ ସ୍ୱଚ୍ଛ ରହିବ, ଏହା ମଧ୍ୟ ଧାରଣକ୍ଷମ ରହିବ, ଏହା ମଧ୍ୟ ନିର୍ଭରଯୋଗ୍ୟ ହେବ । ବିଶ୍ୱ ମଙ୍ଗଳ ପାଇଁ ବଡ଼ ପ୍ରତିବଦ୍ଧତା ଏବଂ ତାହା କାର୍ଯ୍ୟକ୍ଷମ କରିବାର ପରମ୍ପରାକୁ ଅବ୍ୟାହତ ରଖି ଆମେ ୨ଠ୭ଠ ମସିହା ପର୍ଯ୍ୟନ୍ତ ନେଟ ଜିରୋର ଲକ୍ଷ୍ୟ ମଧ୍ୟ ରଖିଛୁ । ବିଶ୍ୱର ୧୭ ପ୍ରତିଶତ ଜନସଂଖ୍ୟା ଥିବା ଭାରତ ବିଶ୍ୱର ଅଙ୍ଗାରକାମ୍ଳ ନିର୍ଗମନରେ ମାତ୍ର ୫ ପ୍ରତିଶତ ଯୋଗଦାନ ଦେଇଥାଏ, କିନ୍ତୁ ଜଳବାୟୁ ଆହ୍ୱାନର ମୁକାବିଲା ପାଇଁ ଆମର ପ୍ରତିବଦ୍ଧତା ଶତପ୍ରତିଶତ ଅଟେ । ଇଣ୍ଟରନ୍ୟାସନାଲ ସୋଲାର ଆଲାଏନ୍ସ ଏବଂ କୋଆଲିସନ ଫର ଡିଜାଷ୍ଟର- ରେସିଲିଏଣ୍ଟ ଇନଫ୍ରାଷ୍ଟ୍ରକଚର ଫଳ କ୍ଲାଇମେଟ ଆଡପ୍ସନ ଭଳି ପଦକ୍ଷେପ ଏହାର ପ୍ରମାଣ ଅଟେ । ବିଗତ ବର୍ଷଗୁଡ଼ିକରେ ଆମେ କରିଥିବା ପ୍ରୟାସର ଫଳସ୍ୱରୂପ ଆଜି ଆମ ଶକ୍ତି ଉତ୍ପାଦନର ଶତକଡ଼ା ୪ଠ ଭାଗ ହେଉଛି ଅଣଜୀବାଶ୍ମ ସ୍ରୋତଗୁଡ଼ିକର । ଭାରତ ପ୍ୟାରିସରେ ଯାହା ଘୋଷଣା କରିଥିଲା ତାହା ନିର୍ଦ୍ଧାରିତ ସମୟର ୯ ବର୍ଷ ପୂର୍ବରୁ ହିଁ ପ୍ରାପ୍ତ କରିସାରିଛୁ ।

ସାଥୀମାନେ,

ଏହି ପ୍ରୟାସଗୁଡ଼ିକ ମଧ୍ୟରେ, ଆମକୁ ମଧ୍ୟ ସ୍ୱୀକାର କରିବାକୁ ପଡ଼ିବ ଯେ ଜଳବାୟୁ ପାଇଁ ଆମର ଜୀବନଶୈଳୀ ମଧ୍ୟ ଏକ ବଡ଼ ଆହ୍ୱାନ । ‘ଫିଙ୍ଗିଦିଅ’ ସଂସ୍କୃତି ଏବଂ ଉପଭୋକ୍ତାବାଦ ଜଳବାୟୁ ଆହ୍ୱାନକୁ ଅଧିକ ବିଷମ କରିଦେଇଛି । ଆଜିର ‘ଟେକ୍ - ମେକ୍ - ୟୁଜ୍ - ଡିସପୋଜ’ର ଯେଉଁ ଅର୍ଥନୀତି ଅଛି ତାକୁ ଶୀଘ୍ରତାର ସହତ ବୃତ୍ତାକାର ଅର୍ଥନୀତିରେ ପରିଣତ କରିବାର ଆବଶ୍ୟକତା ଅଛି । ମିଶନ ଏଲଆଇଏଫଇର ଯେଉଁ ଚିନ୍ତାଧାରା ସମ୍ପର୍କରେ ମୁଁ ସିଓପି-୨୬ରେ ଆଲୋଚନା କରିଥିଲି ତାହାର ମୂଳରେ ମଧ୍ୟ ଏହି ଭାବନା ରହିଛି । ଏଲଆଇଏଫଇ- ଅର୍ଥାତ ଲାଇଫ ଷ୍ଟାଇଲ ଫର ଏନଭାରମେଣ୍ଟ, ଏଭଳି ନମନୀୟ ଏବଂ ଧାରଣକ୍ଷମ ଜୀବନଚର୍ଯ୍ୟାର ଦୃଷ୍ଟିଭଙ୍ଗୀ ଯାହା ଜଳବାୟୁ ସଂକଟ ସହିତ ଅଦୃଶ୍ୟ ଆହ୍ୱାନଗୁଡ଼ିକୁ ମୁକାବିଲା କରିବାରେ ମଧ୍ୟ ସାହାଯ୍ୟ କରିବ । ତେଣୁ ମିଶନ ଲାଇଫକୁ ଏକ ବୈଶ୍ୱିକ ଜନ ଆନେ୍ଦାଳନରେ ପରିବର୍ତ୍ତନ କରିବା ଜରୁରୀ ଅଟେ । ଆମେ ଲାଇଫ ଭଳି ଜନଭାଗିଦାରୀ ଅଭିଯାନକୁ ଆମେ ପି-ଥ୍ରୀ, ଏବଂ ଯେତେବେଳେ ପି-ଥ୍ରୀର କଥା କହୁଛି  ‘ପ୍ରୋ ପ୍ଲାନେଟ ପିପୁଲ’ର ଏକ ଆଧାର ମଧ୍ୟ ହୋଇପାରିବ ।

ସାଥୀମାନେ,

ଆଜି ୨ଠ୨୨ର ଆରମ୍ଭରେ ଯେତେବେଳେ ଆମେ ଡାଭୋସରେ ଯେଉଁ ବିଚାରବିମର୍ଶ କରୁଛୁ, ସେତେବେଳେ ଅନ୍ୟକିଛି ଆହ୍ୱାନଗୁଡ଼ିକ ପ୍ରତି ସଚେତନ କରାଇବାକୁ ମଧ୍ୟ ଭାରତ ନିଜର ଦାୟିତ୍ୱ ବୋଲି ବିବେଚନା କରେ । ଆଜି ସମଗ୍ର ବିଶ୍ୱକୁ ଏକ ପରିବାର ସମ୍ପର୍କିତ ଭାବନା ଆଧାରିତ ଗ୍ଲୋବାଲ ଅର୍ଡରରେ ପରିବର୍ତ୍ତନ ସହିତ ବିଭିନ୍ନ ଆହ୍ୱାନ ମଧ୍ୟ ଆମକୁ ସାମ୍ନା କରିବାକୁ ପଡୁଛି, ସେଗୁଡ଼ିକ ବଢୁଛି ମଧ୍ୟ । ଏଗୁଡ଼ିକର ମୁକାବିଲା ପାଇଁ ପ୍ରତ୍ୟେକ ଦେଶ, ପ୍ରତ୍ୟେକ ବିଶ୍ୱସ୍ତରୀୟ ଏଜେନ୍ସି ଦ୍ୱାରା ସାମୁହିକ ଏବଂ ସମନ୍ୱିତ ପଦକ୍ଷେପର ଆବଶ୍ୟକତା ଅଛି । ଯୋଗାଣ ଶୃଙ୍ଖଳରେ ବ୍ୟାହତ ହେବା, ମୁଦ୍ରାସ୍ଫୀତି ଏବଂ ଜଳବାୟୁ ପରିବର୍ତ୍ତନ ଏଗୁଡ଼ିକର ଉଦାହରଣ । ଅନ୍ୟ ଏକ ଉଦାହରଣ ହେଉଛି- କ୍ରିପ୍ଟୋକରେନ୍ସି । ଏହା ସହିତ ଯେଉଁ ପ୍ରକାରର ପ୍ରଯୁକ୍ତିବିଦ୍ୟା ଜଡ଼ିତ ରହିଛି ତାହା କୌଣସି ଏକ ନିର୍ଦ୍ଦିଷ୍ଟ ଦେଶ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି, ତତସମ୍ପର୍କିତ ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ପର୍ଯ୍ୟାପ୍ତ ହେବ ନାହିଁ । ଆମ ସମସ୍ତଙ୍କୁ ସମାନ ବିଚାରଧାରା ରଖିବାକୁ ହେବ । କିନ୍ତୁ ଆଜି ବୈଶ୍ୱିକ ପରିଦୃଶ୍ୟ ପରିପ୍ରେକ୍ଷୀରେ ପ୍ରଶ୍ନ ଏହା ମଧ୍ୟ ଉଠେ ଯେ, ନୂତନ ୱାର୍ଲ୍ଡ ଅର୍ଡର ଏବଂ ନୂତନ ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ବହୁ ପାକ୍ଷିକ ସଂଗଠନଗୁଡ଼ିକ ପ୍ରସ୍ତୁତ ଅଛନ୍ତି କି, ସେମାନଙ୍କ ପାଖରେ ସାମର୍ଥ୍ୟ ରହିଛି କି? ଯେତେବେଳେ ଏହି ସଂଗଠନଗୁଡ଼ିକ ନିର୍ମାଣ ହୋଇଥିଲା ସେତେବେଳେ ପରିସ୍ଥିତି ଭିନ୍ନ ଥିଲା, ଆଜି ଭିନ୍ନ ଅଛି । ତେଣୁ ଅନୁଷ୍ଠାନଗୁଡ଼ିକରେ ସଂସ୍କାର ଉପରେ ଗୁରୁତ୍ୱ ଦେବା ପ୍ରତ୍ୟେକ ଗଣତାନ୍ତ୍ରିକ ଦେଶର ଦାୟିତ୍ୱ ଅଟେ, ଯାହାଦ୍ୱାରା ସେମାନେ ବର୍ତ୍ତମାନ ଏବଂ ଭବିଷ୍ୟତର ଆହ୍ୱାନଗୁଡ଼ିକୁ ମୁକାବିଲା କରିବାରେ ସକ୍ଷମ ହେବେ । ମୁଁ ନିଶ୍ଚିତ ଯେ ଡାଭୋସରେ ହେଉଥିବା ଆଲୋଚନାରେ ଏହି ବିଷୟରେ ଏକ ସକାରାତ୍ମକ ସଂଳାପ ହେବ।

ସାଥୀମାନେ,

ନୂତନ ଆହ୍ୱା ମଧ୍ୟରେ ଆଜି ବିଶ୍ୱକୁ ନୂତନ ପଥ ଦରକାର, ନୂତନ ସଂକଳ୍ପ ଆବଶ୍ୟକ । ଆଜି ଦୁନିଆର ପ୍ରତ୍ୟେକ ଦେଶ ପରସ୍ପର ଠାରୁ ଅଧିକ ସହଯୋଗ ଆବଶ୍ୟକ କରନ୍ତି । ଏହା ଏକ ଉତ୍ତମ ଭବିଷ୍ୟତର ପଥ ଅଟେ । ମୁଁ ନିଶ୍ଚିତ ଯେ ଡାଭୋସରେ ହେଉଥିବା ଏହି ଆଲୋଚନା ଏହି ଭାବନାକୁ ବିସ୍ତାର କରିବ । ପୁନର୍ବାର, ମୁଁ ଆପଣମାନଙ୍କୁ ଭେଟିବାର ଏକ ସୁଯୋଗ ପାଇଲି, ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ!

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
Cabinet approves minimum support price for Copra for the 2025 season

Media Coverage

Cabinet approves minimum support price for Copra for the 2025 season
NM on the go

Nm on the go

Always be the first to hear from the PM. Get the App Now!
...
PM compliments Abdullah Al-Baroun and Abdul Lateef Al-Nesef for Arabic translations of the Ramayan and Mahabharat
December 21, 2024

Prime Minister Shri Narendra Modi compliments Abdullah Al-Baroun and Abdul Lateef Al-Nesef for their efforts in translating and publishing the Arabic translations of the Ramayan and Mahabharat.

In a post on X, he wrote:

“Happy to see Arabic translations of the Ramayan and Mahabharat. I compliment Abdullah Al-Baroun and Abdul Lateef Al-Nesef for their efforts in translating and publishing it. Their initiative highlights the popularity of Indian culture globally.”

"يسعدني أن أرى ترجمات عربية ل"رامايان" و"ماهابهارات". وأشيد بجهود عبد الله البارون وعبد اللطيف النصف في ترجمات ونشرها. وتسلط مبادرتهما الضوء على شعبية الثقافة الهندية على مستوى العالم."