QuoteDedicates Fertilizer plant at Ramagundam
Quote“Experts around the world are upbeat about the growth trajectory of Indian economy”
Quote“A new India presents itself to the world with self-confidence and aspirations of development ”
Quote“Fertilizer sector is proof of the honest efforts of the central government”
Quote“No proposal for privatization of SCCL is under consideration with the central government”
Quote“The Government of Telangana holds 51% stake in SCCL, while the Central Government holds 49%. The Central Government cannot take any decision related to the privatization of SCCL at its own level”

ଭାରତ ମାତା କୀ ଜୟ ।

ଭାରତ ମାତା କୀ ଜୟ ।

ଭାରତ ମାତା କୀ ଜୟ ।

ଈ ସଭକୁ, ବିଚ୍ଚେ-ସିନା ରଇତୁଲୁ

ସୋଦରା, ସୋଦରୀ- ମନୁଲକୁ, ନମସ୍କାର- ମୁଲୁ ।

ତେଲଙ୍ଗାନାର ରାଜ୍ୟପାଳ ଡକ୍ଟର ତମିଲିସାଈ ସୌନ୍ଦରରାଜନ ମହୋଦୟା, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଶ୍ରୀ କିଶନ ରେଡ୍ଡି ମହାଶୟ, ଭଗୱନ୍ତ ଖୁବା ମହାଶୟ, ସଂସଦରେ ମୋର ସାଥୀ ବନ୍ଦୀ ସଂଜୟ କୁମାର ମହାଶୟ, ଶ୍ରୀ ଭେଙ୍କଟେଶ ନେଥା ମହାଶୟ, ଅନ୍ୟ ମହାନୁଭବ, ଭାଇ ଓ ଭଉଣୀମାନେ ।

ରାମାଗୁଣ୍ଡମର ମାଟିରୁ ସମଗ୍ର ତେଲଙ୍ଗାନାକୁ ମୋର ଆଦର ପୂର୍ବକ ନମସ୍କାର ! ଆଉ ଏବେ ମୋତେ ଅବଗତ କରାଯାଇଛି ଏବଂ ମୁଁ ମଧ୍ୟ ଟିଭି ସ୍କ୍ରିନରେ ଦେଖୁଥିଲି ଯେ ଏବେ ତେଲଙ୍ଗାନାର 70 ବିଧାନସଭା କ୍ଷେତ୍ରରେ, 70 ବିଧାନସଭା ନିର୍ବାଚନ ମଣ୍ଡଳୀରେ, ହଜାର ହଜାର କୃଷକ ଭାଇ- ଭଉଣୀ ସେମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଆମ ସହିତ ଯୋଡି ହୋଇଛନ୍ତି । ମୁଁ ସେହି ସମସ୍ତ କୃଷକ ଭାଇ- ଭଉଣୀମାନଙ୍କୁ ମଧ୍ୟ ସେମାନଙ୍କୁ ସ୍ୱାଗତ କରୁଛି, ସେମାନଙ୍କୁ ଅଭିନନ୍ଦନ ଜଣାଉଛି ।

ସାଥୀଗଣ,

ଆଜି ତେଲେଙ୍ଗାନା ପାଇଁ 10 ହଜାର କୋଟି ଟଙ୍କାରୁ ଅଧିକ ଟଙ୍କା ବ୍ୟୟରେ ବିକାଶ ପ୍ରକଳ୍ପଗୁଡ଼ିକର ଲୋକାର୍ପଣ ଏବଂ ଶିଳାନ୍ୟାସ ହୋଇଛି । ଏହି ପ୍ରକଳ୍ପ ସବୁ ଏଠାକାର କୃଷି ଏବଂ ଉଦ୍ୟୋଗ, ଦୁଇଟି ଯାକକୁ ଶକ୍ତି ପ୍ରଦାନ କରିବାକୁ ଯାଉଛି । ସାର କାରଖାନା ହେଉ, ନୂତନ ରେଳ ଲାଇନ ହେଉ, ରାଜପଥ ହେଉ, ଏଗୁଡ଼ିକ ଦ୍ୱାରା ଉଦ୍ୟୋଗ ଗୁଡ଼ିକୁ ମଧ୍ୟ ବିସ୍ତାର ମିଳିବ । ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ତେଲେଙ୍ଗାନାରେ ରୋଜଗାରର ନୂତନ ସୁଯୋଗମାନ ସୃଷ୍ଟି ହେବ, ସାଧାରଣ ଜନତାଙ୍କର ସହଜରେ ସହାବସ୍ଥାନ ମଧ୍ୟ ବୃଦ୍ଧି ହେବ । ଏହିସବୁ ପ୍ରକଳ୍ପଗୁଡ଼ିକ ପାଇଁ ଦେଶବାସୀଙ୍କୁ, ତେଲେଙ୍ଗାନାର ଲୋକମାନଙ୍କୁ ମୁଁ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି ।

|

ସାଥୀଗଣ,

ବିଗତ ଦୁଇ ଅଢ଼େଇ ବର୍ଷ ଧରି ସମଗ୍ର ବିଶ୍ୱ କରୋନା ମହାମାରୀ ସହିତ ଲଢ଼ୁଛି, ଅନ୍ୟ ପଟେ ଯେଉଁ ସଂଘର୍ଷ ଚାଲୁ ରହିଛି, ବ୍ୟତିବ୍ୟସ୍ତତାର ପରିସ୍ଥିତି ଚାଲୁ ରହିଛି, ମିଲିଟାରୀ କାର୍ଯ୍ୟାନୁଷ୍ଠାନ ହେଉଛି, ତାହାର ପରିଣାମ ମଧ୍ୟ, ତାହାର ପ୍ରଭାବ ମଧ୍ୟ ଦେଶ ଏବଂ ବିଶ୍ୱ ଉପରେ ପଡ଼ୁଛି । କିନ୍ତୁ ଏହି ପ୍ରତିକୂଳ ପରିସ୍ଥିତିଗୁଡ଼ିକ ମଧ୍ୟରେ ଆଜି ଆମେ ସମସ୍ତେ ସମଗ୍ର ବିଶ୍ୱରେ ଆଉ ଏକ କଥାକୁ ବିଶେଷ ଭାବେ ଶୁଣିବାକୁ ପାଉଛେ । ବିଶ୍ୱର ସମସ୍ତ ବିଶେଷଜ୍ଞ କହୁଛନ୍ତି ଯେ ଭାରତ ଖୁବ ଶୀଘ୍ର ବିଶ୍ୱର ତୃତୀୟ ସର୍ବ ବୃହତ ଅର୍ଥନୀତି ହେବ, ସେହି ଦିଗରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି । ସମସ୍ତ ବିଶେଷଜ୍ଞ ଏହା ମଧ୍ୟ କହୁଛନ୍ତି ଯେ ଯେତେ ବିକାଶ 90 ପରର 30 ବର୍ଷରେ ହୋଇଛି, ଏବେ ସେହି ପରିମାଣରେ ବିକାଶ କେବଳ ମାତ୍ର କିଛି ବର୍ଷ ମଧ୍ୟରେ ହେବାକୁ ଯାଉଛି । ତେବେ ଏପରି ଅଦ୍ଭୁତପୂର୍ବ ବିଶ୍ୱାସ ଆଜି ବିଶ୍ୱକୁ, ଆର୍ଥିକ ଜଗତର ବିଦ୍ୱାନମାନଙ୍କୁ ଏତେ ପରିମାଣରେ ବିଶ୍ୱାସ ଆଜି ଭାରତ ଉପରେ କାହିଁକି ରହିଛି ? ଏହାର ସବୁଠାରୁ ବଡ଼ କାରଣ ହେଉଛି ଭାରତରେ ବିଗତ 8 ବର୍ଷରେ ହୋଇଥିବା ପରିବର୍ତ୍ତନ । ବିଗତ 8 ବର୍ଷ ମଧ୍ୟରେ ଦେଶ କାମ କରିବାର ପୁରୁଣା କଳା-କୌଶଳକୁ ପରିବର୍ତ୍ତନ କରି ଦେଇଛି । ଏହି 8 ବର୍ଷ ମଧ୍ୟରେ ଶାସନକୁ ନେଇ ରହିଥିବା ଧାରଣାରେ ମଧ୍ୟ ପରିବର୍ତ୍ତନ ଆସିଛି । ତାହା ଭିତିଭୂମି ହେଉ, ତାହା ସରକାରୀ ପ୍ରକ୍ରିୟା ହେଉ, ତାହା ବ୍ୟବସାୟ ସୁଗମତା ହେଉ, ଏହିସବୁ ପରିବର୍ତ୍ତନ ଗୁଡ଼ିକୁ ପ୍ରେରିତ କରୁଛି ଭାରତର ଆକାଂକ୍ଷୀ ସମାଜ, ଆଜି ବିକଶିତ ହେବାର ଆକାଂକ୍ଷାକୁ ନେଇ, ଆତ୍ମବିଶ୍ୱାସରେ ଭରି ରହିଥିବା ନୂତନ ଭାରତ ବିଶ୍ୱ ସାମ୍ନାରେ ରହିଛି ।

ଭାଇ ଓ ଭଉଣୀମାନେ,

ବିକାଶ ହେଉଛି ଆମ ପାଇଁ 24 ଘଣ୍ଟା, ସାତ ଦିନ, 12 ମାସ ଆଉ ସମଗ୍ର ଦେଶରେ ଚାଲୁଥିବା ମିଶନ । ଆମେ ଗୋଟିଏ ପ୍ରକଳ୍ପର ଲୋକାର୍ପଣ କରୁଛୁ, ତେବେ ଅନେକ ନୂତନ ପ୍ରକଳ୍ପ ଗୁଡ଼ିକ ଉପରେ କାର୍ଯ୍ୟ କରିବାକୁ ଆରମ୍ଭ କରି ଦେଉଛୁ । ଏହା ଆମେ ଆଜି ଏଠାରେ ମଧ୍ୟ ଦେଖୁଛୁ । ଆଉ ଆମର ଏହା ମଧ୍ୟ ପ୍ରୟାସ ରହିଥାଏ ଯେ ଯେଉଁ ପ୍ରକଳ୍ପର ଶିଳାନ୍ୟାସ ହେବ, ତାହାକୁ ନେଇ ଦ୍ରୁତ ଗତିରେ କାର୍ଯ୍ୟ ହେଉ, ଆଉ ତାହା ଦ୍ରୁତ ଗତିରେ ସମ୍ପୂର୍ଣ୍ଣ ହେଉ । ରାମାଗୁଣ୍ଡମର ଏହି ସାର କାରଖାନା ହେଉଛି ଏହାର ଏକ ଉଦାହରଣ । ବର୍ଷ 2016ରେ ଏହାର ଶିଳାନ୍ୟାସ କରିଥିଲୁ ଆଉ ଆଜି ଏହାକୁ ରାଷ୍ଟ୍ରକୁ ସମର୍ପିତ କରି ଦିଆ ଯାଇଛି ।

ଭାଇ ଓ ଭଉଣୀମାନେ,

ଏକବିଂଶ ଶତାବ୍ଦୀର ଭାରତ, ବଡ଼ ଲକ୍ଷ୍ୟକୁ ସ୍ଥିର କରି, ସେଗୁଡ଼ିକୁ ଦ୍ରୁତ ଗତିରେ ପ୍ରାପ୍ତ କରି ହିଁ ଆଗକୁ ବଢ଼ି ପାରିବ । ଆଉ ଆଜି ଯେତେବେଳେ ଲକ୍ଷ୍ୟ ବଡ଼ ହୋଇଥାଏ, ତେବେ ନୂତନ ପଦ୍ଧତିକୁ ଆପଣାଇବାକୁ ପଡ଼ିଥାଏ, ନୂତନ ବ୍ୟବସ୍ଥାମାନ ପ୍ରସ୍ତୁତ କରିବାକୁ ପଡ଼ିଥାଏ । ଆଜି କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ବିଶ୍ୱସ୍ଥତାର ସହିତ ଏହି ପ୍ରୟାସରେ ଲାଗି ପଡ଼ିଛନ୍ତି । ଦେଶର ନୂତନ ସାର କ୍ଷେତ୍ର ମଧ୍ୟ ଏହାର ସାକ୍ଷୀ ହେବାକୁ ଯାଉଛି । ବିଗତ ଦଶକ ଗୁଡ଼ିକରେ ଆମେ ଦେଖିଛୁ ଯେ ସାର ପାଇଁ ଦେଶ ପ୍ରାୟତଃ ବିଦେଶରୁ ଆମଦାନୀ କରି ତାହାକୁ ନେଇ ଆମର ଆବଶ୍ୟକତା ମେଣ୍ଟାଉଥିଲେ । ୟୁରିଆର ଚାହିଦା ପୂରଣ କରିବା ପାଇଁ ଯେଉଁ ସବୁ କାରଖାନାମାନ ନିର୍ମାଣ କରାଯାଇଥିଲା, ସେସବୁ ମଧ୍ୟ ପୁରୁଣା ଟେକ୍ନୋଲୋଜି ହୋଇଥିବା କାରଣରୁ ବନ୍ଦ ହୋଇ ସାରିଥିଲା । ଯେଉଁଗୁଡ଼ିକ ମଧ୍ୟରେ ରାମାଗୁଣ୍ଡମର ସାରକାରଖାନା ମଧ୍ୟ ଥିଲା । ଏହା ବ୍ୟତୀତ ଆଉ ଏକ ବଡ଼ ଅସୁବିଧା ରହିଥିଲା । ଏତେ ମହଙ୍ଗା ୟୁରିଆ ବିଦେଶରୁ ଆସୁଥିଲା, କିନ୍ତୁ ତାହା କୃଷକମାନଙ୍କ ପାଖରେ ପହଞ୍ଚିବା ପରିବର୍ତ୍ତେ ଅବୈଧ କାରଖାନା ଗୁଡ଼ିକରେ ଚୋରି କରି ପହଞ୍ଚା ଯାଉଥିଲା । ଏହା ଫଳରେ କୃଷକମାନଙ୍କୁ ୟୁରିଆ ପାଇବା ପାଇଁ ହିଁ ରାତି- ରାତି ଧରି ଧାଡ଼ି ବାନ୍ଧି ଲାଇନରେ ଠିଆ ହେବାକୁ ପଡ଼ୁଥିଲା ଆଉ ଅଧିକାଂଶ ସମୟରେ ଲାଠି ମଧ୍ୟ ସହ୍ୟ କରିବାକୁ ପଡ଼ୁଥିଲା । 2014 ପୂର୍ବରୁ ପ୍ରତି ବର୍ଷ, ପ୍ରତ୍ୟେକ ସିଜିନରେ ଏହି ସମସ୍ୟା କୃଷକମାନଙ୍କ ସାମ୍ନାକୁ ଆସୁଥିଲା ।

|

ସାଥୀଗଣ,

2014 ପରେ କେନ୍ଦ୍ର ସରକାର ପ୍ରଥମ କାର୍ଯ୍ୟ ଏହା କଲେ ଯେ ୟୁରିଆର ଶତ ପ୍ରତିଶତ ନିମ ଲେପନ କରିଦେଲେ । ଏହା ଫଳରେ ୟୁରିଆର କଳାବଜାରୀ ବନ୍ଦ ହୋଇଗଲା । ରାସାୟନିକ କାରଖାନାରେ ଯେଉଁ ୟୁରିଆ ପହଞ୍ଚି ଯାଉଥିଲା, ତାହା ବନ୍ଦ ହୋଇଗଲା । ଚାଷଜମିରେ କେତେ ପରିମାଣରେ ୟୁରିଆ ପକାଇବାକୁ ପଡ଼ିବ, ଏହାକୁ ଜାଣିବା ପାଇଁ କୃଷକମାନଙ୍କ ପାଖରେ ବହୁତ ସୁବିଧା ନ ଥିଲା, ରାସ୍ତା ନ ଥିଲା । ଏଥିପାଇଁ ଆମେ କୃଷକମାନଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଦେବା ପାଇଁ ଏକ ଅଭିଯାନ ସମଗ୍ର ଦେଶରେ ଚଳାଇଲୁ । ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ମିଳିବା ଦ୍ୱାରା କୃଷକମାନଙ୍କୁ ଏହି ସୂଚନା ମିଳିଲା, ଯେ ଭାଇ ଯଦି ଆମକୁ ଉତ୍ପାଦନ ବୃଦ୍ଧି କରିବାକୁ ଅଛି ତେବେ ଅକାରଣରେ ୟୁରିଆର ଉପଯୋଗର କୌଣସି ଆବଶ୍ୟକତା ନାହିଁ, ସେ ମାଟିର ପ୍ରକୃତି ସମ୍ପର୍କରେ ଜାଣି ପାରିଲା ।

ସାଥୀଗଣ,

ଆମେ ୟୁରିଆରେ ଆତ୍ମନିର୍ଭରତାକୁ ନେଇ ଏକ ବହୁତ ବଡ଼ କାର୍ଯ୍ୟ ଆରମ୍ଭ କଲୁ । ଏଥିପାଇଁ ଦେଶର ଯେଉଁ 5ଟି ବଡ଼ ସାର କାରଖାନା ବର୍ଷ ବର୍ଷ ଧରି ବନ୍ଦ ପଡ଼ି ରହିଥିଲା, ସେଗୁଡ଼ିକୁ ପୁଣିଥରେ ଆରମ୍ଭ କରିବା ଜରୁରୀ ଥିଲା । ଏବେ ଆଜି ଦେଖନ୍ତୁ ୟୁପିର ଗୋରଖପୁରରେ ସାର ଉତ୍ପାଦନ ଆରମ୍ଭ ହୋଇ ଯାଇଛି । ରାମାଗୁଣ୍ଡମର ସାର କାରଖାନାର ମଧ୍ୟ ଲୋକାର୍ପଣ ହୋଇ ଯାଇଛି । ଏବେ ଏହି ପାଞ୍ଚୋଟି କାରଖାନା ଚାଲୁ ହୋଇଯିବ ତେବେ ଦେଶକୁ 60 ଲକ୍ଷ ଟନ ୟୁରିଆ ମିଳିବାକୁ ଲାଗିବ । ଅର୍ଥାତ ହଜାର ହଜାର କୋଟି ଟଙ୍କା ବିଦେଶ ଯିବାରୁ ରହିଯିବ ଆଉ କୃଷକମାନଙ୍କୁ ଆହୁରି ସହଜରେ ୟୁରିଆ ମିଳିପାରିବ । ରାମାଗୁଣ୍ଡମର ସାର କାରଖାନା ଦ୍ୱାରା ତେଲଙ୍ଗାନା ସହିତ ହିଁ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଛତିଶଗଡ଼ ଏବଂ ମହାରାଷ୍ଟ୍ରର କୃଷକମାନଙ୍କୁ ମଧ୍ୟ ସହାୟତା ମିଳି ପାରିବ । ଏହି କାରଖାନା କାରଣରୁ ଏହାର ଆଖପାଖରେ ଅନ୍ୟାନ୍ୟ ବ୍ୟବସାୟର ସୁଯୋଗ ମଧ୍ୟ ସୃଷ୍ଟି ହେବ, ଲଜିଷ୍ଟିକ ଏବଂ ପରିବହନ ସହିତ ଜଡ଼ିତ କାର୍ଯ୍ୟ ଯୋଡ଼ି ହେବ । ଅର୍ଥାତ 6 ହଜାର କୋଟି ଟଙ୍କା ଯାହା କେନ୍ଦ୍ର ସରକାର ଏଠାରେ ନିବେଶ କରିଛନ୍ତି, ଏହା ଫଳରେ କେତେ ହଜାର କୋଟି ଟଙ୍କାର ଲାଭ ତେଲଙ୍ଗାନାର ଯୁବକମାନଙ୍କୁ ହେବାକୁ ଯାଉଛି ।

ଭାଇ ଓ ଭଉଣୀମାନେ,

ଦେଶର ସାର ସହିତ ଜଡ଼ିତ କ୍ଷେତ୍ରକୁ ଆଧୁନିକ କରିବା ପାଇଁ ଆମେ ନୂତନ ଟେକ୍ନୋଲୋଜି ଉପରେ ମଧ୍ୟ ସେତିକି ଗୁରୁତ୍ୱାରୋପ କରୁଛୁ । ଭାରତ ୟୁରିଆର ନାନୋ ଟେକ୍ନୋଲୋଜିକୁ ବିକଶିତ କରିଛି । ଗୋଟିଏ ବସ୍ତା ୟୁରିଆରୁ ଯେଉଁ ଲାଭ ହେଉଛି, ତାହା ନାନୋ ୟୁରିଆର ଗୋଟିଏ ବୋତଲରୁ ହିଁ ମିଳିବାକୁ ଯାଉଛି ।

ସାଥୀଗଣ,

ସାର କ୍ଷେତ୍ରରେ ଆତ୍ମନିର୍ଭରତା ହେଉଛି କେତେ ପରିମାଣରେ ଆବଶ୍ୟକ, ଏହା ଆମେ ଆଜିର ବୈଶ୍ୱିକ ପରିସ୍ଥିତିକୁ ଲକ୍ଷ୍ୟ କରି ଆହୁରି ଅଧିକ ମାତ୍ରାରେ ଅନୁଭବ କରୁଛୁ । କରୋନା ଆସିଲା, ଯୁଦ୍ଧ ହେଲା, ତେବେ ସେତେବେଳେ ସାରର ମୂଲ୍ୟ ବୃଦ୍ଧି ହୋଇଗଲା । କିନ୍ତୁ ଆମେ ସେହି ଦରବୃଦ୍ଧିର ବୋଝ ଆମର କୃଷକ ଭାଇ-ଭଉଣୀମାନଙ୍କ ଉପରେ ପଡ଼ିବାକୁ ଦେଲୁ ନାହିଁ । ୟୁରିଆର ପ୍ରତ୍ୟେକ ବ୍ୟାଗ ଯାହାକୁ କେନ୍ଦ୍ର ସରକାର ବିଦେଶରୁ ଆଣନ୍ତି, ସେହି ପାଖାପାଖି ଏକ ବସ୍ତା, ଏକ ବସ୍ତା ସାର ବାହାରୁ ଆଣୁ ତେବେ ତାହାକୁ 2 ହଜାର ଟଙ୍କାରେ କିଣୁଛୁ, ଭାରତ ସରକାର 2 ହଜାର ଟଙ୍କା ଦେଇ ଆଣୁଛନ୍ତି । କିନ୍ତୁ କୃଷକଙ୍କ ଠାରୁ 2 ହଜାର ଟଙ୍କା ଆଣୁ ନାହିଁ । ସବୁ ଖର୍ଚ୍ଚ ଭାରତ ସରକାର ଉଠାଉଛନ୍ତି, କେବଳ 270 ଟଙ୍କାରେ ଏହି ସାର ବସ୍ତା କୃଷକମାନଙ୍କୁ ମିଳୁଛି । ଏହିଭଳି ଭାବେ ଡିଏପିର ଏକ ବ୍ୟାଗ ମଧ୍ୟ ସରକାରଙ୍କୁ ପ୍ରାୟତଃ 4 ହଜାର ଟଙ୍କା ପଡ଼ି ଯାଉଛି । କିନ୍ତୁ, କୃଷକଙ୍କ ଠାରୁ 4 ହଜାର ଟଙ୍କା ଆଣୁ ନାହିଁ । ଏହି ଏକ ବ୍ୟାଗ ଉପରେ ମଧ୍ୟ ସରକାର, ଗୋଟିଏ-ଗୋଟିଏ ବ୍ୟାଗ ଉପରେ ଅଢ଼େଇ ହଜାର ଟଙ୍କାରୁ ମଧ୍ୟ ଅଧିକ ରିହାତି ଦେଉଛନ୍ତି ।

ସାଥୀଗଣ,

ବିଗତ 8 ବର୍ଷରେ କୃଷକଙ୍କୁ ଶସ୍ତା ସାର ଦେବା ପାଇଁ ହିଁ କେନ୍ଦ୍ର ସରକାର, ଏହି ପରିସଂଖ୍ୟାନକୁ ମଧ୍ୟ ମନେ ରଖିବେ ଭାଇମାନେ କହିବେ, ଲୋକମାନଙ୍କୁ କୃଷକମାନଙ୍କୁ ସାର ଜନିତ ବୋଝ କମ୍ କରିବା ପାଇଁ ଏହି 8 ବର୍ଷ ମଧ୍ୟରେ, ସେମାନଙ୍କୁ ଶସ୍ତା ଦରରେ ସାର ମିଳୁ, ଏଥିପାଇଁ ସାଢ଼େ ନଅ ଲକ୍ଷ କୋଟି ଟଙ୍କା ଅର୍ଥାତ ପ୍ରାୟ 10 ଲକ୍ଷ କୋଟି ଟଙ୍କା ଭାରତ ସରକାର ଖର୍ଚ୍ଚ କରି ସାରିଛନ୍ତି । ଏହି ବର୍ଷ ହିଁ କେନ୍ଦ୍ର ସରକାର ଅଢ଼େଇ ଲକ୍ଷ କୋଟି ଟଙ୍କାରୁ ମଧ୍ୟ ଅଧିକ ଟଙ୍କା କୃଷକମାନଙ୍କୁ ଶସ୍ତାରେ ସାର ଯୋଗାଇ ଦେବା ପାଇଁ ଖର୍ଚ୍ଚ କରିବେ। ଅଢ଼େଇ ଲକ୍ଷ କୋଟି ଟଙ୍କା । ଏହା ବ୍ୟତୀତ ଆମ ସରକାର ପିଏମ୍ କିଷାନ ସମ୍ମାନ ନିଧି ମାଧ୍ୟମରେ ମଧ୍ୟ ପ୍ରାୟ 2 ଲକ୍ଷ ପଚିଶି କୋଟି ଟଙ୍କା ସିଧାସଳଖ ଭାବେ କୃଷକମାନଙ୍କର ବ୍ୟାଙ୍କ ଖାତାକୁ ହସ୍ତାନ୍ତର କରି ସାରିଛନ୍ତି । କୃଷକମାନଙ୍କର ହିତକୁ ସର୍ବାଗ୍ରେ ରଖିବା ଭଳି ସରକାର ଯେତେବେଳେ ଦିଲ୍ଲୀରେ ଅଛନ୍ତି ତେବେ କୃଷକମାନଙ୍କର ମଙ୍ଗଳ ପାଇଁ ଏଭଳି ଅନେକ ପ୍ରକଳ୍ପଗୁଡ଼ିକୁ ଆଗକୁ ବଢ଼ାଉଛନ୍ତି, କାର୍ଯ୍ୟ କରୁଛନ୍ତି।

ସାଥୀଗଣ,

ଦଶକ ଦଶକ ଧରି ଆମ ଦେଶର କୃଷକ ସାର ସହିତ ଜଡ଼ିତ ଆଉ ଏକ ସମସ୍ୟା ସହିତ ମଧ୍ୟ ସଂଗ୍ରାମ କରି ଚାଲିଥିଲେ । ଦଶକ ଦଶକ ଧରି ସାରର ଏଭଳି ବଜାର ସୃଷ୍ଟି ହୋଇ ଯାଇଥିଲା, ଯେଉଁଥିରେ ଭିନ୍ନ- ଭିନ୍ନ ପ୍ରକାରର ସାର, ଭିନ୍ନ- ଭିନ୍ନ ପ୍ରକାରର ସାରର ବ୍ରାଣ୍ଡ ଏସବୁ ବଜାରରେ ବିକ୍ରି ହେଉଥିଲା । ଏହି କାରଣରୁ କୃଷକମାନଙ୍କ ସହିତ ମଧ୍ୟ ବହୁ ସମୟରେ ବହୁ ପରିମାଣରେ ଠକାମୀ ହେଉଥିଲା । ଏବେ କେନ୍ଦ୍ର ସରକାର ଏହାଠାରୁ ମଧ୍ୟ ଆଶ୍ୱସ୍ତି ପ୍ରଦାନ କରିବାର ଶୁଭାରମ୍ଭ କରିଛନ୍ତି । ଏବେ ଦେଶରେ ୟୁରିଆର କେବଳ, କେବଳ ଆଉ ମାତ୍ର କେବଳ ଗୋଟିଏ ବ୍ରାଣ୍ଡର ହିଁ ହେବ, ଭାରତ-ୟୁରିଆ- ଭାରତ ବ୍ରାଣ୍ଡ । ଏହାର ମୂଲ୍ୟ ମଧ୍ୟ ହେଉଛି ସ୍ଥିରୀକୃତ ଆଉ ଗୁଣାତ୍ମକ ମାନ ମଧ୍ୟ ହେଉଛି ସ୍ଥିରୀକୃତ । ଏହି ସବୁ ପ୍ରୟାସ ଏହି କଥାର ମଧ୍ୟ ହେଉଛି ପ୍ରମାଣ ଯେ ଦେଶର କୃଷକ, ବିଶେଷ ଭାବେ କ୍ଷୁଦ୍ର ଚାଷୀମାନଙ୍କ ପାଇଁ କିଭଳି ଆମେ ବ୍ୟବସ୍ଥାକୁ ପରିବର୍ତ୍ତନ କରୁଅଛୁ ।

ସାଥୀଗଣ,

ଆମ ଦେଶରେ ଆଉ ଏକ ଆହ୍ୱାନ ରହିଛି ଯୋଗାଯୋଗ ଜନିତ ଭିତିଭୂମିର । ଆଜି ଦେଶ ଏହି ଅଭାବକୁ ମଧ୍ୟ ଦୂର କରୁଛି । ଦେଶର ସମସ୍ତ ରାଜ୍ୟଗୁଡ଼ିକରେ ରାଜପଥ, ଆଧୁନିକ ରେଳ ପଥ, ବିମାନବନ୍ଦର, ଜଳପଥ ଏବଂ ଇଣ୍ଟରନେଟ ହାଇୱେ ଉପରେ ଦ୍ରୁତ ଗତିରେ କାର୍ଯ୍ୟ ହେଉଛି । ଏବେ ଏହାକୁ ପିଏମ ଗତିଶକ୍ତି ନ୍ୟାସନାଲ ମାଷ୍ଟର ପ୍ଲାନ ମାଧ୍ୟମରେ ନୂତନ ଉର୍ଜ୍ଜା ମିଳୁଛି । ଆପଣମାନେ ମନେ ପକାନ୍ତୁ ଆଗରୁ କ’ଣ ହେଉଥିଲା? ଉଦ୍ୟୋଗ ଗୁଡ଼ିକ ପାଇଁ ସ୍ୱତନ୍ତ୍ର ଜୋନ ଘୋଷଣା ହେଉଥିଲା । କିନ୍ତୁ ସେ ପର୍ଯ୍ୟନ୍ତ ସଡ଼କ, ବିଜୁଳି, ପାଣି ଯାହା ସବୁ ପ୍ରାଥମିକ ସୁବିଧା ରହିଛି, ତାହା ମଧ୍ୟ ପହଞ୍ଚିବାରେ କେତେ- କେତେ ବର୍ଷ ଲାଗି ଯାଉଥିଲା । ଏବେ ସେହି କାର୍ଯ୍ୟ ଶୈଳୀକୁ ଆମେ ବଦଳାଉୁଛୁ । ଏବେ ଇନଫ୍ରା ପ୍ରକଳ୍ପରେ ମଧ୍ୟ ସମସ୍ତ ହୀତଧାରକ ଏବଂ ପ୍ରକଳ୍ପ ସହିତ ଜଡ଼ିତ ସମସ୍ତ ଏଜେନ୍ସିଗୁଡ଼ିକ ଏକା ସହିତ ମିଳିମିଶି, ଏକ ସ୍ଥିରୀକୃତ ରଣନୀତିକୁ ନେଇ କାର୍ଯ୍ୟ କରୁଛନ୍ତି । ଏହା ଫଳରେ ପ୍ରକଳ୍ପଗୁଡ଼ିକ ଲଟକିବା, ଅଟକିବା ଭଳି ସମ୍ଭାବନା ଶେଷ ହୋଇ ଯାଉଛି ।

ସାଥୀଗଣ,

ଭଦ୍ରାଦ୍ରି କୋତ୍ତାଗୁଡେମ ଏହି ଜିଲ୍ଲା ଏବଂ ଖମ୍ମମ ଜିଲ୍ଲାକୁ ଯୋଡ଼ୁଥିବା ନୂତନ ରେଳ ଲାଇନ ଆଜି ଆପଣଙ୍କ ସେବା ପାଇଁ ସମର୍ପିତ ହେଉଛି । ଏହି ରେଳ ଲାଇନ ଦ୍ୱାରା ଏଠାକାର ସ୍ଥାନୀୟ ଲୋକମାନଙ୍କୁ ତ, ହିଁ ଲାଭ ହେବ, ସମଗ୍ର ତେଲଙ୍ଗାନାକୁ ମଧ୍ୟ ଲାଭ ହେବ । ଏହା ଫଳରେ ତେଲଙ୍ଗାନାର ବିଜୁଳି କ୍ଷେତ୍ରକୁ ମଧ୍ୟ ଲାଭ ହେବ, ଉଦ୍ୟୋଗଗୁଡ଼ିକୁ ମଧ୍ୟ ଲାଭ ହେବ ଆଉ ଯୁବକମାନଙ୍କ ପାଇଁ ରୋଜଗାରର ନୂତନ ସୁଯୋଗ ସୃଷ୍ଟି ହେବ । ନିରନ୍ତର ପ୍ରୟାସ ସବୁ କାରଣରୁ 4 ବର୍ଷରେ ଏହି ରେଳ ଲାଇନ ନିର୍ମାଣ ହୋଇ ମଧ୍ୟ ପ୍ରସ୍ତୁତ ରହିଛି ଆଉ ବିଦ୍ୟୁତକରଣ ମଧ୍ୟ ହୋଇ ସାରିଛି । ଏହା ଫଳରେ କମ୍ ଖର୍ଚ୍ଚରେ କୋଇଲା ବିଜୁଳି କାରଖାନା ପର୍ଯ୍ୟନ୍ତ ପହଞ୍ଚି ପାରିବ ଆଉ ପ୍ରଦୂଷଣ ମଧ୍ୟ କମ୍ ହେବ ।

|

ସାଥୀଗଣ,

ଆଜି ଯେଉଁ 3ଟି ରାଜପଥର ପ୍ରସସ୍ତିକରଣର କାର୍ଯ୍ୟ ଆରମ୍ଭ ହୋଇଛି, ତାହା ଦ୍ୱାରା କୋଇଲା ବେଲ୍ଟ, ଔଦ୍ୟୋଗିକ ବେଲ୍ଟ ଆଉ ଆଖୁ ଚା​ଷୀମାନଙ୍କୁ ସିଧା ସଳଖ ଲାଭ ହେବ । ଏଠାରେ ମଧ୍ୟ ହଳଦୀର ଉତ୍ପାଦନ ବୃଦ୍ଧି କରିବା ପାଇଁ ଆମର କୃଷକ ଭାଇ ଭଉଣୀମାନେ ଲାଗି ପଡ଼ିଛନ୍ତି । ଆଖୁ କୃଷକ ହୁଅନ୍ତୁ, ହଳଦୀ ଉତ୍ପାଦନ କରୁଥିବା କୃଷକ ହୁଅନ୍ତୁ, ଏଠାରେ ସୁବିଧାମାନ ବୃଦ୍ଧି ହେବ ତେବେ ସେମାନଙ୍କ ପାଇଁ ନିଜର ଉତ୍ପାଦନକୁ ପରିବହନ କରିବା ପାଇଁ ସହଜ ହୋଇଯିବ । ଏହି ଭଳି ଭାବେ କୋଇଲାର ଖଣି ଏବଂ ବିଜୁଳି କାରଖାନା ମଧ୍ୟରେ ସଡ଼କ ଚଉଡ଼ା ହେବା ଦ୍ୱାରା ସୁବିଧା ହେବ, କମ୍ ସମୟ ଲାଗିବ । ହାଇଦ୍ରାବାଦ– ୱାରଙ୍ଗଲ ଶିଳ୍ପ କରିଡର, କକାତିଆ ମେଗା ଟେକ୍ସଟାଇଲ ପାର୍କର ଚଉଡ଼ା ସଡ଼କ ସହିତ ଯୋଗାଯୋଗ, ଏମାନଙ୍କର ସାମର୍ଥ୍ୟକୁ ମଧ୍ୟ ବୃଦ୍ଧି କରିବ ।

ସାଥୀଗଣ,

ଯେତେବେଳେ ଦେଶ ବିକାଶ କରିଥାଏ, ବିକାଶ କାର୍ଯ୍ୟରେ ଗତି ଆସିଥାଏ, ସେତେବେ ଅନେକ ଥର ରାଜନୈତିକ ସ୍ୱାର୍ଥ ପାଇଁ, କିଛି ବିକୃତ ମାନସିକତା ଥିବା ଲୋକ, କିଛି ଶକ୍ତି ସେମାନଙ୍କ ନିଜର ଗୁଜବ ତନ୍ତ୍ର, ଗୁଜବ ପ୍ରସାର​‌ କରିବା ପାଇଁ ସମସ୍ତ କୌଶଳ ଚଳାଇବା ଆରମ୍ଭ କରି ଦିଅନ୍ତି, ସେମାନେ ଲୋକମାନଙ୍କୁ ଉତ୍ତେଜିତ କରିବା ଆରମ୍ଭ କରିଦିନ୍ତି । ଆଜିକାଲି ତେଲଙ୍ଗାନାରେ 'ସିଙ୍ଗାରେଣୀ କୋଇଳରିଜ୍ କମ୍ପାନୀ ଲିମିଟେଡ୍- ଏସସିସିଏଲ' ଏବଂ ବିଭିନ୍ନ କୋଇଲା ଖଣି ସମ୍ପର୍କରେ ଗୁଜବ ପ୍ରଚାରିତ ହେଉଛି । ଆଉ ମୁଁ ଶୁଣିଛି ଯେ ହାଇଦ୍ରାବାଦରୁ ସେମାନଙ୍କୁ ଏହି ହାୱା ପ୍ରଦାନ କରାଯାଉଛି । ସେଥିରେ ନୂଆ ନୂଆ ରଙ୍ଗ ଭରାଯାଉଛି । ଆଜି, ଯେତେବେଳେ ମୁଁ ଆପଣମାନଙ୍କ ଗହଣକୁ ଆସିଛି, ସେତେବେଳେ ମୁଁ ଆପଣମାନଙ୍କୁ କିଛି ସୂଚନା ଦେବାକୁ ଚାହୁଁଛି, ମୁଁ କିଛି ତଥ୍ୟ ଆପଣମାନଙ୍କ ସାମ୍ନାରେ ରଖିବାକୁ ଚାହୁଁଛି। ହଁ, ମୁଁ ଆପଣମାନଙ୍କୁ କିଛି ତଥ୍ୟ କହିବାକୁ ଚାହେଁ । ଏହି ଗୁଜବ ପ୍ରଚାର କରୁଥିବା ଲୋକମାନେ ଜାଣନ୍ତି ନାହିଁ ଯେ ସେମାନଙ୍କର ଏହି ମିଥ୍ୟା ଧରା ପଡିଯିବ। ଏହାକୁ ସବୁଠାରୁ ବଡ ମିଥ୍ୟା ବୋଲି ବିବେଚନା କରନ୍ତୁ ଏବଂ ସାମ୍ବାଦିକ ବନ୍ଧୁମାନେ ଏଠାରେ ବସିଛନ୍ତି, କେବଳ ଏହାକୁ ଟିକେ ଭଲ ଭାବରେ ଦେଖନ୍ତୁ। ତେଲଙ୍ଗାନା ରାଜ୍ୟ ସରକାର ଏସସିସିଏଲରେ 51% ଅଂଶଧନ ରହିଛି, ଯେତେବେଳେ କି ଭାରତ ସରକାରଙ୍କ ମାତ୍ର 49% ଅଂଶଧନ ରହିଛି । ଏସସିସିଏଲର ଘରୋଇକରଣ ସହ ଜଡିତ କୌଣସି ନିଷ୍ପତ୍ତି ନେଇ କେନ୍ଦ୍ର ସରକାର ନିଜ ସ୍ତରରେ କରିପରିବେ ନାହିଁ, 51% ସେମାନଙ୍କ ପାଖରେ ଅଛି । ମୁଁ ପୁଣି ଥରେ ଦୋହରାଇବାକୁ ଚାହିଁବି ଯେ ଏସସିସିଏଲର ଘରୋଇକରଣର କୌଣସି ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ପାଖରେ ବିଚାରାଧିନ ନାହିଁ ଏବଂ ନା, ହିଁ କେନ୍ଦ୍ର ସରକାରଙ୍କ କୌଣସି ଉଦ୍ଦେଶ୍ୟ ରହିଛି । ଆଉ ସେଥିପାଇଁ ମୁଁ ମୋର ଭାଇ ଓ ଭଉଣୀମାନଙ୍କୁ ଅନୁରୋଧ କରୁଛି ଯେ କୌଣସି ଗୁଜବ ପ୍ରତି ଟିକେ ମଧ୍ୟ ଧ୍ୟାନ ଦିଅନ୍ତୁନାହିଁ । ମିଥ୍ୟାର ଏହି ବ୍ୟବସାୟୀମାନଙ୍କୁ ହାଇଦ୍ରାବାଦରେ ରହିବାକୁ ଦିଅନ୍ତୁ।

ସାଥୀଗଣ,

ଆମେ ସମସ୍ତେ, ଦେଶର କୋଇଲା ଖଣିକୁ ନେଇ ହଜାର- ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଦେଖିଛୁ । ଏହି ଦୁର୍ନୀତିରେ ଦେଶ ସହିତ ଶ୍ରମିକ, ଗରିବ ଏବଂ ଏହି ଖଣିଗୁଡିକ ଥିବା ଅଞ୍ଚଳର କ୍ଷତି ହୋଇଛି । ଆଜି ଦେଶରେ ବୃଦ୍ଧି ପାଉଥିବା କୋଇଲାର ଆବଶ୍ୟକତାକୁ ଦୃଷ୍ଟିରେ ରଖି କୋଇଲା ଖଣିଗୁଡିକର ନିଲାମ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହିତ କରାଯାଉଛି । ଆମ ସରକାର ମଧ୍ୟ ଯେଉଁଠାରୁ ଖଣିଜ ପଦାର୍ଥ ଉତ୍ତୋଳନ ହେଉଛି, ତାହାର ଲାଭ ସେଠାରେ ରହୁଥିବା ଲୋକଙ୍କୁ ଦେବା ପାଇଁ, ଡିଏମଏଫ ଅର୍ଥାତ୍ ଜିଲ୍ଲା ଖଣିଜ ପାଣ୍ଠି ପ୍ରତିଷ୍ଠା କରିଛନ୍ତି । ଏହି ପାଣ୍ଠି ଅଧୀନରେ ହଜାର ହଜାର କୋଟି ଟଙ୍କା ମଧ୍ୟ ରାଜ୍ୟଗୁଡିକୁ ପ୍ରଦାନ କରାଯାଇଛି।

ଭାଇ ଓ ଭଉଣୀମାନେ,

ଆମେ 'ସମସ୍ତଙ୍କର ସହିତ, ସମସ୍ତଙ୍କର ବିକାଶ, ସମସ୍ତଙ୍କର ବିଶ୍ବାସ ଏବଂ ସମସ୍ତଙ୍କର ପ୍ରୟାସ’ (ସାବକା ସାଥ, ସାବକା ବିକାଶ, ସାବକା ବିଶ୍ୱାସ ଏବଂ ସାବକା ପ୍ରୟାସ)ର ମନ୍ତ୍ରରେ ଆଗେଇ ଚାଲି ତେଲଙ୍ଗାନାକୁ ଆଗକୁ ବଢାଇ ନେବାକୁ ଚାହୁଁଛୁ । ତେଲଙ୍ଗାନାର ଦ୍ରୁତ ବିକାଶ ପାଇଁ ଆପଣ ସମସ୍ତଙ୍କ ଆଶୀର୍ବାଦ ଆମକୁ ମିଳୁଥିବ, ଏହି ବିଶ୍ୱାସ ସହିତ ଆପଣଙ୍କୁ ପୁଣି ଥରେ ଏହି ଅନେକ ଗୁଡିଏ ବିକାଶ ମୂଳକ କାର୍ଯ୍ୟ ପାଇଁ ଅନେକ ଅନେକ ଅଭିନନ୍ଦନ। ମୋର କୃଷକ ଭାଇମାନଙ୍କୁ ବିଶେଷ ଅଭିନନ୍ଦନ ଏବଂ ଆପଣ ଏତେ ବିପୁଳ ସଂଖ୍ୟାରେ ଆସିଛନ୍ତି, ହାଇଦ୍ରାବାଦର କିଛି ଲୋକଙ୍କୁ ଆଜି ନିଦ ଆସିବ ନାହିଁ । ଏତେ ବିପୁଳ ସଂଖ୍ୟାରେ ଆସିଥିବାରୁ ମୁଁ ଆପଣମାନଙ୍କ ନିକଟରେ ବହୁତ କୃତଜ୍ଞ । ଧନ୍ୟବାଦ।

ମୋ ସହିତ କୁହନ୍ତୁ । ଭାରତ ମାତା କୀ ଜୟ। ଦୁଇ ମୁଠା ବନ୍ଦ କରି ଏବଂ ସପୂର୍ଣ୍ଣ ଶକ୍ତିର ସହିତ କୁହନ୍ତୁ।

ଭାରତ ମାତା କୀ ଜୟ ।

ଭାରତ ମାତା କୀ ଜୟ ।

ଭାରତ ମାତା କୀ ଜୟ ।

ଧନ୍ୟବାଦ ! 

  • दिग्विजय सिंह राना September 20, 2024

    हर हर महादेव
  • JBL SRIVASTAVA May 30, 2024

    मोदी जी 400 पार
  • Vaishali Tangsale February 14, 2024

    🙏🏻🙏🏻
  • ज्योती चंद्रकांत मारकडे February 12, 2024

    जय हो
  • Babla sengupta December 24, 2023

    Babla sengupta
  • Mohd Husain November 17, 2022

    Jay ho
  • Drramesh Chandra Jain November 15, 2022

    जन जातीय गौरव दिवस ,भगवान बिरसा मुंडा की जन्म जयंती की सभी को हार्दिक हर्षित बधाईयां एवं मंगल शुभकामनाएं। जय हो माननीय प्रधान मंत्री महोदय जी आपकी जय हो त्रिकाल, सादर अभिवादन विनम्र प्रणाम, जय जय श्री राम जय जय श्री राम जय जय श्री राम भारत माता कि जय भारत माता कि जय भारत माता कि जय
  • Lalit Kumar soni November 15, 2022

    जय
  • Varsha November 15, 2022

    Sir narendra Modi ji plz Mumbai m ak baar aap train k vaha Virar Bhayndar Dadar ja k dekhe log roj marte h to aap 10 AC train or shuru karvaye 2 subah sirf aadmiyo ki 2 sham ko or fir 2 subah puri train orto ki 2 sham ko sirf orto ko plz sir request h hath jod k 🙏🙏🙏🙏🥲
  • Rajiv Shah and family members November 14, 2022

    Guardian publishes another anti India article . The article of this writer Hannah is not dependable Another anti India lobbyst article. The purpose is to create discrimination. Not worthy of any studies.. How long we would be mute spectators f of such lies and exaggerated picture portrayed by these dubious reporters and the newspapers..file a billion dollars compensation case and put the reporter and editor behind bars for trying to false picture,creating discrimination and enmity within India....pl pl do something. https://www.theguardian.com/world/2022/nov/14/india-faces-deepening-demographic-divide-as-it-prepares-to-overtake-china-as-the-worlds-most-populous-country
Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
Global aerospace firms turn to India amid Western supply chain crisis

Media Coverage

Global aerospace firms turn to India amid Western supply chain crisis
NM on the go

Nm on the go

Always be the first to hear from the PM. Get the App Now!
...
The World This Week On India
February 18, 2025

This week, India reinforced its position as a formidable force on the world stage, making headway in artificial intelligence, energy security, space exploration, and defence. From shaping global AI ethics to securing strategic partnerships, every move reflects India's growing influence in global affairs.

And when it comes to diplomacy and negotiation, even world leaders acknowledge India's strength. Former U.S. President Donald Trump, known for his tough negotiating style, put it simply:

“[Narendra Modi] is a much tougher negotiator than me, and he is a much better negotiator than me. There’s not even a contest.”

With India actively shaping global conversations, let’s take a look at some of the biggest developments this week.

|

AI for All: India and France Lead a Global Movement

The future of AI isn’t just about technology—it’s about ethics and inclusivity. India and France co-hosted the Summit for Action on AI in Paris, where 60 countries backed a declaration calling for AI that is "open," "inclusive," and "ethical." As artificial intelligence becomes a geopolitical battleground, India is endorsing a balanced approach—one that ensures technological progress without compromising human values.

A Nuclear Future: India and France Strengthen Energy Security

In a world increasingly focused on clean energy, India is stepping up its nuclear power game. Prime Minister Narendra Modi and French President Emmanuel Macron affirmed their commitment to developing small modular nuclear reactors (SMRs), a paradigm shift in the transition to a low-carbon economy. With energy security at the heart of India’s strategy, this collaboration is a step toward long-term sustainability.

Gaganyaan: India’s Space Dream Inches Closer

India’s ambitions to send astronauts into space took a major leap forward as the budget for the Gaganyaan mission was raised to $2.32 billion. This is more than just a scientific milestone—it’s about proving that India is ready to stand alongside the world’s leading space powers. A successful human spaceflight will set the stage for future interplanetary missions, pushing India's space program to new frontiers.

India’s Semiconductor Push: Lam Research Bets Big

The semiconductor industry is the backbone of modern technology, and India wants a bigger share of the pie. US chip toolmaker Lam Research announced a $1 billion investment in India, signalling confidence in the country’s potential to become a global chip manufacturing hub. As major companies seek alternatives to traditional semiconductor strongholds like Taiwan, India is positioning itself as a serious contender in the global supply chain.

Defence Partnerships: A New Era in US-India Military Ties

The US and India are expanding their defence cooperation, with discussions of a future F-35 fighter jet deal on the horizon. The latest agreements also include increased US military sales to India, strengthening the strategic partnership between the two nations. Meanwhile, India is also deepening its energy cooperation with the US, securing new oil and gas import agreements that reinforce economic and security ties.

Energy Security: India Locks in LNG Supply from the UAE

With global energy markets facing volatility, India is taking steps to secure long-term energy stability. New multi-billion-dollar LNG agreements with ADNOC will provide India with a steady and reliable supply of natural gas, reducing its exposure to price fluctuations. As India moves toward a cleaner energy future, such partnerships are critical to maintaining energy security while keeping costs in check.

UAE Visa Waiver: A Boon for Indian Travelers

For Indians residing in Singapore, Japan, South Korea, Australia, New Zealand, and Canada, visiting the UAE just became a lot simpler. A new visa waiver, effective February 13, will save Dh750 per person and eliminate lengthy approval processes. This move makes travel to the UAE more accessible and strengthens business and cultural ties between the two countries.

A Gift of Friendship: Trump’s Gesture to Modi

During his visit to India, Donald Trump presented Prime Minister Modi with a personalized book chronicling their long-standing friendship. Beyond the usual diplomatic formalities, this exchange reflects the personal bonds that sometimes shape international relations as much as policies do.

Memory League Champion: India’s New Star of Mental Speed

India is making its mark in unexpected ways, too. Vishvaa Rajakumar, a 20-year-old Indian college student, stunned the world by memorizing 80 random numbers in just 13.5 seconds, winning the Memory League World Championship. His incredible feat underscores India’s growing reputation for mental agility and cognitive excellence on the global stage.

India isn’t just participating in global affairs—it’s shaping them. Whether it’s setting ethical AI standards, securing energy independence, leading in space exploration, or expanding defence partnerships, the country is making bold, strategic moves that solidify its role as a global leader.

As the world takes note of India’s rise, one thing is clear: this journey is just getting started.