Quoteଆନ୍ତର୍ଜାତୀୟ ପ୍ରଦର୍ଶନୀ ତଥା ସମ୍ମିଳନୀ କେନ୍ଦ୍ର (ଆଇଇସିସି) ସୌଧର ନାମ "ଭାରତ ମଣ୍ଡପମ୍‌”
Quoteଜି-୨୦ ମୁଦ୍ରା ଏବଂ ଜି-୨୦ ଡାକ ଟିକଟ ଉନ୍ମୋଚନ କରିଛନ୍ତି
Quote“ଭାରତର ସାମର୍ଥ୍ୟ ତଥା ଦେଶର ନୂତନ ଶକ୍ତି ପାଇଁ ଭାରତ ମଣ୍ଡପମ ଏକ ଆହ୍ୱାନ, ଏହା ଭାରତର ମହାନତା ଏବଂ ଶକ୍ତିର ନିଦର୍ଶନ ଅଟେ”
Quote“ଭଗବାନ୍ ବାସଭେଶ୍ୱରଙ୍କ ଅନୁଭବ ମଣ୍ଡପମ୍ ହେଉଛି ଭାରତ ମଣ୍ଡପମ୍ ନାମ ପଛର ପ୍ରେରଣା”
Quote“ସ୍ୱାଧୀନତାର ୭୫ ତମ ବାର୍ଷିକୀ ପାଳନ କରୁଥିବା ବେଳେ ଏହି ଭାରତ ମଣ୍ଡପମ୍‍ ହେଉଛି ଆମ ଗଣତନ୍ତ୍ର ପାଇଁ ଏକ ସୁନ୍ଦର ଉପହାର”
Quote“ଏକବିଂଶ ଶତାବ୍ଦୀରେ ଆମକୁ ଏକବିଂଶ ଶତାବ୍ଦୀ ପାଇଁ ଉପଯୁକ୍ତ ଭିତ୍ତିଭୂମି ର୍ନିମାଣ କରିବାକୁ ପଡିବ”
Quote“ଥିଙ୍କ୍‍ ବିଗ୍‌, ଡ୍ରିମ୍ ବିଗ୍‌, ଆକ୍ଟ ବିଗ୍ ନୀତି ସହ ଭାରତ ଆଗକୁ ବଢୁଛି”
Quote“ଭାରତର ବିକାଶ ଯାତ୍ରା ବର୍ତ୍ତମାନ ଅଟକି ନାହିଁ । ସରକାରଙ୍କ ତୃତୀୟ କାର୍ଯ୍ୟକାଳରେ ଭାରତ ବିଶ୍ୱର ଶ୍ରେଷ୍ଠ ତିନୋଟି ଅର୍ଥନୀତି ମଧ୍ୟରେ ସ୍ଥାନ ପାଇବ । ଏହା ହେଉଛି ମୋଦୀଙ୍କ ଗ୍ୟାରେଣ୍ଟି”
Quote“ଆମେ ଦେଶର ୫୦ ରୁ ଅଧିକ ସହରରେ ଜି -୨୦ ବୈଠକକୁ ନେଇ ଭାରତର ବିବିଧତା ପ୍ରଦର୍ଶନ କରିଛୁ”

ନମସ୍କାର,

ଏକ ଅଦ୍ଭୁତ ଦୃଶ୍ୟ ମୋ ସମ୍ମୁଖରେ ଅଛି । ହେଉଛି ଭବ୍ୟ, ହେଉଛି ବିରାଟ, ହେଉଛି ବିହଙ୍ଗମ । ଆଉ ଆଜିର ଏ ଯେଉଁ ଅବସର ଅଛି, ଏହା ପଛରେ ଯେଉଁ କଳ୍ପନା ରହିଛି, ଏବଂ ଆଜି ଆମ ଆଖି ସାମ୍ନାରେ ସେହି ସ୍ୱପ୍ନକୁ ସାକାର ହେଉଥିବା ଦେଖୁଛେ, ସେତେବେଳେ ମୋତେ ଏକ ପ୍ରସିଦ୍ଧ କବିତା ପଂକ୍ତି ଗୁଣୁଗୁଣେଇବାକୁ ଇଚ୍ଛା ହେଉଛି:-

ହେଉଛି ନୂଆ ସକାଳ, ହେଉଛି ନୂତନ କଥା, ହେଉଛି ନୂଆ କିରଣ, ଜ୍ୟୋତି ମଧ୍ୟ ନୂଆ ।

ନୂତନ ଉତ୍ସାହ, ନୂତନ ତରଙ୍ଗ, ହେଉଛି ନୂତନ ଆଶା, ପ୍ରଶ୍ୱାସ ମଧ୍ୟ ନୂଆ ।

ଉଠ ଏ ଧରାର ଅମର ସନ୍ତାନ, ପୁନଃ ନୂତନ ନିର୍ମାଣ କର ।

ଜନ- ଜନଙ୍କ ଜୀବନରେ ପୁଣି ନୂତନ ସ୍ଫୂର୍ତି, ନବ ପ୍ରାଣ ଭରି ଦିଅ ।

ଆଜିର ଏହି ଦିବ୍ୟ, ଏବଂ ଭବ୍ୟ ‘ଭାରତ ମଣ୍ଡପମ୍‌’ ତାହାକୁ ଦେଖି କରି ପ୍ରତ୍ୟେକ ଭାରତୀୟ ଖୁସିରେ ଭରି ଯାଇଛନ୍ତି, ଆନନ୍ଦିତ ହୋଇ ଉଠିଛନ୍ତି, ଆଉ ଗର୍ବ ଅନୁଭବ କରୁଛନ୍ତି । ‘ଭାରତ ମଣ୍ଡପମ୍‌’ ଆହ୍ୱାନ ହେଉଛି ଭାରତର ସାମର୍ଥ୍ୟର, ଭାରତର ନୂତନ ଉର୍ଜ୍ଜାର । ‘ଭାରତ ମଣ୍ଡପମ୍‌’ର ଦର୍ଶନ ହେଉଛି, ଭାରତର ଭବ୍ୟତାର ଏବଂ ଭାରତର ଇଚ୍ଛାଶକ୍ତିର । କରୋନା କଠିନ ସମୟରେ ଯେତେବେଳେ ଚାରିଆଡେ କାର୍ଯ୍ୟ ଅଟକି ଯାଇଥିଲା, ଆମ ଦେଶର ଶ୍ରମଜୀବୀମାନେ ଦିନ-ରାତି ପରିଶ୍ରମ କରି ଏହାର ନିର୍ମାଣ ସମ୍ପୂର୍ଣ୍ଣ କରିଛନ୍ତି ।

‘ଭାରତ ମଣ୍ଡପମ୍‌’ର ନିର୍ମାଣ ସହିତ ଜଡ଼ିତ ପ୍ରତ୍ୟେକ ଶ୍ରମିକ ଭାଇ- ଭଉଣୀମାନଙ୍କୁ, ପ୍ରତ୍ୟେକ କର୍ମଚାରୀଙ୍କୁ ଆଜି ପ୍ରକୃତରେ ହୃଦୟର ସହିତ ମୁଁ ଅଭିନନ୍ଦନ ଜଣାଉଛି, ସେମାନଙ୍କୁ ସାଧୁବାଦ ଜଣାଉଛି । ଆଜି ସକାଳେ ମୋତେ ଏହି ସମସ୍ତ ଶ୍ରମଜୀବୀମାନଙ୍କ ସହିତ ସାକ୍ଷାତ କରିବାର ସୁଯୋଗ ମିଳିଥିଲା, ଆମର ଏହି ଶ୍ରମିକ ବନ୍ଧୁମାନଙ୍କୁ ସମ୍ମାନିତ କରିବାର ସୌଭାଗ୍ୟ ମୋତେ ମିଳିଥିଲା । ଆଜି ସେମାନଙ୍କ ପରିଶ୍ରମ ଦେଖି, ସମଗ୍ର ଭାରତ ବିସ୍ମିତ ହୋଇ ଯାଇଛି, ଭାରତ ଚକିତ ହୋଇ ଯାଇଛି ।

ମୁଁ ରାଜଧାନୀ ଦିଲ୍ଲୀର ଲୋକମାନଙ୍କୁ, ଦେଶର ଲୋକମାନଙ୍କୁ ଏହି ନୂତନ ଆନ୍ତର୍ଜାତୀୟ ସମ୍ମିଳନୀ କେନ୍ଦ୍ର- ‘ଭାରତ ମଣ୍ଡପମ୍‌’ ପାଇଁ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି । ଏଠାକୁ ଦେଶର କୋଣ ଅନୁକୋଣରୁ ଅତିଥି ଆସିଛନ୍ତି, ମୁଁ ସେହି ସମସ୍ତଙ୍କୁ ହୃଦୟର ସହିତ ସ୍ୱାଗତ କରୁଛି । ଟିଭି ମାଧ୍ୟମରେ, ସାମାଜିକ ଗଣମାଧ୍ୟମରେ ଯେଉଁ କୋଟି- କୋଟି ଲୋକ ଏହି ସମୟରେ ଆମ ସହିତ ସାମିଲ ହୋଇଛନ୍ତି, ମୁଁ ସେମାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଉଛି ।

 

|

ସାଥୀଗଣ,

ଆଜିର ଦିନ ଏଭଳି ଭାବେ ମଧ୍ୟ ପ୍ରତ୍ୟେକ ଦେଶବାସୀଙ୍କ ପାଇଁ ହେଉଛି ବହୁତ ଐତିହାସିକ, ଆଜି ହେଉଛି କାରଗିଲ ବିଜୟ ଦିବସ । ଦେଶର ଶତ୍ରୁମାନେ ଯେଉଁ ଦୁଃସାହସ ଦେଖାଇଥିଲେ, ତାକୁ ମାଆ ଭାରତୀର ପୁଅ- ଝିଅମାନେ ନିଜ ପରାକ୍ରମରେ ପରାସ୍ତ କରି ଦେଇଥିଲେ । କାରଗିଲ ଯୁଦ୍ଧରେ ନିଜର ବଳୀଦାନ ଦେଇଥିବା ପ୍ରତ୍ୟେକ ବୀରମାନଙ୍କୁ ମୁଁ କୃତଜ୍ଞ ରାଷ୍ଟ୍ର ତରଫରୁ ଶ୍ରଦ୍ଧାଞ୍ଜଳୀ ଜଣାଉଛି ।

ସାଥୀଗଣ,

‘ଭାରତ ମଣ୍ଡପମ୍‌’ର ଏହି ନାମ ପଛରେ ଆଉ ଏବେ ଯେପରି ପିୟୂଷ ମହାଶୟ କହୁଥିଲେ, ଭଗବାନ ବସବେଶ୍ୱରଙ୍କ ‘ଅନୁଭବ ମଣ୍ଡପମ୍‌’ର ପ୍ରେରଣା ରହିଛି । ଅନୁଭବ ମଣ୍ଡପମ୍ ଅର୍ଥାତ ବିତର୍କ ଓ ଆଲୋଚନାର ଗଣତାନ୍ତ୍ରିକ ପଦ୍ଧତି, ଅନୁଭବ ମଣ୍ଡପମ୍ ଅର୍ଥାତ ଅଭିବ୍ୟକ୍ତି, ଅଭିମତ । ଆଜି ସମଗ୍ର ବିଶ୍ୱ ଏହା ସ୍ୱୀକାର କରି ସାରିଛି ଯେ, ଭାରତ ହେଉଛି ଗଣତନ୍ତ୍ରର ଜନନୀ । ତାମିଲନାଡ଼ୁର ଉତରାମେରୁରରେ ମିଳିଥିବା ଶିଳାଖଣ୍ଡରୁ ନେଇ ବୈଶାଳୀ ପର୍ଯ୍ୟନ୍ତ, ଭାରତର ଜୀବନ୍ତ ଗଣତନ୍ତ୍ର ଶତାବ୍ଦୀ ଶତାବ୍ଦୀ ଧରି ଆମର ଗୌରବ ହୋଇ ରହି ଆସିଛି ।

ଆଜି ଯେତେବେଳେ ଆମେ ସ୍ୱାଧୀନତାର 75 ବର୍ଷ ପୂରଣ ହେବା ପରେ ଅମୃତ ମହୋତ୍ସବ ପାଳନ କରୁଛେ, ସେତେବେଳେ ଏହି ‘ଭାରତ ମଣ୍ଡପମ୍‌’, ହେଉଛି ଆମ ଭାରତୀୟଙ୍କ ଦ୍ୱାରା ନିଜ ଗଣତନ୍ତ୍ରକୁ ଦିଆ ଯାଇଥିବା ଏକ ସୁନ୍ଦର ଉପହାର । କିଛି ସପ୍ତାହ ପରେ ହିଁ ଏଠାରେ G-20 ସହିତ ଜଡ଼ିତ ଆୟୋଜନ ହେବ, ବିଶ୍ୱର ବଡ଼- ବଡ଼ ଦେଶର ରାଷ୍ଟ୍ରମୁଖ୍ୟ ଏଠାରେ ଉପସ୍ଥିତ ହେବେ । ଭାରତର ବୃଦ୍ଧି ପାଉଥିବା ପଦକ୍ଷେପ ଏବଂ ଭାରତର ବୃଦ୍ଧି ପାଉଥିବା ମାନ୍ୟତା, ଏହି ଭବ୍ୟ ‘ଭାରତ ମଣ୍ଡପମ୍‌’ ଦ୍ୱାରା ସମଗ୍ର ବିଶ୍ୱ ଦେଖିବ ।

ସାଥୀଗଣ,

ଆଜି ସାରା ବିଶ୍ୱ ହେଉଛି ଅନ୍ତଃ- ସଂଯୁକ୍ତ, ହେଉଛି ଅନ୍ତଃ- ନିର୍ଭରଶୀଳ ଏବଂ ବୈଶ୍ୱିକ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ସମ୍ମିଳନୀର ଶୃଙ୍ଖଳ କ୍ରମାଗତ ଭାବେ ଜାରି ରହିଛି । ଏହି କାର୍ଯ୍ୟକ୍ରମ କେବେ ଗୋଟିଏ ଦେଶରେ ତ, ପୁଣି କେବେ ଅନ୍ୟ ଦେଶରେ ହୋଇଥାଏ । ଏଭଳି ଭାବେ ଭାରତରେ, ଦେଶର ରାଜଧାନୀ ଦିଲ୍ଲୀରେ, ଅନ୍ତରାଷ୍ଟ୍ରୀୟ ସ୍ତରର ଏକ ସମ୍ମିଳନୀ କେନ୍ଦ୍ର ରହିବା ବହୁତ ଆବଶ୍ୟକ ଥିଲା । ଏଠାରେ ଯେଉଁ ବ୍ୟବସ୍ଥା ଥିଲା, ଯେଉଁ କକ୍ଷ ସବୁ ଥିଲା, ତାହା ଅନେକ ଦଶକ ପୂର୍ବରୁ ଏଠାରେ ନିର୍ମାଣ ହୋଇଥିଲା । ବିଗତ ଶତାବ୍ଦୀର ସେହି ପୁରୁଣା ବ୍ୟବସ୍ଥା, ଏକବିଂଶ ଶତାବ୍ଦୀର ଭାରତ ସହିତ ପାଦ ମିଳାଇ ଚାଲି ପାରୁ ନ ଥିଲା । ଏକବିଂଶ ଶତାବ୍ଦୀର ଭାରତରେ ଆମକୁ ଏକବିଂଶ ଶତାବ୍ଦୀର ଆବଶ୍ୟକତା ଗୁଡ଼ିକୁ ପୂରଣ କରୁଥିବା ଭଳି ନିର୍ମାଣ କରିବାକୁ ହେବ ।

ଏଥିପାଇଁ ଏହି ଭବ୍ୟ ନିର୍ମାଣ, ଏହି ‘ଭାରତ ମଣ୍ଡପମ୍‌’ ଆଜି ମୋର ଦେଶବାସୀଙ୍କ ସାମ୍ନାରେ ଅଛି, ଆପଣମାନଙ୍କ ସାମ୍ନାରେ ଅଛି । ‘ଭାରତ ମଣ୍ଡପମ୍‌’ ଦେଶ- ବିଦେଶର ବଡ଼-ବଡ଼ ପ୍ରଦର୍ଶନକାରୀମାନଙ୍କୁ ସହାୟତା କରିବ । ‘ଭାରତ ମଣ୍ଡପମ୍‌’ ଦେଶରେ ସମ୍ମିଳନୀ, ପର୍ଯ୍ୟଟନ ସମ୍ମିଳନୀର ବହୁତ ବଡ଼ ମାଧ୍ୟମ ପାଲଟିବ । ‘ଭାରତ ମଣ୍ଡପମ୍‌’ ଆମର ଷ୍ଟାର୍ଟ ଅପ୍ସର ଶକ୍ତିକୁ ପ୍ରଦର୍ଶିତ କରିବାର ମାଧ୍ୟମ ପାଲଟିବ । ‘ଭାରତ ମଣ୍ଡପମ୍‌’ ଆମର ଚଳଚ୍ଚିତ୍ର ଜଗତ, ଆମର କଳାକାରଙ୍କର ପ୍ରଦର୍ଶନର ସାକ୍ଷୀ ପାଲଟିବ ।

‘ଭାରତ ମଣ୍ଡପମ୍‌’ ଆମର ହସ୍ତଶିଳ୍ପୀ ମାନଙ୍କର, କାରିଗର- ବୁଣାକାରମାନଙ୍କର ପରିଶ୍ରମକୁ ମଂଚ ପ୍ରଦାନ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହେବାକୁ ଯାଉଛି ଆଉ ‘ଭାରତ ମଣ୍ଡପମ୍‌’ ଆତ୍ମନିର୍ଭର ଭାରତ ଏବଂ ଭୋକାଲ ଫର୍ ଲୋକାଲ ଅଭିଯାନର ପ୍ରତିବିମ୍ବ ପାଲଟିବ । ଅର୍ଥାତ ଅର୍ଥନୀତିରୁ ନେଇ ଇକୋଲୋଜି ପର୍ଯ୍ୟନ୍ତ, ବ୍ୟବସାୟ ଠାରୁ ନେଇ ପ୍ରଯୁକ୍ତିବିଦ୍ୟା ପର୍ଯ୍ୟନ୍ତ, ଏଭଳି ପ୍ରତ୍ୟେକ ଆୟୋଜନ ପାଇଁ ଏହି ବିଶାଳ ପରିଶ୍ରମ ଆଉ ଏହି ବିଶାଳ ପରିସର, ଏହି ‘ଭାରତ ମଣ୍ଡପମ୍‌’ ବହୁତ ବଡ଼ ମଂଚ ପାଲଟିବ ।

 

|

ଭାରତ ମଣ୍ଡପମ୍ ଭଳି ଏହି ବ୍ୟବସ୍ଥାର ନିର୍ମାଣ ଅନେକ ଦଶକ ପୂର୍ବରୁ ହୋଇ ଯିବାର ଆବଶ୍ୟକ ଥିଲା । କିନ୍ତୁ ବୋଧହୁଏ ମୋତେ ଲାଗୁଛି, ବହୁତଗୁଡ଼ିଏ କାମ ମୋ ହାତରେ କରିବା ପାଇଁ ଲେଖା ହୋଇଛି । ଆଉ ଆମେ ଦେଖୁଛେ, ବିଶ୍ୱରେ କୌଣସି ଦେଶରେ ଯଦି ଗୋଟିଏ ଅଲମ୍ପିକ ସମ୍ମିଳନୀ ହୋଇଥାଏ, ସାରା ବିଶ୍ୱରେ ସେହି ଦେଶର ପ୍ରୋଫାଇଲ ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଥାଏ । ଆଜି ଏହି ବିଶ୍ୱରେ ଏହି ସମସ୍ତ କଥାର ମାହାତ୍ମ୍ୟ ବହୁତ ବଢ଼ି ଯାଇଛି ଆଉ ଦେଶର ପ୍ରୋଫାଇଲ ମଧ୍ୟ ବହୁତ ଗୁରୁତ୍ୱ ରଖିଥାଏ । ଆଉ ଏହିଭଳି ହିଁ ବ୍ୟବସ୍ଥାମାନ ହେଉଛି ଯାହା କିଛି ନା କିଛି ସେଥିରେ ମୂଲ୍ୟଯୁକ୍ତ କରିଥାଏ । କିନ୍ତୁ ଆମ ଦେଶରେ କିଛି ଭିନ୍ନ ଚିନ୍ତାଧାରାର ଲୋକ ମଧ୍ୟ ଅଛନ୍ତି । ନକରାତ୍ମକ ଚିନ୍ତାଧାରାର ଆମର ଏଠାରେ କୌଣସି ଅଭାବ ନାହିଁ । ଏହି ନିର୍ମାଣକୁ ରୋକିବା ପାଇଁ ମଧ୍ୟ ନକରାତ୍ମକ ଚିନ୍ତାଧାରା ଥିବା ଲୋକମାନେ କ’ଣ କ’ଣ ପ୍ରୟାସ କରି ନାହାଁନ୍ତି । ବହୁତ ତୋଫାନ ସୃଷ୍ଟି କରାଗଲା, ଅଦାଲତକୁ ଯିବାକୁ ପଡ଼ିଲା । କିନ୍ତୁ ଯେଉଁଠାରେ ସତ୍ୟ ଥାଏ, ସେଠାରେ ଈଶ୍ୱର ମଧ୍ୟ ରହି ଥାଆନ୍ତି । କିନ୍ତୁ ଏବେ ଏହି ସୁନ୍ଦର ପରିସର ଆପଣମାନଙ୍କ ଆଖି ସାମ୍ନାରେ ପ୍ରସ୍ତୁତ ଅଛି ।

ପ୍ରକୃତରେ, କିଛି ଲୋକମାନଙ୍କର ପ୍ରକୃତି ହୋଇଥାଏ, ପ୍ରତ୍ୟେକ ଭଲ କାର୍ଯ୍ୟକୁ ବନ୍ଦ କରିବା ପାଇଁ, ଅଟକାଇବା ପାଇଁ । ଏବେ ଆପଣମାନଙ୍କର ଏହା ମନେ ଥିବ ଯେତେବେଳେ କର୍ତବ୍ୟ ପଥ ନିର୍ମାଣ ହେଉଥିଲା ସେତେବେଳେ କ’ଣ କ’ଣ କେତେ କେତେ କଥା କୁହାଯାଉଥିଲା, ପ୍ରଥମ ପୃଷ୍ଠାରେ, ବ୍ରେକିଂ ନ୍ୟୁଜରେ କେତେ କ’ଣ ଚାଲୁଥିଲା । ଅଦାଲତରେ କେତେ କ’ଣ ମାମଲା ଉଠା ଯାଇଥିଲା । କିନ୍ତୁ ଏବେ କର୍ତବ୍ୟ ପଥ ପ୍ରସ୍ତୁତ ହୋଇଗଲା,  ସେହି ଲୋକମାନେ ଏବେ ଧିର କଣ୍ଠରେ କହୁଛନ୍ତି ଯେ କିଛି ଭଲ ହେଲା, ଦେଶର ଶୋଭା ବଢାଉଥିବା ଭଳି କାର୍ଯ୍ୟ ହୋଇଛି । ଆଉ ମୋର ବିଶ୍ୱାସ ଯେ କିଛି ସମୟ ପରେ ‘ଭାରତ ମଣ୍ଡପମ୍‌’ ପାଇଁ ସେହି ଗୋଷ୍ଠୀ ଖୋଲାଖୋଲି ଭାବେ କୁହନ୍ତୁ ଅବା ନ କୁହନ୍ତୁ, କିନ୍ତୁ ଭିତରେ ଭିତରେ ତ’ ସେମାନେ ସ୍ୱୀକାର କରିବେ ଆଉ ହୋଇପାରେ କୌଣସି ଏକ ସମାରୋହରେ ଏଠାକୁ ଭାଷଣ ଦେବାକୁ ଆସିଯିବେ ।

ବନ୍ଧୁଗଣ,

କୌଣସି ମଧ୍ୟ ଦେଶ ହେଉ, କୌଣସି ମଧ୍ୟ ସମାଜ ହେଉ, ସେମାନେ ଛୋଟ- ଛୋଟ କଥା ଚିନ୍ତା କରି, ଛୋଟ- ଛୋଟ କାମ କରି ଆଗକୁ ବଢ଼ି ପାରିବେ ନାହିଁ । ଆଜି ଏହି ସମ୍ମିଳନୀ କେନ୍ଦ୍ର, ଏହି ‘ଭାରତ ମଣ୍ଡପମ୍‌’ ହେଉଛି ଏହି କଥାର ମଧ୍ୟ ସାକ୍ଷୀ ଯେ ଆମ ସରକାର କିଭଳି ସାମଗ୍ରିକ ଭାବେ ବହୁତ ଦୂରଦୃଷ୍ଟି ସମ୍ପନ୍ନ ହୋଇ ଚିନ୍ତା କରି କାର୍ଯ୍ୟ କରୁଛନ୍ତି । ଏହିଭଳି କେନ୍ଦ୍ରଗୁଡ଼ିକୁ ଆସିବା ସହଜ ହେଉ, ଦେଶ- ବିଦେଶର ବଡ଼- ବଡ଼ କମ୍ପାନୀମାନେ ଏଠାକୁ ଆସି ପାରିବେ, ଏଥିପାଇଁ ଆଜି ଭାରତ 160 ରୁ ଅଧିକ ଦେଶକୁ ଇ-ସମ୍ମିଳନୀ ଭିସାର ସୁବିଧା ଦେଉଛି । ଅର୍ଥାତ କେବଳ ଏହି ନିର୍ମାଣ ଏଭଳି ନୁହେଁ, ସମଗ୍ର ଯୋଗାଣ ଶୃଙ୍ଖଳ, ବ୍ୟବସ୍ଥା ଶୃଙ୍ଖଳ ଏହାର ବ୍ୟବସ୍ଥା ମଧ୍ୟରେ ଅଛି ।

2014 ରେ ଦିଲ୍ଲୀ ବିମାନବନ୍ଦରର କ୍ଷମତା ମଧ୍ୟ ବାର୍ଷିକ ପ୍ରାୟ 5 କୋଟି ଯାତ୍ରୀଙ୍କ ପାଇଁ ରହିଥିଲା। ଆଜି ଏହା ମଧ୍ୟ ବୃଦ୍ଧି ପାଇ ବାର୍ଷିକ ସାଢ଼େ 7 କୋଟି ଯାତ୍ରୀଙ୍କ ପାଇଁ ହୋଇ ଯାଇଛି । ଟର୍ମିନାଲ-2 ଅବା ଚତୁର୍ଥ ରନ-ୱେ ମଧ୍ୟ ଆରମ୍ଭ ହୋଇ ସାରିଛି । ଗ୍ରେଟର ନୋଏଡ଼ାର ଜେବରରେ ଅନ୍ତର୍ଜାତୀୟ ବିମାନବନ୍ଦର ଆରମ୍ଭ ହେବା ପରେ ଏହାକୁ ଆହୁରି ଶକ୍ତି ମିଳିବ । ବିଗତ ବର୍ଷରେ ଦିଲ୍ଲୀ- ଏନସିଆରରେ ହୋଟେଲ ଶିଳ୍ପ ମଧ୍ୟ ବହୁତ ସମ୍ପ୍ରସାରିତ ହୋଇଛି । ଅର୍ଥାତ ସମ୍ମିଳନୀ ପର୍ଯ୍ୟଟନ ପାଇଁ ମଧ୍ୟ ଏକ ସମ୍ପୂର୍ଣ୍ଣ ଇକୋ ସିଷ୍ଟମ ପ୍ରସ୍ତୁତ କରିବାରେ ଆମେ ସମଗ୍ର ଯୋଜନା ସହିତ ପ୍ରୟାସ କରିଛୁ ।

ସାଥୀଗଣ,

ଏହା ବ୍ୟତୀତ ମଧ୍ୟ ଏଠାରେ ରାଜଧାନୀ ଦିଲ୍ଲୀରେ ବିଗତ ବର୍ଷମାନଙ୍କରେ ଯେଉଁ ନିର୍ମାଣ ହୋଇଛି ତାହା ଦେଶର ଗୌରବ ବୃଦ୍ଧି କରୁଛି । କୌଣସି ଭାରତୀୟ ନ ଥିବେ, ଯେଉଁମାନଙ୍କର ମୁଣ୍ଡ ଦେଶର ନୂତନ ସଂସଦ ଭବନ ଦେଖି ଗର୍ବରେ ଉଚ୍ଚ ହେଉ ନ ଥିବ । ଆଜି ଦିଲ୍ଲୀରେ ଜାତୀୟ ସମର ସ୍ମାରକୀ ହେଉ, ପୁଲିସ ସ୍ମାରକୀ ହେଉ, ବାବା ସାହେବ ଆମ୍ବେଦକର ସ୍ମାରକୀ ହେଉ । ଆଜି କର୍ତବ୍ୟ ପଥର ଆଖପାଖରେ ସରକାରଙ୍କର ଆଧୁନିକ କାର୍ଯ୍ୟାଳୟଗୁଡ଼ିକ, ଦପ୍ତର, ତାହା ଉପରେ ବହୁତ ଦ୍ରୁତ ଗତିରେ କାର୍ଯ୍ୟ ଚାଲୁ ରହିଛି । ଆମକୁ କାର୍ଯ୍ୟ ସଂସ୍କୃତି ମଧ୍ୟ ବଦଳାଇବାର ଅଛି, କାର୍ଯ୍ୟ ବାତାବରଣ ମଧ୍ୟ ବଦଳାଇବାର ଅଛି ।

ଆପଣ ସମସ୍ତେ ଦେଖିଥିବେ, ପ୍ରଧାନମନ୍ତ୍ରୀ ସଂଗ୍ରହାଳୟରେ ଆଜିର ନୂତନ ପିଢ଼ୀକୁ ଦେଶର ସମସ୍ତ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିଷୟରେ ଜାଣିବାର ସୁଯୋଗ ମିଳୁଛି । ଖୁବ୍ ଶୀଘ୍ର ହିଁ ଦିଲ୍ଲୀରେ, ଆଉ ଏହା ମଧ୍ୟ ଆପଣମାନେ ଜାଣି ଖୁସି ହେବେ, ବିଶ୍ୱ ପାଇଁ ମଧ୍ୟ ଖୁସି ଖବର ହେବ, ଅତିଶୀଘ୍ର ଦିଲ୍ଲୀରେ ବିଶ୍ୱର ସବୁଠାରୁ ବଡ଼ ଆଉ ଯେତେବେଳେ ମୁଁ କହୁଛି ବିଶ୍ୱର ସବୁଠାରୁ ବଡ଼ ଅର୍ଥାତ ଏଇ ଯୁଗରେ ପୃଥିବୀର ସବୁଠାରୁ ବଡ଼ ସଂଗ୍ରହାଳୟ ଭାରତରେ ମଧ୍ୟ ନିର୍ମାଣ ହେବାକୁ ଯାଉଛି ।

 

|

ସାଥୀଗଣ,

ଆଜି ସମଗ୍ର ବିଶ୍ୱ ଭାରତ ଆଡ଼କୁ ଦେଖୁଛି । ଭାରତ ଆଜି ତାହା ହାସଲ କରୁଛି, ଯାହା ପୂର୍ବରୁ ଅକଳ୍ପନୀୟ ଥିଲା, କେହି ଚିନ୍ତା ମଧ୍ୟ କରି ନ ଥିଲେ । ବିକଶିତ ହେବା ପାଇଁ ଆମକୁ ବଡ଼ ଚିନ୍ତା ମଧ୍ୟ କରିବାକୁ ହେବ, ବଡ଼ ଲକ୍ଷ୍ୟ ହାସଲ କରିବାକୁ ହେବ । ଏଥିପାଇଁ ‘ବଡ଼ ଚିନ୍ତା କରନ୍ତୁ, ବଡ଼ ସ୍ୱପ୍ନ ଦେଖନ୍ତୁ, ବହୁତ କିଛି କରନ୍ତୁ’ ଏହି ସିଦ୍ଧାନ୍ତକୁ ଆପଣାଇ ଭାରତ ଆଜି ଦ୍ରୁତ ଗତିରେ ଆଗକୁ ବଢ଼ୁଛି । ଆଉ ଏହା ମଧ୍ୟ କୁହାଯାଇଛି ଯେ- ଏତେ ଉପରକୁ ଉଠ ଯେ, ଯେତେ ଉଚ୍ଚରେ ଆକାଶ ଅଛି । ଆମେ ପୂର୍ବରୁ ବଡ଼ ନିର୍ମାଣ କରିଛେ, ଆମେ ପୂର୍ବ ଅପେକ୍ଷା ଉନ୍ନତ ନିର୍ମାଣ କରୁଛେ, ଆମେ ପୂର୍ବ ଅପେକ୍ଷା ଦ୍ରୁତ ଗତିରେ ନିର୍ମାଣ କରୁଛେ ।

ପୂର୍ବରୁ ନେଇ ପଶ୍ଚିମ ପର୍ଯ୍ୟନ୍ତ, ଉତରରୁ ନେଇ ଦକ୍ଷିଣ ପର୍ଯ୍ୟନ୍ତ, ଭାରତର ଭିତିଭୂମି ବଦଳୁଛି । ବିଶ୍ୱର ସର୍ବବୃହତ ସୌର ପବନ ପାର୍କ ଆଜି ଭାରତରେ ନିର୍ମାଣ ହେଉଛି । ବିଶ୍ୱର ସବୁଠାରୁ ଉଚ୍ଚ ରେଳ ସେତୁ ଆଜି ଭାରତରେ ରହିଛି । 10 ହଜାର ଫୁଟରୁ ଅଧିକ ଉଚ୍ଚତା ବିଶିଷ୍ଟ ବିଶ୍ୱର ସବୁଠାରୁ ଦୀର୍ଘ ସୁଢ଼ଙ୍ଗ ଆଜି ମଧ୍ୟ ଭାରତରେ ଅଛି । ବିଶ୍ୱର ସବୁଠାରୁ ଉଚ୍ଚ ମୋଟରଚାଳିତ ସଡ଼କ ପଥ ମଧ୍ୟ ଆଜି ଭାରତରେ ଅଛି । ବିଶ୍ୱର ସବୁଠାରୁ ବଡ଼ କ୍ରିକେଟ ଷ୍ଟାଡିୟମ ଆଜି ଭାରତରେ ଅଛି । ବିଶ୍ୱର ସର୍ବୋଚ୍ଚ ପ୍ରତିମା ଆଜି ଭାରତରେ ଅଛି । ଏସିଆର ଦ୍ୱିତୀୟ ସର୍ବବୃହତ ରେଳ- ପଥ ସେତୁ ମଧ୍ୟ ଭାରତରେ ଅଛି । ଆଜି ଭାରତ ବିଶ୍ୱର ସେହି ଦେଶଗୁଡ଼ିକ ମଧ୍ୟରେ ଅଛି, ଯେଉଁଠାରେ ଗ୍ରୀନ ହାଇଡ୍ରୋଜେନ ଉପରେ ଏତେ ବ୍ୟାପକ ସ୍ତରରେ କାର୍ଯ୍ୟ ହେଉଛି ।

ସାଥୀଗଣ,

ଆଜି ଆମ ସରକାରର ଏହି କାର୍ଯ୍ୟକାଳ ଏବଂ ବିଗତ କାର୍ଯ୍ୟକାଳକୁ ସାରା ଦେଶ ଦେଖୁଛି । ଆଜି ଦେଶର ବିଶ୍ୱାସ ଦୃଢ଼ ହୋଇ ଯାଇଛି ଯେ ଏବେ ଭାରତର ବିକାଶ ଯାତ୍ରା ଆଉ ଅଟକିବା ଭଳି ନୁହେଁ । ଆପଣମାନେ ଜାଣିଛନ୍ତି ଯେ ଆମର ପ୍ରଥମ କାର୍ଯ୍ୟକାଳର ଶୁଭାରମ୍ଭରେ ଭାରତ, ବିଶ୍ୱ ଅର୍ଥନୀତିରେ ଦଶମ ସ୍ଥାନରେ ଥିଲା । ଯେତେବେଳେ ମୋତେ ଆପଣମାନେ ଆଜି କାର୍ଯ୍ୟ କରିବାକୁ ଦେଇଛନ୍ତି, ସେତେବେଳେ ଦଶ ନମ୍ବରରେ ଥିଲୁ । ଦ୍ୱିତୀୟ କାର୍ଯ୍ୟକାଳ ମଧ୍ୟରେ ଆଜି ଭାରତ ବିଶ୍ୱର ପଂଚମ ସର୍ବବୃହତ ଅର୍ଥନୀତି ହୋଇ ପାରିଛି । ଆଉ ଏହି ଟ୍ରାକ ରେକର୍ଡ ଆଧାରରେ, କେବଳ କଥା- କଥାରେ ନୁହେଁ, ଟ୍ରାକ ରେକର୍ଡ ଆଧାରରେ ମୁଁ କହୁଛି ।

ମୁଁ ଦେଶକୁ ଏହା ମଧ୍ୟ ବିଶ୍ୱାସ ଦେବାକୁ ଚାହୁଁଛି ଯେ ତୃତୀୟ କାର୍ଯ୍ୟକାଳରେ, ବିଶ୍ୱର ପ୍ରଥମ ତିନୋଟି ଅର୍ଥନୀତି ମଧ୍ୟରେ ଗୋଟିଏ ନାମ ଭାରତର ରହିବ । ଅର୍ଥାତ, ତୃତୀୟ କାର୍ଯ୍ୟକାଳରେ ପ୍ରଥମ ତିନୋଟି ଅର୍ଥନୀତିରେ, ମୁଁ ଗର୍ବର ସହିତ କହୁଛି ହିନ୍ଦୁସ୍ତାନ ନିଶ୍ଚୟ ଦୃଢ଼ ଭାବରେ ଠିଆ ହେବ ବନ୍ଧୁଗଣ । ତୃତୀୟ କାର୍ଯ୍ୟକାଳ- ଶ୍ରେଷ୍ଠ ତିନି ଅର୍ଥବ୍ୟବସ୍ଥାରେ ଭାରତ ପହଂଚି ଯାଇ ପାରିବ, ଏହା ହେଉଛି ମୋଦୀର ଗ୍ୟାରେଂଟି । ମୁଁ ଦେଶବାସୀଙ୍କୁ ଏହା ମଧ୍ୟ ବିଶ୍ୱାସ ଦେଉଛି ଯେ 2024 ପରେ ଆମର ତୃତୀୟ କାର୍ଯ୍ୟକାଳରେ, ଦେଶର ବିକାଶ ଯାତ୍ରା ଆହୁରି ଦ୍ରୁତ ଗତିରେ ବଢ଼ିବ । ଆଉ ଆମର ତୃତୀୟ କାର୍ଯ୍ୟକାଳରେ ଆପଣମାନେ ନିଜର ସ୍ୱପ୍ନ, ନିଜର ଆଖି ଆଗରେ ପୂରଣ ହେଉଥିବାର ଦେଖିବେ ।

ସାଥୀଗଣ,

ଆଜି ଭାରତରେ ନବ ନିର୍ମାଣର ବିପ୍ଳବ ଚାଲୁ ରହିଛି । ବିଗତ 9 ବର୍ଷରେ ଭାରତରେ ଆଧୁନିକ ଭିତିଭୂମିର ନିର୍ମାଣ ପାଇଁ ପାଖାପାଖି 34 ଲକ୍ଷ କୋଟି ଟଙ୍କା ବ୍ୟୟ କରାଯାଇଛି । ଚଳିତ ବର୍ଷର ବଜେଟରେ ମଧ୍ୟ କ୍ୟାପିଟାଲ ବ୍ୟୟ 10 ଲକ୍ଷ କୋଟି ଟଙ୍କା ରଖାଯାଇଛି । ନୂତନ ବିମାନବନ୍ଦର, ନୂତନ ଏକ୍ସପ୍ରେସ-ୱେ, ନୂତନ ରେଳପଥ, ନୂତନ ସେତୁ, ନୂତନ ହସ୍ପାତାଳ, ଆଜି ଭାରତ ଯେଉଁ ଗତି ଏବଂ ମାପରେ କାର୍ଯ୍ୟ କରୁଛି, ତାହା ହେଉଛି ବାସ୍ତବରେ ଅଦ୍ଭୂତପୂର୍ବ ।

70 ବର୍ଷରେ, ଏହା ମୁଁ ଆଉ କାହାର ସମାଲୋଚନା କରିବା ପାଇଁ କହୁ ନାହିଁ, ବରଂ ହିସାବ-କିତାବ ପାଇଁ କିଛି ଉଦାହରଣ ଜରୁରୀ ହୋଇଥାଏ । ଆଉ ଏଥିପାଇଁ ମୁଁ ସେହି ଉଦାହରଣ ଆଧାରରେ କହୁଛି । 70 ବର୍ଷରେ ଭାରତରେ କେବଳ 20 ହଜାର କିଲୋମିଟର ପାଖାପାଖି ରେଳ ଲାଇନର ବିଦ୍ୟୁତୀକରଣ ହୋଇଥିଲା । ଯେତେବେଳେ କି ବିଗତ 9 ବର୍ଷରେ ଭାରତରେ ପ୍ରାୟ 40 ହଜାର କିଲୋମିଟର ପାଖାପାଖି ରେଳ ଲାଇନର ବିଦ୍ୟୁତୀକରଣ ହୋଇଛି । 0214 ପୂର୍ବରୁ ଦେଶରେ ପ୍ରତ୍ୟେକ ମାସରେ କେବଳ 600 ମିଟର, କିଲୋମିଟର ବୋଲି ଭାବନ୍ତୁ ନାହିଁ, କେବଳ 600 ମିଟର ନୂତନ ମେଟ୍ରୋ ଲାଇନ ବିଛା ଯାଉଥିଲା । ଆଜି ଭାରତରେ ପ୍ରତ୍ୟେକ ମାସରେ 6 କିଲୋମିଟର ନୂତନ ମେଟ୍ରୋ ଲାଇନ ବିଛାଇବାର କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଉଛି ।

2014 ପୂର୍ବରୁ ଦେଶରେ 4 ଲକ୍ଷ କିଲୋମିଟରରୁ ମଧ୍ୟ କମ୍ ଗ୍ରାମୀଣ ସଡ଼କ ଥିଲା । ଆଜି ଦେଶରେ ସାତ ଶହ ପଚିଶି ଲକ୍ଷ କିଲୋମିଟରରୁ ଅଧିକ ଗ୍ରାମୀଣ ସଡ଼କ ରହିଛି ।  2014 ପୂର୍ବରୁ ଦେଶରେ ପ୍ରାୟ 70 ଟି ବିମାନବନ୍ଦର ଥିଲା । ଆଜି ଦେଶରେ ବିମାନବନ୍ଦରର ସଂଖ୍ୟା ପାଖାପାଖି 150 ରେ ପହଂଚି ସାରିଛି । 2014 ପୂର୍ବରୁ ଦେଶରେ ସିଟି ଗ୍ୟାସ ବିତରଣ ବ୍ୟବସ୍ଥା କେବଳ 60 ଟି ସହରରେ ଥିଲା । ଏବେ ଦେଶରେ ସିଟି ଗ୍ୟାସ ବିତରଣ ବ୍ୟବସ୍ଥା 600ରୁ ମଧ୍ୟ ଅଧିକ ସହରରେ ପହଂଚି ସାରିଛି ।

 

|

ସାଥୀଗଣ,

ବଦଳୁଥିବା ଭାରତ ଆଜି ପୁରୁଣା ଆହ୍ୱାନକୁ ସମାପ୍ତ କରି ଆଗକୁ ଅଗ୍ରସର ହେଉଛି । ପ୍ରତ୍ୟେକ ସମସ୍ୟା ଗୁଡ଼ିକର ସ୍ଥାୟୀ ସମାଧାନ ଉପରେ, ସ୍ଥାୟୀ ସମାଧାନ ଉପରେ ମଧ୍ୟ ଗୁରୁତ୍ୱ ଦେଉଛି । ଆଉ ଏହାର ଏକ ଉଦାହରଣ ମଧ୍ୟ ହେଉଛି ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ । ଏଠାରେ ଉଦ୍ୟୋଗ ଜଗତର ବନ୍ଧୁମାନେ ବସିଛନ୍ତି, ମୁଁ ଚାହୁଁଛି ଯେ ଆପଣମାନେ ଯାଇ ସେହି ପୋର୍ଟାଲକୁ ଦେଖନ୍ତୁ । ଦେଶରେ ରେଳପଥ ଭଳି ଭୌତିକ ଭିତିଭୂମି ପାଇଁ, ସ୍କୁଲ ନିର୍ମାଣ ହେଉ, ହସ୍ପାତାଳ ନିର୍ମାଣ ହେଉ, ଏଭଳି ସାମାଜିକ ଭିତିଭୂମି ପାଇଁ, ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ଏକ ବହୁତ ବଡ଼ ପରିବର୍ତନକାରୀ ମାଧ୍ୟମ ସାବ୍ୟସ୍ତ ହେବାକୁ ଯାଉଛି । ଏଥିରେ ଭିନ୍ନ- ଭିନ୍ନ ସ୍ତରରେ 1600 ରୁ ଅଧିକ ଭିନ୍ନ- ଭିନ୍ନ ସ୍ତରର ଡାଟା ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଏହା ମଧ୍ୟକୁ ଅଣାଯାଇଛି । ଏହି ପ୍ରୟାସ ରହିଛି ଯେ ଦେଶର ଅର୍ଥ ଏବଂ ଦେଶର ସମୟ ପୂର୍ବଭଳି ନଷ୍ଟ ନ ହେଉ ।

ସାଥୀଗଣ,

ଆଜି ଭାରତ ସମ୍ମୁଖରେ ବହୁତ ବଡ଼ ସୁଯୋଗ ରହିଛି । ଆଜିଠାରୁ ଶହେ ବର୍ଷ ପୂର୍ବେ, ମୁଁ ଗତ ଶତାବ୍ଦୀର କଥା କହୁଛି, ଆଜିଠାରୁ ଶହେ ବର୍ଷ ପୂର୍ବେ, ଯେତେବେଳେ ଭାରତ ସ୍ୱାଧୀନତାର ଲଢ଼େଇ ଲଢ଼ୁଥିଲା, ସେତେବେଳେ ତାହା ବିଗତ ଶତାବ୍ଦୀର ତୃତୀୟ ଦଶକ ଥିଲା, ମୁଁ ଆପଣମାନଙ୍କ ଧ୍ୟାନ ଆକର୍ଷଣ କରିବାକୁ ଚାହୁଁଛି । 1923-1930ର ସେହି କାଳଖଣ୍ଡକୁ ମନେ ପକାନ୍ତୁ, ବିଗତ ଶତାବ୍ଦୀର ତୃତୀୟ ଦଶକ ଭାରତର ସ୍ୱାଧୀନତା ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା । ସେହିପରି ଏକବିଂଶ ଶତାବ୍ଦୀର ଏହି ତୃତୀୟ ଦଶକ ମଧ୍ୟ ହେଉଛି ସେତିକି ଗୁରୁତ୍ୱପୂର୍ଣ୍ଣ ।

ବିଗତ ଶତାବ୍ଦୀର ତୃତୀୟ ଦଶକରେ ଯେଉଁ ଆହ୍ୱାନ ଥିଲା, ଲକ୍ଷ୍ୟ ଥିଲା ସ୍ୱରାଜ୍ୟର, ଆଜିର ଲକ୍ଷ୍ୟ ହେଉଛି ସମୃଦ୍ଧ ଭାରତର, ବିକଶିତ ଭାରତ ନିର୍ମାଣ କରିବାର । ସେହି ତୃତୀୟ ଦଶକରେ ଦେଶ ସ୍ୱାଧୀନତା ପାଇଁ ବାହାରି ପଡ଼ିଥିଲା, ଦେଶର କୋଣ- ଅନୁକୋଣରେ ସ୍ୱାଧୀନତାର ସ୍ୱର ଶୁଣିବାକୁ ମିଳୁଥିଲା । ସ୍ୱରାଜ ଆନ୍ଦୋଳନର ସମସ୍ତ ଧାରା, ସମସ୍ତ ବିଚାର, ସେ ବିପ୍ଳବର ମାର୍ଗ ହେଉ, ଅବା ଅସହଯୋଗର ମାର୍ଗ ହେଉ, ସମସ୍ତ ମାର୍ଗ ପୂର୍ଣ୍ଣ ରୂପରେ ସଚେତନ ଥିଲେ, ଉର୍ଜ୍ଜାରେ ଭରପୂର ହୋଇ ରହିଥିଲେ, ଏହାର ପରିଣାମ ଥିଲା ଯେ ଏହାର 25 ବର୍ଷ ମଧ୍ୟରେ ଭାରତ ସ୍ୱାଧୀନ ଦେଶ ହୋଇଗଲା, ଆମର ସ୍ୱାଧୀନତାର ସ୍ୱପ୍ନ ସାକାର ହେଲା । ଆଉ ଚଳିତ ଶତାବ୍ଦୀର ଏହି ତୃତୀୟ ଦଶକରେ ଆମ ସାମ୍ନାରେ ଆଗାମୀ 25 ବର୍ଷର ଲକ୍ଷ୍ୟ ରହିଛି । ଆମେ ସାମର୍ଥ ଭାରତର ସ୍ୱପ୍ନ ନେଇ, ବିକଶିତ ଭାରତର ସ୍ୱପ୍ନ ନେଇ ବାହାରି ପଡ଼ିଛୁ । ଆମ୍ଭମାନଙ୍କୁ, ଭାରତକୁ ସେହି ଶୀଖରକୁ ନେବାର ଅଛି, ସେହି ସଫଳତାରେ ପହଂଚାଇବାର ଅଛି, ଯେଉଁ ସ୍ୱପ୍ନ ପ୍ରତ୍ୟେକ ପ୍ରତ୍ୟେକ ସ୍ୱାଧୀନତା ସଂଗ୍ରାମୀମାନେ ଦେଖିଥିଲେ ।

ଆମକୁ ଏହି ସଂକଳ୍ପକୁ ସିଦ୍ଧି କରିବା ପାଇଁ ସମସ୍ତ ଦେଶବାସୀ, 140 କୋଟି ହିନ୍ଦୁସ୍ତାନୀ ଦିନ- ରାତି ଏକ କରି ଦେବାର ଅଛି । ଆଉ ସାଥୀଗଣ, ମୁଁ ଅନୁଭବରୁ କହୁଛି, ମୁଁ ଗୋଟିଏ କଥା ଗୋଟିଏ ସଫଳତାକୁ ନିଜ ଆଖି ଆଗରେ ଦେଖିଛି । ମୁଁ ଦେଶର ଶକ୍ତିକୁ ଭଲଭାବେ ବୁଝିଛି, ଦେଶର ସାମର୍ଥ୍ୟକୁ ଜାଣିଛି ଆଉ ତାହାର ଆଧାର ଉପରେ ମଧ୍ୟ କହୁଛି, ବଡ଼ ବିଶ୍ୱାସର ସହିତ କହୁଛି, ଭାରତ ମଣ୍ଡପମ୍‌ରେ ଠିଆ ହୋଇ ଏହି ସୁଯୋଗ୍ୟ ଜନତାଙ୍କ ସାମ୍ନରେ କହୁଛି ଭାରତ ବିକଶିତ ହୋଇ ପାରିବ, ଅବଶ୍ୟ ହୋଇ ପାରିବ । ଭାରତ ଦାରିଦ୍ର‌୍ୟ ଦୂର କରିପାରିବ, ନିଶ୍ଚିତ ଦୂର କରିପାରିବ । ଆଉ ମୋର ଏହି ବିଶ୍ୱାସ ପଛରେ ଯେଉଁ ଆଧାର ଅଛି, ତାହା ମଧ୍ୟ ମୁଁ ଆଜି ଆପଣମାନଙ୍କୁ କହିବାକୁ ଚାହୁଁଛି ।

ନୀତି ଆୟୋଗର ରିପୋର୍ଟ ସାମ୍ନାକୁ ଆସିଛି ଯେ ଭାରତରେ କେବଳ 5 ବର୍ଷରେ ସାଢ଼େ 13 କୋଟି ଲୋକ ଦାରିଦ୍ର‌୍ୟରୁ ବାହାରିଛନ୍ତି । ଆଉ ମଧ୍ୟ ଅନ୍ତରାଷ୍ଟ୍ରୀୟ ସଂସ୍ଥା ଗୁଡ଼ିକ ଏହା ମଧ୍ୟ କହିଛନ୍ତି ଯେ ଭାରତରେ ଅତି ଦରିଦ୍ର, ଯେଉଁମାନେ ଅତି ଗରିବ ଅଛନ୍ତି, ତାହା ଶେଷ ହେବା ଉପରେ ରହିଛି । ଅର୍ଥାତ ବିଗତ 9 ବର୍ଷରେ ଦେଶ ଯେଉଁ ନୀତିଗୁଡ଼ିକ ପ୍ରସ୍ତୁତ କରିଛି, ଯେଉଁ ନିଷ୍ପତି ନେଇଛି, ତାହା ଦେଶକୁ ସଠିକ ପଥରେ ନେଇ ଚାଲିଛି ।

ସାଥୀଗଣ,

ଦେଶର ବିକାଶ ସେତେବେଳେ ହୋଇ ପାରିବ, ଯେତେବେଳେ ଉଦ୍ଦେଶ୍ୟ ସ୍ପଷ୍ଟ ରହିବ, ସଠିକ ନୀତି ରହିବ, ଦେଶରେ ସାର୍ଥକ ପରିବର୍ତନ ଆଣିବା ପାଇଁ ଉପଯୁକ୍ତ ନୀତି ରହିବ । ଭାରତର ଅଧ୍ୟକ୍ଷତା ସମୟରେ, ସାରା ଦେଶରେ ଅନୁଷ୍ଠିତ ହେଉଥିବା G-20 ର ଆୟୋଜନ ମଧ୍ୟ ହେଉଛି ଏହାର ଏକ ପ୍ରେରକ ଉଦାହରଣ । ଆମେ G-20କୁ କେବଳ ଏକ ସହର, ଏକ ସ୍ଥାନ ପର୍ଯ୍ୟନ୍ତ ସୀମିତ ରଖି ନାହୁଁ । ଆମେ G-20 ର ବୈଠକ ଗୁଡ଼ିକୁ ଦେଶର ପ୍ରାୟ 50ରୁ ଅଧିକ ସହରକୁ ନେଇ ଯାଇଛୁ । ଆମେ ଏହା ମାଧ୍ୟମରେ ଭାରତର ବିବିଧତାକୁ ପ୍ରଦର୍ଶନ କରିଛୁ । ଆମେ ବିଶ୍ୱକୁ ଦେଖାଇ ଦେଇଛୁ ଯେ ଭାରତର ସାଂସ୍କୃତିକ ଶକ୍ତି ହେଉଛି କ’ଣ, ଭାରତର ପରମ୍ପରା ହେଉଛି କ’ଣ । ବିବିଧତା ଗୁଡ଼ିକ ମଧ୍ୟରେ ଭାରତ କିଭଳି ଭାବେ ପ୍ରଗତି କରୁଛି । ଭାରତ କିଭଳି ଭାବେ ବିବିଧତାକୁ ପାଳନ କରୁଛି ।

ଆଜି ସାରା ବିଶ୍ୱର ଲୋକ ଏହି ଆୟୋଜନରେ ଅଂଶଗ୍ରହଣ କରିବା ପାଇଁ ଭାରତ ଆସୁଛନ୍ତି । G-20ର ବୈଠକ ପାଇଁ ଅନେକ ସହରଗୁଡ଼ିକରେ ନୂଆ- ନୂଆ ସୁବିଧାମାନ ନିର୍ମାଣ ହେଲା, ପୁରୁଣା ସୁବିଧାଗୁଡ଼ିକର ଆଧୁନିକୀକରଣ ହେଲା, ଏହାଦ୍ୱାରା ଦେଶକୁ ଲାଭ ମିଳିଲା, ଦେଶର ଲୋକଙ୍କୁ ଲାଭ ହେଲା । ଆଉ ଏହା ତ ହେଉଛି ସୁଶାସନ, ଏହା ହିଁ ହେଉଛି ସୁଶାସନ । ଦେଶ ପ୍ରଥମ, ନାଗରିକ ପ୍ରଥମର ଭାବନାରେ ଆଗେଇ ଚାଲି ଆମେ ଭାରତକୁ ବିକଶିତ ଭାରତ କରିବାକୁ ଯାଉଛୁ ।

ସାଥୀଗଣ,

ଏହି ଗୁରୁତ୍ୱପୂର୍ଣ୍ଣ ଅବସରରେ ଆପଣ ସମସ୍ତଙ୍କର ଏଠାକୁ ଆସିବା, ଏହା ହେଉଛି ନିଜକୁ ନିଜ ମଧ୍ୟରେ ଆପଣମାନଙ୍କ ହୃଦୟର କୋଣରେ ମଧ୍ୟ ଭାରତ ପାଇଁ ଯେଉଁ ସ୍ୱପ୍ନ ରହିଛି, ସେହି ସ୍ୱପ୍ନକୁ ଉର୍ବରକ- ପାଣି ଦେବା ଭଳି ଏହା ହେଉଛି ସୁଯୋଗ ଆଜ୍ଞା । ପୁଣିଥରେ ଭାରତ ମଣ୍ଡପମ୍ ଭଳି ଭବ୍ୟ ସୁବିଧା ପାଇଁ ଦିଲ୍ଲୀର ଲୋକମାନଙ୍କୁ, ଦେଶର ଲୋକମାନଙ୍କୁ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି । ଆଉ ଏତେ ବଡ଼ ସଂଖ୍ୟାରେ ଆପଣମାନେ ଆସିଲେ, ମୁଁ ଆପଣମାନଙ୍କୁ ପୁଣିଥରେ ସ୍ୱାଗତ ଏବଂ ଅଭିନନ୍ଦନ ଜଣାଉଛି ।

ଧନ୍ୟବାଦ ।

 

  • krishangopal sharma Bjp January 16, 2025

    नमो नमो 🙏 जय भाजपा 🙏🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷
  • krishangopal sharma Bjp January 16, 2025

    नमो नमो 🙏 जय भाजपा 🙏🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌷🌹🌷🌹🌷🌹🌷🌹🌷
  • krishangopal sharma Bjp January 16, 2025

    नमो नमो 🙏 जय भाजपा 🙏🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷
  • krishangopal sharma Bjp January 16, 2025

    नमो नमो 🙏 जय भाजपा 🙏🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹
  • krishangopal sharma Bjp January 16, 2025

    नमो नमो 🙏 जय भाजपा 🙏🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷
  • कृष्ण सिंह राजपुरोहित भाजपा विधान सभा गुड़ामा लानी November 21, 2024

    जय श्री राम 🚩 वन्दे मातरम् जय भाजपा विजय भाजपा
  • Gulshan Kumar October 13, 2024

    Jai sri ram
  • Devendra Kunwar October 08, 2024

    BJP
  • दिग्विजय सिंह राना September 20, 2024

    हर हर महादेव
  • Chirag Limbachiya July 25, 2024

    🙏🙏🙏
Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

Media Coverage

"Huge opportunity": Japan delegation meets PM Modi, expressing their eagerness to invest in India
NM on the go

Nm on the go

Always be the first to hear from the PM. Get the App Now!
...
Text of PM’s speech at TV9 Summit 2025
March 28, 2025
QuoteToday, the world's eyes are on India: PM
QuoteIndia's youth is rapidly becoming skilled and driving innovation forward: PM
Quote"India First" has become the mantra of India's foreign policy: PM
QuoteToday, India is not just participating in the world order but also contributing to shaping and securing the future: PM
QuoteIndia has given Priority to humanity over monopoly: PM
QuoteToday, India is not just a Nation of Dreams but also a Nation That Delivers: PM

श्रीमान रामेश्वर गारु जी, रामू जी, बरुन दास जी, TV9 की पूरी टीम, मैं आपके नेटवर्क के सभी दर्शकों का, यहां उपस्थित सभी महानुभावों का अभिनंदन करता हूं, इस समिट के लिए बधाई देता हूं।

TV9 नेटवर्क का विशाल रीजनल ऑडियंस है। और अब तो TV9 का एक ग्लोबल ऑडियंस भी तैयार हो रहा है। इस समिट में अनेक देशों से इंडियन डायस्पोरा के लोग विशेष तौर पर लाइव जुड़े हुए हैं। कई देशों के लोगों को मैं यहां से देख भी रहा हूं, वे लोग वहां से वेव कर रहे हैं, हो सकता है, मैं सभी को शुभकामनाएं देता हूं। मैं यहां नीचे स्क्रीन पर हिंदुस्तान के अनेक शहरों में बैठे हुए सब दर्शकों को भी उतने ही उत्साह, उमंग से देख रहा हूं, मेरी तरफ से उनका भी स्वागत है।

साथियों,

आज विश्व की दृष्टि भारत पर है, हमारे देश पर है। दुनिया में आप किसी भी देश में जाएं, वहां के लोग भारत को लेकर एक नई जिज्ञासा से भरे हुए हैं। आखिर ऐसा क्या हुआ कि जो देश 70 साल में ग्यारहवें नंबर की इकोनॉमी बना, वो महज 7-8 साल में पांचवे नंबर की इकोनॉमी बन गया? अभी IMF के नए आंकड़े सामने आए हैं। वो आंकड़े कहते हैं कि भारत, दुनिया की एकमात्र मेजर इकोनॉमी है, जिसने 10 वर्षों में अपने GDP को डबल किया है। बीते दशक में भारत ने दो लाख करोड़ डॉलर, अपनी इकोनॉमी में जोड़े हैं। GDP का डबल होना सिर्फ आंकड़ों का बदलना मात्र नहीं है। इसका impact देखिए, 25 करोड़ लोग गरीबी से बाहर निकले हैं, और ये 25 करोड़ लोग एक नियो मिडिल क्लास का हिस्सा बने हैं। ये नियो मिडिल क्लास, एक प्रकार से नई ज़िंदगी शुरु कर रहा है। ये नए सपनों के साथ आगे बढ़ रहा है, हमारी इकोनॉमी में कंट्रीब्यूट कर रहा है, और उसको वाइब्रेंट बना रहा है। आज दुनिया की सबसे बड़ी युवा आबादी हमारे भारत में है। ये युवा, तेज़ी से स्किल्ड हो रहा है, इनोवेशन को गति दे रहा है। और इन सबके बीच, भारत की फॉरेन पॉलिसी का मंत्र बन गया है- India First, एक जमाने में भारत की पॉलिसी थी, सबसे समान रूप से दूरी बनाकर चलो, Equi-Distance की पॉलिसी, आज के भारत की पॉलिसी है, सबके समान रूप से करीब होकर चलो, Equi-Closeness की पॉलिसी। दुनिया के देश भारत की ओपिनियन को, भारत के इनोवेशन को, भारत के एफर्ट्स को, जैसा महत्व आज दे रहे हैं, वैसा पहले कभी नहीं हुआ। आज दुनिया की नजर भारत पर है, आज दुनिया जानना चाहती है, What India Thinks Today.

|

साथियों,

भारत आज, वर्ल्ड ऑर्डर में सिर्फ पार्टिसिपेट ही नहीं कर रहा, बल्कि फ्यूचर को शेप और सेक्योर करने में योगदान दे रहा है। दुनिया ने ये कोरोना काल में अच्छे से अनुभव किया है। दुनिया को लगता था कि हर भारतीय तक वैक्सीन पहुंचने में ही, कई-कई साल लग जाएंगे। लेकिन भारत ने हर आशंका को गलत साबित किया। हमने अपनी वैक्सीन बनाई, हमने अपने नागरिकों का तेज़ी से वैक्सीनेशन कराया, और दुनिया के 150 से अधिक देशों तक दवाएं और वैक्सीन्स भी पहुंचाईं। आज दुनिया, और जब दुनिया संकट में थी, तब भारत की ये भावना दुनिया के कोने-कोने तक पहुंची कि हमारे संस्कार क्या हैं, हमारा तौर-तरीका क्या है।

साथियों,

अतीत में दुनिया ने देखा है कि दूसरे विश्व युद्ध के बाद जब भी कोई वैश्विक संगठन बना, उसमें कुछ देशों की ही मोनोपोली रही। भारत ने मोनोपोली नहीं बल्कि मानवता को सर्वोपरि रखा। भारत ने, 21वीं सदी के ग्लोबल इंस्टीट्यूशन्स के गठन का रास्ता बनाया, और हमने ये ध्यान रखा कि सबकी भागीदारी हो, सबका योगदान हो। जैसे प्राकृतिक आपदाओं की चुनौती है। देश कोई भी हो, इन आपदाओं से इंफ्रास्ट्रक्चर को भारी नुकसान होता है। आज ही म्यांमार में जो भूकंप आया है, आप टीवी पर देखें तो बहुत बड़ी-बड़ी इमारतें ध्वस्त हो रही हैं, ब्रिज टूट रहे हैं। और इसलिए भारत ने Coalition for Disaster Resilient Infrastructure - CDRI नाम से एक वैश्विक नया संगठन बनाने की पहल की। ये सिर्फ एक संगठन नहीं, बल्कि दुनिया को प्राकृतिक आपदाओं के लिए तैयार करने का संकल्प है। भारत का प्रयास है, प्राकृतिक आपदा से, पुल, सड़कें, बिल्डिंग्स, पावर ग्रिड, ऐसा हर इंफ्रास्ट्रक्चर सुरक्षित रहे, सुरक्षित निर्माण हो।

साथियों,

भविष्य की चुनौतियों से निपटने के लिए हर देश का मिलकर काम करना बहुत जरूरी है। ऐसी ही एक चुनौती है, हमारे एनर्जी रिसोर्सेस की। इसलिए पूरी दुनिया की चिंता करते हुए भारत ने International Solar Alliance (ISA) का समाधान दिया है। ताकि छोटे से छोटा देश भी सस्टेनबल एनर्जी का लाभ उठा सके। इससे क्लाइमेट पर तो पॉजिटिव असर होगा ही, ये ग्लोबल साउथ के देशों की एनर्जी नीड्स को भी सिक्योर करेगा। और आप सबको ये जानकर गर्व होगा कि भारत के इस प्रयास के साथ, आज दुनिया के सौ से अधिक देश जुड़ चुके हैं।

साथियों,

बीते कुछ समय से दुनिया, ग्लोबल ट्रेड में असंतुलन और लॉजिस्टिक्स से जुड़ी challenges का सामना कर रही है। इन चुनौतियों से निपटने के लिए भी भारत ने दुनिया के साथ मिलकर नए प्रयास शुरु किए हैं। India–Middle East–Europe Economic Corridor (IMEC), ऐसा ही एक महत्वाकांक्षी प्रोजेक्ट है। ये प्रोजेक्ट, कॉमर्स और कनेक्टिविटी के माध्यम से एशिया, यूरोप और मिडिल ईस्ट को जोड़ेगा। इससे आर्थिक संभावनाएं तो बढ़ेंगी ही, दुनिया को अल्टरनेटिव ट्रेड रूट्स भी मिलेंगे। इससे ग्लोबल सप्लाई चेन भी और मजबूत होगी।

|

साथियों,

ग्लोबल सिस्टम्स को, अधिक पार्टिसिपेटिव, अधिक डेमोक्रेटिक बनाने के लिए भी भारत ने अनेक कदम उठाए हैं। और यहीं, यहीं पर ही भारत मंडपम में जी-20 समिट हुई थी। उसमें अफ्रीकन यूनियन को जी-20 का परमानेंट मेंबर बनाया गया है। ये बहुत बड़ा ऐतिहासिक कदम था। इसकी मांग लंबे समय से हो रही थी, जो भारत की प्रेसीडेंसी में पूरी हुई। आज ग्लोबल डिसीजन मेकिंग इंस्टीट्यूशन्स में भारत, ग्लोबल साउथ के देशों की आवाज़ बन रहा है। International Yoga Day, WHO का ग्लोबल सेंटर फॉर ट्रेडिशनल मेडिसिन, आर्टिफिशियल इंटेलीजेंस के लिए ग्लोबल फ्रेमवर्क, ऐसे कितने ही क्षेत्रों में भारत के प्रयासों ने नए वर्ल्ड ऑर्डर में अपनी मजबूत उपस्थिति दर्ज कराई है, और ये तो अभी शुरूआत है, ग्लोबल प्लेटफॉर्म पर भारत का सामर्थ्य नई ऊंचाई की तरफ बढ़ रहा है।

साथियों,

21वीं सदी के 25 साल बीत चुके हैं। इन 25 सालों में 11 साल हमारी सरकार ने देश की सेवा की है। और जब हम What India Thinks Today उससे जुड़ा सवाल उठाते हैं, तो हमें ये भी देखना होगा कि Past में क्या सवाल थे, क्या जवाब थे। इससे TV9 के विशाल दर्शक समूह को भी अंदाजा होगा कि कैसे हम, निर्भरता से आत्मनिर्भरता तक, Aspirations से Achievement तक, Desperation से Development तक पहुंचे हैं। आप याद करिए, एक दशक पहले, गांव में जब टॉयलेट का सवाल आता था, तो माताओं-बहनों के पास रात ढलने के बाद और भोर होने से पहले का ही जवाब होता था। आज उसी सवाल का जवाब स्वच्छ भारत मिशन से मिलता है। 2013 में जब कोई इलाज की बात करता था, तो महंगे इलाज की चर्चा होती थी। आज उसी सवाल का समाधान आयुष्मान भारत में नजर आता है। 2013 में किसी गरीब की रसोई की बात होती थी, तो धुएं की तस्वीर सामने आती थी। आज उसी समस्या का समाधान उज्ज्वला योजना में दिखता है। 2013 में महिलाओं से बैंक खाते के बारे में पूछा जाता था, तो वो चुप्पी साध लेती थीं। आज जनधन योजना के कारण, 30 करोड़ से ज्यादा बहनों का अपना बैंक अकाउंट है। 2013 में पीने के पानी के लिए कुएं और तालाबों तक जाने की मजबूरी थी। आज उसी मजबूरी का हल हर घर नल से जल योजना में मिल रहा है। यानि सिर्फ दशक नहीं बदला, बल्कि लोगों की ज़िंदगी बदली है। और दुनिया भी इस बात को नोट कर रही है, भारत के डेवलपमेंट मॉडल को स्वीकार रही है। आज भारत सिर्फ Nation of Dreams नहीं, बल्कि Nation That Delivers भी है।

साथियों,

जब कोई देश, अपने नागरिकों की सुविधा और समय को महत्व देता है, तब उस देश का समय भी बदलता है। यही आज हम भारत में अनुभव कर रहे हैं। मैं आपको एक उदाहरण देता हूं। पहले पासपोर्ट बनवाना कितना बड़ा काम था, ये आप जानते हैं। लंबी वेटिंग, बहुत सारे कॉम्प्लेक्स डॉक्यूमेंटेशन का प्रोसेस, अक्सर राज्यों की राजधानी में ही पासपोर्ट केंद्र होते थे, छोटे शहरों के लोगों को पासपोर्ट बनवाना होता था, तो वो एक-दो दिन कहीं ठहरने का इंतजाम करके चलते थे, अब वो हालात पूरी तरह बदल गया है, एक आंकड़े पर आप ध्यान दीजिए, पहले देश में सिर्फ 77 पासपोर्ट सेवा केंद्र थे, आज इनकी संख्या 550 से ज्यादा हो गई है। पहले पासपोर्ट बनवाने में, और मैं 2013 के पहले की बात कर रहा हूं, मैं पिछले शताब्दी की बात नहीं कर रहा हूं, पासपोर्ट बनवाने में जो वेटिंग टाइम 50 दिन तक होता था, वो अब 5-6 दिन तक सिमट गया है।

साथियों,

ऐसा ही ट्रांसफॉर्मेशन हमने बैंकिंग इंफ्रास्ट्रक्चर में भी देखा है। हमारे देश में 50-60 साल पहले बैंकों का नेशनलाइजेशन किया गया, ये कहकर कि इससे लोगों को बैंकिंग सुविधा सुलभ होगी। इस दावे की सच्चाई हम जानते हैं। हालत ये थी कि लाखों गांवों में बैंकिंग की कोई सुविधा ही नहीं थी। हमने इस स्थिति को भी बदला है। ऑनलाइन बैंकिंग तो हर घर में पहुंचाई है, आज देश के हर 5 किलोमीटर के दायरे में कोई न कोई बैंकिंग टच प्वाइंट जरूर है। और हमने सिर्फ बैंकिंग इंफ्रास्ट्रक्चर का ही दायरा नहीं बढ़ाया, बल्कि बैंकिंग सिस्टम को भी मजबूत किया। आज बैंकों का NPA बहुत कम हो गया है। आज बैंकों का प्रॉफिट, एक लाख 40 हज़ार करोड़ रुपए के नए रिकॉर्ड को पार कर चुका है। और इतना ही नहीं, जिन लोगों ने जनता को लूटा है, उनको भी अब लूटा हुआ धन लौटाना पड़ रहा है। जिस ED को दिन-रात गालियां दी जा रही है, ED ने 22 हज़ार करोड़ रुपए से अधिक वसूले हैं। ये पैसा, कानूनी तरीके से उन पीड़ितों तक वापिस पहुंचाया जा रहा है, जिनसे ये पैसा लूटा गया था।

साथियों,

Efficiency से गवर्नमेंट Effective होती है। कम समय में ज्यादा काम हो, कम रिसोर्सेज़ में अधिक काम हो, फिजूलखर्ची ना हो, रेड टेप के बजाय रेड कार्पेट पर बल हो, जब कोई सरकार ये करती है, तो समझिए कि वो देश के संसाधनों को रिस्पेक्ट दे रही है। और पिछले 11 साल से ये हमारी सरकार की बड़ी प्राथमिकता रहा है। मैं कुछ उदाहरणों के साथ अपनी बात बताऊंगा।

|

साथियों,

अतीत में हमने देखा है कि सरकारें कैसे ज्यादा से ज्यादा लोगों को मिनिस्ट्रीज में accommodate करने की कोशिश करती थीं। लेकिन हमारी सरकार ने अपने पहले कार्यकाल में ही कई मंत्रालयों का विलय कर दिया। आप सोचिए, Urban Development अलग मंत्रालय था और Housing and Urban Poverty Alleviation अलग मंत्रालय था, हमने दोनों को मर्ज करके Housing and Urban Affairs मंत्रालय बना दिया। इसी तरह, मिनिस्ट्री ऑफ ओवरसीज़ अफेयर्स अलग था, विदेश मंत्रालय अलग था, हमने इन दोनों को भी एक साथ जोड़ दिया, पहले जल संसाधन, नदी विकास मंत्रालय अलग था, और पेयजल मंत्रालय अलग था, हमने इन्हें भी जोड़कर जलशक्ति मंत्रालय बना दिया। हमने राजनीतिक मजबूरी के बजाय, देश की priorities और देश के resources को आगे रखा।

साथियों,

हमारी सरकार ने रूल्स और रेगुलेशन्स को भी कम किया, उन्हें आसान बनाया। करीब 1500 ऐसे कानून थे, जो समय के साथ अपना महत्व खो चुके थे। उनको हमारी सरकार ने खत्म किया। करीब 40 हज़ार, compliances को हटाया गया। ऐसे कदमों से दो फायदे हुए, एक तो जनता को harassment से मुक्ति मिली, और दूसरा, सरकारी मशीनरी की एनर्जी भी बची। एक और Example GST का है। 30 से ज्यादा टैक्सेज़ को मिलाकर एक टैक्स बना दिया गया है। इसको process के, documentation के हिसाब से देखें तो कितनी बड़ी बचत हुई है।

साथियों,

सरकारी खरीद में पहले कितनी फिजूलखर्ची होती थी, कितना करप्शन होता था, ये मीडिया के आप लोग आए दिन रिपोर्ट करते थे। हमने, GeM यानि गवर्नमेंट ई-मार्केटप्लेस प्लेटफॉर्म बनाया। अब सरकारी डिपार्टमेंट, इस प्लेटफॉर्म पर अपनी जरूरतें बताते हैं, इसी पर वेंडर बोली लगाते हैं और फिर ऑर्डर दिया जाता है। इसके कारण, भ्रष्टाचार की गुंजाइश कम हुई है, और सरकार को एक लाख करोड़ रुपए से अधिक की बचत भी हुई है। डायरेक्ट बेनिफिट ट्रांसफर- DBT की जो व्यवस्था भारत ने बनाई है, उसकी तो दुनिया में चर्चा है। DBT की वजह से टैक्स पेयर्स के 3 लाख करोड़ रुपए से ज्यादा, गलत हाथों में जाने से बचे हैं। 10 करोड़ से ज्यादा फर्ज़ी लाभार्थी, जिनका जन्म भी नहीं हुआ था, जो सरकारी योजनाओं का फायदा ले रहे थे, ऐसे फर्जी नामों को भी हमने कागजों से हटाया है।

साथियों,

 

हमारी सरकार टैक्स की पाई-पाई का ईमानदारी से उपयोग करती है, और टैक्सपेयर का भी सम्मान करती है, सरकार ने टैक्स सिस्टम को टैक्सपेयर फ्रेंडली बनाया है। आज ITR फाइलिंग का प्रोसेस पहले से कहीं ज्यादा सरल और तेज़ है। पहले सीए की मदद के बिना, ITR फाइल करना मुश्किल होता था। आज आप कुछ ही समय के भीतर खुद ही ऑनलाइन ITR फाइल कर पा रहे हैं। और रिटर्न फाइल करने के कुछ ही दिनों में रिफंड आपके अकाउंट में भी आ जाता है। फेसलेस असेसमेंट स्कीम भी टैक्सपेयर्स को परेशानियों से बचा रही है। गवर्नेंस में efficiency से जुड़े ऐसे अनेक रिफॉर्म्स ने दुनिया को एक नया गवर्नेंस मॉडल दिया है।

साथियों,

पिछले 10-11 साल में भारत हर सेक्टर में बदला है, हर क्षेत्र में आगे बढ़ा है। और एक बड़ा बदलाव सोच का आया है। आज़ादी के बाद के अनेक दशकों तक, भारत में ऐसी सोच को बढ़ावा दिया गया, जिसमें सिर्फ विदेशी को ही बेहतर माना गया। दुकान में भी कुछ खरीदने जाओ, तो दुकानदार के पहले बोल यही होते थे – भाई साहब लीजिए ना, ये तो इंपोर्टेड है ! आज स्थिति बदल गई है। आज लोग सामने से पूछते हैं- भाई, मेड इन इंडिया है या नहीं है?

साथियों,

आज हम भारत की मैन्युफैक्चरिंग एक्सीलेंस का एक नया रूप देख रहे हैं। अभी 3-4 दिन पहले ही एक न्यूज आई है कि भारत ने अपनी पहली MRI मशीन बना ली है। अब सोचिए, इतने दशकों तक हमारे यहां स्वदेशी MRI मशीन ही नहीं थी। अब मेड इन इंडिया MRI मशीन होगी तो जांच की कीमत भी बहुत कम हो जाएगी।

|

साथियों,

आत्मनिर्भर भारत और मेक इन इंडिया अभियान ने, देश के मैन्युफैक्चरिंग सेक्टर को एक नई ऊर्जा दी है। पहले दुनिया भारत को ग्लोबल मार्केट कहती थी, आज वही दुनिया, भारत को एक बड़े Manufacturing Hub के रूप में देख रही है। ये सक्सेस कितनी बड़ी है, इसके उदाहरण आपको हर सेक्टर में मिलेंगे। जैसे हमारी मोबाइल फोन इंडस्ट्री है। 2014-15 में हमारा एक्सपोर्ट, वन बिलियन डॉलर तक भी नहीं था। लेकिन एक दशक में, हम ट्वेंटी बिलियन डॉलर के फिगर से भी आगे निकल चुके हैं। आज भारत ग्लोबल टेलिकॉम और नेटवर्किंग इंडस्ट्री का एक पावर सेंटर बनता जा रहा है। Automotive Sector की Success से भी आप अच्छी तरह परिचित हैं। इससे जुड़े Components के एक्सपोर्ट में भी भारत एक नई पहचान बना रहा है। पहले हम बहुत बड़ी मात्रा में मोटर-साइकल पार्ट्स इंपोर्ट करते थे। लेकिन आज भारत में बने पार्ट्स UAE और जर्मनी जैसे अनेक देशों तक पहुंच रहे हैं। सोलर एनर्जी सेक्टर ने भी सफलता के नए आयाम गढ़े हैं। हमारे सोलर सेल्स, सोलर मॉड्यूल का इंपोर्ट कम हो रहा है और एक्सपोर्ट्स 23 गुना तक बढ़ गए हैं। बीते एक दशक में हमारा डिफेंस एक्सपोर्ट भी 21 गुना बढ़ा है। ये सारी अचीवमेंट्स, देश की मैन्युफैक्चरिंग इकोनॉमी की ताकत को दिखाती है। ये दिखाती है कि भारत में कैसे हर सेक्टर में नई जॉब्स भी क्रिएट हो रही हैं।

साथियों,

TV9 की इस समिट में, विस्तार से चर्चा होगी, अनेक विषयों पर मंथन होगा। आज हम जो भी सोचेंगे, जिस भी विजन पर आगे बढ़ेंगे, वो हमारे आने वाले कल को, देश के भविष्य को डिजाइन करेगा। पिछली शताब्दी के इसी दशक में, भारत ने एक नई ऊर्जा के साथ आजादी के लिए नई यात्रा शुरू की थी। और हमने 1947 में आजादी हासिल करके भी दिखाई। अब इस दशक में हम विकसित भारत के लक्ष्य के लिए चल रहे हैं। और हमें 2047 तक विकसित भारत का सपना जरूर पूरा करना है। और जैसा मैंने लाल किले से कहा है, इसमें सबका प्रयास आवश्यक है। इस समिट का आयोजन कर, TV9 ने भी अपनी तरफ से एक positive initiative लिया है। एक बार फिर आप सभी को इस समिट की सफलता के लिए मेरी ढेर सारी शुभकामनाएं हैं।

मैं TV9 को विशेष रूप से बधाई दूंगा, क्योंकि पहले भी मीडिया हाउस समिट करते रहे हैं, लेकिन ज्यादातर एक छोटे से फाइव स्टार होटल के कमरे में, वो समिट होती थी और बोलने वाले भी वही, सुनने वाले भी वही, कमरा भी वही। TV9 ने इस परंपरा को तोड़ा और ये जो मॉडल प्लेस किया है, 2 साल के भीतर-भीतर देख लेना, सभी मीडिया हाउस को यही करना पड़ेगा। यानी TV9 Thinks Today वो बाकियों के लिए रास्ता खोल देगा। मैं इस प्रयास के लिए बहुत-बहुत अभिनंदन करता हूं, आपकी पूरी टीम को, और सबसे बड़ी खुशी की बात है कि आपने इस इवेंट को एक मीडिया हाउस की भलाई के लिए नहीं, देश की भलाई के लिए आपने उसकी रचना की। 50,000 से ज्यादा नौजवानों के साथ एक मिशन मोड में बातचीत करना, उनको जोड़ना, उनको मिशन के साथ जोड़ना और उसमें से जो बच्चे सिलेक्ट होकर के आए, उनकी आगे की ट्रेनिंग की चिंता करना, ये अपने आप में बहुत अद्भुत काम है। मैं आपको बहुत बधाई देता हूं। जिन नौजवानों से मुझे यहां फोटो निकलवाने का मौका मिला है, मुझे भी खुशी हुई कि देश के होनहार लोगों के साथ, मैं अपनी फोटो निकलवा पाया। मैं इसे अपना सौभाग्य मानता हूं दोस्तों कि आपके साथ मेरी फोटो आज निकली है। और मुझे पक्का विश्वास है कि सारी युवा पीढ़ी, जो मुझे दिख रही है, 2047 में जब देश विकसित भारत बनेगा, सबसे ज्यादा बेनिफिशियरी आप लोग हैं, क्योंकि आप उम्र के उस पड़ाव पर होंगे, जब भारत विकसित होगा, आपके लिए मौज ही मौज है। आपको बहुत-बहुत शुभकामनाएं।

धन्यवाद।