Quoteଆଷାଢ଼ ପୂର୍ଣ୍ଣିମା-ଧମ୍ମ ଚକ୍ର ଦିବସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା
Quoteକରୋନା ମହାମାରୀ ସମୟରେ ଭଗବାନ ବୁଦ୍ଧଙ୍କର ଅଧିକ ପ୍ରାସଙ୍ଗିକତା ରହିଛି: ପ୍ରଧାନମନ୍ତ୍ରୀ
Quoteଆମେ ବୁଦ୍ଧଙ୍କ ମାର୍ଗରେ ଯାଇ ସବୁଠୁ କଠିନ ଆହ୍ୱାନର ମଧ୍ୟ କିଭଳି ସାମ୍ନାକୁ କରିପାରିବା, ତାହା ଭାରତ କରିଦେଖାଇଛି: ପ୍ରଧାନମନ୍ତ୍ରୀ
Quoteସଂକଟ ସମୟରେ ସାରା ବିଶ୍ୱ ତାଙ୍କ ବାଣୀଗୁଡ଼ିକରେ ଥିବା ଶକ୍ତିର ଅନୁଭବ କରିଛି: ପ୍ରଧାନମନ୍ତ୍ରୀ

ନମୋ ବୁଦ୍ଧାୟା!

ନମୋ ଗୁରୁଭ୍ୟୋ!

ମାନନୀୟ ରାଷ୍ଟ୍ରପତି, ଅନ୍ୟ ଅତିଥିବୃନ୍ଦ, ଦେବୀ ଓ ସଜ୍ଜନ!

 

ଆପଣମାନଙ୍କୁ ସମସ୍ତଙ୍କୁ ଧମ୍ମ ଚକ୍ର ଦିବସ ଓ ଆଷାଢ଼ ପୂର୍ଣ୍ଣିମା ଅବସରରେ ଅନେକ ଅନେକ ଅଭିନନ୍ଦନ । ଆଜି ଆମେ ଗୁରୁ ପୂର୍ଣ୍ଣିମା ମଧ୍ୟ ପାଳନ କରୁଛେ, ଏବଂ ଆଜିର ଦିନରେ ଭଗବାନ ବୁଦ୍ଧ ମହାଜ୍ଞାନ ପ୍ରାପ୍ତି କରିବା ପରେ ନିଜର ପ୍ରଥମ ଜ୍ଞାନ ସଂସାରକୁ ପ୍ରଦାନ କରିଥିଲେ । ଆମ ଦେଶରେ କୁହାଯାଇଛି ଯେ, ଯେଉଁଠି ଜ୍ଞାନ ଅଛି ସେଇଠି ପରିପୂର୍ଣ୍ଣତା ଅଛି । ଏବଂ ପ୍ରଚାରକ ଯେବେ ନିଜେ ବୁଦ୍ଧ ହୁଅନ୍ତି, ସେତେବେଳେ ଏହା ସ୍ୱାଭାବିକ ହୋଇଥାଏ ଯେ ଏହି ଦର୍ଶନ ବିଶ୍ୱର କଲ୍ୟାଣ ସହ ସମାନାର୍ଥକ ପାଲଟିଯାଏ । ତ୍ୟାଗ ଓ ସହନଶୀଳତାର ନିଅାଁରେ ଜଳି ବୁଦ୍ଧ ଯେବେ କୁହନ୍ତି, ତେବେ ତାଙ୍କ ମୁହଁରୁ କେବଳ ଶବ୍ଦ ବାହାରି ନ ଥାଏ, ବରଂ ଧମ୍ମ ଚକ୍ରର ପ୍ରାରମ୍ଭ ହୋଇଥାଏ । ସେତେବେଳେ ସେ ନିଜର କେବଳ ୫ ଶିଷ୍ୟଙ୍କୁ ଉପଦେଶ ପ୍ରଦାନ କରିଥିଲେ, କିନ୍ତୁ ଆଜି ପୂରା ବିଶ୍ୱ ତାଙ୍କ ଦର୍ଶନର ଅନୁଗାମୀ, ବୁଦ୍ଧରେ ଆସ୍ଥା ରଖୁଥିବା ଲୋକ ।

|

ବନ୍ଧୁଗଣ,

ସାରନାଥରେ ଭଗବାନ ବୁଦ୍ଧ ପୂରା ଜୀବନର, ପୂରା ଜ୍ଞାନର ସୂତ୍ର ଆମକୁ ବତାଇଛନ୍ତି । ସେ ଦୁଃଖ ସମ୍ପର୍କରେ ଆମକୁ କହିଥିଲେ, ଦୁଃଖର କାରଣ କ’ଣ ତାହା ବୁଝାଇଥିଲେ, ଦୁଃଖଗୁଡ଼ିକ ଉପରେ କିଭଳି ବିଜୟ ମିଳିବ, ତାହା ବାବଦରେ ମଧ୍ୟ ବର୍ଣ୍ଣନା କରିଥିଲେ । ଏହି ବିଜୟ କିଭଳି ମିଳିବ, ତାହାର ରାସ୍ତା ବତାଇଥିଲେ ବୁଦ୍ଧ । ଭଗବାନ ବୁଦ୍ଧ ଆମକୁ ଜୀବନ ପାଇଁ ଅଷ୍ଟାଙ୍ଗ ସୂତ୍ର, ଆଠ ମନ୍ତ୍ର ପ୍ରଦାନ କରିଥିଲେ । ସେଗୁଡ଼ିକ ହେଉଛି ‘ସମ୍ମାଦିଠି’ (ଭଲ ଭାବେ ବୁଝିବା), ‘ସମ୍ମାସଂକପ୍ପା’ (ଠିକ ପ୍ରତିକାର), ‘ସମ୍ମାବଚା’ (ସୁବଚନ), ‘ସମ୍ମାକାମାନ୍ତ’ (ଉଚିତ ବ୍ୟବହାର), ସମ୍ମା ଆଜିଭା’ (ଉଚିତ ଜୀବିକା), ‘ସମ୍ମା ବାୟାମ’ (ଠିକ ଉଦ୍ୟମ), ‘ସମ୍ମା ସତୀ’ (ଉତ୍ତମ ମନ), ଏବଂ ‘ସମ୍ମା ସମାଧି’ (ଉଚିତ ଏକାଗ୍ରତା ସମାହିତ ଅଥବା ସଂଯୋଜନ ) । ମନ, ବାଣୀ ଓ ସଂକଳ୍ପରେ ଆମେ କର୍ମ ଓ ପ୍ରୟାସରେ ଯଦି ସନ୍ତୁଳନ ରଖିବା, ତେବେ ଆମେ ଦୁଃଖରୁ ବାହାରି ପ୍ରଗତି ଏବଂ ସୁଖକୁ ହାସଲ କରିପାରିବା । ଏହି ସନ୍ତୁଳନକୁ ଆମକୁ ସୁସମୟରେ ଜନ କଲ୍ୟାଣର ପ୍ରେରଣା ଦେଇଥାଏ, ଏବଂ ପ୍ରତିକୂଳ ପରିସ୍ଥିତିରେ ଧୈର୍ଯ୍ୟ ଧରିବା ପାଇଁ ଶକ୍ତି ପ୍ରଦାନ କରିଥାଏ ।

|

ବନ୍ଧୁଗଣ!

ଆଜି କରୋନା ମହାମାରୀ ସମୟରେ ଭଗବାନ ବୁଦ୍ଧ ପୁଣି ଅଧିକ ପ୍ରାସଙ୍ଗିକ ହୋଇଯାଇଛନ୍ତି । ବୁଦ୍ଧଙ୍କ ମାର୍ଗରେ ପରିଚାଳିତ ହୋଇ ଆମେ କେମିତି ସବୁଠୁ କଠିନ ପରିସ୍ଥିତିର ସାମ୍ନା କରିପାରିବା, ତାହା ଭାରତ କରିଦେଖାଇଛି । ଆଜି ସମସ୍ତ ଦେଶ ଏକତ୍ର ହୋଇ ଆଗକୁ ବଢୁଛନ୍ତି ଏବଂ ବୁଦ୍ଧଙ୍କ ବାଣୀକୁ ପାଥେୟ କରି ପରସ୍ପରର ଶକ୍ତି ବନୁଛନ୍ତି । ଏହିଭଳି ପରିପ୍ରେକ୍ଷୀରେ ଅନ୍ତର୍ଜାତୀୟ ବୌଦ୍ଧ ମହାସଂଘର ‘ପ୍ରାର୍ଥନା ସହ ଯତ୍ନ’ ବେଶ୍ ପ୍ରଶଂସାଯୋଗ୍ୟ ହୋଇଛି ।

 

ବନ୍ଧୁଗଣ,

ଧମ୍ମପଦ କୁହେ-

ନ ହି ୱେରେନ୍ ୱେରାନି,

ସମ୍ମନ୍ତିଧ କୁଦାଚନମ୍ ।

ଅୱେରେନ ଚ ସମ୍ମାନ୍ତି,

ଏସ ଧମ୍ମୋ ସନନ୍ତତୋ  । ।

 

ଅର୍ଥାତ, ଶତ୍ରୁତା ଦ୍ୱାରା ଶତ୍ରୁତା ଶାନ୍ତ ପଡ଼ି ନ ଥାଏ । ବରଂ ପ୍ରେମ ଓ ବିଶାଳ ହୃଦୟ ଦ୍ୱାରା ଶତ୍ରୁତାର ଅନ୍ତ ଘଟିଥାଏ । ଦୁଃଖ ସମୟରେ, ବିଶ୍ୱ ଏହି ପ୍ରେମ ଓ ସଦଭାବର ଶକ୍ତିକୁ ଭଲ ଭାବେ ଅନୁଭବ କରିଛି । ବୁଦ୍ଧଙ୍କର ଏହି ଜ୍ଞାନ, ମାନବତାର ଏହି ଅନୁଭୂତି ଅଧିକ ସମୃଦ୍ଧ ହୋଇଚାଲିଲେ, ସଫଳତା ଓ ସମୃଦ୍ଧିର ନୂଆ ଉଚ୍ଚତାକୁ ବିଶ୍ୱ ଛୁଇଁପାରିବ ।

 

ଏହି ଶୁଭେଚ୍ଛା ସହ, ଆପଣମାନଙ୍କୁ ସମସ୍ତଙ୍କୁ ଆଉଥରେ ଅନେକ ଅଭିନନ୍ଦନ ଜଣାଉଛି! ସୁସ୍ଥ ରୁହନ୍ତୁ ଏବଂ ମାନବତାର ସେବା କରନ୍ତୁ!

 

ଧନ୍ୟବାଦ!

  • MLA Devyani Pharande February 17, 2024

    जय हो
  • शिवकुमार गुप्ता February 10, 2022

    जय भारत
  • शिवकुमार गुप्ता February 10, 2022

    जय हिंद.
  • शिवकुमार गुप्ता February 10, 2022

    जय हिंद
  • शिवकुमार गुप्ता February 10, 2022

    जय श्री सीताराम
  • शिवकुमार गुप्ता February 10, 2022

    जय श्री राम
Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
'Should I speak in Hindi or Marathi?': Rajya Sabha nominee Ujjwal Nikam says PM Modi asked him this; recalls both 'laughed'

Media Coverage

'Should I speak in Hindi or Marathi?': Rajya Sabha nominee Ujjwal Nikam says PM Modi asked him this; recalls both 'laughed'
NM on the go

Nm on the go

Always be the first to hear from the PM. Get the App Now!
...
Chief Minister of Uttarakhand meets Prime Minister
July 14, 2025

Chief Minister of Uttarakhand, Shri Pushkar Singh Dhami met Prime Minister, Shri Narendra Modi in New Delhi today.

The Prime Minister’s Office posted on X;

“CM of Uttarakhand, Shri @pushkardhami, met Prime Minister @narendramodi.

@ukcmo”