Quoteବୈଶ୍ୱିକ ମହାମାରୀ ଆରମ୍ଭରୁ ସମୟାନୁଭିତ୍ତିକ ମାର୍ଗଦର୍ଶନ ଓ ସହାୟତା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କଲେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ
Quoteସହଯୋଗମୂଳକ ସଂଘୀୟ ବ୍ୟବସ୍ଥା ଯୋଗୁଁ ଭାରତ କରୋନା ବିରୁଦ୍ଧରେ ଦୀର୍ଘ ସଂଗ୍ରାମ ଲଢିପାରିଛି
Quote“କରୋନାର ଆହ୍ୱାନ ଏବେ ମଧ୍ୟ ପୁରା ଯାଇନାହିଁ ଏକଥା ସ୍ପଷ୍ଟ”
Quote“ଯେତେଶୀଘ୍ର ସମ୍ଭବ ସମସ୍ତ ଯୋଗ୍ୟ ପିଲାମାନଙ୍କୁ ଟିକାଦାନ କରିବା ଆମର ପ୍ରାଥମିକତା । ବିଦ୍ୟାଳୟଗୁଡିକରେ ସ୍ୱତନ୍ତ୍ର ଅଭିଯାନ ମଧ୍ୟ ଆବଶ୍ୟକ”
Quote“ଦକ୍ଷତାର ସହ ଆମକୁ ପରୀକ୍ଷା, ଚିହ୍ନଟ ଓ ଉପଚାର ରଣନୀତି ତ୍ୱରାନିତ କରିବାକୁ ହେବ”
Quote“ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି ବୋଝ ହ୍ରାସ କରିବା ପାଇଁ କେନ୍ଦ୍ର ସରକାର ଅବକାରୀ ଶୁଳ୍କ ହ୍ରାସ କରିଥିଲେ ମଧ୍ୟ ଅନେକ ରାଜ୍ୟ ଟିକସ ହ୍ରାସ କରିନାହାନ୍ତି”
Quote“ଏହା କେବଳ ସେହି ସବୁ ରାଜ୍ୟ ପ୍ରତି ଅନ୍ୟାୟ ନୁହେଁ, ବରଂ ଏହା ପଡୋଶୀ ରାଜ୍ୟଗୁଡିକୁ ମଧ୍ୟ କ୍ଷତିଗ୍ରସ୍ତ କରୁଛି”
Quote“ସହଯୋଗୀ ସଂଘୀୟତନ୍ତ୍ର ଭାବନା ସହ ଏପରି ବୈଶ୍ୱିକ ଜଟିଳ ପରିସ୍ଥିତିରେ ରାଜ୍ୟମାନଙ୍କୁ ଗୋଟିଏ ଦଳଭାବେ କାର୍ଯ୍ୟ କରିବାକୁ ମୁଁ ନିବେଦନ କରୁଛି ।

ନମସ୍କାର! ମୁଁ ସର୍ବପ୍ରଥମେ ତାମିଲନାଡୁର ତଞ୍ଜାବୁରରେ ଆଜି ଯେଉଁ ଦୁର୍ଘଟଣା ଘଟିଲା ତାକୁ ନେଇ ନିଜର ଶୋକ ବ୍ୟକ୍ତ କରୁଛି । ଯେଉଁ ନାଗରିକମାନଙ୍କର ମୃତ୍ୟୁ ହୋଇଛି, ସେମାନଙ୍କ ପରିବାର ପ୍ରତି ମୁଁ ସମବେଦନା ଜଣାଉଛି । ପିଡୀତ ପରିବାରଗୁଡିକର ଆର୍ଥିକ ସହାୟତା ମଧ୍ୟ କରାଯାଉଛି ।

ବନ୍ଧୁଗଣ,

ଗତ ଦୁଇ ବର୍ଷ ମଧ୍ୟରେ କରୋନାକୁ ନେଇ ଏହା ଆମର ଚବିଶତମ ବୈଠକ । କରୋନା କାଳରେ କେନ୍ଦ୍ର ଓ ରାଜ୍ୟଗୁଡିକ ମିଶି ଯେଉଁଭଳି କାର୍ଯ୍ୟ କଲେ, ତାହା କରୋନା ବିରୋଧରେ ଦେଶର ଲଢେଇରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲା । ମୁଁ ସମସ୍ତ ମୁଖ୍ୟମନ୍ତ୍ରୀ, ରାଜ୍ୟ ସରକାର ଏବଂ ଅଧିକାରୀମାନଙ୍କ ସହ ସମସ୍ତ କରୋନା ଯୋଦ୍ଧାମାନଙ୍କର ପ୍ରଶଂସା କରୁଛି ।

ବନ୍ଧୁଗଣ,

କେତେକ ରାଜ୍ୟରେ ପୁଣି ଥରେ କରୋନା ସଂକ୍ରମଣ ମାମଲା ବୃଦ୍ଧିକୁ ନେଇ ସ୍ୱାସ୍ଥ୍ୟ ସଚିବ ଏବେ ଆମ ସମ୍ମୁଖରେ ବିସ୍ତୃତ ଭାବରେ ସୂଚନା ଦେଇଛନ୍ତି । ଆଦରଣୀୟ ସ୍ୱରାଷ୍ଟ୍ର ମନ୍ତ୍ରୀ ମହୋଦୟ ମଧ୍ୟ ଅନେକ ମହତ୍ୱପୂର୍ଣ୍ଣ ଦିଗ ଆମ ସମ୍ମୁଖରେ ରଖିଛନ୍ତି । ଏଥି ସହ, ଆପଣମାନଙ୍କ ମଧ୍ୟରୁ କେତେକ ମୁଖ୍ୟମନ୍ତ୍ରୀ ବନ୍ଧୁ ମଧ୍ୟ ଅନେକ ଜରୁରୀ ତଥ୍ୟ ସମସ୍ତଙ୍କ ସମ୍ମୁଖରେ ଉପସ୍ଥାପନ କରିଛନ୍ତି । ଏହା ସ୍ପଷ୍ଟ ଯେ କରୋନାର ଆହ୍ୱାନ ଏବେ ସମ୍ପୁର୍ଣ୍ଣ ଭାବରେ ଅପସରି ନାହିଁ । ଓମିକ୍ରୋନ୍ ଏବଂ ଏହାର ପ୍ରତିରୂପସବୁ କିଭଳି ଭୟାନକ ପରିସ୍ଥିତି ସୃଷ୍ଟି କରି ପାରନ୍ତି, ଏହା ଆମେ ୟୁରୋପୀୟ ଦେଶଗୁଡିକରେ ଦେଖୁଛେ । ଗତ କିଛି ମାସ ମଧ୍ୟରେ କିଛି ଦେଶରେ ଏହିସବୁ ପ୍ରତିରୂପ ଯୋଗୁଁ ସଂକ୍ରମଣ ମାମଲା ବୃଦ୍ଧି ପାଇଛି । ଆମେ ଭାରତବାସୀ ଅନେକ ଦେଶ ତୁଳନାରେ ନିଜ ଦେଶରେ ପରିସ୍ଥିତିକୁ ଅପେକ୍ଷାକୃତ ଭଲ ଏବଂ ନିୟନ୍ତ୍ରଣରେ ରଖିଛେ । ଏସବୁ ସତ୍ୱେ, ଗତ ଦୁଇ ସପ୍ତାହ ହେବ କିଛି ରାଜ୍ୟରେ ଯେଉଁଭଳି ଭାବରେ ମାମଲା ସଂଖ୍ୟା ବୃଦ୍ଧି ପାଉଛି, ସେଥିରୁ ଆମକୁ ସତର୍କ ରହିବାର ଆବଶ୍ୟକତା ରହିଛି । ଆମ ପାଖରେ କିଛି ମାସ ପୂର୍ବେ ଯେଉଁ ଲହର ଆସିଥିଲା, ସେହି ଲହରରୁ ଆମେ ବହୁତ କିଛି ଶିକ୍ଷା ମଧ୍ୟ ପାଇଥିଲୁ । ସମସ୍ତ ଦେଶବାସୀ ଓମିକ୍ରୋନ ଲହରର ସଫଳତାର ସହ ମୁକାବିଲା କଲେ, ବିନା ଭୟରେ ଦେଶବାସୀ ମୁକାବିଲା କଲେ ।

ବନ୍ଧୁଗଣ,

ଦୁଇ ବର୍ଷ ମଧ୍ୟରେ ଦେଶ ସ୍ୱାସ୍ଥ୍ୟ ଭିତିଭୂମୀଠାରୁ ନେଇ ଅକ୍ସିଜେନ ଯୋଗାଣ ପର୍ଯ୍ୟନ୍ତ, କରୋନା ସହ ସମ୍ପୃକ୍ତ ପ୍ରତ୍ୟେକ ଦିଗରେ ଯାହା ବି ଆବଶ୍ୟକ ରହିଛି, ସେସବୁ ସ୍ଥାନରେ ଦୃଢତା ପ୍ରଦାନ କରିଛି । ତୃତୀୟ ଲହରରେ କୌଣସି ରାଜ୍ୟରୁ ପରିସ୍ଥିତି ଅଣାୟତ ହେବା ଖବର ଆସିନାହିଁ । ଏହାକୁ ଆମର କୋଭିଡ ଟିକାକରଣ ଅଭିଯାନରୁ ମଧ୍ୟ ଅନେକ ସହାୟତା ମିଳିଲା! ଦେଶର ପ୍ରତି ରାଜ୍ୟରେ, ପ୍ରତି ଜିଲ୍ଲାରେ, ପ୍ରତି କ୍ଷେତ୍ରରେ, ସେଠାକାର ଭୌଗୋଳିକ ପରିସ୍ଥିତି କିଭଳି ବି ହୋଇଥାଉ, ଟିକା ପ୍ରତି ଲୋକଙ୍କ ନିକଟରେ ପହଂଚିଛି । ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏହା ଗୌରବର କଥା ଯେ, ଆଜି ଭାରତର ୯୬ ପ୍ରତିଶତ ବୟସ୍କ ଜନସଂଖ୍ୟାକୁ କରୋନା ଟିକାର ପ୍ରଥମ ଡୋଜ୍ ଦିଆଯାଇ ସାରିଛି । ୧୫ ବର୍ଷ ବୟସରୁ ଉର୍ଦ୍ଧ୍ୱ ପ୍ରାୟ ୮୫ ପ୍ରତିଶତ ନାଗରିକଙ୍କୁ କରୋନା ଟିକାର ଦ୍ୱିତୀୟ ଡୋଜ୍ ମଧ୍ୟ ଦିଆଯାଇ ସାରିିଛି ।

ବନ୍ଧୁଗଣ,

ଆପଣମାନେ ମଧ୍ୟ ବୁଝୁଛନ୍ତି ଏବଂ ବିଶ୍ୱର ଅଧିକାଂଶ ବିଶେଷଜ୍ଞମାନଙ୍କର ନିଷ୍କର୍ଷ ଏହି ଯେ କରୋନାରୁ ରକ୍ଷା ପାଇବା ପାଇଁ ଟିକା ସବୁଠାରୁ ବଡ କବଚ ଅଟେ । ଆମ ଦେଶରେ ଦୀର୍ଘ ସମୟ ପରେ ସ୍କୁଲଗୁଡିକ ଖୋଲିଛି, କ୍ଲାସ ସବୁ ଆରମ୍ଭ ହୋଇଛି । ଏଭଳି ସ୍ଥିତିରେ କରୋନା ମାମଲା ବଢିବା ଯୋଗୁଁ କେଉଁଠି ନା କେଉଁଠି ଅଭିଭାବକଙ୍କ ମନରେ ଚିନ୍ତା ବୃଦ୍ଧି ପାଉଛି । କେତେକ ସ୍କୁଲରେ ପିଲାମାନେ ସଂକ୍ରମିତ ହେବାର ମାମଲା ସମ୍ପର୍କିତ ଖବର ମଧ୍ୟ ଆସୁଛି । କିନ୍ତୁ ଖୁସିର କଥା ଯେ ଅଧିକରୁ ଅଧିକ ପିଲାଙ୍କୁ ମଧ୍ୟ ଟିକାର କବଚ ମିଳି ପାରୁଛି । ମାର୍ଚ୍ଚ ମାସରେ ଆମେ ୧୨ରୁ ୧୪ ବର୍ଷ ପିଲାମାନଙ୍କ ପାଇଁ ଟିକାକରଣ ଆରମ୍ଭ କରି ଦେଇଥିଲୁ । ଏବେ ଗତକାଲି ହିଁ ୬ରୁ ୧୨ ବର୍ଷ ପିଲାମାନଙ୍କ ପାଇଁ ପ୍ରତିଷେଧକ ଟିକାର ଅନୁମତି ମଧ୍ୟ ମିଳିଯାଇଛି । ସମସ୍ତ ଯୋଗ୍ୟ ପିଲାମାନଙ୍କର ଯଥାଶୀଘ୍ର ଟିକାକରଣ ଆମର ପ୍ରାଥମିକତା ଅଟେ । ଏଥିପାଇଁ ପୂର୍ବ ଭଳି ସ୍କୁଲଗୁଡିକରେ ବିଶେଷ ଅଭିଯାନ ମଧ୍ୟ ଆରମ୍ଭ କରିବାର ଆବଶ୍ୟକତା ପଡିବ । ଶିକ୍ଷକ ଓ ମାତାପିତା ଏହାକୁ ନେଇ କିପରି ସଚେତନ ରହିବେ, ଆମକୁ ଏହା ମଧ୍ୟ ସୁନିଶ୍ଚିତ କରିବାକୁ ପଡିବ । ପ୍ରତିଷେଧକ ସୁରକ୍ଷା କବଚର ସୁଦୃଢୀକରଣ ପାଇଁ ଦେଶରେ ସମସ୍ତ ବୟସ୍କଙ୍କ ପାଇଁ ପ୍ରାକ୍ ସତର୍କତା ଡୋଜ୍ ମଧ୍ୟ ଉପଲବ୍ଧ ଅଛି । ଶିକ୍ଷକ, ଅଭିଭାବକ ଏବଂ ଅନ୍ୟ ଯୋଗ୍ୟ ବ୍ୟକ୍ତି ମଧ୍ୟ ପ୍ରାକ୍ ସତର୍କତା ଡୋଜ ନେଇପାରିବେ, ଏହି ଦିଗରେ ମଧ୍ୟ ଆମକୁ ସେମାନଙ୍କୁ ସଚେତନ କରିବାକୁ ପଡିବ ।

ବନ୍ଧୁଗଣ,

ତୃତୀୟ ଲହର ସମୟରେ ଆମେ ପ୍ରତିଦିନ ତିନି ଲକ୍ଷରୁ ଅଧିକ ମାମଲା ଦେଖିଛୁ । ଆମର ରାଜ୍ୟସବୁ ଏହି ମାମଲାଗୁଡିକର ମୁକାବିଲା ମଧ୍ୟ କଲେ, ଏବଂ ଅନ୍ୟାନ୍ୟ ସାମାଜିକ ଆର୍ଥିକ କାର୍ଯ୍ୟକଳାପଗୁଡିକୁ ମଧ୍ୟ ଜାରି ରଖିଲେ । ଏହି ସନ୍ତୁଳନ ଆଗକୁ ମଧ୍ୟ ଆମ ରଣକୌଶଳର ଅଂଶ ହୋଇ ରହିବା ଆବଶ୍ୟକ । ଆମର ବୈଜ୍ଞାନିକ ଏବଂ ବିଶେଷଜ୍ଞ, ଜାତୀୟ ଓ ବୈଶ୍ୱିକ ପରିସ୍ଥିତି ଉପରେ ନିରନ୍ତର ନଜର ରଖିଛନ୍ତି । ସେମାନଙ୍କ ପରାମର୍ଶ କ୍ରମେ, ଆମକୁ ନିବାରକ, ତତ୍ପର ଏବଂ ସାମୁହିକ ଆଭିମୁଖ୍ୟ ସହ କାମ କରିବାକୁ ହେବ । ସଂକ୍ରମଣକୁ ଆରମ୍ଭରୁ ହିଁ ରୋକିବା ଆମର ପ୍ରାଥମିକତା ପୂର୍ବରୁ ଥିଲା ଏବଂ ଏବେ ବି ଏହା ଜାରି ରହିବା ଉଚିତ । ଆପଣମାନେ ସମସ୍ତେ ମଧ୍ୟ ଯେଉଁ କଥା ଉଲ୍ଲେଖ କଲେ ପରୀକ୍ଷଣ, ନିରୀକ୍ଷଣ ଏବଂ ଚିକିତ୍ସାକୁ ନେଇ ଆମର ଯେଉଁ ରଣକୌଶଳ ରହିଛି ତାକୁ ମଧ୍ୟ ଆମମାନଙ୍କୁ ସେତିକି ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକାରୀ କରିବାକୁ ହେବ । ଆଜି କରୋନାର ଯେଉଁ ସ୍ଥିତି ରହିଛି, ସେହି ସ୍ଥିତିରେ ଏହା ଜରୁରୀ ଯେ ଡାକ୍ତରଖାନାରେ ଭର୍ତି ରୋଗୀଙ୍କ ମଧ୍ୟରେ ଯେଉଁମାନେ ଜଟିଳ ଇନଫ୍ଲୁଏଞ୍ଜାରେ ପିଡୀତ ଅଛନ୍ତି, ସେମାନଙ୍କର ଶତ ପ୍ରତିଶତ ଆରଟିପିସିଆର ପରୀକ୍ଷା ହେଉ ।  ସେମାନଙ୍କ ମଧ୍ୟରୁ ଯେଉଁମାନେ ପଜିଟିଭ ଆସୁଛନ୍ତି ସେମାନଙ୍କ ନମୂନା ନିଶ୍ଚିତ ଭାବରେ ଜିନୋମ ସିକ୍ୱେନସିଂ ପାଇଁ ପଠାଯାଉ । ଏହାଦ୍ୱାରା ଆମେ ସମୟ ସମୟରେ ବିଭିନ୍ନ ଭାରିଆଂଟର ଚିହ୍ନଟ କରିପାରିବା ।

|

ବନ୍ଧୁଗଣ,

ଆମକୁ ସର୍ବସାଧାରଣ ସ୍ଥାନରେ କୋଭିଡ ଅନୁରୂପ ବ୍ୟବହାରକୁ ପ୍ରୋତ୍ସାହନ ଦେବା ଆବଶ୍ୟକ, ଏଥିସହିତ ଲୋକମାନଙ୍କ ମଧ୍ୟରେ ଯେପରି ଭୟ ସଂଚରି ନ ଯାଉ ତାହା ମଧ୍ୟ ସୁନିଶ୍ଚିତ କରିବାର ଅଛି ।

ବନ୍ଧୁଗଣ,

ଆଜିର ଏହି ଆଲୋଚନାରେ ସ୍ୱାସ୍ଥ୍ୟ ଭିତିଭୂମୀକୁ ଉନ୍ନୀତ କରିବା ପାଇଁ ଯେଉଁ କାର୍ଯ୍ୟ ହେଉଛି, ସେ ବିଷୟରେ ମଧ୍ୟ କଥାବାର୍ତା ହୋଇଛି । ଭିତିଭୂମୀ ଉନ୍ନୀତ କରିବାର କାର୍ଯ୍ୟ ଦୃତ ଗତିରେ ଜାରି ରହି ଚାଲୁ, ଏହା ସୁନିଶ୍ଚିତ କରିବା ଆବଶ୍ୟକ । ଶଯ୍ୟା, ଭେଂଟିଲେଟର ଏବଂ ପିଏସଏ ଅକ୍ସିଜେନ ପ୍ଲାଂଟ ଭଳି ସୁବିଧାଗୁଡିକ ମାମଲାରେ ଆମେ ଅନେକ ଭଲ ସ୍ଥିତିରେ ଅଛୁ । କିନ୍ତୁ ଏହିସବୁ ସୁବିଧା କାର୍ଯ୍ୟକ୍ଷମ ରହୁ, ଆମକୁ ଏହା ସୁନିଶ୍ଚିତ କରିବାକୁ ହେବ ଏବଂ ସେସବୁ ତଦାରଖ କରାଯାଉ, ଦାୟିତ୍ୱ ନ୍ୟସ୍ତ କରାଯାଉ, ତାହାହେଲେ କେବେ ଯଦି ଆବଶ୍ୟକ ପଡେ ତାହାହେଲେ ସଙ୍କଟ ଦେଖା ଦେବ ନାହିଁ । ଏଥି ସହ, ଯଦି କୌଣସିଠାରେ କିଛି ତୃଟି ବିଚ୍ୟୁତି ଅଛି, ତାହାହେଲେ ମୁଁ କହିବି ଉଚ୍ଚ ସ୍ତରରେ ସେସବୁ ଯାଂଚ କରାଯାଉ ଏବଂ ସେସବୁ ଭରଣା କରିବା ପାଇଁ ପ୍ରୟାସ କରାଯାଉ । ମେଲିକାଲ କଲେଜ, ଜିଲ୍ଲା ଡାକ୍ତରଖାନା ଏସବୁ ସ୍ଥାନରେ ଆମକୁ ଆମର ଡାକ୍ତରୀ ଭିତିଭୂମୀକୁ ଉନ୍ନତ କରିବାର ଅଛି, ଏବଂ ଲୋକବଳ ମଧ୍ୟ ବୃଦ୍ଧି କରିବାର ଅଛି । ମୋର ବିଶ୍ୱାସ ଯେ, ଆପୋଷ ସହଯୋଗ ଏବଂ ବିଚାର ବିମର୍ଷ  ମାଧ୍ୟମରେ ଆମେ ନିରନ୍ତର ଭାବେ ଆମର ଶ୍ରେଷ୍ଠ ନୀତି ବିକଶିତ କରିଚାଲିବା ଏବଂ ଦୃଢତାର ସହ କରୋନା ବିରୁଦ୍ଧରେ ଲଢେଇ ଜାରି ରଖିବା ତଥା ନୂଆ ନୂଆ ମାର୍ଗ ମଧ୍ୟ ଉନ୍ମୁକ୍ତ କରିପାରିବା ।

ବନ୍ଧୁଗଣ,

ସହଯୋଗୀ ସଂଘବାଦର ଯେଉଁ ଭାବନାକୁ ସମ୍ବିଧାନରେ ବ୍ୟକ୍ତ କରାଯାଇଛି, ତାକୁ ଅନୁସରଣ କରି ଭାରତ ଖୁବ ଦୃଢତାର ସହ କରୋନା ବିରୁଦ୍ଧରେ ଏହି ଲମ୍ବା ଯୁଦ୍ଧ ଲଢିଛି । ବୈଶ୍ୱିକ ପରିସ୍ଥିତି କାରଣରୁ, ବାହ୍ୟ କାରଣଗୁଡିକ ଯୋଗୁୁଁ ଦେଶର ଆଭ୍ୟନ୍ତରୀଣ ପରିସ୍ଥିତି ଉପରେ ଯେଉଁ ପ୍ରଭାବ ପଡିଥାଏ, କେନ୍ଦ୍ର ଏବଂ ରାଜ୍ୟଗୁଡିକ ମିଳିତ ଭାବରେ ତାହାର ମୁକାବିଲା କରିଛନ୍ତି ଏବଂ ଆଗକୁ ମଧ୍ୟ କରିବାକୁ ହେବ । କେନ୍ଦ୍ର ଏବଂ ରାଜ୍ୟଗୁଡିକର ମିଳିତ ପ୍ରୟାସ ଯୋଗୁଁ ହିଁ ଆଜି ଦେଶରେ ସ୍ୱାସ୍ଥ୍ୟ ଭିତିଭୂମୀ କ୍ଷେତ୍ରରେ ବୃହତ ସ୍ତରର ଉନ୍ନତି ଆସିଛି । କିନ୍ତୁ ବନ୍ଧୁଗଣ, ଆଜି ଏହି ଆଲୋଚନାରେ, ମୁଁ ଆଉ ଏକ ପକ୍ଷ ବିଷୟରେ ଉଲ୍ଲେଖ କରିବାକୁ ଚାହୁଁଛି । ଆଜିର ବୈଶ୍ୱିକ ପରିସ୍ଥିତିରେ ଭାରତର ଅର୍ଥ ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ଆର୍ଥିକ ନିଷ୍ପତିରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟ, ସେମାନଙ୍କ ମଧ୍ୟରେ ସାମଞ୍ଜସ୍ୟ ପୂର୍ବ ଅପେକ୍ଷା ଆହୁରି ଅଧିକ ଆବଶ୍ୟକ । ଆପଣମାନେ ସମସ୍ତେ ଏହି କଥା ସହ ପରିଚିତ ଅଛନ୍ତି ଯେ ଯେଉଁ ଯୁଦ୍ଧର ପରିସ୍ଥିତି ସୃଷ୍ଟି ହୋଇଛି ଏବଂ ଯେଉଁଭଳି ଭାବରେ ଯୋଗାଣ ଶୃଙ୍ଖଳ ପ୍ରଭାବିତ ହୋଇଛି ଏବଂ ଏଭଳି ସ୍ଥିତିରେ ଦିନକୁ ଦିନ ଆହ୍ୱାନସବୁ ବଢିବାରେ ଲାଗିଛି । ଏହି ସଙ୍କଟ, ବୈଶ୍ୱିକ ସଙ୍କଟ ଅନେକ ସଙ୍କଟକୁ ସାଥିରେ ନେଇ ଆସୁଛି । ଏଭଳି ସଙ୍କଟ ସୟରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ତାଳମେଳକୁ, ସହଯୋଗୀ ସଂଘବାଦର ଭାବନାକୁ ଆହୁରି ବୃଦ୍ଧି କରାଇବା ଅନିବାର୍ଯ୍ୟ ହୋଇପଡିଛି । ଏବେ ମୁଁ ଏକ ଛୋଟ ଉଦାହରଣ ଦେଉଛି । ଯେପରି ପେଟ୍ରୋଲ- ଡିଜେଲର ମୂଲ୍ୟ ବିଷୟ ଆମ ସମସ୍ତଙ୍କ ସାମନାରେ ରହିଛି । ଦେଶବାସୀଙ୍କ ଉପରୁ ପେଟ୍ରୋଲ ଡିଜେଲ ଦରବୃଦ୍ଧିର ବୋଝ ହ୍ରାସ କରିବା ପାଇଁ କେନ୍ଦ୍ର ସରକାର ଅବକାରୀ ଶୁଳ୍କ ହ୍ରାସ କରିଥିଲେ । ଗତ ନଭେମ୍ବର ମାସରେ କମ୍ କରିଥିଲେ । କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି ଯେ ସେମାନେ ନିଜ ନିଜ ରାଜ୍ୟରେ ଟିକସ ହ୍ରାସ କରନ୍ତୁ ଏବଂ ଏହାର ଲାଭ ନାଗରିକମାନଙ୍କୁ ହସ୍ତାନ୍ତର କରନ୍ତୁ । ଏହା ପରେ କେତେକ ରାଜ୍ୟ ତ ଭାରତ ସରକାରଙ୍କ ଏହି ଭାବନା ଅନୁରୂପ ଟିକସ କମ୍ କରିଦେଲେ କିନ୍ତୁ କେତେକ ରାଜ୍ୟ ନିଜ ରାଜ୍ୟବାସୀଙ୍କୁ ଏହାର ଲାଭ ଦେଲେ ନାହିଁ । ଏହି କାରଣରୁ ପେଟ୍ରୋଲ ଡିଜେଲର ମୂଲ୍ୟ ଏହି ରାଜ୍ୟଗୁଡିକରେ ଏବେ ମଧ୍ୟ ଅନ୍ୟ ରାଜ୍ୟ ତୁଳନାରେ ଖୁବ ଅଧିକ ରହିଛି । ଏହା ଏକ ପ୍ରକାର ଏହି ରାଜ୍ୟଗୁଡିକର ଲୋକମାନଙ୍କ ସହ ଅନ୍ୟାୟ ତ ଅଟେ, ଏଥି ସହ ପଡୋଶୀ ରାଜ୍ୟଗୁଡିକୁ ମଧ୍ୟ ଏହା କ୍ଷତି ପହଂଚାଇଥାଏ । ସ୍ୱାଭାବିକ କଥା ଯେ ଯେଉଁ ରାଜ୍ୟ ଟିକସ ହ୍ରାସ କରିଥାଆନ୍ତି, ସେହି ସବୁ ରାଜ୍ୟର ରାଜସ୍ୱ ହାନି ହୋଇଥାଏ ।  ଯେପରି ଯଦି କର୍ଣ୍ଣାଟକ ଟିକସ ହ୍ରାସ କରି ନଥାନ୍ତା ତେବେ ତାକୁ ଏହି ଛଅ ମାସ ମଧ୍ୟରେ ଆଉ ୫ ହଜାର କୋଟି ଟଙ୍କାରୁ ଅଧିକ ରାଜସ୍ୱ ମିିଳିଥାଆନ୍ତା । ଗୁଜରାଟ ମଧ୍ୟ ଯଦି ଟିକସ ହ୍ରାସ କରି ନଥାଆନ୍ତା ତେବେ ତାକୁ ମଧ୍ୟ ଆଉ ସାଢେ ତିନି ଚାରି ହଜାର କୋଟି ଟଙ୍କାରୁ ଅଧିକ ରାଜସ୍ୱ ମିଳିଥାଆନ୍ତା । କିନ୍ତୁ ଏଭଳି କିଛି ରାଜ୍ୟ ନିଜ ନାଗରିକମାନଙ୍କ ମଙ୍ଗଳ ପାଇଁ, ନିଜ ନାଗରିକମାନଙ୍କୁ ଅସୁବିଧା ନ ହେଉ ଏଥିପାଇଁ ନିଜ ଭାଗର ଟିକସ ହ୍ରାସ କଲେ, ସକରାତ୍ମକ ପଦକ୍ଷେପ ଉଠାଇଲେ । ସେତେବେଳେ ଗୁଜରାଟ ଏବଂ କର୍ଣ୍ଣାଟକର ପଡୋଶୀ ରାଜ୍ୟ ଟିକସ ହ୍ରାସ ନ କରି ଏହି ଛଅ ମାସରେ ସାଢେ ତିନି ହଜାର କୋଟି ଟଙ୍କାରୁ ନେଇ ପାଂଚ- ସାଢେ ପାଂଚ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ରାଜସ୍ୱ ଆୟ କରିଛନ୍ତି । ଯେପରି ଆମେ ଜାଣିଛେ ଯେ ଗତ ବର୍ଷ ନଭେମ୍ବର ମାସରେ ଭ୍ୟାଟ କମ୍ କରିବାର କଥା ଥିଲା, ମୁଁ ସମସ୍ତଙ୍କୁ ଅନୁରୋଧ କରିଥିଲି । କିନ୍ତୁ କେତେକ ରାଜ୍ୟ, ମୁଁ ଏଠାରେ କାହାର ସମାଲୋଚନା କରୁନାହିଁ, ମୁଁ କେବଳ ଆପଣମାନଙ୍କୁ ପ୍ରାର୍ଥନା କରୁଛି । ଆପଣଙ୍କ ରାଜ୍ୟର ନାଗରିକମାନଙ୍କ ମଙ୍ଗଳ ପାଇଁ ପ୍ରାର୍ଥନା କରୁଛି । ଏବେ ଯେପରି ସେତେବେଳେ ଛଅ ମାସ ପୂର୍ବରୁ କିଛି ରାଜ୍ୟ କଥା ମାନିଲେ ତ ଆଉ କିଛି କଥା ମାନିଲେ ନାହିଁ । ଏବେ କେତେକ ରାଜ୍ୟ ଯେପରିକି ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କେରଳ, ଝାଡଖଣ୍ଡ, କୌଣସି ନା କୌଣସି କାରଣରୁ ଏହି କଥା ମାନିଲେ ନାହିଁ ଏବଂ ସେମାନଙ୍କ ରାଜ୍ୟର ନାଗରିକମାନଙ୍କର ବୋଝ ହାଲୁକା ହୋଇପାରିଲା ନାହିଁ । ମୁଁ ଏହି କଥା ଉଠାଇବି ନାହିଁ ଯେ ଏହି ସମୟ ମଧ୍ୟରେ ଏହି ରାଜ୍ୟଗୁଡିକ କେତେ ରାଜସ୍ୱ ଆୟ କଲେ । କିନ୍ତୁ ଏବେ ମୁଁ ଆପଣମାନଙ୍କୁ ପ୍ରାର୍ଥନା କରିବି ଯେ ଦେଶ ହିତରେ ଆପଣମାନେ ଗତ ନଭେମ୍ବରରେ ଯାହା କରିବାର ଥିଲା, ଛଅ ମାସ ବିତିଗଲାଣି, ଏବେ ବି ଆପଣ ନିଜ ନାଗରିକମାନଙ୍କ ବୋଝ ହ୍ରାସ କରି ଏହାର ଲାଭ ପହଂଚାନ୍ତୁ । ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ଭାରତ ସରକାରଙ୍କ ନିକଟକୁ ଯେଉଁ ରାଜସ୍ୱ ଆସିଥାଏ, ତାର ୪୨ ପ୍ରତିଶତ ରାଜ୍ୟଗୁଡିକ ନିକଟକୁ ଚାଲି ଯାଇଥାଏ । 

|

ମୁଁ ସବୁ ରାଜ୍ୟଗୁଡିକୁ ନିବେଦନ କରିବି ଯେ ବୈଶ୍ୱିକ ସଙ୍କଟର ଏହି ସମୟରେ ସହଯୋଗୀ ସଂଘବାଦର ଭାବନାର ମାର୍ଗରେ ଆଗକୁ ବଢି ଏକ ଟିମ ଭାବରେ ଆମେ ସମସ୍ତେ ମିଳିମିଶି କାମ କରି ଚାଲୁ । ଏବେ ଅନେକ ବିଷୟ ରହିଛି ଯାହା ଉପରେ ମୁଁ ସୂକ୍ଷ୍ମ ଭାବରେ ଆଲୋଚନା କରିବାକୁ ଯାଉ ନାହିଁ । ଯେମିତିକି ସାର, ଆଜି ଆମେ ସାର ପାଇଁ ବିଶ୍ୱର ଅନ୍ୟ ଦେଶ ଉପରେ ନିର୍ଭରଶୀଳ । କେତେ ବଡ ସଙ୍କଟ ଆସିଛି । ଲଗାତାର ଅନେକ ଗୁଣା ସବସିଡି ବଢୁଛି । ଆମେ କୃଷକମାନଙ୍କ ଉପରେ ସେହି ବୋଝ ଲଦି ଦେବାକୁ ଚାହୁଁ ନାହୁଁ । ଏବେ ଯେତେବେଳେ ଏଭଳି ସଙ୍କଟର ସମ୍ମୁଖୀନ ହେବାକୁ ପଡୁଛି ସେତେବେଳେ ମୁଁ ଆପଣମାନଙ୍କୁ ନିବେଦନ କରୁଛି, ପ୍ରାର୍ଥନା କରୁଛି ଯେ ଆପଣମାନେ ନିଜ ରାଜ୍ୟ, ନିଜ ପଡୋଶୀ ରାଜ୍ୟ, ସମସ୍ତ ଦେଶବାସୀଙ୍କ ହିତ ପାଇଁ ତାକୁ ସର୍ବୋଚ୍ଚ ପ୍ରାଥମିକତା ଦିଅନ୍ତୁ । ମୁଁ ଗୋଟିଏ ଉଦାହରଣ ଦେଉଛି । ଏବେ ନଭେମ୍ବରରେ ଯାହା କରିବାର ଥିଲା ତାହା କଲେ ନାହିଁ । ଏଥିପାଇଁ ଗତ ଛଅ ମାସରେ କଣ ହୋଇଛି । ଆଜି ଚେନ୍ନାଇରେ, ତାମିଲନାଡୁରେ ପେଟ୍ରୋଲ ପ୍ରାୟ ୧୧୧ଟଙ୍କା ରହିଛି । ଜୟପୁରରେ ୧୧୮ ଟଙ୍କାରୁ ଅଧିକ ରହିଛି । ହାଇଦ୍ରାବାଦରେ ୧୧୯ ଟଙ୍କାରୁ ଅଧିକ । କୋଲକାତାରେ ୧୧୫ ଟଙ୍କାରୁ ଅଧିକ । ମୁମ୍ବାଇରେ ୧୨୦ ଟଙ୍କାରୁ ଅଧିକ ରହିଛି ଏବଂ ଯେଉଁମାନେ ହ୍ରାସ କଲେ, ମୁମ୍ବାଇ ନିକଟବର୍ତୀ ଡିଉ ଦମନରେ ପେଟ୍ରୋଲ ୧୦୨ ଟଙ୍କା ରହିଛି । ମୁମ୍ବାଇରେ ୧୨୦ ଟଙ୍କା, ନିକଟବର୍ତୀ ଦମନ ଡିଉରେ ୧୦୨ ଟଙ୍କା । ଏବେ କୋଲକାତାରେ ୧୧୫ ଟଙ୍କା, ଲକ୍ଷ୍ନୌରେ ୧୦୫, ହାଇଦ୍ରାବାଦରେ ପାଖାପାଖି ୧୦୨, ଜମ୍ମୁରେ ୧୦୬ । ଜୟପୁରରେ ୧୧୮, ଗୌହାଟିରେ ୧୦୫ । ଗୁରୁଗ୍ରାମରେ ୧୦୫, ଆମର ଏକ ଛୋଟ ରାଜ୍ୟ ଉତରାଖଣ୍ଡର ଡେରାଡୁନରେ ୧୦୩ ଟଙ୍କା । ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ଯେ ଆପଣମାନେ ଛଅ ମାସରେ ହୁଏତ ଯାହା ବି ଆପଣମାନଙ୍କର ରାଜସ୍ୱ ବଢି ଥାଉ ନା କାହିଁକି, ଆପଣଙ୍କ ରାଜ୍ୟର କାମରେ ଆସିବ କିନ୍ତୁ ସମଗ୍ର ଦେଶ ପାଇଁ ଆପଣ ସହଯୋଗ କରନ୍ତୁ । ମୁଁ ଆଜି ଆପଣମାନଙ୍କୁ ବିଶେଷ ଭାବେ ଅନୁରୋଧ କରୁଛି ।

ବନ୍ଧୁଗଣ,

ଆଉ ଗୋଟିଏ ବିଷୟ ଏବଂ ଯାହା ଉପରେ ମଧ୍ୟ ମୁଁ ନିଜ ମତ ଉପସ୍ଥାପନ କରିବାକୁ ଚାହୁଁଛି । ଦେଶରେ ତାପମାତ୍ରା ଦୃତ ଗତିରେ ବଢି ଚାଲିଛି ଏବଂ ସମୟ ପୂର୍ବରୁ ଅତ୍ୟଧିକ ଉତାପ ବୃଦ୍ଧି ପାଉଛି ଏବଂ ଏଭଳି ସମୟରେ ଆମେ ଭିନ୍ନ ଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡର ବଢି ଚାଲିଥିବା ଘଟଣା ମଧ୍ୟ ଦେଖୁଛେ । ଜଙ୍ଗଲରେ, ଗୁରୁତ୍ୱପୂର୍ଣ୍ଣ କୋଠାବାଡିରେ, ହସ୍ପିଟାଲରେ ଅନେକ ଅଗ୍ନିକାଣ୍ଡ ଘଟଣା ଗତ କିଛି ଦିନରେ ମଧ୍ୟ ଘଟିଯାଇଛି । ଆମ ସମସ୍ତଙ୍କର ମନେ ଅଛି ସେହି ଦିନ କେତେ ପୀଡାଦାୟକ ଥିଲା, ଯେଉଁ ଦିନ ଗତ ବର୍ଷ କେତେ ଯେ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା ଏବଂ ସେସବୁ ଅତି ଦୁଃଖଦାୟକ ପରିସ୍ଥିତି ଥିଲା । ତାହା ଖୁବ କଷ୍ଟକର ସମୟ ଥିଲା । ଅନେକ ଲୋକଙ୍କୁ ଏହି ଦୁର୍ଘଟଣାରେ ନିଜର ଜୀବନ ହରାଇବାକୁ ପଡିଥିଲା ।

ଏଥିପାଇଁ ମୋର ସମସ୍ତ ରାଜ୍ୟକୁ ଅନୁରୋଧ ଯେ ଏବେଠାରୁ ଆମେ ବିଶେଷକରି ହସ୍ପିଟାଲଗୁଡିକର ସୁରକ୍ଷା ଅଡିଟ କରାଇବା, ସୁରକ୍ଷାର ବ୍ୟବସ୍ଥାକୁ କଡାକଡି କରାଇବା ଏବଂ ପ୍ରାଥମିକତା ଆଧାରରେ କରିବା । ଏଭଳି ଘଟଣାଗୁଡିକରୁ ଆମେ ରକ୍ଷା ପାଇପାରୁ, ଏଭଳି ଘଟଣା କମ୍ ଘଟୁ, ଆମର ପ୍ରତିକ୍ରିିୟା ସମୟ ମଧ୍ୟ କମରୁ ଆହୁରି କମ ହେଉ, ଧନଜୀବନର ହାନୀ ନ ହେଉ, ଏଥିପାଇଁ ମଧ୍ୟ ଆପଣମାନଙ୍କୁ ଅନୁରୋଧ କରିବି ଯେ ଆପଣମାନେ ନିଜ ନିଜର ଟିମକୁ ବିଶେଷ ଭାବରେ ଏହି କାର୍ଯ୍ୟରେ ନିୟୋଜିତ କରାନ୍ତୁ ଏବଂ ସମ୍ପୁର୍ଣ୍ଣ ଭାବରେ ତଦାରଖ କରନ୍ତୁ, ଯାହାଦ୍ୱାରା ଦେଶରେ କୌଣସି ଦୁର୍ଘଟଣା ନ ଘଟୁ । ଆମର ନିର୍ଦ୍ଦୋଷ ନାଗରିକମାନଙ୍କୁ ଜୀବନ ହରାଇବାକୁ ନ ପଡୁ ।

ବନ୍ଧୁଗଣ,

 ଆପଣମାନେ ସମସ୍ତେ ସମୟ ବାହାର କଲେ, ଏଥିପାଇଁ ମୁଁ ପୁଣିଥରେ ଆପଣ ସମସ୍ତଙ୍କ ପ୍ରତି କୃତଜ୍ଞତା ଜଣାଉଛି ଏବଂ ସଦାସର୍ବଦା ମୁଁ CFଆପଣମାନଙ୍କ ପାଇଁ ନିଜକୁ ଉପଲବ୍ଧ ରଖୁଛି । ଆପଣମାନଙ୍କ ନିକଟରେ ଯଦି କିଛି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ରହିଛି ମତେ ଜଣାଇଲେ ମୁଁ ଖୁସି ହେବି । ମୁଁ ପୁଣି ଥରେ ଆପଣ ସମସ୍ତଙ୍କୁ ଅନେisକ ଅନେକ ଧନ୍ୟବାଦ ଜଣାଉଛି । 

Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
Tyre exports hit record high of 25k cr in FY25

Media Coverage

Tyre exports hit record high of 25k cr in FY25
NM on the go

Nm on the go

Always be the first to hear from the PM. Get the App Now!
...
List of Outcomes: State Visit of Prime Minister to Ghana
July 03, 2025

I. Announcement

  • · Elevation of bilateral ties to a Comprehensive Partnership

II. List of MoUs

  • MoU on Cultural Exchange Programme (CEP): To promote greater cultural understanding and exchanges in art, music, dance, literature, and heritage.
  • MoU between Bureau of Indian Standards (BIS) & Ghana Standards Authority (GSA): Aimed at enhancing cooperation in standardization, certification, and conformity assessment.
  • MoU between Institute of Traditional & Alternative Medicine (ITAM), Ghana and Institute of Teaching & Research in Ayurveda (ITRA), India: To collaborate in traditional medicine education, training, and research.

· MoU on Joint Commission Meeting: To institutionalize high-level dialogue and review bilateral cooperation mechanisms on a regular basis.