ନମସ୍କାର,
ମୋର ପ୍ରିୟ ଦେଶବାସୀ ଏବଂ ବିଶ୍ୱ ସମୁଦାୟର ସମସ୍ତ ପରିବାରଗଣ, କିଛି ଦିନ ପରେ, ଡିସେମ୍ବର ପହିଲାରୁ ଭାରତ, ଜି-୨ଠର ଅଧ୍ୟକ୍ଷତା କରିବ । ଭାରତ ପାଇଁ ଏହା ଏକ ଐତିହାସିକ ଅବସର ଅଟେ । ଆଜି ଏହି ସଂଦର୍ଭରେ ଏହି ସମ୍ମିଳନୀର ୱେବସାଇଟ, ଥିମ ଏବଂ ଲୋଗୋକୁ ଉନ୍ମୋଚନ କରାଯାଇଛି । ମୁଁ ସମସ୍ତ ଦେଶବାସୀଙ୍କୁ ଏହି ଅବସରରେ ବହୁତ ବହୁତ ଶୁଭେଚ୍ଛା ଜଣାଉଛି ।
ସାଥୀମାନେ,
ଜି-୨ଠ ଏଭଳି ଦେଶଗୁଡ଼ିକର ସମୁହ ଅଟେ ଯାହାର ଆର୍ଥିକ ସାମର୍ଥ୍ୟ ବିଶ୍ୱର ୮୫ ପ୍ରତିଶତ ଜିଡିପିର ପ୍ରତିନିଧିତ୍ୱ କରିଥାଏ । ଜି-୨ଠ ସେହି ୨ଠଟି ଦେଶର ସମୁହ ଅଟେ; ଯାହା ବିଶ୍ୱର ୭୫ ପ୍ରତିଶତ ବାଣିଜ୍ୟର ପ୍ରତିନିଧିତ୍ୱ କରିଥାଏ । ଜି-୨ଠ ଜନସଂଖ୍ୟା ସମାହିତ ଅଛି ଏବଂ ଭାରତ, ବର୍ତ୍ତମାନ ଏହି ଜି-୨ଠ ସମୁହର ନେତୃତ୍ୱ କରିବାକୁ ଯାଉଛି, ଏହାର ଅଧ୍ୟକ୍ଷତା କରିବାକୁ ଯାଉଛି ।
ଆପଣ କଳ୍ପନା କରିପାରିବେ ଯେ ସ୍ୱାଧୀନତାର ଅମୃତ କାଳରେ ଦେଶ ସମ୍ମୁଖରେ କେତେ ବଡ଼ ସୁଯୋଗ ଆସିଛି । ଏହା ପ୍ରତ୍ୟେକ ଭାରତବାସୀଙ୍କ ପାଇଁ ଗର୍ବର ବିଷୟ ଅଟେ, ତାହାର ଗୌରବକୁ ବଢ଼ାଇବାର ଏହା କଥା ଅଟେ । ଏବଂ ମୋତେ ଖୁସି ଲାଗୁଛି ଯେ ଜି-୨ଠ ସମ୍ମିଳନୀକୁ ନେଇ, ଭାରତରେ ହେବାକୁଥିବା ଏହା ସହିତ ଜଡ଼ିତ ଆୟୋଜନକୁ ନେଇ, ଉତ୍ସୁକତା ଏବଂ ସକ୍ରିୟତା କ୍ରମାଗତ ଭାବେ ବୃଦ୍ଧି ଘଟୁଛି । ଆଜି ଯେଉଁ ଏହି ଲୋଗେ ଉଦଘାଟନ ହୋଇଛି, ତାହାର ନିର୍ମାଣରେ ମଧ୍ୟ ଦେଶବାସୀଙ୍କର ବଡ଼ ଭୂମିକା ରହିଛି । ଆମେ ଲୋଗୋ ପାଇଁ ଦେଶବାସୀଙ୍କ ଠାରୁ ତାଙ୍କର ମହୁମୂଲ୍ୟ ମତାମତ ମାଗିଥିଲୁ ଏବଂ ମୋତେ ଜାଣି ବହୁତ ଭଲ ଲାଗିଲା ଯେ ସରକାରଙ୍କୁ ହଜାର ହଜାର ସଂଖ୍ୟାରେ ଲୋକମାନେ ନିଜର ରଚନାତ୍ମକ ବିଚାର ପଠେଇଲେ । ଆଜି ସେହି ବିଚାର, ସେହି ମତାମତ ଏତେ ବଡ଼ ବୈଶ୍ୱିକ ଆୟୋଜନର ପରିଚୟ ପାଲଟିଯାଇଛି । ମୁଁ ଏହି ପ୍ରୟାସ ପାଇଁ ସମସ୍ତଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି ।
ସାଥୀମାନେ,
ଜି-୨ଠର ଏହି ଲୋଗୋ କେବଳ ଗୋଟିଏ ପ୍ରତୀକ ଚିହ୍ନ ନୁହେଁ । ଏହା ଏକ ସଂଦେଶ ମଧ୍ୟ ଅଟେ । ଏହା ଏକ ଭାବନା ଅଟେ, ଯାହା ଆମର ରଙ୍ଗରେ ରହିଛି । ଏହା ଏକ ସଂକଳ୍ପ ଅଟେ, ଯାହା ଆମର ଚିନ୍ତାରେ ସାମିଲ ରହିଛି । ‘ବସୁଧୈବ କୁଟୁମ୍ବକମ’ର ମନ୍ତ୍ର ମାଧ୍ୟମରେ ବିଶ୍ୱ ବନ୍ଧୁତ୍ୱର ଯେଉଁ ଭାବନାକୁ ଆମେ ଜିତି ଆସିଛୁ । ସେହି ବିଚାର ଏହି ଲୋଗୋ ଏବଂ ଥିମରେ ପ୍ରତିବିମ୍ବିତ ହେଉଛି । ଏହି ଲୋଗୋରେ ପଦ୍ମର ଫୁଲ, ଭାରତର ପୌରାଣିକ ଅସ୍ତିତ୍ୱ, ଆମର ଆସ୍ଥା, ଆମର ବୌଦ୍ଧିକତାକୁ ଚିତ୍ରିତ କରୁଛି ।
ଆମର ଏଠାରେ ଅଦ୍ୱୈତର ଚିନ୍ତନ ଜୀବ ମାତ୍ରର ଏକତ୍ୱର ଦର୍ଶନ ରହିଛି । ଏହି ଦର୍ଶନ, ଆଜିର ବୈଶ୍ୱିକ ଦ୍ୱନ୍ଦ ଏବଂ ଦ୍ୱିବିଧାଗୁଡ଼ିକର ସମାଧାନର ମାଧ୍ୟ ହେଲେ, ଏହି ଲୋଗୋ ଏବଂ ଥିମ ମାଧ୍ୟମରେ, ଆମେ ଏହି ସଂଦେଶ ଦେଇଛୁ । ଯୁଦ୍ଧରୁ ମୁକ୍ତି ପାଇଁ ବୁଦ୍ଧଙ୍କର ଯେଉଁ ସଂଦେଶ ଅଛି, ହିଂସାର ପ୍ରତିରୋଧରେ ମହାତ୍ମା ଗାନ୍ଧୀଙ୍କର ଯେଉଁ ସମାଧାନ ଅଛି, ଜି-୨ଠ ମାଧ୍ୟମରେ ଭାରତ ତାହାର ବୈଶ୍ୱିକ ପ୍ରତିଷ୍ଠାକୁ ନୂତନ ଶକ୍ତି ଦେଉଛି ।
ସାଥୀମାନେ,
ସମଗ୍ର ଦୁନିଆରେ ଯେତେବେଳେ ସଂକଟ ଲାଗି ରହିଛି ଏବଂ ବିଶୃଙ୍ଖଳା ଦେଖାଦେଇଛି ସେଇ ସମୟରେ ଭାରତର ଜି-୨ଠ ଆସୁଛି । ବ୍ୟାଘାତ, ଦ୍ୱନ୍ଦ୍ୱ ଏବଂ ଅନେକ ଅନିଶ୍ଚିତତା ଭିତରେ ସମଗ୍ର ବିଶ୍ୱ ଗତି କରୁଛି । ଜି-୨ଠ ଲୋଗୋରେ ଥିବା କମଳର ପ୍ରତୀକ ଏହି ସମୟରେ ଦେଉଛି ଆଶାର ଏକ ପ୍ରନିନିଧିତ୍ୱ ସଦୃଶ । ପରିସ୍ଥିତି ଯେତେ ପ୍ରତିକୂଳ ହେଉ ନା କାହିଁକି ପଦ୍ମ ବା କମଳ ଫୁଲ ଫୁଟିଥାଏ । ଯଦିଓ ବିଶ୍ୱ ଏବେ ଏକ ଗଭୀର ସଂକଟରେ ଅଛି ତଥାପି ଆମେ ଅଗ୍ରଗତି କରି ବିଶ୍ୱକୁ ଏକ ଉତ୍ତମ ସ୍ଥାନ ଦେଇପାରିବା । ଭାରତୀୟ ସଂସ୍କୃତିରେ ଉଭୟ ଜ୍ଞାନ ଏବଂ ସମୃଦ୍ଧିର ଦେବୀ କମଳ ଲତା ଉପରେ ବସିଛନ୍ତି । ଆଜି ସମଗ୍ର ବିଶ୍ୱ ଏହାକୁ ଅଧିକ ଆବଶ୍ୟକ କରୁଛି । ଅଂଶୀଦାର ଭାବରେ ଜ୍ଞାନ ଯାହା ଆମ ପରିସ୍ଥିତିକୁ ଦୂର କରିବାରେ ସାହାଯ୍ୟ କରୁଛି ଏବଂ ସମୃଦ୍ଧିର ସମୃଦ୍ଧତା ଯାହା ଶେଷ ପର୍ଯ୍ୟାୟରେ ଶେଷ ବ୍ୟକ୍ତିଙ୍କ ନିକଟରେ ପହଂଚିପାରୁଛି ।
ଏହି କାରଣରୁ ଜି-୨ଠ ଲୋଗୋରେ ପୃଥିବୀ ମଧ୍ୟ ଏକ ଲତା ଉପରେ ରଖାଯାଇଛି । ଲୋଗୋରେ ଥିବା କମଳ ପଦ୍ମ ଫୁଲର ୨ଟି ପାଖୁଡ଼ା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ସେମାନେ ସାତ ମହାଦେଶର ପ୍ରତିନିଧିତ୍ୱ କରୁଛନ୍ତି । ଏହି ସାତଟି ପାଖୁଡ଼ା ହେଉଛି ସଂଗୀତର ସର୍ବଭାରତୀୟ ଭାଷାର ସୂର । ସଂଗୀତରେ ଯେତେବେଳେ ସାତଟି ସୂର ଏକାଠି ହୁଏ, ସେମାନେ ସେତେବେଳେ ସମ୍ପୂର୍ଣ୍ଣ ସମନ୍ୱୟ ସୃଷ୍ଟି କରନ୍ତି । କିନ୍ତୁ ପ୍ରତ୍ୟେକ ସୂରର ନିଜସ୍ୱ ସ୍ୱତନ୍ତ୍ରତା ରହିଛି । ସେହିଭଳି ବିବିଧତାକୁ ସମ୍ମାନ ଦେଉଥିବା ବେଳେ ଜି-୨ଠ ବିଶ୍ୱକୁ ଏକତ୍ରିତ କରିବାକୁ ଲକ୍ଷ୍ୟ ରଖିଛି ।
ସାଥୀମାନେ,
ଏହି କଥା ସତ ଯେ ଦୁନିଆରେ ଯେତେବେଳେ ଜି-୨ଠ ଭଳି ବଡ଼ ପ୍ଲାଟଫର୍ମ୍ସର କୌଣସି ସମ୍ମିଳନୀ ହୋଇଥିଲା, ତେବେ ତାହା ନିଜର କୂଟନୀତିକ ଏବଂ ଭୂ-ରାଜନୀତିକ ହୋଇଥାଏ । ଏହା ସ୍ୱାଭାବିକ ମଧ୍ୟ ଅଟେ । କିନ୍ତୁ ଭାରତ ପାଇଁ ଏହି ସମ୍ମିଳନୀ କେବଳ ଏକ ଡିପ୍ଲେମେଟିକ ମିଟିଂ ନ ଥିଲା । ଭାରତ ଏହାକୁ ନିଜ ପାଇଁ ଏକ ନୂଆ ଦାୟିତ୍ୱ ଭାବରେ ଦେଖୁଛି । ଆଜି ବିଶ୍ୱରେ ଭାରତକୁ ଜାଣିବାକୁ, ଭାରତକୁ ବୁଝିବାକୁ ଏକ ଅଦ୍ଭୁତପୂର୍ବ ଜିଜ୍ଞାସା ରହିଛି । ଆଜି ଭାରତକୁ ଗୋଟିଏ ନୂତନ ଆଲୋକରେ ଅଧ୍ୟୟନ କରାଯାଉଛି । ଆମର ବର୍ତ୍ତମାନର ସଫଳତାଗୁଡ଼ିକର ଆକଳନ କରାଯାଉଛି, ଆମର ଭବିଷ୍ୟତକୁ ନେଇ ଅଦ୍ଭୁତପୂର୍ବର୍ ଆଶା ପ୍ରକଟିତ ହେଉଛି ।
ଏମିତି ଭାବରେ ଆମ ଦେଶବାସୀଙ୍କର ଦାୟିତ୍ୱ ରହିଛି ଯେ ଆମେ ଏହି ଆଶାଗୁଡ଼ିକୁ ଉପେକ୍ଷାଗୁଡ଼ିକୁ ବହୁ ଅଧିକ ଭାବରେ ଉନ୍ନତି କରି ଦେଖାଇବାକୁ ଅଛି । ଏହା ଆମର ଦାୟିତ୍ୱ ଅଟେ ଯେ ଆମେ ଭାରତର ଚିନ୍ତା ଏବଂ ସାମର୍ଥ୍ୟରୁ, ଭାରତର ସଂସ୍କୃତି ଏବଂ ସମାଜଶକ୍ତିରୁ ବିଶ୍ୱକୁ ପରିଚିତ କରାଇବ । ଏହା ଆମର ଦାୟିତ୍ୱ ଯେ ଆମେ ଆମର ହଜାର ହଜାର ବର୍ଷର ପୁରୁଣା ସଂସ୍କୃତିର ବୌଦ୍ଧିକତା ଏବଂ ସେଥିରେ ସମାହିତ ଆଧୁନିକତାରୁ ବିଶ୍ୱର ଜ୍ଞାନବର୍ଦ୍ଧନ କରିବ ।
ଯେଉଁଭଳି ଭାବରେ ଆମେ ଶତାବ୍ଦୀ ଧରି ଏବଂ ସହଶ୍ରାଦ୍ଧିରୁ ମଧ୍ୟ ‘ଜୟ-ଜଗତ’ର ବିଚାରକୁ ଜିତି ଆସିଛୁ, ଆଜି ଆମେ ତାହାକୁ ଜୀବନ୍ତ କରି ଆଧୁନିକ ବିଶ୍ୱ ସମ୍ମୁଖରେ ପ୍ରସ୍ତୁତ କରିବାକୁ ହେବ । ଆମକୁ ସମସ୍ତଙ୍କୁ ଯୋଡ଼ିବାକୁ ହେବ। ସମସ୍ତଙ୍କ ବୈଶ୍ୱିକ କର୍ତ୍ତବ୍ୟର ବୋଧ କରାଇବାକୁ ହେବ । ବିଶ୍ୱ ଭବିଷ୍ୟତରେ ତାହାର ନିଜର ଭାଗିଦାରୀ ପାଇଁ ଜାଗ୍ରତ କରିବାକୁ ହେବ । ପ୍ରେରିତ କରିବାକୁ ହେବ ।
ସାଥୀମାନେ,
ଆଜି ଯେତେବେଳେ ଭାରତ ଜି-୨ଠର ଅଧ୍ୟକ୍ଷତା କରିବାକୁ ଯାଉଛି, ତେବେ ଏହି ଆୟୋଜନ ଆମରି ପାଇଁ, ୧୩ଠ କୋଟଇ ଭାରତୀୟମାନଙ୍କ ଶକ୍ତି ଏବଂ ସାମର୍ଥ୍ୟର ପ୍ରତିନିଧିତ୍ୱ ଅଟେ । ଆଜି ଭାରତ ଏହି ଶିଖରରେ ପହଂଚିଛି । କିନ୍ତୁ, ଏହା ପଛରେ ଆମର ହଜାର ବର୍ଷର ବହୁତ ବଡ଼ ଯାତ୍ରା ଯୋଡ଼ି ହୋଇଛି । ଆମେ ହଜାର ବର୍ଷର ଉକ୍ରର୍ଷ ଏବଂ ବୈଭବ ମଧ୍ୟ ଦେଖିଛୁ । ଆମେ ବିଶ୍ୱର ସବୁଠାରୁ ଅନ୍ଧକାରମୟ ସମୟ ମଧ୍ୟ ଦେଖିଛୁ । ଆମେ ଶତାବ୍ଦୀ ଧରି ଦାସତ୍ୱ ଏବଂ ଅନ୍ଧକାରରେ ଜିଇଁବାର ବହୁତ କଷ୍ଟର ଦିନ ଆମେ ଦେଖିଛୁ । ଅନେକ ଆକ୍ରାନ୍ତ ଏବଂ ଅତ୍ୟାଚାରର ସମ୍ମୁଖିନ ହେବାକୁ ଯାଇ, ଭାରତ ଏକ ଜୀବନ୍ତ ଇତିହାସକୁ ଏକତ୍ରିତ କରିବାରେ ଆଜି ଏ ପର୍ଯ୍ୟନ୍ତ ପହଂଚିଛି ।
ସେହି ଅନୁଭବ ଆଜି ଭାରତର ବିକାଶ ଯାତ୍ରାରେ ତାହାର ସବୁଠାରୁ ବଡ଼ ଶକ୍ତି ଅଟେ, ସ୍ୱାଧୀନତା ପରେ ଆମେ ଶୂନରୁ ଆରମ୍ଭ କରି, ଶିଖରକୁ ଲକ୍ଷ୍ୟ କରି, ଏକ ବଡ଼ଯାତ୍ରା ଆରମ୍ଭ କରିଥିଲେ । ଏଥିରେ ଗତ ୭୫ ବର୍ଷରେ ଯେତେ ମଧ୍ୟ ସରକାର ରହିଥିଲେ, ସେହି ସମସ୍ତଙ୍କ ପ୍ରୟାସ ସାମିଲ ରହିଛି, ସମସ୍ତ ସରକାର ଏବଂ ନାଗରିକମାନେ ନିଜ ନିଜ ଉପାୟରେ ମିଶି ଭାରତକୁ ଆଗକୁ ନେବାରେ ପ୍ରୟାସ କରିଥିଲେ । ଆମେ ଏହି ଉତ୍ସାହରୁ ଆଜି ଏକ ନୂତନ ଶକ୍ତି ସହିତ ପୂରା ଦୁନିଆକୁ ସାଥିରେ ନେଇ ଆଗକୁ ବଢ଼ିବାକୁ ହେବ ।
ସାଥୀମାନେ,
ଭାରତର ହଜାର ବର୍ଷ ପୁରାତନ ସଂସ୍କୃତି ଆମକୁ ଆଉ ଗୋଟିଏ କଥା ଶିଖାଇଛି । ଯେତେବେଳେ ଆମେ ପ୍ରଗତି ପାଇଁ ପ୍ରୟାସ କରିଥାଉ, ସେତେବେଳେ ଆମେ ବୈଶ୍ୱିକ ପ୍ରଗତିର ପରିକଳ୍ପନା ମଧ୍ୟ କରିଥାନ୍ତି । ଆଜି ଭାରତ ବିଶ୍ୱର ଏତେ ସମୃଦ୍ଧ ଏବଂ ସଜୀବ ଲୋକତନ୍ତ୍ର ଅଟେ । ଆମ ନିକଟରେ ଲୋକତନ୍ତ୍ରର ସଂସ୍କାର ମଧ୍ୟ ଅଛି ଏବଂ ଗଣତନ୍ତ୍ରର ମା’ ଭାବରେ ଗୌରବଶାଳୀ ପରମ୍ପରା ମଧ୍ୟ ଅଛି । ଭାରତ ନିକଟରେ ଯେତେ ବୈଶିଷ୍ଟ୍ୟତା ଅଛି, ସେତିକି ମଧ୍ୟ ବିବିଧତା ରହିଛି । ଏହି ଗଣତନ୍ତ୍ର, ଏହି ବିବିଧତା, ଏହି ଦେଶଜ ଆପ୍ରୋଚ, ଏହା ସହିତ ଭାବନା, ଏହି ସ୍ଥାନୀୟ ଜୀବନଶୈଳୀ, ଏହି ବୈଶ୍ୱିକ ଚିନ୍ତାଧାରା, ଆଜି ବିଶ୍ୱ ଏହି ବିଚାରେ ଆମର ସମସ୍ତ ଆହ୍ୱାନର ସମାଧାନ ଦେଖୁଛି ।
ଏବଂ, ଜି-୨ଠ ଏଥିପାଇଁ ଏକ ବଡ଼ ଅବସର ଭାବରେ କାର୍ଯ୍ୟରେ ଆସିପାରିବ । ଆମେ ଦୁନିଆକୁ ଏହା ଦେଖାଇପାରିବା ଯେ କେମିତି ଗଣତନ୍ତ୍ର ଯେତେବେଳେ ଏକ ବ୍ୟବସ୍ଥା ସହିତ ଏକ ସଂସ୍କାର ଏବଂ ସଂସ୍କୃତି ପାଲଟି ଯାଇଥାଏ, ତେବେ ଅବରୋଧର ସୀମା ଶେଷ ହୋଇ ଯାଇଥାଏ ।
ଆମେ ଦୁନିଆର ପ୍ରତ୍ୟେକ ମଣିଷକୁ ଆଶ୍ୱସ୍ତ କରିପାରିବୁ ଯେ ପ୍ରଗତି ଏବଂ ପ୍ରକୃତି ଦୁଇଟିଯାକ ଜଣେ ଅନ୍ୟଜଣଙ୍କ ସହିତ ଚାଲିପାରିବ । ଆମକୁ ଶତତ ବିକାଶକୁ କେବଳ ସରକାରଙ୍କ ବ୍ୟବସ୍ଥା ପରିବର୍ତ୍ତେ ବ୍ୟକ୍ତିଗତ ଜୀବନଶୈଳୀର ଅଂଶ ମଧ୍ୟ ହେବାକୁ ହେବ, ଏହାର ବିସ୍ତାର କରିବାକୁ ହେବ । ବାତାବରଣ ଆମ ପାଇଁ ବୈଶ୍ୱିକ କାରଣ ସହିତ ବ୍ୟକ୍ତିଗତ ଦାୟିତ୍ୱ ମଧ୍ୟ ହେବା ଦରକାର ।
ସାଥୀମାନେ,
ଆଜି ବିଶ୍ୱ ଚିକିତ୍ସା ସ୍ଥାନରେ ଆରୋଗ୍ୟର ଅନ୍ୱେଷଣ କରୁଛି । ଆମର ଆୟୁର୍ବେଦ, ଆମର ଯୋଗ, ଯାହାକୁ ନେଇ ଦୁନିଆରେ ଏକ ନୂତନ ବିଶ୍ୱାସ ଏବଂ ଉତ୍ସାହ ଅଛି, ଆମେ ତାହାର ବିସ୍ତାର ପାଇଁ ଏକ ବୈଶ୍ୱିକ ବ୍ୟବସ୍ଥା ତିଆରି କରିପାରିବା । ଆଗାମୀ ବର୍ଷ ବିଶ୍ୱ ଇଣ୍ଟର ନାସନାଲ ଇୟର ଅଫ ମିଲେଟସ ପାଳନ କରିବାକୁ ଯାଉଛି, କିନ୍ତୁ ଆମେ ଶତାବ୍ଦୀରୁ ଅନେକଗୁଡ଼ିଏ ମୋଟା ଶସ୍ୟକୁ ନିଜ ଘର ରୋଷେଇ ଘରେ ସ୍ଥାନ ଦେଇଛୁ ।
ସାଥୀମାନେ,
ଅନେକ କ୍ଷେତ୍ରରେ ଭାରତର ଉପଲବ୍ଧିମାନ ଏମିତି ଅଛି, ଯାହା ବିଶ୍ୱର ଅନ୍ୟ ଦେଶମାନଙ୍କ ଠାରୁ ମଧ୍ୟ କାମରେ ଆସିପାରିବ । ଉଦାହରଣ ସ୍ୱରୂପ, ଭାରତ ଡିଜିଟାଲ ଟେକ୍ନୋଲୋଜୀର ଉପଯୋଗ ଯେଉଁଭଳି ଭାବରେ ବିକାଶ ପାଇଁ କରିଛି, ତା’ ସହିତ ଭ୍ରଷ୍ଟାଚାରକୁ ଶେଷ କରିବାକୁ ଯେଉଁ ଉଦ୍ୟମ କରିଛି, ବାଣିଜ୍ୟରେ ସୁଗମତା ଏବଂ ଜିଇଁବାରେ ସୁଗମତାକୁ ବଢ଼ାଇବା ପାଇଁ ଯାହା କରାଯାଇଛି, ଏ ସମସ୍ତ ବିକାଶଶୀଳ ଦେଶମାନଙ୍କ ପାଇଁ ମୋଡେଲ ହୋଇଛି, ଟେମ୍ପଲେଟ୍ସ ହୋଇଛି ।
ଏହିଭଳି ଭାବରେ, ଆଜି ଭାରତ ମହିଳା ସଶକ୍ତିକରଣ, ତା’ଠାରୁ ବୃଦ୍ଧି ଘଟି ମହିଳା ନେତୃତ୍ୱରେ ବିକାଶ ଦିଗରେ ପ୍ରଗତି କରୁଛି । ଆମର ଜନଧନ ଆକାଉଣ୍ଟ ଏବଂ ମୁଦ୍ରା ଭଳି ଯୋଜନାମାନ ମହିଳାମାନଙ୍କ ବିତ୍ତୀୟ ସମାବେଶନକୁ ସୁନିଶ୍ଚିତ କରିଛି । ଏମିତି ବିଭିନ୍ନ କ୍ଷେତ୍ରରେ ଆମର ଅନୁଭବ ବିଶ୍ୱକୁ ବଡ଼ ସାହାଯ୍ୟ କରିପାରିବ ଏବଂ ଜି-୨ଠରେ ଭାରତର ଅଧ୍ୟକ୍ଷତା, ଏହି ସମସ୍ତ ସଫଳ ଅଭିଯାନକୁ ବିଶ୍ୱ ପର୍ଯ୍ୟନ୍ତ ନେବାରେ ଏକ ପ୍ରମୁଖ ମାଧ୍ୟମ ହୋଇଆସୁଛି ।
ସାଥୀମାନେ,
ଆଜିର ବିଶ୍ୱ ସାମୁହିକ ନେତୃତ୍ୱ ଦିଗରେ ବହୁତ ଆଶାର ସହିତ ଦେଖୁଛି । ସେ ଜି-୭ ହେଉ, ଜି-୭୭ ହେଉ କିମ୍ବା ୟୁଏନଜିଏ ହେଉ । ଏହି ପରିବେଶରେ, ଜି-୨ଠର ସଭାପତି ଭାବରେ ଭାରତର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ । ଭାରତ ଗୋଟିଏ ପଟେ ବିକଶିତ ଦେଶରୁ ଘନିଷ୍ଠ ବନ୍ଧୁତ୍ୱ ରଖିଥାଏ, ଏବଂ ଏହା ସହିତ ବିକାଶଶୀଳ ଦେଶର ଦୃଷ୍ଟିକୋଣକୁ ମଧ୍ୟ ଭଲ ଭାବରେ ବୁଝିଥାଏ, ତାହାର ଅଭିବ୍ୟକ୍ତି କରିଥାଏ । ଏହି ଆଧାର ଉପରେ ଆମେ ଆମର ଜି-୨ଠ ଅଧ୍ୟକ୍ଷତା ଭାବରେ ରୂପରେଖ ‘ଗ୍ଲୋବାଲ ସାଉଥ‘ର ସେହି ସମସ୍ତ ବନ୍ଧୁମାନଙ୍କ ସହିତ ମିଶି ନିର୍ମାଣ କରିବେ ଯେଉଁ ବିକାଶର ପଥରେ ଦଶନ୍ଧି ଧରି ଭାରତର ସହଯାତ୍ରୀ ରହିଛି ।
ଆମରି ପ୍ରୟାସ ରହିବ ଯେ ବିଶ୍ୱରେ କୌଣସି ମଧ୍ୟ ପ୍ରଥମ ବିଶ୍ୱ କିମ୍ବା ତୃତୀୟ ବିଶ୍ୱ ନ ହେଉ, ବରଂ କେବଳ ଗୋଟିଏ ବିଶ୍ୱ ହେଉ । ଭାରତ, ପୁରା ବିଶ୍ୱକୁ ଏକ ସାମାନ୍ୟ ଉଦେଶ୍ୟ ପାଇଁ, ଗୋଟିଏ ଉନ୍ନତ ଭବିଷ୍ୟତ ପାଇଁ, ସାଥୀରେ ନେବା ପାଇଁ ଦୃଷ୍ଟିକୋଣ ଉପରେ କାର୍ଯ୍ୟ କରୁଛି । ଭାରତ, ଗୋଟିଏ ସୂର୍ଯ୍ୟ, ଗୋଟିଏ ପୃଥିବୀ, ଗୋଟିଏ ଗ୍ରୀଡର ମନ୍ତ୍ର ସହିତ ବିଶ୍ୱର ଅକ୍ଷୟ ଶକ୍ତି ବିପ୍ଳବର ଆହ୍ୱାନ କରିଛନ୍ତି । ଭାରତ ଗୋଟିଏ ଧରିତ୍ରୀ, ଗୋଟିଏ ସ୍ୱାସ୍ତ୍ୟର ମନ୍ତ୍ର ସହିତ ବୈଶ୍ୱକି ସ୍ୱାସ୍ଥ୍ୟକୁ ସଶକ୍ତ କରିବା ପାଇଁ ଅଭିଯାନ ଆରମ୍ଭ କରିଛି । ଏବଂ ବର୍ତ୍ତମାନ ଜି-୨ଠରେ ମଧ୍ୟ ଆମର ମନ୍ତ୍ର ହେଉଛି- ‘ଗୋଟିଏ ଧରିତ୍ରୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ ।’ ଭାରତର ଏହି ବିଚାର, ଏହି ସଂସ୍କାର, ବିଶ୍ୱ କଲ୍ୟାଣର ମାର୍ଗ ପ୍ରଶସ୍ତ କରିଥାଏ ।
ସାଥୀମାନେ,
ଆଜି ମୋର ଦେଶର ସମସ୍ତ ରାଜ୍ୟ ସରକାର, ସମସ୍ତ ରାଜନୈତିକ ଦଳରୁ ମଧ୍ୟ ଗୋଟିଏ ଅନୁରୋଧ ଅଛି । ଏହି ଆୟୋଜନ କେବଳ କେନ୍ଦ୍ର ସରକାରଙ୍କର ନୁହେଁ । ଏହି ଆୟୋଜନ ଆମ ଭାରତୀୟଙ୍କର ଆୟୋଜନ ଅଟେ । ଜି-୨ଠ ଆମ ପାଇଁ ‘ଅତିଥି ଦେବୋ ଭବ’ର ନିଜସ୍ୱ ପରମ୍ପରାକୁ ଦର୍ଶନ କରାଇବାର ମଧ୍ୟ ଏକ ବଡ଼ ସୁଯୋଗ ଅଟେ । ଏହି ଜି-୨ଠ ସହିତ ଜଡ଼ିତ ଆୟୋଜନ କେବଳ ଦିଲ୍ଲୀ କିମ୍ବା କିଛି କିଛି ଗୋଟିଏ ସ୍ଥାନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ । ଏହା ଅନ୍ତର୍ଗତ ଦେଶର କୋଣ ଅନୁକୋଣରେ କାର୍ଯ୍ୟକ୍ରମ ହେବ । ଆମର ପ୍ରତ୍ୟେକ ରାଜ୍ୟର ନିଜସ୍ୱ ବିଶେଷତା ରହିଛି, ଆମର ଐତିହ୍ୟ ରହିଛି । ପ୍ରତ୍ୟେକ ରାଜ୍ୟର ନିଜସ୍ୱ ସଂସ୍କୃତି ଅଛି, ନିଜର ସୌନ୍ଦର୍ଯ୍ୟ ରହିଛି, ନିଜସ୍ୱ ଆଭା ଅଛି, ନିଜସ୍ୱ ଆତିଥ୍ୟ ରହିଛି ।
ରାଜସ୍ଥାନର ଆତିଥ୍ୟ ଆମନ୍ତ୍ରଣ ଅଛି- ଆମ ଦେଶକୁ ଆସନ୍ତୁ! ଗୁଜରାଟର ଆନ୍ତରିକଭରା ଅଭିନନ୍ଦନ- ଆପଣମାନଙ୍କୁ ସ୍ୱାଗତ! ଏହି ଭଲପାଇବା କେରଳର ମଲାୟାଲାମରେ ଦେଖିଛି- ଏଲ୍ଲାୱାର୍କ୍କୁମ ସ୍ୱାଗତମ ‘ଅତୁଲ୍ୟ ଭାରତର ହୃଦୟ’ । ମଧ୍ୟ ପ୍ରଦେଶ କହୁଛି- ଆପଣଙ୍କୁ ସ୍ୱାଗତ! ପଶ୍ଚିମ ବଙ୍ଗଳାରେ ମିଠା ବଙ୍ଗଳାରେ ଆପଣଙ୍କୁ ସ୍ୱାଗତ ହୋଇଥାଏ- ଆପଣଙ୍କୁ ସ୍ୱାଗତ ଜାନାଇ! ତାମିଲନାଡୁ, କଦଏଗଲ ମୁଡି-ମଦିଲୟେ, ସେ କହିଥାଏ- ଥଂଗଲ ୱଖ ନଲ-ୱର- ୱାହୁହଅ!, ୟୁପିର ଆଗ୍ରହ ହୋଇଥାଏ- ୟୁପି ଯଦି ଦେଖିନାହାନ୍ତି ତେବେ ଭାରତ ଦେଖିନାହଁ । ହିମାଚଳ ପ୍ରଦେଶ ଏକ ଗନ୍ତବ୍ୟସ୍ଥଳ, ଯାହାକି ସବୁ ଋତୁରେ ଏବଂ ସବୁ କାରଣରୁ ଅର୍ଥାତ ‘ପ୍ରତ୍ୟେକ ଋତୁରେ ପ୍ରତ୍ୟେକ କାରଣ’ ପାଇଁ, ଆମକୁ ଡାକିଥାଏ । ଉତ୍ତରାଖଣ୍ଡ ‘ସିମ୍ପଲି ହାଭେନ’ ଅଟେ । ଏହି ଆତିଥ୍ୟ, ଏହି ବିବିଧତା ବିଶ୍ୱକୁ ବିସ୍ମିତ କରିଥାଏ । ଜି-୨ଠ ମାଧ୍ୟମରେ ଆମକୁ ଆମର ଏହି ଭଲପାଇବାକୁ ଦୁନିଆ ପର୍ଯ୍ୟନ୍ତ ପହଂଚାଇବାକୁ ହେବ ।
ସାଥୀମାନେ,
ବର୍ତ୍ତମାନ ଆସନ୍ତା ସପ୍ତାହରେ ମୁଁ ଇଣ୍ଡୋନେସିଆ ଯିବି । ସେଠାରେ ବିଧିବଦ୍ଧ ଭାବରେ ଭାରତକୁ ଜି-୨ଠର ଅଧ୍ୟକ୍ଷତା ଦିଆଯିବାର ଘୋଷଣା ହେବ । ମୁଁ ଦେଶର ସମସ୍ତ ରାଜ୍ୟକୁ, ସମସ୍ତ ରାଜ୍ୟ ସରକାରଙ୍କୁ ମଧ୍ୟ ଅନୁରୋଧ କରିବି, ସେମାନେ ସେଥିରେ ନିଜ ରାଜ୍ୟର ଭୂମିକାକୁ ଅଧିକରୁ ଅଧିକ ବିସ୍ତାର କରନ୍ତୁ । ଏହି ଅବସରରେ ନିଜ ରାଜ୍ୟ ପାଇଁ ଲାଭ ଉଠାନ୍ତୁ । ଦେଶର ସମସ୍ତ ନାଗରିକ, ବୁଦ୍ଧିଜୀବୀ ମଧ୍ୟ ଏହି ଆୟୋଜନର ଅଂଶୀଦାର ହେବା ପାଇଁ ଆଗୁ ଆସନ୍ତୁ। ବର୍ତ୍ତମାନ ଉଦଘାଟନ ହୋଇଥିବା ୱେବସାଇଟରେ ଆପଣ ସମସ୍ତଙ୍କର ଏଥିପାଇଁ ଆପଣଙ୍କ ପରାମର୍ଶ ଦେଇପାରିବେ, ଆପଣଙ୍କ ବିଚାର ପ୍ରକଟ କରିପାରିବେ ।
ବିଶ୍ୱ କଲ୍ୟାଣ ପାଇଁ ଭାରତ କେମିତି ନିଜର ଭୂମିକାକୁ ବଢ଼ାଇବ, ଏହି ଦିଗରେ ଆପଣଙ୍କ ମତାମତ ଏବଂ ଭାଗିଦାରୀ ଜି-୨ଠ ଭଳି ଆୟୋଜନର ସଫଳତାକୁ ନୂତନ ଶିଖର ଦେବ । ମୋତେ ବିଶ୍ୱାସ ଅଛି, ଏହି ଆୟୋଜନ କେବଳ ଭାରତ ପାଇଁ ସ୍ମରଣୀୟ ହୋଇ ରହିବ ନାହିଁ, ବରଂ ଭବିଷ୍ୟତରେ ମଧ୍ୟ ବିଶ୍ୱ ଇତିହାସରେ ଏହାର ଆକଳନ ଏକ ମହତ୍ୱପୂର୍ଣ୍ଣ ସୁଯୋଗ ଭାବରେ ମୁଁ କରିବି ।
ଏହି କାମନା ସହିତ, ଆପଣ ସମସ୍ତଙ୍କୁ ପୁଣିଥରେ ହାର୍ଦ୍ଦିକ ଶୁଭକାମନା ।
ବହୁତ ବହୁତ ଧନ୍ୟବାଦ!