ତେଲଙ୍ଗାନାର ରାଜ୍ୟପାଳ ତମିଲସାଇ ସୌନ୍ଦରାରାଜନ ମହୋଦୟା, କେନ୍ଦ୍ର ସରକାରରେ ମୋର ସହଯୋଗୀ ମନ୍ତ୍ରୀ, ଜି. କିଶନ ରେଡ୍ଡୀ ମହାଶୟ, ସଂସଦରେ ମୋର ସାଥୀ ଶ୍ରୀମାନ ସଂଜୟ କୁମାର ବଣ୍ଡୀ ମହାଶୟ, ଏଠାରେ ଉପସ୍ଥିତ ଅନ୍ୟ ସମସ୍ତ ମହାନୁଭବ, ଭଦ୍ର ମହିଳା ଓ ଭଦ୍ର ବ୍ୟକ୍ତିଗଣ, ନମସ୍କାର !
ଦେଶରେ ଉତ୍ସବର ଋତୁ ଆରମ୍ଭ ହୋଇଯାଇଛି । ସଂସଦରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ଗୃହୀତ କରାଇ ଆମେ ନବରାତ୍ରୀ ପୂର୍ବରୁ ହିଁ ଶକ୍ତି ପୂଜାର ଭାବକୁ ସ୍ଥାପିତ କରି ଦେଇଛୁ । ଆଜି, ତେଲଙ୍ଗାନାରେ ଅନେକ ଗୁରୁତ୍ୱପୁର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ ହେଲା, ଏହାଦ୍ୱାରା ଏଠାରେ ଉତ୍ସବର ରଙ୍ଗ ଆହୁରି ବଢି ଯାଇଛି । ମୁଁ ତେଲଙ୍ଗାନାର ଲୋକଙ୍କୁ 13 ହଜାର 500କୋଟି ଟଙ୍କାର ଯୋଜନା ଗୁଡିକର, ଭିନ୍ନ- ଭିନ୍ନ ପ୍ରକଳ୍ପ ଗୁଡିକ, ଏଥିପାଇଁ ମୁଁ ଆପଣ ସମସ୍ତଙ୍କୁ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି । ନା କୁଟୁମ୍ଭ ସଭ୍ୟୁଳ୍ଲାରା ।
ମୁଁ ଖୁସି ଯେ, ଆଜି ମୁଁ ଅନେକ ଏଭଳି ସଡ଼କ ଯୋଗାଯୋଗ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ କରିଛି, ଯାହାଦ୍ୱାରା ଏଠାକାର ଲୋକମାନଙ୍କର ଜୀବନରେ ବହୁତ ବଡ଼ ପରିବର୍ତନ ଆସିବ । ନାଗପୁର-ବିଜୟୱାଡା କରିଡର ଜରିଆରେ ତେଲଙ୍ଗାନା, ଆନ୍ଧ୍ର ପ୍ରଦେଶ ଏବଂ ମହାରାଷ୍ଟ୍ରରେ ଯାତାୟାତ ବହୁତ ସହଜ ହେବାକୁ ଯାଉଛି । ଏହା ଦ୍ୱାରା ଏହି ତିନୋଟି ରାଜ୍ୟରେ ବାଣିଜ୍ୟ, ପର୍ଯ୍ୟଟନ ଏବଂ ଉଦ୍ୟୋଗକୁ ବହୁତ ପ୍ରୋତ୍ସାହନ ମିଳିବ । ଏହି କରିଡରରେ କିଛି ଗୁରୁତ୍ୱପୂର୍ଣ୍ଣ ଅର୍ଥନୈତିକ ହବ୍ସ ବା କେନ୍ଦ୍ରମାନ ଏହାର ଚିହ୍ନଟ କରାଯାଇଛି । ଏଥିରେ ଆଠଟି ସ୍ୱତନ୍ତ୍ର ଅର୍ଥନୈତିକ ଜୋନ, 5ଟି ମେଗା ଫୁଡ଼ ପାର୍କ, ଚାରୋଟି ମତ୍ସ୍ୟ ସାମୁଦ୍ରିକ ଖାଦ୍ୟ କ୍ଲଷ୍ଟର୍ସ, ତିନୋଟି ଫାର୍ମା ଏବଂ ଔଷଧ କ୍ଲଷ୍ଟର୍ସ ଏବଂ ଗୋଟିଏ ବୟନଶିଳ୍ପ କ୍ଲଷ୍ଟର ମଧ୍ୟ ହେବ । ଏହି କାରଣରୁ ହନମକୋଣ୍ଡା, ୱାରଙ୍ଗଲ, ମହବୁବାବାଦ ଏବଂ ଖମମ୍ ଜିଲ୍ଲାଗୁଡ଼ିକର ଯୁବକମାନଙ୍କ ପାଇଁ ରୋଜଗାରର ଅନେକ ସୁଯୋଗ ସୃଷ୍ଟି ହେବାକୁ ଯାଉଛି । ଏହି ଜିଲ୍ଲାଗୁଡ଼ିକରେ କୃଷକମାନଙ୍କର ଫସଲ ଗୁଡ଼ିକର ମଧ୍ୟ ଖାଦ୍ୟ ପ୍ରକ୍ରିୟାକରଣ ଯୋଗୁଁ ମୂଲ୍ୟଯୁକ୍ତ ହୋଇ ପାରିବ । ନା କୁଟୁମ୍ଭ ସଭ୍ୟୁଳ୍ଲାରା ।
ତେଲଙ୍ଗାନା ଭଳି ଭୂମିହୀନ ରାଜ୍ୟ ପାଇଁ ଏଭଳି ସଡ଼କ ଏବଂ ରେଳ ଯୋଗାଯୋଗର ବହୁତ ଆବଶ୍ୟକତା ଅଛି, ଯାହା ଏଠାରେ ଉତ୍ପାଦିତ ସାମଗ୍ରୀ ଗୁଡ଼ିକୁ ସମୁଦ୍ର କୂଳ ପର୍ଯ୍ୟନ୍ତ ପହଂଚାଇ ପାରିବ ଆଉ ଏହାର ରପ୍ତାନୀକୁ ପ୍ରୋତ୍ସାହନ ଦେବ । ବିଶ୍ୱ ବଜାରକୁ ମୋର ତେଲଙ୍ଗାନାର ଲୋକ ଦଖଲ(କବଜା) କରନ୍ତୁ । ଏହି କାରଣରୁ ଦେଶର ଅନେକ ପ୍ରମୁଖ ଅର୍ଥନୈତିକ କରିଡର ତେଲଙ୍ଗାନା ଦେଇ ଗତି କରୁଛି । ଏହା ସମସ୍ତ ରାଜ୍ୟକୁ ପୂର୍ବ ଏବଂ ପଶ୍ଚିମ ଉପକୂଳ ସହିତ ଯୋଡ଼ିବାର ମାଧ୍ୟମ ପାଲଟିବ । ହାଇଦ୍ରାବାଦ- ବିଶାଖାପଟ୍ଟନମ୍ କରିଡରର ସୂର୍ଯ୍ୟପେଟ- ଖମ୍ମମ ସେକ୍ସନ ମଧ୍ୟ ଏଥିରେ ବହୁତ ସହାୟତା କରିବା ଭଳି ହୋଇଛି । ଏହି କାରଣରୁ ଇଷ୍ଟ- କୋଷ୍ଟ ପର୍ଯ୍ୟନ୍ତ ପହଂଚିବାରେ ସହାୟତା ମିଳିବ । ଏହା ସହିତ ଉଦ୍ୟୋଗ ଏବଂ ବ୍ୟବସାୟର ଲଜିଷ୍ଟିକ ଖର୍ଚ୍ଚ ବହୁତ କମ୍ ଆସିବ । ଜକଲେର ଏବଂ କୃଷ୍ଣା ସେକ୍ସନ ମଧ୍ୟରେ ନିର୍ମାଣ ହେଉଥିବା ରେଳ ଲାଇନ ମଧ୍ୟ ଏଠାକାର ଲୋକମାନଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ହେବ । ନା କୁଟୁମ୍ଭ ସଭ୍ୟୁଳ୍ଲାରା ।
ଭାରତ ହେଉଛି ହଳଦୀର, ହଳଦୀର ପ୍ରମୁଖ ଉତ୍ପାଦକ, ଉପଭୋକ୍ତା ଏବଂ ରପ୍ତାନୀକାରୀ ଦେଶ । ତେଲଙ୍ଗାନାରେ ଏଠାକାର କୃଷକମାନେ ମଧ୍ୟ ବ୍ୟାପକ ମାତ୍ରାରେ ହଳଦୀ ଉତ୍ପାଦନ କରନ୍ତି । କରୋନା ପରେ ହଳଦୀକୁ ନେଇ ସଚେତନତା ମଧ୍ୟ ବୃଦ୍ଧି ପାଇଛି ଏବଂ ସାରା ବିଶ୍ୱରେ ଏହାର ଚାହିଦା ମଧ୍ୟ ବୃଦ୍ଧି ପାଇଛି । ଆଜି ଏହା ଆବଶ୍ୟକ ଯେ, ହଳଦୀର ସମ୍ପୂର୍ଣ୍ଣ ଯୋଗାଣ ଶୃଙ୍ଖଳରେ ଉତ୍ପାଦନଠାରୁ ରପ୍ତାନି ଏବଂ ଗବେଷଣା ପର୍ଯ୍ୟନ୍ତ ଆହୁରି ଅଧିକ ପେଶାଦାର ଢଙ୍ଗରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି, ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ଏହା ସହିତ ଜଡିତ ଏକ ବଡ଼ ନିଷ୍ପତି ସଂପର୍କରେ ଆଜି ମୁଁ ତେଲଙ୍ଗାନା ମାଟିରୁ ଘୋଷଣା କରୁଛି । କେନ୍ଦ୍ର ସରକାର ହଳଦୀ ଚାଷୀଙ୍କ ହିତ ପାଇଁ ଆଉ ସେମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେମାନଙ୍କ ପାଇଁ ଭବିଷ୍ୟତର ଯେଉଁ ସମ୍ଭାବନାମାନ ଅଛି, ତାହାକୁ ଦୃଷ୍ଟିରେ ରଖି ‘ଜାତୀୟ ହଳଦୀ ବୋର୍ଡ’ ଗଠନର ନିଷ୍ପତି ନେଇଛନ୍ତି । ‘ଜାତୀୟ ହଳଦୀ ବୋର୍ଡ’, ଯୋଗାଣ ଶୃଙ୍ଖଳରେ ମୂଲ୍ୟଯୁକ୍ତ ଠାରୁ ନେଇ ଭିତିଭୂମିର କାର୍ଯ୍ୟ ପର୍ଯ୍ୟନ୍ତ କୃଷକମାନଙ୍କୁ ସହାୟତା କରିବ । ମୁଁ ତେଲଙ୍ଗାନା ଏବଂ ଦେଶର ସମସ୍ତ ହଳଦୀ ଚାଷ କରୁଥିବା କୃଷକମାନଙ୍କୁ ‘ଜାତୀୟ ହଳଦୀ ବୋର୍ଡ’ର ଗଠନ ପାଇଁ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି । ନା କୁଟୁମ୍ଭ ସଭ୍ୟୁଳ୍ଲାରା ।
ଆଜି ସାରା ବିଶ୍ୱରେ ଶକ୍ତି ଏବଂ ଶକ୍ତି ନିରାପତା ଏହା ଉପରେ ମଧ୍ୟ ବହୁତ ଚର୍ଚ୍ଚା ହେଉଛି । ଭାରତ ନା କେବଳ ନିଜ ଉଦ୍ୟୋଗଗୁଡ଼ିକୁ ବରଂ ଘରୋଇ ଲୋକମାନଙ୍କ ପାଇଁ ମଧ୍ୟ ଶକ୍ତି ଯୋଗାଣ ସୁନିଶ୍ଚିତ କରିଛି । ଦେଶରେ ଏଲପିଜି ସଂଯୋଗ ସଂଖ୍ୟା ଯାହା 2014ରେ 14 କୋଟିର ଆଖପାଖରେ ଥିଲା, ତାହା 2023 ରେ 32 କୋଟିରୁ ଅଧିକ ହୋଇ ଯାଇଛି । ନିକଟରେ ହିଁ ଆମେ ଗ୍ୟାସ ସିଲିଣ୍ଡର ମୂଲ୍ୟ ମଧ୍ୟ କମ୍ କରିଛୁ । ଭାରତ ସରକାର, ଏଲପିଜି ଉପଲବ୍ଧତାକୁ ବୃଦ୍ଧି କରିବା ସହିତ ଏହାର ବିତରଣ ନେଟୱର୍କର ମଧ୍ୟ ସମ୍ପ୍ରସାରଣ କରିବା ଜରୁରୀ ଭାବିଛନ୍ତି । ହାସନ- ଚେରଲାପଲ୍ଲୀ ଏଲପିଜି ପାଇପ ଲାଇନ ଏବେ ଏହି ଅଂଚଳର ଲୋକଙ୍କୁ ଶକ୍ତି ନିରାପତା ଦେବାରେ ବହୁତ ବଡ଼ ସହାୟତା କରିବ । ଏଠାରେ କୃଷ୍ଣପଟ୍ଟନମରୁ ହାଇଦ୍ରାବାଦ ମଧ୍ୟରେ ବହୁମୁଖୀ ଉତ୍ପାଦ ପାଇପ ଲାଇନର ମଧ୍ୟ ଶିଳାନ୍ୟାସ ହୋଇଛି । ଏଥିଯୋଗୁଁ ତେଲଙ୍ଗାନାର ବିଭିନ୍ନ ଜିଲ୍ଲାଗୁଡ଼ିକରେ ହଜାର- ହଜାର ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ। ନା କୁଟୁମ୍ଭ ସଭ୍ୟୁଳ୍ଲାରା ।
ମୁଁ ଆଜି ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ଭବନ ଗୁଡ଼ିକର ଉଦଘାଟନ କଲି । ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟକୁ ଭାଜପା ସରକାର ଉତ୍କୃଷ୍ଟ ପ୍ରତିଷ୍ଠାନର ମାନ୍ୟତା ଦେଇଛନ୍ତି ଏବଂ ବିଶେଷ ପାଣ୍ଠି ଉପଲବ୍ଧ କରାଇଛନ୍ତି । ଆଜି ମୁଁ ଆପଣମାନଙ୍କ ଗହଣରେ ଆଉ ଏକ ବଡ଼ ଘୋଷଣା କରିବାକୁ ଯାଉଛି । ଭାରତ ସରକାର, ମୁଲୁଗୁ ଜିଲ୍ଲାରେ ଏକ କେନ୍ଦ୍ରୀୟ ଆଦିବାସୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଯାଉଛନ୍ତି । ଆଉ ଏହି ବିଶ୍ୱବିଦ୍ୟାଳୟର ନାମ ପୂଜନୀୟ ଆଦିବାସୀ ଦେବୀଗଣ ସମ୍ମକ୍କା- ସାରକ୍କାଙ୍କ ନାମରେ ରଖାଯିବ । ସମ୍ମକ୍କା- ସାରକ୍କା କେନ୍ଦ୍ରୀୟ ଆଦିବାସୀ ବିଶ୍ୱବିଦ୍ୟାଳୟ ପାଇଁ 900 କୋଟି ଟଙ୍କା ଖର୍ଚ୍ଚ କରାଯିବ । ମୁଁ ତେଲଙ୍ଗାନାର ଲୋକଙ୍କୁ ଏହି କେନ୍ଦ୍ରୀୟ ଆଦିବାସୀ ବିଶ୍ୱବିଦ୍ୟାଳୟ ପାଇଁ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି । ପୁଣିଥରେ ତେଲଙ୍ଗାନାର ଲୋକଙ୍କୁ ସେମାନଙ୍କର ଭଲ ପାଇବା ଆଉ ସ୍ନେହ ପାଇଁ ମୁଁ ବହୁତ- ବହୁତ ଧନ୍ୟବାଦ ଜଣାଉଛି । ଏବେ ତ’ ମୁଁ ଏହି ସରକାରୀ କାର୍ଯ୍ୟକ୍ରମରେ ଅଛି । ତେଣୁ ମୁଁ ନିଜକୁ ନିଜେ ଏଠାରେ ସୀମିତ ରଖିଛି । ଏବେ 10 ମିନିଟ ପରେ ମୁଁ ଟିକେ ଖୋଲା ମୈଦାନକୁ ଯିବି ତେଣୁ ସେଠାରେ ଟିକେ ଖୋଲା ମନରେ କଥା ହେବି, ଆଉ ମୁଁ ଏହି ପ୍ରତିଶୃତି ଦେଉଛି ମୁଁ ଯାହା ମଧ୍ୟ କହିବି, ତାହା ତେଲଙ୍ଗାନାର ହୃଦୟର କଥା କହିବି । ଏଠାକାର ଲୋକଙ୍କ ହୃଦୟର କଥା କହିବି ।
ବହୁତ- ବହୁତ ଧନ୍ୟବାଦ!