Quoteରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ଏବଂ ପ୍ରାୟ ୧.୪୮ ଲକ୍ଷ କୋଟି ଟଙ୍କାର ଏକାଧିକ ତୈଳ ଓ ଗ୍ୟାସ୍ ପ୍ରକଳ୍ପର ଶିଳାନ୍ୟାସ
Quoteରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ଏବଂ ବିହାରରେ ୧୩,୪୦୦ କୋଟିରୁ ଅଧିକ ଟଙ୍କାର ଅନେକ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ
Quoteବରାଉନୀରେ ହିନ୍ଦୁସ୍ତାନ ଉର୍ବରକ ଆଣ୍ଡ ରସୟାନ ଲିମିଟେଡ୍ (ଏଚୟୁଆରଏଲ) ସାର କାରଖାନା ଉଦ୍‌ଘାଟିତ
Quoteପ୍ରାୟ ୩୯୧୭ କୋଟି ଟଙ୍କାର ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
Quoteଦେଶ ଉଦ୍ଦେଶ୍ୟରେ ସମର୍ପିତ 'ଭାରତ ପଶୁଧନ' – ଦେଶରେ ପଶୁପକ୍ଷୀଙ୍କ ପାଇଁ ଏକ ଡିଜିଟାଲ ଡାଟାବେସ୍
Quoteଶୁଭାରମ୍ଭ ହେଲା '୧୯୬୨ କୃଷକ ଆପ୍'
Quoteଡବଲ ଇଞ୍ଜିନ ସରକାରଙ୍କ କ୍ଷମତା ଯୋଗୁଁ ବିହାର ଉତ୍ସାହ ଓ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ
Quoteଯଦି ବିହାର ବିକଶିତ ହେବ, ତେବେ ଭାରତ ମଧ୍ୟ ବିକଶିତ ହୋଇଯିବ
Quoteଇତିହାସ ପ୍ରମାଣିତ କରିଛି ଯେ ବିହାର ଓ ପୂର୍ବ ଭାରତ ସମୃଦ୍ଧ ଥିବା ବେଳେ ଭାରତ ସଶକ୍ତ ରହିଥିଲା
Quoteପ୍ରକୃତ ସାମାଜିକ ନ୍ୟାୟ 'ସନ୍ତୁଷ୍ଟିକରଣ' ଦ୍ୱାରା ମିଳିଥାଏ, 'ତୁଷ୍ଟିକରଣ' ଦ୍ୱାରା ନୁହେଁ। ପ୍ରକୃତ ସାମାଜିକ ନ୍ୟାୟ ସାଚୁରେସନ ଦ୍ୱାରା ହାସଲ ହୋଇଥାଏ
Quoteଡବଲ ଇଞ୍ଜିନ ସରକାରଙ୍କ ଦ୍ୱିଗୁଣିତ ପ୍ରୟାସରେ ବିହାର ନିଶ୍ଚିତ ବିକଶିତ ହେବ

ବିହାରର ରାଜ୍ୟପାଳ ଶ୍ରୀ ରାଜେନ୍ଦ୍ର ଆର୍ଲେକର ଜୀ, ମୁଖ୍ୟମନ୍ତ୍ରୀ ଶ୍ରୀ ନୀତୀଶ କୁମାର ଜୀ, ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ଗିରିରାଜ ସିଂ ଜୀ, ହରଦୀପ ସିଂ ପୁରୀ ଜୀ, ଉପମୁଖ୍ୟମନ୍ତ୍ରୀ ବିଜୟ ସିହ୍ନା ଜୀ, ସମ୍ରାଟ ଚୌଧୁରୀ ଜୀ, ମଞ୍ଚରେ ବସିଥିବା ଅନ୍ୟ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ବେଗୁସରାଇରୁ ଆସିଥିବା ମୋର ପ୍ରିୟ ଭାଇ ଭଉଣୀମାନେ ।

ଜୟମଙ୍ଗଳା ଗଡ଼ ମନ୍ଦିର ଓ ନୌଲଖା ମନ୍ଦିରରେ ବିରାଜମାନ କରିଥିବା ଦେବାଦେବୀମାନଙ୍କୁ ମୁଁ ପ୍ରଣାମ କରୁଛି। ଏକ ବିକଶିତ ଭାରତ ପାଇଁ ଏକ ବିକଶିତ ବିହାରର ନିର୍ମାଣ କରିବାର ସଂକଳ୍ପ ନେଇ ମୁଁ ଆଜି ବେଗୁସରାଇ ଆସିଛି । ଏହା ମୋର ସୌଭାଗ୍ୟ ଯେ ଏତେ ସଂଖ୍ୟାରେ ଆପଣ ଜନତା ଜନାର୍ଦ୍ଦନଙ୍କୁ ଦର୍ଶନ କରିବାର ମୋତେ ମିଳିଲା।

 

|

ସାଥୀମାନେ,

ବେଗୁସରାଇର ଏହି ମାଟି ହେଉଛି ପ୍ରତିଭାସମ୍ପନ୍ନ ଯୁବକଙ୍କ ଭୂମି। ଏହି ମାଟି ଦେଶର ଉଭୟ କୃଷକ ଏବଂ ଶ୍ରମିକମାନଙ୍କୁ ସର୍ବଦା ସୁଦୃଢ଼ କରିଛି । ଆଜି ଏହି ମାଟିର ପୁରୁଣା ଗୌରବ ଫେରୁଛି। ଆଜି ବିହାର ସମେତ ସମଗ୍ର ଦେଶ ପାଇଁ ଏକ ଲକ୍ଷ ୬୦ ହଜାର କୋଟି ଟଙ୍କାରୁ ଅଧିକ ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରାଯାଇଛି, ଦେଢ଼ ଲକ୍ଷ କୋଟିରୁ ମଧ୍ୟ ଅଧକ। ପୂର୍ବରୁ ଦିଲ୍ଲୀର ବିଜ୍ଞାନ ଭବନରେ ଏଭଳି କାର୍ଯ୍ୟକ୍ରମ ହେଉଥିଲା, କିନ୍ତୁ ଆଜି ମୋଦି ଦିଲ୍ଲୀକୁ ବେଗୁସରାଇ ଆଣିଛନ୍ତି। ଏବଂ ଏହି ଯୋଜନାଗୁଡ଼ିକ ମଧ୍ୟରେ ବିହାରର ପ୍ରାୟ ୩୦,୦୦୦ କୋଟି ଟଙ୍କାର ପ୍ରକଳ୍ପ କେବଳ ଏବଂ କେବଳ ମୋର ବିହାର ପାଇଁ। ଗୋଟିଏ କାର୍ଯ୍ୟକ୍ରମରେ ସରକାରଙ୍କ ଏତେ ବିପୁଳ ପରିମାଣର ପୁଞ୍ଜିନିବେଶ ଦର୍ଶାଉଛି ଯେ ଭାରତର ସାମର୍ଥ୍ୟ କେତେ ବୃଦ୍ଧି ପାଉଛି। ଏହାଦ୍ୱାରା ବିହାରର ଯୁବକମାନଙ୍କ ପାଇଁ ନିଯୁକ୍ତିର ଓ ରୋଜଗାରର ଅନେକ ନୂଆ ସୁଯୋଗ ସୃଷ୍ଟି ହେବ । ଆଜିର ଏହି ପ୍ରକଳ୍ପଗୁଡ଼ିକ, ଭାରତକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୈତିକ ମହାଶକ୍ତି ରେ ପରିଣତ କରିବାର ମାଧ୍ୟମ ରେ ପରିଣତ ହେବ । ଆପଣମାନେ ଟିକିଏ ଅପେକ୍ଷା କରନ୍ତୁ ଭାଇ, ବହୁତ ହୋଇଗଲା, ଆପଣଙ୍କ ଭଲପାଇବାକୁ ମୁଁ ସ୍ବାଗତ କରୁଛି, ଆପଣ ଅପେକ୍ଷା କରନ୍ତୁ, ଆପଣ ବସନ୍ତୁ, ଆପଣ ଚୌକିରୁ ତଳକୁ ଆସନ୍ତୁ, ଦୟାକରି, ମୁଁ ଆପଣଙ୍କୁ ଅନୁରୋଧ କରୁଛି, ତୁମେ ବସ... ହଁ । ଆପଣ ବସି ଆରାମରେ ସେହି ଚେୟାରରେ ବସିବେ, ଆପଣ ଥକିଯିବେ । ଆଜିର ଏହି ପ୍ରକଳ୍ପଗୁଡ଼ିକ, ବିହାରରେ ସୁବିଧା ଏବଂ ସମୃଦ୍ଧିର ମାର୍ଗ ପ୍ରଶସ୍ତ କରିବ। ଆଜି ବିହାରକୁ ମିଳିଛି ନୂଆ ଟ୍ରେନ୍ ସେବା । ଏମିତି କାମ ଯାହା ପାଇଁ ଆଜି ଦେଶ ପୂରା ଆତ୍ମବିଶ୍ୱାସର ସହ କହୁଛି, ପ୍ରତ୍ୟେକ ପିଲା କହୁଛନ୍ତି, ଗାଁ ମଧ୍ୟ କହୁଛି, ସହର ମଧ୍ୟ କହୁଛି- ଏଥର... ୪୦୦ ପାର!, ଏଥର... ୪୦୦ ପାର!, ଏଥର... ୪୦୦ରୁ ଅଧିକ! ଏନଡିଏ ସରକାର... ୪୦୦ରୁ ଅଧିକ!

ସାଥୀମାନେ,

୨୦୧୪ରେ ଯେତେବେଳେ ଆପଣ ଏନଡିଏକୁ ସେବା କରିବାର ସୁଯୋଗ ଦେଇଥିଲେ, ସେତେବେଳେ ମୁଁ କହୁଥିଲି ଯେ ପୂର୍ବ ଭାରତର ଦ୍ରୁତ ବିକାଶ ଆମର ପ୍ରାଥମିକତା । ଇତିହାସ ସାକ୍ଷୀ ଅଛି ଯେ ଯେ ଯେତେବେଳେ ବି ବିହାର ଏବଂ ଏହି ପୂର୍ବ ଭାରତ ସମୃଦ୍ଧ ହୋଇଛି, ଭାରତ ମଧ୍ୟ ସଶକ୍ତ ହୋଇଛି । ଯେତେବେଳେ ବିହାରରେ ସ୍ଥିତି ଖରାପ ହୋଇଛି, ସେତେବେଳେ ଦେଶ ଉପରେ ମଧ୍ୟ ଏହାର ବହୁତ ପ୍ରଭାବ ପଡ଼ିଥଲା। ସେଥିପାଇଁ ମୁଁ ବେଗୁସରାଇର ପୁରା ବିହାରବାସୀଙ୍କୁ କହୁଛି ବିହାରର ବିକାଶ ହେଲେ ଦେଶର ମଧ୍ୟ ବିକାଶ ହେବ। ବିହାରର ମୋର ଭାଇ ଭଉଣୀମାନେ, ଆପଣମାନେ ମୋତେ ଭଲ ଭାବରେ ଜାଣନ୍ତି, ଏବଂ ଯେତେବେଳେ ମୁଁ ଆପଣଙ୍କ ମଧ୍ୟରେ ଅଛି, ମୁଁ ପୁନରାବୃତ୍ତି କରିବାକୁ ଚାହିଁବି - ଏହା ଏକ ପ୍ରତିଶ୍ରୁତି ନୁହେଁ - ଏହା ଏକ ସଂକଳ୍ପ, ଏହା ଏକ ମିଶନ। ଆଜି ବିହାରକୁ ଯେଉଁ ସବୁ ପ୍ରକଳ୍ପ ମିଳିଛି ଏବଂ ଦେଶକୁ ମିଳିଛି, ତାହା ଏ ଦିଗରେ ଏକ ବଡ଼ ପଦକ୍ଷେପ। ଏମାନଙ୍କ ମଧ୍ୟରୁ ଅଧିକାଂଶ ପେଟ୍ରୋଲିୟମ, ସାର, ରେଳବାଇ ସହ ଜଡିତ । ଶକ୍ତି, ସାର ଓ ଯୋଗାଯୋଗ ହିଁ ବିକାଶର ଆଧାର। କୃଷି ହେଉ କି ଶିଳ୍ପ ସବୁ କିଛି ସେମାନଙ୍କ ଉପରେ ନିର୍ଭର କରିଥାଏ। ଆଉ ଯେତେବେଳେ ଏହି ସବୁ କାମ ଦ୍ରୁତ ଗତିରେ ଚାଲିଛି, ସେତେବେଳେ ନିଯୁକ୍ତି ସୁଯୋଗ ମଧ୍ୟ ବଢିବା ସହ ରୋଜଗାର ମଧ୍ୟ ମିଳିବା ସ୍ୱାଭାବିକ । ଆପଣ ମନେ ପକାନ୍ତୁ, ବରୋନୀରେ ଯେଉଁ ସାର କାରଖାନା ବନ୍ଦ ହୋଇ ଯାଇଥଲା, ମୁଁ ତାକୁ ପୁନଃ ଆରମ୍ଭ କରିବାକୁ ପ୍ରତିଶ୍ରୁତି ଦେଇଥିଲି । ଆପଣଙ୍କ ଆଶୀର୍ବାଦରେ ମୋଦି ସେହି ଗ୍ୟାରେଣ୍ଟି ପୂରଣ କରିଛନ୍ତି। ବିହାର ସମେତ ସମଗ୍ର ଦେଶର କୃଷକଙ୍କ ପାଇଁ ଏହା ଏକ ବଡ଼ କାମ ହୋଇଛି। ପୂର୍ବ ସରକାରଙ୍କ ଉଦାସୀନତା ଯୋଗୁଁ ବରୋନୀ, ସିନ୍ଦ୍ରି, ଗୋରଖପୁର, ରାମାଗୁଣ୍ଡମରେ ଥିବା କାରଖାନା ବନ୍ଦ ହୋଇଯାଇଥିଲା, ମେସିନ୍ ଗୁଡ଼ିକ ପଚି ଯାଉଥିଲା। ଆଜି ଏହି ସବୁ କାରଖାନା ୟୁରିଆ କ୍ଷେତ୍ରରେ ଭାରତର ଆତ୍ମନିର୍ଭରଶୀଳତାର ଗୌରବ ପାଲଟିଛି। ସେଥିପାଇଁ ଦେଶ କହୁଛି- ମୋଦିଙ୍କ ଗ୍ୟାରେଣ୍ଟି ଅର୍ଥ ଗ୍ୟାରେଣ୍ଟି ପୂରଣ କରିବାର ଗ୍ୟାରେଣ୍ଟି । ମୋଦିଙ୍କ ଗ୍ୟାରେଣ୍ଟି ଅର୍ଥ ହେଉଛି ପୂରଣ ହୋଇଥିବା ଗ୍ୟାରେଣ୍ଟି !

 

|

ସାଥୀମାନେ

ଆଜି ବରୋନୀ ରିଫାଇନାରୀର କ୍ଷମତା ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ ହେଉଛି। ଏହାର ନିର୍ମାଣ ସମୟରେ ହଜାର ହଜାର ଶ୍ରମିକ ମାସ ମାସ ଧରି ନିରନ୍ତର ନିଯୁକ୍ତି ପାଇଥିଲେ। ଏହି ବିଶୋଧନାଗାର ବିହାରର ଶିଳ୍ପ ବିକାଶକୁ ନୂତନ ଶକ୍ତି ପ୍ରଦାନ କରିବ ଏବଂ ଭାରତକୁ ଆତ୍ମନିର୍ଭରଶୀଳ କରିବାରେ ସହାୟକ ହେବ । ମୁଁ ଆପଣଙ୍କୁ ଖୁସିର ସହ କହିବାକୁ ଚାହୁଁଛି ଯେ ଗତ ୧୦ ବର୍ଷ ମଧ୍ୟରେ ବିହାରକୁ ୬୫ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ସମ୍ବନ୍ଧୀୟ ପ୍ରକଳ୍ପ ପ୍ରଦାନ କରାଯାଇଛି, ଯେଉଁଥିରୁ ଅନେକ ସମ୍ପୂର୍ଣ୍ଣ ହୋଇଛି । ବିହାରର କୋଣ ଅନୁକୋଣରେ ପହଞ୍ଚୁଥିବା ଗ୍ୟାସ ପାଇପଲାଇନର ନେଟୱାର୍କ ପହଂଚିଛି, ଏହାଦ୍ବାରା ଭଉଣୀମାନଙ୍କୁ ଶସ୍ତା ଗ୍ୟାସ ଯୋଗାଇବାରେ ସାହାଯ୍ୟ ମିଳୁଛି। ଫଳରେ ଏଠାରେ ଶିଳ୍ପ ପ୍ରତିଷ୍ଠା କରିବା ସହଜ ହେଉଛି।

ସାଥୀମାନେ

ଆଜି ଆମେ ଆତ୍ମନିର୍ଭର ଭାରତ ସହ ଜଡିତ ଆଉ ଏକ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହୋଇପାରିଛୁ । କର୍ଣ୍ଣାଟକର କେଜି ବେସିନ୍ ତୈଳକୂପରୁ ତୈଳ ଉତ୍ପାଦନ ଆରମ୍ଭ ହୋଇଛି। ଏହା ଦ୍ୱାରା ବିଦେଶରୁ ଅଶୋଧିତ ତୈଳ ଆମଦାନୀ ଉପରେ ଆମର ନିର୍ଭରଶୀଳତା ହ୍ରାସ ପାଇବ ।

ସାଥୀମାନେ

ଜାତୀୟ ସ୍ୱାର୍ଥ ଓ ଜନସ୍ୱାର୍ଥ ପ୍ରତି ସମର୍ପିତ ଏକ ଶକ୍ତିଶାଳୀ ସରକାର ଏଭଳି ନିଷ୍ପତ୍ତି ନେଇଥାନ୍ତି। ଯେତେବେଳେ ସରକାରମାନେ ପାରିବାରିକ ସ୍ୱାର୍ଥ ଏବଂ ଭୋଟ୍ ବ୍ୟାଙ୍କ ସହିତ ଜଡ଼ିତ ଅଛନ୍ତି ସେତେବେଳେ ବିହାରବହୁତ କ୍ଷତିଗ୍ରସ୍ତ ହୋଇଛି। ଯଦି ୨୦୦୫ ପୂର୍ବରୁ ଏଭଳି ସ୍ଥିତି ରହିଥାନ୍ତା, ତେବେ ବିହାରରେ ହଜାର ହଜାର କୋଟି ଟଙ୍କାର ଏଭଳି ପ୍ରକଳ୍ପ ଘୋଷଣା କରିବା ପୂର୍ବରୁ ଶହେ ଥର ଚିନ୍ତା କରିବାକୁ ପଡ଼ିଥାନ୍ତା। ରାସ୍ତା, ବିଜୁଳି, ପାଣି ଓ ରେଳପଥର ଅବସ୍ଥା କ'ଣ ଥିଲା ତାହା ମୋଠାରୁ ଅଧିକ ଆପଣ ଜାଣନ୍ତି। ୨୦୧୪ ପୂର୍ବରୁ ୧୦ ବର୍ଷ ମଧ୍ୟରେ ରେଳବାଇ ନାଁରେ କିପରି ରେଳବାଇର ସମ୍ବଳ ଲୁଟ୍ ହୋଇଥିଲା ତାହା ସମଗ୍ର ବିହାର ଜାଣିଛି। କିନ୍ତୁ ଦେଖନ୍ତୁ, ଆଜି ସାରା ବିଶ୍ୱ ଭାରତୀୟ ରେଳବାଇର ଆଧୁନିକୀକରଣର କଥା କହୁଛି । ଭାରତୀୟ ରେଳବାଇ ଦ୍ରୁତ ଗତିରେ ବିଦ୍ୟୁତ୍ ସଂଯୋଗ କରୁଛି। ଆମ ରେଳ ଷ୍ଟେସନଗୁଡ଼ିକ ମଧ୍ୟ ବିମାନବନ୍ଦର ପରି ସୁବିଧା ରେ ସଜ୍ଜିତ ହେଉଛି ।

 

|

ସାଥୀମାନେ

ବିହାର ଦଶନ୍ଧି ଧରି ପରିବାରବାଦ, ନଷ୍ଟ ହେବା ଦେଖିଛି, ପରିବାରବାଦର ଶିକାର ହୋଇଛି। ପାରିବାରିକତା ଓ ସାମାଜିକ ନ୍ୟାୟ ପରସ୍ପରର ତୀବ୍ର ବିରୋଧ। ବିଶେଷକରି ଯୁବପିଢ଼ିଙ୍କ ପ୍ରତିଭାର ସବୁଠାରୁ ବଡ଼ ଶତ୍ରୁ ହେଉଛି ପରିବାରବାଦ। ଏହା ହେଉଛି ବିହାର, ଯେଉଁଠି ଭାରତରତ୍ନ କର୍ପୁରୀ ଠାକୁରଜୀଙ୍କ ସମୃଦ୍ଧ ଐତିହ୍ୟ ରହିଛି । ନୀତୀଶଙ୍କ ନେତୃତ୍ୱରେ ଏନ୍ ଡିଏ ସରକାର ଏଠାରେ ଏହି ପରମ୍ପରାକୁ ଆଗକୁ ବଢ଼ାଉଛନ୍ତି। ଅପରପକ୍ଷରେ ଆରଜେଡି-କଂଗ୍ରେସର ଘୋର ପାରିବାରିକ ଦୁର୍ନୀତି ଦେଖିବାକୁ ମିଳୁଛି। ଆରଜେଡି-କଂଗ୍ରେସର ଲୋକମାନେ ନିଜ ପରିବାରବାଦ ଓ ଦୁର୍ନୀତିକୁ ଯଥାର୍ଥ ସାବ୍ୟସ୍ତ କରିବା ପାଇଁ ଦଳିତ, ବଞ୍ଚିତ, ପଛୁଆଙ୍କୁ ଢାଲ ଭାବେ ଗଢ଼ି ତୋଳିଥାନ୍ତି। ଏହା ସାମାଜିକ ନ୍ୟାୟ ନୁହେଁ, ବରଂ ସମାଜ ପ୍ରତି ବିଶ୍ୱାସଘାତକତା। ଏହା ସାମାଜିକ ନ୍ୟାୟ ନୁହେଁ, ଏହା ସମାଜ ପ୍ରତି ବିଶ୍ୱାସଘାତକତା। ନଚେତ୍ କ’ଣ କାରଣ ରହିଛି ଯେ, କେବଳ ଗୋଟିଏ ପରିବାରର  ସଶକ୍ତିକରଣ ହେଲା ଆଉ ସମାଜର ବାକି ପରିବାର ପଛରେ ପଡ଼ିଗଲେ? କୌଣସି ଭାବରେ ଏଠାରେ ଗୋଟିଏ ପରିବାର ପାଇଁ, ଚାକିରି ନାଁରେ ଯୁବକଙ୍କ ଜମି କିପରି ହଡ଼ପ କରାଗଲା ତାହା ମଧ୍ୟ ଦେଶ ଦେଖିଛି।

ସାଥୀମାନେ

ପ୍ରକୃତ ସାମାଜିକ ନ୍ୟାୟ ସଂପୃକ୍ତିରୁ ମିଳିଥାଏ। ପ୍ରକୃତ ସାମାଜିକ ନ୍ୟାୟ ତୁଷ୍ଟୀକରଣରୁ ନୁହେଁ ବରଂ ସନ୍ତୋଷରୁ ମିଳିଥାଏ । ମୋଦି ଏହି ସାମାଜିକ ନ୍ୟାୟରେ ବିଶ୍ୱାସ କରନ୍ତି, ଏହା ସମାନ ଧର୍ମନିରପେକ୍ଷତା । ଯେତେବେଳେ ପ୍ରତ୍ୟେକ ହିତାଧିକାରୀଙ୍କ ପାଖରେ ମାଗଣା ରାସନ ପହଂଚିବ, କେତେବେଳେ ପ୍ରତ୍ୟେକ ଗରିବ ହିତାଧିକାରୀଙ୍କୁ ପକ୍କା ଘର ମିଳିବ, ଯେତେବେଳେ ପ୍ରତ୍ୟେକ ଭଉଣୀଙ୍କୁ ଗ୍ୟାସ, ନଳରୁ ପାଣି, ଘରେ ପାଇଖାନା ମିଳିବ, ଘରେ ପାଇଖାନା ମିଳିବ, ଯେତେବେଳେ ଗରିବ ଲୋକଙ୍କୁ ମଧ୍ୟ ଭଲ ଓ ମାଗଣା ଚିକିତ୍ସା ମିଳିବ, ଯେତେବେଳେ ପ୍ରତ୍ୟେକ ଚାଷୀ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ସମ୍ମାନ ନିଧି ଆସିବ, ସେତେବେଳେ ସାଚୁରେସନ୍ ସୃଷ୍ଟି ହୋଇଥାଏ । ଏବଂ ଏହା ସତ, ସାମାଜିକ ନ୍ୟାୟ । ଗତ ୧୦ ବର୍ଷ ମଧ୍ୟରେ ଯେଉଁ ପରିବାରରେ ମୋଦିଙ୍କ ଗ୍ୟାରେଣ୍ଟି ପହଞ୍ଚିଛି, ସବୁଠାରୁ ଦଳିତ, ପଛୁଆ ଓ ଅତ୍ୟନ୍ତ ପଛୁଆ ପରିବାର ହେଉଛି ମୋ ପରିବାର।

 

|

ସାଥୀମାନେ

ଆମ ପାଇଁ ସାମାଜିକ ନ୍ୟାୟ ହେଉଛି ମହିଳାସଶକ୍ତୀକରଣ। ଗତ ୧୦ ବର୍ଷ ମଧ୍ୟରେ ମୋ ମା' ଭଉଣୀମାନେ ଏତେ ସଂଖ୍ୟକ ସଂଖ୍ୟାରେ ଏଠାକୁ ଆସି ଆଶୀର୍ବାଦ ଦେବାକୁ ଆସିଛନ୍ତି, ତାହାର ହିଁ କାରଣ ଆମେ ୧ କୋଟି ଭଉଣୀଙ୍କୁ କୋଟିପତି ଦିଦି କରିଛୁ। ମୁଁ ଖୁସି ଯେ ବିହାରର ଲକ୍ଷ ଲକ୍ଷ ଭଉଣୀ ଅଛନ୍ତି ଯେଉଁମାନେ ବର୍ତ୍ତମାନ ଲଖପତି ଦିଦି ହୋଇଛନ୍ତି । ଆଉ ଏବେ ମୋଦି ୩ କୋଟି ଭଉଣୀଙ୍କୁ କୋଟିପତି ହେବାର ଗ୍ୟାରେଣ୍ଟି ଦେଇଛନ୍ତି । ନିକଟରେ ଆମେ ବିଜୁଳି ବିଲ୍ କୁ ଶୂନ କରିବା ଏବଂ ବିଜୁଳିରୁ ରୋଜଗାର କରିବା ପାଇଁ ଏକ ଯୋଜନା ମଧ୍ୟ ଆରମ୍ଭ କରିଛୁ । ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର- ମାଗଣା ବିଜୁଳି ଯୋଜନା । ଏହାଦ୍ୱାରା ବିହାରର ଅନେକ ପରିବାର ମଧ୍ୟ ଉପକୃତ ହେବେ । ବିହାରର ଏନ୍ ଡିଏ ସରକାର ମଧ୍ୟ ବିହାରର ଯୁବକ, କୃଷକ, ଶ୍ରମିକ ଓ ମହିଳାଙ୍କ ପାଇଁ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଛନ୍ତି। ଡବଲ ଇଞ୍ଜିନର ଡବଲ ପ୍ରୟାସରେ ବିହାରର ବିକାଶ ଜାରି ରହିବ । ଆଜି ଆମେ ଏତେ ବଡ଼ ବିକାଶ ପର୍ବ ପାଳନ କରୁଛୁ ଏବଂ ବିକାଶର ପଥକୁ ଏତେ ବଡ଼ ଧରଣରେ ସୁଦୃଢ଼ କରିଥିବାରୁ ମୁଁ ଆପଣଙ୍କ ନିକଟରେ କୃତଜ୍ଞ। ପୁଣି ଥରେ ମୁଁ ଆପଣମାନଙ୍କୁ ହଜାର ହଜାର କୋଟି ଟଙ୍କାର ଏହି ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ଅଭିନନ୍ଦନ ଜଣାଉଛି । ଏତେ ସଂଖ୍ୟାରେ ଏଠାକୁ ଆସିଥିବା ମା' ଭଉଣୀମାନଙ୍କୁ ମୁଁ ବିଶେଷ ଭାବେ ପ୍ରଣାମ କରୁଛି। ମୋ ସହିତ କୁହନ୍ତୁ-

ଭାରତ ମାତା କି ଜୟ!

ଦୁଇ ହାତ ଉଠାଇ ପୂରା ଜୋରରେ କହନ୍ତୁ-

ଭାରତ ମାତା କି ଜୟ!

ଭାରତ ମାତା କି ଜୟ!

ଭାରତ ମାତା କି ଜୟ!

ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ।

 

  • Jitendra Kumar April 15, 2025

    🙏🇮🇳❤️
  • Dheeraj Thakur March 03, 2025

    जय श्री राम
  • Dheeraj Thakur March 03, 2025

    जय श्री राम।
  • कृष्ण सिंह राजपुरोहित भाजपा विधान सभा गुड़ामा लानी November 21, 2024

    जय श्री राम 🚩
  • कृष्ण सिंह राजपुरोहित भाजपा विधान सभा गुड़ामा लानी November 21, 2024

    जय श्री राम 🚩 वन्दे मातरम् जय भाजपा विजय भाजपा
  • रीना चौरसिया November 03, 2024

    बीजेपी
  • Devendra Kunwar October 08, 2024

    BJP
  • दिग्विजय सिंह राना September 20, 2024

    हर हर महादेव
  • ओम प्रकाश सैनी September 17, 2024

    s
  • ओम प्रकाश सैनी September 17, 2024

    k
Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
'Operation Sindoor on, if they fire, we fire': India's big message to Pakistan

Media Coverage

'Operation Sindoor on, if they fire, we fire': India's big message to Pakistan
NM on the go

Nm on the go

Always be the first to hear from the PM. Get the App Now!
...
PM Modi's address to the nation
May 12, 2025
QuoteToday, every terrorist knows the consequences of wiping Sindoor from the foreheads of our sisters and daughters: PM
QuoteOperation Sindoor is an unwavering pledge for justice: PM
QuoteTerrorists dared to wipe the Sindoor from the foreheads of our sisters; that's why India destroyed the very headquarters of terror: PM
QuotePakistan had prepared to strike at our borders,but India hit them right at their core: PM
QuoteOperation Sindoor has redefined the fight against terror, setting a new benchmark, a new normal: PM
QuoteThis is not an era of war, but it is not an era of terrorism either: PM
QuoteZero tolerance against terrorism is the guarantee of a better world: PM
QuoteAny talks with Pakistan will focus on terrorism and PoK: PM

ପ୍ରିୟ ଦେଶବାସୀ,

ନମସ୍କାର

ଆମେ ସମସ୍ତେ ଗତ କିଛିଦିନ ହେବ ଦେଶର ଶକ୍ତି ଏବଂ ସଂଯମ ଉଭୟକୁ ଦେଖିଛୁ। ସର୍ବପ୍ରଥମେ, ମୁଁ ପ୍ରତ୍ୟେକ ଭାରତୀୟଙ୍କ ତରଫରୁ ଭାରତର ପରାକ୍ରମୀ ସେନାବାହିନୀ, ସଶସ୍ତ୍ର ବଳ, ଆମର ଗୁଇନ୍ଦା ସଂସ୍ଥା, ଆମର ବୈଜ୍ଞାନିକମାନଙ୍କୁ ପ୍ରଣାମ କରୁଛି। ‘ଅପରେସନ୍ ସିନ୍ଦୁର’ର ଲକ୍ଷ୍ୟ ହାସଲ କରିବା ପାଇଁ ଆମର ସାହସୀ ସୈନିକମାନେ ଅପାର ବୀରତ୍ୱ ପ୍ରଦର୍ଶନ କରିଥିଲେ। ମୁଁ ସେମାନଙ୍କର ବୀରତ୍ୱ, ସାହସ ଏବଂ ପରାକ୍ରମକୁ ଆଜି ଆମ ଦେଶର ପ୍ରତ୍ୟେକ ମା’, ଦେଶର ପ୍ରତ୍ୟେକ ଭଉଣୀ ଏବଂ ଦେଶର ପ୍ରତ୍ୟେକ ଝିଅଙ୍କୁ ସମର୍ପିତ କରୁଛି । ମୁଁ ଏହି ପରାକ୍ରମକୁ ସମର୍ପଣ କରୁଛି ।

ସାଥୀଗଣ,

ଏପ୍ରିଲ ୨୨ ତାରିଖରେ ପହଲଗାମରେ ଆତଙ୍କବାଦୀମାନେ ଯେଉଁ ବର୍ବରତା ପ୍ରଦର୍ଶନ କରିଥିଲେ, ତାହା ଦେଶ ତଥା ବିଶ୍ୱକୁ ବ୍ୟଥିତ କରିଦେଇଥିଲା। ଛୁଟି ପାଳନ କରୁଥିବା ନିର୍ଦ୍ଦୋଷ ନାଗରିକମାନଙ୍କୁ, ସେମାନଙ୍କ ପରିବାର ସମ୍ମୁଖରେ, ସେମାନଙ୍କ ପିଲାମାନଙ୍କ ସମ୍ମୁଖରେ, ସେମାନଙ୍କ ଧର୍ମ ପଚାରି ନିର୍ମମ ହତ୍ୟା, ଆତଙ୍କବାଦର ଏକ ଅତ୍ୟନ୍ତ ବିଭତ୍ସ ଚେହେରା ଥିଲା, କ୍ରୁରତା ଥଲା। ଏହା ମଧ୍ୟ ଦେଶର ସୌହାର୍ଦ୍ଦ୍ୟକୁ ଭାଙ୍ଗିବାର ଏକ ନିନ୍ଦନୀୟ ପ୍ରୟାସ ଥିଲା। ବ୍ୟକ୍ତିଗତ ଭାବେ ମୋ ପାଇଁ ଏହି ଯନ୍ତ୍ରଣା ଅତ୍ୟନ୍ତ ଅସହ୍ୟ ଥିଲା। ଏହି ଆତଙ୍କବାଦୀ ଆକ୍ରମଣ ପରେ ସମଗ୍ର ଦେଶ, ପ୍ରତ୍ୟେକ ନାଗରିକ, ପ୍ରତ୍ୟେକ ସମାଜ, ପ୍ରତ୍ୟେକ ବର୍ଗ, ପ୍ରତ୍ୟେକ ରାଜନୈତିକ ଦଳ, ଏକ ସ୍ୱରରେ ଆତଙ୍କବାଦ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଛିଡ଼ା ହୋଇଥିଲେ। ଆତଙ୍କବାଦୀମାନଙ୍କୁ ଦମନ କରିବା ପାଇଁ ଆମେ ଭାରତୀୟ ସେନାକୁ ସ୍ୱାଧୀନତା ଦେଇଥିଲୁ। ଆଉ ଆଜି ପ୍ରତ୍ୟେକ ଆତଙ୍କବାଦୀ, ପ୍ରତ୍ୟେକ ଆତଙ୍କୀ ସଙ୍ଗଠନ ଭଲ ଭାବେ ଜାଣିପାରିଛନ୍ତି ଯେ ଆମ ଭଉଣୀ ଓ ଝିଅମାନଙ୍କ ମଥାରୁ ସିନ୍ଦୁର ପୋଛିବାର ପରିଣାମ କ’ଣ ହୋଇପାରେ।

ସାଥୀଗଣ,

‘ଅପରେସନ୍‌ ସିନ୍ଦୁର’ କେବଳ ଗୋଟିଏ ନାମ ନୁହେଁ, ଏହା ଦେଶର କୋଟି କୋଟି ଲୋକଙ୍କ ଭାବନାର ପ୍ରତିଫଳନ। ‘ଅପରେସନ୍‌ ସିନ୍ଦୁର’ ନ୍ୟାୟର ଅଖଣ୍ଡ ପ୍ରତିଜ୍ଞା ଅଟେ। ୬ ମଇ ବିଳମ୍ବିତ ରାତ୍ରୀରେ, ୭ ମଇ ସକାଳେ ସାରା ଦୁନିଆ ଏହି ପ୍ରତିଜ୍ଞାକୁ ପରିଣାମରେ ବଦଳୁଥିବା ଦେଖିଛି । ଭାରତର ସେନାବାହିନୀ ପାକିସ୍ତାନରେ ଥିବା ଆତଙ୍କୀ ଆଡ୍ଡା ଉପରେ, ସେମାନଙ୍କ ଟ୍ରେନିଂ ସେଣ୍ଟର୍‌ ଉପରେ ସଠିକ୍‌ ପ୍ରହାର କରିଥିଲା। ଆତଙ୍କବାଦୀମାନେ ସ୍ୱପ୍ନରେ ସୁଦ୍ଧା ଭାବିପାରିନଥିଲେ ଯେ ଭାରତ ଏତେ ବଡ଼ ନିଷ୍ପତ୍ତି ନେଇପାରିବ। କିନ୍ତୁ ଯେତେବେଳେ ଦେଶ ଏକଜୁଟ ହୋଇଥାଏ, ରାଷ୍ଟ୍ର ପ୍ରଥମ ଭାବନାରେ ପରିପୂର୍ଣ୍ଣ ହୋଇଥାଏ, ରାଷ୍ଟ୍ର ସର୍ବୋପରି ହୋଇଥାଏ, ସେତେବେଳେ ଦୁଃସାହିକ ନିଷ୍ପତ୍ତି ଗ୍ରହଣ କରାଯାଏ, ପରିଣାମ ସମସ୍ତଙ୍କୁ ପ୍ରଦର୍ଶିତ କରାଯାଏ।

ଯେତେବେଳେ ପାକିସ୍ତାନରେ ଥିବା ଆତଙ୍କବାଦୀଙ୍କ ଆଡ୍ଡା ଉପରେ ଭାରତ କ୍ଷେପଣାସ୍ତ୍ର ମାଡ଼ କଲା, ଭାରତର ଡ୍ରୋନ ମାଡ଼ ହେଲା, ସେତେବେଳେ କେବଳ ଆତଙ୍କବାଦୀ ସଙ୍ଗଠନଗୁଡ଼ିକର ଅଟ୍ଟାଳିକା ନୁହେଁ, ବରଂ ସେମାନଙ୍କର ମନୋବଳ ମଧ୍ୟ ଭାଙ୍ଗି ଚୁରମାର୍‌ ହୋଇଥିଲା। ବାହାବଲପୁର ଏବଂ ମୁରୀଦକେ ଭଳି ଆତଙ୍କବାଦୀ କେନ୍ଦ୍ରଗୁଡ଼ିକ ଏକ ପ୍ରକାରରେ ବିଶ୍ୱ ଆତଙ୍କବାଦର ବିଶ୍ୱବିଦ୍ୟାଳୟ ହୋଇ ରହିଆସିଥିଲା। ବିଶ୍ୱର ଯେକୌଣସି ସ୍ଥାନରେ ବଡ଼ ଆତଙ୍କବାଦୀ ଆକ୍ରମଣ ହେଉ, ତାହା ୯/୧୧ ହେଉ, ଲଣ୍ଡନ ଟ୍ୟୁବ୍ ବୋମା ବିସ୍ଫୋରଣ ହେଉ, କିମ୍ବା ଦଶନ୍ଧି ଦଶନ୍ଧି ଧରି ଭାରତରେ ହୋଇଥିବା ବଡ଼ ଆତଙ୍କବାଦୀ ଆକ୍ରମଣ ହେଉ, କେଉଁଠି ନା କେଉଁଠି ଏହି ଆତଙ୍କବାଦର ଆଡ୍ଡା ସହିତ ଜଡିତ ହୋଇଛି। ଆତଙ୍କବାଦୀମାନେ ଆମ ଭଉଣୀମାନଙ୍କ ସିନ୍ଦୁରକୁ ଉଜାଡ଼ି ଦେଇଥିଲେ, ତେଣୁ ଭାରତ ଆତଙ୍କବାଦର ଏହି ମୁଖ୍ୟାଳୟଗୁଡ଼ିକୁ ଧ୍ୱଂସ କରିଦେଇଥିଲା। ଭାରତ ଦ୍ୱାରା ହୋଇଥିବା ଏହି ଆକ୍ରମଣରେ ୧୦୦ରୁ ଅଧିକ କୁଖ୍ୟାତ ଆତଙ୍କବାଦୀ ନିହତ ହୋଇଛନ୍ତି। ଗତ ଅଢେଇରୁ ତିନି ଦଶନ୍ଧି ଧରି ପାକିସ୍ତାନରେ ଖୋଲାଖୋଲି ଭାବେ ବୁଲୁଥିବା, ଭାରତ ବିରୋଧରେ ଷଡ଼ଯନ୍ତ୍ର କରୁଥିବା, ଅନେକ ପ୍ରମୁଖ ଆତଙ୍କବାଦୀଙ୍କୁ ଭାରତ ଗୋଟିଏ ଆଘାତରେ ନିପାତ କରିଦେଇଛି ।

ବନ୍ଧୁଗଣ,

ଭାରତର ଏହି କାର୍ଯ୍ୟ ଦ୍ୱାରା ପାକିସ୍ତାନ ଗଭୀର ଭାବେ ନିରାଶ, ହତାଶ ଏବଂ କ୍ରୋଧିତ ହୋଇଥିଲା, ଏବଂ ଏହି ହତାଶାରେ ସେ ଆଉ ଏକ ଦୁଃସାହସ କରିଥିଲା। ଆତଙ୍କବାଦ ଉପରେ ଭାରତର କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରିବା ପରିବର୍ତ୍ତେ ପାକିସ୍ତାନ ଭାରତ ଉପରେ ହିଁ ଆକ୍ରମଣ କରିବା ଆରମ୍ଭ କରିଥିଲା। ପାକିସ୍ତାନ ଆମର ବିଦ୍ୟାଳୟ, କଲେଜ, ଗୁରୁଦ୍ୱାର, ମନ୍ଦିର, ସାଧାରଣ ନାଗରିକଙ୍କ ଘରକୁ ଟାର୍ଗେଟ କରିଛି, ପାକିସ୍ତାନ ଆମର ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରିଛି, କିନ୍ତୁ ଏଥିରେ ମଧ୍ୟ ପାକିସ୍ତାନର ମୁଖା ଖୋଲି ଯାଇଛି।

ପାକିସ୍ତାନର ଡ୍ରୋନ୍ ଏବଂ ପାକିସ୍ତାନର କ୍ଷେପଣାସ୍ତ୍ର ଭାରତ ସାମ୍ନାରେ ଧୂଳିସାତ ହୋଇଥିଲା ତାହା ସାରା ଦୁନିଆ ଦେଖିଛି । ଭାରତର ଶକ୍ତିଶାଳୀ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ସେଗୁଡ଼ିକୁ ଆକାଶରେ ଧ୍ୱଂସ କରିଦେଇଥିଲା। ପାକିସ୍ତାନର ପ୍ରସ୍ତୁତି ଥିଲା ସୀମାରେ ଆକ୍ରମଣ କରିବା, କିନ୍ତୁ ଭାରତ ପାକିସ୍ତାନକୁ ଛାତିରେ ଆଘାତ କରିଥିଲା। ଭାରତର ଡ୍ରୋନ୍, ଭାରତର କ୍ଷେପଣାସ୍ତ୍ରଗୁଡ଼ିକ ପୂର୍ଣ୍ଣ ସଠିକତାର ସହ ଆଘାତ କରିଥିଲା। ପାକିସ୍ତାନ ବାୟୁସେନାର ସେହି ବିମାନ ଘାଟି କ୍ଷତିଗ୍ରସ୍ତ ହୋଇଥିଲା, ଯାହାକୁ ନେଇ ପାକିସ୍ତାନ ଗର୍ବ କରୁଥିଲା। ଭାରତ ପ୍ରଥମ ତିନି ଦିନ ମଧ୍ୟରେ ପାକିସ୍ତାନରେ ଏପରି ଧ୍ୱଂସଲୀଳ କରିଥିଲା, ଯାହା ପାକିସ୍ତାନ କେବେ କଳ୍ପନା ମଧ୍ୟ କରିପାରିନଥିଲା।

ସେଥିପାଇଁ ଭାରତର ଆକ୍ରମଣାତ୍ମକ କାର୍ଯ୍ୟାନୁଷ୍ଠାନ ପରେ, ପାକିସ୍ତାନ ପଳାୟନ ମାର୍ଗ ଖୋଜିବା ଆରମ୍ଭ କରିଥିଲା। ପାକିସ୍ତାନ ସାରା ବିଶ୍ୱରେ ଉତ୍ତେଜନା ହ୍ରାସ ପାଇଁ ନିବେଦନ କରିଥିଲା। ଆଉ ଏତେ ମାତ୍ରାରେ ଆଘାତ ସହିବା ପରେ ପାକିସ୍ତାନ ସେନା ବାଧ୍ୟ ହୋଇ ମଇ ୧୦ ତାରିଖ ଅପରାହ୍ଣରେ, ଆମର ଡିଜିଏମଓଙ୍କୁ ଯୋଗାଯୋଗ କରିଥିଲା। ସେତେବେଳକୁ, ଆମେ ଆତଙ୍କବାଦର ଭିତ୍ତିଭୂମିକୁ ବ୍ୟାପକ ଭାବେ ଧ୍ୱଂସ କରିଦେଇଥିଲୁ, ଆତଙ୍କବାଦୀମାନଙ୍କୁ ନିପାତ କରାଯାଇଥିଲା, ପାକିସ୍ତାନର ଛାତିରେ ଥିବା ଆତଙ୍କବାଦୀ ଘାଟିଗୁଡ଼ିକ ଧ୍ୱଂସ ହୋଇଯାଇଥିଲା, ତେଣୁ ଯେତେବେଳେ ପାକିସ୍ତାନ ନିବେଦନ କଲା, ସେତେବେଳେ ପାକିସ୍ତାନ କହିଲା ଯେ ତା’ ତରଫରୁ ଆଉ କୌଣସି ଆତଙ୍କବାଦୀ କାର୍ଯ୍ୟକଳାପ ଏବଂ ସାମରିକ ଦୁଃସାହସ ହେବ ନାହିଁ। ତେଣୁ ଭାରତ ମଧ୍ୟ ଏହା ଉପରେ ବିଚାର କରିଥିଲା। ଆହୁରି, ମୁଁ ଦୋହରାଇବାକୁ ଚାହେଁ, ଆମେ ପାକିସ୍ତାନର ଆତଙ୍କବାଦୀ ଏବଂ ସାମରିକ ଘାଟିଗୁଡ଼ିକ ବିରୋଧରେ ଆମର ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନକୁ ସ୍ଥଗିତ ରଖିଛୁ। ଆଗାମୀ ଦିନରେ, ଆମେ ପାକିସ୍ତାନର ପ୍ରତ୍ୟେକ ପଦକ୍ଷେପକୁ ତା’ର ଆଭିମୁଖ୍ୟ ଦ୍ୱାରା ବିଚାର କରିବୁ।

ବନ୍ଧୁଗଣ,

ଭାରତର ତିନି ସେନା, ଆମର ବାୟୁସେନା, ଆମର ସେନା, ଆମର ନୌସେନା, ଆମର ସୀମା ସୁରକ୍ଷା ବଳ-ବିଏସଏଫ, ଭାରତର ଅର୍ଦ୍ଧସାମରିକ ବାହିନୀ, ସବୁବେଳେ ସତର୍କ ରହିଛନ୍ତି। ସର୍ଜିକାଲ୍ ଷ୍ଟ୍ରାଇକ୍ ଏବଂ ଏୟାର ଷ୍ଟ୍ରାଇକ୍ ପରେ ଏବେ ‘ଅପରେସନ ସିନ୍ଦୁର’ ହେଉଛି ଆତଙ୍କବାଦ ବିରୋଧରେ ଭାରତର ନୀତି। ଆତଙ୍କବାଦ ବିରୋଧରେ ଲଢ଼େଇରେ ଅପରେସନ୍ ସିନ୍ଦୁର ଏକ ନୂତନ ଲକ୍ଷ୍ମଣରେଖା ଟାଣିଛି, ଏକ ନୂତନ ମାନଦଣ୍ଡ, ଏକ ନୂତନ ବାସ୍ତବିକତା ପ୍ରତିଷ୍ଠା କରିଛି।

ପ୍ରଥମତଃ, ଯଦି ଭାରତ ଉପରେ କୌଣସି ଆତଙ୍କବାଦୀ ଆକ୍ରମଣ ହୁଏ, ତା’ହେଲେ ଉପଯୁକ୍ତ ଜବାବ ଦିଆଯିବ। ଆମେ ନିଜ ଶୈଳୀରେ, ନିଜ ସର୍ତ୍ତରେ ଜବାବ ଦେବା ଜାରି ରଖିବୁ। ଯେଉଁଠାରୁ ଆତଙ୍କବାଦର ଉତ୍ପତ୍ତି ହୋଇଛି, ସେହି ପ୍ରତ୍ୟେକ ସ୍ଥାନକୁ ଯାଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦ୍ୱିତୀୟତଃ, ଭାରତ କୌଣସି ପରମାଣୁ ଯୁଦ୍ଧ ବ୍ଲାକମେଲକୁ ବରଦାସ୍ତ କରିବ ନାହିଁ। ପରମାଣୁ ବ୍ଲାକମେଲର ଛଦ୍ମବେଶରେ ବିକଶିତ ହେଉଥିବା ଆତଙ୍କବାଦୀ ଘାଟିଗୁଡ଼ିକ ଉପରେ ଭାରତ ସଠିକ୍ ଏବଂ ନିର୍ଣ୍ଣାୟକ ଭାବରେ ଆକ୍ରମଣ କରିବ।

ତୃତୀୟତଃ, ଆମେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ସରକାର ଏବଂ ଆତଙ୍କବାଦୀ ସଂଗଠନର ମୁଖିଆମାନଙ୍କୁ ଅଲଗା କରି ଦେଖିବୁ ନାହିଁ। ଅପରେସନ ସିନ୍ଦୁର ସମୟରେ, ବିଶ୍ୱ ପୁଣିଥରେ ପାକିସ୍ତାନର କୁତ୍ସିତ ବାସ୍ତବତା ଦେଖିଲା ଯେତେବେଳେ ପାକିସ୍ତାନ ସେନାର ବରିଷ୍ଠ ଅଧିକାରୀମାନେ ନିହତ ଆତଙ୍କବାଦୀମାନଙ୍କୁ ଅନ୍ତିମ ବିଦାୟ ଦେବାକୁ ବାହାରିଥିଲେ। ଏହା ରାଷ୍ଟ୍ର-ପ୍ରାୟୋଜିତ ଆତଙ୍କବାଦର ଏକ ବଡ଼ ପ୍ରମାଣ। ଭାରତ ଏବଂ ଆମର ନାଗରିକମାନଙ୍କୁ ଯେକୌଣସି ବିପଦରୁ ରକ୍ଷା କରିବା ପାଇଁ ଆମେ ନିର୍ଣ୍ଣାୟକ ପଦକ୍ଷେପ ନେବା ଜାରି ରଖିବୁ।

ବନ୍ଧୁଗଣ,

ଆମେ ପ୍ରତ୍ୟେକ ଥର ଯୁଦ୍ଧକ୍ଷେତ୍ରରେ ପାକିସ୍ତାନକୁ ଧୂଳି ଚଟେଇଛୁ। ଆଉ ଏଥର ଅପରେସନ୍ ସିନ୍ଦୁର ଏକ ନୂଆ ଦିଗ ଯୋଡ଼ିଛି। ଆମେ ମରୁଭୂମି ଏବଂ ପର୍ବତଗୁଡ଼ିକରେ ନିଜର ସାମର୍ଥ୍ୟର ଚମତ୍କାର ପ୍ରଦର୍ଶନ କରିଛୁ, ଏବଂ ଠିକ୍‌ ଏହି ସମୟରେ, ନୂତନ ଯୁଗର ଯୁଦ୍ଧରେ ନିଜର ଶ୍ରେଷ୍ଠତାକୁ ପ୍ରମାଣିତ କରିଛୁ। ଏହି ଅପରେସନ୍ ସମୟରେ, ଆମର ମେଡ ଇନ୍ ଇଣ୍ଡିଆ ଅସ୍ତ୍ରଶସ୍ତ୍ରର କ୍ଷମତା ପ୍ରମାଣିତ ହୋଇଥିଲା। ଆଜି ବିଶ୍ୱ ଦେଖୁଛି, ଏକବିଂଶ ଶତାବ୍ଦୀର ଯୁଦ୍ଧରେ ଭାରତରେ ନିର୍ମିତ ପ୍ରତିରକ୍ଷା ଉପକରଣର ସମୟ ଆସିଛି।

ବନ୍ଧୁଗଣ, ପ୍ରତ୍ୟେକ ପ୍ରକାରର ଆତଙ୍କବାଦ ବିରୋଧରେ ଏକଜୁଟ ରହିବା ହେଉଛି ଆମର ସବୁଠାରୁ ବଡ଼ ଶକ୍ତି। ନିଶ୍ଚିତ ଭାବେ ଏହା ଯୁଦ୍ଧର ଯୁଗ ନୁହେଁ, କିନ୍ତୁ ଏହା ମଧ୍ୟ ଆତଙ୍କବାଦର ଯୁଗ ନୁହେଁ। ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ହେଉଛି ଏକ ଉନ୍ନତ ବିଶ୍ୱର ଗ୍ୟାରେଣ୍ଟି।

ବନ୍ଧୁଗଣ,

ଯେଭଳି ଭାବେ ପାକିସ୍ତାନ ସେନା ଏବଂ ପାକିସ୍ତାନ ସରକାର ଆତଙ୍କବାଦକୁ ପୋଷଣ ଦେଉଛନ୍ତି, ଦିନେ ନା ଦିନେ ଏହା ପାକିସ୍ତାନକୁ ଶେଷ କରିଦେବ। ଯଦି ପାକିସ୍ତାନ ବଞ୍ଚିବାକୁ ଚାହେଁ, ତା’ହେଲେ ତାର ଆତଙ୍କବାଦୀ ଭିତ୍ତିଭୂମିକୁ ଧ୍ୱଂସ କରିବାକୁ ପଡ଼ିବ। ଶାନ୍ତି ପାଇଁ ଅନ୍ୟ କୌଣସି ରାସ୍ତା ନାହିଁ। ଭାରତର ସ୍ଥିତି ଅତ୍ୟନ୍ତ ସ୍ପଷ୍ଟ: ଆତଙ୍କବାଦ ଏବଂ ଆଲୋଚନା, ଏକାଠି କରାଯାଇପାରିବ ନାହିଁ, ଆତଙ୍କବାଦ ଏବଂ ବ୍ୟବସାୟ ଏକାଠି ଯାଇପାରିବ ନାହିଁ। ଏହା ବ୍ୟତୀତ, ପାଣି ଏବଂ ରକ୍ତ ଏକାଠି ପ୍ରବାହିତ ହୋଇପାରିବ ନାହିଁ। ମୁଁ ଆଜି ବିଶ୍ୱ ସମୁଦାୟକୁ ମଧ୍ୟ କହିବି, ଆମର ଘୋଷିତ ନୀତି ହେଉଛି, ଯଦି ପାକିସ୍ତାନ ସହିତ ଆଲୋଚନା ହୁଏ, ତେବେ ତାହା ଆତଙ୍କବାଦ ଉପରେ ହେବ, ଯଦି ପାକିସ୍ତାନ ସହିତ ଆଲୋଚନା ହୁଏ, ତେବେ ପାକିସ୍ତାନ ଅଧିକୃତ କାଶ୍ମୀର, ପିଓକେ ଉପରେ ଆଧାରିତ ହେବ।

ପ୍ରିୟ ଦେଶବାସୀ,

ଆଜି ବୁଦ୍ଦ ପୂର୍ଣ୍ଣିମା। ଭଗବାନ ବୁଦ୍ଧ ଆମକୁ ଶାନ୍ତିର ମାର୍ଗ ଦେଖାଇଛନ୍ତି। ଶାନ୍ତିର ମାର୍ଗ ମଧ୍ୟ ଶକ୍ତିର ମାର୍ଗ ହୋଇଯାଇଥାଏ। ମାନବତା, ଶାନ୍ତି ଏବଂ ସମୃଦ୍ଧି ଦିଗରେ ଆଗକୁ ବଢ଼ୁ, ପ୍ରତ୍ୟେକ ଭାରତୀୟ ଶାନ୍ତିରେ ରୁହନ୍ତୁ, ବିକଶିତ ଭାରତର ସ୍ୱପ୍ନକୁ ପୂରଣ କରନ୍ତୁ, ସେଥିପାଇଁ ଭାରତ ଶକ୍ତିଶାଳୀ ହେବ ଅତ୍ୟନ୍ତ ଜରୁରୀ। ଆବଶ୍ୟକତା ପଡ଼ିଲେ ଏହି ଶକ୍ତିର ଉପଯୋଗ କରିବା ମଧ୍ୟ ଜରୁରୀ। ଆଉ ବିଗତ କିଛି ଦିନ ମଧ୍ୟରେ ଭାରତ ଏହା କରି ଦେଖାଇଛି ।

ମୁଁ ପୁଣିଥରେ ଭାରତୀୟ ସେନା ଏବଂ ସଶସ୍ତ୍ର ବଳକୁ ଅଭିବାଦନ ଜଣାଉଛି। ଆମେ ଭାରତବାସୀଙ୍କ ସାହସକୁ ପ୍ରଣାମ କରୁଛି। ଭାରତବାସୀଙ୍କ ଏକତାର ଶପଥ, ସଂକଳ୍ପକୁ ମୁଁ ପ୍ରଣାମ କରୁଛି।

ବହୁତ - ବହୁତ ଧନ୍ୟବାଦ।

ଭାରତ ମାତା କୀ ଜୟ!!!

ଭାରତ ମାତା କୀ ଜୟ!!!

ଭାରତ ମାତା କୀ ଜୟ!!!