ନମସ୍ତେ ଭାଇମାନେ !
ଆଜି ଗୁଜରାଟର ସ୍ୱାସ୍ଥ୍ୟ ସୁବିଧା ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଦିବସ । ମୁଁ ଭୂପେନ୍ଦ୍ର ଭାଇ, ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ, ସମସ୍ତ ସଂସଦ ସଦସ୍ୟ, ବିଧାୟକଗଣ ଓ ନିଗମ କର୍ମକର୍ତ୍ତା ଯେଉଁମାନେ ମଞ୍ଚ ଉପରେ ଅଛନ୍ତି, ତଥା ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ଦ୍ରୁତଗତିରେ ଆଗେଇ ନେବାରେ ଲାଗିପଡିଛନ୍ତି ସେମାନଙ୍କୁ ଅଭିନନ୍ଦନ ଜଣାଉଛି ।
ବିଶ୍ୱର ସବୁଠାରୁ ଅତ୍ୟାଧୁନିକ ମେଡିକାଲ ପ୍ରଯୁକ୍ତିବିଦ୍ୟା, ଉନ୍ନତ ସୁବିଧା ଓ ଭେଷଜ ଭିତ୍ତିଭୂମି ଏଣିକି ଆମର ଅହମ୍ମଦାବାଦ ଓ ଗୁଜରାଟରେ ଉପଲବ୍ଧ ହେବ ଓ ସମାଜର ସାଧାରଣ ଲୋକ ଯେଉଁମାନେ ଘରୋଇ ହସ୍ପିଟାଲ ଯାଇପାରିବେ ନାହିଁ ସେମାନେ ଏହାର ସୁବିଧା ନେଇପାରିବେ । ଏହି ସରକାରୀ ଡାକ୍ତରଖାନାର କର୍ମଚାରୀଗଣ ସେମାନଙ୍କୁ ୨୪ଘଣ୍ଟା ସେବା ପ୍ରଦାନ କରିବେ । ଭାଇ ଓ ଭଉଣୀମାନେ ପ୍ରାୟ ସାଢେ ତିନିବର୍ଷ ପୂର୍ବରୁ ମୋତେ ୧୨୦୦ଶଯ୍ୟା ବିଶିଷ୍ଟ ଏକ ମା’-ଶିଶୁ ସୁପର ସ୍ପେଶିଆଲିଟି ହସ୍ପିଟାଲ ଉଦ୍ଘାଟନ କରିବା ସୁଯୋଗ ମିଳିଥିଲା । ଆଜି ଖୁବ୍ ଅଳ୍ପ ଦିନର ବ୍ୟବଧାନ ମଧ୍ୟରେ ଏହି ଚିକିତ୍ସା ପରିସର ଏକ ଭବ୍ୟ ଆକାର ନେଇପାରିଛି । ସେହିପରି ବୃକକ୍ ରୋଗ ପ୍ରତିଷ୍ଠାନ ଓ ୟୁଏନ୍ ମେହେଟ୍ଟା ହୃଦରୋଗ ପ୍ରତିଷ୍ଠାନ ମଧ୍ୟ ନିଜର ସାମର୍ଥ୍ୟ ଓ ସେବା ବୃଦ୍ଧି କରିବାରେ ଲାଗିଚନ୍ତି । ଗୁଜରାଟ କର୍କଟ ଗବେଷଣା ପ୍ରତିଷ୍ଠାନରେ ଅସ୍ଥି ମଜ୍ଜା ପ୍ରତିରୋପଣ ସୁବିଧା ମଧ୍ୟ ଉପଲବ୍ଧ ହେଉଛି । ଏହା ଦେଶର ପ୍ରଥମ ହସ୍ପିଟାଲ ହେବ ଯେଉଁଠି ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ସାଇବାର ନାଇଫ ଉପଲବ୍ଧ ହେବ । ବେଳେବେଳେ ଗୁଜରାଟର କାର୍ଯ୍ୟ ଓ ସଫଳତା ଏତେ ବ୍ୟାପକ ହୋଇଯାଏ ଯେ ଏହାର ଗଣତି ମଧ୍ୟ କଷ୍ଟକର ହୋଇପଡେ । ଏମିତି ଅନେକ କିଛି ଦେଶରେ ରହିଛି ଯାହା ଗୁଜରାଟ ପ୍ରଥମ କରି ଦେଖାଇଛି ।
ମୁଁ ଏହି ସଫଳତା ନିମନ୍ତେ ଆପଣ ସମସ୍ତଙ୍କୁ ଓ ଗୁଜରାଟବାସୀଙ୍କୁ ଅଭିନନ୍ଦନ ଜଣାଉଛି । ମୁଁ କଠିନ ପରିଶ୍ରମ ସହ ଏହି ସବୁ ଯୋଜନାର ସଫଳତା ପାଇଁ ବିଶେଷକରି ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ଭାଇ ପଟେଲଙ୍କୁୁ ପ୍ରଶଂସା କରିଚି ।
ବନ୍ଧୁଗଣ,
ଆଜି ମୁଁ ସ୍ୱାସ୍ଥ୍ୟ ସମ୍ପର୍କୀତ ଗୁଜରାଟର ଏକ କାର୍ଯ୍ୟକ୍ରମ ସମ୍ପର୍କରେ କହିବାକୁ ଯାଉଛି । ଏହି ଯାତ୍ରା ବିଭିନ୍ନ ରୋଗର ଆରୋଗ୍ୟଲାଭ । ଆପଣମାନେ ଆଶ୍ଚର୍ଯ୍ୟ ହେଉଥିବେ ଯେ ମୋଦୀ କାହିଁକି ହସ୍ପିଟାଲ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ରୋଗ ଓ ନିଦାନ ସମ୍ପର୍କରେ ଆଲୋଚନା କରୁଛି ବୋଲି ମୁଁ ଚିକିତ୍ସା ନୁହେଁ ମାତ୍ର ମତେ ଏହି ସବୁ ରୋଗକୁ ଭଲ କରିବାକୁ ପଡିବ । ୨୦-୨୫ ବର୍ଷ ଆଗରୁ ଗୁଜରାଟ ଅନେକ ରୋଗର ଶିକାର ହୋଇଥିଲା । ଗୋଟିଏ ରୋଗ ଥିଲା, ତାହା ହେଉଛି ସ୍ୱାସ୍ଥ୍ୟ କ୍ଷେତ୍ରରେ ଅନଗ୍ରସରତା । ଦ୍ୱିତୀୟ ହେଉଛି ଶିକ୍ଷା କ୍ଷେତ୍ରରେ ଅସାଧୁ ଉପାୟ ଅବଲମ୍ବନ । ତୃତୀୟ ହେଲା ବିଜୁଳି ଅଭାବ । ଚତୁର୍ଥ ହେଲା ପାଣି ସମସ୍ୟା । ପଞ୍ଚମ ହେଉଛି ବ୍ୟାପକ କୁପ୍ରଶାସନ । ଷଷ୍ଠ ହେଉଛି ଖରାପ ଆଇନ ଶୃଙ୍ଖଳା ସ୍ଥିତି । ଏ ସମସ୍ତ ରୋଗର ମୂଳରେ ଥିଲା ଗୋଟିଏ ଭୋଟ ବ୍ୟାଙ୍କ ରାଜନୀତି । ବୟସ୍କ ଓ ପୂର୍ବ ପିଢିର ଜନସାଧାରଣ ଯେଉଁମାନେ ଏଠାରେ ଉପସ୍ଥିତି ସେମାନେ ଏଥିନେି ଅବଗତ ଥିବେ । ଗୁଜରାଟରେ ଏଭଳି ପରିସ୍ଥିତି ୨୦-୨୫ବର୍ଷ ଆଗରୁ ଥିଲା । ଯୁବ ଗୋଷ୍ଠୀଙ୍କୁ ଭଲ ଶିକ୍ଷା ପାଇଁ ଅନ୍ୟ ରାଜ୍ୟକୁ ଯିବାକୁ ପଡୁଥିଲା । ଲୋକମାନଙ୍କୁ ଉତ୍ତମ ଉପଚାର ପାଇଁ ସଂଘର୍ଷ କରିବାକୁ ପଡୁଥିଲା । ଲୋକଙ୍କୁ ବିଜୁଳି ପାଇଁ ଅପେକ୍ଷା କରିବାକୁ ହେଉଥିଲା । ସେମାନଙ୍କୁ ସବୁଦିନ ଦୁର୍ନୀତି ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିର ସାମ୍ନା କରିବାକୁ ହେଉଥିଲା । ମାତ୍ର ସେସବୁ ରୋଗକୁ ପଛରେ ପକାଇ ଆଜି ଗୁଜରାଟ ଆଗେଇ ଚାଲିଛି । ସେଥିପାଇଁ ଆଜି ଆମେ ରାଜ୍ୟକୁ ଅନେକ ରୋଗରୁ ମୁକ୍ତ କରିବାକୁ ଅନେକ ଅଭିଯାନ ଚଳାଇଛୁ । ଆଜି ହାଇଟେକ ହସ୍ପିଟାଲ ଦୃଷ୍ଟିରୁ ବିଚାର କଲେ ଗୁଜରାଟ ସବୁଠାରୁ ଆଗରେ । ଯେତେବେଳେ ମୁଁ ମୁଖ୍ୟମନ୍ତ୍ରୀ ଥିଲି ସେତେବେଳେ ମତେ ଅନେକ ସମୟରେ ସିଭିଲ ହସ୍ପିଟାଲ ଗସ୍ତ କରିବାକୁ ପଡୁଥିଲା । ସେତେବେଳେ ମଧ୍ୟପ୍ରଦେଶ ଓ ରାଜସ୍ଥାନରୁ ଅନେକ ରୋଗୀ ସିଭିଲ ହସ୍ପିଟାଲକୁ ରୋଗ ଉପଶମ ପାଇଁ ଆସିଥିଲେ ।
ବନ୍ଧୁଗଣ,
ଦେଶର ଖ୍ୟାତନାମା ଶିକ୍ଷାନୁଷ୍ଠାନ ଓ ବିଶ୍ୱବିଦ୍ୟାଳୟ ଦୃଷ୍ଟିରୁ ବିଚାରକଲେ ଆଜି ଗୁଜରାଟର କୌଣସି ତୁଳନା ନାହିଁ । ଗୁଜରାଟରେ ଜଳ, ଶକ୍ତି ଓ ଆଇନ ଶୃଙ୍ଖଳା ପରିସ୍ଥିତିରେ ଆଖିଦୃଶିଆ ଉନ୍ନତି ହୋଇଛି । ଆଜି ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସ ସରକାର ଗୁଜରାଟର କଲ୍ୟାଣ ପାଇଁ ନିରବଚ୍ଛିନ୍ନ କାର୍ଯ୍ୟ କରୁଛି ।
ବନ୍ଧୁଗଣ,
ଆଜି ଅହମ୍ମଦାବାଦର ଏହି ହାଇଟେକ ମେଡିସିଟି ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମ୍ପର୍କୀତ ସେବା ଗୁଜରାଟକୁ ଏକ ନୂତନ ପରିଚୟ ଦେଇଛି । ଏହା କେବଳ ଏକ କଲ୍ୟାଣ ପ୍ରତିଷ୍ଠାନ ନୁହେଁ, ଏହା ଗୁଜରାଟ ଜନସାଧାରଣ ସାମର୍ଥ୍ୟର ପ୍ରତୀକ । ଗୁଜରାଟବାସୀ ମେଡିସିଟିରୁ ଉନ୍ନତ ସ୍ୱାସ୍ଥ୍ୟ ସୁବିଧା ଉପଲବ୍ଧ ନେଇ ଗର୍ବିତ ମଧ୍ୟ ହେବେ । ଗୁଜରାଟରେ ଥିବା ମେଡିକାଲ ପର୍ଯ୍ୟଟନ ସାମର୍ଥ୍ୟ ମଧ୍ୟ ପ୍ରୋତ୍ସାହନ ପାଇବ ।
ବନ୍ଧୁଗଣ,
ଆମେ ଅନେକ ସମୟରେ ଶୁଣିଛୁ ଏକ ସୁସ୍ଥ ଶରୀର ପାଇଁ ସୁସ୍ଥ ମନର ଆବଶ୍ୟକତା ରହିଛି । ଏହା ସରକାରଙ୍କ କ୍ଷେତ୍ରରେ ମଧ୍ୟ ପ୍ରଯୁଜ୍ୟ । ଯଦି ସରକାରମାନେ ସୁସ୍ଥ ନୁହଁନ୍ତି, ସେମାନଙ୍କ ଅଭିପ୍ରାୟ ସ୍ପଷ୍ଟ ନୁହେଁ ଓ ଲୋକମାନଙ୍କ ନିମନ୍ତେ ସମ୍ବେଦନଶୀଳତାର ଅଭାବ ରହିଛି, ତେବେ ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମି ମଧ୍ୟ ଦୁର୍ବଳ ହେବ। ଗୁଜରାଟର ଜନସାଧାରଣ ୨୦-୨୨ ବର୍ଷ ଆଗରୁ ଅନେକ କଷ୍ଟ ସହ୍ୟ କରିଛନ୍ତି । ଆପଣ ଯାଉଥିବା ଅଧିକାଂଶ ଡାକ୍ତର ଆପଣମାନଙ୍କୁ ତିନିଟି ଉପଦେଶ ଦେବେ । ସେମାନେ ଆପଣମାନଙ୍କୁ ତିନିଟି ବିକଳ୍ପ ସମ୍ପର୍କରେ କହିବେ । ପ୍ରଥମେ ସେମାନେ କହିବେ ଯେ ଆପଣମାନେ ଔଷଧ ସେବା ଦ୍ୱାରା ଭଲ ହୋଇଯିବେ । ଯେତେବେଳେ ଔଷଧ କାମ ନ କରେ ସେମାନେ ଶଲ୍ୟ ଚିକିତ୍ସା ସଦସ୍ୟଙ୍କୁ ଔଷଧ ଓ ଶଲ୍ୟ ଚିକିତ୍ସା ସହ ରୋଗୀର ଯତ୍ନ ନେବାକୁ ପରାମର୍ଶ ଦେବେ ।
ଆମ ସରକାର ଗୁଜରାଟର ଚିକିତ୍ସା ବ୍ୟବସ୍ଥାରେ ଉନ୍ନତି ଆଣିବା ନିମନ୍ତେ ଏହି ସବୁ ପଦ୍ଧତି ବ୍ୟବହାର କରିଥାଏ। ଯାହା ରୋଗୀକୁ ପରମର୍ଶ ଦିଆଯାଇଥାଏ । ମୁଁ ରାଜ୍ୟରେ ପ୍ରଚଳିତ ବ୍ୟବସ୍ଥାରେ ସେଇୟା କରିବାକୁ ଚାହିଁବି । ଡାକ୍ତର ଶଲ୍ୟ ଚିକିତ୍ସା ସୁପାରିସ୍ କରନ୍ତି । ମୋ ପାଇଁ ଏହା ପୁରୁଣା ସରକାରୀ ପଦ୍ଧତିର ବଳପୂର୍ବକ ପରିବର୍ତ୍ତନ।
ଅକାର୍ଯ୍ୟରେ କଇଁଚି ମାରି ଶୀଥିଳତା ଓ ଦୁର୍ନୀତି ବିରୁଦ୍ଧରେ ପଦକ୍ଷେପ ପାଇଁ ମୋର ଶଲ୍ୟ ଚିକିତ୍ସା । ଦ୍ୱିତୀୟ ହେଲା ଔଷଧ । ମୋ ନିମନ୍ତେ ଏଥିରେ ନୂତନ ବ୍ୟବସ୍ଥାକୁ ବିକଶିତ କରାଇବା ପାଇଁ ଅନବରତ ଉଦ୍ୟମ, ମାନବ ସମ୍ବଳ ବିକାଶ, ଭିତ୍ତିଭୂମି ବିକାଶ, ନବୋନ୍ମେଷ, ନୂତନ ହସ୍ପିଟାଲ ନିର୍ମାଣ ଓ ସେହିପରି ଅନେକ ପଦକ୍ଷେପ ଏବଂ ତୃତୀୟରେ ଯତ୍ନ । ଗୁଜରାଟର ସ୍ୱାସ୍ଥ୍ୟ କ୍ଷେତ୍ରକୁ ସୁଧାରିବା ନିମନ୍ତେ ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଆମେ ଯତ୍ନର ସହ କାମ କରୁ ଆମେ ଲୋକଙ୍କ ସାଙ୍ଗରେ ମିଶି ସେମାନଙ୍କ ଦୁଃଖ କଷ୍ଟରେ ଭାଗି ହେଉ । ଆଜି ମୁଁ ଅତ୍ୟନ୍ତ ବିନମ୍ରତାର ସହ କହିବାକୁ ଚାହୁଁଛି ଯେ ଗୁଜରାଟ ଦେଶର ପ୍ରଥମ ରାଜ୍ୟ ଯେ କେବଳ ମଣିଷ ପାଇଁ ନୁହେଁ ପ୍ରାଣୀଙ୍କ ନିମନ୍ତେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିଥିଲା । ରାଜ୍ୟ ବାହାର ଜନସାଧାରଣ ଏହାକୁ ଅଦଭୂତ ବିବେଚନା କଲେ ମଧ୍ୟ ମୁଁ କହେ ଯେ ପ୍ରାଣୀମାନଙ୍କ ଦାନ୍ତ ଓ ଆଖିର ଉପଚାର ଜରୁରୀ ।
ଭାଇ ଓ ଭଉଣୀମାନେ,
ଜନ ସହଭାଗିତାର ନିମନ୍ତେ ଆମର ଉଦ୍ୟମ ରହିଛି । କରୋନା କାଳରେ ମୁଁ ଜି-୨୦ଶିଖର ସମ୍ମିଳନୀରେ ଉଦ୍ବୋଧନ ଦେଉଥିଲି । ବିଶ୍ୱର ଏହି ସାଂଘାତିକ ସ୍ଥିତିରେ ଏକ ପୃଥିବୀ ଏକ ସ୍ୱାସ୍ଥ୍ୟ ଅଭିଯାନ ନିମନ୍ତେ ମୁଁ ଯୁକ୍ତି କଲି । ମୁଁ ଗରିବମାନଙ୍କୁ ସାହାଯ୍ୟ ପାଇଁ ଆହ୍ୱାନ ଜଣାଇଲି । ଆମେ ଦେଖିଲୁ କେତେକ ଦେଶ କରୋନା କାଳରେ ଚାରିରୁ ପାଞ୍ଚ ଥର ଟିକା ନେଇ ସାରିଥିବା ବେଳେ ଅନେକ ଦେଶର ଗରିବ ଲୋକମାନେ ଗୋଟିଏ ହେଲେ ମଧ୍ୟ ଟିକା ମାତ୍ରା ନେଇ ନାହାଁନ୍ତି । ତାହା ମତେ ଖୁବ୍ କଷ୍ଟ ଦେଲା । ତେଣୁ ଆମେ ସ୍ଥିର କଲୁ ବିଶ୍ୱର ଟିକାକରଣ ନିମନ୍ତେ, ଯାହା ଫଳରେ ପୃଥିବୀର କେଉଁଠି ମଧ୍ୟ କେହି ବିନା ଟୀକା ଯୋଗୁଁ ପ୍ରାଣ ହରାଇବେ ନାହିଁ । ଆମେ ସମସ୍ତେ ଦେଖିଲୁ ଯେତେବେଳେ ବ୍ୟବସ୍ଥା ସୁସ୍ଥ ଗୁଜରାଟର ସ୍ୱାସ୍ଥ୍ୟ କ୍ଷେତ୍ର ମଧ୍ୟ ସୁସ୍ଥ । ଦେଶରେ ଜନସାଧାରଣ ଗୁଜରାଟର ଦୃଷ୍ଟାନ୍ତ ଦେବାରେ ଲାଗିଲେ ।
ବନ୍ଧୁଗଣ,
ଯେତେବେଳେ ପୂର୍ଣ୍ଣପ୍ରାଣରେ ପ୍ରୟାସ ହୁଏ ସାମଗ୍ରିକ ବିଚାରକୁ ନେଇ, ଯେତେବେଳେ ଫଳାଫଳ ମଧ୍ୟ ବହୁମୁଖୀ ହୋଇଥାଏ । ଏହା ହିଁ ଗୁଜରାଟ ସଫଳତାର ମନ୍ତ୍ର । ଆଜି ଗୁଜରାଟରେ ହସ୍ପିଟାଲ ଓ ଡାକ୍ତରଥିବା ବେଳେ ଯୁବ ସମାଜ ପାଇଁ ଚିକିତ୍ସକ ହେବା ପାଇଁ ସୁଯୋଗ ରହିଛି । ୨୦-୨୨ ବର୍ଷ ପୂର୍ବରୁ ଏଭଳି ଏକ ବିରାଟ ରାଜ୍ୟରେ କେବଳ ନଅଟି ଭେଷଜ ମହାବିଦ୍ୟାଳୟ ରହିଥିଲା । ଯେତେବେଳେ କମ୍ ଭେଷଜ ମହାବିଦ୍ୟାଳୟ ରହିବ ସେତେବେଳେ କମ୍ ବ୍ୟୟ ସାପେକ୍ଷ ଓ ଉତ୍ତମ ଉପଚାର ପାଇବାର ପରିସର ମଧ୍ୟ ସୀମିତ ହୋଇଥାଏ । ଆଜି ୩୬ଟି ମେଡିକାଲ କଲେଜ ସେମାନଙ୍କ ସେବା ପ୍ରଦାନ କରୁଛନ୍ତି । ୨୦ବର୍ଷ ପୂର୍ବରୁ ଗୁଜରାଟରେ ସରକାରୀ ଡାକ୍ତରଖାନା ଗୁଡିକରେ ପ୍ରାୟ ୧୫ହଜାର ଶଯ୍ୟା ଥିଲା । ସେ ଯାଗାରେ ଆଜି ଏହା ୬୦ହଜାରକୁ ବୃଦ୍ଧି ପାଇଛି । ଆଗରୁ ଉଭୟ ମେଡିକାଲ ସ୍ୱାତ୍ତକ ଓ ସାତ୍ତକୋତ୍ତର ଶ୍ରେଶୀ ପାଇଁ ୨୨୦୦ସ୍ଥାନ ଥିବାବେଳେ ତାହା ଏବେ ୮୫୦୦କୁ ବୃଦ୍ଧି ପାଇଛି । ମହାବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହେଉଥିବା ଚିକିତ୍ସକମାନେ ଗୁଜରାଟ ରାଜ୍ୟର କୋଣେ ଅନୁକୋଣ ସ୍ୱାସ୍ଥ୍ୟ ସେବାକୁ ସୁଦୃଢ କରୁଛନ୍ତି । ଆଜି ହଜାର ହଜାର ଉପକେନ୍ଦ୍ର, ସିଏଚସି, ପିଏଚ୍ସି ଓ ସୁଧାର କେନ୍ଦ୍ର ମାନ ଗୁଜରାଟରେ ସ୍ଥାପିତ ହୋଇଛି ।
ବନ୍ଧୁଗଣ,
ମୁଁ ଗୁଜରାଟରେ ଯାହା ଶିଖିଲି ତାହା ମୁଁ ଦିଲ୍ଲୀ ଗଲାପରେ ବହୁତ କାମରେ ଆସିଲା । ସେହି ଦୂରଦୃଷ୍ଟି ନେଇ ଆମେ କେନ୍ଦ୍ରରେ ମଧ୍ୟ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ କାମ କଲୁ । ଗତ ଆଠ ବର୍ଷ ମଧ୍ୟରେ ଆମେ ଦେଶର ବିଭିନ୍ନ ସ୍ଥାନରେ ୨୨ଟି ନୂତନ ଏଏମ୍ସ ପ୍ରତିଷ୍ଠା କରିଛୁ । ଗୁଜରାଟ ମଧ୍ୟ ଏହାର ପ୍ରଥମ ଏଏମ୍ସ ରାଜକୋଟରେ ପାଇଛି । ଏହି ପ୍ରକାର ଗୁଜରାଟ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ ହୋଇଛି । ସେଦିନ ଆଉ ଡେରୀ ନାହିଁ ଯେତେବେଳେ, ବିଶ୍ୱରେ ଗୁଜରାଟକୁ ନେଇ ଏହାର ଭେଷଜ, ଫାର୍ମା ଓ ଜୈବ ପ୍ରଯୁକ୍ତି ଗବେଷଣା ଆଲୋଚନା ହେବ । ଡବଲ ଇଞ୍ଜିନ ସରକାରର ଧ୍ୟାନ ଏହା ଉପରେ କେନ୍ଦ୍ରୀତ ହୋଇଛି ।
ବନ୍ଧୁଗଣ,
ଯେତେବେଳେ ସମ୍ବେଦନଶୀଳତା ସମ୍ବଳ ସହିତ ମିଶିଯାଏ, ସେତେବେଳେ ସମ୍ବଳ ସେବାର ଶ୍ରେଷ୍ଠ ମାଧ୍ୟମ ବନିଯାଏ । ଯେଉଁଠି ଅନୁକମ୍ପା ନାହିଁ ସେଠାରେ ସମ୍ବଳ ସ୍ୱାର୍ଥ ଓ ଦୁର୍ନୀତି ଦ୍ୱାରା କବଳିତ ହୋଇଯାଏ । ସେ ଦୃଷ୍ଟିରୁ ମୁଁ ମୂଳରୁ ସମ୍ବେଦନଶୀଳତା କଥା କହୁଛି ଓ ଆପଣମାନଙ୍କୁ ଖରାପ ପ୍ରଶାସନିକ ବ୍ୟବସ୍ଥା ନେଇ କହିଛି। ଏବେ ବ୍ୟବସ୍ଥାରେ ପରିବର୍ତ୍ତନ ଆସିଛି । ଏହି ସମ୍ବେଦନଶୀଳତା ଓ ସ୍ୱଚ୍ଛତା ଯୋଗୁଁ ଅହମ୍ବଦାବାଦରେ ମେଡିସିଟି ସୃଷ୍ଟି ହେବା ସହ କର୍କଟ ପ୍ରତିଷ୍ଠାନର ଆଧୁନିକୀକରଣ ହୋଇଛି । ସେହିପରି ଗୁଜରାଟର ପ୍ରତ୍ୟେକ ଜିଲ୍ଲାରେ କେମୋଥୋରାପୀ ସୁବିଧା ହୋଇଛି ଯାହା ଫଳରେ ଗ୍ରାମାଞ୍ଚଳକୁ ଆସୁଥିବା ଲୋକମାନେ କେମୋଥେରାପୀ ନିମନ୍ତେ ଏତେତେଣେ ଧାଁ ଧଉଡ କରିବାକୁ ପଡିବ ନାହିଁ । ଆପଣ ଗୁଜରାଟରେ ଯେଉଁଠି ଥାଆନ୍ତୁ ନା କାହିଁକି ଆପଣ କେମୋଥେରାପୀ ଉପଚାର ସୁବିଧା ଆପଣଙ୍କ ନିଜ ଜିଲ୍ଲାରେ ପାଇପାରିବେ । ସେହିପରି ଜଟିଳ ସ୍ୱାସ୍ଥ୍ୟ ଯତ୍ନ ସୁବିଧା ଯେପରିକି ଡାଇଲେସିସ୍ ଭୂପେନ୍ଦ୍ର ଭାଇଙ୍କ ସରକାର ତାଲୁକାସ୍ତରରେ ଉପଲବ୍ଧ କରାଇଛନ୍ତି । ଗୁଜରାଟରେ ବାହାନ ଜରିଆରେ ମଧ୍ୟ ଡାଇଲେସିସ୍ ବ୍ୟବସ୍ଥା କରାଯାଇଛି । ଯାହା ଯୋଗୁଁ ରୋଗୀ ଜରୁରୀ ପରିସ୍ଥିତିରେ ତା ଘରେ ଏହି ସୁବିଧା ପାଇପାରିବ । ଆଜି ଆଠମହଲା ବିଶିଷ୍ଟ ରେନ ବସେରା (ଆଶ୍ରୟସ୍ଥଳୀ) ମଧ୍ୟ ଏଠାରେ ଉଦ୍ଘାଟିତ ହୋଇଛି । ଡାଇଲେସିସ୍ କଥା ବିଚାର କଲେ ସାରା ଭାରତବର୍ଷରେ ଏହା ଖରାପ ଅବସ୍ଥାରେ ରହିଛି । ଡାଇଲେସିସ ନେଉଥିବା ରୋଗୀଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ତାହା ନେବାକୁ ପଡିଥାଏ । ମୁଁ ବିଶ୍ୱରରେ ପ୍ରମୁଖ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟରତ ଓ ଜନସାଧାରଣଙ୍କ ସହ କଥାବର୍ତ୍ତା ହୋଇଛି । ଭାରତରେ ପ୍ରତ୍ୟେକ ଜିଲ୍ଲାରେ ଡାଇଲେସିସ୍ କେନ୍ଦ୍ର ସ୍ଥାପନ ପାଇଁ ଚେଷ୍ଟା କରୁଥିବା ମୁଁ ସେମାନଙ୍କୁ ଜଣାଇଛି । ଗୁଜରାଟରେ ତହସିଲ ସ୍ତରରେ ଏକ କାର୍ଯ୍ୟ ଚାଲିଥିବାବେଳେ, ମୁଁ ଏହାକୁ ଦେଶର ପ୍ରତ୍ୟେକ ଜିଲ୍ଲାସ୍ତରରେ ବ୍ୟବସ୍ଥା କରିବାକୁ ଯୋଜନା କରିଛି । ଏ ଦିଗରେ ଦ୍ରୁତ ଅଗ୍ରଗତି ହୋଇଛି ।
ବନ୍ଧୁଗଣ,
ଯେପରି କୌଣସି ରୋଗୀର ପରିବାର ଅସୁବିଧାରେ ନ ପଡନ୍ତି ତାହା ଗୁଜରାଟ ସରକାର ସୁନିଶ୍ଚିତ କରିଛନ୍ତି । ଦେଶ ଏହି ଦିଗରେ ଚାଲିଛି । ଦେଶରେ ଏଥିପାଇଁ ଅଗ୍ରାଧିକାର ଦିଆଯାଇଛି ।
ବନ୍ଧୁଗଣ,
ଯେତେବେଳେ ସରକାର ସମ୍ବେଦନଶୀଳ ହୁଅନ୍ତି, ସମାଜର ଦୁର୍ବଳ ଶ୍ରେଣୀ, ମଧ୍ୟବିତ୍ତ ପରିବାର, ମା’ ଓ ଭଉଣୀ ମାନେ ଏଥିରେ ସବୁଠାରୁ ଅଧିକ ସୁବିଧା ପାଇଥାନ୍ତି । ଆଗରୁ ଗୁଜରାଟରେ ମା’ ଓ ଶିଶୁ ମୃତ୍ୟୁହାର ଉଦ୍ବେଗର ବିଷୟ ହୋଇଥିବା ବେଳେ ତତ୍କାଳୀନ ସରକାର ଏହାକୁ ଭାଗ୍ୟ ଉପରେ ଛାଡି ଦେଇଥିଲେ । ଆମେ ଯେତେବେଳେ ଦେଖିଲୁ ଏହା ଆମ ମା’ ଓ ଭଉଣୀଙ୍କ ଜୀବନର ପ୍ରଶ୍ନ । ଏଥିପାଇଁ ଦୋଷ କାହାର ଓ ତାକୁ ଭାଗ୍ୟ ଉପରେ ଲଦି ଦେବା ଠିକ୍ ହେବ ନାହିଁ । ଗତ ୨୦ବର୍ଷ ଧରି ଆମେ ନିରବଚ୍ଛିନ୍ନ ଭାବେ ନୀତି ନିର୍ଦ୍ଧାରଣ କରି ସେଗୁଡିକ ତ୍ୱରାନ୍ୱିତ କରିବାରେ ଲାଗିଲୁ । ଆଜି ଗୁଜରାଟରେ ଶିଶୁ-ମାତୃ ମୃତ୍ୟୁହାର ଆଶାତୀତ ଭାବେ ହ୍ରାସ ପାଇଛି । ମା’ର ଜୀବନ ରକ୍ଷା ହେବା ସହ ଶିଶୁ ମଧ୍ୟ ବିଶ୍ୱରେ ନିଜର ବିକାଶ ପଥରେ ଅଗ୍ରସର ହେଉଛି । ‘ବେଟୀ ବଚାଓ,ବେଟୀ ପଢାଓ’ ଅଭିଯାନ ଫଳରେ ପ୍ରଥମ ଥର ପାଇଁ ପୁଅ ତୁଳନାରେ ଝିଅ ଜନ୍ମ ସଂଖ୍ୟା ବୃଦ୍ଧି ପାଇଛି । ଏହା ପଛରେ ଗୁଜରାଟ ସରକାରଙ୍କ ‘ଚିରଞ୍ଜିବୀ’ ଓ ‘ଖିଲଖଲାହତ’ ଯୋଜନାର ଅବଦାନ ମଧ୍ୟ ରହିଛି। ଗୁଜରାଟ ସରକାରଙ୍କ ଏହି ସଫଳତା ଦେବାକୁ ‘ଇନ୍ଦ୍ରଧନୁଷ’ ‘ମାତୃ ବନ୍ଦନା’ ଯୋଜନା ତ୍ୱରାନ୍ୱିତ କରିବାକୁ ଉତ୍ସାହିତ କରିଛି ।
ବନ୍ଧୁଗଣ,
ଆଜି ଗରିବ ଲୋକର ମୁକ୍ତ ଚିକିତ୍ସା ପାଇଁ ଦେଶରେ ଆୟୁଷ୍ମାନ ଭାରତ ଭଳି ଯୋଜନା ଉପଲବ୍ଧ ରହିଛି । ‘ଆୟୁଷ୍ମାନ ଭାରତ’ ଓ ‘ମୁଖ୍ୟମନ୍ତ୍ରୀ ଅମୃତମ୍ ଯୋଜନା’ ଗରିବମାନଙ୍କ କଷ୍ଟ ଲାଘବ କରିବାରେ ସହାୟକ ହୋଇଛି, ଏହା ହିଁ ଡବଲ ଇଞ୍ଜିନ ସରକାରଙ୍କ ଶକ୍ତି । ଶିକ୍ଷା ଓ ସ୍ୱାସ୍ଥ୍ୟ ହେଉଛି ଦୁଇଟି କ୍ଷେତ୍ର ଯାହା କେବଳ ବର୍ତ୍ତମାନ କ’ଣ ହେବ ସ୍ଥିର କରେ ନାହିଁ, ତାହା ଭବିଷ୍ୟତ ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଥାଏ । ଉଦାହରଣ ସ୍ୱରୂପ ୨୦୧୯ରେ ସିଭିଲ ହସ୍ପିଟାଲରେ ୧୨୦୦ ଶଯ୍ୟାରେ ସୁବିଧା ଥିଲା । ବର୍ଷକ ପରେ ଯେତେବେଳେ ବୈଶ୍ୱିକ ମହାମାରୀ ଦେଖାଦେଲା ଏହି ହସ୍ପିଟାଲ ହିଁ ବୃହତ୍ତମ କେନ୍ଦ୍ର ଭାବେ ଉଭା ହେଲା । କେତେ ଜୀବନ ଏହି ସ୍ୱାସ୍ଥ୍ୟ ଭିତ୍ତିଭୂମି ବଞ୍ଚାଇ ପାରିଥିଲା । ସେହିପର ଅହମ୍ମଦାବାଦର ଏଏମ୍ସି’ଏସ ଏସଭିପି ହସ୍ପିଟାଲ ୨୦୧୯ରେ କାର୍ଯ୍ୟ ଆରମ୍ଭ କଲା ଏହି ହସ୍ପିଟାଲ ମଧ୍ୟ ବୈଶ୍ୱିକ ମହାମାରୀ ମୁକାବିଲା ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଗୁଜରାଟରେ ଏହି ଅତ୍ୟାଧୁନିକ ଭେଷଜ ଭିତ୍ତିଭୂମି ଗତ ୨୦ବର୍ଷ ମଧ୍ୟରେ ନ ଥିଲେ ଚିନ୍ତା କରନ୍ତୁ, ବୈଶ୍ୱିକ ମହାମାରୀ କାଳରେ କ’ଣ ଅବସ୍ଥା ହୋଇଥାନ୍ତା ? ଆମକୁ ବର୍ତ୍ତମାନର ଉନ୍ନତି ଆଣି ଗୁଜରାଟର ଭବିଷ୍ୟତ ସୁରକ୍ଷିତ କରିବାକୁ ପଡିବ । ମୁଁ ନିଶ୍ଚିତ ଯେ ଗୁଜରାଟ ଏହି ବିକାଶର ଗତିକୁ ଆଗକୁ ବଢାଇଲେ ଏହାକୁ ନୂତନ ଶିଖରରେ ପହଞ୍ଚାଇବ । ଆପଣମାନଙ୍କ ଆଶୀର୍ବାଦ ଅଧିକରୁ ଅଧିକ ହେବା ସହ ସେହି ଶକ୍ତି ନେଇ ଆମେ ଆପଣମାନଙ୍କ ସେବା ଅଧିକରୁ ଅଧିକ କରିବୁ । ମୁଁ ଆପଣ ସମସ୍ତଙ୍କର ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି । ଆପଣମାନେ ସୁସ୍ଥ ରହିବା ସହ ପରିବାରକୁ ମଧ୍ୟ ସୁସ୍ଥ ରଖନ୍ତୁ । ଏଥି ସହ ମୁଁ ମୋର ବକ୍ତବ୍ୟ ସମାପନ କରୁଛି ।
ଅଶେଷ ଧନ୍ୟବାଦ ।