QuoteFlags off Varanasi-New Delhi Vande Bharat Express Train
QuoteLaunches Unified Tourist Pass System under Smart City Mission
Quote“I feel immense pride when the work of Kashi’s citizens is showered with praise”
Quote“UP prospers when Kashi prospers, and the country prospers when UP prospers”
Quote“Kashi along with the entire country is committed to the resolve of Viksit Bharat”
Quote“Modi Ki Guarantee Ki Gadi is a super hit as government is trying to reach the citizens, not the other way round”
Quote“This year, Banas Dairy has paid more than one thousand crore rupees to the farmers of UP”
Quote“This entire area of ​​Purvanchal has been neglected for decades but with the blessings of Mahadev, now Modi is engaged in your service”

ନମଃ ପାର୍ବତୀ ପତୟେ.. ହର ହର ମହାଦେବ!
ଉତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ, ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କେଶବ ପ୍ରସାଦ ମୋର୍ଯ୍ୟ, ଗୁଜରାଟ ବିଧାନସଭାର ଅଧ୍ୟକ୍ଷ ଏବଂ ବନସ ଡାଏରୀର ଚେୟାରମ୍ୟାନ୍ ଏବଂ ଆଜି ବିଶେଷ ଭାବେ କୃଷକମାନଙ୍କ ସହ ସାକ୍ଷାତ କରିବା ଏବଂ ଉପହାର ଦେବା ପାଇଁ ଆସିଥିବା ଶ୍ରୀଯୁକ୍ତ ଶଙ୍କର ଭାଇ ଚୌଧୁରୀ, ରାଜ୍ୟ ମନ୍ତ୍ରୀ ପରିଷଦର ସଦସ୍ୟ, ବିଧାୟକଗଣ, ଅନ୍ୟ ମହାନ ବ୍ୟକ୍ତିବିଶେଷ ଏବଂ ବାରାଣସୀର ମୋର ପରିବାର ସଦସ୍ୟମାନେ ।
ବାବା ଶିବଙ୍କ ପବିତ୍ର ଭୂମିରେ ଆପଣ ସମସ୍ତ କାଶୀବାସୀଙ୍କୁ ମୋର ପ୍ରଣାମ ।
ମୋ କାଶୀର ଲୋକମାନଙ୍କ ଏହି ଉତ୍ସାହ ଥଣ୍ଡା ପରିବେଶରେ ମଧ୍ୟ ଉତାପ ଭରି ଦେଇଛି । ବାରଣାସୀରେ କ’ଣ କୁହାଯାଏ .. ଜିୟା ରଜା ବନାରସ !!! ହଁ, ପ୍ରଥମେ କାଶୀର ଲୋକମାନଙ୍କ ପାଖରେ ମୋର ଗୋଟିଏ ଅଭିଯୋଗ ରହିଛି । ଚଳିତ ଥର ଦେବ ଦୀପାବଳୀରେ ମୁଁ ଏଠାରେ ନଥିଲି ଏବଂ ଏଥର ଦେବ ଦୀପାବଳୀରେ କାଶୀର ଲୋକମାନେ ଏକ ସଙ୍ଗେ ମିଶି ରେକର୍ଡ ଭାଙ୍ଗି ଦେଲେ ।
 

|

ଆପଣମାନେ ଭାବୁଥିରେ ଯେତେବେଳେ ସବୁକିଛି ଭଲ ହେଲା ତାହାହେଲେ ମୁଁ ଅଭିଯୋଗ କାହିଁକି କରୁଛି । ମୁଁ ଏଥିପାଇଁ ଅଭିଯୋଗ କରୁଛି ଯେ କାରଣ ଦୁଇ ବର୍ଷ ପୂର୍ବେ ଯେତେବେଳେ ଦେବ ଦୀପାବଳୀ ଅବସରରେ ମୁଁ ଏଠାକୁ ଆସିଥିଲି ସେତେବେଳେ ଆପଣମାନେ ସେ ସମୟର ରେକର୍ଡ ମଧ୍ୟ ଭାଙ୍ଗି ଦେଇଥିଲେ । ଏବେ ଘରର ସଦସ୍ୟ ହେବା କାରଣରୁ ମୁଁ ତ ଅଭିଯୋଗ କରିବି, କାରଣ ଆପଣମାନଙ୍କ ଏହି ପରିଶ୍ରମ ଦେଖିବା ପାଇଁ ଚଳିତ ଥର ମୁଁ ଏଠାରେ ନଥିଲି । ଚଳିତ ଥର ଯେଉଁମାନେ ଦେବ ଦୀପାବଳୀର ଅଦ୍ଭୁତ ଦୃଶ୍ୟ ଦେଖିବାକୁ ଆସିଥିଲେ... ବିଦେଶରୁ ଅତିଥି ମଧ୍ୟ ଆସିଥିଲେ, ସେମାନେ ଦିଲ୍ଲୀରେ ମତେ ସମସ୍ତ ବିବରଣୀ ଜଣାଇଥିଲେ । ଜି-୨୦ରେ ଯୋଗଦେବା ପାଇଁ ଆସିଥିବା ଅତିଥି ହୁଅନ୍ତୁ ବା ବାରାଣସୀ ଆସୁଥିବା ଯେ କୌଣସି ଅତିଥି.. ଯେତେବେଳେ ସେମାନେ ବାରାଣସୀର ଲୋକମାନଙ୍କ ପ୍ରଶଂସା କରନ୍ତି, ସେତେବେଳେ ସମ୍ମାନର ସହିତ ମୋର ମଧ୍ୟ ମୁଣ୍ଡ ଉପରକୁ ହୋଇଯାଏ । କାଶୀର ଲୋକମାନେ ଯେଉଁ କାମ କରି ଦେଖାଇଛନ୍ତି, ଯେତେବେଳେ ବିଶ୍ୱ ଏହାର ଗୌରବଗାନ କରେ, ସେତେବେଳେ ସବୁଠାରୁ ଅଧିକ ଖୁସି ମତେ ହୋଇଥାଏ । ମହାଦେବଙ୍କ କାଶୀର ମୁଁ ଯେତେ ମଧ୍ୟ ସେବା କରିପାରିବି.. ତାହା ମତେ କମ ହିଁ ଲାଗିଥାଏ ।
ମୋ ପରିବାରଗଣ,
ଯେତେବେଳେ କାଶୀର ବିକାଶ ହୋଇଥାଏ, ସେତେବେଳେ ଉତର ପ୍ରଦେଶର ମଧ୍ୟ ବିକାଶ ହୋଇଥାଏ । ଏବଂ ଯେତେବେଳେ ଉତର ପ୍ରଦେଶର ବିକାଶ ହୋଇଥାଏ, ସେତେବେଳେ ଦେଶର ବିକାଶ ହୋଇଥାଏ । ଏହି ଭାବନା ସହିତ ଆଜି ମଧ୍ୟ ଏଠାରେ ପ୍ରାୟ ୨୦ ହଜାର କୋଟି ଟଙ୍କାର ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ ଏବଂ ଲୋକାର୍ପଣ କରାଯାଇଛି । ବାରାଣସୀର ଗାଁଗୁଡିକରେ ପାନୀୟ ଜଳର ଯୋଗାଣ ହେଉ, ବିଏଚୟୁ ଟ୍ରମା ସେଂଟରରେ ଆପାତ କାଳୀନ ସେବା ହେଉ, ସଡକ, ବିଜୁଳି, ଗଙ୍ଗା ଘାଟ, ରେଳବାଇ, ବିମାନବନ୍ଦର, ସୌର ଉର୍ଜା ଏବଂ ପେଟ୍ରୋଲିଅମ ଭଳି ଅନେକ କ୍ଷେତ୍ର ସହ ସମ୍ବନ୍ଧିତ ପ୍ରକଳ୍ପ ହେଉ, ଏସବୁ ଏହି କ୍ଷେତ୍ରର ବିକାଶର ଗତିକୁ ଆହୁରି ଅଧିକ ଦୃତତର କରିବ । ଗତକାଲି ସଂଧ୍ୟାରେ ହିଁ ମତେ କାଶୀ-କନ୍ୟାକୁମାରୀ ତାମିଲ ସଙ୍ଗମମ୍ ଟ୍ରେନକୁ ମଧ୍ୟ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବାର ସୁଯୋଗ ମିଳିଥିଲା । ଆଜି ବାରାଣସୀରୁ ଦିଲ୍ଲୀ ପାଇଁ ଆଉ ଏକ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରାଯାଇଛି । ଆଜିଠାରୁ ମଉ – ଦୋହରୀଘାଟ ଟ୍ରେନ ମଧ୍ୟ ଆରମ୍ଭ ହେଉଛି । ଏହି ଲାଇନ୍ ଆରମ୍ଭ ହେବା ଦ୍ୱାରା ଦୋହରୀଗାଟ ସହ ବଡହଲଗଞ୍ଜ, ହାଟା, ଗୋଲା – ଗଗହା ପର୍ଯ୍ୟନ୍ତ ସବୁ ଲୋକଙ୍କୁ ଲାଭ ମିଳି ପାରିବ । ଏହି ସବୁ ବିକାଶମୂଳକ କାର୍ଯ୍ୟ ପାଇଁ ମୁଁ ଆପଣ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି ।
 

|

ମୋର ପରିବାରବର୍ଗ,
ଆଜି କାଶୀ ସହ ସାରା ଦେଶ ବିକଶିତ ଭାରତ ନିର୍ମାଣ ପାଇଁ ପ୍ରତିଶୃତିବଦ୍ଧ । ବିକଶିତ ଭାରତ ସଙ୍କଳ୍ପ ଯାତ୍ରା ହଜାର ହଜାର ଗାଁ, ହଜାର ହଜାର ସହର ପର୍ଯ୍ୟନ୍ତ ପହଂଚି ସାରିଛି । କୋଟି କୋଟି ଲୋକ ଏହି ଯାତ୍ରା ସହ ଯୋଡି ହେଉଛନ୍ତି । ଏଠାରେ କାଶୀରେ ମଧ୍ୟ ମତେ ବିକଶିତ ଭାରତ ସଙ୍କଳ୍ପ ଯାତ୍ରାରେ ଭାଗ ନେବାର ସୁଯୋଗ ମିଳିଛି । ଏହି ଯାତ୍ରାରେ ଯେଉଁ ଗାଡି ଚାଲୁଛି – ଏହାକୁ ଦେଶବାସୀ ମୋଦୀଙ୍କ ଗ୍ୟାରେଂଟି ବାଲା ଗାଡି ବୋଲି କହୁଛନ୍ତି । ଆପଣମାନେ ସମସ୍ତେ ମୋଦୀଙ୍କ ଗ୍ୟାରେଂଟି ଜାଣିଲେଣି ନା? ଆମର ଉଦ୍ୟମ ହେଉଛି ଭାରତ ସରକାର ଗରିବ କଲ୍ୟାଣ ପାଇଁ, ଜନ କଲ୍ୟାଣ ପାଇଁ ଯେଉଁସବୁ ଯୋଜନାଗୁଡିକ ତିଆରି କରିଛନ୍ତି, ସେଥିରୁ କୌଣସି ମଧ୍ୟ ହିତାଧିକାରୀ ବାଦ୍ ନ ପଡନ୍ତୁ । ଆଗରୁ ଗରିବ ଲୋକମାନେ ସୁବିଧାଗୁଡିକ ପାଇବା ପାଇଁ ସରକାରଙ୍କ ପାଖରେ ଚକ୍କର କାଟୁଥିଲେ । ଏବେ ମୋଦୀ କହି ଦେଇଛନ୍ତି ଯେ ସରକାର ନିଜେ ଚାଲି ଚାଲି ଯାଇ ଗରିବ ଲୋକଙ୍କ ନିକଟରେ ପହଂଚିବେ । ଏବଂ ଏଥିପାଇଁ, ମୋଦୀଙ୍କ ଗ୍ୟାରେଂଟୀର ଗାଡି, ପୁରାପୁରି ସୁପରହିଟ ହୋଇ ଯାଇଛି । କାଶୀରେ ହଜାର ହଜାର ହିତାଧିକାରୀ ସରକାରୀ ଯୋଜନାଗୁଡିକ ସହ ଯୋଡି ହେଉଛନ୍ତି, ଯେଉଁମାନେ ପୂର୍ବରୁ ଏଥିରୁ ବଂଚିତ ଥଲେ । କାହାକୁ ଆୟୁଷ୍ମାନ କାର୍ଡ ମିଳିଛି, କାହାକୁ ମାଗଣା ରାସନ କାର୍ଡ ମିଳିଛି, କାହାକୁ ପକ୍କା ଘରର ଗ୍ୟାରେଂଟି ମିଳିଛି, କାହାକୁ ନଳରୁ ଜଳର ସଂଯୋଗ ମିଳିଛି, କାହାକୁ ମାଗଣା ଗ୍ୟାସ ସଂଯୋଗ ମିଳିଛି, ଆମର ପ୍ରୟାସ ରହିଛି ଯେ କୌଣସି ମଧ୍ୟ ହିତାଧିକାରୀ ବଂଚିତ ନ ରୁହନ୍ତୁ, ସମସ୍ତଙ୍କୁ ସେମାନଙ୍କର ହକ୍ ମିଳୁ । ଏବଂ ଏହି ଅଭିଯାନରୁ ସବୁଠାରୁ ବଡ ଜିନିଷ ଯାହା ଲୋକଙ୍କୁ ମିଳିଛି ... ତାହା ହେଉଛି ବିଶ୍ୱାସ । ଯେଉଁମାନଙ୍କୁ ଯୋଜନାର ଲାଭ ମିଳିଛି, ସେମାନଙ୍କୁ ଏହି ବିଶ୍ୱାସ ମିଳିଛି ଯେ ଏବେ ସେମାନଙ୍କ ଜୀବନ ଆହୁରି ଅଧିକ ଉନ୍ନତ ହେବ । ଯେଉଁମାନେ ବଂଚିତ ଥିଲେ, ସେମାନଙ୍କୁ ଏହି ବିଶ୍ୱାସ ମିଳିଛି ଯେ କୌଣସି ନା କୌଣସି ଦିନ ସେମାନଙ୍କୁ ମଧ୍ୟ ନିଶ୍ଚିତ ଭାବେ ଯୋଜନାର ଲାଭ ମିଳିବ । ଏହି ବିଶ୍ୱାସ, ଦେଶର ବିଶ୍ୱାସକୁ ମଧ୍ୟ ବୃଦ୍ଧି କରିଛି ଯେ ୨୦୪୭ ମସିହା ସୁଦ୍ଧା ଭାରତ ବିକଶିତ ହୋଇକରି ହିଁ ରହିବ ।
ଏବଂ ନାଗରିକମାନଙ୍କୁ ଯେଉଁ ଲାଭ ହୋଇଥାଏ, ମତେ ମଧ୍ୟ ଲାଭ ମିଳିଥାଏ । ମୁଁ ଦୁଇଦିନ ହେବ ଏହି ସଙ୍କଳ୍ପ ଯାତ୍ରାରେ ଯାଉଛି ଏବଂ ନାଗରିକମାନଙ୍କ ସହ ମତେ ଭେଟିବାର ଯେଉଁ ସୁଯୋଗ ମିଳୁଛି, ଗତକାଲି ମୁଁ ଯେଉଁଠାକୁ ଯାଇଥିଲି ସେଠାରେ ମତେ ସ୍କୁଲ ପିଲାମାନଙ୍କ ସହ ଭେଟିବାର ସୁଯୋଗ ମିଳିଥିଲା, ସେମାନଙ୍କ ମଧ୍ୟରେ କେତେ ଆତ୍ମବିଶ୍ୱାସ ଥିଲା, ପିଲାମାନେ କେତେ ସୁନ୍ଦର କବିତା ଆବୃତି କରୁଥିଲେ, ସେମାନେ ସମସ୍ତ ବିଜ୍ଞାନ ବୁଝାଉଥିଲେ ଏବଂ ଏତେ ଭଲ ଢଙ୍ଗରେ ଅଙ୍ଗନବାଡି ପିଲାମାନେ ଗୀତ ଗାଇ ସ୍ୱାଗତ କରୁଥିଲେ । ମତେ ଏସବୁ ଦେଖି ଏତେ ଭଲ ଲାଗୁଥିଲା ଏବଂ ଆଜି ଏବେ ଏଠାରେ ଜଣେ ଭଉଣୀ ଚନ୍ଦା ଦେବୀଙ୍କର ମୁଁ ଭାଷଣ ଶୁଣିଲି, ଏତେ ଭଲ ଭାଷଣ ଥିଲା, ଅର୍ଥାତ୍ ମୁଁ କହିବାକୁ ଚାହୁଁଛି ବଡ ବଡ ଲୋକମାନେ ମଧ୍ୟ ଏଭଳି ଭାଷଣ ଦେଇପାରିବେ ନାହିଁ । ସବୁ କିଛି ଏତେ ନିଖୁଣ ଭାବରେ ସେ ବର୍ଣ୍ଣନା କରୁଥିଲେ ଏବଂ ମୁଁ କେତେକ ପ୍ରଶ୍ନ ମଧ୍ୟ ପଚାରିଥିଲା, ସେହି ପ୍ରଶ୍ନର ଉତର ମଧ୍ୟ ସେ ଦେଇଥିଲେ ଏବଂ ସେ ଆମର ଲଖପତି ଦିଦି ଅଟନ୍ତି । ଏବଂ ଯେତେବେଳେ ମୁଁ ତାଙ୍କୁ କହିଲି ଆପଣ ଲଖପତି ଦିଦି ହୋଇଯାଇଛନ୍ତି ସେତେବେଳେ ସେ କହିଲେ ଯେ ସାହେବ ମତେ ସିନା କହିବାର ସୁଯୋଗ ମିଳିଲା, କିନ୍ତୁ ଆମ ସମୁଦାୟରେ ଆହୁରି ମଧ୍ୟ ଏଭଳି ୩-୪ଜଣ ମହିଳା ଲକ୍ଷପତି ହୋଇସାରିଛନ୍ତି । ଏବଂ ସମସ୍ତଙ୍କୁ ଲକ୍ଷପତି କରିବାର ସଙ୍କଳ୍ପ ନେଇଛନ୍ତି । ଅର୍ଥାତ୍ ଏହି ସଙ୍କଳ୍ପ ଯାତ୍ରାରୁ ମତେ ଏବଂ ମୋର ସବୁ ସାଥୀମାନଙ୍କୁ ସମାଜ ମଧ୍ୟରେ କିଭଳି ଶକ୍ତି ଭରି ରହିଛି, ଏକରୁ ବଳି ଆରେକ ସାମର୍ଥ୍ୟବାନ ଆମର ମାଆମନେ, ଭଉଣୀମାନେ, କନ୍ୟାମନେ, ପିଲାମାନେ କେତେ ଯେ ସାମର୍ଥ୍ୟରେ ଭରି ହୋଇଛନ୍ତି, ଖେଳକୁଦରେ ପାରଙ୍ଗମ ଅଛନ୍ତି, ଜ୍ଞାନର ସ୍ପର୍ଦ୍ଧାରେ କେତେ ତେଜୀୟାନ ଅଛନ୍ତି ସେ ସବୁ ଜାଣିବାକୁ ମିଳିଲା । ଏ ସବୁ କଥା ନିଜେ ଦେଖିବାକୁ, ବୁଝିବାକୁ, ଜାଣିବାକୁ, ଅନୁଭବ କରିବାକୁ, ସବୁଠାରୁ ବଡ ସୁଯୋଗ ମତେ ସଙ୍କଳ୍ପ ଯାତ୍ରା ଦେଇଛି । ଏବଂ ଏଥିପାଇଁ ସାର୍ବଜନିକ ଜୀବନରେ କାମ କରୁଥିବା ପ୍ରତିଟି ବ୍ୟକ୍ତିଙ୍କୁ ମୁଁ ଏହା କହୁଛି, ଏହି ବିକଶିତ ଭାରତ ସଙ୍କଳ୍ପ ଯାତ୍ରା, ଏହା ଆମ ଭଳି ଲୋକଙ୍କ ପାଇଁ ଶିକ୍ଷାର ଚଳତ୍‌ମାନ ବିଶ୍ୱବିଦ୍ୟାଳୟ ଅଟେ । ଆମକୁ ଶିଖିବାକୁ ମିଳୁଛି, ମୁଁ ଦୁଇ ଦିନରେ ଏତେ ଶିଖିବାକୁ ପାଇଛି, ଏତେ ଜିନିଷ ବୁଝିଛି, ଆଜି ତ ମୋର ଜୀବନ ଧନ୍ୟ ହୋଇଗଲା ।
 

|

ମୋର ପରିବାରଗଣ,
କୁହାଯାଏ ବିଶ୍ୱନାଥଙ୍କ ଦରବାର କାଶୀକୁ କେବେ ମଧ୍ୟ ଛାଡିହୁଏ ନାହିଁ । ଆମ ସରକାର କାଶୀରେ ରହିବା ସହଜ କରିବା ସହ କାଶୀକୁ ସଂଯୋଗ କରିବା ପାଇଁ ସେତିକି ପରିଶ୍ରମ କରୁଛି । ଏଠାରେ ଗ୍ରାମ ହେଉ କି ସହରାଂଚଳ ଯୋଗାଯୋଗ ପାଇଁ ଉନ୍ନତମାନର ସୁବିଧା ସୃଷ୍ଟି କରାଯାଉଛି । ଆଜି ଯେଉଁ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ ଏଠାରେ ହୋଇଛି, ସେଥିରେ କାଶୀର ବିକାଶକୁ ଆହୁରି ଗତି ମିଳିବ । ଏଥିରେ ଆଖପାଖ ଗ୍ରାମ ଗୁଡିକୁ ସଂଯୋଗ କରୁଥିବା ଅନେକ ସଡକ ମଧ୍ୟ ରହିଛି । ଶିବପୁର-ଫୁଲୱାରିଆ-ଲହରତାରା ମାର୍ଗ ଏବଂ ରାସ୍ତା-ଓଭର୍‌ବ୍ରିଜ୍‌ର ନିର୍ମାଣ ଯୋଗୁଁ ସମୟ ଓ ଇନ୍ଧନ ଦୁଇଟିର ସଂଚୟ ହେବ । ଏହି ପ୍ରକଳ୍ପ ଯୋଗୁଁ ସହରର ଦକ୍ଷିଣ ଭାଗରୁ ବାବତପରୁ ବିମାନବନ୍ଦରକୁ ଯାଉଥିବା ଲୋକଙ୍କ ପାଇଁ ବି ବହୁତ ସାହାଯ୍ୟ ମିଳିବ ।
ମୋର ପରିବାରବର୍ଗ,
ଆଧୁନିକ ଯୋଗାଯୋଗ ଏବଂ ସୌନ୍ଦର୍ଯ୍ୟକରଣ ଯୋଗୁଁ କଣ ପରିବର୍ତନ ଆସେ, ତାହା ଆମେ କାଶୀରେ ଦେଖୁଛେ । ଆସ୍ଥା ଓ ଆଧ୍ୟାତ୍ମ୍ୟର ମହତ୍ୱପୂର୍ଣ୍ଣ କେନ୍ଦ୍ର ଭାବରେ କାଶୀର ଗୌରବ ଦିନକୁ ଦିନ ସୁଦୃଢ ହେବାରେ ଲାଗିଛି । ଏଠାରେ ପର୍ଯ୍ୟଟନର ମଧ୍ୟ ନିରନ୍ତର ବିସ୍ତାର ହେଉଛି ଏବଂ ପର୍ଯ୍ୟଟନ ଯୋଗୁଁ କାଶୀରେ ହଜାର ହଜାର ରୋଜଗାରର ନୂଆ ସୁଯୋଗ ମଧ୍ୟ ସୃଷ୍ଟି ହେଉଛି । ଶ୍ରୀ କାଶୀ ବିଶ୍ୱନାଥ ଧାମର ଭବ୍ୟ ସ୍ୱରୂପ ସାମ୍ନାକୁ ଆସିବା ପରେ, ବର୍ତମାନ ପର୍ଯ୍ୟନ୍ତ ତେର କୋଟି ଲୋକ ବାବା ବିଶ୍ୱନାଥଙ୍କ ଦର୍ଶନ କରିସାରିଛନ୍ତି । ବାରାଣସୀ ଆସୁଥିବା ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି । ଏବଂ ଯେତେବେଳେ ପର୍ଯ୍ୟଟକ ଆସନ୍ତି ତ କିଛି ନା କିଛି ଦେଇକି ଯାଆନ୍ତି । ପ୍ରତ୍ୟେକ ପର୍ଯ୍ୟଟକ ଶହେ ଟଙ୍କା, ଦୁଇଶହ ଟଙ୍କା, ପାଂଚଶହ ଟଙ୍କା, ହଜାର, ପାଂଚ ହଜାର ଯାହାର ଯେତିକି ସାମର୍ଥ୍ୟ, ସେମାନେ କାଶୀରେ ଖର୍ଚ୍ଚ କରିଥାନ୍ତି । ସେହି ପଇସା ଆପଣଙ୍କ ପକେଟକୁ ଯାଏ । ଆପଣମାନଙ୍କର ମନେଥିବ, ଲାଲ୍‌କିଲ୍ଲାରୁ ମୁଁ କହିଥିଲି ଯେ ଆମକୁ ପ୍ରଥମେ ନିଜ ଦେଶର ଅତିକମରେ ୧୫ ଟି ସହରରେ ବୁଲିବା ଦରକାର, ୧୫ ଟି ଜାଗାକୁ ଯିବା ଦରକାର  ଏବଂ ପରେ କୌଣସି ଅନ୍ୟ ବିଷୟରେ ଭାବିବା ଉଚିତ । ମତେ ଭଲ ଲାଗୁଛି କି ଯେଉଁ ଲୋକମାନେ ପ୍ରଥମେ ସିଙ୍ଗାପୁର କିମ୍ବା ଦୁବାଇ ଯିବାକୁ ଭାବୁଥିଲେ, ଏବେ ସେମାନେ ନିଜ ଦେଶ ଦେଖିବାକୁ ଯାଉଛନ୍ତି । ପିଲାମାନଙ୍କୁ କହୁଛନ୍ତି, ଭାଇ ଯାଅ ନିଜ ଦେଶ ଦେଖିକି ଆସ । ଯେଉଁ ପଇସା ସେମାନେ ବିଦେଶରେ ଖର୍ଚ୍ଚ କରୁଥିଲେ, ଏବେ ତାହା ନିଜ ଦେଶରେ ଖର୍ଚ୍ଚ ହେଉଛି ।
 

|

ଏବଂ ଭାଇ ଓ ଭଉଣୀମାନେ,
ଯେତେବେଳେ ପର୍ଯ୍ୟଟନର ବୃଦ୍ଧି ହୁଏ, ତେବେ ସମସ୍ତେ ରୋଜଗାର କରିଥାନ୍ତି । ବାରାଣସୀକୁ ମଧ୍ୟ ପର୍ଯ୍ୟଟକମାନେ ଆସୁଛନ୍ତି ତେଣୁ ହୋଟେଲ୍ ବ୍ୟବସାୟୀମାନେ ରୋଜଗାର କରୁଛନ୍ତି । ବାରାଣସୀକୁ ଆସୁଥିବା ପ୍ରତ୍ୟେକ ପର୍ଯ୍ୟଟକ, ଏଠାରେ ଥିବା ଟୁର୍‌-ଟ୍ୟାକ୍ସି ଅପରେଟର୍ ମାନଙ୍କୁ, ଆମର ଡଙ୍ଗା ଚାଳକମାନଙ୍କୁ, ଆମର ରିକ୍ସା ଚାଳକମାନଙ୍କୁ କିଛି ନା କିଛି ରୋଜଗାର କରାଇ ଦେଇଥାନ୍ତି । ଏଠାରେ ପର୍ଯ୍ୟଟନର ବୃଦ୍ଧି ହେତୁ ଛୋଟ-ବଡ ସବୁ ଦୋକାନୀମାନଙ୍କୁ ଖୁବ ଭଲ ଲାଭ ମିଳୁଛି । ଆଚ୍ଛା ଗୋଟିଏ କଥା କହୁନ୍ତୁ, ଗୋଟିଏ କଥା କୁହନ୍ତୁ, ଗଦୌଲିୟାରୁ ଲଙ୍କା ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି କି ନାହିଁ ?
ବନ୍ଧୁଗଣ,
କାଶୀର ଲୋକଙ୍କ ଆୟ ବୃଦ୍ଧି ପାଇଁ, ଏଠାରେ ପର୍ଯ୍ୟଟକଙ୍କୁ ଅଧିକ ସୁବିଧା ଦେବାକୁ ଆମ ସରକାର ନିରନ୍ତର କାର୍ଯ୍ୟ କରିଚାଲିଛି । ଆଜି ବାରାଣସୀରେ ସ୍ମାର୍ଟ ସିଟି ମିଶନ ଜରିଆରେ ଏକୀକୃତ ପର୍ଯ୍ୟଟକ ପାସ୍ ବ୍ୟବସ୍ଥା- କାଶୀ ଦର୍ଶନର ମଧ୍ୟ ଶୁଭାରମ୍ଭ କରାଯାଇଛି । ଏହାଦ୍ୱାରା ଏବେ ଏଠାରେ ଭିନ୍ନ ଭିନ୍ନ ଜାଗାକୁ ଯିବା ପାଇଁ ପର୍ଯ୍ୟଟକଙ୍କୁ ଅଲଗା ଅଲଗା ଟିକଟ ନେବାକୁୁ ଆବଶ୍ୟକ ପଡିବ ନାହିଁ । ଗୋଟିଏ ପାସ୍ ଦ୍ୱାରା ସବୁ ଜାଗାରେ ପ୍ରବେଶ ସମ୍ଭବ ହୋଇପାରିବ ।
ସାଥୀଗଣ,
କାଶୀରେ କେଉଁଠାରେ କଣ ଦେଖିବା, କାଶୀରେ ଖାଦ୍ୟ-ପାନୀୟର ପ୍ରସିଦ୍ଧ ସ୍ଥାନ କେଉଁଗୁଡିକ, ଏଠାରେ ମନୋରଂଜନ ଏବଂ ଐତିହାସିକ ଗୁରୁତ୍ୱ ରଖୁଥିବା ସ୍ଥାନ କେଉଁଗୁଡିକ, ଏଭଳି ସମସ୍ତ ସୂଚନା, ଦେଶ ଓ ଦୁନିଆକୁ ଦେବା ପାଇଁ ବାରାଣସୀର ପର୍ଯ୍ୟଟକ ୱେବ୍‌ସାଇଟ୍‌-କାଶୀକୁ ବି ଉନ୍ମୋଚିତ କରାଯାଇଛି । ବର୍ତମାନ ଯିଏ ବାହାରୁ ଆସୁଛନ୍ତି..ସେମାନଙ୍କୁ କଣ ଜଣା ଅଛି ଯେ, ଏବେ ଶୀତୁଆ ପାଗ ଚାଲିଛି । ଶୀତଦିନର ଖରାରେ, ଚୁଡା ମଟର ଖାଇବାର ଆନନ୍ଦ...କେହି ବାହାରର ଲୋକ କିପରି ଜାଣିପାରିବେ? ଗୋଦୌଲିୟାର ଚାଟ୍ କିମ୍ବା ରାମନଗରର ଲସି, ଏହି ସବୁ ତଥ୍ୟ ବର୍ତମାନ କାଶୀ ୱେବ୍‌ସାଇଟ୍‌ରେ ମିଳିଯିବ ।
ବନ୍ଧୁଗଣ,
ଆଜି ଗଙ୍ଗାଙ୍କ ଉପରେ ଅନେକ ଘାଟର ନବୀକରଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି । ଆଧୁନିକ ବସ୍ ଆଶ୍ରୟସ୍ଥଳ ହେଉ କିମ୍ବା ବିମାନବନ୍ଦର ଏବଂ ରେଳ ଷ୍ଟେସନ୍‌ରେ ନିର୍ମାଣ ହେଉଥିବା ଆଧୁନିକ ସୁବିଧା, ଏହା ବାରାଣସୀକୁ ଆସୁଥିବା ଆଗନ୍ତୁକଙ୍କ ଅନୁଭବକୁ ଆହୁରି ଉନ୍ନତ କରିବ ।
 

|

ମୋର ପରିବାରବର୍ଗ,
କାଶୀ ସହିତ, ଦେଶର ରେଳ ଯୋଗାଯୋଗ ପାଇଁ ଆଜି ଏକ ବଡ ଦିନ । ଆପଣ ଜାଣନ୍ତି ଯେ, ଦେଶରେ ରେଳବାଇର ପ୍ରଗତିରେ ବୃଦ୍ଧି ପାଇଁ ବହୁତ ବଡ ଅଭିଯାନ ଜାରି ରହିଛି । ରେଳ ମାଲଗାଡି ପାଇଁ ପୂର୍ବାଂଚଳ ଏବଂ ପଶ୍ଚିମାଂଚଳ ଉତ୍ସର୍ଗୀକୃତ ମାଲ୍ କରିଡର୍ ନିର୍ମାଣ ହୋଇଗଲେ ରେଳବାଇର ସ୍ୱରୂପ ବଦଳିଯିବ । ଏହି କ୍ରମରେ ଆଜି ପଣ୍ଡିତ ଦିନ ଦୟାଲ୍ ଉପାଧ୍ୟାୟ ଜଙ୍କସନ୍ ଏବଂ ନୂତନ ଭାଉପୁର ଜଙ୍କସନ୍ ମଧ୍ୟରେ ଥିବା ସ୍ଥାନର ଲୋକାର୍ପଣ ହୋଇଛି । ଏହାଦ୍ୱାରା ପୂର୍ବ ଭାରତରୁ ୟୁପିକୁ କୋଇଲା ଏବଂ ଅନ୍ୟାନ୍ୟ କଂଚାମାଲ ଆଣିବା ଆହୁରି ସହଜ ହୋଇଯିବ । ଏହାଦ୍ୱାରା କାଶୀ ଅଂଚଳର ଉଦ୍ୟୋଗ ଗୁଡିକର ଉତ୍ପାଦିତ ସାମଗ୍ରୀ, କୃଷକଙ୍କ ଉତ୍ପାଦ ଗୁଡିକୁ, ପୂର୍ବ ଭାରତ ଏବଂ ବିଦେଶକୁ ପଠାଇବା ପାଇଁ ମଧ୍ୟ ବହୁତ ସାହାଯ୍ୟ ମିଳିବ । 
ବନ୍ଧୁଗଣ,
ଆଜି ବାରାଣସୀ ରେଳ ଇଞ୍ଜିନ କାରଖାନାରେ ନିର୍ମିତ ୧୦ ହଜାର ଇଞ୍ଜିନର ମଧ୍ୟ ସଂଚାଳନ ହେଉଛି । ଏହି ମେକ ଇନ୍ ଇଣ୍ଡିଆ, ମେକ ଫର ଦ ୱଲ୍ଡ ପ୍ରତି ଆମର ପ୍ରତିଶୃତିବଦ୍ଧତା ସଶକ୍ତ କରୁଛି । ଉତର ପ୍ରଦେଶର ଭିନ୍ନ ଭିନ୍ନ ଅଂଚଳରେ ଉଦ୍ୟୋଗୀକରଣକୁ ବଳ ମିଳୁ, ଏଥିପାଇଁ ଶସ୍ତା ଏବଂ ପର୍ଯ୍ୟାପ୍ତ ବିଜୁଳି ଓ ଗ୍ୟାସ୍‌, ଉଭୟର ଉପଲବ୍ଧତା ଜରୁରୀ ଅଟେ । ମୁଁ ଖୁସି ଯେ ଡବଲ ଇଞ୍ଜିନ ସରକାରଙ୍କ ପ୍ରୟାସରୁ ଉତର ପ୍ରଦେଶ ସମଗ୍ର ଉର୍ଜା କ୍ଷେତ୍ରରେ ଦୃତ ଗତିରେ ପ୍ରଗତି କରୁଛି । ଚିତ୍ରକୂଟରେ ୮୦୦ ମେଗାୱାଟ କ୍ଷମତାର ସାର ଏବଂ ଉର୍ଜା ପାର୍କ, ଉତର ପ୍ରଦେଶରେ ପର୍ଯ୍ୟାପ୍ତ ପରିମାଣର ବିଜୁଳି ଦେବା ପାଇଁ ଆମର ପ୍ରତିଶୃତିବଦ୍ଧତାକୁ ସଶକ୍ତ କରିବ । ଏହାଦ୍ୱାରା ନିଯୁକ୍ତିର ମଧ୍ୟ ଅନେକ ସୁଯୋଗ ସୃଷ୍ଟି ହେବ ଏବଂ ଆଖପାଖର ଗାଁଗୁଡିକୁ ବିକାଶର ଗତି ପ୍ରାପ୍ତ ହେବ । ଏବଂ ସୌର ଶକ୍ତି ସହିତ ପୂର୍ବ ଉତର ପ୍ରଦେଶରେ ପେଟ୍ରୋଲିଅମ ସହ ଯୋଡି ହୋଇଥିବା ସଶକ୍ତ ନେଟୱର୍କ ମଧ୍ୟ ତିଆରି କରାଯାଉଛି । ଦେବରିଆ ଏବଂ ମିର୍ଜାପୁରରେ ଏହି ଯେଉଁ ସୁବିଧା ପ୍ରସ୍ତୁତ କରାଯାଉଛି, ଏହାଦ୍ୱାରା ପେଟ୍ରୋଲ, ଡିଜେଲ, ବାୟୋ ସିଏନଜି, ଇଥାନଲର ପ୍ରକ୍ରିୟାକରଣକୁ ମଧ୍ୟ ସାହାଯ୍ୟ ମିଳିବ ।
ମୋର ପରିବାରଗଣ,
ବିକଶିତ ଭାରତ ପାଇଁ ଦେଶର ନାରୀ ଶକ୍ତି, ଯୁବ ଶକ୍ତି, କୃଷକ ଏବଂ ପ୍ରତି ଗରିବଙ୍କର ବିକାଶ ହେବା ଅତ୍ୟନ୍ତ ଜରୁରୀ ଅଟେ । ମୋ ପାଇଁ ତ ଏହି ଚାରି ଜାତି ହେଉଛି ସବୁଠାରୁ ବଡ ଜାତି । ଏହି ଚାରି ଜାତି ସଶକ୍ତ ହୋଇଗଲେ, ସମଗ୍ର ଦେଶ ସଶକ୍ତ ହୋଇଯିବ । ଏହି ବିଚାରଧାରା ସହ ଆମ ସରକାର, କୃଷକମାନଙ୍କ ହିତକୁ ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି । ପିଏମ୍ କିଷାନ ସମ୍ମାନନିଧି ମାଧ୍ୟମରେ, ଦେଶର ପ୍ରତ୍ୟେକ କୃଷକଙ୍କ ବ୍ୟାଙ୍କ ଖାତାରେ ଏପର୍ଯ୍ୟନ୍ତ ୩୦ ହଜାର ଟଙ୍କା ଲେଖାଏଁ ଜମା କରାଯାଇ ସାରିଛି । ଯେଉଁ କ୍ଷୁଦ୍ର ଚାଷୀମାଙ୍କ ନିକଟରେ କିଷାନ କ୍ରେଡିଟ କାର୍ଡ ନ ଥିଲା, ସେମାନଙ୍କୁ ମଧ୍ୟ ଏହି ସୁବିଧା ଯୋଗାଇ ଦିଆଯାଉଛି । ଆମ ସରକାର ପ୍ରାକୃତିକ କୃଷି ଉପରେ ଜୋର ଦେବା ସହ କୃଷକମାନଙ୍କ ନିମନ୍ତେ ଆଧୁନିକ ବ୍ୟବସ୍ଥା ମଧ୍ୟ ପ୍ରସ୍ତୁତ କରୁଛନ୍ତି । ଏବେ ଯେଉଁ ବିକଶିତ ଭାରତ ସଙ୍କଳ୍ପ ଯାତ୍ରା ଚାଲିଛି, ଏଥିରେ ସମସ୍ତ କୃଷକ ଡ୍ରୋନ୍‌କୁ ଦେଖି ବହୁତ ଉତ୍ସାହିତ ହେଉଛନ୍ତି । ଏହି ଡ୍ରୋନ୍ ଆମର କୃଷି ବ୍ୟବସ୍ଥାର ଭବିଷ୍ୟତ ତିଆରି କରିବାକୁ ଯାଉଛି । ଏଥିରୁ ଔଷଧ ହେଉ, ସାର ହେଉ, ସାର ପ୍ରୟୋଗ ହେଉ ଏସବୁ ଆହୁରି ଅଧିକ ସହଜ ହୋଇଯିବ । ଏଥିପାଇଁ ସରକାର ନମୋ ଡ୍ରୋନ୍ ଦିଦି  ଅଭିଯାନ ମଧ୍ୟ ଆରମ୍ଭ କରଛନ୍ତି, ଗାଆଁରେ ଲୋକମାନେ ତାହାକୁ ନମୋ ଦିଦି କହୁଛନ୍ତି । ଏହି ଅଭିଯାନ ଅଧିନରେ ସ୍ୱୟଂ ସହାୟକ ସମୁହ ସହ ଯୋଡି ହୋଇଥିବା ଭଉଣୀମାନଙ୍କୁ ଡ୍ରୋନ ଚଳାଇବାର ଟ୍ରେନିଂ ଦିଆଯାଉଛି । ସେହି ଦିନ ଦୂର ନୁହେଁ ଯେତେବେଳେ କାଶୀର ଭଉଣୀ ଓ ଝିଅମାନେ ମଧ୍ୟ ଡ୍ରୋନ୍ ଦୁନିଆରେ ଚହଳ ସୃଷ୍ଟି କରିବେ ।
 

|

ବନ୍ଧୁଗଣ,
ଆପଣ ସମସ୍ତଙ୍କ ଉଦ୍ୟମରୁ ବାରାଣସୀରେ ଆଧୁନିକ ବନସ୍ ଡାଏରୀ ପ୍ଲାଂଟ, ଯାହାକୁ ଅମୁଲ ମଧ୍ୟ କୁହାଯାଉଛି ତାର ନିର୍ମାଣ କାର୍ଯ୍ୟ ଖୁବ ଦୃତ ଗତିରେ ଜାରି ରହିଛି ଏବଂ ମତେ ଶଙ୍କର ଭାଇ କହୁଥିଲେ ମାସେ ଦେଢମାସ ମଧ୍ୟରେ ବୋଧହୁଏ କାମ ଶେଷ ହୋଇଯିବ । ବାରାଣସୀରେ ବନସ ଡାଏରୀ ୫୦୦ କୋଟିରୁ ଅଧିକ ଟଙ୍କା ପୁଞ୍ଜିନିବେଶ କରୁଛି । ଏହି ଡାଏରୀ ଏଠାରେ ଗୋ-ସମ୍ବର୍ଦ୍ଧନ ଅଭିଯାନ ମଧ୍ୟ ଚଳାଉଛି ଯାହାଦ୍ୱାରା ଦୁଗ୍ଧ ଉତ୍ପାଦନ ଆହୁରି ବୃଦ୍ଧି ପାଇବ । ବନସ ଡାଏରୀ, କୃଷକମାନଙ୍କ ପାଇଁ ବରଦାନ ସାବ୍ୟସ୍ତ ହେଉ ଏବଂ ଲକ୍ଷେ୍ମø ଓ କାନପୁରରେ ବନସ ଡାଏରୀ ପୂର୍ବରୁ କାର୍ଯ୍ୟ କରୁଛି । ଚଳିତ ବର୍ଷ ବନସ ଡାଏରୀ ଉତର ପ୍ରଦେଶର ୪ ହଜାରରୁ ଅଧିକ ଗାଆଁର କୃଷକଙ୍କୁ ଏକ ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ପ୍ରଦାନ କରିଛି । ଏଠାରେ ଏହି କାର୍ଯ୍ୟକ୍ରମରେ ଆଉ ଏକ ବଡ କାମ ହୋଇଛି । ଲାଭାଂଶ ହିସାବରେ ବନସ ଡାଏରୀ ଆଜି ଉତର ପ୍ରଦେଶର କୃଷକମାନଙ୍କ ବ୍ୟାଙ୍କ ଖାତାରେ ୧୦୦ କୋଟି ଟଙ୍କାରୁ ଅଧିକ ଅର୍ଥ ଜମା କରିଛି । ମୁଁ ଏହି ଲାଭ ପାଇଥିବା କୃଷକମାନଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି ।
 

|

ମୋର ପରିବାରଗଣ,
ବିକାଶର ଏହି ଅମୃତଧାରା ଯାହା କାଶୀରେ ବହିଚାଲିଛି ତାହା ଏହି ସମଗ୍ର କ୍ଷେତ୍ରକୁ ନୂତନ ଶିଖରରେ ପହଂଚାଇବ । ବହୁ ଦଶନ୍ଧି ଧରି ପୂର୍ବାଂଚଳର ଏହି ସମଗ୍ର ଅଂଚଳ ଅନେକ ମାତ୍ରାରେ ଉପେକ୍ଷିତ ହୋଇ ରହିଥିଲା । କିନ୍ତୁ ମହାଦେବଙ୍କ ଆଶୀର୍ବାଦରୁ ଏବେ ମୋଦୀ ଆପଣମାନଙ୍କ ସେବାରେ ଲାଗିଛି । ଏବେ ଠାରୁ କିଛି ମାସ ପରେ ଦେଶବ୍ୟାପୀ ନିର୍ବାଚନ ଅନୁଷ୍ଠିତ ହେବ । ଏବଂ ମୋଦୀ ଦେଶକୁ ଗ୍ୟାରେଂଟି ଦେଇଛି ଯେ ସେ ତାର ତୃତୀୟ ପାଳିରେ ଭାରତକୁ ବିଶ୍ୱର ତୃତୀୟ ସର୍ବବୃହତ ଆର୍ଥିକ ଶକ୍ତିରେ ପରିଣତ କରିବ । ଏହି ଗ୍ୟାରେଂଟି ଯଦି ଆଜି ମୁଁ ଦେଶକୁ ଦେଉଛି, ତେବେ ଏହାର କାରଣ ମଧ୍ୟ ଆପଣମାନେ ସମସ୍ତେ ଅଟନ୍ତି, କାଶୀର ମୋର ସମସ୍ତ ସ୍ୱଜନ ଅଟନ୍ତି । ଆପଣମାନେ ସର୍ବଦା ମୋ ସହ ଛିଡା ହୁଅନ୍ତି, ମୋର ସଙ୍କଳ୍ପକୁ ସଶକ୍ତ କରନ୍ତି ।
ଆସନ୍ତୁ, ଦୁଇ ହାତ ଉପରକୁ କରି ପୁଣିଥରେ କୁହନ୍ତୁ । ନମଃ ପାର୍ବତୀ ପତୟେ.. ହର ହର ମହାଦେବ ।
ଅନେକ ଅନେକ ଅଭିନନ୍ଦନ ।

 

  • sanjvani amol rode January 12, 2025

    jay shriram
  • sanjvani amol rode January 12, 2025

    jay ho
  • krishangopal sharma Bjp December 18, 2024

    नमो नमो 🙏 जय भाजपा 🙏🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩,,
  • krishangopal sharma Bjp December 18, 2024

    नमो नमो 🙏 जय भाजपा 🙏🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩,
  • krishangopal sharma Bjp December 18, 2024

    नमो नमो 🙏 जय भाजपा 🙏🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩
  • कृष्ण सिंह राजपुरोहित भाजपा विधान सभा गुड़ामा लानी November 21, 2024

    जय मां भारती 🇮🇳
  • कृष्ण सिंह राजपुरोहित भाजपा विधान सभा गुड़ामा लानी November 21, 2024

    जय श्री राम 🚩 वन्दे मातरम् जय भाजपा विजय भाजपा
  • Devendra Kunwar October 08, 2024

    BJP
  • दिग्विजय सिंह राना September 20, 2024

    हर हर महादेव
  • Reena chaurasia September 09, 2024

    बीजेपी
Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
India dispatches second batch of BrahMos missiles to Philippines

Media Coverage

India dispatches second batch of BrahMos missiles to Philippines
NM on the go

Nm on the go

Always be the first to hear from the PM. Get the App Now!
...
PM Modi condoles the passing of His Holiness Pope Francis
April 21, 2025

The Prime Minister Shri Narendra Modi today condoled the passing of His Holiness Pope Francis. He hailed him as beacon of compassion, humility and spiritual courage.

He wrote in a post on X:

“Deeply pained by the passing of His Holiness Pope Francis. In this hour of grief and remembrance, my heartfelt condolences to the global Catholic community. Pope Francis will always be remembered as a beacon of compassion, humility and spiritual courage by millions across the world. From a young age, he devoted himself towards realising the ideals of Lord Christ. He diligently served the poor and downtrodden. For those who were suffering, he ignited a spirit of hope.

I fondly recall my meetings with him and was greatly inspired by his commitment to inclusive and all-round development. His affection for the people of India will always be cherished. May his soul find eternal peace in God’s embrace.”