ଭାରତ ମାତା କି ଜୟ ।
ଭାରତ ମାତା କି ଜୟ ।
କର୍ଣ୍ଣାଟକର ସମସ୍ତ ଜନସାଧାରଣ,
ଆପଣମାନଙ୍କୁ କୋଟି-କୋଟି ପ୍ରଣାମ!
ମଞ୍ଚ ଉପରେ ବିରାଜମାନ ପୂଜ୍ୟ ସ୍ୱାମୀ ଜୀ, କର୍ଣ୍ଣାଟକର ଗଭର୍ଣ୍ଣର ଶ୍ରୀ ସାୱରଚନ୍ଦ ଗେହଲୋଟ ଜୀ, ଏଠିକାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ବାସବରାଜ ବୋମାଇ ଜୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ୟେଦୁରପ୍ପା ଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳର ମୋର ସହକର୍ମୀଗଣ, ରାଜ୍ୟ ସରକାରଙ୍କ ମନ୍ତ୍ରୀ, ସାଂସଦଗଣ, ବିଧାୟକଗଣ, ଅନ୍ୟ ସମସ୍ତ ମହାନୁଭବ ଏବଂ ବିଶାଳ ସଂଖ୍ୟାରେ ଆସିଥିବା ମୋର ପ୍ରିୟ ଭାଇ ଓ ଭଉଣୀମାନେ,
ଏହା ମୋର ସୌଭାଗ୍ୟ ଯେ ଆଜି ମୋତେ ବେଙ୍ଗାଲୁରୁରେ ଗୋଟିଏ ବହୁତ ବିଶେଷ ଦିନରେ ଆସିବାର ସୁଯୋଗ ମିଳିଛି । ଆଜି କର୍ଣ୍ଣାଟକର, ଦେଶର ୨ ମହାନ ସନ୍ତାନଙ୍କର ଜନ୍ମଜୟନ୍ତୀ ଅଟେ । ସନ୍ଥ କନକ ଦାସ ଜୀ ଆମର ସମାଜକୁ ମାର୍ଗଦର୍ଶନ ଦେଇଛନ୍ତି । ତେଣୁ ତାଙ୍କ ଓବାୱା ଜୀ ଆମର ଗୌରବ, ଆମର ସଂସ୍କୃତିର ସୁରକ୍ଷା ପାଇଁ ଯୋଗଦାନ ଦେଇଛନ୍ତି । ମୁଁ ଏହି ଦୁଇ ମହାତ୍ମାଙ୍କୁ ପୁଣିଥରେ ପ୍ରଣାମ କରୁଛି ।
ସାଥୀମାନେ,
ଆଜି ଏହି ମହାନ ବ୍ୟକ୍ତିତ୍ୱମାନଙ୍କୁ ସମ୍ମାନ ଦେଇ ବେଙ୍ଗାଲୁରୁ କର୍ଣ୍ଣାଟକର ବିକାଶ ଏବଂ ଐତିହ୍ୟ ଉଭୟର ବିକାଶକୁ ଆମେ ସଶକ୍ତ କରୁଛୁ । ଆଜି କର୍ଣ୍ଣାଟକ ପ୍ରଥମ ମେଡ ଇନ ଇଣ୍ଡିଆ ବଂଦେ ଭାରତ ଟ୍ରେନ ପାଇଛି । ଏହି ଟ୍ରେନ ଚେନ୍ନାଇ, ଦେଶର ଷ୍ଟାର୍ଟଅପ କ୍ୟାପିଟାଲ ବେଙ୍ଗାଲୁରୁ ଏବଂ ଐତିହ୍ୟର ସହର ମୈସୁର ସହିତ ଯୋଡ଼ି ହୋଇ ଯାଇଥାଏ । କର୍ଣ୍ଣାଟକର ଲୋକଙ୍କୁ ଅଯୋଧ୍ୟା, ପ୍ରୟାଗରାଜ ଏବଂ କାଶୀର ଦର୍ଶନ କରାଉଥିବା ଭାରତ ଗୌରବ କାଶୀ ଦର୍ଶନ ଟ୍ରେନର ମଧ୍ୟ ଆଜି ଶୁଭାରମ୍ଭ ହୋଇଛି । ଆଜି କେମ୍ପେଗୋଡ଼ା ଅନ୍ତର୍ଜାତୀୟ ବିମାନ ବନ୍ଦରର ଦ୍ୱିତୀୟ ଟର୍ମିନାଲକୁ ମଧ୍ୟ ଉଦଘାଟନ କରାଯାଇଛି । ମୁଁ ସୋସିଆଲ ମିଡିଆରେ ବିମାନବନ୍ଦରର ନୂଆ ଟର୍ମିନାଲର କିଛି ଚିତ୍ର ପୋଷ୍ଟ କରିଥିଲି । ଏବଂ ଆଜି ସେଠାକୁ ଯାଇ ଲାଗିଲା ଯେ ନୂତନ ଟର୍ମିନାଲ, ଚିତ୍ରଗୁଡ଼ିକରେ ଯେତିକି ଦେଖାଯାଉଛି ତା’ ଠାରୁ ଆହୁରି ସୁନ୍ଦର ଅଟେ, ଆଧୁନିକ ଅଟେ । ଏହା ବେଙ୍ଗାଲୁରୁର ଲୋକମାନଙ୍କର ବହୁତ ପୁରୁଣା ଚାହିଦା ଥିଲା ଯାହା ବର୍ତ୍ତମାନ ଆମର ସରକାର ପୂରଣ କରୁଛନ୍ତି ।
ସାଥୀମାନେ,
ମୁଁ ମଧ୍ୟ ନାଦପ୍ରଭୂ କେମ୍ପେଗୋଡ଼ା ଜୀଙ୍କର ୧ଠ୮ ଫୁଟର ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବା ଏବଂ ତାଙ୍କର ଜଳାଭିଷେକର ମଧ୍ୟ ସୁଯୋଗ ପାଇଲି । ନାଦପ୍ରଭୁ କେମ୍ପେଗୋଡ଼ାଙ୍କର ଭବିଷ୍ୟତର ବେଙ୍ଗାଲୁରୁ, ଭବିଷ୍ୟତର ଭାରତ ପାଇଁ ସମର୍ପିତ ନାଦପ୍ରଭୁ କେମ୍ପେଗୋଡ଼ାଙ୍କର ଏହି ବିଶାଳ ପ୍ରତିମୂର୍ତ୍ତି ଆମକୁ ନିରନ୍ତର କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇବ ।
ଭାଇ ଓ ଭଉଣୀମାନେ,
ଏହା ମୋର ସୌଭାଗ୍ୟ ଯେ ଆଜି ପୂଜ୍ୟ ସ୍ୱାମୀ ଜୀ ଯେଉଁ ପ୍ରକାରରେ ଆଶୀର୍ବାଦ ଦେଇଛନ୍ତି, ଯେଉଁ ପ୍ରକାରରେ ଭାବନା ପ୍ରକାଶ କରିଛନ୍ତି ସେଥିପାଇଁ ମୁଁ ମୋର ହୃଦୟରୁ କୃତଜ୍ଞତା ଜଣାଉଛି ।
ସାଥୀମାନେ,
ଆଜି ସାରା ବିଶ୍ୱରେ ଭାରତର ପରିଚୟ ଷ୍ଟାର୍ଟଅପ୍ସ ପାଇଁ ସ୍ୱୀକୃତିପ୍ରାପ୍ତ । ଏବଂ ଭାରତର ଏହି ପରିଚୟକୁ ମଜବୁତ କରିବାରେ ଆମର ବେଙ୍ଗାଲୁରୁର ଏକ ବଡ଼ ଭୂମିକା ରହିଛି । ଷ୍ଟାର୍ଟଅପ କେବଳ ଗୋଟିଏ କମ୍ପାନୀ ନୁହେଁ, ଷ୍ଟାର୍ଟଅପ ଏକ ଉତ୍ସାହ । କିଛି ନୂଆ କରିବାର ଆଗ୍ରହ, କିଛି ଅଲଗା ଭାବିବାର ଆଗ୍ରହ । ଷ୍ଟାର୍ଟ ଅପ ହେଉଛି ଗୋଟିଏ ବିଶ୍ୱାସ, ପ୍ରତ୍ୟେକ ଆହ୍ୱାନର ସାଧନାର, ଯାହା ଦେଶ ସମ୍ମୁଖରେ ରହିଛି । ଏଥିପାଇଁ ବେଙ୍ଗାଲୁରୁ ଏକ ଷ୍ଟାର୍ଟଅପ ସ୍ପିରିଟର ପ୍ରତିନିଧିତ୍ୱ କରିଥାଏ । ଏହି ଷ୍ଟାର୍ଟ ଅପ ସ୍ପିରିଟ ଆଜି ଦୁନିଆରେ ଭାରତକୁ ଏକ ଭିନ୍ନ ଲିଗରେ ଛିଡ଼ା କରାଏ ।
ଭାଇ ଏବଂ ଭଉଣୀମାନେ,
ଆଜି ଏଠାରେ ଯେଉଁ କାର୍ଯ୍ୟକ୍ରମ ହେଉଛି, ଏହା ମଧ୍ୟ ବେଙ୍ଗାଲୁରୁର ଏହି ଯୁବ ସ୍ପିରିଟର ପ୍ରତିଫଳନ ଅଟେ । ଆଜି ଆରମ୍ଭ ହୋଇଥିବା ବଂଦେ ଭାରତ ଏକ୍ସପ୍ରେସ କେବଳ ଏକ ନୂଆ ଟ୍ରେନ ନୁହେଁ, ଏହା ନୂତନ ଭାରତର ଏକ ନୂତନ ପରିଚୟ । ଏକବିଂଶ ଶତାବ୍ଦୀରେ ଭାରତର ରେଳପଥ କିପରି ହେବ ତାହାର ଏକ ଝଲକ । ବଂଦେ ଭାରତ ଏକ୍ସପ୍ରେସ, ଏହାର ଏକ ପ୍ରତୀକ ଯେ ଭାରତ ବର୍ତ୍ତମାନ ଧୀରେ ଧୀରେ ଚାଲିବାକୁ ଥିବା ଦିନଗୁଡ଼ିକୁ ପଛରେ ଛାଡ଼ି ଦେଇଛି । ଭାରତ ବର୍ତ୍ତମାନ ଦ୍ରୁତ ଗତିରେ ଚାଲିବାକୁ ଚାହୁଁଛି ଏବଂ ଏହାପାଇଁ ପ୍ରତ୍ୟେକ ସବୁକିଛି କରବିାକୁ ପ୍ରୟାସ କରୁଛି ।
ସାଥୀମାନେ,
ଆଗାମୀ ୮-୧ଠ ବର୍ଷରେ ଆମେ ଭାରତୀୟ ରେଳବାଇର କାୟାକଳ୍ପର ଲକ୍ଷ୍ୟ ନେଇ ଚାଲିଛୁ । ୪ଠଠରୁ ଅଧିକ ନୂତନ ବଂଦେ ଭାରତ ଟ୍ରେନ, ଭିଷ୍ଟା ଡ୍ୟାମ କୋଚେସ, ଭାରତୀୟ ରେଳର ନୂତନ ପରିଚୟ ହେବାକୁ ଯାଉଛି । ମାଲଗାଡ଼ି ଟ୍ରେନ ପାଇଁ ଉତ୍ସର୍ଗୀକୃତ ମାଲ ପରିବହନ କରିଡ଼ର, ପରିବହନକୁ ତ୍ୱରାନ୍ୱିତ କରିବ ଏବଂ ସମୟ ମଧ୍ୟ ସଂଚୟ କରିବ । ଦ୍ରୁତ ଗତିରେ ହେଉଥିବା ବ୍ରଡଗେଜ ପରିବର୍ତ୍ତନର କାମ, ନୂଆ ନୂଆ କ୍ଷେତ୍ରକୁ ରେଲୱେର ମ୍ୟାପ ଉପରେ ନେଇ ଆସିଛି । ଏବଂ ଏସବୁ ମଧ୍ୟରେ, ଆଜି ଦେଶ ମଧ୍ୟ ଏହାର ରେଳ ଷ୍ଟେସନକୁ ଆଧୁନିକୀକରଣ କରୁଛି। ଆଜି ଆପଣ ବେଙ୍ଗାଲୁରୁର ‘ସାର ଏମ ବିଶ୍ୱେଶ୍ୱରାୟ ଜୀ’ର ରେଳ ଷ୍ଟେସନକୁ ଯିବେ ତେବେ ଆପଣ ଏକ ଭିନ୍ନ ଦୁନିଆ ଅନୁଭବ କରିବେ । ଆମର ଲକ୍ଷ୍ୟ ହେଉଛି ଦେଶର ପ୍ରମୁଖ ରେଳ ଷ୍ଟେସନକୁ ଆଧୁନିକୀକରଣ କରିବା । ଏହି ଚିନ୍ତାଧାରା ସହିତ କର୍ଣ୍ଣାଟକରେ ବାଙ୍ଗାଲୋର କ୍ୟାଣ୍ଟନମେଣ୍ଟ, ଯଶୋବନ୍ତପୁର, ରେଳ ଷ୍ଟେସନ ମଧ୍ୟ ନବୀକରଣ କରାଯାଉଛି ।
ସାଥୀମାନେ,
ଏକ ବିକଶିତ ଭାରତ ଗଠନରେ ଆମ ସହର ମଧ୍ୟରେ ସଂଯୋଗ ମଧ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ । ଦେଶରେ ବାୟୁ ସଂଯୋଗର ସର୍ବାଧିକ ବିସ୍ତାର ହେବା ଉଚିତ, ଆମର ବିମାନବଂଦରର ସମ୍ପ୍ରସାରଣ, ଏହା ହେଉଛି ଆଜିର ସମୟର ଆବଶ୍ୟକତା । ବେଙ୍ଗାଲୁରୁ ବିମାନବଂଦରର ନୂତନ ଟର୍ମିନାଲ, ଏହାକୁ ଉପଯୋଗ କରିବାକୁ ଥିବା ଯାତ୍ରୀମାନଙ୍କ ପାଇଁ ନୂତନ ସୁବିଧା ଆଣିଦେବ । ଆଜି ଭାରତ ବିଶ୍ୱରେ ବିମାନ ଯାତ୍ରା କ୍ଷେତ୍ରରେ ଦ୍ରୁତତମ ବୃଦ୍ଧି ପାଉଥିବା ବଜାର ମଧ୍ୟରୁ ଅନ୍ୟତମ । ଦେଶ ଅଗ୍ରଗତି କରୁଥିବାରୁ ବିମାନବଂଦରରେ ଯାତ୍ରୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ସେଥିପାଇଁ ଆମ ସରକାର ମଧ୍ୟ ଦେଶରେ ନୂତନ ବିମାନବଂଦର ନିର୍ମାଣ କରୁଛନ୍ତି । ୨ଠ୧୪ ପୂର୍ବରୁ ଦେଶରେ ପ୍ରାୟ ୭ଠ ବିମାନବଂଦର ଥିଲା । ବର୍ତ୍ତମାନ ସେମାନଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇ ୧୪ଠରୁ ଅଧିକ ହୋଇଛି । ବୃଦ୍ଧି ପାଉଥିବା ଏହି ବିମାନବଂଦରଗୁଡ଼ିକ ଆମ ସହରର ବ୍ୟବସାୟିକ ସମ୍ଭାବନାକୁ ବଢ଼ାଉଛି, ଯୁବଗୋଷ୍ଠୀଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରୁଛି ।
ସାଥୀମାନେ,
ସମଗ୍ର ବିଶ୍ୱରେ ଭାରତରେ ପୁଞ୍ଜି ବିନିଯୋଗ ପାଇଁ ଯେଉଁ ଅଦ୍ଭୁତପୂର୍ବ ବିଶ୍ୱାସ ସୃଷ୍ଟି ହୋଇଛି, ତାହାର ବହୁତ ବଡ଼ ଲାଭ କର୍ଣ୍ଣାଟକକୁ ମିଳୁଛି । ଆପଣ କଳ୍ପନା କରନ୍ତୁ, ଗତ ୩ ବର୍ଷ ମଧ୍ୟରେ ଯେତେବେଳେ ସମଗ୍ର ବିଶ୍ୱ କୋଭିଡ ଦ୍ୱାରା ପ୍ରଭାବିତ ହୋଇଥିଲା, ସେତେବେଳେ କର୍ଣ୍ଣାଟକରେ ପ୍ରାୟ ୪ ଲକ୍ଷ କୋଟି ଟଙ୍କା ବିନିଯୋଗ କରାଯାଇଥିଲା । ଗତ ବର୍ଷ ଏଫଡିଆଇ ଆକୃଷ୍ଟ କରିବାରେ କର୍ଣ୍ଣାଟକ ଦେଶରେ ଅଗ୍ରଣୀ ରହିଆସିଛି । ଏବଂ ଏହି ଯେଉଁ ନିବେଶ ହେଉଛି, ଏହା କେବଳ ଆଇଟି ସେକ୍ଟର ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ବାୟୋ ଟେକ୍ନୋଲୋଜି ଠାରୁ ଆରମ୍ଭ କରି ପ୍ରତିରକ୍ଷା ଉତ୍ପାଦନ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ର ଏଠାରେ ବିସ୍ତାର ହେଉଛି । ଆମର ଦେଶରେ ବିମାନ ଏବଂ ମହାକାଶଯାନ ଶିଳ୍ପରେ ୨୫ ପ୍ରତିଶତ ଅଂଶ କର୍ଣ୍ଣାଟକର ରହିଛି । ଦେଶର ସେନା ପାଇଁ ଆମେ ତିଆରି କରୁଥିବା ପ୍ରାୟ ୭ଠ ପ୍ରତିଶତ ବିମାନ ଏବଂ ହେଲିକପ୍ଟର ଏଠାରେ ନିର୍ମିତ । ଦେଶରେ ବୈଦୁତିକ ଯାନ ଉତ୍ପାଦନରେ କର୍ଣ୍ଣାଟକ ମଧ୍ୟ ଆଗରେ ରହିଛି । ଆଜି ଫର୍ଚୁନ ୫ଠଠ କମ୍ପାନୀ ମଧ୍ୟରୁ ୪ଠଠରୁ ଅଧିକ କମ୍ପାନୀ କର୍ଣ୍ଣାଟକରେ କାର୍ଯ୍ୟ କରୁଛନ୍ତି । ଏବଂ ଏହି ତାଲିକା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏହିପରି ଘଟୁଛି କାରଣ ଆଜି କର୍ଣ୍ଣାଟକ ଡବଲ ଇଞଜିନର ଶକ୍ତିରେ ଚାଲୁଛି ।
ଭାଇ ଓ ଭଉଣୀମାନେ,
ଆଜି କଥା ଶାସନର ହେଉ କିମ୍ବା ଶାରୀରିକ ଏବଂ ଡିଜିଟାଲ ଭିତ୍ତିଭୂମି ନିର୍ମାଣ ବିଷୟରେ ହେଉ, ଭାରତ ଏକ ଭିନ୍ନ ସ୍ତରରେ କାର୍ଯ୍ୟ କରୁଛି । ଆଜି ପୂରା ଦୁନିଆ ଚକିତ ହେଇଯାଉଛି, ଯେତେବେଳେ ଭାରତର ଡିଜିଟାଲ ପେମେଣ୍ଟ ଭିମ ୟୁପିଆଇ ବିଷୟରେ ଶୁଣିଥାଏ । ୮ ବର୍ଷ ପୂର୍ବେ ଏହା କଳ୍ପନା କରିବା ମଧ୍ୟ ସମ୍ଭବ କି? ଇଣ୍ଟିଆ ୫-ଜି ଟେକ୍ନୋଲୋଜିରେ ନିର୍ମିତ, ଏହା କଳ୍ପନା କରିବା ମଧ୍ୟ ଯୋଗ୍ୟ ନୁହେଁ କି? ଏସବୁ ଭିତରେ ବାଙ୍ଗାଲୋରର ଯୁବକମାନଙ୍କର, ଏଠାରେ ଥିବା ବୃତ୍ତିଗତମାନଙ୍କର ଏକ ବଡ଼ ଭୂମିକା ରହିଛି । ୨ଠ୧୪ ପୂର୍ବରୁ ଭାରତରେ ଏହି ଜିନିଷଗୁଡ଼ିକ କଳ୍ପନା ବାହାରେ ଥିଲା । ଏହାର କାଣ ହେଉଛି ଏହା ଯେ ସେତେବେଳେ ଯେଉଁ ସରକାର ଥିଲା, ତାଙ୍କର ଚିନ୍ତାଧାରା ପୁରୁଣା ଥିଲା । ପୂର୍ବର ସରକାର, ଦ୍ରୁତ ଗତିରେ ବିଳାସପୂର୍ଣ୍ଣ ଏବଂ ମାପକୁ ଏକ ବିବେଚନା କରୁଥିଲେ । ଆମେ ଏହି ଧାରଣାକୁ ପରିବର୍ତ୍ତନ କରିଛୁ, ଆମେ ଭାରତର ଆକାଂକ୍ଷା ଏବଂ ମାପକୁ ଭାରତର ଶକ୍ତି ଭାବରେ ବିବେଚନା କରୁଛୁ । ତେଣୁ ଆଜି ଭାରତ ପିଏମ ଗତିଶକ୍ତି ନାସନାଲ ମାଷ୍ଟର ପ୍ଲାନ ଅନ୍ତର୍ଗତ ଦେଶରେ ଭିତ୍ତିଭୂମିର ବିକାଶ କରୁଛି । ଆମେ ସମସ୍ତେ ସାକ୍ଷୀ ରହିଛୁ ଯେ ଅତୀତର ଭିତ୍ତିଭୂମି ନିର୍ମାଣରେ ସବୁଠାରୁ ବଡ଼ ସମସ୍ୟା ତାଳମେଳର ରହୁଥିଲା । ଯେତେ ଅଧିକ ବିଭାଗ, ଯେତେ ଅଧିକ ଏଜେନ୍ସି, ସେତିକି ବିଳମ୍ବ ନିର୍ମାଣରେ ହୋଇଥାଏ । ତେଣୁ ଆମେ ନିଶ୍ଚତ କରିଥିଲୁ ଯେ ସମସ୍ତଙ୍କୁ ଗୋଟିଏ ପ୍ଲାଟଫର୍ମ ଉପରକୁ ଅଣାଯାଉ । ଆଜି, ପିଏମ ଗତିଶକ୍ତି ନାସନାଲ ମାଷ୍ଟର ପ୍ଲାନ ଅଧିନରେ, ୧୫ଠଠରୁ ଅଧିକ ସ୍ତରରେ ତଥ୍ୟ ବିଭିନ୍ନ ଏଜେନ୍ସିକୁ ସିଧାସଳଖ ଉପଲବ୍ଧ କରାଉଛି । ଆଜି କେନ୍ଦ୍ର ଏବଂ ରାଜ୍ୟ ସରକାର ଡର୍ଜନେ ମନ୍ତ୍ରଣାଳୟ, ଡର୍ଜନେ ବିଭାଗ ଏହି ପ୍ଲାଟଫର୍ମ ସହିତ ଯୋଡ଼ି ହୋଇଛନ୍ତି । ଆଜି ଦେଶ ଜାତୀୟ ଭିତ୍ତିଭୂମି ପାଇପଲାଓନ ଅନ୍ତର୍ଗତ ଇନଫ୍ରା ଉପରେ ପ୍ରାୟ ୧୧ଠ ଲକ୍ଷ କୋଟି ଟଙ୍କା ବିନିଯୋଗ କରିବାକୁ ଦେଶ ଲକ୍ଷ୍ୟ ରଖି ଚାଲିଛି । ଦେଶର ସମସ୍ତ ପରିବହନ ମାଧ୍ୟମକୁ ସଂଯୋଗ କରନ୍ତୁ, ପରସ୍ପରକୁ ସମର୍ଥନ କରନ୍ତୁ, କାରଣ ଦେଶର ଶକ୍ତି ମଲ୍ଟିମୋଡାଲ ଭିତ୍ତିଭୂମି ଉପରେ ଅଛି । କିଛି ସମୟ ପୂର୍ବରୁ ଦେଶ ମଧ୍ୟ ଜାତୀୟ ଲଜିଷ୍ଟିକ ପଲିସି ଆରମ୍ଭ କରିଛି । ଏହି ନୀତି ଦେଶରେ ପରିବହନ ମୂଲ୍ୟ ହ୍ରାସ କରିବାରେ, ପରିବହନକୁ ଅଭିନବ କରିବାରେ ସାହାଯ୍ୟ କରିବ ।
ସାଥୀମାନେ,
ଭାରତକୁ ବିକଶିତ କରିବା ପାଇଁ ଭୌତିକ ଭିତ୍ତିଭୂମି ସହିତ ଦେଶର ସାମାଜିକ ଭିତ୍ତିଭୂମିକୁ ମଜବୁତ କରିବା ମଧ୍ୟ ସେତିକି ଆବଶ୍ୟକ ଅଟେ । ମୁଁ ଖୁସି ଯେ କର୍ଣ୍ଣାଟକର ଡବଲ ଇଞ୍ଜିନ ସରକାର ସାମାଜିକ ଇନଫ୍ରା ପ୍ରତି ସମାନ ଭାବରେ ଧ୍ୟାନ ଦେଉଛନ୍ତି । ଗତ ଆଠ ବର୍ଷ ମଧ୍ୟରେ ଦେଶର ଗରୀବ ଲୋକଙ୍କ ପାଇଁ ୩.୫ କୋଟି ଘର ନିର୍ମାଣ କରାଯାଇଛି । ଏଠାରେ କର୍ଣ୍ଣାଟକରେ ୮ ଲକ୍ଷରୁ ଅଧିକ ପକ୍କା ଘର ଗରିବଙ୍କ ପାଇଁ ଅନୁମୋଦିତ ହୋଇଛି । ‘ଜଳ ଜୀବନ ମିଶନ’ ଅଧିନରେ ଦେଶରେ ତିନି କୋଟିରୁ ଅଧିକ ପରିବାକୁ ପାଇପ ଜଳ ସୁବିଧା ଯୋଗାଇ ଦିଆଯାଇଛି । ପ୍ରଥମ ଥର ପାଇଁ କର୍ଣ୍ଣାଟକରେ ପାଇପ ଜଳ ୩ଠ ଲକ୍ଷରୁ ଅଧିକ ଗ୍ରାମୀଣ ପରିବାରରେ ପହଂଚିଛି । ଆୟୁଷ୍ମାନ ଭାରତ ଯୋଜନା ଅନୁଯାୟୀ ଦେଶର ୪ କୋଟି ଗରୀବ ଲୋକ ଡାକ୍ତରଖାନାରେ ମାଗଣା ଚିକିତ୍ସା ପାଇଛନ୍ତି । କର୍ଣ୍ଣାଟକର ୩ଠ ଲକ୍ଷରୁ ଅଧିକ ଗରୀବ ରୋଗୀ ମଧ୍ୟ ଏହି ଯୋଜନାର ଲାଭ ଉଠାଇଛନ୍ତି । ମୁଁ ଖୁସି ଯେ ଆମର ମା’, ଭଉଣୀ, ଆମ ଝିଅମାନେ ଏହି ସୁବିଧାଗୁଡ଼ିକର ସବୁଠାରୁ ବଡ଼ ହିତାଧିକାରୀ ।
ଭାଇ ଓ ଭଉଣୀମାନେ,
ଆଜି ଦେଶରେ ଛୋଟ କୃଷକ ହେଉ, କ୍ଷୁଦ୍ର ବ୍ୟବସାୟୀ ହେଉ, ମତ୍ସ୍ୟଜୀବୀ, ରାସ୍ତାଘାଟା ବିକ୍ରେତା ହେଉ, ଏମିତି କୋଟି କୋଟି ଲୋକ ପ୍ରଥମ ଥର ପାଇଁ ଦେଶର ବିକାଶର ମୁଖ୍ୟ ସ୍ରୋତରେ ଯୋଗ ଦେଉଛନ୍ତି । ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ ଅଧିନରେ ଦେଶର ପ୍ରାୟ ୧ଠ କୋଟିରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରାୟ ୨.୨୫ ଲକ୍ଷ କୋଟି ଟଙ୍କା ଟ୍ରାନ୍ସଫର କରାଯାଇଛି । କର୍ଣ୍ଣାଟକର ୫୫ ଲକ୍ଷରୁ ଅଧିକ କ୍ଷୁଦ୍ର ଚାଷୀଙ୍କୁ ପ୍ରାୟ ୧୧ ହଜାର କୋଟି ଟଙ୍କା ମିଳିଛି । ପ୍ରଧାନମନ୍ତ୍ରୀ ସ୍ୱନିଧିଙ୍କ ଅଧିନରେ ଦେଶରୁ ୪ଠ ଲକ୍ଷରୁ ଅଧିକ ଗଳି ବିକ୍ରେତା । ଆର୍ଥିକ ସହାୟତା ପାଇଛନ୍ତି । ଏହାଦ୍ୱାରା କର୍ଣ୍ଣାଟକର ୨ ଲକ୍ଷରୁ ଅଧିକ ଗଳି ବିକ୍ରେତା ମଧ୍ୟ ଉପକୃତ ହୋଇଛନ୍ତି ।
ସାଥୀମାନେ,
ଏଥର ୧୫ ଅଗଷ୍ଟରେ ମୁଁ ଲାଲକିଲ୍ଲାରୁ ମୋ ଦେଶର ଐତିହ୍ୟର ଗର୍ବ ବିଷୟରେ କହିଥିଲି । ଆମର ଏହି ଐତିହ୍ୟ ସାଂସ୍କୃତିକ ଅଟେ ତଥା ଆଧ୍ୟାତ୍ମିକ ଅଟେ । ଆଜି ଭାରତ ଗୌରବ ରେଳ ଦେଶର ବିଶ୍ୱାସ ଏବଂ ଆଧ୍ୟାତ୍ମିକତାକୁ ସଂଯୋଗ କରିବା ସହିତ ‘ଏକ ଭାରତ - ଶ୍ରେଷ୍ଠ ଭାରତ’ର ଭାବନାକୁ ମଧ୍ୟ ମଜବୁତ କରୁଛି । ଚଳିତ ବର୍ଷ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ଭିନ୍ନ ଭିନ୍ନ ରାଗ ପାଇଁ ଏହି ଟ୍ରେନର ୯ଟି ଯାତ୍ରା ଶେଷ ହୋଇଛି । ଶିରିଡ଼ି ମନ୍ଦିର ହେଉ, ଶ୍ରୀ ନାରାୟଣ ଯାତ୍ରା ହେଉ, ଦିବ୍ୟ କାଶୀ ଯାତ୍ରା ହେଉ, ଏମିତି ସମସ୍ତ ଟ୍ରେନଗୁଡ଼ିକର ଯାତ୍ରୀମାନଙ୍କୁ ବହୁତ ସୁଖଦ ଅନୁଭୂତ ଥିଲା । ଆଜି କର୍ଣ୍ଣାଟକରୁ କାଶୀ, ଅଯୋଧ୍ୟା ଏବଂ ପ୍ରୟାଗରାଜ ଯାତ୍ରା ଆମର ହୋଇଛି । ଏହା କର୍ଣ୍ଣାଟକର ଲୋକଙ୍କୁ କାଶୀ ଅଯୋଧ୍ୟା ପରିଦର୍ଶନ କରିବାରେ ସାହାଯ୍ୟ କରିବ ।
ଭାଇ ଓ ଭଉଣୀମାନେ,
ଭଗବତ - ଭକ୍ତି ଏବଂ ସାମାଜିକ - ଶକ୍ତି ସହିତ ସମାଜ କିପରି ଯୋଡ଼ି ହୋଇପାରିବ ସେ ବିଷୟରେ ଆମେ ସନ୍ଥ କନକ ଦାସ ଜୀଙ୍କ ଠାରୁ ମଧ୍ୟ ପ୍ରେରଣା ପାଇଥାଉ । ଗୋଟିଏ ପଟେ ସେ କୃଷ୍ଣ-ଭକ୍ତିର ରାସ୍ତା ବାଛିଲେ ଏବଂ ଅନ୍ୟ ପଟେ । ‘କୁଲ-କୁଲ-କୁଲ ବେଦୁ ହେଡ଼େବାଡ଼ିଦିରୀ’ କହି ସେ ଜାତି ଆଧାରରେ ଭେଦଭାବ ଶେଷ କରିବାର ବାର୍ତ୍ତା ଦେଇଥିଲେ । ଆଜି, ସମଗ୍ର ବିଶ୍ୱରେ ମିଲେଟଗୁଡ଼ିକର ମହତ୍ତ୍ୱ ବିଷୟରେ ଏକ ଆଲୋଚନା ହେଉଛି ଯଥା କଠିନ ଶସ୍ୟ । ସନ୍ଥ କନକ ଦାସ ଜୀ ସେହି ସମୟ ମଧ୍ୟରେ ମିଲେଟର ମହତ୍ତ୍ୱ ପ୍ରତିଷ୍ଠା କରିଥିଲେ । ତାଙ୍କର ରଚନା ଥିଲା ରାମ ଧ୍ୟାନ ଚରିତେ । ସେ କର୍ଣ୍ଣାଟକର ସବୁଠାରୁ ପସନ୍ଦଯୋଗ୍ୟ ମିଲେଟ ରାଜର ଉଦାହରଣ ଦେଇ ସାମାଜିକ ସମାନତାର ବାର୍ତ୍ତା ଦେଇଥିଲେ ।
ଭାଇ ଓ ଭଉଣୀମାନେ,
ଆଜି ଏହା ଆମର ପ୍ରୟାସ ଯେ ବେଙ୍ଗାଲୁରୁ ସହରର ବିକାଶ ଏମିତି ହେଉ ଯେମିତି, ନାଦପ୍ରଭୁ କେମ୍ପେଗୋଡ଼ା ଜୀ କଳ୍ପନା କରିଥିଲେ । ପ୍ରତ୍ୟେକ ସହରର ବସତି, ଏଠିକାର ଲୋକଙ୍କ ପାଇଁ କେମ୍ପେଗୋଡ଼ା ଜୀଙ୍କର ବଡ଼ ଅବଦାନ ରହିଛି । ଏହି ବସତିରେ ସେମାନେ ଯତ୍ନବାନ ହୋଇଥିବା ସବିଶେଷ ଆଶ୍ଚର୍ଯ୍ୟଜନକ, ଅତୁଳନୀୟ । ଶତାବ୍ଦୀ ପୂର୍ବରୁ ସେ ବାଙ୍ଗାଲୋରର ଲୋକଙ୍କ ପାଇଁ ବାଣିଜ୍ୟ, ସଂସ୍କୃତି ଏବଂ ସୁବିଧା ଯୋଜନା ପ୍ରସ୍ତୁତ କରିଥିଲେ । ବାଙ୍ଗାଲୋରର ଲୋକମାନେ ଏବେ ତାଙ୍କର ଦୂରଦୃଷ୍ଟିର ଲାଭ ଆଜି ମଧ୍ୟ ବେଙ୍ଗାଲୁରୁର ଲୋକମାନଙ୍କୁ ମିଳୁଛି । ଆଜି ବ୍ୟବସାୟ - କାରବାର ତାହାର ରୂପ-ରଙ୍ଗ ବଦଳିଥାଇପାରେ, କିନ୍ତୁ ‘ପେଟେ’ ଆଜି ମଧ୍ୟ ବେଙ୍ଗାଲୁରୁର ବ୍ୟାବସାୟିକ ଲାଇଫ ଲାଇନ ହୋଇ ରହିଛି । ନାଦପ୍ରଭୁ କେମ୍ପେଗୋଡ଼ା ଜୀଙ୍କର ବେଙ୍ଗାଲୁରୁର ସଂସ୍କୃତିକୁ ମଧ୍ୟ ସମୃଦ୍ଧ କରିବାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ଏଠିକାର ପ୍ରସିଦ୍ଧ ଗାଉ-ଗଙ୍ଗାଧରଶ୍ୱର ମନ୍ଦିର ହେଉ କିମ୍ବା ବାସଭାନାଗୁଡ଼ି ଅଞ୍ଚଳର ମନ୍ଦିର । ଏଗୁଡ଼ିକ ମାଧ୍ୟମରେ କେମ୍ପେଗୋଡ଼ା ଜୀ ବାଙ୍ଗାଲୋରର ସାଂସ୍କୃତିକ ଚେତନାକୁ ସବୁଦିନ ପାଇଁ ଜୀବନ୍ତ କରିଦେଲା । ବେଙ୍ଗାଲୁରୁ ସହରର ଲୋକମାନେ ଏହି ସହରର ଏପରି ଭବ୍ୟ ସ୍ଥପତି ପାଇଁ କେମ୍ପେଗୋଡ଼ା ଜୀଙ୍କର ସର୍ବଦା କୃତଜ୍ଞ ରହିବେ ।
ସାଥୀମାନେ,
ବାଙ୍ଗାଲୋର ଏକ ଅନ୍ତର୍ଜାତୀୟ ସହର । ଆମକୁ ଆମର ଐତିହ୍ୟକୁ ବଂଚାଇବାକୁ ଯାଇ, ଆଧୁନିକ ଭିତ୍ତିଭୂମିରୁ ସମୃଦ୍ଧ କରିବାକୁ ହେବ । ଏହା ସମସ୍ତଙ୍କର ପ୍ରୟାସ ଦ୍ୱାରା ହିଁ ସମ୍ଭବ ହୋଇପାରିବ । ପୁଣିଥରେ ମୁଁ ମୁଁ ଆପଣ ସମସ୍ତଙ୍କୁ ନୂତନ ହୋଇପାରିବ । ପୁଣିଥରେ ମୁଁ ଆପଣ ସମସ୍ତଙ୍କୁ ନୂତନ ପ୍ରକଳ୍ପ ପାଇଁ ବହୁତ ଅଭିନନ୍ଦନ ଜଣାଉଛି । ପୂଜ୍ୟ ସାଧୁମାନେ ଆସି ସେମାନଙ୍କ ଆଶୀର୍ବାଦ ପ୍ରଦାନ କରିଥିଲେ; ମୁଁ ସେମାନଙ୍କୁ କୃତଜ୍ଞତା ଜଣାଉଛି ଏବଂ କର୍ଣ୍ଣାଟକର ଯୁବଗୋଷ୍ଠୀ, ମା’ମାନଙ୍କୁ, ଭଉଣୀମାନଙ୍କୁ, ଏଠିକାର କୃଷକମାନେ ଆମକୁ ଆଶୀର୍ବାଦ ଦେଉଛନ୍ତି, ମୁଁ ହୃଦୟରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି ।
ଧନ୍ୟବାଦ!