QuoteStartups makes presentations before PM on six themes
Quote“It has been decided to celebrate January 16 as National Start-up Day to take the Startup culture to the far flung areas of the country”
Quote“Three aspects of government efforts: first, to liberate entrepreneurship, innovation from the web of government processes, and bureaucratic silos, second, creating an institutional mechanism to promote innovation; third, handholding of young innovators and young enterprises”
Quote“Our Start-ups are changing the rules of the game. That's why I believe Start-ups are going to be the backbone of new India.”
Quote“Last year, 42 unicorns came up in the country. These companies worth thousands of crores of rupees are the hallmark of self-reliant and self-confident India”
Quote“Today India is rapidly moving towards hitting the century of the unicorns. I believe the golden era of India's start-ups is starting now”
Quote“Don't just keep your dreams local, make them global. Remember this mantra

ନମସ୍କାର,

କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ପୀୟୁଷ ଗୋୟଲ ଜୀ, ମନସୁଖ ମାଣ୍ଡବ୍ୟ ଜୀ, ଅଶ୍ୱିନୀ ବୈଷ୍ଣବ ଜୀ, ସର୍ବାନନ୍ଦ ସୋନୱାଲ ଜୀ, ପୁରୁଷୋତମ ରୁପାଲା ଜୀ, ଜି. କିଶନ୍ ରେଡ୍ଡୀ ଜୀ, ପଶୁପତି କୁମାର ପାରସ ଜୀ, ଜିତେନ୍ଦ୍ର ସିଂହ ଜୀ, ସୋମ ପ୍ରକାଶ ଜୀ, ସମଗ୍ର ଦେଶରୁ ସାମିଲ ହୋଇଥିବା ଷ୍ଟାର୍ଟ ଅପ ଦୁନିଆର ସମସ୍ତ ବିଶିଷ୍ଟ ବ୍ୟକ୍ତି, ଆମର ଯୁବା ସାଥୀ, ଅନ୍ୟ ମହାନୁଭବ ଏବଂ ଭାଇ ଓ ଭଉଣୀମାନେ,

ଆମେ ସମସ୍ତେ ଭାରତୀୟ ଷ୍ଟାର୍ଟ ଅପ୍‌ସର ସଫଳତାକୁ ଦର୍ଶନ କଲେ ଏବଂ କିଛି ହିତଧାରକଙ୍କ ଉପସ୍ଥାପନା ମଧ୍ୟ ଦେଖିଲେ । ଆପଣମାନେ ସମସ୍ତେ ଖୁବ ସୁନ୍ଦର କାର୍ଯ୍ୟ କରୁଛନ୍ତି । ୨୦୨୨ର ଏହି ବର୍ଷ ଭାରତୀୟ ଷ୍ଟାର୍ଟ ଅପ୍ ବାତାବରଣ ନିମନ୍ତେ ଆହୁରି ନୂଆ ନୂଆ ସମ୍ଭାବନା ନେଇ ଆସିଛି । ସ୍ୱାଧୀନତାର ୭୫ତମ ବର୍ଷରେ ଷ୍ଟାର୍ଟ ଅପ ଇଣ୍ଡିଆ ଇନୋଭେସନ୍ ୱିକର ଏହି ଆୟୋଜନ ଆହୁରି ମଧ୍ୟ ମହତ୍ୱପୂର୍ଣ୍ଣ ଅଟେ । ଯେତେବେଳେ ଭାରତ ନିଜ ସ୍ୱାଧୀନତାର ୧୦୦ ବର୍ଷ ପୂରଣ କରିବ, ସେହି ଭବ୍ୟ ଭାରତର ନିର୍ମାଣରେ ଆପଣମାନଙ୍କର ଭୂମିକା ଖୁବ ବିଶାଳ ଅଟେ ।

ଦେଶର ସେହି ସମସ୍ତ ଷ୍ଟାର୍ଟ ଅପଗୁଡିକୁ, ସବୁ ନବସୃଜନଶୀଳ ଯୁବାଙ୍କୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି, ଯେଉଁମାନେ ଷ୍ଟାର୍ଟ ଅପ ଦୁନିଆରେ ଭାରତର ଧ୍ୱଜାକୁ ଉଚ୍ଚତମ ଶିଖରରେ ଲହରାଉଛନ୍ତି । ଷ୍ଟାର୍ଟ ଅପଗୁଡିକର ଏହି ସଂସ୍କୃତି ଦେଶର ଦୂର ଦୂରାନ୍ତ ଅଂଚଳରେ ପହଂଚୁ, ଏଥିପାଇଁ ୧୬ ଜାନୁଆରୀକୁ ଏବେ ଜାତୀୟ ଷ୍ଟାର୍ଟ ଅପସ ଦିବସ ରୁପରେ ପାଳନ କରିବା ପାଇଁ ମଧ୍ୟ ନିଷ୍ପତି ନିଆଯାଇଛି ।

ବନ୍ଧୁଗଣ,

ଷ୍ଟାର୍ଟ ଅପ ଇଣ୍ଡିଆ ଇନୋଭେସନ ଉଇକ, ବିଗତ ବର୍ଷର ସଫଳତାଗୁଡିକର ଜୟଗାନ କରିବାର ଏବଂ ଭବିଷ୍ୟତର ରଣନୀତି ଉପରେ ଚର୍ଚ୍ଚା କରିବାର ମଧ୍ୟ ଅବସର ଅଟେ । ଏହି ଦଶକକୁ ଭାରତର ‘ଟେକେଡ’ କୁହାଯାଉଛି । ଏହି ଦଶକରେ ଅଭିନବତା, ଉଦ୍ୟମିତା ଏବଂ ଷ୍ଟାର୍ଟ ଅପ୍ ବାତାବରଣକୁ ମଜବୁତ କରିବା ପାଇଁ ସରକାର ଯେଉଁ ବଡ ଧରଣର ପରିବର୍ତନ ଆଣୁଛନ୍ତି ତାହାର ତିନିଟି ଗୁରୁତ୍ୱପୂର୍ଣ୍ଣ ଦିଗ ରହିଛି –

ପ୍ରଥମ, ଉଦ୍ୟମିତାକୁ, ଅଭିନବତାକୁ ସରକାରୀ ପ୍ରକ୍ରିୟାଗୁଡିକର ବନ୍ଧନରୁ, ଅମଲାତାନ୍ତ୍ରିକ ଖାଇରୁ ମୁକ୍ତ କରିବା । ଦ୍ୱିତୀୟ, ଅଭିନବତାକୁ ପ୍ରୋତ୍ସାହିତ କରିବା ନିମନ୍ତେ ସଂସ୍ଥାଗତ ବ୍ୟବସ୍ଥାର ନିର୍ମାଣ କରିବା । ଏବଂ ତୃତୀୟ, ନବସୃଜନଶୀଳ ଯୁବାଙ୍କୁ, ଯୁବା ଉଦ୍ୟମକୁ ପୃଷ୍ଠପୋଷକତା ମଧ୍ୟ ଯୋଗାଇ ଦେବା । ଷ୍ଟାର୍ଟ ଅପ ଇଣ୍ଡିଆ, ଷ୍ଟାଣ୍ଡ ଅପ୍ ଇଣ୍ଡିଆ ଭଳି କାର୍ଯ୍ୟକ୍ରମ ଏହିଭଳି ପ୍ରୟାସ ସବୁର ହିଁ ଅଂଶ ଅଟେ ।

ଏଞ୍ଜେଲ ଟ୍ୟାକ୍ସ ସମସ୍ୟାର ପରିସମାପ୍ତ କରିବା ହେଉ ଏବଂ ଟିକସ ଦାଖଲ ପ୍ରକ୍ରିୟାକୁ ସରଳ କରିବା ହେଉ, ୠଣ ଉପଲବଧତାକୁ ସହଜ କରିବା ହେଉ, ହଜାର ହଜାର କୋଟି କୋଟି ଟଙ୍କାର ସରକାରୀ ଆର୍ଥିକ ସହାୟତାର ବ୍ୟବସ୍ଥା ହେଉ, ଏହି ସବୁ ସୁବିଧା ଆମର ପ୍ରତିଶୃତିବଦ୍ଧତାକୁ ଦର୍ଶାଉଛି । ଷ୍ଟାର୍ଟ ଅପ ଇଣ୍ଡିଆ ଅଧିନରେ ଷ୍ଟାର୍ଟ ଅପଗୁଡିକୁ ୯ଟି ଶ୍ରମ ଏବଂ ୩ଟି ପରିବେଶ ଆଇନ ସହ ଯୋଡି ଅନୁପାଳନକୁ ସ୍ୱ-ପ୍ରମାଣନ କରିବାର ସୁବିଧା ମଧ୍ୟ ପ୍ରଦାନ କରାଯାଇଛି ।

ଦସ୍ତାବିଜର ସ୍ୱ-ଅନୁପ୍ରମାଣନ ଦ୍ୱାରା ସରକାରୀ ପ୍ରକ୍ରିୟାଗୁଡିକୁ ସରଳ କରିବାର ଯେଉଁ ଧାରା ଆରମ୍ଭ ହୋଇଥିଲା ତାହା ଆଜି ୨୫ ହଜାରରୁ ଅଧିକ ସ୍ୱୀକୃତି ପ୍ରଦାନ ମାମଲା ସମାପ୍ତି କରିବାର ସ୍ଥିତିରେ ପହଂଚି ସାରିଛି । ଷ୍ଟାର୍ଟ ଅପଗୁଡିକ, ସରକାରଙ୍କୁ ନିଜର ଉତ୍ପାଦ କିମ୍ବା ସେବା ସହଜରେ ଯୋଗାଇ ପାରୁ ଏଥିପାଇଁ ଗଭରମେଂଟ ଇ ମାର୍କେଟ ପ୍ଲେସ (ଜିଇଏମ) ମଂଚରେ ଷ୍ଟାର୍ଟ ଅପ୍ ରନ୍ ୱେ ମଧ୍ୟ ବହୁତ ସହାୟକ ହୋଇପାରୁଛି ।

|

ବନ୍ଧୁଗଣ,

ନିଜର ଯୁବକ ଯୁବତୀମାନଙ୍କ ସାମର୍ଥ୍ୟ ଉପରେ ଭରସା, ସେମାନଙ୍କ ସୃଜନଶୀଳତା ଉପରେ ବିଶ୍ୱାସ କୌଣସି ବି ଦେଶର ପ୍ରଗତୀର ପ୍ରମୁଖ ଆଧାର ହୋଇଥାଏ । ଭାରତ ଆଜି ନିଜର ଯୁବପିଢୀର, ଏହି ସାମର୍ଥ୍ୟ ଉପରେ ଅବଗତ ହୋଇ ନୀତି ପ୍ରସ୍ତୁତ କରୁଛି, ନିଷ୍ପତି ନେଉଛି । ଭାରତରେ ଏକ ହଜାରରୁ ଅଧିକ ବିଶ୍ୱବିଦ୍ୟାଳୟ ରହିଛି । ୧୧ ହଜାରରୁ ଅଧିକ ଷ୍ଟାଣ୍ଡ ଏଲୋନ ପ୍ରତିଷ୍ଠାନ ରହିଛି । ୪୨ ହଜାରରୁ ଅଧିକ ମହାବିଦ୍ୟାଳୟ ରହିଛି ଏବଂ ଲକ୍ଷ ଲକ୍ଷ ସଂଖ୍ୟାର ବିଦ୍ୟାଳୟ ରହିଛି । ଏହା ଭାରତର ବହୁତ ବଡ ଶକ୍ତି ଅଟେ ।

ଆମର ପ୍ରୟାସ, ଦେଶରେ ବାଲ୍ୟକାଳରୁ ହିଁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅଭିନବତା ପ୍ରତି ଆକର୍ଷଣ ସୃଷ୍ଟି କରିବାର ଅଛି, ଅଭିନବତାକୁ ସଂସ୍ଥାଗତ କରାଇବାର ଅଛି । ୯ ହଜାରରୁ ଅଧିକ ଅଟଳ ଟିଙ୍କରିଙ୍ଗ ପରୀକ୍ଷାଗାର, ଆଜି ପିଲାମାନଙ୍କୁ ବିଦ୍ୟାଳୟରେ ନବସୃଜନ ପାଇଁ, ନୂଆ ନୂଆ ଉପାୟ ଉପରେ, ନୂଆ ନୂଆ ଚିନ୍ତାଧାରା ଉପରେ କାର୍ଯ୍ୟ କରିବାର ସୁଯୋଗ ପ୍ରଦାନ କରୁଛି । ଅଟଳ ଇନୋଭେସନ୍ ମିଶନ୍ ଦ୍ୱାରା ଆମର ଯୁବପିଢୀକୁ ନିଜର ଅଭିନବ ଚିନ୍ତାଧାରା ଉପରେ କାର୍ଯ୍ୟ କରିବା ପାଇଁ ନୂଆ ନୂଆ ମଂଚ ଉପଲବଧ ହେଉଛି । ସେସବୁ ବ୍ୟତୀତ ସମଗ୍ର ଦେଶରେ ସ୍କୁଲ ଏବଂ କଲେଜ ଗୁଡିକରେ ହଜାର ହଜାର ପରୀକ୍ଷାଗାରର ନେଟୱର୍କ, ପ୍ରତ୍ୟେକ କ୍ଷେତ୍ରରେ ଅଭିନବତାକୁ ପ୍ରୋତ୍ସାହିତ କରୁଛି । ଦେଶ ସମ୍ମୁଖରେ ରହିଥିବା ଆହ୍ୱାନଗୁଡିକର ମୁକାବିଲା ନିମନ୍ତେ ଆମେ ଅଭିନବତା ଏବଂ ପ୍ରଯୁକ୍ତି ଆଧାରିତ ସମାଧାନ ଉପରେ ଗୁରୁତ୍ୱ ଦେଉଛୁ । ଆମେ ଅନେକଗୁଡିଏ ହାକାଥନର ଆୟୋଜନ କରି, ଯୁବପିଢୀକୁ ନିଜ ସହିତ ସାମିଲ କରିଛୁ, ସେମାନେ ରେକର୍ଡ ସମୟରେ ଅନେକଗୁଡିଏ ଅଭିନବ ସମାଧାନ ଆମକୁ ପ୍ରଦାନ କରିଛନ୍ତି ।

ଏହା ଆପଣମାନେ ମଧ୍ୟ ଅନୁଭବ କରୁଥିବେ ଯେ, ସରକାରଙ୍କ ଭିନ୍ନ ଭିନ୍ନ ବିଭାଗ, ଭିନ୍ନ ଭିନ୍ନ ମନ୍ତ୍ରଣାଳୟ, କିଭଳି ଭାବେ ଯୁବକ ଯୁବତୀ, ଯୁବପିଢୀ ଏବଂ ଷ୍ଟାର୍ଟ ଅପଗୁଡିକ ସହିତ ସମ୍ପର୍କରେ ରହୁଛନ୍ତି, ସେମାନଙ୍କ ନୂଆ ନୂଆ ଚିନ୍ତାଧାରାକୁ ପ୍ରୋତ୍ସାହିତ କରୁଛନ୍ତି । ନୂଆ ଡ୍ରୋନ ନିୟମ ହେଉ, ଅବା ପୁଣି ନୂଆ ମହାକାଶ ନୀତି, ସରକାରଙ୍କ ପ୍ରାଥମିକତା, କିପରି ଅଧିକରୁ ଅଧିକ ଯୁବକ ଯୁବତୀଙ୍କୁ ଅଭିନବତାର ସୁଯୋଗ ଦିଆଯାଇପାରିବ ।

ଆମର ସରକାର ଆଇପିଆର ପଞ୍ଜିକରଣକୁ ନେଇ ଯେଉଁସବୁ ନିୟମ ଥିଲା ସେସବୁକୁ ମଧ୍ୟ ବେଶ ସରଳ କରି ଦେଇଛନ୍ତି । କେନ୍ଦ୍ର ଏବଂ ରାଜ୍ୟ ସରକାରମାନେ ଏକାଠି ହୋଇ ଆଜି ଦେଶରେ ଶହ ଶହ ଇନକ୍ୟୁବେଟରକୁ ସମର୍ଥନ ଯୋଗାଇ ଚାଲିଛନ୍ତି ।  ଆଜି ଦେଶରେ ଆଇ କ୍ରିଏଟ ଭଳି ପ୍ରତିଷ୍ଠାନ ଅଭିନବତା ବାତାବରଣର ଅଭିବୃଦ୍ଧିରେ ବହୁତ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ଆଇ କ୍ରିଏଟ ଅର୍ଥାତ୍‌- ଅନ୍ତର୍ଜାତୀୟ ଉଦ୍ୟମିତା ଏବଂ ପ୍ରଯୁକ୍ତି କେନ୍ଦ୍ର । ଏହି ପ୍ରତିଷ୍ଠାନ ଷ୍ଟାର୍ଟ ଅପଗୁଡିକର  ପ୍ରାରମ୍ଭକୁ ମଜବୁତ କରୁଛି, ନବସୃଜନକୁ ପ୍ରୋତ୍ସାହିତ କରୁଛି ।

ଏବଂ ବନ୍ଧୁଗଣ,

ସରକାରଙ୍କ ଏହିସବୁ ପ୍ରୟାସର ପ୍ରଭାବ ମଧ୍ୟ ଆମେ ଦେଖୁଛୁ । ୨୦୧୩-୧୪ ବର୍ଷରେ ଯେଉଁଠି ୪ ହଜାର ପାଟେଂଟକୁ ସ୍ୱୀକୃତି ମିଳିଥିଲା, ସେତେବେଳେ ଗତ ବର୍ଷ ୨୮ ହଜାରରୁ ଅଧିକ ପାଟେଂଟ ମଞ୍ଜୁର କରାଯାଇଛି । ୨୦୧୩-୧୪ରେ ଯେତେବେଳେ ପ୍ରାୟ ୭୦ ହଜାର ଟ୍ରେଡ ମାର୍କ ପଞ୍ଜିକୃତ ହୋଇଥିଲା, ୨୦୨୧ରେ ଅଢେଇ ଲକ୍ଷରୁ ଅଧିକ ଟ୍ରେଡ ମାର୍କ ପଞ୍ଜିକୃତ କରାଯାଇଛି । ୨୦୧୩-୧୪ରେ ଯେତେବେଳେ କେବଳ ୪ ହଜାର କପିରାଇଟକୁ ଅନୁମତି ପ୍ରଦାନ କରାଯାଇଥିଲା, ଗତବର୍ଷ ଏହି ସଂଖ୍ୟା ବୃଦ୍ଧି ପାଇ ୧୬ ହଜାରକୁ ମଧ୍ୟ ଅତିକ୍ରମ କରିଯାଇଛି । ନବସୃଜନକୁ ନେଇ ଭାରତରେ ଯେଉଁ ଅଭିଯାନ ଚାଲିଛି, ତାହାର ପ୍ରଭାବ ହେଉଛି ଯେ, ବିଶ୍ୱ ନବସୃଜନ ତାଲିକାରେ ମଧ୍ୟ ଭାରତର ମାନ୍ୟତାରେ ବହୁତ ଉନ୍ନତି ଘଟିଛି । ୨୦୧୫ରେ ଭାରତ ଏହି ର‌୍ୟାଙ୍କିଙ୍ଗରେ ୮୧ ନମ୍ବରରେ ଅଟକି ପଡି ରହିଥିଲା । ବର୍ତମାନ ନବସୃଜନ ତାଲିକାରେ ଭାରତ ୪୬ ନମ୍ବରରେ ରହିଛି, ୫୦ରୁ ତଳକୁ ଆସିିଛି ।

ବନ୍ଧୁଗଣ,

ଭାରତର ଷ୍ଟାର୍ଟ ଅପ ବାତାବରଣ, ଆଜି ବିଶ୍ୱରେ ନିଜର ସଫଳତାର ଧ୍ୱଜା ଉଡାଉଛି । ଏହା ଭାରତର ଷ୍ଟାର୍ଟ ଅପ ବାତାବରଣର ଶକ୍ତି ଅଟେ ଯାହା ଆବେଗରେ, ଆନ୍ତରିକତାରେ ଏବଂ ଅଖଣ୍ଡତାରେ ଭରି ରହିଛି । ଏହା ଭାରତର ଷ୍ଟାର୍ଟ ଅପ୍ ବାତାବରଣର ଶକ୍ତି ଅଟେ , ଯାହା ନିରନ୍ତର ଭାବେ ନିଜକୁ ଆବିଷ୍କାର କରୁଛି, ନିଜକୁ ସୁଧାରୁଛି, ନିଜର କ୍ଷମତା ବୃଦ୍ଧି କରି ଚାଲିଛି । ତାହା ନିରନ୍ତର ଭାବେ ଏକ ଅଧ୍ୟୟନ ଢଙ୍ଗରେ ରହିଛି, ପରିବର୍ତନଶୀଳ ଢଙ୍ଗରେ ରହିଛି, ନୂଆ ନୂଆ ସ୍ଥିତି- ପରିସ୍ଥିତି ଅନୁସାରେ ନିଜକୁ ଖାପ ଖୁଆଇ ଚାଲିଛି । ଆଜି ଏହା ଦେଖି କିଏ ବା ଗର୍ବିତ ନ ହେବ, ଯେ ଭାରତର ଷ୍ଟାର୍ଟ ଅପ୍ ୫୫ଟି ଭିନ୍ନ ଭିନ୍ନ ଉଦ୍ୟୋଗରେ କାର୍ଯ୍ୟ କରୁଛି,  ସମସ୍ତେ ଗର୍ବିତ ହେବେ । ୫ ବର୍ଷ ପୂର୍ବେ ଦେଶରେ ଯେଉଁଠି ୫୦୦ଟି ଷ୍ଟାର୍ଟ ଅପ୍ ମଧ୍ୟ ନଥିଲା, ଆଜି ସେଗୁଡିକର ସଂଖ୍ୟା ବୃଦ୍ଧି ପାଇ ୬୦ ହଜାର ପର୍ଯ୍ୟନ୍ତ ପହଂଚି ସାରିଛି । ଆପଣଙ୍କ ନିକଟରେ ନବସୃଜନର ଶକ୍ତି ରହିଛି, ଆପଣଙ୍କ ନିକଟରେ ନୂତନ ଚିନ୍ତାଧାରା ରହିଛି, ଆପଣଙ୍କ ଭିତରେ ଯୁବ ସୁଲଭ ଶକ୍ତି ଭରି ରହିଛି ଏବଂ ଆପଣମାନେ ବ୍ୟବସାୟର ଢଙ୍ଗ ରଙ୍ଗ ପରିବର୍ତନ କରୁଛନ୍ତି । ଆମ ଷ୍ଟାର୍ଟ ଅପଗୁଡିକ ବ୍ୟବସ୍ଥାର ନିୟମ ପରିବର୍ତନ କରୁଛନ୍ତି । ଏଥିପାଇଁ ମୁଁ ବିଶ୍ୱାସ କରେ ଯେ - ଷ୍ଟାର୍ଟ ଅପଗୁଡିକ ନବ ଭାରତର ମେରୁଦଣ୍ଡ ହେବାକୁ ଯାଉଛି ।

ବନ୍ଧୁଗଣ,

ଉଦ୍ୟମିତାରୁ ସଶକ୍ତିକରଣର ଏହି ଭାବନା ଆମର ଏଠାରେ ବିକାଶକୁ ନେଇ ଆଂଚଳିକ ଏବଂ ଲିଙ୍ଗଗତ ଅସମାନତା ସମସ୍ୟାର ମଧ୍ୟ ସମାଧାନ କରୁଛି । ପୂର୍ବରୁ ଯେଉଁଠାରେ ବଡ ବଡ ସହରଗୁଡିକରେ, ମେଟ୍ରୋ ସହରରେ ହିଁ ବଡ ବଡ ବ୍ୟବସାୟର ପରିବ୍ୟାପ୍ତି ହେଉଉଥିଲା, ଆଜି ଦେଶର ପ୍ରତ୍ୟେକ ରାଜ୍ୟରେ, ୬୫୦ରୁ ଅଧିକ ଜିଲ୍ଲାରେ ଅତି କମ୍‌ରେ ଗୋଟିଏ ଷ୍ଟାର୍ଟ ଅପ୍ ରହିଛି । ଆଜି ପ୍ରାୟ ଅଧା ଷ୍ଟାର୍ଟ ଅପ୍ ଟାୟର-ଟୁ ଏବଂ ଟାୟର- ଥ୍ରୀ ସହରଗୁଡିକରେ ରହିଛି । ଏହା ସାଧାରଣ, ଗରିବ ପରିବାରର ଯୁବକ ଯୁବତୀମାନଙ୍କ ଚିନ୍ତାଧାରାକୁ ବ୍ୟବସାୟରେ ପରିଣତ କରୁଛି । ଏହି ଷ୍ଟାର୍ଟ ଅପ୍‌ଗୁଡିକରେ ଆଜି ଲକ୍ଷ ଲକ୍ଷ ଯୁବକ ଯୁବତୀଙ୍କୁ ରୋଜଗାର ମିଳୁଛି ।

|

ବନ୍ଧୁଗଣ,

ଯେଉଁ ବେଗ ଏବଂ ଯେଉଁ ମାତ୍ରାରେ ଆଜି ଭାରତର ଯୁବା ଷ୍ଟାର୍ଟ ଅପ୍ ନିର୍ମାଣ କରୁଛି, ତାହା ବୈଶ୍ୱିକ ମହାମାରୀର ଏହି ସମୟରେ ଭାରତୀୟମାନଙ୍କର ଦୃଢ ଇଚ୍ଛାଶକ୍ତି ଏବଂ ସଙ୍କଳ୍ପ ଶକ୍ତିର ପ୍ରମାଣ ଅଟେ । ପୂର୍ବରୁ, ଭଲରୁ ଅତି ଭଲ ସମୟରେ ମଧ୍ୟ ଗୋଟିଏ ଦୁଇଟି କମ୍ପାନୀ ଉନ୍ନତି କରି ପାରୁଥିଲେ । କିନ୍ତୁ ଗତ ବର୍ଷରେ ତ ୪୨ଟି ୟୁନିକର୍ଣ୍ଣ ଆମ ଦେଶରେ ପ୍ରସ୍ତୁତ ହୋଇଛି । ହଜାର ହଜାର କୋଟି ଟଙ୍କାର ଏହି କମ୍ପାନିଗୁଡିକ ଆତ୍ମନିର୍ଭରଶୀଳ ହୋଇ, ଆତ୍ମବିଶ୍ୱାସୀ ଭାରତର ପରିଚୟ ପାଲଟିଛନ୍ତି । ଆଜି ଭାରତ ଦୃତ ଗତିରେ ୟୁନିକର୍ଣ୍ଣ ପ୍ରସ୍ତୁତିରେ ଶତକ ହାସଲ କରିବା ଆଡକୁ ଅଗ୍ରସର ହେଉଛି । ଏବଂ ମୁଁ ବିଶ୍ୱାସ କରୁଛି, ଭାରତର ଷ୍ଟାର୍ଟ ଅପ୍‌ର ସ୍ୱର୍ଣ୍ଣିମ ଯୁଗ ତ ଏବେ ଆରମ୍ଭ ହେଉଛି । ଭାରତର ଯେଉଁ ବିବିଧତା ରହିଛି, ତାହା ଆମର ବହୁତ ବଡ ଶକ୍ତି ଅଟେ । ଆମର ବିବିଧତା ଆମର ବୈଶ୍ୱିକ ପରିଚୟ ଅଟେ ।

ଆମର ୟୁନିକର୍ଣ୍ଣଗୁଡିକ ଏବଂ ଷ୍ଟାର୍ଟ ଅପଗୁଡିକ ଏହି ବିବିଧତାର ବାର୍ତାବହ ଅଟନ୍ତି । ସରଳ ବିତରଣ ସେବାଠାରୁ ନେଇ ଦେୟ ସମାଧାନ ଏବଂ ଟାକ୍ସି ସେବା ପର୍ଯ୍ୟନ୍ତ ଆପଣମାନଙ୍କ ପରିସର ବେଶ ବଡ ଅଟେ । ଆପଣଙ୍କ ନିକଟରେ ଭାରତରେ ହିଁ ବିବିଧ ବଜାର, ବିବିଧ ସଂସ୍କୃତି ଏବଂ ସେଥିରେ କାମ କରିବାର ଏତେ ବଡ ଅନୁଭବ ମଧ୍ୟ ରହିଛି । ଏଥିପାଇଁ, ଭାରତର ଷ୍ଟାର୍ଟ ଅପଗୁଡିକ ନିଜକୁ ସହଜରେ ବିଶ୍ୱର ଅନ୍ୟ ଦେଶ ପର୍ଯ୍ୟନ୍ତ ପହଂଚାଇ ପାରିବେ । ଏଥିପାଇଁ ଆପଣମାନେ ନିଜ ସ୍ୱପ୍ନକୁ ସ୍ଥାନୀୟ ସ୍ତରରେ ରଖନ୍ତୁ ନାହିଁ, ସେଗୁଡିକୁ ବିଶ୍ୱସ୍ତରୀୟ କରନ୍ତୁ । ଏହି ମନ୍ତ୍ରକୁ ମନେ ରଖନ୍ତୁ - ଆସନ୍ତୁ ଭାରତ ପାଇଁ ନବସୃଜନ କରିବା, ଆସନ୍ତୁ ଭାରତରୁ ନବସୃଜନ ଆରମ୍ଭ କରିବା!

ବନ୍ଧୁଗଣ,

ସ୍ୱାଧୀନତାର ଏହି ଅମୃତ କାଳରେ ଏହା ସମସ୍ତଙ୍କ ପାଇଁ ଏକଜୁଟ ହେବାର ସମୟ ଅଟେ । ଏହା ସମସ୍ତଙ୍କ ପ୍ରୟାସ ଦ୍ୱାରା ଲକ୍ଷ୍ୟଗୁଡିକ ଆଡକୁ ଅଗ୍ରସର ହେବାର ସମୟ ଅଟେ । ମତେ ଖୁସି ଲାଗିଲା, ଯେତେବେଳେ ଗୋଟିଏ ଗୋଷ୍ଠୀ ପିଏମ ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନକୁ ନେଇ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଲା । ଗତି ଶକ୍ତି ପ୍ରକଳ୍ପଗୁଡିକରେ ଯେଉଁ ଅତିରିକ୍ତ ସ୍ଥାନ ରହିଛି, ଇଲେକଟ୍ରୋନିକସ ଯାନ ଚାର୍ଜିଙ୍ଗ ଭିତିଭୂମୀର ନିର୍ମାଣ ପାଇଁ ତାହାର ଉପଯୋଗ କରାଯାଇପାରିବ । ଆଜି ଏହି ମାଷ୍ଟର ପ୍ଲାନରେ ପରିବହନ, ଶକ୍ତି, ଟେଲିକମ୍ ସମେତ ସମ୍ପୁର୍ଣ୍ଣ ଭିତିଭୂମୀ ଗ୍ରୀଡକୁ ଏକକ ମଂଚକୁ ଅଣାଯାଉଛି । ବହୁବିଧ ଏବଂ ବହୁମୁଖୀ ସମ୍ପତି ନିର୍ମାଣର ଏହି ଅଭିଯାନରେ ଆପଣମାନଙ୍କ ଭାଗିଦାରୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ।

ଏହା ଦ୍ୱାରା ଆମର ନିର୍ମାଣ କ୍ଷେତ୍ରରେ ନୂତନ ଚାମ୍ପିଅନ୍ ସୃଷ୍ଟିକୁ ମଧ୍ୟ ଶକ୍ତି ମିଳିବ । ପ୍ରତିରକ୍ଷା ନିର୍ମାଣ, ଚିପ ନିର୍ମାଣ, ସ୍ୱଚ୍ଛ ଇନ୍ଧନ ଏବଂ ଡ୍ରୋନ୍ ପ୍ରଯୁକ୍ତି ସହ ଜଡିତ ଅନେକ କ୍ଷେତ୍ରରେ ଦେଶର ମହାତ୍ୱାକାଂକ୍ଷୀ ଯୋଜନାଗୁଡିକ ଆପଣମାନଙ୍କ ସମ୍ମୁଖରେ ରହିଛି ।

ନିକଟରେ, ନୂତନ ଡ୍ରୋନ ନୀତି କାର୍ଯ୍ୟକାରୀ ହେବା ପରେ ଦେଶ ତଥା ବିଶ୍ୱର ଅନେକ ନିବେଶକ ଡ୍ରୋନ୍ ଷ୍ଟାର୍ଟ ଅପରେ ପୁଞ୍ଜିନିବେଶ କରୁଛନ୍ତି । ସ୍ଥଳସେନା, ନୌସେନା ଓ ବାୟୁସେନା ପକ୍ଷରୁ ପ୍ରାୟ ୫୦୦ କୋଟି ଟଙ୍କା ମୂଲ୍ୟର କାର୍ଯ୍ୟ ବରାଦ ଡ୍ରୋନ୍ କମ୍ପାନୀଗୁଡିକୁ ମିଳିସାରିଛି । ସ୍ୱାମୀତ୍ୱ ଯୋଜନାରେ ଗାଁଗୁଡିକର ସମ୍ପତିର ନକ୍‌ସା ପ୍ରସ୍ତୁତ କରିବାରେ ସରକାର ବଡ ଆକାରରେ ଡ୍ରୋନର ଉପଯୋଗ କରୁଛନ୍ତି । ଏବେ ଲୋକଙ୍କ ନିକଟରେ ଔଷଧ ପହଂଚାଇବା ଏବଂ କୃଷି କ୍ଷେତ୍ରରେ ଡ୍ରୋନ ବ୍ୟବହାରର ପରିସର ବୃଦ୍ଧି ପାଉଛି । ଏଥିପାଇଁ ଏଥିରେ ଅନେକ ସମ୍ଭାବନା ରହିଛି        ।

ବନ୍ଧୁଗଣ,

ଦୃତ ଗତିରେ ବୃଦ୍ଧି ପାଉଥିବା ଆମର ସହରୀକରଣ ମଧ୍ୟ ଏକ ବହୁତ ବଡ ଗୁରୁତ୍ୱ ପ୍ରଦାନ ଉପଯୋଗୀ କ୍ଷେତ୍ର ଅଟେ । ଆଜି ନିଜର ସହରଗୁଡିକ ବିକଶିତ କରିବା ଏବଂ ନୂତନ ସହର ନିର୍ମାଣ ନିମନ୍ତେ ଖୁବ ବଡ ଆକାରରେ କାର୍ଯ୍ୟ ଜାରି ରହିଛି । ସହରାଂଚଳ ଯୋଜନା, ଏହି କ୍ଷେତ୍ରରେ ଆମକୁ ଆହୁରି ବହୁତ କାମ କରିବାର ଅଛି । ଏଥିରେ ମଧ୍ୟ ଆମକୁ ଏଭଳି କାର୍ଯ୍ୟକ୍ଷେତ୍ରରେ ଅନାୟାସରେ ପହଂଚିବାର ପରିକଳ୍ପନା ଏବଂ ସମନ୍ୱିତ ଶିଳ୍ପାଂଚଳ ନିର୍ମାଣ କରିବାର ଅଛି, ଯେଉଁଠାରେ ଶ୍ରମିକମାନଙ୍କ ପାଇଁ, କାରିଗରମାନଙ୍କ ପାଇଁ ଉତମ ବ୍ୟବସ୍ଥା ଥିବ । ସହରାଂଚଳ ଯୋଜନାରେ ନୂତନ ସମ୍ଭାବନାଗୁଡିକ ଆପଣମାନଙ୍କର ଅପେକ୍ଷା କରିଛି । ଯେଭଳି ଏଠାରେ ଗୋଟିଏ ଗୋଷ୍ଠୀ ବଡ ବଡ ସହରଗୁଡିକ ପାଇଁ ଜାତୀୟ ସାଇକ୍ଲିଂ ଯୋଜନା ଏବଂ କାର ଫ୍ରି ଜୋନ ବିଷୟରେ ଉପସ୍ଥାପନା କଲେ । ସହରଗୁଡିକରେ ଦୀର୍ଘସ୍ଥାୟୀ ଜୀବନ ଶୈଳୀକୁ ପ୍ରୋତ୍ସାହିତ କରିବା ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଆପଣମାନେ ଜାଣିଥିବେ ଯେ, ମୁଁ ଯେତେବେଳେ କୋପ-୨୬ର ଶିଖର ସମ୍ମିଳନୀକୁ ଯାଇଥିଲି ସେତେବେଳେ ମୁଁ ଏକ ମିଶନ୍ ଲାଇଫ ବିଷୟରେ କହିଥିଲି ଏବଂ ଏହି ଜୀବନକୁ ନେଇ ମୋର ଯେଉଁ ଧାରଣା, ତାହା ହେଉଛି ପରିବେଶ ପାଇଁ ଜୀବନଶୈଳୀ (ଲାଇଫ), ଏବଂ ମୁଁ ବିଶ୍ୱାସ କରେ ଯେ ଲୋକମାନଙ୍କ ମଧ୍ୟରେ ଆମକୁ ସେହିସବୁ ଜିନିଷ ଆଣିବା ପାଇଁ ପ୍ରଯୁକ୍ତିର କିପରି ଉପଯୋଗ କରିବା, ଯେପରିକି ପି-ଥ୍ରୀ ଆନ୍ଦୋଳନ ଆଜି ଅନିବାର୍ଯ୍ୟ ଅଟେ । ପ୍ରୋ-ପ୍ଲାନେଟ-ପିପୁଲ, ପି-ଥ୍ରୀ ଆନ୍ଦୋଳନ । ଆମେ ଯେ ପର୍ଯ୍ୟନ୍ତ ଜନସାଧାରଣଙ୍କୁ ପରିବେଶ ବିଷୟରେ ସଚେତନ କରାଇବା ନାହିଁ, ବିଶ୍ୱ ତାପାମାତ୍ରା ବୃଦ୍ଧି ବିରୁଦ୍ଧରେ ଯେଉଁ ସଂଗ୍ରାମ ହେଉଛି, ଆମେ ଯେ ପର୍ଯ୍ୟନ୍ତ ତାର ସିପାହୀ ହେବା ନାହିଁ, ଆମେ ଏହି ଯୁଦ୍ଧକୁ ଜିତି ପାରିବା ନାହିଁ ଏବଂ ଏଥିପାଇଁ ଭାରତ, ମିଶନ୍ ଲାଇଫକୁ ନେଇ ଅନେକ ବିଦେଶୀ ରାଷ୍ଟ୍ରକୁ ନିଜ ସହ ଯୋଡିବା ପାଇଁ କାମ କରୁଛି ।

ବନ୍ଧୁଗଣ,

ସ୍ମାର୍ଟ ମୋବିଲିଟି ଦ୍ୱାରା ସହରର ଜୀବନ ମଧ୍ୟ ସହଜ ହେବ ଏବଂ ଅଙ୍ଗାରକାମ୍ଳ ନିର୍ଗମନ ପାଇଁ ଥିବା ଆମର ଲକ୍ଷ୍ୟ ହାସଲ କରିବାରେ ମଧ୍ୟ ସହାୟତା ମିଳିବ ।

ବନ୍ଧୁଗଣ,

ବିଶ୍ୱର ସର୍ବବୃହତ ମିଲେନିଆଲ ମାର୍କେଟ ଭାବରେ ନିଜର ପରିଚୟକୁ ଭାରତ ନିରନ୍ତର ଭାବେ ସଶକ୍ତ କରୁଛି । ମିଲେନିଆଲ ଆଜି ନିଜ ପରିବାରଗୁଡିକର ସମୃଦ୍ଧି ଏବଂ ରାଷ୍ଟ୍ରର ଆତ୍ମନିର୍ଭରଶୀଳତା,  ଉଭୟର ଆଧାର ଅଟେ । ଗ୍ରାମୀଣ ଅର୍ଥନୀତିରୁ ନେଇ ଶିଳ୍ପ ୪.୦ ପର୍ଯ୍ୟନ୍ତ ଆମର ଆବଶ୍ୟକତା ଏବଂ ଆମର ସାମର୍ଥ୍ୟ, ଉଭୟ ଅସିମୀତ ଅଟେ । ଭବିଷ୍ୟତ ପ୍ରଯୁକ୍ତି ସହ ଜଡିତ ଅନୁସନ୍ଧାନ ଏବଂ ବିକାଶ ଉପରେ ନିବେଶ ଆଜି ସରକାରଙ୍କ ପ୍ରାଥମିକତା ଅଟେ । କିନ୍ତୁ  ଭଲ ହେବ ଯଦି ଶିଳ୍ପ ମଧ୍ୟ ଏଥିରେ ନିଜର ଯୋଗଦାନ ଓ ଏହାର ପରିସରକୁ ଆହୁରି ବିସ୍ତାରିତ କରିବ ।

ବନ୍ଧୁଗଣ,

ଏକବିଂଶ ଶତାଦ୍ଦୀର ଏହି ଦଶନ୍ଧିରେ ଆପଣମାନଙ୍କୁ ଆଉ ଗୋଟିଏ କଥା ଧ୍ୟାନ ଦେବାକୁ ପଡିବ । ଦେଶରେ ବୃହତ ବଜାର ତ ଏବେ ହିଁ ଖୋଲୁଛି, ଆମେ ଏବେ ଯାଇ ଡିଜିଟାଲ ଜୀବନ ଶୈଳୀରେ ପ୍ରବେଶ କରିଛେ । ଏବେ ତ କେବଳ ଆମର ପ୍ରାୟ ଅର୍ଦ୍ଧେକ ଜନସଂଖ୍ୟା ହିଁ ଅନଲାଇନ୍ ହୋଇଛି । ଯେଉଁ ଗତିରେ, ଯେଉଁ ଆକାରେ, ଯେଉଁ ଖର୍ଚ୍ଚରେ ଆଜି ଗାଁ-ଗାଁ, ଗରିବରୁ ଅତି ଗରିବ ପର୍ଯ୍ୟନ୍ତ ସରକାର ଡିଜିଟାଲ ଉପଲବଧତା ଯୋଗାଇ ଦେବା ଦିଗରେ କାର୍ଯ୍ୟ କରୁଛନ୍ତି, ତାହାଦ୍ୱାରା ଖୁବ ଅଳ୍ପ ସମୟ ମଧ୍ୟରେ ଭାରତରେ ପ୍ରାୟ ୧୦୦ କୋଟି ଇଂଟରନେଟ ବ୍ୟବହାରକାରୀ ସୃଷ୍ଟି ହୋଇଯିବେ ।

ଯେପରି ଯେପରି ଦୂର ସୁଦୂର କ୍ଷେତ୍ରରେ ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ବିତରଣ ବ୍ୟବସ୍ଥା ସଶକ୍ତ ହେବାରେ ଲାଗିଛି, ସେପରି ସେପରି ଗ୍ରାମୀଣ ବଜାର ଏବଂ ଗ୍ରାମୀଣ ପ୍ରତିଭାର ବଡ ସମୁଦାୟ ମଧ୍ୟ ପ୍ରସ୍ତୁତ ହୋଇ ଚାଲିଛି । ଏଥିପାଇଁ ମୋର ଭାରତର ଷ୍ଟାର୍ଟ ଅପଗୁଡିକୁ ଅନୁରୋଧ ଯେ ସେମାନେ ଗାଁ ଆଡକୁ ଅଗ୍ରସର ହୁଅନ୍ତୁ । ଏହା ସୁଯୋଗ ମଧ୍ୟ ଅଟେ ଏବଂ ଆହ୍ୱାନ ମଧ୍ୟ । ମୋବାଇଲ ଇଂଟରନେଟ, ବ୍ରଡବ୍ୟାଣ୍ଡ ଯୋଗାଯୋଗ ହେଉ ଅବା ପୁଣି ବାସ୍ତବ ଯୋଗାଯୋଗ, ଗାଁ ର ଆକାଂକ୍ଷା ଆଜି ବୃଦ୍ଧି ପାଉଛି । ଗ୍ରାମୀଣ ଏବଂ ଅର୍ଦ୍ଧ- ସହରାଂଚଳ ସମ୍ପ୍ରସାରଣର ନୂଆ ଲହରୀର ପଥକୁ ଅପେକ୍ଷା କରିଛି ।

ଷ୍ଟାର୍ଟ ଅପ୍ ସଂସ୍କୃତି ଚିନ୍ତାଧାରାର ଯେଉଁଭଳି ଭାବେ ଗଣତନ୍ତ୍ରିକରଣ ହୋଇଛି, ତାହା ଦ୍ୱାରା ମହିଳା ଏବଂ ସ୍ଥାନୀୟ ବ୍ୟବସାୟ ସଶକ୍ତ ହୋଇପାରିଛି । ଆଚାର - ପାମ୍ପଡଠାରୁ ଆରମ୍ଭ କରି ହସ୍ତକଳା ପର୍ଯ୍ୟନ୍ତ ଅନେକ ସ୍ଥାନୀୟ ଉତ୍ପାଦର ପରିସର ଆଜି ବ୍ୟାପକ ରୂପରେ ବୃଦ୍ଧି ପାଇଛି । ସଚେତନତା ବୃଦ୍ଧି ଦ୍ୱାରା ଲୋକାଲ ପାଇଁ ଲୋକମାନେ ଭୋକାଲ ହେବାରେ ଲାଗିଛନ୍ତି । ଏବଂ ଏବେ ଯେତେବେଳେ ଆମର ଜୟପୁରର ସାଥୀ କାର୍ତିକ ଲୋକାଲକୁ ଗ୍ଲୋବାଲ କରିବାର କଥା କହିଲେ ଏବଂ ସେ ଭର୍ଚୁଆଲ ପର୍ଯ୍ୟଟନର କଥା କହିଲେ । ଆପଣଙ୍କ ଭଳି ବନ୍ଧୁମାନଙ୍କୁ ମୁଁ ଏକଥା କହିବାକୁ ଚାହିଁବି ଯେ  ଏବେ ଯେତେବେଳେ ସ୍ୱାଧୀନତାକୁ ୭୫ ବର୍ଷ ପୂରଣ ହେଉଛି, ସେତେବେଳେ ଆପଣମାନେ କ’ଣ ଦେଶର ସ୍କୁଲ କଲେଜର ଛାତ୍ରଛାତ୍ରୀମାନଙ୍କର ଏକ ପ୍ରତିଯୋଗୀତା ଆୟୋଜନ କରିବେ ଏବଂ ସେମାନେ ନିଜ ନିଜ ଜିଲ୍ଲାରେ, ନିଜ ନିଜ ସହରରେ ସ୍ୱାଧୀନତା ସହିତ ଜଡିତ ଯେଉଁ ସବୁ ଘଟଣା ରହିଛି, ଯେଉଁ ସବୁ ସ୍ମାରକ ରହିଛି, ଇତିହାସର ଯେଉଁ ପୃଷ୍ଠା ସବୁ ରହିଛି, ସେସବୁର ଭର୍ଚୁଆଲ ସୃଜନଶୀଳ କାର୍ଯ୍ୟ କରିବେ ଏବଂ ଆପଣମାନଙ୍କ ଭଳି ଷ୍ଟାର୍ଟ ଅପ୍ ସେସବୁର ସଙ୍କଳନ କରନ୍ତୁ ଏବଂ ସ୍ୱାଧୀନତାର ୭୫ ବର୍ଷ ନିମନ୍ତେ ଭର୍ଚୁଆଲ ଟୁର ପାଇଁ ଦେଶକୁ ନିମନ୍ତ୍ରଣ କରନ୍ତୁ । ସ୍ୱାଧୀନତାର ଅମୃତ ମହୋତ୍ସବରେ ଷ୍ଟାର୍ଟ ଅପ ବିଶ୍ୱର ଏକ ବହୁତ ବଡ ଅବଦାନ ହେବ । ତାହାହେଲେ ଆପଣଙ୍କ ବିଚାର ଭଲ ଅଟେ, ସେହି ବିଚାରକୁ କିଭଳି ଭାବରେ ପରିପ୍ରକାଶ କରାଯାଇ ପାରିବ, ତାହାର ଯଦି ଆପଣ ଆରମ୍ଭ କରିବେ, ମୁଁ ନିଶ୍ଚିତ ଭାବରେ ବିଶ୍ୱାସ କରୁଛି ଯେ ଆମେ ତାକୁ ଆଗକୁ ବଢାଇ ପାରିବା ।

ବନ୍ଧୁଗଣ,

କୋଭିଡ ଲକଡାଉନ କାଳରେ ଆମେ ଦେଖିଛେ ଯେ ସ୍ଥାନୀୟ ସ୍ତରରେ କିଭଳି ଛୋଟ ଛୋଟ ଅଭିନବ ମଡେଲ ଲୋକମାନଙ୍କ ଜୀବନ ସହଜ କରିଛି । କ୍ଷୁଦ୍ର ସ୍ଥାନୀୟ ବ୍ୟବସାୟ ସହିତ ସହଯୋଗର ଏକ ବହୁତ ବଡ ସୁଯୋଗ ଷ୍ଟାର୍ଟ ଅପ ପାଖରେ ରହିଛି । ଷ୍ଟାର୍ଟ ଅପଗୁଡିକ ଏହି ସ୍ଥାନୀୟ ବ୍ୟବସାୟକୁ ସଶକ୍ତ କରିପାରିବ, ଦକ୍ଷ କରିପାରିବ । କ୍ଷୁଦ୍ର ବ୍ୟବସାୟ ଦେଶର ବିକାଶର ମୂଳଦୁଆ ଅଟେ ଏବଂ ଷ୍ଟାର୍ଟ ଅପଗୁଡିକ, ନୂତନ ଯୁଗାନ୍ତକାରୀ ଅଟେ । ଏହି ଭାଗିଦାରୀ ଆମର ସମାଜ ଏବଂ ଅର୍ଥନୀତି, ଉଭୟକୁ ରୂପାନ୍ତରିତ କରିପାରିବ । ବିଶେଷ କରି ମହିଳା ସଶକ୍ତିକରଣକୁ ଏହା ଦ୍ୱାରା ବେଶ ଶକ୍ତି ମିଳିପାରିବ ।

ବନ୍ଧୁଗଣ,

ଏଠାରେ କୃଷିଠାରୁ ନେଇ ସ୍ୱାସ୍ଥ୍ୟ, ଶିକ୍ଷା, ପର୍ଯ୍ୟଟନ ସମେତ ପ୍ରତ୍ୟେକ କ୍ଷେତ୍ରରେ ସରକାର ଏବଂ ଷ୍ଟାର୍ଟ ଅପ୍ ଗୁଡିକର ଭାଗିଦାରୀ ବିଷୟରେ ଅନେକ ପରାମର୍ଶ ହସ୍ତଗତ ହୋଇଛି । ଯେପରିକି ଗୋଟିଏ ପରାମର୍ଶ ଆସିଥିଲା ଯେ, ଆମର ଏଠି, ଆମର ଏଠି ଯେଉଁ ଦୋକାନୀମାନେ ଅଛନ୍ତି ସେମାନେ ନିଜର ଯେଉଁ କ୍ଷମତା ରହିଛି ତାହାର ଅତି ବେଶୀରେ ୫୦ରୁ ୬୦ ପ୍ରତିଶତ ଉପଯୋଗ କରିପାରୁଛନ୍ତି । ଏବଂ ସେମାନେ ଏକ ଡିଜିଟାଲ ସମାଧାନ ଦେଇଥିଲେ ଯେ, ସେମାନଙ୍କୁ ଜଣାପଡିବ କେଉଁ ଜିନିଷ ଶେଷ ହୋଇଯାଇଛି, କେଉଁ ଜିନିଷ ଅଣାଯିବ, ଇତ୍ୟାଦି । ମୁଁ ଆପଣମାନଙ୍କୁ ଗୋଟିଏ ପରାମର୍ଶ ଦେବି, ଆପଣମାନେ ସେହି ଦୋକାନୀକୁ ତାର ଯେଉଁ ଗ୍ରାହକ ଅଛନ୍ତି ସେମାନଙ୍କ ସହିତ ମଧ୍ୟ ଯୋଡିପାରିବେ, ତାହାହେଲେ ଦୋକାନୀ ଗ୍ରାହକମାନଙ୍କୁ ସୂଚନା ଦେଇପାରିବ ଯେ, ଆପଣଙ୍କର ଏହି ସାମଗ୍ରୀ ତିିନି ଦିନ ପରେ ଶେଷ ହୋଇଯିବାର ଅଛି । ଆପଣଙ୍କ ଘରେ ଏହି ସାତଟି ସାମଗ୍ରୀ ପାଂଚ ଦିନ ପରେ ସରିଯିବାର ଅଛି । ତାକୁ ମେସେଜ ଯିବ, ତା ପାଖରେ ମେସେଜ ପହଂଚି ଯିବ, ଯାହା ଫଳରେ ପରିବାର ଲୋକଙ୍କୁ ଆଉ ଜିନିଷ ଡବା ଉଣ୍ଡାଳିବାକୁ ପଡିବ ନାହିଁ । ରୋଷେଇ ଘରେ କି କି ଜିନିଷ ଅଛି, କି କି ଜିନିଷ ନାହିଁ, ଅମକ ଅଛି କି ନାହିଁ, ଢମକ ଅଛି କି ନାହିଁ, ଏବଂ ଆପଣ ଏହାକୁ ବହୁତ ବଡ ମଂଚ ରୂପରେ ମଧ୍ୟ ରୁପାନ୍ତରିତ କରିପାରିବେ । କେବଳ ଦୋକାନର ଲକ୍ଷ୍ୟରୁ ନୁହେଁ ପରିବାରର ଆବଶ୍ୟକତା ପାଇଁ ମଧ୍ୟ ସେମାନଙ୍କୁ ମୁଣ୍ଡ ଖେଳାଇବାକୁ ପଡିବ ନାହିଁ । ଆପଣଙ୍କର ମେସେଜ ପହଂଚି ଯିବ ଯେ, ଆପଣ ମାସେ ପାଇଁ ହଳଦୀ ନେଇଥିଲେ, ତିନି ଦିନ ପରେ ତାହା ସରିଯିବ । ତାହାହେଲେ ଆପଣ ବହୁତ ବଡ ଏଗ୍ରିଗେଟର ହୋଇପାରିବେ, ବହୁତ ବଡ ସେତୁ ହୋଇପାରିବେ ।

ବନ୍ଧୁଗଣ,

ମୁଁ ଆପଣମାନଙ୍କୁ ଆଶ୍ୱସ୍ତ କରୁଛି ଯେ, ଯୁବକ ଯୁବତୀମାନଙ୍କ ସମସ୍ତ ପରାମର୍ଶ, ସବୁ ଚିନ୍ତାଧାରା, ସମସ୍ତ ନବସୃଜନକୁ ସରକାରଙ୍କର ପୂର୍ଣ୍ଣ ସମର୍ଥନ ମିଳିବ । ଦେଶର ସ୍ୱାଧୀନତାର ଶହେ ତମ ବର୍ଷ ଆଡକୁ ନେଇଯିବାକୁ ଥିବା ଏହି ୨୫ ବର୍ଷ ଖୁବ୍ ମହତ୍ୱପୂର୍ଣ୍ଣ ଅଟେ ବନ୍ଧୁଗଣ । ଏବଂ ଆପଣମାନଙ୍କ ପାଇଁ ସର୍ବାଧିକ ମହତ୍ୱପୂର୍ଣ୍ଣ ଅଟେ । ଏହି ନବସୃଜନ ବା ଚିନ୍ତାଧାରା, ଶିଳ୍ପ ଏବଂ ପୁଞ୍ଜିନିବେଶର ନୂଆ ଯୁଗ ଅଟେ । ଆପଣମାନଙ୍କ ଶ୍ରମ ଭାରତ ପାଇଁ । ଆପଣମାନଙ୍କ ଉଦ୍ୟମ ଭାରତ ପାଇଁ । ଆପଣମାନଙ୍କ ସମ୍ପତି ସୃଷ୍ଟି ଭାରତ ପାଇଁ, ନିଯୁକ୍ତି ସୃଷ୍ଟି ଭାରତ ପାଇଁ ।

ମୁଁ ଆପଣମାନଙ୍କ ସହିତ ଏକାଠି ହୋଇ କାନ୍ଧରେ କାନ୍ଧ ମିଳାଇ, ଆପଣମାନଙ୍କ ଭଳି ଯୁବକ ଯୁବତୀମାନଙ୍କ ଉର୍ଜାକୁ ଦେଶର ଉର୍ଜାରେ ପରିବର୍ତିତ କରିବା ପାଇଁ ପୂର୍ଣ୍ଣ ରୂପରେ ପ୍ରତିଶୃତିବଦ୍ଧ ଅଟେ । ଆପଣମାନଙ୍କ ପରାମର୍ଶ, ଆପଣମାନଙ୍କ ଚିନ୍ତାଧାରା, କାରଣ ଏବେ ଏକ ନୂଆ ପିଢୀ ରହିଛି, ଯାହା ନୂଆ ଢଙ୍ଗରେ ଚିନ୍ତା କରୁଛି । ଯାହା ପାଇଁ ବ୍ୟବସ୍ଥାଗୁଡିକୁ ବୁଝିବା, ସ୍ୱୀକାର କରିବା ବହୁତ ଆବଶ୍ୟକ ହୋଇପଡିଛି । ଏବଂ ମୋର ବିଶ୍ୱାସ ଯେ ସାତ ଦିନର ଏହି ମନ୍ଥନରୁ ଯେଉଁ ନିଷ୍କର୍ଷ ବାହାରିବାର ଅଛି, ସରକାରଙ୍କର ସବୁ ବିଭାଗ ଏହାକୁ ଅତି ଗମ୍ଭୀରତାର ସହ ଗ୍ରହଣ କରି ଏହାର ଉପଯୋଗ କିଭଳି ହୋଇପାରିବ, ସରକାରଙ୍କ ନୀତିଗୁଡିକରେ କିଭଳି ଏହାର ପ୍ରଭାବ ରହିବ, ସରକାରଙ୍କ ନୀତି ଦ୍ୱାରା ସାମାଜିକ ଜୀବନ ଉପରେ ଏହାର ପ୍ରଭାବ କିଭଳି ପଡିବ, ଏହି ସମସ୍ତ ବିଷୟ ଗୁଡିକର ଲାଭ ନିଶ୍ଚୟ ମିଳିବ । ମୁଁ ଏଥିପାଇଁ ଆପଣ ସମସ୍ତଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ସକାଶେ , ଆପଣମାନଙ୍କ ଅମୂଲ୍ୟ ସମୟ ଦେଇଥିବା ସକାଶେ, କାରଣ ଆପଣମାନେ ନୂଆ ନୂଆ ଚିନ୍ତାଧାରା ଜଗତର ବ୍ୟକ୍ତି ଅଟନ୍ତି, ଏବଂ ଏଥିପାଇଁ ଆପଣମାନଙ୍କ ସମୟ ଚିନ୍ତାଧାରା ମଧ୍ୟରେ ରହିଥାଏ ଏବଂ ସେହିସବୁ ଚିନ୍ତାଧାରା ଆପଣମାନେ ସମସ୍ତଙ୍କ ସହ ବାଂଟିଛନ୍ତି ତାହା ମଧ୍ୟ ଏକ ବହୁତ ବଡ କାର୍ଯ୍ୟ ଅଟେ ।

ମୁଁ ଆପଣମାନଙ୍କୁ ବହୁତ ବହୁତ ଶୁଭକାମନା ଦେଉଛି । ମକର ସଂକ୍ରାନ୍ତିର ପବିତ୍ର ପର୍ବ, ଏବେ ତ ପବନରେ ମଧ୍ୟ ଅନୁରୂପ ମହକ ରହିଛି । ସେସବୁ ମଧ୍ୟରେ କରୋନା କାଳରେ ଆପଣମାନେ ନିଜର ଧ୍ୟାନ ରଖନ୍ତୁ ।

ଅନେକ ଅନେକ ଧନ୍ୟବାଦ ।

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
India's liberal FDI policy offers major investment opportunities: Deloitte

Media Coverage

India's liberal FDI policy offers major investment opportunities: Deloitte
NM on the go

Nm on the go

Always be the first to hear from the PM. Get the App Now!
...
The government is focusing on modernizing the sports infrastructure in the country: PM Modi at Khelo India Youth Games
May 04, 2025
QuoteBest wishes to the athletes participating in the Khelo India Youth Games being held in Bihar, May this platform bring out your best: PM
QuoteToday India is making efforts to bring Olympics in our country in the year 2036: PM
QuoteThe government is focusing on modernizing the sports infrastructure in the country: PM
QuoteThe sports budget has been increased more than three times in the last decade, this year the sports budget is about Rs 4,000 crores: PM
QuoteWe have made sports a part of mainstream education in the new National Education Policy with the aim of producing good sportspersons & sports professionals in the country: PM

Chief Minister of Bihar, Shri Nitish Kumar ji, my colleagues in the Union Cabinet, Mansukh Bhai, sister Raksha Khadse and Shri Ram Nath Thakur ji, Deputy CMs of Bihar, Samrat Choudhary ji and Vijay Kumar Sinha ji, other distinguished guests present, all players, coaches, other staff members, and my dear young friends!

I warmly welcome all the sportspersons who have come from every corner of the country—each one better than the other, each one more talented than the other.

Friends,

During the Khelo India Youth Games, competitions will be held across various cities in Bihar. From Patna to Rajgir, from Gaya to Bhagalpur and Begusarai, more than 6,000 young athletes, with over 6,000 dreams and resolutions, will make their mark on this sacred land of Bihar over the next few days. I extend my best wishes to all the players. Sports in Bharat is now establishing itself as a cultural identity. And the more our sporting culture grows in Bharat, the more our soft power as a nation will increase. The Khelo India Youth Games have become a significant platform for the youth of the country in this direction.

Friends,

For any athlete to improve their performance, to constantly test themselves, it is essential to play more matches and participate in more competitions. The NDA government has always given top priority to this in its policies. Today, we have Khelo India University Games, Khelo India Youth Games, Khelo India Winter Games, and Khelo India Para Games. That means, national-level competitions are regularly held all year round, at different levels, across the country. This boosts the confidence of our athletes and helps their talent shine. Let me give you an example from the world of cricket. Recently, we saw the brilliant performance of Bihar’s own son, Vaibhav Suryavanshi, in the IPL. At such a young age, Vaibhav set a tremendous record. Behind his stellar performance is, of course, his hard work, but also the numerous matches at various levels that gave his talent a chance to emerge. In other words, the more you play, the more you blossom. During the Khelo India Youth Games, all the athletes will get the opportunity to understand the nuances of playing at the national level, and you will be able to learn a great deal.

Friends,

Hosting the Olympics in Bharat has been a long-cherished dream of every Indian. Today, Bharat is striving to host the Olympics in 2036. To strengthen Bharat’s presence in international sports and to identify sporting talent at the school level, the government is training athletes right from the school stage. From the Khelo India initiative to the TOPS (Target Olympic Podium Scheme), an entire ecosystem has been developed for this purpose. Today, thousands of athletes across the country, including from Bihar, are benefiting from it. The government is also focused on providing our players with opportunities to explore and play more sports. That is why games like Gatka, Kalaripayattu, Kho-Kho, Mallakhamb, and even Yogasana have been included in the Khelo India Youth Games. In recent times, our athletes have delivered impressive performances in several new sports. Indian athletes are now excelling in disciplines such as Wushu, Sepak Takraw, Pencak Silat, Lawn Bowls, and Roller Skating. At the 2022 Commonwealth Games, our women's team drew everyone's attention by winning a medal in Lawn Bowls.

Friends,

The government is also focused on modernizing sports infrastructure in Bharat. In the past decade, the sports budget has been increased by more than three times. This year, the sports budget is around 4,000 crore rupees. A significant portion of this budget is being spent on developing sports infrastructure. Today, over a thousand Khelo India centres are operational across the country, with more than three dozen of them located in Bihar alone. Bihar is also benefiting from the NDA’s double engine government model. The state government is expanding many schemes at its own level. A Khelo India State Centre of Excellence has been established in Rajgir. Bihar has also been given institutions like the Bihar Sports University and the State Sports Academy. A Sports City is being built along the Patna-Gaya highway. Sports facilities are being developed in the villages of Bihar. Now, the Khelo India Youth Games will further strengthen Bihar’s presence on the national sports map.

|

Friends,

The world of sports and the sports-related economy is no longer limited to the playing field. Today, it is creating new avenues of employment and self-employment for the youth. Fields like physiotherapy, data analytics, sports technology, broadcasting, e-sports, and management are emerging as important sub-sectors. Our youth can also consider careers as coaches, fitness trainers, recruitment agents, event managers, sports lawyers, and sports media experts. In other words, a stadium is no longer just a place to play matches—it has become a source of thousands of job opportunities. There are also many new possibilities opening up for youth in the field of sports entrepreneurship. The National Sports Universities being established in the country and the new National Education Policy, which has made sports a part of mainstream education, are both aimed at producing not only outstanding athletes but also top-tier sports professionals in Bharat.

My young friends,

We all know how important sportsmanship is in every aspect of life. We learn teamwork and how to move forward together with others on the sports field. You must give your best on the field, and also strengthen your role as brand ambassadors of Ek Bharat, Shreshtha Bharat (One India, Great India). I am confident that you will return from Bihar with many wonderful memories. To those athletes who have come from outside Bihar, be sure to savour the taste of litti-chokha. You will surely enjoy makhana from Bihar as well.

Friends,

With the spirit of sportsmanship and patriotism held high from Khelo India Youth Games, I hereby declare the 7th Khelo India Youth Games open.