Quote“ଭାରତ ଏହାର ଟିକାକରଣ ଅଭିଯାନରେ ଚଳିତବର୍ଷର ପ୍ରଥମ ମାସରେ ପ୍ରଥମ ସପ୍ତାହ ସୁଦ୍ଧା ୧୫୦କୋଟି ଡୋଜ ଟିକାକରଣ କରି ଇତିହାସ ରଚିଛି”
Quote“ବର୍ଷକରୁ କମ୍ ସମୟ ମଧ୍ୟରେ ୧୫୦କୋଟି ମାତ୍ରା ଟିକା ପ୍ରଦାନ ଏକ ଅସାଧାରଣ ସଫଳତା ଓ ଦେଶର ନୂତନ ଇଚ୍ଛାଶକ୍ତିର ପ୍ରତୀକ”
Quote“ଆୟୁଷ୍ମାନ ଭାରତ ସାମଗ୍ରିକ ସ୍ୱାସ୍ଥ୍ୟ ସେବାର ଏକ କମ୍ ବ୍ୟୟ ସାପେକ୍ଷ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ”
Quote“ପିଏମ୍‌ଜେଏୱାଇ ଅଧୀନରେ ଦୁଇକୋଟି ୬୦ଲକ୍ଷରୁ ଅଧିକ ରୋଗୀ ଦେଶର ବିଭିନ୍ନ ହସ୍‌ପିଟାଲରେ ମାଗଣା ଚିକିତ୍ସା ସୁବିଧା ପାଇଛନ୍ତି”

ନମସ୍କାର, ପଶ୍ଚିମବଙ୍ଗର ଆଦରଣୀୟ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ଜୀ, କେନ୍ଦ୍ର ମନ୍ତ୍ରୀମଣ୍ଡଳର ମୋର ସହକର୍ମୀ ମନସୁଖ ମାଣ୍ଡଭିୟା ଜୀ, ସୁଭାଷ ସରକାର ଜୀ, ଶାନ୍ତନୁ ଠାକୁ ଜୀ, ଜନ ବାର୍ଲା ଜୀ, ନୀତିଶ ପ୍ରମାଣିଜ ଜୀ, ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀ ଜୀ, ସିଏନସିଆଇ କୋଲକାତାର ଗଭର୍ଣ୍ଣିଂ ବଡିର ସଦସ୍ୟଗଣ, ସ୍ୱାସ୍ଥ୍ୟ କ୍ଷେତ୍ର ସହିତ ଜଡ଼ିତ ସମସ୍ତ ପରିଶ୍ରମୀ, ସହକର୍ମୀ, ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ଏବଂ ଭଦ୍ର ବ୍ୟକ୍ତିମାନେ । 

ଦେଶର ପ୍ରତ୍ୟେକ ନାଗରିକଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସୁବିଧା ଯୋଗାଇବା ପାଇଁ ଜାତୀୟ ସଂକଳ୍ପକୁ ମଜବୁତ କରିବାରେ ଆଜି ଆମେ ଆଉ ଏକ ପଦକ୍ଷେପ ନେଇଛୁ । ଚିତ୍ତରଞ୍ଜନ ଜାତୀୟ କର୍କଟ ପ୍ରତିଷ୍ଠାନର ଏହି ଦ୍ୱିତୀୟ କ୍ୟାମ୍ପସ ପଶ୍ଚିମବଙ୍ଗର ଅନେକ ନାଗରିକମାନଙ୍କ ପାଇଁ ବହୁତ ବଡ଼ ସୁବିଧା ନେଇ ଆସିଛି । ଏହା ଦ୍ୱାରା ବିଶେଷ କରି ଗରିବ, ମଧ୍ୟବିତ୍ତ ପରିବାରଙ୍କ ପାଇଁ ଏହା ଅନେକ ସୁବିଧା ଆଣି ଦେବ, ଯେଉଁମାନଙ୍କର କେହି ନିଜର କ୍ୟାନସର ସହିତ ମୁକାବିଲା କରୁଥିବେ । କୋଲକାତାର ଏହି ଆଧୁନିକ ଡାକ୍ତରଖାନା ଯୋଗୁଁ କର୍କଟ ସମ୍ବନ୍ଧୀୟ ଚିକିତ୍ସା, ଆସ୍ତ୍ରୋପଚାର ଏବଂ ଥେରାପି ବର୍ତ୍ତମାନ ସୁଲଭ ହୋଇଯିବ ।

ସାଥୀମାନେ,

ଆଜି ଦେଶ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଛି । ୧୫ରୁ ୧୮ ବର୍ଷ ବୟସର ପିଲାମାନଙ୍କ ପାଇଁ ଟିକାକରଣ ସହିତ ଦେଶ ବର୍ଷ ଆରମ୍ଭ କରିଥିଲା । ଏଥିସହିତ ଆଜି ବର୍ଷର ପ୍ରଥମ ମାସର ପ୍ରଥମ ସପ୍ତାହରେ, ଭାରତ ୧୫ଠ କୋଟିରୁ ୧.୫ ବିଲିଅନ ଟିକା ଡୋଜର ଐତିହାସିକ ମାଲିଖୁଣ୍ଟ ମଧ୍ୟ ହାସଲ କରିଛି । ୧୫ଠ କୋଟି ଟିକା ଡୋଜ, ତାହା ମଧ୍ୟ ଏକ ବର୍ଷରୁ କମ ସମୟ ମଧ୍ୟରେ! ଆକଳନ ଅନୁଯାୟୀ ଏହା ଏକ ବହୁତ ବଡ଼ ସଂଖ୍ୟା ଅଟେ, ଏହା ବିଶ୍ୱର ଅଧିକାଂଶ ବଡ଼ ବଡ଼ ଦେଶ ପାଇଁ ମଧ୍ୟ କୌଣସି ଆଶ୍ଚର୍ଯ୍ୟରୁ କମ ନୁହେଁ, କିନ୍ତୁ ଭାରତ ପାଇଁ ଏହା ୧୩ଠ କୋଟି ଦେଶବାସୀଙ୍କ ଶକ୍ତିର ପ୍ରତୀକ ଅଟେ । ଭାରତ ପାଇଁ ଏହା ଏକ ନୂତନ ଇଛାଶକ୍ତିର ପ୍ରତୀକ ଅଟେ, ଯାହା ଅସମ୍ଭବକୁ ସମ୍ଭବ କରିବା ପାଇଁ କିଛି କରିବାକୁ ସାହସ କରିଛି । ଭାରତ ପାଇଁ ଏହା ଆତ୍ମ ବିଶ୍ୱାସର ପ୍ରତୀକ, ଏହା ଆତ୍ମନିର୍ଭରଶୀଳତାର ପ୍ରତୀକ, ଏହା ଆତ୍ମ-ଗର୍ବର ପ୍ରତୀକ! ଆଜି ମୁଁ ଏହି ଅବସରରେ ସମସ୍ତ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି ।

ସାଥୀମାନେ,

କରୋନା ବିରୁଦ୍ଧରେ ଆମର ଏହି ଲଢ଼େଇରେ ଏହି ଟିକାକରଣ କାର୍ଯ୍ୟକ୍ରମ ସେତିକି ମହତ୍ୱପୂର୍ଣ୍ଣ ଅଟେ, ଯେତିକି ବିପଜ୍ଜନକ ଏହି ଛଦ୍ମ ବେଶକାରୀ କରୋନା ଜୀବାଣୁ ଅଟେ । ଆଜି ପୁଣି ଥରେ ବିଶ୍ୱ କରୋନାର ଏହି ନୂଆ ଓମିକ୍ରନ ଭାରିଆଣ୍ଟକୁ ସାମ୍ନା କରୁଛି । ଏହି ନୂତନ ପ୍ରକାର ଭାରିଆଣ୍ଟ ଯୋଗୁଁ ଆମ ଦେଶରେ ନୂଆ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ତେଣୁ, ୧୫ଠ କୋଟି ଟିକା ଡୋଜର ଏହି ସୁରକ୍ଷା କବଚ ଆମ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ହୋଇଯାଇଛି । ଆଜି ଭାରତର ୯ଠ%ରୁ ଅଧିକ ବୟସ୍କ ଲୋକ ଏହି ଟିକା ଗ୍ରହଣ କରିଛନ୍ତି । ମାତ୍ର ୫ ଦିନ ମଧ୍ୟରେ ଦେଢ଼ କୋଟିରୁ ଅଧିକ ପିଲାଙ୍କୁ ମଧ୍ୟ ଭ୍ୟାକସିନର ଡୋଜ ଦିଆଯାଇସାରିଛି । ଏହି ସଫଳତା ସମଗ୍ର ଦେଶର ଅଟେ, ପ୍ରତ୍ୟେକ ସରକାରଙ୍କର ଅଟେ । ଏହି ସଫଳତା ପାଇଁ ମୁଁ ଦେଶର ବୈଜ୍ଞାନିକମାନଙ୍କୁ, ଟିକା ନିର୍ମାତାଙ୍କୁ, ସ୍ୱାସ୍ଥ୍ୟ କ୍ଷେତ୍ରରେ ଆମର ସହକର୍ମୀମାନଙ୍କୁ ବହୁତ ବହୁତ ଧନ୍ୟବାଦ ଦେଉଛି । ସମସ୍ତଙ୍କ ଉଦ୍ୟମ ଯୋଗୁଁ ହିଁ ଦେଶ ସେହି ସଂକଳ୍ପକୁ ଶୀର୍ଷରେ ପହଞ୍ଚାଇଛି, ଯାହାର ଆରମ୍ଭ ଆମେ ଶୂନ୍ୟରୁ ହିଁ କରିଥିଲୁ ।

ସାଥୀମାନେ,

୧ଠଠ ବର୍ଷର ସବୁଠାରୁ ବଡ଼ ମହାମାରୀ ବିରୋଧରେ ଲଢ଼େଇରେ ସମସ୍ତଙ୍କ ପ୍ରୟାସର ଏହି ଭାବନା ଦେଶକୁ ଶକ୍ତି ପ୍ରଦାନ କରୁଛି । କୋଭିଡ ସହିତ ଲଢ଼ିବା ପାଇଁ ମୌଳିକ ଏବଂ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ନିର୍ମାଣ ଠାରୁ ଆରମ୍ଭ କରି ବିଶ୍ୱର ସର୍ବବୃହତ ଦ୍ରୁତତମ, ମାଗଣା ଟିକାକରଣ ଅଭିଯାନ ପର୍ଯ୍ୟନ୍ତ ଏହି ଶକ୍ତି ଆଜି ସର୍ବତ୍ର ଦୃଶ୍ୟମାନ ହେଉଛି । ଏତେ ଭୌଗୋଳିକ, ଅର୍ଥନୈତିକ ଏବଂ ସାମାଜିକ ବିବିଧତାପୂର୍ଣ୍ଣ ଆମ ଦେଶରେ ଯେଉଁ ଗତି ସହିତ ଆମେ ପରୀକ୍ଷଣ ଠାରୁ ଟିକାକରଣ ପର୍ଯ୍ୟନ୍ତ ଏତେ ବିସ୍ତୃତ ଭିତ୍ତିଭୂମି ବିକାଶ କରିଛୁ ତାହା ସମଗ୍ର ବିଶ୍ୱ ପାଇଁ ଏକ ଉଦାହରଣ ସୃଷ୍ଟି କରୁଛି ।

ସାଥୀମାନେ,

ଅନ୍ଧକାର ଯେତିକି ଘନ ହୋଇଥାଏ, ଆଲୋକର ମହତ୍ୱ ମଧ୍ୟ ସେତେ ଅଧିକ ହୋଇଥାଏ । ଆହ୍ୱାନ ଯେତିକି ବଡ଼ ହେବ, ସାହାସ ସେତିକି ଗୁରୁତ୍ୱପୂର୍ଣ୍ଣ ହୋଇଯାଇଥାଏ । ଏବଂ ଯୁଦ୍ଧ ଯେତେ କଷ୍ଟସାଧ୍ୟ ହୋଇଥିବ, ଅସ୍ତ୍ରଶସ୍ତ୍ର ମଧ୍ୟ ସେତିକି ଆବଶ୍ୟକ ପଡ଼ିଥାଏ । ଏ ପର୍ଯ୍ୟନ୍ତ ପଶ୍ଚିମବଙ୍ଗକୁ ମଧ୍ୟ ସରକାର ପ୍ରାୟ ୧୧ କୋଟି ଡୋଜ କରୋନା ଟିକା ମାଗଣାରେ ଯୋଗାଇ ଦେଇଛନ୍ତି । ବଙ୍ଗଳାକୁ ଦେଢ଼ ହଜାରରୁ ଅଧିକ ଭେଣ୍ଟିଲେଟର, ୯ ହଜାରରୁ ନୂତନ ଅମ୍ଳଜନା ସିଲିଣ୍ଡର ମଧ୍ୟ ଦିଆଯାଇଛି । ୪୯ ପିଏସଏ ନୂତନ ଅମ୍ଳଜାନ କାରଖାନା ମଧ୍ୟ କାର୍ଯ୍ୟ ଆରମ୍ଭ କରିଛି । ଏହା ପଶ୍ଚିମବଙ୍ଗର ଲୋକଙ୍କୁ କରୋନା ବିରୋଧରେ ଲଢ଼େଇ କରିବାରେ ସାହାଯ୍ୟ କରିବ ।

ସାଥୀମାନେ

ଚିତ୍ତରଞ୍ଜନ ଜାତୀୟ କର୍କଟ ପ୍ରତିଷ୍ଠାନ ପରିସରରେ ଦେଶବନ୍ଧୁ ଚିତ୍ତରଞ୍ଜନ ଦାସ ଜୀ ଏବଂ ମହର୍ଷି ଶୁଶ୍ରୁତଙ୍କ ପ୍ରତିମୂର୍ତ୍ତି ଆମ ସମସ୍ତଙ୍କ ପାଇଁ ଏକ ବହୁତ ବଡ଼ ପ୍ରେରଣା ଅଟେ । ଦେଶବନ୍ଧୁ ଜୀ କହୁଥିଲେ- ମୁଁ ଏହି ଦେଶରେ ବାରମ୍ବାର ଜନ୍ମ ନେବାକୁ ଚାହୁଁଛି, ଯାହାଦ୍ୱାରା ମୁଁ ଏହି ଦେଶ ପାଇଁ ବଞ୍ଚô ପାରିବି, ମୁଁ ଏହା ପାଇଁ କାମ କରିପାରିବି ।

ମହର୍ଷି ଶୁଶ୍ରୁତ, ସ୍ୱାସ୍ଥ୍ୟ କ୍ଷେତ୍ରରେ ପ୍ରାଚୀନ ଭାରତୀୟ ଜ୍ଞାନର ପ୍ରତିବିମ୍ବ ଅଟନ୍ତି । ଏହିପରି ପ୍ରେରଣା ପାଇଁ ବର୍ଷ ବର୍ଷ ଧରି ଦେଶବାସୀଙ୍କ ସ୍ୱାସ୍ଥ୍ୟ ସହ ଜଡ଼ିତ ସମ୍ପୂର୍ଣ୍ଣ ସମାଧାନ ପାଇଁ ସାମଗ୍ରିକ ସମାଧାନ କାର୍ଯ୍ୟ କରାଯାଇଛି । ‘ସବକା ପ୍ରୟାସ’ର ଭାବନା ସହିତ ଆଜି ଦେଶର ସ୍ୱାସ୍ଥ୍ୟ ଭିତ୍ତିଭୂମି, ସ୍ୱାସ୍ଥ୍ୟ ଯୋଜନା ଏବଂ ଏହାକୁ ଜାତୀୟ ସଂକଳ୍ପ ସହିତ ଯୋଡ଼ିବାର କାର୍ଯ୍ୟ ତ୍ୱରାନ୍ୱିତ ହେଉଛି । ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ଆମେ ଆଜି ସ୍ୱାସ୍ଥ୍ୟ କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ଆହ୍ୱାନର ମୁକାବିଲା କରିବା ପାଇଁ ନିରନ୍ତର କାର୍ଯ୍ୟ କରୁଛୁ । ରୋଗ ସୃଷ୍ଟି କରୁଥିବା ସେହି କାରଣଗୁଡ଼ିକୁ ହଟାଇବା ପାଇଁ ପ୍ରୟାସ କରାଯାଉଛି । ଅସୁସ୍ଥତା ହେଲେ ଚିକିତ୍ସା ସୁଲଭ ଏବଂ ଉପଲବ୍ଧ କରାଇବା ଆମ ସରକାରଙ୍କ ଧ୍ୟାନରେ ରହିଛି । ଏହି ସେହି ସମୟରେ ଡାକ୍ତର ଏବଂ ମେଡିକାଲ ଇନଫ୍ରାର କ୍ଷମତାକୁ ବୃଦ୍ଧି କରି, ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଅଣାଯାଉଛି ।

ସାଥୀମାନେ,

ତେଣୁ ସ୍ୱାସ୍ଥ୍ୟ କ୍ଷେତ୍ରକୁ ପରବର୍ତ୍ତନ କରିବା ପାଇଁ ଦେଶ ଆଜି ପ୍ରତିଷେଧକ ସ୍ୱାସ୍ଥ୍ୟ, ସୁଲଭ ସ୍ୱାସ୍ଥ୍ୟ ସେବା, ସପ୍ଲାଏ ସାଇଡ ଇଣ୍ଟରଭେନସନ, ମିଶନ ମୋଡ ଅଭିଯାନକୁ ଉତ୍ସାହିତ କରୁଛି । ଯୋଗ, ଆୟୁର୍ବେଦ, ଫିଟ ଇଣ୍ଡିଆ ମୁଭମେଣ୍ଟ, ୟୁନିଭର୍ସାଲ ଟିକାକରଣ ଭଳି ଉପାୟ ମାଧ୍ୟମରେ ପ୍ରତିଷେଧକ ସ୍ୱାସ୍ଥ୍ୟ ସେବାକୁ ପ୍ରୋତ୍ସାହନ ଦିଆଯାଉଛି । ସ୍ୱଚ୍ଛ ଭାରତ ମିଶନ ଏବଂ ହର ଘର ଜଲ ଭଳି ଜାତୀୟ ଯୋଜନା ଦ୍ୱାରା ଗ୍ରାମ ଏବଂ ଗରିବ ପରିବାରକୁ ଅନେକ ରୋଗରୁ ରକ୍ଷା କରିବାରେ ସାହାଯ୍ୟ ମିଳୁଛି । ଆର୍ସେନିକ ଏବଂ ଅନ୍ୟାନ୍ୟ କାରଣରୁ ପ୍ରଦୂଷିତ ଜଳ ମଧ୍ୟ ଦେଶର ଅନେକ ରାଜ୍ୟରେ କର୍କଟ ରୋଗର ଏକ ପ୍ରମୁଖ କାରଣ ଅଟେ । ହର ଘର ଜଲ ଅଭିଯାନ ସହିତ, ଏହି ସମସ୍ୟାର ସମାଧାନ ପାଇଁ ଏହା ବହୁତ ସାହାଯ୍ୟ କରୁଛି ।

ସାଥୀମାନେ,

ଦୀର୍ଘ ସମୟ ଧରି, ଆମର ଏଠାରେ ଗରିବ ଏବଂ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ, ସ୍ୱାସ୍ଥ୍ୟ ସୁବିଧାରୁ ଏଥିପାଇଁ ବଞ୍ଚôତ ଥିଲେ କାରଣ ଏଠାରେ ଚିକିତ୍ସା ସୁବିଧାଜନକ ନ ଥିଲା କିମ୍ବା ଏହା ଅତ୍ୟନ୍ତ ମହଙ୍ଗା ଥିଲା । ଯଦି କେହି ଗରିବ ଲୋକ ଏକ ଗୁରୁତର ରୋଗରେ ପୀଡ଼ିତ ହେଉଥିଲେ, ତେବେ ତାଙ୍କର କେବଳ ଦୁଇଟି ବିକଳ୍ପ ଥିଲା । ସେ ଋଣ ନେଉ ଅଥବା ଘର କିମ୍ବା ଜମି ବିକ୍ରି କରୁ ।

କେବଳ ଚିକିତ୍ସାର ଧାରଣା ଛାଡ଼ିଦେବାକୁ ହେବ । କର୍କଟ ରୋଗ ଏପରି ଯେ ଏହାର ନାମ ଶୁଣିବା ମାତ୍ରେ ଗରିବ ଏବଂ ମଧ୍ୟବିତ୍ତ ଶ୍ରେଣୀର ଲୋକେ ସାହସ ହରାଇ ବସିଥାନ୍ତି । ଗରିବ ଲୋକଙ୍କୁ ଏହି କୁଚକ୍ରରୁ ବାହାର କରିବା ପାଇଁ, ଏହି ଚିନ୍ତାରୁ ମୁକ୍ତ କରିବା ପାଇଁ ଦେଶ ସୁଲଭ ଏବଂ ସୁବିଧାଜନକ ଚିକିତ୍ସା ପାଇଁ ନିରନ୍ତର ପଦକ୍ଷେପ ନେଉଛି । ବିଗତ ବର୍ଷଗୁଡ଼ିକରେ କର୍କଟ ରୋଗର ଚିକିତ୍ସା ପାଇଁ ଅତ୍ୟାବଶ୍ୟକୀୟ ଔଷଧର ମୂଲ୍ୟ ଯଥେଷ୍ଟ ହ୍ରାସ ପାଇଛି । ବର୍ତ୍ତମାନ ମନସୁଖ ଭାଇ ଏହାକୁ ବିସ୍ତୃତ ଭାବେ କହୁଥିଲେ । ପଶ୍ଚିମବଙ୍ଗ ସମେତ ସମଗ୍ର ଦେଶରେ ଯେଉଁ ୮ ହଜାରରୁ ଅଧିକ ଜନଔଷଧୀ କେନ୍ଦ୍ର ସ୍ଥାପିତ ହୋଇଛି ସେଠାରେ ଅତି ସୁଲଭ ମୂଲ୍ୟରେ ଔଷଧ ଏବଂ ସର୍ଜିକାଲ ସାମଗ୍ରୀ ଯୋଗାଇ ଦିଆଯାଉଛି । ୫ଠରୁ ଅଧିକ କର୍କଟ ରୋଗୀ ସମ୍ବନ୍ଧୀୟ ଔଷଧ ମଧ୍ୟ ଏହି ଦୋକାନଗୁଡ଼ିକରେ ଅତି ସୁଲଭ ମୂଲ୍ୟରେ ଉପଲବ୍ଧ କରାଯାଉଛି । ସୁଲଭ ମୂଲ୍ୟରେ କ୍ୟାନସର ଔଷଧ ଯୋଗାଇ ଦେବା ପାଇଁ ସାରା ଦେଶରେ ବିଶେଷ ଭାବେ ଅମୃତ ଦୋକାନଗୁଡ଼ିକ ଚାଲୁଛି । ସରକାରଙ୍କ ଏହି ସେବା ଭାବ, ଏହି ସମ୍ବେଦନଶୀଳତା ଗରିବ ଲୋକଙ୍କୁ ସୁଲଭ ଚିକିତ୍ସା ସୁନିଶ୍ଚିତ କରିବାରେ ସାହାଯ୍ୟ କରୁଛି । ସରକାର ୫ଠଠରୁ ଅଧିକ ଔଷଧର ମୂଲ୍ୟକୁ ଯେଉଁଭଳି ଭାବେ ନିୟନ୍ତ୍ରଣ କରିଛନ୍ତି, ତାହା ମଧ୍ୟ ରୋଗୀଙ୍କ ପାଇଁ ।

ପ୍ରତି ବର୍ଷ ୩ ହଜାର କୋଟିରୁ ଅଧିକ ଟଙ୍କା ମଧ୍ୟ ସଞ୍ଚୟ ହୋଇପାରୁଛି । ନାଗରିକମାନଙ୍କର ଟଙ୍କା ମଧ୍ୟ ସଞ୍ଚୟ ହୋଇପାରୁଛି । କରୋନାରୀ ଷ୍ଟେଣ୍ଟଗୁଡ଼ିକର ମୂଲ୍ୟ ସ୍ଥିର ହେତୁ ହୃଦ ରୋଗୀଙ୍କ ପାଇଁ ପ୍ରତି ବର୍ଷ ୪ ହଜାର ୫ଠଠ କୋଟିରୁ ଅଧିକ ଟଙ୍କା ସଞ୍ଚୟ କରାଯାଉଛି । ଆଣ୍ଠୁ ପ୍ରତିରୋପଣର ମୂଲ୍ୟ ହ୍ରାସ କରିବାକୁ ସରକାର ନେଇଥିବା ନିଷ୍ପତ୍ତିରେ ଆମର ବରିଷ୍ଠ ନାଗରିକ, ଆମର ବୃଦ୍ଧ ମାଆ, ଭଉଣୀ, ପୁରୁଷମାନେ ଉପକୃତ ହୋଇପାରିଛନ୍ତି । ଏହି କାରଣରୁ ବୃଦ୍ଧ ରୋଗୀଙ୍କ ଠାରୁ ପ୍ରତି ବର୍ଷ ୧୫ଠଠ କୋଟି ଟଙ୍କା ସଞ୍ଚୟ କରାଯାଉଛି । ସରକାର ଯେଉଁ ପ୍ରଧାନମନ୍ତ୍ରୀ ଜାତୀୟ ଡାଇଲେସିସ କାର୍ଯ୍ୟକ୍ରମ ଚଳାଇଛନ୍ତି ତାହାର ସହାୟତାରେ ୧୨ ଲକ୍ଷ ଗରିବ ରୋଗୀଙ୍କୁ ମାଗଣା ଡାଇଲେସିସ ସୁବିଧା ମିଳିଛି । ଏଥିରେ ମଧ୍ୟ ଅନେକ ୫୨ଠ କୋଟିରୁ ଅଧିକ ଟଙ୍କା ମଧ୍ୟ ସେମାନଙ୍କର ସଞ୍ଚୟ ହୋଇଛି ।

ସାଥୀମାନେ,

ସୁଲଭ ଏବଂ ସହଜ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଜି ଆୟୁଷ୍ମାନ ଭାରତ ଯୋଜନା ଏକ ବିଶ୍ୱସ୍ତରୀୟ ମାନଦଣ୍ଡରେ ପରିଣତ ହୋଇପାରୁଛି । ପିଏମ-ଜେଏୱାଇ ଅଧିନରେ ୨ କୋଟି ୬ଠ ଲକ୍ଷରୁ ଅଧିକ ରୋଗୀ, ଦେଶରେ ଡାକ୍ତରଖାନାରେ ମାଗଣା ଚିକିତ୍ସା କରିସାରିଛନ୍ତି । ଅନୁମାନ କରାଯାଉଛି ଯେ ଏହି ଯୋଜନା ଯଦି ନଥାନ୍ତା ତେବେ ଏହି ରୋଗୀଙ୍କ ଚିକିତ୍ସା ପାଇଁ ୫ଠରୁ ୬ଠ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାନ୍ତା ।

ସାଥୀମାନେ,

୧୭ ଲକ୍ଷରୁ ଅଧିକ କର୍କଟ ରୋଗୀ ମଧ୍ୟ ଆୟୁଷ୍ମାନ ଭାରତରୁ ଉପକୃତ ହୋଇଛନ୍ତି । ସେ କେମେଥେରାପି ହେଉ, ରେଡିଓଥେରାପି ହେଉ କିମ୍ବା ଅସ୍ତ୍ରୋପଚାର ହେଉ, ଏହି ରୋଗୀମାନେ ଡାକ୍ତରଖାନାରେ ମାଗଣାରେ ସମସ୍ତ ସୁବିଧା ପାଇଛନ୍ତି । କଳ୍ପନା କରନ୍ତୁ, ଯଦି ସରକାର ଏହି ଉଦ୍ୟମ କରିନଥାନ୍ତେ ତେବେ କେତେ ଗରିବଙ୍କ ଜୀବନ ଅସୁବିଧାରେ ପଡ଼ିଯାଇ ଥାଆନ୍ତା । କିମ୍ବା କେତେ ପରିବାର ଋଣର ଭୟଙ୍କର କୁଚକ୍ରରେ ଛନ୍ଦି ହୋଇ ପଡ଼ିଥାନ୍ତେ ।

ସାଥୀମାନେ,

ଆୟୁଷ୍ମାନ ଭାରତ କେବଳ ମାଗଣା ଚିକିତ୍ସାର ମାଧ୍ୟମ ନୁହେଁ । ବରଂ ଶୀଘ୍ର ଚିହ୍ନଟ, ଶୀଘ୍ର ଚିକିତ୍ସା, ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ପ୍ରମାଣିତ ହେଉଛି । କର୍କଟ ଭଳି ଅନ୍ୟ ସମସ୍ତ ଗମ୍ଭୀର ରୋଗ ପାଇଁ ଏହା ଅତ୍ୟନ୍ତ ଆବଶ୍ୟକ ଅଟେ । ଅନ୍ୟଥା ଆମର ଏଠାରେ ଅଧିକାଂଶ ସମୟରେ କ୍ୟାନସର ରୋଗ ହୋଇଥିବା ଶେଷ ପର୍ଯ୍ୟାୟରେ ଜଣା ପଡ଼ିଥାଏ, ଯେତେବେଳେ ଏହି ରୋଗକୁ ଭଲ କରିବା ହୋଇପାରି ନଥାଏ । ଏହି ସମସ୍ୟାକୁ ଦୂର କରିବା ପାଇଁ ୩ଠ ବର୍ଷରୁ ଅଧିକ ବୟସର ସାଥୀମାନଙ୍କ ମଧ୍ୟରେ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ କର୍କଟ ରୋଗର ସ୍କ୍ରିନିଂ ଉପରେ ଗୁରୁତ୍ୱ ଦିଆଯାଉଛି । ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଗତ ଗ୍ରାମରେ ନିର୍ମାଣ ହେଉଥିବା ହଜାର ହଜାର ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତା କେନ୍ଦ୍ର ଆଜି ଏହା ଅତ୍ୟନ୍ତ ଉପଯୋଗୀ ବୋଲି ପ୍ରମାଣିତ ହେଉଛି । ବେଙ୍ଗଲରେ ମଧ୍ୟ ୫ ହଜାରରୁ ଅଧିକ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ସମଗ୍ର ଦେଶରେ ପ୍ରାୟ ୧୫ କୋଟି ଲୋକଙ୍କୁ ମୁଖ ଗହ୍ୱର, ସ୍ତନ ଏବଂ ଗର୍ଭାଶୟ କର୍କଟ ପାଇଁ ସ୍କ୍ରିନିଂ କରାଯାଇଛି । ସ୍କ୍ରିନିଂ ପରେ ଲକ୍ଷଣ ଦେଖାଯାଉଥିବା ଲୋକଙ୍କ ଚିକିତ୍ସା ପାଇଁ ଗ୍ରାମସ୍ତରରେ ହଜାର ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ମଧ୍ୟ ବିଶେଷ ଭାବେ ସ୍ୱତନ୍ତ୍ର ତାଲିମ ଦିଆଯାଇଛି ।

ସାଥୀମାନେ,

ଆଉ ଏକ ବଡ଼ ସମସ୍ୟା ଆମ ସ୍ୱାସ୍ଥ୍ୟ କ୍ଷେତ୍ରରେ ରହିଛି- ଚାହିଦା ଏବଂ ଯୋଗାଣ ମଧ୍ୟରେ ଏକ ବିରାଟ ବଡ଼ ବ୍ୟବଧାନ। ଡାକ୍ତର ହୁଅନ୍ତୁ କିମ୍ବା ଅନ୍ୟ ସ୍ୱାସ୍ଥ୍ୟ ବୃତ୍ତିଗତଧାରୀ ହୁଅନ୍ତୁ କିମ୍ବା ସ୍ୱାସ୍ଥ୍ୟ ଭିତ୍ତିଭୂମି, ଚାହିଦା ଏବଂ ଯୋଗାଣର ଏହି ଦୂରତାକୁ ପୂରଣ କରିବା ପାଇଁ ଆଜି ଦେଶରେ ମିଶନ ମୋଡରେ କାର୍ଯ୍ୟ ଚାଲୁଛି । ୨ଠ୧୪ ମସିହା ପର୍ଯ୍ୟନ୍ତ ଦେଶରେ ସ୍ନାତକୋତ୍ତର ଏବଂ ପୋଷ୍ଟ ଗ୍ରାଜୁଏଟ ସିଟ ସଂଖ୍ୟା ପ୍ରାୟ ୯ଠ ହଜାର ପାଖାପାଖି ଥିଲା । ଗତ ୭ ବର୍ଷରେ ସେଥିରେ ୬ଠ ହଜାର ନୂତନ ସିଟ୍ ଯୋଡ଼ି ହୋଇଛି । ୨ଠ୧୪ ମସିହାରେ ଆମର ଏଠାରେ କେବଳ ୬ ଏମ୍ସ ଥିଲା । ଆଜି ଦେଶରେ ୨୨ ଏମ୍ସର ଏକ ଶକ୍ତିଶାଳୀ ନେଟୱର୍କ କାର୍ଯ୍ୟ କରିବାକୁ ଆଗେଇ ଆସୁଛି । ଭାରତର ପ୍ରତ୍ୟେକ ଜିଲ୍ଲାରେ ଅତି କମରେ ଗୋଟିଏ ମେଡିକାଲ କଲେଜ ରହିବା ନିଶ୍ଚିତ କରିବା ପାଇଁ କାର୍ଯ୍ୟ କରାଯାଉଛି । ଏହି ସମସ୍ତ ଅନୁଷ୍ଠାନର କର୍କଟ ଭଳି ଗମ୍ଭୀର ରୋଗର ଚିକିତ୍ସା ପାଇଁ ମଧ୍ୟ ସୁବିଧାକୁ ସାମିଲ କରାଯାଉଛି । ଦେଶରେ କର୍କଟ ରୋଗର ଭିତ୍ତିଭୂମିକୁ ମଜବୁତ କରିବା ପାଇଁ ୧୯ଟି ରାଜ୍ୟ କର୍କଟ ପ୍ରତିଷ୍ଠାନ, ୨ଠଟି ଟର୍ସରୀ କେୟାର କର୍କଟ କେନ୍ଦ୍ରକୁ ମଧ୍ୟ ଅନୁମତି ଦିଆଯାଇଛି । ୩ଠରୁ ଅଧିକ ଅନୁଷ୍ଠାନରେ କାର୍ଯ୍ୟ ଜୋରସୋରରେ ଚାଲିଛି । ପଶ୍ଚିମବଙ୍ଗରେ ମଧ୍ୟ କୋଲକାତା, ମୁର୍ସିଦାବାଦ ଏବଂ ବର୍ଦ୍ଧମାନର ମେଡିକାଲ କଲେଜରେ କର୍କଟ ରୋଗୀଙ୍କୁ ଅଧିକ ସହଜରେ ଚିକିତ୍ସା କରାଯିବ । ଆମର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ଭାଇ ମଧ୍ୟ ଏହାର ସବିଶେଷ ବର୍ଣ୍ଣନା କରିଛନ୍ତି । ଏହି ସମସ୍ତ ପ୍ରୟାସ ଆମ ଦେଶରେ ଡାକ୍ତରଙ୍କ ଉପଲବ୍ଧତା ଉପରେ ବହୁତ ପ୍ରଭାବ ପକାଇବ । ଗତ ୭ଠ ବର୍ଷରେ ଦେଶରେ ଅନେକ ଡାକ୍ତର ତିଆରି ହୋଇଛନ୍ତି, ସେତିକି ଡାକ୍ତର ଆସନ୍ତା ଦଶ ବର୍ଷ ମଧ୍ୟରେ ଦେଶରେ ହେବାକୁ ଯାଉଛନ୍ତି ।

ସାଥୀମାନେ,

ଗତବର୍ଷ ଦେଶରେ ଆରମ୍ଭ ହୋଇଥିବା ଯେଉଁ ଦୁଇଟି ବଡ଼ ଜାତୀୟ ଅଭିଯାନ ଆରମ୍ଭ ହୋଇଛି, ସେ ମଧ୍ୟ ଭାରତର ସ୍ୱାସ୍ଥ୍ୟ କ୍ଷେତ୍ରକୁ ଆଧୁନିକୀକରଣ କରିବାରେ ବହୁତ ସାହାଯ୍ୟ କରିବ । ଆୟୁଷ୍ମାନ ଭାରତ- ଡିଜିଟାଲ ହେଲଥ ମିଶନ ଚିକିତ୍ସାରେ ଦେଶବାସୀଙ୍କ ସୁବିଧା ବୃଦ୍ଧ କରିବ । ଚିକିତ୍ସା ଇତିହାସର ଡିଜିଟାଲ ରେକର୍ଡରେ ଚିକିତ୍ସାକୁ ସହଜ ଏବଂ ପ୍ରଭାବଶାଳୀ କରିବ, ସାମାନ୍ୟ ଅସୁସ୍ଥତା ପାଇଁ ଡାକ୍ତରଖାନା ପରିଦର୍ଶନ କରିବାରେ ଅସୁବିଧାକୁ ହ୍ରାସ କରିବ ଏବଂ ନାଗରିକମାନଙ୍କୁ ଅତିରିକ୍ତ ଚିକିତ୍ସା ଖର୍ଚ୍ଚରୁ ରକ୍ଷା କରିବ । ସେହିଭଳି ଆୟୁଷ୍ମାନ ଭାରତ - ଭିତ୍ତିଭୂମି ମିଶନର ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସେବା ଜଡ଼ିତ ଚିକିତ୍ସା ଭିତ୍ତିଭୂମି, ବର୍ତ୍ତମାନ ବଡ଼ ବଡ଼ ସହର ସହିତ ଜିଲା ତଥା ବ୍ଲକ ସ୍ତରରେ ଉପଲବ୍ଧ ହେବ । ଏହି ଯୋଜନା ଅଧିନରେ ପଶ୍ଚିମବଙ୍ଗକୁ ମଧ୍ୟ ୫ ବର୍ଷରେ ଅଢ଼େଇ ହଜାର କୋଟିରୁ ଅଧିକ ଟଙ୍କା ସାହାଯ୍ୟ ମିଳିବାକୁ ସୁନିଶ୍ଚିତ କରାଯାଇଛି । ଏହା ଦ୍ୱାରା ସମଗ୍ର ରାଜ୍ୟରେ ଶହ ଶହ ସ୍ୱାସ୍ଥ୍ୟ ଉପ-କେନ୍ଦ୍ର ହେବ, ପ୍ରାୟ ୧ଠଠଠ ସହରାଞ୍ଚଳ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା କେନ୍ଦ୍ର କାର୍ଯ୍ୟକ୍ଷମ ହେବ । ଡର୍ଜନ ଡର୍ଜନ ଜିଲ୍ଲା ସମନ୍ୱିତ ଜନସ୍ୱାସ୍ଥ୍ୟ ଲ୍ୟାବ ଏବଂ ଜିଲା ଡାକ୍ତରଖାନାଗୁଡ଼ିକରେ ଶହ ଶହ ଗୁରୁତର ଚିକିତ୍ସା ଶଯ୍ୟା ପାଇଁ ନୂତନ କ୍ଷମତା ସୃଷ୍ଟି ହେବ । ଏହିପରି ପ୍ରୟାସ ଦ୍ୱାରା ଭବିଷ୍ୟତରେ ଆମେ କରୋନା ପରି ମହାମାରୀର ମୁକାବିଲା କରିବାକୁ ସମର୍ଥ ହେବା । ଭାରତକୁ ସୁସ୍ଥ ଏବଂ ଦକ୍ଷ କରିବା ପାଇଁ ଏହି ଅଭିଯାନ ଏହିପରି ଜାରି ରହିବ । ମୁଁ ପୁନର୍ବାର ସମସ୍ତ ନାଗରିକଙ୍କୁ ସତର୍କ ରହିବାକୁ ଅନୁରୋଧ କରୁଛି, ସମସ୍ତ ସତର୍କତା ଅବଲମ୍ବନ କରନ୍ତୁ । ମୁଁ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତଙ୍କୁ ମୋର ହୃଦୟର ଅନ୍ତରରୁ ବହୁତ ବହୁତ ଧନ୍ୟବାଦ ଦେଉଛି । ମୁଁ ଆପଣ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି । ବହୁତ ବହୁତ ଧନ୍ୟବାଦ ।

  • krishangopal sharma Bjp January 13, 2025

    नमो नमो 🙏 जय भाजपा 🙏🌷🌷🌷🌷🌷🌹🌷🌷🌷🌷🌹🌷🌷🌹🌷🌷🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷
  • krishangopal sharma Bjp January 13, 2025

    नमो नमो 🙏 जय भाजपा 🙏🌷🌷🌷🌷🌷🌹🌷🌷🌷🌷🌹🌷🌷🌹🌷🌷🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹
  • krishangopal sharma Bjp January 13, 2025

    नमो नमो 🙏 जय भाजपा 🙏🌷🌷🌷🌷🌷🌹🌷🌷🌷🌷🌹🌷🌷🌹🌷🌷🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷
  • MLA Devyani Pharande February 17, 2024

    नमो नमो नमो
  • Vaishali Tangsale February 16, 2024

    🙏🏻🙏🏻
  • Adv Jeetu Chand December 20, 2023

    जय हो
  • manmohan August 23, 2022

    very nice 👍🏻
  • Rajendra Thakor August 23, 2022

    namo
  • Rajendra Thakor August 23, 2022

    namo namo
  • G.shankar Srivastav June 19, 2022

    नमस्ते
Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
India’s ‘Thumbs Up’ for the Jan Man Survey on 11 Years of Modi Government

Media Coverage

India’s ‘Thumbs Up’ for the Jan Man Survey on 11 Years of Modi Government
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 14, 2025
June 14, 2025

Building a Stronger India: PM Modi’s Reforms Power Infrastructure, Jobs, and Rural Prosperity