ନମସ୍କାର!

କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଶ୍ରୀମାନ ହରଦୀପ ସିଂହ ପୁରୀ ଜୀ, ତ୍ରିପୁରାର ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ ଜୀ, ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାଇ ହେମନ୍ତ ସୋରେନ ଜୀ, ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ, ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀମାନ୍‍ ଶିବରାଜ ସିଂହ ଚୌହାନ ଜୀ, ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀମାନ୍‍ ବିଜୟ ରୁପାନୀ ଜୀ, ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ଥିରୁ ଇ କେ ପଲାନୀସ୍ୱୀମୀ ଜୀ, ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ୱାଇ ଏସ ଜଗନମୋହନ ରେଡ୍ଡୀ ଜୀ, କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଆଦରଣୀୟ ଗଭର୍ଣ୍ଣର ମହୋଦୟ, ଉପସ୍ଥିତ ଅନ୍ୟ ମହାନୁଭବଗଣ, ଭାଇ ଓ ଭଉଣୀମାନେ, ଆପଣମାନଙ୍କୁ, ସମସ୍ତଙ୍କୁ ୨୦୨୧ର ବହୁତ ବହୁତ ଶୁଭକାମନା । ଅନେକ ଅନେକ ମଙ୍ଗଳକାମନା । ଆଜି ନୂତନ ଆଲୋକର ସହିତ ନୂତନ ସଂପଳ୍ପର ସହିତ ଏବଂ ନୂତନ ସଂକଳ୍ପକୁ ସିଦ୍ଧ କରିବା ନିମନ୍ତେ କ୍ଷିପ୍ର ଗତିରେ ଆଗକୁ ବଢ଼ିବା ନିମନ୍ତେ ଏକ କାର୍ଯ୍ୟକ୍ରମର ଶୁଭାରମ୍ଭ ହେଉଛି । ଆଜି ଗରିବମାନଙ୍କ ସକାଶେ, ମଧ୍ୟମ ବର୍ଗର ଲୋକମାନଙ୍କ ନିମନ୍ତେ, ବାସଗୃହ ନିର୍ମାଣ ସକାଶେ ଏକ ନୂତନ ପ୍ରଯୁକ୍ତି ଦେଶକୁ ପ୍ରାପ୍ତ ହେବାକୁ ଯାଉଛି । ପ୍ରଯୁକ୍ତିର ଭାଷାରେ ଆପଣମାନେ ଏହାକୁ ଲାଇଟ୍‍ ହାଉସ୍‍ ପ୍ରୋଜେକ୍ଟ ବୋଲି କହିଥାନ୍ତି । ମୁଁ ସ୍ୱୀକାର କରୁଛି ଯେ ଏହି ୬ ଗୋଟି ପ୍ରକଳ୍ପ ବାସ୍ତବିକ, ଲାଇଟ ହାଉସ୍‍ ଭଳି ପ୍ରକାଶ ସ୍ତମ୍ଭ ସଦୃଶ । ଏହି ଛଅଟିଯାକ ଲାଇଟ୍‍ ହାଉସ୍‍ ପ୍ରକଳ୍ପ ଦେଶରେ ବାସଗୃହ ନିର୍ମାଣକୁ ନୂତନ ଦିଗ ଦର୍ଶନ କରିବ । ଦେଶର ପୂର୍ବ- ପଶ୍ଚିମ, ଉତ୍ତର - ଦକ୍ଷିଣ ପ୍ରତ୍ୟେକ କ୍ଷେତ୍ରର ରାଜ୍ୟମାନଙ୍କରେ ଏହି ଅଭିଯାନ ସହିତ ଯୋଡ଼ିହେବା, ସହଭାଗୀ ସଂଘୀୟ ବ୍ୟବସ୍ଥାର ଆମର ଯେଉଁ ଭାବନା ରହିଛି ତାହା ଅଧିକ ମଜଭୁତ ହୋଇପାରିବ ।

ସାଥୀଗଣ,

ଏହି ଲାଇଟ ହାଉସ୍‍ ପ୍ରକଳ୍ପ, ଏବେ ଦେଶରେ କାମ କରୁଥିବା ସକଳ ପ୍ରକାର ବ୍ୟବସ୍ଥା ଓ ତରିକାକୁ ମଧ୍ୟ ଏକ ଉତ୍ତମ ଉଦାହରଣ ପ୍ରଦାନ କରିବ । ଆମକୁ ଏହା ପଛରେ ଥିବା ଏକ ବଡ଼ ଭିଜନକୁ ମଧ୍ୟ ବୁଝିବାକୁ ପଡ଼ିବ । ଏପରି ଏକ ସମୟ ଥିଲା ଯେତେବେଳେ ଆବାସ ଯୋଜନାମାନ କେନ୍ଦ୍ର ସରକାରଙ୍କ ଦ୍ୱାର ଅଗ୍ର ପ୍ରାଧାନ୍ୟ ଦିଆଯାଉନଥିଲା ଯାହା ଦେବାର ଉଚିତ ଥିଲା । ସରକାର ଗୃହ ନିର୍ମାଣର ଢ଼ାଞ୍ଚା ଓ ଗୁଣାତ୍ମକ ମାନ ଉପରେ କୌଣସି ବିଶେଷ ଧ୍ୟାନ ଦେଉନଥିଲେ । କିନ୍ତୁ ଆମକୁ ମାଲୁମ ଅଛି, କାର୍ଯ୍ୟର ବିସ୍ତାରରେ ଆମେ ଏହି ଯେଉଁ ପରିବର୍ତ୍ତନ ଘଟାଇଛୁ ଯଦି ଏଭଳି ପରିବର୍ତ୍ତନ ଘଟାଯାଇନଥାନ୍ତା, ତେବେ ତାହା କେତେ କଠିନ ହୋଇଥାନ୍ତା । ଆଜି ଦେଶ ଏକ ନୂତନ କର୍ମଧାରାକୁ ଚୟନ କରିଛି, ଏକ ନୂତନ ମାର୍ଗକୁ ଆପଣାଇଛି ।

ସାଥୀଗଣ,

ଆମର ଏଠାରେ ଏପରି ଅନେକ କଥା ଅଛି ଯେଉଁ ପ୍ରକ୍ରିୟାର ପରିବର୍ତ୍ତନ କରାଯିବା ବିନା ତାହାକୁ ସେମିତି ଭାବେ ନିରନ୍ତର ଜାରି ରଖାଯାଇଥିଲା । ବାସଗୃହ ନିର୍ମାଣ ସହିତ ସଂଶ୍ଳିଷ୍ଟ ପ୍ରସଙ୍ଗ ମଧ୍ୟ ବିଲକୁଲ ଏହି ଭଳି ଏକ କ୍ଷେତ୍ର । ଆମେ ସେଥିରେ ପରିବର୍ତ୍ତନ ଆଣିବା ସକାଶେ ସ୍ଥିର କଲୁ । ଆମ ଦେଶକୁ କାହିଁକି ଉତ୍ତମ ପ୍ରଯୁକ୍ତି ନ ମିଳିବ? ଆମର ଗରିବ ଲୋକମାନଙ୍କୁ କାହିଁକି ଦୀର୍ଘ ସମୟ ପର୍ଯ୍ୟନ୍ତ ଅତୁଟ ରହିବା ଭଳି ବାସଗୃହ ମିଳି ନପାରିବ? ସେମାନେ କ’ଣ ଏହା ପାଇବାର ହକଦାର ନୁହନ୍ତି? ଆମେ ଏହି ନୂତନ ପ୍ରଯୁକ୍ତି ଦ୍ୱାରା ଯେଉଁ ବାସଗୃହ ନିର୍ମାଣ କରିବାକୁ ଯାଉଛୁ, ତାହା କାହିଁକି ଶୀଘ୍ର ସମ୍ପୂର୍ଣ୍ଣ ହୋଇ ନପାରିବ? ସରକାରଙ୍କ ମନ୍ତ୍ରଣାଳୟମାନଙ୍କ ନିମନ୍ତେ ଏହା ଚିନ୍ତା କରିବା ଜରୁରି ଯେ ଏହା ଏକ ବିରାଟ ଏବଂ ମଜଭୁତ ସେକ୍ଟର ଭଳି ହୋଇନପାରେ, କିନ୍ତୁ ଷ୍ଟାର୍ଟ ଅପସ୍‍ ଭଳି ଉତ୍ତମ ହେବା ଆବଶ୍ୟକ ଏବଂ ସୁବିନ୍ୟସ୍ତ ହେବା ମଧ୍ୟ ଜରୁରି । ସେଥିପାଇଁ ଆମେ ଗ୍ଲୋବାଲ ହାଉସିଂ ଟେକ୍ନୋଲୋଜି ଚାଲେଞ୍ଜ୍‍ ଆୟୋଜନ କଲୁ ଏବଂ ବିଶ୍ୱବ୍ୟାପୀ ଅଗ୍ରଣୀ କମ୍ପାନୀମାନଙ୍କୁ ଭାରତକୁ ଆସିବାକୁ ଆମନ୍ତ୍ରଣ ଜଣାଇଲୁ । ମୁଁ ଖୁସି ଯେ ବିଶ୍ୱବ୍ୟାପୀ ୫୦ରୁ ଅଧିକ ଅଭିନବ ବାସଗୃହ ନିର୍ମାଣ ପ୍ରଯୁକ୍ତି କମ୍ପାନୀ ଏହି ସମାରୋହରେ ସାମିଲ ହୋଇଛନ୍ତି, ସେମାନଙ୍କର ସ୍ପର୍ଦ୍ଧା ପ୍ରକଟ କରି ଅଂଶ ଗ୍ରହଣ କରିଛନ୍ତି । ଏହି ବୈଶ୍ୱିକ ଚାଲେଞ୍ଜରୁ ଆମେ ନୂତନ ପ୍ରଯୁକ୍ତିକୁ ନେଇ ଅଭିନବ ଏବଂ ଇନକୁବେଟ୍‍ କରିବାର ଅବସର ଆମକୁ ପ୍ରାପ୍ତ ହୋଇଛି । ଏହି ପ୍ରକ୍ରିୟାର ଆଗାମୀ ଚରଣରେ ଆଜିଠାରୁ ଭିନ୍ନ ଭିନ୍ନ ସ୍ଥାନରେ ଛଅଗୋଟି ଲାଇଟ୍‍ ହାଉସ୍‍ ପ୍ରକଳ୍ପର କାମ ଆରମ୍ଭ ହେବ । ଏହି ଲାଇଟ ହାଉସ୍‍ ପ୍ରୋଜେକ୍ସମାନ ଆଧୁନିକ ପ୍ରଯୁକ୍ତି ଏବଂ ଅଭିନବ ପ୍ରକ୍ରିୟାରେ ନିର୍ମିତ ହେବ । ଏହା ଦ୍ୱାରା ନିର୍ମାଣର ଅବଧି କମିବ ଏବଂ ଗରିବ ଲୋକମାନଙ୍କୁ ଅଧିକ ସହନଶୀଳ, ସୁଲଭ ତଥା ସୁନ୍ଦର ବାସଗୃହ ଉପଲବ୍ଧ ହୋଇପାରିବ । ଏହି ପଦ୍ଧତି ସହ ଯେଉଁ ବିଶେଷଜ୍ଞମାନେ ଜଡ଼ିତ ରହିଛନ୍ତି ସେମାନଙ୍କୁ ତ ଏହା ବିଷୟରେ ଜଣାଅଛି । କିନ୍ତୁ ଦେଶବାସୀଙ୍କୁ ମଧ୍ୟ ଏ ସଂପର୍କରେ ଜଣାଇବା ଜରୁରି । କାରଣ ଆଜି ଏହି ପ୍ରଯୁକ୍ତି ଗୋଟିଏ ସହରରେ ପ୍ରୟୋଗ ହେଉଛି, କାଲ ଏହାର ବିସ୍ତାର ଘଟାଯାଇ ସମଗ୍ର ଦେଶରେ ଏହାର ପ୍ରୟୋଗ କରାଯିବ ।

ସାଥୀଗଣ,

ଇନ୍ଦୋରରେ ଯେଉଁ ଘର ନିର୍ମିତ ହେଉଛି ସେଥିରେ ଇଟା ଏବଂ ସିମେଣ୍ଟରେ କାନ୍ଥ ପ୍ରସ୍ତୁତ କରାଯାଉନାହିଁ । ବରଂ ପୂର୍ବରୁ ନିର୍ମିତ ସାଣ୍ଡୱିଚ୍‍ ପାନେଲ ବ୍ୟବସ୍ଥାକୁ ଏଥିରେ ଖଞ୍ଜାଯିବ । ରାଜକୋଟରୁ ଟନେଲ ମାଧ୍ୟମରେ ମୋନୋଲିଥିକ୍‍ କଂକ୍ରିଟ ନିର୍ମାଣ ଏହି ପ୍ରଯୁକ୍ତିର ଉପଯୋଗ କରିବ । ଫାନ୍ସର ଏହି ପ୍ରଯୁକ୍ତି ଦ୍ୱାରା ଆମକୁ ଗତି ମିଳିବ ଏବଂ ବାସଗୃହ ଯେକୌଣସି ପ୍ରକାର ପ୍ରାକୃତିକ ଆପଦ ବିପଦରୁ ରକ୍ଷା ପାଇବା ନିମନ୍ତେ ଏହା ଅଧିକ ମାତ୍ରାରେ ସକ୍ଷମ ହୋଇପାରିବ । ଚେନ୍ନାଇରେ ନିର୍ମିତ ହେବାକୁ ଥିବା ବାସଗୃହ ନିର୍ମାଣରେ ଆମେରିକା ଓ ଫିନଲାଣ୍ଡର ପ୍ରିକାଷ୍ଟ କଂକ୍ରିଟ୍‍ ବ୍ୟବସ୍ଥାର ଉପଯୋଗ କରାଯିବ ଯେଉଁଥିରେ ଘର ଖୁବ୍‍ ଶୀଘ୍ର ନିର୍ମିତ ତ ହୋଇପାରିବ ଏବଂ ଏଥିସହ ତାହା ଶସ୍ତା ମଧ୍ୟ ହେବ । ରାଂଚିରେ ନିର୍ମିତ ବାସଗୃହ ଜର୍ମାନୀର ୩ଡ଼ି ନିର୍ମାଣ ବ୍ୟବସ୍ଥା ମାଧ୍ୟମରେ ପ୍ରସ୍ତୁତ କରାଯିବ । ସେଥିରେ ପ୍ରତ୍ୟେକ କୋଠରୀ ଭିନ୍ନ ଭିନ୍ନ ଭାବେ ନିର୍ମିତ ହେବ ଏବଂ ପୁଣି ସଂପୂର୍ଣ୍ଣ ଘରକୁ ମୂଳଦୁଆ ସହିତ ହିଁ ଯୋଡ଼ାଯିବ । ଯାହାକି ଏକ ଲେଗୋ ବ୍ଲକ୍‍ର ଖିଲାଣକୁ ଯୋଡ଼ିବା ପରି ମନେହେବ । ସେହିଭଳି ଅଗରତାଲାରେ ବ୍ୟବହୃତ ହେବ ନ୍ୟୁଜିଲାଣ୍ଡର ପ୍ରଯୁକ୍ତି ଯାହା ଷ୍ଟୀଲ ଫ୍ରେମ ସହିତ ସଂଶ୍ଳିଷ୍ଟ ପ୍ରଯୁକ୍ତି । ସେଭଳି ଘର ଭୂକମ୍ପର ସମସ୍ତ ଆଶଙ୍କାକୁ ପ୍ରତିହତ କରିବ । ଯେଉଁଠାରେ ଏଭଳି ପ୍ରାକୃତିକ ଆପଦାର ଆଶଙ୍କା ଅଧିକତର ଭାବେ ରହିଛି, ସେଠାରେ ଏଭଳି ପ୍ରଯୁକ୍ତିର ପ୍ରୟୋଗ ଦ୍ୱାରା ଉତ୍ତମ ଓ ସୁଦୃଢ଼ ବାସଗୃହ ନିର୍ମାଣ କରାଯାଉଛି । ଲକ୍ଷ୍ନୌରେ ବ୍ୟବହୃତ ହେବ କାନାଡ଼ାର ଗୃହନିର୍ମାଣ ପ୍ରଯୁକ୍ତି । ଏଥିରେ ପ୍ଲାଷ୍ଟର ଏବଂ ପେଣ୍ଟର କୌଣସି ଆବଶ୍ୟକତା ପଡ଼ିବନାହିଁ ଏବଂ ଏଥିରେ ପୂର୍ବରୁ ପ୍ରସ୍ତୁତ କରାଯାଇଥିବା କାନ୍ଥର ଉପଯୋଗ କରାଯିବ । ଏଥିରେ ବାସଗୃହମାନ ଖୁବ୍‍ ଶୀଘ୍ର ନିର୍ମିତ ହୋଇପାରିବ । ପ୍ରତ୍ୟେକ ସ୍ଥାନରେ ୧୨ ମାସ ଭିତରେ ଏକ ହଜାର ବାସଗୃହ ନିର୍ମିତ ହେବ । ଗୋଟିଏ ବର୍ଷ ଭିତରେ ଏକ ହଜାର ଘର! ଏହା ଅର୍ଥ ହେଲାଯେ ପ୍ରତି ଦିନ ଅଢ଼େଇରୁ ତିନୋଟି ଲେଖାଏଁ ବାସଗୃହ ବୋଲି ହାରାହାରି ଭାବେ ଧରାଯାଇପାରେ । ଏକ ମାସରେ ପାଖାପାଖି ନବେରୁ ଶହେ ପର୍ଯ୍ୟନ୍ତ ଘର ସଂପୂର୍ଣ୍ଣ ହେବ ଏବଂ ଏମିତି ଭାବେ ଏକ ହଜାର ବାସଗୃହ ନିର୍ମାଣର ଲକ୍ଷ୍ୟ ରଖାଯାଇଛି । ଆସନ୍ତା ଜାନୁଆରୀ ୨୬ ତାରିଖ ପୂର୍ବରୁ ଏହି କାମ ସଫଳତାର ସହିତ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି ।

|

ସାଥୀଗଣ,

ଏହି ପ୍ରକଳ୍ପ ଏକ ପ୍ରକାର ଇନକୁବେସନ କେନ୍ଦ୍ର ଭାବେ କାର୍ଯ୍ୟ କରିବ ଯେଉଁଥିରୁ ଆମର ଯୋଜନାକାର, ସ୍ଥପତି, ଇଂଜିନିଅର ଏବଂ ଛାତ୍ରଛାତ୍ରୀମାନେ ଅନେକ କିଛି ଶିକ୍ଷା ଲାଭ କରିପାରିବେ ଏବଂ ନୂତନ ପ୍ରଯୁକ୍ତି ଉପରେ ସେମାନେ ପରୀକ୍ଷାନିରୀକ୍ଷା କରିପାରିବେ । ମୁଁ ଦେଶବ୍ୟାପୀ ଏଥିପାଇଁ ସମସ୍ତ ବିଶ୍ୱବିଦ୍ୟାଳୟମାନଙ୍କୁ ଆହ୍ୱାନ ଜଣାଉଛି । ସମସ୍ତ ଇଂଜିନିଅରିଂ କଲେଜକୁ ମଧ୍ୟ ଆହ୍ୱାନ କରୁଛି ଯେ ଏହି କ୍ଷେତ୍ର ସହିତ ଯୋଡ଼ି ହୋଇଥିବା ଆପଣମାନଙ୍କ ପ୍ରଫେସର, ଆପଣମାନଙ୍କ ଫାକଲ୍ଟି, ଆପଣମାନଙ୍କ ଛାତ୍ରଛାତ୍ରୀଙ୍କୁ ଦଶ ଦଶ ଜଣ, ପନ୍ଦର ପନ୍ଦର ଜଣ ଲେଖାଏଁ ଗୋଟିଏ ଗୋଟିଏ ଦଳ ଗଠନ କରନ୍ତୁ । ଗୋଟିଏ ଗୋଟିଏ ସପ୍ତାହ ପାଇଁ ଏହି ଛଅଟିଯାକ ସାଇଟରେ ଯାଇ ରହନ୍ତୁ । ଏଭଳି ପ୍ରଯୁକ୍ତିକୁ ସେମାନେ ସଂପୂ୍‍ର୍ଣ୍ଣ ରୂପେ ଅଧ୍ୟୟନ କରନ୍ତୁ, ସେଠାକାର ସରକାର ମଧ୍ୟ ସେମାନଙ୍କୁ ଏ ଦିଗରେ ସାହାଯ୍ୟ କରିବ ଏବଂ ଏକ ପ୍ରକାର ଦେଶବ୍ୟାପୀ ଆମର ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଓ ଛାତ୍ରଛାତ୍ରୀ ଏହି ପାଇଲଟ ପ୍ରକଳ୍ପକୁ ଜାଣି ପାରିବେ ଓ ଏହି ବିଷୟରେ ସେମାନେ ଜ୍ଞାନ ଆହରଣ କରିପାରିବେ । ସେଠାକୁ ଯାଇ ସେମାନେ ଏହି ପ୍ରଯୁକ୍ତି ବିଷୟରେ ସଂପୂର୍ଣ୍ଣ ଜ୍ଞାନ ଆହରଣ କରନ୍ତୁ । ମୁଁ ଚାହିଁବି ଯେ ଆମେ ଆଖି ବୁଜି କୌଣସି ପ୍ରଯୁକ୍ତିକୁ ଗ୍ରହଣ କରିନେବା ଉଚିତ ହେବନାହିଁ । ଆମକୁ ଦେଖିବାକୁ, ପରଖିବାକୁ ପଡ଼ିବ ଏବଂ ସର୍ବୋପରି ଆମ ଦେଶର ଆବଶ୍ୟକତା କ’ଣ ତାହାକୁ ମଧ୍ୟ ଜାଣିବାକୁ ହେବ । ସେହି ହିସାବରେ ଆମକୁ ଉପଯୁକ୍ତି ପ୍ରଯୁକ୍ତିକୁ ଆପଣାଇବାକୁ ପଡ଼ିବ । ଆମ ନିକଟରେ କି ପ୍ରକାର ସଂସାଧନ ମହଜୁଦ ରହିଛି ସେହି ଅନୁସାରେ ଆମକୁ ପ୍ରକଳ୍ପ ପ୍ରସ୍ତୁତ କରିବାକୁ ପଡ଼ିବ । ସେହି ଅନୁସାରେ ଆମର ପ୍ରଯୁକ୍ତିକୁ ବଦଳାଇବାକୁ ହେବ । ଏହା ଦ୍ୱାରା ପ୍ରଯୁକ୍ତିର କାର୍ଯ୍ୟରେ ପରିବର୍ତ୍ତନ ଘଟିବା ସମ୍ଭବପର କି? ଆମର କାର୍ଯ୍ୟଶୈଳୀ ଓ ଦକ୍ଷତାରେ ପରିବର୍ତ୍ତନ ଘଟି ପାରିବ କି? ମୋର ପୂର୍ଣ୍ଣ ବିଶ୍ୱାସ ଯେ ଆମ ଦେଶର ଯୁବପିଢ଼ି ଯେତେବେଳେ ଏହି ନୂତନ ପ୍ରଯୁକ୍ତିକୁ ଦେଖିବେ ସେମାନେ ଅବଶ୍ୟ ଏଥିରେ କିଛି ମୂଲ୍ୟ ସଂଯୋଗ କରିବେ, ଏଥିରେ କିଛି ନୂତନତା ଯୋଡ଼ିବେ ଏବଂ ସତକୁ ସତ ଦେଶକୁ ଏକ ନୂତନ ମାର୍ଗରେ କ୍ଷିପ୍ର ଗତିରେ ଆମକୁ ଆଗେଇ ନେବେ । ଏଥି ସହିତ ଗୃହ ନିର୍ମାଣ ସହିତ ଜଡ଼ିତ ଥିବା ଲୋକମାନଙ୍କୁ ମଧ୍ୟ ଏକ ନୂତନ ପ୍ରଯୁକ୍ତି ସହିତ ଯୋଡ଼ିବାର କୌଶଳ ଅପ୍‍ଗ୍ରେଡ଼ ଅର୍ଥାତ୍‍ ଉନ୍ନୀତ ହୋଇପାରିବ । ଏଥିପାଇଁ ଏକ ସାର୍ଟିଫିକେଟ୍‍ କୋର୍ସ ଆରମ୍ଭ କରାଯାଉଛି । ଏହା ବହୁତ ବଡ଼ କାମ । ଆମେ ଏଥି ସହ ମାନବ ସମ୍ବଳ ବିକାଶ, କୌଶଳ ବିକାଶ, ଏହାକୁ ମଧ୍ୟ ଏକାସଙ୍ଗେ ଆରମ୍ଭ କରିଛୁ । ଏହି ପାଠ୍ୟକ୍ରମକୁ ଆପଣମାନେ ପଢ଼ିପାରିବେ । ଏହି ନୂତନ ପ୍ରଯୁକ୍ତିକୁ ଆପଣ ଉତ୍ତମ ରୂପେ ଲୋକମାନଙ୍କୁ ବୁଝାଇ ପାରିବେ । ଏବେ ପରୀକ୍ଷା ଦେଇ ସାର୍ଟିଫିକେଟ ମଧ୍ୟ ପାଇପାରିବେ । ଏହା ଏଥିପାଇଁ କରାଯାଉଛି ଯେ ଦେଶବାସୀଙ୍କୁ ବାସଗୃହ ନିର୍ମାଣ ନିମନ୍ତେ ସାରା ବିଶ୍ୱର ଶ୍ରେଷ୍ଠ ପ୍ରଯୁକ୍ତି ଏବଂ ଉପକରଣ କିଭଳି ଭାବେ ପ୍ରାପ୍ତ ହୋଇପାରିବ ।

ସାଥୀଗଣ,

ଦେଶରେ ଆଧୁନିକ ଗୃହନିର୍ମାଣ ପ୍ରଯୁକ୍ତି ସହିତ ସଂଶ୍ଳିଷ୍ଟ ଗବେଷଣା ଏବଂ ଷ୍ଟାର୍ଟ ଅପ୍‍କୁ ପ୍ରମୋଟ କରିବା ନିମନ୍ତେ ଆଶା- ଇଣ୍ଡିଆ କାର୍ଯ୍ୟକ୍ରମ ଚଳାଯାଉଛି । ଏହାରି ମାଧ୍ୟମରେ ଭାରତରେ ହିଁ ଏକବିଂଶ ଶତାବ୍ଦୀର ବାସଗୃହର ନିର୍ମାଣର ନୂତନ ଏବଂ ଶସ୍ତା ପ୍ରଯୁକ୍ତିର ବିକାଶ ଘଟାଯିବ । ଏହି ଅଭିଯାନ ଅଧୀନରେ ୫ଟି ସର୍ବଶ୍ରେଷ୍ଠ ପ୍ରଯୁକ୍ତିର ଚୟନ ମଧ୍ୟ କରାଯାଇଛି । ଏବେ ଏବେ ମୋତେ ଉତ୍ତମ ନିର୍ମାଣ ପ୍ରଯୁକ୍ତି ଉପରେ ଆଧାରିତ ଏକ ପୁସ୍ତକ ଏବଂ ଅନଲାଇନ ସାର୍ଟିଫିକେଟ୍‍ କୋର୍ସ- ନୂତନ ଉପାୟ ସହିତ ସଂଶ୍ଳିଷ୍ଟ ଏକ ପୁସ୍ତକ ଉନ୍ମୋଚନ କରିବାର ଅବସର ମିଳିଥିଲା । ଏଥି ସହିତ ସଂଶ୍ଳିଷ୍ଟ ସମସ୍ତ ସାଥୀମାନଙ୍କୁ ମଧ୍ୟ ଏକ ପ୍ରକାର ସାମଗ୍ରିକ ଆପ୍ରୋଚ୍‍ ନିମନ୍ତେ ମୁଁ ସମସ୍ତଙ୍କୁ ଅନେକ ଅନେକ ବଧେଇ ଜଣାଉଛି ।

ସାଥୀଗଣ,

ସହରରେ ବସବାସ କରୁଥିବା ଗରିବ ଲୋକ ହୋଇଥାନ୍ତୁ ଅବା ମଧ୍ୟମ ବର୍ଗର ଲୋକ, ସେମାନଙ୍କର ସବୁଠାରୁ ବଡ଼ ସ୍ୱପ୍ନ କ’ଣ? ସେମାନଙ୍କର ପ୍ରତ୍ୟେକଙ୍କର ସ୍ୱପ୍ନଟି ହେଲା- ନିଜର ଘର । ଯେକୌଣସି ବ୍ୟକ୍ତିଙ୍କୁ ଆପଣ ପଚାରନ୍ତୁ, ତାଙ୍କ ମନରେ ନିଜ ପାଇଁ ଖଣ୍ଡିଏ ଘର ତିଆରି କରିବାର ସ୍ୱପ୍ନ ରହିଛି କି ନାହିଁ । ନିଜର ଖଣ୍ଡିଏ ଘର ଥିଲେ ପିଲାମାନଙ୍କ ପାଇଁ ଜୀବନ ବଂଚିବା ସ୍ୱାଭାବିକ ଓ ସରଳ ହୋଇପାରିବ । ଏହି ଘର ସହିତ ସେମାନଙ୍କର ଖୁସି, ସୁଖ- ଦୁଃଖ ଜଡ଼ିତ ରହିଥାଏ । ପିଲାମାନଙ୍କ ଲାଳନପାଳନ ସଂଶ୍ଳିଷ୍ଟ ଥାଏ । ଆପଦ ବିପଦ ସମୟର ଗ୍ୟରେଣ୍ଟି ମଧ୍ୟ ଜଡ଼ିତ ହୋଇ ରହିଥାଏ । ମଣିଷ ଭାବେ, ଚାଲ, କିଛି ନହେଲେ ତ ମୁଣ୍ଡ ଗୁଞ୍ଜିବା ଲାଗି ଖଣ୍ଡେ ଛୋଟ ଘର ତ ଅଛି । କିନ୍ତୁ ବିଗତ ବର୍ଷମାନଙ୍କରେ ବାସଗୃହକୁ ନେଇ ଲୋକମାନଙ୍କ ମନରେ ଥିବା ଭରସା ତୁଟିବାରେ ଲାଗିଥିଲା । ଜୀବନବ୍ୟାପୀ ସଂଚିତ ପୁଂଜି ଲଗାଇ ଘର ଖଣ୍ଡେ କିଣି ତ ନେଲେ, ପଇସା ତ ଜମା କରିଦେଲେ, କିନ୍ତୁ ଘରକିଣା କେବଳ କାଗଜପତ୍ର ଭିତରେ ହିଁ ସୀମୀତ ରହିଥିଲା । ଘର ମିଳିଯିବ, ଏହାର ଭରସା ମନରେ ରହୁନଥିଲା । ନିଜର ଉପାର୍ଜନ ସତ୍ତ୍ୱେ ନିଜର ଆବଶ୍ୟକତା ଅନୁସାରେ ଖଣ୍ଡିଏ ଘର କିଣିପାରିବେ, ଏହି ବିଶ୍ୱାସ ବି ବିଗିଡ଼ି ଯାଇଥିଲା, ଗୋଳମାଳ ହୋଇ ଯାଇଥିଲା । କାରଣ- ଏହାର ମୂଲ୍ୟ ଏତେ ବଢ଼ି ଯାଇଥିଲା! ଆଉ ଗୋଟିଏ ଭରସା ଯାହା ତୁଟି ଯାଇଥିଲା, ତାହା ହେଲା ଏଇଆ ଯେ ଆଇ ଆମକୁ ସହାୟତା କରିବ କି ନାହିଁ? ଯଦି ବିଲ୍ଡର ସହିତ କୌଣସି ପ୍ରକାର ଝଗଡ଼ା ହୋଇଯିବ, ତା’ହେଲେ ତ ସମସ୍ୟା ଆସିଯିବ, ଏକଥା ବି ଚିନ୍ତାର ବିଷୟ ଥିଲା । ଗୃହନିର୍ମାଣ ସେକ୍ଟରର ଏଭଳି ସ୍ଥିତି ହୋଇଯାଇଥିଲା ଯେ କୌଣସି ଗଡ଼ବଡ଼ ସ୍ଥିତିରେ ଜଣେ ସାଧାରଣ ବ୍ୟକ୍ତିଙ୍କର ଭରସା ପାଉନଥିଲା ଯେ ଆଇନ ତା’ ସହିତ ଠିଆ ହେବ କି ନାହିଁ ।

ସାଥୀଗଣ,

ଏହିସବୁ ସମସ୍ୟାରୁ କୌଣସି ପ୍ରକାର ଛୁଟି ପାଇ ଆଗକୁ ବଢ଼ିବାକୁ ସେମାନେ ଚାହୁଁଥିଲେ । କିନ୍ତୁ ସେତେବେଳେ ବ୍ୟାଙ୍କର ସୁଧ ହାର ଏତେ ବେଶୀ, କରଜ ମିଳିବା ଏତେ ମୁସ୍କିଲ ଯେ ସାଧାରଣ ଲୋକଟିର ସ୍ୱପ୍ନକୁ ତାହା ପୁଣି କମାଇ ଦେଉଥିଲା । ଆଜି ମୋତେ ଏକଥା କହିବାରେ ସନ୍ତୋଷ ମିଳୁଛି ଯେ ଗତ ୬ ବର୍ଷ ଭିତରେ ଦେଶରେ ଯେଉଁସବୁ ପଦକ୍ଷେପ ଗ୍ରହଣ କରାଯାଇଛି, ସେଥିରେ ଜଣେ ସାଧାରଣ ନାଗରିକର, ବିଶେଷ କରି ମଧ୍ୟବିତ୍ତ ବର୍ଗ ପରିବାର ମନରେ ଏହି ଭରସା ପୁଣି ଥରେ ଲେଉଟି ଆସିଛି ଯେ ତା’ର ମଧ୍ୟ ସ୍ୱପ୍ନର ଘର ହୋଇପାରିବ । ସେ ମଧ୍ୟ ନିଜର ସ୍ୱପ୍ନର ଘର ହାସଲ କରିପାରିବ ଯାହା ନିଜ ମାଲିକାନାର ହୋଇଥିବ । ଏବେ ଧ୍ୟାନ କେନ୍ଦ୍ରୀତ ହୋଇଛି ଗରିବ ଏବଂ ମଧ୍ୟମ ବର୍ଗଙ୍କ ଆବଶ୍ୟକତା ଉପରେ । ଏବେ ଦେଶ ସହରରେ ବସବାସ କରୁଥିବା ଲୋକମାନଙ୍କ ସମ୍ବେଦନା ଉପରେ ପ୍ରାଥମିକତା ପ୍ରଦାନ କରୁଛି । ସହରାଞ୍ଚଳବାସୀଙ୍କ ଭାବନା ଉପରେ ଗୁରୁତ୍ୱ ଆରୋପ କରାଯାଉଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ସହରାଞ୍ଚଳରେ ଖୁବ୍‍ କମ୍‍ ସମୟ ଭିତରେ ଲକ୍ଷ ଲକ୍ଷ ବାସଗୃହ ନିର୍ମାଣ କରାଯାଇ ପ୍ରଦାନ କରାଯାଇ ସାରିଛି । ଲକ୍ଷ ଲକ୍ଷ ଘରର ନିର୍ମାଣ କାର୍ଯ୍ୟ ଜାରି ରହିଛି ।

|

ସାଥୀଗଣ,

ଯଦି ଆମେ ପିଏମ ଆବାସ ଯୋଜନା ଅଧୀନରେ ନିର୍ମାଣ କରାଯାଉଥିବା ଲକ୍ଷ ଲକ୍ଷ ଘରର ନିର୍ମାଣ କାର୍ଯ୍ୟ ଉପରେ ନଜର ପକାଇବା, ତେବେ ସେଥିରେ ଉପଯୋଗ କରାଯାଉଥିବା ଅଭିନବତ୍ୱ ଏବଂ ପ୍ରୟୋଗସିଦ୍ଧତା, ଉପରେ ଯେଉଁ ଗୁରୁତ୍ୱ ଆରୋପ କରାଯାଉଛି ତାହା ସମସ୍ତଙ୍କୁ ଦୃଶ୍ୟ ହେବ । ନିର୍ମାଣ ସାମଗ୍ରୀରେ ସ୍ଥାନୀୟ ଆବଶ୍ୟକତା ଏବଂ ଘରର ମାଲିକର ଆଶା ଆକାଂକ୍ଷା ତଥା ପସନ୍ଦ ଅନୁସାରେ ଆପଣମାନଙ୍କୁ ଅଭିନବତ୍ୱର ନଜର ଆସିବ । ଘର ସହିତ ଅନ୍ୟାନ୍ୟ ଯୋଜନାକୁ ମଧ୍ୟ ଗୋଟିଏ ପ୍ୟାକେଜ୍‍ ଭାବେ ଏହାଦ୍ବାରା ଯୋଡ଼ାଯାଇଛି । ଏହା ଦ୍ୱାର ଯେଉଁ ଗରିବ ଲୋକମାନଙ୍କୁ ଘର ମିଳୁଛି ସେଥିରେ ପାଣି, ବିଜୁଳି, ଗ୍ୟାସ ଏହିଭଳି ସେମାନଙ୍କର ଯେଉଁ ଆବଶ୍ୟକ ସୁବିଧା ରହିଛି ସେହିଭଳି ଅନେକ ସୁବିଧାକୁ ସୁନିଶ୍ଚିତ କରାଯାଉଛି । କେବଳ ଏତିକି ନୁହେଁ, ପାରଦର୍ଶିତା ସୁନିଶ୍ଚିତ କରିବା ନିମନ୍ତେ ପ୍ରତ୍ୟେକ ଘରକୁ ଜିଓ- ଟ୍ୟାଗିଂ ମଧ୍ୟ କରାଯାଉଛି । ଜିଓ- ଟ୍ୟାଗିଂ କାରଣରୁ ପ୍ରତ୍ୟେକ କଥା ଜଣାପଡ଼ୁଛି । ସେଥିରେ ମଧ୍ୟ ପ୍ରଯୁକ୍ତିର ସଂପୂର୍ଣ୍ଣ ଉପଯୋଗ କରାଯାଉଛି । ଘର ନିର୍ମାଣର ପ୍ରତ୍ୟେକ ପର୍ଯ୍ୟାୟର ଫଟୋ ୱେବସାଇଟରେ ଅପଲୋଡ଼ କରିବାକୁ ପଡ଼ୁଛି । ବାସଗୃହ ନିର୍ମାଣ ନିମନ୍ତେ ଯେଉଁ ସରକାରୀ ସହାୟତା ରହିଛି, ସାହା ସିଧାସଳଖ ଲାଭାର୍ଥୀଙ୍କ ବ୍ୟାଙ୍କ ଜମାଖାତାକୁ ପଠାଇ ଦିଆଯାଉଛି । ଏବଂ ମୁଁ ମଧ୍ୟ ଏହି ପରିପ୍ରେକ୍ଷୀରେ ରାଜ୍ୟମାନଙ୍କ ନିକଟରେ ଆଭାର ବ୍ୟକ୍ତ କରିବାକୁ ଚାହିଁବି କାରଣ ସେଥିରେ ସେମାନେ ମଧ୍ୟ ବହୁତ ସକ୍ରିୟତାର ସହିତ କାର୍ଯ୍ୟ କରୁଛନ୍ତି । ଆଜି କେତେକ ରାଜ୍ୟଙ୍କୁ ଏଥିପାଇଁ ସମ୍ମାନିତ କରିବାର ସୌଭାଗ୍ୟ ମଧ୍ୟ ମୋତେ ପ୍ରାପ୍ତ ହୋଇଛି । ମୁଁ ସେହିସବୁ ରାଜ୍ୟମାନଙ୍କୁ ଯେଉଁମାନେ ବିଜୟୀ ହୋଇଛନ୍ତି, ଯେଉଁମାନେ ଆଗକୁ ବଢ଼ିବା ସକାଶେ ମଞ୍ଚକୁ ଆସିଛନ୍ତି ସେହି ସମସ୍ତ ରାଜ୍ୟମାନଙ୍କୁ ବିଶେଷ ଭାବେ ବଧେଇ ଜଣାଉଛି ।

ସାଥୀଗଣ,

ସରକାରଙ୍କ ପ୍ରୟାସର ବହୁତ ବଡ଼ ଲାଗ ସହରମାନଙ୍କରେ ବସବାସ କରୁଥିବା ମଧ୍ୟମ ବର୍ଗଙ୍କୁ ହେଉଛି । ମଧ୍ୟମ ବର୍ଗଙ୍କୁ ନିଜର ପ୍ରଥମ ବାସଗୃହ ନିମନ୍ତେ ଏକ ନିର୍ଦ୍ଧାରିତ ରାଶିର ଗୃହଋଣ ଉପରେ ସୁଧ ଛାଡ଼ କରାଯାଇଛି । ଏବେ କରୋନା ମହାମାରୀ ସଂକଟ ସମୟରେ ମଧ୍ୟ ସରକାର ହୋମ୍‍ ଲୋନ ଉପରେ ସୁଧରେ ଛାଡ଼ର ବିଶେଷ ଯୋଜନା ଆରମ୍ଭ କରିଛନ୍ତି । ମଧ୍ୟମ ବର୍ଗଙ୍କ ସାଥୀମାନଙ୍କ ନିମନ୍ତେ ଯେଉଁ ଘର ବର୍ଷ ବର୍ଷ ଧରି ଅଧାପନ୍ତରିଆ ହୋଇ ପଡ଼ି ରହିଥିଲା, ସେଥିପାଇଁ ୨୫ ହଜାର କୋଟି ଟଙ୍କାର ବିଶେଷ ପାଣ୍ଠି ମଧ୍ୟ ପ୍ରସ୍ତୁତ କରାଯାଇଛି ।

ସାଥୀଗଣ,

ଏହି ସମସ୍ତ ନିଷ୍ପତ୍ତିମାନଙ୍କ ସହ ଲୋକମାନଙ୍କ ନିକଟରେ ଏବେ ‘ରେରା’ ଭଳି ଆଇନର ଶକ୍ତି ମଧ୍ୟ ଉପଲବ୍ଧ କରାଯାଇଛି । ‘ରେରା’ ଆଇନ ଲୋକମାନଙ୍କ ଭିତରେ ଏହି ଭରସା ଫେରାଇ ଆଣିଛି ଯେ ଯେଉଁ ପ୍ରକଳ୍ପରେ ସେମାନେ ନିଜର ପଇସା ଖଟାଉଛନ୍ତି, ତାହା ସଂପୂର୍ଣ୍ଣ ହେବ । ସେମାନଙ୍କ ଘର ଏବେ ଫସିଯିବ ନାହିଁ । ଆଜି ଦେଶର ପାଖାପାଖି ୬୦ ହଜାର ରିଅଲ ଇଷ୍ଟେଟ୍‍ ପ୍ରକଳ୍ପ ରେରା ଅଧୀନରେ ପଂଜୀକୃତ ହୋଇଛି । ଏହି ଆଇନ ଅଧୀନରେ ହଜାର ହଜାର ଅଭିଯୋଗର ଫଇସଲା କରାଯାଇ ସାରିଛି । ଅର୍ଥାତ, ପରିବାରମାନଙ୍କୁ ସେମାନଙ୍କର ଘର ମିଳିବାରେ ସହାୟକ ହୋଇପାରିଛି ।

ସାଥୀଗଣ,

ସମସ୍ତଙ୍କ ପାଇଁ ଘର । ଅର୍ଥାତ୍‍, ଦେଶର ସବୁ ନାଗରିକଙ୍କର ଯେପରି ନିଜସ୍ୱ ବାସଗୃହ ହେବ, ସେଇ ଲକ୍ଷ୍ୟକୁ ପ୍ରାପ୍ତ କରିବା ନିମନ୍ତେ, ଚାରିଆଡ଼ୁ ଯେଉଁସବୁ କାର୍ଯ୍ୟ ହେଉଛି, ତାହା କୋଟି କୋଟି ଗରିବ ଲୋକ ଏବଂ ମଧ୍ୟମ ବର୍ଗ ପରିବାରଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆଣିପାରିଛି । ଏହି ଘର ଗରିବ ଲୋକମାନଙ୍କ ଆତ୍ମବିଶ୍ୱାସକୁ ବଢ଼ାଇ ଦେଇଛି । ଏହି ଘର ଦେଶର ଯୁବାବର୍ଗଙ୍କ ସାମର୍ଥ୍ୟକୁ ବଢ଼ାଇବାରେ ସହାୟକ ହୋଇପାରୁଛି ।

ଭାବନ୍ତୁ, ଏହି ଘରର ଚାବିରେ ଅନେକ ଦ୍ୱାର ଏକା ସଙ୍ଗେ ଖୋଲୁଛି । ଯେତେବେଳେ କାହାକୁ ଘରର ଚାବି ମିଳିଥାଏ ନା ସେତେବେଳେ ତାହା କେବଳ ଦରଜା କିମ୍ବା ଚାରି କାନ୍ଥର ସମଷ୍ଟି ହୋଇନଥାଏ । ତାହା ଠାରୁ ଅଧିକ କିଛି ହୋଇଥାଏ । ଯେତେବେଳେ ସେ ଚାବି ହାତକୁ ଆସେ,ତ ଏକ ସମ୍ମାନଜନକ ଜୀବନର ଦ୍ୱାର ଆପେ ଆପେ ଖୋଲି ଯାଇଥାଏ । ଭବିଷ୍ୟତ ପାଇଁ ଏକ ସୁରକ୍ଷିତ ଦ୍ୱାର ଖୋଲି ଯାଇଥାଏ । ଯେତେବେଳେ ଘରର ମାଲିକ ବୋଲି ହକ୍‍ ପ୍ରାପ୍ତ ହୋଇଥାଏ, ଚାବି ମିଳିଯାଏ ସେତେବେଳେ ସଞ୍ଚୟର ଦ୍ୱାର ମଧ୍ୟ ଖୋଲିଯାଏ । ନିଜ ଜୀବନର ବିସ୍ତାରର ଦ୍ୱାର ଉନ୍ମୁକ୍ତ ହୋଇଯାଏ । ପାଞ୍ଚ ପଚିଶ ଲୋକଙ୍କ ଭିତରେ, ସମାଜରେ, ଜ୍ଞାତିକୁଟୁମ୍ବରେ ଏକ ନୂତନ ପରିଚୟର ଦ୍ୱାର ଖୋଲିଥାଏ । ଏକ ସମ୍ମାନର ଭାବନା ମନକୁ ଫେରିଥାଏ । ଆତ୍ମବିଶ୍ୱାସରେ ମନ ଭରି ଉଠିଥାଏ । ଏହି ଚାବି, ଲୋକମାନଙ୍କ ବିକାଶର, ଅନେକ ପ୍ରଗତିର ଦ୍ୱାର ମଧ୍ୟ ଖୋଲି ଦେଇଥାଏ । ଏତିକି ନୁହେଁ, ଏହି ଚାବି ଦରଜାର ଚାବି ହୋଇଥାଇପାରେ, କିନ୍ତୁ ତାହା ମନର ତାଲାକୁ ମଧ୍ୟ ଖୋଲି ଦେଇଥାଏ । ତାହା ନୂଆ ନୂଆ ସ୍ୱପ୍ନକୁ ମନରେ ଜନ୍ମାଇଥାଏ । ନୂତନ ସଂକଳ୍ପ ଦିଗରେ ବଢ଼ିବାକୁ ଲାଗିଥାଏ ଏବଂ ଜୀବନରେ କିଛି କରିବାର ସ୍ୱପ୍ନ ନୂତନ ଢ଼ଙ୍ଗରେ ବୁଣିବାକୁ ମନ ହୋଇଥାଏ । ଏହି ଚାବିର ଏତେ ଶକ୍ତି ଥାଏ ।

|

ସାଥୀଗଣ,

ଗତ ବର୍ଷ କରୋନା ମହାମାରୀ ସଂକଟ ବେଳେ ହିଁ ଆଉ ଗୋଟିଏ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଏହି ପଦକ୍ଷେପଟି ହେଲା- ସୁଲଭ ରିଟେଲ ହାଉସିଂ କମ୍ପେ୍ଲକ୍ସ ଯୋଜନା । ଏହି ଯୋଜନାର ଲକ୍ଷ୍ୟ ଆମର ସେହି ଶ୍ରମିକ ସାଥୀମାନେ, ଯେଉଁମାନେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଇଥାନ୍ତି ଅବା ପୁଣି ଗାଁରୁ ସହର ଆସିଥାନ୍ତି । କରୋନା ପୂର୍ବରୁ ତ ଆମେ ଦେଖିଥିଲୁ ଯେ କିଛି କିଛି ସ୍ଥାନରେ ଅନ୍ୟ ରାଜ୍ୟରୁ ଆସିଥିବା ଲୋକମାନଙ୍କ ନିମନ୍ତେ ଆଜେ ବାଜେ କିଛି କଥା ବେଳେବେଳେ କୁହାଯାଉଥିଲା । ସେମାନଙ୍କୁ ଅପମାନିତ କରାଯାଉଥିଲା । କିନ୍ତୁ କରୋନା ସମୟରେ ସମସ୍ତ ଶ୍ରମିକ ନିଜ ନିଜ ରାଜ୍ୟକୁ ଲେଉଟି ଯାଇଥିଲେ । ସେତେବେଳେ ଅନ୍ୟମାନଙ୍କୁ ମାଲୁମ ହେଲା ଯେ ସେମାନଙ୍କ ବିନା ଜୀବନ ବଂଚିବା କେତେ ମୁସ୍କିଲ ହୋଇପଡ଼ିଥିଲା । କାରବାର ଚଲାଇବା କେଡ଼େ ସମସ୍ୟାବହୁଳ ହୋଇପଡ଼ିଥିଲା । ଉଦ୍ଦ୍ୟୋଗ ଧନ୍ଦା ଚଳାଇବା କେତେ ମୁସ୍କିଲ ହୋଇ ପଡ଼ିଥିଲା ଏବଂ ହାତ ଗୋଡ଼ ଯୋଡ଼ି ସେମାନଙ୍କୁ ପୁଣି ଥରେ ଫେରି ଆସିବାକୁ ନେହୁରା ହୋଇଥିଲେ । ଡାକିଥିଲେ- ଆସ ଭାଇ, ଫେରିଆସ । କରୋନା ଆମର ଶ୍ରମିକମାନଙ୍କ ସାମର୍ଥ୍ୟର ସମ୍ମାନକୁ ଯେଉଁ ଲୋକମାନେ ସ୍ୱୀକାର କରୁନଥିଲେ ସେମାନଙ୍କ ନିକଟରେ ପ୍ରତିପାଦିତ କରିପାରିଛି । ସେମାନଙ୍କୁ ଏହା ସ୍ୱୀକାର କରିବାକୁ ବାଧ୍ୟ କରିଛି । କରୋନା ଆମର ଶ୍ରମିକମାନଙ୍କ ସାମର୍ଥ୍ୟକୁ ଯେଉଁମାନେ ସମ୍ମାନିତ କରୁନଥିଲେ ସେମାନେ ଏବେ ତାହା କରିବାକୁ ବାଧ୍ୟ ହୋଇଛନ୍ତି । ସେମାନଙ୍କୁ ସ୍ୱୀକାର କରିବାକୁ ପରିସ୍ଥିତି ବାଧ୍ୟ କରିଛି । ଆମେ ଦେଖିଛୁ ଯେ ସହରରେ ଆମର ଶ୍ରମିକ ବନ୍ଧୁମାନଙ୍କୁ ଉଚିତ ମୂଲ୍ୟ ଦେଇ ଘର ଉପଲବ୍ଧ କରାଯାଇ ପାରିନଥିଲା । ଏହି କାରଣରୁ ଛୋଟ ଛୋଟ କୋଠରୀରେ ଅନେକ ସଂଖ୍ୟାରେ ଶ୍ରମିକମାନଙ୍କୁ ରହିବାକୁ ପଡ଼ୁଥିଲା । ସେହିସବୁ ସ୍ଥାନରେ ପାଣି ବିଜୁଳି, ଶୌଚାଗାରଠାରୁ ନେଇ ଅସ୍ୱଚ୍ଛତା ଭଳି ଅନେ ସମସ୍ୟା ଲାଗି ରହିଥିଲା । ରାଷ୍ଟ୍ରର ସେବାରେ ନିଜକୁ ସଂପୂର୍ଣ୍ଣ ରୂପେ ନିୟୋଜିତ ଏହି ସମସ୍ତ ସାଥୀଙ୍କୁ ଗୌରବର ସହିତ ଜୀବନ ବଂଚିବା ନିମନ୍ତେ, ଏକଥା ମଧ୍ୟ ଆମ ସମସ୍ତ ଦେଶବାସୀଙ୍କର ଦାୟିତ୍ୱ । ଏଭଳି ଭାବନାର ସହିତ ସରକାର, ଉଦ୍ଦ୍ୟୋଗମାନଙ୍କ ସହିତ ଏବଂ ଅନ୍ୟାନ୍ୟ ନିବେଶକମାନଙ୍କ ସହିତ ମିଶି ଉଚିତ ମୂଲ୍ୟବାଲା ଘରର ନିର୍ମାଣ କରିବା ଉପରେ ଜୋର ଦେଉଛୁ । ପ୍ରୟାସ କରାଯାଉଛି ଯେ ଏହି ଆବାସ ସେହିସବୁ ଇଲାକାରେ ହେବା ଦରକାର ଯେଉଁଠାରେ ସେମାନେ କାର୍ଯ୍ୟରତ ଅଛନ୍ତି ।

ସାଥୀଗଣ,

ରିଅଲ୍‍ ଇଷ୍ଟେଟ ସେକ୍ଟରକୁ ପ୍ରୋତ୍ସାହିତ କରିବା ନିମନ୍ତେ ମଧ୍ୟ ନିରନ୍ତର ନିର୍ଣ୍ଣୟ ନିଆଯାଉଛି । କ୍ରେତାମାନଙ୍କ ମନରେ ଉତ୍ସାହ ବୃଦ୍ଧି କରିବା ସକାଶେ ଘରଗୁଡ଼ିକ ଉପରେ ଲାଗୁଥିବା ଟିକସକୁ ମଧ୍ୟ ଢ଼େର୍‍ ମାତ୍ରାରେ କମ୍‍ କରି ଦିଆଯାଇଛି । ଶସ୍ତା ଘର ପାଇଁ ଯ।ହା ଉପରେ ପୂର୍ବରୁ ୮ ପ୍ରତିଶତ ଟିକସ ଲାଗୁଥିଲା, ଏବେ ସେହି ଘରମାନଙ୍କ ଉପରେ ମାତ୍ର ୧ ପ୍ରତିଶତ ଟିକସ ଲାଗୁଛି । ପୁଣି ସାଧାରଣ ଘରମାନଙ୍କ ନିମନ୍ତେ ପୂର୍ବରୁ ୧୨ ପ୍ରତିଶତ ଟିକସ ଅସୁଲ କରାଯାଉଥିଲା ଏବଂ ତାହା ଏବେ ମାତ୍ର ୫ ପ୍ରତିଶତ ଜିଏସଟି ମାଧ୍ୟମରେ ନିଆଯାଉଛି । ସରକାର ଏହି ସେକ୍ଟରର ଭିତ୍ତିଭୂମିକୁ ମଧ୍ୟ ମାନ୍ୟତା ପ୍ରଦାନ କରିଛନ୍ତି ଯଦ୍ୱାରା ଲୋକମାନଙ୍କୁ ସୁଲଭ ମୂଲ୍ୟରେ କରଜ ମଧ୍ୟ ମିଳିପାରିବ ।

ବିଗତ ବର୍ଷମାନଙ୍କରେ ଯେଉଁ ସଂସ୍କାର କରାଯାଇଥିଲା, ସେଥିରେ ନିର୍ମାଣ ପରମିଟ୍‍କୁ ନେଇ ତିନି ବର୍ଷରେ ହିଁ ଆମର ରାଙ୍କିଙ୍ଗ ୧୮୫ରୁ ସିଧା ୨୭କୁ ଖସିଆସିଛି । ନିର୍ମାଣ ସହିତ ସଂଶ୍ଳିଷ୍ଟ ଅନୁମତି ନିମନ୍ତେ ଅନଲାଇନ ବ୍ୟବସ୍ଥାର ବିସ୍ତାରଣ ମଧ୍ୟ ୨ ହଜାରରୁ ଅଧିକ ସହରରେ ହୋଇ ସାରିଛି । ଏବେ ଏହି ନୂଆ ବର୍ଷରେ ଏହାର ଦେଶବ୍ୟାପୀ ସମସ୍ତ ସହରରେ ଲାଗୁ କରିବା ନିମନ୍ତେ ଆମେ ସଭିଏଁ ମିଳିମିଶି କାର୍ଯ୍ୟ କରିବାକୁ ପଡ଼ିବ ।

ସାଥୀଗଣ,

ଭିତ୍ତିଭୂମି ଏବଂ ନିର୍ମାଣ ଉପରେ ହେଉଥିବା ନିବେଶ, ଏବଂ ବିଶେଷ କରି ବାସଗୃହ ନିର୍ମାଣ କ୍ଷେତ୍ରରେ କରାଯାଉଥିବା ବ୍ୟୟ, ଅର୍ଥବ୍ୟବସ୍ଥାରେ ‘ଫୋର୍ସ ମଲ୍ଟିପ୍ଲାୟର’ର କାର୍ଯ୍ୟ କରୁଛି । ଏତେ ବ୍ୟାପକ ମାତ୍ରାରେ ଷ୍ଟୀଲ ଲାଗିବା, ସିମେଣ୍ଟ ଲାଗିବା, ନିର୍ମାଣର ଅନ୍ୟାନ୍ୟ ଉପକରଣ ଲାଗିବାର ନୂଆ ନୂଆ ଅବସର ଭାବେ ମୁଣ୍ଡ ଟେକିଛି । ଦେଶର ରିଅଲ୍‍ ଇଷ୍ଟେଟ୍‍ କ୍ଷେତ୍ର ନିରନ୍ତର ଭାବେ ମଜଭୁତ ହେଉ, ଏଥିପାଇଁ ସରକାରଙ୍କ ପ୍ରୟାସ ମଧ୍ୟ ଜାରି ରହିଛି । ମୋର ବିଶ୍ୱାସ ଯେ “ସମସ୍ତଙ୍କ ପାଇଁ ବାସଗୃହ”ର ସ୍ୱପ୍ନ ନିଶ୍ଚିତ ଭାବେ ପୂରଣ ହେବ । ଗାଁମାନଙ୍କରେ ମଧ୍ୟ ବର୍ଷକରେ ୨ କୋଟି ଘର ନିର୍ମାଣ କରାଯାଇଛି । ସହରାଞ୍ଚଳରେ ଏହି ନୂତନ ପ୍ରଯୁକ୍ତିର ବିସ୍ତାର ଦ୍ୱାରା ମଧ୍ୟ ଘର ନିର୍ମାଣ କାର୍ଯ୍ୟ ଆହୁରି ପ୍ରଖର ହୋଇଛି । ଲୋକମାନଙ୍କ ବାସଗୃହ ହସ୍ତାନ୍ତର କାର୍ଯ୍ୟ ଆହୁରି ତ୍ୱରାନ୍ୱିତ ହୋଇଛି । ଉଭୟ କାର୍ଯ୍ୟ ତୀବ୍ର ଗତିରେ ଆଗକୁ ଆଗେଇ ଚାଲିଛି । ନିଜ ଦେଶକୁ ପ୍ରଗତି ପଥରେ ଆଗକୁ ଆଗେଇ ନେବା ଦିଗରେ ଆମମାନଙ୍କୁ ସମସ୍ତଙ୍କୁ ଦ୍ରୁତ ଗତିରେ ଚାଲିବାକୁ ପଡ଼ିବ, ମିଳିମିଶି ଚାଲିବାକୁ ହେବ । ନିର୍ଦ୍ଧାରିତ ଦିଗରେ ମଧ୍ୟ ଅଗ୍ରସର ହେବାକୁ ପଡ଼ିବ । ଲକ୍ଷ୍ୟକୁ ଭ୍ରଷ୍ଟ ହେବାକୁ ଦିଆଯିବ ନାହିଁ ଏବଂ ଏହାକୁ ଚଳାଇ ରଖିବାକୁ ପଡ଼ିବ । ଏବଂ ଏଥିପାଇଁ ତେଜ ଗତିରେ ହିଁ ସଫଳତା ହାସଲ କରିବାକୁ ପଡ଼ିବ ।ଏହି ସଂକଳ୍ପର ସହିତ ମୁଁ ଆଜି ଆପଣମାନଙ୍କୁ ସମସ୍ତଙ୍କୁ ଏହି ୬ଟି ଲାଇଟ ହାଉସ ପ୍ରକଳ୍ପକୁ , ଏକ ପ୍ରକାର କହିବାକୁ ଗଲେ ଆମର ନୂତନ ପିଢ଼ିଙ୍କୁ, ଆମର ପ୍ରଯୁକ୍ତି ଓ ଇଞ୍ଜିନିୟରିଂ ବିଦ୍ୟାର୍ଥୀମାନଙ୍କ ସକାଶେ ସବୁଠାରୁ ତାହା କିପରି ଉପଯୋଗୀ ହୋଇପାରିବ, ତାହା ହେଉଛି ମୋର ଏକମାତ୍ର ଇଚ୍ଛା, ସେମାନଙ୍କ ହାତରେ ସମର୍ପୁଛି । ମୁଁ ଆଶା କରିବି ସମସ୍ତ ବିଶ୍ୱବିଦ୍ୟାଳୟକୁ, ମୁଁ ଚାହିଁବି ଦେଶର ସମସ୍ତ ମହାବିଦ୍ୟାଳୟକୁ ଏହି ପ୍ରକାର ଯେଉଁ ମହତ୍ତ୍ୱପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି, ତାହା ଅଧ୍ୟୟନ କରିବା ଦରକାର । ସେହିସବୁ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀାମାନେ ସେଠାକୁ ଯାଇ ସେସବୁ କାର୍ଯ୍ୟ ଦେଖିବା ଦରକାର । ସେସବୁ କିଭଳି କାର୍ଯ୍ୟକାରୀ ହେଉଛି, ପ୍ରଯୁକ୍ତିର ଉପଯୋଗ କିପରି ଭାବେ ହେଉଛି, ତାହା ଜାଣିବା ଉଚିତ । ହିସାବ କିତାବ କିପରି ଲଗାଯାଉଛି ତାହା ଶିଖିବା ବାଂଛନୀୟ । ସମୟକ୍ରମେ ଏହା ଶିକ୍ଷାର ଏକ ବିରାଟ ଅଙ୍ଗରେ ପରିଣତ ହେବ ଏବଂ ସେଥିପାଇଁ ମୁଁ ଦେଶର ସମସ୍ତ ଯୁବ ଇଂଜିନିୟରମାନଙ୍କୁ , ଟେକନିସିଆନମାନଙ୍କୁ, ବିଶେଷ ଭାବେ ଆମନ୍ତ୍ରିତ କରୁଛି । ଏହି ଲାଇଟ୍‍ ହାଉସରୁ ଯେତିକି ଆଲୋକ ବିଚ୍ଛୁରିତ ହେଉଛି ସେମାନେ ସେଥିରୁ ଯେତେ ଆଲୋକ ଗ୍ରହଣ କରିପାରିବେ ତାହା କରନ୍ତୁ । ପୁଣି ଏହା ଉପରେ ଯେତେ ଆଲୋକ ପକାଇ ପାରିବେ ତାହା କରନ୍ତୁ । ନିଜର ମନ ଓ ଚିନ୍ତନକୁ ମଧ୍ୟ ଆଲୋକିତ କରନ୍ତୁ । ଆପଣମାନଙ୍କୁ ସମସ୍ତଙ୍କୁ ଏହି ନୂତନ ବର୍ଷର ବହୁତ ବହୁତ ଶୁଭକାମନା । ଏହି ଛଅଟି ଲାଇଟ ହାଉସ୍‍ ପାଇଁ ବହୁତ ବହୁତ ଶୁଭକାମନା ।

ବହୁତ ବହୁତ ଧନ୍ୟବାଦ!

  • krishangopal sharma Bjp January 09, 2025

    नमो नमो 🙏 जय भाजपा 🙏🌷🌷 🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷
  • krishangopal sharma Bjp January 09, 2025

    नमो नमो 🙏 जय भाजपा 🙏🌷🌷 🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷
  • krishangopal sharma Bjp January 09, 2025

    नमो नमो 🙏 जय भाजपा 🙏🌷🌷 🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷
  • krishangopal sharma Bjp January 09, 2025

    नमो नमो 🙏 जय भाजपा 🙏🌷🌷 🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷
  • krishangopal sharma Bjp January 09, 2025

    नमो नमो 🙏 जय भाजपा 🙏🌷🌷 🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷
  • Reena chaurasia August 28, 2024

    बीजेपी
  • Vikash Kumar August 26, 2024

    padi koi lagu nahin ho raha hai nahin rahata hai chalne ke liye nahin dhang se gali Kochi mein chalna padta hai Modi Sarkar ko Dhyan Dena chahie Aisa kam per main UN logon ko raja banaya yah mere log ko help kijiega Modi Sarkar koi chij ke Labh nahin mil raha hai na mukhiya Sunaina Modi Sarkar please
  • Vikash Kumar August 26, 2024

    Modi Sarkar se request hai mera lok ko help Karen main log Garib Parivar se vilamb karta hun Bihar Muzaffarpur district Bandra prakhand Vikas Kumar
  • Mahendra singh Solanki Loksabha Sansad Dewas Shajapur mp November 08, 2023

    नमो नमो नमो नमो नमो नमो
  • Laxman singh Rana July 29, 2022

    नमो नमो 🇮🇳🙏
Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
India: The unsung hero of global health security in a world of rising costs

Media Coverage

India: The unsung hero of global health security in a world of rising costs
NM on the go

Nm on the go

Always be the first to hear from the PM. Get the App Now!
...
PM chairs a High-Level Meeting to review Ayush Sector
February 27, 2025
QuotePM undertakes comprehensive review of the Ayush sector and emphasizes the need for strategic interventions to harness its full potential
QuotePM discusses increasing acceptance of Ayush worldwide and its potential to drive sustainable development
QuotePM reiterates government’s commitment to strengthen the Ayush sector through policy support, research, and innovation
QuotePM emphasises the need to promote holistic and integrated health and standard protocols on Yoga, Naturopathy and Pharmacy Sector

Prime Minister Shri Narendra Modi chaired a high-level meeting at 7 Lok Kalyan Marg to review the Ayush sector, underscoring its vital role in holistic wellbeing and healthcare, preserving traditional knowledge, and contributing to the nation’s wellness ecosystem.

Since the creation of the Ministry of Ayush in 2014, Prime Minister has envisioned a clear roadmap for its growth, recognizing its vast potential. In a comprehensive review of the sector’s progress, the Prime Minister emphasized the need for strategic interventions to harness its full potential. The review focused on streamlining initiatives, optimizing resources, and charting a visionary path to elevate Ayush’s global presence.

During the review, the Prime Minister emphasized the sector’s significant contributions, including its role in promoting preventive healthcare, boosting rural economies through medicinal plant cultivation, and enhancing India’s global standing as a leader in traditional medicine. He highlighted the sector’s resilience and growth, noting its increasing acceptance worldwide and its potential to drive sustainable development and employment generation.

Prime Minister reiterated that the government is committed to strengthening the Ayush sector through policy support, research, and innovation. He also emphasised the need to promote holistic and integrated health and standard protocols on Yoga, Naturopathy and Pharmacy Sector.

Prime Minister emphasized that transparency must remain the bedrock of all operations within the Government across sectors. He directed all stakeholders to uphold the highest standards of integrity, ensuring that their work is guided solely by the rule of law and for the public good.

The Ayush sector has rapidly evolved into a driving force in India's healthcare landscape, achieving significant milestones in education, research, public health, international collaboration, trade, digitalization, and global expansion. Through the efforts of the government, the sector has witnessed several key achievements, about which the Prime Minister was briefed during the meeting.

• Ayush sector demonstrated exponential economic growth, with the manufacturing market size surging from USD 2.85 billion in 2014 to USD 23 billion in 2023.

•India has established itself as a global leader in evidence-based traditional medicine, with the Ayush Research Portal now hosting over 43,000 studies.

• Research publications in the last 10 years exceed the publications of the previous 60 years.

• Ayush Visa to further boost medical tourism, attracting international patients seeking holistic healthcare solutions.

• The Ayush sector has witnessed significant breakthroughs through collaborations with premier institutions at national and international levels.

• The strengthening of infrastructure and a renewed focus on the integration of artificial intelligence under Ayush Grid.

• Digital technologies to be leveraged for promotion of Yoga.

• iGot platform to host more holistic Y-Break Yoga like content

• Establishing the WHO Global Traditional Medicine Centre in Jamnagar, Gujarat is a landmark achievement, reinforcing India's leadership in traditional medicine.

• Inclusion of traditional medicine in the World Health Organization’s International Classification of Diseases (ICD)-11.

• National Ayush Mission has been pivotal in expanding the sector’s infrastructure and accessibility.

• More than 24.52 Cr people participated in 2024, International Day of Yoga (IDY) which has now become a global phenomenon.

• 10th Year of International Day of Yoga (IDY) 2025 to be a significant milestone with more participation of people across the globe.

The meeting was attended by Union Health Minister Shri Jagat Prakash Nadda, Minister of State (IC), Ministry of Ayush and Minister of State, Ministry of Health & Family Welfare, Shri Prataprao Jadhav, Principal Secretary to PM Dr. P. K. Mishra, Principal Secretary-2 to PM Shri Shaktikanta Das, Advisor to PM Shri Amit Khare and senior officials.