Quoteବାରଣାସୀ ଛାଉଣୀ ଷ୍ଟେସନରୁ ଗୋଡ଼ୱାଲିଆ ପର୍ଯ୍ୟନ୍ତ ଯାତ୍ରୀ ରୋପ ୱେ’ର ଶିଳାନ୍ୟାସ
Quoteଜଳ ଜୀବନ ମିଶନ ଅଧିନରେ ୧୯ଟି ପାନୀୟଜଳ ଯୋଜନାର ଲୋକାର୍ପଣ
Quote“ଜନସାଧାରଣଙ୍କ ସଂଦେହକୁ ମିଥ୍ୟା ପ୍ରମାଣିତ କରି କାଶୀ ନଗରୀର ଅବସ୍ଥାନ୍ତର ଆଣିବାରେ ସଫଳ ହୋଇଛି”
Quote“ଗତ ନଅ ବର୍ଷ ମଧ୍ୟରେ ଗଙ୍ଗା ଘାଟଗୁଡ଼ିକର ଦୃଶ୍ୟପଟ ପରିବର୍ତ୍ତନର ସମସ୍ତେ ସାକ୍ଷୀ ଅଛନ୍ତି”
Quote“ଗତ ତିନିବର୍ଷ ମଧ୍ୟରେ ଦେଶର ଆଠ କୋଟି ପରିବାର ପାଇପ ପାଣି ପାଇପାରିଛନ୍ତି”
Quote“ସରକାର ଚାହାନ୍ତି ପ୍ରତ୍ୟେକ ନାଗରିକଙ୍କର ଅବଦାନ ରହୁ ଓ ଅମୃତ କାଳରେ ଭାରତର ବିକାଶ ଯାତ୍ରାରେ କେହି ବି ପଛରେ ପଡ଼ନ୍ତୁ ନାହିଁ”
Quote“ରାଜ୍ୟର ପ୍ରତ୍ୟେକ କ୍ଷେତ୍ରରେ ବିକାଶରେ ଉତ୍ତର ପ୍ରଦେଶ ନୂତନ ଗତି ଦେଉଛି”
Quote“ହତାଶାର ଛାଇରୁ ମୁକ୍ତିପାଇ ଉତ୍ତର ପ୍ରଦେଶ ବର୍ତ୍ତମାନ ଆଶା ଓ ଆକାଂକ୍ଷାର ନୂତନ ପଥରେ ଅଗ୍ରସର ହେଉଛି”

ହର- ହର ମହାଦେବ!

ଆପ ସବ ଲୋଗନ କେ ହମାର ପ୍ରଣାମ ବା....

ୟୁପିର ରାଜ୍ୟପାଳ ଆନନ୍ଦୀ ବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀଗଣ, ରାଜ୍ୟ ସରକାରଙ୍କ ମନ୍ତ୍ରୀଗଣ, ବିଧାୟକଗଣ, ଅନ୍ୟ ମହାନୁଭବ ଏବଂ ମୋ କାଶୀର ମୋର ପ୍ରିୟ ଭାଇ ଓ ଭଉଣୀମାନେ!

ନବରାତ୍ରର ପୁଣ୍ୟ ସମୟ ଅଟେ, ଆଜି ହେଉଛି ମା’ ଚନ୍ଦ୍ରଘଣ୍ଟାଙ୍କ ପୂଜାର ଦିନ। ଏହା ମୋର ସୌଭାଗ୍ୟ ଯେ, ଏହି ପବିତ୍ର ଅବସରରେ ଆଜି ମୁଁ କାଶୀର ମାଟିରେ ଆପଣ ସମସ୍ତଙ୍କ ଗହଣରେ ଅଛି। ମା’ ଚନ୍ଦ୍ରଘଣ୍ଟାଙ୍କ ଆଶୀର୍ବାଦରେ ଆଜି ବନାରସର ସୁଖ- ସମୃଦ୍ଧିରେ ଆଉ ଏକ ଅଧ୍ୟାୟ ଯୋଡି ହେଉଛି । ଆଜି ଏଠାରେ ସର୍ବସାଧାରଣ ପରିବହନ ରୋପୱେର ଶିଳାନ୍ୟାସ କରାଯାଇଛି। ଚତୁଃର୍ଦିଗରୁ ବନାରସର ବିକାଶ ସହିତ ଜଡିତ ଶହ- ଶହ, କୋଟି- କୋଟି ଟଙ୍କାର ଅନ୍ୟାନ୍ୟ ପ୍ରକଳ୍ପର ମଧ୍ୟ ଲୋକାର୍ପଣ ଏବଂ ଶିଳାନ୍ୟାସ କରାଯାଇଛି। ଏଥିରେ ପିଇବା ପାଣି, ସ୍ୱାସ୍ଥ୍ୟ, ଶିକ୍ଷା, ମାଆ ଗଙ୍ଗାଙ୍କ ପରିସ୍କାର- ପରିଚ୍ଛନ୍ନତା, ବନ୍ୟା ନିୟନ୍ତ୍ରଣ, ପୁଲିସ ସୁବିଧା, ଖେଳର ସୁବିଧା, ଏଭଳି ଅନେକ ପ୍ରକଳ୍ପ ସାମିଲ ହୋଇଛି । ଆଜି ଏଠାରେ ଆଇଆଇଟି, ବିଏଚୟୁରେ ‘ମେସିନ ଟୁଲ ଡିଜାଇନର ଉତ୍କର୍ଷ କେନ୍ଦ୍ର’(‘Centre of Excellence on Machine Tools Design’)ର ମଧ୍ୟ ଶିଳାନ୍ୟାସ ହୋଇଛି। ଅର୍ଥାତ ବନାରସକୁ ଆଉ ଏକ ବିଶ୍ୱସ୍ତରୀୟ ସଂସ୍ଥାନ ମିଳିବାକୁ ଯାଉଛି। ଏହି ସମସ୍ତ ପ୍ରକଳ୍ପ ଗୁଡିକ ପାଇଁ ବନାରସର ଲୋକମାନଙ୍କୁ, ପୂର୍ବାଞ୍ଚଳର ଲୋକମାନଙ୍କୁ ବହୁତ- ବହୁତ ଶୁଭେଚ୍ଛା।

ଭାଇ ଓ ଭଉଣୀମାନେ ,

କାଶୀର ବିକାଶର ଚର୍ଚ୍ଚା ଆଜି ସମଗ୍ର ଦେଶ ଏବଂ ବିଶ୍ୱରେ ହେଉଛି। ଯିଏ ମଧ୍ୟ କାଶୀ ଆସୁଛନ୍ତି, ସେ ଏଠାରୁ ନୂଆ ଉର୍ଜ୍ଜା ନେଇ ଯାଉଛନ୍ତି। ଆପଣମାନେ ମନେ ପକାନ୍ତୁ, 8-9 ବର୍ଷ ପୂର୍ବରୁ ଯେତେବେଳେ କାଶୀର ଲୋକମାନେ ନିଜ ସହରର କାୟାକଳ୍ପ କରିବାର ସଂକଳ୍ପ ନେଇଥିଲେ, ସେତେବେଳେ ଏପରି ଅନେକ ଲୋକ ଥିଲେ, ଯେଉଁମାନଙ୍କୁ ଆଶଙ୍କା ଥିଲା। କେତେ ଲୋକଙ୍କୁ ଲାଗୁଥିଲା ଯେ ବନାରସରେ କିଛି ପରିବର୍ତ୍ତନ ହୋଇ ପାରିବ ନାହିଁ, କାଶୀର ଲୋକମାନେ ସଫଳ ହୋଇ ପାରିବେ ନାହିଁ । କିନ୍ତୁ କାଶୀର ଲୋକମାନେ, ଆପଣମାନେ ସମସ୍ତେ ଆଜି ନିଜର ପରିଶ୍ରମ ଦ୍ୱାରା ପ୍ରତ୍ୟେକ ପ୍ରକାରର ଆଶଙ୍କାକୁ ଭୁଲ ପ୍ରମାଣିତ କରି ଦେଇଛନ୍ତି।

ସାଥୀଗଣ,

ଆଜି କାଶୀରେ ପୁରାତନ ଏବଂ ନୂତନ ଦୁଇଟି ଯାକ ସ୍ୱରୂପର ଦର୍ଶନ ଏକା ସହିତ ହେଉଛି। ଦେଶ- ବିଦେଶରେ ମୋ ସହିତ ସାକ୍ଷାତ କରୁଥିବା ଲୋକମାନେ କହୁଛନ୍ତି ଯେ ସେମାନେ କିଭଳି ଭାବେ ବିଶ୍ୱନାଥ ଧାମର ପୁନଃନିର୍ମାଣ ଦ୍ୱାରା ମନ୍ତ୍ରମୁଗ୍ଧ ହୋଇଛନ୍ତି। ଲୋକମାନେ ଗଙ୍ଗା ଘାଟରେ ହୋଇଥିବା କାର୍ଯ୍ୟ ଦ୍ୱାରା ପ୍ରଭାବିତ ହୋଇଛନ୍ତି । ଏଇ ନିକଟରେ ଯେତେବେଳେ ବିଶ୍ୱର ସର୍ବ ବୃହତ ଦୀର୍ଘ ରିଭରକ୍ରୁଜ ଆମର କାଶୀରୁ ଚାଲିଲା, ସେହି କଥାକୁ ନେଇ ମଧ୍ୟ ବହୁତ ଚର୍ଚ୍ଚା ହୋଇଛି । ଗୋଟିଏ ସମୟ ଥିଲା, ଯେତେବେଳେ ଗଙ୍ଗା ମାତାଙ୍କ ସଂପର୍କରେ ଏହି ବିଷୟରେ ଚିନ୍ତା କରିବା ମଧ୍ୟ ଅସମ୍ଭବ ଥିଲା । କିନ୍ତୁ ବନାରସର ଲୋକମାନେ ଏହା ମଧ୍ୟ କରି ଦେଖାଇଲେ। ଆପଣମାନଙ୍କର ଏହି ପ୍ରୟାସ କାରଣରୁ ଗତ ଏକ ବର୍ଷ ଭିତରେ ହିଁ 7 କୋଟିରୁ ଅଧିକ ପର୍ଯ୍ୟଟକ କାଶୀକୁ ଆସିଛନ୍ତି। ଆଉ ଆପଣମାନେ ମୋତେ କୁହନ୍ତୁ, ଏ ଯେଉଁ 7 କୋଟି ଲୋକ ଏଠାକୁ ଆସୁଛନ୍ତି, ସେମାନେ ବନାରସରେ ତ’ ହିଁ ରହୁଛନ୍ତି, ସେମାନେ କେବେ ପୁରୀ କଚୋଡି ଖାଉଛନ୍ତି, କେବେ ଜିଲାପୀ- ଲବଙ୍ଗଲତାର ଆନନ୍ଦ ନେଉଛନ୍ତି, ସେମାନେ କେବେ ଲସୀ ପାନ କରୁଛନ୍ତି ତ, ଆଉ କେତେବେଳେ ଶୀତଳତାର ମଜା ନିଆ ଯାଉଛି । ଆଉ ଆପଣଙ୍କ ବନାରସୀ ପାନ, ଏଠାକାର କାଠର ଖେଳଣା, ଏହି ବନାରସୀ ଶାଢ଼ୀ, ଗାଲିଚାର କାର୍ଯ୍ୟ, ଏସବୁ ପାଇଁ ପ୍ରତ୍ୟେକ ମାସରେ 50 ଲକ୍ଷରୁ ଅଧିକ ଲୋକ ବନାରସ ଆସୁଛନ୍ତି । ମହାଦେବଙ୍କ ଆଶୀର୍ବାଦରୁ ଏହା ବହୁତ ବଡ଼ କାର୍ଯ୍ୟ ହୋଇଛି । ବନାରସ ଆସୁଥିବା ଏହି ଲୋକମାନେ ନିଜ ସହିତ ବନାରସର ପ୍ରତ୍ୟେକ ପରିବାର ପାଇଁ ଆୟର ସାଧନ ଆଣୁଛନ୍ତି । ଏଠାକୁ ଆସୁଥିବା ପର୍ଯ୍ୟଟକ ରୋଜଗାରର, ସ୍ୱରୋଜଗାରର ନୂତନ ଅବସର ସୃଷ୍ଟି କରୁଛନ୍ତି।

|

ସାଥୀଗଣ,

8-9 ବର୍ଷର ବିକାଶ କାର୍ଯ୍ୟଗୁଡ଼ିକ ପରେ, ଯେଉଁ ଦ୍ରୁତ ଗତିରେ ବନାରସର ବିକାଶ କାର୍ଯ୍ୟ ହେଉଅଛି, ଏବେ ତାହାକୁ ନୂତନ ଗତି ପ୍ରଦାନ କରିବାର ସମୟ ମଧ୍ୟ ଆସି ଯାଇଛି । ଆଜି ଏଠାରେ ପର୍ଯ୍ୟଟନ ସହିତ ଜଡ଼ିତ, ସହରର ସୌନ୍ଦର୍ଯ୍ୟକରଣ ସହିତ ଜଡ଼ିତ ବହୁ ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ ହୋଇଛି । ସଡ଼କ ହେଉ, ସେତୁ ହେଉ, ରେଳ ହେଉ, ବିମାନବନ୍ଦର ହେଉ, ଯୋଗାଯୋଗର ସମସ୍ତ ନୂତନ ସାଧନ ଯୋଗୁଁ କାଶୀକୁ ଯିବା ଆସିବା ବହୁତ ସହଜ ହୋଇ ଯାଇଛି । କିନ୍ତୁ ଏବେ ଆମକୁ ଆଉ ଏକ ପାଦ ଆଗକୁ ବଢ଼ାଇବାକୁ ଅଛି । ଏବେ ଯେଉଁ ରୋପ-ୱେ ଏଠାରେ ନିର୍ମାଣ କରାଯାଉଛି, ଏହାଦ୍ୱାରା ଉଭୟ କାଶୀର ସୁବିଧା ଏବଂ କାଶୀର ଆକର୍ଷଣ ବୃଦ୍ଧି ହେବ । ରୋପ- ୱେ ଏଠାରେ ନିର୍ମାଣ ହେବା ପରେ, ବନାରସ କେଣ୍ଟ ରେଳ ଷ୍ଟେସନ ଏବଂ କାଶୀ ବିଶ୍ୱାନାଥ କରିଡର ମଧ୍ୟରେ ରହିଥିବା ଦୂରତା ମଧ୍ୟ କେବଳ କିଛି ମିନିଟର ହୋଇ ରହିଯିବ । ଏହାଦ୍ୱାରା ବନାରସର ଲୋକମାନଙ୍କର ସୁବିଧା ଆହୁରି ବୃଦ୍ଧି ପାଇବ। ଏହାଦ୍ୱାରା କେଣ୍ଟ ଷ୍ଟେସନରୁ ଗୌଦାଲିୟା ମଧ୍ୟରେ ଟ୍ରାଫିକ ଭିଡ ସମସ୍ୟା ମଧ୍ୟ ବହୁତ କମ୍ ହୋଇଯିବ।

ସାଥୀଗଣ,

ବାରାଣାସୀର ଆଖପାଖର ସହରରୁ, ଅନ୍ୟାନ୍ୟ ରାଜ୍ୟର ଲୋକମାନେ ଭିନ୍ନ- ଭିନ୍ନ କାର୍ଯ୍ୟ ନେଇ ଆସିଥାଆନ୍ତି। ବର୍ଷ ବର୍ଷ ଧରି ସେମାନେ ବାରଣାସୀର କୌଣସି ଏକ ଅଞ୍ଚଳକୁ ଆସୁଛନ୍ତି, କାର୍ଯ୍ୟ ଶେଷ କରି ରେଳ କିମ୍ବା ବସ୍ ଷ୍ଟାଣ୍ଡକୁ ଚାଲି ଯାଆନ୍ତି। ସେମାନଙ୍କର ମନ ହୋଇଥାଏ ବନାରସ ବୁଲିବା ପାଇଁ । କିନ୍ତୁ ଚିନ୍ତା କରନ୍ତି, ଏତେ ଭିଡ ଅଛି, କିଏ ଯାଉଛି? ସେମାନେ ବଳକା ରହି ଯାଇଥିବା ସମୟକୁ ଷ୍ଟେସନରେ ବିତାଇବାକୁ ପସନ୍ଦ କରୁଛନ୍ତି । ଏହି ରୋପ-ୱେ ଦ୍ୱାରା ଏଭଳି ଲୋକମାନଙ୍କୁ ମଧ୍ୟ ବହୁତ ଲାଭ ହେବ।

ଭାଇ ଓ ଭଉଣୀମାନେ,

ଏହି ରୋପ-ୱେ ପ୍ରକଳ୍ପ କେବଳ ଯିବାଆସିବାର ଏକ ମାତ୍ର ପ୍ରକଳ୍ପ ନୁହେଁ। କେଣ୍ଟ ରେଳ ଷ୍ଟେସନ ଉପରେ ହିଁ ରୋପ-ୱେର ଷ୍ଟେସନ ନିର୍ମାଣ ହେବ, ଫଳରେ ଆପଣମାନେ ସିଧାସଳଖ ଏହାର ଲାଭ ନେଇ ପାରିବେ। ସ୍ୱୟଂଚାଳିତ ସିଢ଼ିମାନ, ଲିଫ୍ଟ, ହୁଇଲ ଚେୟାର, ଗେଷ୍ଟ ରୁମ୍ ଏବଂ ପାର୍କିଂ ଭଳି ସୁବିଧାମାନ ମଧ୍ୟ ସେଠାରେ ଉପଲବ୍ଧ ହୋଇଟିବ। ରୋପ ୱେ ଷ୍ଟେସନରେ ଖାଦ୍ୟପେୟର ସୁବିଧା, କିଣାବିକାର ସୁବିଧା ମଧ୍ୟ ରହିବ। ଏହା କାଶୀରେ ବ୍ୟବସାୟ ଏବଂ ରୋଜଗାରର ଆଉ ଏକ କେନ୍ଦ୍ର ଭାବେ ବିକଶିତ ହେବ।

ସାଥୀଗଣ,

ଆଜି ବନାରସର ବାୟବୀୟ ଯୋଗାଯୋଗକୁ ସୁଦୃଢ଼ କରିବା ଦିଗରେ ମଧ୍ୟ ବଡ଼ କାର୍ଯ୍ୟ ହୋଇଛି। ବାବତପୁର ବିମାନବନ୍ଦରରେ ଆଜି ନୂତନ ଏଟିସି ଟାୱାରର ଲୋକାର୍ପଣ ହୋଇଛି। ଏପର୍ଯ୍ୟନ୍ତ ଏଠାକୁ ଦେଶ- ବିଦେଶରୁ ଆସୁଥିବା 50ରୁ ଅଧିକ ବିମାନଗୁଡ଼ିକୁ ପରିଚାଳନା କରାଯାଉଛି। ନୂତନ ଏଟିସି ଟାୱାର ନିର୍ମାଣ ହେବା ଦ୍ୱାରା ଏହି କ୍ଷମତା ବଢ଼ିଯିବ। ଏହାଦ୍ୱାରା ଭବିଷ୍ୟତରେ ବିମାନବନ୍ଦରର ସଂପ୍ରସାରଣ କରିବା ସହଜ ହୋଇଯିବ।

|

ଭାଇ ଓ ଭଉଣୀମାନେ,

କାଶୀରେ ସ୍ମାର୍ଟ ସହର ମିଶନ ଅଧୀନରେ ଯେଉଁ ସବୁ କାର୍ଯ୍ୟ ହେଉଅଛି, ସେଗୁଡ଼ିକ ଦ୍ୱାରା ମଧ୍ୟ ସୁବିଧାମାନ ବୃଦ୍ଧି ହେବ ଆଉ ଯିବା- ଆସିବାର ସାଧନ ଉନ୍ନତମାନର ହୋଇଯିବ। କାଶୀରେ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକମାନଙ୍କର ଛୋଟ-ଛୋଟ ଆବଶ୍ୟକତା ଗୁଡ଼ିକୁ ଧ୍ୟାନରେ ରଖି ହିଁ ଭାସମାନ ଜେଟ୍ଟୀର ନିର୍ମାଣ କରାଯାଉଛି । ନମାମୀ ଗଙ୍ଗେ ମିଶନ ଅଧୀନରେ ଗଙ୍ଗା କୂଳର ସହର ଗୁଡ଼ିକରେ ସ୍ବରେଜ ପରିଚାଳନାର ଏକ ବହୁତ ବଡ଼ ନେଟୱର୍କ ପ୍ରସ୍ତୁତ କରାଯାଇଛି। ବିଗତ 8-9 ବର୍ଷରେ ଆପଣ ଗଙ୍ଗାର ପରିବର୍ତ୍ତିତ ଘାଟଗୁଡ଼ିକର ସାକ୍ଷୀ ରହି ଆସିଛନ୍ତି । ଏବେ ଗଙ୍ଗାର ଦୁଇ କୂଳରେ ପରିବେଶ ସହିତ ଜଡ଼ିତ ବଡ଼ ଅଭିଯାନ ଆରମ୍ଭ ହେବାକୁ ଯାଉଛି । ସରକାରଙ୍କର ପ୍ରୟାସ ହେଉଛି ଯେ ଗଙ୍ଗାର ଦୁଇ ପଟର 5 କିଲୋମିଟର ପରିବ୍ୟାପ୍ତ ଅଞ୍ଚଳରେ ପ୍ରାକୃତିକ କୃଷିକୁ ପ୍ରୋତ୍ସାହନ ଦିଆଯାଉ । ଏଥିପାଇଁ ଚଳିତ ବର୍ଷର ବଜେଟରେ ମଧ୍ୟ ଘୋଷଣା କରାଯାଇଛି । ସେ ହୁଏତ ସାର ହେଉ କିମ୍ବା ପ୍ରାକୃତିକ କୃଷି ସହିତ ଜଡ଼ିତ ଅନ୍ୟାନ୍ୟ ସାହାଯ୍ୟ ଏଥିପାଇଁ ନୂତନ କେନ୍ଦ୍ର ନିର୍ମାଣ କରାଯାଉଛି।

ସାଥୀଗଣ,

ମୁଁ ଏଥିପାଇଁ ମଧ୍ୟ ଖୁସି ଯେ ବନାରସ ସହିତ ସମ୍ପୂର୍ଣ୍ଣ ପୂର୍ବ ଉତ୍ତର ପ୍ରଦେଶ, କୃଷି ଏବଂ କୃଷି ରପ୍ତାନୀର ଏକ ବଡ଼ କେନ୍ଦ୍ର ଭାବେ ପରିଚିତ ହେଉଛି। ଆଜି ବାରାଣାସୀରେ ଫଳ- ପନିପରିବାର ପ୍ରକ୍ରିୟାକରଣ ଠାରୁ ନେଇ ଭଣ୍ଡାରଣ ଏବଂ ପରିବହନ ସହିତ ଜଡ଼ିତ ବହୁ ଆଧୁନିକ ସୁବିଧାମାନ ପ୍ରସ୍ତୁତ ହୋଇଛି। ଆଜି ବନାରସର ଲଙ୍ଗଡ଼ା ଆମ୍ବ, ଗାଜିପୁରର ଭେଣ୍ଡି ଏବଂ କଞ୍ଚାଲଙ୍କା, ଜୈନପୁରର ମୂଳା ଏବଂ ଖରବୁଜ ଗୁଡିକ , ବିଦେଶର ବଜାର ପର୍ଯ୍ୟନ୍ତ ପହଞ୍ଚିବାରେ ଲାଗିଛି। ଏହି ଛୋଟ- ଛୋଟ ସହରଗୁଡ଼ିକରେ ଉତ୍ପାଦିତ ହେଉଥିବା ଫଳ- ପନିପରିବା ଲଣ୍ଡନ ଏବଂ ଦୁବାଇର ବଜାର ପର୍ଯ୍ୟନ୍ତ ପହଞ୍ଚୁଛି। ଆଉ ଆମେ ସମସ୍ତେ ଜାଣିଛେ, ଯେତେ ଅଧିକ ରପ୍ତାନୀ ହୋଇଥାଏ, ସେତେ ହିଁ ଅଧିକ ପଇସା କୃଷକଙ୍କ ପର୍ଯ୍ୟନ୍ତ ପହଞ୍ଚିଥାଏ । ଏବେ କରଖିୟାମ୍ ଫୁଡ଼ପାର୍କରେ ଯେଉଁ ସମନ୍ବିତ ପ୍ୟାକ୍ ହାଉସ ନିର୍ମାଣ କରାଯାଇଛି, ତାହା ଫଳରେ କୃଷକଙ୍କୁ- ଉଦ୍ୟାନ କୃଷିର ଚାଷୀମାନଙ୍କୁ ବହୁତ ସାହାଯ୍ୟ ମିଳିବାକୁ ଯାଉଛି । ଆଜି ଏଠାରେ ପୁଲିସ ବଳ ସହିତ ଜଡ଼ିତ ପ୍ରକଳ୍ପଗୁଡ଼ିକର ମଧ୍ୟ ଲୋକାର୍ପଣ ହୋଇଛି । ମୋର ବିଶ୍ୱାସ ରହିଛି ଯେ ଏହାଦ୍ୱାରା ପୁଲିସ ବଳଙ୍କର ଆତ୍ମବିଶ୍ୱାସ ବୃଦ୍ଧି ହେବ, ଆଇନ- କାନୁନ ବ୍ୟବସ୍ଥା ଆହୁରି ଉନ୍ନତମାନର ହେବ।

ସାଥୀଗଣ,

ବିକାଶର ଯେଉଁ ରାସ୍ତାକୁ ଆମେ ବାଛିଚୁ, ସେଥିରେ ସୁବିଧା ମଧ୍ୟ ରହିଛି ଆଉ ସମ୍ବେଦନା ମଧ୍ୟ ରହିଛି। ଏହି ଅଞ୍ଚଳରେ ପାନୀୟ ଜଳ ଏକ ଆହ୍ୱାନ ହୋଇ ରହି ଆସିଛି । ଆଜି ଏଠାରେ ପିଇବା ପାଣି ସହିତ ଜଡ଼ିତ ଅନେକ ପ୍ରକଳ୍ପ ଗୁଡ଼ିକର ଲୋକାର୍ପଣ ହୋଇଛି ଆଉ ନୂତନ ପ୍ରକଳ୍ପ ଉପରେ ମଧ୍ୟ କାର୍ଯ୍ୟ ଆରମ୍ଭ ହୋଇ ଯାଇଛି। ଗରିବଙ୍କର ଚିନ୍ତା କମ୍ କରିବା ପାଇଁ ହିଁ ଆମ ସରକାର ପ୍ରତ୍ୟେକ ଘରକୁ ପାଇପ ଯୋଗେ ପାଣି (ହର୍ ଘର୍ ନଲ୍ ସେ ଜଲ୍) ଅଭିଯାନ ଚଳାଉଛନ୍ତି । ବିଗତ ତିନି ବର୍ଷରେ ସାରା ଦେଶର 8 କୋଟି ଘରକୁ ପାଇପ୍ ମାଧ୍ୟମରେ ଜଳ ପହଞ୍ଚାଇବା ଆରମ୍ଭ ହୋଇଛି । କାଶୀ ଏବଂ ଆଖପାଖର ଗାଁରେ ମଧ୍ୟ ହଜାର- ହଜାର ଲୋକଙ୍କୁ ଏହାର ଲାଭ ମିଳିଛି। ଉଜ୍ଜ୍ୱଳା ଯୋଜନାର ମଧ୍ୟ ବହୁତ ଲାଭ ବନାରସର ଲୋକମାନଙ୍କୁ ହୋଇଛି । ସେବାପୁରୀରେ ନୂତନ ବଟଲିଙ୍ଗ ପ୍ଲାଣ୍ଟ ଏହି ଯୋଜନାର ହିତାଧିକାରୀଙ୍କୁ ମଧ୍ୟ ସାହାଯ୍ୟ କରିବ। ଏହାଦ୍ୱାରା ପୂର୍ବୀ ଉତ୍ତର ପ୍ରଦେଶ ଏବଂ ପଶ୍ଚିମ ବିହାରରେ ଗ୍ୟାସ ସିଲିଣ୍ଡରର ଯୋଗାଣ ସୁଗମ ହେବ।

|

ସାଥୀଗଣ,

ଆଜି କେନ୍ଦ୍ରରେ ଯେଉଁ ସରକାର ଅଛନ୍ତି, ଏଠାରେ ୟୁପିରେ ଯେଉଁ ସରକାର ଅଛନ୍ତି, ସେମାନେ ହେଉଛନ୍ତି ଗରିବର କଥାକୁ ଚିନ୍ତା କରୁଥିବା ଭଳି ସରକାର । ଆଉ ଆପଣମାନେ ହୁଏତ ପ୍ରଧାନମନ୍ତ୍ରୀ କୁହନ୍ତୁ, ସରକାର କୁହନ୍ତୁ, କିନ୍ତୁ ମୋଦୀ ତ’ ନିଜକୁ ଆପଣମାନଙ୍କର ସେବକ ବୋଲି ମାନିଥାଏ । ଏହି ସେବାଭାବର ସହିତ କାଶୀର, ଦେଶର, ୟୁପିର ସେବା କରୁଛି । କିଛି ସମୟ ପୂର୍ବରୁ ମୋ ସରକାରଙ୍କର ଅନେକ ଯୋଜନାର ହିତାଧିକାରୀଙ୍କ ସହିତ ବାର୍ତ୍ତାଳାପ ହୋଇଛି। କାହାଙ୍କୁ ଆଖିର ଆଲୋକ ପ୍ରାପ୍ତ ହେଲା, ତ ଆଉ କାହାକୁ ସରକାରୀ ସାହାଯ୍ୟରେ ନିଜର ଦୈନନ୍ଦିନ ଗୁଜରାଣ ମେଣ୍ଟାଇବାରେ ସାହାଯ୍ୟ ମିଳିଲା । ସୁସ୍ଥ ଦୃଷ୍ଟି, ସମୃଦ୍ଧ କାଶୀ ଅଭିଯାନ ଆଉ ମୁଁ ଏବେ ଜଣେ ସଜ୍ଜନଙ୍କ ସହିତ ସାକ୍ଷାତ କଲି, ସେତେବେଳେ ସେ କହୁଥିଲେ- ସାହେବ ସୁସ୍ଥ ଦୃଷ୍ଟି, ଦୂର ଦୃଷ୍ଟି ପ୍ରାୟ ଏକ ହଜାର ଲୋକଙ୍କର ମୋତିଆବିନ୍ଦୁର ମାଗଣା ଚିକିତ୍ସା ହୋଇଛି । ମୁଁ ଆତ୍ମସନ୍ତୋଷ ଲାଭ କରିଛି ଯେ ଆଜି ବନାରସର ହଜାର- ହଜାର ଲୋକଙ୍କୁ ସରକାରଙ୍କ ଏହି ଯୋଜନା ଗୁଡ଼ିକର ଲାଭ ମିଳୁଛି। ଆପଣ ସ୍ମରଣ କରନ୍ତୁ, 2014 ପୂର୍ବର ସେହି ସବୁ ଦିନଗୁଡ଼ିକୁ ଯେତେବେଳେ ବ୍ୟାଙ୍କମାନଙ୍କରେ ଖାତା ଖୋଲିବାରେ ମଧ୍ୟ ଝାଳ ବାହାରି ପଡ଼ୁଥିଲା। ବ୍ୟାଙ୍କଗୁଡ଼ିକରୁ ଋଣ ନେବା, ଏହା ବିଷୟରେ ତ’ ସାଧାରଣ ପରିବାର ଚିନ୍ତା ମଧ୍ୟ କରି ପାରୁ ନ ଥିଲା। ଆଜି ଗରିବରୁ ଅତି ଗରିବ ପରିବାରଙ୍କ ପାଖରେ ମଧ୍ୟ ଜନ ଧନ ବ୍ୟାଙ୍କ ଖାତା ରହିଛି। ତାଙ୍କ ନିଜ ଅଧିକାରର ଅର୍ଥ, ସରକାରୀ ସାହାଯ୍ୟ, ଆଜି ସିଧାସଳଖ ତାଙ୍କ ବ୍ୟାଙ୍କ ଖାତାକୁ ଆସୁଛି। ଆଜି କ୍ଷୁଦ୍ର ଚାଷୀ ହୁଅନ୍ତୁ, କ୍ଷୁଦ୍ର ବ୍ୟବସାୟୀ ହୁଅନ୍ତୁ, ଆମ ଭଣୀମାନଙ୍କର ସ୍ୱୟଂ ସହାୟକ ସମୂହ ହେଉ, ସମସ୍ତଙ୍କୁ ମୁଦ୍ରା ଭଳି ଯୋଜନା ଅଧୀନରେ ସହଜରେ ଋଣ ମିଳୁଛି । ଆମେ ପଶୁପାଳକ ଏବଂ ମତ୍ସ୍ୟଜୀବୀମାନଙ୍କୁ ମଧ୍ୟ କିଷାନ କ୍ରେଡିଟ୍ କାର୍ଡ ସହିତ ଯୋଡ଼ିଛୁ । ବୁଲା ବିକାଳୀ, ଠେଲାଗାଡିବାଲା, ଫୁଟପାଥରେ କାରବାର କରୁଥିବା ଆମର ସାଥୀଙ୍କୁ ମଧ୍ୟ ପ୍ରଥମ ଥର ପାଇଁ ପିଏମ ସ୍ୱନିଧି ଯୋଜନାରେ ବ୍ୟାଙ୍କରୁ ଋଣ ମିଳିବା ଆରମ୍ଭ ହୋଇଛି । ଚଳିତ ବର୍ଷର ବଜେଟରେ ସରକାର ବିଶ୍ୱକର୍ମା ସାଥୀମାନଙ୍କୁ ସାହାଯ୍ୟ କରିବା ଲାଗି ମଧ୍ୟ ପିଏମ ବିଶ୍ୱକର୍ମା ଯୋଜନା ନେଇ ଆସିଛନ୍ତି । ଏହି ପ୍ରୟାସ ରହିଛି ଯେ ଅମୃତକାଳରେ ବିକଶିତ ଭାରତର ନିର୍ମାଣରେ ପ୍ରତ୍ୟେକ ଭାରତୀୟଙ୍କର ଯୋଗଦାନ ରହୁ, କେହି ମଧ୍ୟ ପଛରେ ରହି ଯାଆନ୍ତୁ ନାହିଁ।

ଭାଇ ଓ ଭଉଣୀମାନେ,

ଏବେ କିଛି ସମୟ ପୂର୍ବରୁ ମୋର ଖେଲୋ ବନାରସ ପ୍ରତିଯୋଗିତାର ବିଜେତାଙ୍କ ସହିତ ମଧ୍ୟ ବାର୍ତ୍ତାଳାପ ହୋଇଛି । ଏଥିରେ ଏକ ଲକ୍ଷରୁ ଅଧିକ ଯୁବକମାନେ ଭିନ୍ନ- ଭିନ୍ନ କ୍ରୀଡ଼ାରେ ଅଂଶଗ୍ରହଣ କଲେ। କେବଳ ଏମାନେ ଆମ ବନାରସ ସଂସଦୀୟ କ୍ଷେତ୍ରରେ ମୁଁ ସମସ୍ତଙ୍କୁ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି । ବନାରସର ଯୁବକମାନଙ୍କୁ ଅଧିକରୁ ଅଧିକ ଖେଳିବାର ସୁଯୋଗ ମିଳୁ, ଏଥିପାଇଁ ଏଠାରେ ନୂତନ ସୁବିଧାଗୁଡ଼ିକୁ ମଧ୍ୟ ବିକଶିତ କରାଯାଉଛି । ଗତ ବର୍ଷ ସିଗରା ଷ୍ଟାଡିୟମର ପୁନର୍ବିକାଶର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହେଲା। ଆଜି ଦ୍ବିତୀୟ ପର୍ଯ୍ୟାୟ ଏବଂ ତୃତୀୟ ପର୍ଯ୍ୟାୟର ମଧ୍ୟ ଶିଳାନ୍ୟାସ କରାଯାଇଛି । ଏହାଦ୍ୱାରା ଏଠାରେ ଏବେ ଭିନ୍ନ- ଭିନ୍ନ କ୍ରୀଡ଼ାର, ହଷ୍ଟେଲରେ ଆଧୁନିକ ସୁବିଧା ସବୁ ବିକଶିତ ହେବ । ଏବେ ତ’ ବାରଣାସୀରେ ଅନ୍ତରାଷ୍ଟ୍ରୀୟ କ୍ରିକେଟ ଷ୍ଟାଡିୟମ ନିର୍ମାଣ ହୋଇ ପ୍ରସ୍ତୁତ ହୋଇ ଯିବ, ସେତେବେଳେ ଆଉ ଏକ ଆକର୍ଷଣ କାଶୀରେ ମଧ୍ୟ ଯୋଡ଼ି ହୋଇଯିବ।

|

ଭାଇ ଓ ଭଉଣୀମାନେ,

ଆଜି ୟୁପି, ବିକାଶର ପ୍ରତ୍ୟେକ କ୍ଷେତ୍ରରେ ନୂତନ ପଦକ୍ଷେପ ସ୍ଥାପିତ କରୁଅଛି । କାଲି ଅର୍ଥାତ 25 ମାର୍ଚ୍ଚରେ ଯୋଗୀ ମହାଶୟଙ୍କର ଦ୍ୱିତୀୟ ପାଳିର ଏକ ବର୍ଷ ପୂରଣ ହେଉଅଛି । ଦୁଇ- ତିନି ଦିନ ପୂର୍ବରୁ ଯୋଗୀ ମହାଶୟ କ୍ରମାଗତ ଭାବେ ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ୟୁପିରେ ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ ମଧ୍ୟ ସୃଷ୍ଟି କରିଛନ୍ତି । ନିରାଶାର ପୁରୁଣା ଛବିରୁ ବାହାରକୁ ବାହାରି, ୟୁପି, ଆଶା ଏବଂ ଆକାଂକ୍ଷାର ନୂତନ ଦିଗରେ ବଢ଼ି ଚାଲୁଛି । ସୁରକ୍ଷା ଏବଂ ସୁବିଧା ଯେଉଁଠାରେ ବୃଦ୍ଧି ପାଇଥାଏ, ସେହିଠାରେ ସମୃଦ୍ଧି ଆସିବା ସୁନିଶ୍ଚିତ ହୋଇ ଯାଇଥାଏ । ଏହା ଆଜି ଉତ୍ତର ପ୍ରଦେଶରେ ହୋଇଥିବାର ଦେଖା ଯାଉଛି । ଆଜି ଏହି ଯେଉଁ ନୂତନ ପ୍ରକଳ୍ପ ଏଠାରେ ଏଇ ଧରଣୀରେ କାର୍ଯ୍ୟକାରୀ କରାଯାଉଛି, ଏହା ମଧ୍ୟ ସମୃଦ୍ଧିର ରାସ୍ତାକୁ ପ୍ରଶସ୍ତ କରୁଛି । ପୁଣି ଥରେ ଆପଣ ସମସ୍ତଙ୍କୁ ବିକାଶର ଅନେକ କାର୍ଯ୍ୟ ପାଇଁ ବହୁତ- ବହୁତ ଶୁଭେଚ୍ଛା। ବହୁତ- ବହୁତ ଶୁଭକାମନା। ହର- ହର ମହାଦେବ !

ଧନ୍ୟବାଦ!

  • Jitendra Kumar June 04, 2025

    11
  • कृष्ण सिंह राजपुरोहित भाजपा विधान सभा गुड़ामा लानी November 21, 2024

    जय श्री राम 🚩 वन्दे मातरम् जय भाजपा विजय भाजपा
  • दिग्विजय सिंह राना September 20, 2024

    हर हर महादेव
  • Reena chaurasia August 29, 2024

    bjp
  • JBL SRIVASTAVA May 27, 2024

    मोदी जी 400 पार
  • Vaishali Tangsale February 12, 2024

    🙏🏻🙏🏻❤️
  • ज्योती चंद्रकांत मारकडे February 11, 2024

    जय हो
  • ज्योती चंद्रकांत मारकडे February 11, 2024

    जय हो
  • Mohan Kumar B N May 03, 2023

    modiji hum Kashi jakee Aya hoo 5000 thousend nahee Aya karnataka agust 22 appley Kiya seva sindu Mee abtak amount Mera Bank kathee nhee Aya please action iam Bjp worker Jai modi ji Belur Hassan Karnataka 🙏🏻🙏🏻🙏🏻🙏🏻🌹🌹🌹
  • Sanjay March 28, 2023

    नटराज 🖊🖍पेंसिल कंपनी दे रही है मौका घर बैठे काम करें 1 मंथ सैलरी होगा आपका 3000 एडवांस 1000✔मिलेगा पेंसिल पैकिंग करना होगा खुला मटेरियल आएगा घर पर माल डिलीवरी पार्सल होगा अनपढ़ लोग भी कर सकते हैं पढ़े लिखे लोग भी कर सकते हैं लेडीस 😍भी कर सकती हैं जेंट्स भी कर सकते हैं, 8530960902Call me 📲📲 ✔ ☎व्हाट्सएप नंबर☎☎ आज कोई काम शुरू करो 24 मां 🚚डिलीवरी कर दिया जाता है एड्रेस पर✔✔✔ 8530960902Call me
Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
Independence Day and Kashmir

Media Coverage

Independence Day and Kashmir
NM on the go

Nm on the go

Always be the first to hear from the PM. Get the App Now!
...
PM hails India’s 100 GW Solar PV manufacturing milestone & push for clean energy
August 13, 2025

The Prime Minister Shri Narendra Modi today hailed the milestone towards self-reliance in achieving 100 GW Solar PV Module Manufacturing Capacity and efforts towards popularising clean energy.

Responding to a post by Union Minister Shri Pralhad Joshi on X, the Prime Minister said:

“This is yet another milestone towards self-reliance! It depicts the success of India's manufacturing capabilities and our efforts towards popularising clean energy.”