Quoteପ୍ରଧାନମନ୍ତ୍ରୀଙ୍କ ବାବା ସାହେବ ଆମ୍ବେଦକର ଓ ରାଜେନ୍ଦ୍ର ପ୍ରସାଦଙ୍କୁ ପ୍ରଣିପାତ
Quoteସ୍ୱାଧୀନତା ସଂଗ୍ରାମରେ ବଳିଦାନ ଦେଇଥିବା ବାପୁଙ୍କ ସମେତ ଅନ୍ୟମାନଙ୍କୁ ଜଣାଇଲେ ଶ୍ରଦ୍ଧାଞ୍ଜଳି
Quote୨୬/୧୧ର ଶହୀଦମାନଙ୍କୁ ଜଣାଇଲେ ଶ୍ରଦ୍ଧାଞ୍ଜଳି
Quote“ସମ୍ବିଧାନ ଦିବସ ପାଳନ ହେବା ଉଚିତ କାରଣ ଆମେ ଠିକ ନା ଭୂଲ ରାସ୍ତାରେ ଯାଉଛୁ ତାର ନିରବଚ୍ଛିନ୍ନ ମୂଲ୍ୟାୟନ ଆବଶ୍ୟକ”
Quote“ପରିବାର କୈନ୍ଦ୍ରୀକ ଦଳଗୁଡିକ ଯୋଗୁଁ ଭାରତ ଏକ ପ୍ରକାର ଜଟିଳ ସ୍ଥିତି ଆଡକୁ ଗତି କରୁଛି, ସମ୍ବିଧାନ ପ୍ରତି ନିଷ୍ଠା ରଖିଥିବା ଜନସାଧାରଣଙ୍କ ପାଇଁ ଏହା ନିଶ୍ଚୟ ଏକ ଚିନ୍ତାର ବିଷୟ”
Quote“ଗଣତାନ୍ତ୍ରିକ ଚରିତ୍ର ହରାଇଥିବା ଦଳଗୁଡିକ ଗଣତନ୍ତ୍ରକୁ ସୁରକ୍ଷା ଦେବେ କେମିତି?”
Quote“ଦେଶ ସ୍ୱାଧୀନ ହେବା ପରେ କର୍ତ୍ତବ୍ୟ ଉପରେ ଗୁରୁତ୍ୱ ଦିଆଯାଇଥିଲେ ଭଲ ହୋଇଥାନ୍ତା। ଆଜାଦୀ କା ଅମୃତ ମହୋତ୍ସବରେ କର୍ତ୍ତବ୍ୟ ପଥରେ ଅଗ୍ରସର ହେବା ଆମ ପକ୍ଷରେ ଭଲ, କାରଣ ଏହାଦ୍ୱାରା ଅଧିକାର ସୁରକ୍ଷିତ ରହିପାରିବ”

ଆଦରଣୀୟ ରାଷ୍ଟ୍ରପତି ଜୀ, ଆଦରଣୀୟ ଉପରାଷ୍ଟ୍ରପତି ଜୀ, ଆଦରଣୀୟ ବାଚସ୍ପତି ମହୋଦୟ, ମଞ୍ଚ ଉପରେ ବିରାଜମାନ କରିଥିବା ସମସ୍ତ ବରିଷ୍ଠ ମହାନୁଭବ ଏବଂ ସଦନରେ ଉପସ୍ଥିତ ସମ୍ବିଧାନ ପ୍ରତି ସମର୍ପିତ ସମସ୍ତ ଭାଇ ଏବଂ ଭଉଣୀମାନେ ।

ଆଜିର ଦିନ ବାବା ସାହେବ ଆମ୍ବେଦକର, ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ଭଳି ଦୂରଦର୍ଶୀ ମହାନୁଭବଙ୍କୁ ପ୍ରଣାମ କରୁଛି । ଆଜିର ଦିନ ଏହି ସଦନକୁ ପ୍ରଣାମ କରିବାର ଅଟେ, କାରଣ ଏହି ପବିତ୍ର ସ୍ଥାନରେ ମାସ ମାସ ଧରି ଭାରତର ବିଦ୍ୱାନମାନେ, ଆକ୍ଟିଭିଷ୍ଟମାନେ ଦେଶର ଉଜ୍ଜ୍ୱଳ ଭବିଷ୍ୟତ ପାଇ୍ୟ ବ୍ୟବସ୍ଥା ପ୍ରତିଷ୍ଠା କରିବା ପାଇଁ ଚିନ୍ତନ ମନ୍ଥନ କରିଥିଲେ ଏବଂ ସେଥିରୁ ସମ୍ବିଧାନ ରୂପରେ ଅମୃତ ଆମକୁ ପ୍ରାପ୍ତ ହୋଇଥିଲା, ଯାହାକି ସ୍ୱାଧୀନତାର ଦୀର୍ଘ ସମୟ ପରେ ଆମକୁ ଏଠାକୁ ପହଞ୍ଚାଇଛି । ଆଜି ପୂଜ୍ୟ ବାପୁଙ୍କୁ ମଧ୍ୟ ପ୍ରଣାମ କରିବା ସ୍ୱାଧୀନତାର ଏହି ଆନେ୍ଦାଳନରେ ଯେଉଁ ଯେଉଁ ଲୋକମାନେ ନିଜର ବଳିଦାନ ଦେଇଛନ୍ତି । ନିଜ ଜୀବନ ଦେଇଥିବା ସେହିମାନଙ୍କୁ ଏହି ଅବସରରେ ପ୍ରଣାମ କରିବା । ୨୬/୧୧ ଆମମାନଙ୍କ ପାଇଁ ଏପରି ଏକ ଦୁଃଖର ଦିନ, ଯେତେବେଳେ ଦେଶର ଶତ୍ରୁମାନେ ଦେଶ ମଧ୍ୟକୁ ଆସି ମୁମ୍ବାଇ ଠାରେ ସେହିଭଳି ଆତଙ୍କବାଦୀ ଘଟଣାକୁ ରୂପ ଦେଇଥିଲେ । ଭାରତର ସମ୍ବିଧାନରେ ସୂଚୀତ ଦେଶର ସାଧାରଣ ଜନତାଙ୍କ ସୁରକ୍ଷାର ଦାୟିତ୍ୱ ଅନ୍ତର୍ଗତ ଅନେକ ଆମର ବୀର ଯବାନମାନେ ସେହି ଆତଙ୍କବାଦୀମାନଙ୍କ ସହିତ ଲଢ଼େଇ କରିବାରେ ନିଜକୁ ସମର୍ପିତ କରି ଦେଇଥିଲେ । ସର୍ବୋଚ୍ଚ ବଳିଦାନ ଦେଇଥିଲେ। ମୁଁ ଆଜି ୨୬/୧୧କୁ ସେହି ସମସ୍ତ ସହିଦମାନଙ୍କୁ ମଧ୍ୟ ସସମ୍ମାନ ପ୍ରଣାମ କରୁଛି ।

|

ସମ୍ମାନୀୟ ଶିଷ୍ଟମଣ୍ଡଳୀ ଭାବିଲେ ଦେଖି ଆଜି ଯଦି ଆମେ ଆମକୁ ସମ୍ବିଧାନ ନିର୍ମାଣ କରିବା ପାଇଁ ଏଭଳି ପରିସ୍ଥିତି ଆସିଥାନ୍ତା ତେବେ କ’ଣ ହୋଇଥାନ୍ତା? ସ୍ୱାଧୀନତା ଆନେ୍ଦାଳନର ଛାୟା, ଦେଶଭକ୍ତିର ଜ୍ୱାଳା, ଭାରତ ବିଭାଜନର ବିଭୀଷିକା ସତ୍ତ୍ୱେ ସମସ୍ତଙ୍କ ହୃଦୟରେ ସର୍ବୋଚ୍ଚ ମନ୍ତ୍ର ଥିଲା ଦେଶ ହିତ ହିଁ ସର୍ବୋଚ୍ଚ । ବିବିଧତାରେ ପୂର୍ଣ୍ଣ ଏହି ଦେଶ, ଅନେକ ଭାଷା, ଅନେକ ଉପଭାଷା, ଅନେକ ଧର୍ମ, ଅନେକ ରାଜା-ରାଜୁଡ଼ା ଏ ସବୁ ସତ୍ତ୍ୱେ ମଧ୍ୟ ସମ୍ବିଧାନ ମାଧ୍ୟମରେ ସମଗ୍ର ଦେଶକୁ ଗୋଟିଏ ସୂତ୍ରରେ ବାନ୍ଧି ଆଗକୁ ବଢ଼ିବା ପାଇଁ ଯୋଜନା ତିଆରି କରି ଆଜିର ସଂଦର୍ଭକୁ ଦେଖିବା ତା’ହେଲେ ସମ୍ବିଧାନର ଗୋଟିଏ ଫର୍ଦ ଆମେ ପୂରଣ କରିପାରି ଥାଆନ୍ତେ କି? କାରଣ ଦେଶ ପ୍ରଥମ ଉପରେ ରାଜନୀତି ଏତେମାତ୍ରାରେ ପ୍ରଭାବ ପକାଇଲା ଯେ କେବେ କେବେ ଦେଶ ହିତ ମଧ୍ୟ ପଛରେ ରହି ଯାଉଥିଲା । ସେହି ମହାନୁଭବମାନଙ୍କୁ ସେଥିପାଇଁ ପ୍ରଣାମ କରିବାକୁ ଚାହୁଁଛି, କାରଣ ସେମାନଙ୍କର ମଧ୍ୟ ନିଜସ୍ୱ ବିଚାର ଥିବ । ସେମାନଙ୍କର ବିଚାରଗୁଡ଼ିକର ମଧ୍ୟ ନିଜସ୍ୱ ଧାରା ଥିବ । ସେହି ଧାରାରେ ଧାର ମଧ୍ୟ ଥିବ । କିନ୍ତୁ ତା’ସତ୍ତ୍ୱେ ମଧ୍ୟ ରାଷ୍ଟ୍ର ହିତକୁ ସର୍ବାଗ୍ରେ ରଖି ସମସ୍ତେ ମିଳିତ ଭାବେ ଆମକୁ ଏକ ସମ୍ବିଧାନ ଦେଲେ ।

ବନ୍ଧୁଗଣ,

ଆମ ସମ୍ବିଧାନ ଏହା କେବଳ ଅନେକ ଧାରାଗୁଡ଼ିକର ସମଷ୍ଟି ନୁହେଁ । ଆମ ସମ୍ବିଧାନ ହଜାର ହଜାର ବର୍ଷର ଭାରତର ମହାନ ପରମ୍ପରା, ଅଖଣ୍ଡ ଧାରା, ସେହି ଧାରାର ଆଧୁନିକ ଅଭିବ୍ୟକ୍ତି ଅଟେ ଏବଂ ସେଥିପାଇଁ ଲେଟର୍ ଆଣ୍ଡ ସ୍ପିରିଟରେ ସମ୍ବିଧାନ ପ୍ରତି ସମର୍ପଣ ଏବଂ ଯେତେବେଳେ ଆମେ ଏହି ସାମ୍ବିଧାନିକ ବ୍ୟବସ୍ଥା ସହ ଜନପ୍ରତିନିଧି ଭାବରେ ଗ୍ରାମପଞ୍ଚାୟତ ଠାରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ଯାହାକିଛି ଦାୟିତ୍ୱ ନିର୍ବାହ କରିଥାଉ । ଆମେ ସମ୍ବିଧାନର ଲେଟର୍ ଆଣ୍ଡ ସ୍ପିରିଟକୁ ସମର୍ପିତ ଭାବରେ ଆମକୁ ନିଜକୁ ନିଜେ ସବୁବେଳେ ସଜାଗ ରଖିବାକୁ ହେବ । ଆଉ ଯେତେବେଳେ ଏହା କରିଥାନ୍ତି ସେତେବେଳେ ସମ୍ବିଧାନର ଭାବନାକୁ କେଉଁଠି ଆଘାତ ଲାଗିଥାଏ । ତାହାକୁ ମଧ୍ୟ ଆମେ ଅଣଦେଖା କରିପାରିବା ନାହିଁ ଏବଂ ସେଥିପାଇଁ ଏହି ସମ୍ବିଧାନ ଦିବସକୁ ଆମେ ଏଥିପାଇଁ ପାଳନ କରିବା ଯେ ଯାହାକିଛି ଆମେ କରୁଛୁ ତାହା ସମ୍ବିଧାନ ଅନୁଯାୟୀ ହେଉ । ଠିକ୍ ଅଛି ନା ଭୁଲ୍ ଅଛି । ଆମର ପଥ ଠିକ ଅଟେ ନା ଭୁଲ ଅଟେ । ପ୍ରତ୍ୟେକ ବର୍ଷ ସମ୍ବିଧାନ ଦିବସ ପାଳନ କରି ଆମେ ନିଜକୁ ନିଜେ ମୂଲ୍ୟାଙ୍କନ କରିବା ଦରକାର । ଭଲ ହୋଇଥାନ୍ତା ଦେଶ ସ୍ୱାଧୀନ ହେବା ପରେ ୨୬ ଜାନୁଆରୀ ଲୋକତାନ୍ତ୍ରିକ ପର୍ବ ଆରମ୍ଭ ହେବା ପରେ ଆମକୁ ୨୬ ନଭେମ୍ବରକୁ ସମ୍ବିଧାନ ଦିବସ ଭାବରେ ଦେଶରେ ପାଳନ କରିବାର ପରମ୍ପରା ତିଆରି କରିବା ଥିଲା । ଯଦ୍ୱାରା ସେହି କାରଣରୁ ଆମର ପିଢ଼ି ପରେ ପିଢ଼ି ସମ୍ବିଧାନ ହେଲା କିପରି? କେଉଁ ଲୋକମାନେ ଥିଲେ ସେମାନେ ଏହାକୁ ତିଆରି କରିଥିଲେ? କେଉଁ ପରିସ୍ଥିତିରେ ତିଆରି ହେଲା? କାହିଁକି ହେଲା? ଆମକୁ ସମ୍ବିଧାନ କେଉଁଠିକୁ ନେଇଯାଇଛି? କେମିତି ନେଇଯାଉଛି? କାହା ପାଇଁ ନେଇଯାଉଛି? ଆମେ ସବୁ କଥାକୁ ପ୍ରତ୍ୟେକ ବର୍ଷ ଯଦି ଚର୍ଚ୍ଚା କରିଥାଆନ୍ତେ ତା’ହେଲେ ସମ୍ବିଧାନ ଯାହାକୁ ସମଗ୍ର ବିଶ୍ୱ ଏକ ସାମାଜିକ ଦଲିଲ୍ ଭାବେ ମାନିଛି ତା’ହେଲେ ବିବିଧତାରେ ପରିପୂର୍ଣ୍ଣ ଆମ ଦେଶ ପାଇଁ ଏହା ଏକ ବହୁତ ବଡ଼ ଶକ୍ତି ଭାବେ ପିଢ଼ି ପରେ ପିଢ଼ି ସମୟ ଅନୁସାରେ ଆମ କାମରେ ଆସିଥାନ୍ତା । କିନ୍ତୁ କିଛି ଲୋକ ଏଥିରୁ ହଟିଗଲେ । କିନ୍ତୁ ଯେତେବେଳେ ବାବା ସାହେବ ଆମ୍ବେଦକରଙ୍କ ୧୫ଠତମ ଜୟନ୍ତୀ ଥିଲା ଆଉ ଏହାଠାରୁ ବଡ଼ ପବିତ୍ର ଅବସର କ’ଣ ଥାଇପାରେ । ବାବା ସାହେବ ଆମ୍ବେଦକର ବହୁତ ବଡ଼ ଉପହାର ଦେଇଛନ୍ତି, ତାହାକୁ ଆମେ ସବୁଦିନ ପାଇଁ ଏକ ଗ୍ରନ୍ଥ ଭାବରେ ମନେ ରଖିବାକୁ ହେବ । ମୋର ମନେ ଅଛି, ଯେତେବେଳେ ମୁଁ ସଦନରେ ଏହି ବିଷୟରେ କହୁଥିଲି ୨ଠ୧୫ରେ ବାବା ସାହେବ ଆମ୍ବେଦକରଙ୍କର ୧୫ଠତମ ଜୟନ୍ତୀରେ ଏହାକୁ ଘୋଷଣା କରିବା ସମୟରେ ସେତେବେଳେ ମଧ୍ୟ ବିରୋଧ ହୋଇଥିଲା । କାହିଁକି ୨୬ ନଭେମ୍ବର କଥା କହୁଛ, କାହିଁକି ଏହା କରିବ, କ’ଣ ଆବଶ୍ୟକ ଅଛି । ବାବା ସାହେବ ଆମ୍ବେଦକରଙ୍କ ନାମ ହେଉ ଏବଂ ଆପଣଙ୍କ ମନରେ ଏହି ଭାବନ ଥିବ ଏହା ଦେଶ ଏବେ ଶୁଣିବା ପାଇଁ ପ୍ରସ୍ତୁତ ନାହିଁ । ଆଉ ଆଜି ମଧ୍ୟ ହୃଦୟର ସହ ଖୋଲା ମନରେ ବାବା ସାହେବ ଆମ୍ବେଦକରଙ୍କ ଭଳି ମଣିଷ ଦେଶକୁ ଯାହା ଦେଇଛନ୍ତି, ଏହାର ପୁନଃ ସ୍ମରଣ କରିବାର ପ୍ରସ୍ତୁତ ନ ହେବା, ଏହା ମଧ୍ୟ ଏକ ଚିନ୍ତାର ବିଷୟ ଅଟେ ।

|

ବନ୍ଧୁଗଣ,

ଭାରତ ଏକ ସାମ୍ବିଧାନିକ ଲୋକତାନ୍ତ୍ରିକ ପରମ୍ପରା ଅଟେ । ରାଜନୈତିକ ଦଳମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ମହତ୍ୱ ରହିଛି ଏବଂ ରାଜନୈତିକ ଦଳ ମଧ୍ୟ ଆମର ସମ୍ବିଧାନର ଭାବନାକୁ ପ୍ରତ୍ୟେକ ଲୋକଙ୍କ ପାଖରେ ପହଂଚାଇବା ଏକ ପ୍ରମୁଖ ମାଧ୍ୟମ ଅଟେ । କିନ୍ତୁ, ସମ୍ବିଧାନର ଭାବନାକୁ ମଧ୍ୟ ଆଘାତ ଲାଗିଛି । ସମ୍ବିଧାନର ଗୋଟିଏ - ଗୋଟିଏ ଧାରାକୁ ମଧ୍ୟ ଆଘାତ ଲାଗିଛି । ଯେଉଁ ଦଳ ନିଜେ ଲୋକତାନ୍ତ୍ରିକ ଚରିତ୍ରକୁ ହଜେଇ ଦେଇଛି ସେ ଲୋକତନ୍ତ୍ରର ରକ୍ଷା କେମିତି କରିପାରିବ । ଆଜି ଦେଶରେ କାଶ୍ମୀର ଠାରୁ କନ୍ୟାକୁମାରୀ ହିନ୍ଦୁସ୍ତାନର ପ୍ରତ୍ୟେକ କୋଣକୁ ଯାଆନ୍ତୁ, ଭାରତ ଏକ ଏମିତି ସଂକଟଆଡ଼କୁ ଗତି କରୁଛି, ଯାହା ସମ୍ବିଧାନ ପ୍ରତି ସମର୍ପିତ ଲୋକାମାନଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି । ଲୋକତନ୍ତ୍ର ପ୍ରତି ଆସ୍ଥା ରଖୁଥିବା ଲୋକମାନଙ୍କ ପାଇଁ ଚିନ୍ତାର ବିଷୟ ଅଟେ । ଏହା ହେଉଛି ପାରିବାରି ଦଳ, ରାଜନୈତିକ ଦଳ, ପାର୍ଟି ଫର ଦ ଫ୍ୟାମିଲି, ପାର୍ଟି ବାଏ ଦ ଫ୍ୟାମିଲି, ଆଉ ଆଗକୁ ମୋତେ କହିବାକୁ ଦରକାର ନାହିଁ । କାଶ୍ମୀର ଠାରୁ କନ୍ୟାକୁମାରୀ ସମସ୍ତ ରାଜନୈତିକ ଦଳଗୁଡ଼ିକ ଦେଖନ୍ତୁ, ଏମାନେ ଲୋକତନ୍ତ୍ରର ଭାବନାର ବିରୋଧୀ ଅଟନ୍ତି । ସମ୍ବିଧାନ ଆମକୁ ଯାହା କହିଥାଏ ତାହାର ବିପରୀତ ଅଟନ୍ତି, ଆଉ ଯେତେବେଳେ ମୁଁ ଏହା କହୁଛି ଯେ ପାରିବାରିକ ଦଳ ଏହାର ଅର୍ଥ ମୁଁ ଏଠାରେ କହୁନାହିଁ, ଏକ ପରିବାରରୁ ଜଣକରୁ ଅଧିକ ଲୋକ ରାଜନୀତିରେ ନ ଆସନ୍ତୁ । ଏହା ନୁହେଁ, ଯୋଗ୍ୟତାର ଅଧାର ଉପରେ ଜନତାଙ୍କର ଆଶୀର୍ବାଦରୁ କୌଣସି ପରିବାରରୁ ଜଣକୁ ଅଧିକ ଲୋକ ରାଜନୀତିରେ ଆସନ୍ତୁ । ଏଥିରେ ଦଳ ପରିବାରବାଦୀ ହୋଇଯାଇ ନଥାଏ । କିନ୍ତୁ ଯେଉଁ ଦଳ ପିଢ଼ି ପରେ ପିଢ଼ି ଗୋଟିଏ ମାତ୍ର ପରିବାର ଚଳାଇଥାଏ, ଦଳର ସମସ୍ତ ବ୍ୟବସ୍ଥା ପରିବାର ପାଖରେ ରୁହେ । ସେତେବେଳେ ଲୋକତନ୍ତ୍ର ସୁସ୍ଥ ଲୋକତନ୍ତ୍ର ପାଇଁ ସଂକଟ ହୋଇଥାଏ ଏବଂ ଆଜି ସମ୍ବିଧାନ ଦିବସରେ, ସମ୍ବିଧାନରେ ବିଶ୍ୱାସ ରଖୁଥିବା, ସମ୍ବିଧାନକୁ ବୁଝୁଥିବା, ସମ୍ବିଧାନକୁ ସମର୍ପିତ ସମସ୍ତ ଦେଶବାସୀଙ୍କୁ ଅନୁରୋଧ କରିବି। ଦେଶରେ ସଚେତନତା ଆଣିବା ଆବଶ୍ୟକତା ରହିଛି । ଜାପାନରେ ଏକ ପରୀକ୍ଷା ହୋଇଥିଲା । ଜାପାନରେ ଦେଖାଯାଇଥିଲା ଯେ, କିଛି ରାଜନୈତିକ ପରିବାର ବ୍ୟବସ୍ଥାରେ ଚାଲୁଛନ୍ତି । କେହି ଜଣେ ଦାୟିତ୍ୱ ନେଇଥିଲେ ଯେ ସେ ନାଗରିକମାନଙ୍କୁ ପ୍ରସ୍ତୁତ କରିବେ ଏବଂ ରାଜନୈତିକ ପରିବାରରୁ ବାହାରେ ଥିବା ଲୋକ ନିର୍ଣ୍ଣୟ ପ୍ରକ୍ରିୟାରେ କେମିତି ଆସିବେ ଏବଂ ବଡ଼ ସଫଳତା ପୂର୍ବକୁ ୩ଠ-୪ଠ ବର୍ଷ ଲାଗିଲା । କିନ୍ତୁ କରିବାକୁ ପଡ଼ିଲା, ଲୋକତନ୍ତ୍ରକୁ ସମୃଦ୍ଧ କରିବା ପାଇଁ ଆମକୁ ମଧ୍ୟ ଆମ ଦେଶରେ ଏଭଳି କଥାକୁ ଆହୁରି ଜାଣିବାର ଆବଶ୍ୟକତା ଅଛି, ଚିନ୍ତା କରିବାର ଆବଶ୍ୟକତା ଅଛି, ଦେଶବାସୀଙ୍କୁ ଜାଗ୍ରତ କରିବାର ଆବଶ୍ୟକତା ଅଛି । ଆଉ ଏହିଭଳି ଭାବରେ ଆମର ଏଠାରେ ଭ୍ରଷ୍ଟାଚାର, କ’ଣ ଆମର ସମ୍ବିଧାନ ଭ୍ରଷ୍ଟାଚାରକୁ ଅନୁମତି ଦେଉଛି । ଆଇନ ଅଛି, ନିୟମ ଅଛି, ସବୁ ଅଛି, କିନ୍ତୁ ଚିନ୍ତା ସେତେବେଳେ ହୋଇଥାଏ ଯେତେବେଳେ ନ୍ୟାୟପାଳିକା ନିଜେ କାହାକୁ ଯଦି ଭ୍ରଷ୍ଟାଚାର ପାଇଁ ଘୋଷିତ କରିଦିଅନ୍ତି, ଭ୍ରଷ୍ଟାଚାର ପାଇଁ ଦଣ୍ଡ ହୋଇଯାଏ । କିନ୍ତୁ ରାଜନୈତିକ ସ୍ୱାର୍ଥ କାରଣରୁ ତାଙ୍କୁ ମଧ୍ୟ ମହିମା ମଣ୍ଡିତ କରାଯାଏ ।

|

ଭ୍ରଷ୍ଟାଚାରକୁ ଅଣଦେଖା କରି ପ୍ରମାଣିତ ହୋଇସାରିଥିବା ବାସ୍ତବତା ସତ୍ତ୍ୱେ ଯେତେବେଳେ ରାଜନୈତିକ ଲାଭ ହାସଲ ପାଇଁ ସମସ୍ତ ସୀମା ଲଂଘି ଲୋକେ ଲଜ୍ଜା ତ୍ୟାଗ କରି ତାଙ୍କ ସହ ମିଳାମିଶା କରିବା ଆରମ୍ଭ କରିଦିଅନ୍ତି, ସେତେବେଳେ ଦେଶର ଯୁବଗୋଷ୍ଠୀମାନଙ୍କ ମନରେ ଆସିଥାଏ କି ଯଦି ଏହିଭଳି ଭାବରେ ରାଜନୀତି କ୍ଷେତ୍ରରେ ନେତୃତ୍ୱ ନେଉଥିବା ଲୋକ ଭ୍ରଷ୍ଟାଚାରରେ ବୁଡ଼ି ରହିଥିବା ଲୋକଙ୍କ ପ୍ରାଣ ପ୍ରତିଷ୍ଠା କରୁଛନ୍ତି । ଅର୍ଥାତ, ତାଙ୍କୁ ମଧ୍ୟ ସେହି ରାସ୍ତା ମିଳିଯାଇଥାଏ କି ଭ୍ରଷ୍ଟାଚାର ବାଟରେ ଚାଲିବା ଖରାପ ନୁହେଁ, ଦୁଇ ଚାରିବର୍ଷ ପରେ ଲୋକେ ସ୍ୱୀକାର କରି ନେଇଥାନ୍ତି । କ’ଣ ଆମେ ଏମିତି ସାମାଜିକ ବ୍ୟବସ୍ଥା ତିଆରି କରିବାକୁ ପଡ଼ିବ ଯଦ୍ୱାରା ଭ୍ରଷ୍ଟାଚାରର ପ୍ରମାଣିତ ହୋଇଯାଇଥିଲେ ମଧ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କୁ ସୁଧୁରିବା ପାଇଁ ସୁଯୋଗ ମିଳିବା ଦରକାର । କିନ୍ତୁ ସାର୍ବଜନୀନ ଜୀବନରେ ଗୌରବ ହାସଲ ପାଇଁ ଯେଉଁ ପ୍ରତିଯୋଗିତା ଚାଲିଛି, ମୁଁ ଭାବେ ତାହା ନୂଆ ନୂଆ ଲୋକଙ୍କୁ ଭ୍ରଷ୍ଟାଚାରୀ ହେବା ପାଇଁ ବାଧ୍ୟ କରିଥାଏ ଏବଂ ଏଥିପାଇଁ ଆମକୁ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଏହା ହେଉଛି ସ୍ୱାଧୀନତାର ୭୫ ବର୍ଷର ଅମୃତ ବେଳା । ଆମେ ଏ ପର୍ଯ୍ୟନ୍ତ ସ୍ୱାଧୀନତାର ୭୫ ବର୍ଷ ସମୟରେ ଦେଶ ଯେଉଁ ସ୍ଥିତିରେ ଗତି କରୁଥିଲା। ଇଂରେଜମାନେ ଭାରତର ନାଗରିକମାନଙ୍କର ଅଧିକାରକୁ ଦଳି ଚକଟିବାରେ ଲାଗି ପଡ଼ିଥିଲେ ଏବଂ ସେହି କାରଣରୁ ହିନ୍ଦୁସ୍ତାନର ନାଗରିକଙ୍କୁ ତାଙ୍କ ଅଧିକାର ମିଳୁ । ସେଥିପାଇଁ ସଂଗ୍ରାମ କରିବା ଅତ୍ୟନ୍ତ ସ୍ୱାଭାବିକ ଥିଲା ଏବଂ ଆବଶ୍ୟକ ମଧ୍ୟ ଥିଲା । ମହାତ୍ମା ଗାନ୍ଧୀଙ୍କ ସମେତ ସମସ୍ତ ଭାରତ ନାଗରିକଙ୍କୁ ତାଙ୍କ ଅଧିକାର ମିଳିଲା । ଏଥିପାଇଁ ସେ ଲଢୁଥିଲେ । ଏହା ସ୍ୱାଭାବିକ ଅଟେ କିନ୍ତୁ ଏହା ମଧ୍ୟ ଠିକ ଯେ ମହାତ୍ମା ଗାନ୍ଧୀ ସ୍ୱାଧୀନତାର ଆନେ୍ଦାଳନରେ ମଧ୍ୟ ଅଧିକାର ପାଇଁ ଲଢ଼ି ଲଢ଼ି, ଦେଶକୁ କର୍ତ୍ତବ୍ୟ ସକାଶେ ପ୍ରସ୍ତୁତ କରିବା ପାଇଁ ଲଗାତାର ପ୍ରୟାସ କରିଥିଲେ । ସେ ଭାରତର ନାଗରିକମାନଙ୍କ ମଧ୍ୟରେ ଲଗାତାର ଭାବେ ବୀଜବପନ କରିବାରେ ପ୍ରୟାସ କରିଥିଲେ, ସ୍ୱଚ୍ଛତା ପାଇଁ, ପୌଢ଼ଶିକ୍ଷା ପାଇଁ, ନାରୀ ସମ୍ମାନ ପାଇଁ, ନାରୀ ଗୌରବ ପାଇଁ, ନାରୀ ସଶକ୍ତିକରଣ ପାଇଁ, ହବି ବ୍ୟବହାର ପାଇଁ, ସ୍ୱଦେଶୀ ଚିନ୍ତାଧାରା ପାଇଁ ଏବଂ ଆତ୍ମନିର୍ଭରଶୀଳତା ପାଇଁ ଏହିସବୁ ଚିନ୍ତାଧାରା ସକାଶେ ମହାତ୍ମା ଗାନ୍ଧୀ ଲଗାତାର ଦେଶକୁ ପ୍ରସ୍ତୁତ କରିଚାଲିଲେ । କିନ୍ତୁ ସ୍ୱାଧୀନତା ପରେ ମହାତ୍ମା ଗାନ୍ଧୀ ଯେଉଁ କର୍ତ୍ତବ୍ୟର ବୀଜ ବୁଣିଥିଲେ ତାହା ସ୍ୱାଧୀନତା ପରେ ବଟବୃକ୍ଷ ହୋଇଯିବାର ଥିଲା । କିନ୍ତୁ ଦୁର୍ଭାଗ୍ୟ ଯୋଗୁ ଶାସନ ବ୍ୟବସ୍ଥା ଏମିତି ହେଲା ଯେ ସେମାନେ ଅଧିକାର, ଅଧିକାର, ଅଧିକାର ବୋଲି କହୁଥିବା ଲୋକମାନଙ୍କୁ ଏମିତି ବ୍ୟବସ୍ଥାରେ ରଖିଲେ ଯେ ଆମେ ଅଛୁ ତ ଆପଣଙ୍କ ଅଧିକାର ପୂରଣ ହେବ । ଭଲ ହୋଇଥାଆନ୍ତା ଦେଶ ସ୍ୱାଧୀନ ହେବା ପରେ କର୍ତ୍ତବ୍ୟ ଉପରେ ଜୋର ଦିଆଯାଇଥାନ୍ତା । ତେବେ ଅଧିକାରଗୁଡ଼ିକ ନିଜକୁ ନିଜେ ସୁନିଶ୍ଚିତ କରିଥାଆନ୍ତେ, କର୍ତ୍ତବ୍ୟରୁ ଦାୟିତ୍ୱ ବୋଧ ହୋଇଥାଏ, କର୍ତ୍ତବ୍ୟରୁ ସମାଜ ପ୍ରତି ଏକ ଦାୟିତ୍ୱର ବୋଧ ହୋଇଥାଏ, ଅଧିକାରରୁ ବେଳେ ବେଳେ ଏକ ମାଗିବାର ପ୍ରବୃତି ଜନ୍ମ ନେଇଥାଏ ଯେ ମୋତେ ମୋର ଅଧିକାର ମିଳିବାର ଦରକାର, ଅର୍ଥାତ ସମାଜକୁ କୁଣ୍ଠାଗ୍ରସ୍ତ କରିବାର ପ୍ରୟାସ ହୋଇଥାଏ । କର୍ତ୍ତବ୍ୟ ଭାବରେ ସାଧାରଣ ମଣିଷ ଜୀବନରେ ଏକ ଭାବନା ଆସିଥାଏ କି ଏହା ମୋର ଦାୟିତ୍ୱ ଅଟେ, ମୋତେ ଏହାକୁ କରିବାକୁ ହେବ, ମୋତେ ଏହାକୁ କରିବାକୁ ହେବ ଏବଂ ଯେତେବେଳେ ମୁଁ କର୍ତ୍ତବ୍ୟ ପାଳନ କରୁଥିବି ସେତେବେଳେ ନିଜେ ନିଜେ କୌଣସି ନା କୌଣସି ଅଧିକାରର ରକ୍ଷା ହୋଇଯାଇଥାଏ, ଏବଂ ସେହି କାରଣରୁ କର୍ତ୍ତବ୍ୟ ମଧ୍ୟ ହୋଇଥାଏ ଏବଂ ଅଧିକାର ମଧ୍ୟ ଚାଲିଥାଏ ଏବଂ ସୁସ୍ଥ ସମାଜର ଗଠନ ହୋଇଥାଏ ।

|

 

|

 

|

 

|

 

|

 

|

ସ୍ୱାଧୀନତାର ଅମୃତ ମହୋତ୍ସବରେ ଆମ ପାଇଁ ବହୁତ ଆବଶ୍ୟକ ଅଟେ କି ଆମେ କର୍ତ୍ତବ୍ୟ ମାଧ୍ୟମରେ ଅଧିକାରର ରକ୍ଷା କରିବା ରାସ୍ତାରେ ଚାଲୁ । କର୍ତ୍ତବ୍ୟର ସେହି ପଥ ଯେଉଁଥିରେ ଅଧିକାରର ଗ୍ୟାରେଣ୍ଟି ଅଛି, କର୍ତ୍ତବ୍ୟର ସେହି ପଥ ଅଛି, ଯାହା ଅଧିକାରକୁ ସମ୍ମାନ ଦେବା ସହ ଅନ୍ୟମାନଙ୍କୁ ସ୍ୱୀକୃତି ପ୍ରଦାନ କରିଥାଏ, ଆଉ ସେଥିପାଇଁ ଆଜି ଯେତେବେଳେ ଆମେ ସମ୍ବିଧାନ ଦିବସ ପାଳନ କରୁଛୁ, ସେତେବେଳେ ଆମ ଭିତରେ ମଧ୍ୟ ଏହି ଭାବନା ନିରନ୍ତର ରହିବା ଦରକାର କି? ଆମେ କର୍ତ୍ତବ୍ୟ ପଥରେ ଚାଲିବା, କର୍ତ୍ତବ୍ୟରେ ଯେତେ ଅଧିକ ମାତ୍ରାରେ ନିଷ୍ଠା ଏବଂ ତପସ୍ୟା ସହ ଆମେ ପାଳନ କରିବା ସେତେବେଳେ ସମସ୍ତଙ୍କର ଅଧିକାରର ରକ୍ଷା ହୋଇପାରିବ । ଏବଂ ସ୍ୱାଧୀନତାକୁ ଭଲ ପାଉଥିବା ଲୋକମାନେ ଯେଉଁ ସ୍ୱପ୍ନକୁ ନେଇ ଭାରତକୁ ଗଢ଼ିଥିଲେ ସେହି ସ୍ୱପ୍ନକୁ ସାକାର କରିବା ପାଇଁ ସୌଭାଗ୍ୟ ଆମମାନଙ୍କୁ ଆଜି ମିଳିଛି । ଆମେ ସମସ୍ତେ ମିଳିମିଶି ଏହି ସ୍ୱପ୍ନକୁ ପୂରଣ କରିବା ପାଇଁ କୌଣସି ପ୍ରୟାସ ଛାଡ଼ିବା ନାହିଁ । ମୁଁ ପୁଣି ଥରେ ବାଚସ୍ପତି ମହୋଦୟଙ୍କୁ ଏହି ମହତ୍ୱପୂର୍ଣ୍ଣ ଅବସର ପାଇଁ ବହୁତ ବହୁତ ଶୁଭକାମନା ଜଣାଉଛି, ଅଭିନନ୍ଦନ ଜଣାଉଛି, ସେ ଏହି କାର୍ଯ୍ୟକ୍ରମର ଆୟୋଜନ କଲେ । ଏହି କାର୍ଯ୍ୟକ୍ରମ କୌଣସି ସରକାରଙ୍କର ନ ଥିଲା। ଏହି କାର୍ଯ୍ୟକ୍ରମ କୌଣସି ରାଜନୈତିକ ଦଳର ନ ଥିଲା, ଏହି କାର୍ଯ୍ୟକ୍ରମକୁ କୌଣସି ପ୍ରଧାନମନ୍ତ୍ରୀ ଆୟୋଜନ କରି ନ ଥିଲେ । ବାଚସ୍ପତି ହେଉଛନ୍ତି ଏହି ସଦନର ଗୌରବ, ସଦନର ଏହି ସ୍ଥାନ ଗୌରବମୟ ଅଟେ, ବାଚସ୍ପତିଙ୍କର ଏକ ଗରିମା ରହିଥାଏ, ବାବା ସାହେବ ଆମ୍ବେଦକରଙ୍କର ଏକ ଗରିମା ଥାଏ, ସମ୍ବିଧାନର ଏକ ଗରିମା ଥାଏ । ଆମେ ସମସ୍ତେ ସେହି ମହାନ ପୁରୁଷମାନଙ୍କୁ ପ୍ରାର୍ଥନା କରିବା ଯେ ସେ ଆମକୁ ଶିକ୍ଷା ଦିଅନ୍ତୁ ଯାହାକି ଆମେ ସବୁବେଳେ ବାଚସ୍ପତି ପଦର ଗରିମାକୁ ବଞ୍ଚେଇ ରଖିଥାଉ । ବାବା ସାହେବ ଆମ୍ବେଦକରଙ୍କର ଗୌରବ ଜାରି ରହୁ, ଏବଂ ସମ୍ବିଧାନର ଗୌରବ ଜାରି ରହୁ, ଏହି ଆଶା ସହିତ ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ।

 

  • MLA Devyani Pharande February 17, 2024

    जय श्रीराम
  • Anil Mishra Shyam March 11, 2023

    Ram Ram 🙏 g
  • Laxman singh Rana June 11, 2022

    नमो नमो 🇮🇳🌷
  • Laxman singh Rana June 11, 2022

    नमो नमो 🇮🇳
  • ranjeet kumar May 01, 2022

    Jay sri ram
  • ranjeet kumar May 01, 2022

    Jay sri ram🙏
  • ranjeet kumar May 01, 2022

    Jay sri ram🙏🙏
  • ranjeet kumar May 01, 2022

    Jay sri ram🙏🙏🙏
  • DR HEMRAJ RANA February 24, 2022

    दक्षिण भारत की राजनीति और ऑल इंडिया अन्ना द्रविड़ मुनेत्र कड़गम की कद्दावर नेता, #तमिलनाडु की पूर्व मुख्यमंत्री #जयललिता जी की जन्म जयंती पर शत् शत् नमन्। समाज और देशहित में किए गए आपके कार्य सैदव याद किए जाएंगे।
  • Suresh k Nai January 24, 2022

    *નમસ્તે મિત્રો,* *આવતીકાલે પ્રધાનમંત્રી શ્રી નરેન્દ્રભાઈ મોદીજી સાથેના ગુજરાત પ્રદેશ ભાજપના પેજ સમિતિના સભ્યો સાથે સંવાદ કાર્યક્રમમાં ઉપરોક્ત ફોટામાં દર્શાવ્યા મુજબ જોડાવવું.*
Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
Raj Kapoor’s Iconic Lantern Donated To PM Museum In Tribute To Cinematic Icon

Media Coverage

Raj Kapoor’s Iconic Lantern Donated To PM Museum In Tribute To Cinematic Icon
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Narendra Modi to participate in the Post-Budget Webinar on "Agriculture and Rural Prosperity"
February 28, 2025
QuoteWebinar will foster collaboration to translate the vision of this year’s Budget into actionable outcomes

Prime Minister Shri Narendra Modi will participate in the Post-Budget Webinar on "Agriculture and Rural Prosperity" on 1st March, at around 12:30 PM via video conferencing. He will also address the gathering on the occasion.

The webinar aims to bring together key stakeholders for a focused discussion on strategizing the effective implementation of this year’s Budget announcements. With a strong emphasis on agricultural growth and rural prosperity, the session will foster collaboration to translate the Budget’s vision into actionable outcomes. The webinar will engage private sector experts, industry representatives, and subject matter specialists to align efforts and drive impactful implementation.