ନମସ୍କାର, କାର୍ଯ୍ୟକ୍ରମରେ ଉପସ୍ଥିତ ଆଚାର୍ଯ୍ୟ ଶ୍ରୀ ମାହଶ୍ରମଣଜୀ, ମୁନିଗଣ, ପୂଜ୍ୟ ସାଧ୍ୱୀଗଣ ଏବଂ ସମସ୍ତ ଶ୍ରଦ୍ଧାଳୁଗଣ । ଆମର ଏହି ଭାରତବର୍ଷ ହେଉଛି ହଜାର ହଜାର ବର୍ଷ ଧରି ସାଧୁସନ୍ଥମାନଙ୍କ, ଋଷିଗଣଙ୍କର, ମୁନିଗଣଙ୍କ, ଆଚାର୍ଯ୍ୟଗଣଙ୍କର ଏକ ମହାନ ପରମ୍ପରାର ଭୂମି ।
କାଳର ପ୍ରଭାବ ଆମ ଉପରେ କେଉଁ କେଉଁ ପ୍ରକାର ପରୀକ୍ଷା ଓ ସଂକଟ ଉପସ୍ଥାପିତ କରିଛି, କିନ୍ତୁ ଏହି ପରମ୍ପରା ଆଜି ସୁଦ୍ଧା ଅତୁଟ ରହିଆସିଛି । ଆମର ଏଠାରେ ଆଚାର୍ଯ୍ୟ ସେହିମାନେ ହୋଇପାରିଛନ୍ତି, ଯେଉଁମାନେ ସଦାସର୍ବଦା ଚରୈବତି- ଚରୈବତିର ମନ୍ତ୍ର ପ୍ରଦାନ କରିଛନ୍ତି । ଆମର ଏଠାରେ ଏଠାରେ ଆଚାର୍ଯ୍ୟ ସେହିମାନେ ହୋଇଛନ୍ତି, ଯେଉଁମାନେ ଚରୈବତି- ଚରୈବତି ମନ୍ତ୍ରକୁ ସଦାସର୍ବଦା ନିଜ ଆଚରଣରେ ପ୍ରତିପାଦନ କରିଆସିଛନ୍ତି । ଶ୍ୱେତାମ୍ବର ନେରାପନ୍ଥର ତ ଚରୈବତି- ଚରୈବତିକୁ ଶତତ ଗତିଶୀଳତା ପ୍ରଦାନ କରିଛି ଏବଂ ଏହି ମହାନ ପରମ୍ପରାକୁ ଏକ ନୂତନ ଶୀର୍ଷରେ ପହଞ୍ଚାଇ ଆସିଛି ।
ଆଚାର୍ଯ୍ୟ ଭିକ୍ଷୁମାନେ ଶିଥିଳତାକୁ ପରିତ୍ୟାଗକୁ ହିଁ ଆଧ୍ୟାତ୍ମିକତାର ସଂକଳ୍ପରେ ପରିଣତ କରିଆସିଛନ୍ତି ।
ଆଧୁନିକ କାଳରେ ଆଚାର୍ଯ୍ୟ ତୁଳସୀ ଏବଂ ଆଚାର୍ଯ୍ୟ ମହାପ୍ରାଜ୍ଞଜୀଙ୍କ ଠାରୁ ଆରମ୍ଭ ହୋଇଥିବା ଏହି ମହାନ ପରମ୍ପରା ଆଜି ଆଚାର୍ଯ୍ୟ ମହାଶ୍ରମଣଜୀଙ୍କ ରୂପରେ ଆମ ସମସ୍ତଙ୍କ ସମ୍ମୁଖରେ ଜୀବନ୍ତ ଓ ସଜାଗ ରହିପାରିଛି ।
ଆଚାର୍ଯ୍ୟ ମହାଶ୍ରମଣଜୀ ବିଗତ ସାତ ବର୍ଷ ଭିତରେ ୧୮ ହଜାର କିଲୋମିଟର ପଥ ପଦଯାତ୍ରା ମାଧ୍ୟମରେ ପୂରଣ କରିଛନ୍ତି । ଏହି ପଦଯାତ୍ରା ବିଶ୍ୱର ତିନି ତିନିଟି ଦେଶର ଯାତ୍ରା ଥିଲା ।
ଏହାରି ମାଧ୍ୟମରେ ଆଚାର୍ଯ୍ୟ ଶ୍ରୀ ‘ବସୁଧୈବ କୁଟୁମ୍ବକମ୍’ର ଭାରତୀୟ ବିଚାରକୁ ସର୍ବତ୍ର ବିସ୍ତାରିତ କରିଛନ୍ତି । ଏହି ପଦଯାତ୍ରା ଦ୍ୱାରା ଦେଶର ୨୦ଟି ରାଜ୍ୟକୁ ଗୋଟିଏ ବିଚାରରେ, ଗୋଟିଏ ପ୍ରେରଣାରେ ଯୋଡ଼ାଯାଇ ପାରିଛି ।
ଏହା ହେଉଛି ଅହିଂସା, ଏହା ହେଉଛି ଏକତା । ଯେଉଁଠାରେ ଏକତା ବିଦ୍ୟମାନ, ସେଠାରେ ଅଖଣ୍ଡତା ମଧ୍ୟ ବିଦ୍ୟମାନ ।
ଯେଉଁଠାରେ ଅଖଣ୍ଡତା ବିଦ୍ୟମାନ, ସେଠାରେ ଶ୍ରେଷ୍ଠତା ମଧ୍ୟ ବିଦ୍ୟମାନ ।
ମୁଁ ମାନୁଛି, ଆପଣମାନେ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ମନ୍ତ୍ରକୁ ଆଧ୍ୟାତ୍ମିକତାର ସଂକଳ୍ପ ରୂପରେ ପ୍ରସାରିତ କରିବାର କର୍ତ୍ତବ୍ୟ ସଂପାଦନ କରିଆସୁଛନ୍ତି ।
ମୁଁ ଏହି ଯାତ୍ରା ସଂପୂର୍ଣ୍ଣ ହେବା ଅବସରରେ ଆଚାର୍ଯ୍ୟ ମହାଶ୍ରମଣଜୀଙ୍କୁ ଏବଂ ସମସ୍ତ ଅନୁଗାମୀମାନଙ୍କୁ ଶ୍ରଦ୍ଧାପୂର୍ବକ ବହୁତ ବହୁତ ଅଭିନନ୍ଦନ ଜଣାଉଛି ।
ସାଥୀଗଣ,
ଶ୍ୱେତାମ୍ବର ତେରା ପନ୍ଥର ଆଚାର୍ଯ୍ୟମାନଙ୍କ ଠାରୁ ମୋତେ ସଦାସର୍ବଦା ବିଶେଷ ସ୍ନେହ ପ୍ରାପ୍ତ ହୋଇଛି ।
ଆଚାର୍ଯ୍ୟ
ତୁଳସୀଜୀ, ତାଙ୍କର ପଟ୍ଟଧାରୀ ଆଚାର୍ଯ୍ୟ ମହାପ୍ରାଜ୍ଞଜୀ ଏବଂ ବର୍ତ୍ତମାନର ଆଚାର୍ଯ୍ୟ ମହାଶ୍ରମଣଜୀ, ଏମାନଙ୍କ ସମସ୍ତଙ୍କର ମୁଁ ବିଶେଷ ଭାବେ କୃପାଭିକ୍ଷୁ ରହିଆସିଛି ।
ଏହି ଶ୍ରଦ୍ଧା କାରଣରୁ ମୋତେ ତେରାପନ୍ଥର ଆୟୋଜନଗୁଡ଼ିକ ସହିତ ସଂଶ୍ଳିଷ୍ଟ ହେବାର ସୌଭାଗ୍ୟ ସଦାସର୍ବଦା ପ୍ରାପ୍ତ ହୋଇଆସୁଛି । ଏହି ପ୍ରେମ କାରଣରୁ ମୁଁ ଆପଣ ଆଚାର୍ଯ୍ୟମାନଙ୍କ ଗହଣରେ ଏକଥା କହିଥିଲି ଯେ- ଏହା ହେଉଛି ତେରା ପନ୍ଥ, ଏହା ହେଉଛି ମେରା ପନ୍ଥ ।
ଭାଇ ଓ ଭଉଣୀଗଣ,
ମୁଁ ଯେତେବେଳେ ଆଚାର୍ଯ୍ୟ ମହାଶ୍ରମଣଜୀଙ୍କର ଏହି ପଦଯାତ୍ରା ସହିତ ସଂଶ୍ଳିଷ୍ଟ ଖବରମାନ ଶୁଣୁଥିଲି, ଦେଖୁଥିଲି, ସେତେବେଳେ ମୋତେ ଏହା ସହିତ ଯୋଡ଼ିହୋଇ ରହିଥିବା ଏକ ସୁଖଦ ସଂଯୋଗ ଦେଖିବାକୁ ମିଳିଥିଲା ।
ଆପଣମାନେ ୨୦୧୪ ମସିହାରେ ଏହି ଯାତ୍ରା ଦିଲ୍ଲୀର ଲାଲକିଲ୍ଲାଠାରୁ ଆରମ୍ଭ କରିଥିଲେ । ସେହିବର୍ଷ ଦେଶ ମଧ୍ୟ ଏକ ନୂତନ ଯାତ୍ରା ଆରମ୍ଭ କରିଥିଲା ଏବଂ ମୁଁ ଲାଲକିଲ୍ଲା ମଞ୍ଚ ଉପରୁ କହିଥିଲି ଯେ ଏହା ହେଉଛି ନୂତନ ଭାରତର ଏକ ନୂତନ ଯାତ୍ରା । ଆପଣମାନଙ୍କ ଏହି ଯାତ୍ରାରେ ଦେଶସେବାର ସଂକଳ୍ପ ମଧ୍ୟ ରହିଛି- ଜନସେବା, ଜନ କଲ୍ୟାଣ! ଆଜି ଆପଣମାନେ କୋଟି କୋଟି ଦେଶବାସୀଙ୍କ ସହିତ ମିଶି, ପରିବର୍ତ୍ତନର ଏହି ମହାଜ୍ଞରେ ସେମାନଙ୍କର ଭାଗୀଦାରୀ ନିମନ୍ତେ ଶପଥ ଦେବାଲାଗି ଦିଲ୍ଲୀ ଆସିଛନ୍ତି । ମୋର ପୂର୍ଣ୍ଣ ଆସ୍ଥା ଯେ ଆପଣମାନେ ଦେଶର କୋଣ ଅନୁକୋଣରେ, ପ୍ରତ୍ୟେକ ଦେଶବାସୀଙ୍କ ମନରେ ଏହି ନୂତନ ଯାତ୍ରାର ଆଲୋକରଶ୍ମିର ଅନୁଭବ କରିଥିବେ, ଏହାକୁ ନିଜେ ଦେଖିଥିବେ ।
ମୋର ଆପଣମାନଙ୍କୁ ବିନମ୍ର ନିବେଦନରେ ବଦଳୁଥିବା ଭାରତର ଏହି ଅନୁଭବକୁ ଆପଣମାନେ ଦେଶବାସୀଙ୍କୁ ଯେତେ ଅଧିକ ମାତ୍ରାରେ ବାଣ୍ଟିପାରିବେ, ସେମାନଙ୍କୁ ସେତିକି ମାତ୍ରାରେ ପ୍ରେରଣା ପ୍ରାପ୍ତ ହେବ ।
ସାଥୀଗଣ,
ଆଚାର୍ଯ୍ୟଶ୍ରୀ ତାଙ୍କର ଏହି ପଦଯାତ୍ରାରେ ‘ସଦ୍ଭାବନା, ନୈତିକତା ଏବଂ ନିଶାମୁକ୍ତି’ର ଏକ ସଂକଳ୍ପ ରୂପେ ସମାଜ ସମ୍ମୁଖରେ ଉପସ୍ଥାପନ କରିଛନ୍ତି । ମୋତେ ସୂଚୀତ କରାଯାଇଛି ଯେ ଏହି ଅବସରରେ ଲକ୍ଷ ଲକ୍ଷ ଲୋକ ନିଶାମୁକ୍ତି ଭଳି ସଂକଳ୍ପ ସହିତ ଯୋଡ଼ି ହୋଇଛନ୍ତି । ଏହା ନିଜସ୍ୱ ଭାବେ ଏକ ବହୁତ ବଡ଼ ଅଭିଯାନ । ଆଧ୍ୟାତ୍ମିକ ଦୃଷ୍ଟିରୁ ଯଦି ଆମେ ଏହାକୁ ଦେଖିବା, ତେବେ ଆମେ ନିଜେ ନିଜକୁ ଅବଶ୍ୟ ଅନୁଭବ କରିପାରିବା, ଯେତେବେଳେ ଆମେ ନିଜେ ବ୍ୟସନରୁ ମୁକ୍ତି ହେବା । ଏହି ବ୍ୟସନ, ଏହି ନିଶା, ଲୋଭ- ଲାଳସା ଏବଂ ସ୍ୱାର୍ଥର ମଧ୍ୟ ହୋଇଥାଇପାରେ ।
ଯେତେବେଳେ ଆମେ ଆତ୍ମନିରୀକ୍ଷଣ କରିପାରିବା, ସେତେବେଳେ ‘ସ୍ୱୟଂ ଭିତରେ ସର୍ବଂ’ର ଦର୍ଶନ କରିପାରିବା । ସେତେବେଳେ ଆମେ ସ୍ୱାର୍ଥରୁ ଉପରକୁ ଉଠି ପରମାର୍ଥ ନିମନ୍ତେ ନିଜର କର୍ତ୍ତବ୍ୟ ସଂପାଦନର ଅନୁଭବ କରିପାରିବା ।
ସାଥୀଗଣ,
ଆଜି ସ୍ୱାଧୀନତାର ଅମୃତ ମହୋତ୍ସବ ବେଳେ ଦେଶ ମଧ୍ୟ ସ୍ୱ ଠାରୁ ଉପରକୁ ଉଠି ସମାଜ ଏବଂ ରାଷ୍ଟ୍ର ନିମନ୍ତେ କର୍ତ୍ତବ୍ୟ ନିମନ୍ତେ ଆହ୍ୱାନ ଜଣାଉଛି ।
ଆଜି ଦେଶ ‘ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ, ଏବଂ ସବକା ପ୍ରୟାସ’ର ସଂକଳ୍ପକୁ ନେଇ ଆଗକୁ ଅଗ୍ରସର ହେଉଛି ।
ସରକାର ସବୁକିଛି କରିବେ, କ୍ଷମତା ହିଁ ସବୁକିଛି ଚଳେଇବେ, ଏହା କଦାଚିତ୍ ଭାରତର ଭାବନା ରହିନଥିଲା । ଏହା ଭାରତର ପ୍ରକୃତି ରହିନଥିଲା ।
ଆମର ଏଠାରେ ରାଜସତ୍ତା, ସମାଜ ସତ୍ତା, ଆଧ୍ୟାତ୍ମ୍ୟ ସତ୍ତା, ସବୁକିଛି ସମାନ ଭୂମିକା ନିର୍ବାହ କରିଥାନ୍ତି । ଆମର ଏଠାରେ କର୍ତ୍ତବ୍ୟକୁ ହିଁ ଧର୍ମ ବୋଲି ବିବେଚନା କରାଯାଇଥାଏ । ମୋର ଆଚାର୍ଯ୍ୟ ତୁଳସୀଜୀଙ୍କର ଗୋଟିଏ କଥା ଏବେ ସୁଦ୍ଧା ସ୍ମରଣ ଅଛି । ସେ କହୁଥିଲେ- ‘ମୁଁ ସର୍ବପ୍ରଥମେ ଜଣେ ମଣିଷ, ତା’ପରେ ମୁଁ ଜଣେ ଧାର୍ମିକ ବ୍ୟକ୍ତି । ପୁଣି ମୁଁ ସାଧନା କରୁଥିବା ଜଣେ ଜୈନମୁନି । ଏହା ପରେ ମୁଁ ତେରା ପନ୍ଥର ଜଣେ ଆଚାର୍ଯ୍ୟ ।’
କର୍ତ୍ତବ୍ୟ ପଥରେ ଚାଲି ଆଜି ଦେଶ ବି ନିଜର ସଂକଳ୍ପର ଏହି ଭାବନାକୁ ଦୋହରଉଛି ।
ସାଥୀଗଣ,
ମୁଁ ଖୁସି ଯେ ଆଜି ଏକ ନୂତନ ଭାରତର ସ୍ୱପ୍ନର ସହିତ ଆମର ଭାରତ ସାମୂହିକତାର ଶକ୍ତିକୁ ଆଧାର କରି ଆଗକୁ ବଢ଼ି ଚାଲିଛି ।
ଆଜି ଆମର ଆଧ୍ୟାତ୍ମିକ ଶକ୍ତି, ଆମର ଆଚାର୍ଯ୍ୟ, ଆମର ସନ୍ଥମାନେ ମିଳିତ ଭାବେ ଭାରତର ଭବିଷ୍ୟତକୁ ଦିଶା ନିର୍ଦ୍ଦେଶ କରୁଛନ୍ତି ।
ମୋର ପ୍ରାର୍ଥନା, ଆପଣମାନେ ଦେଶର ଏହି ଆଶା ଆକାଂକ୍ଷାକୁ ଦେଶର ପ୍ରୟାସକୁ ବି ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ନେଇଯିବାର ଏକ ସକ୍ରିୟ ମାଧ୍ୟମ ବନନ୍ତୁ ।
ସ୍ୱାଧୀନତାର ଅମୃତ କାଳରେ ଦେଶ ଯେଉଁସବୁ ସଂକଳ୍ପର ସହିତ ଆଗକୁ ଅଗ୍ରସର ହେଉଛି, ତାହା ପର୍ଯ୍ୟାବରଣର ପ୍ରସଙ୍ଗ ହୋଇଥାଉ, ପୋଷଣର ପ୍ରଶ୍ନ ହୋଇଥାଉ କିମ୍ବା ପୁଣି ଗରିବ କଲ୍ୟାଣ ନିମନ୍ତେ ପ୍ରୟାସ ହୋଇଥାଉ, ଏହିସବୁ ସଂକଳ୍ପରେ ଆପଣମାନଙ୍କର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହୁ ।
ମୋର ପୂର୍ଣ୍ଣ ବିଶ୍ୱାସ ଯେ ଆପଣ ସନ୍ଥମାନଙ୍କ ଆଶୀର୍ବାଦରେ ଦେଶର ଏହି ପ୍ରୟାସକୁ ଆହୁରି ଅଧିକ ପ୍ରଭାବୀ କରାଯାଇପାରିବ ଏବଂ ଅଧିକ ସଫଳତା ପ୍ରାପ୍ତ ହୋଇପାରିବ । ଏହି ଭାବନାର ସହିତ, ସମସ୍ତ ସନ୍ଥମାନଙ୍କ ଚରଣରେ ବନ୍ଦନା ପୂର୍ବକ ଆପଣମାନଙ୍କୁ ସମସ୍ତଙ୍କୁ ହୃଦୟର ସହିତ ବହୁତ ବହୁତ ଧନ୍ୟବାଦ ଜ୍ଞାପନ କରୁଛି ।