ନମସ୍କାର, କଲିସ୍ପେରା, ସତ ଶ୍ରୀ ଅକାଲ, ଜୟ ଗୁରୁଦେବ, ବୋଲୋ ଧନ ଗୁରୁଦେବ,

ଯେତେବେଳେ ଉତ୍ସବର ମାହୋଲ ହୋଇଥାଏ, ଉତ୍ସବର ବାତାବରଣ ହୋଇଥାଏ ସେତେବେଳେ ମନ ହୋଇଥାଏ ଶୀଘ୍ର ଶୀଘ୍ର ନିଜ ପରିବାରର ଲୋକଙ୍କ ଗହଣରେ ପହଞ୍ଚିଯିବା, ମୁଁ ମଧ୍ୟ ନିଜ ପରିବାରଜନଙ୍କ ମଧ୍ୟକୁ ଆସିଯାଇଛି । ଶ୍ରାବଣ ମାସ ଏକ ପ୍ରକାରରେ ହେଉଛି ଶିବଙ୍କ ମାସ, ଆଉ ଏହି ପବିତ୍ର ମାସରେ ଦେଶ ପୁଣି ଥରେ ଏକ ନୂଆ ଉପଳବ୍ଧି ହାସଲ କରିଛି । ଭାରତ ଚନ୍ଦ୍ରମାର ଅନ୍ଧକାର କ୍ଷେତ୍ର ଡାର୍କ ଜୋନ୍ ରେ ଦକ୍ଷିଣ ମେରୁରେ ଅବତରଣ କରିବାବାଲା ବିଶ୍ୱର ପ୍ରଥମ ଦେଶ ପାଲଟି ଗଲା । ଭାରତ ଚନ୍ଦ୍ରମାରେ ତିରଙ୍ଗା ଲହରାଇ ସମଗ୍ର ବିଶ୍ୱକୁ ଭାରତର ସାମର୍ଥ୍ୟ ସହିତ ପରିଚୟ କରାଇଛି । ସାରା ବିଶ୍ୱରୁ ଶୁଭେଚ୍ଛା ସନ୍ଦେଶ ମାନ ଆସୁଛି, ଲୋକ ନିଜର ଶୁଭକାମନା ପଠାଉଛନ୍ତି ଆଉ ମୋର ଦୃଢ଼ ବିଶ୍ୱାସ ଯେ ଲୋକମାନେ ଆପଣମାନଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଉଥିବେ, ଦେଉଛନ୍ତି ନା ?  ଅନେକ ଗୁଡ଼ିଏ ଶୁଭେଚ୍ଛା ଆପଣମାନଙ୍କୁ ମଧ୍ୟ ମିଳଛି ନା ? ପ୍ରତ୍ୟେକ ହିନ୍ଦୁସ୍ତାନୀଙ୍କୁ ମିଳୁଛି । ସମଗ୍ର ସାମାଜିକ ଗଣମାଧ୍ୟମ ଶୁଭେଚ୍ଛା ସନ୍ଦେଶରେ ଭରପୂର ହୋଇ ରହିଛି । ଯେତେବେଳେ ସଫଳତା ଏତେ ବଡ଼ ହୋଇଥାଏ ସେତେବେଳେ ସଫଳତାର ଉତ୍ସାହ ଏହା ମଧ୍ୟ କ୍ରମାଗତ ଭାବେ ବଜାୟ ରହିଥାଏ । ଆପଣମାନଙ୍କ ଚେହେରା ମଧ୍ୟ କହୁଛି ବିଶ୍ୱର କେଉଁଠାରେ ମଧ୍ୟ ରୁହନ୍ତୁ କିନ୍ତୁ ଆପଣମାନଙ୍କ ହୃଦୟ ଭାରତ ପାଇଁ ସ୍ପନ୍ଦିତ ହେଉଛି । ଆପଣମାନଙ୍କ ହୃଦୟରେ ସ୍ପନ୍ଦିତ ହେଉଛି ଭାରତ, ଆପଣମାନଙ୍କ ହୃଦୟରେ ସ୍ପନ୍ଦିତ ହେଉଛି ଭାରତ, ଆପଣମାନଙ୍କ ହୃଦୟରେ ସ୍ପନ୍ଦିତ ହେଉଛି ଭାରତ । ମୁଁ ଆଜି ଗ୍ରୀସରେ ଆପଣମାନଙ୍କ ଗହଣକୁ ଆସି ପୁଣି ଥରେ ସମସ୍ତଙ୍କୁ ଚନ୍ଦ୍ରଯାନ, ତାହାର ଭବ୍ୟ ସଫଳତା ପାଇଁ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି ।

ସାଥୀଗଣ,

ଆମେମାନେ ପିଲାଦିନରୁ ଶୁଣି ଆସିଛେ, ଚନ୍ଦ୍ରମାକୁ ଆମର ଏଠାରେ ତ ଚନ୍ଦା ମାମା ବା ଜହ୍ନ ମାମୁଁ କୁହାଯାଏ ।  କ’ ଣ କୁହାଯାଏ ? ଚନ୍ଦା ମାମା । ଆପଣମାନେ ଦେଖିଥିବେ ଚନ୍ଦ୍ରଯାନକୁ ନେଇ କିଛି ଲୋକ ଫଟୋ ସେୟାର କରୁଥିଲେ । ଯେ ଆମର ଧରଣୀ ମାତା ନିଜ ଭାଇ ଚନ୍ଦ୍ରମାକୁ ରାକ୍ଷୀ ଭାବେ ଚନ୍ଦ୍ରଯାନ ପଠାଇଛି, ଆଉ ଦେଖନ୍ତୁ ଚନ୍ଦ୍ରମା କେତେ ଭଲ ଭାବେ ସେହି ରାକ୍ଷୀର ମର୍ଯ୍ୟାଦା ରଖିଛି, ତାହାର ସମ୍ମାନ କରିଛି । ରାକ୍ଷୀର ପର୍ବ ମାତ୍ର କିଛି ଦିନ ମଧ୍ୟରେ ଆସୁଛି । ମୁଁ ଆପଣ ସମସ୍ତଙ୍କୁ ରକ୍ଷାବନ୍ଧନର ଅଗ୍ରୀମ ଶୁଭ କାମନା ମଧ୍ୟ ଜଣାଉଛି ।

ମୋର ପରିବାରଜନ,

ମୁଁ ବିଶ୍ୱର କେତେ ମଧ୍ୟ ଦେଶକୁ ଯାଇଛି କିନ୍ତୁ ଗ୍ରୀସ ଆସିବା, ଏଥେନ୍ସ ଆସିବା, ମୋ ପାଇଁ ହେଉଛି ବହୁତ ସ୍ୱତନ୍ତ୍ର । ଏକ ପକ୍ଷରେ ଏଥେନ୍ସର ଇତିହାସ ହେଉଛି ହଜାର- ହଜାର ବର୍ଷ ପୁରୁଣା। ଅନ୍ୟ ପକ୍ଷରେ ମୁଁ ହେଉଛି କାଶୀର ସାଂସଦ, ବିଶ୍ୱର ସର୍ବପୁରାତନ ଜୀବନ୍ତ ସହର ମଧ୍ୟରୁ ହେଉଛି ଗୋଟିଏ ହେଉଛି କାଶୀ । ତୃତୀୟରେ, ଆଉ ଏକ କଥା ମଧ୍ୟ ହେଉଛି ବହୁତ କମ ଲୋକଙ୍କୁ ଜଣାଥିବ ମୋର ଯେଉଁଠାରେ ଜନ୍ମ ହୋଇଛି, ଗୁଜରାଟରେ, ଯେଉଁ ବଡ଼ନଗର ତାହା ମଧ୍ୟ ହେଉଛି ଏଥେନ୍ସ ଭଳି ଏକ ଜୀବନ୍ତ ସହର । ସେଠାରେ ମଧ୍ୟ ହଜାର- ହଜାର ବର୍ଷ ପୁରୁଣା ସଭ୍ୟତାର ଅବଶେଷ ମିଳିଛି । ଏଥିପାଇଁ ଏଥେନ୍ସ ଆସିବା ମୋ ପାଇଁ ଏକ ଭିନ୍ନ ଭାବନା ସହିତ ଭରି ହୋଇ ରହିଛି । ଆଉ ଆପଣମାନେ ଦେଖିଛନ୍ତି ଗ୍ରୀସ ସରକାର ମୋତେ ଗ୍ରୀସର ସବୁଠାରୁ ବଡ଼ ନାଗରିକ ସମ୍ମାନ ମଧ୍ୟ ଦେଇଛନ୍ତି । ଏହି ସମ୍ମାନର ହକଦାର ହେଉଛନ୍ତି ଆପଣ ସମସ୍ତେ, ଏହି ସମ୍ମାନର ହକଦାର ହେଉଛନ୍ତି 140 କୋଟି ଭାରତୀୟ । ଏହି ସମ୍ମାନକୁ ମଧ୍ୟ ମୁଁ ମାଆ ଭାରତୀର ସମସ୍ତ ସନ୍ତାନମାନଙ୍କ ଚରଣରେ ସମର୍ପିତ କରୁଛି ।

ସାଥୀଗଣ,

ଆଜି ମୁଁ ଗ୍ରୀସର ଲୋକଙ୍କ ସହିତ ନିଜର ସମ୍ବେଦନାକୁ ମଧ୍ୟ ବ୍ୟକ୍ତ କରିବାକୁ ଚାହୁଁଛି । ଏବେ ଏଠାରେ ଯେତେବେଳେ ଜଙ୍ଗଲରେ ନିଆଁ ଲାଗିଲା ସେତେବେଳେ ବହୁତ ବଡ଼ ସମସ୍ୟା ଠିଆ ହୋଇ ଯାଇଥିଲା । ଗ୍ରୀସର କେତେ ଲୋକଙ୍କର ଏହି ବିପର୍ଯ୍ୟୟରେ ଦୁଃଖଦ ମୃତ୍ୟୁ ହୋଇଗଲା । ଭାରତ ସଂକଟର ଏହି ସମୟରେ ଗ୍ରୀସର ଲୋକଙ୍କ ସହିତ ରହିଛି ।

ସାଥୀଗଣ,

ଗ୍ରୀସ ଏବଂ ଭାରତର ସଂପର୍କ ହେଉଛି ଶତାବ୍ଦୀ- ଶତାବ୍ଦୀ ପୁରୁଣା । ଏହି ସଂପର୍କ ହେଉଛି ସଭ୍ୟତାର, ସଂସ୍କୃତିର । ଗ୍ରୀକ୍ ଐତିହାସିକମାନେ ଭାରତୀୟ ସଭ୍ୟତାର ବହୁତ ବିସ୍ତୃତ ବର୍ଣ୍ଣନା କରିଛନ୍ତି । ଗ୍ରୀସ ଏବଂ ମୌର୍ଯ୍ୟ ସାମ୍ରାଜ୍ୟ ମଧ୍ୟରେ ମିତ୍ରତା ପୂର୍ବକ ସଂପର୍କ ରହିଥିଲା । ସମ୍ରାଟ ଅଶୋକଙ୍କର ମଧ୍ୟ ଗ୍ରୀସ ସହିତ ବହୁତ ଭଲ ସଂପର୍କ ରହିଥିଲା । ଯେତେବେଳେ ବିଶ୍ୱର ବୃହତ ଭାଗରେ ଗଣତନ୍ତ୍ର ବିଷୟରେ ମଧ୍ୟ ଚର୍ଚ୍ଚା ହେଉ ନ ଥିଲା । ସେତେବେଳେ ଆମର ଏଠାରେ ଗଣତାନ୍ତ୍ରିକ ବ୍ୟବସ୍ଥାମାନ ଥିଲା । ଜ୍ୟୋତିର୍ବିଜ୍ଞାନ ହେଉ, ଗଣିତ ହେଉ, କଳା ହେଉ, ବ୍ୟାପାର ହେଉ, ଆମ ଦୁଇ ସଭ୍ୟତାରେ ଜଣେ ଅନ୍ୟ ଜଣଙ୍କଠାରୁ ବହୁତ କିଛି ଶିକ୍ଷାଲାଭ କରିଛୁ ଏବଂ ଜଣେ ଅନ୍ୟ ଜଣଙ୍କୁ ମଧ୍ୟ  ବହୁତ କିଛି ଶିଖାଇଛୁ ।

ମୋର ପରିବାରଜନ,

ପ୍ରତ୍ୟେକ ସଭ୍ୟତା ଏବଂ ପ୍ରତ୍ୟେକ ସଂସ୍କୃତିର କିଛି ନା କିଛି ଏକ ସ୍ୱତନ୍ତ୍ର ପରିଚୟ ରହିଥାଏ । ଭାରତୀୟ ସଭ୍ୟତାର ପରିଚିତି ରହି ଆସିଛି ବିଶ୍ୱକୁ ଯୋଡ଼ିବାକୁ ନେଇ । ଏହି ଭାବନାକୁ ଆମ ଗୁରୁମାନେ ସବୁଠାରୁ ଅଧିକ ସଶକ୍ତ କରିଛନ୍ତି । ଗୁରୁ ନାନକ ଦେବ ଜୀଙ୍କର ବିଶ୍ୱ ଭ୍ରମଣ ଯାହାକୁ ଆମେ ଉଦାସୀଗୁଡ଼ିକର ଭାବେ ଜାଣିଛନ୍ତି । ତାଙ୍କର ଉଦ୍ଦେଶ୍ୟ କ’ଣ ଥିଲା ? ତାଙ୍କର ଉଦ୍ଦେଶ୍ୟ ଏହା ଥିଲା ଯେ ସେ ମାନବତାକୁ ଯୋଡ଼ନ୍ତୁ, ମାନବତାର ମଙ୍ଗଳ କରନ୍ତୁ, ଗୁରୁ ନାନକ ଦେବ ଜୀ ମଧ୍ୟ ଗ୍ରୀସରେ ଅନେକଗୁଡ଼ିଏ ସ୍ଥାନର ଭ୍ରମଣ କରିଥିଲେ । ନାନକ ନାମ ଚଢ଼ଦୀ କଲା ତେରେ ଭାନେ ସରବତ ଦା ଭଲା । ସମସ୍ତଙ୍କର ମଙ୍ଗଳ ହେଉ, ସମସ୍ତଙ୍କର ହିତ ହେଉ ଏହି କାମନା ସେତେବେଳେ ମଧ୍ୟ ଥିଲା ଆଉ ଆଜି ମଧ୍ୟ ଭାରତ ଏହିସବୁ ସଂସ୍କାର ଗୁଡ଼ିକୁ ଆଗକୁ ବଢ଼ାଉଛି । ଆପଣମାନେ ଦେଖିଛନ୍ତି ଯେ କରୋନା ସମୟରେ କିଭଳି ଭାବେ ଭାରତର ଔଷଧ ଗୁଡ଼ିକର ଯୋଗାଣ ଶୃଙ୍ଖଳାକୁ ଚାଲୁ ରଖିଥିଲା । ପ୍ରତିବନ୍ଧକ ଆସିବାକୁ ଦେଇ ନ ଥିଲା । ମେଡ ଇନ୍ ଇଣ୍ଡିଆ କରୋନା ଟିକା ସାରା ବିଶ୍ୱରେ କୋଟି- କୋଟି ଲୋକଙ୍କର ଜୀବନ ରକ୍ଷା କଲା । କରୋନାର ଏହି କାଳରେ ଆମର ଗୁରୁଦ୍ୱାରଗୁଡ଼ିକରେ ଲରଙ୍ଗ ଲାଗିଲା, ମନ୍ଦିରମାନଙ୍କରେ ଭଣ୍ଡାରା ଲାଗିଲା । ଆମର ଶିଖ ଯୁବକମାନେ ମାନବତାର ଉଦାହରଣ ସୃଷ୍ଟି କଲେ । ଏକ ରାଷ୍ଟ୍ର ଭାବେ, ଏକ ସମାନ ଭାବତ୍ୱ ଭାବ ନେଇ ଭାରତ ଏ ଯେଉଁ କାର୍ଯ୍ୟ କରିଥାଏ, ତାହା ହିଁ ହେଉଛି ଆମର ସଂସ୍କାର ।

ସାଥୀଗଣ,

ଆଜି ଦୁନିଆ ନୂତନ ବିଶ୍ୱ ଅର୍ଡର ଆଡକୁ ବଢ଼ୁଛି । ଭାରତର ବୃଦ୍ଧି ପାଉଥିବା ସାମର୍ଥ୍ୟର ସହିତ ହିଁ ବିଶ୍ୱ ଭାରତର ଭୂମିକା ମଧ୍ୟ ଦ୍ରୁତ ଗତିରେ ବଦଳୁଛି । ଏବେ ମୁଁ ଦକ୍ଷିଣ ଆଫ୍ରିକାରେ ବ୍ରିକ୍ସ ଶୀଖର ସମ୍ମିଳନୀରେ ଭାଗ ନେଇ ଆସିଛି । ଏବେ କିଛି ଦିନ ପରେ ଭାରତରେ G-20ର ଶିଖର ସମ୍ମିଳନୀ ହେବାକୁ ଯାଉଛି । G-20ର ଅଧ୍ୟକ୍ଷ ଭାବେ ଭାରତ ଏହାର ଯେଉଁ ଥିମ ସ୍ଥିର କରିଛି, ସେଥିରେ ମଧ୍ୟ ବିଶ୍ୱ ବନ୍ଧୁତ୍ୱର ଏହି ଭାବନା ଦୃଷ୍ଟିଗୋଚର ହେଉଛି । ଏହି ଥିମ ହେଉଛି ବସୁଧୈବ କୁଟୁମ୍ବକମ, ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ, ଅର୍ଥାତ ସମଗ୍ର ବିଶ୍ୱର ଭବିଷ୍ୟତ ପ୍ରତିୟମାନ ହେଉଛି, ଯୋଡ଼ି ହୋଇ ରହିଛି । ଏଥିପାଇଁ ଆମର ନିଷ୍ପତି ଏବଂ ଆମର ସରୋକାର ମଧ୍ୟ ସେହି ଦିଗରେ ଅଛନ୍ତି ।

ସାଥୀଗଣ,

ଆମ ଭାରତୀୟମାନଙ୍କର ଆଉ ଏକ ବିଶେଷତ୍ୱ ହେଉଛି ଯେ, ଆମେ ଯେଉଁଠାରେ ରହୁ, ମିଳିମିଶି କରି ରହିଥାଉ ଯେଭଳି କ୍ଷୀରରେ, ପାଣିରେ, ଚିନି ଭଳି ମିଳିମିଶି ଯାଇଥାଏ । ଆପଣମାନେ ମଧ୍ୟ ଏଠାରେ ଗ୍ରୀସକୁ ଆସି ଏଠାକାର ଅର୍ଥବ୍ୟବସ୍ଥାକୁ ଏବଂ ବିଶେଷ କରି ଗ୍ରାମୀଣ ଅର୍ଥବ୍ୟବସ୍ଥାର ମଧୁରତା ବୃଦ୍ଧି କରିଛନ୍ତି । ଆପଣମାନେ ଏଠାରେ ଗ୍ରୀସର ବିକାଶ ପାଇଁ ଏତେ ପରିଶ୍ରମ କରୁଛନ୍ତି। ସେହିପରି ଭାରତରେ ଆପଣମାନଙ୍କର ଯେଉଁ ସମ୍ପର୍କୀୟ ଅଛନ୍ତି, ସେମାନେ ମଧ୍ୟ ସମ୍ପୁର୍ଣ୍ଣ ଶକ୍ତିର ସହିତ ଦେଶର ବିକାଶରେ ଯୋଡ଼ି ହୋଇଛନ୍ତି । ଆପଣମାନଙ୍କ ପରିବାରର ଲୋକମାନେ ଭାରତକୁ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ବିଶ୍ୱର ଏକ ନମ୍ବର କରି ଦେଇଛନ୍ତି । ଆପଣଙ୍କ ପରିବାରର ଲୋକ ଭାରତକୁ ଧାନ, ଗହମ, ଆଖୁ, ଫଳ, ପନିପରିବା ଏସବୁ ଉତ୍ପାଦନରେ ବିଶ୍ୱରେ 2 ନମ୍ବର ସ୍ଥାନକୁ ନେଇ ଆସିଛନ୍ତି । ଆଜି ଭାରତ ସେହି ମାତ୍ରାରେ କାର୍ଯ୍ୟ କରୁଛି ଯାହା 10-15 ବର୍ଷ ପୂର୍ବ ପର୍ଯ୍ୟନ୍ତ ଅକଳ୍ପନୀୟ ଲାଗୁଥିଲା । ଭାରତ ହେଉଛି ସେହି ଦେଶ ଯାହା ବିଶ୍ୱର ଏକ ନମ୍ବର ସ୍ମାର୍ଟ ଫୋନ ଡାଟା ଉପଯୋଗ କରୁଛି, ଭାରତ ହେଉଛି ସେହି ଦେଶ ଯାହା ଇଣ୍ଟରନେଟ ବ୍ୟବହାର ମାମଲାରେ ବିଶ୍ୱରେ 2 ନମ୍ବର ସ୍ଥାନରେ ଅଛି । ଭାରତ ହେଉଛି ସେହି ଦେଶ ଯାହା ବିଶ୍ୱର ସର୍ବବୃହତ ଦ୍ୱିତୀୟ ମୋବାଇଲ ଉତ୍ପାଦନକାରୀ । ଭାରତ ହେଉଛି ସେହି ଦେଶ ଯେଉଁଠାରେ ବିଶ୍ୱର ତୃତୀୟ ସର୍ବବୃହତ ଷ୍ଟାର୍ଟ- ଅପ ଇକୋ ସିଷ୍ଟମ ରହିଛି, ଭାରତ ହେଉଛି ସେହି ଦେଶ ଯେଉଁଠାରେ ବିଶ୍ୱର ତୃତୀୟ ସର୍ବବୃହତ ଅଟୋ ମୋବାଇଲ କ୍ଷେତ୍ର ରହିଛି, ଭାରତ ହେଉଛି ସେହି ଦେଶ ଯେଉଁଠାରେ ବିଶ୍ୱର ତୃତୀୟ ସର୍ବବୃହତ ବେସାମରିକ ବିମାନ ଚଳାଚଳ ବଜାର ରହିଛି ।

ସାଥୀଗଣ,

ଆଜି ଆଇଏମଏଫ ହେଉ, ବିଶ୍ୱ ବ୍ୟାଙ୍କ ହେଉ, ସମସ୍ତେ ଭାରତର ସୁଦୃଢ଼ ଅର୍ଥବ୍ୟବସ୍ଥାର ପ୍ରଶଂସା କରିବାକୁ ଥକି ପଡ଼ୁ ନାହାଁନ୍ତି । ଆଜି ବିଶ୍ୱର ସବୁଠାରୁ ବଡ଼- ବଡ଼ କମ୍ପାନୀ ଗୁଡ଼ିକ ମଧ୍ୟରେ ଭାରତରେ ନିବେଶ କରିବା ପାଇଁ ପ୍ରତିଦ୍ୱନ୍ଦିତା ଜାରି ରହିଛି । ଆଜି ଭାରତ ପାଖରେ ବିଶ୍ୱର ପଂଚମ ସର୍ବବୃହତ ଆର୍ଥିକ ଶକ୍ତି ଅଛି । ଆଉ ପ୍ରତ୍ୟେକ ବଡ଼ ବିଶେଷଜ୍ଞ ଏହା କହୁଛନ୍ତି ଯେ ଆଗାମୀ କିଛି ବର୍ଷ ମଧ୍ୟରେ ଭାରତ ଶ୍ରେଷ୍ଠ 3 ରେ ରହିବ ।

ସାଥୀଗଣ,

ଯେତେବେଳେ ଅର୍ଥବ୍ୟବସ୍ଥା ଦ୍ରୁତ ଗତିରେ ବଢ଼ିଥାଏ, ସେତେବେଳେ ଦେଶ ଦାରିଦ୍ର‌୍ୟରୁ ଦ୍ରୁତ ଗତିରେ ବାହାରି ଆସିଥାଏ । ଭାରତରେ କେବଳ 5 ବର୍ଷ ମଧ୍ୟରେ ହିଁ ସାଢ଼େ 13 କୋଟି ନାଗରିକ ଦାରିଦ୍ର‌୍ୟ ସୀମାରେଖାରୁ ଉପରକୁ ଆସି ଯାଇଛନ୍ତି । ଭାରତର ଅର୍ଥବ୍ୟବସ୍ଥାର ଆକାର ବୃଦ୍ଧି ପାଇବା ସହିତ ହିଁ ପ୍ରତ୍ୟେକ ଭାରତୀୟ, ପ୍ରତ୍ୟେକ ପରିବାରର ଆୟରେ ମଧ୍ୟ ବୃଦ୍ଧି ହେଉଛି, ଏବଂ ଭାରତର ଲୋକ ଅଧିକ ଆୟ କରୁଛନ୍ତି, ତେଣୁ ଅଧିକ ନିବେଶ ମଧ୍ୟ କରୁଛନ୍ତି । ୧୦ ବର୍ଷ ପୂର୍ବରୁ ଭାରତୀୟମାନେ ମ୍ୟୁଚୁଆଲ ଫଣ୍ଡରେ ପ୍ରାୟ 8 ଲକ୍ଷ କୋଟି ଟଙ୍କା ନିବେଶ କରି ରଖିଥିଲେ। ଆଜି ଭାରତୀୟମାନେ ପାଖାପାଖି 40 ଲକ୍ଷ କୋଟି ଟଙ୍କା ମ୍ୟୁଚୁଆଲ ଫଣ୍ଡରେ ନିବେଶ କରି ରଖିଛନ୍ତି । ଏହା ଏଥିପାଇଁ ହୋଇ ପାରିଛି କାରଣ ଆଜି ପ୍ରତ୍ୟେକ ଭାରତୀୟ ଆତ୍ମବିଶ୍ୱାସରେ ଭରି ରହିଛନ୍ତି ଆଉ ଭାରତ ମଧ୍ୟ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହୋଇ ରହିଛି ।

ସାଥୀଗଣ,

ଆଜିର ଭାରତ ନିଜର ବିଜ୍ଞାନ, ନିଜର ଟେକ୍ନୋଲୋଜି, ନିଜର ନବସୃଜନର ଶକ୍ତିରେ ବିଶ୍ୱରେ ଛାଇ ହୋଇ ରହିଛି । 2014 ପରଠାରୁ ଭାରତରେ 25 ଲକ୍ଷ କିଲୋମିଟର, ଏହି ପରିସଂଖ୍ୟାନ ଟିକେ ବଡ଼ ଲାଗିବ । 25 ଲକ୍ଷ କିଲୋମିଟର ଅପ୍ଟିକାଲ ଫାଇବର ବିଛା ଯାଇଛି, ଆଉ ଏହି 25 ଲକ୍ଷ କିଲୋମିଟର ଅପ୍ଟିକାଲ ଫାଇବରର ଅର୍ଥ ହେଉଛି ଏହି ଧରଣୀ ଆଉ ଚନ୍ଦ୍ରମା ମଧ୍ୟରେ ଯେତିକି ଦୂରତା ରହିଛି, ତାହାଠାରୁ ମଧ୍ୟ 6 ଗୁଣ ଅଧିକ । ଭାରତ ଆଜି ଦେଉଛି ବିଶ୍ୱର ସେହି ଦେଶ ଯିଏ ରେକର୍ଡ ସମୟରେ 700ରୁ ଅଧିକ ଜିଲ୍ଲାରେ 5-G ସେବା ପହଚାଇଛି । ଆଉ ଏହି 5-G ଟେକ୍ନୋଲୋଜିକୁ ଆମେ କାହାଠାରୁ ଉଧାରରେ ଆଣି ନାହୁଁ, ଆମଦାନୀ କରି ନାହୁଁ । ବରଂ ଏହା ହେଉଛି ସମ୍ପୁର୍ଣ୍ଣ ଭାବେ ମେଡ ଇନ ଇଣ୍ଡିଆ ବା ଭାରତ ନିର୍ମିତ । ଆଜି ଭାରତରେ ପ୍ରତ୍ୟେକ ଗାଁ ପ୍ରତ୍ୟେକ ଗଳିରେ ଡିଜିଟାଲ ନେଣଦେଣ ବା କାରବାର ହେବାରେ ଲାଗିଛି । ଅମୃତସରରୁ ନେଇ ଆଇଜଲ ପର୍ଯ୍ୟନ୍ତ ଆପଣଙ୍କୁ ଦଶ ଟଙ୍କାର କିଛି କିଣିବାକୁ ଅଛି ତେବେ ଆପଣ ଖୁବ ସହଜରେ ଡିଜିଟାଲ ପେମେଣ୍ଟ କରି ପାରୁଛନ୍ତି । ବିଗତ ଦିନମାନଙ୍କରେ ଆପଣମାନଙ୍କ ମଧ୍ୟରୁ ଯେଉଁମାନେ ହିନ୍ଦୁସ୍ତାନ ଯାଇଥିବେ ଆପଣମାନେ ଅନୁଭବ କରିଛନ୍ତି କି କରି ନାହାଁନ୍ତି ? ଏହା ହୋଇଥାଏ ନା ? ପକେଟରେ ଟଙ୍କା ରଖିବାର ଆବଶ୍ୟକତା ନାହିଁ କେବଳ ମାତ୍ର ଆପଣଙ୍କର ମୋବାଇଲ ଫୋନ ହିଁ ଯଥେଷ୍ଟ ।

ସାଥୀଗଣ,

ଆଜି ଭାରତ ଯେଉଁ ଗତି ଏବଂ ସ୍କେଲରେ କାର୍ଯ୍ୟ କରୁଛି ତାହାକୁ ଶୁଣିକରି ମଧ୍ୟ ପ୍ରତ୍ୟେକ ହିନ୍ଦୁସ୍ତାନୀଙ୍କ ହୃଦୟ ଆଉ ଆପଣଙ୍କର ହୃଦୟ ମଧ୍ୟ ଗଦଗଦ ହୋଇଯିବ । ଆପଣମାନେ ଜାଣି ଗର୍ବ କରିବେ ଯେ, ଆଜି ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ଆପଣଙ୍କର ଭାରତରେ ଅଛି । ଆଜି ବିଶ୍ୱର ସର୍ବୋଚ୍ଚ ମୋଟରଯାନ ଚଳାଚଳ କରୁଥିବା ସଡ଼କ ଆପଣଙ୍କର ଭାରତରେ ଅଛି, ବିଶ୍ୱର ସର୍ବ ବୃହତ କ୍ରିକେଟ ଷ୍ଟାଡିୟମ ଆଜି ଭାରତରେ ଅଛି, ବିଶ୍ୱର ସର୍ବୋଚ୍ଚ ପ୍ରତିମା ଆଜି ଭାରତରେ ଅଛି, ବିଶ୍ୱର ସର୍ବ ବୃହତ ସୌର ପବନ( ୱିଣ୍ଡ) ପାର୍କ ଆମ ଭାରତରେ ନିର୍ମାଣ ହେଉଛି । ଚନ୍ଦ୍ରମା ସଂପ୍ରତି ଜ୍ୱଳନ୍ତ ବିଷୟ ବସ୍ତୁ ଏଥିପାଇଁ ମୁଁ ଆଉ ଏକ ଉଦାହରଣ  ଚନ୍ଦ୍ରମା ସହିତ ଯୋଡି ଦେବାକୁ ଚାହୁଁଛି । ବିଗତ 9 ବର୍ଷରେ ଭାରତ ନିଜର ଗାଁରେ ଯେତେ ସଡକ ନିର୍ମାଣ କରିଛି, ମୁଁ ଗାଁର ସଡକ କଥା କହୁଛି । ଗାଁ ରେ ଯେତିକି ସଡ଼କ ନିର୍ମାଣ ହୋଇଛି ତାହା ପୃଥିବୀରୁ ଚନ୍ଦ୍ରମାର ଦୂରତାକୁ ଯୋଡି ପାରିବ । ଏତେ ଦୂରତାର ସଡ଼କ 9 ବର୍ଷରେ ଗାଁରେ ନିର୍ମାଣ ହୋଇଛି । ବିଗତ 9 ବର୍ଷରେ ଭାରତ ଯେତେ ରେଳ ଲାଇନ ବିଛାଇଛି ତାହାର ଦୂରତା 25ହଜାର କିଲୋମିଟରରୁ ଅଧିକ ହେବ। ଏବେ ଯେତେବେଳେ 25 ହଜାର କିଲୋମିଟର କହୁଛି, ତେବେ କେବଳ ଗୋଟିଏ ପରିସଂଖ୍ୟାନ ଭଳି ଲାଗୁଥିବ । କି ଚାଲ ଭାଇ 25 ହଜାର କିଲୋମିଟର ହୋଇ ଯାଇଥିବ । ଆପଣମାନେ ଏହା ବୁଝନ୍ତୁ ଯେ ଇଟାଲିରେ, ଦକ୍ଷିଣ ଆଫ୍ରିକାରେ, ୟୁକ୍ରେନରେ, ପୋଲାଣ୍ଡରେ, ବ୍ରିଟେନରେ ଯେତେ ବଡ଼ ରେଳ ଲାଇନର ନେଟୱର୍କ ଅଛି, ତାହାଠାରୁ ଅଧିକ ରେଳ ଲାଇନ ବିଗତ 9 ବର୍ଷରେ ବିଛା ଯାଇଛି । ଆଜି ଭାରତ ନିଜର ଭିତିଭୂମି ଉପରେ ଯେତେ ଖର୍ଚ୍ଚ କରୁଛି, ତାହା ପୂର୍ବରୁ କେବେ କରାଯାଇ ନ ଥିଲା ।

ସାଥୀଗଣ,

ଆଜି ଭାରତ ଜୟ ଜବାନ, ଜୟ କିଷାନ, ଜୟ ବିଜ୍ଞାନ, ଜୟ ଅନୁସନ୍ଧାନ ଏହି ମନ୍ତ୍ରରେ ଆଗେଇ ଚାଲି ପ୍ରତ୍ୟେକ କ୍ଷେତ୍ରରେ ସୁଦୃଢ ହେବାରେ ଲାଗିଛି । ଏଠାରେ ଗ୍ରୀସରେ ଆମର ବହୁତ ସାଥୀ ପଞ୍ଜାବରୁ ଆସିଛନ୍ତି ଆଉ ଅଧିକାଂଶ ଚାଷବାସ ସହିତ ଜଡିତ କାର୍ଯ୍ୟ କରୁଛନ୍ତି । ଭାରତରେ ଆମେ କୃଷକମାନଙ୍କ ପାଇଁ ଏକ ଯୋଜନା ଆରମ୍ଭ କରିଛୁ । ଯେଉଁଥିରେ ଚାଷବାସରେ ଖର୍ଚ୍ଚ ପାଇଁ ସେମାନଙ୍କ ବ୍ୟାଙ୍କ ଖାତାକୁ ସିଧା ସଳଖ ସରକାର ଅର୍ଥ ପଠାଉଛନ୍ତି । ପିଏମ୍ କିଷାନ ସମ୍ମାନ ନିଧି ଅଧୀନରେ ଏ ପର୍ଯ୍ୟନ୍ତ ଅଢେଇ ଲକ୍ଷ କୋଟିରୁ ଅଧିକ ଟଙ୍କା ସିଧା ସଳଖ କୃଷକମାନଙ୍କ ବ୍ୟାଙ୍କ ଖାତାକୁ ହସ୍ତାନ୍ତରିତ ହୋଇଛି । କିଛି ଦିନ ପୂର୍ବେ ହିଁ ମୁଁ ଲାଲାକିଲ୍ଲାରୁ ଯେଉଁ ଘୋଷଣା କରିଛି ତାହା ମଧ୍ୟ ମୁଁ ପୁଣି ଥରେ ଆପଣମାନଙ୍କ ସାମ୍ନାରେ  କହିବାକୁ ଚାହୁଁଛି । ଭାରତ ନିଜ ଗାଁରେ ରହୁଥିବା ଭଉଣୀମାନଙ୍କୁ ଡ୍ରୋନ ପାଇଲଟ କରିବା ପାଇଁ ବହୁତ ବଡ଼ ଅଭିଯାନ ଆରମ୍ଭ କରିବାକୁ ଯାଉଛି । ଆପଣମାନେ ଚିନ୍ତା କରନ୍ତୁ ଆମ ଗାଁର ଝିଅମାନେ ଏବେ ଡ୍ରୋନ ପାଇଲଟ ହୋଇ ଆଧୁନିକ ଚାଷବାସରେ ସହାୟତା କରିବେ । ଡ୍ରୋନ ସହାୟତାରେ କ୍ଷେତରେ ଔଷଧ ସିଂଚନ କରିବା, ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନ ପର୍ଯ୍ୟନ୍ତ ଜରୁରୀ ଜିନିଷ ପହଂଚାଇବା, ଏହା ଏବେ ସେମାନଙ୍କ ବାମ ହାତର ଖେଳ ହେବାକୁ ଯାଉଛି ।

ସାଥୀଗଣ,

ଭାରତରେ ଆମେ କୃଷକମାନଙ୍କୁ 20 କୋଟିରୁ ଅଧିକ ମୃତିକା ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରିଛୁ । ଏବେ ସେମାନଙ୍କୁ ଜଣା ଅଛି ଚାଷ ଜମିକୁ କେଉଁ ପ୍ରକାରର ସାର ଆବଶ୍ୟକ, କ୍ଷେତରେ କେତେ ପରିମାଣର ସାର ଦରକାର, କେଉଁ ପ୍ରକାରର ପସଲ ପାଇଁ ତାଙ୍କ କ୍ଷେତ, ତାଙ୍କ ଜମି ଉପଯୋଗୀ ଅଛି । ଏହି କାରଣରୁ ଏବେ ସେମାନେ କମ୍ ଜମିରୁ ଅଧିକ ଉତ୍ପାଦନ କରୁଛନ୍ତି । ଭାରତରେ ବହୁତ ବ୍ୟାପକ ସ୍ତରରେ ଆମର କୃଷକ ଭାଇ- ଭଉଣୀମାନେ ପ୍ରାକୃତିକ କୃଷି ପ୍ରତି ମଧ୍ୟ ମନ ବଳାଇଛନ୍ତି । ସରକାର ଏବେ ଆଉ ଏକ ଯୋଜନା ଆରମ୍ଭ କରିଛନ୍ତି, ଯାହା ଦ୍ୱାରା କୃଷକମାନଙ୍କୁ ବହୁତ ସହାୟତା ମିଳିଛି । ତାହା ହେଉଛି - ଏକ ଜିଲ୍ଲା, ଏକ ଉତ୍ପାଦ ଯୋଜନା । ଆପଣମାନଙ୍କୁ ଜଣା ଅଛି ଯେ ପ୍ରତ୍ୟେକ ଜିଲ୍ଲାର କିଛି ନା କିଛି ବିଶେଷତ୍ୱ ରହିଥାଏ । ଯେପରି କର୍ଣ୍ଣାଟକର କୋଡାଗୁର କଫି ହେଉ, ଅମୃତସରର ଆଚାର ଏବଂ ମୁରବ୍‌ବା ହେଉ, ଭିଲଓା୍ୱଡାର ମକ୍କାରୁ ପ୍ରସ୍ତୁତ ଉତ୍ପାଦ ହେଉ, ଫତେହଗଡ ସାହାବ, ହୋଶିୟାରପୁର, ଗୁରୁଦାସପୁରର ଗୁଡ଼ ହେଉ, ନିଜାମାବାଦର ହଳଦୀ ହେଉ, ପ୍ରତ୍ୟେକ ଜିଲ୍ଲାର କୌଣସି ଏକ ଉତ୍ପାଦ ଉପରେ ଫୋକସ କରି ଆମେ ତାହାର ରପ୍ତାନୀ ବୃଦ୍ଧି କରୁଛୁ । ଏହା ହେଉଛି ଆଜିର ଭାରତ ଯାହା ନୂତନ ଲକ୍ଷ୍ୟ ପାଇଁ ନୂତନ ପଦ୍ଧତିରେ କାର୍ଯ୍ୟ କରୁଛି ।

ସାଥୀଗଣ,

ଗ୍ରୀସ ତ ହେଉଛି ସେହି ସ୍ଥାନ ଯେଉଁଠାରେ ଅଲିମ୍ପିକର ଜନ୍ମ ହୋଇଛି । ଖେଳ ପାଇଁ ଏହି ଉତ୍ସାହ ଭାରତର ଯୁବକମାନଙ୍କ ମଧ୍ୟରେ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଭାରତର ଛୋଟ- ଛୋଟ ସହରରୁ ବାହାରି ଆମ ଖେଳାଳୀ ଅଲମ୍ପିକ ଠାରୁ ନେଇ ସ୍ଥାନୀୟ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପର୍ଯ୍ୟନ୍ତ ଚମତ୍କାର ପ୍ରଦର୍ଶନ କରୁଛନ୍ତି । ଆମର ନିରଜ ଚୋପ୍ରା ଯେତେବେଳେ ଅଲମ୍ପିକରେ ପଦକ ଜିତିଲେ, ସେତେବେଳେ ପ୍ରତ୍ୟେକ ଭାରତୀୟ ଗର୍ବ ଅନୁଭବ କଲେ । ଏବେ କିଛି ଦିନ ପୂର୍ବେ ହିଁ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ମଧ୍ୟ ଭାରତର ପିଲାମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଏହି ପ୍ରତିଯୋଗିତାର ଇତିହାସରେ ଅର୍ଥାତ ଯେବେଠାରୁ ଏହି ପ୍ରତିଯୋଗିତା ଆରମ୍ଭ ହୋଇଛି, ସେବେଠାରୁ ଭାରତ ମୋଟ ଯେତିକି ପଦକ ଜିତିଥିଲା, ଚଳିତ ଥର ତା’ଠାରୁ ଅଧିକ ପଦକ ଜିତିକରି ଆଣିଛି ।

ସାଥୀଗଣ,

ଆପଣ ଗ୍ରୀସରେ ଦେଖୁଥିବେ ଯେ କିଭଳି ଏଠାରେ ନିଜର ସଂସ୍କୃତି, ନିଜର ପୁରାତନ ପରିଚୟକୁ ସଂରକ୍ଷିତ କରାଯାଉଛି । ଆଜି ଭାରତରେ ମଧ୍ୟ ନିଜର ପରମ୍ପରାକୁ ପାଳନ କରାଯାଉଛି ଆଉ ତାହାକୁ ବିକାଶ ସହିତ ମଧ୍ୟ ଯୋଡ଼ାଯାଉଛି । ବିଶ୍ୱର ସବୁଠାରୁ ବଡ଼, ଠିକରେ ଶୁଣନ୍ତୁ ନା ? ବିଶ୍ୱର ସବୁଠାରୁ ବଡ଼ ସଂଗ୍ରହାଳୟ ଯୁଗେ ଯୁଗେ ଭାରତ ଏବେ ଦିଲ୍ଲୀରେ ପ୍ରସ୍ତୁତ ହେବାକୁ ଯାଉଛି । କିଛି ଦିନ ପୂର୍ବେ ହିଁ ମୋତେ ମଧ୍ୟ ପ୍ରଦେଶର ସାଗରରେ ସନ୍ଥ ରବି ଦାସ ସ୍ମାରକର ଭୂମି ପୂଜନ କରିବାର ସୌଭାଗ୍ୟ ମିଳିଲା । ସନ୍ଥ ରବି ଦାସଙ୍କ ଶିକ୍ଷାଗୁଡ଼ିକୁ ଜନମାନସକୁ ପ୍ରେରିତ କରିବା ଭଳି। ଏହି ଅଂଚଳର 50 ହଜାରରୁ ଅଧିକ ଗାଁରୁ ଅଣାଯାଇଥିବା ମାଟି, 300 ନଦୀଗୁଡ଼ିକରୁ ଅଣାଯାଇଥିବା ମାଟିରେ ଏହା ନିର୍ମାଣ ହେଉଛି । ଆପଣ କଳ୍ପନା କରନ୍ତୁ, କେତେ ବଡ଼ ଅଭିଯାନ ଚାଲିଛି । ସନ୍ଥ ରବି ଦାସଙ୍କର ଜନ୍ମ ତ କାଶୀରେ ହୋଇଥିଲା । ମୋତେ କାଶୀରେ ସନ୍ଥ ରବି ଦାସ ଜୀଙ୍କ ଜନ୍ମ ସ୍ଥାନରେ ବିଭିନ୍ନ ସୁବିଧାଗୁଡ଼ିକର ବିସ୍ତାରର ସୌଭାଗ୍ୟ ମଧ୍ୟ ମିଳିଛି । ବିଗତ 9 ବର୍ଷରେ ଆମେ ନିଜର ଗୁରୁମାନଙ୍କର ପବିତ୍ର ସ୍ଥଳ ପର୍ଯ୍ୟନ୍ତ ଉନ୍ନତ ଯୋଗାଯୋଗ ପାଇଁ ମଧ୍ୟ ବହୁତ କାର୍ଯ୍ୟ କରିଛୁ । ଏକ ସମୟ ଥିଲା, ଯେତେବେଳେ ବହୁତ ଦୂରରୁ, ଦୂରବୀକ୍ଷଣ ଯନ୍ତ୍ରର ସହାୟତାରେ ଲୋକ କରତାରପୁର ସାହେବଙ୍କ ଦର୍ଶନ କରୁଥିଲେ । ଆମ ସରକାର କରତାରପୁର ସାହେବ ପର୍ଯ୍ୟନ୍ତ ଯୋଗାଯୋଗ ମଧ୍ୟ ସହଜ କରି ଦେଇଛନ୍ତି । ଗୁରୁ ନାନକ ଦେବ ଜୀଙ୍କର 550 ତମ ପ୍ରକାଶ ପର୍ବ ହେଉ, ଗୁରୁ ତେଗବାହାଦୂର ଜୀଙ୍କର 400 ତମ ପ୍ରକାଶ ପର୍ବ ହେଉ, ଗୁରୁ ଗୋବିନ୍ଦ ସିଂହ ଜୀଙ୍କର 350 ତମ ପ୍ରକାଶ ପର୍ବ ହେଉ, ଏଭଳି ପୁଣ୍ୟ ଅବସରକୁ ସାରା ବିଶ୍ୱରେ ପାଳନ କରିବା ପାଇଁ ଆମ ସରକାର ସମ୍ପୁର୍ଣ୍ଣ ଶ୍ରଦ୍ଧାର ସହିତ କାର୍ଯ୍ୟ କରିଛନ୍ତି । ଏବେ ଭାରତରେ ପ୍ରତ୍ୟେକ ବର୍ଷ 26 ଡିସେମ୍ବରକୁ ସାହେବଜାଦାମାନଙ୍କର ସ୍ମୃତିରେ ବୀର ବାଳ ଦିବସ ମଧ୍ୟ ପାଳନ କରାଯାଉଛି ।

ସାଥୀଗଣ,

ଭାରତରେ ଫିଜିକାଲ, ଡିଜିଟାଲ ଏବଂ ସାଂସ୍କୃତିକ ଯୋଗାଯୋଗର ଅମୃତ କାଳ ଆରମ୍ଭ ହୋଇଛି। ମୋର ସମ୍ପୁର୍ଣ୍ଣ ବିଶ୍ୱାସ ଯେ ଆଜି ଯେଉଁ ଐତିହ୍ୟକୁ ଦେଖିବା ପାଇଁ ଭାରତ ସହିତ ସାରା ବିଶ୍ୱର ଲୋକ ଗ୍ରୀସ ଆସୁଛନ୍ତି, ସେହି ପ୍ରକାରରେ ଗ୍ରୀସ ଓ ୟୁରୋପର ଲୋକ ମଧ୍ୟ ଅଧିକରୁ ଅଧିକ ସଂଖ୍ୟାରେ ଭାରତ ଆସିବେ, ଆପଣମାନେ ମଧ୍ୟ ନିଜର କାର୍ଯ୍ୟକାଳ ମଧ୍ୟରେ ସେହି ଦିନ ଦେଖିବେ । କିନ୍ତୁ ଯେପରି ମୁଁ ଏଠାରେ ଆପଣମାନଙ୍କୁ ଭାରତର କଥା କହିଛି । ସେହିପରି ହିଁ ଆପଣମାନଙ୍କୁ ମଧ୍ୟ ଭାରତର କଥା ନିଜର ଗ୍ରୀକ୍ ବନ୍ଧୁମାନଙ୍କୁ କହିବାକୁ ହେବ । କହିବେ ନା ? କି ଭୁଲି ଯିବେ ? ଏହା ମଧ୍ୟ ମାଆ ଭାରତୀର ହେଉଛି ବହୁତ ବଡ଼ ସେବା ।

ସାଥୀଗଣ,

ଆପଣମାନଙ୍କର ଗ୍ରୀକ୍ ବନ୍ଧୁମାନଙ୍କ ପାଇଁ ଭାରତରେ ଐତିହାସିକ ସ୍ଥଳଗୁଡ଼ିକ ବ୍ୟତୀତ ମଧ୍ୟ ଦେଖିବା ପାଇଁ ବହୁତ କିଛି ଅଛି । ଏଠାର ଲୋକମାନେ ତ ହେଉଛନ୍ତି ବଣ୍ୟ ଜୀବ ପ୍ରେମୀ । ପର୍ଯ୍ୟାବରଣର ସୁରକ୍ଷା ପ୍ରତି ହେଉଛନ୍ତି ବହୁତ ଗମ୍ଭୀର । ଯଦି କ୍ଷେତ୍ରଫଳ ଅନୁସାରେ ଦେଖିବା, ତେବେ ଭାରତ ପାଖରେ ବିଶ୍ୱର ଅଢ଼େଇ ପ୍ରତିଶତରୁ ମଧ୍ୟ କମ୍ ଜମି ଅଛି । କିନ୍ତୁ, ବିଶ୍ୱର 8 ପ୍ରତିଶତରୁ ଅଧିକ ଜୈବ ବିବିଧତା ଭାରତରେ ମିଳିଥାଏ । ବିଶ୍ୱର ପାଖାପାଖି 75 ପ୍ରତିଶତ ବାଘ ଜନସଂଖ୍ୟା ଭାରତରେ ହିଁ ଅଛି । ବିଶ୍ୱରେ ସବୁଠାରୁ ଅଧିକ ବାଘ ଭାରତରେ ମିଳିଥାଆନ୍ତି, ବିଶ୍ୱରେ ସବୁଠାରୁ ଅଧିକ ଏସୀୟ ପ୍ରଜାତିର ହାତୀ ଭାରତରେ ଦେଖିବାକୁ ମିଳି ଥାଆନ୍ତି, ବିଶ୍ୱର ସବୁଠାରୁ ଅଧିକ ସଂଖ୍ୟକ ଏକ ସିଂହ ବାଲା ଜଳହସ୍ତୀ ଭାରତରେ ମିଳି ଥାଆନ୍ତି । ବିଶ୍ୱରେ ଭାରତ ହେଉଛି ଏକମାତ୍ର ଦେଶ ଯେଉଁଠାରେ ଏସୀୟ ପ୍ରଜାତିର ସିଂହ ଦେଖିବାକୁ ମିଳିଥାଆନ୍ତି । ଆଜି ଭାରତରେ 100ରୁ ଅଧିକ ଗୋଷ୍ଠୀ ସଂରକ୍ଷିତ ସ୍ଥାନ ଅଛି, ଆଜି ଭାରତରେ 400ରୁ ଅଧିକ ପ୍ରାକୃତିକ ଉଦ୍ୟାନ ଏବଂ ଅଭୟାରଣ୍ୟ ଅଛି ।

ମୋର ପରିବାରଜନ,

ଆଜିର ଭାରତ, ଭାରତ ମାଆର କୌଣସି ମଧ୍ୟ ସନ୍ତାନଙ୍କୁ କେବେ ବି ଛାଡ଼ି ନଥାଏ । ବିଶ୍ୱରେ କେଉଁଠାରେ ମଧ୍ୟ ହେଉ, ଭାରତ କଷ୍ଟକର ସମୟରେ କେବେ ମଧ୍ୟ ସେମାନଙ୍କୁ ଏକୁଟିଆ ଛାଡ଼ି ଦେଇ ନଥାଏ, ସେମାନଙ୍କୁ କେବେ ହେଲେ ମଧ୍ୟ ଏକୁଟିଆ ଛାଡ଼ି ନଥାଏ । ଆଉ ଏଥିପାଇଁ ତ ମୁଁ କହୁଛି ଆପଣମାନେ ହେଉଛନ୍ତି ମୋର ପରିବାରଜନ । ଆପଣମାନେ ଦେଖିଥିବେ ଯେତେବେଳେ ୟୁକ୍ରେନରେ ଯୁଦ୍ଧ ହେଲା, ସେତେବେଳେ ଆମେ ଆମର ହଜାର- ହଜାର ପିଲାମାନଙ୍କୁ ସୁରକ୍ଷିତ ଭାବେ ବାହାର କରି ନେଇ ଆସିଲୁ । ଯେତେବେଳେ ଆଫଗାନିସ୍ତାନରେ ହିଂସା ଆରମ୍ଭ ହେଲା, ସେତେବେଳେ ଭାରତ ନିଜ ନାଗରିକମାନଙ୍କୁ ସେଠାରୁ ସୁରକ୍ଷିତ ଭାବେ ବାହାର କରି ଆଣିଲା । ଆଉ ଏଥିରେ ଅଧିକ ମାତ୍ରାରେ ଆମର ଶୀଖ ଭାଇ ଭଉଣୀମାନେ ମଧ୍ୟ ଥିଲେ । କେବଳ ଏତିକି ନୁହେଁ, ଆମେ ଆଫଗାନିସ୍ତାନରୁ ଗୁରୁଗ୍ରନ୍ଥ ସାହେବଙ୍କ ସ୍ୱରୂପ ମଧ୍ୟ ସମ୍ପୁର୍ଣ୍ଣ ମର୍ଯ୍ୟାଦାର ସହିତ ଭାରତକୁ ନେଇ ଆସିଲୁ । ସାରା ବିଶ୍ୱରେ ପରିବ୍ୟାପ୍ତ ଭାରତର ଦୂତାବାସଗୁଡ଼ିକ ଏବେ ମଧ୍ୟ ଆପଣମାନଙ୍କ ପାଇଁ ସରକାରୀ କାର୍ଯ୍ୟାଳୟ ନୁହେଁ ବରଂ ହେଉଛି ନିଜର ଘର ଭଳି । ଏଠାରେ ଗ୍ରୀସରେ ମଧ୍ୟ ଭାରତୀୟ ଦୂତାବାସ ଆପଣମାନଙ୍କ ସେବା ପାଇଁ 24 ଘଣ୍ଟ।  ତତ୍ପର ରହିଛି । ଯେମିତି- ଯେପରି ଭାରତ ଏବଂ ଗ୍ରୀସର ସମ୍ପର୍କ ନିବିଡ଼ ହେଉଛି । ସେହିଭଳି- ସେହିପରି ଗ୍ରୀସ ଆସିବା- ଯିବା ଆହୁରି ସରଳ ହେବ । ବ୍ୟବସାୟ, କାରବାର କରିବା ଆହୁରି ଅଧିକ ସହଜ ହେବ। ଆମ ସମସ୍ତଙ୍କୁ ଉଭୟ ଦେଶ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ପାଇଁ ଯଥା ସମ୍ଭବ ପ୍ରୟାସ କରିବାର ଅଛି ।

ସାଥୀଗଣ,

ଏତେ ବ୍ୟାପକ ସଂଖ୍ୟାରେ ଆପଣମାନଙ୍କର ଏଠାକୁ ଆସିବା ପ୍ରତ୍ୟେକ ଭାରତବାସୀଙ୍କ ମନରେ ମଧ୍ୟ ଏକ ଆତ୍ମସନ୍ତୋଷର ଭାବନା ଜାଗ୍ରତ କରୁଛି । ପୁଣିଥରେ ମୁଁ ଆପଣ ସମସ୍ତ ପରିଶ୍ରମୀ ସାଥୀମାନଙ୍କୁ ଅଭିନନ୍ଦନ ଜଣାଉଛି । ମୋତେ ଏତେ ଭଲ ପାଇବା ଦେବା ପାଇଁ ମୁଁ ଆପଣ ସମସ୍ତଙ୍କୁ କୃତଜ୍ଞତା ଜଣାଉଛି, ଆଉ ମୋ ସହିତ କୁହନ୍ତୁ, ଭାରତ ମାତା କୀ - ଜୟ, ଦୁଇ ହାତ ଉପରକୁ କରି ସମ୍ପୁର୍ଣ୍ଣ ଶକ୍ତିର ସହିତ କୁହନ୍ତୁ, ହିନ୍ଦୁସ୍ତାନ ପର୍ଯ୍ୟନ୍ତ ସ୍ୱର ଯିବା ଆବଶ୍ୟକ, ଭାରତ ମାତା କୀ - ଜୟ, ଭାରତ ମାତା କୀ - ଜୟ, ଭାରତ ମାତା କୀ - ଜୟ, ବନ୍ଦେ - ମାତରମ, ବନ୍ଦେ - ମାତରମ, ବନ୍ଦେ - ମାତରମ, ବନ୍ଦେ - ମାତରମ, ବନ୍ଦେ - ମାତରମ,

 

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
India’s Space Sector: A Transformational Year Ahead in 2025

Media Coverage

India’s Space Sector: A Transformational Year Ahead in 2025
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 24, 2024
December 24, 2024

Citizens appreciate PM Modi’s Vision of Transforming India