ମଞ୍ଚ ଉପରେ ଉପସ୍ଥିତ ଜାମ୍ମୁ-କାଶ୍ମୀରର ରାଜ୍ୟପାଳ ଶ୍ରୀମାନ ଏନ୍. ଏନ୍. ଭୋରା ମହାଶୟ, ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତି ମହାଶୟା, ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ଶ୍ରୀମାନ ନିତିନ ଗଡ଼କରୀ ମହାଶୟ, ଡକ୍ଟର ଜିତେନ୍ଦ୍ର ସିଂହ ମହାଶୟ, ଆର୍. କେ. ସିଂହ ମହାଶୟ, ଜାମ୍ମୁ-କାଶ୍ମୀରର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମାନ କବିନ୍ଦ୍ର ଗୁପ୍ତା ମହାଶୟ, ରାଜ୍ୟର ଶକ୍ତି ମନ୍ତ୍ରୀ ଶ୍ରୀମାନ ସୁନୀଲ କୁମାର ଶର୍ମା ମହାଶୟ, ବିଧାନସଭାର ଉପ-ବାଚସ୍ପତି ଶ୍ରୀ ନଜିର ଅହମଦ ଖାନ୍ ମହାଶୟ, ସାଂସଦ ଏବଂ ଦେଶର ବରିଷ୍ଠ ନେତା ଆଦରଣୀୟ ଡକ୍ଟର ଫାରୁକ୍ ଅବଦୁଲ୍ଲା ମହାଶୟ, ସାଂସଦ ଶ୍ରୀମାନ ମୁଜାଫର ହୁସେନ ବେଗ୍ ମହାଶୟ, ଏବଂ ଏଠାରେ ଉପସ୍ଥିତ ଅନ୍ୟ ସମସ୍ତ ମହାନୁଭବ ଓ ଜାମ୍ମୁ-କାଶ୍ମୀରର ମୋର ପ୍ରିୟ ଭାଇ ଓ ଭଉଣୀ ମାନେ ।
ପୁଣି ଥରେ ଜାମ୍ମୁ-କାଶ୍ମୀରକୁ ଆପଣ ସମସ୍ତଙ୍କ ମଧ୍ୟକୁ ଆସିବା ପାଇଁ ମୋତେ ସୁଯୋଗ ମିଳିଛି । ଆପଣମାନଙ୍କର ଆପଣାର ଭାବ, ଆପଣମାନଙ୍କର ସ୍ନେହ ଯାହା ମୋତେ ବାରମ୍ବାର ଏଠାକୁ ଟାଣି ଆଣୁଛି । ବିଗତ ଚାରି ବର୍ଷରେ ଏଭଳି କୌଣସି ବର୍ଷ ନାହିଁ ଯେ ମୁଁ ଏଠାକୁ ଆସିନାହିଁ । ଯେତେବେଳେ ଶ୍ରୀନଗରରେ ବନ୍ୟା ପରେ ମଧ୍ୟ ଦିପାବଳୀ ପାଳନ କରାଯାଉଥିଲା, ମୁଁ ଏଠାରେ ବନ୍ୟା ପିଡ଼ୀତଙ୍କ ମଧ୍ୟରେ ଦିପାବଳୀ ପାଳନ କରିଥିଲି । ଏହା ବ୍ୟତୀତ ସୀମାରେ ମୁତୟନ ଯବାନଙ୍କ ସହିତ ଦିପାବଳୀ ପାଳନ କରିବା ପାଇଁ ମୋତେ ସୁଯୋଗ ମିଳିଥିଲା ଆଉ ଆଜି ଯେତେବେଳେ ପବିତ୍ର ରମଜାନ୍ ମାସ ଚାଲୁ ରହିଛି, ସେତେବେଳେ ମଧ୍ୟ ମୁଁ ଆପଣମାନଙ୍କ ମଧ୍ୟରେ ରହିଛି । ଏହି ମାସ ହେଉଛି ପୈଗମ୍ବର ମହମ୍ମଦଙ୍କ ଶିକ୍ଷା ଏବଂ ତାଙ୍କର ବାର୍ତ୍ତାକୁ ସ୍ମରଣ କରିବାର ଅବସର । ତାଙ୍କ ଜୀବନରୁ ସମାନତା ଏବଂ ଭାତୃତ୍ୱ ଭାବର ଶିକ୍ଷା ହିଁ ସଠିକ୍ ରୂପେ ଦେଶ ଆଉ ଦୁନିଆକୁ ଆଗକୁ ନେଇ ଯାଇପାରିବ ।
ଏହା ମଧ୍ୟ ହେଉଛି ଏକ ସୁଖଦ ସଂଯୋଗ ଯେ ରମଜାନର ଏହି ମୁବାରକ୍ ମାସରେ ଆମେ ଏଠାରେ ଏକ ବହୁତ ବଡ଼ ସ୍ୱପ୍ନକୁ ସାକାର କରିବା ପାଇଁ ଏକାଠି ହୋଇଛେ । ଆଜି ମୋତେ କୃଷ୍ଣଗଙ୍ଗା ଜଳ ବିଦ୍ୟୁତ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ସମର୍ପଣ କରିବାର ସୌଭାଗ୍ୟ ମିଳିଛି । ଅନେକ ଅସୁବିଧାକୁ ଅତିକ୍ରମ କରିବା ପରେ ଏହି ପ୍ରକଳ୍ପ ଜାମ୍ମୁ-କାଶ୍ମୀରର ବିକାଶ ଯାତ୍ରାରେ ନୂତନ ଅଧ୍ୟାୟ ଯୋଡ଼ିବା ପାଇଁ ପ୍ରସ୍ତୁତ ଅଛି । ଏହି ଅବସରରେ ମୁଁ ଆପଣ ସମସ୍ତଙ୍କୁ ମଧ୍ୟ ବହୁତ-ବହୁତ ଶୁଭେଚ୍ଛା ଜଣାଉଛି । ଏହା ଦ୍ୱାରା ରାଜ୍ୟକୁ କେବଳ ମାଗଣାରେ ହିଁ ନୁହେଁ ବରଂ ପର୍ଯ୍ୟାପ୍ତ ପରିମାଣର ବିଜୁଳି ମଧ୍ୟ ମିଳିବ । ଏବେ ଜାମ୍ମୁ-କାଶ୍ମୀରକୁ ଯେତେ ବିଜୁଳି ଆବଶ୍ୟକତା ହେଉଥିଲା, ତାହାର ଏକ ବଡ଼ ଅଂଶ ଦେଶର ଅନ୍ୟ ଭାଗର ଆବଶ୍ୟକତାକୁ ମଧ୍ୟ ପୂରଣ କରାଯାଇ ପାରିବ । 330 ମେଗାୱାଟର ଏହି ପ୍ରକଳ୍ପ ଆରମ୍ଭ ହେଲେ ବିଜୁଳି ଅଭାବ ଜନିତ ସମସ୍ୟାକୁ ବହୁ ମାତ୍ରାରେ ହ୍ରାସ କରାଯାଇ ପାରିବ ।
ଭାଇ ଓ ଭଉଣୀମାନେ, ଏହି ପ୍ରକଳ୍ପ ଇଂଜିନିୟରିଂ ର ହେଉଛି ଏକ ଅନନ୍ୟ ଉଦାହରଣ । ଏହାକୁ ଶେଷ କରିବା ପାଇଁ ଅନେକ ଲୋକ ତପସ୍ୟା କରିଛନ୍ତି । ପାହାଡ଼ର ଛାତିକୁ ଚିରି କୃଷ୍ଣଗଙ୍ଗାର ପାଣିକୁ ସୁଡ଼ଙ୍ଗ ଜରିଆରେ ବାନ୍ଦିପୋରାର ବୋନାର କେନାଲରେ ପହଂଚା ଯାଇଛି । ଏହି ପ୍ରକଳ୍ପ ସହିତ ଜଡ଼ିତ ସମସ୍ତ ଶ୍ରମିକ, ସମସ୍ତ କର୍ମଚାରୀ, ସମସ୍ତ ଇଂଜିନିୟର ସମସ୍ତେ ହେଉଛନ୍ତି ବିଶେଷ ଅଭିନନ୍ଦନର ପାତ୍ର । ଆପଣଙ୍କର ହିଁ ସାହସ ଓ ଧୈର୍ଯ୍ୟର ଏହା ହେଉଛି ପରିଣାମ କି ଏହି କଠିନ ପ୍ରକଳ୍ପକୁ ଆମେ ସଂପୂର୍ଣ୍ଣ କରି ପାରିଛେ ।
ଏବେ ଏଠାରୁ ଏହି ମଂଚରୁ ମୋତେ ଶ୍ରୀନଗର ରୋଡର, ରିଙ୍ଗ ରୋଡ଼ର ଶିଳାନ୍ୟାସ କରିବାର ମଧ୍ୟ ସୁଯୋଗ ମିଳିଛି । ବୟାଳିଶ କିଲୋମିଟରର ଏହି ସଡ଼କ ପାଇଁ ପାଞ୍ଚ ଶହ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯିବ । ଏହି ରିଙ୍ଗ୍ ରୋଡ଼ ଶ୍ରୀନଗର ସହର ମଧ୍ୟରେ ହେଉଥିବା ଭିଡ଼ ସମସ୍ୟାକୁ ଅନେକ ମାତ୍ରାରେ ହ୍ରାସ କରିବାରେ କାର୍ଯ୍ୟ କରିବ, ଆପଣଙ୍କ ଜୀବନକୁ ସହଜ ଓ ସରଳ କରିଦେବ ।
ଏହା ସହିତ ଜାମ୍ମୁ-କାଶ୍ମୀରର ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ରାଜ୍ୟର ତିନି ଭାଗକୁ କାଶ୍ମୀର, ଜାମ୍ମୁ, ଏବଂ ଲଦାଖର ସନ୍ତୁଳିତ ବିକାଶ ବହୁତ ଆବଶ୍ୟକ । ଏହାକୁ ଧ୍ୟାନରେ ରଖି ଅଢ଼େଇ ବର୍ଷ ପୂର୍ବେ 80ହଜାର କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରାଯାଇଥିଲା । ମୁଁ ଖୁସି ଯେ ଏତେ କମ୍ ସମୟରେ ପାଖାପାଖି ତେଷଠି ହଜାର କୋଟି ଟଙ୍କାର ଏହି ପ୍ରକଳ୍ପକୁ ମଞ୍ଜୁରି ଦିଆଯାଇସାରିଛି ଆଉ 20 ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ମଧ୍ୟ ହୋଇ ସାରିଛି । ଏହି ଧନ ରାଶିରେ ଜାମ୍ମୁ-କାଶ୍ମୀରରେ ଆଇଆଇଟି ନିର୍ମାଣର କାର୍ଯ୍ୟ, ଆଇଆଇଏମ୍ ନିର୍ମାଣର କାର୍ଯ୍ୟ, ଦୁଇଟି ଏମ୍ସ ନିର୍ମାଣର କାର୍ଯ୍ୟ, ପ୍ରାଥମିକ ଚିକିତ୍ସାଳୟ ଠାରୁ ନେଇ ଜିଲ୍ଲା ହାସପାତାଳର ଆଧୁନିକୀକରଣର କାମ ମଧ୍ୟ ଚାଲୁ ରହିଛି ।
ନୂତନ ଜାତୀୟ ରାଜପଥ, ସବୁଦିନିଆ ରାସ୍ତା, ନୂତନ ସୁଡଙ୍ଗ, ଶକ୍ତି ପରିବହନ ଏବଂ ଆବଂଟନ ଲାଇନ୍, ନଦୀ ଓ ହ୍ରଦ ଗୁଡ଼ିକର ସଂରକ୍ଷଣ, କୃଷକମାନଙ୍କ ପାଇଁ ଯୋଜନାଗୁଡିକ, ଶୀତଳ ଭଣ୍ଡାର, ପଣ୍ୟାଗାର, ଯୁବକମାନଙ୍କ ପାଇଁ ରୋଜଗାରର ନୂତନ ସୁଯୋଗ ନିମନ୍ତେ ଅନେକ ନୂତନ ପଦକ୍ଷେପ ନିଆ ଯାଉଛି । ଏକବିଂଶ ଶତାବ୍ଦୀରେ ଜାମ୍ମୁ-କାଶ୍ମୀର ଓ ଏଠାକାର ଲୋକଙ୍କ ଆଶା, ଆକାଂକ୍ଷା ଅନୁରୂପ ହେଉ, ଏହା ଉପରେ ପ୍ରାଥମିକତା ଦେଇ କାର୍ଯ୍ୟ କରା ଯାଉଛି ।
ସାଥୀଗଣ, ଯେତେବେଳେ ମଧ୍ୟ ମୁଁ ପାହାଡ଼ ଉପରକୁ ଯାଏ, ଗୋଟିଏ ଲୋକକଥା ନିଶ୍ଚୟ ମନେ ପଡ଼େ । ଆଗରୁ କୁହା ଯାଉଥିଲା କି ପାହାଡ଼ର ଯୌବନ ଏବଂ ପାହାଡ଼ର ପାଣି କେବେ ପାହାଡ଼ର କାମରେ ଆସି ନ ଥାଏ । ଏହି ଲୋକକଥା ହେଉଛି ସେତେବେଳର ଯେତେବେଳେ ଆଧୁନିକ କୌଶଳର ସେତେ ପ୍ରସାର ହୋଇ ନ ଥିଲା, ମଣିଷ ପ୍ରକୃତି ଆଗରେ ବାଧ୍ୟ ହେଉଥିଲା । କିନ୍ତୁ ଏବେ ସମୟ ବଦଳି ଯାଇଛି । ଏହି ଲୋକକଥାକୁ ଆପଣ ସମସ୍ତଙ୍କ ସହଯୋଗରେ ଆମେ ବଦଳାଇବାରେ ଏକାଠି ହୋଇଛେ । ଜାମ୍ମୁ-କାଶ୍ମୀରର ପାଣି ଆଉ ଏହାର ଯୌବନ, ଦୁଇଟି ଯାକ ଏହି ଧରଣୀର କାମରେ ଆସିବ ।
ଜାମ୍ମୁ-କାଶ୍ମୀରରେ ଅନେକ ନଦୀ ଅଛି, ଯେଉଁଥିରେ ଜଳ ବିଦ୍ୟୁତର ଅମାପ ସମ୍ଭାବନା ରହିଛି । ଏହା ହେଉଛି ଦେଶର ସେହି ଅଂଶ ଯାହା ନା କେବଳ ନିଜର ଆବଶ୍ୟକତା ବରଂ ସମଗ୍ର ଦେଶ ପାଇଁ ମଧ୍ୟ ବିଜୁଳି ଉତ୍ପାଦନ କରିବାର ମଧ୍ୟ ସାମର୍ଥ୍ୟ ରଖିଛି । ଏହାକୁ ଧ୍ୟାନରେ ରଖି ବିଗତ ଚାରି ବର୍ଷରେ ଆମେ ଏଠାରେ ଅନେକ ପ୍ରକଳ୍ପ ଉପରେ କାର୍ଯ୍ୟ କରୁଛୁ । କିସ୍ତୱାଡ଼ରେ 8,000କୋଟିରୁ ଅଧିକ ଟଙ୍କା ବ୍ୟୟରେ ତିଆରି ହେବାକୁ ଥିବା ଜଳ ବିଦ୍ୟୁତ ପ୍ରକଳ୍ପ କାର୍ଯ୍ୟ ମଧ୍ୟ ଖୁବ ଶୀଘ୍ର ଆରମ୍ଭ ହେବ ।
ଜାମ୍ମୁ-କାଶ୍ମୀରର ପ୍ରତ୍ୟେକ ଘରକୁ ବିନା ବାଧାରେ ବିଜୁଳି ପହଂଚାଇବା ପାଇଁ ମଧ୍ୟ ନିରନ୍ତର ପ୍ରୟାସ କରାଯାଉଛି । ସ୍ମାର୍ଟ ଗ୍ରୀଡ଼୍ (Smart Grid) ଏବଂ ସ୍ମାର୍ଟ ମିଟର ଭଳି ଅତ୍ୟାଧୁନିକ ଜ୍ଞାନ କୌଶଳର ବ୍ୟବହାର କରାଯାଉଛି । ରାସ୍ତା ଆଲୋକୀକରଣର ଆଧୁନିକୀକରଣ କରାଯାଉଛି । ଜାମ୍ମୁ-କାଶ୍ମୀରର ଗାଁରୁ ନେଇ ଛୋଟ-ଛୋଟ ଅଂଚଳକୁ ଆଲୋକିତ କରିବା ପାଇଁ, ରାଜ୍ୟରେ ବିଜୁଳି ବଂଟନ ବ୍ୟବସ୍ଥାରେ ସଂସ୍କାର ଆଣିବା ନିମନ୍ତେ ପ୍ରାୟ 4 ହଜାର କୋଟି ଟଙ୍କାର ନିବେଶ କରାଯାଉଛି ।
ସାଥୀଗଣ, କେବଳ ଗାଁ ଆଉ ଘର ପର୍ଯ୍ୟନ୍ତ ବିଜୁଳି ପହଂଚାଇବା ଆମର ଲକ୍ଷ୍ୟ ନୁହେଁ । ବରଂ ଯେଉଁ ଘରେ ବିଜୁଳି ପହଂଚି ଯାଇଛି ସେମାନଙ୍କ ପାଇଁ ବିଜୁଳି ବିଲ୍ ବୋଝ ନ ପାଲଟୁ ଏଥିପାଇଁ ମଧ୍ୟ ପ୍ରୟାସ କରାଯାଉଛି । ଉଜାଲା ଯୋଜନା ଅଧୀନରେ ଜାମ୍ମୁ-କାଶ୍ମୀରରେ ମଧ୍ୟ 78 ଲକ୍ଷରୁ ଅଧିକ ଏଲଇଡ଼ି ବଲବ୍ ବଂଟନ କରାଯାଇ ସାରିଛି । ଏହାଦ୍ୱାରା ଏଠାକାର ଜନତାଙ୍କୁ ବିଜୁଳି ବିଲ୍ ରେ ପ୍ରତ୍ୟେକ ବର୍ଷ ପ୍ରାୟ 400 କୋଟି ଟଙ୍କାରୁ ଅଧିକ ସଂଚୟ ହେଉଛି । ସରକାର ରାଜ୍ୟର ପ୍ରତ୍ୟେକ ଘର ପର୍ଯ୍ୟନ୍ତ ବିଜୁଳି ପହଂଚାଇବାର ଲକ୍ଷ୍ୟ ସହିତ ଯୋଡ଼ି ହୋଇଛନ୍ତି । ସୌଭାଗ୍ୟ ଯୋଜନା ଅଧୀନରେ ଏବେ ଜାମ୍ମୁ-କାଶ୍ମୀରର ସେହି ସମସ୍ତ ଘରକୁ ମାଗଣା ବିଜୁଳି ସଂଯୋଗ ଦେବାର କାର୍ଯ୍ୟ ଚାଲୁ ରହିଛି, ଯେଉଁଠାରେ ଏ ପର୍ଯ୍ୟନ୍ତ ବିଜୁଳି ପହଂଚି ପାରିନାହିଁ ।
ସାଥୀଗଣ, ଜାମ୍ମୁ-କାଶ୍ମୀରରେ ବିକାଶର ସବୁଠାରୁ ବଡ଼ ମାଧ୍ୟମ ଯଦି କୌଣସି କ୍ଷେତ୍ର ଅଛି, ତ ତାହା ହେଉଛି ପର୍ଯ୍ୟଟନ, ଏହା ଦଶକ-ଦଶକ ଧରି ଆମେ ଦେଖି ଆସୁଛୁ । କମ୍ ନିବେଶରେ ସବୁଠାରୁ ଅଧିକ ରୋଜଗାର ସୃଷ୍ଟି କଲା ଭଳି ଏହି କ୍ଷେତ୍ର ଜାମ୍ମୁ-କାଶ୍ମୀରର ଭାଗ୍ୟ ପାଇଁ ହେଉଛି ଭାଗ୍ୟ ବିଧାତା । କିନ୍ତୁ ଏବେ ଏହି କ୍ଷେତ୍ର ପୁରୁଣା କୌଶଳରେ ଚାଲୁ ନାହିଁ । ଆଜିର ପର୍ଯ୍ୟଟକ, ବର୍ତ୍ତମାନର ସୁବିଧା ଚାହୁଁଛି । ସେ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯିବା ପାଇଁ ଘଣ୍ଟା-ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଚାହୁଁ ନାହିଁ, ସେ ସଙ୍କଟଜନକ ପଥରେ ଫସିବାକୁ ଚାହୁଁ ନାହିଁ, ସେ ଲଗାତାର ବିଜୁଳି ଚାହୁଁଛି, ସେ ପରିଷ୍କାର ପରିଚ୍ଛନ୍ନତା ଚାହୁଁଛି, ସେ ଭଲ ବିମାନ ସେବା ଚାହୁଁଛି ।
ପର୍ଯ୍ୟଟନ ପାଇଁ ଯେଉଁ ସବୁ ଆଧୁନିକ ଇକୋ-ସିଷ୍ଟମର ଆବଶ୍ୟକତା ହେଉଛି, ତାକୁ ଧ୍ୟାନରେ ରଖି ଆମ ସରକାର ଅନେକ ଯୋଜନା ଗୁଡ଼ିକ ସହିତ ଆଗକୁ ବଢ଼ୁଛି । ଏହି ଇକୋ ସିଷ୍ଟମ୍ ଯେତେ ଅଧିକ ମଜବୁତ ହେବ, ଜାମ୍ମୁ-କାଶ୍ମୀରକୁ ସେତେ ଅଧିକ ପର୍ଯ୍ୟଟକଙ୍କ ଆଗମନ ସଂଖ୍ୟା ବଢ଼ିବ, କେବଳ ଏତିକି ନୁହେଁ, ଜାମ୍ମୁ-କାଶ୍ମୀରର ଯୁବକମାନଙ୍କୁ ରୋଜଗାର ପାଇଁ ନୂତନ ସୁଯୋଗ ମଧ୍ୟ ମିଳିବ, ସେମାନଙ୍କର ଆୟ ସେତେ ଅଧିକ ବୃଦ୍ଧି ପାଇବ ।
ସାଥୀଗଣ, ସାରା ବିଶ୍ୱରେ ଏପରି ଅନେକ କ୍ଷେତ୍ର ଅଛି, ଯେଉଁଠାରେ ସମଗ୍ର ଅର୍ଥ ବ୍ୟବସ୍ଥା ହେଉଛି ପର୍ଯ୍ୟଟନ କୈନ୍ଦ୍ରିକ, ସମଗ୍ର ଦେଶର ଅର୍ଥ ବ୍ୟବସ୍ଥା । କେବଳ ଜାମ୍ମୁ-କାଶ୍ମୀରରେ ସେହି କ୍ଷମତା ଅଛି ଯାହା ଭାରତର ଅର୍ଥ ବ୍ୟବସ୍ଥାକୁ ଆହୁରି ଅଧିକ ଗତିଶୀଳ କରିବାର ସାମର୍ଥ୍ୟ ରଖିଛି । ଯଦି ମୁଁ କେବଳ ପର୍ଯ୍ୟଟନର କଥା କହିବି ତ ପ୍ରାୟ 2 ହଜାର କୋଟି ଟଙ୍କାର ନିବେଶରେ 12 ବିକାଶଶୀଳ ପ୍ରାଧିକରଣ, 3 ପର୍ଯ୍ୟଟନ ସର୍କିଟ, 50 ପର୍ଯ୍ୟଟନ ଗ୍ରାମର କାର୍ଯ୍ୟ କରାଯିବ । କିନ୍ତୁ ଯେପରି ମୁଁ ପ୍ରଥମରୁ କହିଥିଲି, ପର୍ଯ୍ୟଟନ ସହିତ ହିଁ ତାହାର ସମସ୍ତ ଇକୋ-ସିଷ୍ଟମକୁ ସୁଦୃଢ଼ କରିବାର ଆବଶ୍ୟକତା ରହିଛି ।
ଏହି ଇକୋ-ସିଷ୍ଟମର ବହୁତ ବଡ଼ ଆଧାର ହେଉଛି ଯୋଗାଯୋଗ ବ୍ୟବସ୍ଥା । ଏହା ହେଉଛି କାରଣ ଯେ, ଯୋଗାଯୋଗ ବ୍ୟବସ୍ଥା ପାଇଁ ଜାମ୍ମୁ-କାଶ୍ମୀରରେ ବହୁତ ବଡ଼ ସ୍ତରରେ ପ୍ରୟାସ କରାଯାଉଛି । ରାଜ୍ୟକୁ ଦିଆ ଯାଇଥିବା ପ୍ୟାକେଜରେ ପ୍ରାୟ ଅଧା ଅଂଶ ସଡ଼କ ପ୍ରକଳ୍ପରେ ହିଁ ଖର୍ଚ୍ଚ କରାଯାଉଛି । ଜାମ୍ମୁ-କାଶ୍ମୀରରେ ଜାତୀୟ ରାଜପଥର ନେଟୱାର୍କ ବିଛାଯାଉଛି ।
ଏଠାକୁ ଆସିବା ପୂର୍ବରୁ, ମୁଁ ଦେଶର ସବୁଠାରୁ ଦୀର୍ଘତମ ଜୋଜିଲା ସୁଡ଼ଙ୍ଗ କାର୍ଯ୍ୟର ଶୁଭାରମ୍ଭ କରିଛି । ଏହି ସୁଡ଼ଙ୍ଗ ଜାମ୍ମୁ-କାଶ୍ମୀରରେ ବିକାଶର ନୂତନ ଗାଥା ଲେଖିବାକୁ ଯାଉଛି । ଆପଣ ଚିନ୍ତା କରନ୍ତୁ, ଯୋଗାଯୋଗ ବ୍ୟବସ୍ଥା ବଢିବ ତ ସୁଯୋଗ, ପଢିବାକୁ ଯାଉଥିବା, ସଂପର୍କୀୟଙ୍କୁ ଭେଟିବାକୁ ଯିବା ବେଳେ, ଚିକିତ୍ସା ପାଇଁ ଯାଉଥିବା ବେଳେ, ବ୍ୟବସାୟ ପାଇଁ ଯିବା ଆସିବା ସମୟରେ, ଜିନିଷପତ୍ର କିଣା-ବିକା ସମୟରେ ଆପଣମାନଙ୍କୁ କମ୍ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ । ରାସ୍ତାରେ ବିଳମ୍ବ କାରଣରୁ ଆମର ଯେଉଁ ସେଓ ନଷ୍ଟ ହୋଇ ଯାଉଛି, ଆମର ପନି ପରିବା ଖରାପ ହୋଇ ଯାଉଛି, ଏଠାକାର କୃଷକଙ୍କର ଯେଉଁ କ୍ଷତି ହେଉଛି, ତାହା ମଧ୍ୟ ଆମେ ବହୁତ ବଡ଼ ମାତ୍ରାରେ କମ୍ କରି ପାରିବା ।
ଏଠାରେ ଶ୍ରୀନଗରରେ ତିଆରି ହେବାକୁ ଥିବା ରିଙ୍ଗ ରୋଡ଼୍ ହେଉ, ଶ୍ରୀନଗର-ସୋପିୟାଂ-କାଜିଗୁଣ୍ଡ୍ ଜାତୀୟ ରାଜପଥ ହେଉ ଅଥବା ପୁଣି ଚେନାନୀ ଶୁଦ୍ଧ ମହାଦେବ-ଗୋହା ରାସ୍ତା ହେଉ, ତାହା ସଂପୂର୍ଣ୍ଣ ହେଲେ ଆପଣମାନଙ୍କର ସମୟ ବଂଚିବ ଆଉ ସଂସାଧନ ଗୁଡ଼ିକ କମ୍ ନଷ୍ଟ ହେବ । ରାଜ୍ୟର ଏଭଳି ଅଂଚଳ ଯାହା ବରଫପାତ ଯୋଗୁଁ ମାସ-ମାସ ଧରି ବିଛିନ୍ନ ହେଉଥିଲା ତାହାକୁ ମଧ୍ୟ ଯୋଡ଼ା ଯାଉଛି, ସେଥିପାଇଁ ହେଲିକପ୍ଟର ସେବା ବ୍ୟବସ୍ଥା କରାଯାଉଛି । ଏହା ମଧ୍ୟ ଆପଣମାନଙ୍କୁ ଜାଣିବାର ଅଛି କି ସରକାରଙ୍କ ଦ୍ୱାରା ଶ୍ରୀନଗର ଏବଂ ଜାମ୍ମୁକୁ ସ୍ମାର୍ଟ ସିଟି କରିବାର କାମ ମଧ୍ୟ ଅଗ୍ରଗତି କରୁଛି ।
ସହରମାନଙ୍କରେ ଜଳ ଯୋଗାଣ ଆଉ ସ୍ୱରେଜ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଅମୃତ ଯୋଜନା ଅଧୀନରେ ପାଖାପାଖି ସାଢ଼େ 5 ଶହ କୋଟି ବ୍ୟୟ ବରାଦ କରାଯାଇଛି । ଯେତେବେଳେ ଆଧୁନିକ ସୁବିଧା ଗୁଡ଼ିକ ହେବ, ଆଧୁନିକ ସଡ଼କ ହେବ, ତ ଆପଣ ମାନଙ୍କର ଜୀବନ ମଧ୍ୟ ସହଜ ଓ ସରଳ ହେବ, ଜାମ୍ମୁ-କାଶ୍ମୀର ଓ ତାହାର ସୁନ୍ଦରତାରେ ଆହୁରି ନୂତନ ସୌନ୍ଦର୍ଯ୍ୟ ଭରିଦେବ ।
ଭାଇ ଓ ଭଉଣୀମାନେ, ଯେତେବେଳେ ଆମେ ଗାଁ ଆଉ ସହରକୁ ସ୍ମାର୍ଟ କରିବା କଥା କହୁଛେ, ତ ସ୍ୱଚ୍ଛତା ହେଉଛି ଏହାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ମୁଁ ଖୁସି ଯେ ଜାମ୍ମୁ-କାଶ୍ମୀରର ଜନତା ମଧ୍ୟ ଏହି ଅଭିଯାନକୁ ସଂପୂର୍ଣ୍ଣ ଶକ୍ତିର ସହିତ ଆଗକୁ ବଢ଼ାଇ ନେଉଛନ୍ତି ।
ନିକଟରେ ଏଠାକାର ଏକ ଝିଅର ଭିଡ଼ିଓ ମୁଁ ସାମାଜିକ ଗଣମାଧ୍ୟମରେ ଦେଖିଥିଲି । ପାଞ୍ଚ ବର୍ଷର ‘ଜନ୍ନତ’ ଡାଲ ହ୍ରଦକୁ ସଫା କରିବା ଲକ୍ଷ୍ୟରେ ଲାଗିଛି । ଯେତେବେଳେ ଦେଶର ଭବିଷ୍ୟତ ଏତେ ପବିତ୍ର ଆଉ ସ୍ୱଚ୍ଛ ଚିନ୍ତା କରୁଛି, ସେତେବେଳେ ମୋତେ ଏହି ଅଭିଯାନର ଏକ ସଦସ୍ୟ ହିସାବରେ ଆହୁରି ମଧ୍ୟ ଖୁସି ଲାଗିଥାଏ । ସାଥୀଗଣ, ଏଭଳି ଅନେକ ଲୋକ ଅଛନ୍ତି, ଯେଉଁମାନେ ନିଜସ୍ୱ ସ୍ତରରେ ଏହି ପ୍ରକାରର କାର୍ଯ୍ୟ କରୁଛନ୍ତି ।
ଭାଇ ଓ ଭଉଣୀମାନେ, ମୋତେ ଏହି କଥାର ଅନୁଭବ ରହିଛି କି ଭୀଷଣ ବନ୍ୟାରେ ଏଠାରେ ଯେଉଁ କ୍ଷୟ କ୍ଷତି ହୋଇଥିଲା, ତାହା ଆପଣଙ୍କ ଜୀବନକୁ ପରିବର୍ତ୍ତିତ କରି ଦେଇଛି । ଆମର ଏହା ହେଉଛି ଯଥା ସମ୍ଭବ ପ୍ରୟାସ ଯେ ଯେଉଁଠାରେ ଯାହା କ୍ଷତି ହୋଇଛି, ତାହାର ଭରଣା ହେଉ ଆଉ ଏଥିପାଇଁ ରାଜ୍ୟ ସରକାରଙ୍କୁ ନିରନ୍ତର ସହାୟତା ଦିଆଯାଉଛି ।
ସାଥୀଗଣ, ଆହୁରି ଏକ ଗମ୍ଭୀର ବିଷୟ ହେଉଛି ଯାହା ଉପରେ ପିଡିପି-ବିଜେପି ମେଂଟ ସରକାର ଆଉ କେନ୍ଦ୍ର ସରକାର ମିଳିମିଶି କାର୍ଯ୍ୟ କରୁଛନ୍ତି । ଏହି ବିଷୟ ହେଉଛି ବିସ୍ଥାପିତ ମାନଙ୍କର । ଯେଉଁ ଲୋକ ସୀମା ଆରପଟର ପରିସ୍ଥିତିରେ ବ୍ୟତିବ୍ୟସ୍ତ ହୋଇ ଏଠାକୁ ଆସିଛନ୍ତି, ଯେଉଁମାନଙ୍କୁ ସ୍ଥାନୀୟ ସମସ୍ୟା କାରଣରୁ ଘର ଛାଡ଼ିବାକୁ ପଡ଼ିଛି, ଭିନ୍ନ-ଭିନ୍ନ ଜାଗାରେ ସେମାନଙ୍କ ପୁନର୍ବାସ ପାଇଁ ପାଖାପାଖି ସାଢ଼େ ତିନି ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ।
ସାଥୀଗଣ, ଆଜି ଜାମ୍ମୁ-କାଶ୍ମୀରର ଅନେକ ଯୁବକ, ଦେଶର ଅନ୍ୟ ରାଜ୍ୟର ଯୁବକ ମାନଙ୍କ ପାଇଁ ରୋଲ୍ ମଡେଲ ସାଜୁଛନ୍ତି । ପ୍ରଶାସନିକ ସେବାରେ ଯେତେବେଳେ ଏଠାକାର ଯୁବକଙ୍କର ନାମକୁ ଦେଖୁଛି, ସେମାନଙ୍କ ସହିତ ସାକ୍ଷାତ କରୁଛି, ତ ମୋର ଖୁସି ଦୁଇ ଗୁଣା ହୋଇଯାଏ । ମୋର ମନେ ଅଛି ଦେଶର ଛାତି ସେତିକି ବେଳେ ଗର୍ବରେ ଚଉଡ଼ା ହୋଇ ଯାଇଥିଲା, ଯେତେବେଳେ ଏଠାକାର ବାନ୍ଦିପୋରାର ଝିଅ କିକ୍ ବକ୍ସିଂରେ ଭାରତର ନାମକୁ ଗୌରବାନ୍ୱିତ କରିଥିଲେ । ତଜାମୁଲଙ୍କ ଭଳି ପ୍ରତିଭାକୁ ଦେଶ ବେକାର ଯିବାକୁ ଦେବ ନାହିଁ । ଏହା ହେଉଛି କାରଣ କି କେନ୍ଦ୍ର ସରକାର ଜାମ୍ମୁ-କାଶ୍ମୀରର କ୍ରୀଡ଼ା ପ୍ରତିଭାକୁ ପରିସ୍ଫୁଟ କରିବା ପାଇଁ ରାଜ୍ୟ ସରକାରଙ୍କ ସହିତ ମିଶି ପ୍ରୟାସ କରୁଛନ୍ତି । ଏହି ଭାବନା ଦ୍ୱାରା ଏଠାରେ କ୍ରୀଡ଼ା ଭିତିଭୂମି ବିକଶିତ କରିବା ପାଇଁ ମଧ୍ୟ ସଂପୂର୍ଣ୍ଣ ପ୍ରୟାସ କରା ଯାଉଛି ।
ଭାଇ ଓ ଭଉଣୀମାନେ, ଜାମ୍ମୁ-କାଶ୍ମୀରର ଯୁବକମାନଙ୍କୁ ଶିକ୍ଷା ଆଉ ରୋଜଗାରର ଅବସର ଉପଲବ୍ଧ କରାଇବା ବିଷୟକୁ ନେଇ ଗମ୍ଭୀର ଭାବେ ପ୍ରୟାସ କରାଯାଉଛି । ରାଜ୍ୟ ସରକାରଙ୍କ ସହିତ ମିଶି ବହୁ ନୂତନ ଯୋଜନା ସବୁକୁ ସାକାର କରାଯାଇଛି । ହିମାୟତ ଯୋଜନା ଦ୍ୱାରା ଏଠାକାର ଏକ ଲକ୍ଷ ଯୁବକଙ୍କୁ ପ୍ରଶିକ୍ଷିତ କରାଇବାର ଯୋଜନା ଉପରେ କାର୍ଯ୍ୟ ଚାଲୁ ରହିଛି । 16 ହଜାରରୁ ଅଧିକ ପିଲାଙ୍କୁ ପ୍ରଧାନମନ୍ତ୍ରୀ ସ୍ୱତନ୍ତ୍ର ବୃତ୍ତି ଯୋଜନାର ଲାଭ ମିଳିଛି । ସେମାନଙ୍କୁ ଦେଶର ଉନ୍ନତ କଲେଜ ଆଉ ବିଶ୍ୱବିଦ୍ୟାଳୟରେ ଉଚ୍ଚ ଶିକ୍ଷାର ସୁଯୋଗ ଦିଆ ଯାଇଛି । ଭିନ୍ନ-ଭିନ୍ନ କାରଣରୁ କଲେଜ ଆଉ ସ୍କୁଲ ପଢ଼ା ଅଧାରୁ ଛାଡ଼ୁଥିôବା ପଖାପାଖି 60 ହଜାର ବିଦ୍ୟାର୍ଥୀଙ୍କ ପାଇଁ ଚାକିରୀର ପ୍ରସ୍ତାବ ଦିଆ ଯାଇଛି ।
ଏଠାକାର ଯୁବକ ଦେଶ ଆଉ ପ୍ରଦେଶର ନାଗରିକଙ୍କ ସୁରକ୍ଷା କାମରେ ଆସି ପାରିବେ, ଏଥିପାଇଁ ମଧ୍ୟ ନୂତନ ସୁଯୋଗ ସୃଷ୍ଟି କରାଯାଉଛି । ଜାମ୍ମୁ-କାଶ୍ମୀରର ପୁଲିସକୁ ସଶକ୍ତ କରିବା ପାଇଁ 5ଟି ଭାରତୀୟ ରିଜର୍ଭ ବାଟାଲିୟନକୁ ମଞ୍ଜୁରି ଦିଆଯାଇଛି । ମୋତେ ଅବଗତ କରାଯାଇଛି କି ଭର୍ତ୍ତି ହେବାର ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ଉପନୀତ, ଯାହା ପରେ ଏଠାକାର 5 ହଜାର ଯୁବକଙ୍କୁ ସୁରକ୍ଷା କ୍ଷେତ୍ରରେ ରୋଜଗାର ମିଳିବ ।
ଭାଇ ଓ ଭଉଣୀମାନେ, ଆମ ସରକାରଙ୍କ ପାଇଁ ନାଗରିକ ଆଉ ରାଷ୍ଟ୍ରର ସୁରକ୍ଷା, ଏହା ହେଉଛି ସବୁଠାରୁ ବଡ଼ ପ୍ରାଥମିକତା । ଏହି ଦାୟିତ୍ୱକୁ ତୁଲାଇବା ପାଇଁ ଆମର ସୁରକ୍ଷାବଳ ଅନବରତ ଲାଗି ପଡ଼ିଛନ୍ତି, ଏଠାରେ ଜାମ୍ମୁ-କାଶ୍ମୀରର ପୁଲିସ ହେଉ, ବେସାମରିକ ବାହିନୀର ଯବାନ ହୁଅନ୍ତୁ, ଆପଣ ସମସ୍ତଙ୍କୁ ମୁଁ କହିବାକୁ ଚାହୁଁଛି କି ଜଟିଳ ପରିସ୍ଥିତିରେ ମଧ୍ୟ ଆପଣ ବେଶ ଭଲ କାର୍ଯ୍ୟ କରୁଛନ୍ତି । ଆପଣମାନଙ୍କ ଭିତରେ ଯେଉଁ ସୁ-ସଂପର୍କ ରହିଛି, ସହଯୋଗ ରହିଛି, ଏଥିପାଇଁ ଏହି ସମସ୍ତେ ହେଉଛନ୍ତି ବହୁତ-ବହୁତ ଧନ୍ୟବାଦର ପାତ୍ର । ବନ୍ୟା ହେଉ କିମ୍ବା ବରଫ ଝଡ଼ ଅବା ଅଗ୍ନିକାଣ୍ଡ ଭଳି ବିପଦ ହେଉ, ଅସୁବିଧାରେ ଫସି ରହିଥିବା ପ୍ରତ୍ୟେକ ଜାମ୍ମୁ-କାଶ୍ମୀରବାସୀଙ୍କ ପାଇଁ ସୁରକ୍ଷାବଳଙ୍କର ଯୋଗଦାନ ହେଉଛି ଅତୁଳନୀୟ । ଏଠାକାର ଜନତାଙ୍କ ପାଇଁ ସେମାନେ ଯାହା କିଛି ମଧ୍ୟ କରୁଛନ୍ତି, ଯାହା ମଧ୍ୟ କଷ୍ଟ ସହ୍ୟ କରୁଛନ୍ତି ତାହାର ଗୋଟିଏ-ଗୋଟିଏ ଛବି ଦେଶର ଜନତାର ମନ-ମସ୍ତିଷ୍କରେ ଆଚ୍ଛାଦିତ ହୋଇ ରହିଛି ।
ଭାଇ ଓ ଭଉଣୀମାନେ, ଦେଶର ଶହେ ପଚିଶ କୋଟି ଲୋକ ଆଜି ନିଉ ଇଣ୍ଡିଆର ସଙ୍କଳ୍ପ ଉପରେ କାର୍ଯ୍ୟ କରୁଛନ୍ତି । ଜାମ୍ମୁ-କାଶ୍ମୀର ଏହି ନିଉ ଇଣ୍ଡିଆର ସବୁଠାରୁ ବଡ଼ ଚମକୁଥିବା ତାରକା ହୋଇ ପାରିବ । କୌଣସି କାରଣ ନାହିଁ କି ଜାମ୍ମୁ-କାଶ୍ମୀରରେ ଦେଶର ସବୁଠାରୁ ଭଲ ଶିକ୍ଷା ସଂସ୍ଥାନ, ସବୁଠାରୁ ଭଲ ହାସପାତାଳ, ସବୁଠାରୁ ଭଲ ସଡ଼କ, ସବୁଠାରୁ ଆଧୁନିକ ବିମାନବନ୍ଦର ନ ହେଉ । କୌଣସି କାରଣ ନାହିଁ କି ଏଠାକାର ଆମର ପିଲାମାନେ ଭଲ ଡାକ୍ତର ହୋଇପାରିବେନି, ଭଲ ଇଂଜିନିୟର ହୋଇପାରିବେନି, ଭଲ ପ୍ରଫେସର ହୋଇପାରିବେନି ଆଉ ଭଲ ଅଧିକାରୀ ହୋଇପାରିବେନି, କୌଣସି କାରଣ ନାହିଁ ।
ସାଥୀଗଣ, ବହୁତ ଗୁଡ଼ିଏ ଶକ୍ତି ରହିଛନ୍ତି, ଯେଉଁମାନେ ଚାହାଁନ୍ତି ନାହିଁ କି ଜାମ୍ମୁ-କାଶ୍ମୀରର ବିକାଶ ହେଉ, ଏଠାକାର ଲୋକମାନଙ୍କର ଜୀବନ ହସଖୁସିଭରା ହେଉ, କିନ୍ତୁ ସାଥୀଗଣ, ଆମକୁ ଏହି ବିଦେଶୀ ଶକ୍ତି ମାନଙ୍କୁ ଜବାବ ଦେଇ ଆଗକୁ ବଢ଼ି ଚାଲିବାର ଅଛି ।
ଏଠାରେ ମେହବୁବା ମୁଫ୍ତି ମହାଶୟାଙ୍କ ନେତୃତ୍ୱରେ ଚାଲୁଥିବା ପିଡିପି-ବିଜେପି ମେଣ୍ଟ ସରକାର ଆଉ କେନ୍ଦ୍ରର ଏନ୍ଡିଏ ସରକାର ନିରନ୍ତର ଏଭଳି ଯୁବକମାନଙ୍କୁ ମୁଖ୍ୟଧାରାକୁ ଆଣିବାର ପ୍ରୟାସ କରୁଛନ୍ତି, ଯେଉଁମାନେ ବିଦେଶୀ ଦୁଷ୍ପ୍ରଚାର ଦ୍ୱାରା ପ୍ରଭାବିତ ହୋଇ ନିଜର ହିଁ ପବିତ୍ର ମାଟି ଉପରେ ପ୍ରହାର କରୁଛନ୍ତି ।
ସାଥୀଗଣ, ଶାନ୍ତି ଆଉ ସ୍ଥାୟୀତ୍ୱର କୌଣସି ବିକଳ୍ପ ହୋଇ ନ ପାରେ । ମୋର ଅନୁରୋଧ ହେଉଛି କି ଯେଉଁ ଯୁବକମାନେ ରାସ୍ତା ଭୁଲି ଯାଇଛନ୍ତି, ସେମାନେ ମୁଖ୍ୟଧାରାକୁ ଫେରି ଆସନ୍ତୁ । ଏହା ହେଉଛି ମୁଖ୍ୟଧାରା, ସେମାନଙ୍କର ମାତା-ପିତା, ସେମାନଙ୍କର ପରିବାର । ଏହି ମୁଖ୍ୟଧାରା ହେଉଛି ଜାମ୍ମୁ-କାଶ୍ମୀରର ବିକାଶରେ ସେମାନଙ୍କର ସକ୍ରିୟ ଯୋଗଦାନ । ଏହି ଯୁବ ପିଢି ଉପରେ ହିଁ ଦାୟିତ୍ୱ ରହିଛି ଜାମ୍ମୁ-କାଶ୍ମୀରର ଗୌରବ ବୃଦ୍ଧି କରିବା । ଜାମ୍ମୁ-କାଶ୍ମୀରରେ ଏତେ ସବୁ ସାଧନ ରହିଛି, ଏତେ ସବୁ ସଂସାଧନ ରହିଛି, ଏତେ ସାମର୍ଥ୍ୟ ରହିଛି ଯେ, କୌଣସି କାରଣ ନାହିଁ କି ଜାମ୍ମୁ-କାଶ୍ମୀର, ଭାରତର ନିଜର ଅନ୍ୟ ସବୁ ଅଂଚଳଠାରୁ ତିଳେ ହେଲେ ମଧ୍ୟ ପଛରେ ରହୁ । ପଥଭ୍ରଷ୍ଟ ଯୁବକମାନଙ୍କ ଦ୍ୱାରା ଉଠାଯାଇଥିବା ପ୍ରତିଟି ପଥର, ପ୍ରତିଟି ଅସ୍ତ୍ର, ତାଙ୍କର ନିଜର ଜାମ୍ମୁ-କାଶ୍ମୀରକୁ ଅସ୍ଥିର କରୁଛି ।
ରାଜ୍ୟକୁ ଏବେ ଏହି ଅସ୍ଥିରତାର ବାତାବରଣ ଭିତରୁ ବାହାରକୁ ଆଣିବାକୁ ହିଁ ହେବ । ଭବିଷ୍ୟତ ପାଇଁ, ନିଜର ଆଗାମୀ ପିଢିଙ୍କ ପାଇଁ, ସେମାନଙ୍କୁ କେବଳ କାଶ୍ମୀର ହିଁ ନୁହେଁ, ଭାରତର ବିକାଶର ମୁଖ୍ୟଧାରା ସହିତ ମଧ୍ୟ ଯୋଡ଼ିବାକୁ ହିଁ ହେବ । ହଜାର ହଜାର ବର୍ଷ ଧରି, ଆମେ ହେଉଛେ ଏକ ଭାରତ ମାଆର ସନ୍ତାନ । ଦୁନିଆର କୌଣସି ଏଭଳି ଶକ୍ତି ନାହିଁ, ଯାହା ଭାଇକୁ ଭାଇଠାରୁ ଦୂର କରି ପାରିବ । ମାଆର କ୍ଷୀରରେ କେବେ ହେଲେ କୌଣସି ପ୍ରଭେଦ ହୋଇ ନ ପାରେ । ଯେଉଁ ଲୋକମାନେ ଦଶକ ଦଶକ ଧରି ଏହି ପ୍ରୟାସରେ ଲାଗି ରହିଥିଲେ, ସେମାନେ ଏବେ ନିଜେ ବିଖଣ୍ଡିତ ହେବାର ଦ୍ୱାରରେ ଆସି ଉପନୀତ ।
ଭାଇ ଓ ଭଉଣୀମାନେ, ମୁଁ ପୁଣି ଥରେ କହିବି, ଗତ ବର୍ଷ ମୁଁ ଦିପାବଳୀ ଗୁରେଜରେ ବିତାଇଥିଲି ତ ଏ ବର୍ଷ ରମଜାନ ଅବସରରେ, ଏଠାରେ ଆପଣ ମାନଙ୍କ ଗହଣରେ ଅଛି । ଏହା ତ ହେଉଛି କାଶ୍ମୀରର ଭାବନା, ଏହା ତ ହେଉଛି ଏହି ମାଟିର ଦେଶ ଆଉ ଦୁନିଆକୁ ଦାନ । ଏଠାରେ ସମସ୍ତଙ୍କର ସ୍ୱାଗତ, ଏଠାରେ ସମସ୍ତଙ୍କର ସକ୍ରାର । ଏହା ହେଉଛି ସେହି ପରମ୍ପରାର ମାଟି ଯାହା ଦେଶ ଦୁନିଆରେ କୌଣସି ସ୍ଥାନରେ ଦେଖିବାକୁ ମିଳେ ନାହିଁ । ଏହି ମାଟିକୁ ପନ୍ଥ ଆଉ ସମ୍ପ୍ରଦାୟରୁ ଅଧିକ ପରମ୍ପରା ପ୍ରଭାବିତ କରିଛି । ତେଣୁ-
କାଶ୍ମୀରିୟାତକୁ ଅଟଳ ବିହାରୀ ବାଜପାୟୀ ମହାଶୟ ମଧ୍ୟ ଆଦର କରୁଥିଲେ ଆଉ ଏହି ମୋଦୀ ମଧ୍ୟ କାଶ୍ମୀରିୟାତକୁ ସମ୍ମାନ କରୁଛନ୍ତି ।
ଆଉ ମୁଁ ତ ଲାଲକିଲ୍ଲାରୁ ମଧ୍ୟ କହିଥିଲି କି :-
ନା ଗୁଳି ଦ୍ୱାରା ସମସ୍ୟାର ସମାଧାନ ହେବ, ନା ଗୁଳି ଦ୍ୱାରା ସମସ୍ୟାର ଅନ୍ତ ହେବ, ପ୍ରତ୍ୟେକ କାଶ୍ମୀରୀଙ୍କୁ ଆଲିଙ୍ଗନ କଲେ ସମସ୍ୟାର ସମାଧାନ ହେବ ।
ଜାମ୍ମୁ-କାଶ୍ମୀରର ବିକାଶ ପାଇଁ ରାଜ୍ୟ ଆଉ କେନ୍ଦ୍ର ସରକାରଙ୍କ ପାଖରେ ନୀତି ମଧ୍ୟ ରହିଛି, ଉଦ୍ଦେଶ୍ୟ ମଧ୍ୟ ରହିଛି, ଆଉ ନିଷ୍ପତ୍ତି ନେବାରେ ଆମେ କେବେ ହେଲେ ମଧ୍ୟ ପଛଘୁଂଚା ଦେଉନାହିଁ । ଛାତ୍ରମାନଙ୍କ ଉପରେ ରହିଥିବା ହଜାର ହଜାର ମୋକଦ୍ଦମାକୁ ପ୍ରତ୍ୟାହର କରିବାର ପ୍ରକ୍ରିୟା ହେଉ କିମ୍ବା ଏବେ ରମଜାନ୍ ର ଏହି ପବିତ୍ର ମୁବାରକ୍ ମାସରେ ନିଆ ଯାଇଥିବା ଅସ୍ତ୍ର ବିରତିର ନିଷ୍ପତ୍ତି ହେଉ, ତାହାର ପଛରେ ରହିଥିବା ଉଦ୍ଦେଶ୍ୟ ଏହା ଯେ, କାଶ୍ମୀରର ପ୍ରତ୍ୟେକ ଯୁବକଙ୍କୁ, ଏଠାକାର ପ୍ରତ୍ୟେକ ବ୍ୟକ୍ତିଙ୍କୁ ସ୍ଥାୟିତ୍ୱ ମିଳୁ, ସ୍ଥିରତା ମିଳୁ ଆଉ ବିକାଶ ମିଳୁ ।
ସାଥୀଗଣ, ଏହା କେବଳ ଅସ୍ତ୍ର ବିରତି ନୁହେଁ, ଏହା ହେଉଛି ଇସଲାମ୍ ନାମରେ ଆତଙ୍କବାଦ ଖେଳାଉଥିବା ଲୋକଙ୍କୁ ଜାଗ୍ରତ କରିବାର ହେଉଛି ଏକ ମାଧ୍ୟମ ମଧ୍ୟ । ମୁଁ ବୁଝୁଛି କି ଜାମ୍ମୁ-କାଶ୍ମୀରର ଲୋକମାନେ ଏହି କଥାକୁ ଲକ୍ଷ୍ୟ କରୁଛନ୍ତି କି କିପରି ସେମାନଙ୍କୁ ଭ୍ରମରେ ରଖିବାର ଚେଷ୍ଟା କରାଯାଉଛି । ସ୍ଥିରତାର ଏହି ପ୍ରକ୍ରିୟାକୁ ଆଗକୁ ବଢ଼ାଇବା ପାଇଁ ସରକାର ଏକ ପ୍ରତିନିଧିଙ୍କୁ ମଧ୍ୟ ନିଯୁକ୍ତ କରିଛନ୍ତି । ସେ ଜନତାଙ୍କ ଦ୍ୱାରା ନିର୍ବାଚିତ ହୋଇଥିବା ପ୍ରତିନିଧିଙ୍କ ଠାରୁ, ଏଠାକାର ଭିନ୍ନ-ଭିନ୍ନ ସଂଗଠନ-ସଂସ୍ଥାଗୁଡ଼ିକୁ ସାକ୍ଷାତ କରୁଛନ୍ତି । ଆଉ ମୁଁ ଚାହୁଁଛି କି ଯାହା ମଧ୍ୟ ନିଜର କଥା ରହିଛି ଯାଇଛି କୁହନ୍ତୁ । ପ୍ରତ୍ୟେକ ବ୍ୟକ୍ତି ସହିତ କଥାବାର୍ତ୍ତା କରି ସେ ଶାନ୍ତିର ପ୍ରକ୍ରିୟାକୁ ସୁଦୃଢ଼ କରିବାର ପ୍ରୟାସ ଜାରି ରଖିଛନ୍ତି ।
ଭାଇ ଓ ଭଉଣୀମାନେ, ସରକାର ନିଜ ତରଫରୁ କୌଣସି ଉପାୟ ଛାଡ଼ୁ ନାହାଁନ୍ତି । କିନ୍ତୁ କାଶ୍ମୀରିୟାତ ଏବଂ ଜାମ୍ମୁରିୟାତର ମେଣ୍ଟକୁ ବଜାୟ ରଖିବା ପାଇଁ ଆପଣମାନଙ୍କର ସମସ୍ତଙ୍କର ମଧ୍ୟ ଆଉ ମୁଁ ଜାମ୍ମୁ-କାଶ୍ମୀରର ସମସ୍ତ ନାଗରିକମାନଙ୍କୁ ଅନୁରୋଧ କରୁଛି କି ଆପଣ ସମସ୍ତଙ୍କର ମଧ୍ୟ, ଏଠାକାର ସମସ୍ତ ମାତା-ପିତାଙ୍କର, ଏଠାକାର ଯୁବକମାନଙ୍କର, ବୁଦ୍ଧିଜୀବୀଙ୍କର ଏବଂ ଧର୍ମଗୁରୁଙ୍କର ହେଉଛି ସବୁଠାରୁ ବଡ଼ ଦାୟିତ୍ୱ ଏବଂ ସବୁଠାରୁ ବଡ଼ ଭୂମିକା ।
ମୁଁ ଚାହିଁବି କି ଆପଣ, ଆମେ, ସମସ୍ତେ ନିଜର ସମସ୍ତ ଶକ୍ତି କେବଳ ଏବଂ କେବଳ ଜାମ୍ମୁ-କାଶ୍ମୀରର ବିକାଶ ପାଇଁ ବିନିଯୋଗ କରିବା । ପ୍ରତ୍ୟେକ ସମସ୍ୟା, ପ୍ରତ୍ୟେକ ବିବାଦ, ପ୍ରତ୍ୟେକ ମତଭେଦର, ତାହାର ସମାଧାନ ହେଉଛି ଗୋଟିଏ- ବିକାଶ, ବିକାଶ ଆଉ କେବଳ ମାତ୍ର ବିକାଶ ।
ନିଉ ଇଣ୍ଡିଆ ସହିତ ହିଁ ନିଉ ଜାମ୍ମୁ-କାଶ୍ମୀର, ଶାନ୍ତ ଆଉ ସମୃଦ୍ଧ ଜାମ୍ମୁ-କାଶ୍ମୀର ପରିବର୍ତ୍ତିତ ଭାରତର ବିକାଶର ଗାଥାକୁ ଆହୁରି ଅଧିକ ସୁଦୃଢ଼ କରିବ, ଆଉ ଏଭଳି ମୋର ସଂପୂର୍ଣ୍ଣ ବିଶ୍ୱାସ ରହିଛି । ଆଉ ମୁଁ ଏହି ବିଶ୍ୱାସର ସହିତ ଆପଣମାନଙ୍କ ମଧ୍ୟରେ ମୋର ଭାବନାକୁ ଖୋଲିଖୋଲି ଭାବେ ବ୍ୟକ୍ତ କରୁଛି । ନିଜର କଥାକୁ ଖୋଲିକରି କହୁଛି । ଆଉ ମୁଁ ଦୁନିଆର ଲୋକମାନଙ୍କୁ ମଧ୍ୟ କହୁଛି – ସମଗ୍ର ଦୁନିଆର ଦେଶ, ଯିଏ ମଧ୍ୟ ଏହି ରାସ୍ତାରେ ଚାଲି ପଡ଼ିଛନ୍ତି, ସେ ସମସ୍ତେ ଅନୁତାପ କରୁଛନ୍ତି । ସମସ୍ତେ ଫେରୁଛନ୍ତି । ସେମାନେ ଫେରିବାର ରାସ୍ତା ଖୋଜୁଛନ୍ତି । ଆଉ ଏଥିପାଇଁ ହସଖୁସିର ଜୀବନ, ଭ୍ରାତୃଭାବ ଜୀବନ, ଶାନ୍ତି ଏବଂ ସମୃଦ୍ଧିର ଜୀବନ, ସୁଖଶାନ୍ତିର ଜୀବନ, ଏହି ପରମ୍ପରାକୁ ଆମକୁ ଆଗକୁ ବଢ଼ାଇବାର ଅଛି ଆଉ ଏଥିପାଇଁ କେନ୍ଦ୍ର ସରକାରଙ୍କ ତରଫରୁ କୌଣସି ଅଭାବ ରହିବ ନାହିଁ । ଯେଉଁଠାରେ ଆବଶ୍ୟକ ହେବ ସମସ୍ତ ପଦକ୍ଷେପ ଉଠାଇ ଚାଲିବା । ଆପଣଙ୍କ ସମର୍ଥନ ଏବଂ ସହଯୋଗ ରହିବ, ଆମେ ଯେଉଁ ଇଚ୍ଛାକୁ ନେଇ ବାହାରିଛୁ ସେହି ଇଚ୍ଛାକୁ ଆମେ ପୂରଣ କରି ରହିବୁ ଆଉ ପୁଣି ଥରେ ଆମର ଏହି କାଶ୍ମୀର, ଆମର ଏହି ଜାମ୍ମୁ-କାଶ୍ମୀର, ଲେହ-ଲଦାଖ, ସମସ୍ତ ଅଂଚଳ ସମସ୍ତ ହିନ୍ଦୁସ୍ଥାନୀଙ୍କ ପାଇଁ ସେହି ମୁକୁଟ ମଣି ରୂପରେ ପ୍ରତ୍ୟେକଙ୍କୁ ସ୍ନେହର ସହିତ ଗଳାରେ ଲଗାଇବାର ସୁଯୋଗ ଦେବ ।
ଏହି ଭାବନା ସହିତ ସେଠା-ସେଠା ସୁକ୍ରିୟା (ବହୁତ ବହୁତ ଧନ୍ୟବାଦ) ସୁକ୍ରିୟା, ଅଜ ଦିୟୁ ଇଜାଜତ୍ (ଏବେ ବିଦାୟ ଦିଅନ୍ତୁ), ଖୁଦାଇ ଥଇ ନବ ଖୋସତ୍ ଖୁସହାଲ (ଖୁଦା ତୁମମାନଙ୍କୁ ନୂଆ ସୁଖ ଶାନ୍ତିରେ ରଖନ୍ତୁ) ।
ଧନ୍ୟବାଦ ।