ବିଶାଳ ସଂଖ୍ୟାରେ ଆସିଥିବା କାଶୀର ମୋର ଯୁବ ସାଥୀଗଣ । କାଶୀର ଆପଣ ସମସ୍ତ ମୋର ଭାଇ – ବନ୍ଧୁ, ଭଉଣୀଙ୍କୁ ମୋର ପ୍ରଣାମ ।
ଆମ କାଶୀର ଲୋକ ମୋତେ ଏତେ ସ୍ନେହ ଦେଇଛନ୍ତି ବାସ୍ତବରେ ମନ ଏବଂ ହୃଦୟ ଗଦଗଦ ହୋଇଯାଉଛି । ଆପଣମାନଙ୍କର ପୁଅ ଭଳି, ସମୟ ବାହାର କରି ବାରମ୍ବାର କାଶୀ ଆସିବାକୁ ମନ ହୋଇଥାଏ ।
ଭାଇ ଓ ଭଉଣୀମାନେ ହର – ହର ମହାଦେବ ।
ଏହା ହେଉଛି ମୋ ପାଇଁ ଏକ ସୌଭାଗ୍ୟର ବିଷୟ କି ଦେଶ ପାଇଁ ସମର୍ପିତ ଆଉ ଗୋଟିଏ ବର୍ଷର ଆରମ୍ଭ, ମୁଁ ବାବା ବିଶ୍ୱନାଥ ଏବଂ ମାଆ ଗଙ୍ଗାଙ୍କ ଶୁଭାଶୀର୍ବାଦ ଯୋଗୁଁ କରୁଛି । ଆପଣମାନଙ୍କ ସମସ୍ତଙ୍କର ଏହି ସ୍ନେହ, ଏହି ଆଶୀର୍ବାଦ ମୋତେ ପ୍ରତିକ୍ଷଣ ପ୍ରେରଣା ଯୋଗାଏ ଏବଂ ସମସ୍ତ ଦେଶବାସୀଙ୍କ ସେବା ଲାଗି ସଂକଳ୍ପକୁ ଆହୁରି ଅଧିକ ସୁଦୃଢ଼ କରୁଛି ।
ସାଥୀଗଣ, ଏହି ସେବା ଭାବ ଆଗକୁ ବଢ଼ାଇବା ପାଇଁ ଆଜି ଏଠାରେ ସାଢ଼େ ପାଞ୍ଚ ଶହ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ହୁଏତ ଲୋକାର୍ପଣ ହୋଇଛି ଅଥବା ଶିଳାନ୍ୟାସ ହୋଇଛି ।
ବିକାଶର ଏହି କାର୍ଯ୍ୟ ସହର ହିଁ ନୁହେଁ, ବରଂ ଆଖପାଖ ଗାଁ ସହିତ ମଧ୍ୟ ଜଡିତ ହୋଇଛି । ଏଥିରେ ବିଜୁଳି, ପାଣି ଭଳି ମୌଳିକ ଆବଶ୍ୟକତାଗୁଡିକ ସହିତ ଜଡିତ ପ୍ରକଳ୍ପଗୁଡିକ ତ ରହିଛି,ଏହା ସହିତ କୃଷକ, ବୁଣାକାର ଏବଂ ଶିଳ୍ପୀମାନଙ୍କୁ ନୂତନ ସୁଯୋଗ ସହିତ ଯୋଡିବାର ପ୍ରକଳ୍ପ ମଧ୍ୟ ଏଥିରେ ସାମିଲ ହୋଇଛି ।
କେବଳ ଏତିକି ହିଁ ନୁହେଁ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟକୁ ଏକବିଂଶ ଶତାବ୍ଦୀର ଜ୍ଞାନ କେନ୍ଦ୍ର କରିବା ପାଇଁ ମଧ୍ୟ ଅନେକ ପ୍ରକଳ୍ପର ମଧ୍ୟ ଶୁଭାରମ୍ଭ କରାଯାଇଛି । ଏହି ପ୍ରକଳ୍ପଗୁଡିକ ପାଇଁ ମୁଁ ବାରାଣସୀର ଲୋକମାନଙ୍କୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି, ଶୁଭକାମନା ଜଣାଉଛି ।
ସାଥୀଗଣ, ମୁଁ ଯେତେବେଳେ ଆପଣମାନଙ୍କ ମଧ୍ୟକୁ ଆସୁଛି ତ ଗୋଟିଏ କଥା ନିଶ୍ଚୟ ମନେ ପକାଇ ଦେଉଛି, ଆମେ କାଶୀରେ ଯହା ମଧ୍ୟ ପରିବର୍ତ୍ତନ ଆଣିବାର ପ୍ରୟାସ କରୁଛୁ, ତାହା ପରମ୍ପରା ସହିତ ସଂଯୁକ୍ତ ହୋଇ, ତାହାର ପୌରାଣିକତାକୁ ବଂଚାଇ ରଖି କରାଯାଇଛି । ଅନନ୍ତକାଳରୁ ଯାହା ଏହି ସହରର ପରିଚୟ ରହିଛି, ତାହାକୁ ସୁରକ୍ଷିତ ରଖି ଏହି ସହରରେ ଆଧୁନିକ ବ୍ୟବସ୍ଥାଗୁଡିକର ସମାବେଶ କରାଯାଉଛି ।
ଚାରି ବର୍ଷ ତିନିମାସ ପୂର୍ବରୁ ଯେତେବେଳେ କାଶୀବାସୀ ପରିବର୍ତ୍ତନର ଏହି ସଂକଳ୍ପକୁ ନେଇ କରି ବାହାରିଥିଲେ, ସେତେବେଳେ ଆଉ ଆଜି ମଧ୍ୟରେ ପ୍ରଭେଦ ସ୍ପଷ୍ଟ ଦେଖା ଯାଉଛି । ଦେଖି ହେଉଛି ନା? ଅନ୍ତର ଦିଶୁଛି ନା ଦିଶୁନାହିଁ ? ପରିବର୍ତ୍ତନ ଦେଖିବାକୁ ମିଳୁଛି? ଏହି ମାଟିରେ ପରିବର୍ତ୍ତନ ଦେଖିବାକୁ ମିଳୁଛି? ଧନ୍ୟବାଦ ।
ନଚେତ ଆପଣ ତ ହେଉଛନ୍ତି ସେହି ବ୍ୟବସ୍ଥାର ସାକ୍ଷୀ ଯେତେବେଳେ ଆମ କାଶୀକୁ ଭୋଲେ ଶିବ ଶଙ୍କରଙ୍କ ଭରସାରେ, ନିଜ ପରିସ୍ଥିତି ଉପରେ ଛାଡି ଦିଆ ଯାଇଥିଲା । ଆଜି ମୁଁ ବହୁତ ଆତ୍ମ ସନ୍ତୋଷ ଅନୁଭବ କରୁଛି ଯେ ବାବା ବିଶ୍ୱନାଥଙ୍କ ଆଶୀର୍ବାଦ ଯୋଗୁଁ ଆମେ ବାରାଣସୀକୁ ବିକାଶର ନୂତନ ଦିଗ ଦେବାରେ ସଫଳ ହୋଇଛେ ।
ନଚେତ ବର୍ଷ ବର୍ଷ ଧରି ବିଗତ ଦିନରେ ସେଭଳି ମଧ୍ୟ ଦିନ ଥିଲା ଯେତେବେଳେ କାଶୀ ନଷ୍ଟଭ୍ରଷ୍ଟ ହୋଇଯାଉଥିବା ବ୍ୟବସ୍ଥାଗୁଡିକୁ ଦେଖି ଏଠାକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ମନ ଉଦାସ ହୋଇଯାଉଥିଲା । ବିଜୁଳି ତାରର ଜାଲ, ସେହିଭଳି ଭାବେ ଏହି ସହର ମଧ୍ୟ ନିଜ ବ୍ୟବସ୍ଥାଗୁଡିକ ସହିତ ଛନ୍ଦି ହୋଇ ରହିଥିଲା । ଆଉ ଏଥିପାଇଁ ମୁଁ ସଂକଳ୍ପ ନେଇଥିଲି ଯେ କାଶୀର ଚତୁଃପାର୍ଶ୍ୱରେ ଥିବା ଅବ୍ୟବସ୍ଥାକୁ, ଚତୁଃପାର୍ଶ୍ୱର ବିକାଶରେ ବଦଳାଇବାର ଅଛି ।
ଆଜି କାଶୀରେ ପତ୍ୟେକଟି ଦିଗରେ ପରିବର୍ତ୍ତନ ହେଉଛି । ମୋର ମନେ ଅଛି ସାଂସଦ ହେବା ପୂର୍ବରୁ ମଧ୍ୟ ଯେତେବେଳେ ମୁଁ ଏଠାକୁ ଆସୁଥିଲି ତ ସାରା ସହରରେ ଝୁଲି ରହିଥିବା ବିଜୁଳି ତାରକୁ ଦେଖି ସବୁବେଳେ ଚିନ୍ତା କରୁଥିଲି କି ଶେଷରେ କେବେ ବାରାଣସୀକୁ ଏଥିରୁ ମୁକ୍ତି ମିଳିବ? ଆଜି ଦେଖନ୍ତୁ ସହରର ଏକ ବୃହତ ଭାଗରେ ଲଟକି ଥିବା ତାର ଲୁଚି ଯାଇଛି । ଅନ୍ୟ ସ୍ଥାନମାନଙ୍କରେ ମଧ୍ୟ ଏହି ତାରକୁ ମାଟି ତଳେ ବିଛାଇବାର କାମ ଦ୍ରୁତ ଗତିରେ ଚାଲୁ ରହିଛି ।
ଆଜି ବିଜୁଳୀକରଣ ସହିତ ଜଡ଼ିତ ଯେଉଁ ପାଞ୍ଚୋଟି ବଡ଼ ପ୍ରକଳ୍ପର ଲୋକାର୍ପଣ କରାଯାଇଛି, ସେଥିରେ ପୁରୁଣା କାଶୀକୁ ଲଟକି ରହିଥିବା ବିଜୁଳି ତାରରୁ ମୁକ୍ତି ଦେବାର କାମ ମଧ୍ୟ ସାମିଲ ହୋଇଛି । ଏହି ସମସ୍ତ ପ୍ରକଳ୍ପ ଦ୍ୱାରା ବାରାଣସୀ ସହର ବ୍ୟତୀତ ଆଖପାଖ ଅନେକ ଗାଁକୁ ପର୍ଯ୍ୟାପ୍ତ ବିଜୁଳି ଦେବାର ଲକ୍ଷ୍ୟକୁ ଆହୁରି ଶକ୍ତି ମିଳିବାର ଅଛି । ଏହା ବ୍ୟତୀତ ଆଜି ଆଉ ଏକ ବିଦ୍ୟୁତ କେନ୍ଦ୍ରର ଶିଳାନ୍ୟାସ କରାଯାଇଛି । ଯେତେବେଳେ ଏହା ପ୍ରସ୍ତୁତ ହୋଇଯିବ, ତ ଆଖପାଖ ବହୁତ ବଡ଼ ଅଂଚଳକୁ କମ୍ ଭୋଲଟେଜ ସମସ୍ୟାରୁ ମୁକ୍ତି ମିଳିବ ।
ସାଥୀଗଣ, ବାରାଣସୀକୁ ପୂର୍ବ ଭାରତର ପ୍ରବେଶପଥ ଭାବେ ବିକଶିତ କରିବାର ଭରପୂର ପ୍ରୟାସ କରାଯାଇଛି । ଆଉ ଏଥିପାଇଁ ସରକାରଙ୍କର ପ୍ରାଥମିକତା ବାରାଣସୀକୁ ବିଶ୍ୱସ୍ତରୀୟ ଭିତ୍ତିଭୂମି ସହିତ ଯୋଡ଼ିବାର ଅଛି । ଏକବିଂଶ ଶତାବ୍ଦୀର ଆବଶ୍ୟକତା ଅନୁରୂପ ପରିବହନ ହେଉ, ମେଡିକାଲ ସୁବିଧା ହେଉ, ଶିକ୍ଷା ସୁବିଧା ହେଉ, ସବୁକିଛିର ବିକାଶ କରାଯାଉଛି ।
ଆଜି କାଶୀ ଏଲଇଡି ଆଲୋକରେ ଝଲସି ଉଠୁଛି । ସହରର ରାସ୍ତାଗୁଡ଼ିକ- ଆର ପଟେ ରାତିରେ ମଧ୍ୟ ମାଆ ଗଙ୍ଗାଙ୍କ ପ୍ରବାସ ଦେଖାଯାଉଛି । ଏଲଇଡି ବଲ୍ବରେ ଆଲୋକିତ ତ ହୋଇଛି, ଆପଣଙ୍କର ବିଜୁଳି ବିଲରେ ମଧ୍ୟ ବହୁତ ହ୍ରାସ ଘଟିଛି । ବାରାଣସୀ ନଗର ନିଗମ ଏଲଇଡି ବଲ୍ବ ଲଗାଇବା ପରେ କୋଟି କୋଟି ଟଙ୍କା ସଂଚୟ କରିଛି ।
ସାଥୀଗଣ, ଚାରି ବର୍ଷ ପୂର୍ବେ ଯିଏ କାଶୀକୁ ଆସିଥିଲା, ସେ ଯେତେବେଳେ ଆଜି କାଶୀକୁ ଦେଖୁଛି ତ ତାଙ୍କୁ ନୂତନ ସଡ଼କର ସମ୍ପ୍ରସାରଣ ହୋଇଥିବା ଦେଖିବାକୁ ମିଳୁଛି । ବର୍ଷ ବର୍ଷ ଧରି ବନାରସରେ ରିଙ୍ଗ ରୋଡ଼ର ଚର୍ଚ୍ଚା ହେଉଥିଲା କିନ୍ତୁ ତାହାର କାମ ଫାଇଲରେ ଚାପି ହୋଇଥିଲା । 2014ରେ ସରକାର ଗଠନ ହେବା ପରେ କାଶୀରେ ରିଙ୍ଗ ରୋଡ଼ର ଫାଇଲ ପୁଣି ଥରେ ବାହାର କରାଗଲା । କିନ୍ତୁ ଉତ୍ତର ପ୍ରଦେଶରେ ପୂର୍ବ ସରକାର ଏହି ପ୍ରକଳ୍ପକୁ ଗତିଶୀଳ ହେବାକୁ ଦେଉ ନ ଥିଲେ । ସେମାନଙ୍କୁ ଚିନ୍ତା ହେଉଥିଲା କି ଯଦି ଏହି କାମ ହୋଇଯିବ ତ ମୋଦୀଙ୍କର ଜୟ ଜୟକାର ହୋଇଯିବ । ଆଉ ଏଥିପାଇଁ ଚାପିକରି ବସିଥିଲେ ।
କିନ୍ତୁ ଯେମିତି ହିଁ ଆପଣ ସମସ୍ତେ ଯୋଗୀ ମହାଶୟଙ୍କ ସରକାର ପ୍ରତିଷ୍ଠା କଲେ, ସରକାର ଗଠନ ହେବା ପରେ ଏବେ ଏହି କାମ ବହୁତ ଦ୍ରୁତ ଗତିରେ ସମ୍ପୂର୍ଣ୍ଣ କରାଯାଉଛି । ହରହୁଆ ରୁ ଗାଜିପୁର ପର୍ଯ୍ୟନ୍ତ ଚାରି ଥାକିଆ ସଡକର କାର୍ଯ୍ୟ ପ୍ରାୟ ଶେଷ ହେବାକୁ ଯାଉଛି । ହରହୁଆ ରୁ ରାଜାତାଲାବ ଏବଂ ଚନ୍ଦୋଲୀ ପର୍ଯ୍ୟନ୍ତ ଏକ ନୂତନ ସର୍କିଟ ପ୍ରସ୍ତୁତ କରିବା ଉପରେ ଦ୍ରୁତ ଗତିରେ କାମ ଚାଲୁ ରହିଛି । ଏହି ରାସ୍ତାରେ ଗଙ୍ଗା ଉପରେ ମଧ୍ୟ ଏକ ସେତୁ ମଧ୍ୟ ନିର୍ମାଣ କରାଯିବ, ଏହାଦ୍ୱାରା ବାରାଣସୀକୁ ଆସୁଥିବା ବଡ଼ ବଡ଼ ଟ୍ରକ ସଂଖ୍ୟା କମିଯିବ ।
ସାଥୀଗଣ, କାଶୀ ରିଙ୍ଗ ରୋଡର ନିର୍ମାଣ ଦ୍ୱାରା କେବଳ କାଶୀ ହିଁ ନୁହେଁ, ଆଖପାଖର ଅନେକ ଜିଲ୍ଲାକୁ ମଧ୍ୟ ଲାଭ ହେବାକୁ ଯାଉଛି । ବିହାର, ନେପାଳ, ଝାଡଖଣ୍ଡ, ମଧ୍ୟପ୍ରଦେଶ ସେଠାକୁ ଯିବା ପାଇଁ ଏଠାରୁ ବାହାରି ଥିବା ସଡ଼କର ବହୁତ ମହତ୍ୱ ରହିଛି । ଏହାର କାରଣ ହେଉଛି କି ବାରାଣସୀ ସହର ଭିତରେ ଏବଂ ବାରାଣସୀକୁ ଅନ୍ୟ ରାଜ୍ୟ ସହିତ ଯୋଡ଼ୁଥିବା ସଡକକୁ ପ୍ରଶସ୍ତ କରାଯାଉଛି, ସେଗୁଡ଼ିକର ସମ୍ପ୍ରସାରଣ କରାଯାଉଛି । ବାରାଣସୀ ହନମନା ଅର୍ଥାତ 7 ନମ୍ବର ଜାତୀୟ ରାଜପଥ, ବାରାଣସୀ ସୁଲତାନପୁର ମାର୍ଗ, ବାରାଣସୀ ଗୋରଖପୁର ସେକ୍ସନ, ବାରାଣସୀ ହାତୀଆ ସଡକ ଯୋଗାଯୋଗ କ୍ଷେତ୍ରରେ ମଧ୍ୟ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ।
ଭାଇ ଓ ଭଉଣୀମାନେ, ବାରାଣସୀ ଭିତରେ ହଜାର ହଜାର କୋଟି ଟଙ୍କାର ଅନେକ ସଡ଼କ ପ୍ରକଳ୍ପ ଚାଲୁ ରହିଛି । ମହମୁରଗଞ୍ଜଠାରୁ ମଣ୍ଡୁଆଡିହ ଯିବା ଆସିବା କରିବା ପାଇଁ ପୂର୍ବରୁ କେତେ ଅସୁବିଧା ହେଉଥିଲା । ସ୍କୁଲ ଯାଅ ଆସ କରୁଥିବା ପିଲାମାନଙ୍କୁ କିଭଳି ଭାବେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା; ଏହା ମଧ୍ୟ ଆପଣମାନଙ୍କୁ ମନେ ପକାଇବାର ଆବଶ୍ୟକତା ନାହିଁ । ବର୍ଷ ବର୍ଷର ପ୍ରତୀକ୍ଷା ପରେ ମଣ୍ଡୁଆଡିହ ଫ୍ଲାଏଓଭରର ନିର୍ମାଣ କାର୍ଯ୍ୟ ମଧ୍ୟ ସଂପୂର୍ଣ୍ଣ ହୋଇଛି । ସେହିପରି ଗଙ୍ଗା ନଦୀ ଉପରେ ତିଆରି ହୋଇଥିବା ସାମନେଗାଟ ସେତୁ ସଂପୂର୍ଣ୍ଣ ହେବା ଦ୍ୱାରା ରାମ ନଗରକୁ ଯିବା ଆସିବା ଆହୁରି ସହଜ ହୋଇଛି । ସହରରେ ଅଧା ହୋଇ ପଡ଼ି ରହିଥିବା ସେତୁ ଯେତେ ପୁରୁଣା ଥିଲା, ତା’ଠାରୁ ଅଧିକ ପୁରୁଣା ଦାବି ଥିଲା, ତାକୁ ପ୍ରଶସ୍ତ କରିବା ପାଇଁ । କେତେ ଦଶକ ଧରି ଅଧା ହୋଇ ପଡ଼ି ରହିଥିବା ସେତୁର ପ୍ରଶସ୍ତୀକରଣ କାର୍ଯ୍ୟ ସଂପୂର୍ଣ୍ଣ କରିବାର କାମ ଅଟକି ରହିଥିଲା । ଏହି କାମକୁ ମଧ୍ୟ ସଂପୂର୍ଣ୍ଣ କରାଯାଇଛି । ଏହା ବ୍ୟତୀତ ବୋଜୁବିଡ- ସିଙ୍ଗଦୌରା ରାସ୍ତାକୁ ପ୍ରଶସ୍ତ କରିବା କାର୍ଯ୍ୟ, ଶିବପୁର – ପୁଲବରୀୟା ସଡକକୁ ଚାରି ଲେନ୍ କରିବା କାର୍ଯ୍ୟ, ରାଜାତାଲାବ ପୁଲିସ ଥାନାଠାରୁ ଜଖିନୀ ପର୍ଯ୍ୟନ୍ତ ସଡ଼କର ପ୍ରଶସ୍ତୀକରଣ କାର୍ଯ୍ୟ ହେଉ, ସହରର ଭିନ୍ନ ଭିନ୍ନ ଭାଗରେ ଆଜି ଦ୍ରୁତ ଗତିରେ କାର୍ଯ୍ୟ ଚାଲୁ ରହିଛି । ଆସ୍ଥା ଏବଂ ପର୍ଯ୍ୟଟନ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ପଞ୍ଚକୋଶୀ ମାର୍ଗର ବିକାଶ କାର୍ଯ୍ୟ ମଧ୍ୟ ଦ୍ରୁତ ଗତିରେ ଚାଲୁ ରହିଛି ।
ଭାବତପୁଲରୁ କଚେରୀ ମାର୍ଗ ପର୍ଯ୍ୟନ୍ତ ନିର୍ମାଣ ହେଉଥିବା ସଡ଼କରେ ପ୍ରାୟ 750 କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ପ୍ରଥମେ ସଡ଼କ କିଭଳି ସଙ୍କୁଚିତ ଥିଲା, ଏହା ସହିତ ଆପଣମାନେ ସମସ୍ତେ ଭଲ ଭାବେ ପରିଚିତ ଅଛନ୍ତି । କିଛି ମିନିଟର ରାସ୍ତା ଅତିକ୍ରମ କରିବା ପାଇଁ ଘଣ୍ଟା ଘଣ୍ଟା ସମୟ ଲାଗି ଯାଉଥିଲା । ବହୁତ ଭିଡ଼ କାରଣରୁ ଅନେକ ଥର ବିମାନ ପର୍ଯ୍ୟନ୍ତ, ଟ୍ରେନ ମଧ୍ୟ ଛାଡ଼ି ଚାଲି ଯାଉଥିଲା । ଯେବେଠାରୁ ଏହି ସଡ଼କ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଯିବ, ତ ଏହି ସମସ୍ୟାଗୁଡ଼ିକରୁ ମୁକ୍ତି ମିଳିବା ସୁନିଶ୍ଚିତ ହୋଇଯିବ ।
ସାଥୀଗଣ, ବାରାଣସୀରେ ହେଉଥିବା ବିକାଶର ସାକ୍ଷୀ ଏଠାକୁ ବିମାନ ବନ୍ଦରକୁ ଆସୁଥିବା ଲୋକମାନେ ମଧ୍ୟ ରହିଛନ୍ତି । ଉଡାଜାହାଜରେ ବାରାଣସୀ ଆସୁଥିବା ଲୋକ ଏବଂ ପର୍ଯ୍ୟଟକଙ୍କ ସଂଖ୍ୟାରେ କ୍ରମାଗତ ବୃଦ୍ଧି ହେବାରେ ଲାଗିଛି । ଚାରି ବର୍ଷ ପୂର୍ବେ ଯେତେବେଳେ ବାବତପୁର ବିମାନବନ୍ଦରକୁ ଆଠ ଲକ୍ଷ ଲୋକ ଯିବା ଆସିବା କରୁଥିଲେ, ଏବେ ଏହି ସଂଖ୍ୟା 21 ଲକ୍ଷରେ ପହଂଚିଯାଇଛି ।
ସ୍ମାର୍ଟ ବାରାଣସୀରେ ସ୍ମାର୍ଟ ପରିବର୍ତ୍ତନ ହେଉ, ଏଥି ପାଇଁ ପରିବହନର ପ୍ରତ୍ୟେକ କ୍ଷେତ୍ରକୁ ଆଧୁନିକ କରିବା ପାଇଁ କାର୍ଯ୍ୟ କରାଯାଉଛି । ଟ୍ରାଫିକ ସମସ୍ୟାକୁ ସମନ୍ୱିତ କରାଯାଉଛି, ଫଳରେ କୌଣସି ଏକ ପରିବହନ ବ୍ୟବସ୍ଥା ଉପରେ ବୋଝ ନ ପଡ଼ୁ । ଏଠାରେ ନିର୍ମାଣ ହେଉଥିବା ସମନ୍ୱିତ କମାଣ୍ଡ ଏବଂ ନିୟନ୍ତ୍ରଣ କେନ୍ଦ୍ର ସଂପୂର୍ଣ୍ଣ ସହରର ପ୍ରଶାସନ ଏବଂ ସର୍ବସାଧାରଣଙ୍କ ସୁବିଧାଗୁଡ଼ିକୁ ନିୟନ୍ତ୍ରଣ କରିବ ।
ବାରାଣସୀ ଏବଂ ବାରାଣସୀରେ ଦ୍ରୁତ ଗତିରେ ନିର୍ମାଣ ହେଉଥିବା ବହୁମୁଖୀ ମଡେଲ ଟର୍ମିନାଲର କାମ ଶେଷ ହେବା ପରେ ଏହି ସହର ପରିବହନ ଏବଂ ପଣ୍ୟ କାରବାର କ୍ଷେତ୍ରର ବଡ଼ କେନ୍ଦ୍ର ଭାବେ ବିକଶିତ ହେବାକୁ ଯାଉଛି । ଏହାଦ୍ୱାରା ସଡ଼କ, ରେଳ ଏବଂ ଜଳ ପରିବହନ ତିନୋଟିର ହିଁ ସଂଯୋଗ ବ୍ୟବସ୍ଥା ବଢ଼ିବ ଯାହାର ବଡ଼ ଲାଭ ଏଠାକାର ବ୍ୟବସାୟ ଏବଂ ଉଦ୍ୟୋଗକୁ ମିଳି ପାରିବ ।
ସାଥୀଗଣ, କାଶୀ ଯିବା ଆସିବା କରୁଥିବା ଲୋକମାନଙ୍କର ସମୟ ବଞ୍ଚୁ, ଏଥିପାଇଁ ଗଙ୍ଗାରେ ବଡ ବଡ ମୋଟରବୋଟ ଚଲାଇବାର ଯୋଜନା ଉପରେ କାର୍ଯ୍ୟ କରାଯାଉଛି । ବାରାଣସୀରୁ ହଳଦିଆ ପର୍ଯ୍ୟନ୍ତ 1 ନମ୍ବର ଜାତୀୟ ଜଳପଥର କାର୍ଯ୍ୟ ମଧ୍ୟ ଚାଲୁ ରହିଛି । ସିଏନଜିରେ ଗାଡ଼ି ଚଲାଇବା ଦିଗରେ ଦ୍ରୁତ ଗତିରେ କାର୍ଯ୍ୟ କରାଯାଉଛି ।
ଭାଇ ଓ ଭଉଣୀମାନେ, ସାମାଜିକ ଗଣମାଧ୍ୟମରେ ଯେତେବେଳେ ଲୋକ ଖୁସୀରେ ବାରାଣସୀ କେଣ୍ଟ ଷ୍ଟେସନର ଛବି ପୋଷ୍ଟ କରୁଥିବା ଦେଖୁଛି ତ ମୋର ପ୍ରସନ୍ନତା ଦ୍ୱିଗୁଣିତ ହୋଇ ଯାଇଥାଏ । କେଣ୍ଟ ଷ୍ଟେସନ ହେଉ ମଣ୍ଡୁଆଡିହ ହେଉ ଅବା ପୁଣି ସିଟି ଷ୍ଟେସନ୍; ସବୁଗୁଡ଼ିକର ବିକାଶ କାର୍ଯ୍ୟକୁ ଗତି ଦିଆ ଯାଇଛି । ସେ ଗୁଡ଼ିକୁ ଆଧୁନିକ କରିବାର କାର୍ଯ୍ୟ କରାଯାଉଛି । ରେଳରେ କାଶୀ ଆସୁଥିବା ଲୋକଙ୍କୁ ଏବେ ଷ୍ଟେସନରେ ହିଁ ନୂତନ କାଶୀର ଛବି ଦୃଷ୍ଟିଗୋଚର ହେଉଛି ।
ସାଥୀଗଣ, ଏହା ବ୍ୟତୀତ ବାରାଣସୀକୁ ଆହ୍ଲାବାଦ ଏବଂ ଛପରା ସହିତ ଯୋଡ଼ୁଥିବା ଟ୍ରାକର ଦୋହରୀକରଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲୁଛି । ବାରାଣସୀରୁ ନେଇ ବଲିୟା ପର୍ଯ୍ୟନ୍ତ ବିଦ୍ୟୁତକରଣ କାର୍ଯ୍ୟ ମଧ୍ୟ ସଂପୂର୍ଣ୍ଣ ହୋଇ ସାରିଛି । ବାରାଣସୀ-ଆହ୍ଲାବାଦ ସହର ଅଂଚଳର ଦୋହରୀକରଣ ଏବଂ ବିଦ୍ୟୁତକରଣ କାର୍ଯ୍ୟ ଚାଲୁ ରହିଛି ।
ଭିତ୍ତିଭୂମି ସହିତ ବାରାଣସୀକୁ ଦେଶର ବାକି ଅଂଚଳ ସହିତ ରେଳ ଯୋଗାଯୋଗରେ ମଧ୍ୟ ଅନେକ ଗୁଣ ବୃଦ୍ଧି ହୋଇଛି । ବାରାଣସୀରୁ ଅନେକ ନୂତନ ଗାଡ଼ିର ଶୁଭାରମ୍ଭ ବିଗତ ଚାରି ବର୍ଷ ମଧ୍ୟରେ କରାଯାଇଛି । ବାରାଣସୀରୁ ନୂଆଦିଲ୍ଲୀ, ବଡ଼ୋଦରା, ପାଟନା ଯିବା ପାଇଁ ଭିନ୍ନ ଭିନ୍ନ ମହାମନା ଏକ୍ସପ୍ରେସ, ବାରାଣସୀ ପାଟନା ଜନ ଶତାବ୍ଦୀ ଏକ୍ସପ୍ରେସ ଭଳି ଆଧୁନିକ ସୁବିଧା ଥିବା ଟ୍ରେନ ମଧ୍ୟ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି । ହୁବଲୀ ହେଉ, ମହୀଶୁର ହେଉ, ଗୌହାଟୀ ହେଉ, ଦେଶର ଅନ୍ୟ ସହର ସହିତ ବାରାଣସୀର ରେଳ ଯୋଗାଯୋଗ ଆହୁରି ସୁଦୃଢ଼ ହୋଇଛି ।
ସାଥୀଗଣ, ଆଜି କାଶୀରେ ନା କେବଳ ଯିବା ଆସିବା ସହଜ ହେଉଛି, ବରଂ ସହରର ସୌନ୍ଦର୍ଯ୍ୟକୁ ମଧ୍ୟ ବିକଶିତ କରାଯାଇଛି । ଆମର ଘାଟଗୁଡିକ ଏବେ ଅପରିଷ୍କାରରେ ନୁହେଁ, ଆଲୋକର ସହିତ ଅତିଥି ମାନଙ୍କୁ ସତ୍କାର କରୁଛନ୍ତି । ମାଆ ଗଙ୍ଗାଙ୍କ ଜଳରେ ଏବେ ଡଙ୍ଗା ସହିତ ବୋଟିଂ ଯାତ୍ରା ମଧ୍ୟ ସମ୍ଭବ ହୋଇ ପାରୁଛି । ଆମର ମନ୍ଦିର, ପୂଜାସ୍ଥଳ ଗୁଡ଼ିକ ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ମାନଙ୍କୁ ପହଂଚିବାରେ ଅସୁବିଧା ନ ହେଉ, ଏହାର ବ୍ୟବସ୍ଥା କରାଯାଇଛି । ପର୍ଯ୍ୟଟନରେ ପରିବର୍ତ୍ତନର ଏହି ଅଭିଯାନ ନିରନ୍ତର ଜାରି ରହିଛି ।
ଭାଇ ଓ ଭଉଣୀମାନେ, ବିଗତ ଚାରି ବର୍ଷରେ କାଶୀର ପରମ୍ପରା, ଆମର ଐତିହ୍ୟକୁ ସଂଯୋଜନା କରିବାର, ସେଗୁଡ଼ିକୁ ସଜାଇବାର କାମ, କରା ଯାଉଛି । ମୈଦାଗିରିସ୍ଥିତ ଟାଉନ ହଲ୍ ହେଉଛି ସେହି ସ୍ଥାନ ଯେଉଁଠାରେ ଗାନ୍ଧିଜୀ ସ୍ୱାଧୀନତା ଆନ୍ଦୋଳନର ବହ୍ନି ଜଳାଇଥିଲେ । ଏହି ଐତିହ୍ୟ ଭବନର ଗୌରବ ପୁଣି ଫେରାଇ ଆଣିବାର କାର୍ଯ୍ୟ ଆମେ କରିଛୁ । ଏହା ପୁଣି ଥରେ ନିଜ ମୂଳ ସ୍ୱରୂପରେ ଦେଖିବାକୁ ମିଳୁଛି ।
ବାରାଣସୀର ବଡ଼ ଏବଂ ମୁଖ୍ୟ ପାର୍କର ଜରାଜୀର୍ଣ୍ଣ ଦ୍ୱାରଗୁଡ଼ିକର ବିକାଶ ଏବଂ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ମଧ୍ୟ କରାଯାଇଛି । ସାରନାଥରେ ମଧ୍ୟ ପର୍ଯ୍ୟଟକମାନଙ୍କ ପାଇଁ ଲାଇଟ ଏବଂ ସାଉଣ୍ଡ ସୋ’ର ବ୍ୟବସ୍ଥା କରାଯାଇଛି । ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ପାଇଁ ବୁଦ୍ଧ ଥିମ୍ ପାର୍କ, ସାରଙ୍ଗନାଥ ପୁଷ୍କରିଣୀ, ଗୁରୁଧାମ ମନ୍ଦିର, ମାର୍କଣ୍ଡେୟ ମନ୍ଦିର ଭଳି ଆସ୍ଥା ସହିତ ଜଡ଼ିତ ଅନେକ ସ୍ଥଳଗୁଡ଼ିକର ସୌନ୍ଦର୍ଯ୍ୟକରଣ ମଧ୍ୟ କରାଯାଇ ସାରିଛି ।
ଭୈରବ କୁଣ୍ଡ, ସାରଙ୍ଗନାଥ କୁଣ୍ଡ, ଲକ୍ଷ୍ମୀ କୁଣ୍ଡ ଏବଂ ଦୁର୍ଗା କୁଣ୍ଡର ପରିଷ୍କାର ପରିଚ୍ଛନ୍ନତା ଏବଂ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସଂପୁର୍ଣ୍ଣ ହୋଇଛି । ବିଗତ ଚାରି ବର୍ଷରେ ବିଭିନ୍ନ ଦେଶର ଅନେକ ବରିଷ୍ଠ ନେତୃବୃନ୍ଦଙ୍କର ସ୍ୱାଗତ କାଶୀବାସୀମାନେ କରିଛନ୍ତି, ଅଦ୍ଭୁତ ସ୍ୱାଗତ କରିଛନ୍ତି । ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ, ଫ୍ରନ୍ସର ରାଷ୍ଟ୍ରପତି ମାକରୋଂ, ଜର୍ମାନୀର ରାଷ୍ଟ୍ରପତି ଫେକ ୱାଲଟରଙ୍କୁ ଭବ୍ୟ ସତ୍କାର କରାଯାଇଛି, କାଶୀର ଆତିଥ୍ୟକୁ ସମଗ୍ର ବିଶ୍ୱ ପ୍ରଶଂସା କରିଛି, ଯେଉଁଠାକୁ ଯାଇଛନ୍ତି, ଏହି କଥା କହିଛନ୍ତି । ଜାପାନ ତ କାଶୀ ପାଇଁ ସମ୍ମିଳନୀ କକ୍ଷ ଉପହାର ଆକାରରେ ଦେଇଛି ।
ସାଥୀଗଣ, ବାରାଣସୀର ଆତିଥ୍ୟକୁ ନେଇ ଆସନ୍ତା ବର୍ଷ ଆରମ୍ଭରେ ସାରା ବିଶ୍ୱର ଦୃଷ୍ଟି ରହିବ । ଜାନୁୟାରୀରେ ସାରା ଦୁନିଆରେ ବସବାସ କରୁଥିବା ଭାରତୀୟଙ୍କ କୁମ୍ଭ, ଏଠାରେ ଲାଗିବାକୁ ଯାଉଛି । ଆଉ ଏଥିପାଇଁ ସରକାର ଅନେକ ସ୍ତରରେ କାର୍ଯ୍ୟ କରୁଛନ୍ତି । କିନ୍ତୁ ଆପଣମାନଙ୍କ ସହଯୋଗ ମଧ୍ୟ ଆବଶ୍ୟକ ହେବ । ଜଣେ ଜଣେ କାଶୀର ଅଧିବାସୀ ଏଥିପାଇଁ ଆଗକୁ ଆସିବାକୁ ପଡ଼ିବ । କାଶୀର ଗଳିକନ୍ଦି, ଛକ, ବଜାରରେ ବାରାଣସୀର ରସ, ବାରାଣସୀର ରଙ୍ଗ, ବାରାଣସୀର ସାଂସ୍କୃତିକ ପରମ୍ପରା ନଜର ଆସିବା ଦରକାର । ପରିଷ୍କାର ପରିଚ୍ଛନ୍ନତାଠାରୁ ନେଇ ଅତିଥି ସତ୍କାରର ଏପରି ଉଦାହରଣ ଆମକୁ ସୃଷ୍ଟି କରିବାର ଅଛି କି ଆମର ପ୍ରବାସୀ ଭାଇ ଭଉଣୀ ସାରା ଜୀବନ ମନେ ରଖି ପାରିବେ । ଆଉ ମୁଁ ତ ଚାହିଁବି କି ପ୍ରବାସୀ ଭାରତୀୟ ଦିବସରେ ସାରା ବିଶ୍ୱର ଯେଉଁ ଲୋକ ଏଠାକୁ ଆସିବେ, ସେମାନେ ଏଭଳି ଅନୁଭବ କରିଥିବେ, ଏଭଳି ଅନୁଭବ ସାଙ୍ଗରେ ନେଇ ଯିବେ କି ସେମାନେ ସଦା ସର୍ବଦା କାଶୀ ପାଇଁ ପର୍ଯ୍ୟଟନ ଦୂତ ହୋଇଯିବେ । ସେମାନେ ଯେଉଁଠାକୁ ଯିବେ, କାଶୀର ପ୍ରଶଂସା କରୁଥିବେ ।
ଭାଇ ଓ ଭଉଣୀମାନେ, ସ୍ୱଚ୍ଛତା ବିଷୟରେ ମଧ୍ୟ କାଶୀ ପରିବର୍ତ୍ତନ ଦେଖିଛି । ଆଜି ଏଠାର ଘାଟଗୁଡ଼ିକ, ସଡ଼କଗୁଡ଼ିକ ଏବଂ ଗଳିଗୁଡ଼ିକରେ ସ୍ୱଚ୍ଛତା ସ୍ଥାୟୀ ଭାବେ କାୟା ବିସ୍ତାର କରି ଚାଲିଛି । ନା କେବଳ ପରିଷ୍କାର ପରିଚ୍ଛନ୍ନତା, ବରଂ ଆବର୍ଜନାର ପ୍ରକ୍ରିୟାକରଣ ପାଇଁ ମଧ୍ୟ ବିଶେଷ ଉପାୟ କରାଯାଇଛି । ଆବର୍ଜନାରୁ ଆଧୁନିକ କୌଶଳ ଦ୍ୱାରା ଉର୍ବରକ ପ୍ରସ୍ତୁତିର କାର୍ଯ୍ୟ ମଧ୍ୟ କରାଯାଇଛି । କରସରାରେ ଆବର୍ଜନାରୁ ଉର୍ବରକ ପ୍ରସ୍ତୁତିର ବହୁତ ବଡ଼ କାରଖାନା ପ୍ରତିଷ୍ଠା କରାଯାଇଛି । ପ୍ରତିଦିନ ଶହ ଶହ ମେଟ୍ରିକ ଟନ ଆବର୍ଜନାର ପ୍ରକ୍ରିୟାକରଣ ହେଉଛି । ଆବର୍ଜନାରୁ କମ୍ପୋଷ୍ଟ ଖତ ଉତ୍ପାଦନ କାର୍ଯ୍ୟ ହେଉଛି । କରସରାରେ ମଧ୍ୟ ଆବର୍ଜନା ଏବଂ ଶକ୍ତି ପ୍ଲାଂଟ ମଧ୍ୟ ପ୍ରତିଷ୍ଠା କରାଯାଇଛି । ଏହି ପ୍ଲଂଟରୁ ବିଜୁଳି ଉତ୍ପାଦନ କାର୍ଯ୍ୟ କରାଯାଉଛି । ଏହା ବ୍ୟତୀତ ଭବନୀୟା ପୋଖରୀ, ପାହାଡ଼ିଆ ମଣ୍ଡି ଆଉ ଆଇଡିଏ ପରିସରରେ ବାୟୋ ଇନ୍ଧନ ଉତ୍ପାଦନ ପ୍ଲାଂଟ ସ୍ଥାପନ କରାଯାଇଛି ।
ସାଥୀଗଣ, ମାଆ ଗଙ୍ଗାଙ୍କ ସଫାଇ ପାଇଁ ଗଙ୍ଗୋତ୍ରୀରୁ ନେଇ ଗଙ୍ଗାସାଗର ପର୍ଯ୍ୟନ୍ତ ଏକ ସଙ୍ଗେ ପ୍ରୟାସ ଚାଲୁ ରହିଛି । କେବଳ ପରିଷ୍କାର ପରିଚ୍ଛନ୍ନତା ହିଁ ନୁହେଁ ବରଂ ସହରଗୁଡ଼ିକର ଆବର୍ଜନା ଗଙ୍ଗାରେ ନ ପଡ଼ୁ, ଏଥିପାଇଁ ବ୍ୟବସ୍ଥା କରାଯାଇଛି । ଆଉ ଏଥିପାଇଁ ବର୍ତ୍ତମାନ ସୁଦ୍ଧା 21 ହଜାର କୋଟିର 200ରୁ ଅଧିକ ପ୍ରକଳ୍ପକୁ ମଞ୍ଜୁରି ଦିଆଯାଇସାରିଛି ।
ବାରାଣସୀରେ ମଧ୍ୟ 600 କୋଟି ଟଙ୍କାରୁ ଅଧିକର ପ୍ରକଳ୍ପ କେବଳ ଏହି ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଛି । ବିନାପୁର ଏବଂ ରାମାଣାରେ ସ୍ୱରେଜ ପ୍ଲାଂଟର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲୁ ରହିଛି । ସ୍ୱରେଜ ପ୍ଲାଂଟ ସହିତ ଜଡ଼ିତ ଭିତ୍ତିଭୂମି ଉପରେ ମଧ୍ୟ କାର୍ଯ୍ୟ କରାଯାଉଛି । ସାରା ସହରରେ ହଜାର ହଜାର ସ୍ୱରେଜ ଚାମ୍ବର ନିର୍ମାଣ ସହିତ 150ରୁ ଅଧିକ ଗୋଷ୍ଠୀ ଶୌଚାଳୟର ନିର୍ମାଣ ମଧ୍ୟ କରାଯାଇ ସାରିଛି । ପରିମଳ ସହିତ ପାନୀୟ ଜଳର ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ କାର୍ଯ୍ୟ ଜାରୀ ରହିଛି । ହଜାର ହଜାର ଘରେ ପାଣି ସଂଯୋଗ ଏବଂ ପାଣିର ମିଟର ଲଗାଇବାର କାର୍ଯ୍ୟ ମଧ୍ୟ ଆଗକୁ ବଢ଼ୁଛି ।
ସାଥୀଗଣ, ବାରାଣସୀ ସହର ହିଁ ନୁହେଁ, ଆଖପାଖ ଗାଁକୁ ମଧ୍ୟ ସଡ଼କ, ବିଜୁଳି, ପାଣି ଭଳି ସୁବିଧାମାନ ପହଂଚାଯାଇଛି । ସାଂସଦ ଭାବେ ଯେଉଁ ଗାଁକୁ ବିଶେଷକରି ବିକଶିତ କରିବାର ଦାୟିତ୍ୱ ମୋ ପାଖରେ ଅଛି, ସେଥିମଧ୍ୟରୁ ଗୋଟିଏ ନାଗେପୁର ଗାଁ ପାଇଁ ଆଜି ବଡ଼ ପାନୀୟ ଜଳ ପ୍ରକଳ୍ପର ଲୋକାର୍ପଣ କରାଯାଇଛି । ନାଗେପୁର ହେଉ, ଜୟାପୁର ହେଉ, କକରିୟା ହେଉ, ଅଥବା ଡୋମରୀ ହେଉ, ସମସ୍ତ ଗାଁକୁ ଭଲଭାବେ ରାସ୍ତା, ପାଣି, ବିଜୁଳି, ପାନୀୟ ଜଳ ଭଳି ସୁବିଧାଗୁଡ଼ିକ ସହିତ ଯୋଡ଼ା ଯାଉଛି । ଖେଳକୁଦ ପାଇଁ ପଡିଆ, ସ୍ୱରୋଜଗାରର କେନ୍ଦ୍ର, ଜମିବାଡ଼ି ଓ କୃଷକଙ୍କ ଉନ୍ନତ ବ୍ୟବସ୍ଥା ଆଉ ଉଚିତ ସ୍ୱାସ୍ଥ୍ୟସେବା ଭଳି ଅନେକ ବ୍ୟବସ୍ଥା କରାଯାଉଛି ।
ସାଥୀଗଣ, ଆପଣ ମାନଙ୍କର ସକ୍ରିୟ ସହଯୋଗରେ କାଶୀ ଆଜି ପୂର୍ବ ଭାରତରେ ଉତ୍ତମ ଚିକିତ୍ସାସେବାର କେନ୍ଦ୍ର ରୂପେ ବିକଶିତ ହେଉଛି । ଭିନ୍ନ ଭିନ୍ନ କ୍ଷେତ୍ରରେ ନିର୍ମାଣ ହେଉଥିବା ନୂତନ ହାସପାତାଳ ଆଗାମୀ ଦିନରେ ବାରାଣସୀକୁ ସଂପୁର୍ଣ୍ଣ ପୂର୍ବ ଭାରତର ବଡ଼ ମେଡ଼ିକାଲ କେନ୍ଦ୍ର ଭାବେ ନିର୍ମାଣ କରିବାକୁ ଯାଉଛନ୍ତି । ବିଏଚୟୁରେ ନିର୍ମାଣ ହୋଇଥିବା ଅତ୍ୟାଧୁନିକ ଟ୍ରମା କେନ୍ଦ୍ର ହଜାର ହଜାର ଲୋକଙ୍କର ଜୀବନ ବଂଚାଇବାର କାର୍ଯ୍ୟ କରୁଛି । ବାରାଣସୀରେ ନିର୍ମାଣ ହେଉଥିବା ନୂତନ କ୍ୟାନସର ହସ୍ପିଟାଲ, ସୁପର ସ୍ପେଶାଲିଟୀ ହସ୍ପିଟାଲ ଲୋକଙ୍କର ଚିକିତ୍ସା ପାଇଁ ଆଧୁନିକ ସୁବିଧା ଉପଲବ୍ଧ କରାଇବାରେ ବଡ଼ ଭୂମିକା ତୁଲାଇବାକୁ ଯାଉଛନ୍ତି ।
ନିକଟରେ ବିଏଚୟୁ ଏମ୍ସ ସହିତ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ମଧ୍ୟ ନିର୍ମାଣ କରିବା ପାଇଁ ବୁଝାମଣା କରିଛି । ସାଥୀଗଣ, ଆଜି ବିଏଚୟୁରେ ଆଂଚଳିକ ଚକ୍ଷୁ ଚିକିତ୍ସା ଅର୍ଥାତ ଆଂଚଳିକ ନେତ୍ର ସଂସ୍ଥାନର ମଧ୍ୟ ଶିଳାନ୍ୟାସ କରାଯାଇଛି । 54 ବର୍ଷ ପୂର୍ବେ ଲାଲ ବାହାଦୁର ଶାସ୍ତ୍ରୀ ମହାଶୟ ଏଠାରେ ଚକ୍ଷୁ ବିଭାଗର ଉଦ୍ଘାଟନ କରିଥିଲେ । ଏହାକୁ ଆଂଚଳିକ କେନ୍ଦ୍ରଭାବେ ସଂପ୍ରସାରିତ ରୂପ ଦେବାର ସୁଯୋଗ ମୋତେ ପ୍ରାପ୍ତ ହୋଇଛି । ଯେତେବେଳେ ଏହି ସୁବିଧା ପ୍ରସ୍ତୁତ ହୋଇଯିବ ତ ପୂର୍ବ ଉତ୍ତରପ୍ରଦେଶ, ବିହାର, ଛତିଶଗଡ଼, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ ଏବଂ ନେପାଳ ପର୍ଯ୍ୟନ୍ତ କୋଟି କୋଟି ଲୋକଙ୍କୁ ଏହାର ଲାଭ ମିଳିବ ।
କେବଳ ଏତିକି ନୁହେଁ, ବରଂ କାଶୀବାସୀଙ୍କୁ ଏବେ ଆଖିର ଜଟିଳ ରୋଗର ଚିକିତ୍ସା ପାଇଁ ବଡ଼ ବଡ଼ ସହରକୁ ଯିବାକୁ ପଡ଼ିବ ନାହିଁ । ଏଥିରେ ମୋତିଆବିନ୍ଦୁଠାରୁ ନେଇ ଆଖିର ଜଟିଳରୁ ଅତି ଜଟିଳ ରୋଗର ଚିକିତ୍ସା ପାଇଁ ହେଉଥିବା ଖର୍ଚ୍ଚ ମଧ୍ୟ ବହୁତ କମ୍ ହୋଇଯିବ । ଏତିକି ହିଁ ନୁହେଁ, ଏହି ସଂସ୍ଥାନ ଉଚ୍ଚ ସ୍ତରର ଚକ୍ଷୁ ଡାକ୍ତରଙ୍କୁ ମଧ୍ୟ ପ୍ରସ୍ତୁତ କରିବ ଆଉ ଗବେଷଣାରେ ଗୁଣବତ୍ତା ନିଶ୍ଚିତ-ସୁନିଶ୍ଚିତ କରିବ ।
ସାଥୀଗଣ, ବାରାଣସୀରେ ନୂତନ ହସ୍ପିଟାଲର ନିର୍ମାଣ ତ ହେଉଛି, ପୂର୍ବରୁ ଯେଉଁ ହାସପାତାଳଗୁଡିକ ଥିଲା, ସେଗୁଡିକୁ ମଧ୍ୟ ସୁଧାରି ନିଆ ଯାଇଛି । ପାଣ୍ଡେପୁରରେ 150 କୋଟି ଟଙ୍କା ବ୍ୟୟରେ ଇଏସଆଇ ହସପିଟାଲର ଆଧୁନିକୀ କରଣ କରାଯାଇଛି । ଏହା ବ୍ୟତୀତ ବାରାଣସୀରେ ପୂର୍ବରୁ କାର୍ଯ୍ୟ କରୁଥିବା ଡ଼ାକ୍ତରଖାନା ଶଯ୍ୟା ସଂଖ୍ୟା ବୃଦ୍ଧି କରାଯାଇଛି । ଘରୋଇ କ୍ଷେତ୍ରକୁ ମଧ୍ୟ ଏଠାରେ ହାସ୍ପାତାଳ ଖୋଲିବା ପାଇଁ ପ୍ରୋତ୍ସାହିତ କରାଯାଉଛି । ଏହା ବ୍ୟତୀତ ବ୍ଲକ ଏବଂ ତହସିଲ ସ୍ତରରେ ମଧ୍ୟ ଅନେକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ହାସପାତାଳଗୁଡ଼ିକର ନିର୍ମାଣ କରାଯାଉଛି ।
ସାଥୀଗଣ, ୟୁପିରେ ଭାଜପାର ଯୋଗୀ ମହାଶୟଙ୍କ ସରକାର ପ୍ରତିଷ୍ଠା ହେବା ପରେ ଏହି ସମସ୍ତ କାର୍ଯ୍ୟରେ ଅଭୂତପୂର୍ବ ପ୍ରଗତି ଆସିଛି । ମୁଁ ଯୋଗୀ ମହାଶୟ ଆଉ ତାଙ୍କର ସମସ୍ତ ଟିମକୁ ଆୟୁଷ୍ମାନ ଭାରତ, ଏଥିରେ ଯୋଡ଼ି ହୋଇ ଥିବାରୁ ଶୁଭେଚ୍ଛା ଜଣାଉଛି । ଦେଶର 50 କୋଟି ଗରିବ ଭାଇ ଭଉଣୀଙ୍କୁ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁନିଶ୍ଚିତ କରିଲାବାଲା ଏହି ଯୋଜନାକୁ ପରୀକ୍ଷାମୂଳକ ଭାବେ ଉତ୍ତରପ୍ରଦେଶ ସମେତ ଦେଶର ଅନେକ ଭାଗରେ କାର୍ଯ୍ୟକାରୀ ହେଉଛି । 23 ସେପ୍ଟେମ୍ବରରୁ ଏହି ଯୋଜନାକୁ ସାରା ଦେଶରେ ଲାଗୁ କରାଯିବ ।
ଭାଇ ଓ ଭଉଣୀ ମାନେ, ସ୍ୱାସ୍ଥ୍ୟ ସହିତ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ଏହି ମାଲବ୍ୟ ମହାଶୟଙ୍କର ଆଉ ତାଙ୍କର ସ୍ୱପ୍ନ ଥିଲା କି ଗୋଟିଏ ପରିସରରେ ପ୍ରାଚୀନ ବିଦ୍ୟା ସହିତ ଆଧୁନିକତାର ଶିକ୍ଷାଦାନ ହେଉ । ତାଙ୍କର ଏହି ସ୍ୱପ୍ନ ଅର୍ଥାତ ଆମର ବିଏଚୟୁର ସମ୍ପ୍ରସାରଣ କରିବା ପାଇଁ ଆଜି ଅନେକଗୁଡିଏ କେନ୍ଦ୍ରର ଲୋକାର୍ପଣ ହୋଇଛି ।
ବେଦର ଜ୍ଞାନଠାରୁ ନେଇ ଏକବିଂଶ ଶତାବ୍ଦୀର ବିଜ୍ଞାନ ଏବଂ ଭବିଷ୍ୟତର ଟେକ୍ନୋଲଜିର ସମାଧାନ କରିବା ଭଳି ଆଜି ଏଠାରେ ପଦକ୍ଷେପ ଯୋଡ଼ି ହୋଇ ଯାଇଛି । ବେଦଠାରୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତକୁ ଯୋଡ଼ା ଯାଇଛି । ଆଜି ଏଠାରେ ଗୋଟିଏ ପଟେ ବୈଦିକ ବିଜ୍ଞାନ କେନ୍ଦ୍ର ଶିଳାନ୍ୟାସ ହୋଇଛି ତ ଅନ୍ୟ ପଟେ ଅଟଳ ନବୋନ୍ମେଷ କେନ୍ଦ୍ରର ମଧ୍ୟ ଶୁଭାରମ୍ଭ ହୋଇଛି ।
ଯୁବ ସାଥୀଗଣ, ଆମ ସମସ୍ତଙ୍କୁ ଯେତେ ନିଜର ପୁରାତନ ସଂସ୍କୃତି ଓ ସଭ୍ୟତା ଉପରେ ଗର୍ବ ଅଛି, ସେତିକି ମଧ୍ୟ ଭବିଷ୍ୟତର ଟେକ୍ନୋଲଜି ପ୍ରତି ଆମର ଆକର୍ଷଣ ରହିଛି । 80 କୋଟିରୁ ଅଧିକ ଯୁବକମାନଙ୍କ ଶକ୍ତିରେ ଭରପୂର ଏହି ଦେଶ ଦ୍ରୁତ ଗତିରେ ପରିବର୍ତ୍ତିତ ଟେକ୍ନୋଲଜିର ଭୂଖଣ୍ଡରେ ନିଜର ଛାପ ଛାଡ଼ି ଦେଇଛି । ଭବିଷ୍ୟତର ଟେକ୍ନୋଲଜି ସହିତ ଭାରତର ଏହି ପଦକ୍ଷେପ ତାଳ ମିଳାଇ ବିଏଚୟୁରେ ଅଟଳ ନବୋନ୍ମେଷ କେନ୍ଦ୍ରର ଶୁଭାରମ୍ଭ କରାଯାଇଛି । ବିଏଚୟୁରେ ଏହି ନବୋନ୍ମେଷ କେନ୍ଦ୍ର ଆଗାମୀ ଦିନରେ ଏଠାରେ ଷ୍ଟାର୍ଟ-ଅପ୍ ପାଇଁ ନୂତନ ଶକ୍ତି ଦେବାର କାର୍ଯ୍ୟ କରିବ ।
ମୋତେ ଅବଗତ କରାଯାଇଛି କି ସାରା ଦେଶରେ ପାଖାପାଖି 80 ଷ୍ଟାର୍ଟ-ଅପ୍ ର ଆବେଦନ ଏହା ସହିତ ଯୋଡ଼ି ହେବା ପାଇଁ ଆସି ଯାଇଛି ଆଉ 20 ଟି ଷ୍ଟାର୍ଟ-ଅପ୍ ବର୍ତ୍ତମାନ ସୁଦ୍ଧା ଏହା ସହିତ ଯୋଡି ହୋଇଛନ୍ତି । ଏହି କେନ୍ଦ୍ର ପାଇଁ ବାରାଣାସୀର ଯୁବକମାନେ, ଆଉ ବିଶେଷ କରି ଯେଉଁମାନେ ଏହି ପ୍ରକାରର ସାହସ ରଖି ଥାଆନ୍ତି, ଚିନ୍ତଧାରା ରଖିଥାଆନ୍ତି; ସେମାନଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି ।
ସାଥୀଗଣ, କୃଷକ ଏବଂ ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ଗତି ଦେବାର କାର୍ଯ୍ୟ ମଧ୍ୟ ବିଗତ ଚାରି ବର୍ଷରେ ଦ୍ରୁତ ଗତିରେ ଆଗେଇଛି । ରାଜା ତାଲାବରେ ନିର୍ମାଣ କରାଯାଇଥିବା ଶୀଘ୍ର ନଷ୍ଟ ହୋଇ ଯାଉଥିବା ସାମଗ୍ରୀର ପଣ୍ୟ କେନ୍ଦ୍ର ଜୁଲାଇ ମାସରେ ଲୋକାର୍ପଣ କରାଯାଇଥିଲା । ଏହି ପଣ୍ୟ କେନ୍ଦ୍ର ବାରାଣସୀ ଏବଂ ଆଖପାଖର କୃଷକ ମାନଙ୍କର ଫସଲକୁ ନା କେବଳ ଖରାପ ହେବାରୁ ବଂଚାଉଛି ବରଂ ଆୟ ବୃଦ୍ଧି ଏବଂ ମୂଲ୍ୟ ଯୁକ୍ତରେ ମଧ୍ୟ ସହାୟତା କରୁଛି । ଏଠାରେ ନା କେବଳ ଆଳୁ ଟମାଟୋ ସମେତ ଅନ୍ୟାନ୍ୟ ଫଳ ଓ ପନିପରିବାର ଭଣ୍ଡାରଣର ସୁବିଧା ରହିଛି ବରଂ ରେଳ ଷ୍ଟେସନ ସହିତ ଲାଗି ରହିଛି । ଫଳରେ ଅନ୍ୟ ସହରକୁ ପଠାଇବା ସହଜ ହେଉଛି ।
ଏହି ପଣ୍ୟ କେନ୍ଦ୍ର ବ୍ୟତୀତ ଏବେ ଅନ୍ତରାଷ୍ଟ୍ରୀୟ ଧାନ ଗବେଷଣା କେନ୍ଦ୍ର କାର୍ଯ୍ୟ ମଧ୍ୟ ପ୍ରାୟ ଶେଷ ହେବାକୁ ଯାଉଛି । ଅର୍ଥାତ ଭବିଷ୍ୟତରେ କାଶୀ ଧାନର ଉନ୍ନତ କିସମ ଯୋଗାଇଦେବା କ୍ଷେତ୍ରରେ ମଧ୍ୟ ଅଗ୍ରଣୀ ଭୂମିକା ତୁଲାଇବାକୁ ଯାଉଛି । ବାରାଣସୀର କୃଷକ ଭାଇ ଓ ଭଉଣୀଙ୍କୁ ଚାଷବାସ ବ୍ୟତୀତ ଅନ୍ୟ ବ୍ୟବସାୟରୁ ମଧ୍ୟ ଆୟ ହେଉ, ଏହାର ମଧ୍ୟ ବ୍ୟବସ୍ଥା ଜାରି ରହିଛି । କୃଷକ ଭାଇ ଭଉଣୀମାନଙ୍କୁ ଚାଷବାସ ସହିତ ପଶୁପାଳନ ଏବଂ ମହୁମାଛି ପାଳନ ପାଇଁ ମଧ୍ୟ ପ୍ରୋତ୍ସାହନ ଦିଆ ଯାଉଛି ।
କିଛି ସମୟ ପୂର୍ବରୁ ଆଜି କୃଷକ ମାନଙ୍କୁ ଏଠାରେ ମହୁମାଛିରେ ଭରପୂର ବାକ୍ସ ଦିଆ ଯାଇଛି । ଏଠାରେ ତ କେବଳ ପ୍ରତିଛବି ଦିଆଗଲା । କିନ୍ତୁ ସେମାନଙ୍କୁ ଦିଆଯାଇଛି । ଏହା ପଛରେ ଗୋଟିଏ ଉଦ୍ଦେଶ୍ୟ ରହିଛି । ମଧୁମାଛି ରହିବା ନା କେବଳ ଆମର ଉତ୍ପାଦନ ବୃଦ୍ଧି କରି ଥାଆନ୍ତି, ବରଂ ମହୁ ଏକ ଅତିରିକ୍ତ ଆୟର ସ୍ରୋତ ହୋଇଥାଏ । ଆପଣ ମାନେ ଏହା ଜାଣି ଖୁସି ହେବେ କି ଯେ ଆଜି ଦେଶ ରେକର୍ଡ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ କରିବା ସହିତ ରେକର୍ଡ ପରିମାଣରେ ମହୁ ଉତ୍ପାଦନ କରୁଛି ।
ଭାଇ ଓ ଭଉଣୀ ମାନେ, ବାରାଣସୀ ଏବଂ ପୂର୍ବ ଭାରତ ହେଉଛି ବୁଣାକାର, ଶିଳ୍ପୀ, ମାଟିକୁ ସୁନା କରି ଦେଇ ପାରୁଥିବା କଳାକାରଙ୍କ ଧରଣୀ । ବାରାଣସୀରେ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ଉଦ୍ୟୋଗକୁ ବୈଷୟିକ ସହାୟତା ଦେବା ଏବଂ କାରିଗରମାନଙ୍କୁ ନୂତନ ବଜାର ସହିତ ଯୋଡ଼ିବା ପାଇଁ ବ୍ୟବସାୟ ସୁବିଧା କେନ୍ଦ୍ର ନିର୍ମାଣ କରାଯାଉଛି । ଏହା ବ୍ୟତୀତ ବୁଣାକାରମାନଙ୍କୁ ଭଲ ଉତ୍ପାଦନର ସୁବିଧା ଦେବା ପାଇଁ 9 ଟି ସ୍ଥାନରେ ସାଧାରଣ ସୁବିଧା କେନ୍ଦ୍ର ମଧ୍ୟ ନିର୍ମାଣ କରାଯାଇଛି । ଏବେ ବୁଣାକାର ଭାଇ ଓ ଭଉଣୀମାନଙ୍କୁ ପଦଚାଳିତ ମେସିନ ଦିଆଯାଉଛି, ଯାହାଦ୍ୱାରା ବୁଣାକାରଙ୍କ କାର୍ଯ୍ୟ ଆହୁରି ସହଜ ହୋଇଛି ।
ବୁଣାକାର ହିଁ ନୁହଁନ୍ତି, ମାଟିରେ ବାସନ ଏବଂ ମାଟିରେ କଳାକୃତି ତିଆରି କରୁଥିବା ଭାଇ ଭଉଣୀମାନଙ୍କୁ ମଧ୍ୟ ବୈଷୟିକ ଶକ୍ତି ଦିଆଯାଉଛି । ଆଜି ଏଠାରେ ଏହି କାର୍ଯ୍ୟକ୍ରମରେ ଅନେକ ଭାଇ ଭଉଣୀଙ୍କୁ ଇଲେକ୍ଟ୍ରିକ୍ ଚାର୍ଜ ଦିଆଯାଇଛି । ଏହା ବ୍ୟତୀତ ମାଟି ଚକଟିବା ଏବଂ ଶୁଖାଇବାର ଆଧୁନିକ ମେସିନ ସେମାନଙ୍କୁ ଦିଆ ଯାଉଛି । ଏହାଦ୍ୱାରା ଆପଣମାନଙ୍କର ଶ୍ରମ ମଧ୍ୟ ସଂଚୟ ହେବ ଏବଂ କମ୍ ସମୟ ମଧ୍ୟରେ ଭଲ ଗୁଣବତ୍ତାର ବାସନ ଅଥବା ସାଜସଜ୍ଜା ସାମଗ୍ରୀ ତିଆରି ହୋଇ ପାରିବ ।
ସାଥୀଗଣ, ବାରାଣସୀର ପ୍ରତ୍ୟେକ ବର୍ଗ, ପ୍ରତ୍ୟେକ ଅଂଚଳର ଜୀବନ ଧାରଣ ମାନଦଣ୍ଡକୁ ଉପରକୁ ଉଠାଇବା ପାଇଁ ସରକାର ନିରନ୍ତର ପ୍ରୟାସ କରୁଛନ୍ତି । କାଶୀ ଏବେ ଦେଶର ସେହି ବଛା ବଛା ସହର ମଧ୍ୟରେ ସାମିଲ ହୋଇଛି, ଯେଉଁଠାରେ ଘରକୁ ପାଇପ୍ ଦ୍ୱାରା ରୋଷେଇ ଗ୍ୟାସ ପହଂଚାଯାଉଛି । ଏଥିପାଇଁ ଆହ୍ଲାବାଦରୁ ବାରାଣସୀ ପର୍ଯ୍ୟନ୍ତ ପାଇପ୍ ଲାଇନ୍ ବିଛା ଯାଇଛି । ବର୍ତ୍ତମାନ ସୁଦ୍ଧା ବାରାଣସୀରେ ଆଠ ହଜାରରୁ ଅଧିକ ଘର ପର୍ଯ୍ୟନ୍ତ ପାଇପ୍ ଯୋଗେ ଗ୍ୟାସ ସଂଯୋଗ ପହଂଚି ସାରିଛି । ଆଗାମୀ ଦିନରେ ଏହାକୁ 40 ହଜାରରୁ ଅଧିକ ଘର ପର୍ଯ୍ୟନ୍ତ ପହଂଚାଇବାର କାର୍ଯ୍ୟ ଚାଲୁ ରହିଛି । ଏହା ବ୍ୟତୀତ ଉଜ୍ଜ୍ୱଳା ଯୋଜନା ଅଧୀନରେ କରାଯାଇଥିବା 60 ହଜାରରୁ ଅଧିକ ଗ୍ୟାସ ସଂଯୋଗ ମଧ୍ୟ ବାରାଣସୀର ଆଖ ପାଖ ଗାଁରେ ମହିଳାଙ୍କ ଜୀବନକୁ ସହଜ କରିବାର କାର୍ଯ୍ୟ କରିଛି ।
ସାଥୀଗଣ, ‘ସମସ୍ତଙ୍କ ସହିତ – ସମସ୍ତଙ୍କ ବିକାଶ’, ରାସ୍ତାରେ ଚାଲି କାଶୀ ଏକ ନୂତନ ଉତ୍ସାହ ସହିତ ଏକ ନୂତନ ଉନ୍ମାଦନା ସହିତ ନିଜର ଭବିଷ୍ୟତ ନିର୍ଦ୍ଧାରିତ କରୁଛି । ହଜାର ହଜାର କୋଟିର ପ୍ରକଳ୍ପ ଉପରେ କାର୍ଯ୍ୟ ଜାରି ରହିଛି । ଭିତ୍ତିଭୂମିର ଯେଉଁ ପ୍ରକଳ୍ପ ଉପରେ କାର୍ଯ୍ୟ ଚାଲୁ ରହିଛି, ସେଥିମଧ୍ୟରୁ ଅନେକ ଆଗାମୀ କିଛି ମାସରେ ସଂପୂର୍ଣ୍ଣ ହେବା ଭଳି ସ୍ଥିତିରେ ଅଛି । ରିଙ୍ଗ ରୋଡ଼, ଏୟାରପୋର୍ଟରୁ କଚେରୀ ପର୍ଯ୍ୟନ୍ତ ରାସ୍ତା, ଧାନ ଗବେଷଣା ପ୍ରତିଷ୍ଠାନ, ବିନାପୁର-ଗୋଏଠାର ସ୍ୱରେଜ ପରିଚାଳନା ପ୍ଲାଂଟ, ବହୁମୁଖୀ ମୋରାଲ ଟର୍ମିନାଲ, ବିଶ୍ୱସ୍ତରୀୟ କ୍ୟାନସର ହସ୍ପିଟାଲ ଭଳି ବଡ଼ ପ୍ରକଳ୍ପ ସଂପୂର୍ଣ୍ଣ ହେବ ତ ଏହି ସହରର ବିକାଶକୁ ନୂତନ ମାନ୍ୟତା ମିଳିବ ।
ସାଥୀଗଣ, ଏହି ସମସ୍ତ ପ୍ରକଳ୍ପ ବାରାଣସୀରେ ଏଠାକାର ଯୁବକମାନଙ୍କୁ ରୋଜଗାରର ଅସୀମ ଅବସର ମଧ୍ୟ ଉପଲବ୍ଧ କରାଉଛି । ବାରାଣସୀରେ ହେଉଥିବା ବିକାଶ ଏଠାକାର ଉଦ୍ୟମୀମାନଙ୍କ ପାଇଁ ମଧ୍ୟ ବ୍ୟବସାୟର ନୂତନ ସମ୍ଭାବନାର ଦ୍ୱାର ଉନ୍ମୁକ୍ତ କରିଛି । ଆସନ୍ତୁ, ଆମେ ସଂପୂର୍ଣ୍ଣ ସମର୍ପଣର ସହିତ ବାରାଣସୀରେ ହୋଇଥିବା ପରିବର୍ତ୍ତନର ଏହି ସଂକଳ୍ପକୁ ଆହୁରି ସୁଦୃଢ଼ କରିବା । ନୂତନ କାଶୀ, ନୂତନ ଭାରତର ନିର୍ମାଣରେ ଆଗକୁ ବଢ଼ି ନିଜର ଯୋଗଦାନ ଦେବା ।
ପୁଣିଥରେ, ଆପଣ ସମସ୍ତଙ୍କୁ ନୂତନ ଭାବେ ଆରମ୍ଭ ହୋଇଥିବା ଯାବତୀୟ ପ୍ରକଳ୍ପ ପାଇଁ ଶୁଭେଚ୍ଛା ଜଣାଉଛି । ଆପଣମାନେ ଏହିଭଳି ମୋତେ ନିଜର ସ୍ନେହ ଆଉ ଆଶୀର୍ବାଦ ପ୍ରେରଣା ଦେଉ ଥାଆନ୍ତୁ । ଏହି କାମନା ସହିତ ଭାଇ ଓ ଭଉଣୀମାନେ, ଆପଣମାନେ ଯଦିଓ ମୋତେ ପ୍ରଧାନମନ୍ତ୍ରୀ ପଦର ଦାୟିତ୍ୱ ଦେଇଛନ୍ତି, କିନ୍ତୁ ମୁଁ ଜଣେ ସାଂସଦ ଭାବେ ମଧ୍ୟ ଆପଣମାନଙ୍କୁ ମୋର କାମର ହିସାବ ଦେବା ପାଇଁ ଦାୟିତ୍ୱବାନ ଅଛି । ଆଉ ଆଜି ମୁଁ ଆପଣମାନଙ୍କୁ ଚାରି ବର୍ଷରେ ଜଣେ ସାଂସଦ ଭାବେ ଯେଉଁ କାର୍ଯ୍ୟ କରିଛି, ତାହାର ଏକ ଛୋଟ ଝଲକ ଦେଖାଇଛି । ଆଉ ମୁଁ ମାନୁଛି ଜନ ପ୍ରତିନିଧି ଭାବେ, ଆପଣମାନଙ୍କର ସେବକ ଭାବେ, ଆପଣ ହେଉଛନ୍ତି ମୋର ମାଲିକ, ଆପଣ ହେଉଛନ୍ତି ମୋର ହାଇକମାଣ୍ଡ । ଆଉ ଏଥିପାଇଁ କଡ଼ା ଗଣ୍ଡାର ହିସାବ ଦେବା, ପ୍ରତି କ୍ଷଣର ହିସାବ ଦେବା, ଏହା ହେଉଛି ମୋର ଦାୟିତ୍ୱ ।
ଆଉ ଜଣେ ସାଂସଦ ଭାବେ ମୁଁ ଆଜି ଖୁସି ଯେ, ଆପଣଙ୍କ ମଧ୍ୟରେ ମୁଁ ଆଜି ଏହି ବିକାଶର କଥାକୁ ନେଇ ଆପଣ ମାନଙ୍କ ସମ୍ମୁଖରେ ପ୍ରସ୍ତୁତ କରିବାର ସୌଭାଗ୍ୟ ମୋତେ ମିଳିଛି । ମୁଁ ପୁଣି ଥରେ ଆପଣ ମାନଙ୍କ ସ୍ନେହ ପାଇଁ, ଆପଣଙ୍କ ଆଶୀର୍ବାଦ ପାଇଁ, ଆପଣ ମାନଙ୍କର ଅପ୍ରତିମ ଭଲ ପାଇବା ପାଇଁ ହୃଦୟର ସହିତ ବହୁତ ବହୁତ ଧନ୍ୟବାଦ ଜଣାଉଛି ।
ମୋ ସହିତ କୁହନ୍ତୁ –
ଭାରତ ମାତା କୀ – ଜୟ
ଭାରତ ମାତା କୀ – ଜୟ
ଭାରତ ମାତା କୀ – ଜୟ
ବହୁତ – ବହୁତ ଧନ୍ୟବାଦ ।