IICC would reflect India’s economic progress, rich cultural heritage, and our consciousness towards environment protection: PM Modi
Our Government has begun a series of unprecedented projects for the nation’s development: PM Modi
Our Government does not shy away from taking tough decisions in national interest: PM Modi
All round progress has happened in the last four years only because national interest has been kept supreme: PM Modi

ମନ୍ତ୍ରୀପରିଷଦରେ ମୋର ସହଯୋଗୀ ଶ୍ରୀମାନ ସୁରେଶ ପ୍ରଭୁ ମହାଶୟ, ଶ୍ରୀମାନ ହରଦୀପ ସିଂହ ପୁରୀ ମହାଶୟ, ଶ୍ରୀମାନ ସି.ଆର ଚୌଧୁରୀ ମହାଶୟ, ଡିଆଇପିପି ସଚିବ ଶ୍ରୀ ରମେଶ ଅଭିଷେକ ମହାଶୟ,ଏଠାରେ ଉପସ୍ଥିତ ଉଦ୍ୟୋଗ ଏବଂ ବ୍ୟାପାର ଜଗତ ସହିତ ଜଡିତ ମୋର ସମସ୍ତ ଭାଇ ଓ ଭଉଣୀମାନେ ।

ସମଗ୍ର ଦେଶ ଗଣପତିଙ୍କ ପୂଜାରେ ବ୍ୟସ୍ତ ଅଛି । ପ୍ରତ୍ୟେକଙ୍କ ଘରକୁ ଗଣପତି ବାପ୍ପାଙ୍କ ଆଗମନ ହୋଇଛି । ଆଉ ସମସ୍ତ ଶୁଭ କାର୍ଯ୍ୟକୁ ମଙ୍ଗଳମୟ କରିବା ପାଇଁ ଭଗବାନ ଗଣେଶଙ୍କୁ ସ୍ମରଣ କରି ଆଗକୁ ବଢ଼ିଥାଉ । ଭବ୍ୟ ଆଉ ଦିବ୍ୟ ଭାରତର ଏହି ବଡ଼ ପ୍ରତୀକ ନିଉ ଇଣ୍ଡିଆର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରର ନିର୍ମାଣର ଆଜି ଶ୍ରୀଗଣେଶ କରିବା ଏକ ବହୁତ ଉପଯୁକ୍ତ ସୁଯୋଗ ।

ଦେଶର ଆର୍ଥିକ ଉନ୍ନତି, ସାଂସ୍କୃତିକ ସମୃଦ୍ଧି, ପ୍ରକୃତି ପ୍ରତି ଆମର ସମ୍ବେଦନଶୀଳତା ଏବଂ ତାହାର ପରିଚୟ ଭାରତ ଆନ୍ତର୍ଜାତିକ ସମ୍ମେଳନ ଓ ପ୍ରଦର୍ଶନୀ କେନ୍ଦ୍ର ଅର୍ଥାତ ଆଇଆଇସିସି, ସେଥିରେ ଆମେ ଭଲଭାବେ ଅନୁଭବ କରି ପାରିବା । ଏହି ସେବା ହେଉଛି ଶହେ ପଚିଶ କୋଟି ଦେଶବାସୀଙ୍କର ଏହି ଭାବନାର ପ୍ରକଟୀକରଣ ଯାହା ଦୁନିଆରେ ଆଜି ଭାରତ ସ୍ୱତନ୍ତ୍ର ସ୍ଥିତି ପ୍ରତିପାଦିତ କରୁଛି, ଭାରତର ଯେଉଁ ସ୍ଥାନ ରହିଛି, ଏହା ହେଉଛି ସେହି ଅନୁରୂପ ।

ପ୍ରାୟ 26 ହଜାର କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ଏହି ନିର୍ମାଣ ଏହି ଦେଶର 80 କୋଟି ଯୁବକଙ୍କ ଦୃଷ୍ଟିକୋଣ ଏବଂ ଶକ୍ତିର କେନ୍ଦ୍ର ହେବାକୁ ଯାଉଛି । ଏହା ସରକାରଙ୍କର ସେହି ଦୃଷ୍ଟିଭଙ୍ଗୀର ହେଉଛି ଅଂଶ, ଯାହାର କେନ୍ଦ୍ରରେ ରହିଛି ବିଶ୍ୱ ସ୍ତରର ଭିତ୍ତିଭୂମି ଏବଂ ସହଜରେ ବ୍ୟବସାୟ ଅନୁକୂଳ ପରିବେଶ ଆଉ ସବୁକିଛିକୁ ଆମେ ଏକ ଫିଲ୍ମ ମାଧ୍ୟମରେ ଏବଂ ବାହାରେ ଥ୍ରୀ-ଡି ମଡ଼େଲ ମାଧ୍ୟମରେ ବିସ୍ତୃତ ଭାବେ ସୂଚନା ଦିଆଯାଇଛି କି ଏହା ଏକ ସମ୍ମେଳନ କେନ୍ଦ୍ର, ଏକ ପ୍ରଦର୍ଶନ କେନ୍ଦ୍ର ହିଁ ନୁହେଁ, ବରଂ ଦେଶ ଏବଂ ଦୁନିଆରେ ବ୍ୟବସାୟ-କାରବାରର ଏକ ଜୀବନ୍ତ, ଚଳଚଞ୍ଚଳ କେନ୍ଦ୍ର ହେବ ।

ଗୋଟିଏ ପ୍ରକାରରେ ଦିଲ୍ଲୀ ଭିତରେ ହିଁ ଏକ କ୍ଷୁଦ୍ର ଭାରତ ହେବ । ଗୋଟିଏ ପରିସରରେ ହିଁ ସମ୍ମେଳନ କକ୍ଷ, ପ୍ରଦର୍ଶନ କକ୍ଷ, ସଭା କକ୍ଷ, ହୋଟେଲ, ବଜାର, କାର୍ଯ୍ୟାଳୟ, ଅବସର ବିନୋଦନ ଏଭଳି ପର୍ଯ୍ୟାପ୍ତ ସୁବିଧା ଗୋଟିଏ ସ୍ଥାନରେ ବିକଶିତ ହେବାକୁ ଯାଉଛି ।

ଏବେ ଦେଶର ରାଜଧାନୀରେ ଅନ୍ତରାଷ୍ଟ୍ରୀୟ ସ୍ତରର ବଡ଼ ବଡ଼ ଆୟୋଜନ ପାଇଁ ଆମକୁ ଯେଉଁ ବାରମ୍ବାର ଚିନ୍ତା କରିବାକୁ ପଡ଼ୁଛି କି କରିବା କି ନ କରିବା, ସାରା ଦୁନିଆର ଲୋକମାନଙ୍କୁ ଡକାଇବା କିମ୍ବା ନ ଡକାଇବା; ସେହି ଦ୍ୱନ୍ଦ ମଧ୍ୟରୁ ଆମେ ବାହାରକୁ ଆସିଯିବା । ଏଠାରେ ହେବାକୁ ଥିବା ଏହି ସମ୍ମେଳନ କକ୍ଷ ଗୋଟିଏ ଏଭଳି ସ୍ଥାନ ହେବାକୁ ଯାଉଛି ଯେଉଁଠି 10 ହଜାର ଲୋକଙ୍କର ବସିବାର ସୁବିଧା ରହିବ । ବସିବାର କ୍ଷମତା ଦୃଷ୍ଟିକୋଣରୁ ଏହା ହେଉଛି ଦୁନିଆର ଶ୍ରେଷ୍ଠ ପାଞ୍ଚଟି ମଧ୍ୟରେ ଏବଂ ଏସିଆର ଶ୍ରେଷ୍ଠ ତିନୋଟି ସମ୍ମେଳନ କକ୍ଷ ମଧ୍ୟରେ ଗଣାଯିବ ।

ସବୁଠାରୁ ଗୁରୁତ୍ୱପୁର୍ଣ୍ଣ କଥା ହେଉଛି ଏହା ଯେ, ବିଗତ ଚାରି ବର୍ଷରେ ସବୁଠାରୁ ବଡ଼ ଯେଉଁ କାମ କରିବାର ଏକ ପରମ୍ପରା ବିକଶିତ ହୋଇଛି, ତାହାର ଶୃଙ୍ଖଳକୁ ଏହା ଆହୁରି ବିସ୍ତାର ଦେବାକୁ ଯାଉଛି । ଏହା ଭାରତର ସବୁଠୁ ବଡ଼ ସମ୍ମେଳନ ଏବଂ ପ୍ରଦର୍ଶନ କେନ୍ଦ୍ର ହେବାକୁ ଯାଉଛି ।

ସାଥୀଗଣ, ଏହି ସରକାର ଦେଶର ବିକାଶ ପାଇଁ ଅଭୂତପୂର୍ବ ଯୋଜନାଗୁଡ଼ିକ ଉପରେ କାର୍ଯ୍ୟ ଆରମ୍ଭ କରିଛନ୍ତି । ସବୁଠାରୁ ଦୀର୍ଘ ସୁଢ଼ଙ୍ଗ ତିଆରି କରିବାର କାର୍ଯ୍ୟ କିମ୍ବା ସବୁଠାରୁ ବଡ଼ ଗ୍ୟାସ ପାଇପ ଲାଇନ୍ ବିଛାଇବାର କାମ ହେଉ, ଅବା ସମୁଦ୍ର ଉପରେ ସବୁଠାରୁ ଲମ୍ବା ସେତୁ ତିଆରି କରିବାର କାର୍ଯ୍ୟ ହେଉ, ଅଥବା ସବୁଠାରୁ ବଡ଼ ମୋବାଇଲ ନିର୍ମାଣ ୟୁନିଟ ତିଆରି କରିବାର କାମ ହେଉ,ଦେଶର ପ୍ରତ୍ୟେକ ଗାଁ ପର୍ଯ୍ୟନ୍ତ ବ୍ରଡବେଣ୍ଡ ସଂଯୋଗ କରିବାର କାମ ହେଉ, ଦେଶର ପ୍ରତ୍ୟେକ ଗାଁ ଏବଂ ପ୍ରତ୍ୟେକ ପରିବାର ପର୍ଯ୍ୟନ୍ତ ବିଜୁଳି ପହଂଚାଇବାର କାର୍ଯ୍ୟ ହେଉ, ସବୁଠାରୁ ବଡ଼ ଆର୍ଥିକଅନ୍ତର୍ଭୁକ୍ତିକରଣର ଆନ୍ଦୋଳନ ହେଉ, ଗ୍ରାମୀଣ କ୍ଷେତ୍ରର ସବୁଠାରୁ ବଡ଼ ବ୍ୟାଙ୍କିଙ୍ଗ ନେଟୱାର୍କ,ଭାରତୀୟ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ପ୍ରତିଷ୍ଠା କରିବାର କାର୍ଯ୍ୟ ହେଉ, ଜିଏସଟି ରୂପରେ ସବୁଠାରୁ ବଡ଼ ପରୋକ୍ଷ ଟିକସ ଡି-ଫୋର୍ସର କାମ ହେଉ, ସ୍ୱଚ୍ଛ ଭାରତ ରୂପରେ ସବୁଠାରୁ ବଡ଼ ଜନ ଆନ୍ଦୋଳନ ଚଳାଇବାର କାର୍ଯ୍ୟ ହେଉ, ଆଉ ଏବେ ଦେଶ ଆଉ ଦୁନିଆର ସବୁଠାରୁ ବଡ଼ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ଆୟୂଷ୍ମାନ ଭାରତର କଷ୍ଟ ଉଠାଇବାର କାମ ଏହି ସରକାର କରିଛନ୍ତି ।

ଏହା ହେଉଛି ଏଭଳି କିଛି ଉଦାହରଣ କେବଳ ଦେଶର ଶାରୀରିକ ଏବଂ ସାମାଜିକ ଭିତ୍ତିଭୂମିକୁ ନୂତନ ଦିଗ ଦେବାଭଳି ପ୍ରକଳ୍ପ ହିଁ ନୁହେଁ ବରଂ ହେଉଛି ଏକବିଂଶ ଶତାବ୍ଦୀର ଭାରତ, ନିଉ ଇଣ୍ଡିଆର ଗତି,ମାପ ଏବଂ ଦକ୍ଷତାର ପ୍ରତୀକ ।

ସାଥୀଗଣ, ଆଜି ଦେଶରେ, ପ୍ରତ୍ୟେକ ଭାଗରେ ଯେଉଁ ବିଶ୍ୱସ୍ତରୀୟ ବ୍ୟବସ୍ଥା ଗୁଡ଼ିକ ପ୍ରସ୍ତୁତ କରାଯାଉଛି, ତା’ମଧ୍ୟରେ ଆଇଆଇସିସିର ନାମ ଯୋଡ଼ି ହେବାକୁ ଯାଉଛି । ପ୍ରତ୍ୟେକ ଆଧୁନିକ ଟେକ୍ନୋଲଜିରେ ପରିପୂର୍ଣ୍ଣ ସଂପୂର୍ଣ୍ଣ ପରିସରରେ ଦେଶ ଦୁନିଆର ବ୍ୟବସାୟିକ ନେତୃତ୍ଵଙ୍କ ପାଇଁ ସେହି ପର୍ଯ୍ୟପ୍ତ ସୁବିଧା ରହିଥିବ ଯାହାର ଆଶା ସେହି ଦୁନିଆର ଷଷ୍ଠ ସର୍ବ ବୃହତ ଅର୍ଥବ୍ୟବସ୍ଥା ଠାରୁ କରିଥାଏ ।

ସେହି ଅର୍ଥବ୍ୟବସ୍ଥା ଯାହା 8 ପ୍ରତିଶତର ଗତିରେ ବିକାଶ କରୁଛି । ଯାହା ଆଗାମୀ 5-7 ବର୍ଷ ମଧ୍ୟରେ 5 ଟ୍ରିଲିୟନ ତ ଆଗାମୀ ଏକ-ଦେଢ଼ ଦଶକରେ 10 ଟ୍ରିଲିୟନ ଡଲାରର ଲକ୍ଷ୍ୟକୁ ନେଇ କରି ଦ୍ରୁତ ଗତିରେ ଆଗକୁ ବଢ଼ୁଛି ।

ମୁଁ ଏହା ଜାଣି ଖୁସି ଯେ ଏହି ପରିସରରେ ଯାତାୟାତର ଆଧୁନିକ ବ୍ୟବସ୍ଥାଗୁଡ଼ିକ ଦ୍ୱାରା ସୁବିଧାରେ ସଂଯୋଗ ହୋଇ ରହିବ । ହାଇସ୍ପିଡ଼ ମେଟ୍ରୋ ଦ୍ୱାରା ଏହା ସିଧା ସଳଖ ବିମାନବନ୍ଦର ଦ୍ୱାରା ଯୋଡ଼ି ହୋଇ ରହିବ । ବୈଠକ ହେଉ, ବ୍ୟବସାୟିକ ଉନ୍ମେଷ କେନ୍ଦ୍ର ହେଉ, କାର୍ଯ୍ୟକ୍ରମ ପରିଚାଳନା ସେବା ହେଉ, ମନୋରଞ୍ଜନ ହେଉ, ସପିଙ୍ଗ ହେଉ କିମ୍ବା ପର୍ଯ୍ୟଟନ ସହିତ ଯୋଡ଼ି ହୋଇଥିବା ବ୍ୟବସ୍ଥା ଗୁଡ଼ିକ ହେଉ; ସବୁକିଛି ଗୋଟିଏ ସ୍ଥାନରେ ଉପଲବ୍ଧ ହେବ ।

ଏହି ପ୍ରକଳ୍ପ ହେଉଛି ସରକାରଙ୍କର ସେହି ସଂକଳ୍ପର ଗୋଟିଏ ଅଂଶ, ଯାହା ମାଧ୍ୟମରେ ଭାରତର ଅଭିବୃଦ୍ଧିର କାହାଣୀ ସହିତ ଜଡ଼ିତ ପ୍ରତ୍ୟେକ ଭିତ୍ତିଭୂମିକୁ ସୁଦୃଢ଼ କରାଯାଉଛି ।

ଭାଇ ଓ ଭଉଣୀମାନେ, ଆମେ ଦୁନିଆରେ କେଉଁଠିକୁ ମଧ୍ୟ ଯାଉ, ଅଧିକାଂଶ ସମୟରେ ଏହା ଦେଖିବାକୁ ମିଳିଥାଏ କି ଛୋଟ ଛୋଟ ଦେଶ ମଧ୍ୟ ବଡ଼ – ବଡ଼ ସମ୍ମେଳନ ରଖିବାର କ୍ଷମତା ରଖି ଥାଆନ୍ତି । ଏହି ପ୍ରକାରର ଆଧୁନିକ ବ୍ୟବସ୍ଥା ଗୁଡ଼ିକର ନିର୍ମାଣ କରାଯିବା କାରଣରୁ ବହୁତ ଗୁଡ଼ିଏ ଦେଶ ପର୍ଯ୍ୟଟନର ପ୍ରମୁଖ କେନ୍ଦ୍ର ହୋଇ ସାରିଛି । କିନ୍ତୁ ଆମର ଏଠି ବର୍ଷ ବର୍ଷ ଧରି ଏହି ଦିଗ ଉପରେ ଚିନ୍ତା ମଧ୍ୟ କରାଯାଇ ନାହିଁ । ବଡ଼-ବଡ଼ ସମ୍ମେଳନକୁ, କିମ୍ବା ଆମର ବାଣିଜ୍ୟ ମେଳା ଆୟୋଜନ କରିବାର ହେଉ, ତ ସାଧାରଣ ଭାବେ ବୁଲିବାଲି କରି ଗୋଟିଏ ସ୍ଥାନରେ ହିଁ, ପ୍ରଗତି ମୈଦାନ; ବାସ୍ ସେଠାରେ ସବୁକିଛି ସୀମିତ ହୋଇଗଲା । ଆଉ ସେ ମଧ୍ୟ ନିଜର ଉର୍ଜ୍ଜା ହରାଇ ସାରିଥିଲା । ଏବେ ଏହି ଚିନ୍ତାଧାରା ବଦଳିଛି । ଆଉ ତାହାର ପରିଣାମ ହେଉଛି ଆଜିର ଏହି ଆୟୋଜନ ।

ଦେଶର ରାଜଧାନୀ କେବଳ ଦିଲ୍ଲୀରେ ହିଁ ନୁହେଁ, ବରଂ ଅନ୍ୟ ରାଜ୍ୟରେ ମଧ୍ୟ ଆଇଆଇସିସି ଏଭଳି କେନ୍ଦ୍ରର ନିର୍ମାଣ ବ୍ୟବସାୟିକ ସଂସ୍କୃତି ସହିତ ଜଡ଼ିତ ଏକ ପ୍ରମୁଖ ପକ୍ଷକୁ ସୁଦୃଢ଼ କରିବ । ଆମ ଦେଶରେ ସମ୍ମେଳନ ପର୍ଯ୍ୟଟନର ଏକ ଅନୁକୂଳ – ବ୍ୟବସ୍ଥା ବିକଶିତ କରିବ ।

ଅନ୍ତରାଷ୍ଟ୍ରୀୟ ସ୍ତରର ସମ୍ମେଳନ, ବଡ଼-ବଡ଼ କମ୍ପାନୀ ଗୁଡ଼ିକରେ ବାର୍ଷିକ ସାଧାରଣ ପରିଷଦ ବୈଠକ,ସରକାରଙ୍କ ସମସ୍ତ ବିଭାଗର କାର୍ଯ୍ୟକ୍ରମ, ଏଭଳି କେନ୍ଦ୍ର ଗୁଡ଼ିକରେ ସହଜରେ ହୋଇ ପାରିବ । ଏହି ଆଧୁନିକ ସମ୍ମେଳନ କେନ୍ଦ୍ର କେଉଁଠି ନା କେଉଁଠି ସହଜରେ ସହାବସ୍ଥାନକୁ ମଧ୍ୟ ବୃଦ୍ଧି କରିବ । ପେଣ୍ଡାଲର ଚିନ୍ତା ନାହିଁ, ପାଣି-ବିଜୁଳିର ଚିନ୍ତା ନାହିଁ, ପାଣିପାଗର ଭୟ ନାହିଁ, ଗୋଟିଏ ବ୍ୟବହାର ଉପଯୋଗୀ ବ୍ୟବସ୍ଥା ପ୍ରସ୍ତୁତ ହୋଇ ରହିଥିବ ଯାହା ଅଧିକରୁ ଅଧିକ ଲୋକମାନଙ୍କ ବ୍ୟବହାର ପାଇଁ ସୁଲଭ ହେବ ।

ବ୍ୟବସାୟିକ କାର୍ଯ୍ୟକଳାପ ହେଉ, ସାଂସ୍କୃତିକ କାର୍ଯ୍ୟକ୍ରମ ହେଉ, ଯେତେ ବେଳେ ସହରରେ ଏହି ପ୍ରକାରର କାର୍ଯ୍ୟକ୍ରମଗୁଡ଼ିକର କେନ୍ଦ୍ର ରହିବ ତ ସଂପୂର୍ଣ୍ଣ ସହରକୁ ତାହାର ଲାଭ ମିଳିଥାଏ । ଏହି ସମ୍ମେଳନ କେନ୍ଦ୍ର ସହରଗୁଡ଼ିକର ମଧ୍ୟ ପରିଚୟ ପାଲଟିବ ।

ସାଥୀଗଣ, ଆଇଆଇସିସି, ଭାରତର ଅତୁଲ୍ୟ କାହାଣୀକୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ଚମକ ଦେଉଥିବା ଭଳି ଏକ ଭଲ ମାଧ୍ୟମ ହେବ । ମୁଁ ଆଶା କରୁଛି କି ଯେତେବେଳେ ଏହା ନିର୍ମାଣ ହୋଇ ପ୍ରସ୍ତୁତ ହୋଇଯିବ ତ ସମ୍ମେଳନ ପର୍ଯ୍ୟଟନ, ଏମଆଇସି ଅର୍ଥାତ ବୈଠକ ଉପଯୋଗୀ ସମ୍ମେଳନ ଓ ପ୍ରଦର୍ଶନ କେନ୍ଦ୍ରର ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରସ୍ଥଳ ରୂପରେ ଭାରତର ପରିଚୟକୁ ଏକ ନୂତନ ଶକ୍ତି ମିଳିବ ।

ଆଇଆଇସିସି ରୂପରେ ଦେଶର ବ୍ୟାବସାୟୀମାନଙ୍କୁ, ଉଦ୍ୟମୀମାନଙ୍କୁ, ବ୍ୟାପାରୀମାନଙ୍କୁ ଅନ୍ତରାଷ୍ଟ୍ରୀୟ ବଜାରରେ ନିଜର ଉତ୍ପାଦନକୁ ପ୍ରଦର୍ଶୀତ କରିବା ପାଇଁ, ତାହାର ପରିଚୟକୁ ସ୍ଥାପିତ କରିବାର ସହଜ ସାଧନ ମଧ୍ୟ ହେବ । ବିଶେଷ ଭାବେ ଦେଶର ଛୋଟ ଏବଂ ମଧ୍ୟମ ଉଦ୍ୟମୀ ନିଜର ପ୍ରଚାର ପ୍ରସାର ପାଇଁ ସେତେ ଅଧିକ ଖର୍ଚ୍ଚ କରି ପାରନ୍ତି ନାହିଁ । ସେମାନଙ୍କ ପାଇଁ ଏହା ଏକ ମହତ୍ୱପୂର୍ଣ୍ଣ ମଂଚ ଭାବେ ପ୍ରମାଣିତ ହେବାକୁ ଯାଉଛି । ସେମାନେ ଏଠାରେ ଅନ୍ତରାଷ୍ଟ୍ରୀୟ କ୍ରେତା ଏବଂ ବିକ୍ରେତାଙ୍କ ସହିତ ସିଧା ବାର୍ତ୍ତାଳାପ କରି ପାରିବେ । ଅନ୍ତରାଷ୍ଟ୍ରୀୟ ସ୍ତରର ଟେକ୍ନୋଲଜି ବିଷୟରେ ମଧ୍ୟ ସେମାନେ ସହଜରେ ଜାଣି ପାରିବେ ଆଉ ନିଜର ଉଦ୍ୟୋଗକୁ ସେହି ହିସାବରେ ସେମାନେ ପରିଚାଳନା କରି ପାରିବେ ।

ଏହି ସୁବିଧା ସରକାରଙ୍କର ସେହି ଚେଷ୍ଟା ଗୁଡ଼ିକୁ ଶକ୍ତି ଦେବ, ଯାହା ମାଧ୍ୟମରେ ଏମଏସଏମଇ ଅର୍ଥାତ ମଧ୍ୟମ ଏବଂ କ୍ଷୁଦ୍ର ଦକ୍ଷତାକୁ ସଶକ୍ତ କରାଯାଉଛି । କେବଳ ଏତିକି ହିଁ ନୁହେଁ, ଷ୍ଟାର୍ଟ-ଅପ୍ ପାଇଁ ମଧ୍ୟ ଏହା ବହୁତ ସୁବିଧା ଆଣିବାକୁ ଯାଉଛି । ଷ୍ଟାର୍ଟ-ଅପ୍ ପାଇଁ ସବୁଠାରୁ ବଡ଼ ସମସ୍ୟା ହେଉଛି ନିଜର ଚିନ୍ତାଧାରା ଗୁଡ଼ିକୁ ନିବେଶକ ମାନଙ୍କ ପର୍ଯ୍ୟନ୍ତ ପହଂଚାଇବା ପାଇଁ ହୋଇଥାଏ । ଦେଶର ନବସୃଜନ ଯୁବକମାନଙ୍କ ପାଇଁ ଏହା ଏକ ବହୁତ ବଡ଼ ପ୍ଲାର୍ଟଫର୍ମ ହେବ । ଏଠାରେ ଚିନ୍ତାଧାରା ଏବଂ ନବସୃଜନ ଚର୍ଚ୍ଚାରୁ ନେଇ ନିବେଶ ଏବଂ ବ୍ରାଣ୍ଡିଂର ମାର୍କେଟିଂ ପର୍ଯ୍ୟନ୍ତ ସହଜରେ କରାଯାଇ ପାରିବ ।

ଏହା ଏଥିପାଇଁ ମଧ୍ୟ ହେଉଛି ପ୍ରମୁଖ କାରଣ କି ଆଜି ଭାରତ ଷ୍ଟାର୍ଟ-ଅପ୍ କ୍ଷେତ୍ରରେ ଦୁନିଆରେ ହେଉଛି ଦ୍ୱିତୀୟ ସର୍ବବୃହତ ପରିବେଶ ହୋଇସାରିଛି ।

ଆଜି ଆମର ଯୁବଶକ୍ତି 10 ହଜାରରୁ ଅଧିକ ଷ୍ଟାର୍ଟ-ଅପ୍ ଉପରେ କାର୍ଯ୍ୟ କରୁଛନ୍ତି । ଏଭଳି ସମୟରେ ଏହି ଆଧୁନିକ ବ୍ୟବସ୍ଥା ସମାଜର ପ୍ରତ୍ୟେକ ବର୍ଗ, ପ୍ରତ୍ୟେକ ସ୍ତରକୁ ଲାଭ ପହଂଚାଇବ । ବଡ଼ କଥା ଏହା ମଧ୍ୟ ହେଉଛି କି ଏହି କେନ୍ଦ୍ର ଦେଶର ପାଂଚ ଲକ୍ଷ ଯୁବ ସାଥୀମାନଙ୍କୁ ରୋଜଗାରର ସୁଯୋଗ ଦେବାକୁ ଯାଉଛି । ଏହା କେବଳ ଦେଶର ଆର୍ଥିକ ଏବଂ ସାଂସ୍କୃତିକ ଶକ୍ତିର ପ୍ରଦର୍ଶନର ହିଁ ନୁହେଁ, ଏହି ସ୍ଥାନ, ବରଂ ଏହା ହେଉଛି ଲକ୍ଷ-ଲକ୍ଷ ଗରିବ, ମଧ୍ୟମବର୍ଗ ପରିବାରମାନଙ୍କ ଜୀବନକୁ ନୂତନ ଦିଗ ଦେବା ଭଳି ପ୍ରକଳ୍ପ । ଦେଶର ପ୍ରଶିକ୍ଷଣ ପ୍ରତିଷ୍ଠାନ, କୌଶଳ କେନ୍ଦ୍ର କିମ୍ବା କୌଣସି ସ୍କୁଲ କଲେଜରେ ପଢ଼ାଉଥିବା ଯୁବକମାନଙ୍କର ଆକାଂକ୍ଷାଗୁଡ଼ିକୁ ଏହା ପରିବର୍ତ୍ତନ କରିବାର ଶକ୍ତି ରଖିଥାଏ ।

ଭାଇ ଓ ଭଉଣୀମାନେ, ଆଇଆଇସିସି ଭିତ୍ତିଭୂମିର ସେହି ପର୍ଯ୍ୟପ୍ତ ବଡ଼ ବଡ଼ ପ୍ରକଳ୍ପ ଗୁଡ଼ିକର ବିସ୍ତାର ହେଉଛି ଯେଉଁମାନଙ୍କୁ ବିଗତ ଚାରି ବର୍ଷ ମଧ୍ୟରେ ଭୂମି ଉପରେ ଆଣି ରଖାଯାଇଛି । ଏଭଳି ପ୍ରକଳ୍ପ ଗୁଡ଼ିକ ଲକ୍ଷ-ଲକ୍ଷ ଯୁବକମାନଙ୍କ ପାଇଁ ରୋଜଗାରର ନୂତନ ସୁଯୋଗ ପ୍ରସ୍ତୁତ କରିଛନ୍ତି । ଚାକିରୀ ହେଉ, କୃଷି ହେଉ କିମ୍ବା ବିନିର୍ମାଣ; ପ୍ରତ୍ୟେକ କ୍ଷେତ୍ରରେ ବଡ଼ ମାତ୍ରାରେ ରୋଜଗାର ସୃଷ୍ଟି ହେଉଛି । ରିପୋର୍ଟ କହୁଛି କି ଦେଶର ଆଇଟି କ୍ଷେତ୍ରରେ ମଧ୍ୟ ରୋଜଗାର ସୃଷ୍ଟି ବହୁତ ବୃଦ୍ଧି ଦେଖିବାକୁ ମିଳୁଛି ।

ଖୁଚୁରା ବିକ୍ରୟ କ୍ଷେତ୍ରରେ ଅଭୂତପୂର୍ବ ସୁଯୋଗ ସୃଷ୍ଟି ହେଉଛି । କେବଳ ଇ-ବାଣିଜ୍ୟ କ୍ଷେତ୍ରରେ ହିଁ 50ବିଲିଅନ ଡଲାରରୁ ଅଧିକ ରାଜସ୍ୱ ସୃଷ୍ଟି କରୁଛି । ଏହା ଯେତିକି ବ୍ୟାପକ ହେଉଛି, ସେତିକି ହିଁ ମଧ୍ୟ ଅଧିକ ରୋଜଗାର ଦେଇ ପାରୁଛି ।

ସାଥୀଗଣ, ସେବା ସହିତ ଉତ୍ପାଦନ କ୍ଷେତ୍ର ମଧ୍ୟ ଆଜି ମେକ୍-ଇନ-ଇଣ୍ଡିଆର ଶକ୍ତି ଦ୍ୱାରା ଆଗକୁ ବଢ଼ୁଛି । ଭାରତ ଆଜି ମୋବାଇଲ ତିଆରି କ୍ଷେତ୍ରର କେନ୍ଦ୍ର ହେବାକୁ ଯାଉଛି, ଯାହାଦ୍ୱାରା ଦେଶର ଚାରି-ସାଢ଼େ ଚାରି ଲକ୍ଷରୁ ମଧ୍ୟ ଅଧିକ ଯୁବକମାନଙ୍କୁ ବିଗତ ଚାରି ବର୍ଷ ମଧ୍ୟରେ ରୋଜଗାର ସହିତ ଯୋଡ଼ା ଯାଇଛି । ଆଜି ସ୍ଥିତି ଏହା ହେଉଛି କି ଆମେ ମୋବାଇଲ ରପ୍ତାନୀ ତ କରୁଛେ, ଏହା ସହିତ 80 ପ୍ରତିଶତ ମୋବାଇଲ ଫୋନ ଦେଶରେ ହିଁ ନିର୍ମାଣ ହେଉଛି । ଏହାଦ୍ୱାରା ବିଦୈଶିକ  ମୁଦ୍ରା ରୂପରେ ଦେଶକୁ ତିନି ଲକ୍ଷ କୋଟି ଟଙ୍କାର ସଂଚୟ ହୋଇଛି ।

ସାଥୀଗଣ, ବିଗତ ଚାରି ବର୍ଷରେ ଦେଶରେ ସ୍ୱଚ୍ଛ ଏବଂ ଯୋଗ୍ୟତା ଭିତ୍ତିକ ବ୍ୟବସାୟର ଉତ୍ତମ ପରିବେଶ ପ୍ରସ୍ତୁତ କରାଯାଇଛି । ଆଜି ଦେଶର ଟେଲିକମ୍ କ୍ଷେତ୍ର, 500 ବର୍ଷ ପୂର୍ବର ଅନ୍ଧକାରରୁ ବାହାରକୁ ଚାଲି ଆସିଛି । ଆଜି ଏହା ଦେଶର ସବୁଠାରୁ ଦ୍ରୁତ ଗତିରେ ପ୍ରଗତି କରୁଥିବା କ୍ଷେତ୍ର ମାନଙ୍କ ମଧ୍ୟରେ ସାମିଲ ହୋଇ ଯାଇଛି । ଦେଶ ଏବେ 5-ଜି ନେଟୱାର୍କ ଭିତ୍ତିଭୂମି ଆଡ଼କୁ ଦ୍ରୁତ ଗତିରେ ପ୍ରଗତି କରୁଛି । ପାରଦର୍ଶୀ ଟେଣ୍ଡରିଂ ବ୍ୟବସ୍ଥା ଏବଂ ଡିଜିଟାଲ ଇଣ୍ଡିଆ ଅଭିଯାନ ଦ୍ୱାରା ଏହାକୁ ଅଭୂତପୂର୍ବ ଗତି ମିଳିଛି । ଆଜି ଭଏସ କଲ୍ ପ୍ରାୟ ହେଉଛି ମାଗଣା ଏବଂ ଏକ ଜିବି 4-ଜି ଡାଟା, 250-300 ଟଙ୍କାରୁ ହ୍ରାସ ପାଇ 19-20 ଟଙ୍କାରେ ଆସି ପହଂଚିଯାଇଛି । ଅର୍ଥାତ ଦେଶର ସାଧାରଣ ବ୍ୟକ୍ତିଙ୍କୁ ଇଂଟରନେଟର ଶକ୍ତି ମିଳିଛି ତ ଇଣ୍ଡଷ୍ଟ୍ରିକୁ ବ୍ୟବସାୟର ନୂତନ ଅବସର ଉପଲବ୍ଧ ହୋଇଛି ।

ଟେଲିକମ ସହିତ ଦେଶର ପର୍ଯ୍ୟଟନ କ୍ଷେତ୍ର ମଧ୍ୟ ନିରନ୍ତର ବିକାଶର ନୂତନ କୀର୍ତ୍ତିମାନ ଗଢ଼ୁଛି । ଦେଶରେ ରୋଜଗାରର ଲକ୍ଷ-ଲକ୍ଷ ସୁଯୋଗ ସୃଷ୍ଟି କରୁଛି ।

ସାଥୀଗଣ, ଦେଶ ଏକ ବ୍ୟବସ୍ଥା ଦ୍ୱାରା ଚାଲେ, ସଂସ୍ଥାନ ଗୁଡ଼ିକ ଦ୍ୱାରା ଆଗକୁ ବଢ଼େ ଆଉ ଏହା ଦୁଇ ଚାରି ମାସ, ଦୁଇ ଚାରି ବର୍ଷରେ ହୋଇ ନ ଥାଏ, ଏହା ବର୍ଷ ବର୍ଷ ଧରି ଶତତ ବିକାଶର ପରିଣାମ ହୋଇଥାଏ । ଆଉ ଏଥିରେ ବହୁତ ମହତ୍ୱପୂର୍ଣ୍ଣ ହୋଇଥାଏ କି ନିଷ୍ପତ୍ତି ସଠିକ ସମୟରେ ନିଆ ଯାଉ ଆଉ ସେଗୁଡ଼ିକୁ ବିନା ବାଧା ବିଘ୍ନରେ ଲାଗୁ କରାଯାଉ ।

ଏବେ ଏହି ଛୋଟ ବ୍ୟାଙ୍କଗୁଡ଼ିକର ମିଶ୍ରଣ କଥାକୁ ହିଁ ନିଆଯାଉ, ଡଜନ ଡଜନ ସରକାରୀ ବ୍ୟାଙ୍କର ଆବଶ୍ୟକତା କ’ଣ ରହିଛି । ଏହାକୁ ନେଇ ଆମେ ବର୍ଷ ବର୍ଷ ଧରି ତର୍କ ବିତର୍କ ଶୁଣି ଆସୁଛୁ । ପ୍ରାୟ ଅଢ଼େଇ ଦଶକ ପୂର୍ବେ ଏହି ବିଷୟରେ ପଦକ୍ଷେପ ଉଠାଇବାର କଥା ଆରମ୍ଭ ହୋଇଥିଲା । କିନ୍ତୁ ଏହି ଦିଗରେ ଆଗକୁ ବଢ଼ିବାର ସାହସ, ଆଗରୁ ମଧ୍ୟ ଚର୍ଚ୍ଚାମାନ ହୋଇଥିଲା, କେହି ସାହସ ଜୁଟାଇ ପାରି ନ ଥିଲେ । କିନ୍ତୁ ବିଗତ 50 ମାସ ହେଉଛି ଏହାର ସାକ୍ଷୀ କି ଏନଡିଏର ଏହି ରାଷ୍ଟ୍ର ସରକାର ରାଷ୍ଟ୍ର ହିତରେ କଠିନ ନିଷ୍ପତ୍ତି ନେବାରେ କେବେ ହେଲେ ମଧ୍ୟ ପଛରେ ରହନ୍ତି ନାହିଁ । ଯେଉଁ ସବୁ ନିଷ୍ପତ୍ତି ବର୍ଷ ବର୍ଷ ଧରି ଅଟକି ପଡ଼ି ରହିଥିଲା, ସେଗୁଡ଼ିକୁ ସଂପୂର୍ଣ୍ଣ ଶକ୍ତିର ସହିତ ଧରଣୀ ଉପରକୁ ଅଣାଯାଇଛି । ଆଗରୁ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଛୋଟ ବ୍ୟାଙ୍କ ଗୁଡ଼ିକର ମିଶ୍ରଣ କରାଗଲା ଆଉ ଏବେ ଅନ୍ୟ ତିନୋଟି ବ୍ୟାଙ୍କକୁ ଗୋଟିଏ ହିଁ ବ୍ୟାଙ୍କରେ ମିଶ୍ରଣ କରିବାର ନିଷ୍ପତ୍ତି ନିଆଯାଇଛି । ଆଉ ମୋର ମନେ ଅଛି ତିନି-ଚାରି ବର୍ଷ ପୂର୍ବେ ଯେତେବେଳେ ସଂସ୍କାରର ଚର୍ଚ୍ଚା ହେଉଥିଲା, ତ କିଛି ଲୋକ ବଢ଼େଇ ଚଢ଼େଇ ଲେଖୁଥିଲେ, ଯଦି ମୋଦୀ ବ୍ୟାଙ୍କଗୁଡ଼ିକର ମିଶ୍ରଣ କରି ଦେଖାଇଦେବେ ତ ଆମେ ମାନିନେବା କି ମୋଦୀ କିଛି କରୁଛି । ଏବେ ଯେତେବେଳେ ହୋଇ ସାରିଛି ତ ଜଣା ନାହିଁ ସେମାନଙ୍କର କଲମକୁ ନିଦ ଆସି ଯାଇଛି, ଚୁପ ହୋଇଗଲେ ।

ଜିଏସଟି ହେଉ, ବିମୁଦ୍ରୀକରଣ ହେଉ, ବେନାମୀ ସମ୍ପତ୍ତି ଆଇନ ହେଉ, ଦେବାଳିଆ ସଂହିତା, ହେଉ,ପଳାତକ ଆର୍ଥିକ ଅପରାଧୀମାନଙ୍କୁ ଧରିବା ଲାଗି ଆଇନ ହେଉ – ତିନି ଲକ୍ଷରରୁ ଅଧିକ ସନ୍ଦିଗ୍ଧ କମ୍ପାନୀର ପଞ୍ଜୀକରଣ ରଦ୍ଦ କରିବା ହେଉ, ଏ ସମସ୍ତ ନିଷ୍ପତ୍ତି ସଚ୍ଚୋଟ ଏବଂ ପାରଦର୍ଶୀ ବ୍ୟବସାୟିକ ପରିବେଶକୁ ବଂଚାଇବା ପାଇଁ ସରକାରଙ୍କର ପ୍ରତିବଦ୍ଧତାର ହେଉଛି ଏକ ଜୀବନ୍ତ ଉଦାହରଣ ।

ସାଥୀଗଣ, ଦେଶରେ ବିଗତ ଚାରି ବର୍ଷରେ ଚତୁଃପାର୍ଶ୍ଵ ବା ଚାରି ଆଡର ବିକାଶ ଏଥିପାଇଁ ସମ୍ଭବ ହୋଇ ପାରିଲା, ସେହି ସଂସାଧନ ଗୁଡ଼ିକ ରହିବା ବେଳେ ସରକାର ଉନ୍ନତ କାର୍ଯ୍ୟ ଏଥିପାଇଁ କରି ପାରିଲେ କାରଣ ରାଷ୍ଟ୍ର ହିତକୁ ସର୍ବୋପରି ରଖାଗଲା । ବ୍ୟବସ୍ଥାଗୁଡ଼ିକୁ ସଠିକ ଦିଗ ଆଡ଼କୁ ମୋଡ଼ାଗଲା ।

ସାଥୀଗଣ, ମୁଁ ଆପଣମାନଙ୍କୁ ବିଶ୍ୱାସ ଦେଉଛି କି ଜନହିତରେ କଠୋରରୁ କଠୋର ନିଷ୍ପତ୍ତି ନେବାର ଏହି ଧାରା ଜାରି ରହିବ । ଆଜି ଦେଶରେ ଅନେକ ଅହ୍ୱାନ ସତ୍ତ୍ୱେ ଭାରତର ଅର୍ଥ ବ୍ୟବସ୍ଥାର ମୂଳଦୁଆ ଦିନକୁ ଦିନ ମଜବୁତ ହେବାରେ ଲାଗିଛି । ମୌଳିକ ବ୍ୟବସ୍ଥା ସୁଦୃଢ଼ ଅଛି, ରପ୍ତାନୀକୁ ନିରନ୍ତର ପ୍ରୋତ୍ସାହିତ କରାଯାଉଛି । ଆଗାମୀ ବର୍ଷମାନଙ୍କରେ ବିଶ୍ୱ ବାଣିଜ୍ୟକୁ ଜିଡିପିର 40 ପ୍ରତିଶତ ପର୍ଯ୍ୟନ୍ତ କରିବା ପାଇଁ ଏକ ବିସ୍ତୃତ ଯୋଜନା ଉପରେ କାର୍ଯ୍ୟ ଜାରି ରହିଛି । ବର୍ଷ 2025 ସୁଦ୍ଧା ଜିଡିପିକୁ ପାଂଚ ଟ୍ରିଲିୟନ ଡଲାର ପର୍ଯ୍ୟନ୍ତ ନେଇଯିବା ଲକ୍ଷ୍ୟରେ ଆମେ ଆଗକୁ ବଢ଼ୁଛୁ, ଯେଉଁଥିରେ ଏକ ଟ୍ରିଲିୟନ ଡଲାର ବିନିର୍ମାଣ ଏବଂ କୃଷିର ହେଉ, ଏହି ଦିଗରେ ଭରପୁର ପ୍ରୟାସ କରାଯାଉଛି ।

ଏହି ସରକାରଙ୍କର ପ୍ରଚେଷ୍ଟାର ସୁଯୋଗ ହେଉଛି କି ସହଜରେ ବ୍ୟବସାୟ ଅନୁକୂଳ ମାନ୍ୟତାରେ ଭାରତ ଚାରି ବର୍ଷରେ ବୟାଳିଶ ସ୍ଥାନରେ ସୁଧାର ହୋଇଛି । ଏହା ମଧ୍ୟ ନିଜ ମଧ୍ୟରେ ହେଉଛି ଏକ ରେକର୍ଡ । ଏବେ ତ, ରାଜ୍ୟ ଗୁଡିକରେ ମଧ୍ୟ ଏକ ପ୍ରତିଯୋଗିତା ଆରମ୍ଭ ହୋଇଛି ଯେ, କିଏ ନିଜ ମାନ୍ୟତାରେ ଦ୍ରୁତ ଗତିରେ ସୁଧାର ଆଣୁଛି । ସହଜରେ ବ୍ୟବସାୟ ଅନୁକୂଳ ପରିବେଶର ଏହି ପ୍ରତିଯୋଗିତା ଲୋକଙ୍କୁ ସହଜରେ ସହାବସ୍ଥାନକୁ ମଧ୍ୟ ପ୍ରୋତ୍ସାହନ ଦେଉଛି ।

ସଂସ୍କାରର ଆମର ଏହି ଯାତ୍ରା ହେଉଛି, ତାହା ଏବେ ଜିଲ୍ଲା ସ୍ତର ପର୍ଯ୍ୟନ୍ତ, ତହସିଲ ସ୍ତର ପର୍ଯ୍ୟନ୍ତ ପଂହଚାଇବାର ପ୍ରଚେଷ୍ଟା ହେଉଛି । ଆଜି ଜିଲ୍ଲା ସ୍ତରରେ ମଧ୍ୟ ସହଜରେ ବ୍ୟବସାୟ ଅନୁକୂଳ ପରିବେଶର ଉପରେ ଧ୍ୟାନ ଦିଆଯାଉଛି । ଏଥିପାଇଁ ଏକ ସଂମ୍ପୂର୍ଣ୍ଣ ଏକ୍ସେଲ ଯୋଜନା ଉପରେ କାର୍ଯ୍ୟ କରାଯାଉଛି । ସରକାରଙ୍କର ପ୍ରୟାସ ରହିଛି କି ଆଗାମୀ ଦିନରେ ଜିଲ୍ଲାସ୍ତରରେ ଜିଡିପି କିପରି 2 ରୁ 3 ପ୍ରତିଶତ ବୃଦ୍ଧି ହେବ, ତାହାର ପଦ୍ଧତି କିପରି ହେବ, ପଦକ୍ଷେପ କ’ଣ ହେବ, ଅଗ୍ରାଧିକାର କ’ଣ ହେବ । ସରକାର ଚିନ୍ତାଧାରା ରହିଛି କି ଯଦି ସଂସ୍କାରକୁ ସ୍ଥାୟୀ କରିବାର ଅଛି ତ ଭୁମିରୁ ହିଁ  ତାହାର ପ୍ରଭାବ ଦେଖାଯିବା ଦରକାର ।

 ସାଥୀଗଣ, ଆମ ଦେଶ ହେଉଛି ଯେତେ ବଡ଼, ଆମ ଦେଶରେ ଯେତେ ଯୁବକ ଅଛନ୍ତି, ସେତେ ଅଧିକ ଆମ ଦେଶରେ ବଡ଼ ସ୍ୱପ୍ନକୁ ପୂରଣ କରିବାର ଅଧିକାର ଅଛି । ସେହି ସ୍ୱପ୍ନକୁ ସ୍ୱରୂପ ଦେବାର ଅଧିକାର ଅଛି । ଏହାକୁ ସାକାର କରିବାରେ ସାହାଯ୍ୟ କରିବାର ଦାୟିତ୍ୱ ସରକାରଙ୍କ ସହିତ ଦେଶର ଉଦ୍ୟୋଗ ଜଗତର ମଧ୍ୟ ରହିଛି । ଆପଣ ସମସ୍ତଙ୍କର ମଧ୍ୟ ରହିଛି ।

ମୋର ବିଶ୍ୱାସ ଅଛି କି ଆମେ ସମସ୍ତେ ମିଳିମିଶି ନିଉ ଇଣ୍ଡିଆର ଯୁବ ଆକାଂକ୍ଷାକୁ ବଳ ଦେବାରେ ସଂମ୍ପୂର୍ଣ୍ଣ ଶକ୍ତିର ସହିତ କାର୍ଯ୍ୟ କରିବା । ଆଗାମୀ ବର୍ଷେ – ଦେଢ଼ ବର୍ଷ ମଧ୍ୟରେ ଆଇଆଇସିସିର ପ୍ରଥମ ପର୍ଯ୍ୟାୟ ଶେଷ କରିବାର ପ୍ରୟାସ ହେଉଛି । ଏହାର ନିର୍ମାଣ ସହିତ ଜଡିତ ଏବଂ ତାହା ସହିତ ଜଡିତ ଲୋକଙ୍କୁ ମୁଁ ବହୁତ ବହୁତ ଶୁଭ କାମନା ଜଣାଉଛି । ଆଉ ମୋତେ ଏବେ କୁହାଯାଇଛି କି ବର୍ତ୍ତମାନ ଏହି ପରିସରରେ ପାଖାପାଖି ଅଢ଼େଇ ହଜାର ଲୋକ ମଧ୍ୟ କାର୍ଯ୍ୟ କରୁଛନ୍ତି, ଅର୍ଥାତ ଶିଳାନ୍ୟାସ ବିଧି ପୂର୍ବରୁ କାର୍ଯ୍ୟର ସମ୍ପୂର୍ଣ୍ଣ ସ୍ୱରୂପ ଦେଇ କାର୍ଯ୍ୟକୁ ଆଗକୁ ନିଆ ଯାଉଛି ।

ମୋର ବିଶ୍ୱାସ ଅଛି କି ଯେଉଁ ସ୍ୱପ୍ନକୁ ନେଇ ଆମେ ଚାଲିଛେ ଆଉ ପରିବର୍ତ୍ତିତ ବିଶ୍ୱ ଅର୍ଥବ୍ୟବସ୍ଥାଯୁଗରେ ଭାରତ ମଧ୍ୟ ସମସ୍ତ ପ୍ରକାରରେ ନିଜକୁ ନିଜେ ନା କେବଳ ଯୋଗ୍ୟ ବରଂ ଏକ ନେତୃତ୍ୱ ନେବାର ଭୂମିକାରେ ନିଜେ ନିଜକୁ ପ୍ରସ୍ତୁତ କରିବାର ସାମର୍ଥ୍ୟ ନେଇ କରି ଆଗକୁ ବଢ଼ୁଛି । ଏହି ସ୍ୱପ୍ନକୁ ସାଙ୍ଗରେ ନେଇ ଆଗକୁ ବଢ଼ିବାର ଅଛି, ତେବେ ମୁଁ ପୁଣିଥରେ ଏହି ସମ୍ପୂର୍ଣ୍ଣ ଟିମକୁ ଏହି କାର୍ଯ୍ୟକୁ ଠିକ ସମୟରେ ଉତ୍ତମ ଭାବେ, ଉତ୍ତମ ନିର୍ମାଣ କାର୍ଯ୍ୟ ସହିତ, ଉତ୍ତମ ଗତି ଦେଇ ଚାଲନ୍ତୁ, ଏହା ହେଉଛି ମୋର ଶୁଭ କାମନା ।

ବହୁତ ବହୁତ ଧନ୍ୟବାଦ  ।

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
PLI, Make in India schemes attracting foreign investors to India: CII

Media Coverage

PLI, Make in India schemes attracting foreign investors to India: CII
NM on the go

Nm on the go

Always be the first to hear from the PM. Get the App Now!
...
PM Modi visits the Indian Arrival Monument
November 21, 2024

Prime Minister visited the Indian Arrival monument at Monument Gardens in Georgetown today. He was accompanied by PM of Guyana Brig (Retd) Mark Phillips. An ensemble of Tassa Drums welcomed Prime Minister as he paid floral tribute at the Arrival Monument. Paying homage at the monument, Prime Minister recalled the struggle and sacrifices of Indian diaspora and their pivotal contribution to preserving and promoting Indian culture and tradition in Guyana. He planted a Bel Patra sapling at the monument.

The monument is a replica of the first ship which arrived in Guyana in 1838 bringing indentured migrants from India. It was gifted by India to the people of Guyana in 1991.