QuotePM Modi launches the MSME ‘Support and Outreach Programme’ in Delhi
QuotePM Modi also announced twelve major decisions to accelerate growth in the MSMEs of India.
QuoteThese 12 decisions are ‘Diwali Gifts’ from the government to the MSMEs of India: PM Modi
QuotePM unveils 12 key initiatives
Quote59 minute loan portal to enable easy access to credit for MSMEs
QuoteMandatory 25 percent procurement from MSMEs by CPSEs
QuoteOrdinance for simplifying procedures for minor offences under Companies Act

ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ଅରୁଣ ଜେଟଲୀ ମହାଶୟ, ଗିରିରାଜ ସିଂହ ମହାଶୟ, ଶିବ ପ୍ରସାଦ ଶୁକ୍ଳ ମହାଶୟ, ପୋଣ ରାଧାକୃଷ୍ଣନ ମହାଶୟ, ଅନ୍ୟାନ୍ୟ ସହଯୋଗୀଗଣ, ବ୍ୟାଙ୍କିଙ୍ଗ କ୍ଷେତ୍ରରୁ, ଆର୍ଥିକ ସଂସ୍ଥାନମାନଙ୍କରୁ, ବ୍ୟବସାୟ ଏବଂ କାରବାର ଜଗତର ଆପଣମାନେ ସମସ୍ତ ମହାନୁଭବଗଣ, ଏଠାରେ ଉପସ୍ଥିତ ସମସ୍ତ ମହାନୁଭବଗଣ ଏବଂ ସମଗ୍ର ଦେଶରୁ ମୋ ସହିତ ଜଡ଼ିତ ଲଘୁ ଉଦ୍ୟମୀଗଣ, ଭଦ୍ରବ୍ୟକ୍ତି ଓ ଭଦ୍ର ମହିଳାଗଣ!

ଦେଶର ଲଘୁ ଉଦ୍ୟମୀଗଣଙ୍କୁ ସମର୍ପିତ ଏହି ଆୟୋଜନରେ, ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଏବଂ ଦେଶର ଅନ୍ୟାନ୍ୟ କ୍ଷେତ୍ର ସହିତ ଜଡ଼ିତ ଉଦ୍ୟମୀ ବନ୍ଧୁମାନଙ୍କୁ ମୁଁ ହୃଦୟର ଗମୀରତମ ପ୍ରଦେଶରୁ ସ୍ୱାଗତ କରୁଛି, ଅଭିନନ୍ଦନ ଜଣାଉଛି ।

ସର୍ବପ୍ରଥମେ ଆପଣମାନଙ୍କୁ ସମସ୍ତଙ୍କୁ ଦିପାବଳୀ ଏବଂ ନୂତନ ସମ୍ବତ, ନୂତନ ବର୍ଷର ଅଗ୍ରୀମ ଶୁଭକାମନା । ଆମେ ସମସ୍ତେ ଜାଣୁ ଯେ, ଦୀପାବଳି ଏବଂ ନୂଆବର୍ଷର ମହତ୍ୱ ଆମର ଏଠି କେତେ ଅଧିକ । ଏବେ ତ ସମଗ୍ର ଦୁନିଆରେ ମଧ୍ୟ ଏହି କଥା ଖେଳାଇ ହୋଇ ଗଲାଣି । ବିଶେଷ କରି ଆମର ବ୍ୟବସାୟୀ ଭାଇ ଭଉଣୀମାନଙ୍କ ପାଇଁ, ଯେଉଁମାନେ ଏହି ଦିନ ନୂଆ ଖାତା, ଏହି ଆଶା ରଖି ଖୋଲି ଥାଆନ୍ତି କି ଦୀପାବଳିର ଶୁଭାରମ୍ଭ ଭଲ ହେବ ତ ପୂରା ବର୍ଷ ଭଲରେ ବିତିବ ।

ଏହା ବ୍ୟତୀତ, ଏ ସମୟ ମଧ୍ୟ ଏଥିପାଇଁ ମହତ୍ୱପୂର୍ଣ୍ଣ ହୋଇଥାଏ କାରଣ ଏହି ସମୟ ମଧ୍ୟରେ କୃଷି ଏବଂ କୃଷି ଉତ୍ପାଦନ, ଆମର କୃଷକ ମାନଙ୍କ ଦ୍ୱାରା ଉତ୍ପାଦନ କରାଯାଇଥିବା ଶସ୍ୟ, ବଜାରର ଅଂଶ ହୋଇଥାଏ, ଦେଶର ଅଭିବୃଦ୍ଧିକୁ ମଧ୍ୟ ସ୍ଥିର କରିଥାଏ ।

ତେଣୁ ଦିପାବଳୀର ଏହି ସମୟ ଦେଶ ପାଇଁ ସେତିକି ହିଁ ମହତ୍ୱପୂର୍ଣ୍ଣ ହୋଇଥାଏ, ଯେପରି ବଜେଟ ସମୟ ହୋଇଥାଏ । ଏହି ସମୟ ମଧ୍ୟରେ ନିଆ ଯାଇଥିବା ନିଷ୍ପତ୍ତି, ଆମର ଭବିଷ୍ୟତ ଉପରେ ବହୁତ ବଡ଼ ପ୍ରଭାବ ପକାଇଥାଏ ।

ଆଜିର ଏହି ବିଶେଷ ଆୟୋଜନରେ ମୁଁ ଆପଣଙ୍କ ସମ୍ମୁଖରେ ଲଘୁ ଉଦ୍ୟୋଗ କ୍ଷେତ୍ର ପାଇଁ ସରକାରଙ୍କ ଦ୍ୱାରା ନିଆ ଯାଇଥିବା 12ଟି ବଡ଼ ନିଷ୍ପତ୍ତି ଉପରେ ବିସ୍ତାର ଭାବେ କଥାବାର୍ତ୍ତା କରିବାକୁ ଚାହୁଁଛି । ବିଗତ କିଛି ବର୍ଷ ମଧ୍ୟରେ ଭାରତ ସରକାରଙ୍କର ବହୁତ ଗୁଡ଼ିଏ ମନ୍ତ୍ରଣାଳୟ ମିଶି ଏହି ସବୁ ନିଷ୍ପତ୍ତି ଉପରେ ପହଂଚିବାରେ ଲାଗି ପଡ଼ିଥିଲେ । କିଛି ନିଷ୍ପତ୍ତିଗୁଡ଼ିକୁ ବିଗତ ଦିନ ମାନଙ୍କରେ, ଛୋଟ ଛୋଟ ସ୍ତରରେ ଲାଗୁ କରି ଏକ ପରୀକ୍ଷାମୂଳକ ଭାବେ ଦେଖିଲୁ । ସମସ୍ତ ସମୀକ୍ଷା, ସମସ୍ତ ଅନୁଧ୍ୟାନ ପରେ ଏବେ ଆଜି ସେହି ଅବସର ଆସିଛି, ଯେତେବେଳେ ଦେଶକୁ ଏହି 12ଟି ଐତିହାସିକ ନିଷ୍ପତ୍ତି ବିଷୟରେ ମୁଁ ଜଣାଇବାକୁ ଚାହୁଁଛି ।

ସାଥୀଗଣ, ଏହି 12ଟି ଐତିହାସିକ ନିଷ୍ପତ୍ତି ହେଉଛି ଏହି କଥାର ମଧ୍ୟ ପ୍ରମାଣ ଯେ ଯେତେବେଳେ ନିସ୍କ୍ରିୟତା ବା ସ୍ଥିରତାକୁ ଭାଙ୍ଗି, ମିଳିତ ଉଦ୍ୟମ କରାଯାଇଥାଏ, ମିଳିତ ଦାୟିତ୍ୱ ପ୍ରତିପାଦିତ କରାଯାଇଥାଏ, ମିଳିତ ନିଷ୍ପତ୍ତି ନିଆ ଯାଇଥାଏ, ତ କେତେ ବ୍ୟାପକ ସ୍ତରରେ ତାହାର ପ୍ରଭାବ ପଡ଼ିଥାଏ ।

ସ୍ଥିରତା ମଧ୍ୟରେ ତ’ ଆପଣମାନଙ୍କର ସମସ୍ତ ସ୍ୱପ୍ନ ଫାଇଲ ମାନଙ୍କରେ ହିଁ ଦବି ପଡ଼ି ରହି ଯାଇଥାଏ । କିନ୍ତୁ ଯେତେବେଳେ ସ୍ଥିରତା ଭାଙ୍ଗିଥାଏ, ତ ଫାଇଲ ମାନଙ୍କୁ ମଧ୍ୟ ଗତି ମିଳି ଯାଇଥାଏ, ଅଫିସରମାନେ ନିଜେ ଫାଇଲକୁ ନେଇ, ଆଗକୁ ବଢ଼ି ନିଷ୍ପତ୍ତିକୁ ସୁନିଶ୍ଚିତ କରାଇବାରେ ଲାଗି ପଡ଼ି ଥାଆନ୍ତି ।

ଏହି 12ଟି ନିଷ୍ପତ୍ତି, ଦେଶର ଏମ୍ଏସ୍ଏମ୍ଇ ଅର୍ଥାତ ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗଙ୍କ ପାଇଁ ହେଉଛି ଦିପାବଳୀର ଏକ ବହୁତ ବଡ଼ ଉପହାର ତ, ତା’ସହିତ ଦେଶରେ ଛୋଟ ଛୋଟ ଉଦ୍ୟୋଗ ମାନଙ୍କ ପାଇଁ ଏକ ନୂତନ ଯୁଗ, ଏକ ନୂତନ ଅଧ୍ୟାୟର ମଧ୍ୟ ଶୁଭାରମ୍ଭ ହେବାକୁ ଯାଉଛି ।

ଭାଇ ଓ ଭଉଣୀମାନେ, ଭବିଷ୍ୟତର ନୂତନ ଶୁଭାରମ୍ଭ ପୂର୍ବରୁ, ମୁଁ ଆପଣ ମାନଙ୍କୁ ଅତୀତ ଏବଂ ବର୍ତମାନ ବିଷୟରେ ମଧ୍ୟ ଚର୍ଚ୍ଚା କରିବାକୁ ଚାହିଁବି । ଏହା ମଧ୍ୟ ଏଥିପାଇଁ ଜରୁରୀ କାରଣ ଯେଉଁ ଅତୀତ ଆମକୁ ଗୌରବର ଅନୁଭବ କରାଏ, ଯେଉଁ ବର୍ତମାନ ଆମର ମନୋବଳ ସୁଦୃଢ଼ କରାଏ, ତାହାର ଚର୍ଚ୍ଚା ନିଶ୍ଚିତ ଭାବେ କରିବା ଆବଶ୍ୟକ ।

ସାଥୀଗଣ, ଏହା ଆମେ ଭଲ ଭାବେ ଜାଣୁ କି ଏମ୍ଏସ୍ଏମ୍ଇ କିମ୍ବା ଛୋଟ ଛୋଟ ଉଦ୍ୟୋଗ ହେଉଛି ଆମ ଦେଶରେ କୋଟି କୋଟି ଦେଶବାସୀଙ୍କର ରୋଜଗାରର ସାଧନ, ଅର୍ଥ ବ୍ୟବସ୍ଥାରେ ଏକ ବହୁତ ବଡ଼ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଆନ୍ତି । ଏହି ଏମ୍ଏସ୍ଏମ୍ଇ ହେଉଛି କୃଷି ପରେ ରୋଜଗାର ଦେଉଥିବା ଦ୍ୱିତୀୟ ସର୍ବବୃହତ କ୍ଷେତ୍ର । ଚାଷବାସ ଯଦି ହେଉଛି ଭାରତର ଅର୍ଥବ୍ୟବସ୍ଥାର ମେରୁଦଣ୍ଡ, ତ ଏମ୍ଏସ୍ଏମ୍ଇ ହେଉଛି ତାହାର ସୁଦୃଢ଼ ପାଦ, ଯାହାକି ଦେଶର ପ୍ରଗତିକୁ ଗତି ଦେବାର କାର୍ଯ୍ୟ କରିଥାଏ ।

|

ବୁଣା-ବୁଣି ଠାରୁ ନେଇ ଔଷଧ ପର୍ଯ୍ୟନ୍ତ, ଜମବାଡିରୁ ନେଇ ଖେଳକୁଦ ପର୍ଯ୍ୟନ୍ତ, ବସ୍ତ୍ରରୁ ନେଇ ଶସ୍ତ୍ର ପର୍ଯ୍ୟନ୍ତ, ଊଲ ରୁ ନେଇ ଉର୍ଜ୍ଜା ପର୍ଯ୍ୟନ୍ତ, ଏଭଳି ଅନେକ କ୍ଷେତ୍ର ମାନଙ୍କରେ ଲଘୁ ଉଦ୍ୟୋଗ ସଦା ସର୍ବଦା ନିଜର ପ୍ରମୁଖ ଯୋଗଦାନ ଦେଇ ଆସୁଛି ।

  • କାଂଚିପୁରମର ଶାଢ଼ୀ ହେଉ କିମ୍ବା ପାନୀପଥର ହସ୍ତତନ୍ତ ସାମଗ୍ରୀ,
  • ଲୁଧିୟାନାର ବୁଣାବସ୍ତ୍ର ହେଉ କିମ୍ବା ମୁରାଦାବାଦର ପିତଳ,
  • ବନାରସର ଶାଢ଼ୀ ହେଉ କିମ୍ବା ଅଲିଗଡ଼ର ତାଲା,
  • ଜାମସେଦପୁର ଏବଂ ପୁଣେର ଅଟୋ ଉଦ୍ୟୋଗ ହେଉ, ଭରୁଚର କେମିକାଲ ଉଦ୍ୟୋଗ ହେଉ କିମ୍ବା କୋଏମ୍ବାଟୁରର ବିଜୁଳି ପମ୍ପ,
  • ଯୋଧପୁର, କିଷାନଗଡର ହସ୍ତଶିଳ୍ପ ଏବଂ ପଥର ଉଦ୍ୟୋଗ ହେଉ କିମ୍ବା କଟକର ତାରକସି ଗହଣା,
  • ମଧୁବଣୀର ଚିତ୍ରକଳା ହେଉ, କିମ୍ବା ମିରଟର କ୍ରୀଡ଼ା ସରଞ୍ଜାମ କାରଖାନା

ପୂର୍ବରୁ ନେଇ ପଶ୍ଚିମ ପର୍ଯ୍ୟନ୍ତ, ଉତ୍ତରରୁ ନେଇ ଦକ୍ଷିଣ ପର୍ଯ୍ୟନ୍ତ ଏହା ବିସ୍ତାର ହୋଇଛି ।

ଆମ ପାଇଁ ଏହା କେବଳ ଉଦ୍ୟୋଗ ନୁହେଁ, ବରଂ ଆମର ସଂସ୍କୃତି, ଆମର ପରମ୍ପରା, ଆମ ଜୀବନର ଏକ ପ୍ରମୁଖ ଅଂଶ ହୋଇ ରହିଛି । କେତେ ହିଁ ସହର ଗୁଡ଼ିକର ପରିଚୟ, ସେଠାରେ ଚାଲୁଥିବା ଲଘୁ ଉଦ୍ୟୋଗ ମାନଙ୍କ ଯୋଗୁଁ ହୋଇ ପାରିଛି ।

ଯଦି ମୁଁ କହିବି କି ଦେଶର ପ୍ରତ୍ୟେକ ଜିଲ୍ଲା ସହ ତାହାର ଏକ ସ୍ୱତନ୍ତ୍ର ପରିଚୟ ଯୋଡି ହୋଇ ରହିଛି, ତ ବୋଧହୁଏ ତାହା ଭୁଲ ହେବ ନାହିଁ । ଏହି ସମସ୍ତଙ୍କର ନେତୃତ୍ୱ ଲଘୁ ଉଦ୍ୟୋଗ ହିଁ ସମ୍ଭାଳୁଛି ।

ଏହି ପରମ୍ପରାକୁ ଏକାଠି କରି ଆମର ଲଘୁ ଉଦ୍ୟୋଗ ଗୁଡ଼ିକ ସମୟ ସହିତ ନିଜକୁ ସୁଦୃଢ଼ କରିଛନ୍ତି ଆଉ ଭାରତର ଅର୍ଥ ବ୍ୟବସ୍ଥାକୁ ମଧ୍ୟ ସୁଦୃଢ଼ କରିଛି ।

ସାଥୀଗଣ, ଆଜି ଭାରତ ବିଶ୍ୱ ଅର୍ଥନୀତିରେ ଏକ ଉଜ୍ଜ୍ୱଳ ସ୍ଥାନ ପାଲଟି ଚମକୁଛି । ସମଗ୍ର ବିଶ୍ୱର ଦୃଷ୍ଟି ଭାରତ ଉପରେ ଅଛି । ବିଶ୍ୱ କାରବାରର ଚର୍ଚ୍ଚାରେ ନୂତନ ଭାରତ କେନ୍ଦ୍ରବିନ୍ଦୁ ପାଲଟିଛି । ଏକ ଏଭଳି ନୂତନ ଭାରତ ଯେଉଁଥିରେ ସଂକଳ୍ପକୁ ସିଦ୍ଧ କରିବାର ଶକ୍ତି ଅଛି, ଯାହା ପାଖରେ ନିଜର 130 କୋଟି ନାଗରିକଙ୍କ ଆଶା ଆକାଂକ୍ଷା ଗୁଡ଼ିକୁ ପୂରଣ କରିବାର ସାମର୍ଥ୍ୟ ଅଛି ।

ଭାରତକୁ ଏହି ଶିଖରରେ ପହଂଚାଇବାର ଶ୍ରେୟ ଦେଶକୁ ନୂତନ ଉର୍ଜ୍ଜା ଦେବାର ଶ୍ରେୟ ହେଉଛି ଆମ ଏମ୍ଏସ୍ଏମ୍ଇ କ୍ଷେତ୍ରର, ଅର୍ଥାତ ଆପଣ ସମସ୍ତଙ୍କୁ ମଧ୍ୟ ଏହି ଶ୍ରେୟ ଯାଉଛି । ଏହା ହେଉଛି ଆପଣ ସମସ୍ତଙ୍କର ପରିଶ୍ରମ ଏବଂ ପୁରୁଷାର୍ଥ ଯେଉଁଥିପାଇଁ ଆଜି ଭାରତୀୟ ଅର୍ଥବ୍ୟବସ୍ଥାର ଶକ୍ତି କେନ୍ଦ୍ର ପାଲଟି ଯାଇଛି ।

ଭାରତରେ ବିଗତ ଚାରି – ସାଢ଼େ ଚାରି ବର୍ଷରେ ଯେଉଁ ପରିବର୍ତ୍ତନ ହୋଇଛି, ଆପଣ ସମସ୍ତେ ହେଉଛନ୍ତି ତାହାର ବଡ଼ ଭାଗୀଦାର । ଆପଣମାନେ ଔପଚାରିକତା  ଦିଗରେ ବଡ ପ୍ରୟାସ କରିଛନ୍ତି । ଡିଜିଟାଲ ଦେଣ ନେଣକୁ ଅଭ୍ୟାସରେ ପରିଣତ କରିଛନ୍ତି, ଇ-ବାଣିଜ୍ୟ ଭଳି ନୂତନ ବ୍ୟବସ୍ଥାଗୁଡିକ ସହିତ ତାଳମେଳ ରଖିଛନ୍ତି । ଜିଏସଟି ଭଳି ଦେଶର ଏତେ ବଡ଼ ଟିକସ ସଂସ୍କାରକୁ ଗ୍ରହଣ କରିଛନ୍ତି । ଆପଣମାନେ ବହୁତ ବୁଦ୍ଧିମତା ଏବଂ ବାହାଦୂରୀ ସହିତ ବିଶ୍ୱ ବଜାରର ମଧ୍ୟ ମୁକାବିଲା କରୁଛନ୍ତି ।

ଦେଶରେ ହୋଇଥିବା ଏହି ପରିବର୍ତ୍ତନ କାରଣରୁ ହିଁ ଆଜି ଭାରତ ଚତୁର୍ଥ ଶିଳ୍ପ ବିପ୍ଳବର ନେତୃତ୍ୱ କରିବା ଦିଗରେ ଅଗ୍ରସର ହେଉଛି । ଆମେ ଏକ ନୂତନ ଉଡ଼ାଣ ନେବାକୁ ଯାଉଛୁ, ନୂତନ ଯୁଗରେ ପ୍ରବେଶ କରିବାକୁ ଯାଉଛୁ । ଏସବୁ ଏଥିପାଇଁ ହୋଇପାରୁଛି କାରଣ ଆମ ଦେଶର ଏମ୍ଏସ୍ଏମ୍ଇ କ୍ଷେତ୍ର ଏହି ପରିବର୍ତ୍ତନ ସହିତ ନିଜକୁ ଯୋଡ଼ିଛନ୍ତି, ସେଗୁଡ଼ିକୁ ନିଜ ବ୍ୟବସ୍ଥାର ଅଂଶ କରିଛନ୍ତି ।

ସାଥୀଗଣ, ଆପଣ ମାନଙ୍କର ଏହି ସାହସକୁ ଆହୁରି ଅଧିକ ପ୍ରୋତ୍ସାହନ ଦେବା ପାଇଁ ସରକାର କାନ୍ଧରେ କାନ୍ଧ ମିଳାଇ ଆପଣଙ୍କ ସହିତ ଆଗକୁ ବଢ଼ୁଛନ୍ତି ।

ଦେଶରେ ହୋଇଥିବା ଅନେକ ସଂସ୍କାର ଏବଂ ନିଷ୍ପତ୍ତି ଯୋଗୁଁ ଆଜି ଭାରତରେ ବ୍ୟବସାୟ କରିବା ବହୁତ ସହଜ ହୋଇ ଯାଇଛି । ଏବେ ଦୁଇ ଦିନ ପୂର୍ବରୁ ଆସିଥିବା ବିଶ୍ୱ ବ୍ୟାଙ୍କର ବ୍ୟବସାୟ ସୁଗମତା ମାନ୍ୟତା ହେଉଛି ତାହାର ସାକ୍ଷୀ । ଯେଉଁଠି 4ବର୍ଷ ପୂର୍ବେ କେହି ବିଶ୍ୱାସ କରି ପାରୁ ନ ଥିଲେ, ତାହା ଆଜି ହିନ୍ଦୁସ୍ଥାନ କରି ଦେଖାଇଛି, ତାହା ଆମେ କରି ଦେଖାଇ ଦେଇଛୁ ।

ସାଥୀଗଣ, ଏହା ହେଉଛି ଆମ ସମସ୍ତଙ୍କ ପାଇଁ ଗୌରବର ବିଷୟ କି ଚଳିତ ଥର ଭାରତ ବ୍ୟବସାୟ ସୁଗମତା ମାନ୍ୟତାରେ 23 ତମ ସ୍ଥାନକୁ ଲମ୍ଫ ପ୍ରଦାନ କରି ନୂତନ ସ୍ଥାନର ଅଧିକାରୀ ହୋଇଛି । କେବଳ 4 ବର୍ଷ ପୂର୍ବେ, ଏହି ସରକାର ଗଠନ ହେବା ପୂର୍ବରୁ ଆମେ 142 ତମ ସ୍ଥାନରେ ଥିଲୁ । ଆଜି ମୁଁ ଆନନ୍ଦିତ ଯେ ଆମେ 65ଟି ସୋପାନ ଅତିକ୍ରମ କରି 77ତମ ସ୍ଥାନରେ ପହଂଚି ପାରିଛେ । ଆଉ ମୋର ବିଶ୍ୱାସ ରହିଛି କି ଯେଭଳି ଭାବରେ ରାଜ୍ୟ ସରକାର, କେନ୍ଦ୍ର ସରକାର ଆମର ସମସ୍ତ ବିଭାଗ ଗୋଟିଏ ପରେ ଗୋଟିଏ ପଦକ୍ଷେପ ଉଠାଇ ଚାଲିଛନ୍ତି । ଏବେ ଶ୍ରେଷ୍ଠ 50ରେ ପହଂଚିବା ପାଇଁ ଆମେ ବେଶୀ ଦୂରରେ ରହିଛେ, ଏଭଳି ଲାଗୁ ନାହିଁ ।

ବ୍ୟବସାୟ ସୁଗମତାରେ ସରଳତା ବଢ଼ିଛି, ସୁବିଧା ଗୁଡ଼ିକ ମିଳିଥାଏ, ତ ଏହାର ସବୁଠାରୁ ଅଧିକ ଲାଭ ଆମର ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ମିଳିଥାଏ । ନିର୍ମାଣ କରିବା ପାଇଁ ଅନୁମତି ହେଉ, ବିଜୁଳିର ଉପଲବ୍ଧତା ହେଉ, ଅବା ପୁଣି ଅନ୍ୟାନ୍ୟ ମଞ୍ଜୁରି ହେଉ, ଆମର ଲଘୁ ଉଦ୍ୟୋଗ ପାଇଁ ସବୁବେଳେ ବଡ଼ ଆହ୍ୱାନ ହୋଇ ରହିଛି । ସଂପୂର୍ଣ୍ଣ ଭାବେ ତୃଣମୂଳ ସ୍ତରକୁ ଯାଇ, ନିୟମରେ ସୁଧାର ଆଣି ଏମ୍ଏସ୍ଏମ୍ଇ ପାଇଁ ଏବେ ଉଦ୍ୟୋଗ ପଥକୁ ଆହୁରି ଅଧିକ ସହଜ କରିବାର କାମ ଆମେ କରିଛୁ ।

ଏହା ବ୍ୟତୀତ, ବିଗତ ଚାରି – ସାଢ଼େ ଚାରି ବର୍ଷରେ ଏହି କ୍ଷେତ୍ରକୁ ବିଶେଷ ଧ୍ୟାନରେ ରଖି ନୀତି ନିର୍ଣ୍ଣୟ ନେବାରେ ଯେଉଁ ବ୍ୟାପକ ଅଦଳ ବଦଳ ହୋଇଛି, ତାହା ମଧ୍ୟ ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ଏକ ନୂତନ ଦୃଢ଼ତା ଦେଇଛି ।

|

ସାଥୀଗଣ,

ଲଘୁ ଉଦ୍ୟୋଗ ଆହୁରି ସୁଦୃଢ଼ ହେଉ, ଏଥିପାଇଁ କିଛି କଥାର ବହୁତ ଆବଶ୍ୟକତା ଅଛି । ମୁଁ ଏହାକୁ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ବାଂଟୁଛି ।

କ- ଆପଣ ମାନଙ୍କୁ ସହଜରେ ଅର୍ଥ ମିଳୁ, ଋଣ ମିଳୁ, ଶସ୍ତା ଦରରେ ଋଣ ମିଳୁ ଆଉ ଅର୍ଥ ଆଗମନ ଚାଲୁ ରହୁ

ଖ- ଆପଣ ମାନଙ୍କୁ ବଜାର ମିଳୁ, ଇ-ବାଣିଜ୍ୟ ଭଳି ମଂଚରେ ଆପଣ ମାନଙ୍କର ଅଂଶଗ୍ରହଣ ବଢ଼ୁ

ଗ- ବୈଷୟିକ ଜ୍ଞାନର ଆଧୁନିକୀକରଣ ହେଉ

ଘ- ବ୍ୟବସାୟ ସୁଗମତା, ସରକାରୀ ହସ୍ତକ୍ଷେପ କମ୍ ହେଉ ଏବଂ

ଙ- କର୍ମଚାରୀ ମାନଙ୍କ ମଧ୍ୟରେ ସୁରକ୍ଷାର ଭାବନା ।

ମୁଁ ଗୋଟିଏ ଗୋଟିଏ କରି ଏ ସବୁ ବିଷୟରେ ଆପଣମାନଙ୍କ ସହିତ ବିସ୍ତୃତ ଭାବେ କଥା ହେବି ।

ସର୍ବ ପ୍ରଥମ ପର୍ଯ୍ୟାୟ ‘କ’ କୁ ଆସିବା ଅର୍ଥାତ ଆପଣଙ୍କୁ ସହଜରେ ଅର୍ଥ ମିଳୁ, ଋଣ ମିଳୁ । ବ୍ୟାଙ୍କରେ ଘୁରି ବୁଲିବା ବିନା ମିଳୁ, ଶସ୍ତା ଦରରେ ମିଳୁ, ଆଉ ଆପଣମାନଙ୍କର ନଗଦ ଯୋଗାଣ/ଉପଲବ୍ଧି ଜାରି ରହୁ ।

ଯେକୌଣସି ପ୍ରକାରର ବ୍ୟବସାୟ ପାଇଁ ଏହା ହେଉଛି ଆପଣ ମାନଙ୍କର ପ୍ରଥମ ଆବଶ୍ୟକତା । ମୁଁ ମାନୁଛି କି ବହୁତ ଲୋକ ନିଜର ନିଜସ୍ୱ ପୁଞ୍ଜି ଲଗାଇ କାର୍ଯ୍ୟ ଆରମ୍ଭ କରି ଥାଆନ୍ତି, କିନ୍ତୁ ବ୍ୟବସାୟକୁ ସମ୍ପ୍ରସାରଣ କରିବା ପାଇଁ ଆପଣ ମାନଙ୍କୁ ଋଣ ନେବାକୁ ପଡ଼ିଥାଏ । ଆମର ବ୍ୟାଙ୍କ ଗୁଡ଼ିକ ଆପଣ ମାନଙ୍କର ଏହି ଆବଶ୍ୟକତାକୁ ପୂରଣ କରି ଥାଆନ୍ତି ।

କିନ୍ତୁ ଏହାର ମୌଳିକ ସତ୍ୟତା କ’ଣ ରହିଛି? ଛୋଟ ଉଦ୍ୟମୀ ଯେଉଁ ମାନଙ୍କର ବାର୍ଷିକ କାରବାର 20 ଲକ୍ଷରୁ ପାଂଚ କୋଟି ଟଙ୍କା ମଧ୍ୟରେ ରହିଥାଏ, ସେମାନଙ୍କୁ ଋଣ ନେବାରେ ସମସ୍ୟା ହୋଇଥାଏ । ବେଲେନ୍ସ ସିଟ୍/ବ୍ୟବସାୟ ହିସାବ-ନିକାସ ଆକାର ଛୋଟ ହୋଇଥିବା କାରଣରୁ ପ୍ରାୟତଃ ସେମାନଙ୍କୁ ଋଣ ମିଳିବାରେ ବିଳମ୍ବ ମଧ୍ୟ ହୋଇଥାଏ । ଆଉ ପର୍ଯ୍ୟାପ୍ତ ମାତ୍ରାରେ ଋଣ ମଧ୍ୟ ମିଳି ପାରେ ନାହିଁ ।

ଉପରକୁ ଦେଖା ଯାଉଥିବା ଯେଉଁ ବଡ଼ କମ୍ପାନୀ ଗୁଡ଼ିକୁ, ବଡ଼ ଉଦ୍ୟୋଗକୁ ଜିନିଷ ଯୋଗାଇ ଦିଆ ଯାଇଥାଏ, ସେଠାରୁ ମଧ୍ୟ ବିଲ ମଞ୍ଜୁରି କରିବା, ପଇଠ କରିବାରେ ବିଳମ୍ବ ସେମାନଙ୍କ ପାଇଁ ଆହୁରି ଅଧିକ ସଙ୍କଟକୁ ଜଟିଳ କରି ଦେଇଥାଏ । ଏହାର ସିଧା ସଳଖ ପ୍ରଭାବ ଆପଣମାନଙ୍କର କ୍ୟାସ ଶୃଙ୍ଖଳ ଉପରେ ପଡ଼ିଥାଏ, ଆଉ ଗୋଟିଏ ପ୍ରକାରରେ ସମଗ୍ର ବ୍ୟବସାୟ ମଧ୍ୟ ସଙ୍କଟକୁ ଆସି ଯାଇଥାଏ ।

ଆପଣମାନଙ୍କର ଏହି ସମସ୍ୟାକୁ ଦୂର କରିବା ପାଇଁ ମୁଁ ଆଜି ପ୍ରଥମ ଘୋଷଣା କରିବାକୁ ଯାଉଛି ଆଉ ତାହା ହେଉଛି – 59 ମିନିଟ ଲୋନ୍ ପୋର୍ଟାଲର ଦେଶବ୍ୟାପୀ ଶୁଭାରମ୍ଭ । ଅର୍ଥାତ ଆପଣ ଯେତେ ବିଳମ୍ବରେ ସକାଳୁ ଘରୁ ବାହାରି ଅଫିସରେ ପହଂଚୁଛନ୍ତି, ଅଥବା ସନ୍ଧ୍ୟାବେଳେ ଯେତେ ସମୟ ନିଜର ବହିଖାତାର ହିସାବ କିତାବ କରିବାରେ ଲଗାଉଛନ୍ତି, ସେତିକି ସମୟ ମଧ୍ୟରେ ଆପଣ ମାନଙ୍କୁ 1 କୋଟି ଟଙ୍କା ପର୍ଯ୍ୟନ୍ତ ଋଣର ବିଧିବଦ୍ଧ ମଞ୍ଜୁରି ମିଳିଯିବ ।

ସାଥୀଗଣ, କିଛି ସମୟ ପୂର୍ବେ ଜେଟଲୀ ମହାଶୟଙ୍କ ନିର୍ଦ୍ଦେଶରେ ଏକ ପ୍ରଚାର ଆରମ୍ଭ କରାଯାଇଛି । ସେହି ସମୟରେ ମୁଁ ଅଧିକାରୀମାନଙ୍କୁ କହିଲି କି ପରୀକ୍ଷାମୂଳକ ଭାବେ ଏହାକୁ ତ ଆରମ୍ଭ କରୁଛନ୍ତି, କିନ୍ତୁ ଯେଉଁ ଲକ୍ଷ୍ୟ ମୁଁ ଆପଣମାନଙ୍କୁ ଦେବି, ସେ ପର୍ଯ୍ୟନ୍ତ ପହଂଚି ପାରିବେ?

ଭାଇ ଓ ଭଉଣୀମାନେ, ଆମ ସ୍ୱାଧୀନତାକୁ ଚଳିତ ବର୍ଷ 72 ବର୍ଷ ହୋଇଛି । ମୁଁ ସେମାନଙ୍କୁ କହିଥିଲି କି କ’ଣ ଯେଉଁ ଦିନ ଏହି ପୋର୍ଟାଲକୁ ସମଗ୍ର ଦେଶରେ ଲାଗୁ କରାଯିବ, ସେତେବେଳେ କ’ଣ ଆପଣମାନେ 72 ହଜାର ଛୋଟ ଉଦ୍ୟମୀମାନଙ୍କୁ ଋଣ ମଞ୍ଜୁର କରି ପାରିବେ ।

ସାଥୀଗଣଏହି ସମୟ, ଯେତେବେଳେ ମୁଁ ଆପଣ ମାନଙ୍କ ସହିତ କଥାବାର୍ତ୍ତା କରୁଛି, ସେହି ସମୟରୁ ଏ ଯେଉଁ କାଉଣ୍ଟର ଦେଖାଯାଉଛି, ଯାହା ଘଂଟା ଭଳି ଦେଖା ଯାଉଛି, ତାହା ସୂଚାଉଛି କି ଏ ପର୍ଯ୍ୟନ୍ତ କେତେ ଏମ୍ଏସ୍ଏମ୍ଇ ଉଦ୍ୟମୀମାନଙ୍କୁ ଏହି ପୋର୍ଟାଲ ମାଧ୍ୟମରେ ଋଣ ମଞ୍ଜୁରି କରାଯାଇଛି କିମ୍ବା ସେମାନଙ୍କର ନବୀକରଣ ହୋଇଛି । ଆପଣ ମାନେ କ୍ରମାଗତ ଭାବେ ଦେଖି ପାରିବେ କି କିଭଳି ଏ ସଂଖ୍ୟାରେ ପରିବର୍ତ୍ତନ ହୋଇଛି ।

ଏଠାରେ କେଉଁଠି ଦୂରରେ, ଦେଶର କୌଣସି କୋଣରେ ବସି ଆପଣଙ୍କର ଭାଇ ବା ଭଉଣୀଙ୍କୁ ମାତ୍ର 59 ମିନିଟରେ ଏକ କୋଟି ଟଙ୍କାର ଋଣ ଏହି ସମୟରେ ମଧ୍ୟ ଦିଆ ଯାଉଛି । ଚିନ୍ତା କରନ୍ତୁ, କେବଳ 59 ମିନିଟ । କେବଳ 59 ମିନିଟ । ଆଉ ମୁଁ ଜାଣିଶୁଣି ଏକ ଘଂଟା ରଖି ନାହିଁ ବରଂ ଏକ କୁ ଯାଇ କରି ଦୁଇ ଦୁଇ  କିମ୍ବା ତିନି ହେବାକୁ ଡେରି ଲାଗି ନ ଥାଏ ଆଉ ଏଥିପାଇଁ ଏହା ଉପରେ 59 ମିନିଟର କ୍ୟାପ୍ ଲଗାଯାଇଛି ।

ଭାଇ ଓ ଭଉଣୀମାନେ, ଏହି କାର୍ଯ୍ୟ ପୂର୍ବ ସରକାରରେ ମଧ୍ୟ ହୋଇ ପାରି ଥାଆନ୍ତା କିନ୍ତୁ ଏଭଳି କାର୍ଯ୍ୟ ପାଇଁ ମନୋଭାବ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ସଚ୍ଚୋଟତାର ପ୍ରତିଷ୍ଠା ଆବଶ୍ୟକ । ସର୍ବନିମ୍ନ ସରକାର – ସର୍ବାଧିକ ପ୍ରଶାସନକୁ ମୂଳମନ୍ତ୍ର କରି ଚାଲୁଥିବା ଆମ ସରାକାର ଏହି ପଦକ୍ଷେପରେ ଆପଣ ମାନଙ୍କୁ ନିୟମର ଜାଲରୁ ମୁକ୍ତି ଦେବାର କାର୍ଯ୍ୟ କରୁଛନ୍ତି ।

ମୋର ମନେ ଅଛି, ଯେତେବେଳେ ମୁଁ ଅଫିସରମାନଙ୍କ ସହିତ ଏହି ପୋର୍ଟାଲ ବିଷୟରେ କହୁଥିଲି, ତ ମୁଁ କହିଲି କି ଉଦ୍ୟମୀ ମାନଙ୍କର କାରବାରର ସୂଚନା ଆପଣ ମାନଙ୍କର ଜିଏସଟି ଦାଖଲରେ ଅଛି । ଆୟର ସୂଚନା ମଧ୍ୟ ଟିକସ ଦାଖଲରେ ଅଛି, ନଗଦ ଉପଲବ୍ଧି ମଧ୍ୟ ବ୍ୟାଙ୍କ ଖାତାରେ ଅଛି, ତ ପୁଣି ଏହି ସବୁକୁ ମିଶାଇ ବିଶ୍ଳେଷଣ ଦ୍ୱାରା ହିଁ ବ୍ୟାଙ୍କ ଆପଣମାନଙ୍କୁ କାହିଁକି ଋଣ ଦେଇ ପାରିବେ ନାହିଁ?

ମୁଁ ଏହା ମଧ୍ୟ କହିଥିଲି କି ଏହି ସୁବିଧାର ଅଧିକରୁ ଅଧିକ ପ୍ରସାର ହେଉ ଆଉ ସେହି ପ୍ରତ୍ୟେକ ସ୍ଥାନ ସହିତ ସଂଯୋଗ ରହୁ, ଯେଉଁଠାକୁ ଆମର ଲଘୁ ଉଦ୍ୟୋଗ ସହିତ ଜଡ଼ିତ କାରବାର କରୁଥିବା ଲୋକ ଯାଉଛନ୍ତି । ଯେପରି ଜିଏସଟି ପୋର୍ଟାଲ ।

ଏହି ପୋର୍ଟାଲ ସହିତ ଯୋଡ଼ି ହେଉଥିବା ସଚ୍ଚୋଟ କରଦାତା, ସଚ୍ଚୋଟ ଉଦ୍ୟମୀଙ୍କୁ ଶେଷରେ ଋଣ ମିଳିବାରେ ଅସୁବିଧା କାହିଁକି ହେବ? ଏଥି ପାଇଁ ଯେତେବେଳେ ଆପଣ ଜିଏସଟି ପୋର୍ଟାଲରେ ଆପଣଙ୍କର ରିଟର୍ଣ୍ଣ ଦାଖଲ କରିବେ, ସେହି ସମୟରେ ମଧ୍ୟ ଆପଣ ମାନଙ୍କୁ ଏହି ସୁବିଧା ମିଳିବ । ଯେତେବେଳେ ହିଁ ଆପଣ ପୋର୍ଟାଲକୁ ଯିବେ, ସେତେବେଳେ ଆପଣଙ୍କୁ ପଚରାଯିବ କି କ’ଣ ଆପଣଙ୍କୁ ଋଣ ଦରକାର? ଯଦି ଆପଣ ହଁ ଭରିବେ ତ ସେହିଠାରେ ହିଁ 59 ମିନିଟ ଋଣ ପୋର୍ଟାଲର ସୁବିଧା ଆପଣ ମାନଙ୍କୁ ମିଳିଯିବ ।

ସାଥୀଗଣଆମର ଏହା ହେଉଛି ପ୍ରୟାସ କି ଜିଏସଟି ସହିତ ଜଡ଼ିତ ପ୍ରତ୍ୟେକ ଉଦ୍ୟମୀ, ପ୍ରତ୍ୟେକ ଏମ୍ଏସ୍ଏମ୍ଇଙ୍କ ଦ୍ୱାର ପାଖରେ ସରକାର ପହଂଚନ୍ତୁ ।

ମୁଁ ଆଜି ଖୁସି ଯେ ଏହି ସମସ୍ତ କଥାକୁ ଧ୍ୟାନରେ ରଖି, ଏବେ ଆପଣ ମାନଙ୍କ ପାଇଁ ଏହି 59 ମିନିଟରେ ଋଣ ମଞ୍ଜୁରିର ସୁବିଧା ଆପଣ ମାନଙ୍କୁ ମୁଁ ସମର୍ପିତ କରୁଛି ଆଉ ଏହାର ଲାଭ ଆଜି ଦେଶର ପ୍ରତ୍ୟେକ କ୍ଷେତ୍ରର ଲଘୁ ଉଦ୍ୟମୀଙ୍କୁ ମିଳିବା ଆରମ୍ଭ ହୋଇ ଯାଇଛି ।

ଏହା ହେଉଛି ନୂତନ ଭାରତ, ଏଥିରେ ବାରମ୍ବାର ବ୍ୟାଙ୍କକୁ ଯାଇ ବୁଲିବାର ବ୍ୟବସ୍ଥାକୁ ଶେଷ କରନ୍ତୁ ଆଜ୍ଞା ।

ସାଥୀଗଣ,

ଏବେ ମୁଁ ଆସୁଛି, ଆଜିର ଦ୍ୱିତୀୟ ଘୋଷଣା ଆଡକୁ ।

ଆପଣମାନଙ୍କୁ 59 ମିନିଟରେ ଋଣର ବିଧିବଦ୍ଧ ମଞ୍ଜୁରି ମିଳିଗଲା, କିନ୍ତୁ ଏହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ କି ଋଣ କେଉଁ ସୁଧ ହାରରେ ମିଳୁଛି ।

ଏବେ ଯାହା କହିବାକୁ ଯାଉଛି, ତାହାକୁ ଧ୍ୟାନର ସହିତ ଶୁଣିବେ, ମନ ଲଗାଇ ଶୁଣିବେ ।

ଭାଇ ଓ ଭଉଣୀମାନେ, ଏବେ ଏହା ସ୍ଥିର କରାଯାଇଛି କ ଜିଏସଟିରେ ପଞ୍ଜିକୃତ ପ୍ରତ୍ୟେକ ଏମ୍ଏସ୍ଏମ୍ଇକୁ ଏକ କୋଟି ପର୍ଯ୍ୟନ୍ତ ଏକ ନୂଆ ଋଣ ଅଥବା ପ୍ରୋତ୍ସାହନ ଋଣ ରାଶି ଉପରେ 2 ପ୍ରତିଶତର ଛାଡ ଦିଆଯିବ ।

ମୁଁ ଏବେ ଆପଣମାନଙ୍କ ସହିତ ଯେଉଁ ସଚ୍ଚେଟତାର ପ୍ରତିଷ୍ଠାର କଥା କହୁଥିଲି । ଏହା ତାହାର ସମ୍ପ୍ରସାରଣ । ଏବେ ଜିଏସଟି ସହିତ ଯୋଡି ହେବା ଆଉ ଟିକସ ଭରିବା ଆପଣଙ୍କ ଶକ୍ତି ପାଲଟିବ, ଆପଣମାନଙ୍କୁ ସୁଧରେ 2 ପ୍ରତିଶତ ଛାଡ ଦେବ ।

ଏତିକି ହିଁ ନୁହେଁ ରପ୍ତାନୀକାରୀଙ୍କ ପାଇଁ ମଧ୍ୟ ଦିପାବଳୀ ଉପହାର ଅଛି । ରପ୍ତାନୀକାରୀଙ୍କ ପାଇଁ ପ୍ରେରଣ-ପୂର୍ବବର୍ତ୍ତୀ ଏବଂ ପ୍ରେରଣ-ପରବର୍ତ୍ତୀ(Pre-Shipment and Post-Shipment) ଅବଧିରେ ଯେଉଁ ଋଣ ମିଳିଥାଏ, ତାହାର ସୁଧ ଦରରେ ଛାଡକୁ ମଧ୍ୟ ସରକାର 3 ପ୍ରତିଶତରୁ ବୃଦ୍ଧି କରି 5 ପ୍ରତିଶତ କରିବାର ନିଷ୍ପତ୍ତି ନେଇଛନ୍ତି ।

ଭାଇ ଓ ଭଉଣୀମାନେ, ଏମ୍ଏସ୍ଏମ୍ଇର ଦେଶର ରପ୍ତାନୀରେ ବହୁତ ବଡ଼ ଯୋଗଦାନ ରହିଛି । ଦେଶର ମୋଟ ରପ୍ତାନୀର ପ୍ରାୟ 40 ପ୍ରତିଶତ ରପ୍ତାନୀ ଆପଣ ମାନେ ହିଁ ସମ୍ଭାଳୁଛନ୍ତି । ବିଶ୍ୱରେ ଭାରତର ବୃଦ୍ଧି ପାଉଥିବା ଶାଖାର ଲାଭ ଆପଣ ମାନଙ୍କୁ ମିଳୁ, ଏମ୍ଏସ୍ଏମ୍ଇର ରପ୍ତାନୀକାରୀଙ୍କୁ ମିଳୁ, ଏଥିପାଇଁ ସୁଧ ହାରରେ ଛାଡ଼ କରିବାର ନିଷ୍ପତ୍ତି ନିଆ ଯାଇଛି ।

ମୋର ବିଶ୍ୱାସ ରହିଛି କି ଏହି ପଦକ୍ଷେପ ଦ୍ୱାରା ଏମ୍ଏସ୍ଏମ୍ଇର ରପ୍ତାନୀକାରୀଙ୍କ ଅଂଶଗ୍ରହଣ ଆହୁରି ବୃଦ୍ଧି ପାଇବ ।

ସାଥୀଗଣ, ଏ ପର୍ଯ୍ୟନ୍ତ କରାଯାଇଥିବା ଘୋଷଣା ଗୁଡ଼ିକରେ ଋଣ ମିଳିବା ଆହୁରି ସରଳ ହେବ, ବ୍ୟାଙ୍କକୁ ଯିବା ଆସିବା କମ୍ ହେବ, କମ୍ ସୁଧରେ ଋଣ ମିଳିବ ।

କିନ୍ତୁ ମୁଁ ଏହା ମଧ୍ୟ ଚାହୁଁଛି କି ଯେଉଁ ବଡ଼ ବାଧ୍ୟବାଧକତା କାରଣରୁ ଆପଣ ମାନଙ୍କୁ ସବୁବେଳେ ଋଣ ନେବାକୁ ପଡ଼ୁଛି, ତାହା ମଧ୍ୟ କମ୍ ହେଉ ।

ମୁଁ ଜାଣେ କି ଏମ୍ଏସ୍ଏମ୍ଇ ଯେଉଁ ସାମଗ୍ରୀ ବଡ଼ ବଡ଼ କମ୍ପାନୀ ଗୁଡ଼ିକୁ ଯୋଗାଇଥାଏ, ତାହାର ବିଲ ମଞ୍ଜୁରି ହେବାରେ ବହୁତ ବିଳମ୍ବ ଲାଗିଥାଏ । କେତେ ଥର ତ ଆପଣ ମାନଙ୍କୁ ନିଜର ହିଁ ଅର୍ଥ ପାଇଁ ମାସ ମାସ ଧରି ଅପେକ୍ଷା କରିବାକୁ ପଡ଼ୁଛି । ଏଭଳି ସ୍ଥିତିରେ ଆପଣମାନଙ୍କୁ ବ୍ୟବସାୟ ଚଲାଇ ରଖିବା ପାଇଁ ଋଣ ନେବାକୁ ପଡ଼େ ।

ମୋର ଆଜିର ତୃତୀୟ ଘୋଷଣା ଏହା ସହିତ ଜଡ଼ିତ ଅଛି । ସେହି ସମସ୍ତ କମ୍ପାନୀ ଗୁଡ଼ିକର ଯେଉଁ ମାନଙ୍କର କାରବାର 500 କୋଟିରୁ ଅଧିକ ଅଛି, ସେମାନଙ୍କୁ ଏବେ ଅର୍ଥାତ Trade Receivables e-Discounting System(TREDS)‘ଟ୍ରେଡସ’ ମଂଚକୁ ଆଣିବା ଉପରେ ଗୁରୁତ୍ୱ ଦିଆ ଯାଇଛି, ଫଳରେ ଏମ୍ଏସ୍ଏମ୍ଇକୁ ନଗଦ ଉପଲବ୍ଧି/ଯୋଗାଣରେ ଅସୁବିଧା ନ ଆସୁ ।

ଯେଭଳିକି ଆପଣମାନଙ୍କ ମଧ୍ୟରୁ ବହୁତ ଲୋକଙ୍କୁ ଜଣାଅଛି କି ‘ଟ୍ରେଡସ’ (ଟିଆରଇଡିଏସ୍) ହେଉଛି ଏଭଳି ଏକ ମଂଚ, ଯେଉଁଠାରେ କିଛି ଏମ୍ଏସ୍ଏମ୍ଇ ଅଛନ୍ତି, ସରକାରଙ୍କର କିଛି ରାଷ୍ଟ୍ରାୟାତ ଉଦ୍ୟୋଗ ଅଛନ୍ତି, ବ୍ୟାଙ୍କ ମଧ୍ୟ ଅଛନ୍ତି ଆଉ ଦେଶର କିଛି ବଡ଼ କମ୍ପାନୀ ମାନେ ମଧ୍ୟ ଅଛନ୍ତି, ଯେଉଁ ମାନଙ୍କୁ କ୍ଷୁଦ୍ର ଉଦ୍ୟୋଗ ନିଜର ସାମଗ୍ରୀ ଯୋଗାଉଛନ୍ତି ।

ଏବେ ସରକାର ଏହାର ଅଧିକ ସମ୍ପ୍ରସାରଣ କରିବାକୁ ଯାଉଛନ୍ତି । ସରକାରଙ୍କର ସମସ୍ତ ରାଷ୍ଟ୍ରାୟାତ ଉଦ୍ୟୋଗ ଗୁଡ଼ିକୁ ନିଦେ୍ର୍ଦଶ ଦିଆ ଯାଇଛି କି ସେମାନେ ‘ଟ୍ରେଡସ’ରେ ଆସନ୍ତୁ ଆଉ ନିଜ ସମ୍ବନ୍ଧିତ ଉଦ୍ୟୋଗକୁ ମଧ୍ୟ ‘ଟ୍ରେଡସ’  ରେ ଆଣିବା ପାଇଁ ପ୍ରୋତ୍ସାହିତ କରନ୍ତୁ ।

ଏବେ 500 କୋଟି ଟଙ୍କାରୁ ଅଧିକ କାରବାର କରୁଥିବା କମ୍ପାନୀ ଗୁଡ଼ିକୁ ‘ଟ୍ରେଡସ’ ସହିତ ଯୋଡ଼ି ହେବାର ଲାଭ ମିଳିବ, ଏହା ମୁଁ ଆପଣମାନଙ୍କୁ ଜଣାଇବାକୁ ଚାହୁଁଛି ।

ଧରି ନିଅନ୍ତୁ ଏହି ଯେଉଁ ବଡ଼ କମ୍ପାନୀ ମାନେ ଅଛନ୍ତି, ସେମାନେ କୌଣସି କ୍ଷୁଦ୍ର ଉଦ୍ୟମୀ ମାନଙ୍କଠାରୁ 10 ଲକ୍ଷ ଟଙ୍କାରୁ ଅଧିକ କିଛି କିଣାକିଣି କରିଛନ୍ତି । ସେହି ଉଦ୍ୟମୀଙ୍କ ପାଖରେ ଯୋଗାଣର ଅର୍ଡରର ସ୍ଵୀକୃତି ପ୍ରାପ୍ତ ମଞ୍ଜୁରି ମଧ୍ୟ ରହିଛି ଆଉ ଯୋଗାଣ ମଧ୍ୟ କରିଛନ୍ତି । କିନ୍ତୁ କୌଣସି କାରଣରୁ ସେହି ବଡ଼ କମ୍ପାନୀ ଯେତେବେଳେ ଦେୟ ପଇଠ କରୁ ନାହିଁ, ତ ମୋର ଏହି କ୍ଷୁଦ୍ର ବ୍ୟବସାୟୀ ତ ଫସି ଯାଇଥାଆନ୍ତି । ତାଙ୍କ ପାଇଁ ତ 10 ଲକ୍ଷ ଟଙ୍କା ହେଉଛି ବହୁତ ବଡ଼ କଥା ।

ଏଭଳି କ୍ଷେତ୍ରରେ ସେହି ଛୋଟ ବ୍ୟବସାୟୀଙ୍କୁ ସାହାଯ୍ୟ କରିବ ‘ଟ୍ରେଡସ’ମଂଚ । ସେ ଏହି ମଂଚରେ ସେହି ବଡ଼ କମ୍ପାନୀରୁ ମିଳିଥିବା ସ୍ୱୀକୃତି ରସିଦ ଅଥବା ବିଲକୁ ଅପ୍ଲୋଡ଼୍ କରି ପାରିବେ । ଏହି ବିଲର ଆଧାରରେ ସେ ଏହା କହି ପାରିବେ କି ମାସେ – ଦୁଇ ମାସ – ତିନି ମାସ ମଧ୍ୟରେ ମୋତେ ଏତେ ଟଙ୍କା ସେହି ବଡ଼ କମ୍ପାନୀରୁ ମିଳିବାକୁ ଅଛି ।

ବଡ଼ କମ୍ପାନୀର ବିଲ୍ ହୋଇଥିବାରୁ, ଅନେକ ଶାଖା ଥିବା କମ୍ପାନୀର ବିଲ୍ ହୋଇଥିବାରୁ, ବ୍ୟାଙ୍କ ମଧ୍ୟ ସେହି ବିଲ୍ ଉପରେ ବିଶ୍ୱାସ କରିବ ଆଉ ସେହି ଆଧାରରେ ସେହି ବ୍ୟବସାୟୀଙ୍କୁ ବ୍ୟାଙ୍କରୁ ଉଚିତ ଧନରାଶି ମିଳିଯିବ । ପରେ ଯେତେବେଳେ କମ୍ପାନୀରୁ ଅର୍ଥ ଆସିବ ତ ବ୍ୟାଙ୍କ ସେହି ଅର୍ଥକୁ ନିଜ ପାଖରେ ରଖିନେବ ଆଉ ତା’ର କାରବାର ଚାଲୁ ରହିବ ।

ସାଥୀଗଣ, ଏହାର ସବୁଠାରୁ ବଡ଼ ଲାଭ ଏହା ହେବ କି ଆପଣ ମାନଙ୍କର ଯେଉଁ ଅର୍ଥ ସଂଚାଳିତ ହେବାକୁ ଅଛି, ଆପଣ ମାନଙ୍କୁ ନିଜ ବ୍ୟବସାୟରେ ଯେଉଁ ଅର୍ଥ ଲଗାଇବାକୁ ଅଛି, ତାହାର ଅଭାବ ଆପଣ ମାନଙ୍କ ପାଖରେ ରହିବ ନାହିଁ, ଆପଣ ମାନଙ୍କର ଅର୍ଥ ଫସି ଯିବ ନାହିଁ, ଆପଣଙ୍କର ଅର୍ଥ ଚକ୍ର ଭାଙ୍ଗି ଯିବ ନାହିଁ ।

ସେ ଯାହା ହେଉ ଆଜିର ଏହି ଅବସରରେ ଏହି ଘୋଷଣା ସହିତ ବଡ଼ କମ୍ପାନୀ ମାନଙ୍କୁ ଏହି ଅନୁରୋଧ କରିବି କି କ୍ଷୁଦ୍ର ଉଦ୍ୟୋଗୀ ମାନଙ୍କ ଜଡ଼ିତ ବିଲ୍ ଶୀଘ୍ର ମଞ୍ଜୁରି କରି ଦିଅନ୍ତୁ ଆଉ ସେମାନଙ୍କୁ ପଇଠ କରିବାରେ ବିଳମ୍ବ ନ ହେଉ ।

ଭାଇ ଓ ଭଉଣୀମାନେ,

ପୁଣି ଯଦି ଦେୟ ପାଇବାରେ ବିଳମ୍ବ ହୋଇଥାଏ, ତ ଆପଣ ମାନଙ୍କ ପାଇଁ ଆଉ ଏକ ବିକଳ୍ପ ପ୍ରସ୍ତୁତ କରାଯାଇଛି । ଏମ୍ଏସ୍ଏମ୍ଇ ମନ୍ତ୍ରଣାଳୟର ସମାଧାନ ପୋର୍ଟାଲରେ କ୍ଷୁଦ୍ର ଉଦ୍ୟମୀ ନିଜର ଅଭିଯୋଗ ଦାଖଲ କରି ପାରିବେ, ଯାହାର ସମାଧାନ ସମୟ ସୀମା ମଧ୍ୟରେ ସରକାରୀ ହସ୍ତକ୍ଷେପ ଦ୍ୱାରା କରାଯିବ । ଏହି ବଡ଼ କମ୍ପାନୀ ଗୁଡ଼ିକୁ ଠିକ୍ ସମୟରେ ଆପଣ ମାନଙ୍କର ଦେୟ ପ୍ରାପ୍ତ କରାଇବାରେ ଏହା ମଧ୍ୟ ପ୍ରେରିତ କରିବ ।

ସାଥୀଗଣ, ଋଣ ସହଜରେ ମିଳୁ, ସୁଧ କମ୍ ହେଉ, ଏମ୍ଏସ୍ଏମ୍ଇ ରପ୍ତାନୀକାରୀଙ୍କୁ ମଧ୍ୟ ସୁଧ ଛାଡ଼ର ଲାଭ ମିଳୁ, କ୍ୟାସ୍ ଶୃଙ୍ଖଳ ବଜାଏ ରହୁ, ଏହା ହେଉଛି ଆମ ସରକାରଙ୍କର ପ୍ରାଥମିକତା ଗୁଡ଼ିକ ମଧ୍ୟରୁ ଗୋଟିଏ । ମୋର ପ୍ରଥମ ତିନୋଟି ଘୋଷଣା ଏହି ଦିଗରେ ଅଛି ।

ଏବେ ମୁଁ ପର୍ଯ୍ୟାୟ ‘ଖ’ ଆଡ଼କୁ ଆସୁଛି । ଆଉ ଏହା ହେଉଛି ଆପଣ ମାନଙ୍କ ପାଇଁ, ଦେଶର ଏମ୍ଏସ୍ଏମ୍ଇ କ୍ଷେତ୍ର ପାଇଁ ନୂତନ ବଜାର ନିର୍ମାଣ । ଏହି କ୍ଷେତ୍ରରେ ମଧ୍ୟ ସରକାର ଅନେକ ପଦକ୍ଷେପ ଉଠାଇଛନ୍ତି ଆଉ କିଛି ମହତ୍ୱପୂର୍ଣ୍ଣ ଘୋଷଣା ମୁଁ ଆଜି କରିବାକୁ ଯାଉଛି ।

ଭାଇ ଓ ଭଉଣୀମାନେ, ବିଗତ ବର୍ଷରେ ପ୍ରାୟ 1ଲକ୍ଷ 14 ହଜାର କୋଟି ଟଙ୍କାର ସାମଗ୍ରୀ ସରକାରୀ କମ୍ପାନୀ ଗୁଡ଼ିକ ଭିନ୍ନ ଭିନ୍ନ ସୂତ୍ରରୁ କିଣିଛନ୍ତି । ଏ ପର୍ଯ୍ୟନ୍ତ  ଯେଉଁ ନିୟମ ଚାଲି ଆସୁଥିଲା, ତାହା ଥିଲା କି ସରକାରୀ କମ୍ପାନୀ ଗୁଡ଼ିକୁ 20 ପ୍ରତିଶତ କ୍ରୟ ମାଇକ୍ରେ ଏବଂ ସ୍ମଲ ଉଦ୍ୟୋଗ ଅର୍ଥାତ୍ ସୂକ୍ଷ୍ମ ଏବଂ କ୍ଷୁଦ୍ର ଉଦ୍ୟୋଗ ମାନଙ୍କୁ କରିବା ଜରୁରୀ ଥିଲା ।

ମୋର ଆଜିର ଚତୁର୍ଥ ଘୋଷଣା ଏହା ସହିତ ଜଡ଼ିତ ଅଛି । ସରକାର ଏହି 20 ପ୍ରତିଶତ ଅନିବାର୍ଯ୍ୟକୁ ବୃଦ୍ଧି କରି ଏବେ 25 ପ୍ରତିଶତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ ଏବେ ସରକାରୀ କମ୍ପାନୀ ଗୁଡ଼ିକ ଯେତେ ସାମଗ୍ରୀ କ୍ରୟ କରୁଛନ୍ତି, ସେଥି ମଧ୍ୟରୁ ସୂକ୍ଷ୍ମ ଏବଂ କ୍ଷୁଦ୍ର ଉଦ୍ୟୋଗର ଦାୟିତ୍ୱ ଆହୁରି ବୃଦ୍ଧି ପାଇବାକୁ ଯାଉଛି ।

ଏହାକୁ ଆଗକୁ ବଢ଼ାଇବା ପାଇଁ ଆଉ ଏକ ମହତ୍ୱପୂର୍ଣ୍ଣ ଆଉ ଆଜିର ପଂଚମ ଘୋଷଣା ହେଉଛି ମହିଳା ଉଦ୍ୟମୀ ମାନଙ୍କ ସହିତ ଜଡ଼ିତ । ସୂକ୍ଷ୍ମ ଏବଂ କ୍ଷୁଦ୍ର ଉଦ୍ୟୋଗ ଦ୍ୱାରା କ୍ରୟ କରିବାର ଅନିର୍ବାଜ୍ୟତାକୁ ବୃଦ୍ଧି କରାଯାଇଛି, ସେଥିରେ ଏହା ମଧ୍ୟ ସ୍ଥିର କରାଯାଇଛି କି ଏଥିରେ ମୋଟ କ୍ରୟର 3 ପ୍ରତିଶତ ମହିଳା ଉଦ୍ୟମୀ ମାନଙ୍କ ପାଇଁ ସଂରକ୍ଷିତ ରଖା ଯାଇଛି । ଅର୍ଥାତ୍ ସରକାରୀ କମ୍ପାନୀ ମାନଙ୍କ ପାଇଁ ଏବେ ଏହା ଜରୁରୀ ହୋଇ ଯାଇଛି କି ସେମାନେ ନିଜ କ୍ରୟର ଅତି କମ୍ ରେ 3 ପ୍ରତିଶତ ମହିଳା ଉଦ୍ୟମୀ ମାନଙ୍କଠାରୁ କିଣିବେ ।

ମୁଁ ବୁଝି ପାରୁଛି କି ଆଜି ଏହି ନିଷ୍ପତ୍ତି ଦେଶରେ ମହିଳା ଉଦ୍ୟୋଗୀ ମାନଙ୍କୁ ଆହୁରି ଅଧିକ ସୁଦୃଢ଼ କରିବ ।

ସାଥୀଗଣ, ଏମ୍ଏସ୍ଏମ୍ଇ ପାଇଁ ବଜାର ଉପଲବ୍ଧ କରାଇବା ନିମନ୍ତେ ଆଉ ଏକ ପ୍ଲାଟଫର୍ମ ସରକାର ବିକଶିତ କରିଛନ୍ତି । ଜିଇଏମ୍ ଅର୍ଥାତ ସରକାରୀ ଇ-ବଜାର ବ୍ୟବସ୍ଥା । ଯେତେବେଳେ ଦୁଇ-ଅଢ଼େଇ ବର୍ଷ ପୂର୍ବରୁ ଏହାର ଶୁଭାରମ୍ଭ ହୋଇଥିଲା ତ ଏକ ବଡ଼ ଲକ୍ଷ୍ୟ ଥିଲା, ସରକାରୀ ଜିନିଷ କ୍ରୟରେ ପାରଦର୍ଶିତା ଆଣିବା ।

ଏହି ପାରଦର୍ଶିତାର ସିଧା ଲାଭ ମଧ୍ୟ ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ମିଳୁଛି । ଜିଇଏମ୍ ଯୋଗୁଁ ଛୋଟ ଉଦ୍ୟମୀଙ୍କ ଉତ୍ପାଦ ସରକାରୀ କ୍ରେତାଙ୍କ ପର୍ଯ୍ୟନ୍ତ ପହଂଚିବା ସହଜ ହୋଇଛି । ମୁଁ ଆଜି ମଧ୍ୟ ତାମିଲନାଡୁର ସେହି ମହିଳା ମାନଙ୍କୁ ମନେ ପକାଉଛି, ଯେଉଁମାନେ ଗୋଟିଏ ଛୋଟ ଥର୍ମସ୍ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ବିକ୍ରୟ କରିଥିଲେ ଆଉ ଠିକ୍ ସମୟରେ ପ୍ରାପ୍ୟ ପଇଠ କରାଯାଇଥିଲା । ଏହି ଭଳି ଆହୁରି କେତେ ସୂକ୍ଷ୍ମ ଏବଂ କ୍ଷୁଦ୍ର ଉଦ୍ୟମୀଙ୍କୁ ଏହି ପୋର୍ଟାଲ ନୂତନ ସୁଯୋଗ ଦେଇଛି, ସେମାନଙ୍କ ଜୀବନକୁ ନୂତନ ପ୍ରେରଣା ଦେଇଛି । ନଚେତ୍ କ’ଣ ପୂର୍ବରୁ କେହି ଭାବିଥିଲେ କି ବଡ଼ ବଡ଼ ଯୋଗାଣକାରୀ କମ୍ପାନୀମାନଙ୍କ ଆଗରେ ଏମାନେ ମଧ୍ୟ ତିଷ୍ଠି ପାରିବେ, କେବେ ସରକାରଙ୍କୁ ମଧ୍ୟ ନିଜର ସାମଗ୍ରୀ ବିକ୍ରି କରି ପାରିବେ । ନାହିଁ । କିନ୍ତୁ ଏହିସବୁକୁ ସମ୍ଭବ କରିଛି ଜିଇଏମ୍ ପୋର୍ଟାଲ ।

ସାଥୀଗଣ, ଜିଇଏମ୍ ପୋର୍ଟାଲ ଏ ପର୍ଯ୍ୟନ୍ତ ଦେଢ଼ ଲକ୍ଷରର ଅଧିକ ଯୋଗଣକାରୀ ଯୋଡ଼ି ହୋଇଛନ୍ତି, ଯେଉଁଥିରେ 40 ଜହାର ଏମ୍ଏସ୍ଏମ୍ଇ ଅଛନ୍ତି । ଯାହା ଅଧୀନରେ ଏ ପର୍ଯ୍ୟନ୍ତ 9 ଲକ୍ଷ ବରାଦ ଦିଆ ଯାଇଛି ଆଉ ପ୍ରାୟ 14 ହଜାର କୋଟି ଟଙ୍କାର କାରବାର ମଧ୍ୟ ହୋଇଛି ।

ଆପଣମାନେ ଭାବନ୍ତୁ, ବିନା କୌଣସି ମଧ୍ୟସ୍ଥି, ବିନା କୌଣସି କମିଶନ ଦେବା, ନିଜ ଆୟର ଅଂଶ ଦେବା, କେତେ ଉଦ୍ୟମୀଙ୍କୁ ଏହାର ଲାଭ ମିଳିଛି ।

ଭାଇ ଓ ଭଉଣୀମାନେ, ଜିଇଏମର ଏହି ବ୍ୟବସ୍ଥାକୁ ଆହୁରି ଅଧିକ ସୁଦୃମ କରିବା ପାଇଁ ଆଜି ହିଁ ଆଉ ଏକ ମହତ୍ୱପୂର୍ଣ୍ଣ ନିଷ୍ପତ୍ତି କେନ୍ଦ୍ର ସରକାର ନେଇଛନ୍ତି । ଏହା ହେଉଛି ଆଜି ମୋର ଷଷ୍ଠ ଘୋଷଣା, ଆପଣ ମାନଙ୍କୁ ଷଷ୍ଠ ଦିପାବଳୀ ଉପହାର ।

ସାଥୀଗଣ, ଏବେ କେନ୍ଦ୍ର ସରକାରଙ୍କର ସମସ୍ତ କମ୍ପାନୀ ଗୁଡ଼ିକ ପାଇଁ ଜିଇଏମ୍ର ସଦସ୍ୟତା ନେବା ଜରୁରୀ କରି ଦିଆ ଯାଇଛି । ଏତିକି ହିଁ ନୁହେଁ, ସେମାନେ ନିଜର ସମସ୍ତ ଭେଣ୍ଡର ଏମ୍ଏସ୍ଏମ୍ଇକୁ ମଧ୍ୟ ଏହି ମଂଚରେ ପଞ୍ଜିକୃତ କରାଇବେ, ଫଳରେ ସେମାନେ ଦ୍ୱାରା କରାଯାଉଥିବା କ୍ରୟ ମଧ୍ୟ ଏମ୍ଏସ୍ଏମ୍ଇକୁ ଅଧିକରୁ ଅଧିକ ଲାଭ ପହଂଚାଇବ । ଜିଇଏମରେ ଆସିବା ଦ୍ୱାରା ଆପଣ ମାନଙ୍କ ପାଇଁ ଅସୀମ ସମ୍ଭାବନା ସୃଷ୍ଟି ହୋଇଥିଲା । ଏବେ ଆଜିର ଘୋଷଣା ଦ୍ୱାରା ସେଗୁଡ଼ିକର ଆହୁରି ସମ୍ପ୍ରସାରଣ ହେବ ।

ସାଥୀଗଣ, ଆଜିର ଏହି ସମୟ କମ୍ପ୍ୟୁଟରୀକରଣ ଏବଂ ଟେକ୍ନୋଲଜିର ସମୟ, ଇ-ବାଣିଜ୍ୟ ଆଉ ଅନ୍-ଲାଇନ ବଜାରର ଯୁଗ । କ୍ଷୁଦ୍ର ଉଦ୍ୟୋଗ ମଧ୍ୟ ଏହାଦ୍ୱାରା ଯେତେ ଅଧିକ ଯୋଡ଼ି ହେବେ, ସେତେ ଅଧିକ ଲାଭ ମିଳିବ ।

ଜିଇଏମ୍ ଭଳି ହିଁ ଇ-ବାଣିଜ୍ୟର ଅନ୍ୟ ମଂଚରେ ଆପଣ ମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ସାମଗ୍ରୀ ବିକ୍ରି ହେଉ, ଏଥିପାଇଁ ଗୁଣବତ୍ତା ପ୍ରମାଣପତ୍ରର ମଧ୍ୟ ଆବଶ୍ୟକତା ହୋଇଥାଏ । ଏହି ପ୍ରମାଣପତ୍ର ଆପଣଙ୍କ ପୁଞ୍ଜରେ ଆପଣଙ୍କ କମ୍ପାନୀ ପାଖରେ ହିଁ ଆପଣ ମାନଙ୍କୁ ମିଳିପାରୁ, ଏଥିପାଇଁ ମଧ୍ୟ ସରକାର ବିଭିନ୍ନ ପ୍ରମାଣନ ସଂସ୍ଥା ସହିତ କାର୍ଯ୍ୟ କରୁଛନ୍ତି ।

Aggregatorର ଏହି ମଡେଲ ଆମ କ୍ଷୁଦ୍ର ଉଦ୍ୟୋଗକୁ ଘରୋଇ କ୍ଷେତ୍ରର କମ୍ପାନୀ ମାନଙ୍କ ସହିତ ଯୋଡ଼ିବା ପାଇଁ ମଧ୍ୟ କରୁଛନ୍ତି ।  

ସାଥୀଗଣ, ଏବେ ମୁଁ ‘ଗ’ ପର୍ଯ୍ୟାୟ ଆଡ଼କୁ ବଢ଼ୁଛି । ପୁଞ୍ଜି ଏବଂ ବଜାର ବ୍ୟତୀତ ଏକ ବଡ଼ ଆହ୍ୱାନ ଆମ କ୍ଷୁଦ୍ର ଉଦ୍ୟୋଗ ସମ୍ମୁଖରେ ରହିଛି ବୈଷୟିକ ଜ୍ଞାନର ଆଧୁନିକୀକରଣ । ଆମର ବହୁତ ଗୁଡ଼ିଏ କ୍ଷୁଦ୍ର ଉଦ୍ୟୋଗ ସମୟର ଚାହିଦା ଅନୁସାରେ ଆଧୁନିକ ବୈଷୟିକ ଜ୍ଞାନର ଲାଭ ନେଇ ପାରୁ ନାହାଁନ୍ତି ।

ଦେଶରେ ଏବେ ମଧ୍ୟ ଟୁଲ ରୁମ୍ ଅଛି । ସେମାନେ ଆପଣ ମାନଙ୍କୁ ଉତ୍ପାଦ ଡିଜାଇନ୍ ଏବଂ ସେଥିରେ ସଂସ୍କାର କ୍ଷେତ୍ରରେ ସାହାଯ୍ୟ କରୁଛନ୍ତି । ଏହି ଟୁଲ ରୁମ୍ ଗୁଡ଼ିକରେ ଆପଣ ଏଭଳି ଉଚ୍ଚମାନ ଟେକ୍ନୋଲଜି ସମ୍ପନ୍ନ ଦ୍ରବ୍ୟମାନ ପ୍ରସ୍ତୁତ କରି ପାରୁଛନ୍ତି, ଯାହାର ଯନ୍ତ୍ର ଆପଣମାନଙ୍କ ପାଖରେ ଉପଲବ୍ଧ ନାହିଁ ।

ସରକାର ବିଗତ ଚାରି ବର୍ଷରେ ଏହି ଟୁଲ ରୁମ୍ ଗୁଡ଼ିକ ସଂସ୍କାର ଉପରେ ଗୁରୁତ୍ୱ ଦେଇଛନ୍ତି । ଏହି ଟୁଲ ରୁମ୍ ଦ୍ୱାରା ବିଗତ ସରକାରଙ୍କ ଅମଳରେ ଚାରି ବର୍ଷ ମଧ୍ୟରେ ଯେଉଁଠି ସାଢ଼େ 3 ଲକ୍ଷ ଲୋକଙ୍କୁ ତାଲିମ ଦିଆ ଯାଇଥିଲା, ସେଇଠି ଆମ ସରକାରଙ୍କ ସମୟରେ ତାହାଠାରୁ କେତେ ଅଧିକ, ଅର୍ଥାତ ପ୍ରାୟ 6 ଲକ୍ଷ ଲୋକଙ୍କୁ ପ୍ରଶିକ୍ଷିତ କରାଯାଇ ସାରିଛି ।

ମୋର ଆଜିର ସପ୍ତମ ଘୋଷଣା ବୈଷୟିକଜ୍ଞାନ ଆଧୁନିକୀକରଣର ଏହି ମହତ୍ୱପୂର୍ଣ୍ଣ ବିଷୟ ସହିତ ଯୋଡ଼ି ହୋଇଛି ।

ଭାଇ ଓ ଭଉଣୀମାନେ, ସରକାର ନିଷ୍ପତ୍ତି ନେଇଛନ୍ତି କି ସାରା ଦେଶରେ ଟୁଲ ରୁମ’ର ଏହି ବ୍ୟବସ୍ଥାକୁ ଆହୁରି ସମ୍ପ୍ରସାରଣ କରାଯାଉ । ଏଥିପାଇଁ ସାରା ଦେଶରେ 20 ହଜାର କେନ୍ଦ୍ର ପ୍ରତିଷ୍ଠା କରାଯିବ ଆଉ ଟୁଲରୁମ୍ ଭଳି 100 ସ୍ପୋକ୍ ଦେଶ ସାରା ସ୍ଥାପନ କରାଯିବ । ମୁଁ ଆଜି ଏହି ମହତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ 6 ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରୁଛି ।

ଏହାଦ୍ୱାରା ଉନ୍ନତ ଡିଜାଇନ ଠାରୁ ଆରମ୍ଭ କରି ଗୁଣବତ୍ତା, ତାଲିମ ଏବଂ ପରାମର୍ଶଦାତା ଭଳି ଅନେକ ପ୍ରସଙ୍ଗରେ ଏମ୍ଏସ୍ଏମ୍ଇକୁ ଅପାର ଲାଭ ମିଳିବ ।

ଭାଇ ଓ ଭଉଣୀମାନେ, ବୈଷୟିକଜ୍ଞାନ ଆଧୁନିକୀକରଣ ପରେ ଏବେ ମୁଁ ‘ଘ’ ପର୍ଯ୍ୟାୟ ଆଡ଼କୁ ବଢ଼ୁଛି । ଆଉ ତାହା ହେଉଛି ବ୍ୟବସାୟ ସୁଗମତା ।

ଆପଣମାନଙ୍କ ମଧ୍ୟରୁ ବହୁତ ଉଦ୍ୟମୀ ଫାର୍ମା ବା ଔଷଧ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । ଆପଣ ଔଷଧ ପ୍ରସ୍ତୁତ ପ୍ରସ୍ତୁତ କରୁଛନ୍ତି, ସେଗୁଡ଼ିକର ରପ୍ତାନୀ ମଧ୍ୟ କରୁଛନ୍ତି । ଆମର ଛୋଟ ଛୋଟ କମ୍ପାନୀ ଜୀବନ ରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ଔଷଧ ପ୍ରସ୍ତୁତ କରୁଛନ୍ତି, ବହୁତ ହିଁ ପ୍ରତିଷ୍ଠିତ ଔଷଧ ପ୍ରସ୍ତୁତ କରୁଛନ୍ତି । ଏହି ଛୋଟ ଛୋଟ କମ୍ପାନୀ ଗୁଡ଼ିକ ପାଖରେ ମଧ୍ୟ ଅସାଧାରଣ ଦକ୍ଷତା ରହିଛି, କିନ୍ତୁ ସେମାନଙ୍କୁ ନିଜେ ପ୍ରସ୍ତୁତ କରୁଥିବା ଔଷଧ ଗୁଡ଼ିକୁ ସବୁ ସମୟରେ ବଡ଼ କମ୍ପାନୀମାନଙ୍କ ମାଧ୍ୟମରେ ବିକ୍ରି କରିବାକୁ ପଡ଼ୁଛି ।

ଆଜି ମୋର ଅଷ୍ଟମ ଘୋଷଣା ହେଉଛି ଏହି ଫାର୍ମା କମ୍ପାନୀ ଗୁଡ଼ିକ ସହିତ ଜଡ଼ିତ । ଏମ୍ଏସ୍ଏମ୍ଇ କ୍ଷେତ୍ରର ଫାର୍ମା କମ୍ପାନୀଗୁଡ଼ିକୁ ବ୍ୟବସାୟ କରିବା ସହଜ ହେଉ, ସେମାନେ ସିଧାସଳଖ ଗ୍ରାହକଙ୍କ ପାଖରେ ପହଂଚନ୍ତୁ, ଏଥିପାଇଁ ଏବେ ପୁଞ୍ଜ ପ୍ରତିଷ୍ଠା କରିବାର ନିଷ୍ପତ୍ତି ନିଆଯାଇଛି । ଏହି କ୍ଲଷ୍ଟର ବା ପୁଞ୍ଜରେ 70% ଖର୍ଚ୍ଚ କେନ୍ଦ୍ର ସରକାରଙ୍କ ଦ୍ୱାରା କରାଯିବା ପାଇଁ ମଧ୍ୟ ଘୋଷଣା କରୁଛି । ସରକାରଙ୍କର ଆଜିର ଏହି ନିଷ୍ପତ୍ତି ଫାର୍ମା କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି ପାଇଁ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ । 

ସାଥୀଗଣ, ଆପଣମାନେ ଅନୁଭବ କରିଥିବେ କି ଯେବେଠାରୁ ଏହି ଚର୍ଚ୍ଚା ହୋଇଛି, ସେତେବେଳେ ଠାରୁ ଅନେକ ଥର ମୁଁ ଟେକ୍ନୋଲଜି, ଜିଏସଟି, ଅନ୍-ଲାଇନ୍ ପୋର୍ଟାଲ, ଔପଚାରିକତା, ଟିଆରଇଡିଏସ୍, ପୋର୍ଟାଲ ଭଳି ଅନେକ ଶବ୍ଦର ଉପଯୋଗ କରିଛି । ବାସ୍ତବରେ ଏହା ହେଉଛି ସେହି ବ୍ୟବସ୍ଥା ଯାହା ଆପଣମାନଙ୍କୁ ବ୍ୟବସ୍ଥା ଗୁଡ଼ିକର ଜାଲରୁ ମୁକ୍ତି ଦେବା ଭଳି ।

ଜିଏସଟି ଅର୍ଥ ବ୍ୟବସ୍ଥାକୁ ସଙ୍ଗଠିତ କରିଛି, ଔପଚାରିକତା ଆଣି ଦେଇଛି । ଏହାଦ୍ୱାରା ବ୍ୟବସାୟକୁ ନୂଆ ଯୁଗର ନୂତନ ଟେକ୍ନୋଲଜି ବୃହତ ଡାଟା ଏନାଲିଟିକ୍ସ ସହିତ ଯୋଡ଼ିବା  ସହଜ ହୋଇ ଯାଇଛି । ତଥ୍ୟର ଏହି ବିଶ୍ଳେଷଣ ବ୍ୟବସାୟ ସୁଗମତା କ୍ଷେତ୍ରରେ ଆହୁରି ଅଧିକ ସୁଗମତା ହେବ, ସୁବିଧା ଗୁଡ଼ିକର ଆପଣ ମାନଙ୍କ ଦ୍ୱାର ପର୍ଯ୍ୟନ୍ତ ପହଂଚାଇବାରେ ସାହାଯ୍ୟ ମିଳିବ ।

ମୁଁ ମାନୁଛି କି ନ୍ୟୁ ଇଣ୍ଡିଆର ନୂତନ ବ୍ୟବସାୟିକ ବାତାବରଣର ମୂଳଦୁଆ ପଡ଼ିବାକୁ ଯାଉଛି । ଆଉ ସଚ୍ଚୋଟତାକୁ ପ୍ରୋତ୍ସାହନ ମିଳିବାକୁ ଯାଉଛି ।

ସାଥୀଗଣ, ଏମ୍ଏସ୍ଏମ୍ଇ ପାଇଁ ସରକାରୀ ପ୍ରକ୍ରିୟା ଗୁଡ଼ିକୁ ସହଜ କରିବାର ଶୃଙ୍ଖଳରେ, ମୁଁ ଆଜିର ନବମ ଘୋଷଣା କରିବାକୁ ଯାଉଛି । ଆପଣ ମାନଙ୍କୁ ବହୁତ କମ୍ ଫର୍ମ ଏବଂ ରିଟର୍ଣ୍ଣ ଦେବାକୁ ପଡ଼ୁ, ଏଥିପାଇଁ ବଡ଼ ନିଷ୍ପତ୍ତି ନିଆ ଯାଇଛି । 8 ଶ୍ରମ ଆଇନ ଏବଂ 10 କେନ୍ଦ୍ରୀୟ ନିୟମ ଅଧୀନରେ ଦିଆ ଯାଉଥିବା ରିଟର୍ଣ୍ଣ ଏବେ ଆପଣ ମାନଙ୍କୁ ବର୍ଷରେ ଦୁଇ ଥର ବଦଳରେ ଥରେ ଦେବାକୁ ପଡ଼ିବ ।

ସରକାର, ବ୍ୟବସ୍ଥାକୁ ପାରଦର୍ଶି କରିବା ପାଇଁ, ମାନବିକ ହସ୍ତକ୍ଷେପକୁ ହ୍ରାସ କରିବା ପାଇଁ କ୍ରମାଗତ କାମ କରୁଛନ୍ତି । ଆଉ ଏବେ ଆଇଟି ସମ୍ବନ୍ଧରେ ଅରୁଣ ମହାଶୟ ଏହାର ଉଲ୍ଲେଖ ମଧ୍ୟ କରିଛନ୍ତି । ଏହି ସମ୍ବନ୍ଧରେ ହେଉଛି ଆଜିର ମୋର ଦଶମ ଘୋଷଣା ।

ଅନାବଶ୍ୟକ ଯାଂଚରୁ ମୁକ୍ତି ଦେବା ପାଇଁ ସରକାର ନୂତନ ନିଷ୍ପତ୍ତି ନେଇଛନ୍ତି ଯେ ଏବେ ଇନ୍ସପେକ୍ଟରଙ୍କୁ କେଉଁଠିକୁ ଯିବାକୁ ହେବ, କେଉଁ ଫ୍ୟାକ୍ଟ୍ରିକୁ ଯିବାକୁ ହେବ । ଏହାର ନିଷ୍ପତ୍ତି କେବଳ ଗୋଟିଏ କମ୍ପ୍ୟୁଟର ମାଧ୍ୟମରେ Random Allotment  ଦ୍ୱାରା ହିଁ ହେବ ଆଉ କେବଳ ଏତିକି ହିଁ ନୁହେଁ ସେ କେଉଁ କଂପାନୀର ପରିଦର୍ଶନ କରି ଆସିଲେ ପୁଣି ସପ୍ତାହର ପ୍ରତୀକ୍ଷା କଲେ ସେ ଆସୁଛନ୍ତି ଅବା ଆସୁ ନାହାନ୍ତି ଏହି ସମସ୍ତ ପ୍ରକ୍ରିୟାକୁ ବନ୍ଦ କରାଗଲା । ଆଉ ତାଙ୍କୁ 48 ଘଂଟାରେ ନିଜ ରିପୋର୍ଟକୁ ପୋର୍ଟାଲରେ ପକାଇବାକୁ ପଡିବ । ଏବେ ତ କେବଳ ନିଜ ଇଚ୍ଛାରେ କୌଣସି ସ୍ଥାନକୁ ଯାଇ ପାରିବେ ନାହିଁ । 

ଭାଇ ଓ ଭଉଣୀମାନେ, ଲଘୁ ଉଦ୍ୟୋଗଗୁଡ଼ିକୁ ଇନ୍ସପେକ୍ଟର ରାଜରୁ ମୁକ୍ତି ଦେବାରେ ଏହି ନିଷ୍ପତ୍ତି ବହୁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ । ଏବେ କୌଣସି ଇନ୍ସପେକ୍ଟର ଆପଣଙ୍କ ପାଖକୁ ଏମିତି ହିଁ ଚାଲି ଆସିବେ ନାହିଁ, ତାଙ୍କୁ ପଚରାଯିବ କି ତୁମେ କାହିଁକି ସେହି କାରଖାନାକୁ ଯାଇଥିଲ, କ’ଣ ଉଦ୍ଦେଶ୍ୟ ରହିଥିଲା?

ଭାଇ ଓ ଭଉଣୀମାନେ, ସରକାର ଆପଣମାନଙ୍କ ଉପରେ ବିଶ୍ୱାସ କରନ୍ତି, ନିଜ ଦେଶର ନାଗରିକ ମାନଙ୍କ ଉପରେ ବିଶ୍ୱାସ କରି ଆସୁଛନ୍ତି । ବିଗତ 4 ବର୍ଷରେ ଆମ ସରକାର କେତେ ଗୁଡ଼ିଏ ସ୍ଥାନ ଉପରେ ପ୍ରମାଣନ ଶେଷ କରିଛନ୍ତି, ସରକାରୀ ଚାକିରୀ ମାନଙ୍କରେ କେତେକ ଶ୍ରେଣୀରେ ନିଯୁକ୍ତି ପାଇଁ ସାକ୍ଷାତାକରକୁ ଶେଷ କରିଛନ୍ତି, ସ୍ୱପ୍ରମାଣନ ବ୍ୟବସ୍ଥା କରିଛନ୍ତି ।

ଆଜି ମୁଁ ଛୋଟ ଉଦ୍ୟମୀମାନଙ୍କ ପାଇଁ ପର୍ଯ୍ୟାବରଣ/ପରିବେଶ ଆଇନ ସହିତ ଜଡ଼ିତ ଏକ ବଡ଼ ସଂସ୍କାର ସମ୍ପର୍କରେ ମଧ୍ୟ ଘୋଷଣା କରିବାକୁ ଯାଉଛି  । ଏକାଦଶ ଦିପାବଳୀ ଉପହାର ହେଲା ଆଉ ମୋର ଏକାଦଶ ଘୋଷଣା । ଏହି ଘୋଷଣା ମଧ୍ୟ ସିଧା ସଳଖ ଆପଣ ମାନଙ୍କ ଏବଂ ସରକାରଙ୍କ ମଧ୍ୟରେ ନିଜସ୍ୱ ବିଶ୍ୱାସ ସହିତ ଜଡ଼ିତ । ଏହି ଏକାଦଶ ଘୋଷଣା ହେଉଛି ପରିବେଶ ଅନୁମୋଦନ ପ୍ରକ୍ରିୟାକୁ ସରଳୀକରଣ ଆଉ ସ୍ୱପ୍ରମାଣନକୁ ପ୍ରୋତ୍ସାହନ ।

ସାଥୀଗଣ, ଆପଣ ସମସ୍ତେ ଜାଣିଛନ୍ତି କି ଏ ପର୍ଯ୍ୟନ୍ତ କୌଣସି ଉଦ୍ୟୋଗ ପ୍ରତିଷ୍ଠା ପାଇଁ ପରିବେଶ ମଞ୍ଜୁରି ଏବଂ ପ୍ରତିଷ୍ଠା କରିବା ପାଇଁ ଅନୁମତିର ଦୁଇଟି ସୋପାନକୁ ଅତିକ୍ରମ କରିବା ପାଇଁ ଆବଶ୍ୟକତା ପଡ଼ିଥାଏ । ସରକାରଙ୍କ ଘୋଷଣା ବିନା ବାୟୁ ପ୍ରଦୂଷଣ ଏବଂ ଜଳ ପ୍ରଦୂଷଣ ଆଇନ୍ ଅଧୀନରେ ଏମ୍ଏସ୍ଏମ୍ଇ ପାଇଁ ଏହି ଦୁଇଟିକୁ ଏକାଠି କରି ଏବେ କେବଳ ଗୋଟିଏ ହିଁ ଅନୁମତି ଅନିବାର୍ଯ୍ୟ ହେବ ।

ସରକାରଙ୍କ ଦ୍ୱାରା ଏହା ମଧ୍ୟ ନିଷ୍ପତ୍ତି ନିଆ ଯାଇଛି କି ସବୁଜ ଏବଂ ଶ୍ୱେତ ପର୍ଯ୍ୟାୟରେ ଆସୁଥିବା ଉଦ୍ୟମୀ ମାନଙ୍କ ସଂଖ୍ୟାକୁ ଆହୁରି ବୃଦ୍ଧି କରାଯିବ । ସେ ଟୁଲରୁମ୍ ର କଥା ହେଉ କି ସ୍ୱପ୍ରମାଣନର କଥା ହେଉ, ଆଉ ଆପଣ ମାନେ ଲାଲକିଲ୍ଲାରେ ପ୍ରାରମ୍ଭରୁ ମୋ ମୁହଁରୁ ଗୋଟିଏ ଶବ୍ଦ ବାହାରି ଥିଲା, ତାହା ଶୁଣିଥିବେ ଜିରୋ ଡିଫେକ୍ଟ, ଜିରୋ ଇଫେକ୍ଟ ଆମେ ଏଭଳି ବିନିର୍ମାଣ କରିବା ଯାହାକୁ ଦୁନିଆର ବଜାରରେ କେହି ଡିଫେକ୍ଟ ବାହାର କରି ପାରିବେ ନାହିଁ । ଆମେ ସେହି ପ୍ରକାରର ଉତ୍ପାଦନ କରିବା କି ଆମେ ପରିବେଶ ଉପରେ ଶୂନ୍ୟ ପ୍ରଭାବ ପକାଇବା । ଆମେ ଏହି ମନ୍ତ୍ରକୁ ନେଇ ଚାଲୁଛୁ ।

ସରକାର ଏହା ମାନୁଛନ୍ତି କି ସାଧାରଣ ଲୋକଙ୍କ ଉପରେ, ଆପଣ ସମସ୍ତ ଉଦ୍ୟମୀ ମାନେ ଭରସା କରି ଆମେ ପର୍ଯ୍ୟବରଣର ରକ୍ଷା ଅଧିକ ପ୍ରଭାବଶାଳୀ ଢ଼ଂଗରେ କରି ପାରିବା । ଏହି ଭରସା ସହିତ ଚାଲି ଦେଶରେ ଜନ ଭାଗୀଦାରୀ ବୃଦ୍ଧି ପାଉଛି ଆଉ ଏହାର ଏକ ପରିଣାମ ଦେଶରେ ଜଙ୍ଗଲ ଅଂଚଳର ପରିବ୍ୟାପ୍ତ ବୃଦ୍ଧି ଉପରେ ମଧ୍ୟ ଦେଖିବାକୁ ମିଳୁଛି ।

ସାଥୀଗଣ, ସରକାର କ୍ରମାଗତ ଏହା ସୁନିଶ୍ଚିତ କରୁଛନ୍ତି କି ଆଇନଗତ ପ୍ରକ୍ରିୟା ଗୁଡ଼ିକ ସରଳ ହେଉ, ଯାହା ଦ୍ୱାରା ଆପଣ ସମସ୍ତଙ୍କୁ ବ୍ୟବସାୟ କରିବାରେ ସେତିକି ସହଜ ହେବ ।

କାଲି ହିଁ ସରକାର ଏହି ଦିଗରେ ଆଉ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ହେଉଛି ଆଜି ମୋର ଦ୍ଵାଦଶ ଘୋଷଣା । ସରକାର କମ୍ପାନୀ ଅଧିନିୟମରେ ବହୁତ ବଡ଼ ପରିବର୍ତ୍ତନ କରି, ଏମ୍ଏସ୍ଏମ୍ଇକୁ ଆଇନଗତ ଜଟିଳତାରୁ ମୁକ୍ତି ଦେଇଛନ୍ତି ।

ଭାଇ ଓ ଭଉଣୀମାନେ, କମ୍ପାନୀ ଅଧିନିୟମରେ ଏ ପର୍ଯ୍ୟନ୍ତ ଏଭଳି ବ୍ୟବସ୍ଥା ଥିଲା, ତା’ ସହିତ ଜଡ଼ିତ ଏଭଳି ଆଇନ ଥିଲା, ଯାହାଦ୍ୱାରା ଛୋଟ ଛୋଟ ମାମୁଲି ତ୍ରୁଟି ଯୋଗୁଁ ଅଥବା ଅଜାଣତରେ କିଛି ଉଲଙ୍ଘନ ହେବା ଦ୍ୱାରା ଆପଣ ମାନଙ୍କୁ ଅପରାଧି ଦୋଷୀ ଭାବେ ଧରି ନିଆଯାଉଥିଲା । ଏହି ଛୋଟ ଛୋଟ ତ୍ରୁଟି ଯୋଗୁଁ ଅନେକ ଥର ବ୍ୟବସାୟୀମାନଙ୍କ ପାଇଁ କାରାଦଣ୍ଡ ଭୋଗିବା ଭଳି ପରିସ୍ଥିତି ଆସୁଥିଲା । ଛୋଟ ଛୋଟ ତ୍ରୁଟି ସୁଧାରିବା ପାଇଁ ଆପଣ ମାନଙ୍କୁ କୋର୍ଟ କଚେରୀରେ ଚକ୍କର ଲଗାଇବାକୁ ପଡ଼ୁଥିଲା ।

ଏହି ସବୁଥିରେ ଆପଣମାନଙ୍କର ଗୁରୁତ୍ୱପୂର୍ଣ୍ଣ ସମୟ ଏବଂ ଅର୍ଥ ଦୁଇଟିଯାକ ବ୍ୟର୍ଥ ତ ହେଉଥିଲା, ଆପଣମାନଙ୍କର ମାନ ସମ୍ମାନକୁ ମଧ୍ୟ ଗଭୀର ଆଘାତ ପହଂଚୁଥିଲା । କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗକୁ ତ ଏଥିପାଇଁ ବହୁତ ଅଧିକ ସମସ୍ୟା ହେଉଥିଲା ।

ମୋତେ ଆପଣମାନଙ୍କୁ ସମସ୍ତଙ୍କୁ ଏହା ଅବଗତ କରାଇ ଖୁସି ଅନୁଭବ ହେଉଛି କି ଏହି ସମସ୍ୟା ଗୁଡ଼ିକରୁ ମୁକ୍ତି ଦେବା ପାଇଁ ସରକାର ଏକ ଅଧ୍ୟାଦେଶ ନେଇ କରି ଆସିଛନ୍ତି । ଆମେ ଅଧ୍ୟାଦେଶ ଜାରି କରି ଦେଇଛୁ ।

ଏ ପର୍ଯ୍ୟନ୍ତ ଯେଉଁ ନିୟମ ମାନ ଚାଲୁ ରହିଥିଲା, ଯେଉଁ ପ୍ରଣାଳୀ ଥିଲା, ତାହା ସରକାର ବଦଳାଇ ଦେଇଛନ୍ତି । ଏବେ ଆପଣ ମାନଙ୍କୁ ଛୋଟ ଛୋଟ ସମସ୍ୟାର ସମାଧାନ କରିବା ପାଇଁ କୋର୍ଟକୁ ଯିବାକୁ ପଡ଼ିବ ନାହିଁ । ଏବେ ଅଜାଣତରେ ହୋଇଥିବା ଛୋଟ ଛୋଟ ଉଲଙ୍ଘନ ପାଇଁ ଆପଣ ସମ୍ବନ୍ଧିତ ବିଭାଗକୁ ଯାଇ, କିଛି ସହଜ ପ୍ରକ୍ରିୟା ମାଧ୍ୟମରେ ସେ ସମସ୍ତ ଭୁଲ ଗୁଡ଼ିକୁ ସୁଧାରି ପାରିବେ ।

ଏହାର ଅନ୍ୟ ଏକ ଲାଭ ହେବ କି 60 ପ୍ରତିଶତରୁ ଅଧିକ ମାମଲା, ଭିନ୍ନ ଭିନ୍ନ ଅଦାଲତରେ ଚାଲୁ ରହିଛି, ସେ ସବୁ ଏବେ ସେଠାରୁ ବାହାରକୁ ଚାଲି ଆସିବ । ମୋତେ ଅବଗତ କରାଯାଇଛି କି ଏଭଳି ମାମଲା ଗୁଡ଼ିକର ସଂଖ୍ୟା ହଜାର ସଂଖ୍ୟାରେ ନୁହେଁ ଲକ୍ଷ’ ସଂଖ୍ୟାର ରହିଛି । ଏହି କାରଣରୁ ଜାତୀୟ କମ୍ପାନୀ ଆଇନ ନ୍ୟାୟାଧିକରଣ (National Company Law Tribunal) ଙ୍କ ସମସ୍ତ ଅଧିକାର ଆଂଚଳିକ ପରିଚାଳକ ମାନଙ୍କ ଅଧିକାର ମଧ୍ୟକୁ ଚାଲିଯିବ । ଏଭଳି ହେବାଦ୍ୱାରା ମାମଲା ଗୁଡ଼ିକର ଶୁଣାଣୀରେ ଆହୁରି ଅଧିକ ବେଗ ଆସିବ ।

ଭାଇ ଓ ଭଉଣୀମାନେ, ସରକାର ଛୋଟ ଉଦ୍ୟୋଗ ଗୁଡ଼ିକୁ ଏବଂ ଜଣେ ବ୍ୟକ୍ତିର ଅଧିକାର ରହିଥିବା ଭଳି କମ୍ପାନୀ ଗୁଡ଼ିକୁ ମଧ୍ୟ ଆଶ୍ୱାସନା ଦେଇଛନ୍ତି । କେତେ ଗୁଡ଼ିଏ ବିଷୟ ଉପରେ ଆଗରୁ ଯେଉଁ ମଧ୍ୟ ଜୋରିମାନା ଲାଗୁଥିଲା, ତାକୁ ମଧ୍ୟ ହ୍ରାସ କରି ଅଧା କରି ଦିଆ ଯାଇଛି ।

ସାଥୀଗଣ, ଏବେ ମୁଁ ପର୍ଯ୍ୟାୟ ‘ଙ’ ଆଡ଼କୁ ବଢ଼ୁଛି । ସରକାରଙ୍କ ଏହି ବଡ଼ ନିଷ୍ପତ୍ତି ଏବଂ ପ୍ରୟାସ ମଧ୍ୟରେ, ଆମକୁ ଏହା ମଧ୍ୟ ଧ୍ୟାନରେ ରଖିବାକୁ ହେବ କି ଏମ୍ଏସ୍ଏମ୍ଇକୁ ଚଲାଉଛନ୍ତି ଆମର କାରିଗର, ଆମର ଶ୍ରମିକ । ଏ ସମସ୍ତଙ୍କର ସାମାଜିକ ସୁରକ୍ଷା ବହୁତ ହିଁ ଆବଶ୍ୟକ ।

ଏଣୁ ସରକାର ଏହା ମଧ୍ୟ ସ୍ଥିର କରିଛନ୍ତି କି ସମଗ୍ର ଦେଶରେ ଏକ ଅଭିଯାନ ଚଲାଇ ଏହି କ୍ଷେତ୍ରରେ କାମ କରୁଥିବା କାରିଗରମାନଙ୍କୁ ସରକାରଙ୍କର ସାମାଜିକ ସୁରକ୍ଷା ଯୋଜନା ସହିତ ଯୋଡ଼ାଯିବ । ସରକାର ଏହା ସୁନିଶ୍ଚିତ କରିବେ କି ଏମ୍ଏସ୍ଏମ୍ଇରେ କାମ କରିବାବାଲା ଶ୍ରମିକ ମାନଙ୍କ ପାଖରେ ଜନ-ଧନ ଖାତା ରହିଥାଉ, ତାଙ୍କର ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ନାମାଙ୍କନ ହେଉ ।

ଯଦି ଫେକ୍ଟ୍ରି ବା କାରଖାନା ଟିକେ ବଡ଼ ଥିବ ତ ସେଠାରେ କର୍ମଚାରୀ ଭବିଷ୍ୟ ନିଧି ପାଣ୍ଠି ଏବଂ ଇଏସ୍ଆଇସିଙ୍କ ଦ୍ୱାରା ମଧ୍ୟ ସେମାନଙ୍କୁ ସୁବିଧାଗୁଡ଼ିକ ସୁନିଶ୍ଚିତ କରାଯିବ । ଏ ସମୟ ମଧ୍ୟରେ ଏମ୍ଏସ୍ଏମ୍ଇରେ ଯେଉଁ ନୂଆ ଲୋକମାନଙ୍କୁ ରୋଜଗାର ମିଳିବ, ସେମାନଙ୍କୁ ପ୍ରଧାନମନ୍ତ୍ରୀ ରୋଜଗାର ପ୍ରୋତ୍ସାହନ ଯୋଜନାର ଲାଭ ମିଳୁ, ଏହା ମଧ୍ୟ ସୁନିଶ୍ଚିତ କରାଯିବ ।

ସାଥୀଗଣ, ବୈଶ୍ୱିକରଣ (Globalisation) ର ଏହି ସମୟ ମଧ୍ୟରେ ଏହି 12 ନିଷ୍ପତ୍ତି ଏମ୍ଏସ୍ଏମ୍ଇକୁ ସୁଦୃଢ଼ କରି, ଏକ ନୂତନ ଅଧ୍ୟାୟ ଲେଖିବା ।

କେବଳ 59 ମିନିଟରେ ଋଣର ସୁବିଧା, ଜିଏସଟି ପୋର୍ଟାଲ ମାଧ୍ୟମରେ ମଧ୍ୟ ଋଣ, ଯେଉଁ ଉଦ୍ୟମୀ ଜିଏସଟି ସହିତ ଯୋଡ଼ି ହୋଇଛନ୍ତି ସେମାନଙ୍କ ପାଇଁ ସୁଧ ଦରରେ ହ୍ରାସ, ଶସ୍ତା ରପ୍ତାନୀ ଋଣ, ଟ୍ରେଡସ୍ ଉପରେ ସମସ୍ତ ସରକାରୀ କମ୍ପାନୀମାନଙ୍କୁ ଏବଂ 500 କୋଟିରୁ ଅଧିକ କାରବାର ରହିଥିବା ବଡ଼ ବଡ଼ କମ୍ପାନୀ ଗୁଡ଼ିକୁ ଋଣ ଦେବାର ନିଷ୍ପତ୍ତି, ସରକାରୀ କ୍ରୟରେ ଏମ୍ଏସ୍ଏମ୍ଇ ପାଇଁ 25 ପ୍ରତିଶତର ବାଧ୍ୟବାଧକତା, ମହିଳା ଉଦ୍ୟମୀ ମାନଙ୍କଠାରୁ ଅତି କମ୍’ରେ 3 ପ୍ରତିଶତ କ୍ରୟ କରିବାର ବାଧ୍ୟବାଧ୍ୟକତା, ଜିଇଏମ୍’ରେ ସମସ୍ତ ସରକାରୀ କମ୍ପାନୀ ଗୁଡ଼ିକର ପଞ୍ଜିକରଣ, ଉତ୍ପାଦ ଡିଜାଇନ ଓ କାରିଗରୀ ଆଧୂନିକୀକରଣ ପାଇଁ ସମଗ୍ର ଦେଶରେ 20 ଟୁଲରୁମ ହବ/କେନ୍ଦ୍ର ଏବଂ 100 ସ୍ପୋକ୍ସ ପ୍ରତିଷ୍ଠା, ସାରା ଦେଶରେ ଫାର୍ମା ଉଦ୍ୟୋଗପୁଞ୍ଜର ନିର୍ମାଣ, ଶ୍ରମିକ ଆଇନରେ ପରିବର୍ତ୍ତନ, ଦାଖଲରେ ସୁଗମତା, 48 ଘଣ୍ଟା ଭିତରେ ତଦାରଖର ରିପୋର୍ଟ, ପରିବେଶ ମଞ୍ଜୁରି ସହିତ ଜଡ଼ିତ ପ୍ରକ୍ରିୟା ଗୁଡ଼ିକର ସରଳୀକରଣ ଏବଂ କମ୍ପାନୀ ଅଧିନିୟମରେ ବଡ଼ ପରିବର୍ତ୍ତନ, ଏ ସମସ୍ତ ନିଷ୍ପତ୍ତି ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ସୁଦୃଢ଼ କରିବ, ଏକ ନୂତନ ଉଚ୍ଚତା ପ୍ରଦାନ କରିବ ।

ମୁଁ ଆଜି ଏହି ଅବସରରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ କର୍ମଚାରୀମାନଙ୍କୁ ମଧ୍ୟ ରାଷ୍ଟ୍ର ନିର୍ମାଣର ଏହି ମହାନ ଯଜ୍ଞରେ ଆଗକୁ ବଢ଼ି କାର୍ଯ୍ୟ କରିବା ପାଇଁ ଅନୁରୋଧ କରୁଛି । ଆପଣମାନଙ୍କର ପ୍ରୟାସ ଦ୍ୱାରା ହିଁ ଏହି ନିଷ୍ପତ୍ତି ଗୁଡ଼ିକର ଉନ୍ନତମାନର ପରିଣାମ ଆସିବ । ଏହାର ଲାଭ ସମଗ୍ର ଦେଶର ଛୋଟ ଉଦ୍ୟମୀଙ୍କ ନିକଟରେ ପହଂଚିବ ।

ଆଉ ସାଥୀଗଣ, ଯେତେବେଳେ ମୋର ଟିମ୍ ଏ ଦାୟିତ୍ୱ ନିର୍ବାହ କରିବେ, ଏତେ ପରିଶ୍ରମ କରିବେ, ତ ମୋର ତ ମନ କରେ କି ସେମାନଙ୍କର ଏହି ପରିଶ୍ରମରେ ନିଜର ମଧ୍ୟ କିଛିଟା ଯୋଗଦାନ ମୁଁ ସ୍ୱୟଂ ନିଜେ ମଧ୍ୟ କରିବାକୁ ଯିବି ।

ତେଣୁ ଏଭଳି 100ଜିଲ୍ଲା ଯେଉଁଠି ଏମ୍ଏସ୍ଏମ୍ଇ ସହିତ ଏକ ପରମ୍ପରା, ଏକ ବିଶେଷଜ୍ଞତା ଯୋଡ଼ି ହୋଇଛି, ସେଠାରେ ହେଉଥିବା କାର୍ଯ୍ୟଗୁଡ଼ିକର ସମୀକ୍ଷା ମୁଁ ନିଜେ କରିବି । ଯେଉଁ ଟିମ୍, ମାଟି ଉପରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ସହିତ ମିଶି ଆଗାମୀ 100 ଦିନ ପର୍ଯ୍ୟନ୍ତ ମୋ ତତ୍ତ୍ଵାବଧାନରେ, ମନିଟରିଂରେ କାମ କରାଯିବ । ମୁଁ ମଧ୍ୟ ଆପଣମାନଙ୍କ ସହିତ କାନ୍ଧରେ କାନ୍ଧ ମିଶାଇ କାମ କରିବି ଆଉ ଏହାକୁ ସଫଳ କରି ଦେଖାଇବାର ଅଛି ।

ସାଥୀଗଣ, ଭାରତର ଏମ୍ଏସ୍ଏମ୍ଇ ଗୁଡ଼ିକ, ଆପଣ ମାନେ ସମସ୍ତେ ହେଉଛନ୍ତି ବାସ୍ତବରେ ଆକାଂକ୍ଷିତ ଭାରତ (Aspirational India),ହେଉଛନ୍ତି ମହତ୍ୱାକାଂକ୍ଷି ଭାରତ । ଆପଣ ମାନଙ୍କୁ ଆପଣଙ୍କର ପରିଶ୍ରମର ପରିଣାମ ସମ୍ମୁଖରେ ଦେଖା ଯାଉଛି । ଏଭଳି ପରିଶ୍ରମ ଦ୍ୱାରା ରୋଜଗାର ବୃଦ୍ଧି ହୋଇଥାଏ ଏବଂ ଏହି ଏମ୍ଏସ୍ଏମ୍ଇ ବୀଜ ହୋଇ ଭବିଷ୍ୟତରେ ବଡ଼ ଉଦ୍ୟମ ହୋଇଥାଏ ଏବଂ ନୂତନ ଉଦ୍ୟମ ଗୁଡ଼ିକୁ ସ୍ଫୁର୍ତି ଦିଅନ୍ତି, ପୋଷଣ କରନ୍ତି ।

ଏମ୍ଏସ୍ଏମ୍ଇ ହେଉଛି ସରକାରଙ୍କର ସେହି ଭାବନାର ପ୍ରତୀକ ଯାହାର ମୂଳରେ ରୋଜଗାର ଖୋଜାଳି ପରିବର୍ତ୍ତେ ରୋଜଗାର ପ୍ରଦାନକାରୀ ହେବା ଦରକାର । ଆପଣମାନେ କେବଳ ଉଦ୍ୟମୀ ହିଁ ନୁହଁନ୍ତି, ନ୍ୟୁ ଇଣ୍ଡିଆର ମହତ୍ୱପୂର୍ଣ୍ଣ ନିର୍ମାତା ମାନଙ୍କ ମଧ୍ୟରୁ ହେଉଛନ୍ତି ଜଣେ ।

ମୋର ପୂର୍ଣ୍ଣ ବିଶ୍ୱାସ ରହିଛି କି ଏହି ଅଭିଯାନ ଛୋଟ ଛୋଟ ଉଦ୍ୟୋଗମାନଙ୍କ ପାଇଁ ଲାଭଜନକ ହେବ ଏବଂ ସମଗ୍ର ଦେଶର ଏମ୍ଏସ୍ଏମ୍ଇ ଏ ସମସ୍ତ ନିଷ୍ପତ୍ତି ଦ୍ୱାରା ଲାଭାନ୍ୱିତ ହେବେ ।

ମୋର ଏହା ମଧ୍ୟ ବିଶ୍ୱାସ ରହିଛି କି ଛୋଟ ଛୋଟ ଉଦ୍ୟମ ହିଁ ଆଗକୁ ଯାଇ ଦେଶର ଔଦ୍ୟୋଗିକ ବିପ୍ଳବକୁ ଏକ ନୂତନ ରୂପ, ନୂତନ ଆୟାମ ପ୍ରଦାନ କରିବେ ଏବଂ ବୈଷୟିକ ଜ୍ଞାନ କୌଶଳ ଆଧାରିତ ନିର୍ମଳ ବ୍ୟବସାୟର ଆଧାର ଶିଳା ଭାବେ ପରିଗଣିତ ହେବ ।

ଏ ସମସ୍ତ  ସୁଧାର ଗୁଡ଼ିକ ଉପରେ ପ୍ରଶ୍ନ ହୋଇ ମେକ୍ ଇନ୍ ଇଣ୍ଡିଆର ଗତିକୁ ଆହୁରି ଦ୍ରୁତତର କରନ୍ତୁ, ଉର୍ଜ୍ଜା ପ୍ରଦାନ କରନ୍ତୁ, ଏହି କାମନାର ସହିତ ମୁଁ ନିଜର କଥାକୁ ସମାପ୍ତ କରୁଛି ।

ମୋର ସଂପୂର୍ଣ୍ଣ ବିଶ୍ୱାସ ରହିଛି କି ଏହି ଦିପାବଳୀ ଆପଣମାନଙ୍କ ସମସ୍ତଙ୍କ ପାଇଁ ମଧ୍ୟ, ଦେଶର ସମସ୍ତ ଏମ୍ଏସ୍ଏମ୍ଇ କ୍ଷେତ୍ର ପାଇଁ ଶୁଭ ମଧ୍ୟ ରହିବ, ଲାଭକାରୀ ମଧ୍ୟ ରହିବ ଏବଂ ନୂତନ ଅବସର ମଧ୍ୟ ନେଇ ଆସିବ ।

ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ଶୁଭକାମନା ।

ବହୁତ – ବହୁତ ଧନ୍ୟବାଦ!

  • krishangopal sharma Bjp December 19, 2024

    नमो नमो 🙏 जय भाजपा 🙏🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩
  • krishangopal sharma Bjp December 19, 2024

    नमो नमो 🙏 जय भाजपा 🙏🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩
  • krishangopal sharma Bjp December 19, 2024

    नमो नमो 🙏 जय भाजपा 🙏🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩
  • Reena chaurasia September 02, 2024

    बीजेपी
  • Santosh Bhanudash Gayakavad February 07, 2024

    meri paristhiti thodi aur mera sharir Kam nahin kar raha hai aur mujhe loan lena hai to mujhe kya karna padega Jahan ki meri Ghar ki sthiti theek se chale apeksha karnaon ki aap koi rasta dikhayenge
  • Babla sengupta December 23, 2023

    Babla sengupta
  • Aditya Mishra March 13, 2023

    जय हो
  • Laxman singh Rana September 05, 2022

    नमो नमो 🇮🇳🌹
  • Laxman singh Rana September 05, 2022

    नमो नमो 🇮🇳
  • Laxman singh Rana September 05, 2022

    श्री राम 🚩
Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
Indian economy 'resilient' despite 'fragile' global growth outlook: RBI Bulletin

Media Coverage

Indian economy 'resilient' despite 'fragile' global growth outlook: RBI Bulletin
NM on the go

Nm on the go

Always be the first to hear from the PM. Get the App Now!
...
PM to inaugurate Rising North East Investors Summit on 23rd May in New Delhi
May 22, 2025
QuoteFocus sectors: Tourism, Agro-Food Processing, Textiles, Information Technology, Infrastructure, Energy, Entertainment and Sports
QuoteSummit aims to highlight North East Region as a land of opportunity and attract global and domestic investment

With an aim to highlight North East Region as a land of opportunity, attracting global and domestic investment, and bringing together key stakeholders, investors, and policymakers on a single platform, Prime Minister Shri Narendra Modi will inaugurate the Rising North East Investors Summit on 23rd May, at around 10:30 AM, at Bharat Mandapam, New Delhi.

The Rising North East Investors Summit, a two-day event from May 23-24 is the culmination of various pre-summit activities, such as series of roadshows, and states' roundtables including Ambassador’s Meet and Bilateral Chambers Meet organized by the central government with active support from the state governments of the North Eastern Region. The Summit will include ministerial sessions, Business-to-Government sessions, Business-to-Business meetings, startups and exhibitions of policy and related initiatives taken by State Government and Central ministries for investment promotion.

The main focus sectors of investment promotion include Tourism and Hospitality, Agro-Food Processing and allied sectors; Textiles, Handloom, and Handicrafts; Healthcare; Education and Skill Development; Information Technology or Information Technology Enabled Services; Infrastructure and Logistics; Energy; and Entertainment and Sports.