ଭାରତ ମାତା କୀ ଜୟ, ଭାରତ ମାତା କୀ ଜୟ, ଭାରତ ମାତା କୀ ଜୟ……….
ମଞ୍ଚ ଉପରେ ବିରାଜମାନ ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀମାନ ବିଦ୍ୟାସାଗର ରାଓ ମହୋଦୟ, ଏଠାକାର ଉର୍ଜ୍ଜାବାନ ଏବଂ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିଶ ମହାଶୟ, କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ଶ୍ରୀମାନ ନୀତିନ ଗଡ଼କରୀ ମହାଶୟ, ସଂସଦରେ ମୋର ସମସ୍ତ ସାଥୀ, ମହାରାଷ୍ଟ୍ରର ମନ୍ତ୍ରୀ ଏବଂ ବିଧାୟକଗଣ ଆଉ ଏଠାକୁ ବିଶାଳ ସଂଖ୍ୟାରେ ଆସିଥିବା ଆପଣମାନେ ମୋର ପ୍ରିୟ ଭାଇ ଓ ଭଉଣୀମାନେ ।
ଭଉଣୀ ଓ ଭାଇମାନେ, ଚଳିତ ବର୍ଷରେ ମୋତେ ତୃତୀୟ ଥର ପାଇଁ ସୋଲାପୁର ଆସିବାର ସୁଯୋଗ ମିଳିଛି । ଯେବେ ମୁଁ ଆପଣମାନଙ୍କଠାରୁ ଆଶୀର୍ବାଦ ମାଗିବାକୁ ଆସିଛି । ଆପଣମାନେ ମୋତେ ଭରପୂର ସ୍ନେହ ଦେଇଛନ୍ତି । ଆଶୀର୍ବାଦର ବହୁତ ବଡ଼ ଶକ୍ତି ଦେଇଛନ୍ତି । ମୋର ମନେ ଅଛି କି ମୁଁ ଯେତେବେଳେ ଗତ ଥର ଏଠାକୁ ଆସିଥିଲି ତ ମୁଁ କହିଥିଲି କି ଏଠାରେ ଯେଉଁ ବିଏସପି ଅର୍ଥାତ ବିଜୁଳି, ସଡ଼କ ଏବଂ ପାଣିର ସମସ୍ୟା ରହିଛି ତାହାର ସମାଧାନ କରିବା ପାଇଁ ସଂପୂର୍ଣ୍ଣ ପ୍ରୟାସ କରାଯିବ । ମୁଁ ଖୁସି ଯେ ଏହି ଦିଗରେ ଅନେକ କିଛି ପ୍ରୟାସ କରାଯାଇଛି । ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନା ହେଉ କିମ୍ବା ଜାତୀୟ ରାଜପଥ ହେଉ ଅବା ସୌଭାଗ୍ୟ ଯୋଜନା ମାଧ୍ୟମରେ ପ୍ରତ୍ୟେକ ଘରକୁ ବିଜୁଳି ପହଂଚାଇବାର କାର୍ଯ୍ୟ ହେଉ, ଏଠାରେ ସମସ୍ତ ଯୋଜନାର ଦ୍ରୁତ ଗତିରେ କାର୍ଯ୍ୟ କରାଯାଉଛି । ମୁଁ ଫଡ଼ନବିଶ ମହାଶୟ ସରକାରଙ୍କୁ ଶୁଭେଚ୍ଛା ଜଣାଉଛି କି ସେ ପ୍ରତ୍ୟେକ ଘରକୁ ବିଜୁଳି ପହଂଚାଇବାର ପାଇଁ ବହୁତ ଗରୁତର ସହିତ କାର୍ଯ୍ୟ କରୁଛନ୍ତି ।
ଭାଇ ଓ ଭଉଣୀମାନେ, ଆଜି ଏହି କାର୍ଯ୍ୟକୁ ଆହୁରି ଅଧିକ ସଂପ୍ରସାରଣ କରିବା ପାଇଁ ପୁଣି ଆଉ ଥରେ ଆପଣମାନଙ୍କ ଗହଣକୁ ଆସିଛି । କିଛି ସମୟ ପୂର୍ବରୁ ସ୍ମାର୍ଟ ସହର, ଗରିବଙ୍କ ଘର, ସଡ଼କ ଏବଂ ପାଣି ସହିତ ଜଡ଼ିତ ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପଗୁଡ଼ିକର ଲୋକାର୍ପଣ ଏବଂ ଶିଳାନ୍ୟାସ କରାଯାଇଛି । ମୁଁ ଏହି ସୂଚନା ମଧ୍ୟ ଆପଣମାନଙ୍କୁ ଦେବାକୁ ଚାହୁଁଛି କି ସରକାର ପ୍ରାୟ ଏକ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଶୋଲାପୁର ଓସମାନାବାଦ ଭାୟା ତୁଲଜାପୁର ରେଳ ଲାଇନକୁ ମଞ୍ଜୁରି ଦେଇ ଦେଇଛନ୍ତି ।
ମାଆ ତୁଲଜାପୁର ଭବାନୀଙ୍କ ଆଶୀର୍ବାଦରୁ ଖୁବ ଶୀଘ୍ର ଏ ରେଳ ଲାଇନ୍ ପ୍ରସ୍ତୁତ ହୋଇଯିବ । ଯାହାଦ୍ୱାରା ସ୍ଥାନୀୟ ଲୋକଙ୍କ ସହିତ ସମଗ୍ର ଦେଶରୁ ମାତାଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁମାନଙ୍କୁ ମଧ୍ୟ ସୁବିଧା ହେବ । ଏହି ସମସ୍ତ ପ୍ରକଳ୍ପଗୁଡ଼ିକ ପାଇଁ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ଶୁଭକାମନା ଜଣାଉଛି, ବହୁତ ବହୁତ ଶୁଭେଚ୍ଛା ଜ୍ଞାପନ କରୁଛି । ଏହି ଯୋଜନାଗୁଡ଼ିକ ଉପରେ ବିସ୍ତାର ଭାବେ କଥା ହେବା ପୂର୍ବରୁ ଆଜି ମୁଁ ସୋଲାପୁରର ଏହି ମାଟିରୁ ସମଗ୍ର ଦେଶକୁ ମଧ୍ୟ ଶୁଭେଚ୍ଛା ଜଣାଇବାକୁ ଚାହୁଁଛି ।
କାଲି ବିଳମ୍ବିତ ରାତ୍ରୀରେ ଲୋକସଭାରେ ଏକ ଐତିହାସିକ ବିଲ ଗୃହୀତ ହୋଇଛି । ଆପଣମାନଙ୍କ ତାଳିର ଶବ୍ଦରୁ ମୋତେ ଲାଗୁଛି କି ଆପଣମାନେ ମଧ୍ୟ କାଲି ରାତିରେ ଡେରି ପର୍ଯ୍ୟନ୍ତ ଟିଭି ଦେଖିବା ପାଇଁ ବସି ରହିଥିଲେ । ସାଧାରଣ ବର୍ଗର ଗରିବମାନଙ୍କୁ 10 ପ୍ରତିଶତ ସଂରକ୍ଷଣ ଉପରେ ମୋହର ଲାଗାଇ ସମସ୍ତଙ୍କ ସହିତ ସମସ୍ତଙ୍କର ବିକାଶର ମନ୍ତ୍ରକୁ ଆହୁରି ସୁଦୃଢ଼ କରିବାର କାର୍ଯ୍ୟ କରାଯାଇଛି । ପ୍ରତ୍ୟେକ ବର୍ଗର ଲୋକମାନଙ୍କୁ ଆଗକୁ ବଢ଼ିବାର ସୁଯୋଗ ମିଳୁ । ଅନ୍ୟାୟର ଭାବନା ଶେଷ ହେଉ । ଗରିବ, ସେ ହୁଏତ ଯେକୌଣସି କ୍ଷେତ୍ରର ହେଉ, ତାକୁ ବିକାଶର ସଂପୂର୍ଣ୍ଣ ଲାଭ ମିଳୁ, ସୁଯୋଗରେ ପ୍ରଥମିକତା ମିଳୁ ଏହି ସଂକଳ୍ପ ସହିତ ଭାରତୀୟ ଜନତା ପାର୍ଟି ହେଉଛି ଆପଣମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସମର୍ପିତ ।
ଭାଇ ଓ ଭଉଣୀମାନେ, କେତେ ମିଥ୍ୟା ଅପପ୍ରଚାର କରାଯାଉଛି, କିଭଳି ଭାବେ ଲୋକମାନଙ୍କୁ ବିଭ୍ରାନ୍ତ କରାଯାଉଛି । କାଲି ସଂସଦରେ ଆମର ନିର୍ଣ୍ଣୟ ଯୋଗୁଁ ଆଉ ମୁଁ ଆଶା କରୁଛି ଯେପରି ବହୁତ ହିଁ ସୁସ୍ଥ ବାତାବରଣରେ କାଲି ଲୋକସଭାରେ ଚର୍ଚ୍ଚା ହେଲା, ବିଳମ୍ବିତ ରାତି ପର୍ଯ୍ୟନ୍ତ ଚର୍ଚ୍ଚା ହେଲା ଆଉ ପ୍ରାୟ ସର୍ବସହମତି ସହିତ, କିଛି ଲୋକ ଅଛନ୍ତି ଯେଉଁମାନେ ବିରୋଧ କଲେ, କିନ୍ତୁ ତା’ପରେ ମଧ୍ୟ ସମ୍ବିଧାନ ପାଇଁ ଏକ ମହତ୍ୱପୂର୍ଣ୍ଣ ନିଷ୍ପତ୍ତି କାଲି ଲୋକସଭା କରିଲା । ମୁଁ ଆଶା କରୁଛି ଆଜି ରାଜ୍ୟସଭାରେ ମଧ୍ୟ ସ୍ୱତନ୍ତ୍ର ଭାବେ ଗୋଟିଏ ଦିନ ପାଇଁ ରାଜ୍ୟସଭାର ସମୟସୀମା ବୃଦ୍ଧି କରାଯାଇଛି । ରାଜ୍ୟସଭାରେ ମଧ୍ୟ ଆମର ଯେତେ ଜନପ୍ରତିନିଧି ବସିଛନ୍ତି ସେମାନେ ମଧ୍ୟ ଏହି କିଛି ଭାବନାଗୁଡ଼ିକର ଆଦର ସମ୍ମାନ କରି ସମାଜର ଏକତା ଏବଂ ଅଖଣ୍ଡତାକୁ ଶକ୍ତି ଦେବା ପାଇଁ, ସାମାଜିକ ନ୍ୟାୟର ପ୍ରକ୍ରିୟାକୁ ଆଗକୁ ବଢ଼ାଇବା ପାଇଁ ଅବଶ୍ୟ ସକାରାତ୍ମକ ଚର୍ଚ୍ଚା ମଧ୍ୟ କରିବେ ଆଉ କାଲି ଭଳି ହିଁ ସୁଖଦ ନିଷ୍ପତ୍ତି ଖୁବ୍ ଶୀଘ୍ର ହୋଇଯିବ । ଏଭଳି ମୁଁ ଆଶା କରୁଛି ।
ଭାଇ ଓ ଭଉଣୀମାନେ, ଆମ ଦେଶରେ ଏଭଳି ମିଥ୍ୟା ପ୍ରସାରିତ କରାଯାଉଥିଲା ଆଉ କିଛି ଲୋକ ସଂରକ୍ଷଣ ନାମରେ ଦଳିତଙ୍କୁ ଯାହା କିଛି ମିଳିଛି ସେଥିରୁ କିଛି ବାହାର କରିବାକୁ ଚାହୁଁଥିଲେ, ଆଦିବାସୀଙ୍କୁ ଯାହା କିଛି ମିଳିଛି ସେଥିରୁ କିଛି ବାହାର କରିବାକୁ ଚାହୁଁଥିଲେ, ଓବିସିଙ୍କୁ ଯାହା କିଛି ମିଳିଛି ସେଥିରୁ କିଛି ବାହାର କରିବାକୁ ଚାହୁଁଥିଲେ, ଆଉ ଭୋଟବ୍ୟାଙ୍କ ପାଇଁ ସଂଖ୍ୟାଲଘୁ ରାଜନୀତି କରିବାରେ ଲାଗି ପଡ଼ିଥିଲେ । ଆମେ ଦେଖିଲୁ, ଯାହା କିଛି ଦଳିତଙ୍କୁ ମିଳେ, ସେଥି ମଧ୍ୟରୁ କେହି କିଛି ନେଇ ପାରିବେ ନାହିଁ । ଯାହା କିଛି ଆଦିବାସୀଙ୍କୁ ମିଳେ, ସେଥି ମଧ୍ୟରୁ କେହି କିଛି ନେଇ ପାରିବେ ନାହିଁ । ଯାହା କିଛି ଓବିସିଙ୍କୁ ମିଳେ, ସେଥି ମଧ୍ୟରୁ କେହି କିଛି ନେଇ ପାରିବେ ନାହିଁ । ଏହି ଅତିରିକ୍ତ ଦଶ ପ୍ରତିଶତ ଦେଇ ଆମେ ସମସ୍ତଙ୍କୁ ନ୍ୟାୟ ଦେବା ଦିଗରେ କାର୍ଯ୍ୟ କରିଛୁ । ଆଉ ଏଥିପାଇଁ ଆମେ ଏହାର ନେଇଯିବୁ, ତାହାର ନେଇଯିବୁ ଏଭଳି ମିଥ୍ୟା ଅପପ୍ରଚାର କରୁଥିବା ଲୋକମାନଙ୍କୁ କାଲି ଦିଲ୍ଲୀରେ ସଂସଦ ଏଭଳି ଶକ୍ତ ଜବାବ ଦେଇଛି, ସେମାନଙ୍କ ମୁହଁରେ ଏଭଳି ଚୋଟ ମାରିଛି କି ଏବେ ମିଥ୍ୟା ଅପପ୍ରଚାର କରିବା ପାଇଁ ସେମାନଙ୍କର ଆଉ ଶକ୍ତି ହିଁ ବଂଚିବନାହିଁ ।
ଭାଇ ଓ ଭଉଣୀମାନେ, ଏହା ବ୍ୟତୀତ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଲ୍ ମଧ୍ୟ କାଲି ଲୋକସଭାରେ ପାସ୍ ହୋଇଛି । ଏହି ବିଲ୍ ମଧ୍ୟ ଭାରତ ମାତାଠାରେ ଆସ୍ଥା ରଖୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ହେଉଛି ଗୁରୁତ୍ୱପୂର୍ଣ୍ଣ । ନାଗରିକ ସଂଶୋଧନ ବିଲ୍ ଲୋକସଭାରେ ପାସ୍ ହେବା ପରେ ପାକିସ୍ଥାନ, ବାଂଲାଦେଶ ଏବଂ ଆଫଗାନିସ୍ଥାନରୁ ଆସିଥିବା ମାଆ ଭାରତୀର ପୁଅ ଝିଅମାନଙ୍କୁ ଭାରତ ମାତା କୀ ଜୟ କହୁଥିବାବାଲାଙ୍କୁ, ବନ୍ଦେ ମାତରମ୍ କହୁଥିବାବାଲାଙ୍କୁ, ଏହି ଦେଶର ମାଟିକୁ ଭଲ ପାଉଥିବାବାଲାଙ୍କୁ ଭାରତର ନାଗରିକତା ମିଳିବା ପଥ ପରିଷ୍କାର ହୋଇଯାଇଛି ।
ଇତିହାସର ସମସ୍ତ ଉତଥାନ ପତନ ଦେଖିବା ପରେ, ସମସ୍ତ ଅତ୍ୟାଚାର ସହ୍ୟ କରିବା ପରେ ଆମର ଏହି ଭାଇ ଓ ଭଉଣୀମାନେ ଭାରତମାତାର ପଣତ ତଳେ କିଛି ଜାଗା ଚାହୁଁଥିଲେ । ସେମାନଙ୍କୁ ସଂରକ୍ଷଣ ହିଁ ଦେବା ପ୍ରତ୍ୟେକ ଭାରତୀୟଙ୍କ ହେଉଛି ଦାୟିତ୍ୱ ଆଉ ଏହି ଉତ୍ତରଦାୟିତ୍ୱକୁ ପୂରଣ କରିବାର କାର୍ଯ୍ୟ ମଧ୍ୟ ଭାରତୀୟ ଜନତା ପାର୍ଟିର ଦିଲ୍ଲୀରେ ଥିବା ସରକାର କରିଛନ୍ତି । ସାଥୀଗଣ, ସ୍ୱାଧୀନତା ପରଠାରୁ ଦଶକ ଦଶକ ଧରି ପ୍ରତ୍ୟେକ ସରକାର ନିଜ ନିଜ ହିସାବରେ କାର୍ଯ୍ୟ କରିଛନ୍ତି । କିନ୍ତୁ ଯେତେବେଳେ ଭାଜପା ନେତୃତ୍ୱରେ ଏହି କାର୍ଯ୍ୟ ହୋଇଥାଏ ତ ମାଟି ଏବଂ ଜନତା ପର୍ଯ୍ୟନ୍ତ ତାହାର ପ୍ରଭାବ ପହଂଚିଥାଏ ।
ଭାଇ ଓ ଭଉଣୀମାନେ, କାଲି ଯେତେବେଳେ ଏହି ଆଇନ ପାସ୍ ହେଲା । ସଂସଦରେ ଲୋକସଭା ନିଜର କାର୍ଯ୍ୟ କରି ସାରିଛି । ମୁଁ ଆଶା କରୁଛି କି ଆଜି ରାଜ୍ୟସଭା ମଧ୍ୟ ଆମ ଦେଶକୁ ଭଲ ପାଉଥିବା ଲୋକମାନଙ୍କ ପାଇଁ ଅବଶ୍ୟ ଆଜି ମଧ୍ୟ ରାଜ୍ୟସଭାରେ ଏହାକୁ ପାସ୍ କରି ଲକ୍ଷ-ଲକ୍ଷ ପରିବାରଙ୍କର ଜୀବନ ବଂଚାଇବାର କାର୍ଯ୍ୟ କରିବ ।
ଭାଇ ଓ ଭଉଣୀମାନେ, ମୁଁ ବିଶେଷ ଭାବେ ଆସାମର ଭାଇ ଓ ଭଉଣୀମାନଙ୍କୁ, ଉତ୍ତର-ପୂର୍ବାଂଚଳର ଭାଇ ଓ ଭଉଣୀମାନଙ୍କୁ ବିଶ୍ୱାସ ଦେବାକୁ ଚାହୁଁଛି କି କାଲିର ଏହି ନିଷ୍ପତ୍ତି ଦ୍ୱାରା ଆସାମ ହେଉ, ଉତ୍ତର-ପୂର୍ବାଂଚଳ ହେଉ, ସେଠାକାର ଯୁବକ ହୁଅନ୍ତୁ, ସେମାନଙ୍କର ଅଧିକାରଗୁଡ଼ିକୁ ସମାନ୍ୟତମ ଆଞ୍ଚ ଆସିବାକୁ ଦେବି ନାହିଁ, ସେମାନଙ୍କର ସୁଯୋଗରେ ସାମାନ୍ୟତମ ପ୍ରତିବନ୍ଧକ ସୃଷ୍ଟି ହେବାକୁ ଦେବି ନାହିଁ । ଏହା ମୁଁ ସେମାନଙ୍କୁ ବିଶ୍ୱାସ ଦେବାକୁ ଚାହୁଁଛି ।
ଭାଇ ଓ ଭଉଣୀମାନେ, ପୂର୍ବ ତୁଳନାରେ ଯେଉଁ ବଡ଼ ବ୍ୟବଧାନ ଆସିଛି, ତାହା ହେଉଛି ଉଦ୍ଦେଶ୍ୟରେ । ପ୍ରକୃତ ଉଦ୍ଦେଶ୍ୟ ସହିତ ଆବଶ୍ୟକ ନୀତିର ନିର୍ମାଣ ହୋଇଛି । ଖଣ୍ଡ ଖଣ୍ଡ କରି ଚିନ୍ତା କରିବା ବଦଳରେ ସମଗ୍ରତା ଏବଂ ସଂପୂର୍ଣ୍ଣତାର ସହିତ ନିଷ୍ପତି ନେବାର ଅଛି । ରାଷ୍ଟ୍ରହିତ ଏବଂ ଜନହିତରେ କଠୋର ଏବଂ ବଡ଼ ନିଷ୍ପତ୍ତି ନେବାର ଅଛି । ରାଜନୈତିକ ଇଚ୍ଛାଶକ୍ତିର ହେଉଛି । ସମସ୍ତଙ୍କ ସହିତ ସମସ୍ତଙ୍କର ବିକାଶ ହେଉଛି ଆମ ସରକାରଙ୍କର ସଂସ୍କୃତି, ହେଉଛି ଆମର ସଂସ୍କାର ଆଉ ଏହି ହେଉଛି ଆମର ସରୋକାର ମଧ୍ୟ ଏବଂ ହେଉଛି ଆମର ପରମ୍ପରା ମଧ୍ୟ । ଗାଁର, ଗରିବଠାରୁ ନେଇ ସହର ପର୍ଯ୍ୟନ୍ତ ଏହି ସଂସ୍ଥା ସହିତ ନୂତନ ଭାରତର ନୂତନ ବ୍ୟବସ୍ଥାର ନିର୍ମାଣ କରିବାର ଗୁରୁଦାୟିତ୍ୱ ଭାଜପା ସରକାର ଉଠାଇଛନ୍ତି । ଯେଉଁ ସ୍ତରରେ ଆଉ ଯେଉଁ ଗତିରେ କାର୍ଯ୍ୟ ହେଉଛି ତା’ଫଳରେ ସାଧାରଣ ଜୀବନକୁ ସହଜ କରିବାର ଧାରାରେ ମଧ୍ୟ ବେଗ ଆସିଛି ।
ସାଥୀଗଣ, ଭିତ୍ତିଭୂମିର ଉଦାହରଣ ନିଅନ୍ତୁ । ସୋଲାପୁରରୁ ଓସମାନାବାଦ ପର୍ଯ୍ୟନ୍ତର ଏହି ଜାତୀୟ ରାଜପଥ ଚାରି ଲାଇନ ବିଶିଷ୍ଟ ହୋଇଯାଇଛି ଆଉ ଆଜି ଦେଶ ପାଇଁ ମଧ୍ୟ ସମର୍ପିତ ହୋଇଯାଇଛି । ପ୍ରାୟ 1 ହଜାର କୋଟି ଟଙ୍କାର ଏହି ପ୍ରକଳ୍ପ ଦ୍ୱାରା ପ୍ରତ୍ୟେକ ବର୍ଗ, ପ୍ରତ୍ୟେକ ସମ୍ପ୍ରଦାୟ, ପ୍ରତ୍ୟେକ କ୍ଷେତ୍ରର ଲୋକମାନଙ୍କୁ ସୁବିଧା ହେବ ।
ସାଥୀଗଣ, ସ୍ୱାଧୀନତା ପରେ 2014 ପର୍ଯ୍ୟନ୍ତ ଦେଶରେ ପାଖାପାଖି 90 ହଜାର କିଲୋମିଟର ଜାତୀୟ ରାଜପଥ ଥିଲା ଆଉ ଆଜି ଚାରି ବର୍ଷ ପରେ 1 ଲକ୍ଷ 30 ହଜାର କିଲୋମିଟରରୁ ଅଧିକ ହୋଇଛି । ବିଗତ ସାଢ଼େ ଚାରି ବର୍ଷରେ ହିଁ ପ୍ରାୟ 40 ହଜାର କିଲୋମିଟର ଜାତୀୟ ରାଜପଥ ସହିତ ଯୋଡ଼ା ଯାଇ ସାରିଛି । କେବଳ ଏତିକି ହିଁ ନୁହେଁ, ପ୍ରାୟ ସାଢ଼େ 5 ଲକ୍ଷ କୋଟି ବ୍ୟୟରେ ପ୍ରାୟ 52 ହଜାର କିଲୋମିଟର ରାଜପଥର କାର୍ଯ୍ୟ ଚାଲୁ ରହିଛି ।
ଭାଇ ଓ ଭଉଣୀମାନେ, ଜାତୀୟ ରାଜପଥର ଏହି ପ୍ରକଳ୍ପ ସ୍ଥାନୀୟ ଲୋକଙ୍କ ରୋଜଗାର ପାଇଁ ହେଉଛି ବହୁତ ବଡ଼ ସାଧନ । ଦେଶରେ ଜାତୀୟ ରାଜପଥର ନେଟୱାର୍କ ପ୍ରସ୍ତୁତ କରିବା ପାଇଁ ଯେଉଁ ଭାରତମାଳା ଯୋଜନା ଚାଲୁ ରହିଛି, ତାହା ଅଧୀନରେ ହିଁ ରେଜଗାରର ଅନେକ ନୂତନ ଅବସର ସୃଷ୍ଟି ହେଉଛି । ଆଉ ଯେତେବେଳେ ମୁଁ ସୋଲାପୁରରେ ଶିଳାନ୍ୟାସ କରିବାକୁ ଆସିଥିଲି ସେତେବେଳେ ମଧ୍ୟ ମୁଁ କହିଥିଲି କି ଯାହାର ଶିଳାନ୍ୟାସ ଆମେ କରୁଛୁ, ତାହାର ଉଦଘାଟନ ମଧ୍ୟ ଆମେ ହିଁ କରୁଛୁ । ଆମେ ଲୋକ ଦେଖାଣିଆ ଭାବେ କାର୍ଯ୍ୟ କରୁନାହୁଁ, ପଥର ରଖିଦିଅ, ନିର୍ବାଚନ ଚାଲିଯାଉ, ପୁଣି ତୁମେ ତୁମ ଘରକୁ, ଆମେ ଆମ ଘରକୁ । ଏହି ରାଜନେତାମାନେ ଏଭଳି ଯେଉଁ ସଂସ୍କୃତି ସୃଷ୍ଟି କରିଥିଲେ, ତାହାକୁ ଆମେ ସଂପୂର୍ଣ୍ଣ ଭାବେ ଶେଷ କରିଦେଇଛୁ । ଆଉ ମୁଁ ଆଜି ମଧ୍ୟ କହି ରଖୁଛି । ଏହି ତିରିଶ ହଜାର ପରିବାର ପାଇଁ ଯେଉଁ ଘର ନିର୍ମାଣ ହେଉଛି ନା, ଆଜି ତାହାର ଶିଳାନ୍ୟାସ ହୋଇଛି, ଚାବି ଦେବାପାଇଁ ଆମେ ହିଁ ଆସିବୁ । ସବୁଠାରୁ ବଡ଼ ସେତୁ ହେଉ, ସବୁଠାରୁ ବଡ଼ ସୁଢଙ୍ଗ ହେଉ, ସବୁଠାରୁ ବଡ଼ ଏକ୍ସପ୍ରେସ-ୱେ ହେଉ, ସବୁକିଛି ଏହି ସରକାରଙ୍କ କାର୍ଯ୍ୟକାଳରେ ହିଁ ନିର୍ମାଣ ହେଉଛି ଅବା ପୁଣି ତା’ଉପରେ ଦ୍ରୁତ ଗତିରେ କାର୍ଯ୍ୟ କରାଯାଉଛି ।
ଭାଇ ଓ ଭଉଣୀମାନେ, ଏହା ହେଉଛି ସବୁଠାରୁ ବଡ଼ ଏବଂ ସବୁଠାରୁ ଦୀର୍ଘ କେବଳ ଏଥିପାଇଁ ଏହାର ଗୁରୁତ୍ୱ ରହିନାହିଁ ବରଂ ଏହା ହେଉଛି ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ ଏହା ସେଠାରେ ନିର୍ମାଣ ହୋଇଛି ଯେଉଁଠାରେ ପରିସ୍ଥିତି କଷ୍ଟକର ଥିଲା, ଯେଉଁଠାରେ କାର୍ଯ୍ୟ କରିବା ସହଜ ନଥିଲା ।
ଭାଇ ଓ ଭଉଣୀମାନେ, ଏହି କାର୍ଯ୍ୟ କାହିଁକି ହେଉ ନଥିଲା, କଥା ହେଉଥିଲେ, 40-50 ବର୍ଷ ପୂର୍ବେ କଥା ହୋଇଥିଲେ କିନ୍ତୁ ସେଠାରେ ଗୋଟିଏ ଅଧେ ସଂସଦରେ ଆସନ ରହୁଥିଲା । ଭୋଟ ପଡ଼ୁ ନ ଥିଲା, ତ ଏମାନଙ୍କୁ ଲାଗୁଥିଲା କି ସେଠାକୁ ଯାଇ କ’ଣ ବାହାରିବ । ଏହି କାରଣରୁ ଦେଶର ପୂର୍ବ ଭାଗରେ ଯେଉଁଠାରେ ବହୁତ ବିକାଶ ହେବା ଦରକାର, ତାହା ଅଟକି ଗଲା । ଯଦି ପଶ୍ଚିମ ଭାରତର ଯେଉଁ ବିକାଶ ହୋଇଛି, ସେହିଭଳି ଭାବରେ ହିଁ ପୂର୍ବ ଭାରତର ହୋଇଥାଆନ୍ତା ତ ଦେଶ ଆଜି କେଉଁଠାରୁ ଯାଇ କେଉଁଠାରେ ପହଂଚି ଯାଇଥାଆନ୍ତା । କିନ୍ତୁ ଭାଇ ଓ ଭଉଣୀମାନେ, ସେଠାରେ ଅଧିକ ଭୋଟ ନାହିଁ । ଗୋଟିଏ ଅଧେ, ଦୁଇଟି ଆସନ ପାଇଁ କାହିଁକି ଖର୍ଚ୍ଚ କରିବା, ଏହା ଭୋଟ ବ୍ୟାଙ୍କର ରାଜନୀତି ବିକାଶର ଗତିରୋଧ କରିବାର ପାପ କରିଥିଲେ । ଆମେ ସେଥିରୁ ବାହାରି ଆସି ସେଠାରେ ଭୋଟ ଥାଉ ଅବା ନଥାଉ, ଭାଜପା ପାଇଁ ଅବସର ଥାଉ ଅବା ନଥାଉ, ଜନସଂଖ୍ୟା କମ୍ ହେଉ, ଅବା ଅଧିକ ହେଉ, ଦେଶର ଉନ୍ନତି ପାଇଁ ଯାହା କରିବା ଦରକାର, ତାହା କରିବାରେ ଆମେ କେବେ ମଧ୍ୟ ଅଟକି ନାହୁଁ ।
ସାଥୀଗଣ, ଏହି ସ୍ଥିତି ରେଳପଥ ଏବଂ ଆକାଶ ପଥକୁ ନେଇ କରି ମଧ୍ୟ ଅଛି । ଆଜି ଦେଶରେ ରେଳବାଇ କ୍ଷେତ୍ରରେ ମହତ୍ୱପୂର୍ଣ୍ଣ କାର୍ଯ୍ୟ ହେଉଛି । ପୂର୍ବ ଅପେକ୍ଷା ଦୁଇ ଗୁଣ ଗତିରେ ରେଳଲାଇନର ନିର୍ମାଣ ଏବଂ ପ୍ରଶସ୍ତିକରଣ ହେଉଛି । ଦ୍ରୁତ ଗତିରେ ବିଜୁଳୀକରଣ ହେଉଛି । ସେହିପରି ଆଜି ବିମାନଯାତ୍ରା କେବଳ ସମ୍ପନ୍ନ ଲୋକଙ୍କ ମଧ୍ୟରେ ସୀମିତ ହୋଇ ରହି ନାହିଁ । ବରଂ ଏହାକୁ ଆମେ ସାଧାରଣ ନାଗରିକମାନଙ୍କ ପର୍ଯ୍ୟନ୍ତ ପହଂଚାଇବାର ପ୍ରୟାସ କରିଛୁ । ହାୱାଇ ଚପଲ ପିନ୍ଧୁଥିବା ଲୋକଙ୍କୁ ବିମାନଯାତ୍ରାର ଆନନ୍ଦ ନେବା ପାଇଁ ଉଡାଣ ଭଳି ମହାତ୍ୱାକାଂକ୍ଷୀ ଯୋଜନା ଚାଲୁ ରହିଛି । ଦେଶର ଦ୍ୱିତୀୟ ଶ୍ରେଣୀ, ତୃତୀୟ ଶ୍ରେଣୀ ସହରରେ ବିମାନବନ୍ଦର ଏବଂ ହେଲିପେଡ଼ ନିର୍ମାଣ କରାଯାଉଛି । ଏଥିରେ ମହାରାଷ୍ଟ୍ରର ମଧ୍ୟ ଚାରୋଟି ବିମାନବନ୍ଦର ଅଛି । ଆଗାମୀ ଦିନରେ ସୋଲାପୁରରେ ମଧ୍ୟ ଉଡ଼ାଣ ଯୋଜନା ଅଧୀନରେ ବିମାନ ଉଡ଼ିବ, ଏଥିପାଇଁ ମଧ୍ୟ ପ୍ରୟାସ କରାଯାଉଛି ।
ସାଥୀଗଣ, ଯେତେବେଳେ ଉତ୍ତମ ଯୋଗାଯୋଗ ବ୍ୟବସ୍ଥା ହୋଇଥାଏ ତ ଗାଁ ଏବଂ ସହର ଉଭୟଙ୍କର ସାମାଜିକ ଏବଂ ଆର୍ଥିକ କାର୍ଯ୍ୟଧାରାରେ ସୁଧାର ଆସିଥାଏ । ଆମ ସହରରେ ତ ଆର୍ଥିକ କାରବାରରେ ରୋଜଗାରର ବଡ଼ କେନ୍ଦ୍ର ସୋଲାପୁର ସମେତ ଦେଶର ଅନ୍ୟ ସହରର ବିକାଶ ଦଶକ ଦଶକ ଧରି ଏକ ନିରନ୍ତର ପ୍ରକ୍ରିୟାରେ ହୋଇ ଚାଲିଛି । କିନ୍ତୁ ଏହା ମଧ୍ୟ ସତ୍ୟ ଯେ ଯେଉଁ ବିକାଶ ହୋଇଛି, ତାହା ଯୋଜନାବଦ୍ଧ ଭାବେ ହୋଇଥାଆନ୍ତା ତ ଆଜି ଆମେ କେଉଁଠାରୁ ଯାଇ କେଉଁଠାରେ ପହଂଚି ଯାଇଥାଆନ୍ତେ । କିନ୍ତୁ ହେଲା ନାହିଁ । ଦେଶର ଏପରି ବହୁତ କମ୍ ସହର ଅଛି, ଯେଉଁଠାରେ ଯୋଜନାବଦ୍ଧ ଭାବରେ ଏକ ସଂପୂର୍ଣ୍ଣ ବ୍ୟବସ୍ଥା ନିର୍ମାଣ କରାଯାଇଛି । ଆଉ ପରିଣାମ ଏହା ହୋଉଛି କି କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ସହିତ ସହରର ଭିତ୍ତିଭୂମି ବିକଶିତ ହୋଇ ପାରି ନାହିଁ । ସଡ଼କ ଏବଂ ଗଳିକନ୍ଦିର ଅବସ୍ଥା ଖରାପ ହୋଇ ପଡ଼ିଛି । ସିୱେଜ୍ ଲାଇନ୍ ଲିକ୍ ହେଉଛି, କେହି ସ୍ୱର ଉତ୍ତୋଳନ କରୁଛନ୍ତି ତ ଛୋଟ ମୋଟ କାମ କରି କଥାକୁ ଏଡାଇ ଦିଆଯାଉଥିଲା ।
ଭାଇ ଓ ଭଉଣୀମାନେ, ଆମ ସରକାର ସ୍ଥାୟୀ ବ୍ୟବସ୍ଥା ବଦଳରେ ସ୍ଥାୟୀ ସମାଧାନର ରାସ୍ତା ବାଛିଛନ୍ତି । ଏହି ଚିନ୍ତାଧାରା ଦ୍ୱାରା ଦେଶର ସମସ୍ତ ସହରକୁ ସ୍ମାର୍ଟ କରିବା ପାଇଁ ଏକ ମିଶନ ଚାଲୁ ରହିଛି, ଯେଉଁଥିରେ ଆମର ଏହି ସୋଲାପୁର ମଧ୍ୟ ରହିଛି । ଏହି ସହର ମାନଙ୍କରେ ରହୁଥିବା ଲୋକଙ୍କ ମତାମତ ଅନୁସାରେ ରାଜ୍ୟ ସରକାରଙ୍କ ସହିତ ମିଳିମିଶି ଜନ-ଭାଗୀଦାରୀର ଏକ ବ୍ୟାପକ ଆନ୍ଦୋଳନ ପରେ ନିଜ ସହରଗୁଡ଼ିକୁ ଆଧୁନିକ ସୁବିଧା ସହ ସଂଯୁକ୍ତ କରିବାର ଦାୟିତ୍ୱ ଆମେ ଉଠାଇଛୁ । ଆମର ଏହିସବୁ ପ୍ରୟାସଗୁଡିକର ଚର୍ଚ୍ଚା ଏବେ ସାରା ଦୁନିଆରେ ହେଉଛି । ନିକଟରେ ଏକ ଅନ୍ତରାଷ୍ଟ୍ରୀୟ ସଂସ୍ଥାର ରିପୋର୍ଟରେ ଏହା କୁହାଯାଇଛି କି ଆଗାମୀ ଦଶକରେ ଦୁନିଆରେ ସବୁଠାରୁ ଦ୍ରୁତ ଗତିରେ ବିକଶିତ ହେବାକୁ ଥିବା ସହର ମଧ୍ୟରୁ 10ଟି ସହର, ସମସ୍ତ ଦଶଟି ସହର ଭାରତର ହିଁ ହେବ । ଏହା ହେଉଛି ଯେକୌଣସି ଭାରତୀୟଙ୍କ ପାଇଁ ଏକ ଗର୍ବର ବିଷୟ । ଦୁନିଆର ଦଶଟି ସହ. ଆଉ ଦଶଟି ଯାକ ସହର ଭାରତର… ଭାରତ କେତେ ଆଗକୁ ବଢ଼ିବ ଏଥିରେ ଏହାର ସଙ୍କେତ ଦେଖିବାକୁ ମିଳିଛି ।
ଭାଇ ଓ ଭଉଣୀମାନେ, ଏହା ଦୁନିଆକୁ ସ୍ପଷ୍ଟ ଭାବେ ଦେଖାଯାଉଛି, କିନ୍ତୁ ଦେଶର କିଛି ଲୋକ ଅଛନ୍ତି ଯେଉଁମାନଙ୍କୁ କେବଳ ରାଜନୀତି ବ୍ୟତୀତ ଅନ୍ୟ କିଛି ବୁଝା ପଡ଼ୁନି । ଏମାନେ ହେଉଛନ୍ତି ସେହି ଦଳର ଯେଉଁ ଦଳର ଶାସନ ସମୟରେ ଆମ ସହରଗୁଡ଼ିକର ଅବସ୍ଥା ବିଗିଡ଼ିବାରେ ଲାଗିଥିଲା । ଆଜି ସେହି ଲୋକମାନେ ସ୍ମାର୍ଟ ସିଟି ମିଶନକୁ ପରିହାସରେ ଉଡ଼ାଇ ଦେଉଛନ୍ତି, ଏଥିପାଇଁ କୌଣସି ସୁଯୋଗ ହାତଛଡ଼ା କରୁ ନାହାଁନ୍ତି ।
ସାଥୀଗଣ, ଏହି ମିଶନ ଦେଶର ଇତିହାସରେ ସହରାଂଚଳର ବିକାଶକୁ ନୂତନ ଦିଗ ଦେବା ପାଇଁ ହେଉଛି ଏକ ପ୍ରୟାସ । ସହରର ପ୍ରତ୍ୟେକ ସୁବିଧା ଦେଶ ସହିତ ସମନ୍ୱିତ କରିବା ହେଉଛି ଏକ ପ୍ରୟାସ । ସହରର ସାଧାରଣ ଲୋକଙ୍କ ଜୀବନକୁ ଅସୁବିଧାରୁ ଦୂର କରିବାର ଏକ ସଚ୍ଚୋଟତାର ପ୍ରୟାସ । ବିଗତ ତିନି ବର୍ଷରେ ଏହି ମିଶନ ଅଧୀନରେ ଦେଶର ପାଖାପାଖି 2 ଲକ୍ଷ କୋଟି ଟଙ୍କାର ପ୍ରକଳ୍ପର ଢ଼ାଂଚା ପ୍ରସ୍ତୁତ ହୋଇଛି । ଏଥିରେ ମଧ୍ୟ ପ୍ରାୟ 1 ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ଉପରେ କାର୍ଯ୍ୟ ଦ୍ରୁତ ଗତିରେ ସଂପୂର୍ଣ୍ଣ କରାଯାଉଛି । ଏହି ଶୃଙ୍ଖଳରେ ଆଜି ସୋଲାପୁର ସ୍ମାର୍ଟ ସିଟି ସହିତ ଜଡ଼ିତ ଅନେକ ପ୍ରକଳ୍ପର ଏଠାରେ ଲୋକାର୍ପଣ ଏବଂ ଶିଳାନ୍ୟାସ କରାଯାଇଛି । ଏଥିରେ ଜଳ ଏବଂ ପରିମଳ ସହିତ ଜଡ଼ିତ ଯୋଜନାଗୁଡ଼ିକ ଅଛି ।
ସାଥୀଗଣ, ସ୍ମାର୍ଟ ସିଟି ବ୍ୟତୀତ ଦେଶର ଅନ୍ୟାନ୍ୟ ସହର ଏବଂ ନଗରରେ ଅମୃତ ମିଶନ ଅଧୀନରେ ମୌଳିକ ସୁବିଧାଗୁଡ଼ିକର ନିର୍ମାଣ ହେଉଛି । ଏଥିରେ ମଧ୍ୟ ପ୍ରାୟ 60 ହଜାର କୋଟି ଟଙ୍କାର ପ୍ରକଳ୍ପର କାର୍ଯ୍ୟ ପ୍ରଗତି ପଥରେ ରହିଛି । ଏଠାରେ ସୋଲାପୁରରେ ମଧ୍ୟ ଅମୃତ ଯୋଜନା ଅଧୀନରେ ଜଳଯୋଗାଣ ଏବଂ ପରିମଳ ସହିତ ଜଡ଼ିତ ଅନେକ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି । ଯେତେବେଳ ଏହି କାର୍ଯ୍ୟ ସଂପୂର୍ଣ୍ଣ ହୋଇଯିବ, ତ ସହରର ଅନେକ କ୍ଷେତ୍ରରେ ପାଣି ଲିକେଜ୍ ସମସ୍ୟାରୁ ମୁକ୍ତି ମିଳିବ । ସେଠାରେ ଯେଉଁ ଉଜନୀ ଡ୍ୟାମରୁ ପାନୀୟ ଜଳର ପ୍ରକଳ୍ପ ଅଛି, ତାହା ନିର୍ମାଣ ହେବା ପରେ ସହରରେ ପାନୀୟ ଜଳ ସମସ୍ୟା ମଧ୍ୟ ବହୁ ପରିମାଣରେ ହ୍ରାସ ପାଇବ ।
ସାଥୀଗଣ, ଭିତ୍ତିଭୂମି ସହିତ ସହରର ଗରିବ ଏବଂ ବାସହୀନ ବ୍ୟକ୍ତିଙ୍କ ପାଇଁ ମଧ୍ୟ ଏକ ନୂତନ ଚିନ୍ତାଧାରା ସହିତ ଆମ ସରକାର କାର୍ଯ୍ୟ କରୁଛନ୍ତି । ଦେଶର ପ୍ରତ୍ୟେକ ଜନତା ସାକ୍ଷୀ ରହିଛନ୍ତି କିଭଳି ଗୋଟିଏ ପଟେ ଚକଚକ୍ କରୁଥିବା ସୋସାଇଟି ନିର୍ମାଣ ହେଲା ଆଉ ଅନ୍ୟପଟେ ନୁଆଁଣିଆ ବସ୍ତିର ସମସ୍ୟା ବଢ଼ି ଚାଲିଛି । ଆମର ଏଠାରେ ବ୍ୟବସ୍ଥା ଏପରି ରହିଛି କି ଯେଉଁମାନେ ଘର ତିଆରି କରୁଛନ୍ତି, କାରଖାନା ଚଳାଉଛନ୍ତି, ଉଦ୍ୟୋଗଗୁଡ଼ିକୁ ଶକ୍ତି ଦେଉଛନ୍ତି, ସେମାନେ ବସ୍ତିରେ ରହିବା ପାଇଁ ବାଧ୍ୟ ହେଉଛନ୍ତି । ଏହି ସ୍ଥିତିକୁ ବଦଳାଇବାର ପ୍ରୟାସ ଅଟଳ ବିହାରୀ ବାଜପେୟୀଙ୍କ ସରକାର ଆରମ୍ଭ କରିଥିଲେ ।
ସହରଗୁଡ଼ିକର ଗରିବମାନଙ୍କ ପାଇଁ ଘର ନିର୍ମାଣର ଏକ ଅଭିଯାନ ଚଳାଇଥିଲେ । ଏହା ଅଧୀନରେ 2000 ମସିହାରେ ଏଠାରେ ସୋଲାପୁରରେ ରହୁଥିବା ଶ୍ରମିକମାନଙ୍କୁ ଅପରିଷ୍କାର ବସ୍ତି ଜୀବନରୁ ମୁକ୍ତି ଦେବାର ପ୍ରୟାସ ହୋଇଥିଲା । ପ୍ରାୟ 10 ହଜାର ଶ୍ରମିକ ପରିବାରଗୁଡ଼ିକର ଏକ ସମବାୟ ସମିତି ଗଠନ କରି ଅଟଳ ମହୋଦୟଙ୍କ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା ଆଉ ପାଞ୍ଚ-ଛଅ ବର୍ଷ ମଧ୍ୟରେ ସେମାନଙ୍କୁ ଭଲ ଏବଂ ପକ୍କା ଘରର ଚାବି ମିଳିଯାଇଥିଲା ।
ମୁଁ ଖୁସି ଯେ 18 ବର୍ଷ ପୂର୍ବେ ଯେଉଁ କାର୍ଯ୍ୟ ଅଟଳ ଜୀ କରିଥିଲେ, ତାହାକୁ ସମ୍ପ୍ରସାରିତ କରି ଆଗକୁ ବଢ଼ାଇବାର ସୁଯୋଗ ପୁଣି ଥରେ ଆମ ସରକାରଙ୍କୁ ମିଳିଛି । ଆଜି ଗରିବ ଶ୍ରମିକ ପରିବାରମାନଙ୍କ ପାଇଁ 30 ହଜାର ଘରର ପ୍ରକଳ୍ପର ଶିଳାନ୍ୟାସ ଏଠାରେ ହୋଇଛି । ଏଥିପାଇଁ ଯେଉଁ ହିତାଧିକାରୀ ଅଛନ୍ତି, ସେମାନେ କାରଖାନାରେ କାମ କରୁଛନ୍ତି, ରିକ୍ସା ଚଳାଉଛନ୍ତି, ଅଟୋ ଚଲାଉଛନ୍ତି, ରେହଡ଼ି, ଠେଲାଗାଡି ଚଲାଉଛନ୍ତି । ମୁଁ ଆପଣ ସମସ୍ତଙ୍କୁ ବିଶ୍ୱାସ ଦେବାକୁ ଚାହୁଁଛି କି ଖୁବ ଶୀଘ୍ର ଆପଣମାନଙ୍କ ହାତରେ ନିଜ ନିଜର ଘରର ଚାବି ରହିବ, ଏହା ମୁଁ ଆପଣମାନଙ୍କୁ ବିଶ୍ୱାସ ଦେଉଛି ।
ଭାଇ ଓ ଭଉଣୀମାନେ, ଏହି ବିଶ୍ୱାସ ଆପଣମାନଙ୍କୁ ଏଥିପାଇଁ ଦେଇ ପାରୁଛି କି ବିଗତ ସାଢ଼େ ଚାରି ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରୀ) ତାହାର ଗତିରେ ଲକ୍ଷ ଲକ୍ଷ ପରିବାରଙ୍କ ଜୀବନସ୍ତରକୁ ଉପରକୁ ଉଠାଇଛି । ସହରଗୁଡ଼ିକରେ ପୂର୍ବରୁ କିପରି ଘର ନିର୍ମାଣ ହେଉଥିଲା ଆଉ ଏବେ କିଭଳି ଘର ନିର୍ମାଣ ହେଉଛି । ପୂର୍ବ ସରକାର କେଉଁ ଗତିରେ କାର୍ଯ୍ୟ କରୁଥିଲେ, ଆମେ କେଉଁ ଗତିରେ କାର୍ଯ୍ୟ କରୁଛୁ । ଆଜି ତାହାର ଟିକେ ଉଦାହରଣ ଦେବାକୁ ଚାହୁଁଛି ।
ସାଥୀଗଣ, 2004 ରୁ 2014 ଦଶ ବର୍ଷ ଦିଲ୍ଲୀରେ ରିମୋଟ କଂଟ୍ରୋଲ ବାଲା ସରକାର ଚାଲୁଥିଲା, 2004 ରୁ 2014 ଦଶ ବର୍ଷରେ ସହରରେ ରହୁଥିବା ଗରିବ ଭାଇ ଓ ଭଉଣୀମାନଙ୍କ ପାଇଁ କେବଳ 13 ଲକ୍ଷ ଘର ନିର୍ମାଣ ହେବା ନେଇ କାଗଜ କଲମରେ ନିଷ୍ପତ୍ତି ହୋଇଥିଲା, କାଗଜ କଲମରେ, ଆଉ ଏଥିମଧ୍ୟରୁ 13 ଲକ୍ଷ ଅର୍ଥାତ କିଛି ନୁହେଁ । ଏତେ ବଡ଼ ଦେଶରେ ପୁଣି ସେହି ନିଷ୍ପତ୍ତି କାଗଜ କଲମରେ ହୋଇଥିଲା । କାମ କେତେ ହେଲା, ଏତେ ବଡ଼ ଦେଶରେ କେବଳ 8 ଲକ୍ଷ ଘରର କାର୍ଯ୍ୟ ହୋଇଥିଲା । 10 ବର୍ଷରେ 8 ଲକ୍ଷ । ଅର୍ଥାତ ଏକ ବର୍ଷରେ 80 ହଜାର, ଏତେ ବଡ଼ ଦେଶରେ ଗୋଟିଏ ବର୍ଷରେ 80 ହଜାର, ଏଥର ମୋଦୀ ସରକାରଙ୍କୁ ଦେଖନ୍ତୁ, କେବଳ ସୋଲାପୁରରେ 30 ହଜାର । ଯେତେବେଳେ କି ଭାଜପା ସରକାରଙ୍କ ସମୟରେ ବିଗତ ସାଢ଼େ ଚାରି ବର୍ଷରେ ସେମାନଙ୍କ ସମୟରେ 13 ଲକ୍ଷ କାଗଜ କଲମରେ ସ୍ଥିର ହୋଇଥିଲା । ଆମେ 70 ଲକ୍ଷ ସହରୀ ଗରିବଙ୍କ ନିମନ୍ତେ ଘରର ମଞ୍ଜୁରି ଦେଇଛୁ ଆଉ ଯାହା ଏପର୍ଯ୍ୟନ୍ତ 10 ବର୍ଷରେ ହୋଇ ପାରି ନଥିଲା, ଆମେ ଚାରି ବର୍ଷରେ 14 ଲକ୍ଷ ଘର ନିର୍ମାଣ କରି ସାରିଛୁ ।
ଏତିକି ହିଁ ନୁହେଁ, ଯେଉଁ ଗତିରେ କାର୍ଯ୍ୟ ଚାଲୁ ରହିଛି । ଖୁବ୍ ନିକଟ ଭବିଷ୍ୟତରେ ଆହୁରି 38 ଲକ୍ଷ ଘରର କାର୍ଯ୍ୟ ସଂପୂର୍ଣ୍ଣ ହେବାକୁ ଯାଉଛି । ଚିନ୍ତା କରନ୍ତୁ, ସେମାନଙ୍କ 10 ବର୍ଷର ରେକର୍ଡ ଆଉ ଆମର ସାଢ଼େ ଚାରି ବର୍ଷର ରେକର୍ଡ । କେତେ ଆକାଶ ପାତାଳ ପାର୍ଥକ୍ୟ ଅଛି । ଯଦି ତାଙ୍କ ଗତିରେ ଆମେ ଚଲାଇଥାଆନ୍ତୁ ତ ଆପଣମାନଙ୍କର ପିଲା, ପିଲାମାନଙ୍କର ପିଲା, ସେମାନଙ୍କର ପିଲାଙ୍କ ପାଇଁ ଘର ତିଆରି ହୋଇ ପାରି ନଥଆନ୍ତା । ଏହି ପାର୍ଥକ୍ୟ ହିଁ ଦେଖାଉଛି ସେମାନଙ୍କର ଗରିବଙ୍କ ପ୍ରତି କେତେଚିନ୍ତା ରହୁଥିଲା । ଏଥିରୁ ପୂରା ଅନୁମାନ ଆସିଯାଏ ।
ସାଥୀଗଣ, ଆମ ସରକାର ସହରର ଗରିବମାନଙ୍କର ହିଁ ନୁହେଁ, ବରଂ ଏଠାକାର ମଧ୍ୟମବର୍ଗର ମଧ୍ୟ ଚିନ୍ତା କରୁଛି । ଏଥିପାଇଁ ପୁରୁଣା ପଦ୍ଧତିରେ ମଧ୍ୟ ବଡ଼ ପରିବର୍ତ୍ତନ କରାଯାଇଛି ।
ଭାଇ ଓ ଭଉଣୀମାନେ, ନିମ୍ନ ଆୟ ବର୍ଗର ଲୋକଙ୍କ ସହିତ 18 ଲକ୍ଷ ଟଙ୍କା ବାର୍ଷିକ ଆୟ କରୁଥିବା ମଧ୍ୟମବର୍ଗ ପରିବାରକୁ ଆମେ ଏକ ଯୋଜନା ଅଧୀନକୁ ଆଣିଛୁ । ଏହା ଅଧୀନରେ ହିତାଧିକାରୀମାନଙ୍କୁ 20 ବର୍ଷ ପର୍ଯ୍ୟନ୍ତ ଗୃହ ଋଣ ଉପରେ ସଂଚୟ ସୁନିଶ୍ଚିତ କରାଯାଇଛି । 6 ଲକ୍ଷର ଏହି ସଂଚୟ ମଧ୍ୟମଗର୍ବର ପିଲାମାନଙ୍କର ଲାଳନ-ପାଳନଏବଂ ଲେଖାପଢ଼ାରେ ବିନିଯୋଗ କରି ପାରିବେ । ଏହି ସହାବସ୍ଥାନ ସୁଗମତା, ଏହା ହିଁ ହେଉଛି ସମସ୍ତଙ୍କର ସହିତ ସମସ୍ତଙ୍କର ବିକାଶ ।
ଭାଇ ଓ ଭଉଣୀମାନେ, ଏଠାକୁ ଆସିଥିବା ଶ୍ରମିକ ବନ୍ଧୁମାନଙ୍କୁ ମୁଁ ଏହା ମଧ୍ୟ କହିବାକୁ ଚାହୁଁଛ କି ଆପଣମାନଙ୍କର ଘର ତ ତିଆରି ହୋଇଯିବ, ଏହା ବ୍ୟତୀତ ଆପଣସମସ୍ତଙ୍କ ପାଇଁ ବୀମା ଏବଂ ପେନସନର ଭଲ ଯୋଜନା ସରକାର ଚଲାଉଛନ୍ତି । ଅଟଳ ପେନସନ ଯୋଜନା ଅଧିନରେ ଆପଣସମସ୍ତଙ୍କୁ 1 ହଜାରରୁ 5 ହଜାର ଟଙ୍କା ପର୍ଯ୍ୟନ୍ତ ଏକ ବହୁତ କମ୍ ଅଂଶଦାନରେ ଦିଆ ଯାଉଛି ।
ଏହି ଯୋଜନା ଦ୍ୱାରା ଦେଶର ଶହେ ପଚିଶ ଲକ୍ଷରୁ ଅଧିକ ଶ୍ରମିକ ଯୋଡି ହୋଇ ସାରିଛନ୍ତି ଯେଉଁଥିରେ 11 ଲକ୍ଷ ଶ୍ରମିକ ହେଉଛନ୍ତି ଆମର ଏହି ମହାରାଷ୍ଟ୍ରର । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନାରେ ପ୍ରତିଦିନ 90 ପଇସା, 90 ପଇସା ଏକ ଟଙ୍କା ମଧ୍ୟ ନୁହେଁ, ଚା’ ମଧ୍ୟ ଆଜି ଏକ ଟଙ୍କାରେ ମିଳୁ ନାହିଁ, ଏହା ଚା’ବାଲାଙ୍କୁ ଜଣାଅଛି । 90 ପଇସା ପ୍ରତିଦିନ ଆଉ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ପ୍ରତି ମାସରେ 1 ଟଙ୍କା ଅର୍ଥାତ ଗୋଟିଏ ଦିନରେ କେବଳ 3-4 ପଇସା । ଏକ ଟଙ୍କା ପ୍ରତି ମାସର ପ୍ରିମିୟମରେ ଏହା ହେଉଛି, ଦୁଇଟି ବହୁତ ବଡ଼ ଯୋଜନା ଛାଲୁ ରହିଛି । ଏହି ଦୁଇଟି ଯୋଜନା ଦ୍ୱାରା 2-2 ଲକ୍ଷ ଟଙ୍କାର ବୀମା ରାଶି ଗରିବଙ୍କ ପାଇଁ ସୁନିଶ୍ଚିତ କରାଯାଉଛି । ଏହି ଯୋଜନାଗୁଡ଼ିକ ଦ୍ୱାରା ଦେଶରେ 21 କୋଟି ଲୋକ ଯୋଡ଼ି ହୋଇ ସାରିଛନ୍ତି । ଯେଉଁଥିରୁ ଶହେ ପଚିଶ ଲକ୍ଷରୁ ଅଧିକ ହେଉଛନ୍ତି ଆମ ମହାରାଷ୍ଟ୍ରର ଗରିବ ଲୋକ । ଏହି ଯୋଜନାଗୁଡ଼ିକ ଦ୍ୱାରା ବିପଦ ସମୟରେ 3 ହଜାର କୋଟି ଟଙ୍କାରୁ ଅଧିକ ଲାଭ ଲୋକଙ୍କୁ ମିଳି ସାରିଛି । 2-2 ଲକ୍ଷ ଟଙ୍କା ହିସାବରେ ଯେଉଁମାନଙ୍କ ପରିବାରରେ ବିପଦ ଆସିଛି ସେମାନଙ୍କୁ ଅର୍ଥ ମିଳିଛି ଆଉ ଏତେ କମ୍ ସମୟରେ 3 ହଜାର କୋଟି ଟଙ୍କା ଏହି ପରିବାରଙ୍କ ପାଖରେ ପହଂଚିଛି, ଅସୁବିଧା ସମୟରେ ପହଂଚିପାରିଛି । ଯଦି ମୋଦୀ 3 ହଜାର ଟଙ୍କାର ବଡ଼ ଘୋଷଣା କରିଥାନ୍ତା ତ ହିନ୍ଦୁସ୍ତାନରେ ସମସ୍ତ ସମ୍ବାଦପତ୍ରରେ ମୁଖ୍ୟ ଖବର ହୋଇଥାନ୍ତା କି ମୋଦୀ ଗରିବମାନଙ୍କ ପାଇଁ 3 ହଜାର କୋଟି ଟଙ୍କା ଦେଲେ । କିଛି ନ କହି, ମୁଖ୍ୟ ଖବର ଛପା ନ ହୋଇ; ବାଜା ନ ବଜାଇ ଗରିବଙ୍କ ଘରେ 3 ହଜାର କୋଟି ଟଙ୍କା ପଂହଚାଗଲା, ସେମାନଙ୍କ ଖାତାରେ ପହଚିଗଲା । ଆଜି ବିପଦର ସମାଧାନ ହେଉଛି । ଅସୁବିଧା ସମୟରେ ସରକାର କାମରେ ଆସୁଛନ୍ତି, ଆଉ ଉଦ୍ଦେଶ୍ୟ ସ୍ପଷ୍ଟ ବା ଲକ୍ଷ୍ୟ ସ୍ପଷ୍ଟ ହେବାର ଏହା ହେଉଛି ଜୀବନ୍ତ ପ୍ରମାଣ ।
ସାଥୀଗଣ, ଆପଣଙ୍କ ସରକାର ଏହି ସମସ୍ତ କାର୍ଯ୍ୟ କରିପାରୁଛନ୍ତି ତ ଏହା ପଛରେ ଏକ ବଡ଼ କାରଣ ଅଛି… ଆପଣମାନଙ୍କୁ ଜଣା ଅଛି ଏହା ସବୁ କିପରି ହେଉଛି, ଆପଣ କହିବେ, ଏସବୁ ଏତେ ସବୁ ଅର୍ଥ ଆମେ ଖର୍ଚ୍ଚ କରୁଛୁ, ଏତେଗୁଡିଏ ଯୋଜନା ଚଲାଉଛୁ । ଏହା ସବୁ କିପରି ହେଉଛି ଭାଇ, କାରଣ କ’ଣ ଅଛି । କହିପାରିବେ ଆପଣମାନେ… ମୋଦୀ ନୁହେଁ, ଏହା ସବୁ ଏଥିପାଇଁ ହୋଇପାରୁଛି କି ପୂର୍ବରୁ ଦଲାଲ ବା ମଧ୍ୟସ୍ଥିମାନେ ଲହୁଣୀ ଖାଉଥିଲେ, ଆଜି ସେହି ସମସ୍ତ ଧନ୍ଦା ବନ୍ଦ ହୋଇଯାଇଛି । ଚୋରୀ, ଲୁଟର ଦୋକାନଗୁଡିକରେ ତାଲା ଲାଗିଯାଇଛି । ଗରିବର ଅଧିକାର ଗରିବଙ୍କୁ ମିଳୁଛି । ଆଉ ଏଥିପାଇଁ ଗୋଟିଏ ଗୋଟିଏ ପଇସାର ସଦୁପଯୋଗ ହେଉଛି । ଏହା ହେଉଛି ସବୁଠାରୁ ବଡ଼ କାରଣ କି ଦଲାଲମାନେ ଗଲେ, କମିଶନ ଖୋରଙ୍କ ବିରୁଦ୍ଧରେ ଏକ ବ୍ୟାପକ ଅଭିଯାନ ଚାଲୁ ରହିଛି । ଯେତେବେଳେ ସହରର ପରିଷ୍କାର ପରିଚ୍ଛନ୍ନତାର କଥା କହୁଛି, ଗାଁର ପରିଷ୍କାର ପରିଚ୍ଛନ୍ନତା କଥା କହୁଛି ତ ମୁଁ ସରକାରରେ ମଧ୍ୟ ଏବେ ସଫେଇ ଅଭିଯାନ ଚଲାଇଛୁ ।
ଦିଲ୍ଲୀରେ କ୍ଷମତାର ଗଳିକନ୍ଦିରୁ ନେଇ କୃଷକମାନଙ୍କର ମଣ୍ଡି ପର୍ଯ୍ୟନ୍ତ, ତେଜରାତି ଦୋକାନଗୁଡ଼ିକ ପର୍ଯ୍ୟନ୍ତ ଦଲାଲମାନଙ୍କୁ ହଟାଇବାର ଅଭିଯାନ ଏହି ଚୌକିଦାର ଆରମ୍ଭ କରିଛନ୍ତି । ଆଉ ଏହାର ପରିଣାମ ହେଉଛି କି ଯେଉଁମାନେ କ୍ଷମତାକୁ ନିଜର ଜନ୍ମସିଦ୍ଧ ଅଧିକାର ଭାବୁଥିଲେ । ପିଢି ପରେ ପିଢି ରାଜକୀୟ ପରମ୍ପରା ଭଳି ଏହି ଚୌକିକୁ ନିଜ ଖାତାରେ ଲେଖି ନେଇଥିଲେ । ସେମାନେ ଏହା ଭାବି ନେଇଥିଲେ, ଏଭଳି ବଡ଼ ବଡ଼ ପ୍ରସିଦ୍ଧ ବ୍ୟକ୍ତିମାନେ ଆଜି ଆଇନର କାଠଗଡ଼ାରେ ଠିଆ ହେବାର ଦେଖୁଛନ୍ତି ଭାଇ । ପ୍ରତିରକ୍ଷା କାରବାରରେ ଲାଂଚ କାରବାରର ଜବାବ ଆଜି ସେମାନଙ୍କୁ ଦେବାକୁ ପଡ଼ୁଛି । ଝାଳ ବୋହି ପଡ଼ୁଛି, ଆପଣମାନେ ଦେଖିଲେ ଆଖି ଖୋଲି, ଖୋଲି ହୋଇ ରହିଯାଉଛି ।
ଭାଇ ଓ ଭଉଣୀମାନେ, ପୂର୍ବ ସରକାର ଦଲାଲମାନଙ୍କର ଯେଉଁ ସଂସ୍କୃତିକୁ ବ୍ୟବସ୍ଥାର ଅଂଶ କରିଦେଇଥିଲେ, ସେମାନେ ଗରିବଙ୍କ ଅଧିକାରକୁ ହିଁ ଛଡ଼ାଇ ନେଇଥିଲେ । ଦେଶର ସୁରକ୍ଷା ସହିତ ମଧ୍ୟ ବହୁତ ବଡ଼ ଖେଳ ଖେଳା ଯାଇଥିଲା । ମୁଁ କାଲି ସମ୍ବାଦପତ୍ରରେ ଦେଖୁଥିଲି କି ହେଲିକପ୍ଟର ଦୁର୍ନିତିର ଯେଉଁ ମଧ୍ୟସ୍ଥିଙ୍କୁ ସରକାର ଖୋଜୁଛନ୍ତି, ସେହି ମଧ୍ୟସ୍ଥିମାନଙ୍କ ମଧ୍ୟରୁ ଜଣେ ଦୁଇଜଣଙ୍କୁ ବିଦେଶରୁ ଉଠାଇ ଅଣାଯାଇଛି । ଏବେ ଜେଲରେ ବନ୍ଦ ହୋଇ ରହିଛନ୍ତି । ସେଥିମଧ୍ୟରୁ ଜଣେ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରଦାନ କରିଛନ୍ତି । ମିଡିଆ ରିପୋର୍ଟ ଅନୁସାରେ ସେ କେବଳ ହେଲିକପ୍ଟର କାରବାରରେ ହିଁ ସାମିଲ ନ ଥିଲେ । ବରଂ ପୂର୍ବ ସରକାରଙ୍କ ସମୟରେ ଯୁଦ୍ଧ ବିମାନର ଯେଉଁ କାରବାର ଯେଉଁଠାରେ ମଧ୍ୟ ହେଉଥିଲା, ସେଥିରେ ମଧ୍ୟ ତାଙ୍କର ଭୂମିକା ଥିଲା । ମିଡିଆବାଲା କହୁଛନ୍ତି କି ଏହି ମିଶେଲ୍ ମାମା କେଉଁ ଅନ୍ୟ କମ୍ପାନୀ ପାଇଁ ଲବି କରୁଥିଲେ । ଏବେ ଏହି ପ୍ରଶ୍ନର ଉତ୍ତର ମିଳିବା ଆବଶ୍ୟକ । କାରଣ କଂଗ୍ରେସ ନେତା ଏବେ ଯେଉଁ ହୋ-ହାଲ୍ଲା କରୁଛନ୍ତି, ସେମାନଙ୍କର ମିଶେଲ ମାମାଙ୍କ ସହିତ କ’ଣ ଯୋଗସୂତ୍ର ରହିଛି । ଏହା କଂଗ୍ରେସକୁ ଉତ୍ତର ଦେବାକୁ ପଡ଼ିବ କି ଦେବାକୁ ପଡ଼ିବ ନାହିଁ, ଦେବା ଆବଶ୍ୟକ କି ଆବଶ୍ୟକ ନୁହେଁ, ଏହି ମିଶେଲ ମାମା ସହିତ କାହାର ସମ୍ପର୍କ ଅଛି, ଏହା କହିବା ଜରୁରୀ କି ଜରୁରୀ ନୁହେଁ । ଟିକେ କୁହନ୍ତୁ, ଦେଶକୁ ଲୁଟିବାକୁ ଦେବା ଠିକ୍ କି…ଗୋଟିଏ ଗୋଟିଏ ପଇସାର ହିସାବ ମାଗିବା ଦରକାର କି ଦରକାର ନୁହେଁ… ଚୌକିଦାରଙ୍କୁ ନିଜର କାମ କରିବା ଦରକାର କି ଦରକାର ନୁହେଁ… ଚୌକିଦାରଙ୍କୁ ଜାଗ୍ରତ ହୋଇ କାମ କରିବା ଦରକାର ନା ଶୋଇ ପଡ଼ିବା ଦରକାର… ଜାଗିବା ଦରକାର କି ଶୋଇପଡ଼ିବା ଦରକାର… ଚୌକିଦାର ସାହସର ସହିତ ଆଗକୁ ବଢ଼ିବ ନା ବଢ଼ିବ ନାହିଁ… ଚୌକିଦାରଙ୍କୁ ଆପଣମାନଙ୍କର ଆଶୀର୍ବାଦ ଅଛି କି ନାହିଁ, ଆପଣମାନଙ୍କର ଆଶୀର୍ବାଦ ଅଛି, ଏଥିପାଇଁ ଚୌକିଦାର ଲଢ଼େଇ କରୁଛି । ବଡ଼ ବଡ଼ ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ଲଢ଼େଇ କରୁଛି । କେଉଁଠାରେ ମିଶେଲ ମାମାଙ୍କ କାରସାଦି ସହିତ ହେଉଛି ତ ସେହି ସମୟରେ କାହିଁକି ଚୁକ୍ତିକୁ ରୋକା ଯାଇ ନଥିଲା ।
ସାଥୀଗଣ, ଏହି ସମସ୍ତ ପ୍ରଶ୍ନର ଉତ୍ତର ତଦନ୍ତକାରୀ ସଂସ୍ଥା ତ ଖୋଜୁଛି, ଦେଶର ଜନତା ମଧ୍ୟ ଉତ୍ତର ମାଗୁଛନ୍ତି । ଦଲାଲମାନଙ୍କ ପ୍ରତି ଏ ଯେଉଁ ସହାନୁଭୂତି ରହିଛି ସେମାନେ ଦେଶର ସୁରକ୍ଷା ସହିତ କରିଥିବା ଖେଳର ଉତର ଦେବାକୁ ପଡ଼ିବ । କମିଶନଖୋରଙ୍କ ସମସ୍ତ ବନ୍ଧୁଙ୍କୁ ଏକାଠି ହୋଇ ଚୌକିଦାରଙ୍କୁ ଡରାଇବାର ସ୍ୱପ୍ନ ଦେଖୁଥିଲେ, କିନ୍ତୁ ମୋଦୀ ହିଁ ଅନ୍ୟ ଏକ ମାଟିରେ ଗଢ଼ା ମଣିଷ… ନା ତାକୁ କିଣି ପାରିବେ, ନା ତାକୁ ଡରାଇ ପାରିବେ, ଏହି ଦେଶ ପାଇଁ ସେ ଗୋଟିଏ ଗୋଟିଏ ପଇସାର ହିସାବ ନେଇ ରହିବ । କିନ୍ତୁ ମୋତେ ଜଣାଅଛି ସେମାନଙ୍କୁ ବହୁତ ନିରାଶା ହାତରେ ଲାଗିବାକୁ ଯାଉଛି । କାରଣ ଏହି ଚୌକିଦାର ନା ଶୋଇଛି, ଆଉ ସେ କେତେ ଅନ୍ଧକାର ହେଉ ନା କାହିଁକି, ସେ ଅନ୍ଧକାରକୁ ଅତିକ୍ରମ କରି ଚୋରଙ୍କୁ ଧରିବାର ଶକ୍ତି ରଖିଛି ।
ଭାଇ ଓ ଭଉଣୀମାନେ, ଚୌକିଦାରର ଏହି ଶକ୍ତି, ଚୌକିଦାରର ଏହି ଶକ୍ତିର କାରଣ କ’ଣ…ମୁଁ ଆପଣମାନଙ୍କୁ ପଚାରିବାକୁ ଚାହୁଁଛି, ଚୌକିଦାରର ଶକ୍ତିର କାରଣ କ’ଣ… ତାହା ହେଉଛି କେଉଁ ଶକ୍ତି । ଭାଇ ଓ ଭଉଣୀମାନେ, ଆପଣମାନଙ୍କର ଆଶୀର୍ବାଦ ହିଁ ହେଉଛି ଚୌକିଦାରର ଶକ୍ତି । ମୁଁ ଆପଣମାନଙ୍କୁ ବିଶ୍ୱାସ ଦେବାକୁ ଚାହୁଁଛି କି ସେହି ଲୋକମାନେ ମୋତେ ଲକ୍ଷ ଲକ୍ଷ ଗାଳି ଦିଅନ୍ତୁ, ବାରମ୍ବାର ମିଥ୍ୟା କୁହନ୍ତୁ, କ୍ରମାଗତ ଭାବେ ମିଛ କୁହନ୍ତୁ, ଯେଉଁଠି ନାଇଁ ସେଠି ମିଛ କୁହନ୍ତୁ, ଜୋରସୋରରେ ମିଛ କହନ୍ତୁ କିନ୍ତୁ ଚୌକିଦାର ଏହି ସଫାଇ ଅଭିଯାନକୁ ବନ୍ଦ କରିବେ ନାହିଁ । ନିଉ ଇଣ୍ଡିଆ ପାଇଁ ମଧ୍ୟସ୍ଥିମାନଙ୍କୁ ଏଥିରୁ ମୁକ୍ତ କରିବା ବ୍ୟବସ୍ଥାର ନିର୍ମାଣ ହେବା ଦରକାର ।
ଏହି ବିଶ୍ୱାସର ସହିତ ପୁଣି ଥରେ ସମସ୍ତ ବିକାଶ ପ୍ରକଳ୍ପ ପାଇଁ ଆପଣ ସମସ୍ତଙ୍କୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି । ଅନେକ ଅନେକ ଶୁଭକାମନା ଜଣାଉଛି ।
ବହୁତ ବହୁତ ଧନ୍ୟବାଦ ।