QuoteSubject of water was very important to Atal ji and very close to his heart: PM Modi
QuoteWater crisis is worrying for us as a family, as a citizen and as a country also it affects development: PM Modi
QuoteNew India has to prepare us to deal with every situation of water crisis: PM Modi

ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଶ୍ରୀ ରାଜନାଥ ସିଂହ ମହାଶୟ, ଶ୍ରୀ ଗଜେନ୍ଦ୍ର ଶେଖାୱତ ମହାଶୟ, ଅନ୍ୟ ମହାନୁଭବ ଏବଂ ଏଠାରେ ଉପସ୍ଥିତ ଥିବା ଭଦ୍ରବ୍ୟକ୍ତି ଏବଂ ଭଦ୍ର ମହିଳାଗଣ!

ସମଗ୍ର ଦେଶର ଅନେକ ସାଧାରଣ ସେବା କେନ୍ଦ୍ରରୁ ଆସିଥିବା ହଜାର ହଜାର ଲୋକ, ବିଶେଷ କରି ଗାଁର ପଞ୍ଚ-ସରପଞ୍ଚ ମଧ୍ୟ ଏହି ସମୟରେ ଆମ ସହିତ ଯୋଡ଼ି ହୋଇଛନ୍ତି ।

ଏହା ବ୍ୟତିତ ହିମାଚଳ ପ୍ରଦେଶର ମନାଲୀରୁ ସେଠାକାର ମୁଖ୍ୟମନ୍ତ୍ରୀ ଶ୍ରୀ ଜୟରାମ ଠାକୁର ମହାଶୟ, ଜଙ୍ଗଲ ମନ୍ତ୍ରୀ ଶ୍ରୀ ଗୋବିନ୍ଦ ସିଂହ ଠାକୁର ମହାଶୟ, ସାଂସଦ ରାମ ସ୍ୱରୂପ ଶର୍ମା ମହୋଦୟ ମଧ୍ୟ ଟେକ୍ନୋଲଜି ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଆମ ସହିତ ସାମିଲ ଅଛନ୍ତି ।

ସେମାନଙ୍କ ସହିତ ଅଟଳ ମହାଶୟଙ୍କ ପ୍ରିୟ ଗ୍ରାମରୁ ମଧ୍ୟ କିଛି ଲୋକ ଯୋଡ଼ି ହୋଇଛନ୍ତି ।

ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ମଧ୍ୟ କରୁଛି, ଅଭିନନ୍ଦନ ମଧ୍ୟ ଜଣାଉଛି ।

ଆଜି ଏହି ମଂଚ ଉପରୁ ସର୍ବପ୍ରଥମେ ମୁଁ ଦେଶର ଲୋକମାନଙ୍କୁ, ଦୁନିଆକୁ, ଖ୍ରୀଷ୍ଟମାସ ପାଇଁ ବହୁତ ବହୁତ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଉଛି ।

ମେରୀ କ୍ରିସମାସ!!!

ଆଜି ଭାରତର ଦୁଇ ଦୁଇଟି ରତ୍ନ, ଆମ ସମସ୍ତଙ୍କର ଶ୍ରଦ୍ଧେୟ ଅଟଳ ମହାଶୟ ଏବଂ ମହାମନା ମଦନ ମୋହନ ମାଲବ୍ୟ ମହାଶୟଙ୍କର ହେଉଛି ମଧ୍ୟ ଜନ୍ମ ଦିବସ ।

ମୁଁ ସେମାନଙ୍କୁ ପ୍ରଣାମ କରୁଛି, ଦେଶ ତରଫରୁ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।

|

ମୋତେ ଅବଗତ କରାଯାଇଛି କି ପ୍ରୀଣୀଠାରେ ଆଜି ଅଟଳ ମହାଶୟଙ୍କ ସ୍ମୃତିରେ ଯଜ୍ଞ କରାଯାଇଛି, କିଛି ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ କରାଯାଇଛି ।

ସାଥୀଗଣ,

ଆଜି ଦେଶ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଏକ ବଡ଼ ପ୍ରକଳ୍ପର ନାମକୁ ଅଟଳ ମହାଶୟଙ୍କୁ ସମର୍ପିତ କରାଯାଇଛି ।

ହିମାଚଳ ପ୍ରଦେଶକୁ ଲଦ୍ଦାଖ ଏବଂ ଜମ୍ମୁ କଶ୍ମୀର ସହିତ ଯୋଡୁଥିବା, ମନାଲୀକୁ ଲେହ ସହିତ ସଂଯୋଗ କରୁଥିବା, ରୋହତାଙ୍ଗ ସୁଡ଼ଙ୍ଗ, ଏବେ ଅଟଳ (ଟନଲ) ସୁଡ଼ଙ୍ଗ ନାମରେ ପରିଚିତ ହେବ ।

ହିମାଚଳର ଲୋକମାନଙ୍କୁ, ପ୍ରୀଣୀର ଲୋକମାନଙ୍କୁ ଏହା ହେଉଛି ସରକାରଙ୍କ ତରଫରୁ ଅଟଳ ମହାଶୟଙ୍କ ଜନ୍ମଦିନରେ ଏକ ଛୋଟିଆ ଉପହାର ।

ସେ ସେହି ଅଟଳ ମହାଶୟ ହିଁ ଥିଲେ, ଯିଏକି ଏହି ସୁଡ଼ଙ୍ଗର ଗୁରୁତ୍ୱକୁ ବୁଝିଥିଲେ ଏବଂ ଏହାକୁ ନିର୍ମାଣ କରିବାର ରାସ୍ତା ପ୍ରସ୍ତୁତ କରିଥିଲେ ।

ଅଟଳ ମହାଶୟଙ୍କ ନାମରେ ଏହି ସୁଡ଼ଙ୍ଗର ନାମକରଣ ହେବା, ହିମାଚଳ ପ୍ରତି ତାଙ୍କର ସ୍ନେହ ଏବଂ ଅଟଳ ମହାଶୟଙ୍କ ପ୍ରତି ଆପଣମାନଙ୍କର ଆଦର ଏବଂ ଅସୀମ ଭଲ ପାଇବାର ହେଉଛି ପ୍ରତୀକ ।

ସାଥୀଗଣ,

ପାଣି ବା ଜଳ ବିଷୟ ଅଟଳ ମହାଶୟଙ୍କ ପାଇଁ ବହୁତ ହିଁ ଗୁରୁତ୍ୱପୂର୍ଣ୍ଣ ଥିଲା, ତାଙ୍କ ହୃଦୟର ବହୁତ ନିକଟତର ଥିଲା ।

ଜଳକୁ ନେଇ ତାଙ୍କର ଦୃଷ୍ଟିକୋଣ, ଆଜି ମଧ୍ୟ ଆମକୁ ପ୍ରେରଣା ଦେଉଛି ।

ଅଟଳ ଜଳ ଯୋଜନା ହେଉ କିମ୍ବା ଜଳ ଜୀବନ ମିଶନ ସହିତ ଜଡ଼ିତ ମାର୍ଗଦର୍ଶୀକା, 2024 ମଧ୍ୟରେ ଦେଶର ପ୍ରତ୍ୟେକ ଘରକୁ ଜଳ ପହଂଚାଇବାର ସଙ୍କଳ୍ପକୁ ସିଦ୍ଧ କରିବାରେ ଏହା ହେଉଛି ଏକ ବହୁତ ବଡ଼ ପଦକ୍ଷେପ ।

ସାଥୀଗଣ,

ଏହା ହେଉଛି ତ ଜଳ, ଯିଏକି ଘର, କ୍ଷେତ ଏବଂ ଉଦ୍ୟୋଗକୁ ପ୍ରଭାବିତ କରିଥାଏ ।

ଆଉ ଆମର ଏଠି ଜଳ ସ୍ରୋତଗୁଡ଼ିକର ସ୍ଥିତି ଯେ କିପରି ରହିଛି, ଏହି କଥା କାହାକୁ ଅଜଣା ନାହିଁ ।

ଏହି ଜଳ ସଙ୍କଟ ଗୋଟିଏ ପରିବାର ଭାବେ, ଜଣେ ନାଗରିକ ଭାବେ ଆମ ପାଇଁ ଚିନ୍ତାଜନକ ତ ଅଟେ, ଗୋଟିଏ ଦେଶ ଭାବେ ଚିନ୍ତାକଲେ ଏହା ହିଁ ଦେଶର ବିକାଶକୁ ମଧ୍ୟ ପ୍ରଭାବିତ କରିଥାଏ ।

ନିଉ ଇଣ୍ଡିଆରେ ଆମକୁ ଜଳ ସଙ୍କଟର ପ୍ରତ୍ୟେକ ପ୍ରକାରର ପରିସ୍ଥିତି ସହିତ ଲଢ଼ିବା ପାଇଁ ମଧ୍ୟ ପ୍ରସ୍ତୁତ କରିବାକୁ ହେବ ।

ଏଥିପାଇଁ ଆମେ ପାଞ୍ଚୋଟି ସ୍ତରରେ ଏକା ସହିତ କାର୍ଯ୍ୟ କରୁଛୁ ।

ପ୍ରଥମ- ଜଳ ସହିତ ଜଡ଼ିତ ଯେଉଁ ମନ୍ତ୍ରଣାଳୟ ରହିଛି, ଆମେ ସେମାନଙ୍କର ସ୍ଥାଣୁତାକୁ ଭାଙ୍ଗିଲୁ ।

ଦ୍ୱିତୀୟ- ଭାରତ ଭଳି ବିବିଧତାରେ ଭରି ରହିଥିବା ଦେଶରେ ଆମେ ପ୍ରତ୍ୟେକ କ୍ଷେତ୍ରର ମୃତ୍ତିକାର ସ୍ଥିତିକୁ ଦେଖି ଯୋଜନାଗୁଡ଼ିକର ସ୍ୱରୂପ ସ୍ଥିର କରିବା ଉପରେ ଗୁରୁତ୍ୱ ଦେଲୁ ।

ତୃତୀୟ- ଯେଉଁ ପାଣି ଉପଲବ୍ଧ ହେଉଛି, ତାହାର ଉପଯୁକ୍ତ ସଂଚୟ ଏବଂ ବିତରଣ ଉପରେ ଧ୍ୟାନ ଦେଲୁ ।

ଚତୁର୍ଥ- ଜଳର ଗୋଟିଏ ଗୋଟିଏ ବୁନ୍ଦାର ଉପଯୋଗ ହେଉ, ଜଳର ପୁନର୍ବିନିଯୋଗ ହେଉ, ଏହି ଯୋଜନାଗୁଡ଼ିକୁ ପ୍ରାଥମିକତା ଦେଲୁ

ଏବଂ

|

ପଞ୍ଚମ- ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଜନ ଜାଗରଣ ଏବଂ ଜନଭାଗିଦାରୀ ।

ସାଥୀଗଣ,

ନିର୍ବାଚନ ପୂର୍ବରୁ ଯେତେବେଳେ ଆମେ ପାଣି ପାଇଁ ସମର୍ପିତ ଏକ ଜଳ ଶକ୍ତି ମନ୍ତ୍ରଣାଳୟର କଥା କହିଥିଲୁ, ତ କିଛି ଲୋକଙ୍କୁ ଲାଗିଥିଲା କି ଏହା ହେଉଛି କିଭଳି ପ୍ରତିଶୃତି ।

କିନ୍ତୁ ବହୁତ କମ ଲୋକ ଏହି କଥା ଉପରେ ଗୁରୁତ୍ୱ ଦେଲେ କି କାହିଁକି ଏହାର ଆବଶ୍ୟକତା ରହିଥିଲା ।

ସାଥୀଗଣ,

ବର୍ଷ ବର୍ଷ ଧରି ଆମର ଏଠି ପାଣି ସହିତ ଜଡ଼ିତ ବିଷୟ, ସେ ହୁଏତ ଜଳ ଉତ୍ସ ହେଉ, ସଂରକ୍ଷଣ ହେଉ, ପରିଚାଳନା ହେଉ, ସମସ୍ତ ସଂଚାଳନ ଏବଂ କାର୍ଯ୍ୟକ୍ରମ ଭିନ୍ନ ଭିନ୍ନ ବିଭାଗ ଏବଂ ମନ୍ତ୍ରଣାଳୟରେ ରହିଥିଲା ।

ଅର୍ଥାତ ଗୋଟିଏ ପ୍ରକାରରେ କହିବାକୁ ଗଲେ ଯେଉଁ ସ୍ଥାଣୁତାର କଥା ମୁଁ କହୁଛି, ତାହାର ଏହା ଏକ ସର୍ବୋତମ ଉଦାହରଣ ଥିଲା ।

ଏହି କାରଣରୁ କେଉଁଠି ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ, କେଉଁଠି କେନ୍ଦ୍ର ସରକାରଙ୍କର ଭିନ୍ନ ଭିନ୍ନ ମନ୍ତ୍ରଣାଳୟ ମଧ୍ୟରେ, କେଉଁଠି ଭିନ୍ନ ଭିନ୍ନ ବିଭାଗ ଏବଂ ମନ୍ତ୍ରଣାଳୟ ମଧ୍ୟରେ ଅଧିକାଂଶ ସମୟରେ ବିବାଦ ଲାଗି ରହୁଥିଲା, କିଛି ନା କିଛି ଅସୁବିଧା ଆସୁଥିଲା ।

ଏହା ଫଳରେ ଅସୁବିଧା ଏହା ହେଲା କି ପାଣି ଭଳି ମୌଳିକ ଆବଶ୍ୟକତା ପାଇଁ ଯେଉଁ ସାମଗ୍ରିକ ଦୃଷ୍ଟିକୋଣ ହେବା ଦରକାର ଥିଲା, ତାହା ପୂର୍ବର ସରକାରମାନଙ୍କ ସମୟରେ ଆପଣାଇ ପାରି ନଥିଲେ ।

ଜଳ ଶକ୍ତି ମନ୍ତ୍ରଣାଳୟ ଏହି ସଂକଳିତ ଦୃଷ୍ଟିକୋଣ ଦ୍ୱାରା ଜଳକୁ ବାହାରକୁ ବାହାର କଲେ ଏବଂ ବ୍ୟାପକ ଦୃଷ୍ଟିକୋଣ ଉପରେ ଗୁରୁତ୍ୱାରୋପ କଲେ ।

ଚଳିତ ମୌସୁମୀ ସମୟରେ ଆମେ ଦେଖିଲୁ କି ସମାଜ ତରଫରୁ, ଜଳଶକ୍ତି ମନ୍ତ୍ରଣାଳୟ ତରଫରୁ ଜଳ ସଂରକ୍ଷଣ ପାଇଁ କିଭଳି ବ୍ୟାପକ ଭାବେ ପ୍ରୟାସ ହୋଇଛି ।

ସାଥୀଗଣ,

ଯେଉଁ କ୍ଷେତ୍ରୀୟ ବିବିଧତାର କଥା ମୁଁ କହିଲି, ତାହା ଜଳ ସହିତ ଜଡ଼ିତ ଯୋଜନାଗୁଡ଼ିକ ପାଇଁ ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ ।

ଆମର ଏଠି ତ କୁହାଯାଇଥାଏ କି ପ୍ରତ୍ୟେକ କୋଶକ ଦୂରତାରେ ପାଣି ବଦଳି ଯାଇଥାଏ ।

ଆଉ ଯେଉଁ ଦେଶ ହେଉଛି ଏତେ ବିବିଧ, ଏତେ ବିସ୍ତୃତ, ସେଠାରେ ପାଣି ଭଳି ବିଷୟ ପାଇଁ ଆମକୁ ପ୍ରତ୍ୟେକ କ୍ଷେତ୍ରର ଆବଶ୍ୟକତାକୁ ଦେଖିକରି ଆଗକୁ ବଢ଼ିବାକୁ ହେବ ।

ଏହି ଚିନ୍ତାଧାରା ଅଟଳ ଜଳ ଯୋଜନାର ଆଧାର ସ୍ଥିର କରିଛି ।

ଅର୍ଥାତ ଗୋଟିଏ ପଟେ ଜଳ ଜୀବନ ମିଶନ ରହିଛି, ଯାହା ପ୍ରତ୍ୟେକ ଘର ପର୍ଯ୍ୟନ୍ତ ପାଇପ ଦ୍ୱାରା ଜଳ ପହଂଚାଇବାର କାର୍ଯ୍ୟ କରିବ ଏବଂ ଅନ୍ୟ ପଟେ ଅଟଳ ଜଳ ଯୋଜନା ରହିଛି, ଯାହା ସେହିସବୁ କ୍ଷେତ୍ରଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦେବ ଯେଉଁଠି ଭୂ-ତଳ ଜଳ ବହୁତ ନିମ୍ନରେ ରହିଛି ।

ଏହି ଯୋଜନା ଫଳରେ ମହାରାଷ୍ଟ୍ର, ହରିୟାଣା, କର୍ଣ୍ଣାଟକ, ରାଜସ୍ଥାନ, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ ଏବଂ ଗୁଜରାଟ, ଏହି ସାତୋଟି ରାଜ୍ୟର ଭୂ-ତଳ ଜଳକୁ ଉପରକୁ ଆଣିବାରେ ବହୁତ ସାହାଯ୍ୟ ମିଳିବ ।

ଏହି ସାତୋଟି ରାଜ୍ୟର 78ଟି ଜିଲ୍ଲାରେ, 8300ରୁ ଅଧିକ ଗ୍ରାମ ପଞ୍ଚାୟତରେ ଭୂ-ତଳ ଜଳର ସ୍ତର ଚିନ୍ତାଜନକ ସ୍ଥିତିରେ ରହିଛି ।

ଏହାଦ୍ୱାରା କେଉଁ ପ୍ରକାରର ସମସ୍ୟା ସେଠାକାର ଲୋକମାନଙ୍କୁ ଉଠାଇବାକୁ ପଡ଼ିଥାଏ, ତାହା ଏବେ ଆମ ସହିତ ସିଧାସଳଖ ଭାବେ ଯୋଡ଼ି ହୋଇଥିବା ସାଥୀ ବହୁତ ଭଲ ଭାବେ ଜାଣିଛନ୍ତି ।

ଏହି ଅଂଚଳର କୃଷକମାନଙ୍କୁ, ପଶୁପାଳକମାନଙ୍କୁ, ଛୋଟ-ଛୋଟ ଉଦ୍ୟୋଗୀମାନଙ୍କୁ, ସେଠାକାର ମହିଳାମାନଙ୍କୁ ହେଉଥିବା ଅସୁବିଧା ସବୁ କାହାକୁ ଆଉ ଅଛପା ହୋଇ ନାହିଁ ।

ସାଥୀଗଣ,

ଲୋକମାନଙ୍କୁ ଏହି ଅସୁବିଧାଗୁଡ଼ିକରୁ ମୁକ୍ତି ମିଳୁ, ଜଳ ସ୍ତରରେ ସୁଧାର ହେଉ, ଏଥିପାଇଁ ଆମ୍ଭମାନଙ୍କୁ ଜାଗ୍ରତ ହୋଇ ଅଭିଯାନ ଚାଲୁ କରିବାକୁ ହେବ, କୃତ୍ରିମ ବୁଦ୍ଧିମତା, ଇଂଟରନେଟ ଅଫ ଥିଙ୍ଗସ ଏବଂ ଜରୁରୀ ଡାଟା ସବୁକୁ ଯୋଡ଼ିବାକୁ ହେବ ।

ଆଉ ସବୁଠାରୁ ପ୍ରମୁଖ କଥା, ଆମକୁ ଜଳ ସଂରକ୍ଷଣ ଏବଂ ପରିଚାଳନା ଉପରେ ଗୁରୁତ୍ୱ ଦେବାକୁ ହେବ ଫଳରେ ପାଣିର ପ୍ରତିଟି ବୁନ୍ଦାର ଉପଯୋଗ ଉଚିତ ରୂପେ ହେବ ।

ଏହା ତେବେ ହେବ କିପରି ହେବ ?

ଏହି ଟିମର ନେତୃତ୍ୱ କିଏ ନେବ?

ଅଫିସର, କର୍ମଚାରୀ, ଅମଲା?

ନାହିଁ ।

ଏଥିପାଇଁ ଆମକୁ ସେହି ଲୋକମାନଙ୍କ ପାଖକୁ ଯିବାକୁ ପଡ଼ିବ, ସେହି ଲୋକମାନଙ୍କୁ ଯୋଡ଼ିବାକୁ ହେବ, ଯେଉଁମାନେ ପାଣିର ବ୍ୟବହାର କରୁଛନ୍ତି, ଯେଉଁମାନେ ଜଳ ସଙ୍କଟ ଦ୍ୱାରା ପ୍ରଭାବିତ ହେଉଛନ୍ତି ।

ଏଥିପାଇଁ ଆମକୁ ଆମର ସେହି ମାଆ ଭଉଣୀମାନଙ୍କ ପାଖକୁ ଯିବାକୁ ପଡ଼ିବ ଯେଉଁମାନେ ହେଉଛନ୍ତି ପ୍ରକୃତରେ ଘରର ମୁଖିଆ । ଘରେ ପାଣିର ବ୍ୟବହାର ଆବଶ୍ୟକତା ଅନୁସାରେ ହିଁ ହେଉ, ଯେତେ ଅଧିକ ସମ୍ଭବ ପୁନର୍ବିନିଯୋଗ କରାଯାଉଥିବା ପାଣିରେ କାମ ଚଳାଯାଉ, ଏହି ଅନୁଶାସନ ଘର ଭିତରେ ହିଁ ଆଣିବାକୁ ହେବ ।

ଏଥିପାଇଁ ଆମକୁ କୃଷକମାନଙ୍କ ପାଖକୁ ମଧ୍ୟ ଯିବାକୁ ହେବ ।

ଆମର କ୍ଷେତ ଭୂତଳ ଜଳ ଦ୍ୱାରା ସେଚନ ଉପରେ ଅଧିକ ନିର୍ଭରଶୀଳ ।

କିନ୍ତୁ ଏହା ମଧ୍ୟ ସତ୍ୟ କି ଆମ ସିଂଚନ ବ୍ୟବସ୍ଥାର ପୁରୁଣା ଉପାୟ ଦ୍ୱାରା ବହୁତ ଗୁଡ଼ିଏ ପାଣି ନଷ୍ଟ ହୋଇ ଯାଉଛି ।

ଏହା ବ୍ୟତୀତ ଆଖୁ ହେଉ, ଧାନ ହେଉ, ବହୁତ ଗୁଡ଼ିଏ ଏଭଳି ଫସଲ ରହିଛି ଯେଉଁଗୁଡ଼ିକ ବହୁତ ଅଧିକ ଜଳ ଆବଶ୍ୟକ କରିଥାଏ ।

ଏହି ପ୍ରକାରର ଫସଲ, ଯେଉଁଠାରେ ହୋଇଥାଏ, ସେଠାରେ ବହୁତ ଥର ଏହା ଦେଖିବାକୁ ମିଳିଥାଏ କି ଏହିସବୁ ସ୍ଥାନରେ ଭୂତଳ ଜଳସ୍ତର ଖୁବ ଦ୍ରୁତ ଗତିରେ ହ୍ରାସ ପାଇ ଚାଲିଛି ।

ଏହି ସ୍ଥିତିକୁ ପରିବର୍ତ୍ତନ କରିବା ପାଇଁ ଆମକୁ କୃଷକମାନଙ୍କୁ ସଚେତନ କରାଇବାକୁ ହେବ କି ବର୍ଷା ଜଳ ସଂଚୟ କରିବା ପାଇଁ, ବିକଳ୍ପ ଫସଲ ଉତ୍ପାଦନ କରିବା ପାଇଁ ସଚେତନ କରିବାକୁ ହେବ, ଅଧିକରୁ ଅଧିକ ଅଣୁ-ଜଳସେଚନ ଆଡ଼କୁ ବଢ଼ିବାକୁ ହେବ, ଆମକୁ ପ୍ରତି ବୁନ୍ଦା ଜଳ- ଅଧିକ ଫସଲ(ପର ଡ୍ରପ ମୋର କ୍ରପ)କୁ ପ୍ରୋତ୍ସାହନ ଦେବାକୁ ହେବ ।

ସାଥୀଗଣ,

ଯେତେବେଳେ ଆମେ ଘର ପାଇଁ କିଛି ଖର୍ଚ୍ଚ କରୁ, ତ ଆମର ଆୟ ଏବଂ ବ୍ୟାଙ୍କ ବାଲାନ୍ସକୁ ମଧ୍ୟ ଦେଖି ନିଜର ବଜେଟ ତିଆରି କରିଥାଉ । ଠିକ ସେମିତି ଯେଉଁଠାରେ ପାଣି କମ ରହିଛି, ସେଠାରେ ଗାଁର ଲୋକମାନଙ୍କୁ ଜଳ ବଜେଟ ତିଆରି କରିବା ପାଇଁ, ସେହି ଆଧାରରେ ଫସଲ ଉତ୍ପାଦନ କରିବା ପାଇଁ ଆମକୁ ପ୍ରୋତ୍ସାହିତ କରିବାକୁ ପଡ଼ିବ ।

ଆଉ ଏଠାକୁ ଗାଁର ଯେଉଁସବୁ ଲୋକମାନେ ଆସିଛନ୍ତି, ଯେଉଁମାନେ ଆମ ସହିତ ସିଧାସଳଖ ଭାବେ ଯୋଡ଼ି ହୋଇଛନ୍ତି, ସେମାନଙ୍କୁ ମୁଁ ଜଣାଇବାକୁ ଚାହୁଁଛି ଅଟଳ ଜଳ ଯୋଜନାରେ ସବୁଠାରୁ ଅଧିକ ଦାୟିତ୍ୱ ଆପଣମାନଙ୍କର ହିଁ ରହିଛି ।

ଆପଣମାନେ ଯେତେ ଅଧିକ ଭଲ କାମ କରିବେ, ତା’ଫଳରେ ଗାଁର ମଙ୍ଗଳ ହିଁ ତ ହେବ, ଗ୍ରାମ ପଞ୍ଚାୟତଗୁଡ଼ିକର ମଧ୍ୟ ମଙ୍ଗଳ ହେବ ।

ଅଟଳ ଜଳ ଯୋଜନାରେ ଏହା ମଧ୍ୟ ବ୍ୟବସ୍ଥା କରାଯାଇଛି କି ଯେଉଁ ଗ୍ରାମପଞ୍ଚାୟତଗୁଡ଼ିକ ଜଳ ସମ୍ପର୍କିତ ଭଲ କାମ କରିବେ, ସେମାନଙ୍କୁ ଆହୁରି ଅଧିକ ରାଶି ପ୍ରଦାନ କରାଯିବ, ଫଳରେ ସେମାନେ ଆହୁରି ଅଧିକ ଭଲ କାମ କରି ପାରିବେ ।

ମୋର ସରପଞ୍ଚ ଭାଇ ଓ ଭଉଣୀମାନେ,

ଆପଣମାନଙ୍କର ଶ୍ରମ, ଆପଣଙ୍କର ପରିଶ୍ରମ, ଆପଣଙ୍କର ଭାଗିଦାରୀ, ଦେଶର ପ୍ରତ୍ୟେକ ଘରକୁ ଜଳ ପହଂଚାଇବାରେ ହେଉଛି ଗୁରୁତ୍ୱପୂର୍ଣ୍ଣ ।

ମୁଁ ଅଟଳ ଜଳ ଯୋଜନା ସହିତ ଜଡ଼ିତ ସମସ୍ତ 8300 ସରପଞ୍ଚଙ୍କୁ କହିବାକୁ ଚାହୁଁଛି କି ଆପଣମାନଙ୍କର ସଫଳତା ନା କେବଳ ଅଟଳ ଜଳ ଯୋଜନାକୁ ସଫଳ କରିବ ବରଂ ଜଳ ଜୀବନ ମିଶନକୁ ମଧ୍ୟ ସୁଦୃଢ଼ କରିବ ।

|

କିପରି?

ଏହା ଆପଣମାନେ ଜାଣିବା ବହୁତ ଜରୁରୀ ।

ଏହା ଦେଶର ପ୍ରତ୍ୟେକ ନାଗରିକ ଜାଣିବା ବହୁତ ଜରୁରୀ ।

ସାଥୀଗଣ,

ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ଆଜି ଦେଶର 3 କୋଟି ଘରେ ହିଁ ପାଇପ ମାଧ୍ୟମରେ ଜଳ ପହଂଚିଥାଏ ।

ଚିନ୍ତାକରନ୍ତୁ,

18 କୋଟି ଗ୍ରାମୀଣ ଘରମାନଙ୍କ ମଧ୍ୟରୁ କେବଳ 3 କୋଟି ଘରେ ।

70 ବର୍ଷରେ ଏତିକି ହୋଇ ପାରିଲା ।

ଏବେ ଆମକୁ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ 15 କୋଟି ଘରେ ସ୍ୱଚ୍ଛ ପାନୀୟ ଜଳ, ପାଇପ୍ ମାଧ୍ୟମରେ ପହଂଚାଇବାର ଅଛି ।

ଏଥିପାଇଁ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ କେନ୍ଦ୍ର ଏବଂ ରାଜ୍ୟ ସରକାର ମିଶି ସାଢ଼େ ତିନି ଲକ୍ଷ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ଯାଉଛନ୍ତି ।

ନିଶ୍ଚିତ ରୂପେ ଏହି ସଂକଳ୍ପ ହେଉଛି ବିରାଟ, କିନ୍ତୁ ଆମ ପାଖରେ ସଫଳ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ହିଁ ନାହିଁ, ଆମକୁ ସଫଳ ହେବାକୁ ହିଁ ହେବ ।

ଏଭଳି ସ୍ଥିତିରେ ଆମର ପ୍ରତିବଦ୍ଧତା ମାଟିରେ, ଦେଶର ପ୍ରତିଟି ଗାଁରେ ଦେଖାଯିବାର ବହୁତ ଆବଶ୍ୟକତା ରହିଛି ।

ଆଜି ଯେଉଁ ଜଳ ଜୀବନ ମିଶନର ମାର୍ଗଦର୍ଶିକା ଜାରି କରାଯାଇଛି, ତାହା ଆମକୁ ଏଥିରେ ସାହାଯ୍ୟ କରିବ ।

ସାଥୀଗଣ,

ଜଳ ଜୀବନ ମିଶନର ଏହି ଅଭିଯାନ କେବଳ ପ୍ରତ୍ୟେକ ଘର ପର୍ଯ୍ୟନ୍ତ ସ୍ୱଚ୍ଛ ଜଳ ପହଂଚାଇବା ସହିତ ଯୋଡ଼ି ହୋଇ ନାହିଁ ।

ଆମର ମାଆ ଭଉଣୀମାନଙ୍କୁ ଘର ପାଖରୁ ଦୂରକୁ ଯାଇ ପାଣି ଆଣିବାକୁ ନ ପଡୁ, ସେମାନଙ୍କ ଗରିମାର ସମ୍ମାନ ହେଉ, ସେମାନଙ୍କର ଜୀବନ ସହଜ ହେଉ, ଏହି ମିଶନର ଏହା ମଧ୍ୟ ଲକ୍ଷ୍ୟ ରହିଛି ।

ଆଜି ମଧ୍ୟ ଯେତେବେଳେ କୌଣସି ବୟସ୍କା ବା ବରିଷ୍ଠ ମାଆଙ୍କୁ ପାଣି ଆଣିବାକୁ ଯାଇ ବିଭିନ୍ନ ସ୍ଥାନରେ ବୁଲୁଥିବାର ଦେଖିଥାଏ ତ, ଯେତେବେଳେ କୌଣସି ଭଉଣୀଙ୍କୁ ମୁଣ୍ଡରେ ମାଠିଆ ରଖି ମାଇଲ ମାଇଲ ଦୂର ପାଦରେ ଚାଲି ଚାଲି ଯାଉଥିବାର ଦେଖିଥାଏ ତ, ପିଲାଦିନର ବହୁତ କିଛି ସ୍ମୃତି ସତେଜ ହୋଇ ଯାଇଥାଏ ।

ସାରା ଦେଶର କୋଟି କୋଟି ଭଉଣୀମାନଙ୍କୁ ଏଭଳି ପାଣି ଯୋଗାଡ କରିବାର ସମସ୍ୟାରୁ ମୁକ୍ତି ଦେବାର ସମୟ ଆସିଯାଇଛି ।

ଯେପରି ଆମେ ପ୍ରତ୍ୟେକ ଘରେ ଶୌଚାଳୟ ପହଂଚାଇଲୁ, ଠିକ ସେହିପରି ପ୍ରତ୍ୟେକ ଘରେ ମଧ୍ୟ ପାଣି ପହଂଚାଇବୁ, ଏହି ପଣ କରି ଆମେ ବାହାରିଛୁ ।

ଯେତେବେଳେ ସଂକଳ୍ପ ନେଇ ସାରିଛୁ, ତ ତାକୁ ମଧ୍ୟ ସିଦ୍ଧ କରି ଦେଖାଇବୁ ।

ସାଥୀଗଣ,

ଗାଁର ଭାଗିଦାରୀ ଏବଂ ସହଯୋଗର ଏହି ଯୋଜନାରେ ଗାନ୍ଧିଜୀଙ୍କର ଗ୍ରାମ ସ୍ୱରାଜର ମଧ୍ୟ ଏକ ଝଲକ ରହିଛି ।

ଜଳ ସହିତ ଜଡ଼ିତ ଯୋଜନା ପ୍ରତ୍ୟେକ ଗ୍ରାମ ସ୍ତରରେ ସେଠାକାର ସ୍ଥିତି ଓ ପରିସ୍ଥିତି ଅନୁସାରେ ପ୍ରସ୍ତୁତ ହେଉ, ଏହି ଜଳ ଜୀବନ ମିଶନର ମାର୍ଗଦର୍ଶିକା ପ୍ରସ୍ତୁତ କରିବା ସମୟରେ ଧ୍ୟାନ ଦିଆଯାଇଛି ।

କେବଳ ଏତିକି ହିଁ ନୁହେଁ,

ଗ୍ରାମ ପଞ୍ଚାୟତ କିମ୍ବା ପଞ୍ଚାୟତ ଦ୍ୱାରା ଗଠିତ ଜଳ କମିଟି ହିଁ ନିଜ ସ୍ତରରେ ପାଣି ସହିତ ଜଡ଼ିତ ଯୋଜନା ପ୍ରସ୍ତୁତ କରିବେ, ତାକୁ କାର୍ଯ୍ୟକାରୀ କରିବେ, ତାହାର ରକ୍ଷଣାବେକ୍ଷଣ କରିବେ ।

ଆଉ ଏଥିପାଇଁ,

ଆମକୁ, ପାଣି ପାଇଁ ପାଇପ ଲାଇନ ବିଛାଇବା ନିମନ୍ତେ ଯୋଜନାଠାରୁ ଆରମ୍ଭ କରି ତାହାର ବ୍ୟବସ୍ଥା ପର୍ଯ୍ୟନ୍ତ ଗାଁ ଗାଁକୁ ଯୋଡ଼ିବାର କାର୍ଯ୍ୟ ଆମକୁ କରିବାର ଅଛି ।

ଆମକୁ ସର୍ବଦା ମନେ ରଖିବାକୁ ହେବ କି ଗାଁର ମୋର ଭାଇ ଭଉଣୀଙ୍କ ପାଖରେ ବୟସ୍କ ଲୋକଙ୍କ ପାଖରେ ଜଳ ଉତ୍ସକୁ ନେଇ, ଜଳର ଭଣ୍ଡାରଣକୁ ନେଇ ଅନେକ କଥାର ଅସରନ୍ତି ଖଣି ରହିଛି ।

ଆମକୁ ଗାଁର ଲୋକମାନଙ୍କଠାରୁ ବଳି କୌଣସି ଅଧିକ ବିଶେଷଜ୍ଞ କିଏ ମିଳିବେ?

ଏଥିପାଇଁ ଗାଁ ଲୋକଙ୍କର ଅନୁଭୂତିକୁ ଆମକୁ ସଂପୂର୍ଣ୍ଣ ରୂପେ ବ୍ୟବହାର କରିବାର ଅଛି ।

|

ସାଥୀଗଣ,

ଆମ ସରକାରଙ୍କ ପ୍ରୟାସ ଜଳ ଜୀବନ ମିଶନରେ ଅଧିକରୁ ଅଧିକ ଗାଁର ଲୋକଙ୍କୁ ଅଧିକାର ଦେବା, ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବାର ଅଛି ।

ଏହି ମିଶନ ପାଇଁ ପ୍ରତ୍ୟେକ ଗାଁରେ ଏକ ବିଶେଷ କମିଟି ଗଠନ କରାଯିବ, ଗ୍ରାମ ସ୍ତରରେ ହିଁ ଏକ କାର୍ଯ୍ୟାନ୍ୱୟନ ଯୋଜନା ପ୍ରସ୍ତୁତ କରାଯିବ । ଏହା ମୋର ଅନୁରୋଧ ରହିବ କି ଏହି କମିଟିରେ ଅତି କମରେ 50 ପ୍ରତିଶତ ଗାଁର ଭଉଣୀ ଓ ଝିଅମାନେ ରହିବେ ।

କେବଳ ଏତିକି ନୁହେଁ, ପରିଷ୍କାର ପାଣି ଆସୁଛି ଅବା ଆସୁନାହିଁ, ଏହାର ଯାଞ୍ଚ କରିବା ପାଇଁ ଗ୍ରାମବାସୀମାନଙ୍କୁ, ସେଠାକାର ପୁଅ-ଝିଅମାନଙ୍କୁ ମଧ୍ୟ ତାଲିମ ଦିଆଯିବ ।

ଏହିଭଳି ଭାବେ, କୌଶଳ ବିକାଶ ଯୋଜନା ମାଧ୍ୟମରେ ବ୍ୟାପକ ସ୍ତରରେ ଗ୍ରାମର ଯୁବକମାନଙ୍କୁ ଫିଟର, ପ୍ଲମ୍ବର, ଇଲେକ୍ଟ୍ରିସିଆନ୍, ମିସ୍ତ୍ରୀ ଭଳି ଅନେକ କାର୍ଯ୍ୟର ତାଲିମ ଦିଆଯିବ ।

ହଁ, ଏହି ସମସ୍ତ ପ୍ରୟାସ ମଧ୍ୟରେ,

କିଛି ଦୁର୍ଗମ ଅଂଚଳରେ, କିଛି ସୁଦୂର ପାହାଡ଼ିଆ ଅଂଚଳରେ ଜଳବାୟୁ ଏବଂ ଭୌଗୋଳିକ ସ୍ଥିତି ଯୋଗୁଁ ପାଇପ ଲାଇନ ପହଂଚାଇବାରେ କିଛି ସମସ୍ୟା ନିଶ୍ଚିତ ଆସିବ ।

ଏଭଳି ସ୍ଥାନକୁ କ’ଣ ଛାଡ଼ି ଦେବା?

ନୁହେଁ ।

ଏଭଳି ସ୍ଥାନ ପାଇଁ ବୈକଳ୍ପିକ ବ୍ୟବସ୍ଥା କରାଯିବ ।

ସେଠାରେ ମଧ୍ୟ ଏହା ସୁନିଶ୍ଚିତ କରାଯିବ କି ସେହି ଗ୍ରାମବାସୀମାନଙ୍କୁ ଶୁଦ୍ଧ ପାଣି ମିଳୁ ।

ସାଥୀଗଣ,

ଜଳ ଜୀବନ ମିଶନ ମାଧ୍ୟମରେ ଆଉ ଏକ ନୂଆ କାର୍ଯ୍ୟ କରାଯାଉଛି । ଏହି ଯୋଜନାର ଅନୁଧ୍ୟାନ ପାଇଁ ମହାକାଶ ଟେକ୍ନୋଲଜି ଏବଂ କୃତ୍ରିମ ବୁଦ୍ଧିମତା ଭଳି ଟେକ୍ନୋଲଜି ଭଳି ଉଭୟର ବ୍ୟବହାର କରାଯାଉଛି ।

ପ୍ରତ୍ୟେକ ଗାଁରେ ଜଳର କେତେ ଭଣ୍ଡାରଣ ହେଉଛି, କେତେ ଖର୍ଚ୍ଚ ହେଉଛି, ଜଳର ସ୍ଥିତି ସମ୍ବନ୍ଧରେ ସମସ୍ତ ତଥ୍ୟ ଉପରେ ନିରନ୍ତର ଦୃଷ୍ଟି ରଖାଯିବ ।

ସାଥୀଗଣ,

ଜଳ ଜୀବନ ମିଶନରେ ସରକାର ଏହା ମଧ୍ୟ ବ୍ୟବସ୍ଥା କରିଛନ୍ତି କି ଆପଣଙ୍କ ଗ୍ରାମରେ ଯୋଜନା ସଂପୂର୍ଣ୍ଣ ହେବା ପରେ ସରକାର ଜଳ କମିଟି ଖାତାକୁ ସିଧା ସଳଖ ଅର୍ଥ ପଠାଇବେ । ଫଳରେ ଜଳ ସହିତ ଜଡ଼ିତ ବ୍ୟବସ୍ଥାର ରକ୍ଷଣା ବେକ୍ଷଣ ଓ ପରିଚାଳନା ଗାଁର ଲୋକମାନେ ହିଁ କରିବେ ।

ମୋର ଆଉ ଏକ ଅନୁରୋଧ ହେଉଛି କି ପ୍ରତ୍ୟେକ ଗାଁର ଲୋକ ଜଳ କାର୍ଯ୍ୟାନ୍ୱୟନ ଯୋଜନା ପ୍ରସ୍ତୁତ କରନ୍ତୁ, ଜଳପାଣ୍ଠି ଗଠନ କରନ୍ତୁ । ଆପଣଙ୍କ ଗାଁରେ ଜଳ ସହିତ ଜଡ଼ିତ ଯୋଜନାଗୁଡ଼ିକ ପାଇଁ ଅନେକ କାର୍ଯ୍ୟକ୍ରମରୁ ଅର୍ଥ ଆସୁଛି । ବିଧାୟକ ଏବଂ ସାଂସଦ ପାଣ୍ଠିରୁ ଆସୁଛି, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଯୋଜନାରୁ ଆସୁଛି ।

ଆମକୁ ଏପରି ବ୍ୟବସ୍ଥା ପ୍ରସ୍ତୁତ କରିବାକୁ ହେବ ଯେ, ଏହି ସମସ୍ତ ଅର୍ଥ ଗୋଟିଏ ସ୍ଥାନକୁ ଆସିବ ଆଉ ଗୋଟିଏ ପ୍ରକାରରେ ଖର୍ଚ୍ଚ ହେବ । ଏହାକୁ ଅଳ୍ପ-ଅଳ୍ପ କରି କିଛି-କିଛି ଅର୍ଥ ଖର୍ଚ୍ଚ କରିବା ବଦଳରେ ଏକା ଥରକେ ଅଧିକ ଅର୍ଥ ବିନିଯୋଗ ହୋଇ ପାରିବ ।

ସାଥୀଗଣ,

ମୁଁ ଆଜି ଏହି ଅବସରରେ ସାରା ବିଶ୍ୱରେ ବସବାସ କରୁଥିବା ଭାରତୀୟମାନଙ୍କୁ ମଧ୍ୟ ଅନୁରୋଧ କରିବି କି ସେମାନେ ଏହି ପବିତ୍ର ଅଭିଯାନରେ ନିଜର ଯୋଗଦାନ ଦିଅନ୍ତୁ ।

ମୁଁ ଆଜି ଏହି ମଂଚରୁ ଗାଁରେ ରହୁଥିବା ନିଜର ଭାଇ ଭଉଣୀମାନଙ୍କୁ ମଧ୍ୟ ନିବେଦନ କରୁଛି କି ସେମାନେ ଜଳ ସଂରକ୍ଷଣ ପାଇଁ ଜଳର ବିତରଣ ବ୍ୟବସ୍ଥାକୁ ସୂଚାରୁ ରୂପେ ପରିଚାଳନା ପାଇଁ, ଜଳର ପୁନର୍ବିନିଯୋଗ ପାଇଁ ଆଗକୁ ଆସନ୍ତୁ ।

ଆପଣ ନିଜର ସମୟ ଦିଅନ୍ତୁ, ନିଜର ଶ୍ରମ ଦିଅନ୍ତୁ । ଆପଣ ଗୋଟିଏ ପାଦ ଚାଲିବେ ତ ସରକାର 9 ପାଦ ଚାଲିବେ ।

ଆସନ୍ତୁ, ଏକଜୁଟ ହୋଇ, ପାଦରେ ପାଦ ମିଳାଇ, ଦେଶର ସାଧାରଣ ଜନତାଙ୍କୁ ସ୍ୱଚ୍ଛ ପାଣିର ଅଧିକାର ସହିତ ସାମିଲ କରିବାରେ ନିଜର ଦାୟିତ୍ୱ ତୁଲାଇବା ।

ଆପଣଙ୍କର ପ୍ରୟାସ, ଆପଣଙ୍କର ସଫଳତା, ଦେଶର ଜଳ ସୁରକ୍ଷା ଏବଂ ଖାଦ୍ୟ ସୁରକ୍ଷା ପାଇଁ ହେଉଛି ବହୁତ ମହତ୍ୱପୂର୍ଣ୍ଣ ।

ଆଉ ପୁଣି ଥରେ ଅଟଳ ଜଳ ଯୋଜନା ପାଇଁ ଜଳ ଜୀବନ ମିଶନ ପାଇଁ ସଂପୂର୍ଣ୍ଣ ଦେଶକୁ ଶୁଭକାମନା ଜଣାଉଛି ।

ବହୁତ ବହୁତ ଧନ୍ୟବାଦ!!!   

  • krishangopal sharma Bjp December 19, 2024

    नमो नमो 🙏 जय भाजपा 🙏🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩
  • krishangopal sharma Bjp December 19, 2024

    नमो नमो 🙏 जय भाजपा 🙏🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩
  • krishangopal sharma Bjp December 19, 2024

    नमो नमो 🙏 जय भाजपा 🙏🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩
  • Sanjay Shivraj Makne VIKSIT BHARAT AMBASSADOR June 07, 2024

    नामो
  • DHIRAJ PATEL July 17, 2022

    jay shree ram
  • Jayanta Kumar Bhadra June 22, 2022

    Jai Sree Ram
  • Jayanta Kumar Bhadra June 22, 2022

    Jay Sree Ganesh
  • Jayanta Kumar Bhadra June 22, 2022

    Jay Shree Ram
  • G.shankar Srivastav June 14, 2022

    G.shankar Srivastav
  • G.shankar Srivastav March 22, 2022

    जय हो
Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
After Operation Sindoor, a diminished terror landscape

Media Coverage

After Operation Sindoor, a diminished terror landscape
NM on the go

Nm on the go

Always be the first to hear from the PM. Get the App Now!
...
PM Modi's address to the nation
May 12, 2025
QuoteToday, every terrorist knows the consequences of wiping Sindoor from the foreheads of our sisters and daughters: PM
QuoteOperation Sindoor is an unwavering pledge for justice: PM
QuoteTerrorists dared to wipe the Sindoor from the foreheads of our sisters; that's why India destroyed the very headquarters of terror: PM
QuotePakistan had prepared to strike at our borders,but India hit them right at their core: PM
QuoteOperation Sindoor has redefined the fight against terror, setting a new benchmark, a new normal: PM
QuoteThis is not an era of war, but it is not an era of terrorism either: PM
QuoteZero tolerance against terrorism is the guarantee of a better world: PM
QuoteAny talks with Pakistan will focus on terrorism and PoK: PM

ପ୍ରିୟ ଦେଶବାସୀ,

ନମସ୍କାର

ଆମେ ସମସ୍ତେ ଗତ କିଛିଦିନ ହେବ ଦେଶର ଶକ୍ତି ଏବଂ ସଂଯମ ଉଭୟକୁ ଦେଖିଛୁ। ସର୍ବପ୍ରଥମେ, ମୁଁ ପ୍ରତ୍ୟେକ ଭାରତୀୟଙ୍କ ତରଫରୁ ଭାରତର ପରାକ୍ରମୀ ସେନାବାହିନୀ, ସଶସ୍ତ୍ର ବଳ, ଆମର ଗୁଇନ୍ଦା ସଂସ୍ଥା, ଆମର ବୈଜ୍ଞାନିକମାନଙ୍କୁ ପ୍ରଣାମ କରୁଛି। ‘ଅପରେସନ୍ ସିନ୍ଦୁର’ର ଲକ୍ଷ୍ୟ ହାସଲ କରିବା ପାଇଁ ଆମର ସାହସୀ ସୈନିକମାନେ ଅପାର ବୀରତ୍ୱ ପ୍ରଦର୍ଶନ କରିଥିଲେ। ମୁଁ ସେମାନଙ୍କର ବୀରତ୍ୱ, ସାହସ ଏବଂ ପରାକ୍ରମକୁ ଆଜି ଆମ ଦେଶର ପ୍ରତ୍ୟେକ ମା’, ଦେଶର ପ୍ରତ୍ୟେକ ଭଉଣୀ ଏବଂ ଦେଶର ପ୍ରତ୍ୟେକ ଝିଅଙ୍କୁ ସମର୍ପିତ କରୁଛି । ମୁଁ ଏହି ପରାକ୍ରମକୁ ସମର୍ପଣ କରୁଛି ।

ସାଥୀଗଣ,

ଏପ୍ରିଲ ୨୨ ତାରିଖରେ ପହଲଗାମରେ ଆତଙ୍କବାଦୀମାନେ ଯେଉଁ ବର୍ବରତା ପ୍ରଦର୍ଶନ କରିଥିଲେ, ତାହା ଦେଶ ତଥା ବିଶ୍ୱକୁ ବ୍ୟଥିତ କରିଦେଇଥିଲା। ଛୁଟି ପାଳନ କରୁଥିବା ନିର୍ଦ୍ଦୋଷ ନାଗରିକମାନଙ୍କୁ, ସେମାନଙ୍କ ପରିବାର ସମ୍ମୁଖରେ, ସେମାନଙ୍କ ପିଲାମାନଙ୍କ ସମ୍ମୁଖରେ, ସେମାନଙ୍କ ଧର୍ମ ପଚାରି ନିର୍ମମ ହତ୍ୟା, ଆତଙ୍କବାଦର ଏକ ଅତ୍ୟନ୍ତ ବିଭତ୍ସ ଚେହେରା ଥିଲା, କ୍ରୁରତା ଥଲା। ଏହା ମଧ୍ୟ ଦେଶର ସୌହାର୍ଦ୍ଦ୍ୟକୁ ଭାଙ୍ଗିବାର ଏକ ନିନ୍ଦନୀୟ ପ୍ରୟାସ ଥିଲା। ବ୍ୟକ୍ତିଗତ ଭାବେ ମୋ ପାଇଁ ଏହି ଯନ୍ତ୍ରଣା ଅତ୍ୟନ୍ତ ଅସହ୍ୟ ଥିଲା। ଏହି ଆତଙ୍କବାଦୀ ଆକ୍ରମଣ ପରେ ସମଗ୍ର ଦେଶ, ପ୍ରତ୍ୟେକ ନାଗରିକ, ପ୍ରତ୍ୟେକ ସମାଜ, ପ୍ରତ୍ୟେକ ବର୍ଗ, ପ୍ରତ୍ୟେକ ରାଜନୈତିକ ଦଳ, ଏକ ସ୍ୱରରେ ଆତଙ୍କବାଦ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଛିଡ଼ା ହୋଇଥିଲେ। ଆତଙ୍କବାଦୀମାନଙ୍କୁ ଦମନ କରିବା ପାଇଁ ଆମେ ଭାରତୀୟ ସେନାକୁ ସ୍ୱାଧୀନତା ଦେଇଥିଲୁ। ଆଉ ଆଜି ପ୍ରତ୍ୟେକ ଆତଙ୍କବାଦୀ, ପ୍ରତ୍ୟେକ ଆତଙ୍କୀ ସଙ୍ଗଠନ ଭଲ ଭାବେ ଜାଣିପାରିଛନ୍ତି ଯେ ଆମ ଭଉଣୀ ଓ ଝିଅମାନଙ୍କ ମଥାରୁ ସିନ୍ଦୁର ପୋଛିବାର ପରିଣାମ କ’ଣ ହୋଇପାରେ।

ସାଥୀଗଣ,

‘ଅପରେସନ୍‌ ସିନ୍ଦୁର’ କେବଳ ଗୋଟିଏ ନାମ ନୁହେଁ, ଏହା ଦେଶର କୋଟି କୋଟି ଲୋକଙ୍କ ଭାବନାର ପ୍ରତିଫଳନ। ‘ଅପରେସନ୍‌ ସିନ୍ଦୁର’ ନ୍ୟାୟର ଅଖଣ୍ଡ ପ୍ରତିଜ୍ଞା ଅଟେ। ୬ ମଇ ବିଳମ୍ବିତ ରାତ୍ରୀରେ, ୭ ମଇ ସକାଳେ ସାରା ଦୁନିଆ ଏହି ପ୍ରତିଜ୍ଞାକୁ ପରିଣାମରେ ବଦଳୁଥିବା ଦେଖିଛି । ଭାରତର ସେନାବାହିନୀ ପାକିସ୍ତାନରେ ଥିବା ଆତଙ୍କୀ ଆଡ୍ଡା ଉପରେ, ସେମାନଙ୍କ ଟ୍ରେନିଂ ସେଣ୍ଟର୍‌ ଉପରେ ସଠିକ୍‌ ପ୍ରହାର କରିଥିଲା। ଆତଙ୍କବାଦୀମାନେ ସ୍ୱପ୍ନରେ ସୁଦ୍ଧା ଭାବିପାରିନଥିଲେ ଯେ ଭାରତ ଏତେ ବଡ଼ ନିଷ୍ପତ୍ତି ନେଇପାରିବ। କିନ୍ତୁ ଯେତେବେଳେ ଦେଶ ଏକଜୁଟ ହୋଇଥାଏ, ରାଷ୍ଟ୍ର ପ୍ରଥମ ଭାବନାରେ ପରିପୂର୍ଣ୍ଣ ହୋଇଥାଏ, ରାଷ୍ଟ୍ର ସର୍ବୋପରି ହୋଇଥାଏ, ସେତେବେଳେ ଦୁଃସାହିକ ନିଷ୍ପତ୍ତି ଗ୍ରହଣ କରାଯାଏ, ପରିଣାମ ସମସ୍ତଙ୍କୁ ପ୍ରଦର୍ଶିତ କରାଯାଏ।

ଯେତେବେଳେ ପାକିସ୍ତାନରେ ଥିବା ଆତଙ୍କବାଦୀଙ୍କ ଆଡ୍ଡା ଉପରେ ଭାରତ କ୍ଷେପଣାସ୍ତ୍ର ମାଡ଼ କଲା, ଭାରତର ଡ୍ରୋନ ମାଡ଼ ହେଲା, ସେତେବେଳେ କେବଳ ଆତଙ୍କବାଦୀ ସଙ୍ଗଠନଗୁଡ଼ିକର ଅଟ୍ଟାଳିକା ନୁହେଁ, ବରଂ ସେମାନଙ୍କର ମନୋବଳ ମଧ୍ୟ ଭାଙ୍ଗି ଚୁରମାର୍‌ ହୋଇଥିଲା। ବାହାବଲପୁର ଏବଂ ମୁରୀଦକେ ଭଳି ଆତଙ୍କବାଦୀ କେନ୍ଦ୍ରଗୁଡ଼ିକ ଏକ ପ୍ରକାରରେ ବିଶ୍ୱ ଆତଙ୍କବାଦର ବିଶ୍ୱବିଦ୍ୟାଳୟ ହୋଇ ରହିଆସିଥିଲା। ବିଶ୍ୱର ଯେକୌଣସି ସ୍ଥାନରେ ବଡ଼ ଆତଙ୍କବାଦୀ ଆକ୍ରମଣ ହେଉ, ତାହା ୯/୧୧ ହେଉ, ଲଣ୍ଡନ ଟ୍ୟୁବ୍ ବୋମା ବିସ୍ଫୋରଣ ହେଉ, କିମ୍ବା ଦଶନ୍ଧି ଦଶନ୍ଧି ଧରି ଭାରତରେ ହୋଇଥିବା ବଡ଼ ଆତଙ୍କବାଦୀ ଆକ୍ରମଣ ହେଉ, କେଉଁଠି ନା କେଉଁଠି ଏହି ଆତଙ୍କବାଦର ଆଡ୍ଡା ସହିତ ଜଡିତ ହୋଇଛି। ଆତଙ୍କବାଦୀମାନେ ଆମ ଭଉଣୀମାନଙ୍କ ସିନ୍ଦୁରକୁ ଉଜାଡ଼ି ଦେଇଥିଲେ, ତେଣୁ ଭାରତ ଆତଙ୍କବାଦର ଏହି ମୁଖ୍ୟାଳୟଗୁଡ଼ିକୁ ଧ୍ୱଂସ କରିଦେଇଥିଲା। ଭାରତ ଦ୍ୱାରା ହୋଇଥିବା ଏହି ଆକ୍ରମଣରେ ୧୦୦ରୁ ଅଧିକ କୁଖ୍ୟାତ ଆତଙ୍କବାଦୀ ନିହତ ହୋଇଛନ୍ତି। ଗତ ଅଢେଇରୁ ତିନି ଦଶନ୍ଧି ଧରି ପାକିସ୍ତାନରେ ଖୋଲାଖୋଲି ଭାବେ ବୁଲୁଥିବା, ଭାରତ ବିରୋଧରେ ଷଡ଼ଯନ୍ତ୍ର କରୁଥିବା, ଅନେକ ପ୍ରମୁଖ ଆତଙ୍କବାଦୀଙ୍କୁ ଭାରତ ଗୋଟିଏ ଆଘାତରେ ନିପାତ କରିଦେଇଛି ।

ବନ୍ଧୁଗଣ,

ଭାରତର ଏହି କାର୍ଯ୍ୟ ଦ୍ୱାରା ପାକିସ୍ତାନ ଗଭୀର ଭାବେ ନିରାଶ, ହତାଶ ଏବଂ କ୍ରୋଧିତ ହୋଇଥିଲା, ଏବଂ ଏହି ହତାଶାରେ ସେ ଆଉ ଏକ ଦୁଃସାହସ କରିଥିଲା। ଆତଙ୍କବାଦ ଉପରେ ଭାରତର କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରିବା ପରିବର୍ତ୍ତେ ପାକିସ୍ତାନ ଭାରତ ଉପରେ ହିଁ ଆକ୍ରମଣ କରିବା ଆରମ୍ଭ କରିଥିଲା। ପାକିସ୍ତାନ ଆମର ବିଦ୍ୟାଳୟ, କଲେଜ, ଗୁରୁଦ୍ୱାର, ମନ୍ଦିର, ସାଧାରଣ ନାଗରିକଙ୍କ ଘରକୁ ଟାର୍ଗେଟ କରିଛି, ପାକିସ୍ତାନ ଆମର ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରିଛି, କିନ୍ତୁ ଏଥିରେ ମଧ୍ୟ ପାକିସ୍ତାନର ମୁଖା ଖୋଲି ଯାଇଛି।

ପାକିସ୍ତାନର ଡ୍ରୋନ୍ ଏବଂ ପାକିସ୍ତାନର କ୍ଷେପଣାସ୍ତ୍ର ଭାରତ ସାମ୍ନାରେ ଧୂଳିସାତ ହୋଇଥିଲା ତାହା ସାରା ଦୁନିଆ ଦେଖିଛି । ଭାରତର ଶକ୍ତିଶାଳୀ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ସେଗୁଡ଼ିକୁ ଆକାଶରେ ଧ୍ୱଂସ କରିଦେଇଥିଲା। ପାକିସ୍ତାନର ପ୍ରସ୍ତୁତି ଥିଲା ସୀମାରେ ଆକ୍ରମଣ କରିବା, କିନ୍ତୁ ଭାରତ ପାକିସ୍ତାନକୁ ଛାତିରେ ଆଘାତ କରିଥିଲା। ଭାରତର ଡ୍ରୋନ୍, ଭାରତର କ୍ଷେପଣାସ୍ତ୍ରଗୁଡ଼ିକ ପୂର୍ଣ୍ଣ ସଠିକତାର ସହ ଆଘାତ କରିଥିଲା। ପାକିସ୍ତାନ ବାୟୁସେନାର ସେହି ବିମାନ ଘାଟି କ୍ଷତିଗ୍ରସ୍ତ ହୋଇଥିଲା, ଯାହାକୁ ନେଇ ପାକିସ୍ତାନ ଗର୍ବ କରୁଥିଲା। ଭାରତ ପ୍ରଥମ ତିନି ଦିନ ମଧ୍ୟରେ ପାକିସ୍ତାନରେ ଏପରି ଧ୍ୱଂସଲୀଳ କରିଥିଲା, ଯାହା ପାକିସ୍ତାନ କେବେ କଳ୍ପନା ମଧ୍ୟ କରିପାରିନଥିଲା।

ସେଥିପାଇଁ ଭାରତର ଆକ୍ରମଣାତ୍ମକ କାର୍ଯ୍ୟାନୁଷ୍ଠାନ ପରେ, ପାକିସ୍ତାନ ପଳାୟନ ମାର୍ଗ ଖୋଜିବା ଆରମ୍ଭ କରିଥିଲା। ପାକିସ୍ତାନ ସାରା ବିଶ୍ୱରେ ଉତ୍ତେଜନା ହ୍ରାସ ପାଇଁ ନିବେଦନ କରିଥିଲା। ଆଉ ଏତେ ମାତ୍ରାରେ ଆଘାତ ସହିବା ପରେ ପାକିସ୍ତାନ ସେନା ବାଧ୍ୟ ହୋଇ ମଇ ୧୦ ତାରିଖ ଅପରାହ୍ଣରେ, ଆମର ଡିଜିଏମଓଙ୍କୁ ଯୋଗାଯୋଗ କରିଥିଲା। ସେତେବେଳକୁ, ଆମେ ଆତଙ୍କବାଦର ଭିତ୍ତିଭୂମିକୁ ବ୍ୟାପକ ଭାବେ ଧ୍ୱଂସ କରିଦେଇଥିଲୁ, ଆତଙ୍କବାଦୀମାନଙ୍କୁ ନିପାତ କରାଯାଇଥିଲା, ପାକିସ୍ତାନର ଛାତିରେ ଥିବା ଆତଙ୍କବାଦୀ ଘାଟିଗୁଡ଼ିକ ଧ୍ୱଂସ ହୋଇଯାଇଥିଲା, ତେଣୁ ଯେତେବେଳେ ପାକିସ୍ତାନ ନିବେଦନ କଲା, ସେତେବେଳେ ପାକିସ୍ତାନ କହିଲା ଯେ ତା’ ତରଫରୁ ଆଉ କୌଣସି ଆତଙ୍କବାଦୀ କାର୍ଯ୍ୟକଳାପ ଏବଂ ସାମରିକ ଦୁଃସାହସ ହେବ ନାହିଁ। ତେଣୁ ଭାରତ ମଧ୍ୟ ଏହା ଉପରେ ବିଚାର କରିଥିଲା। ଆହୁରି, ମୁଁ ଦୋହରାଇବାକୁ ଚାହେଁ, ଆମେ ପାକିସ୍ତାନର ଆତଙ୍କବାଦୀ ଏବଂ ସାମରିକ ଘାଟିଗୁଡ଼ିକ ବିରୋଧରେ ଆମର ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନକୁ ସ୍ଥଗିତ ରଖିଛୁ। ଆଗାମୀ ଦିନରେ, ଆମେ ପାକିସ୍ତାନର ପ୍ରତ୍ୟେକ ପଦକ୍ଷେପକୁ ତା’ର ଆଭିମୁଖ୍ୟ ଦ୍ୱାରା ବିଚାର କରିବୁ।

ବନ୍ଧୁଗଣ,

ଭାରତର ତିନି ସେନା, ଆମର ବାୟୁସେନା, ଆମର ସେନା, ଆମର ନୌସେନା, ଆମର ସୀମା ସୁରକ୍ଷା ବଳ-ବିଏସଏଫ, ଭାରତର ଅର୍ଦ୍ଧସାମରିକ ବାହିନୀ, ସବୁବେଳେ ସତର୍କ ରହିଛନ୍ତି। ସର୍ଜିକାଲ୍ ଷ୍ଟ୍ରାଇକ୍ ଏବଂ ଏୟାର ଷ୍ଟ୍ରାଇକ୍ ପରେ ଏବେ ‘ଅପରେସନ ସିନ୍ଦୁର’ ହେଉଛି ଆତଙ୍କବାଦ ବିରୋଧରେ ଭାରତର ନୀତି। ଆତଙ୍କବାଦ ବିରୋଧରେ ଲଢ଼େଇରେ ଅପରେସନ୍ ସିନ୍ଦୁର ଏକ ନୂତନ ଲକ୍ଷ୍ମଣରେଖା ଟାଣିଛି, ଏକ ନୂତନ ମାନଦଣ୍ଡ, ଏକ ନୂତନ ବାସ୍ତବିକତା ପ୍ରତିଷ୍ଠା କରିଛି।

ପ୍ରଥମତଃ, ଯଦି ଭାରତ ଉପରେ କୌଣସି ଆତଙ୍କବାଦୀ ଆକ୍ରମଣ ହୁଏ, ତା’ହେଲେ ଉପଯୁକ୍ତ ଜବାବ ଦିଆଯିବ। ଆମେ ନିଜ ଶୈଳୀରେ, ନିଜ ସର୍ତ୍ତରେ ଜବାବ ଦେବା ଜାରି ରଖିବୁ। ଯେଉଁଠାରୁ ଆତଙ୍କବାଦର ଉତ୍ପତ୍ତି ହୋଇଛି, ସେହି ପ୍ରତ୍ୟେକ ସ୍ଥାନକୁ ଯାଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦ୍ୱିତୀୟତଃ, ଭାରତ କୌଣସି ପରମାଣୁ ଯୁଦ୍ଧ ବ୍ଲାକମେଲକୁ ବରଦାସ୍ତ କରିବ ନାହିଁ। ପରମାଣୁ ବ୍ଲାକମେଲର ଛଦ୍ମବେଶରେ ବିକଶିତ ହେଉଥିବା ଆତଙ୍କବାଦୀ ଘାଟିଗୁଡ଼ିକ ଉପରେ ଭାରତ ସଠିକ୍ ଏବଂ ନିର୍ଣ୍ଣାୟକ ଭାବରେ ଆକ୍ରମଣ କରିବ।

ତୃତୀୟତଃ, ଆମେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ସରକାର ଏବଂ ଆତଙ୍କବାଦୀ ସଂଗଠନର ମୁଖିଆମାନଙ୍କୁ ଅଲଗା କରି ଦେଖିବୁ ନାହିଁ। ଅପରେସନ ସିନ୍ଦୁର ସମୟରେ, ବିଶ୍ୱ ପୁଣିଥରେ ପାକିସ୍ତାନର କୁତ୍ସିତ ବାସ୍ତବତା ଦେଖିଲା ଯେତେବେଳେ ପାକିସ୍ତାନ ସେନାର ବରିଷ୍ଠ ଅଧିକାରୀମାନେ ନିହତ ଆତଙ୍କବାଦୀମାନଙ୍କୁ ଅନ୍ତିମ ବିଦାୟ ଦେବାକୁ ବାହାରିଥିଲେ। ଏହା ରାଷ୍ଟ୍ର-ପ୍ରାୟୋଜିତ ଆତଙ୍କବାଦର ଏକ ବଡ଼ ପ୍ରମାଣ। ଭାରତ ଏବଂ ଆମର ନାଗରିକମାନଙ୍କୁ ଯେକୌଣସି ବିପଦରୁ ରକ୍ଷା କରିବା ପାଇଁ ଆମେ ନିର୍ଣ୍ଣାୟକ ପଦକ୍ଷେପ ନେବା ଜାରି ରଖିବୁ।

ବନ୍ଧୁଗଣ,

ଆମେ ପ୍ରତ୍ୟେକ ଥର ଯୁଦ୍ଧକ୍ଷେତ୍ରରେ ପାକିସ୍ତାନକୁ ଧୂଳି ଚଟେଇଛୁ। ଆଉ ଏଥର ଅପରେସନ୍ ସିନ୍ଦୁର ଏକ ନୂଆ ଦିଗ ଯୋଡ଼ିଛି। ଆମେ ମରୁଭୂମି ଏବଂ ପର୍ବତଗୁଡ଼ିକରେ ନିଜର ସାମର୍ଥ୍ୟର ଚମତ୍କାର ପ୍ରଦର୍ଶନ କରିଛୁ, ଏବଂ ଠିକ୍‌ ଏହି ସମୟରେ, ନୂତନ ଯୁଗର ଯୁଦ୍ଧରେ ନିଜର ଶ୍ରେଷ୍ଠତାକୁ ପ୍ରମାଣିତ କରିଛୁ। ଏହି ଅପରେସନ୍ ସମୟରେ, ଆମର ମେଡ ଇନ୍ ଇଣ୍ଡିଆ ଅସ୍ତ୍ରଶସ୍ତ୍ରର କ୍ଷମତା ପ୍ରମାଣିତ ହୋଇଥିଲା। ଆଜି ବିଶ୍ୱ ଦେଖୁଛି, ଏକବିଂଶ ଶତାବ୍ଦୀର ଯୁଦ୍ଧରେ ଭାରତରେ ନିର୍ମିତ ପ୍ରତିରକ୍ଷା ଉପକରଣର ସମୟ ଆସିଛି।

ବନ୍ଧୁଗଣ, ପ୍ରତ୍ୟେକ ପ୍ରକାରର ଆତଙ୍କବାଦ ବିରୋଧରେ ଏକଜୁଟ ରହିବା ହେଉଛି ଆମର ସବୁଠାରୁ ବଡ଼ ଶକ୍ତି। ନିଶ୍ଚିତ ଭାବେ ଏହା ଯୁଦ୍ଧର ଯୁଗ ନୁହେଁ, କିନ୍ତୁ ଏହା ମଧ୍ୟ ଆତଙ୍କବାଦର ଯୁଗ ନୁହେଁ। ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ହେଉଛି ଏକ ଉନ୍ନତ ବିଶ୍ୱର ଗ୍ୟାରେଣ୍ଟି।

ବନ୍ଧୁଗଣ,

ଯେଭଳି ଭାବେ ପାକିସ୍ତାନ ସେନା ଏବଂ ପାକିସ୍ତାନ ସରକାର ଆତଙ୍କବାଦକୁ ପୋଷଣ ଦେଉଛନ୍ତି, ଦିନେ ନା ଦିନେ ଏହା ପାକିସ୍ତାନକୁ ଶେଷ କରିଦେବ। ଯଦି ପାକିସ୍ତାନ ବଞ୍ଚିବାକୁ ଚାହେଁ, ତା’ହେଲେ ତାର ଆତଙ୍କବାଦୀ ଭିତ୍ତିଭୂମିକୁ ଧ୍ୱଂସ କରିବାକୁ ପଡ଼ିବ। ଶାନ୍ତି ପାଇଁ ଅନ୍ୟ କୌଣସି ରାସ୍ତା ନାହିଁ। ଭାରତର ସ୍ଥିତି ଅତ୍ୟନ୍ତ ସ୍ପଷ୍ଟ: ଆତଙ୍କବାଦ ଏବଂ ଆଲୋଚନା, ଏକାଠି କରାଯାଇପାରିବ ନାହିଁ, ଆତଙ୍କବାଦ ଏବଂ ବ୍ୟବସାୟ ଏକାଠି ଯାଇପାରିବ ନାହିଁ। ଏହା ବ୍ୟତୀତ, ପାଣି ଏବଂ ରକ୍ତ ଏକାଠି ପ୍ରବାହିତ ହୋଇପାରିବ ନାହିଁ। ମୁଁ ଆଜି ବିଶ୍ୱ ସମୁଦାୟକୁ ମଧ୍ୟ କହିବି, ଆମର ଘୋଷିତ ନୀତି ହେଉଛି, ଯଦି ପାକିସ୍ତାନ ସହିତ ଆଲୋଚନା ହୁଏ, ତେବେ ତାହା ଆତଙ୍କବାଦ ଉପରେ ହେବ, ଯଦି ପାକିସ୍ତାନ ସହିତ ଆଲୋଚନା ହୁଏ, ତେବେ ପାକିସ୍ତାନ ଅଧିକୃତ କାଶ୍ମୀର, ପିଓକେ ଉପରେ ଆଧାରିତ ହେବ।

ପ୍ରିୟ ଦେଶବାସୀ,

ଆଜି ବୁଦ୍ଦ ପୂର୍ଣ୍ଣିମା। ଭଗବାନ ବୁଦ୍ଧ ଆମକୁ ଶାନ୍ତିର ମାର୍ଗ ଦେଖାଇଛନ୍ତି। ଶାନ୍ତିର ମାର୍ଗ ମଧ୍ୟ ଶକ୍ତିର ମାର୍ଗ ହୋଇଯାଇଥାଏ। ମାନବତା, ଶାନ୍ତି ଏବଂ ସମୃଦ୍ଧି ଦିଗରେ ଆଗକୁ ବଢ଼ୁ, ପ୍ରତ୍ୟେକ ଭାରତୀୟ ଶାନ୍ତିରେ ରୁହନ୍ତୁ, ବିକଶିତ ଭାରତର ସ୍ୱପ୍ନକୁ ପୂରଣ କରନ୍ତୁ, ସେଥିପାଇଁ ଭାରତ ଶକ୍ତିଶାଳୀ ହେବ ଅତ୍ୟନ୍ତ ଜରୁରୀ। ଆବଶ୍ୟକତା ପଡ଼ିଲେ ଏହି ଶକ୍ତିର ଉପଯୋଗ କରିବା ମଧ୍ୟ ଜରୁରୀ। ଆଉ ବିଗତ କିଛି ଦିନ ମଧ୍ୟରେ ଭାରତ ଏହା କରି ଦେଖାଇଛି ।

ମୁଁ ପୁଣିଥରେ ଭାରତୀୟ ସେନା ଏବଂ ସଶସ୍ତ୍ର ବଳକୁ ଅଭିବାଦନ ଜଣାଉଛି। ଆମେ ଭାରତବାସୀଙ୍କ ସାହସକୁ ପ୍ରଣାମ କରୁଛି। ଭାରତବାସୀଙ୍କ ଏକତାର ଶପଥ, ସଂକଳ୍ପକୁ ମୁଁ ପ୍ରଣାମ କରୁଛି।

ବହୁତ - ବହୁତ ଧନ୍ୟବାଦ।

ଭାରତ ମାତା କୀ ଜୟ!!!

ଭାରତ ମାତା କୀ ଜୟ!!!

ଭାରତ ମାତା କୀ ଜୟ!!!