QuotePM Modi flags off Indian Railways’ first #MakeInIndia 12,000 HP electric locomotive in Bihar’s Madhepura district
QuoteI am glad that the people of Bihar have shown the spirit of oneness for the Swachhta campaign, says the PM Modi
QuoteWe are taking forward Mahatma Gandhi's ideals through Swachhagraha movement: PM Modi
QuoteIn the last one week, more than 8,50,000 toilets have been constructed in Bihar, this is a great achievement: PM Modi in Motihari
QuoteVillages built along the Ganga coast are being freed from open defecation on a priority basis: PM
QuoteThe demand for LPG has risen because of the emphasis on clean fuel and the success of the #UjjwalaYojana : PM Modi
QuoteBy building a toilet, a woman has found respect and safety & health parameters have also shown a marked increase: PM

ମୁଁ କହିବି ମହାତ୍ମା ଗାନ୍ଧୀ,

ଆପଣମାନେ ସମସ୍ତେ କହିବେ, ଅମର ରହେ, ଅମର ରହେ

ମହାତ୍ମା ଗାନ୍ଧୀ, ଅମର ରହେ, ଅମର ରହେ

ମହାତ୍ମା ଗାନ୍ଧୀ, ଅମର ରହେ, ଅମର ରହେ

ମହାତ୍ମା ଗାନ୍ଧୀ, ଅମର ରହେ, ଅମର ରହେ ।

ଚମ୍ପାରଣର ଏହି ପରମ-ପବିତ୍ର ମାଟିରେ ଦେଶର କୋଣଅନୁକୋଣରୁ ଆସିଥିବା ସ୍ୱଚ୍ଛାଗ୍ରହୀ ଭାଇ-ଭଉଣୀ, ସମସ୍ତ ସ୍ନେହୀ, ଉପସ୍ଥିତ ସମ୍ମାନିତ ଲୋକମାନଙ୍କୁ ମୁଁ ପ୍ରଣାମ କରୁଛି । ଆପଣମାନେ ସମସ୍ତେ ଜାଣିଥିବେ ଯେ ଏହି ପବିତ୍ର ମାଟିରୁ ବାପୁ ସତ୍ୟାଗ୍ରହ ଆନ୍ଦୋଳନ ଆରମ୍ଭ କରିଥିଲେ । ଇଂରେଜମାନଙ୍କ ଗୋଲାମୀରୁ ମୁକ୍ତି ପାଇଁ ଏକ ମଜବୁତ ଅହିଂସା ଅସ୍ତ୍ର ସତ୍ୟାଗ୍ରହ ରୂପରେ ଆମକୁ ମିଳିଥିଲା । ସତ୍ୟାଗ୍ରହକୁ 100 ବର୍ଷ ପୂରଣ ହୋଇଛି । ତାହା କେତେ ପ୍ରଭାବଶାଳୀ ଥିଲା, ତାହା ସବୁ ସମୟରେ ପ୍ରଭାବଶାଳୀ ରହିଛି । ସତ୍ୟାଗ୍ରହରୁ ସ୍ୱଚ୍ଛାଗ୍ରହ ଆଜିର ସମୟର ଆବଶ୍ୟକତା ।

ଚମ୍ପାରଣ ସତ୍ୟାଗ୍ରହ କାଳରେ ଚମ୍ପାରଣର ବଡ଼ହୱ ଲଖନସେନ ଠାରୁ ମହାତ୍ମା ଗାନ୍ଧୀ ସ୍ୱଚ୍ଛତା ଅଭିଯାନର ଶୁଭାରମ୍ଭ କରିଥିଲେ ।

ଆଜି ଆମେ ସତ୍ୟାଗ୍ରହରୁ ସ୍ୱଚ୍ଛାଗ୍ରହ ମାଧ୍ୟମରେ ବାପୁଙ୍କ ସ୍ୱଚ୍ଛତା ଅଭିଯାନକୁ ଆଗକୁ ବଢ଼ାଇବା  । ସମସ୍ତେ ମିଳିମିଶି ଏହାକୁ ଆଗେଇ ନେବା ।

ମଞ୍ଚରେ ଉପସ୍ଥିତ ବିହାର ରାଜ୍ୟପାଳ ଶ୍ରୀମାନ ସତପାଲ ମଲିକ ମହୋଦୟ, ଏଠାକାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ନୀତୀଶ କୁମାର ମହୋଦୟ, ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ରବିଶଙ୍କର ପ୍ରସାଦ ମହୋଦୟ, ରାମବିଳାସ ପାଶ୍ୱାନ ମହୋଦୟ, ସୁଶ୍ରୀ ଉମାଭାରତୀ ଜୀ, ରାଧାମୋହନ ସିଂ ମହୋଦୟ, ଗିରିରାଜ ସିଂହ ମହୋଦୟ, ଶ୍ରୀରାମ କୃପାଳ ଯାଦବ ମହୋଦୟ, ଶ୍ରୀ ଏସ.ଏସ. ଆଲୁୱାଲିଆ ମହୋଦୟ, ଶ୍ରୀ ଅଶ୍ୱିନୀକୁମାର ଚୌବେ ମହୋଦୟ, ବିହାରର ଉପମୁଖ୍ୟମନ୍ତ୍ରୀ ଶ୍ରୀମାନ ସୁଶୀଲ କୁମାର ମୋଦୀ ମହୋଦୟ, ରାଜ୍ୟ ମନ୍ତ୍ରୀପରିଷଦର ଶ୍ରୀ ଶ୍ରବଣ କୁମାର ମହୋଦୟ, ଶ୍ରୀ ବିନୋଦ ନାରାୟଣ ଝା ମହୋଦୟ, ଶ୍ରୀ ପ୍ରମୋଦ କୁମାର ମହୋଦୟ ଏବଂ ଏଠାରେ ଉପସ୍ଥିତ ହଜାର ହଜାର ସଂଖ୍ୟାରେ ସତ୍ୟାଗ୍ରହୀ ଏବଂ ଭିଡିଓ କନଫରେନ୍ସ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ସହ ଯୋଡ଼ି ହୋଇଥିବା ସମସ୍ତ ସାଥୀ, ଭାଇ ଓ ଭଉଣୀମାନେ ।

|

ଯେଉଁମାନେ କହିଥାନ୍ତି ଯେ ଇତିହାସ ନିଜକୁ ଦୋହରାଏ ନାହିଁ, ସେମାନେ ଏଠାକୁ ଆସି ଦେଖିପାରିବେ କିପରି 100 ବର୍ଷ ପୂର୍ବର ଇତିହାସ ଆଜି ପୁଣି ସାକ୍ଷାତ ଆମ ସମ୍ମୁଖରେ ଉପସ୍ଥିତ ହୋଇପାରିଛି । ଏକପ୍ରକାର ମୋ ସମ୍ମୁଖରେ ସେହି ସ୍ୱଚ୍ଛାଗ୍ରହୀମାନେ ବସିଛନ୍ତି ଯେଉଁମାନଙ୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ବିଚାର, ଗାନ୍ଧୀଜୀଙ୍କ ବ୍ୟବହାର ଏବଂ ଗାନ୍ଧୀଜୀଙ୍କ ଆଦର୍ଶର ଅଂଶ ଜୀବିତ ରହିଛି ।

ମୁଁ ଏପରି ସମସ୍ତ ସ୍ୱଚ୍ଛାଗ୍ରହୀଙ୍କ ଭିତରେ ବିରାଜମାନ ମହାତ୍ମା ଗାନ୍ଧୀଙ୍କ ଅଂଶକୁ, ସେହି ଅଂଶକୁ ଶତ ଶତ ପ୍ରଣାମ କରୁଛି । ଚମ୍ପାରଣର ଏହି ପବିତ୍ର ଭୂମିରେ ଜନ ଆନ୍ଦୋଳନର ଏହି ଚିତ୍ର 100 ବର୍ଷ ପୂର୍ବେ ଦୁନିଆ ଦେଖିଥିଲା ଏବଂ ଆଜି ପୁଣିଥରେ ଦୁନିଆ ଏହି ଦୃଶ୍ୟକୁ ଦେଖି ପୂଜ୍ୟ ବାପୁଙ୍କ ପୂଣ୍ୟ ସ୍ମରଣ ପୁଣିଥରେ କରୁଅଛି ।

100 ବର୍ଷ ପୂର୍ବେ ଚମ୍ପାରଣରେ ସାରା ଦେଶରୁ ଲୋକମାନେ ଆସିଥିଲେ । ଗାନ୍ଧୀଜୀଙ୍କ ନେତୃତ୍ୱରେ ଗଳିକନ୍ଦିକୁ ଯାଇ କାମ କରାଯାଇଥିଲା । 100 ବର୍ଷ ପରେ ଆଜି ସେହି ଭାବନାର ସହ ଚାଲି ଦେଶର ଭିନ୍ନ ଭିନ୍ନ ଭାଗରୁ ଏଠାକୁ ଆସିଥିବା ଲୋକମାନେ ଏଠାକାର ଉତ୍ସାହୀ ନବଯୁବକ ସ୍ୱଚ୍ଛାଗ୍ରହୀମାନଙ୍କ ସହିତ କାନ୍ଧ ସହ କାନ୍ଧ ମିଶାଇ ଦିନରାତି କାମ କରୁଛନ୍ତି । ଆଜି ଏହି ବିଶାଳ ସମୂହରେ କିଏ କସ୍ତୁରବା ଅଟନ୍ତି, କିଏ ରାଜକୁମାର ଶୁକ୍ଳ ଅଟନ୍ତି, କିଏ ଗୋରଖ ପ୍ରସାଦ ଅଟନ୍ତି, କିଏ ଶେଖ ଗୁଲାବ ଅଟନ୍ତି, ଆଉ କେହି କେହି ଲୋମରାଜ ସିଂହ, ହରିବଂଶ ରାୟ, ଶୀତଳ ରାୟ, ବିନ ମହମ୍ମଦ ମୁନୀସଙ୍କ ଭଳି କାର୍ଯ୍ୟ କରୁଛନ୍ତି । କିଏ ଡ. ରାଜେନ୍ଦ୍ର ବାବୁ, କିଏ ଧରତୀଧର ବାବୁ, କିଏ ରାମନବମୀ ବାବୁ, ଜେପି କୃପାଳିନୀଙ୍କ ଅଂଶ ଭାବେ ଉଭା ହୋଇଛନ୍ତି ।

100 ବର୍ଷ ପୂର୍ବେ ଯେପରି ସତ୍ୟାଗ୍ରହ ଏହି ମହାନ ବ୍ୟକ୍ତିମାନଙ୍କ ଜୀବନକୁ ନୂଆ ଦିଗ ଦେଇଥିଲା, ସେପରି ଆଜିର ଏହି ସ୍ୱଚ୍ଛାଗ୍ରହ ଆପଣମାନଙ୍କ ଭଳି ଦେଶର ଲକ୍ଷ ଲକ୍ଷ କୋଟି କୋଟି ଲୋକମାନଙ୍କ ଜୀବନକୁ ଏକ ନୂଆ ଦିଗ ଦେଉଛି । ଚାଲନ୍ତୁ ଚମ୍ପାରଣ, ଏହି ବାର୍ତ୍ତା ସହିତ ହଜାର ହଜାର ସ୍ୱଚ୍ଛାଗ୍ରହୀ ଦେଶର କୋଣଅନୁକୋଣରୁ ଆସି ଆଜି ଏଠାରେ ଏକତ୍ରିତ ହୋଇଛନ୍ତି । ଆପଣମାନଙ୍କ ଏହି ଉତ୍ସାହ, ଏହି ଉଦ୍ଦୀପନା, ଏହି ଶକ୍ତିକୁ, ରାଷ୍ଟ୍ର ନିର୍ମାଣ ପ୍ରତି ଏହି ଆତୁରତାକୁ, ବିହାର ଲୋକମାନଙ୍କ ଅଭିଳାଷକୁ ମୁଁ ପ୍ରଣାମ କରୁଛି, ନମସ୍କାର କରୁଛି ।

ମଞ୍ଚକୁ ଆସିବା ପୂର୍ବରୁ ମୁଁ ସ୍ୱଚ୍ଛତା ଉପରେ ଆଧାରିତ ଏକ ପ୍ରଦର୍ଶନୀ ଦେଖିଲି । ଏହି ପ୍ରଦର୍ଶନୀରେ ନୂଆ ଜ୍ଞାନକୌଶଳ, ନୂଆ ଉଦ୍ୟୋଗ ବିଷୟରେ ବିସ୍ତାର ପୂର୍ବକ ବର୍ଣ୍ଣନା କରାଯାଇଥିଲା । ମୁଁ ଚମ୍ପାରଣ ସତ୍ୟାଗ୍ରହର 100 ବର୍ଷ ପୂରଣ ହେବା ଉପଲକ୍ଷେ ଯେଉଁ କାର୍ଯ୍ୟକ୍ରମ ସବୁ ହେଉଥିଲା ଏହା ତାହାର ଉଦ୍ଯାପନର ଅବସର ମଧ୍ୟ । କିନ୍ତୁ ଉଦ୍ଯାପନ ଠାରୁ ଅଧିକ ଏହାର ଆରମ୍ଭ – ଯାହାକି ସ୍ୱଚ୍ଛତା ପ୍ରତି ଆମର ଆଗ୍ରହକୁ ଆହୁରି ଅଧିକ ବଢ଼ାଇବା ଲାଗି ଉଦ୍ଦିଷ୍ଟ ।

ଭାଇ ଓ ଭଉଣୀମାନେ ଗତ 100 ବର୍ଷରେ ଭାରତକୁ ତିନୋଟି ବହୁତ ବଡ଼ କଷ୍ଟକର ପର୍ଯ୍ୟାୟ ଦେଇ ଗତି କରିବାକୁ ପଡ଼ିଥିଲା, ଏହି କଷ୍ଟକର ପର୍ଯ୍ୟାୟରେ ଏହି ବିହାର ଦେଶକୁ ରାସ୍ତା ଦେଖାଇଥିଲା । ଯେତେବେଳେ ଦେଶ ଦାସତ୍ୱର ଶିକୁଳିରେ ବାନ୍ଧି ହୋଇଥିଲା ସେତେବେଳେ ବିହାର ହିଁ ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କୁ ମହାତ୍ମା କରି ଦେଇଥିଲା, ବାପୁ କରିଦେଇଥିଲା ।

ସ୍ୱାଧୀନତା ପରେ ଯେତେବେଳେ କୋଟି କୋଟି କୃଷକମାନଙ୍କ ସମ୍ମୁଖରେ ଭୂମିହୀନତାର ସଂକଟ ଆସିଲା, ସେତେବେଳେ ବିନୋବା ମହୋଦୟ ଭୂଦାନ ଆନ୍ଦୋଳନ ଆରମ୍ଭ କରିଥିଲେ । ଆହୁରି ତୃତୀୟ ଥର ଯେତେବେଳେ ଦେଶର ଗଣତନ୍ତ୍ର ସଂକଟରେ ପଡ଼ିଥିଲା ତ’ ଏହି ମାଟିର ନାୟକ ବାବୁ ଜୟପ୍ରକାଶ ନାରାୟଣ ଛିଡ଼ା ହେଲେ ଏବଂ ଗଣତନ୍ତ୍ରକୁ ରକ୍ଷା କଲେ ।

|

ମୁଁ ଅତ୍ୟନ୍ତ ଗର୍ବିତ ଯେ ସତ୍ୟାଗ୍ରହରୁ ସ୍ୱଚ୍ଛାଗ୍ରହ ପର୍ଯ୍ୟନ୍ତ ଏହି ଯାତ୍ରାରେ ବିହାରର ଲୋକମାନେ ପୁଣିଥରେ ନିଜ ନେତୃତ୍ୱ କ୍ଷମତାକୁ ପ୍ରତିଷ୍ଠା  କରିଛନ୍ତି, ଦେଖାଇଛନ୍ତି । ମୁଁ ଜାଣିଛି ଯେ କିଛି ଲୋକ ପ୍ରଶ୍ନ କରିପାରନ୍ତି ଯେ ସ୍ୱଚ୍ଛତା ବ୍ୟାପାରରେ ବିହାରର ସ୍ଥିତିକୁ ଦେଖିବା ପରେ, ଏହା ସତ୍ତ୍ୱେ ମୋଦୀ ଏପରି କଥା କାହିଁକି କହୁଛନ୍ତି, ଏହା ପଛରେ ଏକ କାରଣ ରହିଛି । ନୀତୀଶ କୁମାର ମହୋଦୟ ଏବଂ ସୁଶୀଲ ମୋଦୀ ମହୋଦୟଙ୍କ ନେତୃତ୍ୱରେ ବିହାର ଯେଉଁ କାର୍ଯ୍ୟ ଗତ ଦିନଗୁଡ଼ିକରେ କରି ଦେଖାଇଛି, ତାହା ସମସ୍ତଙ୍କ ଆତ୍ମବିଶ୍ୱାସକୁ ଦୃଢ଼ କରିଛି ।

ସାଥୀଗଣ, ଦେଶରେ ବିହାର ହିଁ ଏକମାତ୍ର ଏପରି ରାଜ୍ୟ ଯେଉଁଠି ସ୍ୱଚ୍ଛତାର ପରିଧି 50 ପ୍ରତିଶତରୁ ମଧ୍ୟ କମ ଥିଲା । କିନ୍ତୁ ମୋତେ ଆଜି ଆମ ସଚିବ ଶ୍ରୀମାନ ପରମେଶ୍ୱର ମହୋଦୟ କହିଲେ ଯେ ଗୋଟିଏ ସପ୍ତାହର ସ୍ୱଚ୍ଛାଗ୍ରହ ଅଭିଯାନ ପରେ ବିହାର ଏହି ବାଧାକୁ ଭାଙ୍ଗିଦେଇଛି । ଗତ ଏକ ସପ୍ତାହରେ ବିହାରରେ 8 ଲକ୍ଷ 50 ହଜାରରୁ ଅଧିକ ଶୌଚାଳୟ ନିର୍ମାଣ କରାଯାଇସାରିଛି । ଏହି ଗତି ଏବଂ ପ୍ରଗତି କମ ନୁହେଁ । ଏହି ତଥ୍ୟ ପ୍ରମାଣ କରୁଛି ଯେ ବିହାର ଖୁବଶୀଘ୍ର ସ୍ୱଚ୍ଛତାର ପରିଧିକୁ ବଢ଼ାଇ ଜାତୀୟ ହାରାହାରି ସହ ସମାନ କରିବାରେ ସଫଳ ହେବ ।

ମୁଁ ବିହାରର ଲୋକମାନଙ୍କୁ, ପ୍ରତ୍ୟେକ ସ୍ୱଚ୍ଛାଗ୍ରହୀଙ୍କୁ ଏବଂ ରାଜ୍ୟ ସରକାରଙ୍କୁ ଏହି ଭଗୀରଥ ପ୍ରୟାସ ଲାଗି, ଏହି ପଦକ୍ଷେପ ଲାଗି, ଏହି ନେତୃତ୍ୱ ଲାଗି ହୃଦୟରୁ ବହୁତ ବହୁତ କୃତଜ୍ଞତା ଜ୍ଞାପନ କରୁଛି ।

କିଛିସମୟ ପୂର୍ବରୁ କେତେଜଣ ସ୍ୱଚ୍ଛାଗ୍ରହୀ ସାଥୀମାନଙ୍କୁ ସମ୍ମାନିତ କରିବାର ସୁଯୋଗ ମିଳିଥିଲା । ମୁଁ ସେମାନଙ୍କ ପ୍ରୟାସକୁ ପ୍ରଶଂସା କରୁଛି, ସେମାନଙ୍କୁ ଶୁଭକାମନା ଜଣାଉଛି । ଏବଂ ଏହା ମଧ୍ୟ ଦେଖୁଛି ଯେ ଏହି କାର୍ଯ୍ୟରେ ଯେଉଁମାନେ ଅଧିକ ମାତ୍ରାରେ କାମ କରିଛନ୍ତି, ସେମାନଙ୍କ ମଧ୍ୟରେ ମହିଳାମାନଙ୍କ ସଂଖ୍ୟା ଅଧିକ । ସ୍ୱଚ୍ଛତା ମହାତ୍ମା କ’ଣ ତାହା ଆମ ମା’ ଓ ଭଉଣୀମାନେ ଭଲଭାବେ ଜାଣନ୍ତି । ଆହୁରି ଆଜି ମୋତେ ଯେଉଁ ଜଣେ ବ୍ୟକ୍ତିଙ୍କ ସମ୍ମାନ କରିବାର ସୁଯୋଗ ମିଳିନାହିଁ, କିନ୍ତୁ ମୋର ମନ ହେଉଛି ଯେ ମୁଁ ପ୍ରଶାସନିକ ମର୍ଯ୍ୟାଦାକୁ ଉଲ୍ଲଙ୍ଘନ କରି ସେହି କଥା ଉଲ୍ଲେଖ କରିବାକୁ ଚାହିଁବି ।

ସରକାରରେ କାମ କରୁଥିବା ଅଧିକାରୀଙ୍କ ପାଇଁ ଅନାମ ରହିଥାଏ, ସେମାନଙ୍କ ନାମ, ସେମାନଙ୍କ କାମର କୌଣସି ପରିଚୟ ନଥାଏ । ସେମାନେ କେବେହେଲେ ପରଦା ଆଗକୁ ଆସନ୍ତ ନାହିଁ, କିନ୍ତୁ କିଛି କଥା ଏପରି ହୋଇଥାଏ ଯାହା କହିବା ଲାଗି ମନ କରିଥାଏ ।

ଆଜି ଭାରତ ସରକାରରେ ଆମର ସଚିବ ଶ୍ରୀମାନ ପରମେଶ୍ୱର ଆୟାର ମହୋଦୟ, ଏଠାରେ ଅଛନ୍ତି କି? ତଳେ ବସିଥିବେ ସେ, ସେ ଏହି କାର୍ଯ୍ୟକୁ ଦେଖୁଛନ୍ତି । ସେ ଆଇଏଏସ ଅଫିସର, ଆଇଏଏସର ଚାକିରି ଛାଡ଼ି ଆମେରିକା ଚାଲିଯାଇଥିଲେ । ଜୀବନ- ଆମେରିକାରେ ସୁଖ-ଶାନ୍ତିରେ ବିତାଉଥିଲେ । ଆମ ସରକାର ଆସିବା ପରେ ଆମେ ଆହ୍ୱାନ କଲୁ, ଅନେକ ଲୋକଙ୍କୁ ଆହ୍ୱାନ କଲୁ । ଏବଂ ମୁଁ ଖୁସି ଯେ ଆମେରିକାର ସେହି ବିଳାସପୂର୍ଣ୍ଣ ଜୀବନ ତ୍ୟାଗ କରି ସେ ଭାରତ ଚାଲିଆସିଲେ । ସେ ଅନେକ ବର୍ଷ ପର୍ଯ୍ୟନ୍ତ ଆଇଏଏସ ଅଧିକାରୀ ଥିଲେ, ଚାକିରି ଛାଡ଼ି ଚାଲିଯାଇଥିଲେ । ଏବେ ଟିଭିରେ ଆପଣମାନେ ଦେଖିଥିବେ, ସେ ପରଦାରେ ଦେଖାଯାଉଥିଲେ । ପୁଣିଥରେ ଟିଭିରେ ତାଙ୍କୁ ଦେଖାଇବେ କି? ଏବେ ଟିଭି କ୍ୟାମେରା ତାଙ୍କ ଉପରେ ପଡ଼ିଥିଲା । ପୁଣିଥରେ ପଡ଼ିବ କି, ହଁ, ୟେ ସେହି । ପୁଣିଥରେ ଫେରିଆସିଲେ । ମୁଁ ପୁଣିଥରେ ତାଙ୍କୁ ସରକାରରେ ନେଲି ଏବଂ ଏହି କାମ ଦେଲି  ।

ନିଜେ ସ୍ଥାନ ସ୍ଥାନକୁ ଯାଇ ଶୌଚାଳୟ ସଫେଇ କରୁଥିଲେ । ଏବଂ ଆଜି ପରମେଶ୍ୱର ମହୋଦୟଙ୍କ ଭଳି ମୋର ସାଥୀ ହୁଅନ୍ତୁ, ଦେଶର କୋଣ ଅନୁକୋଣରୁ ଆସିଥିବା ହଜାର ହଜାର ସଂଖ୍ୟାରେ ସ୍ୱଚ୍ଛାଗ୍ରହୀ ହୁଅନ୍ତୁ, ମୋର ବିଶ୍ୱାସ ଦୃଢ଼ ହୋଇଯାଇଥାଏ ଯେ ଯେତେବେଳେ ଆମେ ବାପୁଙ୍କ 150ତମ ଜୟନ୍ତୀ ପାଳନ କରିବୁ, ସେବେ ସୁଦ୍ଧା ବାପୁଙ୍କ ସ୍ୱପ୍ନକୁ ପୂରଣ କରି ରହିବୁ ।

ଆଗକାଳରେ କୁହାଯାଉଥିଲା ଯେ ଭଗବାନଙ୍କ ହଜାର ହଜାର ହାତ ରହିଛି, ଏପରି ଶୁଣୁଥିଲୁ ଆମେମାନେ । ହଜାର ବାହୁଧାରୀ ଅଟନ୍ତି ଭଗବାନ, ଏହା ଆଜି ମଧ୍ୟ ଆମେ ପଢ଼ୁଛୁ, ଶୁଣୁଛୁ । କିନ୍ତୁ ହଜାର ହାତ ଥିବା ପ୍ରଧାନମନ୍ତ୍ରୀ ଥିବା ତ’ ଆମେ କେବେ ଶୁଣିନାହୁଁ । କିନ୍ତୁ ମୁଁ ବଡ଼ ନମ୍ରତାପୂର୍ବକ କହିପାରେ ଯେ ଯେଉଁ ହଜାର ହଜାର ସ୍ୱଚ୍ଛାଗ୍ରହୀ ମୋ ସମ୍ମୁଖରେ ବସିଛନ୍ତି, ଦେଶର ପ୍ରଧାନମନ୍ତ୍ରୀ ମଧ୍ୟ ହଜାର ବାହୁବିଶିଷ୍ଟ ହୋଇଯାଇଛନ୍ତି ।

ଆପଣମାନଙ୍କ ପ୍ରତିବଦ୍ଧତା, ଆପଣମାନଙ୍କ ପୁରୁଷାର୍ଥ, ଆପଣମାନଙ୍କ ସମର୍ଥନ, ନିଜ ଗାଁ ଛାଡ଼ି ବିହାରର ଗଳିକନ୍ଦିକୁ ଯାଇ ସ୍ୱଚ୍ଛତା ଲାଗି କାମ କରିବା ଏବଂ ନିଜ ଇଲାକାରେ ମଧ୍ୟ ସ୍ୱଚ୍ଛତା ଲାଗି ସମର୍ପିତ ଏହି ସ୍ୱଚ୍ଛାଗ୍ରହର ଯେଉଁ ଆନ୍ଦୋଳନ, ତା’କୁ ଏକ ନୂଆ ଗତି, ନୂଆ ଶକ୍ତି, ନୂଆ ଚେତନା ଦେଇଛନ୍ତି, ଏବଂ ସେଥିପାଇଁ ପୁଣିଥରେ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି ।

ସାଥୀଗଣ, ସ୍ୱଚ୍ଛତାର ଅଭିଯାନ ହେଉ, କଳାଧନ ଏବଂ ଦୁର୍ନୀତି ବିରୋଧରେ ଲଢ଼େଇ ହେବୁ କିମ୍ବା ପୁଣି ସାଧାରଣଜନତାଙ୍କ ସହ ଜଡ଼ିତ ସୁବିଧାର ବିକାଶ ହେଉ; କେନ୍ଦ୍ର ସରକାର ନୀତୀଶ କୁମାର ମହୋଦୟ ଏବଂ ତାଙ୍କ ଟିମ ସହିତ କାନ୍ଧକୁ କାନ୍ଧ ମିଶାଇ ଚାଲୁଛନ୍ତି । ବିହାରର ବିକାଶ ଲାଗି ରାଜ୍ୟର ଲୋକମାନଙ୍କ ସାମାଜିକ ଏବଂ ଆର୍ଥିକ ସଶକ୍ତିକରଣ ଲାଗି ଏବଂ ରାଜ୍ୟ ସରକାରଙ୍କ ନୀତି ଏବଂ ରଣନୀତି ପରସ୍ପରର ପରିପୂରକ ଅଟେ ।

ଏଠାରେ ଏହି ମଞ୍ଚରୁ ମୋତେ ବିହାରର ବିକାଶ ଲାଗି 6,600 କୋଟି ଟଙ୍କାରୁ ଅଧିକ ଯୋଜନାର ଶିଳାନ୍ୟାସ କିମ୍ବା ଲୋକାର୍ପଣ କରିବାର ସୌଭାଗ୍ୟ ପ୍ରାପ୍ତ ହୋଇଛି । ପାଣି ହେଉ, ରେଳ ହେଉ, ସଡ଼କ ହେଉ, ପେଟ୍ରୋଲିୟମ ହେଉ; ଏପରି ଅନେକ ପ୍ରକଳ୍ପ ବିହାର ଏବଂ ବିଶେଷ କରି ଚମ୍ପାରଣ ଲାଗି ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ।  ଏକପ୍ରକାରରେ ଦେଖିଲେ ଏହି ପ୍ରକଳ୍ପ କେଉଁଠି ନା କେଉଁଠି ସ୍ୱଚ୍ଛତା ଏବଂ ପରିବେଶ ରକ୍ଷା ସହ ମଧ୍ୟ ଜଡ଼ିତ ।

ଭାଇ ଓ ଭଉଣୀମାନେ, ଆଜି ଯେଉ ସବୁ ଯୋଜନାର ଶିଳାନ୍ୟାସ କରାଯାଇଛି, ସେଥିରେ ମୋତିହାରୀ ହ୍ରଦର ପୁନରୁଦ୍ଧାର ପ୍ରକଳ୍ପ ମଧ୍ୟ ସାମିଲ ହୋଇଛି । ଆମ ମୋତୀହାରୀ ସହ ଯେଉଁ ହ୍ରଦ ନାମରେ ପରିଚିତ, ଯାହା ଚମ୍ପାରଣ ଇତିହାସର ଅଂଶବିଶେଷ, ତା’ର ପୁନନିର୍ମାଣ କାର୍ଯ୍ୟ ଆଜି ଠାରୁ ଆରମ୍ଭ ହେଉଛି । ଗାନ୍ଧୀଜୀ ଯେତେବେଳେ ସତ୍ୟାଗ୍ରହ ଲାଗି ଏଠାରେ ଚମ୍ପାରଣରେ ଥିଲେ, ସେତେବେଳେ ସେ ଏହି ହ୍ରଦ ବିଷୟରେ କହିଥିଲେ ଯେ ସନ୍ଧ୍ୟାରେ ମୋତୀ ହ୍ରଦର ଦୃଶ୍ୟ ଆନନ୍ଦ ଦେଇଥାଏ । ଏହି ସହର ଏହି ହ୍ରଦ କାରଣରୁ ସୁନ୍ଦର ଅଟେ । କିନ୍ତୁ ଯେଉଁ ମୋତୀ ହ୍ରଦ ଗାନ୍ଧୀଜୀ ଦେଖିଥିଲେ, ତା’ର ସୁନ୍ଦରତା ସମୟ ସହିତ ଟିକିଏ ଫିକା ପଡ଼ିଚାଲିଛି ।

ମୁଁ ଏକଥା ଜାଣିଛି ଯେ ଏଠାକାର ସୁଧି ନାଗରିକମାନେ ଏହି ହ୍ରଦର ସୁରକ୍ଷା ଲାଗି ନିଜର ଯଥାସମ୍ଭବ ଯୋଗଦାନ ଦେଇଛନ୍ତି । ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ସଡ଼କ ପର୍ଯ୍ୟନ୍ତ ସଚେତନତାର ଅଭିଯାନ ଜାରି ରଖାଯାଇଛି । ଆପଣଙ୍କ ଭଳି ଲୋକମାନଙ୍କ ପ୍ରୟାସ ସହିତ ଯୋଡ଼ି ହୋଇ କେବଳ ଏହି ହ୍ରଦର ପୁନରୁଦ୍ଧାର କରାଯିବ ନାହିଁ ବରଂ ପର୍ଯ୍ୟଟକଙ୍କ ପାଇଁ ଲେକ ଫନ (Lake fun)ଭଳି ସୁବିଧା ବିକଶିତ କରାଯିବ ।

ଭାଇ ଓ ଭଉଣୀମାନେ, ସ୍ୱଚ୍ଛତାର ସମ୍ପର୍କ ପାଣି ସହିତ ମଧ୍ୟ ରହିଛି । ଝିଅମାନଙ୍କୁ ପାଣି ପାଇଁ, ସ୍ୱଚ୍ଛ ପାଣି ପାଇଁ ସଂଘର୍ଷ କରିବାକୁ ନପଡ଼ୁ, ସେଥିପାଇଁ ଅମୃତ ଯୋଜନା ଅନ୍ତର୍ଗତ ପାଖାପାଖି 100 କୋଟି ଟଙ୍କା ବ୍ୟୟରେ ୱାଟର ସପ୍ଲାଇ ଯୋଜନାର ଶିଳାନ୍ୟାସ କରାଯାଇଛି, ଏହାର ସିଧା ଲାଭ ଦେଢ଼ ଲକ୍ଷରୁ ଅଧିକ ଲୋକଙ୍କୁ ମିଳିବ ।

|

ସ୍ୱଚ୍ଛତା ସହ ଜଡ଼ିତ ଆମର ଆଉ ଏକ ଆଗ୍ରହ ଜୀବନଦାୟିନୀ ମା’ ଗଙ୍ଗାଙ୍କୁ ନିର୍ମଳ କରିବା ଲାଗି, ସରକାର ଗଙ୍ଗୋତ୍ରୀ ଠାରୁ ଆରମ୍ଭ କରି ଗଙ୍ଗାସାଗର ପର୍ଯ୍ୟନ୍ତ ଗଙ୍ଗା ନଦୀକୁ ସଫା ଏବଂ ସ୍ୱଚ୍ଛ କରିବାର ସଂକଳ୍ପ ସହିତ କାର୍ଯ୍ୟ କରୁଛନ୍ତି । ବିହାର ଏହି ମିଶନର ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ । ଘରେ କିମ୍ବା କାରଖାନାରେ ଖରାପ ପାଣି ଗଙ୍ଗାରେ ପ୍ରବେଶ ନକରିବା ପାଇଁ ବିହାରରେ ଏବେ 3ହଜାର କୋଟି ଟଙ୍କାରୁ ଅଧିକ 11ଟି ପ୍ରକଳ୍ପକୁ ମଞ୍ଜୁର କରାଯାଇସାରିଛି । ଏହି ଅର୍ଥରାଶିରେ 1100 କିଲୋମିଟର ଲମ୍ବ ସିଭିଲ ଲାଇନ ବିଛାଇବାର ଯୋଜନା ରହିଛି । ଏଥିମଧ୍ୟରୁ 4ଟି ପ୍ରକଳ୍ପର ଶିଳାନ୍ୟାସ ଆଜି ହୋଇଛି ।

ଗତବର୍ଷ ଯେତେବେଳେ ମୁଁ ମୁକାମା ଯାଇଥିଲି, ସେତେବେଳେ ଯେଉଁ ଚାରିଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲି, ତାହା ଉପରେ ମଧ୍ୟ ଏବେ କାର୍ଯ୍ୟ ଦ୍ରୁତ ଗତିରେ ଆଗକୁ ବଢ଼ୁଛି । ଖୁବଶୀଘ୍ର ବାକି ପ୍ରକଳ୍ପ ଉପରେ ମଧ୍ୟ କାମ ଆରମ୍ଭ କରିଦିଆଯିବ । ଗଙ୍ଗା ନଦୀ କୂଳରେ ଥିବା ଗ୍ରାମଗୁଡ଼ିକୁ ପ୍ରାଥମିକତା ଆଧାରେ ଖୋଲା ମଳମୁକ୍ତ କରାଯାଉଛି ।

ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ଯେଉଁ 5ଟି ରାଜ୍ୟରେ ଗଙ୍ଗା ନଦୀ ପ୍ରବାହିତ ହେଉଛି, ସେଠାରେ ଗଙ୍ଗା କୂଳରେ ଅନେକ ଗ୍ରାମ ଏହି ମିଶନରେ ସଫଳ ହୋଇସାରିଛନ୍ତି । ଗଙ୍ଗା କୂଳରେ ଥିବା ଗ୍ରାମରେ ବର୍ଜ୍ୟବସ୍ତୁ ପରିଚାଳନା ଯୋଜନା ଲାଗୁ କରାଯାଉଛି, ଯାହାଦ୍ୱାରା ଗ୍ରାମଗୁଡ଼ିକର ବର୍ଜ୍ୟ ମଧ୍ୟ ନଦୀରେ ଫିଙ୍ଗାଯିବ ନାହିଁ । ମୋର ଆଶା ଯେ ଖୁବଶୀଘ୍ର ଗଙ୍ଗାକୂଳ ସମ୍ପୂର୍ଣ୍ଣ ଭାବେ ଖୋଲା ମଳମୁକ୍ତ ହୋଇଯିବ ।

କିଛିଦିନ ପୂର୍ବେ ବନାରସରେ ଆବର୍ଜନା ମହୋତ୍ସବ ପାଳନ କରାଯାଇଥିଲା । ମୁଁ ଗଙ୍ଗା ନଦୀ କୂଳ ସହରର ନାଗରିକମାନଙ୍କୁ ଆହ୍ୱାନ କରିବି ଯେ ଆପଣମାନେ ଆବର୍ଜନା ମହୋତ୍ସବ ପାଳନ କରନ୍ତୁ ଏବଂ ଆବର୍ଜନାରୁ ଅଳଙ୍କାର କିପରି ତିଆରି କରାଯାଇପାରିବ, ୱେଷ୍ଟକୁ ୱେଲଥ ବା ବର୍ଜ୍ୟକୁ ସମ୍ପଦରେ କିପରି ପରିଣତ କରାଯାଇପାରିବ, ସେ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରନ୍ତୁ ଏବଂ ଆପଣମାନେ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ ଯେ କେତେବଡ଼ କାର୍ଯ୍ୟ ଆବର୍ଜନାରୁ ହୋଇପାରୁଛି ।

ଭାଇ ଓ ଭଉଣୀମାନେ, ସ୍ୱଚ୍ଛ ଇନ୍ଧନ ମଧ୍ୟ ସ୍ୱଚ୍ଛତାର ଆଗ୍ରହର ଏହି ଅଂଶବିଶେଷ । ସରକାର ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ ପ୍ରତ୍ୟେକ ଗରିବ ମା’-ଭଉଣୀମାନଙ୍କୁ ବିଷାକ୍ତ ଧୂଆଁରୁ ମୁକ୍ତି ଦେବା ଅଭିଯାନରେ ଯୋଡ଼ି ହୋଇଛି । ବର୍ତ୍ତମାନ ସୁଦ୍ଧାରେ ଦେଶରେ ସାଢ଼େ ତିନିକୋଟିରୁ ଅଧିକ ପରିବାରକୁ ଗ୍ୟାସର ମାଗଣା ସଂଯୋଗ ଦିଆଯାଇସାରିଛି । ବିହାରର ପାଖାପାଖି 50 ଲକ୍ଷ ମହିଳାମାନଙ୍କୁ, 50 ଲକ୍ଷ ପରିବାରକୁ ଏହାର ଲାଭ ମିଳିଛି । କିନ୍ତୁ ସାଥୀଗଣ ସ୍ୱଚ୍ଛ ଇନ୍ଧନ ଉପରେ ଗୁରୁତ୍ୱ ଏବଂ ଉଜ୍ଜ୍ୱଳା ଯୋଜନାର ସଫଳତା କାରଣରୁ ସିଲିଣ୍ଡରର ଚାହିଦା ବଢ଼ିଛି । ଚମ୍ପାରଣ ଏବଂ ଆଖାପାଖର ଲୋକମାନଙ୍କୁ ଗ୍ୟାସ ସିଲିଣ୍ଡରର ସମସ୍ୟା ନହେଉ, ସେଥିପାଇଁ ମୋତୀହାରୀ ଏବଂ ସଗୋଲିମେଁ ଏଲପିଜି ପ୍ଲାଂଟ ପ୍ରକଳ୍ପର ଆଜି ଶିଳାନ୍ୟାସ କରାଯାଇଛି । ଏହା ପ୍ରସ୍ତୁତ ହେବା ପରେ ଗୋଟିଏ ଦିନରେ ପାଖାପାଖି 90 ହଜାର ସିଲିଣ୍ଡର ଭରାଯାଇପାରିବ ।

ଏହା ବ୍ୟତୀତ ମୋତୀହାରୀରେ ପେଟ୍ରୋଲିୟମ ଅଏଲ ଲ୍ୟୁବ ଟର୍ମିନାଲର ମଧ୍ୟ ଆଜି ଶିଳାନ୍ୟାସ ହୋଇଛି । ଏହା ପ୍ରସ୍ତୁତ ହେବା ଦ୍ୱାରା କେବେଳ ଚମ୍ପାରଣ ଏବଂ ଆଖାପାଖର ଜିଲ୍ଲାର ପେଟ୍ରୋଲ ଏବଂ ଡିଜେଲର ଆବଶ୍ୟକତା ପୂରଣ ହେବ ନାହିଁ, ବରଂ ନେପାଳ ପର୍ଯ୍ୟନ୍ତ ଯୋଗାଣ ସୁଚାରୂ ରୂପେ ସମ୍ପାଦନ ହେବାରେ ସହାୟତା ମିଳିପାରିବ ।

ଭାଇ ଓ ଭଉଣୀମାନେ

ଆଜିର ଏହି ପ୍ରକଳ୍ପଗୁଡ଼ିକ କେନ୍ଦ୍ର ସରକାରଙ୍କ ସେହି ସଂକଳ୍ପର ଅଂଶବିଶେଷ, ଯେଉଁଥିରେ ପୂର୍ବ ଭାରତକୁ ଦେଶ ବିକାଶର ପ୍ରଗତି ଇଞ୍ଜିନ ଭାବେ ବିବେଚନା କରାଯାଉଛି । ପୂର୍ବ ଉତ୍ତର ପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ଓଡ଼ିଶା ଠାରୁ ଆରମ୍ଭ କରି ଉତ୍ତର-ପୂର୍ବ ରାଜ୍ୟ ପର୍ଯ୍ୟନ୍ତ ଭିତ୍ତିଭୂମି ବିକାଶ ଲାଗି ଯେପରି ଆମ ସରକାର କାମ କରୁଛନ୍ତି, ସେପରି ପୂର୍ବରୁ କେବେ ହୋଇନଥିଲା ।

ନୀତୀଶ କୁମାର ମହୋଦୟ ମଧ୍ୟ ଏହାର ସାକ୍ଷୀ ଅଛନ୍ତି ଯେ କିପରି ବିହାର ସମେତ ପୂର୍ବ ଭାରତର ଆବଶ୍ୟକତାଗୁଡ଼ିକୁ ଧ୍ୟାନ ଦିଆଯାଇ ଯୋଜନା ତିଆରି କରାଯାଉଛି । ନୂଆ ପ୍ରକଳ୍ପ ଆରମ୍ଭ କରାଯାଉଛି । ବିଶେଷ କରି ଆମ ସରକାର ଏହି କ୍ଷେତ୍ରରେ କନେକ୍ଟିଭିଟି ସୁଧାରିବା ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦେଉଛନ୍ତି ।

ଏକବିଂଶ ଶତାବ୍ଦୀର ଆବଶ୍ୟକତାକୁ ଦେଖି ଏହି ଇଲାକାରେ ରାଜପଥ, ରେଳପଥ, ଜଳପଥ, ଆଇୱେ, ଏ ସମସ୍ତର ବିକାଶ ଦ୍ରୁତଗତିରେ ଆଗକୁ ବଢ଼ୁଛି । ଆଜି ପାଖାପାଖି 900 କୋଟି ଟଙ୍କାର ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ କରକାଯାଇଛି । ଔରଙ୍ଗାବାଦ ଠାରୁ ଚୌରଦାହର ଯେଉଁ ସେକ୍ସନ ଏବେ ଚାରି ଲେନ ବିଶିଷ୍ଟ ଅଛି, ତା’କୁ 6 ଲେନ ବିଶିଷ୍ଟ କରିବାର କାର୍ଯ୍ୟ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି । ଏହି ପ୍ରକଳ୍ପ ବିହାର ଏବଂ ଝାଡ଼ଖଣ୍ଡ, ଦୁଇ ରାଜ୍ୟର ଲୋକମାନଙ୍କୁ ଫାଇଦା ପହଁଚାଇବ ।

ସେହିପରି ଚମ୍ପାରଣ ଲାଗି ଦୁଇଟି ରେଳ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି । ମୁଜାଫରପୁର ଏବଂ ସଗୋଲୀ ଏବଂ ସଗୋଲୀ-ବାଲ୍ମିକୀନଗର ସେକ୍ସନର ଦୋହରୀକରଣ କରାଯିବ, ଏହାଦ୍ୱାରା କେବଳ ଚମ୍ପାରଣର ଲୋକମାନଙ୍କୁ ଲାଭ ହେବ ନାହିଁ, ବରଂ ଉତ୍ତର ପ୍ରଦେଶ ଠାରୁ ଆରମ୍ଭ କରି ନେପାଳର ଲୋକମାନଙ୍କ ଯାତ୍ରା ଏବଂ ବ୍ୟବସାୟ ଆହୁରି ଅଧିକ ସହଜ ହେବ ।

ସାଥୀଗଣ, ଚମ୍ପାରଣ ସତ୍ୟାଗ୍ରହର 100 ବର୍ଷ ପୂର୍ତ୍ତି ଅବସରରେ ମୋତେ ଏକ ନୂଆ ଟ୍ରେନର ଶୁଭାରମ୍ଭ କରିବାର ସୁଯୋଗ ମିଳିଛି । ଏହି ଟ୍ରେନ କଟିହାରରୁ ପୁରୁଣା ଦିଲ୍ଲୀ ପର୍ଯ୍ୟନ୍ତ ଚାଲିବ । ସରକାର ଏହାର ନାମ ବିଶେଷ କରି ଚମ୍ପାରଣ ହମସଫର ଏକ୍ସପ୍ରେସ ରଖିଛନ୍ତି । ଅତ୍ୟାଧୁନିକ ସୁବିଧାରେ ପରିପୂର୍ଣ୍ଣ ଏହି ଟ୍ରେନ ଦିଲ୍ଲୀ ଯିବାଆସିବାରେ ଅତି ସହାୟକ ହେବ ।

ଭାଇ ଓ ଭଉଣୀମାନେ,

ଆଜି ମଧ୍ୟପୁରାରେ ଇଲେକ୍ଟ୍ରିକ ଲୋକୋମୋଟିଭ କାରଖାନାର ପ୍ରଥମ ପର୍ଯ୍ୟାୟର ମଧ୍ୟ ଲୋକାର୍ପଣ କରାଯାଇଛି । ଏହି କାରଖାନା ଦୁଇଟି କାରଣରୁ ଗୁରୁତ୍ୱପୂର୍ଣ୍ଣ- ପ୍ରଥମତଃ ଏହା ମେକ ଇନ ଇଣ୍ଡିଆର ଉତ୍ତମ ଉଦାହରଣ ଅଟେ, ଦ୍ୱିତୀୟତଃ ଏହା ଏହି କ୍ଷେତ୍ରରେ ନିଯୁକ୍ତିର ମଧ୍ୟ ବଡ଼ ମାଧ୍ୟମ ହୋଇପାରିବ । ଭାରତୀୟ ରେଳ ଫ୍ରାନ୍ସର ଏକ କମ୍ପାନୀ ସହ ମିଶି ଏହି ପ୍ରକଳ୍ପ ଉପରେ କାର୍ଯ୍ୟ କରୁଛି । ଏହି କାରଖାନାରେ ଶକ୍ତିଶାଳୀ ଇଞ୍ଜିନ ନିର୍ମାଣ କରାଯିବ । ଏହି ଆଧୁନିକ କାରଖାନାରେ ତିଆରି 12 ହଜାର ଅଶ୍ଵଶକ୍ତି ବିଶିଷ୍ଟ ଇଞ୍ଜିନକୁ ସବୁଜ ପତାକା ଦେଖାଇବାର ସୌଭାଗ୍ୟ ଏବେ ମୋତେ ମିଳିଛି ।

ସାଥୀଗଣ, ଦୁନିଆରେ ଖୁବ କମ ଦେଶ ଅଛନ୍ତି ଯେଉଁଠି ମାଲ ପରିବହନରେ ଏତେ ଅଧିକ ଶକ୍ତିଶାଳୀ ଇଞ୍ଜିନର ବ୍ୟବହାର କରିଛନ୍ତି । ଏହି ଇଞ୍ଜିନରୁ ଭାରତର ମାଲଗାଡ଼ିର ହାରାହାରୀ ବେଗ ଦୁଇଗୁଣର ଅଧିକ ବୃଦ୍ଧି ପାଇବ ।

ଆଉ ଏକ କାରଣରୁ, ଯେଉଁ କାରଣରୁ ମୁଁ ଆପଣମାନଙ୍କୁ ଏହି ପ୍ରକଳ୍ପ ବିଷୟରେ ଆଉ ଟିକିଏ ଅଧିକ ବିସ୍ତାରପୂର୍ବକ କହିବାକୁ ଚାହୁଁଛି । ଭାଇ ଓ ଭଉଣୀମାନେ, ଏହି ପ୍ରକଳ୍ପକୁ 2007ରେ ମଞ୍ଜୁରି ମିଳିଥିଲା, ମଞ୍ଜୁରି ପରେ 8 ବର୍ଷ ପର୍ଯ୍ୟନ୍ତ ଏହାର ଫାଇଲକୁ ପାୱାର ମିଳିପାରିନଥିଲା । ଫାଇଲ ସଢ଼ୁଥିଲା । ତିନି ବର୍ଷ ପୂର୍ବେ ଏନଡିଏ ସରକାର ଏହି ପ୍ରକଳ୍ପ ଉପରେ କାମ ଆରମ୍ଭ କରାଇଲେ ଏବଂ ଏବେ ପ୍ରଥମ ପର୍ଯ୍ୟାୟ ପୂରଣ ମଧ୍ୟ କରାଯାଇସାରିଛି ।

ଆୟୁଷ୍ମାନ ଭାରତ– ଆମ ଦେଶର ଗରିବମାନଙ୍କୁ ସ୍ୱଚ୍ଛତା ପରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେଉଛି ସ୍ୱାସ୍ଥ୍ୟ । ଗରିବରୁ ଗରିବ ପରିବାରକୁ, ପରିବାରରେ କେହି ରୋଗରେ ପଡ଼ିଗଲେ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଚିକିତ୍ସା ଖର୍ଚ୍ଚ ସରକାର ଏବଂ ବୀମା ବ୍ୟବସ୍ଥା ଦ୍ୱାରା ସେହି ପରିବାରକୁ ମିଳିପାରିବ । ଏବେ ଗରିବ ପରିବାରକୁ ଟଙ୍କା ଅଭାବରୁ ଚିକିତ୍ସାରେ କୌଣସି ବାଧା ଉତ୍ପନ୍ନ ହେବ ନାହିଁ । ଏହି ଆୟୁଷ୍ମାନ ଭାରତ, ଏକ ନୂଆ ଯୋଜନା ଭାରତ ସରକାର ଲାଗୁ କରିବାକୁ ଯାଉଛନ୍ତି ।

ମୋର ସରକାରର କାମ କରିବାର ଏକ ପଦ୍ଧତି ରହିଛି । ଏବେ ଅଟକାଇବା, ଝୁଲାଇବା ଏବଂ ବାଟବଣା କରିବାର କାମ ହେଉନାହିଁ, ଏବେ ଫାଇଲକୁ ଚାପିବାର ସଂସ୍କୃତି ଶେଷ କରିଦିଆଯାଇଛି । ସରକାର ନିଜର ପ୍ରତ୍ୟେକ ମିଶନ, ପ୍ରତ୍ୟେକ ସଂକଳ୍ପକୁ ଜନତାଙ୍କ ସହଯୋଗରେ ସମ୍ପୂର୍ଣ୍ଣ କରୁଛନ୍ତି । କିନ୍ତୁ ଏଥିରେ ଅସୁବିଧା ସେହି ଲୋକମାନଙ୍କୁ ହେବାରେ ଲାଗିଛି ଯେଉଁମାନେ ଏହି ପରିବର୍ତ୍ତନକୁ ସ୍ୱୀକାର କରିପାରୁନାହାନ୍ତି । ସେମାନେ ଗରିବକୁ ସଶକ୍ତ ହେବା ଦେଖି ସହିପାରୁନାହାନ୍ତି । ସେଥିପାଇଁ ସଡ଼କରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ସରକାରଙ୍କ କାର୍ଯ୍ୟରେ ବାଧା ଉତ୍ପନ୍ନ କରୁଛନ୍ତି ।

ସାଥୀଗଣ, ଏମିତି ଆପଣଙ୍କ ସମ୍ମୁଖରେ ଏପରି ଏକ ସରକାର ଅଛି ଯିଏ ଜନ-ମନକୁ ଯୋଡ଼ିବା ଲାଗି କାମ କରୁଛି । ଅନ୍ୟପଟେ କିଛି ବିରୋଧୀ ଜନ-ଜନଙ୍କୁ ଭାଙ୍ଗିବା କାମ କରୁଛନ୍ତି ।

ସାଥୀଗଣ, ଆଜି ଏହି ଅବସରରେ ମୁଁ ନୀତୀଶ କୁମାର ମହୋଦୟଙ୍କ ଧୈର୍ଯ୍ୟ ଏବଂ ତାଙ୍କ କୁଶଳ ପ୍ରଶାସନର ବିଶେଷ ପ୍ରଶଂସା କରିବାକୁ ଚାହୁଁଛି । ସେ ଯେପରି ଭାବେ ବିହାରର ଭ୍ରଷ୍ଟ ଏବଂ ଅସାମାଜିକ ଶକ୍ତି ବିରୋଧରେ ଲଢ଼ୁଛନ୍ତି, ତାହା ସହଜ ନୁହେଁ । ଦୁର୍ନୀତି ବିରୋଧରେ ତାଙ୍କର ସ୍ୱଚ୍ଛତା ଅଭିଯାନକୁ, ସାମାଜିକ ପରିବର୍ତ୍ତନ ଲାଗି କରାଯାଉଥିବା ତାଙ୍କର ପ୍ରୟାସକୁ କେନ୍ଦ୍ର ସରକାରଙ୍କ ପୂର୍ଣ୍ଣ ସମର୍ଥନ ରହିଛି ।

ସବକା ସାଥ-ସବକା ବିକାଶ, ଏହି ମନ୍ତ୍ର ଉପରେ ଚାଲିଥିବା ଏନଡିଏ ସରକାର ସଂକଳ୍ପବଦ୍ଧ ହୋଇ, ସମୟବଦ୍ଧ ହୋଇ କାର୍ଯ୍ୟ କରୁଛନ୍ତି । ପୂର୍ବ ସରକାର ସମୟର ସୀମାକୁ ବୁଝିନଥିଲେ, କିନ୍ତୁ ଗାନ୍ଧୀଜୀ ସବୁବେଳେ ସତ୍ୟାଗ୍ରହ ଏବଂ ସ୍ୱଚ୍ଛାଗ୍ରହ ସହିତ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କାମ ସାରିବା ଉପରେ ଗୁରୁତ୍ୱ ଦେଉଥିଲେ । ଗାନ୍ଧୀଜୀଙ୍କ ନିକଟରେ ସବୁବେଳେ ଏକ ପକେଟ ୱାଚ ଥିଲା । ସେ କହୁଥିଲେ, ଯେତେବେଳେ ଆପଣ ଚାଉଳର ଗୋଟିଏ ଦାନା କିମ୍ବା କାଗଜର ଗୋଟିଏ ଖଣ୍ଡ ନଷ୍ଟ କରୁନାହାନ୍ତି ତା’ହେଲେ ସମୟର ଗୋଟିଏ ମିନିଟ ମଧ୍ୟ ନଷ୍ଟ କରିବା ଉଚିତ ନୁହେଁ । ଏ ସମୟ ଆମର ନୁହେଁ, ଏ ସମୟ ରାଷ୍ଟ୍ରର ଅଟେ ଏବଂ ରାଷ୍ଟ୍ରର କାମରେ ଆସିବା ଉଚିତ ।

ଗାନ୍ଧୀଜୀଙ୍କ ଏହି ଭାବନାକୁ ପାଳନ କରି 120 କୋଟି ଦେଶବାସୀ ମିଶନ ମୋଡରେ କାମ କରୁଛନ୍ତି । ଏହା ସେମାନଙ୍କ ହିଁ ସ୍ୱଚ୍ଛାଗ୍ରହ ଅଟେ ଯେ 2014ରେ ସ୍ୱଚ୍ଛତା ଯେଉଁ ପରିଧି 40 ପ୍ରତିଶତରୁ କମ ଥିଲା ତାହା ଏବେ ବୃଦ୍ଧି ପାଇ 80 ପ୍ରତିଶତରୁ ମଧ୍ୟ ଅଧିକ ହୋଇସାରିଛି । ଅର୍ଥାତ ସ୍ୱାଧୀନତା ପରେ 67 ବର୍ଷରେ ଯେତିକି ସ୍ୱଚ୍ଛତା ଥିଲା, ତା’ଠାରୁ ଦୁଇଗୁଣା ଅଧିକ ଏହି ସରକାରଙ୍କ ସମୟରେ ହାସଲ କରାଯାଇଥିଲା ।

ସାଥୀଗଣ, ଗତ ସାଢ଼େ ତିନି ବର୍ଷରେ ଦେଶରେ 350ରୁ ଅଧିକ ଜିଲ୍ଲା ଏବଂ ସାଢ଼େ ତିନି ଲକ୍ଷରୁ ଅଧିକ ଗ୍ରାମ ନିଜକୁ ଖୋଲା ମଳମୁକ୍ତ ଘୋଷଣା କରିସାରିଛନ୍ତି । ଗତ ସାଢ଼େ ତିନି ବର୍ଷରେ ଦେଶରେ ପାଖାପାଖି 7 କୋଟି ଶୌଚାଳୟର ନିର୍ମାଣ କରାଯାଇଛି । ଏହା ଲୋକମାନଙ୍କ ଇଚ୍ଛାଶକ୍ତି ଅଟେ ଯେ 4 ଏପ୍ରିଲ ଅର୍ଥାତ ଗତ ଏକ ସପ୍ତାହରେ, ଯେଉଁ ଅବସରରେ ସତ୍ୟାଗ୍ରହରୁ ସ୍ୱଚ୍ଛାଗ୍ରହର ସପ୍ତାହ ପାଳନ କରାଗଲା, ବିହାର, ୟୁପି, ଓଡ଼ିଶା ଏବଂ ଜାମ୍ମୁ-କାଶ୍ମୀରରେ ପାଖାପାଖି 26ଲକ୍ଷ ଶୌଚାଳୟର ନିର୍ମାଣ କରାଯାଇଥିଲା । ଏହା ସେହି 4ଟି ରାଜ୍ୟ ଅଟନ୍ତି ଯେଉଁଗୁଡ଼ିକ ସ୍ୱଚ୍ଛତାର ପରିଧି ଆହୁରି ଦ୍ରୁତଗତିରେ ବଢ଼ାଇବା ଲାଗି ସଂକଳ୍ପ ନେଇସାରିଛନ୍ତି ।

ସାଥୀଗଣ, ସ୍ୱଚ୍ଛ ଭାରତ ଅଭିଯାନ ଦେଶର କୋଟି କୋଟି ମହିଳାମାନଙ୍କ ଜୀବନକୁ ଯେପରି ଭାବେ ବଦଳାଇଛି, ତାହା ଆପଣମାନେ ଭଲ ଭାବେ ଜାଣନ୍ତି । ଗୋଟିଏ ଶୌଚାଳୟ ନିର୍ମାଣ ଦ୍ୱାରା ମହିଳାମାନଙ୍କୁ ସମ୍ମାନ, ସୁରକ୍ଷା ଏବଂ ସ୍ୱାସ୍ଥ୍ୟ, ତିନୋଟି ମିଳିପାରିଛି । ମୁଁ ଜାଣିବାକୁ ପାଇଛି ଯେ ଏବେ ବିହାରରେ ମଧ୍ୟ ଶୌଚାଳୟକୁ ଇଜ୍ଜତ ଘର କହି ଲୋକମାନେ ସ୍ମରଣ କରୁଛନ୍ତି । ଶୌଚାଳୟର ନିର୍ମାଣ ଏକ ବଡ଼ ସାମାଜିକ ଅସନ୍ତୁଳନ ବି ଶେଷ କରିଦେଇଛି । ଏହା ଆର୍ଥିକ, ସାମାଜିକ ସଶକ୍ତିକରଣର ମଧ୍ୟ କାରକ ହୋଇଛି ।

ଗତବର୍ଷ ମିଳିତ ଜାତିସଂଘର ମଧ୍ୟ ଏକ ଅଧ୍ୟୟନ ସାମନାକୁ ଆସିଥିଲା ଯେ ଯେଉଁ ଘରେ ଶୌଚାଳୟ ଥାଏ, ସେଠାରେ ସେହି ପରିବାରର ବାର୍ଷିକ ହାରାହାରୀ 50 ହଜାର ଟଙ୍କା ସଂଚୟ ହୋଇଥାଏ । ନଚେତ ଏହି ଟଙ୍କା ରୋଗର ଚିକିତ୍ସା, ଡାକ୍ତରଖାନା ଯିବା-ଆସିବା, ଅଫିସରୁ ଛୁଟି ନେବାରେ ଖର୍ଚ୍ଚ ହୋଇଯାଏ ।

ଆଉ ଏକ ଅନ୍ତର୍ଜାତୀୟ ସଂସ୍ଥାର ଅଧ୍ୟୟନରୁ ଜଣାପଡ଼ିଛି ଯେ ଯେଉଁ ଗ୍ରାମ ଖୋଲା ମଳମୁକ୍ତ ଘୋଷିତ ହେଉଛନ୍ତି, ସେଠାକାର ଶିଶୁମାନଙ୍କ ଡାଇରିଆ କମିଛି ଏବଂ ସେମାନଙ୍କ ଶାରୀରିକ ଓ ମାନସିକ ବିକାଶ ମଧ୍ୟ ସଠିକ ଢଙ୍ଗରେ ହେଉଛି କାରଣ ଏବେ ଶିଶୁ କମ ରୋଗରେ ପଡ଼ୁଛନ୍ତି । ସ୍କୁଲରୁ ଛୁଟି କମ ନେଉଛନ୍ତି । ସେଥିପାଇଁ ଯେଉଁ ଗ୍ରାମ ନିକୁ ଖୋଲା ମଳମୁକ୍ତ ଘୋଷଣା କରୁଛନ୍ତି ସେହି ସ୍କୁଲର ପରୀକ୍ଷାଫଳରେ  ମଧ୍ୟ ଉନ୍ନତି ଆସିଥିବା ଦେଖାଯାଇଛି ।

ସାଥୀଗଣ, ସ୍ୱଚ୍ଛ ଭାରତ ଅଭିଯାନ ଯେପରି ଜନ-ଆନ୍ଦୋଳନ ହୋଇ ଦେଶର କୋଣ-ଅନୁକୋଣରେ ପହଁଚିଛି, ତାହା ବିଶ୍ୱର ବଡ଼ ବଡ଼ ବିଶ୍ୱବିଦ୍ୟାଳୟ ଲାଗି ଏକ ଅନୁଧ୍ୟାନ (Case Study)ଅଟେ । ମୁଁ ଭାବୁଛି ଯେ ଏକବିଂଶ ଶତାବ୍ଦୀରେ ବର୍ତ୍ତମାନ ସୁଦ୍ଧା ମାନବ ଅଭ୍ୟାସ ବଦଳାଉଥିବା ଏପରି ଜନଆନ୍ଦୋଳନ ଅନ୍ୟ କୌଣସି ଦେଶରେ ବର୍ତ୍ତମାନ ସୁଦ୍ଧା ହୋଇନାହିଁ । ନିଶ୍ଚିତ ଭାବେ ଭାରତ ବଦଳୁଛି । ବ୍ୟବହାର-ଅଭ୍ୟାସରେ ପରିବର୍ତ୍ତନ ହେଉଛି ।

କିନ୍ତୁ ଏଠାରେ ଗାନ୍ଧୀ ମଇଦାନରେ ଉପସ୍ଥିତ ପ୍ରତ୍ୟେକ ସ୍ୱଚ୍ଛାଗ୍ରହୀଙ୍କୁ ଦେଶର ଛୋଟ ଛୋଟ ଶିଶୁଙ୍କ ଠାରୁ ଆରମ୍ଭ କରି ବଡ଼ରୁ ବଡ଼ ବୟସ୍କଙ୍କ ପର୍ଯ୍ୟନ୍ତ ଏବେ ଅସଲ ଆହ୍ୱାନ କରିବାକୁ ଅଛି । ଏହି ଆହ୍ୱାନ ଯେ ସଡ଼କ ଠାରୁ ଆରମ୍ଭ କରି ରେଳ ଷ୍ଟେସନ, ବସ ଷ୍ଟାଣ୍ଡ, ଘର ସାମ୍ନାରେ, ଦୋକାନ ସାମ୍ନାରେ, ସ୍କୁଲ ସାମ୍ନାରେ, କଲେଜ ସାମ୍ନାରେ, ବଜାରରେ, ଗଳି କନ୍ଦିରେ, ସ୍ୱଚ୍ଛତା ପ୍ରତି ଆଗ୍ରକୁ ବଜାୟ ରଖିବାର ଅଛି । ଯେ’ପର୍ଯ୍ୟନ୍ତ ଦେଶର ପ୍ରତ୍ୟେକ ବ୍ୟକ୍ତି ନିଜ ସ୍ତରରେ ସ୍ୱଚ୍ଛତା ଲାଗି ପ୍ରୟାସ ନକରିବ, ସେପର୍ଯ୍ୟନ୍ତ ସ୍ୱଚ୍ଛ ଭାରତ ଅଭିଯାନ ପୂରଣ ହୋଇପାରିବ ନାହିଁ । ଯେ’ପର୍ଯ୍ୟନ୍ତ ସ୍ୱଚ୍ଛତା ଦେଶର ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନର ଅଂଶବିଶେଷ ହେବ ନାହିଁ, ସେ ପର୍ଯ୍ୟନ୍ତ ସ୍ୱଚ୍ଛ ଭାରତ ମିଶନ ସମ୍ପୂର୍ଣ୍ଣ ହୋଇପାରିବ ନାହିଁ । ସେଥିପାଇଁ ଆମର ସ୍ୱଚ୍ଛାଗ୍ରହ ଯେତେ ଅଧିକ ସୁଦୃଢ଼ ହେବ, ସେତିକି ଅଧିକ 2019ରେ ଆମେ ସ୍ୱଚ୍ଛ ଭାରତ ମିଶନକୁ ପୂରଣ କରିପାରିବା । ଆସନ୍ତା ବର୍ଷ ଅକ୍ଟୋବର ଦୁଇ ତାରିଖରେ ଆମେ ସେତିକି ଶ୍ରଦ୍ଧାଞ୍ଜଳି ବାପୂଜୀଙ୍କୁ ଦେଇପାରିବା ।

ସାଥୀଗଣ, ଗାନ୍ଧୀଜୀ ଏଠାରେ ଚମ୍ପାରଣରେ କୃଷକ, ଶ୍ରମିକ, ଶିକ୍ଷକ, ଓକିଲ, ଡାକ୍ତର, ଇଞ୍ଜିନିୟର ସମସ୍ତଙ୍କୁ ଏକ ପଂକ୍ତି ବା ଧାଡିରେ ଆଣି ଛିଡ଼ା କରିଥିଲେ । ତା’ପରେ ଯାଇ ସତ୍ୟାଗ୍ରହ ସଫଳ ହୋଇଥିଲା । ସ୍ୱଚ୍ଛାଗ୍ରହୀ ହୋଇଥିବା ଦୃଷ୍ଟିରୁ ଆମ ଭୂମିକା ମଧ୍ୟ ସେପରି ହେବା ଉଚିତ । ସ୍ୱଚ୍ଛତାର ଏହି ବାର୍ତ୍ତା ସମାଜର ପ୍ରତ୍ୟେକ ବ୍ୟକ୍ତି, ପ୍ରତ୍ୟେକ ସ୍ତର ପର୍ଯ୍ୟନ୍ତ ପହଁଚୁ, ଏହା ଆମର ଲଗାତାର ପ୍ରୟାସ ହେବା ଉଚିତ ।

ତେଣୁ ସେଥିପାଇଁ ଏଠାରେ ଉପସ୍ଥିତ ପ୍ରତ୍ୟେକ ସ୍ୱଚ୍ଛାଗ୍ରହୀଙ୍କୁ ମୋର ଅନୁରୋଧ ଯେ ଆପଣମାନଙ୍କୁ ଯେଉଁ ଲେଖା ଦିଆଯାଇଛି ସେଥିରେ ଉଲ୍ଲେଖ ଥିବା ବିଷୟଗୁଡ଼ିକର ଅଧିକରୁ ଅଧିକ ପ୍ରଚାର-ପ୍ରସାର କରାନ୍ତୁ । ଯେତେ ଆପଣ ଲୋକମାନଙ୍କୁ ସଚେତନ କରିବେ, ସେତେ ଅଧିକ ସ୍ୱଚ୍ଛ ଭାରତ ମିଶନ ସଫଳ ହେବ । ସରକାର ଏହା ମଧ୍ୟ ପ୍ରୟାସ କରୁଛନ୍ତି ଯେ ଦେଶର ପ୍ରତ୍ୟେକ ଗ୍ରାମରେ ଅତି କମରେ ଜଣେ ସ୍ୱଚ୍ଛତା ଚାମ୍ପିୟନ ସୃଷ୍ଟି ହୁଅନ୍ତୁ । ସାଢ଼େ 6 ଲକ୍ଷରୁ ଅଧିକ ସ୍ୱଚ୍ଛତା ଚାମ୍ପିୟନ ଦେଶର କୋଣ-ଅନୁକୋଣରେ ସ୍ୱଚ୍ଛତାକୁ ଲୋକମାନଙ୍କ ଦିନଚର୍ଯ୍ୟାର ଅଂଶବିଶେଷ କରିଛନ୍ତି, ସେମାନଙ୍କ ଜୀବନର ଅଂଶବିଶେଷ କରିବା ଲାଗି ଏକ ମିଶନ ଭାବେ କାର୍ଯ୍ୟ କରିବେ ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ଦେଶରେ ଗରିବମାନଙ୍କୁ ଘର ଦେବାର କାମ ଖୁବ ଦ୍ରୁତ ଗତିରେ ଆଗକୁ ବଢ଼ୁଛି । ବିହାର ମଧ୍ୟ ଯେଉଁ ଦ୍ରୁତଗତିରେ ଶୌଚାଳୟ ନିର୍ମାଣ କାମ କରୁଛନ୍ତି, ଗରିବ ପରିବାରକୁ ବାସଗୃହ ଦେବାର କାମ ମଧ୍ୟ ସେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ଏହା ମୋର ବିଶ୍ୱାସ ଅଟେ ।

ଆମେ ସମସ୍ତେ ଏକ ପ୍ରୟାସ ଆହୁରି ମଧ୍ୟ କରିପାରିବା ଯେ ଆଜି ଠାରୁ ଆରମ୍ଭ କରି ଆସନ୍ତା ବର୍ଷ ଅକ୍ଟୋବର 2 ତାରିଖ ପର୍ଯ୍ୟନ୍ତ ଦେଶରେ ଯେଉଁ ବିଶେଷ ତାରିଖ ଆସିବ, କାହାର ଜନ୍ମଜୟନ୍ତୀ, କାହାର ପୂଣ୍ୟ ତିଥି, କୌଣସି ପର୍ବ, ତ’ ସେଥିରେ ସ୍ୱଚ୍ଛ ଭାରତ ପ୍ରତି ଲୋକମାନଙ୍କୁ ବିଶେଷ ଭାବେ ଉତ୍ସାହିତ କରିବା । ଯେପରିକି କାଲି ଅର୍ଥାତ 11 ଏପ୍ରିଲରେ ମହାନ ସମାଜ ସଂସ୍କାରକ ଜ୍ୟୋତିବା ଫୁଲେ’ଙ୍କ ଜୟନ୍ତୀ ଅଟେ, 14 ଏପ୍ରିଲରେ ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ । ଏପରି ବିଶେଷ ତାରିଖରେ ଲୋକମାନଙ୍କୁ ସେହି ମହାନ ବ୍ୟକ୍ତିଙ୍କ ବିଷୟରେ କହିବା ସହିତ ହିଁ ସ୍ୱଚ୍ଛତା ପ୍ରତି ଆଗ୍ରହ ମଧ୍ୟ କରାଯାଇପାରିବ ।

ତେବେ ଆପଣମାନଙ୍କ ସୂଚନା ପାଇଁ ମୁଁ ଏଠାରେ କହି ରଖୁଛି ଯେ କେନ୍ଦ୍ର ସରକାର 14 ଏପ୍ରିଲ ଠାରୁ ଗ୍ରାମ ସ୍ୱରାଜ ଅଭିଯାନ ମଧ୍ୟ ଆରମ୍ଭ କରିବାକୁ ଯାଉଛନ୍ତି । ଏହି ଅଭିଯାନ ଅଧିନରେ 18 ଏପ୍ରିଲରେ ଆମର ସମସ୍ତ ସାଂସଦ ହୁଅନ୍ତୁ, ବିଧାୟକ ହୁଅନ୍ତୁ, ନିର୍ବାଚିତ ଜନପ୍ରତିନିଧି ହୁଅନ୍ତୁ, ପଞ୍ଚାୟତରେ ହେଉ, ପୌରପାଳିକାରେ ହେଉ, ମହାନଗର ନିଗମରେ ହେଉ; ନିଜ ନିଜ କ୍ଷେତ୍ରରେ ସ୍ୱଚ୍ଛ ଭାରତ ମିଶନ ସହ ଜଡ଼ିତ କୌଣସି ନା କୌଣସି କାର୍ଯ୍ୟ ସହ ଯୋଡ଼ି ହେବା ଉଚିତ । ଘରକୁ ଘର ଯାଇ ଲୋକମାନଙ୍କୁ ବୁଝାନ୍ତୁ, ସେମାନଙ୍କୁ ଅନୁରୋଧ କରନ୍ତୁ, ସେମାନଙ୍କ ଆଖାପାଖର ପରିବେଶକୁ ସ୍ୱଚ୍ଛ ଏବଂ ସୁସ୍ଥ ରଖିବା ଲାଗି ପ୍ରୟାସ କରନ୍ତୁ ।

ଭାଇ ଓ ଭଉଣୀମାନେ

ରାଷ୍ଟ୍ର ନିର୍ମାଣରେ ଆପଣମାନଙ୍କ ଏହି ଯୋଗଦାନ ଦେଶର ପରବର୍ତ୍ତୀ ପିଢ଼ି ମଧ୍ୟ ମନେ ରଖିବ । ପ୍ରତ୍ୟେକ ସ୍ଵଚ୍ଛାଗ୍ରହୀ ସୁସ୍ଥ, ସ୍ୱଚ୍ଛ ଏବଂ ସମୃଦ୍ଧ ନିର୍ମାଣ ଲାଗି କାର୍ଯ୍ୟ କରୁଛନ୍ତି । ଯେତେବେଳେ ଚମ୍ପାରଣ ସତ୍ୟାଗ୍ରହ ହେଉଥିଲା ସେତେବେଳେ ସେଥିରେ ଭାଗ ନେବା ଲାଗି ଆମେ ନଥିଲୁ, ଆମର ଜନ୍ମ ମଧ୍ୟ ହୋଇନଥିଲା । ଆମ ଭିତରୁ କେହି ନଥିଲେ । କିନ୍ତୁ ଚମ୍ପାରଣ ସ୍ୱଚ୍ଛାଗ୍ରହକୁ ସଫଳ କରିବା ଲାଗି ଆମେ ଦିନରାତି ଏକ କରିପାରିପାରିବା ।

ମୁଁ ଜାଣିଛି ଯେ ଏହି କାର୍ଯ୍ୟରେ ଅସୀମ ଧୈର୍ଯ୍ୟର ଆବଶ୍ୟକତା ରହିଛି । ମୁଁ ଏହା ମଧ୍ୟ ଜାଣିଛି ଯେ ଆପଣ ସ୍ୱଚ୍ଛାଗ୍ରହୀମାନଙ୍କ ମଧ୍ୟରେ ଦେଶରେ ଏହି ପରିବର୍ତ୍ତନ ଆଣିବାର ଏତେ ଉତ୍ସାହ ରହିଛି ଯେ ନିରନ୍ତର ଆପଣମାନେ ନିଜ ପ୍ରୟାସରେ ଯୋଡ଼ି ହୋଇ ରହିଛନ୍ତି । ଚମ୍ପାରଣ ସ୍ୱଚ୍ଛାଗ୍ରହ ଆଜିର ଯୁବକମାନଙ୍କ ସ୍ୱପ୍ନର ଏକ ରାଷ୍ଟ୍ରଗୀତ ହୋଇଯାଇଛି, ଯାହା ସେମାନଙ୍କ ମଧ୍ୟରେ ଆହ୍ୱାନଗୁଡ଼ିକ ବୁଝିବା, ସେଗୁଡ଼ିକୁ ଅତିକ୍ରମ କରିବା, ସଂଘର୍ଷ କରିବା ଏବଂ ବିଜୟ ହାସଲ ନହେବା ପର୍ଯ୍ୟନ୍ତ ନ’ଅଟକିବାର ବଳ ଭରିଦେଇଥାଏ । ଏହି ଜନଆନ୍ଦୋଳନ ଭାରତର ଭବିଷ୍ୟତର ମାର୍ଗଦର୍ଶକ ମଧ୍ୟ ଅଟେ ।

ମୋର ପୂର୍ଣ୍ଣ ବିଶ୍ୱାସ ଅଛି ଯେ ସ୍ୱଚ୍ଛତା ପ୍ରତି ଆମର ଆଗ୍ରହ ଏକ ସ୍ୱଚ୍ଛ, ସୁନ୍ଦର, ସମୃଦ୍ଧ ଭାରତର ନୂତନ ଅଧ୍ୟାୟ ରଚନା କରିବ । ଏଠାରେ ଆମେ ଏହି ଭବ୍ୟ କାର୍ଯ୍ୟକ୍ରମକୁ ଆସିଥିବା ସମସ୍ତ ସ୍ୱଚ୍ଛାଗ୍ରହୀମାନଙ୍କୁ ବହୁତ ବହୁତ ଶୁଭକାମନା । ଏଥିସହିତ ମୁଁ ଏହା ମଧ୍ୟ କହିବାକୁ ଚାହୁଁଛି ଯେ 2022 ରେ ଭାରତ ସ୍ୱାଧୀନତାର 75 ବର୍ଷ ପୂରଣ ହେଉଛି । 2 ଅକ୍ଟୋବର 2018 ଠାରୁ 2 ଅକ୍ଟୋବର 2019, ମହାତ୍ମା ଗାନ୍ଧୀଙ୍କ 150ତମ ଜୟନ୍ତୀ ପାଳନ କରାଯାଉଛି । ଦେଶ ଭିତରେ ଏକ ନୂଆ ଭାରତ, ନିଉ ଇଣ୍ଡିଆର ସ୍ୱପ୍ନ ପୂରଣ କରିବା ଲାଗି ଆମକୁ ଆମର ସମାଜ ଭିତରେ ଯେଉଁ ଦୁର୍ବଳତା ରହିଛି, ଯେଉଁ କଳୁଷତା ରହିଛି, ଦେଶରେ ଯେଉଁ ଆଘାତ ରହିଛି, ଦେଶକୁ ଦୁର୍ବଳ କରୁଛି; ତା’କୁ ଶେଷ କରିବାର ଅଛି । ଦୁର୍ଗନ୍ଧମୁକ୍ତ ଭାରତ ନିର୍ମାଣ କରିବାର ଅଛି । ଦୁର୍ନୀତିମୁକ୍ତ ଭାରତ ନିର୍ମାଣ କରିବାର ଅଛି, ଜାତିବାଦ, ଉଚ୍ଚ-ନୀଚ, ସ୍ପୃଶ୍ୟ-ଅସ୍ପୃଶ୍ୟ ଏହି ଭାବନାରୁ ଦେଶକୁ ମୁକ୍ତ କରିବାର ଅଛି, ସାମ୍ପ୍ରଦାୟିକ ହିଂସାରୁ, ସାମ୍ପ୍ରଦାୟିକତାବାଦ କବଳରୁ ଏହି ଦେଶକୁ ମୁକ୍ତ କରିବାର ଅଛି । ସମସ୍ତ ଦେଶବାସୀ, 120 କୋଟି ଲୋକଙ୍କ ଦେଶ, ଏକ ପରିବାର ଅଟେ, ସାଥୀ ହୋଇ ଚାଲିବାର ଅଛି । ସାଥୀ ହୋଇ ଚାଲି ସ୍ୱପ୍ନ ପୂରଣ କରିବାର ଅଛି ।

ଏହି ସଂକଳ୍ପକୁ ନେଇ ଚାଲିବା ତ’ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ 2022ରେ ପ୍ରକୃତ ଶ୍ରଦ୍ଧାଞ୍ଜଳି ଦେଇପାରିବା । 2018-19ରେ ଗାନ୍ଧୀଜୀଙ୍କୁ 150 ବର୍ଷ ପୂରଣ ହେବ ତ’ ତାଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଦେଇପାରିବା । ଏହି ଭାବନା ସହିତ ଏତେ ବଡ଼ ଦେଶ ଲାଗି କାମ କରୁଥିବା ନବଯୁବକମାନଙ୍କୁ ଆଦରପୂର୍ବକ ବନ୍ଦନା କରି, ଅଭିନନ୍ଦନ ଜଣାଇ ମୁଁ ପୁଣିଥରେ ଆପଣମାନଙ୍କୁ ସମସ୍ତଙ୍କୁ ଅନୁରୋଧ କରୁଛି, ଦେଶବାସୀଙ୍କୁ ଅନୁରୋଧ କରୁଛି; ଆସନ୍ତୁ ମହାତ୍ମା ଗାନ୍ଧୀ ଆମ ପାଇଁ ଅନେକ କିଛି କରିଛନ୍ତି, ଗାନ୍ଧୀଙ୍କ ଏକ ସ୍ୱପ୍ନ ସ୍ୱଚ୍ଛ ଭାରତକୁ ପୂରଣ କରିବା ଲାଗି ଆମ ମଧ୍ୟ ପ୍ରୟାସ କରିବା । ଏହି କାର୍ଯ୍ୟ ସରକାରୀ କାର୍ଯ୍ୟକ୍ରମ ନୁହେଁ । ଏହି କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀଙ୍କ ନୁହେଁ । ଏହି କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀଙ୍କ ନୁହେଁ, ନା ଏହା ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କର । ଏହା 120 କୋଟି ଦେଶବାସୀଙ୍କ କାର୍ଯ୍ୟକ୍ରମ । ଏହା ଦେଶର ଗରିବମାନଙ୍କ କାର୍ଯ୍ୟକ୍ରମ, ଏହା ଦେଶର ସାମାଜିକ ନ୍ୟାୟର କାର୍ଯ୍ୟକ୍ରମ, ମା’-ଭଉଣୀଙ୍କୁ ଇଜ୍ଜତ ଦେବାର କାର୍ଯ୍ୟକ୍ରମ ଏବଂ ସେଥିପାଇଁ ସମ୍ପୂର୍ଣ୍ଣ ଶକ୍ତି ସହିତ ଏହି କାର୍ଯ୍ୟରେ ଆମେ ଯୋଡ଼ିହେବା । ଏହି ଏକ ଭାବନା ସହିତ ମୁଁ ପୁଣିଥରେ ସେହି ସମସ୍ତ ସ୍ୱଚ୍ଛାଗ୍ରହୀମାନଙ୍କୁ ହୃଦୟପୂର୍ବକ ଅଭିନନ୍ଦନ କରୁଛି, ଶୁଭେଚ୍ଛା ଜଣାଉଛି ଏବଂ ଆପଣମାନଙ୍କୁ ସମସ୍ତଙ୍କୁ ଆଦରପୂର୍ବକ ଧନ୍ୟବାଦ ଦେଉଛି ।

ମୋ ସହିତ ପୁଣିଥରେ କୁହନ୍ତ-

ମୁଁ କହିବି ମହାତ୍ମା ଗାନ୍ଧୀ, ଆପଣମାନେ ସମସ୍ତେ କହିବେ, ଅମର ରହେ, ଅମର ରହେ

ମହାତ୍ମା ଗାନ୍ଧୀ- ଅମର ରହେ, ଅମର ରହେ ।

ସମ୍ପୂର୍ଣ୍ଣ ଶକ୍ତି ସହ କୁହନ୍ତୁ-

ମହାତ୍ମା ଗାନ୍ଧୀ, ଅମର ରହେ, ଅମର ରହେ ।

ମହାତ୍ମା ଗାନ୍ଧୀ, ଅମର ରହେ, ଅମର ରହେ ।

ବହୁତ ବହୁତ ଧନ୍ୟବାଦ ।

Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
Most NE districts now ‘front runners’ in development goals: Niti report

Media Coverage

Most NE districts now ‘front runners’ in development goals: Niti report
NM on the go

Nm on the go

Always be the first to hear from the PM. Get the App Now!
...
List of Highest National Honours and Global Awards Conferred on PM Narendra Modi
July 09, 2025

Prime Minister Narendra Modi has been conferred highest civilian honours by several nations. These recognitions are a reflection of PM Modi’s leadership and vision which has strengthened India’s emergence on the global stage. It also reflects India’s growing ties with countries around the world.

Let us have a look at awards bestowed on PM Modi in the last ten years.

Awards Conferred by Countries:

1. In April 2016, during his visit to Saudi Arabia, Prime Minister Narendra Modi was conferred Saudi Arabia's highest civilian honour- the King Abdulaziz Sash. The Prime Minister was conferred the prestigious award by King Salman bin Abdulaziz.

|

2. The same year, PM Modi was bestowed upon the State Order of Ghazi Amir Amanullah Khan – the highest civilian honor of Afghanistan.

|

3. In the year 2018, when Prime Minister Narendra Modi paid a historic visit to Palestine, he was awarded the Grand Collar of the State of Palestine Award. This is the highest honour of Palestine awarded to foreign dignitaries.

|

4. In 2019, the Prime Minster was awarded the Order of Zayed Award. This is the highest civilian honour of the United Arab Emirates.

|

5. Russia conferred Prime Minister Modi with their highest civilian honour - the Order of St. Andrew the Apostle in 2019. The PM received the award during his visit to Moscow in July 2024..

|

6. Order of the Distinguished Rule of Nishan Izzuddin- the highest honour of the Maldives awarded to foreign dignitaries was presented to PM Modi in 2019.

|

7. PM Modi received the prestigious King Hamad Order of the Renaissance in 2019. The honour was conferred by Bahrain.

|

8. Legion of Merit by the US Government, the award of the United States Armed Forces that is given for exceptionally meritorious conduct in the performance of outstanding services and achievements was conferred on PM Modi in 2020.

9. Bhutan honoured PM Modi with the highest civilian decoration, Order of the Druk Gyalpo in December 2021. PM Modi received the award during his visit to Bhutan in March 2024

|

10. During his visit to Papua New Guinea in 2023, PM Modi was conferred with Ebakl Award by the President Surangel S. Whipps, Jr. of the Republic of Palau

|

11. PM Narendra Modi has also been conferred the highest honour of Fiji, Companion of the Order of Fiji in recognition of his global leadership. The award was conferred by PM Sitiveni Rabuka of Fiji.

|

12. Governor General of Papua New Guinea, Sir Bob Dadae conferred PM Modi with Grand Companion of the Order of Logohu. It is the highest honour of Papua New Guinea.

|

 13. In June 2023, President Abdel Fattah El-sisi conferred Prime Minister Modi with the highest state honour of Egypt, the 'Order of Nile.'

|

 14. On 13th July 2023, PM Modi was conferred with the Grand Cross of the Legion of Honour, the highest award in France by President Emmanuel Macron.

|

 15. On 25th August 2023, PM Modi was conferred with 'The Grand Cross of the Order of Honour' by President Katerina Sakellaropoulou of Greece.

|

16. Dominica honoured PM Modi with the ‘Dominica Award of Honour.’ It was presented to PM Modi by President Sylvanie Burton of Dominica during the Prime Minister's visit to Guyana in November 2024.

|

17. Nigeria honoured PM Modi with 'The Grand Commander of The Order of the Niger' during his visit in November 2024. It was presented to him by President Bola Ahmed Tinubu of Nigeria.

|

 

18. Guyana honoured PM Modi with the ‘The Order of Excellence’ during the Prime Minister's visit in November 2024. It was presented to him by President Dr. Irfaan Ali.

|

19. PM Mia Amor Mottley of Barbados announced her government’s decision to honour PM Modi with the Honorary Order of Freedom of Barbados Award during the Prime Minister's visit to Guyana in November 2024. MoS Pabitra Margherita Ji received the award on behalf of PM from President Dame Sandra Mason of Barbados on 06th March 2025.

|

20. In December 2024, PM Modi was conferred the Mubarak Al-Kabeer Order by His Highness the Amir of Kuwait, Sheikh Meshal Al-Ahmad Al-Jaber Al Sabah.

|

21During PM Modi's visit to Mauritius in March 2025, President Dharambeer Gokhool conferred PM Modi with the Highest National Award of Mauritius, 'The Grand Commander of the Order of the Star and Key of the Indian Ocean'.

|

22. During PM Modi's visit to Sri Lanka in April 2025, President Anura Kumara Dissanayake conferred PM Modi with the highest Sri Lankan honour, the 'Sri Lanka Mitra Vibhushana' award.

|

23) PM Modi was conferred the 'Grand Cross of the Order of Makarios III' of Cyprus during his visit in June 2025. It was bestowed upon PM Modi by President Nikos Christodoulides.

|

24) PM Modi was conferred ‘The Officer of the Order of the Star of Ghana’ during his visit in July 2025. It was bestowed upon PM Modi by President John Dramani Mahama.

|

25) PM Modi was conferred ‘The Order of the Republic of Trinidad & Tobago’ during his visit in July 2025. It was bestowed upon PM Modi by President Christine Kangaloo.

|

26) PM Modi has been conferred with ‘The Grand Collar of the National Order of the Southern Cross’ during his visit to Brazil in July 2025. It was bestowed upon PM Modi by President Lula.

|

Apart from the highest civilian honours, PM Modi has also been conferred with several awards by prestigious organisations across the globe.

1. Seoul Peace Prize: It is awarded biennially to those individuals by Seoul Peace Prize Cultural Foundation who have made their mark through contributions to the harmony of mankind, reconciliation between nations and to world peace. Prime Minister Modi was conferred prestigious award in 2018.

|

2. United Nations Champions of The Earth Award: This is UN’s highest environmental honour. In 2018, the UN recognized PM Modi for his bold environmental leadership on the global stage.

|

3. First-ever Philip Kotler Presidential Award was given to Prime Minister Modi in 2019. This award is offered annually to the leader of a nation. The citation of the award said that PM Modi was selected for his “outstanding leadership for the nation”.

|

4. In 2019, PM Modi was conferred the ‘Global Goalkeeper’ Award by the Bill and Melinda Gates Foundation for the Swachh Bharat Abhiyan. PM Modi dedicated the award to those Indians who transformed the Swachh Bharat campaign into a “people’s movement” and accorded topmost priority to cleanliness in their day-to-day lives.

|

5. In 2021, Global Energy and Environment Leadership Award by the Cambridge Energy Research Associates CERA was bestowed on PM Modi. The award recognizes the commitment of leadership towards the future of global energy and environment.