ନମସ୍ତେ!
ଏହା ଅତି ଖୁସିର କଥା ଯେ ଆମେ ଆଜି “ପ୍ରବୁଦ୍ଧ ଭାରତ”ର 125ତମ ଜୟନ୍ତୀ ପାଳନ କରୁଛେ । ଏହା କୌଣସି ଏକ ସାଧାରଣ ପତ୍ରିକା ନୁହେଁ । ସ୍ୱାମୀ ବିବେକାନନ୍ଦଙ୍କ ପରି ମହାନ ସାଧୁଙ୍କ ଦ୍ୱାରା 1896 ମସିହାରେ ଏହି ପତ୍ରିକା ପ୍ରକାଶନ ଆରମ୍ଭ କରାଯାଇଥିଲା । ତାହା ପୁଣି ତାଙ୍କ ଯୁବାବସ୍ଥାରେ ଅର୍ଥାତ, ତାଙ୍କୁ ଯେତେବେଳେ ମାତ୍ର ତେତିଶ ବର୍ଷ ବୟସ ହୋଇଥିଲା । ଏହା ଦେଶର ସର୍ବାଧିକ ସମୟ ଧରି ପ୍ରକାଶ ପାଇ ଆସୁଥିବା ପତ୍ରିକାମାନଙ୍କ ମଧ୍ୟରୁ ଅନ୍ୟତମ ।
“ପ୍ରବୁଦ୍ଧ ଭାରତ” ନାମକରଣ ପଛରେ ଏକ ଶକ୍ତିଶାଳୀ ଚିନ୍ତାଧାରା ନିହିତ ରହିଛି । ସ୍ୱାମୀ ବିବେକାନନ୍ଦ ଏହି ପତ୍ରିକାର ନାମ ପ୍ରବୁଦ୍ଧ ଭାରତ ଦେଇଥିବା ଅର୍ଥ ହେଲା ଏହା ହେଉଛି ଆମର ରାଷ୍ଟ୍ର ପ୍ରତି ମନରେ ଥିବା ଭାବନାର ପରିପ୍ରକାଶ । ସେ ଏକ “ଜାଗ୍ରତ ଭାରତ” ସୃଷ୍ଟି କରିବା ପାଇଁ ଚାହୁଁଥିଲେ । ଯେଉଁମାନେ ଭାରତକୁ ଉତ୍ତମ ରୂପେ ବୁଝିଛନ୍ତି ସେମାନେ ଜାଣନ୍ତି ଯେ ଏହା କେବଳ ଏକ ରାଜନୈତିକ କିମ୍ବା କ୍ଷେତ୍ରୀୟ ଭୂଖଣ୍ଡକୁ ବୁଝାଏନାହିଁ । ସ୍ୱାମୀ ବିବେକାନନ୍ଦ ଏହି କଥାକୁ ବେଶ୍ ଦୃପ୍ତ କଣ୍ଠରେ ଏବଂ ଗର୍ବର ସହ ପ୍ରକାଶ କରିଥିଲେ । ସେ ଭାରତକୁ ଏକ ସାଂସ୍କୃତିକ ଜାଗରଣ ଭାବେ ଦେଖିଥିଲେ ଯାହା ଏକ ଜୀବନ୍ତ ସତ୍ତା ଏବଂ ଶତାବ୍ଦୀ ଶତାବ୍ଦୀ ଧରି ଏହା ନିଃଶ୍ୱାସ ପ୍ରଶ୍ୱାସ ନେଇଚାଲିଛି । ଏକ ଭାରତ ଯାହା ପ୍ରତ୍ୟେକ ବିପଦକୁ ସାମ୍ନା କରି କେବଳ ଦିନକୁ ଦିନ ଦୃଢ଼ରୁ ଦୃଢ଼ତର ହୋଇଚାଲିଛି, ଯଦ୍ୟପି ତାହାକୁ ନାନା ପ୍ରକାର ପ୍ରତିବନ୍ଧକ ଓ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିବାକୁ ପଡ଼ିଥିଲା । ସ୍ୱାମୀ ବିବେକାନନ୍ଦ ଭାରତକୁ “ପ୍ରବୁଦ୍ଧ”ରେ ପରିଣତ କରିବାକୁ ଚାହିଁଥିଲେ ଯାହାର ଅର୍ଥ ହେଲା ଜାଗ୍ରତ । ସେ ଚାହୁଁଥିଲେ ରାଷ୍ଟ୍ର ଭାବେ ଆମର ଆତ୍ମବିଶ୍ୱାସ ଜାଗ୍ରତ ହେଉ ଯାହାକି ଆମର ମହାନତା ପାଇଁ ଏକ ଆକାଂକ୍ଷା ହେବ ।
ବନ୍ଧୁଗଣ, ସ୍ୱାମୀ ବିବେକାନନ୍ଦଙ୍କ ମନରେ ଦରିଦ୍ରମାନଙ୍କ ପାଇଁ ବିଶେଷ ଅନୁକମ୍ପା ଥିଲା । ସେ ବାସ୍ତବରେ ବିଶ୍ୱାସ କରୁଥିଲେ ଯେ ଦାରିଦ୍ର୍ୟ ହେଉଛି ଭାରତର ପ୍ରତ୍ୟେକ ସମସ୍ୟାର ମୂଳ କାରଣ । ତେଣୁ, ଦେଶର ଦାରିଦ୍ର୍ୟକୁ ହଟାଇବାକୁ ପଡ଼ିବ । ସେଇଥିପାଇଁ ସେ “ଦରିଦ୍ର ନାରାୟଣ”ଙ୍କ ଉପରେ ସର୍ବାଧିକ ଗୁରୁତ୍ୱ ଆରୋପ କରୁଥିଲେ ।
ଆମେରିକାରୁ ସ୍ୱାମୀ ବିବେକାନନ୍ଦ ଅନେକ ପତ୍ର ଲେଖିଥିଲେ । ମୁଁ ସେହିସବୁ ପତ୍ରମାନଙ୍କ ସଂପର୍କରେ ଆଜି ଏଠାରେ କିଛି ସୂଚନା ଦେବାକୁ ଚାହୁଁଛି ଯାହା ସେ ମହୀଶୂର ମହାରାଜା ଏବଂ ସ୍ୱାମୀ ରାମକୃଷ୍ଣାନନ୍ଦଜୀଙ୍କ ନିକଟକୁ ପଠାଇଥିଲେ । ସେହିସବୁ ପତ୍ରଗୁଡ଼ିକରେ ସ୍ୱାମୀଜୀଙ୍କର ଦୁଇଟି ଚିନ୍ତାଧାରା ସ୍ପଷ୍ଟ ଭାବେ ପ୍ରତିଫଳିତ ହୋଇଥିଲା ଯାହାକି ଗରିବ ଲୋକଙ୍କ ସଶକ୍ତିକରଣ ପାଇଁ ଉଦ୍ଦିଷ୍ଟ ଥିଲା । ପ୍ରଥମତଃ, ସେ ଚାହୁଁଥିଲେ ଯେ ସଶକ୍ତିକରଣକୁ କିଭଳି ଭାବେ ଗରିବ ଲୋକଙ୍କ ନିକଟରେ ପହଞ୍ଚାଯାଇପାରିବ, ଯଦି ଗରିବ ଲୋକମାନେ ସହଜରେ ସଶକ୍ତିକରଣ ପାଖରେ ପହଞ୍ଚି ନପାରନ୍ତି । ଦ୍ୱିତୀୟରେ, ସେ ଭାରତର ଗରିବ ଲୋକମାନଙ୍କ ସଂପର୍କରେ କହିଥିଲେ, ‘ସେମାନଙ୍କୁ ନୂଆ ନୂଆ ଚିନ୍ତାଧାରା ଦେବାକୁ ହେବ; ସେମାନଙ୍କର ଆଖିକୁ ଖୋଲିବାକୁ ପଡ଼ିବ ଯେ ସେମାନଙ୍କ ଚତୁଃପାଶ୍ୱର୍ରେ, ବାହାର ଦୁନିଆରେ କିପ୍ରକାର ଘଟଣାମାନ ଘଟିଚାଲିଛି; ଏବଂ ଏହାପରେ ସେମାନେ ନିଜେ ସେମାନଙ୍କ ଉନ୍ନତି ପାଇଁ କାର୍ଯ୍ୟ କରିବା ଆରମ୍ଭ କରିପାରିବେ ।’
ଏହି କାର୍ଯ୍ୟଧାରାରେ ହିଁ ଆଜିର ଭାରତ ଆଗକୁ ଆଗେଇ ଚାଲିଛି । ଯଦି ଗରିବ ଲୋକମାନେ ବ୍ୟାଙ୍କ ନିକଟରେ କୌଣସି କାରଣରୁ ପହଞ୍ଚି ନପାରନ୍ତି, ତେବେ ବ୍ୟାଙ୍କ୍ ନିଶ୍ଚିତ ଭାବେ ଗରିବମାନଙ୍କ ପାଖରେ ପହଞ୍ôଚବ । ଜନ ଧନ ଯୋଜନା ମାଧ୍ୟମରେ ତାହା ହିଁ କରାଯାଇଛି । ଯଦି ଗରିବ ଲୋକମାନେ ବୀମା କମ୍ପାନୀଙ୍କ ନିକଟରେ ନପହଞ୍ôଚଲେ, ତେବେ ବୀମା କମ୍ପାନୀମାନେ ଗରିବ ଲୋକଙ୍କ ପାଖରେ ପହଞ୍ôଚବାକୁ ବାଧ୍ୟ । ଏହା ହିଁ ଜନ ସୁରକ୍ଷା ଯୋଜନାମାନଙ୍କ ମାଧ୍ୟମରେ କରାଯାଇଛି । ଯଦି ଗରିବ ଲୋକମାନେ ସ୍ୱାସ୍ଥ୍ୟସେବା ପର୍ଯ୍ୟନ୍ତ ପହଞ୍ôଚ ନପାରନ୍ତି, ତେବେ ସ୍ୱାସ୍ଥ୍ୟସେବା ସେମାନଙ୍କ ଦ୍ୱାରଦେଶରେ ପହଞ୍ôଚବ । ଆୟୁଷ୍ମାନ ଭାରତ ଯୋଜନା ତାହା ହିଁ କରି ଦେଖାଇଛନ୍ତି । ସଡ଼କ, ଶିକ୍ଷା, ବିଜୁଳି ଏବଂ ଇଣ୍ଟରନେଟ୍ ସଂଯୋଗ ଏବେ ଦେଶର କୋଣ ଅନୁକୋଣ ପର୍ଯ୍ୟନ୍ତ ପହଞ୍ଚାଯାଇଛି, ବିଶେଷ କରି ଗରିବ ଜନସାଧାରଣଙ୍କ ନିକଟରେ । ତାହା ହିଁ ଗରିବ ଲୋକଙ୍କ ମନରେ ଆଶା ଆକାଂକ୍ଷା ଜାଗ୍ରତ କରିଛି । ଏବଂ, ଏହିସବୁ ଆକାଂକ୍ଷା ହିଁ ଦେଶର ବିକାଶ ଧାରାକୁ ଆଗକୁ ଆଗେଇ ନେଉଛି ।
ବନ୍ଧୁଗଣ, ସ୍ୱାମୀ ବିବେକାନନ୍ଦ କହିଥିଲେ, ‘ଦୁର୍ବଳତାର ସମାଧାନ କେବଳ ଏହି କଥାକୁ ସଦାବେଳେ ଭାବିହେବା ନୁହେଁ, ବରଂ ସାମର୍ଥ୍ୟ ବୃଦ୍ଧି କଥା ଚିନ୍ତା କରିବା ।’ ଆମେ ଯେତେବେଳେ ପ୍ରତିବନ୍ଧକ ମାନସିକତା ନେଇ ଚିନ୍ତା କରୁଛେ, ତାହା ଭିତରେ ଆମେ ପୋତି ହୋଇଯାଉଛେ । କିନ୍ତୁ ଆମେ ଯେତେବେଳେ ସୁଯୋଗ ଦୃଷ୍ଟିଭଙ୍ଗୀ ନେଇ ଏହି କଥାକୁ ଚିନ୍ତା କରୁ, ଆମେ ଆଗକୁ ଅଗ୍ରସର ହେବାର ମାର୍ଗଟି ହିଁ ଆବିଷ୍କାର କରିଥାଉ । ବୈଶ୍ୱିକ ମହାମାରୀ କୋଭିଡ଼ 19 କୁ ଉଦାହରଣ ଭାବେ ନିଆଯାଉ । ଭାରତ କ’ଣ କରି ଦେଖାଇଲା? ଭାରତ କେବଳ କରୋନାକୁ ଏକ ସମସ୍ୟା ଦୃଷ୍ଟିରେ ଦେଖିନଥିଲା ଓ ନିଜକୁ ହସହାୟ ଭାବି ହାତପାଦ ବାନ୍ଧି ବସିରହି ନଥିଲା । ଭାରତ ଏହାର ସମାଧାନ ଉପରେ ନିଜର ଧ୍ୟାନ କେନ୍ଦ୍ରିତ କରିଥିଲା । ପିପିଇ କିଟ୍ ଉତ୍ପାଦନ ଠାରୁ ଆରମ୍ଭ କରି ସାରା ବିଶ୍ୱ ପାଇଁ ଔଷଧ ଉତ୍ପାଦନର ପ୍ରାଣକେନ୍ଦ୍ରରେ ପରିଣତ ହୋଇଥିଲା । ଆମ ଦେଶର ସାମର୍ଥ୍ୟ ଦିନକୁ ଦିନ ବୃଦ୍ଧି ପାଇ ଚାଲିଥିଲା । ଏଭଳି ସଂକଟର ଘଡ଼ିରେ ଭାରତ ସାରା ବିଶ୍ୱ ପାଇଁ ସହାୟତାର ଏକ ଉତ୍ସ ପାଲଟିଥିଲା। ଭାରତ ଏବେ କୋଭିଡ଼ 19 ପ୍ରତିଷେଧକ ଟିକା ବିକାଶରେ ସାରା ବିଶ୍ୱରେ ସର୍ବାଗ୍ରେ ରହିଛି । ମାତ୍ର କିଛି ଦିନ ପୂର୍ବରୁ ଭାରତରେ ବିଶ୍ୱର ସର୍ବବୃହତ୍ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି । ଆମେ ସେହି ସାମର୍ଥ୍ୟକୁ ଉପଯୋଗ କରି ଅନ୍ୟ ରାଷ୍ଟ୍ରକୁ ମଧ୍ୟ ସହାୟତା ଯୋଗାଇ ଦେଉଛୁ ।
ବନ୍ଧୁଗଣ,
ଜଳବାୟୁ ପରିବର୍ତ୍ତନ ହେଉଛି ଅନ୍ୟତମ ବୃହତ୍ ପ୍ରତିବନ୍ଧକ ଯାହା ସମଗ୍ର ବିଶ୍ୱ ଏବେ ସାମ୍ନା କରୁଛି । କିନ୍ତୁ, ଆମେ ଏହି ସମସ୍ୟା ପ୍ରତି କୌଣସି ପ୍ରତିବାଦ ପ୍ରକଟ କରିନଥିଲୁ । ଆମେ ଅନ୍ତରାଷ୍ଟ୍ରୀୟ ସୌର ସଂଗଠନ ଗଠନ ମାଧ୍ୟମରେ ଏହାର ଏକ ସମାଧାନ ସୂତ୍ର ବାହାର କଲୁ । ଆମେ ଅକ୍ଷୟ ଶକ୍ତିର ବ୍ୟାପକ ଉପଯୋଗ ଉପରେ ଗୁରୁତ୍ୱ ଆରୋପ କରିଆସୁଛୁ । ସ୍ୱାମୀ ବିବେକାନନ୍ଦଙ୍କ ପ୍ରବୁଦ୍ଧ ଭାରତର ଏହା ହେଉଛି ପରିକଳ୍ପନା ଯାହାକି ଏବେ ଦେଶରେ ନିର୍ମିତ ହୋଇଛି । ଏହା ହେଉଛି ସେହି ଭାରତ ଯାହା ବିଶ୍ୱର ସମସ୍ୟାବଳୀର ସମାଧାନ ସୂତ୍ର ବାହାର କରୁଛି ।
ବନ୍ଧୁଗଣ,
ଭାରତ ପାଇଁ ସ୍ୱାମୀ ବିବେକାନନ୍ଦଙ୍କର ବିରାଟ ସ୍ୱପ୍ନ ଥିଲା । କାରଣ ଭାରତର ଯୁବସମାଜ ଉପରେ ସ୍ୱାମୀଜୀଙ୍କର ପ୍ରବଳ ଆସ୍ଥା ଥିଲା । ସେ ଭାରତର ଯୁବଶକ୍ତିଙ୍କ ଠାରେ କୌଶଳ ଓ ଆତ୍ମବିଶ୍ୱାସର ଶକ୍ତିକେନ୍ଦ୍ର ଦେଖିପାରିଥିଲେ । ସେ କହିଥିଲେ, ‘ମୋତେ ଶହେଜଣ ଉତ୍ସାହୀ ଯୁବକଙ୍କ ଦିଅ ଓ ମୁଁ ଭାରତକୁ ବଦଳାଇଦେବି।’ ଆଜି ଆମେ ସେହି ମାନସିକତା ଭାରତର ବ୍ୟବସାୟିକ ନେତୃବର୍ଗ, କ୍ରୀଡ଼ାବିଦ୍, ଟେକ୍ନୋକ୍ରାଟ, ପ୍ରଫେସନାଲ, ବୈଜ୍ଞାନିକ, ଇନୋଭେଟର ଏବଂ ଆହୁରି ଅନେକଙ୍କ ଠାରେ ଦେଖିପାରୁଛୁ । ସେମାନେ ନିଜର ସ୍ୱାଭାବିକ ସୀମାରେଖା ଡେଇଁ ଅସମ୍ଭବକୁ ସମ୍ଭବ କରି ଦେଖାଉଛନ୍ତି ।
କିନ୍ତୁ ଆମର ଯୁବଗୋଷ୍ଠୀଙ୍କ ମନରେ ଏଭଳି ମାନସିକତାକୁ କିଭଳି ଭାବେ ଅଧିକ ମାତ୍ରାରେ ପ୍ରବେଶ କରାଯାଇପାରିବ? ପ୍ରାକ୍ଟିକାଲ୍ ବେଦାନ୍ତ ଭାଷଣରେ ସ୍ୱାମୀ ବିବେକାନନ୍ଦ ଏହା ଉପରେ କେତେକ ଗଭୀର ଚିନ୍ତାଧାରା ପ୍ରକଟ କରିଥିଲେ । ସେ ସଦାବେଳେ ବିଫଳତାକୁ ଅତିକ୍ରମ କରିବା ଉପରେ ଗୁରୁତ୍ୱାରୋପ କରୁଥିଲେ ଏବଂ ତାହାକୁ ଏକ ଅଧ୍ୟୟନର ବକ୍ରରେଖା ଭାବେ ଦେଖୁଥିଲେ । ଦ୍ୱିତୀୟ କଥାଟି ଯାହା ଲୋକମାନଙ୍କ ମନରେ ସଦାବେଳେ ବଦ୍ଧମୂଳ ହେବା ଉଚିତ, ତାହା ହେଲା: ନିର୍ଭୟ ହେବା ଏବଂ ଆତ୍ମବିଶ୍ୱାସରେ ସଦାବେଳେ ଉଦ୍ବୁଦ୍ଧ ହେବା । ନିର୍ଭୟ ହେବାର ଶିକ୍ଷା ଆମେ ସ୍ୱାମୀ ବିବେକାନନ୍ଦଙ୍କ ନିଜ ଜୀବନରୁ ହିଁ ଶିଖିଥାଉ । ସେ ଯାହା କିଛି କରୁଥିଲେ, ସେଥିରେ ସେ ଆତ୍ମ ବିଶ୍ୱାସର ଆଗକୁ ହିଁ ଯାଇ ପାରୁଥିଲେ। କାରଣ ନିଜ ଉପରେ ତାଙ୍କର ଗଭୀର ଆତ୍ମବିଶ୍ୱାସ ଥିଲା । ସେ ଦୃଢ଼ବିଶ୍ୱାସୀ ଥିଲେ ଯେ ସେ ଯେଉଁ ଭାବନାରେ ଉଦବୁଦ୍ଧ ତାହା ଶତାବ୍ଦୀ ଶତାବ୍ଦୀ ଧରି ପ୍ରାଚୀନ ।
ବନ୍ଧୁଗଣ,
ସ୍ୱାମୀ ବିବେକାନନ୍ଦଙ୍କ ଚିନ୍ତନ ଓ ବାଣୀ ଶାଶ୍ୱତ । ଏବଂ, ଆମେ ସଦାବେଳେ ଏହି ବାଣୀକୁ ସ୍ମରଣ ରଖିବାକୁ ପଡ଼ିବ: ଜଗତ ପାଇଁ କିଛି ମୂଲ୍ୟବୋଧଭିତ୍ତିକ ମହାନ କାର୍ଯ୍ୟ କରି ହିଁ ବାସ୍ତବ ଅମରତ୍ୱ ହାସଲ କରାଯାଇପାରିବ । ସେହି କର୍ମ ହିଁ ଆମ ଜୀବନ ଠାରୁ ଅଧିକ କାଳ ବଞ୍ôଚ ରହିବ । ଆମର ପୁରାଣରେ ଥିବା ଆଖ୍ୟାନ ଆମମାନଙ୍କୁ ଅନେକ ମୂଲ୍ୟବାନ କଥା ଶିକ୍ଷା ଦେଇଥାଏ । ଆମର ପୁରାଣଶାସ୍ତ୍ର ଆମକୁ ଶିକ୍ଷା ଦେଇଥାଏଯେ ଯେଉଁମାନେ ଅମରତ୍ୱ ସନ୍ଧାନରେ ଥାଆନ୍ତି, ସେମାନେ ତାହା କଦାପି ପାଇନଥାନ୍ତି । କିନ୍ତୁ ଅନ୍ୟମାନଙ୍କ ସେବା କରିବାକୁ ଯେଉଁମାନେ ନିଜର ଧର୍ମ ବୋଲି ଗ୍ରହଣ କରିଥାନ୍ତି ସେହିମାନେ ହିଁ ଅମର ହୋଇଥାନ୍ତି । ଯେମିତି ସ୍ୱାମୀଜୀ ନିଜେ ହୋଇପାରିଛନ୍ତି । ସ୍ୱାମୀଜୀ କହିଥିଲେ, ‘ସେଇମାନେ ହିଁ ବଞ୍ôଚରହନ୍ତି, ଯେଉଁମାନଙ୍କ ଜୀବନ ଅନ୍ୟ ପାଇଁ ସମର୍ପିତ ।’ ସ୍ୱାମୀ ବିବେକାନନ୍ଦଙ୍କ ଜୀବନରୁ ମଧ୍ୟ ତାହା ଉଦାହରଣ ଭାବେ ଦେଖାଯାଇପାରିବ । ସେ ନିଜ ପାଇଁ କିଛି ହାସଲ କରିବା ସକାଶେ କେବେ କୌଣସି କାର୍ଯ୍ୟରେ ଅଗ୍ରସର ହୋଇନଥିଲେ । ତାଙ୍କ ହୃଦୟର ପ୍ରତିଟି ସ୍ପନ୍ଦନ ଗରିବ ଲୋକଙ୍କ ପାଇଁ ସ୍ପନ୍ଦିତ ହେଉଥିଲ । ଶୃଙ୍ଖଳରେ ଆବଦ୍ଧ ଭାରତମାତାର ମୁକ୍ତି ପାଇଁ ତାଙ୍କର ହୃଦୟ ସ୍ପନ୍ଦିତ ହେଉଥିଲା
ବନ୍ଧୁଗଣ, ସ୍ୱାମୀ ବିବେକାନନ୍ଦ ଆଧ୍ୟତ୍ମିକ ଓ ଆର୍ଥିକ ପ୍ରଗତିକୁ ପାରସ୍ପରିକ ଠାରୁ ପୃଥକ୍ ବୋଲି କେବେ ଦେଖିନଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା, ଯେଉଁଠାରେ ଦାରିଦ୍ର୍ୟକୁ ଲୋକମାନେ ଗୌରବର ସହ ବଖାଣିଥାନ୍ତି ସେ ତାହାର ଘୋର ବିରୋଧୀ ଥିଲେ । ପ୍ରାକ୍ଟିକାଲ୍ ବେଦାନ୍ତ ଶିକ୍ଷାଦାନ ବେଳେ ସେ କହିଥିଲେ, ‘ଧର୍ମ ଓ ଜୀବନ ମଧ୍ୟରେ ଯେଉଁ କାଳ୍ପନିକ ବୈଷମ୍ୟଟି ରହିଛି ତାହା ଦୂର ହେବା ଉଚିତ, କାରଣ ବେଦାନ୍ତ କେବଳ ଏକତ୍ୱ ହିଁ ଶିକ୍ଷା ଦେଇଥାଏ ।’
ସ୍ୱାମୀଜୀ ଜଣେ ମହାନ୍ ଆଧ୍ୟାତ୍ମିକ ପ୍ରତିଭାଧାରୀ ବ୍ୟକ୍ତି ଥିଲେ, ଜଣେ ଅତି ମାତ୍ରାରେ ଉନ୍ନତ ଆତ୍ମା । ତଥାପି, ସେ ଗରିବ ଲୋକଙ୍କ ପାଇଁ ଆର୍ଥିକ ପ୍ରଗତି କଥା କହିବାକୁ ସୁଦ୍ଧା ଭୁଲି ନଥବଲେ । ସ୍ୱାମୀଜୀ ନିଜେ ଥିଲେ ଜଣେ ସନ୍ନ୍ୟାସୀ । ସେ ନିଜ ପାଇଁ କୌଣସି ଠାରେ ଗୋଟିଏ ପାହୁଲା ସୁଦ୍ଧା ହାତ ପତାଇ ମାଗିନଥିଲେ । କିନ୍ତୁ. ଏକ ବିରାଟ ଅନୁଷ୍ଠାନ ଗଠନ ନିମନ୍ତେ ସେ ପାଣ୍ଠି ସଂଗ୍ରହକୁ ସହଯୋଗ କରିଥିଲେ । ଏହିସବୁ ଅନୁଷ୍ଠାନ ଦାରିଦ୍ର୍ୟ ବିରୋଧରେ ସଂଗ୍ରାମ କରିଛି ଏବଂ ଅଭିନବତ୍ୱକୁ ପ୍ରୋତ୍ସାହନ ଯୋଗାଇଛି ।
ବନ୍ଧୁଗଣ,
ସ୍ୱାମୀ ବିବେକାନନ୍ଦଙ୍କ ଜୀବନରେ ଏଭଳି ଅସଂଖ୍ୟ କାହାଣୀ ରହିଛି ଯାହା ଆମମାନଙ୍କୁ ପ୍ରେରଣା ଯୋଗାଇ ପାରିବ । ପ୍ରବୁଦ୍ଧ ଭାରତ 125 ବର୍ଷ ଧରି ପ୍ରକାଶ ପାଇ ଆସୁଛି ଏବଂ ସ୍ୱାମୀଜୀଙ୍କ ଆଦର୍ଶକୁ ପ୍ରଚାର କରୁଛି । ତାହା ଯୁବକମାନଙ୍କୁ ଶିକ୍ଷିତ କରିବାରେ, ଏବଂ ରାଷ୍ଟ୍ରକୁ ଜାଗ୍ରତ କରିବାରେ ତାଙ୍କର ପରିକଳ୍ପନାକୁ ଆଦର୍ଶ ରୂପେ ଗ୍ରହଣ କରିଛି । ସ୍ୱାମୀ ବିବେକାନନ୍ଦଙ୍କ ଶାଶ୍ୱତ ଚିନ୍ତାଧାରାକୁ ପ୍ରସାରିତ କରିବାରେ ଏହାର ଯଥେଷ୍ଟ ଅବଦାନ ରହିଛି । ମୁଁ ପ୍ରବୁଦ୍ଧ ଭାରତର ଭବିଷ୍ୟତର ସକଳ ପ୍ରୟାସର ସର୍ବ ଶୁଭ କାମନା କରୁଛି ।
ଆପଣମାନଙ୍କୁ ଧନ୍ୟବାଦ ।