On one hand, the Government is trying to make the Armed Forces stronger; and on the other hand, there are those who do not want our Armed Forces to be strong: PM Modi
When it comes to the country's security and the requirements of the Armed Forces, our Government keeps only the interest of the nation in mind: PM
Those who deal only in lies are casting aspersions on the defence ministry, on the Air Force, and even on a foreign government: PM Modi

ଭାରତ ମାତା କି ଜୟ, ଭାରତ ମାତା କି ଜୟ, ଭାରତ ମାତା କି ଜୟ, ଉତ୍ତର ପ୍ରଦେଶର ରାଜ୍ୟପାଳ ଶ୍ରୀମାନ ରାମ ନାୟକ ମହୋଦୟ, ଉତ୍ତର ପ୍ରଦେଶର ଯଶସ୍ୱୀ ଏବଂ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମହାଶୟ, କେନ୍ଦ୍ର ସରକାରରେ ମୋର ସହଯୋଗୀ ରେଳମନ୍ତ୍ରୀ ଶ୍ରୀମାନ ପିୟୁଷ ଗୋଏଲ ମହାଶୟ, ଉତ୍ତର ପ୍ରଦେଶର ଭାରତୀୟ ଜନତା ପର୍ଟିର ଅଧ୍ୟକ୍ଷ ଏବଂ ସଂସଦରେ ମୋର ସହଯୋଗୀ ଶ୍ରମାନ ମହେନ୍ଦ୍ର ପାଣ୍ଡେ ମହାଶୟ, ଉତ୍ତର ପ୍ରଦେଶ ମନ୍ତ୍ରିପରିଷଦର ମାନନୀୟ ମନ୍ତ୍ରୀଗଣ, ଏଠାରେ ଉପସ୍ଥିତ ବିଧାୟକଗଣ, ବାଚସ୍ପତି ମହୋଦୟ ଏବଂ ବିପୁଳ ସଂଖ୍ୟାରେ ଆସିଥିବା ରାଏ ବରେଲୀର ମୋର ପ୍ରିୟ ଭାଇ ଓ ଭଉଣୀ ମାନେ ।

ଆଜି ମୁଁ ସେହି ଭୂମିରେ ଅଛି ଯାହା ଆଧ୍ୟାତ୍ମିକତା ଠାରୁ ନେଇ ସ୍ୱାଧୀନତା ସଂଗ୍ରାମର ଆନ୍ଦୋଳନ ଏବଂ ସାହିତ୍ୟ ଠାରୁ ନେଇ ରାଜନୀତି ପର୍ଯ୍ୟନ୍ତ ଦେଶକୁ ପ୍ରତ୍ୟେକ କ୍ଷେତ୍ରରେ ମାର୍ଗ ପ୍ରଦର୍ଶନ କରିଛି । ଏହା ମହାଋଷି ଯମଦଗ୍ନୀଙ୍କ ସମେତ ଅନେକ ଋଷି ମୁନିଙ୍କର ହେଉଛି ତପୋଭୂମି, ତ ପୁଣି ହେଉଛି ବୀରା ପାସୀ, ରାଣା ବେଣୀ ମାଧବ ବକ୍ସ ସିଂହଙ୍କ ବଳିଦାନର ଭୂମି । ଏହି ଭୂମି ହେଉଛି ଜାୟସୀର ଅପନତ୍ୱର ପର୍ଯ୍ୟାୟ ତ ଏହି ଭୂମିରେ ମହାବୀର ପ୍ରସାଦ ଦ୍ୱିବେଦୀଙ୍କର ରଚନା ଗୁଡ଼ିକ ସାକାର ରୂପ ଧାରଣ କରିଛି । ଏହି ଭୂମିରେ କୃଷକ ଆନ୍ଦୋଳନର ପ୍ରଣେତା ପଣ୍ଡିତ ଅମୋଲ ଶର୍ମା ହେଲେ, ତ ଏହି ଭୂମି ରାଜନାରାୟଣ ମହାଶୟଙ୍କୁ ମଧ୍ୟ ଆଶୀର୍ବାଦ ଦେଇଛି । ମୁଁ ରାଏ ବରେଲୀର ଏହି ମହାନ ଏବଂ ପୁଣ୍ୟଭୂମିକୁ ଏଠାକାର ଲୋକମାନଙ୍କୁ ଆଦର ପୂର୍ବକ ପ୍ରଣାମ କରୁଛି ।

ସାଥୀଗଣ, ଗୌରବମୟ ଇତିହାସ ସହିତ ଜଡ଼ିତ ଏହି କ୍ଷେତ୍ରର ବିକାଶ ପ୍ରତି କେନ୍ଦ୍ର ଏବଂ ଉତ୍ତର ପ୍ରଦେଶର ଭାଜପା ସରକାର ସମ୍ପୂର୍ଣ୍ଣ ଭାବେ ସମର୍ପିତ ଅଛନ୍ତି । ଏହି ଭାବନା ଅଧୀନରେ କିଛି ସମୟ ପୂର୍ବରୁ ଏଠାରେ ଏକ ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ କରାଯାଇଛି । ସଡ଼କ, ଘର, ମେଡିକାଲ କଲେଜ ଭଳି ସେହି ସମସ୍ତ ପ୍ରକଳ୍ପ ଯେଉଁ ଗୁଡ଼ିକ କିଛି ସମୟ ପୂର୍ବରୁ ଲୋକାର୍ପଣ ଏବଂ ଶିଳାନ୍ୟାସ ହୋଇଛି, ସେ ସବୁ ଆପଣ ସମସ୍ତଙ୍କ ଜୀବନକୁ ସରଳ ଏବଂ ସୁଗମ କରିବାରେ ସହାୟତା କରିବ । ଏ ସମସ୍ତ ସୁବିଧା ଗୁଡ଼ିକ ପାଇଁ ମୁଁ ଆପଣ ସମସ୍ତଙ୍କୁ ହୃଦୟର ସହିତ ଶୁଭେଚ୍ଛା ଜଣାଉଛି ।

ସାଥୀଗଣ, ଏଠାକୁ ଆସିବା ପୂର୍ବରୁ ମୁଁ, ପାଖରେ ହିଁ ନିର୍ମାଣ କରାଯାଇଥିବା ଆଧୁନିକ ରେଳ ଡବା କାରଖାନାରେ ଥିଲି । ଏହି କାରଖାନାରେ ଚଳିତ ବର୍ଷ ନିର୍ମାଣ ହୋଇଥିବା 900 ତମ ରେଳ ଡବାକୁ ସବୁଜ ପତାକା ଦେଖାଇବାର ସୁଯୋଗ ମୋତେ ମିଳିଲା । ଯେଉଁ ଗତିରେ ଏବେ ଏଠାରେ କାର୍ଯ୍ୟ ହେଉଛି, ତାହା ବାସ୍ତବିକ ହେଉଛି ବହୁତ ପ୍ରଶଂସନୀୟ । ପୂର୍ବ ସରକାରଙ୍କର କିଭଳି କାର୍ଯ୍ୟ ସଂସ୍କୃତି ଥିଲା, କିଭଳି ଦେଶର ସାଧନ ଗୁଡ଼ିକ ସହିତ ଅନ୍ୟାୟ ହୋଇଛି, ତା’ର ମଧ୍ୟ ସାକ୍ଷୀ ହେଉଛି ରାଏ ବରେଲୀର ରେଳ ଡବା କାରଖାନା । ଆପଣ ମାନେ ଚିନ୍ତା କରନ୍ତୁ କି ଏହି କାରଖାନାକୁ 2007ରେ ମଞ୍ଜୁରି ମିଳିଥିଲା । ଲକ୍ଷ୍ୟ ଥିଲା, ବର୍ଷକୁ 1000 ନୂତନ ରେଳଡବା ନିର୍ମାଣ କରିବା । ବର୍ଷ 2010 ରେ ଏହି କାରଖାନା ନିର୍ମାଣ ହୋଇ ପ୍ରସ୍ତୁତ ମଧ୍ୟ ହୋଇଗଲା । କିନ୍ତୁ ଏହା ପରେ ଚାରି ବର୍ଷ ପର୍ଯ୍ୟନ୍ତ ଏହି କାରଖାନାରୁ କପୁରଥଲାକୁ ଡବା ନେଇ ସେଗୁଡ଼ିକରେ ପ୍ୟାଚ୍ ପକାଇବା ଏବଂ ରଙ୍ଗ କରିବାର କାମ ହେଲା । ଯେଉଁ କାରଖାନା ନୂତନ ଡବା ନିର୍ମାଣ କରିବା ପାଇଁ ଥିଲା, ତାହାର ସଂପୂର୍ଣ୍ଣ କ୍ଷମତାକୁ କେବେ ମଧ୍ୟ କାର୍ଯ୍ୟ କରିବାକୁ ଦିଆଗଲା ନାହିଁ । ପରିସ୍ଥିତି ଏଭଳି ଥିଲା କି 2014 ପର୍ଯ୍ୟନ୍ତ ଏଠାରେ କେବଳ 3 ପ୍ରତିଶତ ଯନ୍ତ୍ରପାତି ହିଁ କାର୍ଯ୍ୟ କରୁଥିଲା, 3 ପ୍ରତିଶତ ଯନ୍ତ୍ରପାତି ହିଁ କାର୍ଯ୍ୟ କରୁଥିଲା ।

ଆମେ ଏହି ପରିସ୍ଥିତିକୁ ପରିବର୍ତ୍ତନ କଲୁ, ଆମ ସରକାର ଆସିବାର ତିନି ମାସ ମଧ୍ୟରେ ଏଠାରୁ ଏଭଳି ଡବା ନିର୍ମାଣ କଲୁ ଯାହା ସଂପୂର୍ଣ୍ଣ ରୂପେ ରାଏବରେଲୀର କାରଖାନାରେ ହିଁ ନିର୍ମାଣ କରାଯାଇଥିଲା । ଭାଜପା ସରକାରଙ୍କର ଏହି ପ୍ରୟାସ ଦ୍ୱାରା ଏବେ ସମସ୍ତ ଯନ୍ତ୍ରପାତି ସଂପୂର୍ଣ୍ଣ କ୍ଷମତାର ସହିତ କାର୍ଯ୍ୟ କରୁଛି । ନୂତନ ଏବଂ ଆଧୁନିକ ଯନ୍ତ୍ରପାତି ଗୁଡ଼ିକୁ ଲଗାଇବାର କାର୍ଯ୍ୟ ମଧ୍ୟ ଦ୍ରୁତ ଗତିରେ ଜାରି ରହିଛି । ଏହାର ପରିଣାମ ହେଉଛି କି ବିଗତ ବର୍ଷ ଏହି ରେଳଡବା କାରଖାନାରୁ.. ଭାଇ ମାନେ, ଆପଣ ମାନଙ୍କର ଭଲ ପାଇବାକୁ ମୁଁ ନମ୍ରତାର ସହିତ ଗ୍ରହଣ କରୁଛି, ଆପଣମାନଙ୍କର ଉତ୍ସାହକୁ ମଧ୍ୟ ମୁଁ ନମ୍ରତାର ସହ ଗ୍ରହଣ କରୁଛି କିନ୍ତୁ ମୋର ଆପଣମାନଙ୍କୁ ପ୍ରାର୍ଥନା କି ଟିକେ ଅନ୍ୟ ମାନଙ୍କୁ ମଧ୍ୟ ଶୁଣିବାକୁ ଦିଅନ୍ତୁ । ଏତେ ବିପୁଳ ସଂଖ୍ୟାରେ ଲୋକ ମାନେ ଆସିଛନ୍ତି । ଆପଣ ମାନଙ୍କର ଉତ୍ସାହ, ଆପଣ ମାନଙ୍କର ଉତ୍କଣ୍ଠା, ଆପଣମାନଙ୍କର ଭଲ ପାଇବା ଏହି ସବୁକୁ ମୁଁ ନମ୍ରତାର ସହିତ ଗ୍ରହଣ କରୁଛି, ଏବେ ଆପଣ ମାନେ ଅନୁମତି ଦେବେ ତ ମୁଁ ଆଗକୁ କହିବା ଆରମ୍ଭ କରିବି, ଆଗକୁ କହିବା ଆରମ୍ଭ କରିବି, କହିବି, ଆପଣ ମାନଙ୍କ ଅନୁମତି ବିନା ମୁଁ କୌଣସି କାର୍ଯ୍ୟ କରେ ନାହିଁ । ଦେଖନ୍ତୁ, ଏତେ ସ୍ନେହ, ଏତେ ଭଲ ପାଇବା, ଏତେ ଆଶୀର୍ବାଦ ଏହା ହେଉଛି ମୋର ସୌଭାଗ୍ୟ ଆଉ ଏଥିପାଇଁ ମୁଁ ଆପଣ ମାନଙ୍କ ନିକଟରେ କୃତଜ୍ଞ । କିନ୍ତୁ ଏଠାକୁ ଏତେ ବିପୁଳ ସଂଖ୍ୟାରେ ଲୋକ ଆସିଛନ୍ତି, ସେମାନଙ୍କୁ ମଧ୍ୟ କିଛି କଥା ଶୁଣିବାର ଅଛି । ତ ଆପଣ ମାନେ କିଛି ସମୟ ପାଇଁ ଆପଣ ମାନଙ୍କର ଏହି ଉତ୍ସାହକୁ ଏହି ଉତ୍କଣ୍ଠାକୁ ଟିକେ ଧରି ରଖିବେ କି? ପକ୍କା…ପ୍ରତିଶୃତି…ସାବାସ… । ରାଏ ବରେଲୀର ଯୁବକମାନେ ହେଉଛନ୍ତି ବହୁତ ଭଲ । ଏହାର ପରିଣାମ ହେଉଛି କି ଗତ ବର୍ଷ ଏହି ଡବା କାରଖାନାରୁ 711 ନୂତନ ଡବା ନିର୍ମାଣ ହୋଇ ବାହାରିଥିଲା । ଏବେ ମୁଁ ଚାହିଁବି ଆସନ୍ତା ବର୍ଷ ମାର୍ଚ୍ଚ ମାସ ସୁଦ୍ଧା ଏହି ସଂଖ୍ୟା ବୃଦ୍ଧି ପାଇ 1400 କୁ ଅତିକ୍ରମ କରିଯିବ ।

ସାଥୀଗଣ, ଏହି ଡବା କାରଖାନାର ଆଧୁନିକୀକରଣ କାର୍ଯ୍ୟ ନିରନ୍ତର ଜାରି ରହିଛି ଏବଂ ଆସନ୍ତା ଦୁଇ ତିନି ବର୍ଷରେ ନୂତନ ଡବା ନିର୍ମାଣ କ୍ଷେତ୍ରରେ ଏହାର କ୍ଷମତା 3 ହଜାର ପର୍ଯ୍ୟନ୍ତ ପହଂଚି ଯିବ ଆଉ ଆପଣମାନଙ୍କୁ ମୁଁ ମଧ୍ୟ ଏହା କହୁଛି କି ଆମର ପ୍ରୟାସ ହେଉଛି ପ୍ରତି ବର୍ଷ ଏହାକୁ 5000 ରେଳଡବା ନିର୍ମାଣ ପର୍ଯ୍ୟନ୍ତ ନେଇ ଯିବା । ଏହି ଡବା କାରଖାନା ପାଇଁ ଏବେ ଯେଉଁ କାର୍ଯ୍ୟ ହେଉଛି ତାହା କେବଳ ଭାରତରେ ହିଁ ନୁହେଁ, ଏହା ରାଏବରେଲୀର ରେଳଡବା ଉତ୍ପାଦନ କାରଖାନାକୁ ବିଶ୍ୱର ସବୁଠାରୁ ବଡ଼ ରେଳ ଡବା କାରଖାନା ଭାବେ ଗଢ଼ି ତୋଳିବ । ଆଉ ଭାଇ ଓ ଭଉଣୀ ମାନେ, ମୁଁ କ୍ଷୁଦ୍ର ଚିନ୍ତାଧାରା ରଖୁଥିବା ବ୍ୟକ୍ତି ନୁହେଁ । ଖୁବ ଶୀଘ୍ର ଏହି କାରଖାନାରେ ସାରା ଦେଶରେ ଚାଲୁଥିବା ମେଟ୍ରୋ ଟ୍ରେନର ଡବା ନିର୍ମାଣ ହେବ । ସ୍ୱଳ୍ପ ଦ୍ରୁତଗତି ରେଳ ପାଇଁ ସମ୍ପର୍ଣ୍ଣ ରେଳ ଡବା ନିର୍ମାଣ ହେବ । ଆଲୁମିନିୟମର ଆଧୁନିକ ଏବଂ ହାଲୁକା ଓଜନ ବିଶିଷ୍ଟ ମଜବୁତ ଡବା ମଧ୍ୟ ଏଠାରେ ନିର୍ମାଣ ହେବ ।

ଭାଇ ଓ ଭଉଣୀମାନେ, ଏହି ସମ୍ପ୍ରସାରଣ କେବଳ ଏଠାରେ ନିର୍ମାଣ ହେବାକୁ ଥିବା ଡବାର ସଂଖ୍ୟା ଏବଂ ଡବା କାରଖାନାର ହିଁ ନୁହେଁ । ଏହି ସମ୍ପ୍ରସାରଣ ଦ୍ୱାରା ଏଠାକାର ଲୋକ ମାନଙ୍କର ଜୀବନରେ ମଧ୍ୟ ଏକ ନୂତନ ସମ୍ପ୍ରସାରଣ ଆସିଛି । ଯଦି ଡବା କାରଖାନାର କ୍ଷମତା ବଢ଼ିବ ତ ଏଠାକାର ଯୁବକମାନଙ୍କ ପାଇଁ ଅନେକ ପ୍ରକାରର ରୋଜଗାର ବଢ଼ିବ । ସେହି ବିଗତ ଦିନ କଥା ଭାବନ୍ତୁ, ଯେତେବେଳେ ଏଠାରେ ପ୍ରତ୍ୟେକ ଦିନ ଦଶ-ବାର ରେଳଡବା ନିର୍ମାଣ ହେବ । ଏହି କାରଖାନାର କ୍ଷମତାର ସମ୍ପ୍ରସାରଣ ଶ୍ରମିକମାନଙ୍କ ପାଇଁ, ଇଂଜିନିୟର ମାନଙ୍କ ପାଇଁ, ଟେକ୍ନିସିଏନ ମାନଙ୍କ ପାଇଁ, ଡିପ୍ଲୋମାଧାରୀମାନଙ୍କ ପାଇଁ ମଧ୍ୟ ରୋଜଗାରର ନୂତନ ସୁଯୋଗ ନେଇ କରି ଆସିବ । କେବଳ ଏତିକି ହିଁ ନୁହେଁ ରାଏ ବରେଲୀର ଲଘୁ ଏବଂ ମଧ୍ୟମ ଉଦ୍ୟୋଗଗୁଡ଼ିକୁ ମଧ୍ୟ ଏହାର ଲାଭ ମିଳିବ ।

ଭାଇ ଓ ଭଉଣୀମାନେ, ବର୍ଷ 2014 ପୂର୍ବରୁ ଏହି ରେଳଡବା କାରଖାନା ପାଇଁ ରାଏବରେଲୀର ସ୍ଥାନୀୟ ବଜାର ଗୁଡ଼ିକରୁ ସ୍ଥାନୀୟ ବ୍ୟବସାୟୀ ମାନଙ୍କଠାରୁ ଏକ କୋଟି ଟଙ୍କାରୁ କମ୍ ମୂଲ୍ୟର ଜିନିଷପତ୍ର କିଣା ଯାଉଥିଲା । ଏହି ଆଶ୍ଚର୍ଯ୍ୟଜନକ ସୂଚନା ଟିକକ ମୁଁ ଆପଣମାନଙ୍କୁ ଦେଉଛି । କହିବି ଆପଣ ମାନଙ୍କୁ, କହିବି… ଆମ ସରକାର ଗଠନ ହେବା ପୂର୍ବରୁ ଏହି କାରଖାନା ପାଇଁ ଯେଉଁ ଜିନିଷ ପତ୍ର ବ୍ୟବହାର ହେଉଥିଲା, ଏଠାକାର ସ୍ଥାନୀୟ ଲୋକ ମାନଙ୍କଠାରୁ କେବଳ 1 କୋଟି ଟଙ୍କାର ଜିନିଷ କିଣା ଯାଉଥିଲା । ସେ କଥା ଟିକେ ଶୁଣନ୍ତୁ, ଏଠାରେ ଭାଜପା ସରକାର         ଗଠନ ହେବା ପରେ ଚଳିତ ବର୍ଷ ଏ ପର୍ଯ୍ୟନ୍ତ ଶହେ ପଚିଶ କୋଟି ଟଙ୍କାର ଜିନିଷ ପତ୍ର ରେଳ ଡବା କାରଖାନା ପାଇଁ ଏଠାକାର ସ୍ଥାନୀୟ ବ୍ୟବସାୟୀ ମାନଙ୍କଠାରୁ କିଣା ଯାଇଛି ।

ଏବେ ଯେତେବେଳେ କାରଖାନାର ସମ୍ପ୍ରସାରଣ ହେବ ତ କ୍ରୟର ପରିମାଣର ମାତ୍ରା ମଧ୍ୟ ଆହୁରି ବୃଦ୍ଧି ପାଇବ । ମୋତେ ଅବଗତ କରାଯାଇଛି କି ଏବେ ରେଳ ମନ୍ତ୍ରଣାଳୟ ଏବଂ ଉତ୍ତରପ୍ରଦେଶ ସରମାର ଏଠାରେ ଏକ ରେଳ ଔଦୌଗିକ ପାର୍କ ମଧ୍ୟ ନିର୍ମାଣ କରିବାକୁ ଯାଉଛନ୍ତି । ଏହି ଔଦୌଗିକ ପାର୍କ ମାଧ୍ୟମରେ ରେଳ କାରଖାନାର ଜିନିଷପତ୍ର ଯୋଗାଣ ହୋଇ ପାରିବ ଆଉ ଏହାର ସିଧା ସଳଖ ଲାଭ ଏଠାକାର କ୍ଷୁଦ୍ର ଏବଂ ମଧ୍ୟମ ବର୍ଗର ଉଦ୍ୟୋଗଗୁଡ଼ିକୁ ମିଳିବ ।

ସାଥୀଗଣ, ଆଜି ଆଉ ଏକ ତଥ୍ୟ ମୁଁ ରାଏବରେଲୀର ଲୋକ ମାନଙ୍କ ଆଗରେ ରଖିବାକୁ ଚାହୁଁଛି । ଯେତେବେଳେ ବିଗତ ସରକାର ଏଠାରେ ରେଳଡବା କାରଖାନା ନିର୍ମାଣ କଲେ, ସ୍ଥିର କରିଥିଲେ ତ ଏହା ମଧ୍ୟ ସ୍ଥିର ହୋଇଥିଲା କି 5000 କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ । ଏହା ପୂର୍ବ ସରକାର ସ୍ଥିର କରିଥିଲେ ଆଉ ଘୋଷଣା କରିଥିଲେ, ଫୁଲମାଳ ପିନ୍ଧିଥିଲେ, ଜିନ୍ଦାବାଦ ଧ୍ୱନି ମଧ୍ୟ ଦିଆ ଯାଇଥିଲା । କିନ୍ତୁ ଆପଣମାନେ ଏହା ଜାଣିକରି ଆଶ୍ଚର୍ଯ୍ୟ ହୋଇ ରହିଯିବେ କି ଘୋଷଣା କରା ଯାଇଥିବା ପଦବୀର ଅଧା ଲୋକଙ୍କୁ ହିଁ ନିଯୁକ୍ତି ଦିଆ ଯାଇଥିଲା । ଘୋଷଣା କରାଯାଇଥିଲା 5 ହଜାରର ଆଉ ନିଯୁକ୍ତି ମିଳିଥିଲା ତାହାର ଅଧା, କେବଳ ଏତିକି ହିଁ ନୁହେଁ, 2014 ରେ ଆମ ସରକାର ଆସିବା ପରେ ଆମେ ଏହା ମଧ୍ୟ ଦେଖିଲୁ କି ଏଠାକାର ରେଳଡବା କାରଖାନାରେ ଜଣଙ୍କୁ ମଧ୍ୟ ନିଯୁକ୍ତି ଦିଆ ଯାଇ ନ ଥିଲା । ଆପଣମାନଙ୍କୁ କ’ଣ କ’ଣ କୁହା ଯାଇଥିଲା, ଆଉ ଆପଣ ମାନେ ମଧ୍ୟ କେଉଁ ଭଳି ଭାବେ ଜୟ-ଜୟ କାର କରି ଚାଲିଥିଲେ । ଜଣଙ୍କୁ ମଧ୍ୟ ମିଳି ନ ଥିଲା । ଯେଉଁ କର୍ମଚାରୀ ମାନେ ଏଠାରେ କାର୍ଯ୍ୟ କରୁଥିଲେ, ସେମାନଙ୍କୁ କପୁରଥଲାରୁ ଅଣା ଯାଇଥିଲା ।

ଏବେ ଆଜିକାର ସ୍ଥିତି ଏହା ହେଉଛି କି ପ୍ରାୟ 2 ହଜାର ନୂତନ କର୍ମଚାରୀମାନଙ୍କୁ ଆମ ସରକାର ନିଯୁକ୍ତ କରି ସାରିଛନ୍ତି । କେବଳ ଏତିକି ହିଁ ନୁହେଁ, ଅସ୍ଥାୟୀ କର୍ମଚାରୀ ମାନଙ୍କ ସଂଖ୍ୟା ମଧ୍ୟ ଯେଉଁଠି ବର୍ଷ 2014ରେ କେବଳ 200 ଥିଲା, ଏବେ ଆଜି ଏହା ବୃଦ୍ଧି ପାଇ ପ୍ରାୟ 1500 ହୋଇ ଯାଇଛି । ଆଜି ମୁଁ ଏହା କହିବା ବେଳେ ଗର୍ବ ଅନୁଭବ କରୁଛି, ମୋତେ ଗର୍ବର ଅନୁଭବ ହେଉଛି କି ଆଗାମୀ ସମୟ ମାନଙ୍କରେ ରାଏ ବରେଲୀ ରେଳଡବା କାରଖାନା ନିର୍ମାଣ କ୍ଷେତ୍ରରେ ଏକ ବିଶ୍ୱ ସ୍ତରୀୟ ହବ୍ ହେବାକୁ ଯାଉଛି ।

ସାଥୀଗଣ, ଯୋଗାଯୋଗକୁ ସୁଦୃଢ଼ କରିବା ପାଇଁ ଦେଶର ଲୋକ ମାନଙ୍କର ସୁବିଧାକୁ ବୃଦ୍ଧି କରିବା ପାଇଁ ରେଳବାଇ ବ୍ୟତୀତ ରାଜପଥ, ବିମାନପଥ, ଜଳପଥ ଏବଂ ଆଇ-ୱେ ପ୍ରତ୍ୟେକ କ୍ଷେତ୍ରରେ ଦ୍ରୁତ ଗତିରେ କାର୍ଯ୍ୟ କରାଯାଉଛି । ଉତ୍ତରପ୍ରଦେଶରେ ନଦୀରେ ନିର୍ମାଣ ହେଉଥିବା ଜଳପଥ ହେଉ, ଆଧୁନିକ ଏକ୍ସପ୍ରେସ ୱେ ହେଉ ଅବା ପୁଣି ଗାଁରେ ଗାଁ ଗୁଡ଼ିକର ରାସ୍ତା ଜୀବନକୁ ଆହୁରି ସହଜ କରିବା ପାଇଁ ଦିନ ରାତି କାର୍ଯ୍ୟ କରାଯାଉଛି । ଏହି ମିଶନ ଅଧୀନରେ ରାଏ ବରେଲୀରେ ମଧ୍ୟ ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟ ଦ୍ରୁତ ଗତିରେ ଆଗକୁ ବଢ଼ୁଛି । କିଛି ସମୟ ପୂର୍ବରୁ ସାଢ଼େ 5 ଶହ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଯେଉଁ ରାଷ୍ଟ୍ରୀୟ ରାଜମାର୍ଗର ଲୋକାର୍ପଣ କରାଯାଇଛି, ତାହା ଦ୍ୱାରା ରାଏ ବରେଲୀ, ଲାଲଗଞ୍ଜ ଠାରୁ ଫତେପୁର ହୋଇ ସିଧା ସଳଖ ବାନ୍ଦା ପର୍ଯ୍ୟନ୍ତ ଯୋଡ଼ି ହେବ । ପ୍ରାୟ 925 କିଲୋମିଟରର ଏହି ରାଜମାର୍ଗ ଦ୍ୱାରା ଚିତ୍ରକୁଟ ଧାମରେ ପହଂଚିବା ପାଇଁ ମଧ୍ୟ ସୁବିଧା ହେବ ।

ସାଥୀଗଣ, ଭିତ୍ତିଭୂମିର ସ୍ୱାସ୍ଥ୍ୟ ଠିକ୍ କରିବା ସହିତ ସରକାର ନାଗରିକ ମାନଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଆପଣ ସମସ୍ତଙ୍କୁ, ଦେଶର ଜନତା ଜନାର୍ଦ୍ଦନଙ୍କୁ ଶସ୍ତା ଏବଂ ଉତ୍ତମ ସ୍ୱାସ୍ଥ୍ୟ ସେବା ଦେବା ପାଇଁ ମଧ୍ୟ ପ୍ରତିଶ୍ରୁତିବଦ୍ଧ ଅଟନ୍ତି । ରାଏ ବରେଲୀ ନିଜେ ମଧ୍ୟ ସୁସ୍ଥ ରହୁ, ଆଉ ସମଗ୍ର ଅଂଚଳକୁ ସୁସ୍ଥ ରଖୁ, ଏଥିପାଇଁ ଏଠାରେ ନିର୍ମାଣାଧୀନ ଏମ୍ସର କାର୍ଯ୍ୟକୁ ଆହୁରି ଗତି ଦିଆଯାଇଛି ।

ଆଜି ଏଠାରେ ଚାରି ଶହ ପଚିଶ କୋଟିରୁ ମଧ୍ୟ ଅଧିକ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ମେଡିକାଲ କଲେଜ, ହାସ୍ପାତାଳ ଓ ହଷ୍ଟେଲର ଲୋକାର୍ପଣ ଏବଂ ଶିଳାନ୍ୟାସ କରାଯାଇଛି । ମୁନ୍ସିଗଞ୍ଜରେ ନିର୍ମାଣ ହେବାକୁ ଥିବା ଏହି ମେଡିକାଲ କଲେଜ, ହାସ୍ପାତାଳ ଏଠାକାର ଏମ୍ସର ହିଁ ହେଉଛି ଏକ ଅଂଶ । ଏହାର ଲାଭ ସଂପୂର୍ଣ୍ଣ ରାଏ ବରେଲୀ ଏବଂ ଏଠାକାର ଆଖପାଖ ଜିଲ୍ଲାଗୁଡ଼ିକୁ ହେବାକୁ ଯାଉଛି । ସରକାର ସ୍ୱାସ୍ଥ୍ୟ ସହିତ ବାସଗୃହ ଦେବାକୁ ମଧ୍ୟ ଚିନ୍ତା କରୁଛନ୍ତି । କେନ୍ଦ୍ର ସରକାର ବର୍ଷ 2022 ପର୍ଯ୍ୟନ୍ତ ଦେଶର ପ୍ରତ୍ୟେକ ଗରିବ ପରିବାରକୁ ପକ୍କା ଛାତ ଘର ଦେବା ବିଷୟରେ ପ୍ରୟାସ କରୁଛନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଏ ପର୍ଯ୍ୟନ୍ତ ଦେଶରେ ପଚିଶ କୋଟିରୁ ଅଧିକ ଘରର ନିର୍ମାଣ ସଂପୂର୍ଣ୍ଣ କରାଯାଇ ସାରିଛି । ଯେଉଁମାନଙ୍କୁ ଘର ମିଳିବାକୁ ଅଛି, ସେମାନଙ୍କୁ ଚାବି ଦିଆ ଯାଇ ସାରିଛି । ଆଉ ଏବେ ଯେଉଁ ଦୀପାବଳୀ ପର୍ବ ଗଲା, ସେମାନେ ନିଜର ନୂଆ ଘରେ ଦିପାବଳୀ ମଧ୍ୟ ପାଳନ କରିଛନ୍ତି ।

ରାଏ ବରେଲୀରେ ମଧ୍ୟ, ଯେପରି ଏବେ ଯୋଗୀ ମହାଶୟ ଅବଗତ କରାଇଲେ, ଏ ପର୍ଯ୍ୟନ୍ତ 23 ହଜାରରୁ ମଧ୍ୟ ଅଧିକ ଘରର ଚାବି ମୋର ଗରିବ ପରିବାରଙ୍କୁ, ଭାଇ ଭଉଣୀମାନଙ୍କୁ ଦିଆ ଯାଇସାରିଛି । କିଛି ସମୟ ପୂର୍ବରୁ 500 ଆହୁରି ନୂତନ ଗୃହ ନିର୍ମାଣ କରିବାର ଶୁଭାରମ୍ଭ ମଧ୍ୟ ହୋଇ ସାରିଛି । ଏ ଯେଉଁ ଘର ନିର୍ମାଣ କରାଯାଉଛି, ଏହାର କେବଳ ଆଗ ଭଳି ଚାରି କାନ୍ଥ ନାହିଁ, ଆମର ପ୍ରୟାସ ହେଉଛି କି ଆମେ ଯେଉଁ ଘର ନିର୍ମାଣ କରି ଦେବୁ, ସେଥିରେ ନଳ ମଧ୍ୟ ଥାଉ ଆଉ ନଳରେ ଜଳ ମଧ୍ୟ ଥାଉ, ବିଜୁଳିର ସଂଯୋଗ ମଧ୍ୟ ରହିଥାଉ, ଗ୍ୟାସର ସଂଯୋଗ ମଧ୍ୟ ରହିଥାଉ ଏବଂ ଇଜ୍ଜତ ଘର ଶୌଚାଳୟ ମଧ୍ୟ ନିଶ୍ଚତ ଭାବେ ରହିଥାଉ ।

ଭାଇ ଓ ଭଉଣୀମାନେ, ଦେଶର ଇତିହାସରେ ଆଜିକାର ଦିନଟି ହେଉଛି ଆଉ ଗୋଟିଏ କାରଣରୁ ମଧ୍ୟ ବହୁତ ସ୍ୱତନ୍ତ୍ର । 1971 ଆଜିର ଦିନରେ ଭାରତର ବୀର ସୈନିକ ଆତଙ୍କ, ଅତ୍ୟାଚାର ଏବଂ ଅରାଜକତାର ପ୍ରତୀକ ଶକ୍ତିଗୁଡ଼ିକୁ ଧୂଳି ଚଟାଇ ଥିଲେ । ଏହି ଯୁଦ୍ଧର ଅଂଶ ପାଲଟି ଥିବା ସାରା ଦେଶର ସମସ୍ତ ସୈନିକଙ୍କୁ ମୁଁ ପ୍ରଣାମ କରୁଛି । ଯେଉଁ ସୈନିକ ଏହି ଯୁଦ୍ଧରେ ସାମିଲ ହୋଇଥିଲେ, ଶହୀଦ ହୋଇଥିଲେ, ସେଥିରେ ଉତ୍ତର ପ୍ରଦେଶର ମଧ୍ୟ ଅନେକ ସନ୍ତାନ ଥିଲେ । ସେମାନଙ୍କୁ ମଧ୍ୟ ମୁଁ 130 କୋଟି ଦେଶବାସୀ ମାନଙ୍କ ତରଫରୁ ଶ୍ରଦ୍ଧା ସୁମନ ଅର୍ପଣ କରୁଛି ।

ସେନାର ସୌର୍ଯ୍ୟ, ସମର୍ପଣ ପ୍ରତି ଡିସେମ୍ବରର ଏହି ଶୀତ ଋତୁରେ ମଧ୍ୟ ସୀମାନ୍ତରେ ମୁତୟନ ନିଜର ପ୍ରହରୀ ମାନଙ୍କର ଗୌରବ ଗାନ କରିବା ପାଇଁ ଆପଣ ସମସ୍ତେ ଦୁଇ ହାତ ଉଠାଇ ହାତ ମୁଠା କରି ମୋ ସହିତ ସେହି ବୀର ସୈନିକମାନଙ୍କ ପାଇଁ କୁହନ୍ତୁ ଭାରତମାତା କି ଜୟ, ଭାରତମାତା କି ଜୟ, ଭାରତମାତା କି ଜୟ ।

ଭାଇ ଓ ଭଉଣୀମାନେ, ଚିନ୍ତା କରନ୍ତୁ, ଯେଉଁ ଭାରତ ମାଆର ଜୟ ଧ୍ୱନିରେ ଆପଣମାନେ ଗର୍ବ ଅନୁଭବ କରୁଛନ୍ତି କିଛି ଲୋକଙ୍କୁ ଏଥିରେ ମଧ୍ୟ ଲାଜ ଲାଗୁଥିବା ଦେଖିବାକୁ ମିଳୁଛି । ଏମାନେ ହେଉଛନ୍ତି କେଉଁ ଭଳି ଲୋକ ଯେଉଁମାନଙ୍କୁ ଭାରତ ମାତାର ଜୟଘୋଷରେ ଅସୁବିଧା ଲାଗୁଛି, ଯେଉଁ ମାନଙ୍କୁ ଦେଶର ଚିନ୍ତା ନାହିଁ?

ସାଥୀଗଣ, ମୋଦୀକୁ ସେମାନେ ଗାଳି ଦିଅନ୍ତି, ମୁଁ ଜାଣିଛି । ମୋଦୀ ଉପରେ ସେମାନେ କୌଣସି ପ୍ରକାରର ଦାଗ ଲଗାଇ ଦେବାକୁ ଚାହୁଁଛନ୍ତି । ଏହା ମୁଁ ମଧ୍ୟ ଜାଣିଛି । କିନ୍ତୁ ଜନତା ଚାହୁଁଛି କି ଏଥିପାଇଁ ଦେଶକୁ କାହିଁକି ବାଜି ଲଗା ଯାଉଛି? କାହିଁକି ଦେଶର ସୁରକ୍ଷା ସହିତ ଖେଳ ଖେଳା ଯାଉଛି?

ଭାଇ ଓ ଭଉଣୀମାନେ, ଆଜି ଦେଶ ସାମ୍ନାରେ ଦୁଇଟି ପକ୍ଷ ଅଛନ୍ତି, ଗୋଟିଏ ପକ୍ଷ ହେଉଛି ସତ୍ୟର, ହେଉଛି ସୁରକ୍ଷାର, ହେଉଛି ସରକାରଙ୍କର, ଯେଉଁମାନେ ସମସ୍ତ ପ୍ରକାରର ପ୍ରୟାସ କରୁଛନ୍ତି କି ଆମର ସେନାର ଶକ୍ତି ବଢ଼ୁ । ଅନ୍ୟ ପକ୍ଷ ହେଉଛି ସେହି ଶକ୍ତି ମାନଙ୍କର ଯେଉଁମାନେ ଯେ କୌଣସି ମୂଲ୍ୟରେ ଦେଶକୁ ଶକ୍ତିହୀନ କରିବାକୁ ଚାହୁଁଛନ୍ତି । ଆପଣ ମାନେ ମୋତେ କୁହନ୍ତୁ ଭାଇମାନେ, ଆମ ଦେଶର ସୈନିକ ମାନେ ଶକ୍ତିଶାଳୀ ହେବା ଦରକାର ନା ଦରକାର ନୁହେଁ? ଦେଶର ସୈନିକ ସାମର୍ଥ୍ୟବାନ ହେବା ଦରକାର ଅବା ଦରକାର ନୁହେଁ? ସୈନିକମାନଙ୍କ ହାତରେ ଆଧୁନିକ ଅସ୍ତ୍ରଶସ୍ତ୍ର ରହିବା ଦରକାର ନା ଦରକାର ନୁହେଁ?

ଆଜି ଦେଶ ଏହା ଦେଖୁଛି କି କଂଗ୍ରେସ ସେହି ଶକ୍ତି ମାନଙ୍କ ସହିତ ଠିଆ ହୋଇ ରହିଛି, ଆମର ବିରୋଧୀ ସେହି ଶକ୍ତି ମାନଙ୍କ ସହିତ ଠିଆ ହୋଇ ରହିଛି ଯେଉଁମାନେ ଆମର ସୈନିକ ମାନଙ୍କୁ ଶକ୍ତିଶାଳୀ ହୋଇ ଠିଆ ହେବାକୁ ଦେବା ପାଇଁ ଚାହାଁନ୍ତି ନାହିଁ । ଏଭଳି ଲୋକ ମାନଙ୍କର ପ୍ରୟାସକୁ କେଉଁ – କେଉଁ ଦେଶରୁ ସମର୍ଥନ ମିଳୁଛି । ଏହା ମଧ୍ୟ ଦେଶ ଦେଖୁଛି । କ’ଣ କାରଣ ରହିଛି କି ଏଠାରେ ଏଭଳି ଭାଷା କିଛି ନେତା କହୁଛନ୍ତି, ଫଳରେ ପାକିସ୍ଥାନରେ ତାଳି ମାଡ଼ ହେଉଛି? କାହିଁକି ଏଭଳି ହେଉଛି?

ସାଥୀଗଣ, ରାମଚରିତ ମାନସରେ ଏକ ଚୌପାଇ ଅଛି । ଗୋସ୍ୱାମୀ ତୁଳସୀ ଦାସ ମହାରାଜ ଲେଖିଛନ୍ତି କି ଭଗବାନ ଶ୍ରୀରାମ କାହାର ବ୍ୟକ୍ତିତ୍ୱ ବିଷୟରେ ବୁଝାଇବାକୁ ଯାଇ କହୁଛନ୍ତି – “ଝୁଠଇ ଲେନା, ଝୁଠଇ ଦେନା, ଝୁଠଇ ଭୋଜନ, ଝୁଠ୍ ଚବେନା” । ଅର୍ଥାତ କିଛି ଲୋକ ମିଥ୍ୟାକୁ ହିଁ ସ୍ୱୀକାର କରନ୍ତି, ଅନ୍ୟମାନଙ୍କୁ ମିଥ୍ୟା ହିଁ ଦେଇଥାନ୍ତି, ମିଥ୍ୟାର ହିଁ ଭୋଜନ କରିଥାନ୍ତି ଏବଂ ମିଥ୍ୟା ହିଁ ଚୋବାଇ ଚାଲି ଥାଆନ୍ତି ।

କିଛି ଲୋକ ଏହି ପଂକ୍ତିକୁ ନିଜ ଜୀବନର ମୂଳ ମନ୍ତ୍ର କରି ଦେଇଛନ୍ତି । ଆଉ ଏଥିପାଇଁ ଏଭଳି ଲୋକମାନଙ୍କ ପାଇଁ ଦେଶର ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟ ହେଉଛି ମିଥ୍ୟା, ଦେଶର ପ୍ରତିରକ୍ଷା ମଧ୍ୟ ମିଥ୍ୟାବାଦୀ, ଭାରତୀୟ ବାୟୁସେନାର ଅଫିସର ମିଥ୍ୟାବାଦୀ, ଫ୍ରାନ୍ସର ସରକାର ମଧ୍ୟ ମିଥ୍ୟାବାଦୀ, ଏବେ ତ’ ସେମାନଙ୍କୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ମିଥ୍ୟା ଭଳି ଲାଗୁଛନ୍ତି । କିନ୍ତୁ ସାଥୀଗଣ, ସତ୍ୟକୁ ଶୃଙ୍ଗାରର ଆବଶ୍ୟକତା ପଡି ନ ଥାଏ । ସତ୍ୟକୁ ଶୃଙ୍ଗାରର ଆବଶ୍ୟକତା ପଡି ନ ଥାଏ ଆଉ ଯେତେ ପାରୁଛ ମିଛ କୁହାଯାଏ ସେଥିରେ ଜୀବନ ନ ଥାଏ । କିନ୍ତୁ ଆମର ଏଠାରେ ବହୁତ ବଡ଼ କଥା କୁହାଯାଇଛି – “ଜୟେତ ସତ୍ୟେନ ଚାନୃତମ୍” ଅର୍ଥାତ ମିଛ କହିବାର ପ୍ରବୃତି ଉପରେ ସତ୍ୟବାଦୀତା ମାଧ୍ୟମରେ ହିଁ ବିଜୟ ପ୍ରାପ୍ତ ହୋଇଥାଏ ।  

ମୁଁ ଦେଶବାସୀମାନଙ୍କୁ ସ୍ପଷ୍ଟ ଭାବେ କହିବାକୁ ଚାହୁଁଛି କି କଂଗ୍ରେସ ସରକାର ଗୁଡିକର ଇତିହାସ ସୈନିକମାନଙ୍କ ପ୍ରତି, କଂଗ୍ରେସର ମନୋଭାବ କ’ଣ ଥିଲା? ଏହି ଦେଶ କେବେ ସେମାନଙ୍କୁ କ୍ଷମା କରିବ ନାହିଁ, ଦେଶ କେବେ ତାହାକୁ ଭୁଲିବ ନାହିଁ ।

ସାଥୀଗଣ, କାରଗିଲ ଯୁଦ୍ଧ ପରେ ଆମ ବାୟୁସେନା ଆଧୁନିକ ବିମାନର ଆବଶ୍ୟକତା ବିଷୟରେ କହିଥିଲା । କାରଗିଲ ଯୁଦ୍ଧ ପରେ, ଅଟଳ ମହାଶୟଙ୍କ ସରକାର ପରେ, କଂଗ୍ରେସ ଦଶ ବର୍ଷ ଦେଶରେ ଶାସନ କଲା କିନ୍ତୁ ବାୟୁସେନାକୁ ସୁଦୃଢ ହେବାକୁ ଦେଲାନାହିଁ  । ଶେଷରେ କ’ଣ ପାଇଁ, କାହା ଚାପରେ?

ଭାଇ ଓ ଭଉଣୀମାନେ, ପ୍ରତିରକ୍ଷା କାରବାର ମାମଲାରେ କଂଗ୍ରେସର ଇତିହାସ ବୋଫର୍ସ ଦୁର୍ନୀତି ଭଳି କ୍ୱାତ୍ରୋଚି ମାମୁଁଙ୍କ ସହିତ ରହିଛି । କଂଗ୍ରେସ ସରକାରଙ୍କ ସମୟରେ ହୋଇଥିବା ହେଲିକାପ୍ଟର ଦୁର୍ନିତିର ଅଭିଯୁକ୍ତ ଆଉ ଜଣେ ମାମୁ ଖ୍ରୀଷ୍ଟିଆନ ମିଶେଲଙ୍କୁ ଧରି କିଛି ଦିନ ପୂର୍ବେ ହିଁ ଭାରତକୁ ଅଣା ଯାଇଛି । ଆଉ ଆମେ ସମସ୍ତେ ଏହା ମଧ୍ୟ ଦେଖିଛୁ କି କିଭଳି ଏହି ଅଭିଯୁକ୍ତଙ୍କୁ ବଂଚାଇବା ପାଇଁ କଂଗ୍ରେସ ତୁରନ୍ତ ନିଜର ଓକିଲଙ୍କୁ ଅଦାଲତକୁ ପଠାଇ ଦେଲେ । ମୁଁ କଂଗ୍ରେସ ଠାରୁ ଏହା ଜାଣିବାକୁ ଚାହୁଁଛି କି କ’ଣ ସେମାନେ ଏଥିପାଇଁ ବିଗିଡ଼ି ଯାଇଛନ୍ତି, ମିଛ ପରେ ମିଛ କହି ଚାଲିଛନ୍ତି, କାରଣ ଭାଜପା ସରକାର ଯେଉଁ ପ୍ରତିରକ୍ଷା କାରବାର କରୁଛନ୍ତି, ସେଥିରେ କୌଣସି କ୍ୱାତ୍ରୋଚି ମାମୁଁଙ୍କ ନାମ ନାହିଁ, ଖ୍ରୀଷ୍ଟିଆନ ମିଶେଲ ମାମୁଁଙ୍କ ନାମ ନାହିଁ? କ’ଣ ଏଥିପାଇଁ ସେମାନେ ଏବେ ନ୍ୟାୟପାଳିକା ଉପରେ ଅବିଶ୍ୱାସର ବାତାବରଣ ସୃଷ୍ଟି କରିବାରେ ଲାଗି ପଡ଼ିଛନ୍ତି? ନ୍ୟାୟପାଳିକାକୁ ହିଁ କାଠଗଡ଼ାରେ ଠିଆ କରାଇବା ପାଇଁ ସେମାନେ ବାରମ୍ବାର କହି ଲାଗି ପଡ଼ିଛନ୍ତି ।

ଭାଇ ଓ ଭଉଣୀମାନେ, ଆମ ପାଇଁ ସର୍ବଦା ଦେଶ ହେଉଛି ଦଳଠାରୁ ବଡ଼ । ଆଉ ଜୀବନ ଥିବା ଯାଏ ଆଗାମୀ ପିଢି ପର୍ଯ୍ୟନ୍ତ ଏହା ଆମର ମନ୍ତ୍ର ହୋଇ ରହିବ । ଦଳ ଠାରୁ ବଡ଼ ହେଉଛି ଦେଶ । ଆଜି ମୁଁ ଦେଶକୁ କହିବାକୁ ଚାହୁଁଛି କି ଯେତେବେଳେ ଦେଶର ସୁରକ୍ଷାର କଥା ହେଉ, ସେନାର ଆବଶ୍ୟକତା କଥା ହେଉ, ସୈନିକଙ୍କର ସମ୍ମାନର କଥା ହେଉ, କେନ୍ଦ୍ରର ଭାଜପା ଏନଡ଼ିଏ ସରକାର କେବଳ ଗୋଟିଏ କଥା ଉପରେ ଧ୍ୟାନ ରଖିଥାଏ- ରାଷ୍ଟ୍ର ହିତ, ଦେଶ ହିତ, ଜନ ହିତ । ଏହା ହେଉଛି ଆମର ସଂସ୍କାର, ଏହା ହେଉଛି ଆମ ସରକାରଙ୍କର ସଂସ୍କାର ।

ଆମେ ସଂପୂର୍ଣ୍ଣ ପ୍ରୟାସ କରୁଛୁ କି ଭାରତର ସେନା କାହାଠାରୁ କମ୍ ନ ହୁଅନ୍ତୁ, ଆମ ପାଇଁ ଜୀବନକୁ ବାଜି ଲଗାଉଥିବା ସୈନିକ ମାନଙ୍କୁ କୌଣସି ମଧ୍ୟ ଅସୁବିଧା ନ ହେଉ । ଶେଷରେ ମୁଁ ସେହି ମାଆଙ୍କ ପ୍ରତି ମଧ୍ୟ ହେଉଛି ଉତ୍ତରଦାୟୀ, ଯେଉଁ ମାନେ ନିଜ ପୁଅକୁ ସୀମାକୁ ପଠାଉଛନ୍ତି । ମୁଁ ସେହି ଭଉଣୀମାନଙ୍କ ପ୍ରତି ମଧ୍ୟ ହେଉଛି ଉତ୍ତରଦାୟୀ ଯେଉଁ ମାନେ ନିଜ ଭାଇଙ୍କୁ ସୀମାକୁ ପଠାଉଛନ୍ତି । ଯେଉଁ ପରିବାର, ଯେଉଁ ପିଲା ନିଜ ବାପାଙ୍କୁ ପ୍ରତୀକ୍ଷା କରିଛନ୍ତି, ସେମାନଙ୍କ ପ୍ରତି ମଧ୍ୟ ମୁଁ ହେଉଛି ଉତ୍ତରଦାୟୀ । ଯେ ପର୍ଯ୍ୟନ୍ତ ଆମ ସରକାର ଅଛି, ଯେ ପର୍ଯ୍ୟନ୍ତ ମୁଁ ଅଛି, ସରକାର ଏଭଳି ଲକ୍ଷ ଲକ୍ଷ, କୋଟି କୋଟି ପରିବାରଙ୍କ ପ୍ରତି ଉତ୍ତରଦାୟୀ ରହିବେ, ଗୋଟିଏ ପରିବାର ପ୍ରତି ନୁହେଁ । ଏଥିପାଇଁ କଠିନରୁ କଠିନ ନିଷ୍ପତ୍ତି ନେବାକୁ ହେଉ, ଆମର ପାଦ କେବେ ପଛକୁ ଘୁଂଚିବ ନାହିଁ ।

ଭାଇ ଓ ଭଉଣୀମାନେ, ଆମର ସୈନିକ ମାନଙ୍କ ସୁରକ୍ଷା ପ୍ରତି କଂଗ୍ରେସର ଆଭିମୁଖ୍ୟ କ’ଣ ଥିଲା, ଏହା ମୁଁ ଦେଶକୁ ପୁଣି ସ୍ମରଣ କରାଇ ଦେବାକୁ ଚାହୁଁଛି । ବର୍ଷ 2009ରେ ଭାରତର ସେନା 1 ଲକ୍ଷ 86 ହଜାର ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ପାଇଁ ଦାବି କରିଥିଲେ । 2009 ରୁ ନେଇ 2014 ପର୍ଯ୍ୟନ୍ତ, ପାଂଚ ବର୍ଷ ବିତିଗଲା, କିନ୍ତୁ ସେନାବାହିନୀ ପାଇଁ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ କିଣା ଗଲା ନାହିଁ । କେନ୍ଦ୍ରରେ ଆମ ସରକାର ଗଠନ ହେବା ପରେ, 2016 ରେ ଆମେ ସେନା ବାହିନୀ ପାଇଁ 50 ହଜାର ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ କିଣିବା ପାଇଁ ମଞ୍ଜୁରି ଦେଲୁ । ମୁଁ ଦେଶକୁ ଏହି ସୂଚନା ମଧ୍ୟ ଦେବାକୁ ଚାହୁଁଛି କି ଚଳିତ ବର୍ଷ ଅପ୍ରେଲରେ ପୂରା 1 ଲକ୍ଷ 86 ହଜାର ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ବରାଦ ଦିଆ ଯାଇସାରିଛି । ଏହି ଜ୍ୟାକେଟ୍ ଭାରତର ଏକ କମ୍ପାନୀ ତିଆରି କରୁଛି ।

ଭାଇ ଓ ଭଉଣୀମାନେ, କଂଗ୍ରେସର ପାପ ବିଷୟରେ ଜଣାଇବା ପାଇଁ ଏତେ କିଛି ଅଛି କି କହୁ କହୁ ବୋଧ ହୁଏ ସପ୍ତାହେ ସପ୍ତାହେ ବିତି ଯିବ । ଆଜି ମୁଁ ଦେଶକୁ ଏହା ମଧ୍ୟ ଜଣାଇବାକୁ ଚାହୁଁଛି କି ଯଦି 2014 ପରେ ମଧ୍ୟ ଦେଶରେ କଂଗ୍ରେସ ସରକାର ଗଠନ ହୋଇ ଥାଆନ୍ତା ତ ଆମର ଗୌରବ, ଦେଶର ଗୌରବ, ତେଜସ୍ ଭଳି ଲଢ଼ୁଆ ଯୁଦ୍ଧ ବିମାନ ସବୁଦିନ ପାଇଁ ଡବାରେ ବନ୍ଦ କରି ରଖା ଯାଇଥାଆନ୍ତା । କେହି ପଚାରିଲାବାଲା ନ ଥାନ୍ତେ । କଂଗ୍ରେସ ସରକାର ସମୟରେ ତେଜସ ନିର୍ମାଣ ସହିତ ଜଡ଼ିତ ପ୍ରତ୍ୟେକ ଜିନିଷକୁ ଦୁର୍ବଳ କରିବା ପାଇଁ ପ୍ରୟାସ ୟୁପିଏ ସରକାରରେ ହୋଇଥିଲା । ଏହି ପ୍ରକଳ୍ପ ପୂର୍ବରୁ ହିଁ ବର୍ଷ ବର୍ଷ ଧରି ଅଟକି ରହିଥିଲା, କିନ୍ତୁ କଂଗ୍ରେସ ସରକାରଙ୍କ ଅମଳରେ ଏହାକୁ ଗତି ଦେବା ପାଇଁ କୌଣସି ପ୍ରୟାସ କରାଯାଇ ନ ଥିଲା ।

ଭାଜପା ଏବଂ ଏନଡ଼ିଏ ସରକାର ଆସିବା ପରେ ଆମେ ଜୁଲାଇ 2016ରେ ଏହି ନିଷ୍ପତ୍ତି ନେଲୁ କି ତେଜସକୁ 45 ସ୍କ୍ୱାର୍ଡନରେ ସାମିଲ କରାଯିବ । ଆମ ସରକାର 53 ନୂତନ ତେଜସ ବିମାନ କିଣାଯିବା ପ୍ରସ୍ତାବକୁ ମଞ୍ଜୁରି ଦେଇ ଦେଲେ । ଏତିକି ହିଁ ନୁହେଁ, ତେଜସ ବିମାନ ନିର୍ମାଣରେ ହାଲର କ୍ଷମତାକୁ ଦୁଇ ଗୁଣ କରିବା ପାଇଁ ବିଗତ ବର୍ଷ 1400 କୋଟି ଟଙ୍କାର ମଧ୍ୟ ମଞ୍ଜୁରି ଦିଆଯାଇଛି ।

ଭାଇ ଓ ଭଉଣୀମାନେ, ସ୍ୱାଧୀନତା ପରଠାରୁ ହିଁ କଂଗ୍ରେସର ଏହି କାର୍ଯଧାରା ରହି ଆସିଛି, କଂଗ୍ରେସ ସରକାରଙ୍କ ଦ୍ୱାରା କରାଯାଇଥିବା ପ୍ରତ୍ୟେକ ପ୍ରତିରକ୍ଷା କାରବାରରେ କୌଣସି ନା କୌଣସି ବିଦେଶୀ ମାମୁ, କେହି ବିଦେଶୀ ଦାଦା, କୌଣସି କାକା, କୌଣସି ପୁତୁରା, କେହି ନା କେହି ତ ବାହାରି ଆସି ଥାଆନ୍ତି । ଆଉ ଏଥିପାଇଁ ଯେତେବେଳେ ପାରଦର୍ଶିତା ଏବଂ ସଚ୍ଚୋଟତାର ସହିତ କାରବାର ହୋଇଥାଏ, ତ କଂଗ୍ରେସ ବିଚଳିତ ହୋଇ ଯାଇଥାଏ । ଏକ ନିର୍ଦ୍ଧାରିତ ରଣନୀତି ଅନୁସାରେ ସେନା ଉପରେ ହିଁ ଆକ୍ରମଣ କରି ଦିଆ ଯାଇଥାଏ, ସେନାବାହିନୀକୁ ଦୁର୍ବଳ କରିବାର ପ୍ରୟାସ କରା ଯାଇଥାଏ ।

ସାଥୀଗଣ, ସେନାର ମାନ ମର୍ଯ୍ୟାଦା ସେମିତିରେ ହିଁ କଂଗ୍ରେସ ଏବଂ ତା’ର ଚେଲା ଚାମଚାଙ୍କ କଳ୍ପନା ବର୍ହିଭୂତ ହୋଇଥାଏ । ଯେଉଁ ଦଳର ଲୋକ ଆମର ସୋ ବାହିନୀର ଅଧ୍ୟକ୍ଷଙ୍କୁ ଗୁଣ୍ଡା କହି ଥାଆନ୍ତି ଆଉ ଗୁଣ୍ଡା କହୁଥିବା ଲୋକଙ୍କୁ ଯେଉଁଠାରେ ଦଳରେ ଉଚ୍ଚ ପଦରେ ବସାଇ ଦିଆ ଯାଇଥାଏ, ସେଭଳି ଲୋକଙ୍କଠାରୁ ଆଉ କ’ଣ ଅଧିକ ଆଶା କରାଯାଇ ପାରେ । ଯେଉଁ ଦଳର ଲୋକ ସର୍ଜିକାଲ ଷ୍ଟ୍ରାଇକ୍ ଉପରେ ପ୍ରଶ୍ନ ଉଠାଇ ଥାଆନ୍ତି, ନିଜ ସେନା ଅପେକ୍ଷା ଶତ୍ରୁଙ୍କ ଦାବି ଗୁଡ଼ିକ ଉପରେ ଅଧିକ ଭରସା ରଖି ଥାଆନ୍ତି, ସେମାନଙ୍କଠାରୁ କ’ଣ ଆଶା କରାଯାଇ ପାରେ?

ଯେଉଁ ଦଳର ଲୋକ ମାମୁଲି ଅର୍ଥ କେବଳ ପାଂଚ ଶହ କୋଟି ଟଙ୍କା ରଖିକରି ସେନା ବାହିନୀର ଆଖିରେ ଧୂଳି ଫିଙ୍ଗିବାର ପ୍ରୟାସ କରନ୍ତି । ଆଉ ପାଂଚ ଶହ କୋଟି ଟଙ୍କାରେ ଗୋଟିଏ ପଦବୀ, ଗୋଟିଏ ପେନସନ୍ (ୱାନ ରେଙ୍କ – ୱାନ୍ ପେନସନ୍)ର ମିଥ୍ୟା ପ୍ରତିଶ୍ରୁତି ଦେଇ କରି ଫୁଲମାଳ ପିନ୍ଧିବାରେ ଲାଗି ଯାଇ ଥାଆନ୍ତି, ସେଭଳି ଲୋକ ମାନଙ୍କ ଠାରୁ କ’ଣ ଆଶା କରାଯାଇ ପାରେ? ଗୋଟିଏ ପଦବୀ, ଗୋଟିଏ ପେନସନ୍ (ୱାନ ରେଙ୍କ – ୱାନ୍ ପେନସନ୍)ର ବିଷୟ ତ ଚାଳିଶ ବର୍ଷ ଧରି ଅଟକି ରହିଥିଲା, ଏହାକୁ ମଧ୍ୟ ଆମ ସରକାର ପୂରଣ କଲେ । 11 ହଜାର କୋଟିରୁ ମଧ୍ୟ ଅଧିକ ଅର୍ଥ ବକେୟା ଅର୍ଥ ଭାବେ ପୂର୍ବତନ ସୈନିକ, ଯବାନ ମାନଙ୍କୁ ମିଳି ମଧ୍ୟ ସାରିଛି ।

ସାଥୀଗଣ, କଂଗ୍ରେସ ଶାସନ ସମୟରେ ନା ଜବାନ ମାନଙ୍କୁ ଗୁରୁତ୍ୱ ଦିଆଯାଇ ଥାଏ, ନା କୃଷକ ମାନଙ୍କୁ ଗୁରୁତ୍ୱ ଦିଆଯାଇ ଥାଏ । ଯବାନମାନଙ୍କ ପରେ ଏବେ ମୁଁ ବିସ୍ତୃତ ଭାବେ କୃଷକମାନଙ୍କର କଥା ମଧ୍ୟ କହିବି ।

70 ବର୍ଷରେ  ପ୍ରଥମ ଥର ଦେଶର କୌଣସି ସରକାର କୃଷକମାନଙ୍କର ଆୟ ବୃଦ୍ଧି କରିବା ସଂପର୍କରେ ଚିନ୍ତା କରିଛନ୍ତି, ତ ସେ ହେଉଛନ୍ତି ଆମ ସରକାର, ଏନଡିଏ ସରକାର । କୃଷକମାନଙ୍କର ପ୍ରତ୍ୟେକଟି ସମସ୍ୟାକୁ ବୁଝି, ଭବିଷ୍ୟତର ଆବଶ୍ୟକତା ଗୁଡିକୁ ବୁଝି, ବିହନ ଠାରୁ ଆରମ୍ଭ କରି ବଜାର ପର୍ଯ୍ୟନ୍ତ ଆମ ସରକାର ନୀତି ସବୁ ପ୍ରସ୍ତୁତ କରିଛନ୍ତି, ଏବଂ ସେଗୁଡିକୁ ମଧ୍ୟ ଲାଗୁ କରାଇଛନ୍ତି । ଆମେ ବହୁତ ସଚ୍ଚୋଟତାର ସହିତ, ବହୁତ ପରିଶ୍ରମ କରି କୃଷକମାନଙ୍କୁ ଚାଷବାସ ସହିତ ଜଡିତ ସମସ୍ୟା ମଧ୍ୟରୁ ମୁକାଳିବା ପାଇଁ ପ୍ର୍ରୟାସ କରୁଛୁ । କିନ୍ତୁ ଦେଶର କୃଷକମାନଙ୍କୁ କଂଗ୍ରେସର ଇତିହାସ, ତାହାର ନୀତି, ତାହାର ସତ୍ୟତା. ତାହାର ବିଶ୍ୱାସଘାତକତା କେବେ ମଧ୍ୟ ଭୁଲିବା ଉଚିତ ନୁହେଁ । କଂଗ୍ରେସ ପାଖରେ ଏହି କଥାର କ’ଣ ଉତ୍ତର ରହିଛି କି ଯେତେବେଳେ ଦଶ ବର୍ଷ ପର୍ଯ୍ୟନ୍ତ କ୍ଷମତାରେ ରହିଲେ ତ, କ’ଣ ପାଇଁ ସ୍ୱାମୀନାଥନ କମିଟିର ରିପୋର୍ଟକୁ ଲାଗୁ କଲେ ନାହିଁ? ତେବେ କାହାର ଚାପ ରହିଥିଲ? କାହିଁକି ସେମାନେ ଏମଏସପି ଭଳି ଗୁରୁତ୍ୱପୂର୍ଣ୍ଣ  ବିଷୟକୁ ମାଟି ତଳେ ହିଁ ପୋତି ଦେଇଥିଲେ । ଏହି କଥାର ଉତ୍ତର କଂଗ୍ରେସ କେବେ ହେଲେ ମଧ୍ୟ ଦେବ ନାହିଁ ଆଉ ନା ହିଁ ତାହା ଦ୍ୱାରା ତିଆରି କରାଯାଇଥିବା ବାତାବରଣ ଓ ବ୍ୟବସ୍ଥା କେବେ ଜବାବ ମାଗିବ ।

କିନ୍ତୁ ଭାଇ ଓ ଭଉଣୀମାନେ, କେନ୍ଦ୍ରର ଏନଡିଏ ସରକାର କୃଷକମାନଙ୍କ ଆୟ ବୃଦ୍ଧି କରିବା ପାଇଁ ଏମଏସପି ଉପରେ ସ୍ୱାମୀନାଥନ କମିଟିର ରିପୋର୍ଟକୁ ଲାଗୁ କଲେ । ଖରିଫ ଏବଂ ରବି ଋତୁରେ ବାଇଶ ଫସଲ ଉପରେ ଆଜି ଏମଏସପିକୁ ସୁନିଶ୍ଚିତ କରାଯାଇଛି । କଂଗ୍ରେସର ଇକୋ ସିଷ୍ଟମ ଆପଣମାନଙ୍କୁ କେବେ ମଧ୍ୟ କହିବ ନାହିଁ କି କେବଳ ଗୋଟିଏ ଗୋଟିଏ ନିଷ୍ପତ୍ତିରେ ଆଉ ଏହା ବହୁତ ମହତ୍ୱପୂର୍ଣ୍ଣ କଥା ହେଉଛି କି, କେବଳ ଗୋଟିଏ ମାତ୍ର ନିଷ୍ପତ୍ତିରେ ଆମ ଦେଶର କୃଷକମାନଙ୍କୁ 60 ହଜାର କୋଟି ଟଙ୍କାରୁ ଅଧିକ ମିଳିବା ସ୍ଥିର ହୋଇଛି । 60 ହଜାର କୋଟି ଟଙ୍କାର ଲାଭ ।

ଭାଇ ଓ ଭଉଣୀମାନେ, ମୁଁ କଂଗ୍ରେସ ଠାରୁ ଏହା ମଧ୍ୟ ଜାଣିବାକୁ ଚାହିଁବି କି ଶେଷରେ ତାହା କାହାର ଚାପ ଥିଲା, ଯେତେବେଳେ ସେମାନେ ୟୁରିଆକୁ ଶତ – ପ୍ରତିଶତ ନିମପ୍ରଲେପଯୁକ୍ତ କରିବାର ନିଷ୍ପତ୍ତି ଠାରୁ ଦୂରରେ ରହିଲେ । ଆମ ଦେଶର କୃଷକ ୟୁରିଆ ଅଭାବ ସମୟରେ ଲାଠି ମାଡ ଖାଉଥିଲା । କଂଗ୍ରେସ ସରକାର ତାହାର ତାମସା ଦେଖିଚାଲିଥିଲା ।

 ସାଥୀଗଣ, ମୁଁ ପୁଣି ଥରେ ଦେଶକୁ ମନେ ପକାଇ ଦେବାକୁ ଚାହୁଁଛି କି ଏହି କଂଗ୍ରେସ ସରକାର ଥିଲା ଯେତେବେଳେ କୃଷକମାନଙ୍କଠାରୁ ଫସଲ ବୀମା ପାଇଁ 15 ପ୍ରତିଶତରୁ ଅଧିକ ପ୍ରିମିୟମ ନିଆଯାଉଥିଲା । ବୀମା ରାଶିରେ ମଧ୍ୟ କ୍ୟାପିଙ୍ଗ ହେଉଥିଲା । ତିରିଶ ପ୍ରତିଶତ ଫସଲ କ୍ଷତିଗ୍ରସ୍ତ ହୋଇଛି ଅବା ଚାଳିଶ ପ୍ରତିଶତର, କୌଣସି ନା କୌଣସି ବଡ଼ ବଡ଼ ଦୁର୍ନୀତିର ଖେଳ ଖେଳା ଯାଉଥିଲା । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଆଣି ଆମ ସରକାର କୃଷକମାନଙ୍କର ଏହି ସମସ୍ତ ସମସ୍ୟାକୁ ଦୂର କଲୁ । ଆଜି ଭିନ୍ନ – ଭିନ୍ନ ଫସଲ ଉପରେ କେବଳ ଦେଢ ପ୍ରତିଶତରୁ ନେଇ ପାଂଚ ପ୍ରତିଶତ ପର୍ଯ୍ୟନ୍ତ ପିମିୟମ କୃଷକମାନଙ୍କଠାରୁ ନିଆ ଯାଉଛି । ଶହେ ଟଙ୍କାରେ କେବଳ ଦେଢ ଟଙ୍କା ଅଧିକରୁ ଅଧିକ ପାଂଚ ଟଙ୍କା । ଯଦି ମୁଁ ବିଗତ ଦୁଇ ବର୍ଷର ପରିସଂଖ୍ୟାନ ଦେବି ତ ସାରା ଦେଶରେ କୃଷକ ମାନଙ୍କଠାରୁ ପ୍ରିମିୟମ ଆକାରରେ ଆଠ ହଜାର କୋଟି ଟଙ୍କା ନିଆଯାଇଛି । ସମଗ୍ର ଦେଶରେ ଆଠ ହଜାର କୋଟି ଟଙ୍କା  କିନ୍ତୁ ବିପର୍ଯ୍ୟୟ ପରେ, ଫସଲ ନଷ୍ଟ ହେବା ପରେ କୃଷକମାନଙ୍କୁ 33 ହଜାର କୋଟି ଟଙ୍କାରୁ ଅଧିକ ସହାୟତା ସେଥିରୁ ମିଳିଛି । ଆଠ ହଜାର ତୁଳନାରେ 33 ହଜାର କୋଟି ଟଙ୍କା କୃଷକମାନଙ୍କ ପାଖକୁ ଗଲା । ଅର୍ଥାତ ଯେତିକି  କୃଷକମାନଙ୍କ ଠାରୁ ନିଆଗଲା ତା’ଠାରୁ ଚାରି ଗୁଣାରୁ ଅଧିକ ଫେରସ୍ତ କରାଗଲା ।

ସାଥୀଗଣ, ବିଗତ କିଛି ସମୟ ଧରି ଋଣ ଛାଡକୁ ନେଇ ମଧ୍ୟ କଂଗ୍ରେସ ବଡ଼ – ବଡ଼ କଥା କହୁଛି । କିନ୍ତୁ ଏହା ମଧ୍ୟ ହେଉଛି କେବଳ ବିଶ୍ୱାସଘାତକତା, ହେଉଛି ମିଥ୍ୟା, କର୍ଣ୍ଣାଟକରେ କଂଗ୍ରେସ କୃଷକ ମାନଙ୍କୁ ଋଣ ଛାଡ଼ କରିବା ନେଇ ପ୍ରତିଶୃତି ଦେଇଥିଲା । କେବଳ ଦଶ ଦିନର କଥା କୁହା ଯାଇଥିଲା କିନ୍ତୁ ଆଜି ଛଅ ମାସ ପରେ ଆଉ କିଛି ଭିନ୍ନ ସତ୍ୟତା ରହିଛି । ଏବେ ଦୁଇ ତିନି ଦିନ ପୂର୍ବେ ହିଁ ଖବର କାଗଜ ବିସ୍ତାରିତ ଭାବେ ରିପୋର୍ଟ ଛାପିଛି କି କର୍ଣ୍ଣାଟକରେ ଛଅ ମାସରେ ଏକ ହଜାର କୃଷକ ମାନଙ୍କର ଋଣ ଛାଡ଼ ହୋଇ ନାହିଁ । ଚିନ୍ତା କରନ୍ତୁ, ଏକ ହଜାରଙ୍କୁ ମଧ୍ୟ ନୁହେଁ । ଶହ ଶହ କୃଷକମାନଙ୍କ ବିରୁଦ୍ଧରେ ଅଦାଲତରେ ମୋକଦ୍ଦମା ଆରମ୍ଭ କରି ଦେଲେଣି, ସେମାନଙ୍କ ବିରୁଦ୍ଧରେ ଗିରଫ ପରୱାନା ବାହାର କରାଯାଇଛି । କଂଗ୍ରେସ ତା’ର ସମସ୍ତ ଶକ୍ତିକୁ ପ୍ରୟୋଗ କରୁଛି କି ଏହି ସତ୍ୟଟି ଦବିଯାଉ, ଲୁଚିଯାଉ, ଦେଶର କୃଷକଙ୍କ ସମ୍ମୁଖକୁ ନ ଆସୁ । କିନ୍ତୁ କୃଷକ ମାନଙ୍କଠାରେ କରାଯାଉଥିବା ଏହି ବିଶ୍ୱାସଘାତକତା ସେମାନଙ୍କୁ ସଦା ସର୍ବଦା ପାଇଁ କ୍ଷତିଗ୍ରସ୍ତ କରି ଦେବା ଭଳି ହେବ । କଂଗ୍ରେସର ଷଡଯନ୍ତ୍ରକୁ ବିଜେପି ସରକାର ଘର ଘର ପର୍ଯ୍ୟନ୍ତ ଯାଇ ପହଂଚାଇବ ।

ସାଥୀଗଣ, ମନେ ପକାନ୍ତୁ, 2008ରେ ମଧ୍ୟ କଂଗ୍ରେସ ସାରା ଦେଶର କୃଷକ ମାନଙ୍କ ପାଇଁ ଏଭଳି ଋଣ ଛାଡ଼ର ପ୍ରତିଶ୍ରୁତି ଦେଇଥିଲା, ସେତେବେଳେ ସମଗ୍ର ଦେଶରେ କୃଷକ ମାନଙ୍କ ଉପରେ 6 ଲକ୍ଷ କୋଟି ଟଙ୍କାରୁ ଅଧିକ ଋଣ ଥିଲା । କିନ୍ତୁ କଂଗ୍ରେସ ସରକାର ଋଣ ଛାଡ଼ କଲେ, ଛଅ ଲକ୍ଷ କୋଟି ଋଣ, ଆଉ କଲେ କେତେ କେବଳ ମାତ୍ର 60 ହଜାର କୋଟି । କେଉଁଠି ଛଅ ଲକ୍ଷ କୋଟି ଆଉ କେଉଁଠି 60 ହଜାର କୋଟି । ଏତେ ବଡ଼ ବିଶ୍ୱାସଘାତକତା । ଏତିକି ହିଁ ନୁହେଁ, ଋଣ ଛାଡ଼ ଆଳରେ ଏଭଳି 35 ଲକ୍ଷ ଲୋକ ପାଖାପାଖି ସେମାନେ ବାହାରି ଆସିଲେ । ଯେଉଁ ଋଣ ଛାଡ଼ କରି ଦିଆ ଯାଇଥିଲା, କିନ୍ତୁ ସେମାନେ ଋଣ ଛାଡ଼ର ହକଦାର ହିଁ ନ ଥିଲେ, ପଛ ଦରଜା ଦେଇ ଟଙ୍କା ମାଗୁଥିଲେ ।

ଭାଇ ଓ ଭଉଣୀମାନେ, ଚାଷବାସ, କୃଷକ ମାନଙ୍କ ସହିତ ଜଡ଼ିତ କୌଣସି କ୍ଷେତ୍ର ହେଉ, କଂଗ୍ରେସ ତାହାକୁ ସୁଦୃଢ଼ କରିବା ପାଇଁ କେବେ ମଧ୍ୟ ଧ୍ୟାନ ଦେଇ ନାହିଁ । ଖାଦ୍ୟ ପ୍ରକ୍ରିୟାକରଣ ହେଉ, ବିହନର ଗୁଣବତାରେ ସୁଧାର ହେଉ, କୃଷି ଗବେଷଣା ହେଉ, ଚାଷବାସ ମାଧ୍ୟମରେ ଆୟ ବୃଦ୍ଧି କରିବା ଭଳି ଅନ୍ୟ ସାଧନ ହେଉ, ଜଳସେଚନ ବ୍ୟବସ୍ଥା ହେଉ, ଯେତେ ପ୍ରୋତ୍ସାହନ ସେମାନଙ୍କୁ ଏହି ସରକାରଙ୍କଠାରୁ ମିଳିବାର ଥିଲା, ତାହା କଂଗ୍ରେସ କେବେ ହେଲେ ମଧ୍ୟ ଦେଇ ନାହିଁ ।

ଆଜି ଶହ ଶହ ନୂତନ  କୃଷି ବିଜ୍ଞାନିକ କେନ୍ଦ୍ର ଖୋଲି 17 କୋଟିରୁ ଅଧିକ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଦେଇ, ଖାଦ୍ୟ ପ୍ରକ୍ରିୟାକରଣରେ 100 ପ୍ରତିଶତ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ କରି, ସମଗ୍ର ଦେଶରେ ହଜାର ହଜାର ନୂତନ ଗୋଦାମ ଗୃହ ଖୋଲି, ସମଗ୍ର ଯୋଗାଣ ଶୃଙ୍ଖଳକୁ ସୁଦୃଢ଼ କରି କୃଷକ ମାନଙ୍କର ଚାଷବାସ ଖର୍ଚ୍ଚ ହ୍ରାସ କରିବା ଏବଂ ଫସଲ ଗୁଡ଼ିକ ପାଇଁ ଉଚ୍ଚ ମୂଲ୍ୟ ଦେବାର ପ୍ରୟାସ କରାଯାଉଛି ।

ସାଥୀଗଣ, ସରକାର ହୁଏତ କେନ୍ଦ୍ରର ହେଉ, କିମ୍ବା ଯୋଗୀ ମହାଶୟଙ୍କ ନେତୃତ୍ୱରେ ୟୁପିର ସରକାର ଆମର ହେଉଛି ଗୋଟିଏ ହିଁ ମନ୍ତ୍ର, ସମସ୍ତଙ୍କ ସହିତ ସମସ୍ତଙ୍କର ବିକାଶ, ଏହାକୁ ସୁନିଶ୍ଚିତ କରିବା ପାଇଁ ଆମେ ଦିନ ରାତି ଲାଗି ପଡ଼ିଛୁ ।       ଏଠାରେ ରାଏ ବରେଲୀରେ ମଧ୍ୟ ଆଠ ଲକ୍ଷ ଲୋକଙ୍କର ବ୍ୟାଙ୍କ ଖାତା ଖୋଲା ଯାଇଛି; 175,000 ମହିଳାଙ୍କୁ ମାଗଣାରେ ଏଲପିଜି ଗ୍ୟାସ ସଂଯୋଗ ଦିଆ ଯାଇଛି, ପ୍ରାୟ 55 ହଜାର ଘରଙ୍କୁ ମାଗଣାରେ ବିଜୁଳି ସଂଯୋଗ ଦିଆ ଯାଇ ଆଲୋକିତ କରାଯାଇଛି ।

ଆପଣମାନଙ୍କର ସମସ୍ତଙ୍କର ଅଦ୍ଭୁତପୂର୍ବ ସହଯୋଗ ସରକାରଙ୍କର ପ୍ରୟାସକୁ ଶକ୍ତି ଦେଉଛି । ଆପଣ ମାନଙ୍କର ସହଯୋଗର ଏ ହେଉଛି ଶକ୍ତି କି ସାଧାରଣରୁ ସାଧାରଣ ମନୁଷ୍ୟର ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବାରେ ଆମେ ସଫଳ ହୋଇ ପାରିଛୁ । ଆଗାମୀ ସମୟରେ ସରୋକାର ଏବଂ ସହଯୋଗର ଏହି ଭାବନାକୁ ଆମକୁ ଆହୁରି ଅଧିକ ସୁଦୃଢ଼ କରିବାକୁ ଅଛି, ମିଳିମିଶି କରିବାର ଅଛି । ରାଏବରେଲୀ ସମେତ ସମଗ୍ର ଉତ୍ତର ପ୍ରଦେଶର ଦ୍ରୁତ ବିକାଶ ପାଇଁ ପ୍ରତ୍ୟେକ ସ୍ତରରେ ଆମକୁ ମିଳିମିଶି ଆଗକୁ ବଢ଼ିବାକୁ ଅଛି । ଏହି ବିଶ୍ୱାସର ସହିତ ପୁଣି ଆଉ ଥରେ ସମସ୍ତ ବିକାଶ ମୂଳକ ପରିଯୋଜନା ପାଇଁ ଆପଣ ମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି । ଆପଣ ମାନେ ସମସ୍ତେ ଏଠାରେ ବିଶାଳ ସଂଖ୍ୟାରେ ମୋତେ ଆଶୀର୍ବାଦ ଦେବା ପାଇଁ ପହଂଚିଲେ ଏଥିପାଇଁ ମଧ୍ୟ ମୁଁ ଆପଣ ମାନଙ୍କୁ ସମସ୍ତଙ୍କୁ ହୃଦୟର ଗଭୀରତମ କୋଣରୁ ଧନ୍ୟବାଦ ଅର୍ପଣ କରୁଛି ।

ମୋ ସହିତ ଉଚ୍ଚ ସ୍ୱରରେ କୁହନ୍ତୁ ଭାରତ ମାତା କି ଜୟ…, ଭାରତ ମାତା କି ଜୟ…, ଭାରତ ମାତା କି ଜୟ…

ବହୁତ ବହୁତ ଧନ୍ୟବାଦ ।   

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
Snacks, Laughter And More, PM Modi's Candid Moments With Indian Workers In Kuwait

Media Coverage

Snacks, Laughter And More, PM Modi's Candid Moments With Indian Workers In Kuwait
NM on the go

Nm on the go

Always be the first to hear from the PM. Get the App Now!
...
Joint Statement: Official visit of Shri Narendra Modi, Prime Minister of India to Kuwait (December 21-22, 2024)
December 22, 2024

At the invitation of His Highness the Amir of the State of Kuwait, Sheikh Meshal Al-Ahmad Al-Jaber Al-Sabah, Prime Minister of India His Excellency Shri Narendra Modi paid an official visit to Kuwait on 21-22 December 2024. This was his first visit to Kuwait. Prime Minister Shri Narendra Modi attended the opening ceremony of the 26th Arabian Gulf Cup in Kuwait on 21 December 2024 as the ‘Guest of Honour’ of His Highness the Amir Sheikh Meshal Al-Ahmad Al-Jaber Al-Sabah.

His Highness the Amir of the State of Kuwait Sheikh Meshal Al-Ahmad Al-Jaber Al-Sabah and His Highness Sheikh Sabah Al-Khaled Al-Sabah Al-Hamad Al-Mubarak Al-Sabah, Crown Prince of the State of Kuwait received Prime Minister Shri Narendra Modi at Bayan Palace on 22 December 2024 and was accorded a ceremonial welcome. Prime Minister Shri Narendra Modi expressed his deep appreciation to His Highness the Amir of the State of Kuwait Sheikh Meshal Al-Ahmad Al-Jaber Al-Sabah for conferring on him the highest award of the State of Kuwait ‘The Order of Mubarak Al Kabeer’. The leaders exchanged views on bilateral, global, regional and multilateral issues of mutual interest.

Given the traditional, close and friendly bilateral relations and desire to deepen cooperation in all fields, the two leaders agreed to elevate the relations between India and Kuwait to a ‘Strategic Partnership’. The leaders stressed that it is in line with the common interests of the two countries and for the mutual benefit of the two peoples. Establishment of a strategic partnership between both countries will further broad-base and deepen our long-standing historical ties.

Prime Minister Shri Narendra Modi held bilateral talks with His Highness Sheikh Ahmad Abdullah Al-Ahmad Al-Jaber Al-Mubarak Al-Sabah, Prime Minister of the State of Kuwait. In light of the newly established strategic partnership, the two sides reaffirmed their commitment to further strengthen bilateral relations through comprehensive and structured cooperation in key areas, including political, trade, investment, defence, security, energy, culture, education, technology and people-to-people ties.

The two sides recalled the centuries-old historical ties rooted in shared history and cultural affinities. They noted with satisfaction the regular interactions at various levels which have helped in generating and sustaining the momentum in the multifaceted bilateral cooperation. Both sides emphasized on sustaining the recent momentum in high-level exchanges through regular bilateral exchanges at Ministerial and senior-official levels.

The two sides welcomed the recent establishment of a Joint Commission on Cooperation (JCC) between India and Kuwait. The JCC will be an institutional mechanism to review and monitor the entire spectrum of the bilateral relations between the two countries and will be headed by the Foreign Ministers of both countries. To further expand our bilateral cooperation across various fields, new Joint Working Groups (JWGs) have been set up in areas of trade, investments, education and skill development, science and technology, security and counter-terrorism, agriculture, and culture, in addition to the existing JWGs on Health, Manpower and Hydrocarbons. Both sides emphasized on convening the meetings of the JCC and the JWGs under it at an early date.

Both sides noted that trade has been an enduring link between the two countries and emphasized on the potential for further growth and diversification in bilateral trade. They also emphasized on the need for promoting exchange of business delegations and strengthening institutional linkages.

Recognizing that the Indian economy is one of the fastest growing emerging major economies and acknowledging Kuwait’s significant investment capacity, both sides discussed various avenues for investments in India. The Kuwaiti side welcomed steps taken by India in making a conducive environment for foreign direct investments and foreign institutional investments, and expressed interest to explore investment opportunities in different sectors, including technology, tourism, healthcare, food-security, logistics and others. They recognized the need for closer and greater engagement between investment authorities in Kuwait with Indian institutions, companies and funds. They encouraged companies of both countries to invest and participate in infrastructure projects. They also directed the concerned authorities of both countries to fast-track and complete the ongoing negotiations on the Bilateral Investment Treaty.

Both sides discussed ways to enhance their bilateral partnership in the energy sector. While expressing satisfaction at the bilateral energy trade, they agreed that potential exists to further enhance it. They discussed avenues to transform the cooperation from a buyer-seller relationship to a comprehensive partnership with greater collaboration in upstream and downstream sectors. Both sides expressed keenness to support companies of the two countries to increase cooperation in the fields of exploration and production of oil and gas, refining, engineering services, petrochemical industries, new and renewable energy. Both sides also agreed to discuss participation by Kuwait in India's Strategic Petroleum Reserve Programme.

Both sides agreed that defence is an important component of the strategic partnership between India and Kuwait. The two sides welcomed the signing of the MoU in the field of Defence that will provide the required framework to further strengthen bilateral defence ties, including through joint military exercises, training of defence personnel, coastal defence, maritime safety, joint development and production of defence equipment.

The two sides unequivocally condemned terrorism in all its forms and manifestations, including cross-border terrorism and called for disrupting of terrorism financing networks and safe havens, and dismantling of terror infrastructure. Expressing appreciation of their ongoing bilateral cooperation in the area of security, both sides agreed to enhance cooperation in counter-terrorism operations, information and intelligence sharing, developing and exchanging experiences, best practices and technologies, capacity building and to strengthen cooperation in law enforcement, anti-money laundering, drug-trafficking and other transnational crimes. The two sides discussed ways and means to promote cooperation in cybersecurity, including prevention of use of cyberspace for terrorism, radicalisation and for disturbing social harmony. The Indian side praised the results of the fourth high-level conference on "Enhancing International Cooperation in Combating Terrorism and Building Resilient Mechanisms for Border Security - The Kuwait Phase of the Dushanbe Process," which was hosted by the State of Kuwait on November 4-5, 2024.

Both sides acknowledged health cooperation as one of the important pillars of bilateral ties and expressed their commitment to further strengthen collaboration in this important sector. Both sides appreciated the bilateral cooperation during the COVID- 19 pandemic. They discussed the possibility of setting up of Indian pharmaceutical manufacturing plants in Kuwait. They also expressed their intent to strengthen cooperation in the field of medical products regulation in the ongoing discussions on an MoU between the drug regulatory authorities.

The two sides expressed interest in pursuing deeper collaboration in the area of technology including emerging technologies, semiconductors and artificial intelligence. They discussed avenues to explore B2B cooperation, furthering e-Governance, and sharing best practices for facilitating industries/companies of both countries in the policies and regulation in the electronics and IT sector.

The Kuwaiti side also expressed interest in cooperation with India to ensure its food-security. Both sides discussed various avenues for collaboration including investments by Kuwaiti companies in food parks in India.

The Indian side welcomed Kuwait’s decision to become a member of the International Solar Alliance (ISA), marking a significant step towards collaboration in developing and deploying low-carbon growth trajectories and fostering sustainable energy solutions. Both sides agreed to work closely towards increasing the deployment of solar energy across the globe within ISA.

Both sides noted the recent meetings between the civil aviation authorities of both countries. The two sides discussed the increase of bilateral flight seat capacities and associated issues. They agreed to continue discussions in order to reach a mutually acceptable solution at an early date.

Appreciating the renewal of the Cultural Exchange Programme (CEP) for 2025-2029, which will facilitate greater cultural exchanges in arts, music, and literature festivals, the two sides reaffirmed their commitment on further enhancing people to people contacts and strengthening the cultural cooperation.

Both sides expressed satisfaction at the signing of the Executive Program on Cooperation in the Field of Sports for 2025-2028. which will strengthen cooperation in the area of sports including mutual exchange and visits of sportsmen, organising workshops, seminars and conferences, exchange of sports publications between both nations.

Both sides highlighted that education is an important area of cooperation including strengthening institutional linkages and exchanges between higher educational institutions of both countries. Both sides also expressed interest in collaborating on Educational Technology, exploring opportunities for online learning platforms and digital libraries to modernize educational infrastructure.

As part of the activities under the MoU between Sheikh Saud Al Nasser Al Sabah Kuwaiti Diplomatic Institute and the Sushma Swaraj Institute of Foreign Service (SSIFS), both sides welcomed the proposal to organize the Special Course for diplomats and Officers from Kuwait at SSIFS in New Delhi.

Both sides acknowledged that centuries old people-to-people ties represent a fundamental pillar of the historic India-Kuwait relationship. The Kuwaiti leadership expressed deep appreciation for the role and contribution made by the Indian community in Kuwait for the progress and development of their host country, noting that Indian citizens in Kuwait are highly respected for their peaceful and hard-working nature. Prime Minister Shri Narendra Modi conveyed his appreciation to the leadership of Kuwait for ensuring the welfare and well-being of this large and vibrant Indian community in Kuwait.

The two sides stressed upon the depth and importance of long standing and historical cooperation in the field of manpower mobility and human resources. Both sides agreed to hold regular meetings of Consular Dialogue as well as Labour and Manpower Dialogue to address issues related to expatriates, labour mobility and matters of mutual interest.

The two sides appreciated the excellent coordination between both sides in the UN and other multilateral fora. The Indian side welcomed Kuwait’s entry as ‘dialogue partner’ in SCO during India’s Presidency of Shanghai Cooperation Organisation (SCO) in 2023. The Indian side also appreciated Kuwait’s active role in the Asian Cooperation Dialogue (ACD). The Kuwaiti side highlighted the importance of making the necessary efforts to explore the possibility of transforming the ACD into a regional organisation.

Prime Minister Shri Narendra Modi congratulated His Highness the Amir on Kuwait’s assumption of the Presidency of GCC this year and expressed confidence that the growing India-GCC cooperation will be further strengthened under his visionary leadership. Both sides welcomed the outcomes of the inaugural India-GCC Joint Ministerial Meeting for Strategic Dialogue at the level of Foreign Ministers held in Riyadh on 9 September 2024. The Kuwaiti side as the current Chair of GCC assured full support for deepening of the India-GCC cooperation under the recently adopted Joint Action Plan in areas including health, trade, security, agriculture and food security, transportation, energy, culture, amongst others. Both sides also stressed the importance of early conclusion of the India-GCC Free Trade Agreement.

In the context of the UN reforms, both leaders emphasized the importance of an effective multilateral system, centered on a UN reflective of contemporary realities, as a key factor in tackling global challenges. The two sides stressed the need for the UN reforms, including of the Security Council through expansion in both categories of membership, to make it more representative, credible and effective.

The following documents were signed/exchanged during the visit, which will further deepen the multifaceted bilateral relationship as well as open avenues for newer areas of cooperation:● MoU between India and Kuwait on Cooperation in the field of Defence.

● Cultural Exchange Programme between India and Kuwait for the years 2025-2029.

● Executive Programme between India and Kuwait on Cooperation in the field of Sports for 2025-2028 between the Ministry of Youth Affairs and Sports, Government of India and Public Authority for Youth and Sports, Government of the State of Kuwait.

● Kuwait’s membership of International Solar Alliance (ISA).

Prime Minister Shri Narendra Modi thanked His Highness the Amir of the State of Kuwait for the warm hospitality accorded to him and his delegation. The visit reaffirmed the strong bonds of friendship and cooperation between India and Kuwait. The leaders expressed optimism that this renewed partnership would continue to grow, benefiting the people of both countries and contributing to regional and global stability. Prime Minister Shri Narendra Modi also invited His Highness the Amir of the State of Kuwait, Sheikh Meshal Al-Ahmad Al-Jaber Al-Sabah, Crown Prince His Highness Sheikh Sabah Al-Khaled Al-Sabah Al-Hamad Al-Mubarak Al-Sabah, and His Highness Sheikh Ahmad Abdullah Al-Ahmad Al-Jaber Al-Mubarak Al-Sabah, Prime Minister of the State of Kuwait to visit India.