ଆପଣ ସମସ୍ତଙ୍କୁ ପ୍ରବାସୀ ଭାରତୀୟ ଦିବସର ବହୁତ ବହୁତ ଶୁଭକାମନା ।
ପ୍ରବାସୀ ଭାରତୀୟ ଦିବସର ଏହି ପରମ୍ପରାରେ ଆଜି ପ୍ରଥମ ‘ପ୍ରବାସୀ ସାଂସଦ ସମ୍ମେଳନ’ ଏକ ନୂତନ ଅଧ୍ୟାୟ ଯୋଡି ହେଉଛି । ମୁଁ ଉତ୍ତର ଆମେରିକା, ଦକ୍ଷିଣ ଆଫ୍ରିକା, ଆଫ୍ରିକା, ୟୁରୋପ, ଏସିଆ, ଉପସାଗରୀୟ ଅଂଚଳ, ଆଦି ବିଶ୍ୱର ପ୍ରତ୍ୟେକ କୋଣ ଅନୁକୋଣରୁ ଏଠାକୁ ଆସିଥିବା ସମସ୍ତ ପ୍ରବାସୀ ବନ୍ଧୁଙ୍କୁ ହାର୍ଦ୍ଦିକ ସ୍ୱାଗତ କରୁଛି ।
ଭାରତକୁ ସ୍ୱାଗତ ! ନିଜ ଘରକୁ ସ୍ୱାଗତ !
ଆପଣଙ୍କ ପୁରୁଣା ପିଢି, ପୁରୁଣା ସ୍ମୃତି ଭାରତର ଭିନ୍ନ ଭିନ୍ନ ଭାଗରେ ଯୋଡି ହୋଇ ରହିଛି । ଆପଣଙ୍କ ପୂର୍ବପୁରୁଷର କିଛି ଲୋକ ବ୍ୟାପାର କରିବା ପାଇଁ, କିଛି ଲୋକ ପାଠ ପଢିବା ପାଇଁ ଯାଇଥିଲେ । କିଛି ଲୋକଙ୍କୁ ଜବରଦସ୍ତ ଏଠାରୁ ନିଆଯାଇଥିଲା, କିଛି ଲୋକଙ୍କୁ ପ୍ରଲୋଭନ ଦେଖାଇ, ଶିଖାଇ ନିଆଯାଇଥିଲା । ଯଦିଓ ସେମାନେ ସଶରୀର ସେଠାକୁ ଚାଲିଗଲେ, କିନ୍ତୁ ନିଜ ମନକୁ, ନିଜ ଆତ୍ମାକୁ, ଏକ ଅଂଶକୁ ଏହି ମାଟିରେ ଛାଡିଯାଇଥିଲେ । ଏଥିପାଇଁ ଆଜି ଯେତେବେଳେ ଆପଣ ଭାରତର କୌଣସି ବିମାନବନ୍ଦରରେ ଓହ୍ଲାଉଛନ୍ତି ତ ଆପଣଙ୍କୁ ଏଇ ମାଟିରେ ଦେଖି ଆତ୍ମାର ସେହି ଅଂଶ ପ୍ରଫୁଲ୍ଲିତ ହେବାକୁ ଲାଗେ ।
ସେହି ସମୟରେ ଗଳା କିଛି ରୁଦ୍ଧ ହେଲା ଭଳି ଅନୁଭୂତ ହୋଇଥାଏ । କିଛି ଭାବନା ଆଖିରୁ ବାହାରି ଆସିବାକୁ ଚାହୁଁଥାଏ । ଆପଣ ତାକୁ ରୋକିବା ପାଇଁ ଭରପୂର ପ୍ରୟାସ କରନ୍ତି, କିନ୍ତୁ ରୋକି ପାରନ୍ତି ନାହିଁ । ଆପଣଙ୍କ ଆଖି ଓଦା ହୋଇଯାଏ, କିନ୍ତୁ ସେଥିରେ ଭାରତ ଆସିବାର ଚମକ ମଧ୍ୟ ଅନୁଭୂତ ହୋଇଥାଏ । ଆପଣଙ୍କର ସେହି ଭାବନାକୁ ମୁଁ ବୁଝିପାରୁଛି । ସେହି ସ୍ନେହ, ସେହି ଶ୍ରଦ୍ଧା, ସେହି ସମ୍ମାନ, ସେହି ଏଠାକାର ମାଟି, ଏଠାକାର ପବନର ବାସ୍ନା, ଯେଉଁ ଅଂଶ କାରଣରୁ ହୋଇଥାଉ, ମୁଁ ତାକୁ ପ୍ରଣାମ କରୁଛି । ଆଜି ଆପଣମାନଙ୍କୁ ଏଠାରେ ଦେଖି ଆପଣଙ୍କ ପୂର୍ବ ପୁରୁଷଙ୍କୁ କେତେ ପ୍ରଶଂସା ହେଉଥିବ ତା’ର ଅନୁମାନ ଆମେ ସମସ୍ତେ ଲଗାଇ ପାରିବା । ସେମାନେ ଯେଉଁଠାରେ ମଧ୍ୟ ଥିବେ, ଆପଣମାନଙ୍କୁ ଏଠାରେ ଦେଖି ସବୁଠାରୁ ଅଧିକ ଖୁସି ହେବେ, ପ୍ରସନ୍ନ ହେବେ ।
ସାଥୀଗଣ,
ହଜାର ବର୍ଷର ସମୟ ମଧ୍ୟରେ ଭାରତରୁ ଯେଉଁ ଲୋକମାନେ ମଧ୍ୟ ବାହାରକୁ ଯାଇଛନ୍ତି, ଭାରତ ସେମାନଙ୍କ ମନରୁ କେବେ ହେଲେ ମଧ୍ୟ ବାହାରକୁ ଯାଇନାହିଁ । ବିଶ୍ୱର ଯେକୌଣସି ଭୂଭାଗକୁ ମଧ୍ୟ ସେମାନେ ଯାଇଛନ୍ତି, ସେମାନେ ଭାରତର ସଭ୍ୟତା ଏବଂ ମୂଲ୍ୟବୋଧକୁ ଜୀବନ୍ତ ରଖିଛନ୍ତି । ଏହା କୌଣସି ଆଶ୍ଚର୍ଯ୍ୟର କଥା ନୁହେଁ କି ଭାରତ ମାଟିରୁ ଯାଇଥିବା ପ୍ରବାସୀ ଯେଉଁଠାକୁ ଗଲେ ମଧ୍ୟ, ସେଠାରେ ସଂପୂର୍ଣ୍ଣ ଭାବେ ଏକାଠି ହୋଇ, ସେହି ଜାଗାକୁ ନିଜର ଘର କରି ନେଇଛନ୍ତି ।
ସେମାନେ ଯେପରି ନିଜ ଭିତରେ ଭାରତୀୟତାକୁ ଜୀବିତ ରଖିଛନ୍ତି, ଅନ୍ୟ ପଟେ ସେଠାକାର ଭାଷା, ସେଠାକାର ଖାଦ୍ୟ ପେୟ, ସେଠାକାର ବେଶ-ଭୂଷାରେ ମଧ୍ୟ ସଂପୂର୍ଣ୍ଣ ଭାବେ ମିଶି ଯାଇଛନ୍ତି ।
କ୍ରୀଡ଼ା, କଳା, ସିନେମାରେ ଭାରତରେ ଜନ୍ମିତ ଲୋକ ବିଶ୍ୱ ମଂଚରେ ମଧ୍ୟ ନିଜର ଛାପ ଛାଡ଼ିଛନ୍ତି । ରାଜନୀତି କଥା କହିବି ତ, ମୁଁ ଦେଖୁ ଅଛି କି କିଭଳି ଭାରତରେ ଜନ୍ମିତ ଲୋକଙ୍କର ଏକ କ୍ଷୁଦ୍ର ବିଶ୍ୱ ସଂସଦ ମୋ ସମ୍ମୁଖରେ ଉପସ୍ଥିତ ଅଛନ୍ତି । ଆଜି ଭାରତରେ ଜନ୍ମିତ ଲୋକ ମରିସସ୍, ପର୍ତ୍ତୁଗାଲ ଏବଂ ଆୟରଲାଣ୍ଡର ପ୍ରଧାନମନ୍ତ୍ରୀ ଅଛନ୍ତି । ଭାରତରେ ଜନ୍ମିତ ଲୋକ ଆହୁରି ମଧ୍ୟ ବହୁତ ଦେଶରେ ଶାସନର ମୁଖ୍ୟ ଏବଂ ପ୍ରଶାସନର ମୁଖ୍ୟ ଭାବେ ରହିଛନ୍ତି । ଆମ ପାଇଁ ଏହା ବିଶେଷ ସମ୍ମାନର କଥା ହେଉଛି କି ଗୁଏନାର ପୂର୍ବତନ ରାଷ୍ଟ୍ରପତି ମହୋଦୟ ଶ୍ରୀ ଭରତ ଜଗଦେବ ଆଜି ଆମ ସହିତ ଏଠାରେ ଉପସ୍ଥିତ ଅଛନ୍ତି । ଆପଣ ସମସ୍ତ ବିଶିଷ୍ଟ ଲୋକ ମଧ୍ୟ ନିଜ-ନିଜ ଦେଶରେ ପ୍ରମୁଖ ରାଜନୈତିକ ଭୂମିକା ତୁଲାଉଛନ୍ତି ।
ସାଥୀଗଣ, ଆପଣଙ୍କ ପୂର୍ବପୁରୁଷଙ୍କ ମାତୃଭୂମି ଭାରତ ଆପଣଙ୍କୁ ନେଇ ଗର୍ବ କରେ । ଆପଣଙ୍କ ଉପଲବ୍ଧô ଆଉ ଆପଣଙ୍କ ସଫଳତା ଆମ ପାଇଁ ହେଉଛି ଗୌରବର ବିଷୟ, ସମ୍ମାନର ବିଷୟ । ଆପଣ କୌଣସି ପଦ ତୁଲାଇବା ନେଇ ଖବର ଯେତେବେଳେ ଗଣମାଧ୍ୟମରେ ଆସିଥାଏ, କେଉଁଠାରେ ଆପଣ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରନ୍ତି ତ, ତାହାର ଦର୍ଶକଙ୍କ ସଂଖ୍ୟା ଏବଂ ପାଠକଙ୍କ ସଂଖ୍ୟା ଭାରତରେ ବହୁତ ଅଧିକ ହୋଇଥାଏ । ଆପଣମାନେ ଏଠାରେ ଅଛନ୍ତି, ସେଠାରେ କି ପ୍ରକାର ପୂରା ଅଂଚଳର Geopolitics କୁ ପ୍ରଭାବିତ କରନ୍ତି, ଦେଶର ନୀତି ପ୍ରସ୍ତୁତ କରନ୍ତି, ଏଭଳି ଖବରକୁ ଏଠାକାର ଲୋକ ଆଗ୍ରହର ସହିତ ପଢ଼ନ୍ତି । ଏହା ମଧ୍ୟ ଚର୍ଚ୍ଚା କରନ୍ତି କି ଦେଖନ୍ତୁ, କେହି ଆମର ନିଜ ଲୋକ ଗୁରୁତ୍ୱପୂର୍ଣ୍ଣ ପଦରେ ପହଂଚି ଯାଇଛନ୍ତି । ଆମକୁ ଏହା ଖୁସି ଦେବା ପାଇଁ, ଆମର ଗୌରବ ବଢ଼ାଇବା ପାଇଁ ଆପଣମାନେ ହେଉଛନ୍ତି ଅଭିନନ୍ଦନର ପାତ୍ର ।
ଭାଇ ଓ ଭଉଣୀମାନେ,
ଆପଣମାନେ ଦୀର୍ଘ ଦିନ ଧରି ଭିନ୍ନ ଭିନ୍ନ ଦେଶରେ ରହୁଛନ୍ତି । ଆପଣମାନେ ଅନୁଭବ କରିଥିବେ କି ବିଗତ ତିନି-ଚାରି ବର୍ଷରେ ଭାରତ ପ୍ରତି ଦୃଷ୍ଟିକୋଣ ବଦଳି ଯାଇଛି । ଆମ ଉପରେ ଅନ୍ୟମାନଙ୍କର ଦୃଷ୍ଟି ନିବଦ୍ଧ ହୋଇ ରହିଛି, ସାରା ବିଶ୍ୱର ଆମ ପ୍ରତି ଦୃଷ୍ଟିକୋଣ ବଦଳିବାରେ ଲାଗିଛି, ତ ଏହାର ମୁଖ୍ୟ କାରଣ ଏହା ଯେ ଭାରତ ସ୍ୱୟଂ ବଦଳୁଛି, ପରିବର୍ତିତ ହେଉଛି । ଏହି ପରିବର୍ତ୍ତନ ଆର୍ଥିକ-ସାମାଜିକ ସ୍ତରରେ ହେବା ସହିତ ଚିନ୍ତାଧାରାରେ ମଧ୍ୟ ଆସିଛି । ‘ଯେଭଳି ପ୍ରଥମେ ଥିଲା, ସେହିଭଳି ଚାଲୁଥିବ, କିଛି ବଦଳିବ ନାହିଁ ।’ କିଛି ହେବାର ନାହିଁ, ଏହି ଚିନ୍ତାଧାରାରୁ ଭାରତ ଏବେ ବହୁତ ଆଗକୁ ବଢ଼ି ସାରିଛି । ଭାରତର ଲୋକଙ୍କ ଆଶା ଆକାଂକ୍ଷା ଏବେ ଉଚ୍ଚତମ ସ୍ତରରେ ଅଛି । ବ୍ୟବସ୍ଥାରେ ହେଉଥିବା ସଂପୂର୍ଣ୍ଣ ପରିବର୍ତ୍ତନର, ଏକ ଅପ୍ରତ୍ୟାଶିତ ପରିବର୍ତ୍ତନର ପରିଣାମ ଆପଣମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଦୃଷ୍ଟିଗୋଚର ହେଉଛି ।
- ଏହାର ପରିଣାମ ହେଉଛି କି 2016-17ରେ 60 ବିଲିୟନ ଡଲାରର ଅଭୁତପୂର୍ବ ଏଫଡିଆଇ ଭାରତକୁ ଆସିଛି ।
- ସହଜରେ ବ୍ୟବସାୟର ମାନ୍ୟତାରେ ବିଗତ ତିନି ବର୍ଷରେ 42ତମ ସ୍ଥାନରେ ସୁଧାର ହୋଇଛି ।
- ବିଗତ ଦୁଇ ବର୍ଷରେ ବିଶ୍ୱ ଅର୍ଥନୈତିକ ଫେରମର ବିଶ୍ୱ ପ୍ରତିଦ୍ୱନ୍ଦିତାମୂଳକ ସୂଚକାଙ୍କରେ ଆମେ 32 ତମ ସ୍ଥାନ ଉପରକୁ ଉଠିଛୁ ।
- ବିଗତ ଦୁଇ ବର୍ଷରେ ବୈଶ୍ଵିକ ନବସୃଜନ ସୂଚକାଙ୍କରେ ଆମ ମାନ୍ୟତାରେ 21ତମ ସ୍ଥାନର ସୁଧାର ହୋଇଛି ।
- ପଣ୍ୟ ପ୍ରଦର୍ଶନ ସୂଚକାଙ୍କରେ 19ଟି ସ୍ଥାନର ସୁଧାର ହୋଇଛି ।
- ଆଜି ବିଶ୍ୱ ବ୍ୟାଙ୍କ, ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି, ମୁଡିସ୍ ଭଳି ସଂସ୍ଥାମାନେ ଭାରତ ଆଡ଼କୁ ସକରାତ୍ମକ ଦୃଷ୍ଟିରେ ଦେଖୁଛନ୍ତି ।
- ନିର୍ମାଣ, ଆକାଶପଥରେ ପରିବହନ, ଖଣି, କମ୍ପ୍ୟୁଟର ସଫ୍ଟୱେର-ହାର୍ଡୱେର, ଇଲେକ୍ଟ୍ରିକାଲ ଉପକରଣ ଭଳି କ୍ଷେତ୍ରରେ ଏପର୍ଯ୍ୟନ୍ତ ହୋଇଥିବା ନିବେଶର ଅଧାରୁ ଅଧିକ ନିବେଶ କେବଳ ବିଗତ ତିନି ବର୍ଷରେ ହିଁ ହୋଇଛି ।
ଏହା ସବୁ ଏଇଥିପାଇଁ ହୋଇଛି କି, କାରଣ ଆମେ ଭାରତର ଅର୍ଥ ବ୍ୟବସ୍ଥାକୁ ପ୍ରତ୍ୟେକ ଅଂଶରେ ସୁଦୂର-ପ୍ରସାରୀ ସଂସ୍କାର ନୀତି ଆଣୁଛୁ । ‘ସଂସ୍କାରରୁ ପରିବର୍ତ୍ତନ’ ହେଉଛି ଆମର ମାର୍ଗଦର୍ଶନର ନୀତି । ଆମର ଉଦ୍ଦେଶ୍ୟ ହେଉଛି ସଂପୂର୍ଣ୍ଣ ବ୍ୟବସ୍ଥାକୁ ପାରଦର୍ଶୀ ଏବଂ ଉତରଦାୟୀ କରିବା, ଭ୍ରଷ୍ଟାଚାରକୁ ମୂଳୋତ୍ପାଟନ କରିବା ।
ସାଥୀଗଣ,
ସାମଗ୍ରୀ ଓ ସେବା କର-ଜିଏସଟି ମାଧ୍ୟମରେ ଆମେ ଦେଶରେ ଶହ ଶହ ଟିକସର ଜାଲ ଶେଷ କରିଛୁ-ଦେଶର ଆର୍ଥିକ ଏକୀକରଣ କରିଛୁ । ଖଣିଜ, ସାର, ବୟନ, ବେସାମରିକ ବିମାନ ଚଳାଚଳ, ସ୍ୱାସ୍ଥ୍ୟ, ପ୍ରତିରକ୍ଷା, ବିନିର୍ମାଣ, ରିୟଲ ଇଷ୍ଟେଟ୍, ଖାଦ୍ୟ ପ୍ରକ୍ରିୟାକରଣ, ଏପରି କୌଣସି କ୍ଷେତ୍ର ନାହିଁ ଯେଉଁଥିରେ ଆମେ ସଂସ୍କାର ନ ଆଣିଛୁ ।
ସାଥୀଗଣ,
ଭାରତ ଆଜି ହେଉଛି ଦୁନିଆର ସବୁଠାରୁ ଅଧିକ ଯୁବକଙ୍କ ଦେଶ, ଏକ ଯୁବ ରାଷ୍ଟ୍ର । ଯୁବକମାନଙ୍କର ଅସୁମାରୀ ସ୍ୱପ୍ନ ଅଛି, ଆଶା ରହିଛି । ସେମାନେ ନିଜ ଉର୍ଜ୍ଜାକୁ ସଠିକ କ୍ଷେତ୍ରରେ ଲଗାନ୍ତୁ, ନିଜ ବଳରେ ରୋଜଗାର କରି ପାରନ୍ତୁ, ଏହି ଦିଗରେ ସରକାର କ୍ରମାଗତ ଭାବରେ କାମ କରୁଛନ୍ତି ।
ସ୍କିଲ ଇଣ୍ଡିଆ ମିଶନ, ଷ୍ଟାର୍ଟ-ଅପ୍ ଯୋଜନା, ଷ୍ଟାଣ୍ଡ-ଅପ୍ ଯୋଜନା, ମୁଦ୍ରା ଯୋଜନା, ଏଥିପାଇଁ ହିଁ ଆରମ୍ଭ କରାଯାଇଛି । ମୁଦ୍ରା ଯୋଜନା ଅଧୀନରେ ବେରୋଜଗାରଙ୍କ ପାଇଁ ପାଖା ପାଖି 10 କୋଟି ଟଙ୍କା ଋଣ ମଞ୍ଜୁର କରାଯାଇଛି । ଲୋକମାନଙ୍କୁ 4ଲକ୍ଷ କୋଟିରୁ ଅଧିକ ଟଙ୍କାର ଋଣ ବିନା ବ୍ୟାଙ୍କ ଗ୍ୟାରେଂଟିରେ ଦିଆ ଯାଇଛି । କେବଳ ଗୋଟିଏ ବର୍ଷରେ ଏହି ଗୋଟିଏ ଯୋଜନା ଦେଶକୁ ପ୍ରାୟ ତିନି କୋଟି ନୂତନ ଉଦ୍ୟୋଗୀ ଦେଇଛି । ସରକାର ଏକବିଂଶ ଶତାବ୍ଦୀରେ ଭାରତର ଆବଶ୍ୟକତାକୁ ଧ୍ୟାନରେ ରଖି ଭିତ୍ତିଭୂମି, ପରିବହନ କ୍ଷେତ୍ର ଉପରେ ଅଧିକ ନିବେଶ ବୃଦ୍ଧି କରୁଛନ୍ତି । ନୀତିଗୁଡ଼ିକରେ ଏହି କଥାଗୁଡ଼ିକ ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି କି ଭବିଷ୍ୟତରେ ଭାରତକୁ କିଭଳି ଭାବରେ ପଣ୍ୟ ପରିବହନ ଦରକାର । ରାଜପଥ-ରେଳପଥ-ଆକାଶ ପଥ, ଜଳପଥ ଏବଂ ବନ୍ଦର ଏଳଭି ଭାବରେ ବିକଶିତ କରାଯାଉଛି, କି ଗୋଟିଏ ଅନ୍ୟଟିକୁ ସହାୟତା କରିବ, ଗୋଟିଏ ଅନ୍ୟଟି ସହିତ ସଂଯୋଗ ହେବ ।
ସାଥୀଗଣ,
ଆଜି ଭାରତରେ ଦୁଇଗୁଣାରୁ ଅଧିକ ଗତିରେ ନୂତନ ରେଳ ଲାଇନ୍ ବିଛା ଯାଉଛି, ଦୁଇଗୁଣାରୁ ଅଧିକ ଗତିରେ ରେଳ ଲାଇନ୍ ଦୋହରୀକରଣ ହେଉଛି । ଦୁଇଗୁଣ ଗତିରେ ଜାତୀୟ ରାଜପଥର ନିର୍ମାଣ କରାଯାଉଛି । ଦୁଇଗୁଣରୁ ଅଧିକ ସଂଖ୍ୟାରେ ଅଣପାରମ୍ପରିକ ଶକ୍ତିର ନୂତନ କ୍ଷମତାକୁ ଗ୍ରୀଡ଼ ପାୱାର ସହିତ ଯୋଡ଼ାଯାଇଛି ।
ପ୍ରଥମେ ଯେଉଁଠାରେ ଜାହାଜ ଶିଳ୍ପରେ ପଣ୍ୟ ପରିବହନର ଅଭିବୃଦ୍ଧି ନକରାତ୍ମକ ଥିଲା, ସେଠାରେ ଏହି ସରକାର 11 ପ୍ରତିଶତରୁ ଅଧିକ ବୃଦ୍ଧି କରାଇଛନ୍ତି । ଏହି ସମସ୍ତ ପ୍ରୟାସଗୁଡ଼ିକ ଯୋଗୁଁ ରୋଜଗାରର ନୂତନ ସୁଯୋଗ ସୃଷ୍ଟି ହେଉଛି । ସ୍ଥାନୀୟ ସ୍ତରରେ ଛୋଟ-ଛୋଟ ଉଦ୍ୟୋଗୀଙ୍କୁ ମଧ୍ୟ ନୂତନ କାମ ମିଳୁଛି । ଯେପରି ଉଜ୍ଜ୍ୱଳା ଯୋଜନାର କଥା କହିବା, ତ ଏହା ଖାଲି ଗରିବ ମହିଳାମାନଙ୍କୁ ମାଗଣାରେ ଗ୍ୟାସ ସଂଯୋଗ ଦେବା ମଧ୍ୟରେ ସୀମିତ ରହି ନାହିଁ ।
ଏହି ଯୋଜନା ଦ୍ୱାରା ଏ ପର୍ଯ୍ୟନ୍ତ 3 କୋଟିରୁ ଅଧିକ ମହିଳାଙ୍କୁ ମୁକ୍ତି ମିଳିଛି, ରାଜ୍ୟଗୁଡ଼ିକୁ କିରୋସିନ ମାଗଣାରେ ଯୋଗାଇ ଦେବାରେ ସହାୟତା ମିଳିଛି, କିନ୍ତୁ ଏହାର ଆଉ ଏକ ଲାଭ ମିଳିଛି । ଉଜ୍ଜ୍ୱଳା ଯୋଜନା ପରେ ଦେଶରେ ରୋଷେଇ ଗ୍ୟାସର ନୂତନ ଡିଲର ସୃଷ୍ଟି କରାଯାଇଛି, ଗ୍ୟାସ ସିଲିଣ୍ଡର ନେଇ ଘରେ-ଘରେ ଦେଲାବାଲାଙ୍କ ସଂଖ୍ୟା ବଢ଼ିଛି । ଅର୍ଥାତ ସାମାଜିକ ସୁଧାର ସହିତ ସମାଜର ଆର୍ଥିକ ସଶକ୍ତିକରଣ ମଧ୍ୟ ହେଉଛି ।
ଭାଇ ଓ ଭଉଣୀମାନେ,
ବସୁଧୈବ କୁଟୁମ୍ବକମ୍ ର ପରମ୍ପରାରେ ବିଶ୍ୱାସ ରଖୁଥିବା ଆମ ସଂସ୍କୃତି ବିଶ୍ୱକୁ ବହୁତ କିଛି ଦେଇଛି । ଯେତେବେଳେ ମୁଁ ପ୍ରଥମ ଥର ମିଳିତ ଜାତିସଙ୍ଘ ଯାଇଥିଲି, ସେତେବେଳେ ମୁଁ ବିଶ୍ୱ ସମ୍ମୁଖରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସର ପ୍ରସ୍ତାବ ରଖିଥିଲି । ଆପଣ ସମସ୍ତଙ୍କୁ ଜଣାଥିବ କି ନା କେବଳ 75 ଦିନରୁ କମ୍ ସମୟ ମଧ୍ୟରେ ଏହି ପ୍ରସ୍ତାବ ସର୍ବ ସମ୍ମତିରେ ଗୃହୀତ ହେଲା, ବରଂ ଏହାକୁ ରେକର୍ଡ ସଂଖ୍ୟାରେ, 177ଦେଶ ମଧ୍ୟ ସହ-ପ୍ରଯୋଜନା କଲେ । ଆଜି ଯେଭଳି ଭାବରେ 21ଜୁନକୁ ସମଗ୍ର ବିଶ୍ୱରେ କୋଟି-କୋଟି ଲୋକ ଯୋଗ ଦିବସ ଭାବେ ପାଳନ କରୁଛନ୍ତି, ତାହା ଆପଣ ଓ ଆମ ସମସ୍ତଙ୍କ ପାଇଁ ହେଉଛି ଗର୍ବର କଥା ।
ବୌଦ୍ଧିକ ଜୀବନ ଶୈଳୀର ଏହି ପଦ୍ଧତି ବିଶ୍ୱକୁ ଭାରତର ସମ୍ପର୍ଣ୍ଣ ପରମ୍ପରାର ଏକ ଉଦାହରଣ ।
ସାଥୀଗଣ,
ଜଳବାୟୁ ପରିବର୍ତ୍ତନ ବିଷୟ ଉପରେ ପ୍ୟାରିସ୍ ବୁଝାମଣା ସମୟରେ ମୁଁ ଫ୍ରାନ୍ସର ରାଷ୍ଟ୍ରପତିଙ୍କ ସହିତ ମିଶି ଅନ୍ତର୍ଜାତୀୟ ସୌର ସାମୁଖ୍ୟ ଗଠନ କରିବାର ପ୍ରସ୍ତାବ ରଖିଥିଲି । ଏବେ ଏହା ବାସ୍ତବିକତାରେ ବଦଳିଯାଇଛି । ଏହା ମାଧ୍ୟମରେ ଆମେ ସୌର ଶକ୍ତି ସଂପର୍ଣ୍ଣ ଦେଶ ସହ ମିଶି ସୌର ଟେକ୍ନୋଲଜି ଏବଂ ଅର୍ଥଲଗାଣ ପାଇଁ ଏକ ବିଶ୍ୱ ମଂଚ ତିଆରି କରୁଛୁ ।
ପ୍ରକୃତି ସହିତ ସନ୍ତୁଳନ ବଜାୟ ରଖି ଚାଲିବାର ଏହି କୌଶଳ ମଧ୍ୟ ହେଉଛି ପୁରାତନ ସମୟରୁ ଭାରତର ଦାନ ।
ଭାଇ ଓ ଭଉଣୀମାନେ,
ଯେତେବେଳେ ନେପାଳରେ ଭୂକମ୍ପ ଆସିଲା, ଅଥବା ଶ୍ରୀଲଙ୍କାରେ ବନ୍ୟା ଆସିଲା କିମ୍ବା ମାଳଦ୍ୱୀପରେ ପାଣିର ସଙ୍କଟ ଦେଖାଦେଲା, ତ ଭାରତ ପ୍ରଥମେ ସମ୍ବେଦନଶୀଳ ହୋଇ ପହଂଚିଥିଲା ।
ଯେତେବେଳେ ୟେମନ ରେ ସଙ୍କଟ ଆସିଲା ତ ଆମେ ନିଜର ସାଢ଼େ ଚାରି ହଜାର ନାଗରିକଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣିଲୁ, ତ 48 ଅନ୍ୟ ଦେଶର ଦୁଇ ହଜାର ବ୍ୟକ୍ତିଙ୍କୁ ଆମେ ସୁରକ୍ଷିତ ଭାବେ ବାହାରକୁ ଆଣିଥିଲୁ ।
ସଙ୍କଟଜନକ ପରିସ୍ଥିତିରେ ମଧ୍ୟ ମାନବିକ ମୂଲ୍ୟବୋଧର ସଂରକ୍ଷଣର ଏହି କୌଶଳ ହେଉଛି ଭାରତର ବସୁଧୈବ କୁଟୁମ୍ବକମ୍ ପରମ୍ପରାର ଅଂଶ ।
ସାଥୀଗଣ,
2018ରେ ପ୍ରଥମ ବିଶ୍ୱଯୁଦ୍ଧର ସମାପ୍ତିକୁ ଶହେ ବର୍ଷ ହୋଇଯିବ । ପ୍ରଥମ ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଦେଢ଼ ଲକ୍ଷରୁ ଅଧିକ ଭାରତୀୟ ସୈନିକଙ୍କର ଜୀବନ ଯାଇଥିଲା । ଆଉ ଏହା ସେତେବେଳେ ହୋଇଥିଲା ଯେତେବେଳେ ଭାରତକୁ ନା ଏହି ଯୁଦ୍ଧରୁ ସିଧାସଳଖ ଭାବେ କୌଣସି ଦେବା ନେବାର ନଥିଲା । ଦୁଇଟି ଯାକ ବିଶ୍ୱଯୁଦ୍ଧରେ ଏକ ଇଂଚ ଭୂମି ଜିତିବାରେ ମଧ୍ୟ ଭାରତର ଆଗ୍ରହ ନଥିଲା । ବିଶ୍ୱକୁ ମାନିବାକୁ ପଡ଼ିବ କି ଭାରତ କେତେ ବଡ଼ ବଳିଦାନ ଦେଇଥିଲା । ସ୍ୱାଧୀନତାର ପରେ ମଧ୍ୟ ଏହି ପରମ୍ପରା ଜାରି ରହିଛି । ମିଳିତ ଜାତିସଙ୍ଘ ଶାନ୍ତିରକ୍ଷା ବାହିନୀରେ ସବୁଠାରୁ ବଡ଼ ଯୋଗଦାନ ଦେଉଥିବା ଦେଶ ମଧ୍ୟରୁ ଭାରତ ହେଉଛି ଗୋଟିଏ । ମାନବିକ ମୂଲ୍ୟବୋଧ ଏବଂ ଶାନ୍ତି ପାଇଁ ବଳୀଦାନର ଏହି ସନ୍ଦେଶ ଭାରତ ବିଶ୍ୱକୁ ଦେଇଛି ।
ଏହି ନିଃସ୍ୱାର୍ଥ ଭାବ, ଏହି ତ୍ୟାଗ ଆଉ ସେବାର ଭାବନା ହେଉଛି ଆମର ପରିଚୟ ।
ଏହି ମାନବିକ ମୂଲ୍ୟବୋଧ କାରଣରୁ ବିଶ୍ୱରେ ଭାରତର ଏକ ସ୍ୱତନ୍ତ୍ର ଗ୍ରହଣୀୟତା ରହିଛି । ଆଉ ଭାରତ ସହିତ, ଭାରତରେ ଜନ୍ମିତ ସମାଜ ସହିତ, ଆପଣଙ୍କର ମଧ୍ୟ ବିଶେଷ ଗ୍ରହଣୀୟତା ରହିଛି ।
ବନ୍ଧୁଗଣ,
ମୁଁ ଯେତେବେଳେ ମଧ୍ୟ କୌଣସି ଦେଶକୁ ଯାତ୍ରା କରୁଛି, ତ ମୋର ପ୍ରୟାସ ହେଉଛି କି ସେଠାରେ ରହୁଥିବା ମୂଳ ଭାରତୀୟଙ୍କୁ ନିଶ୍ଚିତ ଭେଟିବି । ଏହି ଯାତ୍ରା ସମୟରେ ମୋତେ ଆପଣମାନଙ୍କ ମଧ୍ୟରୁ ଅନେକ ଲୋକଙ୍କୁ ଭେଟିବାର ସୌଭାଗ୍ୟ ମିଳିଛି । ମୋର ଏହି ପ୍ରୟାସର ସବୁଠାରୁ ବଡ଼ କାରଣ ହେଉଛି କି ମୁଁ ମାନୁଛି କି ବିଶ୍ୱ ସହିତ ଭାରତର ସମ୍ବନ୍ଧ ପାଇଁ ଯଦି ପ୍ରକୃତ ଭାବେ କେହି ସ୍ଥାୟୀ ରାଷ୍ଟ୍ରଦୂତ ଅଛନ୍ତି ତ ସେମାନେ ହେଉଛନ୍ତି ଭାରତରେ ଜନ୍ମିତ ଲୋକ । ଆମର ଶତତ ପ୍ରୟାସ ହେଉଛି କି ଆମେ ପ୍ରବାସୀ ଭାରତୀୟମାନଙ୍କ ସହିତ କ୍ରମାଗତ ଭାବେ ଯୋଡ଼ି ହୋଇ ରହୁ, ସେମାନଙ୍କର ସମସ୍ୟାକୁ ସମାଧାନ କରୁ ।
ଗୋଟିଏ ସମୟରେ ପ୍ରବାସୀ ଭାରତୀୟ ମାନଙ୍କ ପାଇଁ ଭିନ୍ନ ମନ୍ତ୍ରଣାଳୟ ଥିଲା, କିନ୍ତୁ ଆମକୁ ପ୍ରବାସୀ ଭାରତୀୟ ମାନଙ୍କଠାରୁ ମତାମତ ମିଳିଲା କି ବିଦେଶ ମନ୍ତ୍ରଣାଳୟ ସହିତ ସମନ୍ୱୟ କ୍ଷେତ୍ରରେ କିଛି ଅଭାବ ରହିଯାଉଛି । ଆପଣଙ୍କ ମତାମତ ପରେ ଛଅ ମାସରେ ଦୁଇ ମନ୍ତ୍ରଣାଳୟକୁ ମିଶାଇ ଗୋଟିଏ କରିଦିଆଗଲା । ଆପଣମାନଙ୍କର ମନେଥିବ, ପ୍ରଥମେ ଭିନ୍ନ ଭିନ୍ନ ଭାବେ ପିଆଇଓ ଏବଂ ଓସିଆଇ ଯୋଜନା ଥିଲା, ଆଉ ଅଧିକାଂଶ ଲୋକଙ୍କୁ ଏହା ମଧ୍ୟରେ ଫରକ ମଧ୍ୟ ଜଣା ନଥିଲା । ଆମେ ଏହି ପ୍ରକ୍ରିୟାକୁ ସରଳ କଲୁ ଏବଂ ଦୁଇଟିକୁ ମିଶାଇ ଗୋଟିଏ ଯୋଜନା କଲୁ ।
ଆମ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ, ମହାଶୟା ନା କେବଳ ଭାରତୀୟ ନାଗରିକ, ବରଂ ପ୍ରବାସୀ ଭାରତୀୟମାନଙ୍କର ସମସ୍ୟାଗୁଡିକ ଉପରେ ଅହରହ 24×7 (ଚବିଶ ଘଂଟା) ଦୃଷ୍ଟି ରଖୁଛନ୍ତି, ତାହା ଆପଣମାନଙ୍କୁ ସକ୍ରିୟତାର ସହିତ ଦୃଷ୍ଟିଗୋଚର ହେଉଥିବ । ତାଙ୍କ ନେତୃତ୍ୱରେ ବିଦେଶ ମନ୍ତ୍ରଣାଳୟ ଅଭିଯୋଗ ଶୁଣାଣୀ ଓ ସମୟବଦ୍ଧ ଭାବେ ଅନୁଧ୍ୟାନ ଓ ପ୍ରତିକ୍ରିୟା ଦେବା ପାଇଁ ‘ମଦଦ’ ପୋର୍ଟାଲର ବ୍ୟବସ୍ଥା କରାଯାଇଛି । ପ୍ରବାସୀ ଭାରତୀୟ ଦିବସର ଆୟୋଜନ ଏବେ ପ୍ରତ୍ୟେକ ବର୍ଷ ଅନ୍ତରରେ କରାଯାଉଛି । ଏହା ସହିତ ପ୍ରାଦେଶିକ ସ୍ତରରେ ପ୍ରବାସୀ ଭାରତୀୟ ଦିବସ ପାଳନ କରାଯାଉଛି । ସୁଷମା ସ୍ୱରାଜ ମହୋଦୟା ଏବେ ନିକଟରେ ସିଙ୍ଗାପୁରରେ ଏଭଳି ଏକ ସମ୍ମେଳନରେ ଭାଗନେଇ ଫେରିଛନ୍ତି ।
ଭାଇ ଓ ଭଉଣୀମାନେ,
ଆଜି ଏଠାରେ ଆମେ ଯେଉଁ ଭବନରେ ସମସ୍ତେ ଉପସ୍ଥିତ ଅଛୁ, ତାହାକୁ 2016 ଅକ୍ଟୋବର 2ରେ ଆପଣ ସମସ୍ତ ପ୍ରବାସୀ ଭାରତୀୟମାନଙ୍କର ନାମରେ ସମର୍ପିତ କରାଯାଇଥିଲା । ଏହା ବହୁତ ଖୁସିର କଥା କି ଏତେ କମ୍ ସମୟରେ ଏହି କେନ୍ଦ୍ର ପ୍ରବାସୀ ଭାରତୀୟମାନଙ୍କ ପାଇଁ ଏକ କେନ୍ଦ୍ର ରୂପରେ ବିକଶିତ ହୋଇଛି । ଏଠାରେ ଆପଣ ଏହି ଭବନରେ ମହାତ୍ମା ଗାନ୍ଧୀଙ୍କ ଜୀବନ ସହିତ ଜଡିତ ଏକ ପ୍ରଦର୍ଶନୀ ମଧ୍ୟ ନିର୍ମିତ ହୋଇଛି, ମୁଁ ଆପଣମାନଙ୍କୁ ଅନୁରୋଧ କରିବ କି ଆପଣ ତାହାକୁ ନିଶ୍ଚୟ ଦେଖନ୍ତୁ ।
ପ୍ରବାସୀ ଭାରତୀୟମାନଙ୍କ ମନ ସହିତ ଯୋଡିବା ପାଇଁ ଏହି ପ୍ରୟାସର ପରିଣାମ ଆମକୁ ‘ଭାରତକୁ ଜାଣନ୍ତୁ’ ଅର୍ଥାତ୍ ‘Know India’ କ୍ୱିଜ୍ ପ୍ରତିଯୋଗିତାରେ ଦେଖିବାକୁ ମିଳିଛି । ଏହି ପ୍ରତିଯୋଗିତାରେ ପ୍ରାୟ ଶହେ ଦେଶର 5700ରୁ ଅଧିକ ପ୍ରବାସୀ ଯୁବକମାନେ ଭାଗ ନେଇଛନ୍ତି । ଭାରତ ପ୍ରତି ସେମାନଙ୍କର ଉତ୍ସାହ ଆଉ ତାଙ୍କର ଆତ୍ମୀୟତା, ଆମ ସମସ୍ତଙ୍କ ପାଇଁ ହେଉଛି ବହୁତ ଉତ୍ସାହଜନକ । ସେମାନଙ୍କଠାରୁ ପ୍ରୋତ୍ସାହନ ନେଇ, ଏହି ବର୍ଷ ଏହାକୁ ଆହୁରି ବ୍ୟାପକ ସ୍ତରରେ ଆୟୋଜିତ କରାଯାଉଛି ।
ସାଥୀଗଣ,
ନିଜ-ନିଜର କର୍ମଭୂମିରେ ପ୍ରଗତି ପାଇଁ ଆପଣଙ୍କ ଯୋଗଦାନ ଦ୍ୱାରା ଭାରତର ସୁନାମ ମଧ୍ୟ ବୃଦ୍ଧି ପାଇଛି । ଆଉ ଭାରତରେ ପ୍ରଗତି ଏବଂ ଉନ୍ନତିରେ ପ୍ରବାସୀ ଭାରତୀୟ ସମାଜର ପ୍ରତିଷ୍ଠା ମଧ୍ୟ ବୃଦ୍ଧି ପାଇଥାଏ । ଭାରତର ବିକାଶ ପାଇଁ ଆମର ପ୍ରୟାସଗୁଡିକରେ ଆମେ ପ୍ରବାସୀ ଭାରତୀୟମାନଙ୍କୁ ନିଜର ଭାଗିଦାରୀ ଭାବେ ମାନୁଛୁ । ନୀତି ଆୟୋଗ ଭାରତର ବିକାଶ ପାଇଁ 2020 ପର୍ଯ୍ୟନ୍ତ ଯେଉଁ କାର୍ଯ୍ୟ ଖସଡା ପ୍ରସ୍ତୁତ କରିଛି, ସେଥିରେ ପ୍ରବାସୀ ଭାରତୀୟମାନଙ୍କୁ ସ୍ୱତନ୍ତ୍ର ସ୍ଥାନ ଦେଇଛି ।
ଭାଇ ଓ ଭଉଣୀମାନେ,
ଭାରତର ବିକାଶଯାତ୍ରାରେ ସହଯୋଗ କରିବା ପାଇଁ ପ୍ରବାସୀ ଭାରତୀୟମାନଙ୍କ ସମ୍ମୁଖରେ ଅନେକ କ୍ଷେତ୍ର ରହିଛି । ସମଗ୍ର ବିଶ୍ୱରେ ପ୍ରବାସୀ ମାନଙ୍କଠାରୁ ସବୁଠାରୁ ଅଧିକ ସହାୟତା ପାଉଥିବା ଦେଶ ହେଉଛି ଭାରତ ।
ଭାରତର ଅର୍ଥବ୍ୟବସ୍ଥାରେ ଏହି ମହତ୍ୱପୂର୍ଣ୍ଣ ଯୋଗଦାନ ପାଇଁ ଆମେ ବିଦେଶରେ ରହୁଥିବା ପ୍ରତ୍ୟେକ ଭାରତୀୟଙ୍କ ପାଖରେ ଋଣୀ । ଅର୍ଥବ୍ୟବସ୍ଥା ସହିତ ଜଡିତ ଆଉ ଏକ ରାସ୍ତା ହେଉଛି ଭାରତରେ ନିବେଶ କରିବା । ଆଜି ଯଦି ବିଶ୍ୱରେ ଏଫଡିଆଇ ପାଇଁ ସର୍ବାଧିକ ଆକର୍ଷକ ଅର୍ଥ ବ୍ୟବସ୍ଥା ଭାରତର ହିଁ ଅଛି, ତ ଏଥିପ୍ରତି ସଚେତନତା ସୃଷ୍ଟି କରିବା ଏବଂ ଏହି ନିବେଶକୁ ପ୍ରୋତ୍ସାହିତ କରିବାରେ ପ୍ରବାସୀ ଭାରତୀୟମାନଙ୍କର ବହୁତ ବନ ହାତ ରହିଛି । ମୁଁ ବୁଝି ପାରୁଛି କି ନିଜ-ନିଜ ସମାଜରେ ଆପଣମାନଙ୍କର ପ୍ରମୁଖ ଭୂମିକାକୁ ଦେଖି ଏଥିରେ ଆପଣ ଜଣେ ଅଗ୍ରଦୂତର ଭୂମିକା ତୁଲାଇ ପାରିବେ । ଏହି ସନ୍ଦର୍ଭରେ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବାରେ ମଧ୍ୟ ଭାରତରେ ଜନ୍ମିତ ପ୍ରବାସୀ ଭାରତୀୟମାନଙ୍କର ବହୁତ ବଡ଼ ଯୋଗଦାନ ହୋଇ ପାରିବ ।
ସାଥୀଗଣ, ବିଶ୍ୱର ଅନେକ ବଡ଼ କମ୍ପାନୀଗୁଡ଼ିକର ସିଇଓମାନେ ଏବଂ ନେତୃବୃନ୍ଦ ହେୁଛନ୍ତି ଆମର ପ୍ରବାସୀ ଭାରତୀୟ । ଭାରତର ଅର୍ଥବ୍ୟବସ୍ଥାକୁ ସେମାନେ ବହୁତ ଭଲ ଭାବରେ ବୁଝି ପାରନ୍ତି । ଏଇଥପାଇଁ, ଭାରତର ବିକାଶ ଯାତ୍ରାରେ ସେମାନଙ୍କର ମଜବୁତ ବିଶ୍ୱାସ ପାଇଁ ଆମେ ସେମାନଙ୍କ ନିକଟରେ କୃତଜ୍ଞ । ଆଜି ବିଦେଶରେ ରହୁଥିବା ଭାରତୀୟ ନିଜକୁ ଦେଶର ପ୍ରଗତିର ଜଣେ ଅଂଶୀଦାର ଭାବନ୍ତି । ସେମାନେ ଏହି ପରିବର୍ତ୍ତନର ଅଂଶ ହେବାକୁ ଚାହାଁନ୍ତି, ନିଜ ଦାୟିତ୍ୱ ତୁଲାଇବାକୁ ଚାହାଁନ୍ତି । ବିଶ୍ୱ ପୃଷ୍ଠଭୂମିରେ ନିଜ ଭାରତକୁ ଆହୁରି ଉପରକୁ ଉଠୁଥିବାର ଦେଖିବାକୁ ଚାହାଁନ୍ତି ଆମେ ଜାଣିଛୁ କି ଆପଣଙ୍କ ଅନୁଭବ ଦେଶରେ ସାମାଜିକ ଏବଂ ଆର୍ଥିକ ପରିବର୍ତ୍ତନ ପାଇଁ ହେଉଛି କେତେ ମହତ୍ୱପୂର୍ଣ୍ଣ । ଆପଣଙ୍କ ଅନୁଭବ ଭାରତକୁ ସାହାଯ୍ୟ କରିବାରୁ ଏଥିପାଇଁ Visiting Adjunct Joint Research Faculty ଯୋଜନା ଆରମ୍ଭ କରାଯାଇଛି ।
ଏହି ଯୋଜନା ଅନ୍ତର୍ଗତ ଆପଣ ଭାରତର ସଂସ୍ଥାନରେ ମାସେରୁ ତିନି ମାସ ପର୍ଯ୍ୟନ୍ତ କାମ କରି ପାରିବେ ।
ଆଜି ଏହି ମଂଚରୁ ମୁଁ ଆପଣ ସମସ୍ତଙ୍କୁ ଆହ୍ୱାନ କରୁଛି କି ଏହି ଯୋଜନା ସହିତ ଯୋଡ଼ି ହୁଅନ୍ତିୁ ଆଉ ନିଜ ଦେଶରେ ଅନ୍ୟ ଭାରତୀୟମାନଙ୍କୁ ଏଥିରେ ଯୋଡି ହେବା ପାଇଁ ପ୍ରୋତ୍ସାହିତ କରନ୍ତୁ । ଆପଣଙ୍କ ଅନୁଭବର ଲାଭ ଭାରତର ଯୁବପିଢ଼ୀଙ୍କୁ ମିଳିବ, ତ ଆପଣଙ୍କୁ ମଧ୍ୟ ବହୁତ ସୁଖଦ ଅନୁଭୂତି ମିଳିବ । ଭାରତର ଆବଶ୍ୟକତାଗୁଡ଼ିକ, ଶକ୍ତିଗୁଡ଼ିକ ଏବଂ ବିଶେଷତ୍ୱଗୁଡ଼ିକୁ ବିଶ୍ୱ ପର୍ଯ୍ୟନ୍ତ ପହଂଚାଇବାରେ ଯେତିକି କ୍ଷମତା ଆପଣମାନଙ୍କ ପାଖରେ ଅଛି, ଆଉ କାହା ପାଖରେ ନାହିଁ ।
ଦୁନିଆରେ ଭରି ରହିଥିବା ଅସ୍ଥିରତାର ବାତାବରଣ ମଧ୍ୟରେ ଭାରତୀୟ ସଭ୍ୟତା ଏବଂ ସଂସ୍କୃତିର ମୂଲ୍ୟ, ସମଗ୍ର ବିଶ୍ୱକୁ ମାର୍ଗଦର୍ଶନ କରି ପାରିବ । ବିଶ୍ୱରେ ସ୍ୱାସ୍ଥ୍ୟ ରକ୍ଷାକୁ ନେଇ ଚିନ୍ତା ବୃଦ୍ଧି ପାଇଛି । ତ ଆପଣ ଦୁନିଆକୁ ନିଜର ପୁରାତନ ବୌଦ୍ଧିକ ଜୀବନ ଶୈଳୀର ପରମ୍ପରା ସଂପର୍କରେ କହି ପାରିବେ । ଯେତେବେଳେ ବିଶ୍ୱ ସମାଜ ଭିନ୍ନ-ଭିନ୍ନ ସ୍ତର ଆଉ ଚିନ୍ତାଧାରାରେ ଭାଗ-ଭାଗ ହେଉଛି ସେଠାରେ ଆପଣ ଭାରତର ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିଲାବାଲା ସଂପୃକ୍ତୀକରଣର ଦର୍ଶନ, ‘ସମସ୍ତଙ୍କ ସହିତ ସମସ୍ତଙ୍କ ବିକାଶ’ର ଉଦାହରଣ ଦେଇ ପାରିବେ । ଯେତେବେଳେ ବିଶ୍ୱରେ ଆତଙ୍କବାଦ ଏବଂ ଅତିବାଦକୁ ନେଇ ଚିନ୍ତାବୃଦ୍ଧି ପାଉଛି, ସେତେବେଳେ ଆପଣ ଦୁନିଆକୁ ଭାରତୀୟ ସଂସ୍କୃତିର ‘ସର୍ବ ପନ୍ଥ ସମଭାବ’ ର ସନ୍ଦେଶ ଦୋହରାଇ ପାରିବେ ।
ସାଥୀଗଣ,
ଆପଣ ସମସ୍ତେ ଜାଣିଛନ୍ତି କି 2019ରେ ପ୍ରୟାଗ-ଆହ୍ଲାବାଦରେ କୁମ୍ଭ ମେଳାର ଆୟୋଜନ କରାଯିବ । ଏହା ମଧ୍ୟ ଆମ ସମସ୍ତଙ୍କ ପାଇଁ ଗୌରବର ବିଷୟ ହେଉଛି ଯେ ନିକଟରେ କୁମ୍ଭମେଳାକୁ ୟୁନିସ୍କୋ ‘ମାନବ ସଭ୍ୟତାର ଅଦୃଶ୍ୟ ସାଂସ୍କୃତିକ ଐତିହ୍ୟ’ (Intangible Cultural Heritage of Humanity)ର ତାଲିକାରେ ସ୍ଥାନ ମିଳିଛି । ଉତ୍ତରପ୍ରଦେଶ ସରକାରଙ୍କ ଦ୍ୱାରା ଏହାର ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ମୋର ଅନୁରୋଧ କି ଆସନ୍ତା ବର୍ଷ ଯେତେବେଳେ ଆପଣମାନେ ଭାରତ ଆସିବେ ତ ଏହି ପ୍ରସ୍ତୁତି ସହିତ ଆସିବେ କି ନିଶ୍ଚିତ ପ୍ରୟାଗ ଦର୍ଶନ କରିବେ । ଆପଣ ନିଜ ଦେଶରେ ଅନ୍ୟ ଲୋକଙ୍କ ମଧ୍ୟ ଏହି ଭବ୍ୟ ଆୟୋଜନ ବିଷୟରେ ଜଣାଇବେ, ତ ସେମାନେ ମଧ୍ୟ ଭାରତୀୟ ସଂସ୍କୃତିର ଏହି ପରମ୍ପରା ବିଷୟରେ ପରିଚିତ ହେବେ ।
ଭାଇ ଓ ଭଉଣୀମାନେ,
ବିଶ୍ୱ ସମ୍ମୁଖରେ ଅନେକ ବଡ଼ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ରହିଛି, ଯହାର ମୁକାବିଲା କରିବା ପାଇଁ ଗାନ୍ଧିଜୀଙ୍କ ବିଚାରର ଆଜି ମଧ୍ୟ ପ୍ରାସଙ୍ଗିକତା ରହିଛି । ଅହିଂସା ଏବଂ ସତ୍ୟାଗ୍ରହର ମାର୍ଗରେ ଚାଲି ଯେ କୌଣସି ବିବାଦର ସମାଧାନ କରାଯାଇ ପାରିବ । ଆତଙ୍କବାଦ ଏବଂ ଅତିବାଦର ମୁକାବିଲା କରିବା ପାଇଁ କୌଣସି ବିଚାରଧାରା ଅଛି ତ ତାହା ହେଉଛି ଗାନ୍ଧିଜୀଙ୍କର ବିଚାରଧାରା, ଭାରତୀୟ ମୂଲ୍ୟବୋଧର ବିଚାରଧାରା ।
ବନ୍ଧୁଗଣ,
ଏକ ବିକଶିତ ଭାରତର ନିର୍ମାଣ ପାଇଁ, ନିଉ ଇଣ୍ଡିଆର ସ୍ୱପ୍ନକୁ ପୂରଣ କରିବା ପାଇଁ, ଆମେ ଆପଣଙ୍କ ସହିତ ମିଶି ଆଗକୁ ବଢ଼ିବାକୁ ଚାହୁଁଛୁ । ଏହି ସମ୍ମେଳନରେ ଆମେ ଆପଣଙ୍କ ଅନୁଭବରୁ ଲାଭାନ୍ୱିତ ହେବାକୁ ଚାହୁଁଛୁ । ନିଉ ଇଣ୍ଡିଆର ବିକାଶ ବିଷୟରେ ଆପଣମାନଙ୍କୁ ଜଣାଇବାକୁ ଚାହୁଁଛି, ଆପଣମାନଙ୍କ ସହିତ ଯୋଡ଼ି ହେବାକୁ ଚାହୁଁଛୁ । ଆପଣମାନେ ଯେଉଁଠାରେ ମଧ୍ୟ ରୁହନ୍ତୁ, ଯେଉଁ ଦେଶରେ ମଧ୍ୟ ରୁହନ୍ତୁ, ଆପଣଙ୍କ ବିକାଶ ଯାତ୍ରାରେ ମଧ୍ୟ ଆମେ ଅଂଶୀଦାର ହେବାକୁ ଚାହୁଁଛୁ ।
ସାଥୀଗଣ,
ଏକବିଂଶ ଶତାବ୍ଦୀକୁ ଏସିଆର ଶତାବ୍ଦୀ କୁହାଯାଉଛି । ଏଥିରେ ନିଶ୍ଚିତ ଭାବେ ଭାରତର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହି ଭୂମିକାର ପ୍ରଭାବ, ଭାରତର ବଢ଼ିଚାଲିଥିବା ପ୍ରଗତିର ପ୍ରଭାବ, ଆପଣ ଯେଉଁଠାରେ ମଧ୍ୟ ରହିବେ, ତାହାକୁ ଅନୁଭବ କରିବେ । ଭାରତର ବୃଦ୍ଧି ପାଉଥିବା ଅର୍ଥବ୍ୟବସ୍ଥା, ଭାରତର ବୃଦ୍ଧି ପାଉଥିବା ଶକ୍ତିକୁ ଦେଖି ଯେତେବେଳେ ଆପଣଙ୍କ ମୁଣ୍ଡ ଗର୍ବରେ ଉପରକୁ ଉଠିବ, ତ ଆମକୁ ଆହୁରି ଅଧିକ ପରିଶ୍ରମ କରିବା ପାଇଁ ପ୍ରେରଣା ମିଳିବ ।
ଭାଇ ଓ ଭଉଣୀମାନେ,
ଭାରତ ହେଉଛି ସେହି ଦେଶ ଯିଏ ବିଶ୍ୱ ପରିପ୍ରେକ୍ଷିରେ ସର୍ବଦା ସକରାତ୍ମକ ଭୂମିକା ତୁଲାଇଛି । ଆମେ କୌଣସି ଦେଶ ପ୍ରତି ନିଜ ନୀତିକୁ ଲାଭ-କ୍ଷତିର ତରାଜୁରେ ତଉଲୁ ନାହିଁ, ବରଂ ତାକୁ ମାନବିକ ମୂଲ୍ୟବୋଧରେ ପ୍ରିଜମ ମାଧ୍ୟମରେ ଦେଖୁ ।
ଆମର ବିକାଶ ପାଇଁ ସହାୟତା ଦେବାର ମଡେଲ ମଧ୍ୟ ‘ଦେବା ଏବଂ ନେବା’ ଉପରେ ଆଧାରିତ ନୁହେଁ । ବରଂ ଏହା ସେହି ଦେଶର ଆବଶ୍ୟକତା ଏବଂ ପ୍ରାଥମିକତା ଉପରେ ନିର୍ଭର କରିଥାଏ । କାହାର ସମ୍ବଳକୁ ଶୋଷଣ କରିବା ପାଇଁ ନା ଆମର ମନୋଭାବ ଅଛି ନା କାହାର ଭୂଖଣ୍ଡ ଉପରେ ଆମର ନଜର ରହିଛି । ଆମର ଫୋକସ ସବୁବେଳେ ଦକ୍ଷତା ବିକାଶ ଏବଂ ସମ୍ବଳର ବିକାଶ ଉପରେ ରହିଛି । ଦ୍ୱିପାକ୍ଷିକ ଏବଂ ବହୁପାକ୍ଷିକ ମଂଚରେ, ସେ ରାଜ୍ୟଗୋଷ୍ଠୀ ହେଉ, ଭାରତ-ଆଫ୍ରିକା ଫୋରମ ସହଯୋଗ ହେଉ, ଭାରତ-ପ୍ରଶାନ୍ତ ମହାସାଗର ଦ୍ଵିପାଞ୍ଚଳ ସହଯୋଗ ହେଉ ଆମେ ପ୍ରତ୍ୟେକ ମଂଚରେ ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ପାଇଁ ପ୍ରଯତ୍ନଶୀଳ ରହିଛୁ ।
ଆସିଆନ ଦେଶଗୁଡ଼ିକ ସହିତ ଆମର ଦୃଢ଼ ସମ୍ପର୍କକୁ ଆମେ ଆସିଆନ ସଙ୍ଗଠନ ସହିତ ସମ୍ବନ୍ଧ ବୃଦ୍ଧି କରି ଆହୁରି ମଧ୍ୟ ସୁଦୃଢ଼ ରୂପ ପ୍ରଦାନ କରିଛୁ । ଭାରତ-ଆସିଆନ ସମ୍ପର୍କର ଭବିଷ୍ୟତ କେତେ ଉଜ୍ଜ୍ୱଳ ହେଉଛି ଏହାର ଝଲକ ଏବେ ଠାରୁ କିଛି ଦିନ ପରେ ସାଧାରଣତନ୍ତ୍ର ଦିବସରେ ସମଗ୍ର ଦୁନିଆ ଦେଖିପାରିବ ।
ସାଥୀଗଣ,
ଭାରତ ସମଗ୍ର ବିଶ୍ୱରେ ସୁଖ, ଶାନ୍ତି, ସମୃଦ୍ଧି, ଗଣତାନ୍ତ୍ରିକ ମୂଲ୍ୟବୋଧ, ସମାବେଶିତା, ସହଯୋଗ ଏବଂ ଭାଇଚାରାର ସମର୍ଥକ ରହିଛି । ଏହା ହେଉଛି ସେହି ସୂତ୍ର ଯାହା ଜନ-ପ୍ରତିନିଧି ଭାବରେ ନିଜର ମତଦାତାଙ୍କ ସହିତ ମଧ୍ୟ ଯୋଡ଼ିଥାଏ । ଭାରତ ବିଶ୍ୱରେ ଶାନ୍ତି, ପ୍ରଗତି ଏବଂ ସମୃଦ୍ଧି ପାଇଁ ଯୋଗଦାନ କରୁଥାଉ, ଏହା ହେଉଛି ଆମର ପ୍ରୟାସ, ଏବଂ ଏହା ମଧ୍ୟ ଆମର ପ୍ରତିବଦ୍ଧତା ।
ବନ୍ଧୁଗଣ,
ଆମର ନିମନ୍ତ୍ରଣ ସ୍ୱୀକାର କରିଥିବାରୁ, ଆପଣଙ୍କ ବ୍ୟସ୍ତ କାର୍ଯ୍ୟକ୍ରମରୁ ସମୟ ବାହାର କରି ଏଠାକୁ ଆସିଥିବାରୁ, ମୁଁ ଆପଣମାନଙ୍କୁ ପୁଣି ଥରେ ହୃଦୟର ସହିତ କୃତଜ୍ଞତା ଜଣାଉଛି । ମୋର ବିଶ୍ୱାସ ଯେ ଆପଣଙ୍କ ସକ୍ରିୟ ସହଯୋଗରେ ଏହି ସମ୍ମେଳନ ସଫଳ ହେବ । ମୁଁ ଆଶା କରୁଛି କି ଆସନ୍ତା ବର୍ଷ ପ୍ରବାସୀ ଭାରତୀୟ ଦିବସରେ ଆପଣମାନଙ୍କ ସହିତ ପୁଣି ଥରେ ଭେଟ ହେବାର ସୁଯୋଗ ମିଳିବ । ବହୁତ-ବହୁତ ଧନ୍ୟବାଦ!!!
ଜୟହିନ୍ଦ!!!