ଉତ୍ତରାଖଣ୍ଡର ରାଜ୍ୟପାଳ, ଶ୍ରୀମତୀ ବେବୀ ରାଣୀ ମୌର୍ଯ୍ୟ ମହୋଦୟା, କେନ୍ଦ୍ର ମନ୍ତ୍ରୀ ପରିଷଦରେ ମୋର ସମସ୍ତ ସହଯୋଗୀ, ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀମାନ ତ୍ରିବେନ୍ଦ୍ର ସିଂହ ରାୱତ ମହାଶୟ, ଉତ୍ତରାଖଣ୍ଡ କ୍ୟାବିନେଟର ସମସ୍ତ ସଦସ୍ୟଗଣ, ସିଙ୍ଗାପୁରର ସୂଚନା ପ୍ରସାରଣ ମନ୍ତ୍ରୀ ଏସ.ଇଶ୍ଵରନ ମହାଶୟ, ଜାପାନ ଏବଂ ଚେକ୍ ଗଣରାଜ୍ୟର ରାଜଦୂତ, ଦେଶ-ବିଦେଶରୁ ଆସିଥିବା ସମସ୍ତ ଉଦ୍ୟମୀ ସାଥୀଗଣ, ଭଦ୍ର ମହିଳା ଓ ଭଦ୍ରବ୍ୟକ୍ତି ଗଣ ।
ବାବା କେଦାରଙ୍କର ଛତ୍ରଛାୟାରେ ଚାରିଧାମର ପବିତ୍ରତା ପାଇଁ ଦେବଭୂମି ଉତ୍ତରାଖଣ୍ଡକୁ ଆସିଥିବା ଦେଶ ବିଦେଶର ସମସ୍ତ ସାଥୀଗଣଙ୍କୁ ବହୁତ ସ୍ୱାଗତ ଏବଂ ଅଭିନନ୍ଦନ । ମୋର ବିଶ୍ୱାସ ରହିଛି କି ଆପଣମାନେ ଏଠାରେ ଭାରତର ଅର୍ଥନୈତିକ ବାତାବରଣ ସହିତ ହଜାର ହଜାର ବର୍ଷ ପୂର୍ବରୁ ଚାଲି ଆସୁଥିବା ଆମର ସାଂସ୍କୃତିକ ବିବିଧତାକୁ ଆହୁରି ସମୃଦ୍ଧ କରି ତାହାକୁ ଅନୁଭବ କରିବେ, ତାହା ସହିତ ପରିଚିତ ହେବେ ଏବଂ ଏକ ନୂତନ ଚେତନା ପ୍ରାପ୍ତ କରି ଏଠାରୁ ଫେରିଯିବେ ।
ସାଥୀଗଣ, ଉତ୍ତରାଖଣ୍ଡର ଏହି ମାଟି ଉପରେ ଆମେ ସମସ୍ତେ ଏଭଳି ଏକ ସମୟରେ ଏକାଠି ହୋଇଛେ, ଯେତେବେଳେ ଭାରତରେ ଦ୍ରୁତ ଗତିରେ ଆର୍ଥିକ ଏବଂ ସାମାଜିକ ପରିବର୍ତ୍ତନ ଆସୁଛି । ଦେଶ ବହୁତ ବଡ଼ ପରିବର୍ତ୍ତିତ ସମୟ ମଧ୍ୟ ଦେଇ ଗତି କରୁଛି । ଆମେ ନୂତନ ଭାରତ ଆଗକୁ ଅଗ୍ରସର ହେଉଛୁ । ଦୁନିଆର ପ୍ରତ୍ୟେକ ବଡ଼ ବଡ଼ ସଂସ୍ଥା କହୁଛନ୍ତି କି ଭାରତ ଆଗାମୀ ଦଶକରେ ବିଶ୍ୱ ଅଭିବୃଦ୍ଧିର ପ୍ରମୁଖ ଇଂଜିନ ହେବାକୁ ଯାଉଛି । ଆଜି ଭାରତର ଅର୍ଥବ୍ୟବସ୍ଥା ଆହୁରି ଅଧିକ ସ୍ଥିର ରହିଛି । ଆର୍ଥିକ ନିଅଂଟ ପରିମାଣ କମ୍ ହୋଇଛି, ଦରବୃଦ୍ଧି ନିୟନ୍ତ୍ରଣରେ ରହିଛି । ଆମର ଏଠାରେ ଦୁନିଆରେ ସବୁଠାରୁ ଦ୍ରୁତ ଗତିରେ ମଧ୍ୟବିତ୍ତ ବର୍ଗଙ୍କର ଆର୍ଥିକ ପ୍ରଗତି ହେଉଛି । 80 କୋଟିରୁ ଅଧିକ ଯୁବକ, ଏହି ଜନସଂଖ୍ୟାଗତ ବିଭାଜନ, ଆକାଂକ୍ଷାଗୁଡ଼ିକରେ ଏବଂ ସାମର୍ଥ୍ୟରେ ଭରପୂର ରହିଛି ।
ସାଥୀଗଣ, ଆଜି ଭାରତରେ ଯେଉଁ ଗତିରେ ଦକ୍ଷତା କ୍ଷେତ୍ରରେ ଆର୍ଥିକ ସଂସ୍କାର ହେଉଛି, ତାହା ହେଉଛି ଅଭୂତପୂର୍ବ । ବିଗତ ଦୁଇ ବର୍ଷରେ ହିଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ଦଶ ହଜାରରୁ ଅଧିକ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ପଦକ୍ଷେପ ଯୋଗୁଁ ଭାରତରେ ସହଜରେ ବ୍ୟବସାୟ ଅନୁକୂଳ, ଏଥିରେ 42 ଟି ସ୍ଥାନରେ ସୁଧାର ଆସିଛି । ଏହି ସଂସ୍କାର ପ୍ରକ୍ରିୟାରେ ଆମେ 1400ରୁ ଅଧିକ ଆଇନକୁ ସମାପ୍ତ କରି ଦେଇଛୁ । ଏହା ବ୍ୟତୀତ ଭାରତରେ ଟିକସ ବ୍ୟବସ୍ଥାରେ ମଧ୍ୟ ବହୁତ ସଂସ୍କାର କରାଯାଇଛି । ଟିକସ ସହିତ ଜଡ଼ିତ ମାମଲାଗୁଡ଼ିକର ସମାଧାନକୁ ଆହୁରି ଅଧିକ ପାରଦର୍ଶୀ ଏବଂ ଦ୍ରୁତ କରିବାର ପ୍ରୟାସ କରାଯାଉଛି ।
ଦେବାଳିଆ ବ୍ୟାଙ୍କିଙ୍ଗ ସଂହିତା ଦ୍ୱାରା ଆଜି ବ୍ୟବସାୟ ସହଜ ହୋଇଛି, ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ମଧ୍ୟ ଶକ୍ତି ମିଳିଛି । ଜିଏସଟି ଭାବେ ଭାରତରେ ସ୍ୱାଧୀନତା ପରେ ସବୁଠାରୁ ବଡ଼ ଟିକସ ସଂସ୍କାର କରାଯାଇଛି । ଜିଏସଟି ଦେଶକୁ ଏକକ ବଜାରରେ ପରିବର୍ତ୍ତନ କରି ଦେଇଛି ଏବଂ ଟିକସର ଆଧାରକୁ ବୃଦ୍ଧି କରିବାରେ ମଧ୍ୟ ବହୁତ ବଡ଼ ସାହାଯ୍ୟ କରିଛି ।
ଆମର ଭିତ୍ତିଭୂମି ମଧ୍ୟ ରେକର୍ଡ ଗତିରେ ଆଗକୁ ବଢୁଛି । ବିଗତ ବର୍ଷ ହିଁ ଭାରତରେ ପାଖାପାଖି 10,000 କିଲୋମିଟର ଜାତୀୟ ରାଜପଥ ନିର୍ମାଣ ହୋଇଛି । ଅର୍ଥାତ ଦୈନିକ ପ୍ରାୟ 27 କିଲୋମିଟର ଗତିରେ ସଡ଼କ ନିର୍ମାଣ କାର୍ଯ୍ୟ କରାଯାଉଛି । ଏହା ପୂର୍ବ ସରକାରଙ୍କ ତୁଳନାରେ ହେଉଛି ଦୁଇ ଗୁଣ ।
ରେଳ ଲାଇନର ନିର୍ମାଣରେ ମଧ୍ୟ ଦୁଇ ଗୁଣ ଗତିରେ କାର୍ଯ୍ୟ କରାଯାଉଛି । ଏହା ବ୍ୟତୀତ ଅନେକ ସହରରେ ନୂତନ ମେଟ୍ରୋ, ଦ୍ରୁତଗାମୀ ରେଳ ପ୍ରକଳ୍ପ, ଉତ୍ସର୍ଗୀକୃତ ବ୍ୟବସାୟ କରିଡର, ଏଥିପାଇଁ ମଧ୍ୟ କାର୍ଯ୍ୟ ଚାଲୁ ରହିଛି । ସରକାର 400 ରେଳ ଷ୍ଟେସନର ଆଧୁନିକୀକରଣ କରିବା ଦିଗରେ ଆଗକୁ ବଢ଼ୁଛନ୍ତି ।
ଯଦି ଆମେ ବିମାନ ଚଳାଚଳ କ୍ଷେତ୍ରର କଥା କହିବା, ଭାରତରେ ଏହି କ୍ଷେତ୍ର ମଧ୍ୟ ରେକର୍ଡ଼ ଗତିରେ ଆଗକୁ ବଢ଼ୁଛି । ଏହି ଗତିକୁ ଆହୁରି ଦ୍ରୁତ କରିବା ପାଇଁ ଦେଶରେ ପ୍ରାୟ 100ଟି ନୂତନ ବିମାନ ବନ୍ଦର ଆଉ ହେଲିପ୍ୟାଡ ନିର୍ମାଣ କରିବାର କାର୍ଯ୍ୟ କରାଯାଉଛି । ଉଡାଣ ଯୋଜନା ମାଧ୍ୟମରେ ଦେଶରେ ଦ୍ୱିତୀୟ ଏବଂ ତୃତୀୟ ଶ୍ରେଣୀ ସହରରେ ବିମାନ ଯୋଗାଯୋଗ ବ୍ୟବସ୍ଥା ଉପଲବ୍ଧ କରାଇବା ପାଇଁ ପ୍ରୟାସ ଜାରି ରହିଛି । ଭାରତରେ 100ରୁ ଅଧିକ ଜାତୀୟ ଜଳପଥ ନିର୍ମାଣ କରିବା ଦିଗରେ ମଧ୍ୟ କାର୍ଯ୍ୟ କରାଯାଉଛି ।
ସାଥୀଗଣ, ଏହା ବ୍ୟତୀତ ଆଜି ଭାରତରେ ସମସ୍ତଙ୍କ ପାଇଁ ଗୃହ, ସମସ୍ତଙ୍କ ପାଇଁ ଶକ୍ତି, ସମସ୍ତଙ୍କ ପାଇଁ ସ୍ୱଚ୍ଛ ଇନ୍ଧନ, ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ ଏବଂ ସମସ୍ତଙ୍କ ପାଇଁ ବ୍ୟାଙ୍କିଙ୍ଗ ସେବା ଉପଲବ୍ଧ କରାଇବା ଭଳି ଭିନ୍ନ ଭିନ୍ନ ଅନେକ ଯୋଜନା ନିଜ ଲକ୍ଷ୍ୟକୁ ହାସଲ କରିବା ଦିଗରେ ଦ୍ରୁତ ଗତିରେ ଅଗ୍ରସର ହେଉଛନ୍ତି । ଅର୍ଥାତ ମୋଟ ଉପରେ ଦେଖିବାକୁ ଗଲେ, ଆଜି ଏହା କୁହାଯାଇ ପାରିବ କି ଚତୁର୍ଦ୍ଦିଗରୁ ପରିବର୍ତ୍ତନର ଏହି ସମୟରେ ଆପଣମାନଙ୍କ ପାଇଁ ଦେଶ ବିଦେଶର ନିବେଶକ ମାନଙ୍କ ପାଇଁ ଭାରତରେ ସର୍ବୋତ୍ତମ ବାତାବରଣ ସୃଷ୍ଟି ହୋଇଛି ।
ଏବେ ନିକଟରେ ଆରମ୍ଭ ହୋଇଥିବା ‘ଆୟୁଷ୍ମାନ ଭାରତ’ ଯୋଜନା ଯୋଗୁଁ ଭାରତରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ନିବେଶର ବହୁତ ବଡ଼ ସମ୍ଭାବନା ସୃଷ୍ଟି ହୋଇଛି । ଏହି କାରଣରୁ ଆଗାମୀ ଦିନରେ ଦ୍ୱିତୀୟ ଏବଂ ତୃତୀୟ ଶ୍ରେଣୀ ସହରରେ ନୂତନ ହାସପାତାଳ ନିର୍ମାଣ ହେବ, ମେଡିକାଲ କଲେଜ ନିର୍ମାଣ ହେବ, ପାରାମେଡିକାଲ ମାନବ ସମ୍ବଳ ବିକାଶ ପ୍ରତିଷ୍ଠାନ ନିର୍ମାଣ ହେବ, ପାରାମେଡିକାଲ ଭିତ୍ତିଭୂମି ସୁଦୃଢ଼ ହେବ । ଆପଣ କଳ୍ପନା କରି ପାରିବେ କି ‘ଆୟୁଷ୍ମାନ ଭାରତ’ ଯୋଜନା ଅଧୀନରେ ଦେଶର 50 କୋଟିରୁ ଅଧିକ ନାଗରିକଙ୍କୁ, ସେହି ପରିବାରକୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁନିଶ୍ଚିତ ସ୍ୱାସ୍ଥ୍ୟ ବୀମା ପ୍ରାପ୍ତ ହେଉଛି । ଅର୍ଥାତ ଆମେରିକା, କାନାଡ଼ା ଏବଂ ମେକ୍ସିକୋ ଏହାର ସମସ୍ତ ଜନସଂଖ୍ୟାରୁ ଅଧିକ ଲୋକଙ୍କୁ ଲାଭ ମିଳିବ । ସମଗ୍ର ୟୁରୋପର ଜନସଂଖ୍ୟା ଯେତେ, ତା’ଠାରୁ ଅଧିକ ଲୋକଙ୍କୁ ଏହି ସୁବିଧା ମିଳିବ । ଏବେ ଏହି ଲାଭ ଦେବା ପାଇଁ କେତେ ହାସ୍ପାତାଳର ଆବଶ୍ୟକତା ପଡ଼ିବ, କେତେ ଡାକ୍ତରଙ୍କର ଆବଶ୍ୟକତା ପଡ଼ିବ । କେତେ ବଡ଼ ନିବେଶର ସମ୍ଭାବନା ରହିଛି ଆଉ ରୋଗୀମାନଙ୍କ ପାଇଁ ଦେୟ ଏବେଠାରୁ ପ୍ରସ୍ତୁତ ହୋଇ ରହିଛି ଏବଂ ଏଥିପାଇଁ ନିବେଶ କରିବାବାଲାଙ୍କୁ ମଧ୍ୟ ଫେରସ୍ତର ସୁନିଶ୍ଚିତତା ରହିଛି । ଏହା ହେଉଛି ନିଜକୁ ନିଜେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଭାରତରେ ପୁଞ୍ଜିନିବେଶର ଏକ ବୃହତ ଅବସର, ଯାହା ଦ୍ୱିତୀୟ ଏବଂ ତୃତୀୟ ଶ୍ରେଣୀ ସହରରେ ଉତ୍ତମ ସ୍ତରର ହାସପାତାଳ ନିର୍ମାଣର ସମ୍ଭାବନା ସୃଷ୍ଟି କରୁଛି ।
ସାଥୀଗଣ, ଆଜି ଭାରତରେ ଭିତ୍ତିଭୂମି ଉପରେ ଯେତେ ଖର୍ଚ୍ଚ କରାଯାଉଛି, ପୂର୍ବରୁ କେବେ ମଧ୍ୟ କରାଯାଇ ନ ଥିଲା । ଏହି କାରଣରୁ ନିବେଶର ଅପାର ସମ୍ଭାବନା ଗୁଡ଼ିକ ସହିତ ରୋଜଗାର ପାଇଁ ମଧ୍ୟ ଲକ୍ଷ ଲକ୍ଷ ନୂତନ ସୁଯୋଗ ସୃଷ୍ଟି ହେଉଛି । ସାମର୍ଥ୍ୟ/କ୍ଷମତା, ନୀତି ଏବଂ ପ୍ରଦର୍ଶନ ଏହା ହେଉଛି ପ୍ରଗତିର ସୂତ୍ର ।
ନିଉ ଇଣ୍ଡିଆ ହେଉଛି ନିବେଶର ଉତ୍ତମ ଗନ୍ତବ୍ୟ ସ୍ଥଳ ଆଉ ‘ଲକ୍ଷ୍ୟସ୍ଥଳୀ ଉତ୍ତରାଖଣ୍ଡ’, ଏହି ପୃଷ୍ଠାର ଏକ ଚମକୁଥିବା ତାରା । ଉତ୍ତରାଖଣ୍ଡ ହେଉଛି ଦେଶର ସେହି ରାଜ୍ୟ ମାନଙ୍କ ମଧ୍ୟରୁ ଗୋଟିଏ, ଯାହା ନିଉ ଇଣ୍ଡିଆ ଆମର ଭୌଗୋଳିକ ବିବିଧତାକୁ ପ୍ରସ୍ତୁତ କରିଥାଏ । ଆଜିର ଉତ୍ତରାଖଣ୍ଡ ହେଉଛି ଯୁବକ, ଆକାଂକ୍ଷା ଗୁଡ଼ିକରେ ଭରପୂର, ଉର୍ଜ୍ଜା ସହିତ ଓତଃପ୍ରୋତ ହୋଇ ଜଡ଼ିତ । ଏଠାରେ ଉପଲବ୍ଧ ଅସୀମ ସମ୍ଭାବନାକୁ ସୁଯୋଗରେ ପରିବର୍ତ୍ତନ କରିବା ପାଇଁ ତ୍ରିବେନ୍ଦ୍ର ରାୱତଙ୍କ ସରକାର, ମୁଁ ବୁଝିପାରୁଛି, ଭରପୂର ପ୍ରୟାସ କରୁଛି । ଲକ୍ଷ୍ୟସ୍ଥଳୀ ଉତ୍ତରାଖଣ୍ଡର ଏହି ମଞ୍ଚ ହେଉଛି ସେହି ପ୍ରୟାସ ଗୁଡ଼ିକର ଅଭିବ୍ୟକ୍ତି । ଏବେ ଏହା ହେଉଛି ମହତ୍ୱପୂର୍ଣ୍ଣ କି ଏହି ମଞ୍ଚ ଉପରେ ଯାହା ସବୁ କଥା ହେଲା, ଯେଉଁ ବିଶ୍ୱାସ ପ୍ରକଟ କରାଯାଇଛି, ଯେଉଁ ଉତ୍ସାହ ପ୍ରକଟ କରାଯାଇଛି, ତାହା ଯଥାଶୀଘ୍ର କାର୍ଯ୍ୟକାରୀ ହେଉ । ଯାହା ଫଳରେ ଉତ୍ତରାଖଣ୍ଡର ଯୁବସାଥୀଙ୍କୁ ଅଧିକରୁ ଅଧିକ ରୋଜଗାର ମିଳୁ ।
ସାଥୀଗଣ, ଶ୍ରଦ୍ଧେୟ ଅଟଳ ବିହାରୀ ବାଜପେୟୀ ମହାଶୟ ଯେତେବେଳେ ଉତ୍ତରାଖଣ୍ଡ ନିର୍ମାଣ କରିବାର ନିଷ୍ପତ୍ତି ନେଇଥିଲେ, ସେତେବେଳେ ସ୍ଥିତି ବହୁତ ଜଟିଳ ଥିଲା । ରାଜନୈତିକ ଅସ୍ଥିରତା ସହିତ ଉନ୍ନତ ଭବିଷ୍ୟତ ପାଇଁ ପାହାଡ଼ ଭଳି ଆହ୍ୱାନ ଗୁଡିକ ମଧ୍ୟ ଆମ ସମ୍ମୁଖରେ ଥିଲା । କିନ୍ତୁ ଆଜି ଉତ୍ତରାଖଣ୍ଡ ବିକାଶର ଧାରଣାରେ ଦ୍ରୁତ ଗତିରେ ଦୌଡ଼ି ଚାଲିଛି ।
ବିଗତ ଚାରି ବର୍ଷ ମଧ୍ୟରେ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ଅର୍ଥାତ ଏମଏସଏମଇ, ତାହାକୁ ପ୍ରୋତ୍ସାହନ ଦେବା ପାଇଁ, ତାହାକୁ ସଶକ୍ତ କରିବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି । ଅଧିକରୁ ଅଧିକ ଲଘୁ ଉଦ୍ୟୋଗ ଗୁଡ଼ିକୁ ଅଧିକ ଋଣ, ପୁଞ୍ଜି ସହାୟତା, ସୁଧରେ ରିହାତି ଏବଂ କମ୍ ଟିକସ ଓ ନବସୃଜନ ଉପରେ ଧ୍ୟାନ ଦିଆଯାଉଛି । ନିକଟରେ ସରକାର ନିଷ୍ପତ୍ତି ନେଇଛନ୍ତି କି ଏବେ ଏମଏସଏମଇ ପାଇଁ ଏକ କୋଟି ଟଙ୍କାର ଏକ ଋଣ କମ୍ ସମୟରେ ମଞ୍ଜୁର ହୋଇଯିବ ।
ଉତ୍ତରାଖଣ୍ଡରେ କୌଣସି ମଧ୍ୟ ପ୍ରକଳ୍ପର ଅନୁମୋଦନ ନେଇ ନିବେଶକ ମାନଙ୍କୁ ସରକାରୀ ଅଫିସକୁ ଦୌଡ଼ିବାକୁ ନ ପଡ଼ୁ, ଏଥିପାଇଁ ଅନେକ ବ୍ୟବସ୍ଥା ଗୁଡ଼ିକୁ ଅନଲାଇନ କରାଯାଇଛି । ପରିବେଶ, ଏହି ପରିବେଶ ନାମରେ ଅନଲାଇନ ଜଙ୍ଗଲ ଅନୁମୋଦନ ପାଇଁ ଏକ ପୋର୍ଟାଲ କାର୍ଯ୍ୟ କରୁଛି ଯାହାଦ୍ୱାରା ପ୍ରକ୍ରିୟା ସହଜ ତ ହୋଇଛି, ଗତିଶୀଳ ମଧ୍ୟ ହୋଇଛି ।
ବିଗତ ଚାରି ବର୍ଷ ମଧ୍ୟରେ ଉତ୍ତରାଖଣ୍ଡରେ ଯୋଗାଯୋଗ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ପାଇଁ ଅନେକ ପ୍ରୟାସ କରାଯାଇଛି । ରାଜପଥ, ରେଳପଥ, ବିମାନପଥ, ସମସ୍ତ ପ୍ରକାରରେ ଉତ୍ତରାଖଣ୍ଡକୁ ଯୋଡ଼ା ଯାଉଛି । ଗାଁ ଗାଁରେ ପକ୍କା ସଡ଼କ ପହଂଚୁଛି । କେବଳ ଏତିକି ହିଁ ନୁହେଁ, ଚାରିଧାମ ସବୁଦିନିଆ ସଡ଼କ ଏବଂ ଋଷିକେଶ-କର୍ଣ୍ଣପ୍ରୟାଗ ରେଳ ଲାଇନ କାର୍ଯ୍ୟ ତୀବ୍ର ଗତିରେ ଚାଲୁ ରହିଛି ।
ସାଥୀଗଣ, ଉନ୍ନତ ଯୋଗାଯୋଗ ବ୍ୟବସ୍ଥାର ସବୁଠାରୁ ବଡ଼ ଲାଭ ଏଠାକାର ପର୍ଯ୍ୟଟନ କ୍ଷେତ୍ରକୁ ମିଳିବାକୁ ଯାଉଛି । ପ୍ରକୃତି ତ’ ଏହି ରାଜ୍ୟକୁ ସମୃଦ୍ଧ କରିଛି, ଏହା ସହିତ ଆସ୍ଥା ଏବଂ ସଂସ୍କୃତିର ମଧ୍ୟ ବରଦାନ ଦେଇଛି । ପ୍ରକୃତି ହେଉ, ଦୁଃସାହାସିକ କ୍ରୀଡ଼ା ହେଉ, ସଂସ୍କୃତି ହେଉ, ଅଥବା ଯୋଗ, ଧ୍ୟାନ ହେଉ, ଉତ୍ତରାଖଣ୍ଡ ହେଉଛି ପର୍ଯ୍ୟଟନର ଏକ ସଂପୂର୍ଣ୍ଣ ପ୍ୟାକେଜ, ହେଉଛି ଏକ ଆଦର୍ଶ ଲକ୍ଷ୍ୟ ସ୍ଥଳ । ଏବେ ତ ଉତ୍ତରାଖଣ୍ଡ ସରକାର ସ୍ୱତନ୍ତ୍ର ପର୍ଯ୍ୟଟନ ନୀତି ପ୍ରସ୍ତୁତ କରି ପର୍ଯ୍ୟଟନକୁ ଶିଳ୍ପର ମାନ୍ୟତା ଦେଇଛନ୍ତି । ଉଦ୍ୟୋଗର ମାନ୍ୟତା ଦେଇଛନ୍ତି । 18 ବର୍ଷରେ ପ୍ରଥମ ଥର 13 ଜିଲ୍ଲାରେ ନୂତନ 13ଟି ଗନ୍ତବ୍ୟ ସ୍ଥଳ, ପର୍ଯ୍ୟଟନ ସ୍ଥଳକୁ ଚିହ୍ନଟ କରି ବିକଶିତ କରିବାର ପଦକ୍ଷେପ ନିଆ ଯାଇଛି । ଏଥିରେ ନିଶ୍ଚିତ ଭାବେ ରାଜ୍ୟର ଯୁବକମାନଙ୍କୁ ରୋଜଗାରର ଅନେକ ସୁଯୋଗ ମିଳିବ ।
ସାଥୀଗଣ, ଉତ୍ତରାଖଣ୍ଡରେ ଜୈବିକ ରାଜ୍ୟ(Organic State) ହେବାର ସଂପୂର୍ଣ୍ଣ ସମ୍ଭାବନା ରହିଛି । ମୁଁ ଆନନ୍ଦିତ ଯେ ପୁଞ୍ଜ-ଭିତ୍ତିକ ଜୈବିକ କୃଷି ଅଧୀନରେ ରାଜ୍ୟକୁ ଜୈବିକ ରାଜ୍ୟ(Organic State)ରେ ପରିଣତ କରିବା ଦିଗରେ କାର୍ଯ୍ୟ ଆରମ୍ଭ କରାଯାଇଛି । ଜୈବିକ କୃଷି ପାଇଁ ବଜାର ଉପଲବ୍ଧ କରାଇବା ନିମନ୍ତେ କେନ୍ଦ୍ର ସରକାର ମଧ୍ୟ ଅନେକ ପ୍ରୟାସ କରୁଛନ୍ତି ।
ଏହା ସହିତ ଦେଶରେ ଖାଦ୍ୟ ପ୍ରକ୍ରିୟାକରଣକୁ ମଧ୍ୟ ମହତ୍ୱ ଦିଆଯାଉଛି । ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ସରକାର ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଶହେ ଭାଗ, 100 ପ୍ରତିଶତ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶକୁ ଏଫଡିଆଇକୁ ମଧ୍ୟ ମଞ୍ଜୁରି ଦେଇଛନ୍ତି । ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ମଧ୍ୟ ଆଜି ଭାରତ ଦୁନିଆରେ ଅଗ୍ରଣୀ ଦେଶ ମଧ୍ୟରେ ରହିଛି । ସେ ଖାଦ୍ୟ ଉତ୍ପାଦନ କ୍ଷେତ୍ର ହେଉ, ଫଳ ଏବଂ ପନିପରିବା ଉତ୍ପାଦନ କ୍ଷେତ୍ର ହେଉ, ଦୁଗ୍ଧ ଉତ୍ପାଦନ କ୍ଷେତ୍ର ହେଉ, ଅନେକ କ୍ଷେତ୍ରରେ ଭାରତ ଦୁନିଆରେ ପ୍ରଥମ ତିନୋଟି ସ୍ଥାନରେ ରହିଛି । ଆମ କୃଷକ ମାନଙ୍କର ଉତ୍ପାଦନ ନଷ୍ଟ ନ ହେଉ, ସେମାନଙ୍କୁ ତାହାର ଅଧିକରୁ ଅଧିକ ଲାଭ ମିଳୁ, ଏଥିପାଇଁ ଖାଦ୍ୟ ପ୍ରକ୍ରିୟାକରଣ ଉପରେ ଆମେ ଦୃଷ୍ଟି ଦେଉଛୁ । ଏ କ୍ଷେତ୍ରରେ ମଧ୍ୟ ଉତ୍ତରାଖଣ୍ଡର ସ୍ୱର୍ଣ୍ଣିମ ଭବିଷ୍ୟତ ରହିଛି ।
ମୁଁ ଆପଣ ସମସ୍ତଙ୍କୁ କୃଷିରେ, କୃଷି ବ୍ୟବସାୟରେ ନିବେଶ ଆହୁରି ଅଧିକ ପରିମାଣରେ କରିବାକୁ ବିଶେଷ ଅନୁରୋଧ କରିବି । କୃଷି କ୍ଷେତ୍ରରେ ହେଉଥିବା ମୂଲ୍ୟ ଯୁକ୍ତ, କୃଷକମାନଙ୍କର ଆୟ ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ । ଆଉ ମୁଁ ସ୍ୱୀକାର କରୁଛି କି ଆମେ ଯେତେ ନିବେଶ, ଘରୋଇ ନିବେଶ କୃଷି କ୍ଷେତ୍ରରେ କରିବା, ସେ ପ୍ରକ୍ରିୟାକରଣ ହେଉ, ମୂଲ୍ୟ ଯୁକ୍ତ ହେଉ, ଶୀତଳ ଭଣ୍ଡାର ହେଉ, ଗୋଦାମ ଗୃହ ହେଉ, ପରିବହନ ପାଇଁ ବିଶେଷ ଧରଣର ଗାଡ଼ି ହେଉ, ଏହି ସମସ୍ତ ସମ୍ଭାବନା ହିନ୍ଦୁସ୍ଥାନର ଗ୍ରାମୀଣ ଅର୍ଥନୀତି ଆଉ ଯାହା ଭାରତର ଆର୍ଥିକ ସାମର୍ଥ୍ୟକୁ ଏକ ନୂତନ ଦିଗ ଦେବାର ଭରପୂର ସମ୍ଭାବନା ପଡ଼ି ରହିଛି ।
ସାଥୀଗଣ, ଆଜି ଅକ୍ଷୟ ଶକ୍ତି କ୍ଷେତ୍ରରେ ଭାରତ ବିଶ୍ୱର ନେତୃତ୍ୱ ନେବା ଦିଗରେ ଅଗ୍ରସର ହେଉଛି । ଦୁନିଆର ନେତୃତ୍ୱ ନେବାର ଶକ୍ତି ଆଜି ହିନ୍ଦୁସ୍ଥାନ ପାଖରେ ଅଛି । ଆମେ ସ୍ଥିର କରିଛୁ କି 2030 ପର୍ଯ୍ୟନ୍ତ ଆମର 40 ପ୍ରତିଶତ ବିଜୁଳି କ୍ଷମତା ଜୀବାଷ୍ମ ଇନ୍ଧନ ଆଧାରିତ ସଂସାଧନରୁ ଉତ୍ପନ୍ନ ହେବ । ଏତିକି ହିଁ ନୁହେଁ, 2022 ଯେତେବେଳେ ଭାରତ ସ୍ୱାଧୀନତାର 75 ବର୍ଷ ହେବ, 2022 ପର୍ଯ୍ୟନ୍ତ 175 ଗିଗାୱାଟ ଅକ୍ଷୟ ଶକ୍ତି ଲକ୍ଷ୍ୟକୁ ନେଇ ଆମେ ଆଗକୁ ଅଗ୍ରସର ହେଉଛୁ । ଏଥିରେ ମଧ୍ୟ ସୌରଶକ୍ତି ଏକ ବହୁତ ବଡ ଅଂଶ ହେବାକୁ ଯାଉଛି । ଅନ୍ତରାଷ୍ଟ୍ରୀୟ ସୌରମେଂଟ ଅର୍ଥାତ ଆଇଏସଏ ପଛରେ ମଧ୍ୟ ଏହି ଅବଧାରଣା ରହିଛି । ଦୁନିଆର ଶକ୍ତି ଆବଶ୍ୟକତା ମଧ୍ୟ ପୂରଣ ହେଉ, ଆଉ ପର୍ଯ୍ୟାବରଣ ମଧ୍ୟ ସୁରକ୍ଷିତ ରହୁ, ଏଥିପାଇଁ ଆମର ତ ଏକମାତ୍ର ମନ୍ତ୍ର ହେଉଛି ଗୋଟିଏ ବିଶ୍ୱ, ଗୋଟିଏ ସୂର୍ଯ୍ୟ, ଗୋଟିଏ ଗ୍ରୀଡ଼୍, ଉତ୍ତରାଖଣ୍ଡରେ ମଧ୍ୟ ଅଣପାରମ୍ପରିକ ଶକ୍ତିର ପ୍ରସାର ପାଇଁ ମଧ୍ୟ ରାଜ୍ୟ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି । ଜଳ ବିଦ୍ୟୁତ ଶକ୍ତି ତ ହେଉଛି ଏହି ରାଜ୍ୟର କ୍ଷମତା, ଏବେ ସୌରଶକ୍ତି ଭଳି ନୂତନ ମାଧ୍ୟମର ଶକ୍ତି ଯୋଡ଼ି ହେବାରୁ ଉତ୍ତରାଖଣ୍ଡ ଶକ୍ତି କ୍ଷେତ୍ରରେ ବଳକା ରାଜ୍ୟ ହେବାର ସମସ୍ତ କ୍ଷମତା ରଖିଛି । ଉତ୍ତରାଖଣ୍ଡ ହିନ୍ଦୁସ୍ଥାନକୁ ଉର୍ଜ୍ଜାବାନ କରି ପାରିବ । ଏତେ ପରିମାଣର ଶକ୍ତି ଉତ୍ତରାଖଣ୍ଡରେ ପଡ଼ି ରହିଛି ।
ସାଥୀଗଣ, ବିଗତ ଚାରି ବର୍ଷରେ ମେକ୍ ଇନ୍ ଇଣ୍ଡିଆ ଏକ ବହୁତ ବଡ଼ ବ୍ରାଣ୍ଡ୍ ହୋଇ ପାରିଛି । ଆମର ଅନୁରୋଧ ହେଉଛି ମେକ୍ ଇନ୍ ଇଣ୍ଡିଆ କେବଳ ଭାରତ ପାଇଁ ନୁହେଁ, ସମଗ୍ର ବିଶ୍ୱ ପାଇଁ । ଦୁନିଆ ଆମର ଏହି ଆମନ୍ତ୍ରଣକୁ ସ୍ୱୀକାର କରିଛି, ଯାହାଦ୍ୱାରା ସୂଚନା ପ୍ରଯୁକ୍ତି ବିଦ୍ୟା ସହିତ ଏବେ ଇଲେକ୍ଟ୍ରୋନିକ ସାମଗ୍ରୀ ନିର୍ମାଣର ମଧ୍ୟ ଭାରତ କେନ୍ଦ୍ରସ୍ଥଳ ହେବାକୁ ଯାଉଛି । ଆଜି ଦୁନିଆର ସବୁଠାରୁ ବଡ଼ ମୋବାଇଲ ନିର୍ମାଣକାରୀ ୟୁନିଟ, ତାହା ସହିତ 120ରୁ ଅଧିକ କାରଖାନା ଭାରତରେ କାର୍ଯ୍ୟ କରୁଛି । ଦୁନିଆର ଅନେକ ବଡ଼ ବ୍ରାଣ୍ଡ ଆଜି ମେକ୍ ଇନ୍ ଇଣ୍ଡିଆର ଅଂଶ ପାଲଟିଛି ।
ଅନ୍ୟ ପକ୍ଷରେ ଅଟୋମୋବାଇଲ କ୍ଷେତ୍ରରେ ମଧ୍ୟ ଭାରତ ଦ୍ରୁତ ଗତିରେ ଅଗ୍ରଗତି କରୁଛି । ଏହି ବର୍ଗରେ ଜାପାନ ଉତ୍ତରାଖଣ୍ଡର ସହଭାଗୀ ହୋଇଛି । ବନ୍ଧୁଗଣ, ଆପଣମାନେ ଜାଣି ଖୁସି ହେବେ କି ଜାପାନର କମ୍ପାନୀ ଜାପାନରୁ ଉତ୍ପାଦନ ହେଉଥିବା ସେହି କାର ଆଜି ହିନ୍ଦୁସ୍ଥାନରେ ନିର୍ମାଣ ହେଉଛି ଆଉ ସେହି କାର ଜାପାନ ଆମଦାନୀ କରୁଛି ।
ସାଥୀଗଣ, ଆଜି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆପଣମାନଙ୍କୁ ସମସ୍ତଙ୍କୁ ଏହି ସମସ୍ତ କ୍ଷେତ୍ରରେ ନିବେଶ କରିବା ପାଇଁ ଉତ୍ତରାଖଣ୍ଡ ଆଉ ନିଉ ଇଣ୍ଡିଆର ଅଭିବୃଦ୍ଧି କାହାଣୀର ଅଂଶ ହେବା ପାଇଁ ଆପଣ ମାନଙ୍କୁ ଆମନ୍ତ୍ରଣ କରୁଛି ।
ମୋର ସଂପୂର୍ଣ୍ଣ ବିଶ୍ୱାସ ରହିଛି କି ଆଗାମୀ ଦୁଇ ଦିନରେ ଯେଉଁ ଏମ୍ଓୟୁ ସ୍ୱାକ୍ଷର ହେବ, ତାହା ଖୁବ ଶୀଘ୍ର ଫଳପ୍ରଦ ମଧ୍ୟ ହେବ, ଆଉ ମୋର ବିଶ୍ୱାସ ରହିଛି, ଭାରତର ପ୍ରଗତି ଆମର ରାଜ୍ୟର ଶକ୍ତିରୁ ସର୍ବାଧିକ ମିଳିବ ଯଦି ତାହାକୁ ସଠିକ ଧାରାରେ ପରିଚାଳିତ କରିବା ତ’ ଏହି ଦେଶର ବିକାଶ ଯାତ୍ରାକୁ ଦୁନିଆର କୌଣସି ଶକ୍ତି ଅଟକାଇ ପାରିବେ ନାହିଁ । ଆଉ ଏହା ହେଉଛି ଖୁସିର କଥା ଯେ ଆଜି ରାଜ୍ୟ ମଧ୍ୟରେ ଏକ ସୁସ୍ଥ ପ୍ରତିଯୋଗିତା ଆରମ୍ଭ ହୋଇଛି । ପ୍ରତ୍ୟେକ ରାଜ୍ୟ ଅନ୍ୟ ରାଜ୍ୟଠାରୁ ଆଗକୁ ବଢ଼ିବାକୁ ଚାହୁଁଛନ୍ତି । ନୂତନ ପଦକ୍ଷେପ ନେବାକୁ ଚାହୁଁଛନ୍ତି । ନିଜ ରାଜ୍ୟର କ୍ଷମତା ଆଧାରରେ କରିବାକୁ ଚାହୁଁଛନ୍ତି । ଆଉ ଯେତେବେଳେ ରାଜ୍ୟ ନିଜ କ୍ଷମତାକୁ ନେଇ ଚାଲିଥାଆନ୍ତି ତ’ ମୁଁ ମାନୁ ନାହିଁ କି ରାଜ୍ୟ ପଛରେ ପଡ଼ିଯିବେ । ଦୁନିଆର ଅନେକ ଦେଶ ମଧ୍ୟରୁ ଆମ ରାଜ୍ୟଗୁଡ଼ିକର ଶକ୍ତି ହେଉଛି ଅଧିକ । ଆମ ରାଜ୍ୟ ଗୁଡ଼ିକର ସାମର୍ଥ୍ୟ ମଧ୍ୟ ହେଉଛି ଅଧିକ । ଦୁନିଆର କୌଣସି ଛୋଟ ଦେଶ ତୁଳନାରେ ଆମ ରାଜ୍ୟ ଗୁଡ଼ିକରେ ବହୁତ ସାମର୍ଥ୍ୟ ପଡ଼ି ରହିଛି ।
ପ୍ରତ୍ୟେକ ରାଜ୍ୟ ସ୍ୱପ୍ନ ଦେଖୁ, ମୋର ଭଲ ଭାବେ ମନେ ଅଛି ମୁଁ ଯେତେବେଳେ ପ୍ରଥମ ଥର ଗୁଜରାଟର ମୁଖ୍ୟମନ୍ତ୍ରୀ ହୋଇଥିଲି, ଆଉ ତାହା ମଧ୍ୟ 7 ଅକ୍ଟୋବର 2001 ଥିଲା, ସେତେବେଳେ ମୋର ତ କୌଣସି ଅନୁଭବ ନ ଥିଲା । ସରକାର କ’ଣ, ମୁଁ ତାହା କିଛି ମଧ୍ୟ ଜାଣି ନ ଥିଲି, ମୁଁ କୌଣସି ଅଫିସ ଦେଖି ନ ଥିଲି । ସଂପୂର୍ଣ୍ଣ ଭାବେ ନୂଆ ଥିଲି । ସାମ୍ବାଦିକ ପହଂଚିଗଲେ । ସେମାନେ ମୋତେ ନଚାଇବାରେ ଲାଗିଲେ, କିଛି ଏଭଳି ଭୁଲ କରିଦିଏ, ଏଭଳି କିଛି ଉତ୍ତର ଦେଇ ଦିଏ, ଫଳରେ ମୋର ଆଗକୁ ଯିବାରେ ପ୍ରତିବନ୍ଧକ ଆସିଯିବ, ଏଭଳି ଭରପୂର ପ୍ରୟାସ ଚାଲୁ ରହିଥିଲା । ତ ମୋତେ ପଚରା ଗଲା କି ଆପଣ ଏହି ଆପଣ ଗୁଜରାଟ ନିର୍ମାଣ କରିବାକୁ ଚାହୁଁଛନ୍ତି, ଆପଣଙ୍କର ଆଦର୍ଶ ହେଉଛନ୍ତି କିଏ? କାହାକୁ ଦେଖିକରି ଆପଣ ଏପରି ହେବାକୁ ଚାହୁଁଛନ୍ତି । ସାଧାରଣତଃ କିଏ ଏପରି ପଚାରନ୍ତି ତ ଲାଗିଥାଏ ଏପରି ଉତ୍ତର ଆସିବ, ମୁଁ ଆମେରିକା ଭଳି କରିବାକୁ ଚାହୁଁଛି, ଇଂଲଣ୍ଡ ଭଳି କରିବାକୁ ଚାହୁଁଛି, ଏପରି ହିଁ ଉତ୍ତର ଆସିବ । ମୁଁ ସେମାନଙ୍କୁ ଭିନ୍ନ ଉତ୍ତର ଦେଲି, ମୁଁ କହିଲି କି ଏହାକୁ ଦକ୍ଷିଣ କୋରିଆ ଭଳି କରିବାକୁ ଚାହୁଁଛି । ତ ସେମାନଙ୍କୁ କିଛି ଜଣା ହିଁ ନ ଥିଲା । ପୁଣି ମୁଁ କହିଲି, ନିଜ କ୍ୟାମେରା ବନ୍ଦ କରନ୍ତୁ, ମୁଁ ଭଲ ଭାବରେ ବୁଝାଉଛି, ଆପଣମାନଙ୍କୁ ଅସୁବିଧା ନ ହେଉ । ମୁଁ କହିଲି କି ଗୁଜରାଟର ଜନସଂଖ୍ୟା ହେଉଛି ଦକ୍ଷିଣ କୋରିଆର ଜନସଂଖ୍ୟା ସହିତ ସମାନ । ସେଠାକାର ସାମୁଦ୍ରିକ ଉପକୂଳ, ଆମର ସାମୁଦ୍ରିକ ଉପକୂଳ, ସେଠାକାର ବିକାଶ ଯାତ୍ରାର ନକ୍ସା ଏଠାକାର ବିକାଶ ଯାତ୍ରାର ନକ୍ସା, ମୁଁ କହିଲି, ମୁଁ ଏତେ ସୂକ୍ଷ୍ମ ଭାବରେ ଅନୁଧ୍ୟାନ କରିଥିଲି କି ମୋତେ ଲାଗୁଥିଲା, ଆମେ ସେହି ରାସ୍ତାରେ ଚାଲିବା ତ ଆମେ ଆଗକୁ ବଢ଼ିଯିବା, ଆମେ ଅଟକିବା ନାହିଁ ।
ମୁଁ ମାନୁ ନାହିଁ, ହିନ୍ଦୁସ୍ଥାନର ପ୍ରତ୍ୟେକ ରାଜ୍ୟରେ ଏହି ଶକ୍ତି ପଡ଼ି ରହିଛି । ତାହା ଦୁନିଆର ଏପରି କୌଣସି ଦେଶ ସହିତ ପ୍ରତିଦ୍ୱନ୍ଦିତା କରି ଆଗକୁ ବଢ଼ିଯିବ । ଯଦି ହିନ୍ଦୁସ୍ଥାନର ଗୋଟିଏ ଗୋଟିଏ ରାଜ୍ୟ ଏହି ସାମର୍ଥ୍ୟ ସହିତ ଆଗକୁ ବଢ଼ି ପାରିବେ, ଆମର ଯୁବକମାନଙ୍କ ମଧ୍ୟରେ ସେହି ଶକ୍ତି ଅଛି, ସାମର୍ଥ୍ୟ ଅଛି ଆଜ୍ଞା ।
ଏବେ ପଅରଦିନ ଋଷିଆର ରାଷ୍ଟ୍ରପତି ଏଠାରେ ଥିଲେ, ପ୍ରଥମେ ଆମେ ଏକ ଭିନ୍ନ ଧରଣର କାର୍ଯ୍ୟକ୍ରମ କଲୁ, ସେଠାରେ ଏକ ଶିକ୍ଷା ସଂସ୍ଥାନ ସହିତ ତାଙ୍କର ନିବିଡ଼ ସମ୍ପର୍କ ରହିଛି, ମୋତେ ଦେଖାଇବାକୁ ନେଇ ଯାଇଥିଲେ । ତ, ମୁଁ ତାଙ୍କୁ ଅନୁରୋଧ କରିଥିଲି, ସେହି ପିଲାମାନଙ୍କୁ ଥରେ ହିନ୍ଦୁସ୍ଥାନ ଆଣନ୍ତୁ । ଆଉ ମୁଁ କହିଲି, ମୁଁ ଚାହୁଁଛି କି ହିନ୍ଦୁସ୍ଥାନରୁ ମଧ୍ୟ ପିଲାମାନଙ୍କୁ କେତେବେଳେ ଆପଣଙ୍କ ସେଠାକୁ ପଠାଇବି । ତ ସେ ଏଥର ଆସିଥିଲେ, ତ 20 ଜଣ ପିଲାଙ୍କୁ ନେଇ କରି ଆସିଥିଲେ । ଭାରତର ପିଲା ଆଉ ସେମାନଙ୍କର ପିଲା, 20-20 ପିଲା, 5-6 ଦିନ ଏକାଠି କାମ କଲେ । ଆଉ 5-6 ଦିନ ମଧ୍ୟରେ ଋଷିଆର ଚିନ୍ତାଧାରା ଆଉ ଭାରତର ଚିନ୍ତାଧାରା ପିଲାମାନେ ମିଳିମିଶି ଏଭଳି ଚମତ୍କାର ଜିନିଷ ପ୍ରସ୍ତୁତ କରିଥିଲେ, ମୁଁ ଏବଂ ଋଷିଆର ରାଷ୍ଟ୍ରପତି ତାକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲୁ କି ଆମ ପିଲାମାନଙ୍କ ମଧ୍ୟରେ କେତେ ଶକ୍ତି ଅଛି, ସେମାନଙ୍କୁ ସୁଯୋଗ ମିଳିବା ଦରକାର, ସେମାନଙ୍କୁ ଉଚିତ ଅବସର ମିଳିବା ଦରକାର । ଆଜି ଉତ୍ତରାଖଣ୍ଡ ସେହି କାର୍ଯ୍ୟରେ ଏକ ପାଦ ଆଗକୁ ବଢ଼ାଇଛି ।
18 ବର୍ଷ ବୟସ ହେଉଛି ବଡ଼ ମହତ୍ୱପୂର୍ଣ୍ଣ । ଉତ୍ତରାଖଣ୍ଡ ହେଉଛି ଚିର ପୁରାତନ, କିନ୍ତୁ ଉତ୍ତରାଖଣ୍ଡ ସରକାରଙ୍କର ବୟସ ହେଉଛି 18 ବର୍ଷ । 18 ବର୍ଷର ଉର୍ଜ୍ଜା, 18 ବର୍ଷର ସ୍ୱପ୍ନ, 18 ବର୍ଷର ନିଜସ୍ୱ କିଛି ନୂଆ କରି ଆଗେଇ ଯିବାର ଲକ୍ଷ୍ୟ, ଆହ୍ୱାନ ଆଲଟିଛି । ଏହା ଉତ୍ତରାଖଣ୍ଡର କାର୍ଯ୍ୟ ହେଉଛି କି 18 ବର୍ଷକୁ ଅଯଥାରେ ଯିବାକୁ ଦିଅନ୍ତୁ ନାହିଁ, ଏହା ହେଉଛି ବଡ଼ ମୂଲ୍ୟବାନ ସମୟ ।
ଆର୍ଥିକ ବିକାଶ ଜଗତରେ ମୁଁ ସ୍ୱତନ୍ତ୍ର ଅର୍ଥନୈତିକ ଜୋନ(SEZ), ଏହା ଆମେ କେତେ ଦଶକ ଧରି ଶୁଣି ଆସୁଛୁ । କିନ୍ତୁ ଉତ୍ତରାଖଣ୍ଡରେ ଏକ ଭିନ୍ନ ଏସଇଜେଡ଼ ଅଛି ଆଉ ଶତାବ୍ଦୀ ଶତାବ୍ଦୀ ଧରି ଆମ ଋଷି ମୁନିମାନଙ୍କର ତପସ୍ୟା କରଣରୁ, ମାଆ ଗଙ୍ଗାଙ୍କ ଯୋଗୁଁ ହୋଇଛି, ଦେବାଧିଦେବ ହିମାଳୟଙ୍କ ଯୋଗୁଁ ହୋଇଛି । ଆଉ ତାହା ହେଉଛି ଏପରି ସ୍ଥାନ, ଆଧ୍ୟାତ୍ମିକ ଇକୋ ଜୋନ ଆଉ ଏହି ସ୍ୱନ୍ତ୍ର ଅର୍ଥନୈତିକ ଜୋନରୁ ଆଧ୍ୟାତ୍ମିକ ଅର୍ଥନୈତିକ ଅଂଚଳର ଶକ୍ତି ହେଉଛି ଲକ୍ଷ ଲକ୍ଷ ଗୁଣରେ ଅଧିକ । ଉତ୍ତରାଖଣ୍ଡ ତାହା ଉପରେ ମଧ୍ୟ ଧ୍ୟାନ କେନ୍ଦ୍ରିତ କରି ନିଜ ଯୋଜନାଗୁଡ଼ିକୁ ବିସ୍ତାର ଆଉ ବିକାଶ କରିବା ଦରକାର ।
ମୋର ବିଶ୍ୱାସ ଅଛି କି ରାୱତ ମହାଶୟଙ୍କ ନେତୃତ୍ୱରେ ଏହି 18 ବର୍ଷର ସରକାର, 18 ବର୍ଷର ଏହି ଉର୍ଜ୍ଜାବାନ ବୟସରେ ଏହି ରାଜ୍ୟ ନୂତନ ଶିଖରକୁ ପ୍ରାପ୍ତ କରିବ ଆଉ 2025 ରେ ଯେତେବେଳେ ଆପଣ ମାନେ 25 ବର୍ଷ ପାଳନ କରିବେ, ସେତେବେଳେ ଆପଣମାନଙ୍କର ସମସ୍ତ ସ୍ୱପ୍ନ ସାକାର ହୋଇଯିବ । ଏକ ଶୁଭାରମ୍ଭ ଏହି ମହାନ ଭଗୀରଥ ପ୍ରୟାସରୁ ହୋଇଛି । ମୋର ବହୁତ ବହୁତ ଶୁଭକାମନା ରହିଛି ଆଉ ଭାରତ ସରକାରଙ୍କ ପକ୍ଷରୁ ଆପଣମାନଙ୍କୁ ସଂପୂର୍ଣ୍ଣ ସହଯୋଗ ମିଳିବ, ଏହି ବିଶ୍ୱାସ ମୁଁ ଆପଣମାନଙ୍କୁ ଦେଉଛି ।
ବହୁତ-ବହୁତ ଧନ୍ୟବାଦ ।