ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇସ୍ରାଏଲର ପ୍ରଧାନମନ୍ତ୍ରୀ ମାନ୍ୟବର ନାଫତାଲି ବେନେଟଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି ।
କୋଭିଡ-୧୯ ଚିକିତ୍ସା ପରେ ଶୀଘ୍ର ସୁସ୍ଥ ହୋଇଥିବାରୁ ମାନ୍ୟବର ବେନେଟ୍ଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । ନିକଟରେ ଇସ୍ରାଏଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ସେ ସମବେଦନା ଜଣାଇଛନ୍ତି ।
ୟୁକ୍ରେନ ପରିସ୍ଥିତି ସମେତ ସାମ୍ପ୍ରତିକ ରାଜନୈତିକ ସ୍ଥିତି ଉପରେ ନେତାମାନେ ବିସ୍ତୃତ ଆଲୋଚନା କରିଥିଲେ । ସେମାନେ ଚାଲିଥିବା ଦ୍ୱିପାକ୍ଷିକ ସହଯୋଗ ପଦକ୍ଷେପଗୁଡ଼ିକର ମଧ୍ୟ ସମୀକ୍ଷା କରିଛନ୍ତି ।
ପ୍ରଧାନମନ୍ତ୍ରୀ ମାନ୍ୟବର ବେନେଟଙ୍କୁ ଶୀଘ୍ର ଭାରତ ଭାରତରେ ସ୍ୱାଗତ କରିବାପାଇଁ ଇଚ୍ଛାବ୍ୟକ୍ତ କରିଛନ୍ତି ।