ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆବୁଧାବିର କ୍ରାଉନ୍ ଏଚ୍ ଏଚ୍ ଶେଖ ମହମ୍ମଦ ବିନ୍ ଜାଏଦ ଅଲ ନାହାନଙ୍କ ମଧ୍ୟରେ ଟେଲିଫୋନ୍ ବାର୍ତ୍ତାଳାପ ହୋଇଛି । ଦୁଇ ନେତା ଭାରତ-ୟୁଏଇର ବ୍ୟାପକ ରଣନୀତିକ ଭାଗିଦାରୀ ଅଧୀନରେ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗରେ ଜାରି ଅଗ୍ରଗତିର ସକରାତ୍ମକ ଭାବରେ ମୂଲ୍ୟାଙ୍କନ କରିଛନ୍ତି । କୋଭିଡ -୧୯ ମହାମାରୀ ସମୟରେ ଭାରତୀୟ ସମ୍ପ୍ରଦାୟ ପାଇଁ ୟୁଏଇର ସମର୍ଥନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ଅକ୍ଟୋବର ୧, ୨୦୨୧ ରୁ ଦୁବାଇରେ ଅନୁଷ୍ଠିତ ହେବାକୁ ଥିବା ଏକ୍ସପୋ -୨୦୨୦ ପାଇଁ ସେ ଶୁଭେଚ୍ଛା ଜଣାଇଛନ୍ତି ।
ଉଭୟ ନେତା ଆଞ୍ଚଳିକ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିଥିଲେ । ବିଶ୍ୱରେ ଆତଙ୍କବାଦ ଏବଂ ଉଗ୍ରବାଦ ପାଇଁ କୌଣସି ସ୍ଥାନ ନାହିଁ ବୋଲି ସେମାନେ ସହମତ ହୋଇଥିଲେ ଏବଂ ଏହିପରି ଶକ୍ତି ବିରୁଦ୍ଧରେ ଆନ୍ତର୍ଜାତୀୟ ସମ୍ପ୍ରଦାୟ କିଭଳି ମିଳିତ ଭାବେ ଛିଡା ହେବେ ତାହା ଉପରେ ଗୁରୁତ୍ୱାରୋପ କରିଥିଲେ ।
Had a very useful telecon with His Highness @MohamedBinZayed. Reviewed progress in our comprehensive strategic partnership and discussed recent regional developments. Appreciated UAE’s support to Indian community during Covid-19 and conveyed my best wishes for Dubai Expo.
— Narendra Modi (@narendramodi) September 3, 2021