ଶ୍ରୀଲଙ୍କାର ରାଷ୍ଟ୍ରପତି ମହାମହିମ ମିଷ୍ଟର ଗୋଟବାୟା ରାଜପକ୍ଷେ ଏବଂ ପ୍ରଧାନମନ୍ତ୍ରୀ ମହାମହିମ ମହିନ୍ଦ ରାଜପକ୍ଷେ ଉଭୟେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟେଲିଫୋନ ଯୋଗେ ତାଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।
ପଡୋଶୀ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ମଜଭୁତ କରିବାକୁ ଉଭୟ ଶ୍ରୀଲଙ୍କା ନେତା ନିଜର ଦୃଢ ଇଚ୍ଛା ଏବଂ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। କୋଭିଡ ମହାମାରୀ ବିରୋଧରେ ମିଳିତ ଲଢେଇ ସହିତ ଦ୍ୱିପାକ୍ଷିକ ସହଯୋଗ ପାଇଁ ସେମାନେ କୃତଜ୍ଞତା ଜଣାଇଥିଲେ ।
ପ୍ରଧାନମନ୍ତ୍ରୀ ଉଭୟ ନେତାଙ୍କୁ ସେମାନଙ୍କର ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇବା ସହ ଭାରତର ପଡୋଶୀ ପ୍ରଥମ ନୀତି ଅନୁଯାୟୀ ଦୁଇ ଦେଶ ମଧ୍ୟରେ ସହଯୋଗକୁ ଆହୁରି ବିସ୍ତାର କରିବା ଦିଗରେ ସେମାନଙ୍କ ସହ କାର୍ଯ୍ୟ କରିବାକୁ ସେ ଉତ୍ସାହିତ ଥିବା କହିଥିଲେ ।