ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମିଷ୍ଟର ସ୍କଟ ମୋରିସନଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଛନ୍ତି ।
ଆଷ୍ଟ୍ରେଲିଆରେ ଭୀଷଣ ଓ ବ୍ୟାପକ ବନାଗ୍ନି ଜନିତ ଦୁର୍ଘଟଣାରେ ଧନ ଓ ଜୀବନହାନୀ ଲାଗି ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତ ଭାରତବାସୀ ତଥା ନିଜ ତରଫରୁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏହି ଭୟାବହ ପ୍ରାକୃତିକ ବିପତ୍ତିର ସମ୍ମୁଖୀନ ହୋଇଥିବା ଅଷ୍ଟ୍ରେଲିଆ ଏବଂ ଅଷ୍ଟ୍ରେଲିଆବାସୀଙ୍କ ଲାଗି ଭାରତର ପୂର୍ଣ୍ଣ ସହଯୋଗ ଲାଗି ପ୍ରସ୍ତାବ ଦେଇଥିଲେ ।
ବିଗତ ବର୍ଷଗୁଡିକରେ ଦ୍ଵିପାକ୍ଷିକ ସମ୍ପର୍କର ଅଗ୍ରଗତି ନେଇ ସନ୍ତୋଷବ୍ୟକ୍ତ କରି ପ୍ରଧାନମନ୍ତ୍ରୀ ଅଷ୍ଟ୍ରେଲିଆ ସହିତ ରଣନୈତିକ ଭାଗିଦାରୀକୁ ଆହୁରି ମଜବୁତ କରିବା ଲାଗି ଭାରତର ପ୍ରତିବଦ୍ଧତାକୁ ଦୋହରାଇଥିଲେ । ପ୍ରଧାନମନ୍ତ୍ରୀ ଶେଷରେ କହିଥିଲେ ଯେ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତକୁ ସ୍ଵାଗତ କରିବା ଲାଗି ସେ ଉତ୍ସୁକତାର ସହ ଅପେକ୍ଷା କରି ରହିଛନ୍ତି ।
ପ୍ରଧାନମନ୍ତ୍ରୀ ମୋରିସନ ଏବଂ ଅଷ୍ଟ୍ରେଲିଆବାସୀଙ୍କୁ 2020 ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ନିଜର ଶୁଭକାମନା ଜଣାଇଥିଲେ ।