ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆଫଗାନିସ୍ତାନ ରାଷ୍ଟ୍ରପତି ମହାମହିମ ମିଃ ମହମ୍ମଦ ଅଶରଫ ଘନୀଙ୍କ ସହିତ ଟେଲିଫୋନରେ କଥାବାର୍ତ୍ତା ହୋଇଛନ୍ତି । ସମ୍ପୂର୍ଣ୍ଣ ସୌହାର୍ଦ୍ଦ୍ୟ ଏବଂ ସୌଜନ୍ୟମୂଳକ ବାତାବରଣ ମଧ୍ୟରେ ଏହି ଆଲୋଚନା ହୋଇଥିଲା ଯାହା ଦୁଇ ନେତା ଏବଂ ଉଭୟ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ପ୍ରତିପାଦିତ କରିଥିଲା ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ନିକଟରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନର ପ୍ରାରମ୍ଭିକ ଫଳାଫଳ ପାଇଁ ରାଷ୍ଟ୍ରପତି ଘନୀଙ୍କୁ ଅଭିନନ୍ଦନ ଜଣାଇଥିଲେ । କଠିନ ଆହ୍ୱାନ ସତ୍ୱେ ସଫଳ ନିର୍ବାଚନ ସମ୍ପାଦନ ପାଇଁ ଆଫଗାନିସ୍ତାନର ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ ଯାହା ଆଫଗାନିସ୍ତାନରେ ଗଣତନ୍ତ୍ରର ମୂଳଦୁଆ ସୁଦୃଢ଼ ହେବାର ପ୍ରତୀକ ।
ଏକ ନିବିଡ଼ ବନ୍ଧୁ ଏବଂ ପଡ଼ୋଶୀ ଭାବେ ଏକ ସଂଗଠିତ, ସାର୍ବଭୌମ, ଗଣତାନ୍ତ୍ରିକ, ସମୃଦ୍ଧ ତଥା ଶାନ୍ତିପୂର୍ଣ୍ଣ ଆଫଗାନିସ୍ତାନ ଲାଗି ଭାରତର ଦୃଢ଼ ପ୍ରତିବଦ୍ଧତାକୁ ଦୋହରାଇବା ସହିତ ପ୍ରଧାନମନ୍ତ୍ରୀ ଆଫଗାନିସ୍ତାନରେ ଆଫଗାନ ନେତୃତ୍ୱାଧୀନ, ଆଫଗାନ ପରିଚାଳିତ ଓ ଆଫଗାନ ନିୟନ୍ତ୍ରିତ ଶାନ୍ତି ପ୍ରକ୍ରିୟା ପ୍ରତି ଭାରତର ଦୃଢ଼ ସମର୍ଥନ ବ୍ୟକ୍ତ କରିଥିଲେ । ସେ ଉଲ୍ଲେଖ କରିଥିଲେ ଆଫଗାନିସ୍ତାନର ଏକ ରଣନୈତିକ ସହଯୋଗୀ ଭାବେ ଭାରତ ବିକାଶ, ସୁରକ୍ଷା ଏବଂ ଆତଙ୍କବାଦ ସହ ଲଢ଼ିବାରେ ଆଫଗାନିସ୍ତାନକୁ ନିବିଡ଼ ସହଯୋଗ ଯୋଗାଇ ଦେବ ।
ଆଫଗାନିସ୍ତାନରେ ଗଣତନ୍ତ୍ର ଏବଂ ବିକାଶ ଲାଗି ନିରନ୍ତର ସହାୟତା ନିମନ୍ତେ ପ୍ରଧାନମନ୍ତ୍ରୀ ଓ ଭାରତର ଜନସାଧାରଣଙ୍କୁ ରାଷ୍ଟ୍ରପତି ଘନୀ ଧନ୍ୟବାଦ ଜଣାଇଥିଲେ । ଦୁଇ ଦେଶ ମଧ୍ୟରେ ସମସ୍ତ କ୍ଷେତ୍ରରେ ସହଯୋଗ ଉପରେ ସେ ନିଜର ଆଗ୍ରହ ବ୍ୟକ୍ତ କରିଥିଲେ ।
ଉଭୟ ନେତା ପରସ୍ପରକୁ ଆଗାମୀ ନୂଆ ବର୍ଷର ଅଭିନନ୍ଦନ ଜଣାଇଥିଲେ ।
ଆପୋସ ସୁବିଧା ଅନୁଯାୟୀ ଯଥାଶୀଘ୍ର ଭାରତ ଗସ୍ତ କରିବା ଲାଗି ରାଷ୍ଟ୍ରପତି ଘନୀଙ୍କୁ ପ୍ରଧାନମନ୍ତ୍ରୀ ନିମନ୍ତ୍ରଣ ଜଣାଇଥିଲେ । ସେ ଏହି ନିମନ୍ତ୍ରଣକୁ ସ୍ୱୀକାର କରିଥିଲେ ।
It is always a delight to talk to my friend, President @ashrafghani.
— Narendra Modi (@narendramodi) December 24, 2019
Congratulated him and the people of Afghanistan on the successful conduct of presidential polls and announcement of preliminary results
India values the strong friendship with Afghanistan. https://t.co/PeTMSV80oR
India will always support Afghanistan in their developmental needs and to fulfil the aspirations of Afghanistan’s people.
— Narendra Modi (@narendramodi) December 24, 2019
Close strategic partnership between our people benefits our nations. @ashrafghani https://t.co/t6GB34goQu